ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୮୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ: କୃଷକ ସଂଗଠନ ଏବଂ କେନ୍ଦ୍ର ସରକାର ମଧ୍ୟରେ ଆଜି ନବମ ପର୍ଯ୍ୟାୟ ଆଲୋଚନା ପୁନର୍ବାର ବିଫଳ ହୋଇଛି। କେନ୍ଦ୍ରୀୟ ବିଜ୍ଞାନ ଭବନରେ ଚାଲିଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ସଂଗଠନ ତିନି ଆଇନକୁ ରଦ୍ଦ କରିବା ପାଇଁ ଅଡି ବସିଥିବା ବେଳେ କେନ୍ଦ୍ର ଏଥିରେ ରାଜି ହୋଇନାହିଁ। ଆଜିର ବୈଠକରେ ଦୁଇ ପକ୍ଷ ନିଜ ନିଜର ଜିଦରେ ଅଟଳ ରହିଛନ୍ତି। ତେବେ ପୁଣି ଆସନ୍ତା ୧୯ ତାରିଖରେ ଦଶମ ପର୍ଯ୍ୟାୟ ଆଲୋଚନା ହେବ। ଏହି ଦିନ ଅପରାହ୍ନ ୧୨ ଟାରେ ଆଲୋଚନା ଲାଗି କେନ୍ଦ୍ରୀୟ ବିଜ୍ଞାନ ଭବନରେ ବୈଠକ ବସିବ।
ବ୍ରିସବେନ: ପୁଣି ଭାରତୀୟ ଖେଳାଳିଙ୍କ ଉପରେ ଅପଶବ୍ଦ ପ୍ରୟୋଗ କରିଛନ୍ତି ଅଷ୍ଟ୍ରେଲିଆ ଦର୍ଶକ। ବ୍ରିସବେନରେ ଖେଳାଯାଉଥିବା ଅଷ୍ଟ୍ରେଲିଆ-ଭାରତ ଚତୁର୍ଥ ଟେଷ୍ଟରେ କିଛି ଅଷ୍ଟ୍ରେଲିଆ ଦର୍ଶକ ଭାରତୀୟ ଖେଳାଳିଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ କିଛି ଦର୍ଶକ ୱାସିଙ୍ଗଟନ ସୁନ୍ଦର ଏବଂ ମହମ୍ମଦ ସିରାଜଙ୍କୁ ଅପଶବ୍ଦରେ ଗାଳି କରିଛନ୍ତି। ଏହି ଦୁଇ ଖେଳାଳି ପଡିଆର ସୀମା ରେଖାରେ ଫିଲଡିଙ୍ଗ କରୁଥିବା ବେଳେ ଦର୍ଶକମାନେ ଏଭଳି ଖରାପ ବ୍ୟବହାର କରିଥିଲେ। ଅଷ୍ଟ୍ରେଲିଆର ଏକ ଖବର କାଗଜରେ ପ୍ରକାଶିତ ହେବା ପରେ ଏହା ଜଣାପଡିଲା। ପ୍ରକାଶିତ ଖବର ଅନୁଯାୟୀ, କିଛି ଦର୍ଶକ ୱାସିଙ୍ଗଟନ ସୁନ୍ଦରକୁ ଗାଳି ଦେବା ସହିତ ହୋ ହଲ୍ଲା କରାଯାଉଛି ବୋଲି କେଟ ନାମକ ଏକ ଦର୍ଶକ ସୂଚନା ଦେଇଥିଲେ।
କୋଲକୋତା: ଆଉ ଜଣେ ତୃଣମୁଳ କଂଗ୍ରେସ ସାଂସଦ ଦଳ ଛାଡିବା ନେଇ ଆଲୋଚନା ହେଉଛି। ସାଂସଦ ଶତାବ୍ଦୀ ରାୟ ଦଳ ଛାଡିବା ନେଇ ଆଲୋଚନା ଜୋର ଧରିଛି। ସେ ଦଳ ଉପରେ ଅସନ୍ତୋଷ ଥିବାରୁ ଏଭଳି ଆଲୋଚନା ହେଉଛି। ଶତାବ୍ଦୀ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ତାଙ୍କୁ କୌଣସି କାମ କରିବା ପାଇ ଦିଆଯାଉ ନାହିଁ। ଏହା ଭିତରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯୋଜନା କରିଛନ୍ତି। ତେବେ ଏନେଇ ତାଙ୍କୁ ପଚରାଯିବାରୁ ସେ କହିଲେ ଯେ, ଜଣେ ସାଂସଦ ହିସାବରେ ମୁଁ କାହା ସହିତ ବି ଭେଟି ପାରିବି। ଏଥିରେ କଣ ଅସୁବିଧା ଅଛି? ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ମତେ ତିଆରି କରି ନାହିଁ। ପୂର୍ବରୁ ମୁ ଜଣେ ଷ୍ଟାର ଥିଲି। ମତେ ଦଳ ପକ୍ଷରୁ ଏକ ରୋଡ ଶୋ’ ପାଇଁ ଡକାଯାଇଥିଲା। ତାପରେ ମମତା ବାନାର୍ଜୀ ମତେ ଦଳରେ…
