Author: Samikhsya Bureau

ନୂଆଦିଲ୍ଲୀ : 93ତମ ଓସ୍କାର ଆଓ୍ବାର୍ଡ ପାଇଁ ଭାରତ ପକ୍ଷରୁ ମଲାୟାଲମ୍‌ ଫିଲ୍ମ ‘ଜଲ୍ଲିକଟୁ’ମନୋନୀତ କରାଯାଇଛି । ଫିଲ୍ମ ବା ମନୋରଞ୍ଜନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ସମ୍ମାନଜନକ ଆଓ୍ବାର୍ଡ ହେଉଛି ଓସ୍କାର ଆଓ୍ବାର୍ଡ ।  ଓସ୍କାର ଆଓ୍ବାର୍ଡ ଦୌଡ଼ରେ ସାମିଲ୍‌ ହୋଇଛି ମଲୟାଲମ୍‌ ଫିଲ୍ମ ‘ଜଲିକଟ୍ଟୁ’ । ମଣିଷ ଓ ପଶୁଙ୍କ ମଧ୍ୟରେ ଥିବା ସଂପର୍କ ଓ ଭାବପ୍ରବଣତାକୁ ଅତି ନିଖୁଣ ଭାବରେ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି ।ଏହି ଫିଲ୍ମକୁ ଭାରତୀୟ ଚଳଚିତ୍ର ଫେଡେରେସନ୍ ଜୁରିର ମୁଖ୍ୟ ଫିଲ୍ମ ନିର୍ମାତା, ରାହୁଲ୍ ରାୱେଲ୍ ଚୟନ କରିଛନ୍ତି । ଭାରତ ତରଫରୁ ଓସ୍କାର ଦୌଡରେ ବେଷ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ କ୍ୟାଟେଗୋରୀ ପାଇଁ ଏହି ଫିଲ୍ମ ଚୟନ କରାଯାଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି,ଲିଜୋ ଜୋସେ ପେଲିସେରି । ଏହି ମଲାୟାଲମ୍‌ ଫିଲ୍ମଟି 26ଟି ଫିଲ୍ମକୁ ପଛରେ ପକାଇ ଓସ୍କାର ଦୌଡ଼ରେସାମିଲ୍‌ ହୋଇଛି  । ଏହି ରେସ୍‌ରେ ଶକୁନ୍ତଳା ଦେବୀ, ଗୁଞ୍ଜ…

