ମକର : – ଆର୍ଥିକ ଉନ୍ନତି ହେତୁ, ଆପଣ ଦୀର୍ଘ ସମୟ ଧରି ବିଚାରାଧୀନ ବିଲ୍ ଏବଂ ଋଣକୁ ସହଜରେ ପରିଶୋଧ କରିବାକୁ ସମର୍ଥ ହେବେ । ନୂଆ ଲୁକ୍, ନୂଆ ପୋଷାକ, ନୂତନ ବନ୍ଧୁ ଏବଂ ସାଙ୍ଗମାନେ ଏହି ଦିନକୁ ସ୍ୱତନ୍ତ୍ର କରିବେ। ପ୍ରିୟଜନଙ୍କ ବିନା ସମୟ ବିତାଇବାରେ ଆପଣ ଅସୁବିଧା ଅନୁଭବ କରିବେ । ମୀନ: – ଆଜି ଆପଣ ଖୁସିର ଦିନ ହେବେ ଏବଂ ଆପଣ ଆପଣଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଉପଭୋଗ କରିବେ। ଆପଣଙ୍କର ସାହସ ପ୍ରେମ ଦେବାରେ ସଫଳ ହେବ। ସହକର୍ମୀଙ୍କ ସାହାଯ୍ୟରେ, ଆପଣ ଶୀଘ୍ର କଠିନ ସମୟରୁ ମୁକ୍ତି ପାଇବେ। ଏହା ଆପଣଙ୍କୁ କ୍ଷେତ୍ରର ଏକ ଧାର ଦେବାରେ ସହାୟକ ହେବ।
Author: Samikhsya Bureau
ବୃଷ: – ଅଟକି ରହିଥିବା ବିଷୟଗୁଡିକ ଅଧିକ ଦୃଢ ହେବ ଏବଂ ଖର୍ଚ୍ଚ ଆପଣଙ୍କ ମନରେ ଆବୃତ ହେବ । ଲୋକମାନେ ଆପଣଙ୍କୁ ଆଶା ଏବଂ ସ୍ୱପ୍ନ ଦେବେ, କିନ୍ତୁ ବାସ୍ତବରେ ସମସ୍ତେ ଆପଣଙ୍କ ଉଦ୍ୟମର ବିରୋଧରେ ରହିବ । ଏକପାଖିଆ ପ୍ରେମ ସଂପର୍କରେ ସମୟ ନଷ୍ଟ କରନ୍ତୁ ନାହିଁ । ଅଫିସରେ ଆପଣ ଏପରି କିଛି ପାଇପାରିବେ ଯାହାକୁ ଆପଣ ସର୍ବଦା କରିବାକୁ ଚାହୁଁଛନ୍ତି । ମିଥୁନ: – ଅଫିସ୍ କାର୍ଯ୍ୟରେ ହସ୍ତକ୍ଷେପ କରିବାର ଅନେକ ସମ୍ଭାବନା ଅଛି । ଆଜି ଆପଣ ନିଜ ଲୋକଙ୍କ ଧ୍ୟାନର କେନ୍ଦ୍ରରେ ପାଇବେ, ଯେତେବେଳେ ଆପଣଙ୍କର ସହଯୋଗ ହେତୁ କେହି ପୁରସ୍କୃତ ହେବେ କିମ୍ବା ପ୍ରଶଂସିତ ହେବେ । ଆପଣଙ୍କ
କୁମ୍ଭ: – ଆଜି ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ। ଆଜି, ଚିନ୍ତା କରି ପାଦ ବଢାଇବାର ଆବଶ୍ୟକତା ଅଛି – ଯେଉଁଠାରେ ମନ ହୃଦୟ ଅପେକ୍ଷା ଅଧିକ ବ୍ୟବହାର କରାଯିବା ଉଚିତ। ଏହିପରି, ଜୀବନ ସବୁବେଳେ ଆପଣଙ୍କ ପାଇଁ କିଛି ନୂଆ ଏବଂ ଚକିତ କରିଥାଏ । ମେଷ: – ଯଦି ଆପଣ କଥାକୁ ଖୋଲା ହୃଦୟରେ ରଖନ୍ତି, ତେବେ ପ୍ରେମ ଆଜି ପ୍ରେମର ଦୂତ ଭାବରେ ଆପଣଙ୍କ ସାମ୍ନାକୁ ଆସିବ । ଏକ ମୋବାଇଲ୍ ଫୋନ୍ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ । ଏହାର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ । ଲୁକ୍କାୟିତ ଶତ୍ରୁମାନେ ଆପଣଙ୍କର ବିଷୟରେ ଗୁଜବ ପ୍ରଚାର କରିବା ଦ୍ବାରା ଧର୍ଯ୍ୟହରା ହେବେ ।
