ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡ଼ିରୁ ବହିଷ୍କୃତ କରାଯାଇଛି। ପ୍ରଦୀପ ପାଣିଗ୍ରାହୀ ହେଉଛନ୍ତି ଗୋପାଳପୁରର ବିଧାୟକ। ଜନ ବୋରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଥିବା ସୂଚନା ରହିଛି। ଦଳର ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏକ ପ୍ରେସ ବିଜ୍ଞପ୍ତିରେ ପ୍ରଦୀପଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି।
Author: Samikhsya Bureau
ନୂଆଦିଲ୍ଲୀ, ସମଗ୍ର ବିଶ୍ୱ କରୋନା ଟୀକାକୁ ଅପେକ୍ଷା କରିଛି। ବିଭିନ୍ନ ସମୟରେ ସମୀକ୍ଷା ଅଫିସକୁ ଅନେକ ଫୋନ କରି ପଚାରନ୍ତି ଯେ ଏହି ଟୀକା କେବେ ଆସିବ। କାରଣ ଟୀକା ନେଇ ସମସ୍ତଙ୍କର ବହୁ ଅପେକ୍ଷା ରହିଛି। ସେହିପରି ଆଉ କେତେକ ପଚାରନ୍ତି ଆଜ୍ଞା ଏହି ଟୀକା ଏତେ ଲୋକଙ୍କୁ କିପରି ଦିଆଯିବ। ଆଉ କେତକ ବ୍ୟଥିତ ଭାବେ ମଧ୍ୟ ରାସ୍ତାଘାଟରେ ଆଲୋଚନା କରନ୍ତି ଯେ ଟୀକା ନେଲା ପରେ ପାର୍ଶ ପ୍ରତିକ୍ରିୟା କିଛି ହେବ ନାହିଁ ତ ? ଏହିପରି ବିଭିନ୍ନ ସମୟରେ ଭିନ୍ନ ପ୍ରଶ୍ନ ପଚାରନ୍ତି। ଏବେ ଆସନ୍ତୁ ଏ ସବୁ ପ୍ରଶ୍ନର ଉତ୍ତର ପର୍ଯ୍ୟାୟ କ୍ରମେ ଜାଣିବା। ପ୍ରଥମେ ଆସନ୍ତୁ ଜାଣିବା ଭାରତରେ ଏହି ଟୀକା କିପରି ବଣ୍ଟନ କରାଯିବ। ଏଭଳି ଟିକା ଦେଶରେ ବଣ୍ଟନ ପାଇଁ ଭାରତ ସରକାର ଏକ ଭିନ୍ନ ପଦ୍ଧତି ମନୋନିତ କରିଛନ୍ତି। ତାହା ହେଲା ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ ସମୟରେ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ 11 ଟାରେ ରେଡିଓରେ ‘ମନ କି ବାତ୍’ କାର୍ଯ୍ୟକ୍ରମ କରିବେ। ଅନ୍ୟ ଦିନ ପରି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ କରୋନା ସଙ୍କଟ ଏବଂ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନ ସମୟରେ ହେବାକୁ ଯାଉଛି। ଗତକାଲି ପ୍ରଧାନମନ୍ତ୍ରୀ କରୋନା ଟିକା ପ୍ରସ୍ତୁତି ବିଷୟରେ ଜାଣିବା ପରେ ହୁଏତ ସେ ସଂପର୍କରେ କିଛି କହିବେ ବୋଲି ଆଶା କରାଯାଉଛି। କରୋନା ସଙ୍କଟର ମୁକାବିଲା ପାଇଁ ଟିକା ପ୍ରସ୍ତୁତ କରିବାର କାର୍ଯ୍ୟ ସାରା ବିଶ୍ୱରେ ଚାଲିଛି। ଅନେକ ଦେଶରେ ଟୀକାକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛନ୍ତି। ଏଥି ସହିତ ଦିଲ୍ଲୀ ସୀମାରେ ଥିବା କୃଷକମାନେ କେନ୍ଦ୍ର ସରକାରଙ୍କ କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନ ବଜାଇ ରଖିଛନ୍ତି। କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନ ଶନିବାର ଦିନ ଜାରି ରହିଛି।…
