Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର :  ଗତକାଲି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଟାଙ୍ଗୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ଯେଉଁଥିରେ ଜଳାଶୟରେ ବୁଡି  ପ୍ରାଣ ହରାଇଛନ୍ତି ଜଣେ ନାବାଳକ। ସୂଚନା ମୁତାବକ ଗତକାଲି ଦିବା ୧୧ ଘଟିକା ସମୟରେ ନାଚୁଣୀ ଟାଙ୍ଗୀ ସାହିର ପ୍ରଫୁଲ୍ଲ ମହାରଣା ଙ୍କ ପୁତ୍ର ଦେବାଶିଷ ମହାରଣା(୪) ଗ୍ରାମର ଅନ୍ୟଜଣେ ନାବାଳକଙ୍କ ସହ ନିକଟସ୍ଥ ଖଣି ଅଞ୍ଚଳକୁ ଶୌଚ ପାଈଁ ଯାଇଥିଲେ । ହେଲେ ଶୌଚ  ସାରି ଘରକୁ ଫେରିବା ସମୟରେ ଅସାବଧାନତା ବଶତଃ ଦେବାଶିଷ ଙ୍କ ଗୋଡ ଖସିଯିବାରୁ ସେ ନିକଟସ୍ଥ ଜଳାଶୟ ଭିତରେ ପଡ଼ି ବୁଡିଯାଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଅନ୍ୟ ନାବାଳକ ଜଣକ ଦୌଡ଼ି ଯାଇ ଦେବାଶିଷଙ୍କ ଜେଜେମା ଙ୍କୁ ଜଣାଇଥିଲେ ଏବଂ ପରବର୍ତୀ ସମୟରେ ତାଙ୍କ ଜେଜେବାପା ରାଜକିଶୋର ମହାରଣା ଏବଂ ଅନ୍ୟମାନେ ଜଳାଶୟ ନିକଟରେ ପହଁଚିଲା ବେଳକୁ ଦେବାଶିଷ ଙ୍କ ଶରୀର ପାଣିରେ…

Read More

ଭୁବନେଶ୍ବରେ, ଗତ କିଛି ଦିନ ଧରି ସାରା ଓଡିଶାରେ ଶୀତ ଅନୁଭୂତ ହେବାରେ ଲାଗିଛି। ଏହି ଶୀତ ଆଉ ଗୋଟିଏ ଦିନ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେବ। ତେବେ ଗତକାଲିର ତାପମାତ୍ରା ଏନୁସାରେ ସୋନପୁରରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି। ପାଣିପାଗର ରେକର୍ଟ ଅନୁସାରେ ସୋନପୁରରେ ତାପମାତ୍ରା ଥିଲା 9.6 ଡିଗ୍ରୀ। ସେହିପରି ଫୁଲବାଣୀ ଓ ଦାରିଙ୍ଗୀବାଡିରେ 10.5, ଅନୁଗୁଳରେ 11, କୋରାପୁଟରେ 11.6, ଭବାନୀପାଟଣାରେ 12.2 ତାପମାତ୍ରା ରହିଛି। ଭୁବନେଶ୍ବର, ପୁରୀ, ବାଲେଶ୍ବରର ତାପମାତ୍ରା 18.00 ଡିଗ୍ରୀ ଥିଲା।