ମେଷ: – ଆପଣଙ୍କ ପରିବାରର ମଙ୍ଗଳ ପାଇଁ କଠିନ ପରିଶ୍ରମ କରନ୍ତୁ । ଆପଣଙ୍କ କାର୍ଯ୍ୟ ପଛରେ ଲୋଭର ବିଷ ନୁହେଁ, ପ୍ରେମ ଏବଂ ଦର୍ଶନର ଭାବନା ରହିବା ଉଚିତ୍। ଯଦି ଆପଣ କଥାକୁ ଖୋଲା ହୃଦୟରେ ରଖନ୍ତି, ତେବେ ପ୍ରେମ ଆଜି ପ୍ରେମର ଦୂତ ଭାବରେ ଆପଣଙ୍କ ସାମ୍ନାକୁ ଆସିବ । କର୍କଟ: – ଆପଣ ଆର୍ଥିକ ଦୃଷ୍ଟିରୁ କାହା ସହିତ କାରବାର କରୁଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆପଣ ଚାହୁଁଥିବା ଲୋକଙ୍କ ସହିତ ଉପହାର ବିନିମୟ କରିବା ଏକ ଭଲ ଦିନ । ଖୁସି ହୁଅନ୍ତୁ୍ ଏବଂ ପ୍ରେମ ରାସ୍ତାରେ ବାଧାବିଘ୍ନର ସମ୍ମଖୀନ ହେବାକୁ ପ୍ରସ୍ତୁତ ହୁଅନ୍ତୁ । ଅତିରିକ୍ତ କାର୍ଯ୍ୟ କରିବାର ଆପଣଙ୍କର କ୍ଷମତା ସେମାନଙ୍କୁ ଆଶ୍ଚର୍ଯ୍ୟ କରିବ ଯାହାର କାର୍ଯ୍ୟଦକ୍ଷତା ଆପଣଙ୍କଠାରୁ କମ୍ ଅଟେ ।
ଭୁବନେଶ୍ୱର, କଟକ ସହର ଲାଲବାଗ ଥାନା ଅନ୍ତର୍ଗତ ମାନସିଂହା ପାଟଣା ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଇନଜେକ୍ସନ ଦେଇ ହାତ ଗୋଡ ବାନ୍ଧି ମାଡ ମାରିବା ସହ ନିଆଁ ଲଗାଇ ଜିଅନ୍ତା ଜାଳିଦେବା ଭଳି ଜଘନ୍ୟ କାଣ୍ଡ ଘଟିଛି। ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଦାବୀ କରି କଟକ ଡିସିପିଙ୍କୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା। ଏ ଘଟଣାକୁ ଗୁରୁତର ସହ ନେଇ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ କଟକର ଛାତ୍ରୀ ଏବଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲା ଏହି ଦଳ। ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରତିନିଧୀ ଦଳ କଟକ ଡିସିପିଙ୍କୁ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଖେଳନା ମେଳା ୨୦୨୧ ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ ଏବଂ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ଖେଳନା ମେଳା ୨୭ ଫେବୃଆରୀରୁ ୨ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଳାରେ ୧୦୦୦ ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ଚନ୍ନାପାଟନା, ଉତ୍ତରପ୍ରଦେଶର ବାରଣାସୀ ଏବଂ ରାଜସ୍ଥାନର ଜୟପୁରରୁ ଆସିଥିବା ଖେଳନା ର୍ନିମାତାମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଖେଳନା ମେଳା ମାଧ୍ୟମରେ ସରକାର ଏବଂ ଶିଳ୍ପ ଏକତ୍ରିତ ହୋଇ ଖେଳନା ଉତ୍ପାଦନ ଓ ଉତ୍ସ ଭାବେ ଭାରତକୁ ପରବର୍ତ୍ତୀ ବିଶ୍ୱସ୍ତରୀୟ ହବ୍? କରାଯାଇ ନିବେଶକାରୀମାନଙ୍କୁ କିଭଳି ଆକର୍ଷିତ କରାଯାଇ ପାରିବ ସେ…
ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ଦିଶାନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ଓଓଓର ନିୟମ ୧୬ ସଂକ୍ରାନ୍ତରେ କେତେକ ଭୁଲ ଧାରଣା ସୃଷ୍ଟି କରାଯାଇଛି। କୁହାଯାଉଛି ଯେ, ଜରୁରିକାଳୀନ ସ୍ଥିତିରେ ଡିଜିଟାଲ ମିଡିଆରେ ପ୍ରସାରିତ କେତେକ କଂଟେଟ ଉପରେ ପ୍ରତିବନ୍ଧକ ଲାଗୁ କରିବା ନିମନ୍ତେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ନିର୍ଦ୍ଦେଶ ଜାରି କରିପାରିବେ। ମାତ୍ର ଏଠାରେ ସ୍ପଷ୍ଟ କରି ଦିଆଯାଉଛି ଯେ, ଏହା କୌଣସି ନୂଆ ବ୍ୟବସ୍ଥା ନୁହେଁ। ବିଗତ ୧୧ ବର୍ଷ ଧରି, ୨୦୦୯ ପରଠାରୁ, ସୂଚନା ପ୍ରଯୁକ୍ତି (ଜନସାଧାରଣଙ୍କୁ ମିଳୁଥିବା ସୂଚନା ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ପ୍ରକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା) ନିୟମାବଳୀ, ୨୦୦୯ ଅନ୍ତର୍ଗତ ଏହି ବ୍ୟବସ୍ଥାକୁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସଚିବ କାର୍ଯ୍ୟକାରୀ କରି ଆସୁଥିଲେ। ୨୫ ଫେବୃଆରୀ, ୨୦୨୧ରେ ଜାରି ହୋଇଥିବା ନିୟମାବଳୀ ଅନ୍ତର୍ଗତ କେବଳ ଏହି ବ୍ୟବସ୍ଥାକୁ ସୂଚନା ଓ ପ୍ରସାରଣ…
ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇ ଗୁରୁତର ହୋଇପଡିଛନ୍ତି ଚାଷୀ। ଟୋକନ୍ ଥିବା ସତ୍ତ୍ୱେ ଏସଏଚଜି ଗୃପ୍ ଧାନ ନକିଣିବାରୁ ଚାଷୀ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଚାଷୀଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାରମ୍ବାର ଗୁହାରି ସତ୍ତ୍ୱେ ଧାନ କିଣାଯାଇନଥିବାରୁ ମାନସିକ ଭାରସାମ୍ୟ ହରାଇ ଭଦ୍ରକ ଜିଲ୍ଲା ଗ୍ରାମାଚଂଳ ଥାନା ଅନ୍ତର୍ଗତ ବନ୍ଧଗାଁ ପଚାଂୟତର ମଣ୍ଡି ସମ୍ମୁଖରେ ଏହି ଚାଷୀ ଜଣକ ବିଷ ପିଇଥିବା ଜଣାପଡିଛି।
ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ବୟାଙ୍ଗଡିହି ପଚାଂୟତର ନୂଆଗାଁରେ ଘଟିଯାଇଛି ଅଘଟଣ। ଗ୍ୟାସ୍ ରେ ରୋଷେଇ ବେଳେ କୌଣସି କାରଣରୁ ରୋଷେଇ ଘରେ ନିଆଁ ଲାଗି ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଗ୍ୟାସ୍ ରେ ରୋଷେଇ କରୁଥିବା ବେଳେ ପ୍ରଥମେ ପତ୍ନୀଙ୍କ ଦେହରେ ନିଆଁ ଲାଗିଥିଲା। ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି।
ସମ୍ବଲପୁର: ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି କୁଚିଣ୍ଡା ପୋଲିସ। ଜଣେ ନାବାଳିକାକୁ ଅନୈତିକ କାର୍ଯ୍ୟ କରିବାକୁ ପ୍ରବର୍ତାଇବାବେଳେ ପୋଲିସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଘଟଣାରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ କିଛିଦିନ ତଳେ ଆଙ୍କୁଲି ଅଂଚଳରେ ଏକ ନକଲି ମଦ ଦୋକାନ ଉପରେ ଚଢ଼ାଉ କରି ବହୁ ପରିମାଣରେ ନକଲି ମଦ ସହ ମେସିନ୍ ଜବତ ହୋଇଥିବାବେଳେ ଆଜି ପୁଣି ବଡ଼ବଜାର ଅଂଚଳରୁ ଅନ୍ୟ ଏକ ନକଲି ମଦ ତିଆରି କାରଖାନା ଠାବ ହୋଇଛି। ଘଟଣାରୁ ପ୍ରକାଶ ଯେ, ବଡ଼ବଜାର ଥାନା ଅନ୍ତର୍ଗତ ତୃପ୍ତିନଗର ଦ୍ୱିତୀୟ ଗଳିରେ ଏକ ଭଡ଼ାଘରେ ନକଲି ମଦ କାରଖାନା ଚାଲିଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ଆଜି ଚଢ଼ାଉ କରିଥିଲା। ଚଢ଼ାଉ ପରେ ସେଠାରେ ଥିବା ବିପୁଳ ପରିମାଣର ଯଥା ୫୦ ପେଟି ପେକିଂ ହୋଇଥିବା ନକଲି ମଦ, ସିଲ୍, ଠିପି, ବୋତଲ, ଲକ୍ଷାଧିକ ଟଙ୍କା ମେସିନ୍କୁ ଅବକାରୀ ବିଭାଗ ଜବତ କରିଛି। ଏହି ନକଲି ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୫ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ସୁକୁଣ୍ଡା ଆଦିତ୍ୟ ବିହାରର ରବିନ୍ଦ୍ର ପାଣିଗ୍ରାହୀ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଂଜିବନୀ ଶିଶୁଯତ୍ନ ଗୃହରେ ଏକ ନିଆରା ବାହାଘର ଅନୁଷ୍ଠିତ ହୋଇଥିଲା। ରବିନ୍ଦ୍ର ବାଡ଼ତ୍ୟା ଏବଂ ଏସ୍. ପଦ୍ମା ନାମ୍ନୀ ଏଚ୍ଆଇଭି ସଂକ୍ରମିତ ଯୁବକଯୁବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଖୋଦ୍ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ବିବାହ ଉତ୍ସବରେ ଉପସ୍ଥିତ ରହି କନ୍ୟାଦାନ କରି ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡ଼ିଓ କନ୍ଫେରେନସିଂ ଜରିଆରେ ନବଦମ୍ପତ୍ତିଙ୍କୁ ସୁଖମୟ ଜୀବନ କାମନା କରିଥିଲେ। ଏହାସହ ମାଙ୍ଗଳିକ ଉତ୍ସବରେ ଡ଼ିଆର୍ଡ଼ିଏ ପିଡ଼ି ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ୱାଇ. କୀର୍ତ୍ତି ଭାସନ, ଡ଼ୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର, ବିଡ଼ିଏ ସଚିବ ସଂଜିତ କୁମାର ରାଉତ, ଅରୁଣାର ଫାଉଣ୍ଡର ସଦସ୍ୟ ଲୋକନାଥ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୦, ବରଗଡରୁ ୭, ସମ୍ବଲପୁରରୁ ୬, ଝାରସୁଗୁଡାରୁ ୫, ବାଲେଶ୍ବରରୁ ୪, ଖୋର୍ଦ୍ଧାରୁ ୪, ପୁରୀରୁ ୪, ଦେବଗଡରୁ ୩, କୋରାପୁଟରୁ ୩, ନୂଆପଡ଼ାରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୧, କଟକରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୫୧୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୦୪ କୁ ବୃଦ୍ଧି ହୋଇଛି। ତେବେ ୬୧୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୫ ଜଣ କରୋନାରେ ମୃତ୍ୟୁବରଣ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛି ଦିନର ବ୍ୟବଧାନ ପରେ ସହରର ବଛା ବଛା ଜାଗା ନିରୂପଣ କରି ନକଲି ଗୁଟ୍ଖା କାରଖାନା ଗଢ଼ି ଉଠିଥିବା ବିଶେଷ ସୂତ୍ରରୁ ଖବର ମିଳିଲାଣି। ତଳ ଦିନେ ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ କୁକୁଡ଼ାଖଣ୍ଡି ତହସିଲ୍ଦାରଙ୍କ ମିଳିତ ଚଢ଼ାଉରେ ଅନେକ ଗୁଟ୍ଖା କାରଖାନା ସିଲ୍ କରିବା ସହ ପାଖାପାଖି କୋଟିଏ ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା। କିନ୍ତୁ କିଛି ଦିନର ନିରବତା ପରେ ପୁଣିଥରେ କୁକୁଡ଼ାଖଣ୍ଡି ବ୍ଲକ୍, ସଦର ଥାନା ଅଂଚଳରେ ପୁଣି ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ମୁଖ୍ୟତଃ ଗୁଟ୍ଖା ବ୍ୟବସାୟୀମାନେ ସହରର ତଳି ଅଂଚଳ ତଥା ସଦର ଥାନା ଅଂଚଳକୁ ନିରାପଦ ମନେ କରୁଛନ୍ତି। ଶୁଣିବାକୁ ମିଳୁଛି ସଦର ଥାନା ଅଂଚଳରେ ଏକ ଛତୁ ଫାର୍ମ ଭିତରେ ଏକ ନକଲି ଗୁଟ୍ଖା କାରଖାନା ଚାଲି ଆସିଛି। ତାହା ପୋଲିସ୍ର ଜାଣତରେ କିମ୍ବା ଅଜାଣତରେ ତାହା ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ତଳ ଦିନେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଓଡ଼ିଶା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଗଂଜାମ ଜିଲ୍ଲା ଶାଖା ତରଫରୁ ସବୁ ନାଗରିକଙ୍କ ପାଇଁ ଦୁଇଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଦାବି ହୋଇଛି। ଏନେଇ ଗଂଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଦସ୍ୟମାନେ କହିବା କଥା ଭାରତରେ ବର୍ତ୍ତମାନ ୧୩୮ କୋଟି ନାଗରିକ ବାସ କରୁଛନ୍ତି। ବିଭିନ୍ନ ଅଂଚଳରେ ମୁକ୍ତ ବାୟୁ ମିଳିବା କଷ୍ଟକର ହେଲାଣି। ରାଜଧାନି ଦିଲ୍ଲୀର ବାସିନ୍ଦାମାନେ ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆଶ୍ରୟ ନେଲେଣି। ପାନୀୟ ଜଳ ସମେତ ଦୈନନ୍ଦିନ ବ୍ୟବହୃତ ପାଣିର ସମସ୍ୟା ଏକ ଜାତୀୟ ସମସ୍ୟା ଭାବରେ ଉଭା ହେଲାଣି। ଜନସଂଖ୍ୟା ବିସ୍ଫୋରଣ ଯୋଗୁଁ ଜଂଗଲ ନଷ୍ଟ ହେବା ସାଙ୍ଗକୁ ପର୍ଯ୍ୟାବରଣ ନଷ୍ଟ ହେଉଛି। ଚାଷ ଜମିର ଅଭାବ ଦେଖାଦେଲାଣି। ବେକାରୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଉଛି। କୁପୋଷଣ, ଖାଦ୍ୟାଭାବ, ଗମନାଗମନ ଅସୁବିଧା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି।…
