Author: Samikhsya Bureau

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆସନ୍ତା କାଲି ଗୋଟିଏ ଦିନ ପାଇଁ ଉପବାସ ରଖିବେ । ଏହା ସହିତ ସମସ୍ତ ଲୋକଙ୍କୁ ଚାଷୀ ଆନ୍ଦୋଳନ ପାଇଁ ଗୋଟିଏ ଦିନ ଉପବାସ ରଖିବା ପାଇଁ ଅପିଲ୍‌ କରିଛନ୍ତି ।  ଅରବିନ୍ଦ କହିଛନ୍ତି ଯେ, ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଘରେ ଗୋଟିଏ ଦିନରେ ଉପବାସ ରଖନ୍ତୁ । ଏତଦ୍‌ବ୍ୟତୀତ ଅରବିନ୍ଦ କେଜରୀଓ୍ବାଲ କହିଛନ୍ତି ଯେ, ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ କଂଗ୍ରେସ ସରକାର ବଦନାମ କରିଥିଲା । ଠିକ୍‌ ସେହିପରି ଚାଷୀ ଆନ୍ଦୋଳନକୁ ବିଜେପି ବଦନାମ୍‌ କରୁଛି । ସେହିପରି ଏହି ଚାଷୀ ଆନ୍ଦୋଳନକୁ ଆଣ୍ଟି ସୋସିଆଲ କୁହାଯିବା ସମ୍ପର୍କରେ ଅରବିନ୍ଦ କହିଛନ୍ତି ଯେ, ଏହି ଆନ୍ଦୋଳନକୁ ବହୁ ଖେଳାଳୀ, ପୂର୍ବତନ ସୈନିକ ସମର୍ଥନ କରୁଛନ୍ତି। ସେମାନେ ସମେସ୍ତ କ’ଣ ଆଣ୍ଟି ସୋସିଆଲ ବୋଲି ପ୍ରଶ୍ନ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ର…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ :  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ସଂସଦୀୟ କ୍ଷେତ୍ର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଜନସଂପର୍କ ପଦଯାତ୍ରା କରିଛନ୍ତି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ କୁଞ୍ଜୁରୀ ଗ୍ରାମପଞ୍ଚାୟତର ଜୟ ମଙ୍ଗଳପୁରଠାରେ ଆଜି ସାଂସଦ ଜନସମ୍ପର୍କ ପଦ ଯାତ୍ରା ଆରମ୍ଭ କରିଛନ୍ତି । ଜୟମଙ୍ଗଳପୁରଠାରେ ଲୋକଙ୍କ ପାଖରେ ପହଁଚି କିଛି ଲୋକଙ୍କ ସମସ୍ୟା ସୁବିଧା, ଅସୁବିଧା,କେନ୍ଦ୍ର ସରକାର ଦେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯୋଗ୍ୟହିତାଧିକାରୀ ମାନେ ପାଉଛନ୍ତି ନା ନାହିଁ ସେ ସବୁକୁ ସମୀକ୍ଷା କରି ବୁଝିଥିଲେ ଓ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଅନେକ ଦିନରୁ ରାସ୍ତା ନିର୍ମାଣ ହୋଇନଥିବା ଓ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଓ ବିଧବାଭତ୍ତା ପାଇ ନଥିବା ଅଭିଯୋଗ ସାସଂଦଙ୍କ ନିକଟକୁ ବହୁ ଲୋକେ ନେଇ ଆସିଥିଲେ। ସରକାରୀ ଯୋଜନାରୁ ବଂଚିତ ଥିବା ଲୋକମାନେ କିଭଳି ସୁବିଧା ପାଇପାରିବେ ସେ ସଂପର୍କରେ ଲୋକଙ୍କ ସହିତ ସାଂସଦ ଶ୍ରୀମତୀ…