Read More

ଭୁବନେଶ୍ବର, ଆଜି ସୋମବାର ଚାରୋଟି ରାଶି ପାଇଁ ରହିଛି ଶୁଭ ଫଳ। ଏହି ଚାରୋଟି ରାଶିର ବ୍ୟକ୍ତିମାନଙ୍କୁ ହଠାତ ଏକ ଶୁଭ ଖବର ମିଳିବାପର ସମ୍ଭାବନା ରହିଛି। ଆପଣ ଆରମ୍ଭ କରିଥିବା ନୂତନ କାର୍ଯ୍ୟରେ ସଫଳ ହେବେ। ଆପଣ ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବା ସହିତ ସ୍ଥିତି ମଧ୍ୟ ବୃଦ୍ଧି ପାଇବ। ଆପଣଙ୍କର ଚିରାଚରିତ ଶତ୍ରୁ ଆପଣଙ୍କଠାରୁ ଦୂରେଇ ଯିବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ବାଣିଜ୍ୟ ବ୍ୟବସାୟ ଭଲ ରହିବ। ଆପଣ ସାମାଜିକ କାର୍ଯ୍ୟକଳାପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହି ସମୟରେ ଆପଣଙ୍କ ଆୟ ବୃଦ୍ଧି ପାଇବ। ପରିବାରର ଆର୍ଥିକ ଅବସ୍ଥା ଦୃଢ ରହିବ। ଆପଣ ଆପଣଙ୍କ ଦାୟିତ୍ବକୁ ଭଲ ଭାବରେ ପୂରଣ କରିବାରେ ସକ୍ଷମ ହେବେ। ଏହି ଚାରୋଟି ଭାଗ୍ୟଶାଳୀ ରାଶି ହେଲା ମେଷ, ବୃଷ, କନ୍ୟା ଏବଂ ମୀନ। ଏମାନଙ୍କର ପରିବାରରେ ଶାନ୍ତିର ବାତାବରଣ ବଜାୟ ରହିବ। ଏହି ରାଶି ବ୍ୟକ୍ତିମାନଙ୍କର ପ୍ରେମ…

Read More

ନୂଆଦିଲ୍ଲୀ, ଆଜି ସଂଧ୍ୟାରେ ଆଫଗାନିସ୍ଥାନ କନ୍ଦାହାରରେ ଥିବା ସୁରକ୍ଷା କର୍ମି ଆଉଟ ପୋଷ୍ଟ ନିକଟରେ ଏକ ବଡଧରଣର କାର ବୋମା ବିସ୍ପୋରଣ ଘଟିଛି। ଏହାଫଳରେ  ଆଠଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ପାଞ୍ଚଜଣ ଶିଶୁ ଥିବା ବେଳେ ତିନିଜଣ ମହିଳା ଅଛନ୍ତି। ତେବେ ଏଥିରେ ଅନେକ ଆହାତ ହୋଇଥିଲେ ମଧ୍ୟ ସେମାନଙ୍କର ସଂଖ୍ୟା ଜଣାପଡି ନାହିଁ। ଏହି ବିସ୍ପୋରଣରେ ପଛରେ କେଉଁ ସଂଗଠନର ହାତ ଅଛି ତାହା କେହି ଦାବୀ କରି ନାହାଁନ୍ତି।

Read More

ଭୋପାଳ, କୋହିଫିଜା ଥାନା ଅଞ୍ଚଳର ଏକ କୋଲନୀରୁ ଚୋରୀ ହୋଇଥିବା ଏକ ସାଇକେଲ ଜବତ କରିବାରେ ପୋଲିସ ସଫଳ ହୋଇଛି। ତେବେ ଏହି ଚୋରୀ ଯେତେ ଗୁରୁତ୍ବ ପୂର୍ଣ୍ଣ ନୁହେଁ ହେଲେ ଚୋରୀର ତରିକା ଏବଂ କାରଣ ସବୁଠାରୁ ଆଶ୍ଚର୍ଯ୍ୟ ଜନକ। ପୋଲିସର ସୂଚନା ଅନୁସାରେ ନଅ ହଜାର ଟଙ୍କାର ଏକ ସାଇକେଲ ଚୋରୀ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଉଭୟ ହେଉଛନ୍ତି ଗୋଟିଏ ଇଂଜିନିୟରିଂ କଲେଜର ଛାତ୍ର। ଉଭୟ ନିଶା ଖାଇବା ପାଇଁ ଜଣଙ୍କଠାରୁ 3 ହଜାର ଟଙ୍କା ଧାର ଆଣିଥିଲେ। ତାଙ୍କ ଟଙ୍କା ଫେରାଇବା ପାଇଁ ସେମାନେ ନଅ ହଜାର ଟଙ୍କାର ସାଇକେଲକୁ ଚୋରୀ କରିଥିଲେ। ଏହାକୁ ସେମାନେ ଓଏଲଏକ୍ସ ମାଧ୍ୟମରେ ସାଢେ ତିନି ହଜାର ଟଙ୍କାରେ ବିକ୍ରି କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ସାଇକେଲ ଚୋରୀ କରିବା ପାଇଁ ସେମାନେ ଗୋଟିଏ 20 ଲକ୍ଷ ଟଙ୍କାର କାର ବ୍ୟବହାର କରିଥିଲେ। ସାଇକେଲ ଚୋରୀ ଅଭିଯୋଗ…

