ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୬, ୨୦୨୧ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତାମିଲନାଡ଼ୁସ୍ଥିତ ଡ. ଏମ.ଜି.ଆର. ମେଡିକାଲ କଲେଜର ୩୩ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ । ଏହି ସମାବର୍ତ୍ତନ ସମାରୋହରେ ମୋଟ ୧୭,୫୯୧ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରଦାନ କରାଯିବ । ଏହି ଅବସରରେ ତାମିଲନାଡୁ ରାଜ୍ୟପାଳ ଉପସ୍ଥିତ ରହିବେ । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ.ଜି.ରାମଚନ୍ଦ୍ରନଙ୍କ ନାମରେ ବିଶ୍ଵବିଦ୍ୟାଳୟର ନାମକରଣ କରାଯାଇଛି । ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ମୋଟ ୬୮୬ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଥିରେ ଭେଷଜ, ଦନ୍ତ ଚିକିତ୍ସା, ଫାର୍ମାସୀ, ନର୍ସିଂ, ଆୟୁଷ, ଫିଜିଓଥେରାପି, ଅକୁପେସନାଲ ଚିକିତ୍ସା ଏବଂ ସହାୟକ ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗ ଅନ୍ତର୍ଭୁକ୍ତ । ଏହି ଶିକ୍ଷାନୁଷ୍ଠାନଗୁଡିକ ତାମିଲନାଡୁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବ୍ୟାପି ରହିଛି । ଏଥିରେ ୪୧ଟି ମେଡିକାଲ୍ କଲେଜ, ୧୯ଟି ଡେଣ୍ଟାଲ୍ କଲେଜ, ୪୮ଟି ଆୟୁଷ କଲେଜ, ୧୯୯ଟି ନର୍ସିଂ…
Author: Samikhsya Bureau
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଗାଈ କମିଶନ କହିଛନ୍ତି ଯେ, ଯଦି କେହି ଭଲ ଉଦ୍ୟମ କରିବ ତେବେ ସେ ଗାଈ ଗୋବରରୁ ବିପୁଳ ଆୟ କରିପାରିବ। ଏହାକୁ ନେଇ ଏକ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରାଯାଇପାରିବ। ଏହା ମାଧ୍ୟମରେ ଭଲ ଅର୍ଥ ରୋଜଗାର କରିବାର ମଧ୍ୟ ସମ୍ଭାବନା ରହିଛି। ସେ କହିଛନ୍ତି ଯେ, ଯଦି ଆପଣ ଦେଶରେ ତୈଳ ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ଯଦି ଆପଣ ପରିବେଷ ପ୍ରଦୂଷଣ ନେଇ ଚିନ୍ତିତ ଅଛନ୍ତି, ତେବେ ଗାଈ ଗୋବର ହିଁ ଏକମାତ୍ର ବିକଳ୍ପ ଯାହା ଏସବୁ ଦୂର କରିପାରିବ। ଆପଣମାନେ ବିଶ୍ବାସ କରିପାରିବେ ନାହିଁ ଯେ, ବର୍ତ୍ତମାନ ଗାଈ ଗୋବରରୁ କଂପ୍ରେସଡ ପ୍ରାକୃତିକ ଗ୍ୟାସ (Compressed Natural Gas) ବା CNG ଉତ୍ପନ କରାଯାଇପାରୁଛି। ପୂର୍ବରୁ ଗୋବର ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଥିଲା। ହେଲେ ତାହା ବର୍ତ୍ତମାନ ଅତ୍ୟାଧୁନିକ ପ୍ରଣାଳୀରେ ଏହି CNG ଉତ୍ପନ କରାଯାଇପାରୁଛି। ତେବେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୭, ବରଗଡ ଜିଲ୍ଲାରୁ ୧୦, ପୁରୀରୁ ୯, ଅନୁଗୁଳରୁ ୭, କେନ୍ଦୁଝରରୁ ୫, ରାୟଗଡ଼ାରୁ ୫, ବଲାଙ୍ଗୀରିରୁ ୪, ସମ୍ବଲପୁରରୁ ୪, ବାଲେଶ୍ବରରୁ ୩, ଖୋର୍ଦ୍ଧାରୁ ୨, ମୟୂରଭଞ୍ଜରୁ ୨, ନୂଆପଡ଼ାରୁ ୨, ବୌଦ୍ଧରୁ ୧, କଟକରୁ ୧, ଦେବଗଡ଼ରୁ ୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୩୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୮୩୫ କୁ ବୃଦ୍ଧି ହୋଇଛି। ତେବେ ୫୩୫ ଆକ୍ରାନ୍ତ ବର୍ତ୍ତମାନ…
