Author: Samikhsya Bureau

ପୁରୀ: ଡିସେମ୍ବର ଶ୍ରୀମନ୍ଦିର ଖୋଲିପାରେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଆସନ୍ତାମାସର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଶ୍ରୀ ମନ୍ଦିର ଖୋଲିବାକୁ ଯୋଜନା ରହିଛି। ତା’ପୂର୍ବରୁ ଭକ୍ତମାନଙ୍କ ପାଇଁ ସ୍ବତନ୍ତ୍ର ଏସ୍ଓପି ପ୍ରସ୍ତୁତ କରାଯିବ। କରୋନା କଟକଣା ଯୋଗୁ ରାଜ୍ୟର ଅନ୍ୟାନ୍ୟ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଭଳି ଶ୍ରୀମନ୍ଦିର ମଧ୍ୟ ସାଧାରଣ ଭକ୍ତମାନଙ୍କ ପାଇଁ ବନ୍ଦ ରହିଛି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ମନ୍ଦିରର ପୂଜକମାନେ ଘଣ୍ଟଘଣ୍ଟା ବଜାଇ ପୂର୍ବରୁ ବହୁବାର ମନ୍ଦିର ଖୋଲିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଆସନ୍ତା 27 ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ନାଗାର୍ଜୁନ ବେଶରେ ସମସ୍ତ ସେବାୟତ ସହଯୋଗ କରିବେ । ରାତିରେ ବେଶ ସମୟରେ ପୋଲିସ ବ୍ୟବସ୍ଥା ରହିବ…

Read More

ସୁରତ୍‌ : ଗୁଜୁରାଟ ସୁରତ୍‌ରେ ଏକ ଅଭାନବୀୟ ଘଟଣା ଘଟିଛି ।  ମାତ୍ର ସାତହଜାର ଟଙ୍କାପାଇଁ ଜଣେ ସାତ ବର୍ଷର ନିରୀହ ଶିଶୁର ହତ୍ୟା କରାଯାଛି । ମିଳିଥିବା ସୂଚନା ଅନୁସାରେ ଗୁଜୁରାଟ ସୁରତ୍‌ରେ ଜଣେ ବ୍ୟକ୍ତିଙ୍କୁ ଉଧାର କରିବା ବେଶ୍‌ ମହଙ୍ଗା ପଡିଛି । ଉଧାର ପାଇଁ ନିଜ ସାତ ବର୍ଷର କୋମଳ ଶିଶୁକୁ ହତ୍ୟା କରାଯାଇଛି । ପଡୋଶୀ ଜଣକ ଶିଶୁକୁ ହତ୍ୟା କରି କ୍ଷେତରେ ଫୋପାଡି ଦେଇଥିବାର ଜଣାପଡଇଛନ୍ତି । ତେବେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ସମେତ ଦୁଇଜଣଙ୍କୁ ପୋଲଇସ୍‌ ଗିରଫ କରିଛି । ଭଟାର ଅଞ୍ଚଳର ଖୋଡିଆର ନଗରରେ ରହୁଥିବା କିଶାନ ସାହାଣୀ ରଙ୍ଗ ମିସ୍ତ୍ରୀ ରୂପେ କାର୍ଯ୍ୟ କରନ୍ତି । ତାଙ୍କର ସାତ ବର୍ଷୀୟ ପୁ୍ଅକୁ ହତ୍ୟା କରାଯାଇଛି । ପୋଲିସ୍‌ ଏହି ଘଟଣାରେ ତାଙ୍କ ପଡୋଶୀଙ୍କୁ ଗିରଫ କରିଥିଲା । ଏହାପରେ ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇଥିଲା । କିଶାନ ସିଂ କରୋନା…

