Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମନ୍ୱିତ ଶିଶୁବିକାଶ ବ୍ରହ୍ମପୁର-୨ ତରଫରୁ ବ୍ରହ୍ମପୁର ମହାନଗର ୱାର୍ଡ଼ ନଂ ୭ ଅନ୍ତର୍ଗତ ବାଲ୍ମିକୀ ପେଟା ସାହି କଲ୍ୟାଣ ମଣ୍ଡପରେ ଗୋବର୍ଦ୍ଧନ ପେଟା, ସରୋଜିନି ପେଟା, ଆଡ଼ୁଆ ସାହି, ବାଲ୍ମିକୀପେଟା, ନୂଆ ବାଲ୍ମିକୀ ପେଟା, ସାହି ବାସିନ୍ଧାଙ୍କୁ ନେଇ ବାଲ୍ୟବିବାହକୁ ରୋକିବା ଏବଂ କନ୍ୟାରତ୍ନକୁ ସମ୍ମାନ ଦେବା ସହ ସମସ୍ତ ଶିଶୁ କିଭଳି ସ୍ୱାକ୍ଷରତା ଲାଭ କରିବେ ବିଷୟକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଦୁର୍ଗା ରାଓ, ଦେବଦାସ, ଗୋପୀ, ପୁରୁଷୋତ୍ତମ, ଜନାର୍ଦ୍ଦନ ଏବଂ ବହୁ ଅଂଚଳବାସୀ ଉପସ୍ଥିତ ଥିବାବେଳେ ଅଙ୍ଗନୱାଡ଼ି କର୍ମୀ ପୁଷ୍ପଲତା ତ୍ରିପାଠୀ, ଯସ୍ମିନ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Read More

ଚେନ୍ନାଇ: ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଇଂଲଣ୍ଡ ବିରୋଧରେ ଭାରତ ୩୨୯ ରନରେ ଅଲଆଉଟ ହୋଇଯାଇଛି। ଭାରତ ୩୦୦/୬ ରନରୁ ଖେଳ ଆରମ୍ଭ କରି ଆଜି ମାତ୍ର ଆଉ ୨୯ ରନ ଯୋଡ଼ି ସମସ୍ତ ୱିକେଟ ହରାଇଥିଲା। ଆଜି ୱିକେଟ କିପର ରିଷଭ ପନ୍ତ  ପ୍ରଥମ ଇନିଂସ ଖେଳ ଶେଷ ପର୍ଯ୍ୟନ୍ତ ୫୮ ରନରେ ଅପରାଜିତ ଥିଲେ। ୧- ରୋହିତ ଶର୍ମା- ୧୬୧ ୨- ଶୁବମାନ ଗିଲ- ୦୦ ୩- ଚେତେଶ୍ଵର ପୂଜାରା- ୨୧ ୪- ବିରାଟ କୋହଲୀ- ୦୦ ୫- ଅଜିଙ୍କ୍ୟ ରାହାଣେ- ୬୭ ୬- ରିଷଭ ପନ୍ତ- ୫୮ (ଅପରାଜିତ) ୭- ରବିଚନ୍ଦ୍ରନ ଅଶ୍ଵିନୀ- ୧୩ ୮- ଅକ୍ଶର ପଟେଲ- ୫ ୯- ଇଶାନ୍ତ ଶର୍ମା- ୦୦ ୧୦- କୁଳଦୀପ ଶର୍ମା- ୦୦ ୧୧- ମହମ୍ମଦ ସିରାଜ- ୪ ଇଂଲଣ୍ଡ ବୋଲିଂ: ମୋଇନ ଅଲ୍ଲି ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଓଲ୍ଲୀ ଷ୍ଟୋନ ୩ ଟି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୧୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୪ ହଜାର ୯୪୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୬୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୧୧ ହଜାର ୭୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୭ ହଜାର ୫୬୭ ଆକ୍ଟିଭ୍‌ କେସ୍ ରହିଛି।