ତେହେରାନ: ଫାଶୀ ଦଣ୍ଡାଦେଶ ହୋଇଥିବା ଜଣେ ମହିଳାଙ୍କର ହୃଦଘାତରେ ମୃତ୍ୟୁବରଣ ହୋଇଥିଲା। ତଥାପି ସେହି ମହିଳାଙ୍କ ଶବକୁ ଫାଶୀର ଦଉଡିରେ ଝୁଲା ଯାଇଥିଲା। ଇରାନର ତେହେରାନରେ ଏଭଳି ଏକ ଘଟଣା ଘାଟିଯାଇଛି। ସୂଚନା ମୁତାବକ, ସ୍ବାମୀଙ୍କ ହତ୍ୟା ଅଭିଯୋଗରେ ଇରାନର ଜହରା ଇସ୍ମାଇଲ ନାମକ ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଥିପାଇଁ ଇରାନର ତେହେରାନ ନିକଟସ୍ଥ ଗୋଟିଏ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ହେଲେ ତାଙ୍କ ସହିତ ଆଉ ୧୬ ଜଣ ପୁରୁଷଙ୍କୁ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା। ସେଥିପାଇଁ ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଠିଆ କରାଯାଇଥିଲା। ତେବେ ସେହି ୧୬ ଜଣ ପୁରୁଷମାନଙ୍କ ଫାଶୀ ଘଟଣାକୁ ଦେଖିବା ପାଇଁ ମହିଳାଜଣଙ୍କୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେମାନଙ୍କୁ ଫାଶୀ ଦିଆଯାଉଥିବା ସମୟରେ ସେ ଏହାକୁ ଦେଖି ତଳେ ପଡିଯାଇଥିଲେ ଏବଂ ସେଠାରେ ତାଙ୍କର ହୃଦଘାତ ହୋଇଥିଲା। ଓକିଲ କହିଛନ୍ତି କି, ଜହରାଙ୍କ ଶବକୁ ଏଥିପାଇଁ ଫାଶିରେ ଝୁଲା ଯାଇଥିଲା, ଯାହାଫଳରେ…
ଫୁଲବାଣୀ: ଏକଦା ଅଞ୍ଚଳପାଇଁ ଏକ ପରିଚୟ ସୃଷ୍ଟି କରିଥିବା ଏକ ଡ଼ାକ ବଙ୍ଗଳା ବର୍ତ୍ତମାନ ଭୂତକୋଠି ପାଲଟିଛି। ଡ଼ାକ ବଙ୍ଗଳା ପାଶ୍ୱର୍ରେ ଥିବା ଚପରାଣିଙ୍କ ବାସସ୍ଥଳ ଓ ରୋଷେଇ ଗୃହ ସଂପୂର୍ଣ୍ଣଭାବେ ଜରାଜିର୍ଣ୍ଣ ଅବସ୍ଥାରେ ଅଛି। ନଦେଖିବା ଲୋକ ତାହାକୁ ବିଶ୍ୱାସ କରିପାରିବ ନାହିଁ। ପ୍ରକାଶଯେ, ବ୍ରିଟିଶ ଅମଳରୁ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଠାରେ ନିର୍ମିତ ହୋଇଥିଲା ରାଜସ୍ୱ ବିଭାଗ ଡାକ ବଙ୍ଗଳା। ବର୍ତ୍ତମାନ ତାହା ଭୂତ କୋଠୀ ପାଲଟିଛି। କିଛି ବର୍ଷ ପୁର୍ବରୁ ଜିଲ୍ଲା ପ୍ରଶାସନ ତରଫରୁଏହି ବଙ୍ଗଳାରେ କ୍ୟାମ୍ପ କୋର୍ଟ କରି ଜନସାଧାରଣଙ୍କ ସମସ୍ୟାର ଶୁଣାଣୀ କରିଥିଲେ। ଏହି ବଙ୍ଗଳା ପାଇଁ ଜଣେ ସ୍ୱତନ୍ତ୍ର ଭାବେ ରାତ୍ରି ଜଗୁଆଳି ମଧ୍ୟ ରହୁଥିଲେ। ପ୍ରତ୍ୟେକ ମାସରେ ତହସିଲଦାର ଜମିଜମା ବାବଦରେ ମାମଲା କ୍ୟାମ୍ପ କୋର୍ଟ କରି ସମସ୍ୟାର ସମାଧାନ କରୁଥିଲେ। ଏଥି ସହିତ ଯଦି କୌଣସି ଅଫିସର କିମ୍ବା ମନ୍ତ୍ରୀ ଆସିଲେ ଏହି ବଙ୍ଗଳାରେ ବିଶ୍ରାମ କରି ଜଙ୍ଗଲର…