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ସବ୍‌ଡିଭିଜନର ନାକଟିଦେଉଳ ବ୍ଲକ୍ ପେଣ୍ଠବାହାଳ ନିକଟରେ ଥିବା ପର୍ଯ୍ୟଟନ ସ୍ଥଳୀ ଭୀମମଣ୍ଡଳିକୁ ଐତିହାସିକମାନଙ୍କର ଆଗମନ ଏକ ଶୁଭ ସଂକେତ ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଡ. ଉମାକାନ୍ତ ମିଶ୍ର ଓ ଡ. ଅତୁଲ କୁମାର ପ୍ରଧାନ ଭୀମମଣ୍ଡଳୀକୁ ଆସି ଏଠାରେ ପ୍ରସ୍ତର କାନ୍ଥରେ ଥିବା ଶୀଳାଲେଖକୁ ବୁଲି ଦେଖିଥିଲେ ଓ ଏହା ଉପରେ ଆହୁରି ଗବେଷଣାର ଅବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ। ଏହି ପୀଠ ଉପରେ ଆହୁରି ଗବେଷଣା ପାଇଁ ଭବିଷ୍ୟତରେ ଛାତ୍ରଛତ୍ରୀମାନେ ଏଠାକୁ ଆସିବେ। ୨୦ହଜାର ବର୍ଷ ଆଗରୁ ଏଇ ଶୀଳାଲେଖ ଥିବା ଅନୁମାନ କରାଯାଉଛି ବୋଲି ଗବେଷକ ମାନେ ପ୍ରକାଶ କରିଛନ୍ତି। ଏଠାରୁ ବହୁତ ତଥ୍ୟ ମିଳିପାରୁଛି। ରାଜ୍ୟର ଖଣ୍ଡଗିରି ପରି ଏହି ପର୍ଯ୍ୟଟନ ପୀଠ ୧ ନମ୍ବର ହୋଇ ରହିବ ଭବିଷ୍ୟତରେ। ଗବେଷକ ମାନେ ଭୀମମଣ୍ଡଳୀର ପାହାଡ ,ଆମ୍ବଝୋଳ.…

Read More

ରଘୁନାଥପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବଜାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ମିଳିଥିବା ସୂଚନା ଅନୁଯାୟୀ, କଟକ-ପାରାଦୀପ ରାଜ୍ୟ ରାଜପଥର ରଘୁନାଥପୁର ବଜାର ନିକଟରେ ଏକ କାର୍ ଓ ବାଇକ୍ ମୁଁହାମୁହିଁ ଧକ୍କା ହୋଇଛି। ଏହାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ କାର୍‌ ଓ ବାଇକ୍‌ ଜଳିଯାଇଛି ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।

Read More

ପଞ୍ଜାବ : ନୂତନ କୃଷି ବିଲ୍‌ ବିପକ୍ଷରେ ସାରା ଭାରତରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜିକୁ 18 ଦିନ ଧରି କୃଷକମାନେ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ମଧ୍ୟ ସମର୍ଥନ ମିଳୁଛି । ଏହି ଦଳକୁ ବହୁ ରାଜନୈତିକ ଦଳ ମାନେ ସମର୍ଥନ ଦେଇଥିବାବେଳେ ଅନେକ ସିନେମା କଳାକାର ଓ କ୍ରୀଡାବିତ୍ ମାନେ ମଧ୍ୟ ସମର୍ଥନ କରିଛନ୍ତି । କୃଷକ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବ ପୋଲିସ୍‌ ଡିଆଇଜି ଇସ୍ତଫା ପତ୍ର ଦେଇଛନ୍ତି । ସୂଚନା ମୁତାବକ ପଞ୍ଜାବର ଜେଲ ଡିଆଇଜି ଲଖବିନ୍ଦର ସିଂ ଜାଖର କୃଷକ ଆନ୍ଦୋଳନକୁ ସମର୍ଥନ କରି ତାଙ୍କ ଇସ୍ତଫା ପତ୍ର ପଞ୍ଜାବ ସରକାରଙ୍କ ନିକଟକୁ ପଠାଇଛନ୍ତି । କୃଷକ ବିଲ୍‌କୁ ବିରୋଧ କରି ତଥା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲ୍‌ ପଦ୍ମବିଭୂଷଣ…

