ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆସନ୍ତା ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ହରିୟାନା ପଞ୍ଚକୁଲାଠାରେ ଅନୁଷ୍ଠିତ ହେବାକୁ ଥିବା ୮୨ତମ ସିନିୟର ଜାତୀୟ ଟେବୁଲ୍ ଟେନିସ୍ ଚମ୍ପିୟନସିପ୍-୨୦୨୧ରେ ଭାଗ ନେବା ପାଇଁ ଗଂଜାମରୁ ୮ ଖେଳାଳୀ ଏବଂ କୋଚ୍ମାନେ ଯାତ୍ରା କରିବେ। ଏହି ଦଳରେ ଏମ୍ ଈଶ୍ୱର ରାଓ, ଦିଶାନ୍ତ ପରିଡ଼ା, ସୁଦୀପ କୃଷ୍ଣ ବେହେରା ସିନିୟର ବାଳକ ବିଭାଗରେ ଏବଂ ମୟୁରୀ ଚାଟାର୍ଜୀ, ୟୋଶିତା ଜାମୁଲା, ଅଂଜଳି ଅଗ୍ରୱାଲ, ଶ୍ରୀକ୍ରିତି ଭାଗତ, ବୈଶାଖୀ ବାଲ ମହିଳା ବିଭାଗରେ ଯାତ୍ରା କରିବେ। ଖେଳାଳୀଙ୍କ ସହ କୋଚ୍ ତଥା ମ୍ୟାନେଜର ନିହାର ଆର୍ ମିଶ୍ର ଯାତ୍ରା କରିବେ।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବହୁଚର୍ଚ୍ଚିତ ପାଠକ ବାପା-ପୁଅ ଆଜି ଦୁଇଟି ମାମଲାରେ ଗୋଳନ୍ଥରା ପୋଲିସ୍ ପକ୍ଷରୁ ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। କେସ ନଂ ୨୨୫୦/୨୦, ୬୨/୨୧ ମାମଲାରେ ଉଭୟ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକକୁ ହାଜର କରାଯାଇଥିବାବେଳେ ୬୧/୨୧ ମାମଲାରେ ଗୋଳନ୍ଥରା ପୋଲିସ୍ ଗୋଟିଏ ଦିନ ପାଇଁ ପୁଅ ଆକାଶ ପାଠକକୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ତେବେ ୧୩ ତାରିଖ ଯାଏଁ ଉଭୟ ବାପା-ପୁଅ ଜେଲ୍ରେ ରହିବା ପରେ ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡ଼ିଛି। ଆଜି କଡ଼ା ସୁରକ୍ଷା ମଧ୍ୟରେ ଉଭୟ ବାପା ପୁଅକୁ କଡ଼ାସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଏସ୍ଡ଼ିଜେଏମ୍ କୋର୍ଟକୁ ଅଣାଯାଇଥିଲା। ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଯେଉଁ ଅଭିଯୋଗ ହୋଇଛି ସେହି ଏଫ୍ଆଇଆର୍ କପିରେ ଉଭୟ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ନାମରେ କୌଣସି ଅଭିଯୋଗ ନାହିଁ। ଯଦି ପ୍ରଦୀପ ପାଣିଗ୍ରାହୀ ଟଙ୍କା ଖାଇଲେ କିମ୍ବା ଅନ୍ୟ କୌଣସି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା, ଜିଲ୍ଲାର ଦୃତ ବିକାଶ ଏବଂ ଅନ୍ୟାନ୍ୟ ଦାବି ନେଇ ଆଜି ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁରଠାରେ ଗ୍ରୀନ୍ ଫିଲ୍ଡ ଡ଼ୋମାଷ୍ଟିକ୍ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଂଜାମ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ, ରେଳବିଭାଗ ଦ୍ୱାରା ସଦା ଅବହେଳିତ ହେଉଥିବା ଗଂଜାମ ଜିଲ୍ଲାରେ ରେଳପଥର ବିକାଶ ଓ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ପାଇଁ ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ, କେନ୍ଦ୍ର ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶାଳୀ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସଂପାଦକ ସରୋଜ ପଟ୍ଟନାୟକ, ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍ର ବରିଷ୍ଠ ସଦସ୍ୟ ଭି. ସୋମେଶ୍ୱର ରାଓ, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ, ଅଭିଭାବକ ମହାସଂଘର ମଧୁସୂଦନ ସାହୁ, ଡ଼ିଭାଇନ୍ ଚାରିଟିର…