Read More

ପୁରୀ:ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ତଥା ବାମନ ବେଶ ଅନୁଷ୍ଠିତ ହେବ। ଅବକାଶ ପରେ ବେଶ ଆରମ୍ଭ ହେବ । ଠାକୁରେ ବାଙ୍କଚୂଡ଼ ବେଶରେ ବାମନ ସଦୃଶ୍ୟ ପ୍ରତୀୟମାନ ହେବେ। ସନ୍ଧ୍ୟାରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହେବ । ଗରୁଡ଼ ବିଗ୍ରହଙ୍କୁ ପଞ୍ଚାମୃତ ସ୍ନାନ ସରି ନୂତନ ବସ୍ତ୍ରରେ ଭୂଷିତ କରାଯିବ। ପୁଷ୍ପାଳକ ସେବାୟତ ଗୋଷ୍ଠୀ ଗତଭାବେ ଠାକୁରଙ୍କ ବେଶ କରିବେ । ଅପରପକ୍ଷରେ, ପଞ୍ଚୁକ ବ୍ରତ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଆଜିଠାରୁ କୌଣସି ଯାନବାହନ ଶ୍ରୀମନ୍ଦିର ଅଭିମୁଖେ ଛଡ଼ାଯାଉ ନାହିଁ। ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ନିକଟକୁ ଚାଲିଚାଲି ଆସି ଶୃଙ୍ଖଳିତ ଭାବେ ପତିତପାବନଙ୍କୁ ଦର୍ଶନ କରିପାରିବେ। ନାଗାର୍ଜ୍ଜୁନ ବେଶ ପାଇଁ ଭକ୍ତଙ୍କ ଗହଳିକୁ ସେହିଦିନ ଜଗନ୍ନାଥ ବଲ୍ଲଭ ପରିସରରେ ମହାପ୍ରସାଦର ବିକ୍ରୟର ବ୍ୟବସ୍ଥା କରାଯାଇଛି। ବାହାର ଭକ୍ତଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି । ଏହି ଛଅ ଦିନ…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା : ବିଭିନ୍ନ ଦାବି ନେଇ ଆଜି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦେଇଥିବା ବେଳେ ଏହାର ପ୍ରଭାବ କୁହୁଡ଼ିରେ ଦେଖିବାକୁ ପଡୁଛି। ଆଜି ଜିଲ୍ଲାରେ କାର୍ଯ୍ଯରତ ବିଭିନ୍ନ ସଂଗଠନ କେନ୍ଦ୍ର ସରକାରଙ୍କ ମାରଣ ନୀତିକୁ ବିରୋଧ କରି ରାସ୍ତାକୁ ଓଲ୍ଲାଇଛନ୍ତି। ସର୍ବ ଭାରତୀୟ ବନ୍ଦର ପ୍ରଭାଵ ଦେଖିବାକୁ ମିଳିଛି କୁହୁଡିରେ। ମାର୍କସବାଦୀ କମ୍ମୁନିଷ୍ଟ ପାର୍ଟୀ ଟାଙ୍ଗୀ ବ୍ଲକ କୁହୁଡି  ଶାଖା ପକ୍ଷରୁ କୁହୁଡି ନିକଟରେ ‍୧୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଶତାଧୀକ କର୍ମୀ କୁହୁଡି ଛକ ନିକଟରେ ଦଳୀୟ ପତାକା  ଓ ବ୍ୟାନର ଧରି ରାସ୍ତାରୋକ କରୁଛନ୍ତି। ରାସ୍ତା ଅବରୋଧ  କରିବା ଫଳରେ ରାସ୍ତାର ଉଭୟ  ପାର୍ଶ୍ୱରେ ଅଟକି  ରହିଛି  ଶହ ଶହ  ମାଲ ବାହୀ ଟ୍ରକ୍ । ଆଇନ୍ ଶ୍ରୁଙ୍ଖଳା ଦୃଷ୍ଟିରୁ ଟାଙ୍ଗୀ ପୋଲିସ୍ ସେଠାରେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛି ।ଅନୁରୂପ ଭାବେ ବାଲୁଗାଁ…

Read More

ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨୪ ଜଣଙ୍କର ମୃତ୍ୟୁ ଘଟିଛି । ୪୪ ହଜାର ୪୮୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଲକ୍ଷ ୬୬ ହଜାର ୭୦୫ରେ ପହଞ୍ଚିଛି । ଏହା ସହିତ ୫୨୪ ନୂତନ ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୫ ହଜାର ୨୨୩ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ୩୬ ହଜାର ୩୬୭ ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୮୬ ଲକ୍ଷ ୭୯ ହଜାର ୧୩୮ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୭୫୯୮ ବୃଦ୍ଧି ଘଟି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୨ ହଜାର ୩୪୪ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ  ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ଅତିକ୍ରମ କରିଛି ।…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏନ୍‌ଆଇଆଇଏଫ୍‌ ପୁଞ୍ଜିଲଗାଣ ପ୍ଲାଟଫର୍ମ ବା ଡେଟ୍‌ ପ୍ଲାଟଫର୍ମରେ 6000 କୋଟି ଟଙ୍କାର ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ପ୍ଲାଟଫର୍ମଟି ଜାତୀୟ ପୁଞ୍ଜି ନିବେଶ ଓ ଭିତ୍ତିଭୂମି ପାଣ୍ଠି (ଏନ୍‌ଆଇଆଇଏଫ୍‌) ଦ୍ୱାରା ପ୍ରାୟୋଜିତ ହୋଇଛି । ଏହି ପ୍ଲାଟଫର୍ମରେ ଅସୀମ ଇନ୍‌ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ (ଏଆଇଏଫ୍‌ଏଲ୍‌) ଏବଂ ଏନ୍‌ଆଇଆଇଏଫ୍‌ ଇନ୍‌ଫ୍ରାଷ୍ଟ୍ରକଚର ଫାଇନାନ୍ସ ଲିମିଟେଡ (ଏନ୍‌ଆଇଆଇଏଫଏଲ୍‌) ନିମ୍ନଲିଖିତ ସର୍ତ୍ତ ଅନୁସାରେ ପୁଞ୍ଜି ନିବେଶ କରିବେ । ସର୍ତ୍ତାବଳୀ (1) କେବଳ 2000 କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍‌ 2020-21ରେ ପ୍ରଦାନ କରାଯିବ । ତେବେ କରୋନା ମହାମାରୀ କାରଣରୁ ଅଭୂତପୂର୍ବ ଆର୍ଥିକ ସ୍ଥିତି ଏବଂ ସୀମିତ ଆର୍ଥିକ ସମ୍ବଳର ସୁଯୋଗ ଥିବାରୁ ପ୍ରସ୍ତାବିତ ଏହି ଅର୍ଥରାଶି ପରିମାଣକୁ ଋଣ ଆବଶ୍ୟକତାର ଜରୁରୀ ସ୍ଥିତି ଏବଂ ଚାହିଦାକୁ ଦେଖି ଯୋଗାଇ ଦିଆଯିବ…