ନୂଆଦିଲ୍ଲୀ, ଆମେ ଆଜି ଚାରୋଟି ରାଶି ସଂପର୍କରେ କହିବୁ ଯାହା ଆଜିର ଦିନ ବେଶ ଚମକି ଉଠିବ। 29 ନଭେମ୍ବର ଠାରୁ ହଠାତ୍ ରାଶିଚକ୍ରରେ ପରିବର୍ତ୍ତନ ଯୋଗ ସୃଷ୍ଟି ହେଉଥିବାରୁ ଆପଣଙ୍କ ଗ୍ରହରେ ପରିବର୍ତ୍ତନ ହେଉଛି। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଭୋଗ୍ୟ ହେବ। ଆପଣ ଜୀବନରେ ଦ୍ୱିଗୁଣ ଅଗ୍ରଗତି କରିବେ ଏବଂ ସଫଳତାର ନୂତନ ରେକର୍ଡ ସୃଷ୍ଟି କରିବେ। ଶିକ୍ଷା, ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ, ଆପଣ ବହୁତ ଭଲ ଖବର ପାଇବାର ସମ୍ଭାବନା ଅଛି। ଲୋକମାନେ ଆପଣଙ୍କର ଭଲ ଆଚରଣରେ ଖୁସି ହେବେ, ପରିବାରରେ ଆପଣଙ୍କର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇବ। ଆପଣ ଜୀବନ ସାଥୀଙ୍କଠାରୁ ସମର୍ଥନ ଏବଂ ପ୍ରେମ ପାଇବେ। ଆପଣ ଯୋଜନାବଦ୍ଧ କରିଥିବା କାର୍ଯ୍ୟ ସମାପ୍ତ ହେବ। ଆପଣ ମଧ୍ୟ ଖୁବ୍ ଶୀଘ୍ର ବହୁତ ବଡ଼ ସଫଳତା ପାଇବେ। ସୁଖ ସମୃଦ୍ଧ ଟଙ୍କାରେ ଆପଣଙ୍କ ଭାଗ୍ୟ ଭରି ରହିବ। ଆମେ ଯେଉଁ ଚାରୋଟି ରାଶି କଥା…
ମେଷ : – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। କାର୍ଯ୍ୟ ଦୃଷ୍ଟିରୁ ଅନୁକୂଳ ଫଳାଫଳ ମିଳିବ, ଯଦିଓ ସ୍ୱାସ୍ଥ୍ୟ ହେତୁ ଦିନଟି ଟିକେ ଦୁର୍ବଳ ହୋଇପାରେ। ଆଜି ମା’ଙ୍କଠାରୁ କିଛି ବଡ ସୂଚନା ଗ୍ରହଣ କରିବାକୁ ଯାଉଛନ୍ତି। ଯେଉଁମାନେ ଜୀବନକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଦିନଟି ଭଲ ହେବ। ଆଜି ଆପଣ ଏକ ଉପହାର ପାଇପାରିବେ। ବୃଷ: – ଆଜି ଆପଣଙ୍କର ଦିନଟି ଭଲ ନାହିଁ। ଖର୍ଚ୍ଚର ହଠାତ୍ ବୃଦ୍ଧି ଘଟିବ। କୈଣସି ଘନିଷ୍ଠ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କୁ କିଛି କାମ ପାଇଁ ଭ୍ରମଣ କରିବାକୁ ପଡିପାରେ। ପାରିବାରିକ ପରିବେଶ ଭଲ ରହିବ। ପତି-ପତ୍ନୀ ଦାମ୍ପତ୍ୟ ଜୀବନରେ କିଛି ଜିନିଷ ବାଣ୍ଟିବେ। ମିଥୁନ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। କାର୍ଯ୍ୟ ପ୍ରତି ଆପଣଙ୍କର ପ୍ରୟାସ ନୂଆ ରଙ୍ଗ ଆଣିବ। ଏହି କାରଣରୁ, ଆପଣଙ୍କ ମନରେ…
ନୂଆଦିଲ୍ଲୀ, ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଚଳିତ ନଭେମ୍ବର ମାସ 30 ଅଛି। ବିଶେଷ କଥା ହେଉଛି ଏହି ଚନ୍ଦ୍ରଗ୍ରହଣ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ପଡୁଛି। ଏହି ଚନ୍ଦ୍ରଗ୍ରହଣ ଏକ ଛାୟା ଚନ୍ଦ୍ରଗ୍ରହଣ ହେବ। ଅର୍ଥାତ ଏଥର ଚନ୍ଦ୍ର କିଛି ସମୟ ପାଇଁ ଲୁଚିଯିବେ। ପୂର୍ଣ୍ଣିମାରେ ଚନ୍ଦ୍ର ପୁରା ଉଜ୍ଜଳ ଏବଂ ପୂର୍ଣ୍ଣ ଭାବେ ପ୍ରତିୟମାନ ହୁଅନ୍ତି। ହେଲେ ଏଥର କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ର କିଛି ଘଣ୍ଟା ପାଇଁ ଲୁଚିଯିବେ। ଭାରତରେ ଏହି ଚନ୍ଦ୍ରଗ୍ରହଣ ଅପରାହ୍ନ 1ଟା 4 ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା 5 ଟା 22 ମିନଟରେ ଶେଷ ହେବ। ଏହି ଚନ୍ଦ୍ରଗ୍ରହଣ ପୂର୍ଣ୍ଣିମା ଦିନ ରୋହିଣୀ ନକ୍ଷତ୍ର ଏବଂ ବୃଷ ରାଶିରେ ହେବ। ତେବେ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ। ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାର କିଛି ଅଂଶରେ ଦେଖାଯିବ। ସାଧାରଣତଃ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାର 9 ଘଣ୍ଟା ପୂର୍ବରୁ, ବିଭିନ୍ନ…
ନୂଆଦିଲ୍ଲୀ, ଚଳିତ କାର୍ତ୍ତିକ ପୂର୍ଣ୍ଣିମୀରେ ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ପଡୁଛି। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି ଚନ୍ଦ୍ର ଗ୍ରହଣ ସଂପର୍କରେ ଜାଣନ୍ତୁ ଛଅଟି କଥା। ୧-ଭାରତରେ ଚନ୍ଦ୍ରଗ୍ରହଣ ରାତି ୧:୦୪ ରୁ ଆରମ୍ଭ ହୋଇ ଅପରାହ୍ନ ୫:୨୨ ରେ ଶେଷ ହେବ। ୨- ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ କାରଣ ଚନ୍ଦ୍ର ସମାନ୍ତରଳର ତଳେ ରହିବେ। ୩- ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପ୍ରଶାନ୍ତ ଏବଂ ଆଟଲାଣ୍ଟିକର ଅଧିକାଂଶ ସ୍ଥାନରେ ପାଗ ଠିକ ଥିଲେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ୪-ପେରୁ ରାଜଧାନୀ ଲିମାରେ ନଭେମ୍ବର ୩୦ ତାରିଖରେ ସ୍ଥାନୀୟ ସମୟ ରାତି ୨:୩୨ ମିନଟରେ ଏହା ପ୍ରଥମେ ଦୃଶ୍ୟମାନ ହେବ। ୫- ଏହି ଚନ୍ଦ୍ରଗ୍ରହଣ ହେଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ପୂର୍ବରୁ ତିନୋଟି ଚନ୍ଦ୍ରଗ୍ରହଣ ପଡିଥିଲା। ଶେଷ ତିନୋଟି ଜାନୁଆରୀ ୧୦, ଜୁନ୍ ୫, ଜୁଲାଇ ୪ ରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମାର୍କସ୍ବାଦର ମହାନ୍ ରୂପକାର, କାର୍ଲମାର୍କସ୍ଙ୍କ ସାତ୍ତ୍ୱିକ ବନ୍ଧୁ ଏବଂ ମହନ୍ ଦାର୍ଶନିକ ଫ୍ରେଡ଼୍ରିକ୍ ଏଙ୍ଗେଲସ୍ଙ୍କର ୨୦୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକ ଆଲୋଚନା ସଭା ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିର ଗଂଜାମ ଜିଲ୍ଲା କମିଟି ତରଫରୁ ବ୍ରହ୍ମପୁର ସ୍ଥିତ ଶହୀଦ୍ ଲକ୍ଷ୍ମଣ ନାୟକ କମ୍ୟୁନିଟ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ଜିଲ୍ଲା ସଂପାଦକ କୈଳାସ ଷଡ଼ଙ୍ଗୀ ସଭାପତିତ୍ୱ କରିଥିଲେ। ପାର୍ଟିର ରାଜ୍ୟ ସଂପାଦକ ଅଳି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଜିକାର ଦିନରେ ମାର୍କ ଓ ଏଙ୍ଗେଲସ୍ଙ୍କ ତତ୍ତ୍ୱର