ନୂଆଦିଲ୍ଲୀ: ସୁପ୍ରୀମ କୋର୍ଟରେ ଚାଷୀ ଆନ୍ଦୋଳନ ମାମଲାରେ ଶୁଣାଣି ଆରମ୍ଭ ହୋଇଯାଇଛି। ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଦାଲତରେ ପକ୍ଷ ରଖାଯାଇଛି। ବର୍ତ୍ତମାନ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଆଗକୁ ଆଲୋଚନା ହେବ ବୋଲି ପ୍ରସ୍ତାବ ରହିଛି। କିନ୍ତୁ ଏଥିରେ ମୁଖ୍ୟ ବିଚାରପତି ବୋବଡ଼େ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟ ବିଚାରପତି କହିଛନ୍ତି ଯେ, ଯେଉଁ ଭଳି ଭାବେ କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ନେଇ କାର୍ଯ୍ୟ କରୁଛନ୍ତି। ସେଥିରେ ଆମେ ଆଦୌ ସନ୍ତୁଷ୍ଟ ନୁହଁ। ସେ କହିଛନ୍ତି ଯେ, ବୟସ୍କ ଚାଷୀମାନେ ଆନ୍ଦୋଳନ କରୁଥିବା ଏକ ଚିନ୍ତାଜନକ। ଏକ କମିଟି ଗଠନ କରାଯାଇ ଯଥା ଶୀଘ୍ର ଏହାର ସମାଧାନ ବାହାର କରାଯାଉ ବୋଲି ମୁଖ୍ୟ ବିଚାରପତି କହିଛନ୍ତି।
Author: Samikhsya Bureau
ଲାହୋର: ପାକିସ୍ତାନର ଷ୍ଟାର୍ କ୍ରିକେଟର ଭାରତର ଷ୍ଟାର୍ ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସ୍ଵାମୀ ଶୋଏବ ମଲିକଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗତକାଲି ରାତିରେ ଶୋଏବଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲାହୋରରେ ରାସ୍ତା ପାର୍ଶ୍ଵରେ ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା ଶୋଏବଙ୍କ କାର୍। ଧକ୍କା ଏତେ ଜୋରରେ ଥିଲା ଯେ ଶୋଏବଙ୍କ କାର୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ହେଲେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାକିସ୍ତାନ ସୁପର ଲିଗ୍ ପ୍ଲେୟାର ଡ୍ରାଫ୍ଟ କାର୍ଯ୍ୟକ୍ରମମରୁ ଘରକୁ ଫେରୁଥିବା ବେଳେ ଶୋଏବ ମଲିକଙ୍କ ଦୁର୍ଘଟଣା ହୋଇଥିଲା। (ଏଜେନ୍ସି)
ଭୁବନେଶ୍ବର: ଓଡିଶା ଉଚ୍ଚନ୍ୟାୟଳୟଙ୍କ ସ୍କୁଲ ଫି ଛାଡ଼ ମାମଲାରେ ରାୟ ପ୍ରକାଶ ପାଇବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ ଆସିଲା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଆମ ନିକଟରେ ସ୍କୁଲ ଫି ଛାଡ ମାମଲାର ନିର୍ଦ୍ଦେଶ ପହଞ୍ଚି ନାହିଁ। ଏସବୁ ପ୍ରସଙ୍ଗରେ ଆମେ କେବଳ ଗଣମାଧ୍ୟମ ଜରିଆରେ ଶୁଣି ପାରୁଛୁ। ତେବେ ନିର୍ଦ୍ଦେଶ ଆସିଲେ ଆମେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବୁ। ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ଓଡିଶା ଉଚ୍ଚନ୍ୟାୟଳୟ ପକ୍ଷରୁ ସ୍କୁଲ ଫି ହ୍ରାସ ମାମଲାରେ ରାୟ ପ୍ରକାଶ ପାଇଥିବାର ସୂଚନା ମିଳିଥିଲା। ୧୪ଟି ବେସରକାରୀ ସ୍କୁଲ, ଗଣଶିକ୍ଷା ବିଭାଗ ଓ ଅଭିଭାବକ ସଙ୍ଘ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଏମ୍ଓୟୁ ଅନୁସାରେ ଉଚ୍ଚନ୍ୟାଳୟଙ୍କ ରାୟ ପ୍ରକାଶ ପାଇଥିବାର ସୂଚନା ରହିଥିଲା। ଏମ୍ଓୟୁ ଅନୁସାରେ ୬ ହଜାରରୁ ୧୨ହଜାର ପର୍ଯ୍ୟନ୍ତ ବାର୍ଷିକ ଫି ନେଉଥିବା ସ୍କୁଲଗୁଡିକ ୭.୫ ପ୍ରତିଶତ…
ଭୁବନେଶ୍ବର: ରାଜ୍ୟରେ ଆଜି ୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୪୨ ଜଣ ଚିହ୍ନଟ ହୋଇଥିବାବେଳେ ୧୦୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୧୦୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୪୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୧୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍ ୨୪୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁରରୁ ୩୭,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୩୧୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୬୬ ହଜାର ୫୯୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୧୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୨ ହଜାର ୯୦୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୨୨ ହଜାର ୫୨୬ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଜାନୁଆରୀ ୨୦୨୧ ସକାଳ ୧୦.୩୦ରେ ଦ୍ୱିତୀୟ ଜାତୀୟ ଯୁବ ସଂସଦର ଉଦଯାପନୀ ଉତ୍ସବ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ତିନି ଜାତୀୟ ବିଜେତା ମଧ୍ୟ ନିଜ ବିଚାର ବ୍ୟକ୍ତ କରିବେ । ଲୋକସଭା ବାଚସ୍ପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏହି ଅବସରରେ ଉପସ୍ଥିତ ରହିବେ । ଜାତୀୟ ଯୁବ ସଂସଦ ଉତ୍ସବ ଜାତୀୟ ଯୁବ ସଂସଦ ଉତ୍ସବ (ଏନୱାଇପିଏଫ)ର ଉଦ୍ଦେଶ୍ୟ ହେଲା ୧୮ରୁ ୨୫ ବର୍ଷ ବୟସର ଭୋଟ ଦେବା ଅଧିକାର ପାଇଥିବା ଓ ଆଗାମୀ ଦିନରେ ସରକାରୀ ଚାକିରି ସମେତ ବିଭିନ୍ନ ପେସାରେ ଯୋଗ ଦେବାକୁ ଯାଉଥିବା ଯୁବ ପିଢିଙ୍କ ବିଚାର ଶୁଣିବା । ୩୧ ଡିସେମ୍ବର ୨୦୧୭ ମନ କି ବାତ ଅଭିଭାଷଣରେ ପ୍ରତିଫଳିତ ପ୍ରଧାନମନ୍ତ୍ରୀଙ୍କ ଚିନ୍ତାଧାରା ଆଧାରରେ ଏନୱାଇପିଏଫ…