Read More

ଭୁବନେଶ୍ବର, କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର‌୍ୟ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ। ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା। ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି। ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି । ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ \’ବକ ପଞ୍ଚକ\’ କୁହାଯାଏ। ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ…

Read More

ମେଷ ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ। ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହେବେ। ଆଜି କୈଣସି ନିଷ୍ପତ୍ତି ନେବା ଅନୁଚିତ। ବ୍ୟବସାୟ ବାଣିଜ୍ୟରେ ବାଧା ସୃଷ୍ଟି ହୋଇପାରେ। ନକାରାତ୍ମକ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ ନାହିଁ। ବୃଷ ଗଣେଷଙ୍କ ଆର୍ଶିବାଦରୁ ଆଜି ଆପଣଙ୍କର ଶୁଭ ଫଳପ୍ରଦ ଦିନ। ଆଜି ପ୍ରତ୍ୟେକ କାର୍ଯ୍ୟ ସହଜରେ ସଫଳ ହେବ। ଫଳସ୍ୱରୂପ, ଆପଣ ମାନସିକ ସ୍ତରରେ ଆନନ୍ଦିତ ହେବେ। ଚାକିରିରେ ଉଚ୍ଚ ପଦାଧିକାରୀଙ୍କ ଖୁସି ହେତୁ ପଦୋନ୍ନତି ମିଲିପାରେ। ଆପଣଙ୍କର ପୂର୍ବପୁରୁଷଙ୍କ ଆଶୀର୍ବାଦ ମଧ୍ୟ ଆପଣଙ୍କ ସହିତ ଅଛି। ଆପଣ ଘରୋଇ ଜୀବନରେ ଆନନ୍ଦ ପାଇବେ। ମିଥୁନ ଆପଣ ଆଜିର ଦିନଟି ଆପଣଙ୍କ ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ବିତାଇବ। ଆଜି ସାମାଜିକ କ୍ଷେତ୍ର, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ…

Read More

ନୂଆଦିଲ୍ଲୀ, ପାଞ୍ଚୋଟି ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ଦେଖାଇବାକୁ ଯାଉଛନ୍ତି, ଯେଉଁ କାରଣରୁ ତାଙ୍କ ଜୀବନରେ କୋଟିପତି ହେବାର ଏକ ବଡ଼ ସମ୍ଭାବନା ଅଛି, ଆପଣଙ୍କର ପରିବାରର ଅସୁବିଧାକୁ ମା ସମାପ୍ତ କରିବେ,। ଆପଣଙ୍କର ଭାଗ୍ୟର ଶକ୍ତିରେ, ଆପଣ ଦୁନିଆରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିବେ। ଆପଣଙ୍କର ଆସୁଥିବା ସମୟ ବହୁତ ଭଲ ହେବ, ସୁଖ ଏହି ରାଶିର ଲୋକଙ୍କ ଘରେ ବର୍ଷ ବର୍ଷ ଧରି ରହିବ। ଚାକିରୀ ସୁଯୋଗ ଥିବା ଲୋକମାନେ ଚାକିରୀରେ ପଦୋନ୍ନତି ପାଇପାରିବେ। ତାଙ୍କ ମା ଲକ୍ଷ୍ମୀଙ୍କର ଆର୍ଶିବାଦରେ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି। ଆମେ ଯେଉଁ ଭାଗ୍ୟଶାଳୀ ସଙ୍କେତ ବିଷୟରେ କହୁଛୁ ତାହା ହେଉଛି ମୀନ, ତୂଳା, କନ୍ୟା, ମେଷ, କୁମ୍ଭ ଏବଂ ମକର ରାଶିର ଲୋକ । ଏହି ରାଶିର ଅବିବାହିତ ଲୋକମାନଙ୍କ ପାଇଁ ବିବାହର ନୂତନ ପ୍ରସ୍ତାବ ଆସିବ। ଏହି ରାଶିର ଲୋକମାନେ ସମସ୍ତ ଆରାମ ଉପଭୋଗ…