Read More

ପୁରୀ, ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ନିଜର ବାଲୁକା କଳାରେ ଅଭିନନ୍ଦନ। ପୁରୀ ବେଳାଭୂମିରେ ଏହି ଅଭିନନ୍ଦନ କଳାକୁ ନିର୍ମାଣ କରିଛନ୍ତି ଆନ୍ତର୍ଜାତୀୟ ଖ୍ୟାତି ସଂପର୍ଣ୍ଣ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ 25 ଫୁଟ ଉଚ୍ଚତାର ଏହି ବାଲୁକା କଳାରେ ଉଭୟ ବିଡେନ ଏବଂ କମଳାଙ୍କ ପ୍ରତିକୃତି କରିଛନ୍ତି। ଏଥିପାଇଁ ସେ 10 ଟନ ବାଲି ବ୍ୟବହାର କରିଛନ୍ତି। ଏହି ବାଲୁକାକଳାରେ ସେ ବିଭିନ୍ନ ରଂଗର ଉପଯୋଗ କରିଛନ୍ତି ଯାହା ବେଶ୍ ଜୀବନ୍ତ ହୋଇ ଉଠିଛି। ଉଭୟ ବିଜେତାଙ୍କ କଳାକୃତି ମଝିରେ ଇଂରାଜୀରେ ଅଭିନନ୍ଦନ ଲେଖିଛନ୍ତି। ପୂର୍ବରୁ ନିର୍ବାଚନ ସମୟରେ ସୁଦର୍ଶନ ଉଭୟ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଏକ ବାଲୁକା କଳା କରିଥିଲେ।

Read More

କର୍ଣ୍ଣାଟକ: ଅଶ୍ଳୀଳ ଫଟୋ ପଠାଇ ଗିରଫ ହୋଇଛନ୍ତି 54 ବର୍ଷୀୟ ରାମକୃଷ୍ଣ । ବ୍ୟକ୍ତିଜଣକ ଶତାଧିକ ମହିଳାଙ୍କୁ ନିଜର ଅଶ୍ଳୀଳ ଫଟୋ ପଠାଇଛନ୍ତି । 6 ମାସ ମଧ୍ୟରେ ବ୍ୟକ୍ତି ଜଣକ 120 ଜଣ ମହିଳାଙ୍କ ସମେତ 200ରୁ ଅଧିକ ବ୍ୟକ୍ତିଙ୍କୁ ପଠାଇଛନ୍ତି । ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍‌ ଗିରଫ କରିଛି । ପୋଲିସ ତାଙ୍କୁ ଗିରଫ କରିବା ପରେ ରାମକୃଷ୍ଣ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ରାମକୃଷ୍ଣ  ଜାଣିନଥିବା ଲୋକଙ୍କ ନମ୍ବରକୁ ମଧ୍ୟ ଫଟୋ ପଠାଇଥିଲେ । ଚଲ୍ଲକେରେର ପ୍ରାୟ 50 ମହିଳାଙ୍କ ପାଖକୁ ମଧ୍ୟ ସେ ,ସେହି ଫୋଟ ପଠାଇଥିଲେ। କେବଳ ସେତିକି ନୁହେଁ କିଛି ମହିଳାଙ୍କୁ ମଧ୍ୟ ସେ ତାଙ୍କ ଫଟୋ ପଠାଇବାକୁ କହୁଥିଲେ। (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 57 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 13 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 44ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସେହିପରି ଆଜି 97 ଜଣ ସୁସ୍ଥ ହୋଇଛନ୍ତି । ନୂତନ 57 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 29 ହଜାର 704ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 28 ହଜାର 670ଜଣ ସୁସ୍ଥ ହୋଇଥିବାବେଳେ 181ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 832ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । https://twitter.com/bmcbbsr/status/1325398723963183106?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1325398723963183106%7Ctwgr%5Eshare_3&ref_url=https%3A%2F%2Fm.dailyhunt.in%2Fnews%2Findia%2Foriya%2Fthesamajaodia-epaper-samajod%2Fbhubaneshbararuaau57kareanapajitibhchihnata-newsid-n227961054