ଭୁବନେଶ୍ବର: ଆସନ୍ତାକାଲି ସମଗ୍ର ଦେଶରେ କରୋନା ଟିକାକରଣ ଲାଗି ପ୍ରଧାନମନ୍ତ୍ରୀ ଶୁଭ ଉଦଘାଟନ କରିବେ। ଉଦଘାଟନ ପରେ ରାଜ୍ୟରେ ଟିକାକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ମୋଟ ୧୬୧ ଟି କେନ୍ଦ୍ରରେ ଟିକାକରଣ କରାଯିବ। ସେଥିପାଇଁ ଅବଜରଭେସନ ରୁମ, ୱେଟିଙ୍ଗ ରୁମ ଏବଂ ଟିକାକରଣ ଗୃହକୁ ପ୍ରସ୍ତୁତ କରାଯାଇଛି। ୫ ଜଣିଆ ଟିମକୁ ଟିକାକରଣ ଲାଗି ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ପ୍ରତ୍ୟେକ ଜିଲ୍ଲାକୁ ପଠାଯାଇଛି। ଗାଇଡଲାଇନ ଅନୁସାରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଟିକା ନେବା ପାଇଁ ବାରଣ କରାଯାଇଛି। ଅସୁସ୍ଥ ବା ଚିକିତ୍ସାଧୀନ ଲୋକଙ୍କୁ ଟିକାକରଣ ଲାଗି ଅନୁମତି ନାହିଁ। ୧୪ ଦିନ ପୂର୍ବରୁ ଅନ୍ୟ କୌଣସି ଟିକା ନେଇଥିଲେ କୋଭିଡ଼ ଟୀକା ନେବାକୁ ବାରଣ କରାଯାଇଛି। କୋଭିଡ଼…
ନୂଆଦିଲ୍ଲୀ: ଆଜିଠାରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅଭିଯାନର ଶୁଭାରାମ୍ଭ କରିଛନ୍ତି। ସେ ‘ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍’ର ପ୍ରତିନିଧିମାନଙ୍କୁ ଭେଟି ପାଣ୍ଠି ସଂଗ୍ରହ ଅଭିଯାନର ଶୁଭାରାମ୍ଭ କରିଛନ୍ତି। ଦାନ ବାବଦକୁ ନିଜ ଆକାଉଣ୍ଟରୁ ମୋଟ ୫ ଲକ୍ଷ ୧୦୦ ଟଙ୍କାର ଚେକ ଦେଇଛନ୍ତି ରାଷ୍ଟ୍ରପତି। ତେବେ ସମଗ୍ର ଦେଶରେ ମନ୍ଦିର ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ କରାଯିବ। ମୋଟ ୫୨,୫୦,୦୦ ଗାଁରେ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ। ସଂଗୃହୀତ ଟଙ୍କା ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ୍ରେ ଜମା କରାଯିବ। ୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର ଦାନକୁ ଚେକ୍ ଆକାରରେ ଗ୍ରହଣ କରାଯିବ। ଏହା ଆଜି ଠାରୁ ଆରମ୍ଭ ହୋଇ ଫେବ୍ରୁଆରି ୨୭ ତାରିଖ ଦିନ ପର୍ଯ୍ୟନ୍ତ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଚାଲିବ।
ଭୁବନେଶ୍ବର, ପର୍ଯ୍ୟଟନ ବିଭାଗ ତରଫରୁ ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଭୁବନେଶ୍ବର ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଏହି ଉତ୍ସବର ପ୍ରଥମ ସଂଧ୍ୟାରେ ଶିବ ସ୍ତୋତ୍ରରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଏହି ସଂଗୀତ ପରିବେଷଣ କରାଯାଇଥିଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମୀରା ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ। ପ୍ରଥମେ ମଙ୍ଗଳାଚରଣ ପରେ ରାଗ ବିହ୍ଲରୀ ଓ ତାଳ ଏକତାଳୀରେ ପଲ୍ଲବୀ ପରିବେଷଣ କରିଥିଲେ। ସେହିପରି ଅଭିନୟ ପର୍ଯ୍ୟାୟରେ ରାମାୟଣର ଶବରୀ ଉପାଖ୍ୟାନ ପରିବେଷଣ କରିଥିଲେ। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ମୀରା ଦାସ। ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ପ୍ରୀତିସା ମହାପାତ୍ର ଓ ରିବ୍ଧିତା ବରୁଆଙ୍କ ଦ୍ୱାରା ପ୍ରଥମେ ଶିବସ୍ତୁତି ଜୟ ମହେଶ ପରେ ପରେ ପଲ୍ଲବୀ ଓ ଶେଷରେ…
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆଜି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି। କଂଗ୍ରେସ ପକ୍ଷରୁ ଆଜି କୃଷକ ଅଧିକାର ଦିବସ ମଧ୍ୟ ପାଳନ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କଂଗ୍ରେସ ସଡକ ଠାରୁ ସାମାଜିକ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠାରେ ବିରୋଧ କରିବା ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ବରେ ଆଜି ଦିଲ୍ଲୀ ରାଜଭବନ ଘେରାଉ କରିଛି। ଏହି ବିରୋଧ ଲାଗି କଂଗ୍ରେସ ପ୍ରଦେଶ ସଭାପତି ଅଜୟ କୁମାର ଲଲ୍ଲୁ, ଏମଏଲସି ଦୀପକ ସିଂହ, ଦିଲପ୍ରୀତ ସିଂହ ପ୍ରମୁଖ ବହୁ ନେତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।
ଆଜି ଆର୍ମି ଦିବସ ଉପଲକ୍ଷେ କ୍ରୀଡାମନ୍ତ୍ରୀ କିରଣ ରିଜୁଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି
ବ୍ରିସବେନ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୭୪ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡି ଡ଼େଭିଡ ୱାର୍ନର ଏବଂ ମାର୍କସ ହ୍ୟାରିସ ବ୍ୟାଟିଂରେ ବିଫଳ ହୋଇଥିଲେ ମଧ୍ୟ ମାର୍ନସ ଲାବୁସେନ ଓ ଷ୍ଟିଭ ସ୍ମିଥ ଖେଳକୁ ଆଗକୁ ବଢାଇଥିଲେ। କିନ୍ତୁ ସ୍ମିଥ ମାତ୍ର ୩୬ ରନରେ ୱାସିଙ୍ଗଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇ ଅଷ୍ଟ୍ରେଲିଆର ସମସ୍ୟା ବଢାଇଥିଲେ। ସ୍ମିଥଙ୍କ ପରେ ମାଥ୍ଵୀ ୱାଡ଼େ ବ୍ୟାଟିଂ କରିବାକୁ ଆସିଥିଲେ। ଲାବୁସେନ ଏବଂ ୱାଡେଙ୍କ ଯୋଡି ଚା’ ପାନ ବିରତି ପର୍ଯ୍ୟନ୍ତ ଖେଳି ଦଳର ସ୍ଥିତିକୁ ମଜବୁଜ କରିଥିଲେ। କିନ୍ତୁ ବିରତି ପରେ ୱାଡେ ଟି ନଟରାଜନଙ୍କ ବଲରେ ଆଉଟ ହୋଇଯାଇଥିଲେ ଏବଂ ତାପରେ ଲାବୁସେନ ମଧ୍ୟ ନଟରାଜନଙ୍କ ବଲରେ ଆଉଟ…