ଅହମ୍ମଦାବାଦ: ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ଦିବାରାତ୍ର ପିଙ୍କ ବଲ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ମାତ୍ର ୧୧୨ ରନ କରିବାରେ ସକ୍ଷମ ହୋଇଥିଲା। କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରାଓଲି ଅର୍ଦ୍ଧଶତକ ପାଳି ଖେଳିଥିଲେ। ତାଙ୍କ ଛଡା ଅନ୍ୟ କୌଣସି ଖେଳାଳି ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନଥିଲେ। ଇଂଲଣ୍ଡ ବ୍ୟାଟିଂ: ୧- ଜ୍ୟାକ କ୍ରାଓଲି- ୫୩ ରନ ୨- ଡମ ସିବ୍ଲି- ୦୦ ୩- ଜନି ବେୟାରଷ୍ଟୋ- ୦୦ ୪- ଜୋ ରୁଟ- ୧୭ ୫- ବେନ ଷ୍ଟୋକ୍ସ- ୦୬ ୬- ଓଲ୍ଲୀ ପୋପ- ୦୧ ୭- ବେନ ଫୋକ୍ସ- ୧୨ ୮- ଯୋଫ୍ରା ଆର୍ଚର- ୧୧ ୯- ଜ୍ୟାକ ଲିଚ- ୦୩ ୧୦- ଷ୍ଟୁଆର୍ଟ ବ୍ରଡ଼- ୦୩ ୧୧- ଜେମ୍ସ ଆଣ୍ଡର୍ସନ- ୦୦ ଅପରାଜିତ ଭାରତ ବୋଲିଂ: ଅକ୍ଶର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୬୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୁନ୍ଦରଗଡ: ରାଜ୍ୟ ସରକାର ରାଜସ୍ୱ ସେବା କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ବିଭାଗ ପକ୍ଷରୁ ବିବିଧ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଅନଲାଇନ ଯୋଗେ ଖଜଣା ପୈଠ ଠାରୁ ଅନେକ ଗୁଡିଏ ଜନହିତକର ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଅନଲାଇନ ସେବା କିପରି ସଠିକ୍ ଭାବେ କାର୍ଯ୍ୟ କରିବ ସେଥି ପ୍ରତି ଅଧିକ ଯତ୍ନବାନ୍ ହେବା ସାଙ୍ଗକୁ ଏହା କିପରି ଜନସାଧରଣଙ୍କୁ ସେବା ଯୋଗାଇ ପାରିବ ତାକୁ ଦୃଷ୍ଟିରେ ରଖି ଅନେକ ସମୟରେ ସମୀକ୍ଷା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। କିନ୍ତୁ କେତେକ ସ୍ଥଳେ ଏହା ମଧ୍ୟ ଦେଖା ଯାଉଛି ଯେ, ବାରମ୍ବାର ସମୀକ୍ଷା କଲେ ମଧ୍ୟ କେତେ ତହସିଲରେ ଅନଲାଇନ ସେବା ସମ୍ପୂର୍ଣ୍ଣ ଫେଲ୍ ମାରିଲା ଭଳି ଜଣାପଡ଼ୁଛି। ଏହାର ସ୍ପଷ୍ଟ ଉଦାହରଣ ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲରେ ଦେଖିବାକୁ ମିଳିଛି। କର୍ମଚାରୀମାନଙ୍କର କମ୍ପ୍ୟୁଟର ଜ୍ଞାନର ଅଭାବ ହେଉ କିମ୍ବା କାର୍ଯ୍ୟ କରିବାରେ ଆନ୍ତରିକତା…
ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଉଦଘାଟିତ ହେଲା ବିଶ୍ୱର ବୃହତ କ୍ରିକେଟ ଷ୍ଟାଡିୟମ। ବୁଧବାର ଦିନ ଏହାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ। ଏହି ଷ୍ଟାଡିୟମର ନାମ ବଦଳାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ନାମିତ କରାଯାଇଛି। ଏହି ଷ୍ଟାଣ୍ଡିୟମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବର୍ତ୍ତମାନ ଏହି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ୍ ଖେଳାଯିବ।
ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଯୁକ୍ତ ୨ ପରୀକ୍ଷା ମେ’ ମାସ ୧୮ ତାରିଖରେ ଆରାମ୍ଭ ହେବ। ଏହି ପରୀକ୍ଷା ଜୁନ ୧୨ ତାରିଖରେ ଶେଷ ହେବ। ଏହାସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ’୨୮ ତାରିଖରୁ ଆରମ୍ଭ ହେବ। ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। କୋଭିଡ଼ ଗାଇଡ ଲାଇନରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏଥର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପଦାର୍ଥ ବିଜ୍ଞାନ ବିଷୟରୁ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର, ବର୍ତ୍ତମାନ କରୋନା ପୁଣି ଥରେ ଡରାଇବା ଆରମ୍ଭ କଲାଣି। ଫଳରେ ଓଡିଶାରେ ଏହି କଟକଣା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ଏହି କଟକଣା ଆରମ୍ଭ କରିଛି। ଏଣିକି ଯେଉଁମାନେ ଏହି 6ଟି ରାଜ୍ୟରୁ ଆସିବେ ସେମାନେ କୋଭିଡ ପରୀକ୍ଷା ପ୍ରମାଣପତ୍ର ଦେଖାଇବେ। ନେଗେଟିଭ RTPCR ରିପୋର୍ଟ ଦେଖାଇଲେ ରାଜ୍ୟ ଭିତରକୁ ପ୍ରବେଶ କରିବେ। ଏହି ରାଜ୍ୟଗୁଡିକ ହେଲା ନୂଆଦିଲ୍ଲୀ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଂଜାବ ଏବଂ ଛତିଶଗଡ। ଏଥିସହିତ ବିଏମସି ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରରେ ଏକ କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛି। ଏହି କେନ୍ଦ୍ରରେ ବିମାନ ଯାତ୍ରୀଙ୍କୁ ପରୀକ୍ଷା କରାଯିବ। ଯଦି କୌଣସି ଯାତ୍ରୀଙ୍କ ନିକଟରେ କିଛି ଲକ୍ଷଣ ପ୍ରକାଶ ପାଇବ ତେବେ ତାଙ୍କୁ କ୍ବାରଣ୍ଟାଇନରେ ରଖାଯିବ ବୋଲି ନିଷ୍ପତି କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଏହି ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମସି କମିଶରନ ପ୍ରେମଚାନ୍ଦ ଚୈଧୁରୀ କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୦ ଜଣ ଚିହ୍ନଟ ହୋଇଥିବାବେଳେ ୨୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୮୩୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୨୪୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୨୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍ ୬୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ସମ୍ବଲପୁର ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୬…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାତ୍ରପୁର ବ୍ଲକର ଦୁର୍ଗମ ମହାଲିମ୍ବ ଗ୍ରାମର ଜଣେ ବୃଦ୍ଧରୋଗୀଙ୍କୁ ଦୋଳାରେ ବୁହାହୋଇ ଡାକ୍ତର ଖାନାକୁ ନେବାର କିଛି ଘଣ୍ଟା ପରେ ପୁଣି ଜଣେ ପ୍ରସୂତୀଙ୍କୁ ବୁହାହୋଇ ଡାକ୍ତର ଖାନାକୁ ନିଆଯାଇଛି। ପ୍ରସୂତୀ ମହିଳା ଜଣଙ୍କ ହେଉଛନ୍ତି ବୁରାତାଲ ପଞ୍ଚାୟତ ମହାଲିମ୍ବ ଗ୍ରାମର ଭରତ ନାୟକଙ୍କ ପତ୍ନୀ ମମତା ନାୟକ ବୋଲି ଜଣାପଡ଼ିଛି। ଗତ ୧୬ ତାରିଖରେ ମମତାଙ୍କ ତୃତୀୟ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ପାହାଡ଼ ଉପରେ ଶୀତର ପ୍ରଭାବକୁ ଦେଖି ଏନ୍ତୁଡ଼ି ନିଆଁ ଲଗାଯାଇଥିଲା। ମମତାଙ୍କ ମୁହଁ ବୁଲାଇ ନିଆଁରେ ପଡିଯାଇଥିଲେ। ଯାହା ଫଳରେ ତାଙ୍କରି ବାମ ଗୋଡ ପୋଡି ଯାଇଥିଲା। ସେହି ଦିନଠାରୁ ଘରେ କଷ୍ଟ ଭୋଗୀ ରହିଥିବା ବେଳେ ଗ୍ରାମର ଜଣେ ଉତ୍ସାହୀ ଯୁବକ ଗତକାଲି ତାଙ୍କର ପୋଡି ସମ୍ପର୍କରେ ଜାଣିଥିଲେ। ତେବେ ଗତକାଲି ସକାଳେ ଗ୍ରାମର ଜଣେ ୮୦ବର୍ଷର ବୃଦ୍ଧ ତିନିମାସ ପୂର୍ବେ ଗୋଡ ଭାଙ୍ଗି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ମହିଳା ଶ୍ରମିକଙ୍କ ମୃତୁ ଘଟିଥିବା ବେଳେ ପନ୍ଦରରୁ ଉର୍ଦ୍ଧ୍ଵ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ସମସ୍ତ ଶ୍ରମିକଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ଜଣକ ଏସ ବି ଜଗଦେଵ ପୁର ଗ୍ରାମର ଭୈର ସାହୁ ଙ୍କ ପତ୍ନୀ ବନିତା ସାହୁ(୪୦) ବୋଲି ଜଣାପଡିଛି। ଗୁରୁତର ଶ୍ରମିକ ମାନେ ହେଉଛନ୍ତି ଖଡିକା ସାହୁ ୫୫, ସୁଦଷ୍ଣା ଗୈାଡ ୩୫, ସରିତା ସାହୁ ୩୫, ବୃନ୍ଦାବନ ସାହୁ ୩୫, ନାରାୟଣ ସାହୁ ୨୬, କାଦମ୍ବରୀ ପାଇକ ୨୦,ତପି ସାହୁ ୨୦, ବନଲତା ସାହୁ ୫୦, ଇନ୍ଦୁ ସାହୁ ୫୦, ସବା ଚଣ୍ଡ ୩୫, ଏ ନାଗା ୩୫, ଶିବନୀ ସାହୁ ୨୦, ଏ ଲକ୍ଷ୍ମୀ ୪୦, ଅନୁସାୟା ଚଣ୍ଡ ୨୮ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଅନେକ ଗ୍ରାମ ଦୁର୍ଗମ ଅଂଚଳରେ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ ସରକାରୀ ସୁବିଧା ସୁଯୋଗ ଆଜି ପର୍ଯ୍ୟନ୍ତ ବହୁ ଅଞ୍ଚଳବାସୀ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ବସୁଧା ଯୋଜନାରେ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟିକୋଟି ଅର୍ଥ ବ୍ୟୟବରାଦ କରୁଥିବା ବେଳେ ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗି ରହୁଛି। ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନିତି ଓ ଠିକାସଂସ୍ଥା ମାନଙ୍କ ଲାଭ ଖୋର ମନଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟଗୁଡିକ ଅତିନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କାଟିଙ୍ଗିଆ ପଂଚାୟତର ଆଡିବଙ୍ଗା ଗ୍ରାମରେ। କାଟିଙ୍ଗିଆ ପଂଚାୟତର ୱାର୍ଡ ନଂ ୭ ରାଇକଣା, ୱାର୍ଡ ନଂ ୮ ବୁରୁମୁଣ୍ଡି ଓ ୱାର୍ଡନଂ ୯ ଆଡିବଙ୍ଗା ଏହି ତିନୋଟି ରାଜସ୍ୱଗ୍ରାମ ୧୫୦ ପରିବାର କୁ ବସୁଧା ଯୋଜନାରେ…