Read More

ମୁମ୍ବାଇ : ବଲିଉଡ୍‌ରେ ଗତ 30 ବର୍ଷ ଧରି ତିନି ଖାନ୍‌ ରାଜ୍‌ କରୁଛନ୍ତି । ତେବେ ତାଙ୍କ ଫ୍ୟାନ୍ସମାନେ ଏହି ତିନି ଖାନ୍‌ଙ୍କୁ ଏକାସାଙ୍ଗରେ ଦେଖିବାକୁ ଇଚ୍ଛା କରିଥା’ନ୍ତି । ତେବେ ଏହି ତିନି ଖାନ୍‌ କେବେ ଏକାଠି ସ୍କ୍ରିନ୍‌ ସେୟାର କରିନାହାନ୍ତି । ଅବଶ୍ୟ ଶାହରୁଖ-ସଲମାନ୍‌ ଦୁହେଁ ସ୍କ୍ରିନ୍‌ ସେୟାର କରିଥିବାବେଳେ ଆମୀର-ସଲମାନ୍‌ ମଧ୍ୟ ଏକାଠି ନଜର ଆସିଛନ୍ତି । କିନ୍ତୁ ତିନି ଖାନ୍‌ ଏକତ୍ର କୌଣସି ଫିଲ୍ମରେ ନଜର ଆସିନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ସଲମାନ୍‌, ଆମୀର୍‌ ଓ ଶାହରୁଖ ଏକତ୍ର ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତିନି ଖାନ୍‌ଙ୍କୁ ‘ଲାଲ ସିଂ ଚଢ୍‌ଢା’ରେ ତିନି ଖାନ୍‌ ଏକତ୍ର ନଜର ଆସିବେ । ଏହ ଫିଲ୍ମଟି ଟମ୍‌ ହ୍ୟାଙ୍କସ୍‌ଙ୍କ ସୁପରହିଟ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ ବୋଲି ଜଣାପଡିଛି । ନିକଟରେ ଶାହରୁଖ୍‌ ନିଜ ପସନ୍ଦିତା ତଥା ଲୋକପ୍ରିୟ ଚରିତ୍ର…

Read More

କନ୍ଦର୍ପ ବେହେରା ରେଢାଖୋଲ: ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ତଥା ଗରିବ ପରିବାର ଲୋକମାନଙ୍କୁ ବିଭିନ୍ନ ସମୟରେ କାମ ଯୋଗାଇ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଟଙ୍କା ସବୁ ସତ୍ ମାର୍ଗରେ ଖର୍ଚ୍ଚ ନ ହୋଇ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। କରୋନା ମହାମାରୀରେ ଲୋକମାନେ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ରୋଜଗାର କରିବା ପାଇଁ ବହୁ ଯୋଜନା ମାଧ୍ୟମରେ କାମ ଯୋଗାଇ ଦେଉଛନ୍ତି। ଶ୍ରମିକ ମାନେ ନିଜ ଜବ୍ କାର୍ଡ ଦ୍ଵାରା ମନରେଗା ଯୋଜନା ମାଧ୍ୟମରେ ନିଜର ପାଉଣା ମଧ୍ୟ ପାଇବେ ବୋଲି ସରକାର ଆଇନ୍ ପ୍ରଣୟନ କରିଛନ୍ତି। ସରକାରୀ ଜଙ୍ଗଲ ହେଉ ବା ଗ୍ରାମ୍ୟ ଜଙ୍ଗଲ ହେଉ ସେଠାରେ ଜଳ ସଂରକ୍ଷଣ କିପରି କରାଯାଇ ପାରିବ ସେଥିପାଇଁ ମନରେଗା ଯୋଜନା ମାଧ୍ୟମରେ ନାକଟିଦେଉଳ ବ୍ଲକ୍ ର ୧୪ ଟି ପଂଚାୟତରେ ଟ୍ରେଂଚ୍ ଖୋଳାଯାଇଛି। ହେଲେ ସରକାରୀ ଉଦାସୀନତା ଯୋଗୁଁ…

Read More

ବରଗଡ : ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଚଳିତ ବର୍ଷ କଂସରାଜାଙ୍କ ଶାସନ ଚାଲିବନି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କରୋନା କାଳରେ ଓଡ଼ିଶାର ବହୁ ପର୍ବ ପର୍ବାଣୀ ମାଡ ଖାଇଛି । ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି କଟକଣା ଭିତ୍ତିରେ କେବଳ ପରମ୍ପରା ରଖିବାକୁ ପର୍ବପର୍ବାଣୀକୁ ଅନୁମତି ମିଳିଛି । ଯଦିଓ ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି, ତଥାପି କରୋନାକୁ ହେୟଜ୍ଞାନ କରି ହେବ ନାହିଁ । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାକୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଧନୁଯାତ୍ରା ଅନ୍ୟତମ । 1947 ମସିହାରୁ ବରଗଡ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି  । ପୌଷ ଶୁକ୍ଳପଞ୍ଚମୀଠାରୁ ଆରମ୍ଭ ହୋଇ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 5 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1807କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତ ଥିବାବେଳେ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 59 ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାରୁ 64 ବର୍ଷୀୟ ବ୍ୟକ୍ତି, ମୟୂରଭଞ୍ଜରୁ 58 ବର୍ଷୀୟ ବ୍ୟକ୍ତି ଓ 68 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରୁ 59 ବର୍ଷୀୟ ପୁରୁଷଙ୍କ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୨୮ ଜଣ ଚିହ୍ନଟ ହୋଇଥିବାବେଳେ ୧୬୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ହଜାର ୭୫୭କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮ହଜାର ୬୮୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୨୧୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୦୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍‌ ୩୯୩ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୪୭ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର…

Read More

ମୁମ୍ବାଇ : ଫେକ ରେଟିଂ ମାମଲାରେ ମୁମ୍ବାଇ ପୋଲିସ ଆଜି ରିପବ୍ଲିକ ଟିଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ରିପବ୍ଲିକ ଟିଭିର ସିଇଓ ବିକାଶ ଖାନଚନ୍ଦାନିଙ୍କୁ ପୋଲିସ ଗିରଫ କରିଛି । ଏହି ମାମଲାରେ ବିକାଶଙ୍କ ଗିରଫଦାରୀକୁ ମିଶାଇ ପୋଲିସ ସମୁଦାୟ 13 ଜଣଙ୍କୁ ଗିରଫ କରିଛି । ସୁପ୍ରିମକୋର୍ଟରେ ଏଜିଆର ମିଡିଆ ଆଉଟଲାୟରର ଯାଚିକା ଖାରଜ ହେବାର ଏକ ସପ୍ତାହ ମଧ୍ୟରେ ରିପବ୍ଲିକ ସିଇଓଙ୍କୁ ଗିରଫ କରିଛି ପୋଲିସ । ରିପବ୍ଲିକ ଟିଭିର ମୂଳ କମ୍ପାନୀ ଏଜିଆର ମିଡିଆ ଆଉଟଲାୟର ପକ୍ଷରୁ ଦାଖଲ କରାଯାଇଥିବା ଯାଚିକାରେ ମୁମ୍ବାଇ ପୋଲିସର କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା । କମ୍ପାନୀର କର୍ମଚାରୀଙ୍କୁ ଅଯଥାରେ ହଇରାଣ ନକରାଯାଇ ମାମଲାକୁ ସିବିଆଇକୁ ସ୍ଥାନାନ୍ତର କରିବା ପାଇଁ ଏଜିଆର ମିଡିଆ ଆଉଟଲାୟର ପକ୍ଷରୁ ଅନୁରୋଧ କରାଯାଇଥିଲା। ତେବେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏପରି ଅନୁରୋଧକୁ ସମାଲୋଚନା କରିବା ସହିତ…