Read More

ଆର୍ଜେଣ୍ଟିନା, ବିଶ୍ବ ଫୁଟବଲ ଜଗତର ସୁପରଷ୍ଟାର ଡିଏଗୋ ମାରାଡୋନାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୦ ବର୍ଷ ହୋଇଥିଲା। ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ତାଙ୍କ ଓକିଲ କହିଛନ୍ତି। ମାରାଡୋନାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧୁଥିବାରୁ ତାଙ୍କର ଏକ ଅସ୍ତ୍ରୋପଚାର କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଥିଲେ। ହେଲେ ମଦ୍ୟପାନ ଛଡାଇବା ପାଇଁ ତାଙ୍କୁ ଏକ କ୍ଲିନିକରେ ଭର୍ତ୍ତି କରାଯାଇଥିଲା।ଆଶ୍ଚର୍ଯ୍ୟ ଭାବେ ସେ ଖୁବ୍ କମ୍ ଦିନ ମଧ୍ୟରେ ମଦ୍ୟପାନ ଛାଡି ଦେଇଥିଲେ । ତେବେ ଅଚାନକ ହୃଦଘାତ ହୋଇ ତାଙ୍କର ମୃତ୍ୟୁ ଘଟିଲା । ୧୯୮୬ ରେ ଆର୍ଜେଣ୍ଟିନା ପାଇଁ ବିଶ୍ୱକପ ଜିତି ସାରା ବିଶ୍ବରେ ଜଣେ ଶ୍ରେଷ୍ଠ ଖେଳାଳୀ ଭାବେ ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡିରେ ବର୍ତ୍ତମାନ ଶାସକ ଦଳର ଦୁଇ ଗୋଷ୍ଠୀ କନ୍ଦଳ ବାଟରେ ପଡ଼ି ହାଟରେ ଗଡ଼ୁଛି। ଗୋଟିଏ ଗୋଷ୍ଠୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସପକ୍ଷରେ ଏବଂ ଅନ୍ୟଗୋଷ୍ଠୀ ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ଗୋଷ୍ଠୀର। ଏହା ମଧ୍ୟରେ ପେଶି ହେଉଛନ୍ତି ତହସିଲ୍‌ଦାର ଡ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ର। ତହସିଲଦାରଙ୍କୁ ବଦଳି କରିବା ପାଇଁ ବର୍ତ୍ତମାନ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଲାଗିଛି ଛକାପଞ୍ଚା। ମୁଖ୍ୟତଃ କୁକୁଡ଼ାଖଣ୍ଡି ବ୍ଲକ୍ ଦୁଇଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ। କିଛି ଅଂଚଳ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଏବଂ କିଛି ଅଂଚଳ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ। ଠିକ୍ ସେହିପରି ଏଠାରେ ମଧ୍ୟ ଖୋଦ୍ ଶାସକ ଦଳର ଦୁଇଗୋଷ୍ଠୀ। ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଗୋଷ୍ଠୀଙ୍କର ଆଧିପତ୍ୟ ରହିଛି। ଫଳରେ ଏହି ଦୁଇ ଗୋଷ୍ଠୀ ତହସିଲଦାରଙ୍କୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଠା କରୁଛନ୍ତି।…

