Author: Samikhsya Bureau

ସତାନା : ମଧ୍ୟପ୍ରଦେଶର ସତାନାରେ ବାହାଘରର ବିଦାୟୀ ପର୍ବ ପୂର୍ବରୁ ଜଣେ କନ୍ୟାର କରୋନା ରିପୋର୍ଟ ପଜିଟିଭ୍‌ ଆସିଲା । ଏହାପରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା ।ଏହାପରେ ବରଜଣକ ନିଜ ବରଯାତ୍ରୀ ନେଇ ବିଦା ହୋଇଥିଲେ । ମାତ୍ର ବଧୂ ଜଣକ ବାପଘରେ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ଏହିପରି ଏକ ଘଟଣା ସତନା ଜିଲ୍ଲାର 55 କିଲୋମିଟର ଦୂର ରାମନଗରରେ ଘଟିଛି। ସତନା ଜିଲ୍ଲା ବାବ୍ରୁପର ଗ୍ରାମରେ ରହୁଥିବା ପଟେଲ ପରିବାରରେ ବିବାହ ଥିଲା । ବିବାହ ପୂର୍ବରୁ କନ୍ୟାର କରୋନା ନମୁନା ପରୀକ୍ଷା ପାଇଁ ଯାଇଥିଲା । ତେବେ ବିବାହ କରୋନା କଟକଣା ଭିତରେ ଆୟୋଜନ କରାଯାଇଥିଲା । ରବିବାର ରାତ୍ରିରେ ବରଯାତ୍ରୀ ଓ ବର ଆସିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସକାଳୁ ସକାଳୁ ବିଦାୟୀ ପର୍ବ ଅନୁଷ୍ଠିତ ହେବା ପୂର୍ବରୁ ସ୍ବାସ୍ଥ୍ୟ କର୍ମୀମାନେ କନ୍ୟାର କରୋନା ରିପୋର୍ଟ ପଜିଟିଭ୍‌ ଥିବା ନେଇ…

Read More

ସିଡ୍‌ନୀ: କ୍ରମାଗତ ୧୦ ଟି ମ୍ୟାଚ ଜିତିବା ରେକର୍ଡରେ ଭାରତକୁ ବ୍ରେକ ଲାଗିଛି। ଅନ୍ତିମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ୧୨ ରନରେ ପରାସ୍ତ ହୋଇ ସିରିଜ ୨-୧ ରେ ଜିତି ସନ୍ତୁଷ୍ଟ ହୋଇଛି ଭାରତୀୟ ଦଳ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା। ଏହାସହ ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଇଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ମାତ୍ର ୧୭୪ ରନ କରିବାରେ ସକ୍ଷମ ହୋଇଥିଲା। ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆକୁ କ୍ଳିନ ସୁଇପ କରିବାର ଆଶା ପୂରଣ ହୋଇପାରି ନାହିଁ। ଅଧିନାୟକ କୋହଲୀ ୬୧ ବଲରେ ୮୫ ରନ କରିଥିବା ବେଳେ ଶିଖର ଧାବନ ୨୧ ବଲରେ ୨୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ଟି ବଲରେ ୨୦ ରନ ସଂଗ୍ରହ କରିପାରିଥିଲେ। ଭାରତୀୟ ଦଳର ସଫଳ…

Read More

ଦିଲ୍ଲୀ : କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ  ଦୀପ ଜଳାଇବା ପାଇଁ ଏକ ଟୁଇଟ୍‌ କରିଥିଲେ, ଯାହା ରେକର୍ଡ କରିଛି । ଏପ୍ରିଲ୍ ମାସରେ, କରୋନା ଯୋଦ୍ଧାଙ୍କୁ ଅଭିବାଦନ  ତଥା କରୋନା ମହାମାରୀରୁ ବର୍ତ୍ତିବା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରାତି 9ଟାରେ 9 ମିନିଟ୍‌ ପାଇଁ ଦୀପ ଜଳାଇବାକୁ ସାରା ଦେଶବାସୀଙ୍କୁ ନିବେଦନ କରି ଏକ ଟୁଇଟ୍‌ କରିଥିଲେ । ଯାହା ଚଳିତ ବର୍ଷ ଟୁଇଟରରେ ରେକର୍ଡ କରିଛି ବୋଲଇ ଟୁଇଟର ସୂଚନା ଦେଇଛି । ଅପ୍ରେଲ 5 ତାରିଖ ରାତ୍ରି 9ଟା ସମୟରେ 9 ମିନିଟ୍‌ ପାଇଁ ଦୀପ ଜଳାଇବାକୁ ନିବେଦନ କରିଥିବା ଟୁଇଟରେ  ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଫଟୋ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ସେହି ଟୁଇଟ୍ ରେକର୍ଡ ସୃଷ୍ଟି କରିଛି। ସେହିପରି ମୋଦିଙ୍କ ନିବେଦନଙ୍କୁ ରକ୍ଷା କରି ସାରା ଦେଶ ରାତି 9ଟାରେ 9 ମିନିଟ୍…

