Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଇଣ୍ଡିଆ-ପାକିସ୍ଥାନ ସୀମା ବିବାଦ ପରି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଲାଗି ରହିଛି। କିଛି ଦିନ ହେଲା ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାବର୍ତ୍ତୀ ଅଂଚଳ ନିଜ କବ୍‌ଜାକୁ ନେବା ପାଇଁ ଚକ୍ରାନ୍ତ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଏବଂ ଏହାପ୍ରତି ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଠିକ୍ ସେହିଭଳି ଆନ୍ଧ୍ର ଧିବିରମାନେ ଓଡ଼ିଶା ତଟବର୍ତ୍ତୀ ଅଂଚଳ ମଧ୍ୟରେ ପ୍ରବେଶ କରି ମାଛ ଧରିବା ଏକ ନିତିଦିନିଆ କାମରେ ପରିଣତ ହୋଇଗଲାଣି। ପ୍ରତ୍ୟେକ ଦିନ ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ ଓଡ଼ିଶା ଉପକୂଳ ଅଂଚଳ ମଧ୍ୟରେ ପ୍ରବେଶ କରି ମାଛ ଧରିବା ନଜିର ରହିଛି। ଆଜି ବେଆଇନ ଭାବେ ଆନ୍ଦ୍ର ମତ୍ସ୍ୟଜୀବୀମାନେ ଋଷିକୂଲ୍ୟା ମୁହାଣରେ ନିଜର ବୋଟ୍ ଦ୍ୱାରା ପ୍ରବେଶ କରି ମାଛ ମାରୁଥିଲେ। ଯାହାକି ଗଂଜାମ ଫରେଷ୍ଟ ଡ଼ିଭିଜନ ତରଫରୁ କୌଣସି ବିଶେଷ ସୂତ୍ରରୁ ଖବରପାଇ ଆଠଜଣ ଧିବୀରଙ୍କୁ ଅଟକ ରଖିବା ସହ ଆନୁମାନିକ ୩୦୦ କିଲୋ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୋଭିଡ଼୍ ପରିଚାଳନା ନୋଡ଼ାଲ୍ ପ୍ରଶାସନିକ ଅଧିକାରୀ ତଥା ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ମଙ୍ଗଳବାର ଗଂଜାମ ଜିଲ୍ଲାର କୋଭିଡ଼୍ ପରିଚାଳନାଗତ ଉନ୍ନୟନ କାର୍ଯ୍ୟଗୁଡ଼ିକ ସମୀକ୍ଷା କରିଛନ୍ତି। ତାମ୍ପରାଠାରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ଏଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀ ମାଥିଭାନାନ୍ ଜଣାଇଥିଲେ ଯେ ଗତ ମାର୍ଚ୍ଚ ମାସଠାରୁ ଏଭଳି ଜଟିଳ ପରିସ୍ଥିତିରେ ନିଜକୁ ସମର୍ପି ହୋଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ସାରା ବିଶ୍ୱରେ ଗଂଜାମ ମଡ଼େଲ୍‌କୁ ପରିଚିତ କରାଇପାରିଛନ୍ତି। ତେଣୁ ସମସ୍ତେ ଧନ୍ୟବାଦର ପାତ୍ର। ଏହି ଦଳରେ ସେ ନିଜକୁ ସାମିଲ ହୋଇଥିବାରୁ ମାଥିଭାଥାନନ ମଧ୍ୟ ନିଜକୁ ଗର୍ବିତ ମନେ କରିଥିଲେ। ଆଗାମୀ ଦିନରେ ଦ୍ୱିତୀୟ କିମ୍ବା ତୃତୀୟ ପ୍ରବାହ ସଂକ୍ରମଣର ସମସ୍ତ ବାଧାବିଘ୍ନକୁ ଚାଲେଞ୍ଜ ସହ ପରିଚାଳନା କରିବା ଦିଗରେ ଜିଲ୍ଲାକୁ ଆଗକୁ ନିଆଯାଇଛି। ଗଂଜାମ ଜିଲ୍ଲା ପଛକୁ ଯିବ ନାହିଁ। ଗଂଜାମ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନସ୍ଥ ଝାନସିପାଟଣାରେ ଥିବା ଶ୍ମଶାନ ଜମିକୁ ନେଇ ବିବାଦ ଦେଖାଯାଇଛି। ଦୀର୍ଘ ୫ବର୍ଷ ଧରି ଏହି ବିବାଦ ଲାଗିରହିଥିବା ବେଳେ ଗତକାଲିଠାରୁ ଏହା ଉଗ୍ରରୂପ ନେଇଛି। କିଛି ଲୋକ ଶ୍ମଶାନ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନ ଏହାକୁ ସମାଧାନ ନକରି ମୃତକଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଦେଇ ଶବଦାହ ପାଇଁ ପୁରୀ ପଠାଇ ଚୁପଚାପ ବସିରହୁଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଝାନସିପାଟଣା ଗ୍ରାମର ଜଣେ ବୃଦ୍ଧା ମୃତ୍ୟୁ ବରଣ କରିବାପରେ ଶବଶତ୍କାର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ଯାହା ଫଳରେ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଶବ ବାସିମଡା ହୋଇ ପଡିରହିଥିଲା। ସେହି ପୁରୁଣା ଶ୍ମଶାନରେ ଝାନସିପାଟଣାର ଲୋକେ ଆଜି ଶବ ଶତ୍କାର କରାଇଛନ୍ତି। ଶ୍ମଶାନ ଜମିରେ ଘରକରି ରହିଥିବା ସ୍ଥାନୀୟ ବାସିନ୍ଦା ଶବଶତ୍କାର ନକରିବା ପାଇଁ ପ୍ରତିରୋଧ କରିବାରୁ ଉଭୟ ଗୋଷ୍ଠୀ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ୭ ବର୍ଷର ନାବାଳିକାକୁ ଜଣେ ୧୫ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନାବାଳିକା ଜଣଙ୍କ ଟିୟୁସନ ସାରି ଘରକୁ ଫେରିବା ବାଟରେ ଅଭିଯୁକ୍ତ ନାବାଳକ ଜଣକ କାଜୁ ଜଙ୍ଗଲରେ ଦୁଷ୍କର୍ମ କରିଛି। ଏନେଇ ଟାଙ୍ଗୀ ଥାନାରେ ନାବାଳିକା ପରିବାର ପକ୍ଷରୁ ଏତଲା ହୋଇଛି। ପରେ ଟାଙ୍ଗୀ ପୋଲିସ ତଦନ୍ତ କରି ନାବାଳିକାକୁ ମେଡ଼ିକାଲ ଚିକିତ୍ସା କରିଛନ୍ତି। ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।