ପ୍ରାସଙ୍ଗିକତା ସଂପର୍କରେ ଶ୍ରମିକ ଶ୍ରେଣୀ ଅଧିକ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କହିଥିଲେ। ପୁଂଜିବାଦୀ, ସାମ୍ରାଜ୍ୟବାଦୀ ଶୋଷଣର ବିଲୋପ ଘଟାଇବାକୁ ହେଲେ ଶ୍ରମିକ ଶ୍ରେଣୀକୁ ସଚେତନତାର ସହ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ପାର୍ଟିର ଜିଲ୍ଲା ନେତୃବୃନ୍ଦ ଯୁଧିଷ୍ଠିର ବେହେରା, ରାମଚନ୍ଦ୍ର ନାୟକ, ବସନ୍ଦ ନନ୍ଦ, ବିଦ୍ୟାଧର ଜେନା,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲା ମଧ୍ୟରୁ ଗଂଜାମ ଜିଲ୍ଲାରେ ବହୁ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସରକାର ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରିଥିଲେ। ସେଠାରେ ସେମାନଙ୍କ ରହିବା, ଖାଇବା ଏବଂ ଚିକିତ୍ସା ପାଇଁ ସରକାର ବହୁ କୋଭିଡ଼୍ ଯୋଦ୍ଧାଙ୍କୁ ନିୟୋଜିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲାର ବହୁ ଶିକ୍ଷକ, ପ୍ରବାସୀ ଏବଂ ଅନ୍ୟାନ୍ୟ ଲୋକଙ୍କ ରହିବା, ଖାଇବା ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ସ୍କୁଲ, କଲେଜ, ଅନ୍ୟାନ୍ୟ କୋଭିଡ଼୍ କେୟର ସେଣ୍ଟରରେ ନିୟୋଜିତ ହୋଇଥିଲେ। ଏହି ସମୟରେ ସେମାନେ ସଂକ୍ରମିତ ହୋଇ ନିଜ ଜୀବନହାରି ସର୍ବୋଚ୍ଚ ବଳିଦାନ ଦେଇଥିଲେ। ରାଜ୍ୟ ସରକାରଙ୍କ ପୂର୍ବରୁ ଘୋଷିତ କୋଭିଡ଼୍ ଯୋଦ୍ଧାଙ୍କ ପାଇଁ କ୍ଷତିପୂରଣ ରାଶି ପ୍ରଦାନ ପରିପ୍ରେକ୍ଷୀରରେ ଆଜି ଗଂଜାମ ଜିଲ୍ଲାର ତିନିଜଣ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ…
କନ୍ଦର୍ପ ବେହେରା ରେଢାଖୋଲ: ଜନୈକା ନାବାଳିକାକୁ ରେଢାଖୋଲ ଥାନା ଅଂଚଳର ଜଣେ ବିବାହିତ ଯୁବକ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ବିକ୍ରି କରିବା ଅଭିଯୋଗରେ କିସିଣ୍ଡା ଥାନାରେ ସଂପୃକ୍ତ ନାବାଳିକା ଆଜି ଲିଖିତାକାରରେ ଅଭିଯୋଗ କରିଥିବା ଜଣାପଡିଛି। କିସିଣ୍ଡା ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତର ସାମପୁର ଗ୍ରାମର ବସନ୍ତ ସାହୁ ନାମକ ଯୁବକ ଗତ ତା ୨୫ ନଭେମ୍ବରରେ କିସିଣ୍ଡା ଥାନା ଉପରମୁଣ୍ଡା ଗ୍ରାମକୁ ଯାଇ ଜନୈକା ୧୭ ବର୍ଷ ବୟସର ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ବସ୍ରେ ରେଢାଖୋଲକୁ ଅପହରଣ କରିଆଣି ଭଡାଘରେ ରଖିଥିଲା। ସେ ଦିନ ରାତିରେ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଥିବା ନାବାଳିକା ଥାନାରେ ମଧ୍ୟ ଅଭିଯୋଗ କରିଛି। ଏପରିକି ବିବାହିତ ଯୁବକ ଜଣଙ୍କ ତାର ପତ୍ନୀ ସହ ମିଶି ବାହାର ରାଜ୍ୟକୁ ବିକ୍ରି କରିବା ସଂପର୍କରେ କଥାବାର୍ତ୍ତା କରୁଥିବା ନାବାଳିକା ଜଣଙ୍କ ଜାଣିପାରିଥିଲା। ଯା ଫଳରେ ସେ ବିଚଳିତ ହୋଇ ପଡିଥିଲା।