Read More

କଟକ : କଟକ ନୟାଗଡସ୍ଥିତ ଆଇଆଇଏଫ୍‌ଏଲ୍‌ ଫାଇନାନ୍ସ କମ୍ପାନିରୁ 20 କୋଟି ଲୁଟ୍‌ର ପର୍ଦ୍ଦାଫାସ୍ ହୋଇଛି। ଏହି ଲୁଟ୍‌ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ। ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ପୁଲିସ କମିଶନର କହିଛନ୍ତି, ଲୁଟ୍ ସୁନା ସହ ବାଇକ ଜବତ କରାଯାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହାସହ ଟ୍ୱିନ୍ ସିଟିର ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର । https://twitter.com/SarangiSudhansu/status/1331118940974530561?s=20 https://twitter.com/SarangiSudhansu/status/1331118942727802882?s=20 ସୂଚନାଯୋଗ୍ୟ ନଭେମ୍ବର 20  ଗୁରୁବାର କଟକ ନୟାସଡ଼କସ୍ଥିତ ଆଇଆଇଏଫ୍ଏଲ୍ ନାମକ ଏକ ଫାଇନାନ୍ସ କଂପାନିରୁ ବନ୍ଧୁକ ମୁନରେ ଲୁଟ୍‌ ହୋଇଥିଲା । 20କୋଟିର ଟଙ୍କା ଓ ସୁନା ଲୁଟ୍‌ ହୋଇଥିଲା।  ଲୁଟ୍‌ ଘଟିବା ପରେ କମିଶ‌ନ୍‌ରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଏକ ଟିମ ଗଠନ କରି ର୍ଦୁବୃତ୍ତଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା।

Read More

ପୁଡୁଚେରୀ, ବାତ୍ୟା ନିଭାର ପାଇଁ ବର୍ତ୍ତମାନ ପୁଡୁଚେରୀରେ ବିହିତ ପଦକ୍ଷେପ ନେବା ଆରମ୍ଭ କରାଯାଇଛି। ଏହି ବାତ୍ୟା ପୁଡୁଚେରୀ ଉପକୂଳ ଛୁଉଁଥିବାରୁ ସେଥିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଆଜି 24 ତାରିଖ ରାତି 9 ଟାରୁ ଆସନ୍ତା 26 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ପୁରା ପୁଡୁଚେରୀରେ 144 ଧାରା ଲାଗୁ କରିବା ପାଇଁ ଆଜି ଘୋଷଣା କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାଯିବା ପାଇଁ ଅନୁମତି ଦିଆଯାଇଛି। ସେହି ହିସାବରେ କେବଳ ପେଟ୍ରୋଲ ଡିଜେଲ, ଔଷଧ ଏବଂ ଖିର ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଲୋକମାନଙ୍କ ଚଳପ୍ରଚଳ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ବାତ୍ୟା ବର୍ତ୍ତମାନ ପୁଡୁଚେରୀ ଏବଂ ତାମଲନାଡୁ ଉପକୂଳ ଆଡକୁ ମୁହାଁଉଛି। 25 ତାରିଖ ରାତିରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ଉଭୟ ପୁଡୁଚେରୀ ଏବଂ ତାମିଲନାଡୁରେ ଏହା କ୍ଷୟକ୍ଷତି କରିବାର…

Read More

ମୁମ୍ବାଇ: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ବା ଟେଲି ଇଣ୍ଡଷ୍ଟ୍ରି ପାଇଁ ଏକ କଳାବର୍ଷ ପାଲଟିଛି। 2020 କେତେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଂଶକଙ୍କଠାରୁ ଛଡ଼ାଇନେଇଛି। ଇତିମଧ୍ୟରେ ଜଣାଶୁଣା ଟେଲି ଅଭିନେତା ତଥା ‘ଶଶୁରାଲ ସିମର କା’ ଫେମ୍‌ ଆଶିଷ ରୟଙ୍କ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 55 ବର୍ଷ ହୋଇଥିଲା। ଦୀର୍ଘ ସମୟ ଧରି ସେ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ବଲିଉଡ୍‌ ଓ ଟଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳ 3.45 ସମୟରେ ମୁମ୍ବାଇର ଭର୍ସୋଭା ସ୍ଥିତ ପାଟଳୀପୁତ୍ରର ଫ୍ଲାଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି । ସେ ବହୁତ ହିନ୍ଦୀ ଓ ହଲିଉଡ୍‌ ଫିଲ୍ମରେ ଡବିଂ କରି ବେଶ୍‌ ଲୋକପ୍ରିୟ ହୋଇଥିଲା । ‘ସୁପରମ୍ୟାନ୍‌ ରିଟଣ୍ଣ୍ଣସ୍‌’, ‘ଦ ଡାର୍କ ନାଇଟ୍‌’, ‘ଗର୍ଜିଅନ୍‌ ଅଫ୍‌ ଦି ଗ୍ୟାଲାକ୍ସି, ‘ଦି ଲିଜେଣ୍ଡ ଅଫ୍‌…