Read More

ଭୁବନେଶ୍ବର: ଆଜି ରାଜ୍ୟର ସବୁ ବାର୍‌ ଆସୋସିଏସନ୍‌ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବାର ଆସୋସିଏସନ୍ ନିର୍ବାଚନ ଡିସେମ୍ବର 12ରେ ଅନୁଷ୍ଠିତ ହେବ। ରାଜ୍ୟର ସବୁ ବାର୍‌ ଆସୋସିଏସନ୍‌ ନିର୍ବାଚନ ଲାଗି ରାଜ୍ୟ ବାର୍‌ କାଉନ୍‌ସିଲ୍ ପକ୍ଷରୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଯୋଗ୍ୟ ଯେ ଗତ ମାର୍ଚ୍ଚରେ ହେବାକୁ ଥିବା ନିର୍ବାଚନ କରୋନା ଯୋଗୁ ବନ୍ଦ ରହିଥିଲା।

Read More

ଭୁବନେଶ୍ବର : 2020 ବର୍ଷ ପାଇଁ 28ତମ ଏକଲବ୍ୟ ପୁରସ୍କାର ପାଇବେ ନମିତା ଟୋପ୍ପୋ । ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଏହି ପୁରସ୍କର ପାଇଁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟୋପ୍ପୋ । ପୁରସ୍କାର ବାବଦରେ 5 ଲକ୍ଷ ଟଙ୍କା ଓ ମାନପତ୍ର ପାଇବେ ନମିତା । ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଦୁହେଁ ଉପବିଜେତା ହୋଇଛନ୍ତି । ଦୁହେଁ ପୁରସ୍କାର ବାବଦକୁ 50 ହଜାର ଲେଖାଏଁ ପାଇବେ ।  ସୂଚନାଯୋଗ୍ୟ, ‘ଇମ୍ପାକ୍ଟ’ ପକ୍ଷରୁ 1993 ମସିହାରୁ ଏହି ପୁରସ୍କାର ଦିଆଯାଇଆସୁଛି। ଜଣେ ଭାରତୀୟ ମହିଳା ଫିଲ୍ଡ୍ ହକି ଖେଳାଳି ଭାବେ ନମିତା ନିଜ ଦେଶ ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ସେ 97ଟି ଆନ୍ତର୍ଜାତୀୟ ପ୍ରତିଯୋଗିତା ଖେଳି 4ଟି ଗୋଲ୍ ଦେଇଛନ୍ତି ।

Read More

ମୁମ୍ବାଇ: ଅଭିନେତ୍ରୀ କାଜଲ୍‌ ଅଗ୍ରଓ୍ବାଲ୍‌ ବିବାହ ପରେ ନିଜର ନାମ ବଦଳାଇଛନ୍ତି। କାଜଲ୍‌ ଶନିବାର ଦିନ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏ ସମ୍ପର୍କରେ ଫଟୋ ପୋଷ୍ଟ କରି ଅପଡେଟ୍‌ ଦେଇଛନ୍ତି। ଅଭିନେତ୍ରୀ କାଜଲ୍‌ ବିବାହ ପରେ ଗୌତମଙ୍କ ସହ ହନିମୁନ୍‌ରେ ବାହାରିଛନ୍ତି। ଅଭିନେତ୍ରୀ କାଜଲ୍‌ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର କରି ଏହା ସମ୍ପର୍କରେ ସୂଚନା ଦେବା ସହ ନିଜ ନାମ ପରିବର୍ତ୍ତନ କରିଥିବାର ସୂଚନା ଦେଇଛନ୍ତି। କାଜଲ୍‌ ସେୟାର କରିଥିବା  ଏହି ଫଟୋର ତାଙ୍କ କଷ୍ଟମ୍‌ ମେଡ କଭର ଲଗେଜ୍‌ ବ୍ୟାଗ୍‌ ଦେଖାଇଛନ୍ତି। ଅନ୍ୟ ଏକ ଫଟୋରେ କଷ୍ଟମ ମେଡ୍‌ କଭର୍‌ ପାସପୋର୍ଟ ନଜର ଆସିଛି। ଏଥିରେ ଦୁଇଜଣ ନିଜ ନିଜ ବ୍ୟାଗ୍‌ ଓ ପାସ ପୋର୍ଟରେ ନାମ ଲେଖିଛନ୍ତି। ଏହି ଫଟୋରେ କାଜଲଙ୍କ ନାମ କାଜଲ୍‌ ଅଗ୍ରଓ୍ବାଲ ବଦଳରେ କାଜଲ୍‌ କିଚଲୁ ଲେଖାହୋଇଛି। କାଜଲ୍‌ ସେୟାର କରିଥିବା ଗୋଟିଏ ଫଟୋରେ ରେଡି ଟୁ ଗୋ ଲେଖା ହୋଇଥିବାବେଳେ ସେଥିରେ ଦୁଇଟି ପାସ୍‌ପୋର୍ଟ…