ଭୁବନେଶ୍ବର: ଆଜି ରାଜ୍ୟରୁ ଦୁଇ ଜଣ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଆଉ ଜଣେ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧାର ୬୯ ବର୍ଷୀୟ ପୁରୁଷଙ୍କ ଏହି ମହାମାରୀ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ। ସୁନ୍ଦରଗଡର ଜଣେ ୫୦ ବର୍ଷୀୟ ପୁରୁଷଙ୍କ କୋରୋନଜନିତ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯କୁ ବୃଦ୍ଧି ହୋଇଥିବା ବେଳେ ୩ ଲକ୍ଷ ୨୮ ହଜାର ୮୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ରାଜ୍ୟରେ ମୋଟ ୨ ହଜାର ୧୬୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ଏବଂ ମୋଟ ୧୮୯୭ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ଦଶଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିବେ। ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେବ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ମୋଟ ୩୦୦୬ଟି ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହେବେ। ଉଦଘାଟନୀ ଦିବସରେ ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ପାଖାପାଖି ୧୦୦ ଜଣ ହିତାଧିକାରୀଙ୍କୁ ଟୀକା ଦିଆଯିବ। ପ୍ରାଥମିକ ବର୍ଗଙ୍କୁ ପ୍ରଥମେ ଟୀକା ଦିଆଯିବାର ନୀତି ଉପରେ ଏହି ଟୀକାକରଣ ଅଭିଯାନ ଆଧାରିତ। ତେଣୁ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସମେତ ଉଭୟ ସରକାରୀ ଏବଂ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ ଏହି ପ୍ରଥମ ପର୍ଯ୍ୟାୟରେ ଟୀକା ଦିଆଯିବ। ଏହି ଟୀକାକରଣ କାର୍ଯ୍ୟକ୍ରମ ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ କରାଯାଇଥିବା ଏକ ଅନଲାଇନ ଡିଜିଟାଲ ପ୍ଲାଟଫର୍ମ କୋ-ଓ୍ବିନକୁ…
ଭୁବନେଶ୍ବର: ରାଜ୍ୟରେ ଆଜି ୧୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୮ ଜଣ ଚିହ୍ନଟ ହୋଇଥିବାବେଳେ ୭୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୯୪୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୮୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୬୬ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ ଟି ଜିଲ୍ଲାରୁ ମୋଟ୍ ୧୮୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୨୭ ହଜାର ୬୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୯୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୬୨ ହଜାର ୭୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୧୩ ହଜାର ୨୭ ଆକ୍ଟିଭ୍ କେସ୍ ରହିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଆଜିଠୁ ସିଡିଏ ଦ୍ୱାରା ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା ଆରମ୍ଭ କରାଯାଇଛି। ୧୮ ଜଣିଆ ଟିମ ଦ୍ୱାରା ଉଦ୍ଭିଦ ଓ ପ୍ରାଣୀ ଗଣନା ଚାଲିଛି। ସାତପଡା ପଟୁ ୮ଟି ଟିମ ଗଣନା କରୁଥିବା ବେଳେ ବାଲୁଗାଁ ପଟୁ ୧୦ଟି ଟିମ ଗଣନା କରୁଛି। ଚିଲିକା ଡେଭଲଅପମେଣ୍ଟ ଅଥରିଟି ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଆଜି ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚିଲିକାରେ ବୋଟ୍ ଚଳାଚଳ ବନ୍ଦ ରହିବ। ସମସ୍ତ ବୋଟ୍ ମାଲିକ ସଂଘ ଓ ପିଏଫ୍ସିଏସ୍ ସଦସ୍ୟମାନେ ଏହି ସମୟରେ ସହଯୋଗ କରିବାକୁ ସିଡିଏ ପକ୍ଷରୁ ଅନୁରୋଧ କରାଯାଇଛି।
ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।
ନୂଆଦିଲ୍ଲୀ, କଲାର ଏକ ସାଧାରଣ ପରିବା ହୋଇଥିଲେ ମଧ୍ୟ ଏହା ମଧ୍ୟରେ ଭରି ରହିଛି ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ। ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହାକୁ ଖାଇଲେ କେତେ ରୋଗ ଭଲ ହୁଏ। ଆଜି ଏହିପରି ପାଞ୍ଚୋଟି ରୋଗ ସଂପର୍କରେ ଆମେ ଉଲ୍ଲେଖ କଲୁ। 1-ପ୍ରତ୍ୟେକ ଦିନ ଯଦି ଆପଣ 20 ଗ୍ରାମ କଲରା ରସ ସକାଳେ ଖାଲି ପେଟରେ ସେବନ କରନ୍ତି, ତେବେ ଆପଣଙ୍କ ରକ୍ତ ସର୍କରା ଏବଂ ମୁତ୍ର ସର୍କରା ମାସେ ମଧ୍ୟରେ ନିୟନ୍ତ୍ରଣ ହେବ। 2-କଲରାକୁ ଚାଞ୍ଚି ତାହାକୁ ନିଆଁରେ କିଛି ସମୟ ବା ସିଝିଲା ପର୍ଯ୍ୟନ୍ତ ପୋଡି ଦିଅନ୍ତୁ। ତାହାକୁ ଛେଚି ସେଥିରେ ସାମାନ୍ୟ ଚିନି ମିଶାଇ ଖାଆନ୍ତୁ। ଦଶ ଦିନ ପର୍ଯ୍ୟନ୍ତ ଦୈନିକ ଶହେ ଗ୍ରାମ ଲେଖାଏଁ ଖାଇଲେ ସେଥିରେ ଗଣ୍ଠି ବାତ ଏବଂ ସନ୍ଧି ବାତ ଭଲ ହୁଏ। 3-ଅନେକ ଲୋକଙ୍କର ପାଦ ତଳ ଥରେ ଥରେ ପୋଡା…
ମେଷ- ଆପଣ ଆଜି ପରିବାର ବିରୁଦ୍ଧରେ ଯାଇପାରନ୍ତି। କିଛି ତତ୍ପର ନିଷ୍ପତ୍ତି ନିଆଯିବ। ଜମା ହୋଇଥିବା ପାଣ୍ଠିକୁ ସତର୍କତାର ସହିତ ବ୍ୟବହାର କରନ୍ତୁ । ନୂତନ ଦାୟିତ୍ବ ପାଇବାର ସମ୍ଭାବନା ଅଛି । ଗୋଡରେ ଆଘାତ ଲାଗିପାରେ। ବୃଷ- ଆପଣଙ୍କର ଆଚରଣରେ ପରିବର୍ତ୍ତନ କରନ୍ତୁ। ସମସ୍ତେ ଆପଣଙ୍କର ହେବ । ଆପଣଙ୍କର ପିତାମାତାଙ୍କ ଆଚରଣରେ ଉନ୍ନତି କରନ୍ତୁ। ଏହାଦ୍ବାରା ଉନ୍ନତି ହେବ। ମିଥୁନ- ଦୀର୍ଘ ଦିନର ବିବାଦ ଆଜି ସମାଧାନ ହୋଇପାରିବ। ସନ୍ତାନ ସୁଖ ସମ୍ଭବ। ବିଦେଶ ଯିବାର ସମ୍ଭାବନା ଅଛି। ଜୀବନ ସାଥୀଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ଆର୍ଥିକ ଦୃଷ୍ଟିରେ କ୍ଷତି ହୋଇପାରେ । କର୍କଟ- ଆଜି ଇଶ୍ବରଙ୍କ ଅନୁମୋଦନ କରିବେ। ବୃଥା ଚିନ୍ତା କରିବା ବନ୍ଦ କରନ୍ତୁ ଏବଂ ଆପଣଙ୍କ ସ୍ୱପ୍ନ ପୂରଣ କରିବା ଆରମ୍ଭ କରନ୍ତୁ । ଆଜି କଣ୍ଟିଜେନ୍ସି ଟଙ୍କା ଗ୍ରହଣ କରାଯାଇପାରିବ। ଲୋକମାନେ କଳା ଦ୍ୱାରା ପ୍ରଭାବିତ ହେବେ। ସିଂହ-ପୁଞ୍ଜି ବିନିଯୋଗ ଭଲ ଫଳାଫଳ ଦେବ। ଆଜି ନୂଆ…