ଫୁଲବାଣୀ: ଜନୈକା ଯୁବତୀଙ୍କ ସହ ମାସାଧିକ କାଳ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଖଜୁରୀପଡା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପିଡିତାଙ୍କ ଅଭିଯୋଗ ମୁତାବକ ଖଜୁରୀପଡା ଥାନା ଗାଡିଆପଡା ଗ୍ରାମର ଜମ୍ବୁ ମଲିକ ପ୍ରାୟ ଚାରିମାସ ତଳେ ତାଙ୍କୁ ଗାଡିଆପଡା ଆଶ୍ରମରେ ରାତିରେ ଶୋଇବା ପାଇଁ ଡାକିଥିଲେ। ଯୁବତୀ ଜଣକ ନିଜ ଇଚ୍ଛା ବିରୋଧରେ ବାଧ୍ୟ ହୋଇ ତାଙ୍କ ସହ ଯାଇଥିଲେ। ରାତିରେ ଜମ୍ବୁଙ୍କ ସହଯୋଗୀ ଫିରିଙ୍ଗିଆ ଥାନା ଲଦାଡି ଗ୍ରାମର କୃଷ୍ନଚନ୍ଦ୍ର କହଁର ତାଙ୍କ ସହ ଦୁଷ୍କର୍ମକରିଥିଲେ ବୋଲି ପିଡିତା ଅଭିଯୋଗ କରିଛନ୍ତି। ଏହାପରଠାରୁ ଏକ ମାସ ପର୍ଯ୍ୟନ୍ତ ଜମ୍ବୁ ତାଙ୍କୁ ସେଠାରେ ରଖିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କୃଷ୍ନଙ୍କୁ ସୁଯୋଗ ଦେଇଥିଲେ। ଏହାପରେ ପଡିତା ଗର୍ଭବତୀ ହେବାରୁ ଆଉ ସେଠାକୁ ଯାଇ ନ ଥିଲେ। ଯୁବତୀ ଜଣକ ଏ ନେଇ ଗତ ୨୧ ତାରିଖରେ ଖଜୁରୀପଡା ଥାନାରେ ଏତାଲା…
ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଫେବୃୟାରୀ ମାସ ୨୭ ତାରିଖ ଠାରୁ ଡିବ୍ରୁଗଡ଼ରୁ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ବିଶେଷ ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି। ୦୫୯୦୬/୦୫୯୦୫ ଡିବୃଗଡ଼ – କନ୍ୟାକୁମାରୀ – ଡିବ୍ରୁଗଡ଼ ବିଶେଷ ଟ୍ରେନ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୭ଘ.୨୫ମି.ରେ ଡିବୃଗଡ଼ ରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୫ଘ.୩୦ମି.ରେ କନ୍ୟାକୁମାରୀରୁ ଛାଡିବ। ଏହି ଟ୍ରେନ୍ ଡିବ୍ରୁଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ଠାରେ ଉଭୟ ପାର୍ଶ୍ୱରୁ ରହଣି କରିବ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୩୦ ହଜାର ୧୭୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୫୬୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୨୬ ହଜାର ୭୦୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୬ ହଜାର ୯୦୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବରେ, ପେଟ୍ରୋଲ ଦର ଶହେ ହେବ ବୋଲି ବହୁ ଦିନ ଧରି ଚର୍ଚ୍ଚା ଚାଲିଥିଲା। କାରଣ ପେଟ୍ରୋଲ ଓ ଡିଜେଲ ଦର ଯେପରି ବଢିବାରେ ଲାଗିଛି ସେଥିରେ ତାହା ହିଁ ଆଶା କରୁଥିଲେ। ତେବେ ସେହି ଆଶା ବର୍ତ୍ତମାନ ସତ ହୋଇଛି। ଓଡିଶାରେ ପେଟ୍ରୋଲ ଦର ଶହେ ଛୁଇଁଛି। ଏହି ଦର ମାଲାକାନାଗିରି ଜିଲ୍ଲାର କାଲିମେଳାର ଭାରତୀୟ ପେଟ୍ରୋଲ ପମ୍ପରେ ପରିଲକ୍ଷିତ ହୋଇଛି। ପୂର୍ବରୁ ସେଠାରେ ସ୍ପିଡ ପେଟ୍ରୋଲ ଦର 99 ଟଙ୍କା 93 ପଇସା ଥିଲା। ହେଲେ ଗତକାଲି ଏହା ପୁଣି 36 ପଇସା ପଢିବା ପରେ ବର୍ତ୍ତମାନ 100 ଟଙ୍କା 29 ପଇସାକୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ବର୍ତ୍ତମାନ ପେଟ୍ରୋଲ ଦର 92.12 ପଇସା ରହିଛି।
ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍ ରୂପେ ସାମ୍ନା କରିବପାରିବେ ସେ…
ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…

