Author: Samikhsya Bureau

ନୂଆଦିଲ୍ଲୀ : ଅକ୍ସଫୋର୍ଡ ପକ୍ଷରୁ ପ୍ରସ୍ତୁତ ଟିକା ଆଷ୍ଟ୍ରାଜେନେକାର ମୂଲ୍ୟ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଟିକାଟି 70 ପ୍ରତିଶତ ଫଳପ୍ରଦ ବୋଲି ହୁ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିବା ବେଳେ କମ୍ପାନୀ ପକ୍ଷରୁ ଟିକାଟି 90 ପ୍ରତିଶତ ଫଳପ୍ରଦ ବୋଲି ଦାବି କରାଯାଉଛି । ଭାରତରେ ସେରମ ଇନଷ୍ଟିଚ୍ୟୁଟ ଏହି ଟିକାର ନିର୍ମାଣ କରୁଥିବା ବେଳେ ଟିକାର ମୂଲ୍ୟ ପ୍ରକାଶ ପାଇଛି । ଭାରତରେ ପ୍ରଥମେ ଏହି ଟୀକାର ବିତରଣ ହେବା ନେଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ସୂଚନା ଦିଆଯାଇଛି । ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଟିକାର ମୂଲ୍ୟ ଦୁଇ ପ୍ରକାରର ରହିବ । ସରକାରଙ୍କ ପାଇଁ ଟିକାର ମୂଲ୍ୟ 222 ଟଙ୍କା ରଖାଯାଇଥିବା ବେଳେ ବ୍ୟକ୍ତିଗତ ଭାବରେ ଲଗାଇଲେ ଟିକାର ମୂଲ୍ୟ 1000 ଟଙ୍କା ପାଖାପାଖି ରହିବ । ଅପରପକ୍ଷରେ ଋଷର ଟିକା ସ୍ପୁଟନିକ-ଭିର ମୂଲ୍ୟ ଆମେରିକୀୟ ଟିକା ଫାଇଜର ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ ସମୀକ୍ଷା ବୈଠକ କରିଥିବା ବେଳେ ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବୈଠକରେ ଶାହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ତିନି ସୂତ୍ରୀ ଟାର୍ଗେଟ ଦେଇଥିଲେ । ଏହି ଟାର୍ଗେଟଗୁଡ଼ିକ ହେଉଛି, ନୂଆ ସଂକ୍ରମଣ ମାମଲାକୁ 5 ପ୍ରତିଶତରୁ କମ୍ ସ୍ଥିତିକୁ ଆଣିବା ଏବଂ ମୃତ୍ୟୁ ହାର ଏକ ପ୍ରତିଶତରୁ କମ ରଖିବା । ତେବେ କଣ୍ଟେନମେଣ୍ଟ ଜୋନ ଉପରେ ସ୍ୱତନ୍ତ୍ର ଫୋକସ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାପାଇଁ ଶାହ ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି । ଶାହ କହିଛନ୍ତି ପ୍ରତି ସପ୍ତାହରେ ଅଧିକାରୀମାନେ ରେଡ ଜୋନ ବୁଲନ୍ତୁ ଏବଂ ସଂଗ୍ରହ କରୁଥିବା ତଥ୍ୟ ଆଧାରରେ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଷ୍ଟାଟସ ପରିବର୍ତ୍ତନ କରିବା ଉଚିତ । ବିର୍ତ୍ତମାନ ସମୟରେ ପ୍ରତି 15 ଦିନରେ ଥରେ କଣ୍ଟେନମେଣ୍ଟ ଜୋନର ତଥ୍ୟ…

