ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଏହି ପୀଠର ଗୁରୁତ୍ବ ଓ ମହିମାକୁ ଦୃଷ୍ଟିରେ ରଖି ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ଼ର ଠିକ୍ ପୂର୍ବରୁ ମନ୍ଦିର ପରିଦର୍ଶନ ଅବସରରେ ଘୋଷଣା କରିଥିଲେ। ସମଲେଶ୍ବରୀ ମନ୍ଦିର ବିକାଶ ପ୍ରକଳ୍ପରେ ମନ୍ଦିରର ସୌନ୍ଦଯ୍ୟକରଣ ସହିତ ପାରିପାର୍ଶିକ ବିକାଶ, ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ମନ୍ଦିର ର ପୂଜାରୀ ତଥା ଜମି ହରାଉଥିବା ଲୋକମାନଙ୍କର ଥଇଥାନ ଓ ପୁନର୍ବାସ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ଜଣାଯାଇଛି। ରାଜ୍ୟ ସରକାରଙ୍କର…
Author: Samikhsya Bureau
ନୂଆଦିଲ୍ଲୀ, ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥା ବା ଡିଆରଡିଓ ବାହାର କରିଛି ବାଇକ ଆମ୍ବୁଲାନସ। ଏହା ଅଧିନରେ ଥିବା ଆଣବିକ ଔଷଧ ଏବଂ ଆଲାଇଡ ସାଇନସ ବିଭାଗ ଏହାକୁ ବିକଶିତ କରିଛି। ମୁଖ୍ୟତଃ ଜଙ୍ଗଲିଆ ଅଞ୍ଚଳ ଯେଉଁଠାକୁ ଆମ୍ବୁଲାନସ ଯାଇପାରିବ ନାହିଁ ସେଠାକୁ ଏହା ଯିବ। ସେଥିପାଇଁ ଏହି ବାଇକରେ ଆମ୍ବୁଲାନସ ପରି ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାର ନାମ ରଖାଯାଇଛି ‘ରକ୍ଷିତା’ ଏହି ବାଇକରେ ସୁବିଧା ଅନୁଯାୟୀ ଏକ ଆସନ ପ୍ରସ୍ତୁତ କରାଯାଇଛି। ଏହି ସିଟଟି ସୁବିଧା ଅନୁଯାୟୀ କରିପାରିବେ। ଅର୍ଥାତ ଜଣେ ରୋଗୀ ଚାହିଁଲେ ଶୋଇପାରିବ, ଚାହିଁଲେ ବସିପାରିବ। ଏଥିସହିତ ହାତ ଗୋଡ ରଖିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ବାଇକରେ ଅମ୍ଳଜାନ ସିଲିଣ୍ଡର ସହିତ ସୁରକ୍ଷା ଜ୍ୟାକେଟ ମଧ୍ୟ ଖଂଜା ଯାଇଛି। ସେହିପରି physiological parameter measuring equipment ମଧ୍ୟ ରଖାଯାଇଛି। ଏହାକୁ ଦୂରରୁ ରହି ମନିଟରିଂ କରାଯାଇ ପାରିବ। ଏହି…
ବ୍ରିସବେନ: ଆଜି ଭାରତୀୟ କ୍ରିକେଟ ଦଳ ରଚିଲା ଇତିହାସ। ପୁଣି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ରାହାଣେ ବାହିନୀ। ଚତୁର୍ଥ ଟେଷ୍ଟ ତଥା ନିର୍ଣ୍ଣାୟକ ଟେଷ୍ଟରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ସିରିଜ ଜିତିନେଇଛି। ପ୍ରଥମ ଥର ପାଇଁ ବ୍ରିସବେନ ଗ୍ରାଉଣ୍ଡରେ ଏତେ ବଡ ସ୍କୋରର ଲକ୍ଷକୁ ପୂରଣ କରିବାରେ ସକ୍ଷମ ହେଲା ଭାରତୀୟ ଦଳ। ପୂର୍ବରୁ ଅନ୍ୟ କୌଣସି ଦଳ ୨୫୦ ରନରୁ ଉର୍ଦ୍ଧ୍ଵ ସ୍କୋରକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲେ। ଅଷ୍ଟ୍ରେଲିଆର ୩୨୮ ରନକୁ ପୂରଣ କରିବା ଭାରତୀୟ ଦଳ ପାଇଁ ଅସମ୍ଭବ ଥିଲା। କିନ୍ତୁ ଭାରତ ଏହାକୁ ପୂରଣ କରି ଦେଶ ପାଇଁ ଗୌରବ ଆଣିପାରିଛି। ଅନଭିଜ୍ଞ ଖେଳାଳୀକୁ ନେଇ ଜିତିବା ଭାରତ ପାଇଁ ଏକ ବଡ ଉପଲବ୍ଧି। ଗତକାଲି ଭାରତ ୪ ରନରୁ ଖେଳ ଆରମ୍ଭ କରି ଆଜି ୩୨୮ ରନର ଟାର୍ଗେଟ ପୂରଣ କରିନେଇଥିଲା। ଦଳକୁ ବିଜୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ରିଷଭ…