ଭୁବନେଶ୍ବର, ରାଜ୍ୟ ଅଗ୍ନିଶମ ଏବଂ ବିପର୍ଯ୍ୟୟ ଏକାଡେମୀ ତରଫରୁ କରାଯାଇଥିବା ଫାୟାର ପାର୍କରେ ପ୍ରଥମ ଥର ପାଇଁ ପର୍ଯ୍ୟଟଙ୍କ ପାଇଁ ଖୋଲା ଯାଇଥିଲେ। ଏଥିରେ ପିଲାଙ୍କ ସହିତ 60 ଜଣ ପର୍ଯ୍ୟଟକ ପାର୍କ ବୁଲି ନିଆଁଲିଭା କୈଶଳ ଦେଖିଥିଲେ। ରାଜ୍ୟ ସରକାରଙ୍କ 5ଟି ଅଧିନରେ ଏହି ପାର୍କ ପ୍ରଥମ ଥର ପାଇଁ କରାଯାଇଛି। ଯାହା ସାରା ଭାରତରେ ଏହା ହେଉଛି ପ୍ରଥମ ପାର୍କ। ଏଥିରେ ଆଗ୍ନିକମାନେ ନିଆଁ ଲିଭା ସମୟରେ କିପରି କାମ କରନ୍ତି ତାହାର ଡେମୋ ପ୍ରଦର୍ଶିତ କରିଥିଲେ। ଏଥିସହିତ ସେଠାରେ ଥିବା ବିଭିନ୍ନ ଅତ୍ୟାଧୁନିକ ଅଗ୍ନି ନିର୍ବାପକ ଯନ୍ତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଛି।ଶେଷରେ ପର୍ଯ୍ୟଟକଙ୍କୁ ଘରେ ସାଧାରଣ ନିଆଁ ଲାଗିଲେ ପ୍ରଥମେ କଣ ଓ କିପରି ସମ୍ମୁଖୀନ ହେବେ ତାହାର କୈଶଳ ମଧ୍ୟ ପର୍ଯ୍ୟଟକଙ୍କୁ ଅବଗତ କରାଇଥିଲେ।
ନୂଆଦିଲ୍ଲୀ, ଶାସ୍ତ୍ରରେ ଦୈନନ୍ଦିନ କାର୍ଯ୍ୟ ଧାରାର ପ୍ରଣାଳୀ କିପରି ରହିବ ତାହା ଉଲ୍ଲେଖ କରାଯାଇଛି। କେମିତି କିପରି ଦୈନ୍ୟନ୍ଦିନ କାମ କରିବେ ତାହା ମଧ୍ୟ ଲେଖାଯାଛି। ଦିନରେ ଏବଂ ରାତିରେ କେତେକ କାର୍ଯ୍ୟ କରିବା ଉଚିତ ଏବଂ ଅନୁଚିତ ତାହା ମଧ୍ୟ କୁହାଯାଇଛି। କାରଣ ଦିନରେ ସୂର୍ଯ୍ୟ ଦେବଙ୍କ ପ୍ରାଧାନ୍ୟ ରହୁଥିବା ବେଳେ ରାତିରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିଥାଏ। ସେଥିପାଇଁ ସୂର୍ଯ୍ୟ ଦୃଶ୍ୟମାନେ ବା ଥିବା ପର୍ଯ୍ୟନ୍ତ କେତେକ କାର୍ଯ୍ୟକୁ ବାରଣ କରାଯାଇଛି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଏହି କାମଗୁଡିକ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ଅତ୍ୟଧିକ ହୋଇପାରେ । ଦିନରେ କଦାପି ଶୋଇବା ଉଚିତ୍ ନୁହେଁ । ଲୁଣକୁ ଭୂମିରେ ପଡ଼ିବାକୁ ଦିଅନ୍ତୁ ନାହିଁ । ତଳେ ତେଲ ଢାଳନ୍ତୁ ନାହିଁ । ଲଙ୍କା ମରିଚ ହାତକୁ ହାତ ଦିଅନ୍ତୁ ନାହିଁ କ୍ଷୀର ଜାଳନ୍ତୁ ନାହିଁ…
ମେଷ: କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ । ଅର୍ଥନୈତିକ ପ୍ରସଙ୍ଗରେ ଲାଭ ରହିବ । ନୂତନ ଆୟର ଉତ୍ସ ମିଳିବ । ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହେବ। ପ୍ରେମ ସମ୍ପର୍କ ଭଲ ହେବ । ଜୀବନସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଚାକିରୀ କରୁଥିବା ଲୋକମାନେ କାର୍ଯ୍ୟର ଚାପ ଅନୁଭବ କରିପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହେବ। ବୃଷ: ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବ ବ୍ୟବସାୟରେ ଲାଭ ପରିସ୍ଥିତି ରହିବ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ତାହା କରନ୍ତୁ । ଆପଣଙ୍କର ଭଲ ଆଚରଣ ହେତୁ ପରିବାର ଏବଂ ସାମାଜିକ ସ୍ଥିତିରେ ଲୋକପ୍ରିୟ ହେବେ । ମିଥୁନ: ପାରିବାରିକ ଜୀବନ ଭଲ ହେବ ଛାତ୍ର ଏବଂ ଯୁବ ବୃତ୍ତିଗତମାନଙ୍କ ପାଇଁ ଏହି ସପ୍ତାହ ଗୁରୁତ୍ୱପୂର୍ଣ୍ଣ । ନୂତନ…