Read More

ଭୁବନେଶ୍ୱର: ଆପୋସ ବୁଝାମଣାରେ ସୀମା ଚିହ୍ନଟ କରାଯିବ ।  ସୀମା ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ଏହା କହିଛନ୍ତି । ସେ କହିଛନ୍ତି ଯେ, କୋରାପୁଟ ଓ ଆନ୍ଧ୍ରର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ଲାଗି ରହିଛି। 21ଟି ଗ୍ରାମରେ ସମସ୍ୟା ରହିଛି। ରାଜ୍ୟ ସରକାର ସବୁ ସୁବିଧା ଯୋଗାଉଛନ୍ତ । ଜିଲ୍ଲାପାଳ, ଆରଡିସିଙ୍କ ତତ୍ତ୍ୱାବଧାନରେ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ବି ସମସ୍ୟା ରହିଛି।  9ଟି ଗାଁରେ ସମସ୍ୟା ରହିଛି । ସମାଧାନ ପାଇଁ କମିଟି  ହୋଇଛି। ସେହିପରି  ଝାଡ଼ଖଣ୍ଡ ସହ ଓଡ଼ିଶାର କିଛି ଜିଲ୍ଲାର ମଧ୍ୟ ବିବାଦ ରହିଛି। ସମୟୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ଼ ଧରଣର ସମସ୍ୟା ଉପୁଜିନି ବୋଲି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ଏହା କହିଛନ୍ତି ।

Read More

ଭୁବନେଶ୍ୱର: ଆସନ୍ତା 29 ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପକ୍ଷରେ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ନିଭାର’ ଦକ୍ଷିଣପୂର୍ବ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ବୁଧବାର ସକାଳେ ତାମିଲନାଡୁର ଚେନ୍ନାଇରେ ଅତି ପ୍ରବଳ ବୃଷ୍ଟିପାତ ହୋଇଛି। ଭୟଙ୍କର ସାମୁଦ୍ରିକ ବାତ୍ୟା ‘ନିଭାର’ ସମ୍ପ୍ରତି ଚେନ୍ନାଇ ଠାରୁ 380କିଲୋମିଟର ଦୂରରେ ରହି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା 12 ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏହା ଅତି ଭୟଙ୍କର ରୂପ ଧରି ବୁଧବାର ରାତିରେ ପୁଦ୍ଦୁଚେରୀ ନିକଟରେ ସ୍ଥଳଭାଗକୁ ପ୍ରବେଶ କରିବ। ଏହାଛଡ଼ା ହଜାର ହଜାର ଉଦ୍ଧାରକାରୀଙ୍କୁ ବିଭିନ୍ନ ଅଞ୍ଚଳରେ ମଧ୍ୟ ମୂତୟନ କରାଯାଇଛି।

Read More

କଟକ:  କଟକ ଅର୍ଥଲଗାଣକାରୀ ସଂସ୍ଥା ଆଇଆଇଏଫଏଲରୁ ସୁନା ଲୁଟ ଘଟଣାରେ ଏକ ବଡ଼ ଖବର  ଆସିଛି ।  ଲୁଟର ମାଷ୍ଟର ମାଇଣ୍ଡ ଜଣେ ଲେଡି ଅଫିସର ଥିବା ସୂଚନା ମିଳିଛି ।  ଲେଡି ଅଫିସରଙ୍କ ସମ୍ପୃକ୍ତି ନେଇ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆଇଆଇଏଫଏଲରେ ଏକ ପଦସ୍ଥ ଅଧିକାରୀଭାବେ ସମ୍ପୃକ୍ତ ଲେଡି ଅଫିସର କାର୍ଯ୍ୟରତ ।  ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟ ସହ ମିଶି ସେ କ୍ରାଇମପ୍ଲଟ କରିଥିଲେ ।  ଲୁଟ ପାଇଁ ଲେଡି ଅଫିସର ହିଁ ଅମ୍ରିତକୁ ବୁଦ୍ଧି ଦେଇଥିଲେ । ସମ୍ପୃକ୍ତ ଲେଡି ଅଫିସର ଅଟକ ଥିବା ଓ ତାଙ୍କୁ ଜେରା ଚାଲିଥିବା ସୂଚନା ମିଳିଛି ।  ଘଟଣାରେ ସଂସ୍ଥାର ଆଉ କିଛି ଅଧିକାରୀ ବି ସମ୍ପୃକ୍ତ ଥିବା ସୂଚନା ମିଳିଛି ।

