ଭୁବନେଶ୍ବର: ଆଜି ରାଜ୍ୟରେ ୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୯ ଜଣ ଚିହ୍ନଟ ହୋଇଥିବାବେଳେ ୩୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୭୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୮ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୦ ଟି ଜିଲ୍ଲାରୁ ମୋଟ୍ ୮୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୫ ଜଣ, ଅନୁଗୁଳ ଜିଲ୍ଲାରୁ ୯, ବାଲେଶ୍ଵର ଜିଲ୍ଲାରୁ ୩ ଜଣ, ବରଗଡ ଜିଲ୍ଲାରୁ ୬ ଜଣ,…
Author: Samikhsya Bureau
କରୋନା ଟିକା ନେଉଛନ୍ତି କଟକ ମ୍ୟୁନିସପାଲ କମିଶନର ଅନନ୍ୟା ଦାସ
ଭୁବନେଶ୍ଵର: ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମେ’ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଦ୍ୟଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମେ’ ୩ ରୁ ୧୨ ପର୍ଯ୍ୟନ୍ତ ସଂସ୍କୃତ ମଧ୍ୟମା ପରୀକ୍ଷା ଓ ୧୫ ପର୍ଯ୍ୟନ୍ତ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ଫର୍ମପୂରଣ ଜାନୁଆରି ୧୦ ତାରିଖରୁ ଆରମ୍ଭ ହୋଇଛି। ଏହାର ଶେଷ ତାରିଖ ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫେବୃୟାରୀ ୧୦ତାରିଖ ପରେ ପରୀକ୍ଷା ପାଇଁ ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଜଣାପଡ଼ିବା ପରେ ପରୀକ୍ଷା କେନ୍ଦ୍ର, ପ୍ରଶ୍ନପତ୍ର ପାଇଁ ନୋଡାଲ ସେଣ୍ଟର, ପରୀକ୍ଷାର କାର୍ଯ୍ୟସୂଚୀ ଆଦି ପ୍ରକାଶ କରାଯିବ।
ଭୁବନେଶ୍ବର, ଆଜି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି କରୋନା ଟୀକା ଗ୍ରହଣ କରିଛନ୍ତି। ବର୍ତ୍ତମାନ କୋଭିଡ ଯୋଦ୍ଧାମାନେ ଏହି ଟୀକା ନେଉଥିବାରୁ ତାଙ୍କୁ ପ୍ରଦାନ କରାଯାଇଛି। ପ୍ରଥମ ସ୍ହାସ୍ଥ୍ୟ କର୍ମିମାନଙ୍କୁ ଟୀକା ଦିଆଯିବା ପରେ ବର୍ତ୍ତମାନ ଏହି କରୋନା କାର୍ଯ୍ୟରେ ନିୟୋଜିତ ଅନ୍ୟମାନଙ୍କୁ ମଧ୍ୟ ଟୀକା ପ୍ରଦାନ କରାଯାଉଛି। ସେହି ପରିପ୍ରେକ୍ଷୀରେ ପୋଲିସ କର୍ମଚାରୀଙ୍କୁ ଏହି ଟୀକାକରଣ ଆରମ୍ଭ କରାଯାଇଛି। ସେଥିପାଇଁ ଅଗ୍ନିଶମ ଡିଜି ଭାବେ ସତ୍ୟଜିତ ମହାନ୍ତି ଏହି ଟୀକା ପ୍ରଥମେ ଗ୍ରହଣ କରିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୭୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୯୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୧୪ ହଜାର ୩୦୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୯୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୧୦ ହଜାର ୭୯୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୪ ହଜାର ୫୯୦ ଆକ୍ଟିଭ୍ କେସ୍ ରହିଛି।
ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ପଙ୍କପାଳ ଛକ ନିକଟରେ ଏକ ବାଇକ୍ କୁ ତେଲ ଟ୍ୟାଙ୍କର ଧକ୍କା ଦେବାରୁ ଘଟଣା ସ୍ଥଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିଲା। ସୂଚନାନୁଯାୟୀ ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ରାହାମା ତାଳପଡା ପଞ୍ଚାୟତ ଖୁଣ୍ଟଳ ଗ୍ରାମର ହୃଷୀକେଶ ପ୍ରଧାନ ବାଇକ୍ ଚଳାଇ ଆସୁଥିବା ବେଳେ ପାରାଦ୍ଵୀପରୁ କଟକ ଅଭିମୁଖେ ଯାଉଥିବା ଏକ ପିଡିଏସ୍ କିରୋସିନି ଟ୍ୟାଙ୍କର ହୃଷିକେଶଙ୍କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହୃଷୀକେଶଙ୍କର ମୃତ୍ୟୁ ହୋଇଥିଲା। ମୃତ ହୃଷିକେଶଙ୍କ ଶବ ବ୍ୟବଚ୍ଛେଦ କରାଯିବାକୁ ଦାବି କରି ପରିବାର ଲୋକେ ଓ ଶତାଧିକ ଗ୍ରାମବାସୀ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ରାହାମା ବଜାର ଠାରେ ସଂନ୍ଧ୍ୟା ବେଳ ଠାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ପରେ ତିର୍ତ୍ତୋଲ ପୋଲିସ୍ ଓ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ କୁଜଙ୍ଗ ତହସିଲଦାର…
ଭୁବନେଶ୍ବର: ମାହାଙ୍ଗା ଡବଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ଵାଳଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ପ୍ରଫୁଲ୍ଲ ନିଜ ବାଇକରେ ଯାଉଥିବା ବେଳେ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଟାଙ୍ଗୀ ଗୋବିନ୍ଦପୁରରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବକୁ ଏସସିବି ପଠାଯାଇଛି। ଘଟଣାସ୍ଥଳରୁ ପୋଲିସ ତାଙ୍କର ବାଇକ ଏବଂ ମୋବାଇଲ ଜବତ କରିଛି। ହେଲେ ପ୍ରଫୁଲ୍ଲଙ୍କ ମୃତ୍ୟୁ ନେଇ ପୋଲିସ କିମ୍ବା ତାଙ୍କର ପରିବାର ଲୋକ ସ୍ପଷ୍ଟ କରିନାହାନ୍ତି। ହତ୍ୟାକାଣ୍ଡପରେ ଅଭିଯୁକ୍ତ ପ୍ରଫୁଲ୍ଲ ଫେରାର ଥିଲେ।
ନୂଆଦିଲ୍ଲୀ: କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଚଳିତ ଆଇପିଏଲରେ ଖେଳିପାରନ୍ତି। ୧୮ ଫେବୃୟାରୀରେ ହେବାକୁ ଥିବା ଖେଳାଳି ନିଲାମୀ ପାଇଁ ଅଲରାଉଣ୍ଡର ଅର୍ଜୁନ ତେନ୍ଦୁଲକର ନିଜର ନାମ ପଞ୍ଜୀକୃତ କରିଛନ୍ତି। ଅର୍ଜୁନ ଏଥିପାଇଁ ନିଜର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ସ୍ଥିର କରିଛନ୍ତି। ସେ ଆଇପିଏଲ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସର ନେଟ ବୋଲର ଅଛନ୍ତି। ଅର୍ଜୁନ ଏହି ବର୍ଷ ସୟଦ ମୁସ୍ତାକା ଅଲି ଟ୍ରଫିରେ ଖେଳି ସାରିଛନ୍ତି। କିନ୍ତୁ ବାମ ହାତୀ ଦୃତ ବୋଲର ଅର୍ଜୁନ ଏହି ଟୁର୍ଣ୍ଣାମେଣ୍ଟରେ କିଛି ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ଗୋଟିଏ ମ୍ୟାଚରେ ୩ ଓଭର ବୋଲିଂ କରି ୩୪ ରନ ଦେଇ ୧ଟି ୱିକେଟ ନେଇଥିଲା।