Read More

ଭୁବନେଶ୍ଵର: ଆଜି ସଂଧ୍ୟାରେ ଲୋକମାନେ ଆକାଶକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ହେଲା ଆକାଶରେ ଚନ୍ଦ୍ରଙ୍କ ଚାରିପଟେ ଏକ ବ଼ଡ ବଳୟ ଦେଖା ଯାଉଥିଲା। ଏହା ଏତେ ଆକର୍ଷଣୀୟ ଥିଲା ଯେ, କିଏ ରାସ୍ତା ଉପରେ କିଏ ଛାତ ଉପରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାରେ ଲାଗିଥିଲେ। ବର୍ଷା ସମୟରେ ଯେପରି ଇନ୍ଦ୍ରଧନୁ ସୃଷ୍ଟି ହୁଏ ସେହିପରି ଚନ୍ଦ୍ରଙ୍କ ଚାରିପଟେ ଏକ ବଳୟ ରହିଥିଲା। ପ୍ରକୃତରେ ଏହାର କାରଣ କଣ କେହି ଜାଣି ନ ଥିଲେ ମଧ୍ୟ ବିଭିନ୍ନ ଲୋକେ ଭିନ୍ନ ଭିନ୍ନ ମତ ରଖୁଥିଲେ। କିଏ ସେ ଏହା ଇନ୍ଦ୍ରଧନୁ ପରି ଚନ୍ଦ୍ରଧନୁ କହୁଥିବା ବେଳେ କିଏ ସେ ଏହା ମେଘ ପାଇଁ ହୋଇଛି ବୋଲି କହୁଥିଲେ। ତେବେ ଏହାକୁ ନେଇ ଲୋକଙ୍କ ଭିତରେ ବେଶ୍ କୌତୁହଳ ଦେଖା ଯାଇଥିଲା। ଏପରି ବିରଳ ଘଟଣା ଭୁବନେଶ୍ବର ସହିତ ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ଦେଖିବାକୁ ମିଳିଥିଲା। କଣ…

Read More

ଭୁବନେଶ୍ବର, ଉଭୟ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ପଦକ୍ଷେପ ନେଇଛି। ଟ୍ରେନ୍ ଚଳାଚଳର ନିରାପତ୍ତାକୁ ବୃଦ୍ଧି କରିବା ଏବଂ ଉଭୟ ରେଳ ଏବଂ ସଡକ ଟ୍ରାଫିକର ଅସୁବିଧାଜନକ ଗତିବିଧିକୁ ସୁଗମ କରିବା ପାଇଁ ଲେଭଲ୍ କ୍ରସିଂ ଗେଟ୍ କୁ ଅପସାରଣ କରାଯାଉଛି। ସେଠାରେ ରୋଡ୍ ଓଭର ବ୍ରିଜ୍ (ROBs) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ କରାଯାଉଛି। ଏହି ଲକ୍ଷ୍ୟ ହାସଲ କରିବାକୁ, ପୂର୍ବ ତଟ ରେଳବାଇ ଏବଂ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (ଟିସିଆଇଏଲ) ମଧ୍ୟରେ ନଭେମ୍ବର ମାସ ୧୭ ତାରିଖ ଦିନ ଛଅଟି ରୋଡ଼ ଓଭର ବ୍ରିଜ ନିର୍ମାଣ ପାଇଁ ଏକ ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଥିଲା। ପୂର୍ବତଟ ରେଳପଥ ଆଉ ପାଦେ ଆଗକୁ ଯାଇ ନଭେମ୍ବର ମାସ ୨୪ ତାରିଖରେ ଇଞ୍ଜିନିୟରିଂ ପ୍ରୋଜେକ୍ଟସ (ଇଣ୍ଡିଆ) ଲିମିଟେଡ୍ (ଇପିଆଇଏଲ୍) ସହିତ ହାଓଡ଼ା-ଚେନ୍ନାଇ…

Read More

ଭୁବନେଶ୍ଵର: କରୋନା ମହାମାରୀ ସମୟରେ ରକ୍ତଭାବ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଆଜି ବିଜୁଛାତ୍ର ଜନତା ଦଳ ତରଫରୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶରାଜ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରକ୍ତଭାବ ଦୂର କରିବା ପାଇଁ ଆଗାମୀ ଦିନରେ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ସଂଗ୍ରହ ଅଭିଯାନକୁ ଏକ ଆନ୍ଦୋଳନରେ ପରିଣତ କରିବା ସହ ସଶକ୍ତ ଓଡିଶା ଗଠନ ନିମନ୍ତେ ବିଜୁ ଛାତ୍ର ଜନତା ଦଳ ତରଫରୁ ସାମାଜିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Read More