Read More

ଲକ୍ଷ୍ନୌ: ଲଭ ଜିହାଦ୍‌କୁ ନେଇ ଜାତୀୟ ସ୍ତରରେ ବିତର୍କ ଜାରି ରହିଥିବା ବେଳେ ପ୍ରଥମ ରାଜ୍ୟ ଭାବରେ ଉତ୍ତର ପ୍ରଦେଶ ସରକାର ଏହା ବିରୋଧରେ ଆଇନ ପ୍ରଣୟନ କରିଛନ୍ତି। ମଙ୍ଗଳବାର ଯୋଗୀ ସରକାରଙ୍କ ପକ୍ଷରୁ ଲଭ ଜିହାଦ୍‌ ବିରୋଧରେ ଅଧ୍ୟାଦେଶ ଅଣାଯାଇଛି। ଲଭ ଜିହାଦ୍‌ କାରଣରୁ ଅନୈତିକ ଭାବରେ କରାଯାଉଥିବା ଧର୍ମ ପରିବର୍ତ୍ତନ ବିରୋଧରେ ଏହି ଆଇନ ପ୍ରଣୟନ କରାଯାଇଛି। ଯେଉଁ ଲଭ ଜିହାଦରେ ଝିଅର ଧର୍ମ ପରିବର୍ତ୍ତନ କରାଯାଏ ତାହାକୁ ଆଇନତଃ ଅପରାଧ ବୋଲି ବିବେଚନା କରାଯିବ। ଯୋଗୀ ସରକାରଙ୍କ ପକ୍ଷରୁ ପ୍ରଣୀତ ଏହି ନୂତନ ଆଇନରେ ଏହି ଅପରାଧ ପାଇଁ ଦଶ ବର୍ଷର ଜେଲର ବ୍ୟବସ୍ଥା କରାଯାଇଛି। ଏପରି ବିବାହକୁ ଅବୈଧ ଘୋଷଣା କରାଯିବା ସହିତ ଧର୍ମପରିବର୍ତ୍ତନକାରୀଙ୍କ ବିପକ୍ଷରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯିବ। ଲଭ ଜେହାଦ ତଥା ଏପରି ବିବାହ ଓ ଧର୍ମ ପରିବର୍ତ୍ତନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏହି ଆଇନର ମୁଖ୍ୟ ଲକ୍ଷ୍ୟ…

Read More

ପୁରୀ: ବାହାର ଭକ୍ତଙ୍କୁ ପୁରୀ ମନା । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅବସରରେ ବାହାର ଭକ୍ତଙ୍କୁ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନର ଏପରି ଅନୁରୋଧ କରିଛି । ଆସନ୍ତା 27ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ସମସ୍ତ ରୀତିନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି । କରୋନାର ଭୟାବହତାକୁ ଦେଖି ପୁରୀ ବାହାରର ସମସ୍ତ ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କୁ ଜିଲ୍ଲା ପ୍ରଶାସନ ପୁରୀ ଆସିବା ଉପରେ କଟକଣା ଜାରି କରିଛି । ଏହି ସମୟରେ ପୁରୀ ନଆସିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ସେହିପରି ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏଥିନିମନ୍ତେ ପୁରୀର ସମସ୍ତ ପ୍ରବେଶ ପଥକୁ ବନ୍ଦ କରି ଦିଆଯିବ । ପୁରୀ ଉପଜିଲ୍ଲାପାଳ ଭବତାରଣ…

Read More

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । କୋଭିଡ ସ୍ଥିତିରେ ଜାତୀୟ ସ୍ତରରେ ଗାଇଡଲାଇନ ପାଇଁ କହିଛନ୍ତି । ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ସେ ଲେଖିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ । ସବୁ ଉଚ୍ଚତମ ଶିକ୍ଷା ଇଣ୍ଟରଲିଙ୍କ୍‌ ଥିବାରୁ ଜାତୀୟ ଗାଇଡଲାଇନ୍ ହେବା ଜରୁରୀ । 2020-21 ବୋର୍ଡ ଓ ଏଚଏସଇ ପରୀକ୍ଷା ନେଇ କେନ୍ଦ୍ର ସ୍ୱଷ୍ଟ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁ ନାହିଁ। ଆଜି ରାଜ୍ୟରେ ୧୬ ଜଣ କାରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ଆଜି ସୁନ୍ଦରଗଡରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଥିବା ବେଳେ ପୁରିରୁ ୩ ଜଣ,  ଖୋରଧାରୁ ୨ ଜଣ କରୋନା ଆକ୍ରାନ୍ତ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଅନୁଗୁଳ ଓ ବରଗଡ ଆଦି ଜିଲ୍ଲାରୁ  ଜଣେ ଲେଖାଏଁ କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୭୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୧୯ ଜଣ ଚିହ୍ନଟ ହୋଇଥିବାବେଳେ ୩୧୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୬ହଜାର୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୭ହଜାର ୩୭୪ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୮୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୭୩୦ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୪, ବାଲେଶ୍ଵରରୁ ୫୩, ବରଗଡରୁ ୨୧,…