Read More

ନୂଆଦିଲ୍ଲୀ : ଇଏସଆଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏଣିକି ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହୋଇ ପାରିବେ ଇଏସଆଇ ଉପଭୋକ୍ତା । ସୋମବାର ଇଏସଆଇ ନିୟମରେ ସଂଶୋଧନ କରିବା ସହିତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । କୌଣସି ଜରୁରୀକାଳୀନ ପରସ୍ଥିତିରେ ଏହି ସୁବିଧାର ଲାଭ ଉଠାଯାଇପାରିବ ବୋଲି ଜଣାପଡିଛି । ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ଇଏସଆଇ ଉପଭୋକ୍ତା କେବଳ ଇଏସଆଇ ହସ୍ପିଟାଲରେ ଚିକିତ୍ସିତ ହେଇ ପାରୁଥିଲେ । ତେବେ କେବଳ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇବା ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ । ହୃଦଘାତ ଅଥବା କୌଣସି ଦୁର୍ଘଟଣାର ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ହେବ । ଏହି ସମୟର ସମ୍ପୂର୍ଣ୍ଣ ଚିକିତ୍ସା ମାଗଣା ରହିବ ଏବଂ ସରକାର ଏହି ଖର୍ଚ୍ଚ ବହନ କରିବେ  । ଏହା ସହିତ ଚିକିତ୍ସିତ ହେଉଥିବା ହସ୍ପିଟାଲର 10 କିମି ପରିସୀମା…

Read More

ଇଟାଲୀ : ଇଟାଲୀର ଏହି ଗ୍ରାମରେ ମାତ୍ର 90 ଟଙ୍କାରେ ଆପଣ ଘର ପାଇପାରିବେ। ଇଟାଲୀର ମୋଲିଝୋ କ୍ଷେତ୍ରର ମଧ୍ୟକାଳୀନ ଗ୍ରାମ କାଷ୍ଟ୍ରୋପିନାନୋର ଜନସଂଖ୍ୟା 900 ଅଟେ । ଏଠାରେ ରହିଥିବା ଖାଲି ଘର ପାଇଁ ପ୍ରଶାସନ ଏକ ଉତ୍ତମ  ଯୋଜନା ବାହାର କରିଛନ୍ତି । ପ୍ରଶାସନ ଏହି ଗ୍ରାମରେ ଖାଲିଥିବା ଘରଗୁଡିକୁ ଏକ ୟୁରୋ ବା ମାତ୍ର 90 ଟଙ୍କା ରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହି ଘରଗୁଡିକୁ ଆପଣ କିଣିସାରିବା ପରେ ଏହାର ମରାମତି କରି ରହିପାରିବେ । କାଷ୍ଟ୍ରୋପିନାନୋ ହେଉଛି ସବୁଠୁ ଶସ୍ତାରେ ଘର ଦେଉଥିବା ପ୍ରଥମ ଗ୍ରାମ । 1930 ମସିହାରେ ଏଠାରେ 2500 ଲୋକ ରହୁଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏଠାରୁ କିଛି ଲୋକେ ବାହାରକୁ ଚାଲିଯାଇଥିଲେ । 1960 ପରେ ଅଧିକାଂଶ ଯୁବକ ରୋଜଗାର ଓ ଅନ୍ୟ କାର୍ଯ୍ୟ ପାଇଁ ଏହି ଗ୍ରାମକୁ ଛାଡି ଦେଇଥିଲେ ।…