ନୂଆଦିଲ୍ଲୀ, ଆର୍ଥିକ ବିଷୟ ପାଇଁ ସମୟ ଲାଭ ଦାୟକ ହେବ। ବ୍ୟବସାୟ ସଂପ୍ରସାରଣ ସହିତ ଚାକିରି ଲାଭ ମିଳିବ । ପରିବାର ଏବଂ ସାଙ୍ଗମାନେ ସମର୍ଥନ କରିବେ । ଜମି, ନିର୍ମାଣ, ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ସହଭାଗୀତାର ସୁଯୋଗ ଲାଭ ପାଇଁ ସୁଯୋଗ ଆଣିବ । ଅବିବାହିତ ବିବାହ ବିଷୟରେ ଆଲୋଚନା ହୋଇପାରେ । ଷ୍ଟକ୍ ମାର୍କେଟ୍, ଖଣିଜ ବଜାର, ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ପ୍ରମାଣିତ ହେବ।ଏହି ତିନୋଟି ରାଶି ହେଲା କର୍କଟ, କନ୍ୟା ଏବଂ ଧନୁ ରାଶି।ମାନସିକ ଚାପରୁ ମୁକ୍ତି ଏବଂ ଶାରୀରିକ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଯୋଗ ଏବଂ ଧ୍ୟାନ କରନ୍ତୁ । ନୂତନ ଜମି, କୋଠା, ସମ୍ପତ୍ତି, ଯାନ କ୍ରୟ କରିବେ । ପୁରୁଣା ବିନିଯୋଗ ଲାଭ ଆଣିବ । ସତର୍କ ରୁହନ୍ତୁ, ପ୍ରେମ ସଂପର୍କରେ ସାବଧାନ ରୁହନ୍ତୁ, କେହି ଆପଣଙ୍କଠାରୁ ଲାଭ ଉଠାଇବ।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସ୍ଥିତି ପରଖୁଛନ୍ତି ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡ କିସିଣ୍ଡା ର ଲଣ୍ଡାକୋଟ ଜଙ୍ଗଲରେ ଆଦିବାସୀ ମାନଙ୍କ ଅନୁପ୍ରବେଶ ଓ ଶହ ଶହ ଜଙ୍ଗଲ କାଟିବା ପ୍ରତିବାଦରେ ଆଜି କିସିଣ୍ଡା ଠାରେ ବନ ସୁରକ୍ଷା ସମିତି ତରଫରୁ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରକାଶ ଯେ, କିସିଣ୍ଡା ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ଲଣ୍ଡାକୋର୍ଟ ଜଙ୍ଗଲରେ ୨୦ ବର୍ଷ ହେଲା ବାହାର ଅଂଚଳର ଆଦିବାସୀ ମାନେ ଆସି ବସବାସ କରୁଛନ୍ତି। ଆଦିବାସୀ ଲୋକମାନେ ଶହ ଶହ ଏକର ଜଙ୍ଗଲ ଜମିକୁ କାଟି ଚାଷ କରିବା ସହ ହଜାର ହଜାର ଗଛ କାଟି ଲଣ୍ଡାକୋର୍ଟ ଜଙ୍ଗଲକୁ ଧ୍ୱଂସ କରିଦେଇଥିବା ବନ ସୁରକ୍ଷା ସମିତି ଅଭିଯୋଗ କରିଛି। ଧ୍ୱଂସ ପାଇଥିବା ଜଙ୍ଗଲର ପୁନରୁଦ୍ଧାର କରିବାକୁ ବନ ସୁରକ୍ଷା ସମିତି ଦାବୀ କରିଛି। ଆସନ୍ତା ୭ ଦିନ ମଧ୍ୟରେ ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୮ ଜାନୁଆରୀରେ ଡିଏଫ୍ଓ ଙ୍କୁ ଘେରାଉ କରିବା ସହ ରେଢାଖୋଲ ଠାରେ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରଣାସୀରେ ଅସଦାଚରଣ ଅଭିଯୋଗରେ ବିଜେପିର ପୂର୍ବ ବିଧାୟକଙ୍କୁ ସ୍ଥାନୀୟ ଲୋକେ ମାଡ ମାରିଛନ୍ତି। ଏହା ସହିତ ବିଜେପିର ପୂର୍ବ ବିଧାୟକ କାନ ଧରି କ୍ଷମା ମଧ୍ୟ ମାଗିଛନ୍ତି। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୂଚନା ଯୋଗ୍ୟ ଯେ, ବାରଣାସୀର ଚୌବେପୁର ଥାନା ଅନ୍ତର୍ଗତ ଭଗତୁଆ ଗାଁର ଏକ ଇଣ୍ଟର କଲେଜରେ ଜଣେ ଛାତ୍ରୀ ସେହି କଲେଜର ଅଧ୍ୟକ୍ଷ ତଥା ବିଜେପିର ପୂର୍ବ ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ, କଲେଜର ଅଧ୍ୟକ୍ଷ ମାୟା ଶଙ୍କର ପାଠକ ତାଙ୍କୁ କାର୍ଯ୍ଯାଳୟକୁ ଡାକି ଅସଦାଚରଣ କରିଥିଲେ। ଏନେଇ ସେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଉତକ୍ଷିପ୍ତ ହୋଇ ମାୟା ଶଙ୍କରଙ୍କୁ ମାଡ ମାରିବା ସହ ତାଙ୍କୁ କ୍ଷମା ମଗାଇଥିଲେ।
ନୂଆଦିଲ୍ଲୀ: ଇଣ୍ଡୋନେସିଆ ବିମାନ ଦୁର୍ଘଟଣା ଜନିତ ମୃତାହତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଣ୍ଡୋନେସିଆର ଏହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ଏଭଳି ଦୁଃଖଦ ମୁହୂର୍ତ୍ତରେ ଇଣ୍ଡୋନେସିଆ ସହିତ ଭାରତ ଛିଡା ହୋଇଛି”। ସୂଚନା ଯୋଗ୍ୟ ଯେ, ଗତକାଲି ଇଣ୍ଡୋନେସିଆରୁ ବିମାନଟି ୬:୨୬ ମିନିଟ ରେ ଯାତ୍ରା ଆରମ୍ଭ କରିଥିଲା। ବିମାନଟି ମାତ୍ର ୪ ମିନିଟ ଯାତ୍ରା କରି ୧୦ ହଜାର ଫୁଟ ଉପରକୁ ଗଲା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହି ବିମାନରେ ୬ କ୍ରୁ ସଦସ୍ୟ ସମେତ ୫୬ ଜଣ ଯାତ୍ରୀ ଥିଲେ।
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୩୫, ସୁନ୍ଦରଗଡରୁ ୩୧, ଖୋର୍ଦ୍ଧାରୁ ୨୦, ଅନୁଗୁଳରୁ ୧୮, ବଲାଙ୍ଗୀରିରୁ ୧୭, କଟକରୁ ୧୫, ବରଗଡରୁ ୧୪, ଯାଜପୁରରୁ ୧୪, ଝାରସୁଗୁଡାରୁ ୧୦, କେନ୍ଦୁଝରରୁ ୧୦, କେନ୍ଦ୍ରାପଡ଼ାରୁ ୯, ପୁରୀରୁ ୯, ବାଲେଶ୍ବରରୁ ୫, ଗଞ୍ଜାମରୁ ୪, ମୟୂରଭଞ୍ଜରୁ ୪, ନୂଆପଡାରୁ ୪, ଭଦ୍ରକରୁ ୩, କଳାହାଣ୍ଡିରୁ ୩, ଗଜପତିରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧, ଜଗତସିଂହପୁରରୁ ୧, କନ୍ଧମାଳରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୯ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୪୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଅବାମ ମୋର୍ଚ୍ଚାର ମୁଖ୍ୟ ଜୀତନ ରାମ ମାଝୀ ଆଜି ପରୋକ୍ଷରେ ବିଜେପିରକୁ ଟାର୍ଗେଟ କରିଛନ୍ତି। ଟୁଇଟ ମାଧ୍ୟମରେ ବିନା ନାମ ନେଇ ସେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଯେ, ବିଧାନସଭା