Read More

ଭୁବନେଶ୍ୱର : ଓଡିଶାରେ ସ୍ଥାପନ ହୋଇପାରେ ଦ୍ୱିତୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ(ଏମ୍ସ) ହସ୍ପିଟାଲ । ଦ୍ୱିତୀୟ ଏମ୍ସ ସ୍ଥାପନ ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି । ଦ୍ୱିତୀୟ ଏମ୍ସ ନିର୍ମାଣ ପାଇଁ ସୁନ୍ଦରଗଡରେ ଉପଯୁକ୍ତ ଭିତ୍ତିଭୂମି ରହିଥିବା ନେଇ ମୁଖ୍ୟ ଶାସନ ସଚିବ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟରେ 2012 ମସିହାରରେ ସ୍ଥାପିତ ହୋଇଥିବା ଏମ୍ସରେ ସ୍ୱାସ୍ଥ୍ୟସେବା ଉନ୍ନତ । ମାତ୍ର ସମଗ୍ର ଓଡିଶାକୁ  ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆଉ ଏକ୍ ଏମ୍ସର ଆବଶ୍ୟକତା ରହିଛି ।  ଉଲ୍ଲେଖଯୋଗ୍ୟ ଯେ, ଭାରତରେ ସମୁଦାୟ 17ଟି ଏମ୍ସ ରହିଥିବା ବେଳେ ଏକମାତ୍ର ରାଜ୍ୟ ଭାବରେ ବିହାରରେ ଦୁଇଟି ଏମ୍ସ ନିର୍ମାଣ ହେବାକୁ ଯାଉଛି । ବିହାର ପରି ଓଡିଶାରେ ଆବଶ୍ୟକତା ଏବଂ ଭିତ୍ତି ଭୂମି ରହିଥିବାରୁ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ସ୍ଥାପନ ପାଇଁ ଚିଠିରେ…

Read More

ଭୁବନେଶ୍ବର : ରାଜ୍ୟରେ ଶୀତ ବଢୁଛି ।  15 ଡିଗ୍ରୀ ତଳେ ରାଜ୍ୟର 13ଟି ଜିଲ୍ଲା ରହିଛି । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପାମାତ୍ରା ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା 9 ଡିଗ୍ରୀ ତଳକୁ ଖସିଛି । ସେଠାରେ 8.5ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି 9.4ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଥଣ୍ଡା ସହର ହୋଇଛି ସୋନପୁର । ସେହିପରି ଫୁଲବାଣୀରେ 10.5 ଡିଗ୍ରୀ, ବାରିପଦା ଓ କେନ୍ଦୁଝରରେ 12 ଡିଗ୍ରୀ, ଝାରସୁଗୁଡାରେ 12.2 ଡିଗ୍ରୀ, ଭବାନୀପାଟଣାରେ 12,2 ଡିଗ୍ରୀ, ତାଳଚେରର 12.3 ଡିଗ୍ରୀ, କୋରାପୁଟରେ 12,6 ଡିଗ୍ରୀ, ବେୌଦ୍ଧ ଓ କଟକରେ ତାପାମତ୍ରା 14 ଡିଗ୍ରୀ ସେଲ୍‌ସିୟସ୍‌ ଥିବାର ସୂଚନା ରହିଛି । ବଲାଙ୍ଗିରରେ 14,8 ଡିଗ୍ରୀ, ଭୁବନେଶ୍ବରରେ 16 ଡିଗ୍ରୀ ତାପମାତ୍ରା ରହିଥିଲା । ଆଗକୁ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି ।