Read More

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତ ବ୍ୟକ୍ତିମାନଙ୍କ ଠାରେ ପରବର୍ତ୍ତୀ ପର୍ୟ୍ୟାୟରେ ବିଭିନ୍ନ ପ୍ରକାର ଜଟିଳ ସମସ୍ୟା ଦେଖାଦେଉଛି। ଏସବୁ ସମସ୍ୟା ଦୀର୍ଘଦିନ ପାଇଁ ମଧ୍ୟ ରହୁଛି । ଯଦିଓ କରୋନା ଚିକିତ୍ସା ଅନେକ ଅଗ୍ରଗତି ଘଟିଛି ଏବଂ ଟିକା ଆସିବା ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି ତଥାପି ଲୋକମାନେ ଏହି ମହାମାରୀର ଜଟିଳତା ସମ୍ପର୍କରେ ସଚେତନ ହେବା ଆବଶ୍ୟକ । ଅନ୍ୟାନ୍ୟ ରୋଗ ସହିତ ପୁରୁଷମାନେ ସେମାନଙ୍କ ଯୌନ କ୍ଷମତା ମଧ୍ୟ ହରାଇ ପାରନ୍ତି। ଏହି ଭୂତାଣୁ ଆପଣଙ୍କ ଯୌନ କ୍ଷମତାରେ ଜଟିଳ ସମସ୍ୟା ସୃଷ୍ଟ କରିପାରେ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଡେନା ଗ୍ରେସନ ସତର୍କ କରାଇ ଦେଇଛନ୍ତି । ଗ୍ରେସନ କହିଛନ୍ତି, ଶରୀରରେ ଧମନୀରେ କରୋନା ମହାମାରୀ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ । ଏହା ହିଁ ବାସ୍ତବ ଚିନ୍ତାର ବିଷୟ । କେବଳ କରୋନା ଭୂତାଣୁ ଆପଣଙ୍କୁ ମାରିପାରେ ନାହିଁ, ଶରୀରରେ ଆଜୀବନ ଅନେକ ଜଟିଳ…

Read More

ସିଡ୍‌ନୀ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆରେ ଘରୋଇ ଦଳ ନିର୍ଦ୍ଧାରିତ 20 ଓଭରରେ 5 ଓ୍ୱିକେଟ ହରାଇ 186 ରନ୍ କରିଛି । ଏହାସହ ଭାରତକୁ 187 ରନର ଟାର୍ଗେଟ୍ ଦେଇଛି । ମାଥ୍ୟୁ ୱେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ 5 ୱିକେଟହରାଇ 186 ରନ ସଂଗ୍ରହ କରିଛି । ଟସ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ । ମାଥ୍ୟୁ ୱେଡ 53ଟି ବଲରୁ 80 ରନ ସଂଗ୍ରହ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ 36 ବଲରୁ 54 ରନ ସଂଗ୍ରହ କରିଥିଲେ ।  ଆରୋନ ପିଞ୍ଚ ବିନା କୌଣସି ରନରେ ଆଉଟ ହୋଇଥିଲେ । କିନ୍ତୁ ଅନ୍ୟତମ ଓପନର ଏମ୍ ଓ୍ୱାଡେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ 53 ବଲରୁ 80 ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ…

Read More

କଟକ: ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ସିଭିଲ ସର୍ଭିସ ଏକଜାମିନେସନ (ଓସିଏସଇ)-2019 ମୁଖ୍ୟ ଲିଖିତ ପରୀକ୍ଷା (ମେନ)କୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଆସନ୍ତା 2021 ଜାନୁଆରୀ 2 ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସମସ୍ୟା ହୋଇପାରେ ବୋଲି ପରୀକ୍ଷାର୍ଥୀମାନେ ପରୀକ୍ଷା ପରିଚାଳନାକାରୀ ଓଡ଼ିଶା ଲୋକସବା ଆୟୋଗ (ଓପିଏସସି)କୁ ଜଣାଇଥିଲେ। ପରୀକ୍ଷାର୍ଥୀଙ୍କ ସମସ୍ୟାକୁ ବିଚାରକୁ ନେଇ ଓପିଏସସି ହେବାକୁ ଥିବା ପରୀକ୍ଷାକୁ ବନ୍ଦ କରି ଦେଇଛି । ଏହା ପରିବର୍ତ୍ତେ ପରୀକ୍ଷା ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଯେଉଁ ପରୀକ୍ଷାର୍ଥୀଙ୍କ ପାଇଁ ଯେଉଁ କେନ୍ଦ୍ର ଧାର୍ଯ୍ୟ କରାଯାଇଥିଲା ସେଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପରୀକ୍ଷା ସମୟରେ ମଧ୍ୟ କୌଣସି ଅଦଳ ବଦଳ କରାଯାଇନାହିଁ । କେନ୍ଦ୍ର ଲାଗି ଯେଉଁ ଆଡମିଶନ ସାର୍ଟିଫିକେଟ୍‍ ରହିଥିଲା ତାହା ମଧ୍ୟ…

