Author: Samikhsya Bureau

ନୂଆ ଦିଲ୍ଲୀ, ଆଜି ଜାନୁୟାରୀ 26 ତାରିଖରେ ତିନୋଟି ରାଶିର ବ୍ୟକ୍ତିମାନେ ସମ୍ପତ୍ତି ସହିତ ଜଡିତ କୈଣସି ବଡ଼ ଲାଭ ପାଇପାରିବେ। ସମ୍ପତ୍ତି କାର୍ଯ୍ୟରେ ନିରନ୍ତର ସଫଳତା ହାସଲ ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଆପଣ ଲଗାଇଥିବା ପ୍ରୟାସ ଏହାର ସଠିକ୍ ଫଳାଫଳ ପାଇବ। ରୋଜଗାର ବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାରରେ ସମୃଦ୍ଧତା ରହିବ । ଏହି ବ୍ୟକ୍ତିମାନେ ଭାଇମାନଙ୍କର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ଏହି ତିନୋଟି ରାଶି ହେଲା କର୍କଟ, ମେଷ ଏବଂ ତୂଳା ରାଶି। ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟ ଗତିଶୀଳ ହୋଇପାରିବ। ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟରେ ଆବଶ୍ୟକୀୟ ଲାଭ ପାଇବା ସମ୍ଭାବନା ଅଛି । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି । ଆପଣଙ୍କର ହାତରେ କୈଣସି ବିପଦ ନେବାକୁ ସାହସ କରିବେ, ଆପଣ ଏଥିରୁ ଭଲ ଲାଭ ପାଇବେ । ଚାକିରୀରେ ଆପଣଙ୍କୁ ଟିକେ ଦଉଡା ଦଉଡି କରିବାକୁ…

Read More

ନୂଆଦିଲ୍ଲୀ, ଗଣତନ୍ତ୍ର ଦିବସ ପୂର୍ବରୁ ଗୃହ ବିଭାଗ ତରଫରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଛି। ଏଥିରେ 7 ଜଣଙ୍କୁ ପଦ୍ମବିଭୂଷଣ, 10 ଜଣଙ୍କୁ ପଦ୍ମଭୂଷଣ ଏବଂ 120 ଜଣଙ୍କୁ ପଦ୍ମଶ୍ରୀ ଭାବେ ମନୋନିତ କରାଯାଇଛି। ଭାରତର ସର୍ବଶ୍ରେଷ୍ଠ ପୁରସ୍କାର ହେଉଛି ଏହି ପଦ୍ମ ପୁରସ୍କାର। ଏହା ତିନୋଟି ପର୍ଯ୍ୟାୟରେ ଭାଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେଉଛି ପଦ୍ମବିଭୂଷଣ, ଦ୍ବିତୀୟରେ ପଦ୍ମଭୂଷଣ ଏବଂ ତୃତୀୟରେ ପଦ୍ମଶ୍ରୀ ପୁରସ୍କାର। ଚଳିତ ବର୍ଷ ଯେଉଁ ସାତ ଜଣଙ୍କୁ ପଦ୍ମବିଭୂଷଣ ଭାବେ ମନୋନିତ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିହାଞ୍ଜୋ ଆବେ। ଏଥସହିତ ମରଣୋତ୍ତର ଭାବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ ପି ବାଲଶୁଭ୍ରମନମ୍ ଅଛନ୍ତି। ସେହିପରି ଓଡିଶାର ପ୍ରଖ୍ୟାତ ସ୍ଥପତି ସୁଦର୍ଶନ ସାହୁ ମଧ୍ୟ ଅଛନ୍ତି। ସେହିପରି ପଦ୍ମଭୂଷଣ ସମ୍ମାନ ପାଇଁ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କ ନାମ ମଧ୍ୟ ରହିଛି। ଜନସେବା ପାଇଁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇଙ୍କ…