Read More

ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 44 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 480 ଜଣଙ୍କର ମୃତ୍ୟୁ ଘଟିଛି । 44 ହଜାର 376 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 92ଲକ୍ଷ 22 ହଜାର 216ରେ ପହଞ୍ଚିଛି । ଏହା ସହିତ 481 ନୂତନ ମୃତ୍ୟୁ ଘଟି ସମୁଦାୟ ମୃତ୍ୟୁ ସଂଖ୍ୟା 1ଲକ୍ଷ 34 ହଜାର 699ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ 37 ହଜାର 816 ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା 86 ଲକ୍ଷ 42 ହଜାର 771ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 44 ହଜାର 746ରେ ପହଞ୍ଚିଛି । ଆଜି ରାଜଧାନୀ ଦିଲ୍ଲୀରୁ 109ଜଣଙ୍କର ଜୀବନ ଯାଇଛି । ଦିଲ୍ଲୀରେ ବିଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ…

Read More

ଭୁବନେଶ୍ବର, ଭୟଙ୍କର ହେବାରେ ଲାଗିଛି ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର। ଆଜି ବଡି ଭୋରରୁ ଅର୍ଥାତ ପ୍ରାୟ ୨.୦୫ ସମୟରେ ନିଭାର ତୀବ୍ର ରୂପ ଧାରଣ କରିଛି। ପୂର୍ବରୁ ପାଣିପାଗ ବିଭାଗ ଏ ନେଇ ସୂଚନା ଦେଇଥିଲା। ଏହାପରେ ଆସନ୍ତା 12 ଘଣ୍ଟା ପରେ ଏହି ବାତ୍ୟା ପୁଣି ଅତିତୀବ୍ର ରୂପ ଧାରଣ କରିବ। ଆଜି ରାତିରେ ଏହା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ପବନର ଗତି ପ୍ରବଳ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ପବନର ଗତି ଘଣ୍ଟା ପ୍ରତି ୧୩୦ ରୁ ୧୪୦ କିଲୋମିଟର ଏବଂ ଝଟକା ପବନ ୧୫୫ କିମି ବେଗରେ ରହିବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଆଜି ବଡିଭୋରରୁ ଦେହାନ୍ତ ହୋଇଯାଇଛି। ଏକ ମାସ ପୂର୍ବରୁ ଅହମ୍ମଦ ପଟେଲ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ସେ ଚିକିତ୍ସିତ ହେଉଥିଲେ। ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ପିତା ଅହମ୍ମଦ ପଟେଲଙ୍କ ଆଜି ସକାଳ 3.30 ସମୟରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 71 ବର୍ଷ ବୟସ ହୋଇଥିଲା। ଅହମ୍ମଦ ପଟେଲ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅହମ୍ମଦ ପଟେଲଙ୍କ ମର ଶରୀର ତାଙ୍କ ଜନ୍ମସ୍ଥାନ ଗୁଜୁରାଟର ଭାରୁଚିସ୍ଥିତ ପିରାମନରେ ନିଆଯିବ। ଅହମ୍ମଦ ପଟେଲଙ୍କ ଇଚ୍ଛା ଥିଲା ଯେ ତାଙ୍କୁ ତାଙ୍କ ପିତାମାତାଙ୍କ ସହ ସମାଧି ଦିଆଯାଉ, ଯାହା ସେ ତାଙ୍କ ପୁଅକୁ କହିଥିଲେ। ଫୈଜଲ ପଟେଲ ଟ୍ୱିଟ୍ କରି କହିଛନ୍ତି ଯେ ସେ ତାଙ୍କ ପିତା ଅହମ୍ମଦ ପଟେଲଙ୍କ ଦୁଃଖଦ ତଥା ଅକାଳ ମୃତ୍ୟୁ…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି। ଫଳରେ ଏହାକୁ ନେଇ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି.। ମୁଖ୍ୟତଃ ଦିଲ୍ଲୀ, ମୁମ୍ବାଇ ଏବଂ ଅହମଦାବାଦ ପରି ସହରରେ ଏହା ସ୍ଥିତ ଆହୁର ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ଡିସେମ୍ବରରେ ଏହାର ସ୍ଥିତି ଆହୁରି ଖରାପ ହେବ। ସେତେବେଳେ କରୋନା ଦ୍ବିତୀୟ ପର୍ଯ୍ୟାୟ ଆସିବ ବୋଲି କୁହାଯାଉଛି। ଫଳରେ ପୁଣିଥରେ ବିଭିନ୍ନ ସ୍ଥାନରେ ଲକଡାଉନ ପରି ଆଇନ ଲାଗୁ କରାଯିବ। ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଯାହା ତାହା ସବୁଠାରୁ ବ୍ୟତିବ୍ୟସ୍ତ କରିଦେଇଛି। ଦିଲ୍ଲୀରେ ପ୍ରତି ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଦିଲ୍ଲୀ ସରକାର ବିଭିନ୍ନ କଟକଣା ହଟାଇ ଦେବା ପରେ ଏହି ସ୍ଥିତ ବିଗିଡି ଯାଇଛି ବୋଲି କୁହାଯାଉଛି। ମୁଖ୍ୟ କଥା ହେଲା ଦିଲ୍ଲୀ ପାଇଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି କରୋନା…