Read More

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ହେବା ଏକ ସାଧାରଣ କଥା। ହେଲେ, ନିକଟରେ ସ୍ତ୍ରୀ ସହ ଝଗଡ଼ା କରିବା ପରେ ରାଗ ଶାନ୍ତ କରିବା ପାଇଁ ଜନୈକ ସ୍ବାମୀ 450 କି.ମି ଚାଲିଚାଲି ପଳାଇ ଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଇଟାଲିର କୋମୋରେ ଘଟିଛି। ବ୍ୟକ୍ତି ଜଣକ ରାଗରେ ଚାଲିଚାଲିଯିବା ଆରମ୍ଭ କରିଥିଲେ । ବ୍ୟକ୍ତି ଜଣକ ଚାଲି ଚାଲି କୋମା ସହରରୁ ଫାନୋ ସହରରେ ପହଞ୍ଚିଥିଲେ । ଦୁଇ ସହର ମଧ୍ୟରେ ଦୂରତା 426 କିଲୋମିଟର । ଏହାପରେ ବ୍ୟକ୍ତିଜଣକ  ଫାନୋରୁ 30 କିଲୋମିଟର ଦୂର ଏଣ୍ଟ୍ରିଏଟିକ୍‌ କୋଷ୍ଟରେ ପହଞ୍ଚିଥିଲେ । ସେଠାରେ ପୋଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ । ଏହାପରେ ବ୍ୟକ୍ତିଜଣକ ନିଜ କାହାଣୀ ବଖାଣିଥିଲେ । ତେବେ ପ୍ରଥମେ ବ୍ୟକ୍ତିଙ୍କର କାହାଣୀକୁ ପୋଲିସ୍‌ ବିଶ୍ବାସ କରିନଥିବାବେଳେ ଖୋଳତାଡ ପରେ ପୋଲିସ୍‌ ବିଶ୍ବାସ କରିଥିଲେ । ଅପରପକ୍ଷରେ…

Read More

ଭୁବନେଶ୍ବର : ଜାନୁଆରୀରୁ ଟ୍ରାଫିକ୍‌ ନିୟମ କଡାକଡି ରୂପେ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନଭାଭ ବେହେରା । ଦୁଇ ଚକିଆ ଯାନରେ ଦୁଇଜଣ ହେଲମେଟ୍‌ ପିନ୍ଧିବା ନିୟମ କଡାକଡି କରାଯିବ । ଏହି ଆଇନ୍‌ 2019ରୁ ପାସ୍‌ ହୋଇଥିବାବେଳେ କରୋନା ପାଇଁ ଏହା କାର୍ଯ୍ୟକାରୀ ହୋଇପାରିନି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ବିନା ହେଲମେଟ୍‌ରେ ରାଲିରେ ସାମିଲ୍ ହେଲେ ଫାଇନ୍‌ ଦେବାକୁ ପଡିବ। ଘରେ ଚାଲାଣ ପହଞ୍ଚିବ ବୋଲି ସୂଚନା ରହିଛି ।  ବିନା ହେଲମେଟରେ ଭାରତ ବନ୍ଦରେ ସାମିଲ ହୋଇ ବାଇକ ରାଲି କରିଥିବା ବିକ୍ଷୋଭକାରୀଙ୍କ ଚାଲଣ କାଟିବ କମିସନରେଟ୍ ପୁଲିସ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବି‌କ୍ଷୋଭକାରୀଙ୍କ ଗାଡ଼ି ନମ୍ବର ରଖାଯାଇଛି ଏବଂ ପରେ ସେମାନଙ୍କ ଘର ଠିକଣାରେ ଚାଲାଣ ପଠାଇ ଦିଆଯିବ ବୋଲି ଆଜି ଭୁବନେଶ୍ବର-କଟକ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Read More