Read More

ଭୁବନେଶ୍ବର, ଶାନ୍ତି ଦେବୀ, ଏହି ନାମଟି ପ୍ରାୟ ଲୋକଙ୍କ ପାଇଁ ଅଜଣା। କାରଣ ସେ କେବେ ବି ପ୍ରଶଂସା ବା ଲୋକ ପ୍ରିୟତା ପଛରେ ଗୋଡାନ୍ତି ନାହିଁ। ହେଲେ ରାୟଗଡା ଏବଂ କୋରାପୁଟରେ ସେ ବେଶ୍ ପରିଚିତ। ସେ ରାୟଗଡାରେ କରିଛନ୍ତି ସେବା ସମାଜ ଅନୁଷ୍ଠାନ। ଯେଉଁଥିରେ ସେ ଆଦିବାସୀ ଝିଅମାନଙ୍କ ଉନ୍ନତିରେ ଦିନାରାତି ଲାଗି ପଡିଛନ୍ତି। ସେହିପରି ଗୁଣୁପୁରରେ ସେ କରିଛନ୍ତି ଏକ ଶିକ୍ଷା ଅନୁଷ୍ଠାନ। ଯେଉଁଥିରେ ସେ ଆଦିବାସୀ ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛନ୍ତି। 1934 ମସିହାରେ ଜନ୍ମିତ ଶାନ୍ତି ଦେବୀ ଆଦିବାସୀମାନଙ୍କ ସେବା ପାଇଁ ନିଜକୁ ନିୟୋଜିତ ରଖିବାକୁ ଚାହିଁଲେ। ସେଥିପାଇଁ ସେ ନିଜର କର୍ମ ଭୂମି ଭାବେ ବାଛିଥିଲେ କୋରାପୁଟ। ସେତେବେଳେ ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କଲେଜ ଶିକ୍ଷା ପରିତ୍ୟାଗ କରି ଏହି ଜନସେବାରେ ମନୋନିବେଶ କରିଥିଲେ।  ଫଳସରୂପ ପ୍ରଥମେ କୋରାପୁଟରେ ମାତ୍ର 4 ଜଣ ଆଦିବାସୀ ପିଲାଙ୍କୁ ନେଇ ଆରମ୍ଭ…

Read More

ମୋହନା: ଗଜପତି ଜିଲ୍ଲାର ଅଡବା ଥାନା ସୂଚନା ପ୍ରକାରେ ଅଡବା ପୋଲିସ ଦ୍ୱାରା ସନ୍ଧ୍ୟା ୫ଟା ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅଡବା ଥାନା ଅନ୍ତର୍ଗତ କାଟାମା ଗ୍ରାମ ହାଇସ୍କୁଲ ଛକ ଠାରେ ରାୟଗଡା ଜିଲ୍ଲାର ଚନ୍ଦ୍ରପୁରରୁ ଆସୁଥିବା ଏକ କାର ଗାଡି ନମ୍ବର ଜେଏଚ ୦୧ ଡିଟି ୨୯୮୭ ଆସୁଥିଲା। ଉକ୍ତ କାର ଚାଲକ ଆଗରେ ପୋଲିସ ଗାଡି ଛିଡ଼ା ହୋଇଥିବା ଦେଖି କାରକୁ ଛାଡ଼ି କାରରେ ବସିଥିବା ଲୋକମାନେ ଫେରାର ହୋଇଯାଇଥିଲେ। ତେବେ ଘଟଣା ସ୍ଥଳରେ ଅଡବା ପୋଲିସ ଉକ୍ତ କାରକୁ ଜବତ ଯାଞ୍ଚ କରିବା ସମୟରେ ଉକ୍ତ କାର ମଧ୍ୟରୁ ୮୬ କିଲୋ ଗଞ୍ଜେଇ ଜବତ ହୋଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ କୁମାର ପାତ୍ର ସୂଚନା ଦେଇଛନ୍ତି।

Read More

ଜମ୍ମୁ: ଜମ୍ମୁରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଧୃବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ହସ୍ତଗତ ହୋଇଛି। ଏଥିରେ ଦୁଇଜଣ ପାଇଲଟ ଯାତ୍ରା କରୁଥିଲେ। ଦୁଇ ପାଇଲଟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁଯାୟୀ, ଜମ୍ମୁ କଠୁଆ ଜିଲ୍ଲାର ଲଖନପୁର ଅଞ୍ଚଳରେ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବ ସୀମା ନିକଟରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା କୁହାଯାଉଛି।