Read More

ଭୁବନେଶ୍ବର, ଧିରେ ଧିରେ ଘନିଭୂତ ହେବାରେ ଲାଗିଛି ବାତ୍ୟା ନିଭାର୍। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତା 12 ଘଣ୍ଟା ପରେ ଏହା ତୀବ୍ର ରୂପ ଧାରଣ କରିବ। ଏହାପରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଅତି ତୀବ୍ର ରୂପ ଧାରଣ କରିବ। ଏସବୁ ହେବା ପୂର୍ବରୁ ବର୍ତ୍ତମାନ ତାମିଲନାଡୁ ସମୁଦ୍ର ଉପକୂଳ ଭୟଙ୍କର ହେବାରେ ଲାଗିଲାଣି। ତେବେ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ନିଭାର ବୁଧୁବାର ସଂଧ୍ୟାରେ ଅତିତୀବ୍ର ଧାରଣ କରି ତାମିଲନାଡୁ ଏବଂ ପୁଡୁଚେରୀ ମଧ୍ୟରେ ଗତି କରିବ। ମୁଖ୍ୟତଃ କାରାଇକେଲା ଏବଂ ମାମଲାଲାପୁରମ ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବୋଲ ଜଣାପଡିଛି। ଏହା ପୁଡୁଚେରୀର ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 120ରୁ 130 କିଲୋମିଟର ରହିବ। ହେଲେ ଝଟକା ପବନର ଗତି 145 କିଲୋମିଟର ଘଣ୍ଟା ପ୍ରତି ରହିବ। ବର୍ତ୍ତମାନ ମଙ୍ଗଳବାର…

Read More

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପୁସ୍ତକ ଚାଣକ୍ୟ ନୀତିରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ସଫଳ କରିବା ପାଇଁ ଅନେକ କଥା ବର୍ଣ୍ଣନା କରିଛନ୍ତି। ସେ ଅପମାନର ପ୍ରତିଶୋଧ ନେବା ଏବଂ ଏକ ପଦ ମାଧ୍ୟମରେ ଶତ୍ରୁକୁ ପରାସ୍ତ କରିବା ବିଷୟରେ ବହୁ କଥା କହିଛନ୍ତି। ଚାଣକ୍ୟ କହିଛନ୍ତି ଅନୁଲୋମେନ୍ ବିଲନଂମ୍ ପ୍ରତିଲୋମେନ୍ ଦୁର୍ଜନମ୍ ଆତ୍ମତୁଲ୍ୟବଳଂ ଶତ୍ରୁ, ବିନୟେନ ବିଳନେ ବା ଏହି ପଦରେ ଆଚାର୍ଯ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ହାସଲ କରିବା ଅତ୍ୟନ୍ତ ଜରୁରୀ ଅଟେ। ଶତ୍ରୁ ଦୁର୍ବଳ କିମ୍ବା ଏହା ବିଷୟରେ ଅବଗତ ନ ରହିଲେ ଏହା ବିରୁଦ୍ଧରେ ଏକ ନୀତି ପ୍ରସ୍ତୁତ କରାଯାଇ ପାରିବ ନାହିଁ । ସେ କହିଛନ୍ତି ଯେ ଯଦି ଶତ୍ରୁ ତୁମଠାରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ଜଣେ ବ୍ୟକ୍ତି ତାଙ୍କୁ ଅନୁକୂଳ ଆଚରଣ କରିବା ଉଚିତ୍ । ସେହି ସମୟରେ,…