Directors of the movie ‘June’ , Vaibhav Khisti and Suhrud Godbole along with the leading actor of the movie Nehha Pendse Bayas and other cast & crew at the red carpet and screening of the movie at #IFFI51 on January
ଭୁବନେଶ୍ବର, ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟପକ୍ଷ ମଧ୍ୟରେ ଗାଳିଗୁଲଜ ସହିତ ଆକ୍ରମଣ କରିବାରୁ ଜଣେ ଛାତ୍ର ଆହତ ହୋଇଛି। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସା କରାଯାଉଛି। ଉଭୟ ଗୋଷ୍ଠୀ ଛାତ୍ରଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି କଲେଜ କ୍ୟାଣ୍ଟିନରେ ଖାଇବାକୁ ନେଇ ଉତ୍ତେଜନ ସୃଷ୍ଟି ହୋଇଥିଲା। କେତେକ ଛାତ୍ର ନିମ୍ନମାନର ଖାଦ୍ୟ ହୋଇଛି ବୋଲି ଅଭିଯୋଗ କରିବା ପରେ ଅନ୍ୟ କେତେକ ଛାତ୍ର ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ବର୍ତ୍ତମାନ କେତେକ ଛାତ୍ର କୁଳପତିଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ପୋଲିସ ପହଁଛି ଉଭୟଙ୍କୁ ବୁଝାସୁଝା କରି ଏହାର ସମାଧାନ କରୁଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଆଜି ୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୨ ଜଣ ଚିହ୍ନଟ ହୋଇଥିବାବେଳେ ୫୦ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୫୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୮୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୮୧୦ ଜଣ। ସେହିପରି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଛନ୍ତି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍ ୧୨୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଜୋର୍ ଧରିଛି ବିମାନ ବନ୍ଦର ପ୍ରତିଷ୍ଠା ଦାବି। ବିଭିନ୍ନ ସଂଗଠନ ପକ୍ଷରୁ ବହୁଦିନ ଧରି ଦାବି ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଗଂଜାମ ଜିଲ୍ଲ ବିଭିନ୍ନ ଅଂଚଳର ଶତାଧିକ ସାମାଜିକ ଅନୁଷ୍ଠାନକୁ ନେଇ ମିଳିତ ଭାବେ ଗଠିତ “ଫରମ୍ ଫର୍ ବ୍ରହ୍ମପୁର ଏୟାରପୋର୍ଟ” ସଂଗଠନ ପକ୍ଷରୁ ବ୍ରହ୍ମପୁରଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବ୍ରହ୍ମପୁର କୋର୍ଟପେଟା ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ ଏକ ବିରାଟ ହ୍ୟୁମାନ୍ ଚେନ୍ ମାଧ୍ୟମରେ ପ୍ରତିବାଦ କରାଯାଇ ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସେହପରି ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ଘଟଣା ବିଷୟରେ ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପୂର୍ବରୁ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ କହିଥିଲେ। କିନ୍ତୁ ଏହି ପ୍ରସଂଗ ପ୍ରତି…
ନୂଆଦିଲ୍ଲୀ, ଆଜି ଅପରାହ୍ନରେ କେନ୍ଦ୍ର ସରକାର ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏଥିରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ ନେଇ ଅବଗତ କରାଯିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏହି ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ଏହା ପୂର୍ବରୁ ସଂସ୍କୃତି ବିଭାଗ ନେତାଜୀଙ୍କ ଜନ୍ଣଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବ ବୋଲି ନିଷ୍ପତି କରିଛି। ଏ ନେଇ ବିଭାଗ ତରଫରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଚଳିତ ବର୍ଷ ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ ହେବ। ସେଥିପାଇଁ କେନ୍ଦ୍ର ସରକାର ଏକ ବଡ ପ୍ରସ୍ତୁତି କରିଛନ୍ତି। ପୂର୍ବରୁ ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟ ମଧ୍ୟ ଗଠନ କରାଯାଇଛି। ତେବେ ଏହି ଜୟନ୍ତୀ ପାଳନର ରୂପରେଖ କିପରି ହେବ ସେ ନେଇ ସଂସ୍କୃତି ମନ୍ତ୍ରୀ ବିସ୍ତୁତ ଭାବେ ଅଗବତ କରାଇବେ। ସମ୍ଭବତଃ କିଛି ବଡ ଘୋଷଣା ମଧ୍ୟ ହେବାର ସମ୍ଭାବନା ରହିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଳା ଗ୍ରାମ ନୂଆ ବନ୍ଧ ନିକଟରେ ଦୁଇଟି ଅଜଗର ସାପକୁ ଉଦ୍ଧାର କରାଯାଇଛି। ନୂଆ ବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବାବେଳେ ଜେସିବି ମେସିନ୍ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା। ଉକ୍ତ ନାଳ ଖୋଳିବା ସମୟରେ ଗୋଟିଏ ବଡ଼ ପାଇପ୍ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଆସିଥିଲା। ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡ଼ିର ଶୁଣ୍ଢରେ ଦାବି ରଖିଥିଲେ। ଅନ୍ୟ ଗୋଟିଏ ସାପ ଗାଡ଼ିର ଇଂଜିନ୍ ମଧ୍ୟରେ ପ୍ରବେଶ କରିଥିଲେ। ଏହାପରେ ସ୍ନେକ ହେଲପ୍ ଲାଇନ୍କୁ ଜଣାଇଥିଲେ। ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ପହଞ୍ଚିଥିଲେ। ପ୍ରଥମେ ସାତଫୁଟର ଅଜଗର ସାପକୁ ଉଦ୍ଧାର କରିଥିଲେ। ଏହାପରେ ଦୀର୍ଘ ତିନିଘଣ୍ଟା ପରିଶ୍ରମ ପରେ ଅନ୍ୟ ଗୋଟିଏ ଅଜଗର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୨ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। କ୍ରାଇମବ୍ରାଞ୍ଚ ଏସଟିଏଫ ଏହି ବ୍ରାଉନ ସୁଗାର ଜବତ କରିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହା ସହିତ ଜଣେ ମହିଳାଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଅଟକ ରଖିଛି। ଭୁବନେଶ୍ବରର ୟୁନିଟ-୮ ନାରାୟଣ ବସ୍ତିରୁ ଏହି ମହିଳା ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ଏସଟିଏଫ।
ନୂଆଜିଲ୍ଲୀ, ଆଜି ହେଉଛି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳର ସ୍ଥାପନା ଦିବସ। ଆଜିକୁ ଠିକ 16 ବର୍ଷ ପୂର୍ବେ ଦେଶରେ ବିପର୍ଯ୍ୟୟକୁ ଦେଖି ଏହି ବାହିନୀ ଗଠନ କରାଯାଇଥିଲା। NDRF Foundation Day
ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ। ଭାରତ ସରକାର ନେତାଜୀଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପୂର୍ବରୁ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି। ପ୍ରତିବର୍ଷ ଜାନୁଆରୀ ୨୩ ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ସାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, ଶୁଭେନ୍ଦୁ ଅଧିକାରୀ, ଜଗଦୀପ୍ ଧନକଡ଼, ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଅଭିନେତ୍ରୀ କାଜୋଲ, ସଙ୍ଗୀତକାର ଏ.ଆର୍.ରହେମାନଙ୍କ ସମେତ ୮୪ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି। ଏ ନେଇ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଜାନୁଆରୀରେ କୋଲକାତାର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୮୧ ହଜାର ୮୩୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୫୫୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୨୮ ହଜାର ୭୫୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୫୨୮ ଆକ୍ଟିଭ୍ କେସ୍ ରହିଛି।
ନୟାଗଡ ଓଡଗାଁ ପାର୍କରେ ମର୍ଣ୍ଣିଂ ୱାକ କରୁଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
ଦେଶରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ହୋଇଥିବାରୁ ବିଜୁ ମହିଳା ଜନତା ଦଳ ତରଫରୁ ଦିଆଯାଉଛି ସମ୍ବର୍ଦ୍ଧନା