ନୂଆଦିଲ୍ଲୀ: ଭାରତରେ କରୋନା ଟିକା ୧୬ ଜାନୁୟାରୀଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ କର୍ମଚାରୀମାନଙ୍କୁ ସାମିଲ କରାଯାଇଛି। ମାର୍ଚ୍ଚ ୧ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଘରୋଇ ହସ୍ପିଟାଲରେ ମଧ୍ୟ ଏହି ଟିକା ନେବାର ବ୍ୟବସ୍ଥା ରହିଛି। ତେବେ ଘରୋଇ ହସ୍ପିଟାଲରେ ୧୦୦ ଟଙ୍କାର ସର୍ଭିସ ଚାର୍ଜକୁ ମିଶାଇ ଗୋଟିଏ ଡୋଜ ପିଛା ୨୫୦ ଟଙ୍କା ହେବ ବୋଲି ସୂଚନା ରହିଛି। ହେଲେ କରୋନା ଟିକାର ମୂଲ୍ୟ ଏଯାଏଁ ଘୋଷଣା କରାଯାଇ ନାହିଁ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଏହାର ଔପଚାରିକ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ଘୋଷଣା ପରେ ଏହାର ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଉଲ୍ଲେଖ ଯୋଗ୍ୟଯେ , ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବହୁବିଧି ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଉର୍ଦ୍ଧ୍ଵ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ନଭେମ୍ବର ମାସରେ ୨୦୨୦ ବର୍ଷର ଆଇପିଏଲ୍ ଶେଷ ହୋଇଥିବାବେଳେ ମାର୍ଚ୍ଚ ମାସରେ ପୁଣି ୨୦୨୧ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହି ସଂସ୍କରଣ ପୂର୍ବରୁ ଆଇପିଏଲ୍ ବୁକିମାନଙ୍କୁ ବଡ଼ ଝଟକା ଲାଗିଛି। ଆଇପିଏଲ୍ ଲାଇନ୍ ଦେଉଥିବା ମାଷ୍ଟରମାଇଣ୍ଡ ଷ୍ଟକିଷ୍ଟ କୋଲ୍କତାର ଦିନେଶ କୁମାର ରାଠି (୪୬) ଗିରଫ ହୋଇଛନ୍ତି। ଏନେଇ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏସ୍ପି ପିନାକ ମିଶ୍ରଙ୍କ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସୂଚନାଥାଉକି ଆଇପିଏଲ୍ ବ୍ୟାଟିଂ ବାବଦର ଏକ ବଡ଼ ର୍ୟାକଟ୍କୁ ଗତ ୨୯.୧୦.୨୦୨୦ ତାରିଖରେ ଗୋଷାଣିନୂଆଗାଁ ପୋଲିସ୍ ପର୍ଦ୍ଦାଫାସ୍ କରିଥିଲା। ଏହି ସମୟରେ ଦକ୍ଷିଣ ଓଡ଼ିଶାର ଆଇପିଏଲ୍ ବ୍ୟାଟିଂର ବେତାଜ ବାଦଶାହା ଲାଲି ଆଚାର୍ଯ୍ୟ ଏବଂ କେ. ପ୍ରଶାନ୍ତ କୁମାର ସୁବୁଦ୍ଧି ଗିରଫ ହୋଇଥିଲେ। ପୋଲିସ୍ ଏମାନଙ୍କୁ ନିକଟରୁ ପ୍ରାୟ ୩୨ ଲକ୍ଷ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା।…