…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ନିୟମିତ ଭାବେ ଲିଭର ପ୍ରତ୍ୟାରୋପଣ ନେଇ ଶନିବାର ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କ ଉପସ୍ଥିତିରେ ଏଆଇଜି ର ଲିଭର ପ୍ରତ୍ୟାରୋପଣ ନିର୍ଦ୍ଦେଶକ ଡାକ୍ତର ପି ବାଲଚନ୍ଦ୍ରନ ଓ ଆଇଏମଏସ ଓ ସମ ହସ୍ପିଟାଲର ମେଡିକାଲ ସୁପରିଟେନଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ। ଏହି ଅବସରରେ ଏଆଇଜି ର ଉପ ସଭାପତି ସନ୍ତୋଷ କୁମାର ସାହୁ, ଏଆଇଜି ପକ୍ଷରୁ ଡାକ୍ତର ଜି.ଭି. ପ୍ରେମକୁମାର, ଡାକ୍ତର ଶକ୍ତି ସ୍ୱରୂପ ଓ ଡାକ୍ତର କ୍ରିଷ୍ଣା ଚଇତନ୍ୟ ଉପସ୍ଥିତ ଥିବାବେଳେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୮୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୪ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୦, କଟକରୁ ୭୦, ମୟୂରଭଞ୍ଜରୁ ୫୬, ନୂଆପଡାରୁ ୪୯, ଅନୁଗୁଳରୁ ୪୩, କେନ୍ଦ୍ରାପଡାରୁ ୩୨, ବଲାଙ୍ଗିରିରୁ ୨୯, ପୁରୀରୁ ୨୭, କୋରାପୁଟରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୨, ବରଗଡରୁ ୨୧, ଭଦ୍ରକରୁ ୨୧, କଳାହାଣ୍ଡିରୁ ୨୦, ସମ୍ବଲପୁରରୁ ୧୯, ବାଲେଶ୍ଵରରୁ ୧୫, ଝାରସୁଗୁଡାରୁ ୧୧, , ମାଲକାନଗିରିରୁ ୧୧, ଗଞ୍ଜାମରୁ ୧୦, ନବରଙ୍ଗପୁରରୁ ୧୦, ଢେଙ୍କାନାଳରୁ ୮, ରାୟଗଡାରୁ ୩, ଦେବଗଡ଼ରୁ ୨, ଗଜପତିରୁ ୨ ଓ ଷ୍ଟେଟ୍ ପୁଲରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୦ ହଜାର ୫୪୯ ଜଣ ସୁସ୍ଥ ହୋଇ ଘରକୁ…
ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଦୁର୍ଘଟଣା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି । ବିଶେଷ କରି ହେଲମେଟ୍ ପିନ୍ଧି ନଥିବା କିମ୍ବା ନିମ୍ନମାନର ହେଲମେଟ ପିନ୍ଧିଥିବା ଚାଳକମାନଙ୍କ ପାଇଁ ଆହତ ଜନିତ ସମସ୍ୟା ବଢ଼ି ଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ଦୁଇଚକିଆ ଚାଳକଙ୍କ ପାଇଁ କେବଳ ଭାରତରେ ନିର୍ମିତ ହେଉଥିବା ବିଆଇଏସ ମାର୍କା ହେଲମେଟ୍ର ନିର୍ମାଣ ଓ ବିକି୍ର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଦେଶରେ ଦୁଇ ଚକିଆ ଯାନର ଚାଳକମାନେ ନିମ୍ନମାନର ହେଲମେଟ୍ ପିନ୍ଧିବାକୁ ଏଡାଇ ଦିଆଯାଇପାରିବ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଗତ 26 ତାରିଖରେ ଏ ନେଇ ନିଦେ୍ର୍ଧଶନାମା ଜାରି ହୋଇଛି । ଏହି ନିଷ୍ପତ୍ତି 2021 ଜୁନରୁ ଲାଗୁ ହେବ । ଦେଶର ଜଳବାୟୁ ଦୃଷ୍ଟିରେ ରଖିବା ସହିତ ଦୁଇ ଚକିଆ ଯାଜନ ଚାଳକମାନେ ଯେଭଳି ହେଲମେଟ୍ ପିନ୍ଧିବେ ସେଥିପାଇଁ ଗୋଟିଏ କମିଟି…