ଭୁବନେଶ୍ବର, ବର୍ତ୍ତମାନ ସାରା ଦେଶରେ ସ୍ବାସ୍ଥ୍ୟକର୍ମମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଉଛି। ସେହିପରି ଓଡିଶାରେ ମଧ୍ୟ ଏହି ଟୀକାକରଣ ଚାଲିଛି। ହେଲେ କେତେକ ସ୍ବାସ୍ଥ୍ୟ କର୍ମି ଭୟରେ ଏହି ଟୀକା ନେଉ ନ ଥିବାର ଜଣାପଡିଛି। ଫଳରେ ସ୍ବାସ୍ଥ୍ୟ ବିଭାଗ ଏକ ନୂଆ ନିଷ୍ପତି କରିଛି। ସେହିଅନୁସାରେ ବର୍ତ୍ତମାନ ଯେଉଁମାନେ ଟୀକା ନ ନେବେ ପରବର୍ତ୍ତି ସମୟରେ ସେମାନଙ୍କୁ ଆଉ ମାଗଣା ଟୀକା ଦିଆଯିବ ନାହିଁ। ଘଟଣାରୁ ଜଣାପଡିଛି ଯେ, ଅନେକ ସ୍ବାସ୍ଥ୍ୟ କର୍ମି ଭୟରେ ଟୀକା ଗ୍ରହଣ କରୁ ନ ଥିବାର ଜଣାପଡିଛି। କାଳେ ପାର୍ଶ ପ୍ରତିକ୍ରିୟା ହେବ ସେହି ଭୟରେ ସେମାନେ ଏହି ଟୀକା ନେଉ ନାହାଁନ୍ତି। ସ୍ବାସ୍ଥ୍ୟ ବିଭାଗରୁ ସେମାନଙ୍କ ପାଖକୁ ମେସେଜ ପଠାଯାଉଥିଲେ ମଧ୍ୟ ସେମାନେ ଆସୁ ନାହାଁନ୍ତି। ତେବେ ସେମାନଙ୍କୁ ସଚେତନତା କରାଯାଇ ଏହି ଟୀକାକରଣ ଶେଷ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏହାକୁ ନେଇ ବିଭାଗ ବର୍ତ୍ତମାନ ଚିନ୍ତାରେ ପଡିଯାଇଛି।
ସୁରଟ, ଗୁଜୁରାଟର ବ୍ୟବସାୟିକ ସହର ସୁରଟରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ସୁରଟ ସହରର କିମଚାର ରାସ୍ତାର ଫୁଟଫାଥରେ ଶୋଇଥିବା ଶ୍ରମିକଙ୍କ ଉପରକୁ ଏକ ଟ୍ରକ ମାଡିଯାଇଥିଲା। ଫଳରେ ଘଟଣା ସ୍ଥଳରେ 13 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କର ଘର ରାଜସ୍ଥାନର ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ଗତାକାଲି ରାତିରେ ଫୁଟଫାଥରେ ପ୍ରାୟ 18 ଜଣ ଶ୍ରମିକ ଶୋଇଥିଲେ। ସେହି ରାସ୍ତାରେ ଏକ ଟ୍ରକ ସହିତ ଟ୍ରାକ୍ଟରର ଧକ୍କା ହୋଇଥିଲା। ଫଳରେ ଟ୍ରକ ଡ୍ରାଇଭର ନିୟନ୍ତ୍ରଣ ହରାଇ ରାସ୍ତାରେ ଶୋଇଥିବା ଶ୍ରମିକଙ୍କ ଉପରକୁ ମାଡିଯାଇଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଭୁବନେଶ୍ୱର, ରବିବାର ଦିନର ବିରତି ପରେ ସୋମବାର ଦ୍ୱିତୀୟ ଦିନରେ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ- ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ ଅନ୍ତର୍ଭୁକ୍ତ କରାଯିବ । ସେହି ଅନୁଯାୟୀ ସେମାନେ ସେମାନଙ୍କର ମାଇକ୍ରୋ ପ୍ଲାନ୍ ଦାଖଲ କରିଛନ୍ତି । ଟୀକାକରଣ ପାଇଁ ମେଡିକାଲ୍ କଲେଜ ଏବଂ ବଡ଼ ବେସରକାରୀ ଡାକ୍ତରଖାନାରେ ୫ଟି କେନ୍ଦ୍ର , ଜିଲ୍ଲା ସଦର ମହକୁମା ହସ୍ପିଟାଲ୍ରେ ଗୋଟିଏରୁ ଦୁଇଟି କେନ୍ଦ୍ର, ଉପଖଣ୍ଡ ହସ୍ପିଟାଲ୍ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଓ୍ୱାର୍ଡରେ ଆଜିଠାରୁ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି । ସମସ୍ତ ବର୍ଗର କର୍ମଚାରୀ ଏହି ସବୁ କେନ୍ଦ୍ରରେ ଅନ୍ତର୍ଭୁକ୍ତ ହେବାକୁ ଯୋଜନା କରାଯାଇଛି । ପ୍ରଥମ ଦିବସରେ ୧୬୧ଟି କେନ୍ଦ୍ର କରାଯାଇଥିଲା, ଯେଉଁଥିରେ ୧୩,୯୮୦ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା…