Read More

Gujarat Urban Election21: ଫେବୃଆରୀ 21 ରେ ଗୁଜୁରାଟର ଛଅଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସେଗୁଡିକ ହେଲା ଅହମ୍ମଦାବାଦ, ସୁରଟ, ବଦୋଦରା, ରାଜକୋଟ, ଜାମନଗର ଏବଂ ଭବନଗର ମହାନଗର ନିଗମ। ସେହିପରି ଫେବୃଆରୀ 28 ରେ, 31 ଟି ଜିଲ୍ଲା ପଞ୍ଚାୟତ, 81 ଟି ପୌରସଂସ୍ଥା ଏବଂ 231 ଟି ତହସିଲ ପଞ୍ଚାୟତରେ ନିର୍ବାଚନ ହେବ। ତେବେ ଏହା ଏକ ସ୍ଥାନୀୟ ନିର୍ବାଚନ ହୋଇଥିଲେ ମଧ୍ୟ ଦେଶ ସାରା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରଥମ ଥର ପାଇଁ ବିଜେପି ଏହି ପୌର ନିର୍ବାଚନରେ ମୁସଲିମ ପ୍ରାର୍ଥୀମାନଙ୍କୁ ମଇଦାନରେ ଛିଡା କରୁଛି। ଗୁଜୁରାଟରେ ବିଜେପି ଆରମ୍ଭରୁ ହିନ୍ଦୁତ୍ୱ ଏଜେଣ୍ଡାରେ ରହି ମୁସଲମାନଙ୍କୁ ପ୍ରାର୍ଥୀ କରୁ ନ ଥିଲା। ଲୋକସଭା ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ, ଗତ ତିନି ଦଶନ୍ଧି ମଧ୍ୟରେ ବିଜେପି କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରି ନାହିଁ। ହେଲେ ଚଳିତ ପୌର ନିର୍ବାଚନରେ ବିଜେପି 31…

Read More

ନୂଆଦିଲ୍ଲୀ- ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ। ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ । ଆଧ୍ୟାତ୍ମିକତା ଏବଂ ଚିନ୍ତାଧାରା ଭଲ ରହିବ । ଏହି ରାଶି ହେଲା କୁମ୍ଭ ଏବଂ ମୀନ। ଆଜିର ଦିନ ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ । ଆଜି କିଛି ଦାନ କରନ୍ତୁ । ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ସମ୍ଭାବନା ରହିଛି। ପିତା ଏବଂ ବରିଷ୍ଠମାନଙ୍କର ଆଶୀର୍ବାଦ ମିଳିବ।

Read More

ମେଷ: – ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି ଏବଂ ପରିଶ୍ରମ କରିବା ସତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲା ବିଷୟରେ ଚିନ୍ତିତ ହୋଇପାରନ୍ତି । ଅଧିକ ବ୍ୟସ୍ତତା ହେତୁ ଆପଣ ପରିବାରକୁ କମ୍ ସମୟ ଦେବେ, କିନ୍ତୁ ଆପଣ କାର୍ଯ୍ୟରେ ସଫଳତା ପାଇବେ । ପେଟ ଯନ୍ତ୍ରଣା ହେବାର ସମସ୍ୟା ହୋଇପାରେ । ବୃଷ: – ଦିନ ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ:…

Read More

ନୂଆଦିଲ୍ଲୀ, ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧି ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟରେ ଭାଗ ନେଇ ମନ ଖୁସି ହେବ । ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ । ବକ୍ତବ୍ୟରେ ସଂଯମତା ରଖନ୍ତୁ । ଏହି ଦୁଇଟି ରାଶି ହେଲା ଧନୁ ଏବଂ ମକର। ଆଜି କଣ୍ଟିଜେନ୍ସି ଟଙ୍କା ମିଳିପାରେ ।  ବ୍ୟବସାୟ କ୍ଷେତ୍ରରେ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଉଚ୍ଚ ପଦାଧିକାରୀଙ୍କ ସୁଖ ଆପଣଙ୍କ ଉପରେ ରହିବ। ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରାକୁ ରୋକନ୍ତୁ ।