Read More

ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଚାଲିଛି । ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାର କିରନ୍‌ ସେକ୍ଟରରେ ଏଲଓସି ନିକଟରେ ହୋଇଥିବା ଅପରେସନରେ ତିନି ଆତଙ୍କୀ ନିହତ ହୋଇଛନ୍ତି । ଗୁଳି ବିନିମୟ ବେଳେ ଜଣେ ସେନା ଅଧିକାରୀ ଓ 2 ଯବାନ ଶହୀଦ୍‌ ହୋଇଛନ୍ତି । ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଯୋଜନାକୁ ପଣ୍ଡ କରିବା ପାଇଁ ଅପରେସନ ଜାରି ରଖିଛି ସେନା।

Read More

ଗୁଜୁରାଟ : ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଏନେଇ ଦଣ୍ଡ ବିଧାନ ମଧ୍ୟ ରହିଛି । ତିନି ତଲାକ୍‌ ଆଇନରେ ପରିଣତ ହେବା ପରେ ବି ଭାରତରେ କେଉଁଠି ନା କେଉଁଠି ତିନି ତଲାକ୍‌ର ମାମଲା ଦେଖିବାକୁ ମିଳିଛି । ଗୁଜୁରାଟରୁ ତିନିତଲାକ୍‌ର ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଇନ୍‌ଫେକସନ୍‌ ହେବା କାରଣରୁ ତାଙ୍କ ସ୍ବାମୀ ତାଙ୍କୁ ତିନି ତଲାକ୍‌ ଦେଇଛନ୍ତି । ଏହାପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମହିଳାଙ୍କ ସ୍ବାମୀ ତାଙ୍କୁ ବହୁତ ହଇରାଣ କରିବା ସହ ଦୁର୍ବ୍ୟବହାର କରୁଥିଲେ । ଛୋଟ ଛୋଟ ଭୁଲ୍‌ରେ ତାଙ୍କୁ ଛାଡି ଦେବାର ଧମକ ଦେଇଥିଲେ । ମହିଳାଜଣଙ୍କୁ 24 ବର୍ଷ ହୋଇଥିବାବେଳେ ଗତ ବର୍ଷ ସେ ଏକ ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 93 ତମ ଜନ୍ମଦିନରେ କେକ କାଟି ନିଜ ହାତରେ ଖୁଆଇ ଦେଉଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

Read More

ଭୁବନେଶ୍ବର : ଏସ୍‌ସି/ଏସ୍‌ଟି ପିଲାଙ୍କ ପୋଷ୍ଟ ମାଟ୍ରିକ୍‌ ସ୍କଲାରସିପ୍‌ରେ ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ ବୋଲି କହିଛନ୍ତି ନବୀନ । ଛାତ୍ରବୃତ୍ତି ଅପରିବର୍ତ୍ତିତ ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ରହିଛି । ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ଦ୍ବାରା ଏ ସମ୍ପର୍କରେ ପ୍ରକାଶିତ ପ୍ରସ୍ତାବକୁ ସ୍ଥଗିତ ରଖିବା ପାଇଁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଏ ସମ୍ପର୍କୀତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟକୁ ପଠାଇବା ପାଇଁ  ସେ ଆଦେଶ ଦେଇଛନ୍ତି ନବୀନ ପଟ୍ଟନାୟକ ।