Read More

ଚେନ୍ନାଇ : ଚଳିତ ବର୍ଷ ବହୁ ଅଭିନେତା ଆମଠାରୁ ବିଦାୟ ନେଇଛନ୍ତି । 2020ରେ ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କର ପରଲୋକ ଘଟିଛି । କ୍ୟାନ୍ସରରେ ପ୍ରାଣ ହରାଇଛନ୍ତି ତାମିଲ ଅଭିନେତା ଥବାସୀ । ମଦୁରାଇର ସର୍ବଣା ହସ୍ପିଟାଲରେ ଏହି ତାମିଲ ଚରିତ୍ର ଅଭିନେତାଙ୍କ ପରଲୋକ ଘଟିଛି । ଖାଦ୍ୟନଳୀରେ କ୍ୟାନ୍ସର କାରଣରୁ ନଭେମ୍ବର 11ତାରିଖରେ ଥବାସୀଙ୍କୁ ସର୍ବଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିଏମକେ ବିଧାୟକ ତଥା ପରିଚାଳନା ନିଦେ୍ର୍ଧଶକ ସର୍ବାନନ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । 11 ତାରିଖରୁ ଥବାସୀ ଜେନେରାଲ ୱାର୍ଡରେ ରହିଥିବା ବେଳେ 23 ତାରିଖରେ ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାତି ପ୍ରାୟ 8ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଥବାସୀଙ୍କ ବିୟୋଗରେ ତାମିଲ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି । ଥବାସୀ ଏକାଧିକ ଫିଲ୍ମରେ…

Read More

ରମେଶ ମହାନ୍ତି ଜଗତସିଂହପୁର : କୁଜଙ୍ଗ ତହସିଲ ଅନ୍ତର୍ଗତ ତାଳପଡ଼ା ପଂଚାୟତ ତାଳପଡ଼ା ମୌଜାର ଖାତା ନଂ-୮୨୮ ପ୍ଲଟ ନଂ-୧୬୬୭ ଏ୦.୧୮ଡ଼ିସିମିଲ କିସମ ଜଳାଶୟ-୨ ତାଳପଡ଼ା ପଂଚାୟତ ଉନ୍ନୟନ ପାଇଁ ସଂରକ୍ଷିତ ଅଛି। ଏହି ପ୍ଲଟ୍‌ରେ ଏକ ପାଣି ପମ୍ପହାଉସ୍‌ ନିର୍ମାଣ ହୋଇଛି ।  ଏହି ପ୍ଲଟଟି କଟକ-ପାରାଦୀପ ରାସ୍ତାକୁ ଲାଗିଥିବାରୁ ଏହି ଜାଗାକୁ ଅକ୍ତିଆର କରିବା ପାଇଁ ବା ଜବର ଦଖଲ କରିବା ପାଇଁ ଜନୈକ ପ୍ରଭାବଶାଳି ବ୍ୟକ୍ତି ଚେଷ୍ଟା କରୁଥିବା ନେଇ କୁଜଙ୍ଗ ତହସିଲଦାରଙ୍କ ପାଖରେ ଅଭିଯୋଗ ହୋଇଛି। ଉକ୍ତ  ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପଂଚାୟତର କିଛି କୁଜିନେତା ସାହାଯ୍ୟ କରୁଥିବା ଆଲୋଚନା ହେଉଛି। ପଂଚାୟତର ଏହି ପ୍ଲଟ ପଛପଟକୁ ବାହାର ଅଂଚଳର ଜନୈକ ପ୍ରଭାବଶାଳୀ  ବ୍ୟକ୍ତି ନିଜ ପତ୍ନୀଙ୍କ ନାମରେ ଏକ ଜାଗା କିଣିଛନ୍ତି। ସେହି ଜାଗା ଉପରକୁ ଯିବା ପାଇଁ ହେଲେ ପଂଚାୟତ ନାମରେ ଥିବା ଉକ୍ତ ପ୍ଲଟ ଉପରେ ରାସ୍ତା ନିର୍ମାଣ କରିବାକୁ ପଡିବ ନଚେତ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ମୃତ୍ୟୁ ସଂଖ୍ୟା କମୁ ନାହିଁ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୬୭୧କୁ ବୃଦ୍ଧି ହୋଇଛି। ଆଜି ସୁନ୍ଦରଗଡରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଥିବା ବେଳେ ସମ୍ବଲପୁରରୁ ୩ ଜଣ,  ଅନୁଗୁଳ, ଭୁବନେଶ୍ବର, କଟକ, ଜଗତସିଙ୍ଘପୁର, ନୂଆପଡା, ରାୟଗଡାରୁ ଲେଖାଏଁ ଜଣେ  କାରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Read More