ଲଣ୍ଡନ, ଆଜି ବ୍ରିଟେନରେ ସାଧାରଣ ଲୋକଙ୍କୁ କୋଭିଡ19 ଟୀକା ପ୍ରଦାନ ଆରମ୍ଭ ହୋଇଛି। ଫାଇଜର କଂପାନୀ ଦ୍ବାରା ପ୍ରସ୍ତୁତ ବାଓ-ଏନ-ଟେକ ଟୀକାକରଣ ପାଇଁ ବ୍ରିଟିସ ସରକାର ଅନୁମତି ଦେଇଛନ୍ତି। ଫଳରେ କ୍ଲିନିକାଲ ଟେଷ୍ଟ ବାହାରେ 90 ବର୍ଷର ଜଣେ ମହିଳାଙ୍କୁ ଏହି କୋଭିଡ19 ଟୀକା ପ୍ରଥମେ ଦିଆଯାଇଛି। ତାଙ୍କ ନାମ ହେଉଛି ମାର୍ଗେରଟ୍ କିନାନ୍। ସେ ଉତ୍ତର ଆର୍ୟଲାଣ୍ଡର ଇନ୍ନିସ୍କିଲେନର ବାସିନ୍ଧା। ଏହାପରେ ବ୍ରିଟେନର ବର୍ତ୍ତମାନ ସାମୁହିକ ଟୀକାକରଣ ଆରମ୍ଭ କରାଯାଇଛି। ଫାଇଜର କଂପାନୀ ବାଓ-ଏନ-ଟେକ ଟୀକା ଜରୁରୀକାଳିନ ସାମୁହିକ ପ୍ରଦାନ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲା। କଂପାନୀର ଅନୁରୋଧ ପରେ ସରକାର ତାହାକୁ ଅନୁମତି ପ୍ରଦାନ କରିଥିଲେ। ଫଳରେ ବିଶ୍ବରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର ଯେ କି ଏହି କୋଭିଡ19 ଟୀକା ସାମୁହିକ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି।

Read More

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । 2021 ମଧ୍ୟଭାଗ ସୁଦ୍ଧା ଦେଶରେ 5ଜି ସେବା ଲଞ୍ଚ ହେବ ବୋଲି ସେ ଘୋଷଣା କରିଛନ୍ତି । ଇଣ୍ଡିଆ ମୋବାଇଲ କଂଗ୍ରେସ 2020ରେ ଅମ୍ବାନୀ ଏହି ଘୋଷଣା କରିଛନ୍ତି। ଦେଶରେ 5ଜି ସେବା ଯୋଗାଇବା ପାଇଁ ଜିଓ କ୍ୱାଲକମ ଏବଂ ସାମସଙ୍ଗ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି ବୋଲି ଅମ୍ବାନୀ ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇ ଆତ୍ମନିର୍ଭର ଭାରତ ଡାକରାକୁ ସଫଳ କରିବ ବୋଲି ଅମ୍ବାନୀ କହିଛନ୍ତି । ଦେଶରେ 5ଜି ସେବା ଦୌଡରେ ଏୟାରଟେଲ ଏବଂ ଭିଆଇ ମଧ୍ୟ ରହିଛନ୍ତି । ତେବେ ଏହି ଦୁଇ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ୪ଜି ସଂଯୋଗ ପ୍ରଦାନ କରିନଥିବାରୁ ଜିଓ ଏହି ଦୌଡରେ ଆଗୁଆ ରହିଛି । ଜିଓର ସମସ୍ତ ଗ୍ରାହକ 4ଜି କନେକ୍ସନର ହୋଇଥିବାରୁ ଆସନ୍ତା 2021…

Read More

ସିଡ୍‌ନୀ: ଆଜି ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଟସ ଜିତି ବୋଲିଂ ର ନିଷ୍ପତି ନେଇଛି। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହୋଇ ସିରିଜ ହାତେଇ ନେଇଛି। ହେଲେ ଭାରତ ଅନ୍ତିମ ମ୍ୟାଚ ଜିତି ସିରିଜକୁ କ୍ଳିନ ସୁଇପ କରିବା ଲକ୍ଷ୍ୟରେ ଅଛି। ସେପଟେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ଏହି ମ୍ୟାଚ ଜିତିବାକୁ ସଂପୂର୍ଣ୍ଣ ଚେଷ୍ଟା କରିବ। ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ୍ ‌(ଅଧିନାୟକ), ମାଥ୍ୟୁ ୱେଡ୍, ଷ୍ଟିଭେନ୍ ସ୍ମିଥ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଡି ଆର୍କୀ ସର୍ଟ, ଡାନିଏଲ ସାମ୍ସ, ସିନ୍ ଆବୋଟ୍ଟ, ମୋଜେସ୍ ହେନରିକ୍ସ, ମିଚେଲ୍ ସ୍ୱେପସନ୍‌, ଆଡାମ୍ ଜାମ୍ପା ଓ ଆଣ୍ଡ୍ର‌୍ୟୁ ଟାଏ। ଭାରତୀୟ ଦଳ: ଶିଖର ଧୱନ, ଲୋକେଶ ରାହୁଲ (ୱିକେଟ୍‌କିପର୍‌), ବିରାଟ କୋହଲି(ଅଧିନାୟକ), ସଞ୍ଜୁ ସାମସନ୍‌, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଲ୍ ଠାକୁର, ଦୀପକ ଚହର ଓ ଟି.…