Read More

ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରଷ୍କାର ଘୋଷଣା ହୋଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରଷ୍କାର, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ମିଳିବ। ଓଡିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ସାହିତ୍ୟ ଓ ଶିକ୍ଷା ଲାଗି ଓଡିଆ ସାହିତ୍ୟିକ ରଜତ କୁମାର କର ଏବଂ  ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ମିଳିବ। ସେହିପରି ସମାଜସେବା ଲାଗି ଶାନ୍ତି ଦେବୀ, କଳା ଲାଗି ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ମିଳିବ। ଔଷଧ ଲାଗି ଡଃ. କୃଷ୍ଣ ମୋହନ ପାଠୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରଷ୍କାର ପାଇଁ ଘୋଷଣା କରାଯାଇଛି।

Read More

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ମୋବାଇଲ ବୋନାଂଜା ସେଲର ଆୟୋଜନ କରାଯାଇଛି। ଏଥିରେ ପୋକୋ, ସାମସାଙ୍ଗ, ସାଓମି, ଏଲଜି, ମୋଟୋ ଏବଂ ରିଅଲମି କମ୍ପାନୀଗୁଡିକର ସ୍ମାର୍ଟଫୋନ ଉପରେ ଡିଲ୍ସ ଏବଂ ଡିସକାଉଣ୍ଟ ଦିଆଯାଉଛି। ଆଜିଠାରୁ ଏହି ଅଫର ଆରମ୍ଭ ହୋଇ ଜାନୁୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାଣନ୍ତୁ ସବୁଠାରୁ ଭଲ ଅଫର ଥିବା ମୋବାଇଲ: ୧- ପୋକୋ ସି୩ – ୧୩ ଏମପି ଟ୍ରିପଲ କ୍ୟାମେରା ଏବଂ ୫୦୦୦ ଏମଏଚ ବ୍ଯାଟେରୀ- ଆଇସିଆଇସି ବ୍ଯାଙ୍କ ଅଫର- ୬ ହଜାର ୭୪୯ ଟଙ୍କା ୨- ରିଅଲମି ସିକ୍ସ ପ୍ରୋ- ୬ ଟି କ୍ୟାମେରା, ସ୍ନେପଡ୍ରାଗାନ ୭୨୦ ଜି ପ୍ରୋସେସର- ଆଇସିଆଇସି ବ୍ଯାଙ୍କ ଅଫର-୧୪ ହଜାର ୯୯୯ ଟଙ୍କା ୩- ପୋକୋ ଏମ ଟୁ ପ୍ରୋ- ୫୦୦୦ ଏମଏଚ ବ୍ଯାଟେରୀ, ସ୍ନେପଡ୍ରାଗାନ ୭୨୦ ଜି ପ୍ରୋସେସର- ଆଇସିଆଇସି ବ୍ଯାଙ୍କ ଅଫର- ୧୦ ହଜାର ୯୯୯ ଟଙ୍କା ୪- ମୋଟୋ ଜି ୫ ଜି-…