Read More

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୈଠନଠାରେ ଜଣେ 25 ବର୍ଷୀୟ ଯୁବକ ଏକ ମନ୍ଦିରରେ ନିଜର ଗଳା କାଟି ଶିବଲିଙ୍ଗରେ ରକ୍ତ ଚଢାଇଛି । ଯୁବକ ଜଣ ମନ୍ଦିରରୁ ମୃତ୍ୟୁବସ୍ଥାରେ ମିଳିଛନ୍ତି । ତେବେ ଅଘୋରୀ ପ୍ରଥା ପୂର୍ବକ ଯୁବକ ଜଣକ ଏପରି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୋଲିସ୍‌ ସନ୍ଦେହ କରିଛି । ଯୁବକ ଜଣକ ନନ୍ଦୁ ଘୁଙ୍ଗାସେ ବୋଲି ପରିଚୟ ମିଳିଛି । ନନ୍ଦୁ କହାରଓ୍ବାଡ ଗ୍ରାମର ଜଣେ ମତ୍ସ୍ୟଜୀବୀ ବୋଲି ସୂଚନା ରହିଛି । ଏପରି ଘଟଣାକୁ ଚାରିଜଣ ଲୋକେ ଦେଖିଥିବାର ସୂଚନା ରହିଛି । ପୈଠନ୍‌ ସହରର ଗଗଭଟ୍ଟ ଚୌକ୍‌ଠାରେ ଥିବା ସିଦ୍ଧି ଅଲ୍ଲୀ ଦର୍‌ଗା ନିକଟରେ ଏକ ଶିବ ମନ୍ଦିରରେ ଏହି ଘଟଣାଟି ଘଟିଛି । ବିହାରୀ ପରଦେଶୀ ନାମକ ଜଣେ ବ୍ୟକ୍ତି ପୂଜା କରିବାକୁ ଯିବା ସମୟରେ ମନ୍ଦିରରେ ଉକ୍ତ ଯୁବକକୁ ଦେଖିଥିଲେ । ଏହାପରେ ସେ ପୋଲିସ୍‌କୁ ଏହି ଘଟଣା ସମ୍ପର୍କରେ…

Read More

ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-57ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁ୍ର୍ଘଟଣାସ୍ଥାନରେ ଉତ୍ତେଜନା ଲାଗି ରହିଥିଲା ।  ରାସ୍ତା ଅବରୋଧ ଯୋଗୁ ସଂପୃକ୍ତ ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Read More

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ବଢି ଚାଲିଥିବା କରୋନା ମୃତ୍ୟୁ ସଂଖ୍ୟା ୪୦୦ ତଳକୁ ଖସିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୨୫୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ୩୦୨୫୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ୫୭ ହଜାର ୦୨୯ରେ ପହଞ୍ଚିଛି । ୫୨୬ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୦୧୯ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାର ୧୩୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୩ ଲକ୍ଷ ୫୭ ହଜାର ୪୬୪ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୩୨୭୩ ହ୍ରାସ ଘଟିବା…

Read More

ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଶେଷ ହୋଇଛି। ବର୍ତ୍ତମାନ ଆସନ୍ତାକାଲି ଅର୍ଥାତ 14 ଡିସେମ୍ବରରେ ଏକ ସୂର୍ଯ୍ୟ ଗ୍ରହଣ ମଧ୍ୟ ହେବ। ଏହା ପୂର୍ଣ୍ଣ ସୂର୍ଯ୍ୟ ଗ୍ରହଣ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟ ଗ୍ରହଣର ତାରିଖ ଏବଂ ସମୟ 14 ଡିସେମ୍ବର 2020ରେ ସୂର୍ଯ୍ୟ ଗ୍ରହଣ ହେବ। ଏହି ସୂର୍ଯ୍ୟ ଗ୍ରହଣ ମାର୍ଗାଶୀର ଅମାବାସ୍ୟା ତିଥିରେ ହେଉଛି। ଏହା ଚଳିତ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ଗ୍ରହଣ ହେବ। ଏହା ପୂର୍ବରୁ ଜୁନ୍ 21 ରେ ଏକ ସୂର୍ଯ୍ୟ ଗ୍ରହଣ ହୋଇଥିଲା। ଡିସେମ୍ବର 14 ରେ ସନ୍ଧ୍ୟା 7:00 ରୁ ଆରମ୍ଭ ହେବ ଏବଂ ଡିସେମ୍ବର 15 ରେ ରାତି ପ୍ରାୟ 12 ଟା ମଧ୍ୟରେ ଶେଷ ହେବ। ଏହି ସୂର୍ଯ୍ୟ ଗ୍ରହଣ ଦକ୍ଷିଣ ଆମେରିକା, ଆଟଲାଣ୍ଟିକ୍ ମହାସାଗର, ଆଫ୍ରିକା ଇତ୍ୟାଦି ଦେଶରେ ଦେଖିବାକୁ ମିଳିବ। ସୂର୍ଯ୍ୟ ଗ୍ରହଣର…