Read More

ନୂଆଦିଲ୍ଲୀ, ଡିସେମ୍ବର 14 ରେ ଘଟିବାକୁ ଯାଉଥିବା ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, କାରଣ ଏହି ସୂର୍ଯ୍ୟ ଗ୍ରହଣର ସମୟ ଭାରତରେ ରହିବ ନାହିଁ। ଦକ୍ଷିଣ ଆଫ୍ରିକା, ପ୍ରଶାନ୍ତ ମହାସାଗରରେ ଦକ୍ଷିଣ ଆମେରିକା, ମେକ୍ସିକୋ ସାଉଦି ଆରବ, କାତାର, ସୁମାତ୍ରା, ମାଲେସିଆ, ଓମାନ, ସିଙ୍ଗାପୁର, ଉତ୍ତର ମାରିନା ଦ୍ୱୀପ ଏବଂ ଶ୍ରୀଲଙ୍କାରେ ମଧ୍ୟ ଏହା ଦେଖିବାକୁ ମିଳେିବ। ଦେଶରେ ଦେଖାଯାଉ ନ ଥିବାରୁ ଏହି ସୂର୍ଯ୍ୟ ଗ୍ରହଣକୁ ଖଣ୍ଡଗ୍ରାସ୍ କୁହାଯାଉଛି । ଖଣ୍ଡାଗ୍ରାସ ସୂର୍ଯ୍ୟ ଗ୍ରହଣ ସମୟରେ ମନ୍ଦିରର ପୂଜା ବନ୍ଦ ହେବ ନାହିଁ। କୌଣସି ବିଧିବିଧାନ ବାରଣ ହେବ ନାହିଁ। ତେବେ ବିଛା ରାଶିର ଲୋକମାନେ ଏହି ସମୟରେ ବିଶେଷ ଯତ୍ନ ଆବଶ୍ୟକ। କାରଣ ଏଥର ସୂର୍ଯ୍ୟ ଗ୍ରହଣ ଏହି ରାଶିରେ ହେବାକୁ ଯାଉଛି। ସୂର୍ଯ୍ୟ ଗ୍ରହଣ ସମୟରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ। ଏହା ସହିତ, ବୃଷ, କର୍କଟ, ତୂଳା ଏବଂ ମକର ରାଶିର ବ୍ୟକ୍ତିମାନଙ୍କୁ…

Read More

ନୂଆଦିଲ୍ଲୀ: ଅନ୍ତର୍ରାଷ୍ଟ୍ରୀୟ ଅଲମ୍ପିକ୍‌ ସମିତି ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ବ୍ରେକ୍‌ ଡ୍ୟାନ୍ସକୁ ଅଲମ୍ପିକ୍‌ ଖେଳର ମାନ୍ୟତା ଦିଆଯାଇଛି ଅର୍ଥାତ୍‌ 2024ରେ ଆୟୋଜିତ ହେବାକୁ ଥିବା ପ୍ୟାରିସ୍‌ ଅଲିମ୍ପିକ୍ସରେ ସାମିଲ ହେବ ବ୍ରେକଡ୍ୟାନ୍ସ । ଅଲିମ୍ପିକ୍ସରେ ନୂଆକରି ବ୍ରେକ୍ ‌ଡ୍ୟାନ୍ସ କ୍ରୀଡ଼ା ସାମିଲ୍‌ ହେବ ବୋଲି ସୂଚନା ମିଳିଛି । ସୋମବାର ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ବା ଆଇଓସି)ର କାର୍ଯ୍ୟକାରୀ ବୋର୍ଡ଼ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେବଳ ବ୍ରେକ୍‌ଡ୍ୟାନ୍ସିଂ ନୁହେଁ,ସ୍କେଟ୍‌ବୋର୍ଡ଼ିଂ, ସର୍ଫିଙ୍ଗ୍‌ ଏବଂ ସ୍ପୋର୍ଟ କ୍ଲାଇମ୍ବିଂ କ୍ରୀଡ଼ା ମଧ୍ୟ ସାମିଲ୍‌ ହେବ ବୋଲି । ପୂର୍ବରୁ ଏହି ତିନୋଟି କ୍ରୀଡ଼ାକୁ ଟୋକିଓ ଅଲିମ୍ପିକ୍ସ 2020ରେ ସାମିଲ କରାଯାଇଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି । ଏହା 2021ରେ ଅନୁଷ୍ଠିତ ହେବ । ଷ୍ଟ୍ରିଟ୍‌ ଡ୍ୟାନ୍ସର ଅନ୍ୟ ଏକ ରୂପ ହେଉଛି ବ୍ରେକ୍‌ ଡ୍ୟାନ୍ସିଂ । ଏଥିରେ…

