Author: Samikhsya Bureau

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ ଏବଂ ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ  ବୋଲି କହିଥିଲେ। କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଥିଲେ। ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ  ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ। ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, “ ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ।” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ। ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ…

Read More

ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍‌। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ। ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍‌ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଦାୟ ନେଇଛି କୋଡ଼ିଏ କୋଡ଼ିଏ। ବୋଧହୁଏ ଏଇପରି ଦାରୁଣ ଦୁଃସମୟ ଏପରି ବିଗତ ଶହେବର୍ଷ ଭିତରେ କେହିକେବେ ଅଂଗେ ନିଭାଇ ନଥିବ। ୨୦୨୦ ନୂଆ ବର୍ଷର ଉତ୍ସାହ ସହ ସ୍ୱାଗତ କରିଥିବା ଗଂଜାମ ଜିଲ୍ଲାବାସୀ ତଥା ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଦୁଇମାସ ପରେ ସବୁକିଛି ନୀରବ ରହିଯାଇଥିଲା। କରୋନା ମହାମାରୀର ଅବଧି ପ୍ରାୟ ୧୦ ମାସ ହେଲା ଲାଗିରହିବା ହେତୁ ଅଦ୍ୟାବଧି ସଂକଟ ଟଳିନଥିବା ଅନୁଭବ କରି ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆ ବର୍ଷକୁ ସ୍ୱାଗତ କରିବା ଉତ୍ସାହ ଉଦ୍ଦୀପନା ସବୁ କିଛି ମଉଳି ଯାଇଛି। ଇଂରାଜୀ ନବବର୍ଷର ସ୍ୱାଗତ ପାଇଁ କେବଳ ସାମାଜିକ ଗଣମାଧ୍ୟମ ଏକମାତ୍ର ବିକଳ୍ପ। ତରୁଣ ତରୁଣୀରୁ ଦେଇ ବୟସ୍କଙ୍କ ପାଇଁ ଏକମାତ୍ର ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେବା ନେବା ପର୍ବକୁ ନେଇ ଆସିଛି ୨୦୨୧। କୋଡ଼ିଏ କୋଡ଼ିଏର ଚିତ୍ର ଥିଲା ବଡ଼ ଦାରୁଣ। ଅର୍ଥନୈତିକ ସ୍ଥିତିକୁ ବଜ୍ର…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୧, ପୁରୀରୁ ୨୯, ଖୋର୍ଦ୍ଧାରୁ ୨୨, ବାଲେଶ୍ବରରୁ ୧୭, ବରଗଡରୁ ୧୭, ଭଦ୍ରକରୁ ୧୨, କଟକରୁ ୧୦, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧୦, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୭, କଳାହାଣ୍ଡିରୁ ୬, ନୂଆପଡ଼ାରୁ ୬, ଝାରସୁଗୁଡାରୁ ୫, ବଲାଙ୍ଗୀରିରୁ ୪, ଜଗତସିଂହପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧, ଢେଙ୍କାନାଳରୁ ୧, ମାଲକାନାଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…

Read More

ଭୁବନେଶ୍ବର, କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ନବକଳେବର କରାଯିବ। ଏଥିପାଇଁ 3 ହଜାର 5ଶଙ କୋଟି ଟଙ୍କାର ବ୍ୟ ଅଟକଳ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ହସପିଟାଲ ଦେଶର ପ୍ରଥମ ତିନୋଟି ଶ୍ରେଷ୍ଠ ହସପିଟାଲ ଭିତରେ ଯେପରି ରହିବ ସେଥିପାଇଁ ପ୍ରୟାଶ କରାଯିବ। ପ୍ରାୟ 175 ଏକର ପରିମିତ ସ୍ଥାନରେ ଏହାର ନବକଳେବର କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଏହାର ସମସ୍ତ କାର୍ଯ୍ୟ 5ଟି ଅଧିନରେ ପରିଚାଳନା କରାଯିବ। ଏଥିରେ 5 ହଜାର ଶଯ୍ୟା ବିଶିଷ୍ଠ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏହା ଶଯ୍ୟା ସଂଖ୍ୟା 3 ହଜାର 5 ଶହ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଏହାର ଡାକ୍ତର ଏବଂ ନର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ସେହିପରି ମେଡିକାଲ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲର ରୂପରେଖ ମଧ୍ୟ ପରିବର୍ତ୍ତନ…