Read More

ନୂଆଦିଲ୍ଲୀ, ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ । ପୋଷାକ ଏବଂ ଆନନ୍ଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବ । ଆଦର୍ଶଗତ ଭାବରେ ଦୃଢ ରହିବେ। ମନ ସୃଜନଶୀଳ ଧାରାରେ ରହିବ। ଦିନଟି ଖୁସିରେ ବିତାଇବ । ଏହି ରାଶି ଦୁଇଟି ହେଲା ତୂଳା ଏବଂ ବିଛା ରାଶି। କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହିବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୌଣସି କ୍ଷତି ହେବ ନାହିଁ ।

Read More

ନୂଆଦିଲ୍ଲୀ, ଆଜି ଆପଣଙ୍କର ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଭାଇମାନଙ୍କ ସହିତ ସମୟ ବିତାଇବେ । ଏକ ସୁନ୍ଦର ଯାତ୍ରାର ଯୋଗ ରହିଛି। ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ଭେଟିବାର ସମ୍ଭାବନା ଅଛି । ଏହି ଦୁଇଟି ରାଶି ହେଲା ସିଂହ ଏବଂ କନ୍ୟା। ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ ।

Read More

ନୂଆଦିଲ୍ଲୀ, ଆଜି ମଧ୍ୟମ ଦିନ ହେବ । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଜୀବନସାଥୀ ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାକୁ ଏଡ଼ାନ୍ତୁ। ଏହି ଦୁଇ ରାଶି ହେଲା ମିଥୁନ ଏବଂ କର୍କଟ। ଆଜି ଛାତି ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ବ୍ୟାଧିରୁ ଯନ୍ତ୍ରଣା ଅନୁଭବ ହେବ । ଘରେ ସଦସ୍ୟଙ୍କ ସହ ତୀବ୍ର ଆଲୋଚନା କିମ୍ବା ବିତର୍କ ହେତୁ ମନରେ ଦୁଃଖ ମଧ୍ୟ ରହିବ । ଆଜିର ଦିନ ଅସୁବିଧାରେ ପରିପୂର୍ଣ୍ଣ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।

Read More

ନୂଆଦିଲ୍ଲୀ, ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି ଏବଂ ପରିଶ୍ରମ କରିବା ସତ୍ବେ ଫଳାଫଳ କମ୍ ହେବ । ସେହି ଦୁଇଟି ରାଶି ହେଲା ମେଷ, ବୃଷ। ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ ।

Read More

ନୂଆଦିଲ୍ଲୀ, ପଞ୍ଚାଙ୍ଗ ଅନୁଯାୟୀ ଚଳିତ ବର୍ଷ ବସନ୍ତ ପଞ୍ଚମୀ ତିଥି ଫେବୃଆରୀ ୧୬ ରେ ସକାଳ ୦୩:୩୬ ରେ ଆରମ୍ଭ ହୋଇ ଫେବୃଆରୀ ୧୭ ରେ ସକାଳ ୫.୪୬ ରେ ଶେଷ ହେବ। ଚଳିତ ବର୍ଷ ସରସ୍ୱତୀ ପୂଜାରେ ତିନୋଟି ସ୍ୱତନ୍ତ୍ର ଯୋଗ ସୃଷ୍ଟି ହେଉଛି। ଏଥର ବସନ୍ତ ପଞ୍ଚମୀରେ ଅର୍ଥାତ୍ ସରସ୍ୱତୀ ପୂଜାରେ ସର୍ବାର୍ଥ ସିଦ୍ଧ ଯୋଗ ରହିଛି, ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ମଧ୍ୟ ପଡୁଛି। ଏହି ତିନୋଟି ବିଶେଷ ଯୋଗ ରାତି ୦୮:୫୭ ମିନିଟରୁ ଆରମ୍ଭ ହୋଇ ଆଗାମୀ ଦିନ ଫେବୃଆରୀ ୧୭ ତାରିଖ ୦୬:୫୮ ମିନିଟ ପର୍ଯ୍ୟନ୍ତ ଚାଲିବ। ଅଶ୍ୱିନୀ ନକ୍ଷତ୍ରର ମିଶ୍ରଣ ମଧ୍ୟ ଅମୃତ ସିଦ୍ଧି ମହାଯୋଗରେ ପରିଣତ ହେଉଛି, ଯାହା ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର। ଭମାଶ୍ୱିନୀ ଯୋଗର ମିଶ୍ରଣ ମଧ୍ୟ ବିରଳ, ଯାହା ରାତି ୧୦.୫୫ ରୁ ଆରମ୍ଭ ହୋଇ ତାପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ…