ନୂଆଦିଲ୍ଲୀ: ବିଜେଡିର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ବିଭିନ୍ନ ସମୟରେ ନିଜର କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥାନ୍ତି। ବର୍ତ୍ତମାନ ସଂସଦରେ ସେ ଯେପରି ଓଡିଶା ପ୍ରସଂଗରେ ତଥ୍ୟ ରଖୁଛନ୍ତି ତାହା ମଧ୍ୟ ସ୍ବାଗତଯୋଗ୍ୟ। ସେହିପରି ନୂଆକରି ସାଂସଦ ହୋଇ ଗୃହ ପରିଚାଳନା କରିବାର ଦାୟିତ୍ବ ମିଳିବା ନିଶ୍ଚିତ ଗର୍ବର କଥା। ସେହିପରି ଆଉ ଏକ ନୂଆ କଥା ଦେଖିବାକୁ ମିଳିଛି ଏହି ବଜେଟ ଅଧିବେସନରେ। ଫେବୃୟାରୀ ୧ ତାରିଖରେ ଗୃହରେ ବଜେଟ ଉପସ୍ଥାପନ ହୋଇଥିଲା। ସେହିଦିନ ସସ୍ମତି ସଂସଦକୁ ସାଇକେଲରେ ଯାଇଥିଲେ। ତାଙ୍କ ସହିତ ଅନ୍ୟତମ ସାଂସଦ ଡକ୍ଟର ବିକାଶ ମହାତ୍ମେ ମଧ୍ୟ ଯାଇଥିଲେ। ସଂସଦ ଭବନ ନିକଟରେ ଥିବା ସାଂସଦମାନେ ସାଇକେଲରେ ଯିବାଆସିବା କରିବା ଉଚିତ ବୋଲି ସସ୍ମତି ଆହ୍ବାନ ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଲୁଟ ହୋଇଛି। ସୂଚନା ମୁତାବକ ଗତକାଲି କଟକ ଜଗତପୁରରୁ ଏକ ଘରୋଇ ଆଇସକ୍ରିମ କମ୍ପାନୀ ଗାଡି (ଓଡ଼ି୦୫ ଏଭି୩୮୯୫) ଆଇସକ୍ରିମ ନେଇ ବ୍ରହ୍ମପୁର ଯାଇଥିଲା। ବ୍ରହ୍ମପୁରରୁ ଆଇସକ୍ରିମ ଖାଲି କରି ଜଗତପୁର ଫେରୁଥୁବା ବେଳେ ଆଜି ପାଖାପାଖି ସକାଳ ୬ ଘଟିକାରେ ବାଣପୁର-ବାଲୁଗାଁ ବାଇପାସ ଓଭରବ୍ରିଜ ଠାରେ ପୂର୍ବରୁ ପିଛା କରି ଆସୁଥିବା ଏକ ପିକ୍ ଅପ ଗାଡିରେ ଚାରି ଜଣ ଦୁର୍ବୃତ୍ତ ଆସି ଆଇସକ୍ରିମ ଗାଡିକୁ ଅଟକାଇଥିଲେ। ପରବର୍ତ୍ତୀ ସମୟରେ ଆଇସକ୍ରିମ ଗାଡି ଚାଳକ ଏବଂ ତାଙ୍କ ସହଯୋଗିଙ୍କୁ ମାରଧର କରିବା ସହ ଖଣ୍ଡା ଦେଖାଇ ଭୟଭୀତ କରାଇ ୨ ଟି ମୋବାଇଲ ଏବଂ ଗାଡି ଚାବି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇବା ମାତ୍ରେ ବାଲୁଗାଁ ଏସଡ଼ିପିଓଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ପୋଲିସ ବର୍ତ୍ତମାନ ଘଟଣାସ୍ଥଳରେ…
ନୂଆଦିଲ୍ଲୀ, ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ। ଏହି ଦୁଇଟି ରାଶି ହେଲା କୁମ୍ଭ ଏବଂ ମୀନ ରାଶି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ।
ନୂଆଦିଲ୍ଲୀ, ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । ବନ୍ଧୁଙ୍କ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଏହି ଦୁଇଟି ରାଶି ହେଲା ବିଛା ଓ ମକର ରାଶି। ଭ୍ରମଣ ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ । ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ ରାଜ୍ୟରେ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡ଼କ ଭିତ୍ତିଭୂମିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ‘ଆସୋମ ମାଲା’ ଯୋଜନାର ଶୁଭାରମ୍ଭ କରିବେ। ନିରନ୍ତର ଭାବେ କ୍ଷେତ୍ରୀୟ ତଥ୍ୟ ସଂଗ୍ରହ ଜରିଆରେ ପ୍ରଭାବୀ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିବା ସହିତ ଏହାକୁ ସଡ଼କ ସମ୍ପତ୍ତି ପରିଚାଳନା ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବାରୁ ଏହି କାର୍ୟ୍ୟକ୍ରମ ଅତ୍ୟନ୍ତ ଅଭିନବ ହୋଇପାରିଛି। ‘ଆସୋମ ମାଲା’ ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଲାଗି ଗୁଣବତ୍ତାପୂର୍ଣ୍ଣ ଆନ୍ତଃସଂଯୋଗ ବ୍ୟବସ୍ଥା ଯୋଗାଇ ଦେବ। ଏହା ମଧ୍ୟ ବାଧାମୁକ୍ତ ବହୁମୁଖୀ ପରିବହନ ବ୍ୟବସ୍ଥା ଯୋଗାଇ ଦେବାରେ ସହାୟକ ହେବ। ଏହା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ ରାଜପଥ ଏବଂ ବୃହତ ଜିଲ୍ଲା ସଡ଼କ କାର୍ୟ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର୍ୟ୍ୟକ୍ରମ ଆରମ୍ଭ କରିବେ। ଏହାପରେ, ଅପରାହ୍ଣ ପାଖାପାଖି ୪.୫୦ ମିନିଟ୍ ସମୟରେ ସେ ପଶ୍ଚିମବଙ୍ଗର ହଳଦିଆ ଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ବାରା ନିର୍ମାଣ କରାଯାଇଥିବା ଏଲପିଜି ରପ୍ତାନି ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା ୧୧୦୦ କୋଟି ଟଙ୍କାର ନିବେଶ ସହିତ ନିର୍ମାଣ କରାଯାଇଛି ଏବଂ ଏହାର ବାର୍ଷିକ କ୍ଷମତା ହେଉଛି ଏକ ମିଲିୟନ ମେଟ୍ରିକ୍…
ଭୁବନେଶ୍ବର, ନୂଆଦିଲ୍ଲୀରେ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ, ଭାରତୀୟ କିସାନ ୟୁନିଅନ ଆଜି ଦେଶ ବ୍ୟାପି ଚକା ବନ୍ଦ ଡାକରା ଦେଇଛି। ତିନି ଘଣ୍ଟା ପାଇଁ ଏହି ଆନ୍ଦୋଳନ ହେବ। ଏହି ବନ୍ଦ ଦିନ 12ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ। ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଏତ ଏହି ଆହ୍ବାନ ଦେଇଛନ୍ତି। ସେହିପରି ଓଡିଶାରେ ଏହି ବନ୍ଦକୁ ସମର୍ଥନ କରିଛି ନବ ନିର୍ମାଣ କୃଷକ ସଂଗଠନ। ଏହାର କର୍ମିମାନେ ଭୁବନେଶ୍ବରର ମୁଖ୍ୟରାସ୍ତାରେ ଚକାବନ୍ଦ କରିବେ। ସେହିପରି ସଂଗଠନର ବିଭିନ୍ନ ଜିଲ୍ଲାରେ ଥିବା କର୍ମିମାନେ ମଧ୍ୟ ରାଜରାସ୍ତା ବନ୍ଦ କରିବେ ବୋଲି ନିଷ୍ପତି କରାଯାଇଛି। ଏ ନେଇ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ସଂଗଠନର ଘୋଷଣା ପରେ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଭୁବନେଶ୍ବର, ଫେବୃଆରୀ ମାସ 7 ଏବଂ 8 ତାରିଖରେ ବାଙ୍ଗାଲୋର ନିକଟସ୍ଥ ବାଇୟାପ୍ପାନାହାଲି ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ (ନନ-ଇଣ୍ଟରଲକିଙ୍ଗ) କାର୍ଯ୍ୟପାଇଁ ଭୁବନେଶ୍ୱର ଓ ବାଙ୍ଗାଲୋର ମଧ୍ୟରେ ଚଳାଚଳ କରୁଥିବା ପ୍ରଶାନ୍ତି ବିଶେଷ ଟ୍ରେନ କୁ ଦୁଇଦିନ ପାଇଁ ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃୟାରୀ ମାସ 6 ରୁ 7 ତାରିଖରେ ଭୁବନେଶ୍ୱର