Read More

ଭୁବନେଶ୍ୱର: ଶ୍ରୀକ୍ଷେତ୍ରର ସମ୍ମାନ ହାନୀ ସହ ଓଡିଶାକୁ ନିନ୍ଦିତ କରି ଭୋଟ ରାଜନୀତିର ଭିନ୍ନ ପନ୍ଥାକୁ ଧରିଲେଣି ପଦ୍ମ ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ। ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଲେଖାଶ୍ରୀ କହିଲେ ଶ୍ରୀମନ୍ଦିର ପୁରୀରେ ବୋଲି ସମ୍ବିତ ପାତ୍ର ସାଂସଦ ପ୍ରାର୍ଥୀ ହେବା ପରେ ଲୋକ ଜାଣିଲେ। ଆଗରୁ କୁଆଡେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର କୋଲକାତାରେ ବୋଲି ଲୋକଙ୍କ ଧାରଣା ଥିଲା। ଏପରି ଋଚିହୀନ ତଥ୍ୟ ଦେଇ ଲେଖାଶ୍ରୀ କାହାକୁ ବଡ଼ ଦେଖାଇବାକୁ ଚେଷ୍ଟା କରିଛନ୍ତି ଜଣାପଡୁ ନାହିଁ। ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ନା ସମ୍ବିତ ପାତ୍ରଙ୍କୁ ଲେଖାଶ୍ରୀ ମହାନ ବୋଲି ମନେ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ଜାତି ଓ ତାର ଆରାଧ୍ୟ ଦେବତାଙ୍କୁ ନ୍ୟୁନ କରି ଭୋଟ ପାଇଁ ମାଟିର ମର୍ଯ୍ୟାଦା ହାନୀ କରିବା ନିହାତି…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। କଟକରୁ ସର୍ବାଧିକ ୧୪୪ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪୩, ସୁନ୍ଦରଗଡରୁ ୧୧୬, ମୟୂରଭଞ୍ଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡ଼ାରୁ ୫୪, ବାଲେଶ୍ବରରୁ ୫୩, ଅନୁଗୁଳରୁ ୪୪, ବଲାଙ୍ଗିରିରୁ ୪୨, କେନ୍ଦୁଝରରୁ ୪୨, ନୂଆପଡାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଭଦ୍ରକରୁ ୨୩, ନୟାଗଡରୁ ୨୩, ସୋନପୁରରୁ ୧୯, ଢେଙ୍କାନାଳରୁ ୧, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୪, ଗଞ୍ଜାମରୁ ୧୨, ଝାରସୁଗୁଡାରୁ ୮, କନ୍ଧମାଳରୁ ୯, ବୌଦ୍ଧରୁ ୫, ଦେବଗଡରୁ ୨, ରାୟଗଡାରୁ ୩, ଗଜପତିରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ…

Read More

ଭୁବନେଶ୍ବର : ରାଜ୍ୟ ସିଙ୍ଗଲ୍‌ ଓ୍ବିଣ୍ଡୋ କ୍ଲିୟରାନ୍ସ କମିଟିରେ 4ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । 4ଟି ପ୍ରକଳ୍ପରେ 464.72 କୋଟି ନିବେଶ ହେବ । ଏହି ପ୍ରକଳ୍ପରେ 873ଜଣ ନିଯୁକ୍ତି ପାଇବେ । ଏହି ପ୍ରକଳ୍ପ ମଧ୍ୟରେ ଖୋର୍ଦ୍ଧା ମଳିପଡାରେ ଫାଇବର ବୋର୍ଡ କାରଖାନା କରିବ ଗାଲାକ୍ସ ଇଣ୍ଡଷ୍ଟ୍ରି । ଏହି ଫାଇବରବୋର୍ଡ କାରଖାନାରେ 93 କୋଟି ନିବେଶ ହେବ । ଏଥିରେ 310 ଜଣ ନିଯୁକ୍ତି ହେବ । ସେହିପରି ଖୋର୍ଦ୍ଧା  ଓ ନୟାଗଡରେ ଇଥାନଲ ପ୍ଲାଣ୍ଟ ନିର୍ମାଣ ହେବ । ଏହି ପ୍ଲାଣ୍ଟରେ 151 କୋଟି ନିବେଶ ହେବ ଏଥିରେ 300 ଜଣ ନିଯୁକ୍ତି ପାଇବେ । ଲାଠିକଟାରେ ପେଲେଟ୍‌ ପ୍ଲାଣ୍ଟ କରିବ ଏନ୍‌ଭିରୋକେୟାର । ଏଥିରେ 195 ଜଣ ନିଯୁକ୍ତି ପାଇବେ ବୋଲି ସୂଚନା ରହିଛି । ଏନ୍‌ଭିରୋକେୟାର ସ୍ଲରି ପାଇପଲାଇନ୍‌ ପ୍ଲାଣ୍ଟ କରିବ । ଏଥିରେ 100 କୋଟି ନିବେଶ ହେବ ।