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ପଓ୍ବନ ବଂଶଲ ହୋଇଛନ୍ତି ଏଆଇସିସିର କୋଷାଧ୍ୟକ୍ଷ। ଅତିରିକ୍ତ ଦାୟିତ୍ୱ ଭାବରେ ପବନ ବଂଶଲଙ୍କୁ ନିଯୁକ୍ତ କରିଛି କଂଗ୍ରେସ। ଦିବଂଗତ ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ପରେ ଏହି ପଦବୀ କାହାକୁ ଦିଆଯିବ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପଓ୍ବନ ବଂଶଲ୍ ଚଣ୍ଡିଗଡ ଲୋକସଭା ଆସନରୁ ସେ ଚାରି ଥର ନିର୍ବାଚିତ ହୋଇଛନ୍ତି। ୟୁପିଏ ସରକାରରେ ସେ ରେଳ ମନ୍ତ୍ରୀ ହେବା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିଜ୍ଞାନ ଏବଂ କାରିଗର ମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପୂର୍ବରୁ ଏହି ପଦବୀ ପାଇଁ ଅମ୍ୱିକା ସୋନୀ, ଦିଗବିଜୟ ସିଂ, ଅଶୋକ ଗେହଲଟ ଭଳି ପୁରୁଖା ନେତାଙ୍କ ନାମ ଚର୍ଚ୍ଚା ହେଉଥିଲା । (ଏଜେନ୍ସି)
ରମେଶ ମହାନ୍ତି ଜଗତସିଂହପୁର : ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୋଭିଡ୍-୧୯ ଟୀକାକରଣ ଟାକ୍ସଫୋର୍ସ ବୈଠକ ଓ ସ୍ୱାସ୍ଥ୍ୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଟୀକାକରଣ ନିମନ୍ତେ ହିତାଧିକାରୀଙ୍କ ଡାଟାବେସ୍ କୁ ସମୀକ୍ଷା କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ,ମହିଳା ଓ ଶିଶୁ ବିକାଶ ବିଭାଗ ଓ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କର ଟୀକାକରଣ କରାଯିବ ବୋଲି କୁହାଯାଇଥିଲା। ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ,ରୋଟାରୀ କ୍ଲବ, ଏନ୍.ସି.ସି ଅଫିସର୍ ,ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସର୍ଭେଲାନସ୍ , ମେଡିକାଲ ଅଫିସର ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ମାନେ ଉପସ୍ଥିତ ଥିଲେ। ଏଥିସହିତ ଜିଲ୍ଲାସ୍ତରୀୟ ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ…
ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ଏସ୍ଆଇଟି ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦେଲେ ଦାୟିତ୍ୱ। ଟିମ୍ରେ କ୍ରାଇମବ୍ରାଞ୍ଚ ଏସ୍ପି ଆର.କେ ଦୋରା ସାମିଲ। ଟିମ୍ରେ ଏଏସ୍ପି ଆର.ସି.ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ଟିମ୍ରେ ସାମିଲ୍ ହୋଇଛନ୍ତି । ଏସ୍ଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ସ୍ବତନ୍ତ୍ର ସଚିବ ଚିଠି କରିଛନ୍ତି । ତଦନ୍ତ ତତ୍ତ୍ବାବଧାନ ପାଇଁ ଜଣେ ସିଟିଂ ଜଜ୍ଙ୍କୁ ଦାୟିତ୍ବ ଦେବାକୁ ନିବେଦନ କରାଯାଇଛି ।