ଭୁବନେଶ୍ୱର: ବିଧାନସଭାରେ ଆଗରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ବିଧାନସଭା ଆଗରେ ନୟାଗଡ଼ର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଜ ଦେହରେ ଡିଜେଲ୍ ଢ଼ାଳି ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆତ୍ମହତ୍ୟା ଉଦ୍ୟମବେଳେ ଦମ୍ପତିକୁ କାବୁ କରିବାରେ ପୋଲିସ୍‌ ସଫଳ ହୋଇଛି । 5 ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନ ପାଇ ଆତ୍ମାହୂତି ଉଦ୍ୟମ କରିଛନ୍ତି ଦମ୍ପତି । ତାଙ୍କ କଥା କେହି ଶୁଣୁ ନାହାନ୍ତି କି ବୁଝୁନାହାନ୍ତି ବୋଲି ଦମ୍ପତି ଅଭିଯୋଗ କରିଛନ୍ତି । ସେମାନେ ନ୍ୟାୟ ଦାବିରେ ଏପରି ନିଷ୍ପତ୍ତି ନେଉଥିଲେ ବୋଲି କହିଛନ୍ତି ଦମ୍ପତି  । ନିକଟରେ ମଧ୍ୟ ବିଧାନସଭା ନିକଟରେ ଜଣେ ପୁଅ ତା’ ମାଆର ବେକରେ ଛୁରୀ ଲଗାଇ ଧମକ ଦେଇଥିଲେ । ତେବେ ପୋଲିସ୍‌ ଯୁବକକୁ କାବୁ କରିନେଇଥିଲା ।ଏବେ ଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାପରେ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୬୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୭୪ ଜଣ ଚିହ୍ନଟ ହୋଇଥିବାବେଳେ ୨୬୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ହଜାର ୨୭୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୬ ହଜାର ୭୨୬ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୮୨୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୬୪୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୬୪୨ ଜଣ ଚିହ୍ନଟ ହୋଇଛନ୍ତି। କେଉଁଝରରୁ ସର୍ବାଧିକ ୭୦ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୬, ବାଲେଶ୍ଵରରୁ ୨୫,…

Read More

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ତାମିଲନାଡୁ ଓ ପୁଡୁଚେରୀ ମୁହାଁ ହେଉଛି ବାତ୍ୟା ନିଭାର। 25 ତାରିଖ ଅପରାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ’ନିଭାର୍‌’ । ତେବେ ଏହି ସାମୁଦ୍ରିକ ଝଡର ବିଶେଷ ପ୍ରଭାବ ଓଡ଼ିଶାରେ ପଡିବନି ବୋଲି ସୂଚନା ରହିଛି । 25 ଓ 26 ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥଳ ଭାଗ ଅତିକ୍ରମ କରିବା ବେଳେ ବାତ୍ୟା ନିଭାର ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇଥିବ। ତେଣୁ ପବର ବେଗ ଘଣ୍ଟା ପ୍ରତି 120ରୁ 130 କିମି ରହିବ। ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ମଧ୍ୟ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆନ୍ଧ୍ର ଏବଂ ଓଡ଼ିଶାରେ ପବନର ସମ୍ଭାବନା କମ ଥିଲେ ହେଁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ବାତ୍ୟା…