Read More

ଭୁବନେଶ୍ବର, ଓଡିଶା ଉପନିର୍ବାଚନରେ ଜିତିଥିବା ଦୁଇ ବିଧାୟକ ବିଧାନସଭାର ସଭ୍ୟ ଭାବେ ଶପଥ ନେବେ। ସେମାନେ ହେଲେ ତିର୍ତ୍ତୋଲର ବିଜୟ କୁମାର ଦାସ ଏବଂ ବାଲେଶ୍ବରର ସ୍ବରୂପ ଦାସ। ଉଭୟ ହେଉଛନ୍ତି ବିଜୁ ଜନତା ଦଳର ବିଜେତା। ଏହି ଦୁଇ ଜଣ ଆସନ୍ତାକାଲି ବୁଧବାର ଦିନ 10ଟା 30 ମିନିଟରେ ଶପଥ ନେବେ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଦୁଇଜଣଙ୍କୁ ତାଙ୍କ ଚ୍ୟାମ୍ବରରେ ଶପଥ ପାଠ କରାଇବେ। ଏନେଇ ବିଧାନସଭା ତରଫରୁ ପ୍ରସ୍ତୁତି କରାଯାଇଛି। ଶପଥପାଠ ପରେ ବାଚସ୍ପତି ଡାକିଥିବା ସର୍ବ ଦଳୀୟ ବୈଠକରେ ଯୋଗ ଦେବେ।

Read More

ହେମାଙ୍ଗ ପ୍ରସାଦ ରାଉଳ ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ନାଉଗାଁ ବ୍ଲକର ଜ୍ୟୋତି ଫେଡେରେସନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଗତ ୮ ମାସ ହେବ ବିଶ୍ୱ ମହାମାରୀ କୋଭିଡ୍ ସଂକ୍ରମଣରୁ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅଗ୍ରଗତି କରିପାରି ନାହିଁ। କୋଭିଡ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଅଧିକ କ୍ରୀୟାଶୀଳ ଥିଲା। ନାଉଗାଁ ବ୍ଲକ ହଟ୍‌ସ୍ପଟ୍ ଥିଲା। ବ୍ଲକ ଓ ତହସିଲ ପ୍ରଶାସନ ଦିନରାତି ପରିଶ୍ରମ କରିଛନ୍ତି। କୋଭିଡ୍ ସହିତ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହକାର୍ଯ୍ୟ ମାର୍ଚ୍ଚ-୨୦୨୧ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଜଗତସିଂହପୁର ଓ ନାଉଗାଁ ବି.ଡି.ଓଙ୍କୁ ପରାମର୍ଶ ଦେଇଥିଲେ। ହିତାଧିକାରୀ ମାନେ ଯେପରି ପ୍ରୋତ୍ସାହନ ରାଶିରୁ ବଚିଂତ ନହୁଅନ୍ତି,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :  ଗଞ୍ଜାମ ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା । ଗତ ୧୨ ତାରିଖରେ ସୁନା ଲୁଟେରା ଗ୍ୟାଙ୍ଗ୍ କୁ ଧରି ଗଞ୍ଜାମ ପୋଲିସ ସଫଳତା ଅର୍ଜନ କରିଥିବା ବେଳେ ଆଜି ଏଟିଏମ୍ କାର୍ଡ ଚଂଚକତା କରି ଲୁଟ୍ କରୁଥିବା ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଛତ୍ରପୁର ପୋଲିସ । ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍ କାର୍ଡଧାରୀଙ୍କୁ କୌଶଳକ୍ରମେ ଏଟିଏମ୍ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା  । ଏଭଳି ଏକ ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ  । ଏହି ଲୁଟେରାମାନେ ଆନ୍ତଃ ରାଜ୍ୟରେ ବିଭିନ୍ନ ଏଟିଏମ୍ କାଉଣ୍ଟରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରି ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳରେ ତକ୍ଷଣାତ୍ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ…