Read More

ମାଲାକାନାଗିରି, ଆଜି ବଡି ଭୋରରୁ ସୁରକ୍ଷା କର୍ମି ଏକ ମାଓ ଆଡ୍ଡା ଉପରେ ଅତିକ୍ରିତ ଆକ୍ରମଣ କରିଛନ୍ତି। ସେପଟୁ ମାଓବାଦୀମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ତେବେ ସୁରକ୍ଷା କର୍ମଙ୍କ ଗୁଳିମାଡରେ ଦୁଇ ମାଓବାଦୀ ମୃତ୍ୟୁବରଣ କରିଛନ୍ତି। ଏହି ଏନକାଉଣ୍ଟର ମାଲାକାନାଗିରି ସ୍ବାଭିମାନ ଅଞ୍ଚଳର ଗାଜଲମାମୁଡି ଅଞ୍ଚଳରେ ଘଟିଛି। ଏଥିରେ ବିଏସଏଫ, ସଓଜି ଏବଂ ଡିଭିଏଫ ଜବାନ ସମାଲି ଥିଲେ। ଘଟଣାରୁ ଜଣାପଡିଛି ଯେ, ମାଓବାଦୀମାନେ ଏକ ବୈଠକ କରିବେ ବୋଲି ପୋଲିସ ପାଖରେ ଖବର ଥିଲା। ସେହି ଅନୁସାରେ ପୋଲିସ ତରଫରୁ ଏହା ଉପରେ ନଜର ରଖାଯାଇଥିଲା। ବୈଠକ ସଂପର୍କରେ ନିଶ୍ଚିତ ହେବାପରେ ରାତି ଅଧରେ ଆରମ୍ଭ ହେଲା ସର୍ଚ୍ଚ ଅପରେସନ। ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା ଆରମ୍ଭ କରିଥିଲେ। ଏହାପରେ ସୁରକ୍ଷା କର୍ମି ପକ୍ଷରୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଏଥିରେ ଅନ୍ୟମାନେ ଛତ୍ରଭଙ୍ଗ କରି ପଳାଇଯାଇଥିବା ବେଳେ ଦୁଇଜଣ ମରିଛନ୍ତି। ଏହି ମୃତ ଦୁଇ ମାଓବାଦୀଙ୍କ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଶୁକ୍ରବାର ଦିନ ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦୀର୍ଘ ୨୦ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ଟୁଟୁ ଓରଫ ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତାଙ୍କର ଶୁକ୍ରବାର ଦିନ ଏରସମା ମେଡିକାଲରେ ମୃତ୍ୟୁ ହୋଇଥିଲା। ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପରିବାର ଲୋକ ଓ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିଥିଲେ। ଅସ୍ତ୍ରୋପଚାର ପରେ ବିନ୍ଦୁଲତାଙ୍କ ମୃତ୍ୟୁ ଯୋଗୁଁ ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରତାପ କୁମାର ଦାସ ମେଡିକାଲରୁ ଚମ୍ପଟ ମାରିଥିଲେ ବୋଲି କୁହାଯାଉଛି। ମହିଳାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ଗତକାଲି ଏରସମା ମେଡିକାଲ ସମ୍ମୁଖ ୫୫ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକମାନେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘ ୨୦ଘଣ୍ଟା ଧରି…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି। ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ। ସେହିପରି ସଂପତ୍ତି ପ୍ରତି…