Read More

ନୂଆଦିଲ୍ଲୀ : ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ଭାଇରସ ଦ୍ୱାରା ସର୍ବାଧିକ ପ୍ରପୀଡିତ ଆଠ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମୋଦି ବୈଠକ କରିବେ । କରୋନାକୁ ସଫଳ ଭାବରେ ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଦିନ 12 ଟାରେ କରାଯିବ ବୋଲି ଜଣାପଡିଛି । ସୂଚନା ମୁତାବକ ଏହି ବୈଠକରେ ବର୍ତ୍ତମାନ କରେନାର ସ୍ଥିତି ଉପରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ । ଏହାସହ କରୋନା ଟିକା ବିତରଣ ନେଇ କିଭଳି ରଣନୀତି ପ୍ରସ୍ତୁତ କରାଯିବ ତାହା ଉପରେ ବିଶେଷ ଭାବେ ଆଲୋଚନା ହେବ । ତେବେ ପ୍ରାରମ୍ଭିକ ଭାବରେ କରୋନା ଟୀକା କେବଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ କର୍ମୀଙ୍କ ନିମନ୍ତେ ପ୍ରାୟ 1 କୋଟି ଡୋଜ ପ୍ରସ୍ତୁତ ରହିଛି ।…

Read More

ନୂଆଦିଲ୍ଲୀ : ବିଗତ 24  ଘଣ୍ଟା ମଧ୍ୟରେ ଦେଶରେ 37 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 480 ଜଣଙ୍କର ମୃତ୍ୟୁ ଘଟିଛି । 37 ହଜାର 975 ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 91 ଲକ୍ଷ 77 ହଜାର 840ରେ ପହଞ୍ଚିଥିବା ବେଳେ 480 ନୂତନ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 34 ହଜାର 218ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ 42 ହଜାର 314 ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା 86ଲକ୍ଷ 4 ହଜାର 355ରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 38 ହଜାର 667ରେ ପହଞ୍ଚିଛି । ସମଗ୍ର ଦେଶରେ 480 ମୃତୁ ହୋଇଥିବା ବେଳେ ଏଥିରୁ 121 କେବଳ ଦିଲ୍ଳୀରେ ହୋଇଛି ।  ଦିଲ୍ଲୀରେ ବିଗତ ଏକ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।…

Read More

ଭୁବନେଶ୍ୱର: ଏବେ ଏବେ ସରିଛି ଓଡିଶାର ଉପନିର୍ବାଚନ। ବିଜେପି ହାତରୁ ଖସିଯାଇଛି ଗୋଟିଏ ସିଟ। ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ବିଜେଡିର ହେଲା ବାଜିମାତ। ହେଲେ ନିଜ ହାତରୁ ଖସିଯାଇଥିବା ବାଲେଶ୍ଵର ସଦର ଆସନଟିକୁ ନେଇ ବିଜେପି ମାନସ ମନ୍ଥନ କରିବ କଣ, ଘରେ ଲାଗିଛି ବାଦୀପାଲା। ଏହି ପାଲା ପୁଣି ଆଉ କାହା ମଧ୍ୟରେ ନୁହେଁ, ଖୋଦ୍ ବିଜେପି ଶକ୍ତିକେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ ଲାଗିଛି। ଲୋକ ଭାବୁଥିଲେ ବାଲେଶ୍ଵର ପରାଜୟ ପରେ ରାଜ୍ୟ ବିଜେପି ଆଗାମୀ ଦିନରେ କିଭଳି ନିର୍ବାଚନ ଜିଣିବ, ସେହି ଚିନ୍ତା କରିବ। କଣ ପାଇଁ ବାଲେଶ୍ଵର ସଦର ଆସନ ଖସିଗଲା ତର୍ଜମା ହେବ। କିନ୍ତୁ ଗୋଷ୍ଠୀ କନ୍ଦଳକୁ ନେଇ ବିଜେପି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ଗତି କରୁଛି। ତେବେ ଏହି ଅଡୁଆର କାରଣ କଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଭୁବନଶ୍ୱର ସଂସଦୀୟ କ୍ଷେତ୍ରରେ ଅପରାଜିତାଙ୍କ ଗୁରୁତ୍ୱ…