Read More

ନୂଆଦିଲ୍ଲୀ: ଏଣିକି ଆଠ ବର୍ଷର ପୁରୁଣା ଗାଡି ଉପରେ ଟାକ୍ସ ଲାଗିବ। ଆଠ ବର୍ଷର ପୁରୁଣା ଗାଡି ଉପରେ ଏବେ ଗ୍ରୀନ ଟାକ୍ସ ଲାଗିବ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ଏହି ଗ୍ରୀନ ଟାକ୍ସ ବ୍ୟବସ୍ଥାକୁ ଅନୁମତି ଦେଇଛି। ଫିଟନେସ ପ୍ରମାଣ ପତ୍ର ଦେବା ସମୟରେ ଏହି ଟାକ୍ସକୁ ଜମା କରିବାକୁ ପଡିବ। ହେଲେ ଏହି ପ୍ରସ୍ତାବକୁ ପ୍ରଥମେ ସମସ୍ତ ରାଜ୍ୟର ପରାମର୍ଶ ପାଇଁ ପଠାଯିବ। ତାପରେ ଏହି ପ୍ରସ୍ତାବର ସହମତି ପରେ ଔପଚାରିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ଟ୍ରାନ୍ଷପୋର୍ଟ ଗ୍ରୀନ ଟାକ୍ସ, ରୋଡ ଟାକ୍ସ ୧୦ ପ୍ରତିଶତ ରୁ ୨୫ ପ୍ରତିଶତ ମୂଲ୍ଯରେ ଲାଗିବ। କିନ୍ତୁ ବ୍ୟକ୍ତିଗତ ଗାଡି ଉପରେ ୧୫ ବର୍ଷ ପରେ ଗ୍ରୀନ ଟାକ୍ସ ଲାଗିବ। ସର୍ବସାଧାରଣ ପରିବହନ ତଥା ସିଟି ବସ ଉପରେ ଗ୍ରୀନ ଟାକ୍ସ କମ ଲାଗିବ। ଅତ୍ୟଧିକ ପ୍ରଦ୍ୟୁଶଣ ସହରରେ ପଞ୍ଜୀକରଣ ହୋଇଥିବା ଗାଡି…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୧୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୫, ନୂଆପଡାରୁ ୧୪, ଅନୁଗୁଳରୁ ୧୩, ପୁରୀରୁ ୧୩, ସମ୍ବଲପୁରରୁ ୧୨, ବରଗଡରୁ ୧୦, ବାଲେଶ୍ବରରୁ ୭, ଯାଜପୁରରୁ ୭, ଝାରସୁଗୁଡାରୁ ୬, ସୋନପୁରରୁ ୬, ଖୋର୍ଦ୍ଧାରୁ ୫, ଭଦ୍ରକରୁ ୪, କଟକରୁ ୪, ବଲାଙ୍ଗୀରିରୁ ୩, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୧ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୨୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୪୩୦ କୁ ବୃଦ୍ଧି ହୋଇଛି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୪୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: ୨୦୨୦ ବର୍ଷ ପରି ନୂତନ ବର୍ଷରେ ମଧ୍ୟ ମନୋରଞ୍ଜନ ଜଗତରେ ଦୁଃଖଦ ଖବର ଦେଖିବାକୁ ମିଳୁଛି। ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। କନ୍ନଡ ଅଭିନେତ୍ରୀ ଏବଂ ବିଗ ବୋସ କନ୍ନଡର ପୂର୍ବ ପ୍ରତିଦ୍ଵନ୍ଦୀ ଜୟଶ୍ରୀ ରମେୟା ଆତ୍ମହତ୍ୟା କରିଛନ୍ତି। ଜୟଶ୍ରୀ ରମେୟା ବିଗ ବୋସ-୩ ର ପ୍ରତିଦ୍ଵନ୍ଦୀ ଥିଲେ। ଆଜି ଅପରାହ୍ନ ୨ ଟା ସମୟରେ ତାଙ୍କର ମୃତ ହୋଇଥିବା ଜଣାପଡିଥିଲା। ସେ ବେଙ୍ଗୁଲୁରୁସ୍ଥିତ ବୃଦ୍ଧ ଆଶ୍ରମରେ ରହୁଥିଲେ। ଅଭିନେତ୍ରୀ ଜଣଙ୍କ ପୂର୍ବରୁ ବହୁତ ଡିପ୍ରେସନରେ ଥିଲେ ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଏନେଇ ଜୟଶ୍ରୀ ସାମାଜିକ ଗଣମାଧ୍ୟମରେ ୨୦୨୦ ମସିହାରେ ସଂକେତ ଦେଇ ମାନସିକ ଭାବେ ଠିକ ଅନୁଭବ କରୁନଥିବା କହିଥିଲେ।