ଭୁବନେଶ୍ବର, ବର୍ତ୍ତମାନ ତାମିଲନାଡୁରେ ବାତ୍ୟା ନିଭାର ତାଣ୍ଡବ ଲିଲା କରୁଥିବାରୁ ପୂର୍ବତଟ ରେଳବାଇ ସତର୍କତା ଅବଲମ୍ବନ କରିଛି। ପୂର୍ବରୁ ରେଳବାଇ ତିନୋଟି ଟ୍ରେନର ଚଳାଚଳକୁ ବାତିଲ କରିଥିବା ବେଳେ, ଆଜି ଆଉ ଏକ ଟ୍ରେନକୁ ବାତିଲ କରିଛି। ସେହି ଟ୍ରେନଟି ହେଉଛି ଚେନ୍ନାଇ ସନ୍ତ୍ରାଗଚ୍ଛି ସ୍ବତନ୍ତ୍ର ଟ୍ରେନ। ଯାହାର ନମ୍ବର ହେଉଛି 02808। ଏହି ଟ୍ରେନଟି ଚେନ୍ନାଇରୁ ଆସିବାର ଥିଲା। ଏହାକୁ 26 ତାରିଖ ପାଇଁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳବାଇ କହିଛି। ଏହି ଟ୍ରେନଟି ଚେନ୍ନାଇରୁ ବାହାରି ଆନ୍ଧ୍ରପ୍ରଦେଶ ପରେ ବ୍ରହ୍ମପୁର,ଖୋର୍ଦ୍ଧା, ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଦେଇ ଖଡଗପୁର ଯାଇଥାଏ। ବର୍ତ୍ତମାନ ବାତ୍ୟା ପାଇଁ ଚେନ୍ନାଇରେ ଟ୍ରେନ ଚଳାଚଳକୁ କଟକଣା କରାଯାଇଥିବାରୁ ବିଭିନ୍ନ ଟ୍ରେନ ଉପରେ ପ୍ରଭାବ ପଡିଛି।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବୁଧବାର ଦିନ ଏକ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ ହୋଇଯାଇଛି। ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ ନିମନ୍ତେ ଏହି ଅତ୍ୟାଧୁନିକ ଲାବ୍ ପ୍ରତିଷ୍ଠା କରାଯାଇଛି। ଏହି ଲାବ୍ କୁ ରାଜ୍ୟ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ ପ୍ରଫେସର ଡଃ ସି.ବି.କେ. ମହାନ୍ତି, ଆଡିସ୍‌ନାଲ୍ ଡିଏମ୍‌ଇଟି ପ୍ରଫେସର ଡଃ ବ୍ରଜକିଶୋର ଦାଶ, ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡଃ ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲା। ୨୦୧୯ରେ ତତ୍କାଳୀନ ମେଡିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମ୍‌ସିଆଇ)ର ନିର୍ଦ୍ଦେଶ ଅନୁଯାୟୀ  ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କିଲ୍ ଲାବ୍ ମେଡିକାଲ୍ କଲେଜଗୁଡ଼ିକରେ ଆରମ୍ଭ କରାଯାଉଛି। ଏମ୍‌ସିଆଇକୁ ନିକଟରେ ପରିବର୍ତିତ କରାଯାଇ ନ୍ୟାସ୍‌ନାଲ ମେଡିକାଲ୍…