Read More

ନୂଆଦିଲ୍ଲୀ : ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କଲେ କେନ୍ଦ୍ରଶିକ୍ଷାମନ୍ତ୍ରୀ ।  ମେ’ 4ରୁ ଆରମ୍ଭ ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷା  । ମାର୍ଚ୍ଚ  1ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଜୁନ୍‌ 10 ତାରିଖ ସୁଦ୍ଧା ପରୀକ୍ଷା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲଇ ସୂଚନା ରହିଛି ।

Read More

ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ନିର୍ଦେଶାନୁସାରେ ବିଲ୍ ଓ କିପ୍ ନିୟମକୁ ୨୦୨୧ ଜାନୁଆରି ପହିଲାରୁ ଦେଶରେ କାର୍ଯ୍ୟକାରୀ କରାଯାଉଛି, ତେଣୁ ଦେଶ ଭିତରେ ଭଏସ୍ କଲ୍ ଉପରେ ଲାଗୁ ହେଉଥିବା ଇଟଂରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ସମାପ୍ତ ହୋଇଛି । ଆଇୟୁସି ଶୁଳ୍କ ଉଚ୍ଛେଦ ହେଲେ ଅନ୍ୟ ନେଟ୍‌ୱର୍କକୁ ଦେଶ ଭିତରେ ଭଏସ୍ କଲ୍ ଉପରେ ରହିଥିବା ଚାର୍ଜ ପ୍ରତ୍ୟାହାର କରି ଶୂନ କରିବ ବୋଲି ଜିଓ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ସମ୍ମାନ ଜଣାଇ ଏହା ପୁଣି ଥରେ ଅଫ୍‌-ନେଟ୍ ବା ଅନ୍ୟ ନେଟ୍‌ୱର୍କକୁ ହେଉଥିବା ସ୍ଥାନୀୟ ବା ଦେଶ ମଧ୍ୟର ସମସ୍ତ ଭଏସ୍ କଲ୍‌କୁ ୨୦୨୧ ଜାନୁଆରି ୧ରୁ ନିଶୁଳ୍କ କରାଯିବା ଘୋଷଣା କରାଯାଇଛି । ଜିଓ ନେଟ୍‌ୱର୍କରେ ଅନ୍‌-ନେଟ୍ ଭଏସ୍ କଲ୍ ପୂର୍ବରୁ ସର୍ବଦା ସମ୍ପୂର୍ଣ୍ଣ ମାଗଣା ରହିଛି । ସୂଚନାଯୋଗ୍ୟ ଯେ ୨୦୧୯ ସେପ୍ଟେମ୍ବରରେ ଯେତେବେଳେ ଟ୍ରାଇ ପକ୍ଷରୁ ବିଲ୍ ଆଣ୍ଡ୍…

Read More

ଭୁବନେଶ୍ବର: ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି କରାଯାଇଛି। ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୨୦୨୧ ଦ୍ୱିତୀୟ ସପ୍ତାହରୁ ଚାଲିବ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବିଶେଷ ଟ୍ରେନ ଗୁଡିକ ଚଳାଚଳ କରିବ ବୋଲି ରେଳବାଇ ତରଫରୁ କୁହାଯାଇଛି। ଯେଉଁ ଟ୍ରେନଗୁଡିକ ଚଳାଚଳ ନିଷ୍ପତି ସେଗେୁଡିକ ହେଲା ୦୧. ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ (୦୨୮୮୨/୦୨୮୮୧) ୦୨୮୮୨/୦୨୮୮୧ ଭୁବନେଶ୍ୱର-ପୁନେ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୨ ଜାନୁଆରୀ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ରାତ୍ର ୯ଘ.୩୦ମି.ରେ ଏବଂ ପୁନେରୁ ୧୪ ଜାନୁୟାରୀ, ୨୦୨୧ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପୂର୍ବାହ୍ନ ୧୧ଘ.୧୫ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ୦୨. ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ବିଶେଷ ଟ୍ରେନ (୦୨୦୭୧/୦୨୦୭୨) ୦୨୦୭୧/୦୨୦୭୨ ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ୧୦ ଜାନୁଆରୀ ଠାରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୧୨ଘ.୧୦ମି. ରେ ଛାଡିବାକୁ ଥିବାବେଳେ ତିରୁପତିରୁ ୧୧ ଜାନୁୟାରୀ, ୨୦୧୧ ଠାରୁ ପ୍ରତ୍ୟକ…