Read More

ନୂଆଦିଲ୍ଲୀ, ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ନୂଆଦିଲ୍ଲୀରେ ସେ ଏହି ସାକ୍ଷାତ କରି ଛତିଶଗଡର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ସାକ୍ଷାତ ଅବସରରେ ସେ ଧର୍ମେନ୍ଦ୍ରଙ୍କୁ ଦୀପାବଳି ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଆଜି ବାଘେଲ ନୂଆଦିଲ୍ଲୀ ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ସାହା ସମେତ ବିଭିନ୍ନ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

Read More

ଚେନ୍ନାଇ : ଦୀପାବଳି ଅବସରରେ ରିଲିଜ ହୋଇଥିଲା ତାମିଲ ଫିଲ୍ମ ମାଷ୍ଟରର ଟିଜର । ଏହି ଟିଜରକୁ ପ୍ରାୟ 28 ମିଲିୟନ ଦର୍ଶକ ଦେଖି ସାରିଲେଣି । 91 ସେକେଣ୍ଡର ଏହି ଟିଜରରେ ବିଜୟଙ୍କ ଚରିତ୍ରର ନାମ ପ୍ରଫେସର ଜେଡି ଭାବରେ ଦେଖାଯାଇଛି। ଏହା ସହିତ ବିଜୟ ସେଥୁପତି ଫିଲ୍ମରେ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଛନ୍ତି । ଲୋକେଶ କଙ୍ଗାରରାଜୁ ନିର୍ଦ୍ଦେଶିତ  ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ ସିକ୍ୱେନ୍ସ ଦେଖିବାକୁ ମିଳିବ । ଟିଜର ରିଲିଜ ହେବାର ମାତ୍ର 1 ଘଣ୍ଟା ମଧ୍ୟରେ 9  ମିଲିୟନ ଲୋକ ଏହାକୁ ଦେଖିଥିଲେ । ତେବେ ଏହା ବିଜୟଙ୍କ ପୂର୍ବ ଫିଲ୍ମ ବିଗିଲର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇନାହିଁ । ବିଗିଲକୁ 1 ଘଣ୍ଟାରେ 9.3 ମିଲିୟନ ଲୋକ ଦେଖିଥିଲେ । ସେହିପରି ଫିଲ୍ମର ଟିଜରକୁ ପ୍ରାୟ 2.2ମିଲିୟନ ଲୋକ ଲାଇକ କରିଛନ୍ତି । ମାଲବିକା ମୋହନନ ମୁଖ୍ୟ ନାୟିକା ଭୂମିକାରେ ରହିଥିବା…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଡି ଡିଜିଟାଲ ପ୍ଲାଟଫର୍ମରେ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସ୍ମାର୍ଟ ଫୋନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି “ସ୍ବାଭିମାନ ଅଞ୍ଚଳ ସବୁବେଳେ ମୋ ହୃଦୟରେ ଅଛି। ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବରେ ଗଢିବା ପାଇଁ ମୋର ଉଦ୍ୟମ ଜାରି ରହିବ”। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ରାଜ୍ୟ ସରକାର ମାଗଣାରେ ସ୍ମାର୍ଟ ଫୋନ ଯୋଗାଇଦେବେ। ମୋବାଇଲ ଫୋନ ଦ୍ବାରା ପିଲାଙ୍କ ଅନ୍‌ଲାଇନ ଶିକ୍ଷାରେ ସୁବିଧା ହେବା ସହିତ ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟ ଅଞ୍ଚଳ ସହିତ ଯୋଡିବାରେ ସହାୟକ ହେବ ସେ କହିଥିଲେ। ସେ କହିଥିଲେ ଯେ ସ୍ବାଭିମାନ ଅଞ୍ଚଳରେ ୪ଟି ମୋବାଇଲ ଟାୱାର ହୋଇଥିବା ବେଳେ 4G ସୁବିଧା ସହ ଆଉ ତିନୋଟି ଟାୱାର କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ବିଭାଗ ପ୍ରମୁଖ…