Read More

ନୂଆଦିଲ୍ଲୀ, ଶନିଦେବଙ୍କୁ ସାଧାରଣତଃ ଭାଗ୍ୟର ଦେବତା ବୋଲି କୁହାଯାଇଥାଏ। ଶନିଦେବ ଯଦି କାହା ଉପରେ କୋପ ଦୃଷ୍ଟି ପକାଇଲେ ତେବେ ତାଙ୍କର ବହୁ କ୍ଷତି ଘଟିବ। ସେଥିପାଇଁ ଯାହାଙ୍କର ଶନି ଦୋଷ ଲାଗିବ ସେମାନେ ଶନିଶ୍ଚର ପୂଜା କରିଥାନ୍ତି। ତେବେ ଖୁସିର କଥା ବର୍ତ୍ତମାନ ଦୁଇଟି ରାଶି ଉପରେ ଶନି ଦେବ ପୁରା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆର୍ଶିବାଦ ଢାଳି ଦେଉଛନ୍ତି। ସେହି ରାଶିର ବ୍ୟକ୍ତିମାନେ କେବେ ବି ଆଉ କୌଣସି ପ୍ରକାରର ଅସୁବିଧାର ସମ୍ମଖୀନ ହେବେ ନାହିଁ। ସେହି ଦୁଇଟି ରାଶି ହେଉଛି ସିଂହ ରାଶି ଏବଂ ମୀନ ରାଶି। ସେମାନଙ୍କର ବ୍ୟବସାୟ ବୃଦ୍ଧି ଘଟିବ। ଧନ ସଂପତ୍ତିରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ପରିବାରରେ ଶାନ୍ତି ରହିବ। ଯଦି ଅନ୍ୟ କୌଣସି ଦୋଷ ରହେ ତେବେ ସେଥିରେ ସମସ୍ୟା ଆସିପାରେ। ହେଲେ ଶନିଙ୍କ ସଂପର୍କିତ ଅସୁବିଧା କିଛି ରହିବ ନାହିଁ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଛତ୍ରପୁର ଥାନା ବଡ଼ମାଧପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋବା ଗ୍ରାମର ସୋମନାଥ ସ୍ୱାଇଁ। ସେ ମାଧପୁର ଛକରେ ପନିପରିବା ବିକ୍ରି କରିବା ନିଜ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଗ୍ରାମରେ ପ୍ରସାରିତ ହେବା ପରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳର ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ଏହିରାସ୍ତା ଦେଇ ପ୍ରତିଦିନ ଏଭଳି ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବାରୁ ରାସ୍ତାରେ ହମ୍ପସ୍ ଏବଂ ଟ୍ରାଫିକ୍ ପୋଷ୍ଟ ପାଇଁ ଲୋକେ ଦାବି ମଧ୍ୟ କରିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଜଣେ ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ ଯୋଗୁଁ ଅଂଚଳବାସୀ ତଥା ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡ଼ିଛି। ଘଟଣାରୁ ପ୍ରକାଶ ଯେ ସୁକୁଣ୍ଡା ଗ୍ରାମର ଶିବରାମ ଗୌଡ଼ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ନିକଟରେ ଥିବା ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିଲା। ଏହା ଦେଖି ଆଖପାଖ ଲୋକେ ଜମାହୋଇ ବହୁତ ବୁଝାସୁଝା କରିଥିଲେ ମଧ୍ୟ ସେ ତଳକୁ ଆସିନଥିଲା। ମଦ ନିଶାରେ ଚୁର୍ ହୋଇ କାଳେ ତଳେ ପଡ଼ିଯିବ ଭାବି ଲୋକେ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଦୀର୍ଘ ଦୁଇଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବାହିନୀ ଯୁବକଙ୍କୁ ଟାୱାରରୁ ଓହ୍ଲାଇବାରେ ସଫଳ ହୋଇଥିଲା। ପରେ ଶିବରାମ ଗୌଡ଼ଙ୍କୁ ସଦରଥାନାକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଶିବରାମଙ୍କ ନିଜ ଘର ଦିଗପହଣ୍ଡି ଗୋଡ଼ପଲ୍ଲୀ ଅଂଚଳର। ସେ ଶ୍ୱଶୁର ଘର ଗ୍ରାମ ସୁକୁଣ୍ଡାରେ ଏକ ଘର…