ନୂଆଦିଲ୍ଲୀ, ଜାନୁୟାରୀ 15 ତାରିଖରେ ରାହୁ ଏବଂ କେତୁ ଗ୍ରହ ସାମନାସାମନି ହେଉଛନ୍ତି। ଏହା ଦ୍ବାରା ପାଞ୍ଚୋଟି ରାଶି ଉପରେ ପଡିବ ପ୍ରଭାବ। ସେମାନଙ୍କର ଭାଗ୍ୟ ଉଜ୍ଜଳ ହେବାର ସମ୍ବାବନା ରହିଛି।ଏହି ରାଶିର ଲୋକମାନେ ଟଙ୍କା ଫେରସ୍ତ ପାଇପାରିବେ । ଯେଉଁମାନେ ବ୍ୟବସାୟ କରନ୍ତି ସେମାନେ ସେମାନଙ୍କର ବ୍ୟବସାୟରେ ଉପକୃତ ହେବେ । ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇବେ । ପରିବାର ସହାୟତା ଭାଇମାନେ ଉପକୃତ ହେବେ । ସେଠାରେ ଅର୍ଥନୈତିକ ଲାଭର ସମ୍ଭାବନା ଅଛି । ଆପଣଙ୍କର ସମସ୍ତ କାର୍ଯ୍ୟ ସମାପ୍ତ ହେବ। ମାନସିକ ଶାନ୍ତି ଏବଂ ସହଯୋଗ ମଧ୍ୟ ମିଳିପାରିବ । ଆପଣ ନମ୍ରତା ଏବଂ କୈଶଳରୁ ଉପକୃତ ହୋଇପାରିବେ । ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ । ହଠାତ୍ ଟଙ୍କା ଲାଭ ହେବ। ସେହି ରାଶିଗୁଡିକ ହେଉଛି ମକର, ମୀନ, ସିଂହ, ତୂଳା ଏବଂ କୁମ୍ଭ ରାଶି।
ଅହମ୍ମଦାବାଦ, କେନ୍ଦ୍ର ଗୃହମନ୍ତ୍ରୀ ବର୍ତ୍ତମାନ ନିଜ ରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି। ମକର ସଂକ୍ରାନ୍ତି ଉପଲକ୍ଷେ ସେ ଅହମ୍ମଦାବାଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେ ଆଜି ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରେ ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ଏଥିସହିତ ସେଠାରେ ସେ ମକର ସଂକ୍ରାନ୍ତି ଉପଲକ୍ଷେ ଗୋ ପୂଜା ମଧ୍ୟ କରିଛନ୍ତି। ଏଥିରେ ସେ ପରିବାର ସହ ଏହି ପୂଜାରେ ସାମିଲ ହୋଇଥିଲେ। ସେହିପରି ମକର ସଂକ୍ରାନ୍ତିରେ ଗୁଡି ଉଡା ଏକ ପର୍ବ ଭାବରେ ରହିଆସିଛି। ସେହି ଗୁଡି ଉଡା କାର୍ଯ୍ୟକ୍ରମରେ ମଧ୍ୟ ଅମିତ ସାହା ଯୋଗ ଦେଇଥିଲେ। ଅହମ୍ମଦାବାଦର ତାଙ୍କର ଜଣେ ପୁରୁଣା ବନ୍ଧୁଙ୍କ ଘରକୁ ଯାଇ ଛାତରେ ଏହି ଗୁଡି ଉଡାଇଥିଲେ। ତାଙ୍କର ଗସ୍ତକୁ ନେଇ ଅହମ୍ମଦାବାଦରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେରେ ଆଜି ଇନ୍ଦ୍ରାବତୀ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସଲ ଧନ୍ୟବାଦର ପାତ୍ର। ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନମୁଳକ ଭାବେ ଏହି ସମାବେଶରେ ଥରେଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦୀର୍ଘ ୨ ଦଶନ୍ଧି ଧରି ଶାସନ କ୍ଷମତାରେ ରହିବା ସତ୍ୱେ କଳାହାଣ୍ଡି ଏବଂ ଏହାର ଆଖପାଖ ଚିତ୍ର ବାସ୍ତବରେ ନ ବଦଳିବା ଅତ୍ୟନ୍ତ ଲଜ୍ଜାଜନକ । ଗତ ପଂଚାୟତ ନିର୍ବାଚନ ପୂର୍ବରୁ…