Read More

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)। ବୁଧବାର ଏହି ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ ସୋଆ ଏଥିରେ ଉଚ୍ଚତର ମାନ୍ୟତା  ପାଇଛି। ଗତବର୍ଷ ଏହି ର‌୍ୟାଙ୍କିଙ୍ଗ୍‌ରେ ସୋଆ ୪୦୧-୪୫୦ କ୍ୟାଟେଗୋରୀରେ ସ୍ଥାନ ପାଇଥିବା ବେଳେ ଚଳିତବର୍ଷ ୩୫୧ -୪୦୦ ବ୍ରାକେଟ୍‌ରେ ସ୍ଥାନ ପାଇଛି। ୟୁନାଇଟେଡ୍ କିଙ୍ଗଡମ୍‌ର କ୍ୱାକ୍‌କ୍ୟୁଆରେଲି ସାଇମଣ୍ଡସ୍ (କ୍ୟୁଏସ୍‌) ଏସିଆନ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ ପ୍ରତିବର୍ଷ ପ୍ରକାଶିତ ହୋଇଥାଏ।  ଏସିଆର ୬୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା। ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫ୍ୟାକଲ୍ଟି ଛାତ୍ରଛାତ୍ରୀଙ୍କ ଅନୁପାତ, ଆନ୍ତର୍ଜାତିକ ଗବେଷଣା ନେଟୱର୍କ, ପିଏଚ୍‌ଡି ଲାଭ କରିଥିବା ଫ୍ୟାକଲ୍ଟି, ଫ୍ୟାକଲ୍ଟିଙ୍କ ଦ୍ୱାରା ସନ୍ଦର୍ଭ, ଆନ୍ତର୍ଜାତିକ ଫ୍ୟାକଲ୍ଟି, ଓ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ଇତ୍ୟାଦି ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥାଏ। ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌)ରେ ବିଶ୍ୱବିଦ୍ୟାଳୟ ତାଲିକାରେ ଚଳିତବର୍ଷ ସୋଆ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୭୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୩ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୭୩, ସୁନ୍ଦରଗଡରୁ ୬୭, ନୂଆପଡାରୁ ୪୪, କଟକରୁ ୪୨, ବାଲେଶ୍ଵରରୁ ୩୭, ବଲାଙ୍ଗିରିରୁ ୩୨, ଜଗତସିଂହପୁରରୁ ୩୦, କେନ୍ଦ୍ରାପଡାରୁ ୩୦, ସମ୍ବଲପୁରରୁ ୨୮, କେନ୍ଦୁଝରରୁ ୨୫, ଅନୁଗୁଳରୁ ୨୪, ବରଗଡରୁ ୨୧, ଝାରସୁଗୁଡାରୁ ୧୭, ଯାଜପୁରରୁ ୧୪, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୧୩, ପୁରୀରୁ ୧୩, ଭଦ୍ରକରୁ ୧୧, ଦେବଗଡରୁ ୧୦, ମାଲକାନଗିରିରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ନୟାଗଡରୁ ୭, ସୋନପୁରରୁ ୭, କନ୍ଧମାଳରୁ ୫, ରାୟଗଡାରୁ ୩, କୋରାପୁଟରୁ ୨, ବୌଦ୍ଧରୁ ୧ ଓ ଷ୍ଟେଟ୍ ପୁଲରୁ ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ…

Read More

ପଞ୍ଜାବ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସମସ୍ତ ସହର ଓ ସିଟିରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯିବ ଓ କୋଭିଡ୍‌ ନିୟମ ନ ମାନିଲେ ଦୁଇ ଗୁଣା ଜରିମାନା ଦେବାକୁ ପଡ଼ିବ। ଆସନ୍ତା ଡିସେମ୍ବର 1ରୁ ଏହି ନିୟମ ଲାଗୁ କରାଯିବ । ରାତି 10ଟାରୁ ସକାଳ 5ଟା ଯାଏ ରାତ୍ରୀ କାଳୀନ କର୍ଫ୍ୟୁ ପାଳନ କରାଯିବ। କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସମସ୍ତ ଅନୁଷ୍ଠାନ ଓ ଯାତାୟାତ ବନ୍ଦ ରହିବ। ସେହିପରି ବାହାଘର ପାର୍ଟି, ରେଷ୍ଟୁରାଣ୍ଟ ଓ ହୋଟେଲ ରାତି 9.30ରୁ ବନ୍ଦ ହେବା ନେଇ ସୂଚନା ରହିଛି । ସେହିପରି କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଦୁଇଗୁଣା ଜରିମାନାର ନିର୍ଦ୍ଦେଶ ରହିଛି । 500ଟଙ୍କା ପରିବର୍ତ୍ତେ 1000ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।…

Read More

ନୂଆଦିଲ୍ଲୀ : ଡିସେମ୍ବର ମାସ ପାଇଁ ନୂତନ ଗାଇଡ ଲାଇନ୍‌ ଜାରି କଲା ଗୃହ ମନ୍ତ୍ରଣାଳୟ। କରୋନା ମୁକାବିଲା ପାଇଁ ସୁରକ୍ଷା ଉପରେ ଏହି ଗାଇଡଲାଇନ୍ସରେ ଅଧିକ ଗୁରୁତ୍ବ ଦିଆଯାଇଛି । କଣ୍ଟେନେମେଣ୍ଟ ଗାଇଡଲାଇନକୁ କଡାକଡି ମାନିବାକୁ ପରାମର୍ଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ପ୍ରଦାନ କରାଯାଇଛି । କଣ୍ଟେନମେଣ୍ଟ ଜୋନ୍‌ରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ପ୍ରୋଟୋକଲ୍‌ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ଗୁରୁତ୍ବ ଦିଆଯାଇଛି । ସେହିପରି ପରିସ୍ଥିତି ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନାଇଟ୍‌ କର୍ଫ୍ୟୁ ଜାରି କରିପାରିବା ନେଇ ଅନୁମତି ଦେଇଛନ୍ତି ଗୃହ ମନ୍ତ୍ରାଳୟ । କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଲକ୍‌ଡାଉନ୍‌ ପାଇଁ ଅନୁମତି ଦିଆଯାଇନାହିଁ । ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିଥିବାବେଳେ ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଖୋଲିପାରିବ । ସେହିପରି ଇନ୍‌ଡୋର୍‌ ହଲ୍‌ରେ ଦର୍ଶକଙ୍କ ସଂଖ୍ୟା 50ରେ…