Read More

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ରୁଡିକି ସିଭିଲ୍‌ ଲାଇନ୍‌ କୋତଓ୍ବାଲୀଠାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଦୁଇ ଭଉଣୀ ଜଣକୁ ନିଜ ସ୍ବାମୀ ବୋଲି ଦାବି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ରୁଡକୀର ପୂର୍ବ ଅଞ୍ଚଳରେ ରହୁଥିବା ପ୍ରଦୀପ୍‌ 6ବର୍ଷ ପୂର୍ବରୁ ମେରଠଠାରେ ହୋଇଥିଲା । ପ୍ରଦୀପଙ୍କ ବୈବାହିକ ଜୀବନରେ ଚାରିଜଣ ଝିଅ ରହିଥିଲେ । ଚାରି ମାସ ପୂର୍ରବୁ ପ୍ରଦୀପ୍‌ ନିଜ ସମ୍ପର୍କୀୟା ଶାଳୀକୁ ନେଇ ଫେରାର ହୋଇଯାଇଥିଲେ । ଏହିଘଟଣା ପରେ ଶଶ୍ବରୁ ଘର ଲୋକେ ପ୍ରଦୀପ ବିରୋଧରେ ମାଓ୍ବାନା ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ୍‌ ପ୍ରଦୀପଙ୍କ ଖୋଜିବା ଜାରି ରଖିଥିଲା । ଚାରି ମାସ ପରେ ଅର୍ଥାତ୍‌ ଡିସେମ୍ବର 27ତାରିଖରେ ପ୍ରଦୀପଙ୍କ ସ୍ତ୍ରୀ ପ୍ରଦୀପ  ଓ ତାଙ୍କ ସମ୍ପର୍କୀୟା ଭଉଣୀଙ୍କୁ ରୁଡକୀ ବସ୍‌ଷ୍ଟାଣ୍ଡ ପାଖରେ ଧରିଥିଲା । ଏହାପରେ ବେଶ୍‌ ହଙ୍ଗାମା ହୋଇଥିଲା । ଏହାପରେ  ତିନିଜଣଯାକ ମାଓ୍ବାନା ଥାନାକୁ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନୂଆଁ ବରଷ ହେଉଛି ଆନନ୍ଦ ଓ ଉଲ୍ଲାସର ବର୍ଷ। ନୂଆଁ ବରଷ ଆସିଲେ ସଭିଙ୍କ ମନରେ ଖୁସି କାହିଁରେ କଣ। ହେଲେ ନୂଆଁ ବର୍ଷର କିଛି ସମୟ ଆଗରୁ ଯେ, ଯୁବକଟି ଚାଲିଯିବ ଆରପାରିକି କେବେ ବି କଳ୍ପନା କରି ନ ଥିଲା। ଏଭଳି ଏକ ଅଭାବନୀୟ ରାସ୍ତା ଦୁର୍ଘଟଣାରେ ଜଣେ ଯୁବକ ଆଜି ସକାଳୁ ସକାଳୁ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି। ଘଟଣା ଘଟିଛି ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମରେ। ପ୍ରକାଶ ଯେ, ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମର ଲୁହୁରାପଡା ଠାରେ ସକାଳ ୮.୩୦ ମିନିଟ୍ ସମୟରେ ନାକଟିଦେଉଳ ପଟୁ ରେଢାଖୋଲକୁ କୌଣସି କାମରେ ସ୍କୁଟିରେ(ଓଡି୧୫ପି-୬୨୬୪) କଂଚନପୁର ଗ୍ରାମର ଜୟନ୍ତ ପାତ୍ର ଏବଂ ମହୁକୁଦ ଗ୍ରାମର ସୁରେଶ ବେହେରା (୩୭) ଯାଉଥିବା ବେଳେ ଏକ ଟ୍ରକ ସେମାନଙ୍କୁ ପଛ ପଟୁ ପିଟି ଥିଲା। ସ୍କୁଟି ଚାଳକ ଜୟନ୍ତ ପାତ୍ର ଘଟଣା ସ୍ଥଳରେ ମୃତ୍ୟୁ ବରଣ…