Read More

ଭୁବନେଶ୍ୱର: ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ ସମ୍ ଅଲ୍ଟିମେଟ୍ ମେଡିକେୟାର (ସମ୍‌)ର ଶିଶୁ ରୋଗ ବିଭାଗରେ ସିନିୟର କନ୍‌ସଲ୍‌ଟାଂଟ ଭାବେ ଯୋଗ ଦେଇଛନ୍ତି। ଭିଏସ୍‌ଏସ୍ ମେଡିକାଲ କଲେଜ ବୁର୍ଲାର ଛାତ୍ର ଡଃ ଦେ ବନାରସ ହିନ୍ଦୁ ୟୁନିଭର୍ସିଟି, ବାରଣାସୀରୁ ଶିଶୁ ରୋଗ ଉପରେ ପୋଷ୍ଟ ଗ୍ରାଜୁଏଟ୍ କରିଛନ୍ତି। ଏଥିସହିତ ସେ ନୂଆଦିଲ୍ଲୀ ସ୍ଥିତ ଏଏମ୍‌ସ୍ ଏବଂ ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜରେ ସିନିୟର ରେସିଡେନ୍‌ଟ ଭାବେ କାର୍ଯ୍ୟ କରିଛନ୍ତି। ଜଣେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଭାବେ ତାଙ୍କର ସୁଖ୍ୟାତି ରହିଛି। ଡଃ ଦେ ପେଡିଆଟ୍ରିକ୍ ଇଂଟେନ୍‌ସିଭ୍ କେୟାର, ପେଡିଆଟ୍ରିକ୍ ହେମାଟୋଲୋଜି, ପେଡିଆଟ୍ରିକ୍ ନେଫ୍ରୋଲୋଜି, ଆଡୋଲେସେଂଟ ହେଲ୍‌ଥ କେୟାର, ନିଓନାଟୋଲୋଜି ଏବଂ ସଂକ୍ରମିତ ରୋଗଗୁଡ଼ିକର ଚିକିତ୍ସା କରିବା ଦିଗରେ ସଫଳତା ହାସଲ କରିଛନ୍ତି। ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ଥିବା ଡଃ ଦେ ଅନେକ ଖ୍ୟାତନାମା କର୍ପୋରେଟ୍ ହସ୍ପିଟାଲ୍‌ଗୁଡ଼ିକରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଡଃ ଦେ ସମ୍…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡତିରା ପଞ୍ଚାୟତ ସ୍ଥିତ ଅରଡା ଗ୍ରାମର ଏକ ପରିବାରକୁ ଜୀବନରୁ ମାରିଦେବାକୁ ତାଙ୍କର ପଡୋଶୀ ଧମକ ଦେଇଥିଲେ। ହେଲେ ସେହି ପଡୋଶୀ ଟିୱେଲ୍ ପାଣିରେ କିଛି ପଦାର୍ଥ ମିଶାଇଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଶେତକାନ୍ତ ପତିଙ୍କ ପରିବାରକୁ ତାଙ୍କର ପଡୋଶୀ ଜୀବନରୁ ମାରି ଦେବାକୁ ଧମକ ଦେବାର ଦିନକ ପରେ ଶେତକାନ୍ତଙ୍କ ପାଣି ଟିୱେଲରେ ଏମିତି କିଛି ପଦାର୍ଥ ମିଶା ଯାଇଥିଲା। ଯାହାକି ଟିୱେଲର ପାଣି ପିତା ଓ ଲୁଣିଆ ଲାଗୁଥିବା ବେଳେ ଏହି ପାଣିକୁ ବ୍ୟବହାର କରି ପରିବାରର ଦୁଇଜଣ ସଦସ୍ୟ ଅସୁସ୍ଥ ହୋଇପଡିଛନ୍ତି। ସୂଚନାନୁଯାୟୀ ଯାଗାବାଡିକୁ ନେଇ ଦିର୍ଘଦିନ ହେବ ଦୁଇ ପରିବାର ମଧ୍ୟରେ ଶତୃତା ଲାଗି ରହିଥିବାରୁ ଏଭଳି ଘଟଣା ଘଟିଥାଇ ପାରେ ବୋଲି ଶୁଣିବାକୁ ମିଳୁଛି। ଉକ୍ତ ଘଟଣା ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଛି ତିର୍ତ୍ତୋଲ ପୋଲିସ୍। ଏହି ଘଟଣାରେ କୌଣସି…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ୫୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୪୩୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୧୪୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୩୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍‌ ୧୫୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୨, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ଼ ଜିଲ୍ଲାରୁ ୩…