Read More

ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ । ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା…

Read More

ବେଙ୍ଗାଲୁରୁ: ‘କାଫେ କଫି ଡେ’ (ସିସିଡି)କୁ ମିଳିଲା ନୂତନ ସିଇଓ । ସିସିଡିର ପ୍ରତିଷ୍ଠାତା ତଥା 60 ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁର ବର୍ଷେରୁ ଊର୍ଦ୍ଧ୍ୱ ସମୟ ପରେ କମ୍ପାନୀରେ ନିଯୁକ୍ତ ହୋଇଛନ୍ତି ନୂଆ ସିଇଓ। ଭିଜି ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ହେଗଡେ ଏହାର ନୂତନ ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାଳବିକା ପୂର୍ବରୁ କମ୍ପାନୀର ନନ୍‌-ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଥିଲେ। ଗତ ବର୍ଷ ଜୁଲାଇ ମାସରେ ସିସିଡିର ପ୍ରତିଷ୍ଠାତ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଏକ ନଦୀରୁ ମିଳିଥିଲା । ସିଦ୍ଧାର୍ଥ ଆତ୍ମହତ୍ୟା କରିବା ପରେ ସିସିଡର ସ୍ବତନ୍ତ୍ର ବୋର୍ଡ ସଦସ୍ୟ ଏସ୍‌ବି ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ ରୂପେ କାର୍ଯ୍ୟ ଚଳାଉଥିଲେ । ତେବେ ପ୍ରାୟ ବର୍ଷ ପରେ ସିସିଡିର ନୂତନ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ନିଯୁକ୍ତି ପାଇଛନ୍ତି ।ଏଥିସହ କମ୍ପାନୀ ପକ୍ଷରୁ ଆଉ ତିନି ଜଣଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ମନୋନୀତ…

Read More

ରାଜସ୍ଥାନ : ଭାରତର ଏପରି ଏକ ସ୍ଥାନ, ଯେଉଁଠାରେ ଜଣଙ୍କୁ ଦୁଇଟି ବିବାହ ପାଇଁ କରାଯାଇଥାଏ ବାଧ୍ୟ । ରାଜସ୍ଥାନର ଏକ ଗ୍ରାମରେ ଏଠାରେ ଜଣେ ପୁରୁଷ ଦୁଇ କନ୍ୟାଙ୍କୁ ବିବାହ କରିଥାଏ । ତେବେ ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହି ଗ୍ରାମର ପରମ୍ପରା ଅନୁସାରେ ସମେସ୍ତ ଦୁଇଟି ବିବାହ କରିଥା’ନ୍ତି । ରାଜସ୍ଥାନର ବାଡମେର ସ୍ଥିତ ବେରାସଡ ଗ୍ରାମରେ ଏହି ଅଜବ ପରମ୍ପରା ଆଜି ବି ପ୍ରଚଳିତ ରହିଛି । ଏହି ଗ୍ରାମର ପୁରୁଷ ମାନେ ଦୁଇଥର ବିବାହ କରିଥା’ନ୍ତି । ପ୍ରଥମ ସ୍ତ୍ରୀଙ୍କଠାରୁ କୌଣସି ସନ୍ତାନ ସନ୍ତତି ନ ହେଉଥିବାରୁ ପୁରୁଷଙ୍କୁ ଦ୍ବିତୀୟ ବିବାହ କରିବାକୁ ପଡିଥାଏ । ତେବେ ଏହି ଗ୍ରାମରେ 70ଟି ଘର ଥିବାବେଳେ ଏଠାକାର ଅଧିବାସୀ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର । ଏହି ଗ୍ରାମରେ ଥିବା ସମସ୍ତ 70ଟି ପରିବାରର ପୁରୁଷଙ୍କ ପ୍ରଥମସ୍ତ୍ରୀଙ୍କଠାରୁ କୌଣସି ସନ୍ତାନ ହୋଇନାହିଁ । ସନ୍ତାନ ଆଶାରେ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୧୫୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୬ ହଜାର ୪୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୬୨୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୭୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୩୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪…