Read More

ଭୁବନେଶ୍ବର, ସାମ୍ଭବ୍ୟ ବାତ୍ୟା ‘ନିଭାର’ ର ଜୋରଦାର ପ୍ରଭାବ ଓଡିଶାରେ ଅନୁଭୂତ ହେବାର ନାହିଁ। ହେଲେ ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ସାମାନ୍ୟ ରହିବ ବୋଲି ଜଣାପଡିଛି। ଏହି ବାତ୍ୟା 24 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତରେ ତାଣ୍ଡବ ସୃଷ୍ଟି କରୁଥିବାରୁ ଓଡିଶାରେ ମଧ୍ୟ ଏହି ଦିନଗୁଡିକରେ ସାମାନ୍ୟ ପ୍ରଭାବ ରହିବ। ନଭେମ୍ବର 25 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଓଡିଶାରେ ଏହାର ସ୍ବଳ୍ପ ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ସେଥିପାଇଁ 25 ତାରିଖରେ ରାଜ୍ୟର ଛଅଟି ଜିଲ୍ଲାର କେତେକ ସ୍ଥାନରେ ସାଧାରଣ ବର୍ଷା ହେବ ବୋଲି କୁହାଯାଇଛି। ସେଗୁଡିକ ହେଲା ମାଲକାନାଗିରି, ରାୟଗଡା, ଗଜପତି, କୋରାପୁଟ, ଗଂଜାମ ଏବଂ କନ୍ଧମାଳ ଜିଲ୍ଲା। ହେଲେ 26 ତାରିଖରେ ଚାରୋଟି ଜିଲ୍ଲାକୁ ୱେଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହି ଜିଲ୍ଲାଗୁଡିକ ହେଲା ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲା। ଏହି…

Read More

ନୂଆଦିଲ୍ଲୀ, ଆଜି ପ୍ରଭୁ ବିଷ୍ଣୁ ତିନୋଟି ରାଶର ଘରେ ପ୍ରବେଶ କରିବେ, ଏହି ଦିନ ଆପଣଙ୍କର ବହୁତ ଖୁସି ଆସିବ । ଏହି ତିନୋଟି ରାଶିର ଲୋକଙ୍କ ଜୀବନରେ ଅନେକ ବର୍ଷ ପାଇଁ ଦୁଃଖ ଦୂର ହେବ। ବର୍ତ୍ତମାନ ଆପଣଙ୍କର ରାଶିର ଭାଗ୍ୟ ବଳରେ ସମସ୍ତ ଦୁଃଖ ଓ ଯନ୍ତ୍ରଣା ସମାପ୍ତ ହେବ। ଏହି ରାଶିର ଲୋକଙ୍କର ରାଜା ଯୋଗ ହେତୁ ସେମାନଙ୍କର ଇଚ୍ଛା ପୂରଣ ହୋଇପାରିବ। ଏହି ଲୋକମାନେ ନିଜ କ୍ୟାରିଅରରେ ସଫଳତା ହାସଲ କରିପାରିବେ। ଭୋଳାନାଥଙ୍କ ଆଶୀର୍ବାଦ ସହିତ, ଆପଣ ଏକ ପ୍ରକାରର ଶକ୍ତିମାନ ଭାବେ ପ୍ରତୀୟମାନ ହେବେ। ଅର୍ଥାତ ଆପଣ ଯାହା ବି କରିବେ ତାହା ସଫଳ ହେବ। ପ୍ରକୃତ ପ୍ରେମୀ ଆପଣଙ୍କର ଜୀବନରେ ଆସିପାରନ୍ତି। ଏହି ତିନୋଟି ରାଶି ହେଲା ମେଷ, ବୃଷ ଏବଂ ତୂଳା।