Read More

ଭୁବନେଶ୍ବର: ସ୍କୁଲରେ ହିଁ ଆମ ବ୍ୟକ୍ତିତ୍ବର ମୂଳଦୁଆ ପଡିଥାଏ। ଶିଶୁକୁ ସ୍କୁଲ ହିଁ ସମାଜ ସହ ଯୋଡିଥାଏ। ଆମ ସାମାଜିକ ଜୀବନର ଅୟମାରମ୍ଭ ହୋଇଥାଏ ବିଦ୍ୟାଳୟରୁ। ଶିକ୍ଷା ହିଁ ସଭ୍ୟତା ଓ ସଂସ୍କାରକୁ ଆଗକୁ ନେଇଥାଏ ଏବଂ ରୂପାନ୍ତରର ଭିତ୍ତି ପକାଇଥାଏ। ଘର ପରେ ବିଦ୍ୟାଳୟ ସହିତ ଆମ ସମସ୍ତଙ୍କର ଭାବଗତ ବନ୍ଧନ ସବୁଠାରୁ ଅଧିକ। ତେଣୁ ଆମ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗୀଦାରି ହୋଇପାରିବ। ତାହା ଭିତ୍ତିଭୂମି ବିକାଶ ହେଉ, ବା ଶିକ୍ଷାଦାନ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡିଆ ସାମିଲ ହୋଇ ସେମାନେ ପଢିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ…

Read More

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥି ନିମନ୍ତେ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଆଜି ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଂଜୁର କରିଛନ୍ତି। ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫୋରେଂସିସ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଂଜୁର କରାଯାଇଛି। ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ। ଏଥିରେ ଦୁଇ ଜଣ ଅତିରିକ୍ତ ଏସ୍.ପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ…

Read More

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା କରାଯାଇଛି। ଓଡିଶାରୁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଓ ବିପିଏସ୍‌ପିଏ ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ଏହା ସହିତ ଆଉ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ। ଆଇନ ଶୃଙ୍ଖଳା ପାଇଁ ଆଇଜି ପ୍ରବୀଣ କୁମାର, ଏଏସପି ରବୀନ୍ଦ୍ର ଦାସ, ଏଏସପି ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲ, ଏଏସଆଇ ମନୋରଞ୍ଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର ପ୍ରମୁଖ ପୋଲିସ ପଦକ ପାଇବେ। ସେମାନଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ।

Read More

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାର ପରିବର୍ତ୍ତନ ହୋଇଛି। ୨୦୧୬ ମସିହା ଠାରୁ ପଞ୍ଜୀକୃତ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହି ନୂତନ ଢାଞ୍ଚା ଲାଗୁ ହେବ। ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ସଂପୂର୍ଣ୍ଣ ୧୦୦ ନମ୍ବର ପ୍ରଶ୍ନର ଉତ୍ତର ଦେବେ। କିନ୍ତୁ ମଲ୍ଟିପୁଲ୍ ଚଏସ ୫୦ ନମ୍ବର ରହିବ, ୩୦ ନମ୍ବରର ସଂକ୍ଷିପ୍ତ ଉତ୍ତର ରହିବ ଏବ ୨୦ ନମ୍ବରର ଦୀର୍ଘ ମୂଳକ ପ୍ରଶ୍ନ ରହିବ। ପ୍ରତ୍ୟେକ ମଲ୍ଟିପୁଲ୍ ଚଏସ ପ୍ରଶ୍ନ ଲାଗି ଏକ ନମ୍ବର ଲେଖାଏଁ ରହିଥିବା ବେଳେ ସଂକ୍ଷିପ୍ତ ପ୍ରଶ୍ନ ୨ ନମ୍ବର ଲେଖାଏଁ  ଏବଂ ଦୀର୍ଘ ମୂଳକ ପ୍ରଶ୍ନର ଉତ୍ତର ୫ ନମ୍ବର ଲେଖାଏଁ ରହିବ। ତେବେ ପରୀକ୍ଷା ଫି’ ଏବଂ ଫର୍ମ ଫିଲଅପ ନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Read More