ନିର୍ବାଚନରେ ଜଦୟୁ ସାଥିରେ ଧୋକ୍କା କରାଯାଇଥିଲା। ସେ ନିତୀଶ କୁମାରଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ନୀତିଶଙ୍କୁ ମେଣ୍ଟର ଧର୍ମ ତୁଲାଇବା ଭଲ ଭାବେ ଜଣାଅଛି। ଏନଡିଏ ମେଣ୍ଟରେ ସାମିଲ ଥିବା ଦଳ ଜଦୟୁକୁ ବିରୋଧ ବା ଷଡଯନ୍ତ୍ର କରୁଥିଲେ ମଧ୍ୟ ନିତୀଶ ସେମାନଙ୍କୁ ସହଯୋଗ କରିବା ହେଉଛି ତାଙ୍କର ମହନୀୟତା। ମେଣ୍ଟର ଧର୍ମ ତୁଲାଇବା ଯଦି କାହାଠାରୁ ଶିଖିବାକୁ ହୁଏ, ତେବେ ତାହା ନୀତିଶଙ୍କ ଠାରୁ ଶିଖିବା ଉଚିତ। ଶେଷରେ ମାଂଝି ଲେଖିଛନ୍ତି ଯେ, ନୀତିଶଙ୍କ ଏପରି ସାହସକୁ ମାଂଝି ସଲାମ କରୁଛି। ଉଲ୍ଲେଖଯୋଗ୍ୟ ଯେ, ବିହାର ଏନଡିଏରେ ସବୁ କିଛି ଠିକ ଚାଲୁନଥିବା ପାଇଁ…
ନୂଆଦିଲ୍ଲୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଟୁଇଟର ବନ୍ଦ କରି ଦେବା ପରେ ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ସ୍ଥାନ ନେଇଛନ୍ତି । ମୋଦୀ ବର୍ତ୍ତମାନ ବିଶ୍ବର ସର୍ବାଧିକ ଫଲୋ କରୁଥିବା ନେତା ଭାବେ ପରିଗଣିତ ହୋଇଛନ୍ତି। କାରଣ ସର୍ଭେ ଅନୁସାରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ବିଶ୍ବରେ ସର୍ବାଧିକ ୟୁଜରସ ଫଲୋ କରୁଥିଲେ। ଏହାପରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ ତାଙ୍କର ଫଲୋଅର ସଂଖ୍ୟା 88.7 ମିଲିୟନ ଅର୍ଥାତ 8 କୋଟି 87 ଲକ୍ଷ ଥିଲା। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର ଫଲୋଅର 64.7 ମିଲିୟନ ବା 6 କୋଟି 47 ଲକ୍ଷ ଅଛନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ଆକାଉଣ୍ଟ ବନ୍ଦ ପରେ ମୋଦି ଟୁଇଟର ରାଷ୍ଟ୍ରାଧ୍ୟକ୍ଷ ଭାବେ ବିବେଚିତ ହୋଇଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର 4ଟି ରାଜ୍ୟର 12ଟି ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ସମୁହ କୁକୁଡା ହତ୍ୟା କରାଯାଉଛି। ତେବେ ଏହି ଖବର ପ୍ରସାର ହେବା ପରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଚିକେନ ଓ ଅଣ୍ଡା କିଣିବାକୁ ଲୋକେ ଆଗ୍ରହ ପ୍ରକାଶ କରୁ ନାହିଁନ୍ତି। ଫଳରେ ବର୍ତ୍ତମାନ ଚିକେନ କିଲୋ ପିଛା ଦର ଅଧାକୁ ଖସି ଆସିଛି। ଦିଲ୍ଲୀରେ ଚିକେନ କିଲୋ ପିଛା 200 ଟଙ୍କାରୁ 210 ଟଙ୍କାରେ ବିକ୍ରି ହେଉଥିଲା। ବର୍ତ୍ତମାନ ଏହା 100 ରୁ 110 ଟଙ୍କାକୁ ଖସି ଆସିଛି। ସେହିପରି ଅଣ୍ଡା ଦର ମଧ୍ୟ ହ୍ରାସ ପାଇଛି। ତେବେ ଯେଉଁ ସ୍ଥାନରେ ଏହି ରୋଗ ଦେଖାଦେଇଛି କେବେଳ ସେଠାରେ ନୁହେଁ, ଅନ୍ୟ ସ୍ଥାନରେ ମଧ୍ୟ ଏହାର ପ୍ରଭାବ ପଡିଛି। କାଳେ ବାର୍ଡ ଫ୍ଲୁ ହୋଇଥିବ ଭାବି ବର୍ତ୍ତମାନ ଅନେକ ସ୍ଥାନରେ ଲୋକେ ଚିକେନ ଖାଉ ନାହାଁନ୍ତି। କରୋନା ପାଇଁ…