Read More

ମେଷ- ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ଆପଣ ସାମାଜିକ ସ୍ତରରେ ସମ୍ମାନ ପାଇବ । ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ହେବ। ନୂତନ କାମ ପାଇବେ। ଆୟ ବୃଦ୍ଧି ପାଇବ, ଖୁସି ହେବ । ନୂତନ ଲୋକ ପରିଚିତ ହେବେ। ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ। ପରିବାର ପାଇଁ ଚିନ୍ତା ହେବ । ବୃଷ- ବରିଷ୍ଠମାନଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ, ସେଠାରେ ଲାଭ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ସାମ୍ନା କରି ପାରନ୍ତି, ବ୍ୟସ୍ତ ହୁଅନାହିଁ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଚିନ୍ତା ରହିବ। ବ୍ୟବସାୟ ଭଲ କରିବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଏକ ଅପଚୟ ହେବ। ଅସଂଗଠିତତା କ୍ଷତି ଘଟାଇବ। ମିଥୁନ- ଭ୍ରମଣ ଲାଭଦାୟକ ହେବ। ଅଟକି ରହିଥିବା ଟଙ୍କା…

Read More

ଭୁବନେଶ୍ୱର, ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଅଭିନବ ଉପାୟରେ ବେଆଇନ ଗଛକଟା ସମସ୍ୟା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମୟୂରଭଞ୍ଜ ଜିଲ୍ଲାରଯୁବ ଚିତ୍ରଶିଳ୍ପୀ ସମରେନ୍ଦ୍ର ବେହେରା। ସେ ଅଭିନବ ଉପାୟରେ ବେଆଇନ ଗଛ କଟା ବିରୁଦ୍ଧରେ ସଚେତନତାର ବାର୍ତ୍ତା ଦେବା ପାଇଁ ଏହି ପ୍ରତିଛବି କରିଛନ୍ତି ସମରେନ୍ଦ୍ର। ତାଙ୍କର ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟୁଇଟ୍ ଯୋଗେ ସେ ସମରେନ୍ଦ୍ରଙ୍କୁ ଏପରି ଉପାୟରେ ଜଙ୍ଗଲ ସଂରକ୍ଷଣ ବାର୍ତ୍ତା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି।

Read More

ଥାନେ, ମହାରାଷ୍ଟ୍ର ଥାନେ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସେହି ଅଞ୍ଚଳର ଏକ ଜଙ୍ଗଲ ଭିତରୁ ମିଳିଛି 4 ଜଣଙ୍କ ଶବ। ସେହି ଚାରିଜଣଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ ଆଉ ତିନିଜଣ ଶିଶୁ ଅଛନ୍ତି। ଜଙ୍ଗଲରେ ଲୋକେ କାଠ କାଟିବାକୁ ଯାଇଥିବା ବେଳେ ସେଠାରେ ପ୍ରବଳ ଦୁର୍ଗନ୍ଧ ହୋଇଥିଲା। କେଉଁଠି ଏପରି ତୀବ୍ର ଦୁର୍ଗନ୍ଧ ହୋଇଛି ବୋଲି ସେମାନେ ଖୋଜିବାକୁ ଲାଗିଲେ। ପରେ ଦେଖିଲେ ଯେ, ଏକ ଗଛରେ ଚାରିଜଣଙ୍କ ଶବ ଝୁଲୁଛି। ଏହି ଘଟଣା ପ୍ରଘଟ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଶବ ଚାରୋଟି ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ପରେ ଏମାନେ ଥାନେ ନିକଟସ୍ଥ ପଦବା ଗ୍ରାମର ବୋଲି ଜଣାପଡିଲା। ସେମାନେ ହେଲେ 30 ବର୍ଷିୟ ମହିଳା ରଂଜନା, 12 ବର୍ଷର ଝିଅ ଦର୍ଶନା, 6 ବର୍ଷର ଝିଅ ରୋହିଣୀ ଏବଂ 9 ବର୍ଷର ପୁଅ ରୋହିତ। ଘଟଣାରୁ ଜଣାପଡିଛି…

Read More