Read More

ଭୁବନେଶ୍ବର : ଓଡ଼ିଶାର କିମ୍ବଦନ୍ତୀ ହକି ତାରକା ମାଇକେଲ୍‌ କିଣ୍ଡୋଙ୍କ ପରଲୋକ। ରାଉରକେଲା ଆଇଜିଏଚ୍‌ରେ 84 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ମାସେ ହେଲା ଚିକିତ୍ସାଧୀନ ରହିଥିଲା କିଣ୍ଡୋ ।1975ର ବିଶ୍ବକପ୍‌ ହକି ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ଥିଲେ କିଣ୍ଡୋ । ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ ହୋଇଥିଲେ ମାଇକେଲ କିଣ୍ଡୋ ।

Read More

ମୁମ୍ବାଇ: ବିଶ୍ବ ମହାମାରୀ କରୋନାରେ ବହୁ ବଡ ବଡ ହସ୍ତୀମାନେ ସଂକ୍ରମିତ ହୋଇଛନ୍ତି । ବହୁ ନେତା ଓ ଅଭିନେତାମାନେ ମଧ୍ୟ ଏହି କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି । ବଲିଉଡ୍‌ର ଶେହେନ୍‌ଶାହା ଅମିତାଭ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି । ଏବେ ବଲିଉଡ୍‌ର ଜଣେ ନିର୍ଦ୍ଦେଶକ କରୋନାରେ ସଂକ୍ରମିତ ହୋଇଛନ୍ତି । ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଅତରଙ୍ଗୀ ରେ ଫିଲ୍ମର ଶୁଟିଂ ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ରିପୋର୍ଟ ପଜିଟିଭ୍‌ ଆସିଥିବାର ସେ ସୂଚନା ଦେଇଛନ୍ତି । ଆନନ୍ଦ କରୋନାରେସଂକ୍ରମିତ ହେବା ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି । ତେବେ ଏହି ଫିଲ୍ମର ମୁଖ୍ୟ କଳାକାର ଅକ୍ଷୟ କୁମାର, ସାରା ଅଲୀ ଖାନ୍‌…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ପହିଲା ୨୦୨୧, ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଞ୍ଜ ଇଣ୍ଡିଆ (ଜିଏଚଟିସି-ଇଣ୍ଡିଆ) ଅନ୍ତର୍ଗତ ଛଅଟି ରାଜ୍ୟରେ ଥିବା ଛଅଟି କ୍ଷେତ୍ରରେ ଲାଇଟ ହାଉସ ପ୍ରକଳ୍ପ (ଏଲଏଚପି) ପାଇଁ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ଆଫର୍ଡେବଲ ସଷ୍ଟେନେବଲ ହାଉସିଂ ଆକ୍ସେଲେଟର୍ସ-ଇଣ୍ଡିଆ (ଆଶା-ଇଣ୍ଡିଆ) ବିଜେତାମାନଙ୍କର ନାମ ଘୋଷଣା କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ) ମିଶନ କାର‌୍ୟ୍ୟକାରୀ କରିବା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ବାର୍ଷିକ ପୁରସ୍କାର ପ୍ରଦାନ କରିବେ। ଏହି କାର‌୍ୟ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ମଧ୍ୟ ନବରିତି (ନ୍ୟୁ, ଆଫର୍ଡେବଲ, ଭାଲିଡେଟେଡ, ରିସର୍ଚ୍ଚ ଇନୋଭେସନ ଟେକ୍ନୋଲୋଜି ଫର ଇଣ୍ଡିଆନ ହାଉସିଂ) ନାମକ ଅଭିନବ ନିର୍ମାଣ ପ୍ରଯୁକ୍ତି ଉପରେ ଏକ ସାର୍ଟିଫିକେଟ କୋର୍ସ ଏବଂ ଜିଏଚଟିସି-ଇଣ୍ଡିଆ ମାଧ୍ୟମରେ ଚିହ୍ନଟ କରାଯାଇଥିବା ୫୪ଟି ଅଭିନବ ଆବାସ ନିର୍ମାଣ ପ୍ରଯୁକ୍ତିର ଏକ ସଂଗ୍ରହକୁ ଉନ୍ମୋଚନ କରିବେ। କେନ୍ଦ୍ର ଆବାସ ଓ…