ଚିତ୍ତୁର: କଳି ଯୁଗ ଶେଷ ହେବ ଏବଂ ସତ୍ୟ ଯୁଗ ଆରମ୍ଭ ହେବ କହି ଏକ ପ୍ରିନ୍ସିପାଲ ଦମ୍ପତ୍ତି ନିଜ ଦୁଇ ଝିଅଙ୍କୁ ହତ୍ୟା କରିଛନ୍ତି। ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଅନ୍ଧବିଶ୍ଵାସର ଚକ୍କରରେ ପଡି ମା’ ବାପା ନିଜର ଦୁଇ ଝିଅଙ୍କୁ ହତ୍ୟା କରିଦେଇଛନ୍ତି। ଏହି ଘଟଣା ଚିତ୍ତୁର ଜିଲ୍ଲାର ମଦନାପଲ୍ଲେ କସ୍ବେରେ ରବିବାର ରାତିରେ ହୋଇଛି। ଅଭିଯୁକ୍ତ ମାତା ପିତା ଦୁହେଁ ଉଚ୍ଚ ଶିକ୍ଷିତ ଅଟନ୍ତି। ମା ପଦ୍ମଜା ଏବଂ ପିତା ପୁରୁଷୋତ୍ତମ ନାୟୁଡୁ ପ୍ରିନ୍ସିପାଲ କାର୍ଯ୍ୟ କରନ୍ତି। ବଡ ଝିଅ ଭୋପାଳରେ ମାଷ୍ଟର ଡିଗ୍ରୀ ହାସିଲ କରିଥିଲେ। ସାନ ଝିଅ ସାଇ ଦିବ୍ୟା ବିବିଏ ପଢିଥିଲେ। ସାନ ଝିଅ ମୁମ୍ବାଇର ଏଆର ରହମାନ ମ୍ୟୁଜିକ ସ୍କୁଲର ଛାତ୍ରୀ ଥିଲେ ଏବଂ ଲକଡାଉନ ସମୟରେ ଘରକୁ ଫେରିଥିଲେ। ପୋଲିସ କହିବା ମୁତାବକ, ଏହି ପରିବାର କୋଭିଡ଼-୧୯ ଲକଡାଉନ ସମୟରେ ଅଲଗା…

Read More

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ଟ୍ରାକ୍ଟର ପରେଡ ଲାଗି ଅନୁମତି ମିଳିଛି। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରିଦିଆଯାଇଛି। ହେଲେ ଦିଲ୍ଲୀର ସିନ୍ଧୁ ସୀମାରେ ଏକ ସନ୍ଦିଗ୍ଧ ବ୍ୟାଗ ଦେଖିବାକୁ ମିଳିଛି। ଯାହାଦ୍ୱାରା ଅଞ୍ଚଳରେ ଭୟାର ବାତାବରଣ ସୃଷ୍ଟି ହୋଇଯାଇଛି। ବାହାର ଦିଲ୍ଲୀର ନରେଲା ନିକଟରେ ଏହି ସନ୍ଦିଗ୍ଧ ବ୍ୟାଗ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଛନ୍ତି। ପୋଲିସ ବର୍ତ୍ତମାନ ଘଟଣା ସ୍ଥଳରେ ପହଞ୍ଛି ତଦନ୍ତ ଆରମ୍ଭ କରିଦେଇଛି। ଏହାର ସ୍ୱଳ୍ପ ଦୂରରେ କୃଷକ ଆନ୍ଦୋଳନ ଚାଲିଛି। ସୂଚନା ମିଳିଲା ପରେ ବୋମା ନିରୋଧ ବାହିନୀ ଏବଂ ଦମକଳ ଗାଡି ପହଞ୍ଚିଯାଇଛି। ଏହା ଭିତରେ ଆଜି ମଧ୍ୟ ମୁମ୍ବାଇରେ ମଧ୍ୟ କୃଷକ ଆନ୍ଦୋଳନ ଆରମ୍ଭ ହେବ, ଯେଉଁଥିରେ ହଜାର ହଜାର କୃଷକ ସାମିଲ ହେବେ।

Read More

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଏସି ନିକଟରେ ବହୁଦିନ ଧରି ଚୀନ ଏବଂ ଭାରତ ମଧ୍ୟରେ ବିବାଦ ଲାଗିରହିଛି। ଏହା ଭିତରେ ସିକ୍କିମରେ ପୁଣି ଭାରତୀୟ ଯବାନ ଏବଂ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି। ଚୀନ ସୈନ୍ୟ ଭାରତର ସୀମା ଭିତରେ ଜବରଦସ୍ତ ପଶିବା ଲାଗି ପ୍ରୟାସ କରୁଥିଲେ। ହେଲେ ଭାରତୀୟ ଯବାନ ତାଙ୍କୁ ଅଟକାଇଥିଲେ। ଯଦ୍ୱାରା ଉଭୟଙ୍କ ମଧ୍ୟରେ ହତାହତି ହୋଇଥିଲା। ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ସୈନ୍ୟ ମଧ୍ୟ ଆହତ ହୋଇଛନ୍ତି।

Read More