Read More

ରମେଶ ମହାନ୍ତି ଜଗତସିଂହପୁର: ଡିଉଟି ନକରି ୯ ମାସର ଅନଧିକୃତ ଛୁଟିକୁ ଦରମା ଆକାରରେ ହଡପ କରିବାକୁ ଉଦ୍ୟମ କରାଯିବା ଏବଂ ପୁନର୍ବାର ୨ୟ ତଦନ୍ତ କମିଟି ବସିବା ଭଳି ଘଟଣା ସମୀକ୍ଷା ନ୍ୟୁଜ୍ ରେ ଖବର ପ୍ରକାଶ ପାଇବା ପରେ ଏରସମା ବିଇଓ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଥିବା ଜଣାପଡିଛି। ସୂଚନାନୁଯାୟୀ ଭାରପ୍ରାପ୍ତ ବିଇଓ ମହେନ୍ଦ୍ର ସୋରଣିଆଙ୍କ ଦ୍ୱାରା ଗଠନ କରାଯାଇଥିବା ୨ୟ କମିଟିର ସଭ୍ୟ ସହଶିକ୍ଷା ଅଧିକାରୀ ବିଜୟ ସେନାପତି ଓ ଗୋଲୋକ ପ୍ରଧାନ ଫାଇଲକୁ ଫେରାଇ ଦେବା ସହ ପୂର୍ବ ତଦନ୍ତ କମିଟ ରିପୋର୍ଟ ଠିକ୍ ବୋଲି ଶିକ୍ଷା ଅଧିକାରୀ ଗୋଲକ ପ୍ରଧାନଙ୍କ ଦ୍ବାରା ଲେଖାଯାଇଥିବା ଜଣାପଡିଛି। ଏପରି ପରିସ୍ଥତିରେ ୯ ମାସର ଅନଧିକୃତ ଛୁଟିକୁ ଦରମା ଆକାରରେ ହଡ଼ପ କରିବାକୁ ପୁଣି ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଏହି ଯୋଜନାନୂଯାୟୀ ଭାରପ୍ରାପ୍ତ ବିଇଓ ନିଜକୁ ମିଶାଇ ସାତ ଜଣ କର୍ମଚାରୀଙ୍କୁ ନେଇ ଏକ ବୈଠକ…

Read More

ମୁମ୍ବାଇ :  ମହାରାଷ୍ଟ୍ର ବିଜେପିକୁ ଲାଗିଛି ଏକ ଶକ୍ତ ଝଟ୍‌କା। ବିଜେପିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟସିଂରାଓ ଗାଇକୱାଡ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆଜି ସକାଳେ ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।  ସେ ଦଳ ପାଇଁ କାମ କରିବାକୁ ଇଚ୍ଛୁକ ଥିବାବେଳେ ଦଳ ତାଙ୍କୁ ସୁଯୋଗ ଦେଉନାହିଁ ବୋଲ ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଗାୟକଓ୍ବାର୍ଡ । ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିବାର ଜଣାପଡିଛି । ସୂଚନାଯୋଗ୍ୟ, ଗାୟକଓ୍ବାର୍ଡ ପୂର୍ବରୁ ମହାରାଷ୍ଟ୍ର ସରକାରର ଓ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଥିଲେ । ସେ କେବଳ ସାଂସଦ ବା ବିଧାୟକ ହୋଇ ରହିବାକୁ ଚାହାଁନ୍ତି ବରଂ ଦଳକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିବାକୁ ଚାହାନ୍ତି ବୋଲି କହିଛନ୍ତି…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ 48 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ 48  କରୋନା ଆକ୍ରାନ୍ତଙ୍କ ମଧ୍ୟରେ 11 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 37 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସେହିପରି ଆଜି 64 ଜଣ ସୁସ୍ଥ ହୋଇଛନ୍ତି। ନୂତନ 48 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 30 ହଜାର 227 ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା 29 ହଜାର 358 ଜଣ ସୁସ୍ଥ ହୋଇଥିବାବେଳେ 198 ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି 650ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Read More