Read More

ନୂଆଦିଲ୍ଲୀ : ଆସନ୍ତା 2 ତାରିଖର ଦେଶର ସବୁ ରାଜ୍ୟରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ୍‌ ଆରମ୍ଭ ହେବ । ପ୍ରତି ରାଜ୍ୟର ରାଜଧାନୀରେ ଏହି ପ୍ରକ୍ରିୟାରେ ଡମି ଟିକାକରଣ କରାଯିବ। ବୁଧବାର ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଚାରୋଟି ରାଜ୍ୟରେ ଏହା ସଫଳ ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଡ୍ରାଏ ରନ୍‌ କରିବାକୁ ଯୋଜନା କରିଛନ୍ତି । ପୂର୍ବରୁ ଡିସେମ୍ଵର 28 ଏବଂ 29ତାରିଖରେ 4ଟି ରାଜ୍ୟ ଆନ୍ଧପ୍ରଦେଶ, ଗୁଜୁରାଟ, ଆସାମ ଏବଂ ପଞ୍ଜାବରେ ଡ୍ରାଏ ରନ୍ ଶେଷ ହୋଇଛି। ଏହି ଡ୍ରାଏ ରନ୍ ଫଳପ୍ରଦ ହୋଇଥିବା ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।

Read More

ନୂଆଦିଲ୍ଲୀ: ଫେବୃଆରୀ 15 ଯାଏଁ ଫ୍ୟାସଟ୍ୟାଗ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଫାସ୍‌ଟାଗ ମାଧ୍ୟମରେ ଟୋଲ୍‌ ଆଦାୟ ସମୟ ସୀମାକୁ ବୃଦ୍ଧି କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଫେବୃଆରୀ 15 ପରେ ଫ୍ୟାସ୍‌ଟ୍ୟାଗ୍‌ ନଥିଲେ 2 ଗୁଣ ଟୋଲ୍‌ ଫି ଲାଗିବ । ପୂର୍ବରୁ ଆସନ୍ତାକାଲିଠାରୁ ସାରା ଦେଶରେ ଫ୍ୟାସ୍‌ଟ୍ୟାଗ୍‌ ଲାଗୁ ହୋଇଥାନ୍ତା । ବର୍ତ୍ତମାନ ସମୟରେ 75ରୁ 80 ପ୍ରତିଶତ ଟୋଲ୍ ଫାସଟାଗ୍‌ ଯୋଗେ ଆଦାୟ କରାଯାଉଛି। ଟୋଲ୍‌ ଆଦାୟକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ କରିବାକୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।

Read More

ଭୁବନେଶ୍ୱର:  ଆଜି ଲୋକସେବା ଭବନ ଆଗରେ ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଲୋକସେବା ଭବନକୁ ପ୍ରବେଶ ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ପରୀ ହତ୍ୟା ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା କର୍ମୀ ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିବାକୁ ଯାଇଥିଲେ । ତେବେ କେବଳ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ଆଉ ଦୁଇ ଜଣଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଥିଲା। ବିଜେପି ମହିଳା ମୋର୍ଚ୍ଚାର ଅନ୍ୟ ସଦସ୍ୟାମାନେ ଲୋକସେବା ଭବନକୁ ଯିବାକୁ ଉଦ୍ୟମ କଲାବେଳେ ପୁଲିସ ସହ ଧସ୍ତାଧସ୍ତା ହୋଇଥିଲା ।