କନ୍ଦର୍ପ ବେହେରା ରେଢାଖୋଲ: ଜଳ ସଂପଦ ବିଭାଗ ତରଫରୁ ନାକଟିଦେଉଳ ବ୍ଲକ୍ରେ ୪ ଟି ସ୍ଥାନରେ କ୍ଷୁଦ୍ର ଜଳ ସଂପଦ ପ୍ରକଳ୍ପର ଲୋକାର୍ପଣ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଂଚାୟତର ଧଳପୁର ଠାରେ କ୍ଷୁଦ୍ରଜଳ ସେଚନ ବିଭାଗ ତରଫରୁ ଧଳପୁର କଟା ଟ୫୭ ଲକ୍ଷ, ୯୯ହଜାର,୭୬୦ ଟଙ୍କା, ଗିରିଶ୍ଚନ୍ଦ୍ରପୁର ମୁଖ୍ୟ କେନାଲ ର କଂକ୍ରିଟକରଣ ପାଇଁ ଟ ୪୮ ଲକ୍ଷ, ୯୩ ହଜାର, ୯୯୩ ଟଙ୍କା, ବାଟଗାଁ ଗ୍ରାମପଂଚାୟତର ଶଙ୍କରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତରଫରୁ କଟାର ଉନ୍ନତିକରଣ ପାଇଁ ୪୯ ଲକ୍ଷ, ୩୦ ହଜାର, ୫୦ଟଙ୍କା ଓ କେଉଟବେନୀ କଟାର ଉନ୍ନତି ପାଇଁ ୫୩ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପ କୁ ରେଢାଖୋଲ ବିଧାୟକ ତଥା ରାଜ୍ୟସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀ ଲୋକାର୍ପଣ କରିଥିଲେ। ଏହି ଲୋକାର୍ପଣରେ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପଟ୍ଟନାୟକ , ନାକଟିଦେଉଳ…
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଚାରମାଳ ପୋଲିସ ଯାନବାହାନ ଯାଂଚ କରୁଥିବା ବେଳେ ପ୍ରଧାନପାଲି ଛକରୁ ଦୁଇଟି ମୋଟର ସାଇକେଲରୁ ୧୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଅପରାହ୍ନ ୩ ଟା ୧୫ ମିନିଟ୍ ସମୟରେ ଚାରମାଳ ଥାନା ପ୍ରଧାନ ପାଲି ଛକରେ ଚାରମାଳ ପୋଲିସ୍ ଗାଡି ଯାଂଚ କରୁଥିବା ସମୟରେ ବୌଦ୍ଧରୁ ୨ ଟି ମୋଟର ସାଇକେଲ ସମ୍ବଲପୁର ପଟକୁ ଯାଉଥିବା ବେଳେ ପୋଲିସ୍ ଗଞ୍ଜେଇ ଥିବାର ଜାଣିବାକୁ ପାଇ ବାଇକ ଦୁଇଟିକୁ ଅଟକାଇଥିଲା। ଯାଂଚ ବେଳେ ଦୁଇଟି ବ୍ୟାଗରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲା ଚାରମାଳ ପୋଲିସ୍। ଦୁଇଟି ମୋଟରସାଇକେଲ ମଧ୍ୟରୁ ହୋଣ୍ଡାସାଇନ୍ ର ଗାଡି ନଂ ଓଡି-୧୯କେ-୬୬୦୧ ଏବଂ ବାଜାଜ୍ ସିଟି୧୦୦ ବାଇକର ଗାଡି ନଂ ନ ଥିବା ଚାରମାଳ ପୋଲିସ୍ ପ୍ରକାଶ କରିଛି। ସେମାନଙ୍କ ପାଖରୁ ଚାରୋଟି ମୋବାଇଲ୍…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସୁନ୍ଦରଗଡ, ପୁରୀ ଏବଂ ଖୋର୍ଦ୍ଧାରୁ ୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡରୁ ୭, ଯାଜପୁରରୁ ୫, ସମ୍ବଲପୁରରୁ ୫, ବାଲେଶ୍ବରରୁ ୩, କଟକରୁ ୩, ଅନୁଗୁଳରୁ ୨, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ବଲାଙ୍ଗୀରିରୁ ୧, ଦେବଗଡ଼ରୁ ୧, ଜଗତସିଂହପୁରରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୨୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୮୪ କୁ ବୃଦ୍ଧି ହୋଇଛି। ତେବେ ୭୪୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୀର୍ଘ ୭ ଦିନ ଧରି ଚାଲିଥିଲା। ଆଜି ଏହାର ଉଦଯାପନ ହୋଇଯାଇଛି। ଏହି ଅବସରରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପକ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ନାମରେ ଖେଳାଯାଉଥିବା ଏହି ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଭୁବନେଶ୍ଵର ଏବଂ ମା’ ବଘେଇ କ୍ରିକେଟ କ୍ଲବ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୬୯…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ। ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି। ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି। ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ। କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “କରୋନା ମହାମାରୀ ସହ ଆପଣମାନେ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଏଠି ଅଫିସର୍ ରାଜ୍ ଚାଲିଥିବା ଅଭିଯୋଗ ହୋଇଛି। ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ତିର୍ତ୍ତୋଲ ପଞ୍ଚାୟତ ସମିତିର ଦ୍ୱାଦଶ ସାଧାରଣ ବୈଠକରେ ଜରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ଅଭିଯୋଗ କରିଛନ୍ତି। ଜନପ୍ରତିନିଧି ମାନଙ୍କୁ ଏଠି ଅଣଦେଖା କରାଯାଉଛି। କୌଣସି ବିଭାଗରେ ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁନାହିଁ। ଯୋଗ୍ୟ ହିତାଧିକାରୀ ତାଙ୍କର ନ୍ୟାର୍ଯ୍ୟ ପାଇପାରୁ ନାହାଁନ୍ତି। ଆବାସ ଯୋଜନାରେ ବହୁ ହିତାଧିକାରୀ ଗୃହକାର୍ଯ୍ୟ ଶେଷ କରି ତାଙ୍କର ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବହୁ ଗରିବ ଅନୁସୂଚିତ ଜାତି ଓ ଜନଜାତି ନିରାଶ୍ରୟ ବିଧବା ମହିଳା, ଭିନ୍ନକ୍ଷମ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଅଟନ୍ତି। ବ୍ୟାପକ ଠକେଇ ଓ ଜାଲିଆତି ବଢିଚାଲିଛି। ଉନ୍ନୟନମୂଳକ କାର୍ଯ୍ୟରେ ଜନପ୍ରତିନିଧିଙ୍କ ସହ ବିଚାର ବିମର୍ଶ କରାଯାଉନାହିଁ ବୋଲି ଏପରି ଅଭିଯୋଗ…
ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରି ଦୁଇଜଣ ଗିରଫ ହୋଇଥିବା ସୂଚନା ରହିଛି। ଅପରାଜିତାଙ୍କ ଘନିଷ୍ଠ ଥିବା ଦୁଇ ଜଣ ଗିରଫ ହୋଇଥିବା ସୂଚନା ରହିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଏବଂ ଆଉ ଜଣେ ଅତି ପାଖାପାଖି ଲୋକ ବୋଲି କୁହାଯାଉଛି। ସେମାନେ ହେଲେ ଧନେଶ୍ୱର ବାରିକ ଏବଂ ଜ୍ୟୋତିରଞ୍ଜନ ପଣ୍ଡା। ଏହି ଦୁଇ ଜଣଙ୍କ ଗିରଫ ନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଜର ବିଶ୍ଵସ୍ତ ଲୋକେ ଏଭଳି କାର୍ଯ୍ୟ କରି ଗିରଫ ହୋଇଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେପଟେ ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ କାରଣରୁ ଉଭୟଙ୍କୁ ଗିରଫ କରାଯାଇଥିବା ମଧ୍ୟ କୁହାଯାଉଛି। ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଅପରାଜିତା ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ ସେହି ସମୟରେ ଭୁବନେଶ୍ବର ସାଂସଦଙ୍କ ଫଟୋ ଥାଇ ପୁରୁଣା ଭୁବନେଶ୍ୱରର ଅନେକ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଏଥିସହିତ ତୋମର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ୟ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦଘାଟନ କରିଛନ୍ତି। ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ବ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୋମର ଏହି ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହି ଅବସରରେ “ଆତ୍ମ ନିର୍ଭରଶୀଳତା ଏବଂ ପୋଷଣ ନିରାପତ୍ତା” ଶୀର୍ଷକ ଏକ ତିନି ଦିନିଆ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ବ ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ କୃଷକମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଡାଲି ଓ ପୋଷଣ ନିରାପତ୍ତା ଉପରେ ବ୍ୟାପକ ବିଚାର…
ବାଲେଶ୍ବର: ଦେଶଦ୍ରୋହ ଅପରାଧରେ ଇଶ୍ଵର ବେହେରା ଦୋଷୀ ସାବ୍ୟସ୍ତ ହେଲେ। ବାଲେଶ୍ଵର ଏଡିଜେ କୋର୍ଟ ଇଶ୍ଵର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇଏସଆଇ ଲିଙ୍କରେ ଇଶ୍ଵର ୨୦୧୫ ମସିହାରେ ଗିରଫ ହୋଇଥିଲେ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ଦେଉଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଆଜି ବାଲେଶ୍ଵର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏନେଇ ରାୟ ଶୁଣାଣି କରିଛନ୍ତି। ତାଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।