Read More

ପାଟନା :  ବିହାର ବିଧାନସଭାରେ ବାଚସ୍ପତି ପଦ ହାତେଇଛି ବିଜେପି । ବିଜେପି ବିଧାୟକ ବିଜୟ ସିହ୍ନା ବିହାର ବିଧାନସଭାର ବାଚସ୍ପତି ରୂପେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ପଦ ପାଇଁ ନିର୍ବାଚନରେ ମହାମେଣ୍ଟର ତଥା ଆରଜେଡି ବିଧାୟକ ଅବଧ ବିହାରୀ ଚୌଧୁରୀ ପରାସ୍ତ ଲାଭ କରିଛନ୍ତି । ବାଚସ୍ପତି ଚୟନ ପାଇଁ ଭୋଟିଂ ହୋଇଥିଲା । ଏହି ଭୋଟିଂ ପ୍ରକ୍ରିୟାରେ 240ଜଣ ସଦସ୍ୟ ସାମିଲ୍‌ ହୋଇଥିଲେ । ଏଥିରେ 126ଜଣ ବିଧାୟକ ବିଜୟ କୁମାର ସିହ୍ନାଙ୍କୁ ସମର୍ଥନ କରିଥିବାବେଳେ ଅବଧ ବିହାରୀଙ୍କୁ 114ଜଣ ଭୋଟ୍‌ ଦେଇଥିଲେ । ସୂଚନାଯୋଗ୍ୟ,  1967 ଜୁନ୍‌ 5ରେ ଜନ୍ମଗ୍ରହଣ କରିଥିବା ବିଜୟ ସିହ୍ନା ସରକାରୀ ପଲିଟେକ୍ନିକ୍ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଛନ୍ତି। ବର୍ତ୍ତମାନ ବିଜୟ ସିହ୍ନା ବିହାରର ଲାଖାଇସରାଇ ବିଧାନସଭା ଆସନରୁ ବିଧାୟକ ହୋଇଛନ୍ତି। ସେ ଲଗାତାର ତୃତୀୟ ଥର ପାଇଁ ଏହି ନିର୍ବାଚନରେ ​​ଜିତିଛନ୍ତି। ଚଳିତ ନିର୍ବାଚନରେ ବିଜୟ ସିହ୍ନା ​​ଦଶ ହଜାରରୁ…

Read More

ଭୁବନେଶ୍ବର : ନୟାଗଡ଼ ପରୀ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତ୍ତି ରଖିଲେ ମନ୍ତ୍ରୀ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି । ମାମଲାରେ ଏଯାବତ୍‌ 34ଜଣଙ୍କୁ ଜେରା କରାଯାଇଛି । ଚାରିଜଣଙ୍କର ପଲିଗ୍ରାଫ୍‌ ଟେଷ୍ଟ ହୋଇଥିବା ଗୃହକୁ ଜଣାଇଲେ । ନୟାଗଡ ଏସ୍‌ଡିପିଓ ମାମଲାରେ ତଦାରଖ କରୁଛନ୍ତି । ଗତକାଲି ବିଧାନସଭାରେ ଦମ୍ପତି ଆତ୍ମହୁତି ଉଦ୍ୟମ ପ୍ରସଙ୍ଗ ଉଠିଥିଲା ବାଚସ୍ପତିଙ୍କୁ ରୁଲିଂ ଦାବି କରିଥିଲେ ବିରୋଧୀ । ଏହାପରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ମାମଲାରେ ଉତ୍ତର ରଖିବା ପାଇଁ ବାଚସ୍ପତି ରୁଲିଂ ଦେଇଥିଲେ। ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତ୍ତି ରଖିବେ ମନ୍ତ୍ରୀ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତକାଲି…

Read More