Read More

ନୂଆଦିଲ୍ଲୀ: ଟେଷ୍ଟର ଶ୍ରେଷ୍ଠ ୧୦ ଖେଳାଳିଙ୍କ ନାମ ଆଇସିସି ଘୋଷଣା କରିଛି। ସଦ୍ୟ ପ୍ରକାଶିତ ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନ ତାଲିକାରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ପ୍ରଥମ ସ୍ଥାନକୁ ଉନ୍ନତି ହୋଇଥିବା ବେଳେ ଏବଂ ଶ୍ରେଷ୍ଠ ୧୦ ବୋଲର ତାଲିକାରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ପ୍ରଥମ ସ୍ଥାନରେ ଅଛନ୍ତି। ପୂର୍ବରୁ ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନ ତାଲିକାର ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ ଓ ଭାରତର ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନ ତଳକୁ ଖସିଛି। ଷ୍ଠିଭ ସ୍ମିଥ ଚଳିତ ଟେଷ୍ଟ ସିରିଜରେ ଭାରତ ବିପକ୍ଷରେ ଦୁଇଟି ଟେଷ୍ଟରୁ ମାତ୍ର ୧୦ ରନ କରି ଶ୍ରେଷ୍ଠ ତାଲିକାର ୩ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ତେବେ ଭାରତର ଦ୍ଵିତୀୟ ଟେଷ୍ଟ ମ୍ଯାଚରେ ଅଧିନାୟିକତ୍ଵ କରୁଥିବା ଅଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଉନ୍ନତି ଘଟିଛି। ସେ ଏହି ମ୍ୟାଚର ଦୁଇଟି ଇନିଂସରେ ୧୧୨ ଏବଂ ଅପରାଜିତ ୨୭ ରନ କରି ଷଷ୍ଠ ସ୍ଥାନରେ…

Read More

କେରଳ : ବିଶ୍ବ ମହାମାରୀ କରୋନା ସର୍ବପ୍ରଥମେ ଭାରତର କେରଳଠାରେ ଚିହ୍ନଟ ହୋଇଥିଲା । ତେବେ ଏହି ବିଶ୍ବମହାମାରୀକୁ କେରଳରେ ନିୟନ୍ତ୍ରଣକୁ ଅଣାଯାଇଛି । ତେବେ ଏଠାରେ କୋଭିଡ୍‌ 19 ପରି ଆଉ ଏକ ରୋଗ ବ୍ୟାପୁଥିବାର ଦେଖାଯାଇଛି । ଏହି ରୋଗରେ 11ବର୍ଷୀୟ ବାଳକର ମୃତ୍ୟୁ ହୋବା ପରେ ଆଉ ଜଣେ 56 ବର୍ଷୀୟା ମହିଳାଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖାଯାଇଛି । କେରଳର କୋଝିକୋଡ ପରେ ଏବେ ଏର୍ଣ୍ଣାକୁଲମ୍‌ଠାରେ ଶିଗେଲା ରୋଗ ଚିହ୍ନଟ ହୋଇଛି । ଚୋଟ୍ଟାନିକ୍କାରର ରହୁଥିବା 56 ବର୍ଷୀୟା ମହିଳାଙ୍କଠାରେ ଏବେ ଏହି ରୋଗର ଲକ୍ଷଣ ଦେଖାଯାଇଛି । ଏର୍ଣ୍ଣାକୁଲମ୍‌ର ଏକ ଘରୋଇ ହସ୍ପିଟାଲେ ମହିଳାଙ୍କର ଚିକିତ୍ସା ଚାଲିଛି । ପ୍ରାଥମିକସ୍ତରରେ ତାଙ୍କଠାରେ ଜ୍ବର ଆସିଥିଲା । ଏହାପରେ ତାଙ୍କୁ ଡିସେମ୍ବର 23 ତାରିଖରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାକୁ ନେଇ ବ୍ୟସ୍ତବିବ୍ରତ ନ ହେବାକୁ କହିଛନ୍ତି ଏର୍ଣ୍ଣାକୁଲମ୍‌ ଜିଲ୍ଲାର…