UP Mukhyamantri Abhyudaya Yojana : ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଣୁଛନ୍ତି ଏକ ବଡ ଉପହାର। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ମୁଖମନ୍ତ୍ରୀ ଅଭ୍ୟୁଦୟ ଯୋଜନା’ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଯୁବପିଢୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଆସନ୍ତା ଫେବୃଆରୀ 16 ସରସ୍ବତୀ ପୂଜା ଶୁଭ ଅବସରରେ ଏହି ଯୋଜନା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଠିକ୍ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଆର.କେ ତିୱାରୀ ଏକ ଆଦେଶ ଦେଇଛନ୍ତି ଏବଂ ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ‘ମୁଖମନ୍ତ୍ରୀ ଅଭ୍ୟୁଦୋୟ ଯୋଜନା’ ଚଳାଇବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି। ଏହି ଆଦେଶ ଅନୁଯାୟୀ, ‘ମୁଖମନ୍ତ୍ରୀ ଅଭ୍ୟୁଦୟ ଯୋଜନା’ ଅଧୀନରେ ବସନ୍ତ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା। ଏନେଇ ଚନ୍ଦକା ପୋଲିସ ତନାଘନା ଆରମ୍ଭ କରିଥିଲା। ତେବେ ଆଜି ଏହି ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି। ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ କଟାମୁଣ୍ଡ ଖୋଜିବା ଆରମ୍ଭ କରିଥିଲା। ମୃତ ଦେହ ସ୍ଥାନରୁ ଦୁଇ କିଲୋମିଟର ଦୂରରେ ମୁଣ୍ଡର ଅବଶେଷ ମିଳିଥିଲା। ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଆଉ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି। ହେଲେ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ଏନେଇ କମିଶନରେଟ୍ ପୋଲିସ ପ୍ରେସମିଟ୍ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟର ସୂଚନା ଦେବେ ବୋଲି କହିଛନ୍ତି।
Actress Urvashi Rautela on Farm Bill : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ ୨ ମାସ ଧରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି। ସିମିଳା ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଉର୍ବଶୀ ତିନୋଟି କୃଷି ବିଲକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ମୁଁ ସେମାନଙ୍କୁ ସମର୍ଥନ କରୁଛି। ଆମ ଦେଶର କୃଷକମାନେ କିଛି ଭୁଲ କରୁ ନାହାଁନ୍ତି, କେବଳ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି। ଉର୍ବଶୀ ବର୍ତ୍ତମାନ ସିମିଳା ଗସ୍ତରେ ଅଛନ୍ତି। ପ୍ରାୟତଃ ଅବସର ସମୟରେ ଉର୍ବଶୀ ସିମିଳା ଯିବାକୁ ପସନ୍ଦ କରିଥାନ୍ତି। ସିମିଲା ସଂପର୍କରେ ସେ କୁହନ୍ତି ଯେ, ମୁଁ ସିମିଳାର ଜଳବାୟୁ ଏବଂ ପାହାଡକୁ ଭଲ ପାଏ। ବିଭିନ୍ନ ସମୟରେ ମୁଁ ସିମିଳା ଯିବାକୁ ବିଭିନ୍ନ ବାହାନା ଖୋଜିଥାଏ। ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ମୁଁ ଏଠାରେ ଥିବା ଲୋକଙ୍କୁ, ସେମାନଙ୍କର ଖାଦ୍ୟ, ପାହାଡ…
ଭୁବନେଶ୍ବର: ଓଡ଼ିଶାର କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଦୀର୍ଘ ଦିନ ଧରି ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗିରହିଛି। ଏହା ଭିତରେ ଓଡିଶାର କୋଟିଆରେ ଆନ୍ଧ୍ର ପ୍ରଦେଶ ନିଜର ପଞ୍ଚାୟତ ନିର୍ବାଚନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ରାଜ୍ୟ ସରକାର ବିରୋଧ କରିବା ସହ ଏନେଇ ସୁପ୍ରିମକୋର୍ଟରେ ଦ୍ଵାରସ୍ଥ ହୋଇଥିଲା। ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ସୁପ୍ରିମକୋର୍ଟଙ୍କୁ ଓଡିଶା ସରକାର ଦର୍ଶାଇଥିଲା। ଏହାର ତ୍ଵରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟକୁ ରାଜ୍ୟ ସରକାର ଅନୁରୋଧ କରିଥିଲା। ତେବେ ଏହାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ କରାଯିବ ବୋଲି ସୂଚନା ରହିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିହାରର ବରିଆରପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରମାନେ ବିଭିନ୍ନ ବିଭାଗରେ ୧୦ଟି ପୁରସ୍କାର ଜିତି ପ୍ରଶଂସାର ପାତ୍ର ହୋଇଛନ୍ତି। ପାତ୍ରପୁର ବ୍ଲକ୍ ଆଶିଷ ଅଂଶୁମାନ ସୌଖିନ କଳକାର ସଂଘ ତରଫରୁ ଗଂଜାମର ଏକ ୧୪ ଜଣିଆ ନାଟକ ଦଳ ସେଠାରେ ଓଡ଼ିଆ ନାଟକ “ଶାପିତ ପୁତ୍ର” ମଞ୍ଚସ୍ଥ କରାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଏହି ନାଟକକୁ ୧୦ଟି ପୁରସ୍କାର ମିଳିଛି। ଦଳର ସୁଧାକର ମହାରଣାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା, ସାଗରିକ ଭୋଇଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ, ଭଗବାନ ମଲିକଙ୍କୁ ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା, ନାଟ୍ୟକାର ରାଜଗୋପାଳ ପାଢ଼ୀଙ୍କୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ନାଟ୍ୟକାର ଓ ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ, ନିଳାଞ୍ଚଳ ପାତ୍ରଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତା, ରାମଶଙ୍କର ପଟ୍ଟନାୟକଙ୍କ ତୃତୀୟ ଶ୍ରେଷ୍ଠ ରୂପସଜ୍ଜା, ଅରୁଣ ସାହୁଙ୍କୁ ତୃତୀୟ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଥିବାବେଳେ ଦଳକୁ ତୃତୀୟ ଶ୍ରେଷ୍ଠ ନାଟକ ପୁରସ୍କାର ମିଳିଛି।…
ଭୁବନେଶ୍ବର: ଆଜି ରାଜ୍ୟରେ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୬ ଜଣ ଚିହ୍ନଟ ହୋଇଥିବାବେଳେ ୩୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୨୨୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୦୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୯୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୦ ଜଣ, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ୪, ବଲାଙ୍ଗୀରି…
ଦିଲ୍ଲୀ: ହରିୟଣା ଗାୟିକା ଏବଂ ଅଭିନେତ୍ରୀ ସପନା ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜ୍ଜୁ କରିଛି। ସପନାଙ୍କ ଉପରେ ଟଙ୍କା ହଡପ କରିବା ଅଭିଯୋଗରେ ଏହି ମାମଲା ରୁଜ୍ଜୁ ହୋଇଛି। ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଏନେଇ ତଦନ୍ତ ଆରମ୍ଭ କରିଦେଇଛି। ଇଓଡବ୍ଲୁ ସପନାଙ୍କ ବିରୋଧରେ ଆଇପିସି ଧାରା ୪୨୦, ୧୨୦ ବି, ୪୦୬ ଆଧାରରେ କେସ ରୁଜ୍ଜୁ ହୋଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍ରିଡ଼ଲେ୍ କଇଁଚଙ୍କ ସଂରକ୍ଷଣ ଓ ସାମୁହିକ ଅଣ୍ଡଦାନ ସକାଶେ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାମୁଦ୍ରିକ କଇଁଚଙ୍କ ପରିଚାଳନା ଓ ସଂରକ୍ଷଣ ପ୍ରଦର୍ଶନୀକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଥିଲେ ଯେ ଭବିଷ୍ୟତରେ ହରିପୁର ଓ ସୁନାପୁରଠାରେ ଗୋଟିଏ ଲେଖାଏଁ ପ୍ରକଳ୍ପ ହେବାର ଯୋଜନା ରହିଛି। ଅଲିଭ୍ରିଡ଼୍ଲେ କଇଁଚଗୁଡ଼ିକ ସାମୁହିକ ଅଣ୍ଡାଦାନ ପାଇଁ ମାଇଲ୍ ମାଇଲ୍ ଦୂରତା ଅତିକ୍ରମ କରି ବଟଶ୍ୱେର, ଗୋଖୁରକୁଦା, ପ୍ରୟାଗୀ, ରାମୟୋପାଟଣା, ଅନ୍ତରାପୁର ବେଳାଭୂମିକୁ ଆସୁଛନ୍ତି। ଅଣ୍ଡାଦାନ ସମୟରେ ଯେପରି ସେଥିରେ ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏହି ଅଂଚଳକୁ ପରିଭ୍ରମଣ ତଥା ଗବେଷଣା ପାଇଁ ଆସୁଛନ୍ତି। ବେଳାଭୂମି ଯେପରି ପରିଷ୍କାର…