କୋଝିକୋଡ : କେରଳର କୋଝିକୋଡରେ ଏକ ଅଭାବନୀୟ ଘଟଣା ଘଟିଛି । କୋଝିକୋଡର ଏକ ଘରୋଇ ହସ୍ପିଟାଲର ଜଣେ କର୍ମୀ ଜଣେ ମହିଳା ଆକ୍ରାନ୍ତଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ୩୪ ବର୍ଷୀୟ ହସ୍ପିଟାଲ କର୍ମୀ ଅଶ୍ୱିନ କ୍ରିଷ୍ଣାଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଉଲିୟେରୀରେ ରହିଥିବା ମାଲାବାର ମେଡିକାଲ କଲେଜ ପରିସରରେ ଏହି ଘଟଣା ଘଟିଥିଲା । ହସ୍ପିଟାଲ ରେଜିଷ୍ଟରରୁ ମହିଳାଙ୍କ ନମ୍ବର ନେଇ କର୍ମୀ ଜଣଙ୍କ ତାଙ୍କୁ ମେସେଜ କରିଥିଲେ। ଡାକ୍ତରଙ୍କୁ ଭେଟିବାକୁ ନେବା ବାହାନାରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଉକ୍ତ କର୍ମୀ । ଉକ୍ତ ସ୍ଥାନରୁ ଖସିଯାଇ ମହିଳା ଜଣକ ଘଟଣା ସମ୍ପର୍କରେ ଅନ୍ୟ ମାନଙ୍କୁ ଜଣାଇଥିଲେ । ଏହି ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରାଯିବା ପରେ ପୋଲିସ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଗିରଫ କରିଛି । ହସ୍ପିଟାଲ…

Read More

ପୁରୀ : ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ୍‌କୁ ଅନୁମୋଦନ ମିଳିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । 2020-21 ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଅନୁମୋଦନ ହୋଇଛି । ବୈଠକ ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀମନ୍ଦିରର ବ୍ୟୟ ବଢିଛି, ମାତ୍ର ଆୟ ଅନେକ କମିଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଆୟବୃଦ୍ଧି ପାଇଁ ଅନଲାଇନ୍‌ ଡୋନେସନ୍‌ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ମାନଙ୍କ ଉପସ୍ଥିତିରେ ବଜେଟ ଆଗତ କରାଯାଇଥିଲା ।

Read More

ଭୁବନେଶ୍ବର :  ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଭିଡିଓ କନଫରେନ୍ସିରେ କଥାବାର୍ତ୍ତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ସ୍ବାଭିମାନ ଅଂଚଳର ରାଜ୍ୟର ଅନ୍ୟତମ ଆଗୁଆ ଅଞ୍ଚଳ ଭାବେ ପରିଗଣିତ ହେବ । ଆଜି ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ସ୍ମାର୍ଟ ଫୋନ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ସ୍ବାଭିମାନ ଅଂଚଳର ପ୍ରତିଟି ପରିବାରକୁ ମିଳିବ ସ୍ମାର୍ଟ ଫୋନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲାର ବିଚ୍ଛିନାଞ୍ଚଳବାସୀ ଏବେ ଆଉ ବିକାଶ ଠାରୁ ବିଚ୍ଛିନ୍ନ ହୋଇ ରହିନାହାଁନ୍ତି । ଏବେ ସେଠାରେ ଆରମ୍ଭ ହୋଇଛି ବିକାଶର ନୂଆ ଅଧ୍ୟାୟ । 2018ରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବିଚ୍ଛିନାଞ୍ଚଳକୁ ସ୍ବାଭିମାନ ଅଞ୍ଚଳ ଭାବେ ନାମିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ 100 କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ମଧ୍ୟ…