Read More

ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ ସେହି ଭାଗ୍ୟଶାଳୀ ଜ୍ୟୋତିଷ ଶାସ୍ତ୍ର ବିଷୟରେ କହୁଛୁ, ଯାହା ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ଭାବରେ ପରିଗଣିତ। ଏହି ରାଶି ହେଉଛି ଭଗବାନ ଭୋଳାନାଥଙ୍କର ସବୁଠାରୁ ପ୍ରିୟ ରାଶି । ଯେଉଁ ଭାଗ୍ୟଶାଳୀ ରାଶି ବିଷୟରେ ଆମେ କହୁଛୁ ତାହା ମେଷ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ଏହି ରାଶି ଉପରେ ଭଗବାନ ଭୋଳାନାଥ ବହୁତ ଖୁସି ଏବଂ ଏହି ରାଶିର ଲୋକମାନେ ମାର୍ଗଶୀର ମାସରେ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ବିଷୟରେ – କିଛି ଖାଲି ସମୟ ନେଇ ମାନସିକ ଶାନ୍ତି ପାଇବା ଭଲ। ଯୋଗାଯୋଗର ବିଭିନ୍ନ ଉପାୟ ଆପଣଙ୍କୁ ବ୍ୟସ୍ତ ରଖିବ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଶବ୍ଦଗୁଡ଼ିକୁ ସାବଧାନତାର ସହିତ ବ୍ୟବହାର କରନ୍ତୁ। ଶୁକ୍ରଙ୍କ ଗତିବିଧି ପରିବର୍ତ୍ତନ କରିବା ଦ୍ବାରା ଏହି ରାଶିର ଦୁର୍ବଳ କାର୍ଯ୍ୟ ହୋଇପାରେ। ଆପଣ…

Read More

ନୂଆଦିଲ୍ଲୀ, ଗ୍ରହରାଜ ବୃହସ୍ପତି 20 ନଭେମ୍ବର ଶୁକ୍ରବାର ଦିନ ମକର ରାଶିରେ ପ୍ରବେଶ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ସେହି ରାଶି ପ୍ରବେଶ କରିବା ଅର୍ଥ ବିଭିନ୍ନ ଅବନତି ଦେଖା ଦେବା। ଯେପରି ଶିକ୍ଷା କ୍ଷେତ୍ରରେ ଅବନତି, ନିଦ ହଜିବା, ପଡ଼ୋଶୀମାନଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା ଇତ୍ୟାଦି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେବଳ ଗୁରୁଙ୍କ ପାଖରେ 8 ଟି ଗ୍ରହକୁ ଦୁର୍ବଳ କରିବାର ଶକ୍ତି ଅଛି। ତଥାପି, ଗୁରୁଙ୍କ ଏହି ଚଳପ୍ରଚଳ କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ବୋଲି ବିବେଚନା କରାଯାଏ। ଆସନ୍ତୁ ଜାଣିବା ମକର ରାଶିରେ ପ୍ରବେଶ ପରେ ବିଭିନ୍ନ ରାଶି ଉପରେ କ’ଣ ରହିବ ପ୍ରଭାବ। ମେଷ ଗୁରୁଙ୍କ ପ୍ରବେଶ ମେଷ ରାଶିର ଲୋକଙ୍କ ଦଶମ ଘରେ ଘଟୁଛି। ଏହି ରାଶିର ବ୍ୟକ୍ତିଙ୍କ କ୍ୟାରିୟର ଏବଂ ବ୍ୟବସାୟ କ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି । ତଥାପି, ସ୍ୱାସ୍ଥ୍ୟ ପାଇଁ ସମୟ ଠିକ ରହିବ।…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୯୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୧୮ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୋଳରୁ ୬୪, ଖୋର୍ଦ୍ଧାରୁ ୬୨, ନୂଆପଡ଼ାରୁ ୫୩, ସମ୍ବଲପୁରରୁ ୪୩, ବାଲେଶ୍ୱରରୁ ୩୭, ଝାରସୁଗୁଡ଼ାରୁ ୩୬, ବରଗଡ଼ରୁ ୩୫, କେନ୍ଦ୍ରାପଡ଼ାରୁ ୩୫, ଜଗତସିଂହପୁରରୁ ୩୨, କେନ୍ଦୁଝରରୁ ୨୯, ପୁରୀରୁ ୨୬, ଯାଜପୁରରୁ ୨୨, ବଲାଙ୍ଗିରରୁ ୨୧, ଢେଙ୍କାନାଳରୁ ୧୫, କଳାହାଣ୍ଡିରୁ ୧୫, ନବରଙ୍ଗପୁରରୁ ୧୫, ଗଞ୍ଜାମରୁ ୧୪, ନୟାଗଡ଼ରୁ ୧୦, ଭଦ୍ରକରୁ ୮, କୋରାପୁଟରୁ ୮, ମାଲକାନଗିରିରୁ ୮, କନ୍ଧମାଳରୁ ୬, ସୋନପୁରରୁ ୫, ଦେବଗଡ଼ରୁ ୩, ଗଜପତିରୁ ୨, ରାୟଗଡ଼ାରୁ ୨, ବୌଦ୍ଧରୁ ୧ ଓ ଷ୍ଟେଟ୍ ପୁଲରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…