Read More

କାଜାକାସ୍ତାନ : ପ୍ରେମ ସତରେ ଅନ୍ଧ ହୋଇଥାଏ । ନା ସେଠି ଦେଖାଯାଏ ଜାତି, ଧର୍ମ ନା ବୟସ । ମନୁଷ୍ୟ ପ୍ରେମ ପାଇଁ ସବୁ ବନ୍ଧନକୁ ବି କାଟିପକାଏ । କିନ୍ତୁ କାଜାକିସ୍ତାନରେ ଜଣେ ଯୁବକଙ୍କ ନିଆରା ପ୍ରେମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାଜ୍‌କାସ୍ତାନର ଜଣେ ଯୁବକ ଏକ ପ୍ଲାଷ୍ଟିକ୍‌ କଣ୍ଢେଇକୁ ଭଲ ପାଇବସିଲେ । ଏହାପରେ ଏହି କଣ୍ଢେଇକୁ ବିବାହ କରିଛନ୍ତି ଯୁବକ ଜଣକ । ତେବେ ଏହି ବିବାହ କୌଣସି ମଜାକ୍‌ରେ ହୋଇନଥିଲା ବରଂ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ କରାଯାଇଥିଲା । କାଜାକ୍‌ସ୍ତାନରେ ଜଣେ ଯୁବକଙ୍କ ଅଜବ ବାହାଘର ଏବେ ଚର୍ଚ୍ଚାର ଶିରୋନାମା ପାଲଟିଛି । ଯୁବକ ଜଣକ ହେଉଛନ୍ତି ୟୁରି ଟୋଲଚୋକ୍‌ । ସେହିପରି ସେ ବିବାହ କରିଥିବା କଣ୍ଢେଇର ନାମ ମାର୍ଗୋ । ମର୍ଗୋ ଓ ୟୁରୀଙ୍କ ପ୍ରଥମ ଦେଖାସାକ୍ଷାତ ଡିସ୍କୋର ହୋଇଥିଲା । ୟୁରି ପ୍ରଥମ ଦେଖାରେ କଣ୍ଢେଇ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବା ନେଇ ଆପ୍‌ ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରିଛି। ଏନେଇ ଆମ ଆଦମୀ ପାର୍ଟି  ସୂଚନା ଦେଇଛି।  କେନ୍ଦ୍ର ଗୃହ ମନ୍ତ୍ରାଳୟ ଇଶାରାରେ ଅରବିନ୍ଦ କେଜ୍ରରୀଓ୍ବାଲଙ୍କୁ କେନ୍ଦ୍ରୀୟ ପୋଲିସ୍‌ ବାହିନୀ ତାଙ୍କୁ ନିଜ ବାସଭବନରେ ଅଟକ ରଖିଥିବା ନେଇ ଅଭିଯୋଗ କରିଛି ଆପ୍‌ । ଗତକାଲି ଦିଲ୍ଲୀ ସୀମା ସଂଘୁରେ ଚାଷୀଙ୍କୁ ଅରବିନ୍ଦ କେଜରୀଓ୍ବାଲ ଭେଟି ଆସିବା ପରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ନେଇ ମଧ୍ୟ ଅଭିଯୋଗ କରିଛି ଆପ୍‌ । ମୁଖ୍ୟମନ୍ତ୍ରୀଙ୍କ ବସଭାବନକୁ କାହାକୁ ଭିତରକୁ ଛଡା ଯାଉନଥିବାବେଳେ ବାସଭବନ ବାହାରକୁ ମଧ୍ୟ କାହାକୁ ଛଡାଯାଉନାହିଁ । ଅପରପକ୍ଷରେ ଦିଲ୍ଲୀ ପୋଲିସ୍‌ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ବ୍ୟାରିକେଡ୍‌ ଓ ପୋଲିସ୍‌ ନିୟୋଜିତ ରହିଥିବା ନେଇ ସୂଚନା ଦେଇଛି । (ଏଜେନ୍ସି) https://twitter.com/SanjayAzadSln/status/1336184316414443520?s=20

Read More