Read More

ଭୁବନେଶ୍ଵର: ଆଜି ସନ୍ଧ୍ୟାରେ ରାଜଧାନୀରେ ଏକ କାରକୁ ଟାର୍ଗେଟ କରି ଦୁଇ ଜଣ ଦୁର୍ବୃତ୍ତ ବୋମା ଫିଙ୍ଗି ଥିବାର ସୂଚନା ମିଳିଛି। ଭୁବନେଶ୍ଵର-କଟକ ରୋଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁର୍ବୃତ୍ତମାନେ ଏକ କାର ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ କାରଟି ବିଶେଷ କିଛି କ୍ଷତି ହୋଇନଥିବା ବେଳେ କେହି ଆହତ ହୋଇନଥିବା ଜଣାପଡିଛି। ଫିଙ୍ଗା ଯାଇଥିବା ବୋମା ମଧ୍ୟରୁ ଗୋଟିଏ ବୋମାକୁ ପୋଲିସ ଜବତ କରିବା ସହ ଆଉ ଏକ ବୋମାକୁ ନିଷ୍କ୍ରିୟ କରାଯାଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ୩ ଦିନ ଧରି ବିଦେଶୀ ପକ୍ଷୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଥିଲା। ଆଜି ଏହି କାର୍ଯ୍ୟକ୍ରମର ଉଦଯାପନ ଦିବସ ଥିଲା। ପ୍ରଥମ ଦିନ ସୋରଣ ଗ୍ରାମରେ ଏହି ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇଥିଲେ। ଦ୍ଵିତୀୟ ଦିନ ମଙ୍ଗଳା ଯୋଡି ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ  ପ୍ରାକ୍ତନ ଖୋର୍ଦ୍ଧା ଉପ ଜିଲାପାଳ ଦେବରାଜ ସେନାପତି ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଭୁଷଣ୍ଡ ପୁର ମେଳଣ ପଡିଆରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁଷଣ୍ଡପୁର ଅଂଚଳର ଜନ ସାଧାରଣଙ୍କ ସହଯୋଗରେ ଏକ ଶୋଭାଯାତ୍ରା ବାହାରି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂଘ ସଭାପତି  ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟନାୟକ, ମୁଖପାତ୍ର ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋଶ କୁମାର ଦାସ, ବନ୍ୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୬, ଅନୁଗୁଳରୁ ୯, ଖୋର୍ଦ୍ଧାରୁ ୯, ପୁରୀରୁ ୮, କଟକରୁ ୬, ଯାଜପୁରରୁ ୬, ସମ୍ବଲପୁରରୁ ୬, ବଲାଙ୍ଗୀରିରୁ ୫, ମୟୂରଭଞ୍ଜରୁ ୪, ଦେବଗଡ଼ରୁ ୩, ଗଜପତିରୁ ୩, ଝାରସୁଗୁଡ଼ାରୁ ୩, ବରଗଡରୁ ୨, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ରାୟଗଡ଼ାରୁ ୨, ନୂଆପଡ଼ାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୪୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧ କୁ ବୃଦ୍ଧି ହୋଇଛି। ତେବେ ୬୮୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…