Read More

ଭୁବନେଶ୍ବର : କଟକ, ଭୁବନେଶ୍ବରରେ ଆଜି ଜାରି ହେବ 144 ଧାରା । ଜିରୋ ନାଇଟ୍‌ ଭିଡ ଏଡାଇବାକୁ 144 ଧାରା ଜାରି କରାଯାଉଛି । ପ୍ରେସମିଟ୍‌ରେ ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି। ରାତି 9ଟା ସୁଦ୍ଧା ସବୁ କାମ ସାରି ଘରକୁ ଫେରିଯିବାକୁ ପରାମର୍ଶ ଦେଇଛନ୍ତି ପୋଲିସ୍‌ କମିଶନର। ରାତିରେ ନୂଆ ବର୍ଷ ଭୋଜି ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଆପାର୍ଟମେଣ୍ଟ, ରେସିଡେନ୍‌ସିଆଲ୍‌ ଏରିଆରେ ଭୋଜି ନ କରିବାକୁ ବାରଣ କରାଯାଇଛି। ଟୁଇନ୍‌ ସିଟିରେ 40 ପ୍ଲାଟୁନ୍‌ ଫୋର୍ସ ମୂତୟନ ହେବେ ବୋଲି କମିଶନର କହିଛନ୍ତି। ରାସ୍ତାରେ ବିଭିନ୍ନ ଜାଗାରେ ନାକା ଲଗାଯିବ। ଅନୁମତି ନଥିବା ଲୋକଙ୍କୁ ଆଗକୁ ଯିବା ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ।

Read More

ୱାସିଂଟନ, ଗତକାଲି ଅର୍ଥାତ ବୁଧବାର ଦିନ ସବୁଠାରୁ ଅଧିକ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି। ଯାହାକି କରୋନା ପୃଥିବୀକୁ ଆସିବା ପରେ କେବେ ବି ଗୋଟିଏ ଦିନରେ ଏତେ ମୃତ୍ୟୁବରଣ ହୋଇ ନ ଥିଲା। ଏହା ହେଉଛି ଆମେରିକାର ରିପୋର୍ଟ। କରୋନା ତଥ୍ୟ ଅନୁସାରେ ଗତକାଲି ବୁଧବାର ଦିନ ଆମେରିକାରେ ୩୯୦୦ ଜଣଙ୍କର ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ଏ ତେ ସଂଖ୍ୟକ ମୃତ୍ୟୁ କେବେ ହୋଇ ନ ଥିଲା। ତେବେ ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଜଣାପଡିଛି। କାରଣ ବର୍ତ୍ତମାନ ଛୁଟି ଥିବାରୁ କେତେକ ସ୍ଥାନରୁ ରିପୋର୍ଟ ଆସିପାରି ନାହିଁ ବୋଲି କୁହାଯାଉଛି। ସେହିପରି ଗତକାଲି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ ନ ଥିଲା। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଗୋଟିଏ ଦିନରେ ଆମେରିକାରେ କରୋନାରେ ୧ ଲକ୍ଷ ୨୫ ହଜାର ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ଆମେରିକାରେ ୧୬ ଲକ୍ଷ ନମୂନା…

Read More

ନୂଆଦିଲ୍ଲୀ : କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଭାରତରେ ବି ବ୍ୟାପିବାରେ ଆରମ୍ଭ କରିଛି । ଆଉ 5 ଜଣ ଭାରତୀୟଙ୍କଠାରେ ନୂଆ କରୋନା ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଏହି ପାଞ୍ଚଜଣଙ୍କ ମଧ୍ୟରେ ପୁଣେରୁ 4 ଓ ଆଇଜିଆଇବି ଦିଲ୍ଲୀରେ ଗୋଟିଏ ନମୁନା ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏବେ ସୁଦ୍ଧା ଭାରତରେ 25ଜଣଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ସମସ୍ତ 25 ଜଣ ଆଇସୋଲେସନରେ ଅଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ରଖାଯାଇଛି କଡ଼ା ନଜର । ନଭେମ୍ବର 25ରୁ ଡ଼ିସେମ୍ବର 23 ତାରିଖ ସୁଦ୍ଧା ବ୍ରିଟେନରୁ ପାଖାପାଖି 33 ହଜାର ଲୋକ ଫେରିଛନ୍ତି। ସମସ୍ତଙ୍କୁ ଟ୍ରାକ୍ କରାଯାଇ ସେମାନଙ୍କ ସାମ୍ପୁଲ ଟେଷ୍ଟ କରାଯାଉଛି।

Read More