ଠାରୁ ଛାଡିବାକୁ ଥିବା 08463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ବିଶେଷ ଟ୍ରେନ ଭୁବନେଶ୍ୱର ଏବଂ ସତ୍ୟ ସାଇ ପ୍ରଶାନ୍ତ ନିଳୟମ (SSPN) ଷ୍ଟେସନ ମଧ୍ୟରେ ଚଳାଚଳ କରିବ ଏବଂ SSPN ରୁ ବାଙ୍ଗାଲୋର ପର୍ଯ୍ୟନ୍ତ ବାତିଲ ରହିବ | ଫେବୃୟାରୀ ମାସ 7 ଏବଂ 8 ତାରିଖରେ ବାଙ୍ଗାଲୋର ଠାରୁ ଛାଡ଼ିବାକୁଥିବା 08464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ବାଙ୍ଗାଲୋର ପରିବର୍ତ୍ତେ SSPN ରୁ ଯାତ୍ରା ଆରମ୍ଭ କରିବ | ଏହି ସମୟରେ ଉଭୟ ପାର୍ଶ୍ୱରୁ 08463/08464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରଶାନ୍ତି ଏକ୍ସପ୍ରେସର ସେବାକୁ…
ମେଷ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ । ଆପଣଙ୍କର ମନ ଭଲ କାମ କରିବ । ଶାଶୁଙ୍କ ଅନୁଗ୍ରହରୁ ଉପହାର ପାଇବା ସମ୍ଭାବନା ସୃଷ୍ଟି ହେଉଛି । ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ ।…
କନ୍ୟା- କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ। ତୂଳା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ ।
ମିଥୁନ- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ। ପାରିବାରିକ ସମ୍ପର୍କ ଆନ୍ତରିକ ହେବ। ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ। କର୍କଟ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ସିଂହ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ।
ମେଷ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ। ବୃଷ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ।
ସୀତାରାମ ଅଗ୍ରୱାଲ ଚିଲିକା: ନିଜ ଝିଅ ବାହାଘରର ଗୁଆ ନିମନ୍ତ୍ରଣ ପାଇଁ ଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ନିକଟସ୍ଥ ଗୋବିନ୍ଦ ନଗରଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରାଣ ହରାଇଥିବା ପ୍ରଧାନ ଶିକ୍ଷକ ଜଣକ ହେଲେ ହରିପୁର ଶାସନ ଗ୍ରାମର ଗଙ୍ଗା ମାର୍ଥୀ(୫୬)। ସେ ଫୁଲବାଣୀ ଜିଲ୍ଲାର ଏକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ଗଙ୍ଗାଙ୍କ ଝିଅ ବାହାଘର ଆସନ୍ତା ମଙ୍ଗଳବାର ଦିନ ଥିଲା। ସେହି ପରିପ୍ରେକ୍ଷୀରେ ଗଙ୍ଗା ନିଜ ସହଯୋଗୀଙ୍କ ସହ ଏକ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘରକୁ ଗୁଆ ଦେବାପାଇଁ ଖଲିକୋଟ ଯାଇଥିଲେ। ତେବେ ଫେରିଲା ବେଳକୁ ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର (ଓଆର୦୨ବି ଏଲ୨୮୯୨) ଦ୍ରୁତ ଗତିରେ ଆସି ଇଂଜନପୁର ନିକଟସ୍ଥ ଗୋବିନ୍ଦ ନଗର ଠାରେ ତାଙ୍କ ବାଇକକୁ ମୁହାଁମୁହିଁ ଧକ୍କା…