Read More

ନୂଆଦିଲ୍ଲୀ : ଦିଲ୍ଲୀକୁ ପୁଣି ଫେରିବ ଲକଡାଉନ୍। କରୋନା ସଂକ୍ରମଣ ବଢୁଥିବା ଦେଖି ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।ଦିଲ୍ଲୀରେ ଶୀତ ବଢ଼ିବା ସହିତ ଗତ କିଛି ଦିନ ହେଲା ସଂକ୍ରମଣର ମାତ୍ରା ଖୁବ ବଢ଼ିଯାଇଛି। ଯାହାକୁ ନେଇ ଏବେ ଦିଲ୍ଲୀ ସରକାର ପୁଣି ଚିନ୍ତାରେ ପଡ଼ିଯାଇଛି। ତେଣୁ ଦିଲ୍ଲୀରେ ଛୋଟ ଧରଣର ଲକଡାଉନ୍ ନିୟମ ପୁଣି ଜାରି ହୋଇପାରେ ବୋଲି କେଜରିୱାଲ କହିଛନ୍ତି। କେଜରୀଓ୍ବାଲ ଏଲ୍‌ଜିଙ୍କୁ ଏନେଇ ପ୍ରସ୍ତାବ ପଠାଇଛନ୍ତି । ଆବଶ୍ୟକତା ପଡିଲେ ଦିଲ୍ଲୀ ସରକାର ବଜାର ବନ୍ଦ ନେଇ ନିଷ୍ପତ୍ତି ନେଇପାରନ୍ତି । ଯେଉଁ ବଜାରଗୁଡିକରେ କରୋନା ନିୟମ ଶକ୍ତ ରୂପେ ପାଳନ ହେଉନାହିଁ ବା କରୋନା ହଟସ୍ପଟ୍‌ ରହିଛି ସେହି ସମସ୍ତ ବଜାରକୁ ବନ୍ଦ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।ଅପରପକ୍ଷରେ ଦିଲ୍ଲୀରେ କୋଭିଡ୍‌ କଟକଣାକୁ ଆହୁରି କଡାକଡି କରାଯାଇଛି । ପୂର୍ବରୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ବାଲୁଗାଁ ଏସ୍‌ଡିପିଓ ସୁରେଶ ଦାସ। ଏହି ପରିପ୍ରେକ୍ଷୀରେ ଗତକାଲି ମଧ୍ୟାହ୍ନରେ ବାଲୁଗାଁ  ଥାନା ପରିସରରେ ଏସ.ଡ଼ି.ପି.ଓ ଶ୍ରୀ ଦାସ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବାଲୁଗାଁ ଆଇ.ଆଇ.ସି, ଏନ.ଏ.ସି କାର୍ଯ୍ଯନିର୍ବହୀ ଅଧିକାରୀଣି, ଅଗ୍ନିଶମ ଅଧିକାରୀ  ଏବଂ ବାଲୁଗାଁର ସମସ୍ତ ବ୍ୟବସାୟୀ ସଂଗଠନର  କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଉକ୍ତ ବୈଠକରେ  ଟ୍ରାଫିକ ନିୟନ୍ତ୍ରଣ  ଉପରେ ବିସ୍ତୃତ ଆଲୋଚନା ସହ  ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଥିଲା। ଆଲୋଚନା କରାଯାଇ ପୋଲିସ ପ୍ରଶାସନ ତରଫରୁ ଏନେଇ ନିଷ୍ପତ୍ତି ସବୁ ନିଆଯାଇଅଛି ଯାହା ଆଜିଠାରୁ ବାଲୁଗାଁ ସହରରେ ଲାଗୁ ହେବ। -ମୁଖ୍ୟ ରାସ୍ତାରେ ଥିବା ସମସ୍ତ ଦୋକାନୀ ସେମାନଙ୍କ ଦୋକାନ ଘରର ସିମେଣ୍ଟ ଷ୍ଟ୍ରକ୍ଚର ମଧ୍ୟରେ ଜିନିଷପତ୍ର ରଖିବାକୁ ନିର୍ଦ୍ଦେଶ ରହିଛି। ରାସ୍ତାକୁ ମଡାଇ କିଛି ରଖିବେ ନାହିଁ ବୋଲି କୁହାଯାଇଛି।…

Read More