ନୂଆଦିଲ୍ଲୀ, ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ଡି.ଏନ୍ ପଟେଲ ଏବଂ ଜଷ୍ଟିସ୍ ଜ୍ୟୋତି ସିଂଙ୍କ ଏକ ବେଞ୍ଚ ଗୋପନୀୟତା ଅଧିକାରର ଉଲ୍ଲଂଘନ ମାମଲରା ଶୁଣାଣି କରିଥିଲେ। ଏଥିରେ ହାତରସ ବଳାତ୍କାର ପୀଡିତା ତଥା ପୀଡିତାର ପରିବାରର ପରିଚୟ ପ୍ରକାଶ କରିଥିବା ମିଡିଆ ଓ ସୋସିଆଲ ମିଡିଆକୁ କୋର୍ଟ ନୋଟିସ ଜାରୀ କରିଛନ୍ତି। ଏଥିରେ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ୟୁଟ୍ୟୁବ, ବଜଫିଡ, ନ୍ୟୁଜ 18, ଫେସବୁକ ପ୍ରଭୃତିଙ୍କୁ ନୋଟିସ କରାଯାଇଛି। କଣ ପାଇଁ ଏପରି ଗୋପନୀୟତାକୁ ପ୍ରଘଟ କଲେ ତାହାର ଜବାବ ରଖିବାକୁ କୁହାଯାଇଛି। ଦିଲ୍ଲୀ ଆଇନ ପ୍ରଣୟନକାରୀ ସଂସ୍ଥାକୁ ଉପଯୁକ୍ତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟକୁ ନିବେଦନ କରିଛନ୍ତି। ଉକ୍ତ ବିଷୟବସ୍ତୁର ପ୍ରସାରକୁ ରୋକିବା ଏବଂ ପୋଷ୍ଟ କରାଯାଇଥିବା ବିଷୟବସ୍ତୁକୁ ହଟାଇବାକୁ ମଧ୍ୟ ଦାବି କରାଯାଇଛି। ଆବେଦନକାରୀ ସମ୍ବିଧାନର ଧାରା 226 ଅନୁଯାୟୀ ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ନିବେଦନ କରିଛନ୍ତି। ଆବେଦନକାରୀ ହେଉଛନ୍ତି ଦିଲ୍ଲୀ…
ନୂଆଦିଲ୍ଲୀ, ମୁଖ୍ୟ ବିଚାରପତି ଏସ୍ ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠରେ କୃଷକ ବିଲ ବିରୋଧ ମାମଲା ବିଚରାଧିନ ରହିଛି। ବର୍ତ୍ତମାନ ଏହି ପ୍ରାଥମିକ ଆବେଦନରେ ଆଉ ଏକ ଯାଚିକା ଯୋଗ ହେଇଛି। ତାହା ହେଲା ଆବେଦନକାରୀ ଋଷଭ ଶର୍ମା ସାଧାରଣ ଜନତାଙ୍କ ଅସୁବିଧାକୁ ଦର୍ଶାଇ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି। ସେ ଲେଖିଛନ୍ତି ଯେ, 26 ନଭେମ୍ବର 2020 ଠାରୁ ଦେଶର କୃଷକ ସଂଗଠନଗୁଡିକ ସାଧାରଣ ରାସ୍ତା ଏବଂ ରାଜପଥ ଅବରୋଧ କରିଛନ୍ତି। ଯାହା ଫଳରେ ସାଧାରଣ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି। ଆବେଦନକାରୀ ଏହି ଯୁକ୍ତିକୁ ସମର୍ଥନ କରିବା ପାଇଁ ବିଭିନ୍ନ ଖବରକାଗଜର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏହା ଅମିତ ସାହନି ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିର ଉଲ୍ଲଂଘନ ଏବଂ ସାଧାରଣ ରାସ୍ତା ଅବରୋଧ ନକରିବାକୁ କୃଷକ ସଂଗଠନକୁ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି ସେ ଆବେଦନ କରିଛନ୍ତି।