Read More

ଲକ୍ଷ୍ନୌ: କାରରେ ବାଲାଜି ଦର୍ଶନ କରିବାକୁ ଯାଉଥିବା ସମସ୍ତ ୬ ଜଣ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ରାଜପଥରେ ଏଭଳି ଏକ ଦୁଃଖଦ ଘଟଣା ଘାଟିଯାଇଛି। ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଯୁବକଙ୍କ ମୃତ ଦେହକୁ କାଢିବା ପାଇଁ କାରକୁ କାଟିବାକୁ ପଡିଥିଲା। ସୂଚନା ଅନୁଯାୟୀ, ୬ ଜଣ ସାଙ୍ଗ ବାଲାଜି ଦର୍ଶନ କରିବା ଲାଗି ଇକୋ ସ୍ପୋର୍ଟ୍ସ କାରରେ ଯାଉଥିଲେ। ରାତି ପାଖାପାଖି ୧ ଟା ସମୟରେ ଗାଡି ଚଲାଉଥିବା ଯୁବକକୁ ନିଦ ଲାଗିଯାଇଥିବାରୁ ରାସ୍ତାରେ ଥିବା ଏକ ଟ୍ରକ ଭିତରେ ପଶିଯାଇଥିଲା। ଗାଡିର ଗତି ବହୁତ ଦ୍ରୁତ ଥିବାରୁ କାରର ଉପରି ଭାଗ ଛାତ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଭୀଷଣ ଦୁର୍ଘଟଣାରେ ପ୍ରମୋଦ ଯାଦବ, ସତ୍ୟଭାନ, ମୋହିତ ପାଲ, ଶୋନୁ ଯାଦବ, ଜ୍ଞାନେନ୍ଦ୍ର ନାମଙ୍କ ୬ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି। ଡକ୍ଟର୍‌ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ ଫେବୃଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ୍‌ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇଏମ୍‌ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟନ କରିଥିଲେ। ପ୍ରତ୍ୟହ ଅପରାହ୍ଣ ୩ ଟାରୁ ୫ଟା ପର୍ଯ୍ୟନ୍ତ ନୂତନ ଭାବେ ଯୋଗ ଦେଇ ଥିବା ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ପ୍ରାଣାୟାମ ଯୋଗ ଅଭ୍ୟାସ କରାଇବା ସହ ଓଁକାର ଧ୍ୱନି ମନ ଓ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ ସେ ନେଇ ଶିକ୍ଷା ପ୍ରଦାନ କରିଥିଲେ ସୋଆର ଯୋଗ ଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର…

Read More

ଭୁବନେଶ୍ବର, ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ଅନଧିକାର ବରବେଶ ଓ ଅନୁପ୍ରବେଶ ହେଉଛି ମୁଖ୍ୟ ଘଟଣା ଯାହାକି ଜୀବନ ହାନୀ ସହ ଗୁରୁତର ଆହତ ଘଟୁଅଛି। ଏହା ବ୍ୟତୀତ ଅନେକ ମୃତ୍ୟୁ ମାମଲା ରୁଜୁ ହୋଇଛି ଯାହାକି ଟ୍ରେନ୍ ସହିତ ଧକ୍କା ଦେବା କିମ୍ବା ଚାଲନ୍ତି ଟ୍ରେନ ରୁ ଖସି ପଡିବା କିମ୍ବା ଆତ୍ମହତ୍ୟା କରିବା ଘଟଣା ରେଳବାଇ ନଜରକୁ ଆସୁଅଛି। ପୂର୍ବ ତଟ ରେଳପଥ ମଧ୍ୟରେ ଏହି ଅଘଟଣ ସମ୍ବନ୍ଧରେ ଅତି ସମ୍ବେଦନ ଅଞ୍ଚଳ ଭାବରେ ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ବ୍ରହ୍ମପୁର ଅଞ୍ଚଳକୁ ଚିହ୍ନିତ କରିଛି। ଏହା ବ୍ୟତୀତ ଖୋର୍ଦ୍ଧା…

Read More