Read More

ଭୁବନେଶ୍ବର, ଧିରେ ଧିରେ ସାମ୍ଭାବ୍ୟ ବାତ୍ୟା ‘ନିଭାର’ ଘନିଭୂତ ହେବାରେ ଲାଗିଛି । ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଅର୍ଥାତ ଆସନ୍ତା 24 ତାରିଖରେ ଏହା ବାତ୍ୟା ରୂପ ନେବ ଏବଂ 25 ତାରିଖରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ଜଣାପଡିଛି। ଏହା ତାମିଲନାଡୁ ଏବଂ ପୁଡିଚେରୀ ଉପକୂଳ ଆଡକୁ ମାଡି ଆସୁଥିବାର ସାଟାଲାଇଟ ଚିତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ଏହା ପୂର୍ବ ଏବଂ ଦକ୍ଷିଣପୂର୍ବ ପୁଡୁଚେରୀ ଉପକୂଳରୁ 550 କିଲୋମିଟର ଏବଂ ଦକ୍ଷିଣପୂର୍ବ ଚେନ୍ନାଇ ଉପକୂଳଠାରୁ 590 କିଲୋମିଟର ଦୂରରେ ରହିଛି। ଏହା 25 ତାରିଖ ଅପରାହ୍ନରେ କାରାଇକାଲ୍ ଏବଂ ମାମଲାପୁରମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ବୋଲି ଜଣାପଡିଛି। ଏହି ସମୟରେ ଘଣ୍ଟାକୁ 100 ରୁ 110 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜଗତସିଂହପୁର ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓର୍‌ମାସ ଓ ଓଡିଶା ଜୀବିକା ମିଶନ୍ ଆନୁକୂଲ୍ୟରେ ଦୀନଦୟାଲ ଉଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜନା (ଡିଡିୟୁଜିକେଓାଇ)ରେ ବିଭିନ୍ନ ଅଂଶିଦାର ମାନଙ୍କ ଜିଲ୍ଲାସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି କହିଲେ ଜଗତସିଂହପୁର ଜିଲ୍ଲାର ଗ୍ରାମୀଣ ବେକାର ଯୁବକ ଯୁବତୀ ମାନେ ଏହି ଯୋଜନାରେ ତାଲିମ ପ୍ରାପ୍ତ ହୋଇ ଅଧିକରୁ ଅଧିକ ନିଯୁକ୍ତି ପାଇପାରିବେ। ଗ୍ରାମାଚଂଳର ଯୁବକ ଯୁବତୀମାନଙ୍କ ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଓଡିଶା ଜୀବିକା ମିଶନ ଓ ଆର୍‌ସେଟି ମାଧ୍ୟମରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟ କରୁଥିବା କ୍ଷେତ୍ରୀୟ ଅଧିକାରୀମାନେ ଡିଡିୟୁଜିକେଓାଇ ଯୋଜନା ସଂପର୍କରେ ବେକାର ଯୁବକ ଓ ଯୁବତୀ ମାନଙ୍କୁ…

Read More