ନୂଆଦିଲ୍ଲୀ, ସବୁଜତାକୁ କିଏ ପସନ୍ଦ କରେ ନାହିଁ? ଯଦି ଆପଣଙ୍କ କୋଠରୀରେ ସବୁଜ ରଙ୍ଗର ଚିତ୍ର ଅଛି, ତେବେ ଫେଙ୍ଗ୍ ଶୁଇଙ୍କ ଦୃଷ୍ଟିକୋଣରୁ ଏହା ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ। ଆପଣଙ୍କ ଘରର ଦକ୍ଷିଣ-ପୂର୍ବ ଦିଗକୁ ସମ୍ପତ୍ତିର କ୍ଷେତ୍ର ବୋଲି କୁହାଯାଏ । ସବୁଜ ରଙ୍ଗରେ ପରିପୂର୍ଣ୍ଣ ଏକ ଜଙ୍ଗଲ କ୍ଷେତ୍ରର ଚିତ୍ର ଏହି କୋଣରେ ଲଗାଯିବା ଉଚିତ । ସଂପତ୍ତି ବୃଦ୍ଧି ପାଇଁ ଏହା ଆପଣଙ୍କ ପଥକୁ ସହଜ କରିଥାଏ । ଏହା ମନେ ରଖିବା ଉଚିତ୍ ଯେ ଚିତ୍ରରେ ପର୍ବତ ଇତ୍ୟାଦିର କୈଣସି ଦୃଶ୍ୟ ରହିବା ଉଚିତ୍ ନୁହେଁ ।
ମେଷ: – ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟିକ କାର୍ଯ୍ୟକଳାପରେ ସାମାନ୍ୟ ସମସ୍ୟା ହୋଇପାରେ। ତଥାପି, କିଛି କାର୍ଯ୍ୟ ସଫଳ ହେବ, କିନ୍ତୁ ସେଗୁଡିକ ଯତ୍ନର ସହିତ କରିବା ଆବଶ୍ୟକ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିବ ଏବଂ ମାନସିକ ରୋଗ ମଧ୍ୟ ଅନୁଭବ କରିବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କର ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣ ଏକ ବିବାଦରେ ପଡ଼ିପାରନ୍ତି । ପାରିବାରିକ ପରିବେଶ ଭଲ ରହିବ ଏବଂ ପରିବାର ସଦସ୍ୟମାନଙ୍କର ସହାୟତା ପାଇବେ। ଅନାବଶ୍ୟକ ଖର୍ଚ୍ଚକୁ ଏଡାଇ ଦିଅନ୍ତୁ । ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ କୁହାଯାଇପାରେ। ଏକ ନୂତନ ସମ୍ପର୍କକୁ ଆସିବା ପାଇଁ ଏହା ଏକ ଭଲ ସମୟ। ଆଜି ଏକ ଭଲ ଦିନ ହେବ। ବ୍ୟବସାୟ ଭଲ କରିବ ଏବଂ ଲାଭଜନକ ପରିସ୍ଥିତି ସୃଷ୍ଟି ହେବ, କିନ୍ତୁ ସେଠାରେ ଅଧିକ କାର୍ଯ୍ୟ ଭାର ରହିବ ଏବଂ…
ନୂଆଦିଲ୍ଲୀ, ଆମେ ଆଜି ତିନୋଟି ରାଶି ସଂପର୍କରେ କହିବୁ ଯେଉଁମାନେ ଜାନୁୟାରୀ ମାସ ଶେଷ ହେବା ପୂର୍ବରୁ ବେଶ୍ ଖୁସି ଖବର ପାଇବେ। ଚିତ୍ତାକର୍ଷକ କାର୍ଯ୍ୟରେ ସାଙ୍ଗମାନଙ୍କ ସହିତ ସମୟ ବିତାଇବେ। ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ, ଆପଣ ଭାବି ପାରିବେ ନାହିଁ ଯେ ଆପଣ ଏତେ ଲାଭ ପାଇବେ । ଆପଣ ମଧ୍ୟ ଅନେକ ଦାୟିତ୍ବର ସମ୍ମୁଖୀନ ହୋଇପାରନ୍ତି । ଯେଉଁଥିପାଇଁ ଏହି ଲୋକମାନେ ସେମାନଙ୍କର ପ୍ରେମ ଏବଂ ଅର୍ଥ ପାଇବାର ସମ୍ଭାବନା ଅଛି। ଏହି ରାଶିର ଲୋକମାନଙ୍କ ପାଇଁ ଚଳିତ ମାସରେ ବ୍ୟବସାୟ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କିଛି ବଡ଼ ଖବର ପାଇପାରିବେ। ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଏହି ମାସ ଆପଣଙ୍କ ପାଇଁ ବହୁତ ଭଲ । ସରକାରୀ ସୁବିଧା ଆଶା କରିପାରନ୍ତି । ପାରିବାରିକ ଜୀବନରେ ଶାନ୍ତି ଏବଂ ସୁଖ ରହିବ । ଉଚ୍ଚ ପଦାଧିକାରୀଙ୍କ ଉତ୍ସାହ ଆପଣଙ୍କ ଉତ୍ସାହକୁ ବଢାଇବ । ଅସମାପ୍ତ…