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଗାଇଡଲାଇନ ଜାରି କରାଯାଇଛି। ଯାତ୍ରା, ଅପେରା ପାଇଁ କରୋନା କଟକଣା କୋହଳ କରାଯାଇଛି। ସର୍ବାଧିକ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ଜିଲ୍ଲା ପ୍ରଶାସନ କିମ୍ବା କମିଶନରଙ୍କ ଅନୁମତି ନେଇ ଯାତ୍ରା ପରିବେଷଣ କରାଯାଇପାରିବ। ତେବେ ରୋଗାକ୍ରାନ୍ତ ଦର୍ଶକଙ୍କୁ ଯାତ୍ରା ଦେଖିବା ପାଇଁ ବାରଣ କରାଯାଇଛି। ମାସ୍କ ପରିଧାନ, ସାମାଜିକ ଦୂରତା, ଥର୍ମାଲା ସ୍କାନିଂ ଆବଶ୍ୟକ। ସିଟ ମଧ୍ୟରେ ୬ ଫୁଟ ଦୂରତା ରହିବା ଆବଶ୍ୟକ। କୌଣସି ଦର୍ଶକଙ୍କ ଇନଫ୍ଳୁଏଞ୍ଜା ଲକ୍ଷଣ ଥିଲେ ଅନୁମତି ମିଳିବ ନାହିଁ। ଅନଲାଇନ ମାଧ୍ୟମରେ ଟିକେଟ ବିକ୍ରି ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ୫୦୦ ଲୋକଙ୍କୁ ଅନୁମତି ମିଳିଛି। ଅନଲାଇନରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ଅଭିବାବକଙ୍କ ସହ ଆଲୋଚନା କରାଯାଇ ଅନଲାଇନରେ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୮୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବଡ଼ବଜାର ଥାନା ଅଂଚଳ ଫାଷ୍ଟଗେଟ୍ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଥିବା ନେଇ ଅଂଚଳବାସୀ ଥାନାକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଥିଲା। ମୃତକ ଜଣକ ହେଲେ ଦୁର୍ଗାଚରଣ ପଣ୍ଡା ଯିଏକି ପାଣିଗ୍ରାହୀପେଣ୍ଠ ସାହିରେ ଘରଭଡ଼ା ନେଇ ନିଜ ପରିବାର ସହ ରହୁଥିଲେ। ସୂଚନାଯୋଗ୍ୟ କେଉଁ କାରଣରୁ ଦୁର୍ଗାଙ୍କ ମୃତ୍ୟୁ ହୋଇଛି କିଛି ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଶିଶୁମାନଙ୍କ କ୍ଷେତ୍ରରେ ଉପୁଜୁଥିବା ଫ୍ୟାଟି ଲିଭର ରୋଗର କାରଣ, ସମସ୍ୟା ଓ ନିରାକରଣ ସମ୍ପର୍କିତ ଏକ କନ୍ଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଆୟୋଜିତ ହୋଇଯାଇଛି। ଯେଉଁ ଶିଶୁମାନଙ୍କର ଓଜନ ବୃଦ୍ଧି ଘଟିଛି, ସେମାନେ ହାଇପର୍ ଟେନ୍ସନ୍ ଅଥବା ମେଟାବୋଲିକ୍ ସିନ୍ଣ୍ଡ୍ରୋମ୍ ଭଳି ସମସ୍ୟା ମଧ୍ୟରେ ଗତି କରୁଛନ୍ତି ସେମାନଙ୍କ କ୍ଷେତ୍ରରେ ନନ୍ ଆଲ୍କହଲିକ୍ ଫ୍ୟାଟି ଲିଭର ରୋଗ (ଏନ୍ଏଏଫ୍ଏଲ୍ଡି) ନିମନ୍ତେ ପରୀକ୍ଷା କରାଇ ନେବା ଉଚିତ୍ ବୋଲି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିରଞ୍ଜନ ମହାନ୍ତି କହିଛନ୍ତି। ବର୍ତ୍ତମାନ ସାଧାରଣରେ ଏହା ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଛି। ଏହି ଅବସରରେ ମୁମ୍ବାଇସ୍ଥିତ ଏମ୍ଜିଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସେସ୍ର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ପ୍ରଫେସର ନିମାଇ ଚରଣ ମହାନ୍ତି କହିଥିଲେ ଯେ ଶିଶୁମାନଙ୍କ କ୍ଷେତ୍ରରେ ହେପାଟାଇଟିସ୍ ସମସ୍ୟା…