Read More

ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର ବ୍ୟବସାୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁର ସଂପର୍କ ରହିବ। ତୁମର ଅଧିକାଂଶ କାର୍ଯ୍ୟ ସମାପ୍ତ ହେବ। ବୃଷ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ଆର୍ଥିକ କାରବାର ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ। ଆପଣ କୌଣସି ସ୍ଥାନରୁ ଆର୍ଥିକ ସାହାର୍ଯ୍ୟ ପାଇବେ। ସାଙ୍ଗମାନଙ୍କୁ ଭେଟିବେ। ଆପଣଙ୍କଠାରୁ ଋଣ ନେବାକୁ ଆସିବେ। ଆଜି ଘରେ କିଛି ବିଷୟରେ ମତଭେଦ ହେବାର ସମ୍ଭାବନା ଅଛି। ଆପଣଙ୍କୁ ଚାପରୁ ଦୂରେଇ ରହିବାକୁ ପଡିବ। ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ। ଛାତ୍ରମାନେ ସଫଳତା ପାଇବେ। ମିଥୁନ ଆଜି ଆପଣ ମାନସିକ ସ୍ତରରେ ଶକ୍ତିଶାଳୀ ହେବେ। ସକରାତ୍ମକତା ଅଧିକ ହେବ। ଅର୍ଥନୈତିକ ପ୍ରଗତି ପାଇଁ…

Read More

ମେଷ କାରବାରରେ ସତର୍କତା ଭାବେ କାର୍ଯ୍ୟ କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଆସିପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର କୈଣସି କାର୍ଯ୍ୟରେ ଫସି ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଆଜି ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଭାଗ ନେଇପାରନ୍ତି।  ପ୍ରାର୍ଥନାରେ ଟିକିଏ ମନଯୋଗ ଦିଅନ୍ତୁ। ବ୍ୟବସାୟ ଭଲ କରିବେ । ଅଫିସ ଚାକିରିରେ ସନ୍ତୁଷ୍ଟ ରହିବ। ବିନିଯୋଗ ଇତ୍ୟାଦି କାର୍ଯ୍ୟରେ ଲାଭବାନ ହେବ । ଘର ବାହାରେ ଜୀବନ ଖୁସି ହେବ । ଆର୍ଥିକ ଦିଗ ବୃଦ୍ଧି ହେବ…

Read More

ନୂଆଦିଲ୍ଲୀ, ଆଜି ଆମେ ତିନୋଟି ରାଶି ବିଷୟରେ କହିବୁ ଯାହାଙ୍କର ପୂର୍ବରୁ ଅର୍ଥାତ ନଭେମ୍ବର 3 ତାରିଖରୁ ଖରାପ ସମୟ ଚାଲିଥିଲା। ହେଲେ ଆଜିଠାରୁ ଆପଣଙ୍କର ଏହି ଭାଗ୍ୟରେ କିଛି ଭିନ୍ନ ପରିବର୍ତ୍ତନ ହେବାକୁ ଯାଉଛି। ଆପଣ ଖୁସି ଓ ସୁଖ ପାଇବେ, ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହେବାକୁ ଯାଉଛି। ସମାଜରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ, ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ସେହି ରାଶି ତିନୋଟି ହେଉଛି ବୃଷ, କୁମ୍ଭ ଏବଂ ମୀନ ରାଶି। ଏହି ରାଶି ବ୍ୟକ୍ତିମାନେ ଆଗାମୀ ଦିନରେ ସମ୍ପତ୍ତି କାର୍ଯ୍ୟରେ ବଡ଼ ଲାଭ ପାଇବେ। ରୋଜଗାର ପ୍ରୟାସ ସଫଳ ହୋଇପାରେ। ଆପଣ ଯେ କୈଣସି ନୂତନ କାର୍ଯ୍ୟ ବିଷୟରେ ଅତ୍ୟଧିକ ଉତ୍ସାହିତ ହେବେ। ଆପଣ ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହୋଇପାରେ। ଯାହା ସହିତ ଆପଣ ସମାଜରେ ନିଜର ପରିଚୟ…

Read More