ଭୁବନେଶ୍ୱର: ପରୀ ପ୍ରସଙ୍ଗରେ ଗୃହ ହୁଲସ୍ତୁଲ । ଅପରାହ୍ମ ଅଧିବେଶନରେ ବିଜେପି ବିଧାୟକଙ୍କ ଜୋରଦାର ହଙ୍ଗାମା କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିଅମ ନିକଟରେ ବିଜେପି ସଦସ୍ୟଙ୍କ ପ୍ରତିବାଦ । ପୋଡ଼ିଅମରେ ଲାଗିଥିବା ଫାଇବର କାଚ ଭାଙ୍ଗି ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବାକୁ ବିରୋଧୀ ସଦସ୍ୟ ଉଦ୍ୟମ କରିଥିଲେ । ବାଚସ୍ପତିଙ୍କ ମାଇକ ଟଣାଓଟରା କରିବା ପାଇଁ ଉଦ୍ୟମ କରିଥିଲେ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ପୋଡିଅମ ଉପରକୁ ଚଢ଼ି ପ୍ରତିବାଦ କରିଛନ୍ତି । ସେପଟେ ପରୀ ପ୍ରସଙ୍ଗରେ ଏସଆଇଟି ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
ତେହେରାନ : ଇରାନର ପ୍ରସିଦ୍ଧ ଆଣବିକ ବିଜ୍ଞାନୀ ମୋହସେନ ଫଖରୀଜାଦେହଙ୍କୁ ଶୁକ୍ରବାର ଦିନ ହତ୍ୟା କରାଯାଇଛି । ଇରାନର ରାଜଧାନୀ ତେହେରାନର ବାହାରେ ରହିଥିବା ମୋହସେନଙ୍କ ବାସଭବନ ବାହାରେ ତାଙ୍କୁ ହତ୍ୟା କରାଯାଇଛି । ମୋହସେନଙ୍କୁ ତାଙ୍କ କାର ମଧ୍ୟରେ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ଇସ୍ରାଏଲର ହାତ ରହିଥିବା ନେଇ ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଭିଯୋଗ କରାଯାଇଛି । ତେହେରାନ ପ୍ରଦେଶର ପୂର୍ବ ଦାମାବନ୍ଦ ଅଞ୍ଚଳରେ ମୋହସେନଙ୍କୁ ତାଙ୍କ କାରରେ ହତ୍ୟା କରାଯାଇଥିଲା । ଇରାନର ଗବେଷଣା ଓ ଉଦ୍ଭାବନ ବିଭାଗର ମୁଖ୍ୟ ରହିଥିବା ମୋହସେନଙ୍କୁ ଇରାନ ପ୍ରତିରକ୍ଷା ବିଭାଗ ପକ୍ଷରୁ ଶହୀଦ ଘୋଷଣା କରାଯାଇଛି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୋହସେନଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ ସମସ୍ତ ପ୍ରୟାସ ନିଷ୍ଫଳ ହୋଇଥିଲା । ସରକାରଙ୍କ ପକ୍ଷରୁ ମୋହସେନଙ୍କ ମୃତ୍ୟୁକୁ ସ୍ପଷ୍ଟ କରାଯାଇଥିବା ବେଳେ ତାଙ୍କୁ ଶହୀଦ ଘୋଷଣା କରାଯାଇଥିଲା ।…
ଅମ୍ରିତସର : ଶୁକ୍ରବାର ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସଜିପିସି)ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ବିବି ଜାଗିର କୌର । ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ଜାଗିର କୌର ଏସଜିପିସିର ସଭାପତି ନିର୍ବାଚିତ ହୋଇଛନ୍ତି । ତେଜା ସିଂ ସମୁନ୍ଦରୀ ହଲରେ ଅନୁଷ୍ଠିତ ଭୋଟିଂରେ ଜାଗିର ନିର୍ବାଚିତ ହୋଇଛନ୍ତି । ଜାଗିର ସଭାପତି ଭାବରେ ନିର୍ବାଚିତ ହୋଇଥିବା ନେଇ ୟୁଧବୀର ରାଣା ସୂଚନା ଦେଇଛନ୍ତି । ପୂର୍ବତନ ବିବାଦୀୟ ସଭାପତି ଗୋବିନ୍ଦ ସିଂ ଲାଙ୍ଗୱାଲଙ୍କ ସ୍ଥାନରେ ଜାଗିର ଦାୟିତ୍ୱ ଗ୍ରହଣ କରିବେ । ନିଜର ତିନି ବର୍ଷର ସଭାପତିତ୍ୱରେ ଲାଙ୍ଗୱାଲ ଏକାଧିକ ବିବାଦରେ ଛନ୍ଦି ହୋଇ ଯାଇଥିଲେ । ସରୁପ ନିଖୋଜ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ ଲୋଙ୍ଗୱାଲ । ଜାଗିର କୌର, ଯିଏକି ଶିରୋମଣୀ ଅକାଳୀ ଦଳର ମହିଳା ଶାଖା ଇସ୍ତ୍ରୀ ଅକାଳି ଦଳର ମୁଖ୍ୟ ରହିଛନ୍ତି ଏହା ପୂର୍ବରୁ ତିନି ଥର ଏହି ପଦବୀରେ ରହିଥିଲେ ।…
ମୁମ୍ବାଇ : ଏବେ ବିବାହର ଋତୁ ଉପସ୍ଥିତ । ଏହି ସମୟ ମଧ୍ୟରେ ବହୁ ଅଭିନେତାମାନେ ବିବାହ କରିଛନ୍ତି । ତେବେ ଗତକାଲି ବିବାହ କରିଛନ୍ତି ଟେଲିଅଭିନେତା ଶାହିର୍ ଶେଖ୍ । ଶୁକ୍ରବାର ଦିନ ଶାହିର୍ ନିଜର ବହୁ ଦିନର ପ୍ରେମିକା ରୁଚିକା କପୁର୍ଙ୍କୁ ବିବାହ କରିଛନ୍ତି । ତେବେ କରୋନାକୁ ଦୃଷ୍ଟିରେ ରଖି ଆଡମ୍ବରପୂର୍ଣ୍ଣ ବିବାହ ନ କରି କୋର୍ଟ ମ୍ୟାରେଜ୍ କରିଛନ୍ତି ଦୁହେଁ । ଏହି ମ୍ୟାରେଜ୍ରେ କେବଳ ଅତି ନିକଟତର ବନ୍ଧୁ ଓ ପରିବାର ଲୋକେ ସାମିଲ୍ ରହିଥିଲେ । ଅଭିନେତା ଶାହିର୍ଙ୍କ ଅନ୍ସ୍କ୍ରିନ୍ ମଦର୍ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁପ୍ରିୟା ପିଲ୍ଗାଓଁକର ସାହିର୍ଙ୍କ ବିବାହରେ ସାମିଲ୍ ହୋଇଥିଲେ । ଷ୍ଟାର୍ପ୍ଲସ୍ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ନବ୍ୟା’ର ଅନନ୍ତ ଓ ପରବର୍ତ୍ତୀ ସମୟରେ ମହାଭାରତରେ ମହାଧୁନର୍ଦ୍ଧର ଅର୍ଜୁନ୍ ଚରିତ୍ରରେ ଆସି ବେଶ୍ ଲୋକପ୍ରିୟତା ପାଇଥିଲେ । ଏହାପରେ ଶାହିର୍ ‘କୁଛ୍ ରଙ୍ଗ ପ୍ୟାର୍ କେ ଏସେ…
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ମଧ୍ୟରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭାରସାମ୍ୟ ହରାଇ ଏକ ମହିନ୍ଦ୍ରା ପିକ ଅପ ଗାଡ଼ି ୫୦ ଫୁଟ ତଳେ ଏକ ନଦୀ ଭିତରେ ଖସିପଡିଛି। ସୂଚନା ମୁତାବକ ଗତକାଲି ଭୁବନେଶ୍ୱରରୁ ଓଡ଼ି-୦୫ ଏଚ ୧୬୨୮ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ପିକ ଅପ ଗାଡ଼ି ରଙ୍ଗ ଜିନିଷ ନେଇ ଆସ୍କା ଯାଇଥିଲା। ଏବଂ ଆସ୍କାରୁ ଜିନିଷ ଖାଲି କରି ୧୬ ନମ୍ୱର ଜାତୀୟ ରାଜପଥ ଜାମ ଥିବାରୁ ଗାଡିଟି ବେଗୁନିଆପଡା- ଅଙ୍ଗାରଗାଁ- ବାଣପୁର ହୋଇ ଭୁବନେଶ୍ୱର ଫେରୁଥିଲା। ପାଖାପାଖି ରାତି ଦୁଇ ଘଟିକାରେ ଗାଡ଼ି ଚାଳକଙ୍କ ଆଖି ପଡିଯିବାରୁ ମାଣିକପୁର ଛକ ବୁଲାଣି ନିକଟସ୍ଥ ଶାଳିଆ ନଦୀ ଭିତରକୁ ପ୍ରାୟ ପଚାଶ ଫୁଟ ତଳକୁ ଗାଡିଟି ଖସିପଡିଥିଲା। ସୌଭାଗ୍ୟବଶତଃ ଗାଡ଼ି ଚାଳକ ଗୁରୁଦେବ ପରିଆ ଏବଂ ତାଙ୍କ ସହଯୋଗୀଙ୍କ କିଛି କ୍ଷୟକ୍ଷତି…