Read More

ନୋଏଡା: ପୁଣି ଥରେ ସେଲ୍‌ଫି କାଳ ହୋଇଛି । ସେଲ୍‌ଫି ନେବା ପାଇଁ ଆଜିକାଲିର ଯୁବପିଢି ମାନେ ବିପଦକୁ ବରଣ କରୁଛନ୍ତି। ପ୍ରାୟ ସବୁଦିନେ ସେଲ୍‌ଫି ନେଇ ଜୀବନ ଯାଉଥିବାର ଖବର ଶୁଣିବାକୁ ମିଳିଛି । ନୋଏଡାର ଜଣେ 22 ବର୍ଷୀୟ ଯୁବକ ଗୁଳି ଭର୍ତ୍ତି ପିସ୍ତଲ ସହ ସେଲ୍‌ଫି ନେଇ ମୃତ୍ୟୁବରଣ କରିଛନ୍ତି । ସେଲ୍‌ଫି ନେବା ସମୟରେ ପିସ୍ତଲରୁ ଗୁଳି ଯୁବକଙ୍କୁ ବାଜି ଥିଲା । ତାଙ୍କୁ ତତ୍‌କ୍ଷଣାତ୍‌ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଯୁବକ ଜଣକ ବଞ୍ଚିନଥିଲେ । ତେବେ ଯୁବକ ଜଣ ସେଲ୍‌ଫି ନେବାବେଳେ ତାଙ୍କ ସାଙ୍ଗରେ ତାଙ୍କର ଜଣେ ବନ୍ଧୁ ରହିଥିଲେ । ପୋଲିସ୍‌ ଯୁବକଙ୍କ ମୃତଦେହକୁ ଜବତ କରିବା ସହ ତାଙ୍କ ବନ୍ଧୁଙ୍କୁ ପଚରାଉଚୁରା କରୁଛି । ଉକ୍ତ ପିସ୍ତଲର ମଧ୍ୟ ଫରେନସିକ୍‌ ଯାଞ୍ଚ ହେଉଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ଗ୍ରେଟର ନୋଏଡା ବାଦଲପୁରର 22 ବର୍ଷୀୟ ସୌରଭ…

Read More

ନୂଆଦିଲ୍ଲୀ : ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳିତ ହୋଇଥାଏ । ଏହି ଦିନଟିକୁ ଧନ୍ବନ୍ତରୀ ଜୟନ୍ତୀ ରୂପେ ମଧ୍ୟ ପାଳନ କରାଯାଏ ।  ଧନତେରାସ୍‍ ଦିନ ଲୋକେ ଧନର ଦେବୀ ମା’ଲକ୍ଷ୍ମୀ ଓ କୁବେର, ଭଗବାନ ଧନ୍ବନ୍ତରୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରିଥାଆନ୍ତି। ଏହି ଦିନ ମା’ଙ୍କୁ ଭକ୍ତି ଭାବନା ସହ ପୂଜାର୍ଚ୍ଚନା କଲେ ମା’ଙ୍କର ବିଶେଷ କୃପା ପ୍ରାପ୍ତି ହେବା ସହ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ। ସଭିଏଁ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଆନ୍ତି। ଏହି କାରଣରୁ ଧନତେରାସ ଦିନ ସୁନା-ଚାନ୍ଦି, ବହୁ ଧାତୁ ଓ ଅନ୍ୟାନ୍ୟ ଜିନିଷ କିଣିଥାଆନ୍ତି। ତେବେ ସୁନା ରୂପାର ଅହେତୁକ ମୂଲ୍ୟ ଯୋଗୁଁ ସୁନା ରୂପା କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ତେବେ ଧନତେରାସ ଦିନ ସୁନା ରୂପା…

Read More

ନୂଆଦିଲ୍ଲୀ, ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଘରେ ଆଜି ସକାଳେ ବିଜେପିର ତୁଙ୍ଗ ନେତାମାନେ ପହଁଚିଗଲେ। ସେମାନଙ୍କ ମଧ୍ୟରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଆହୁରି ଅନେକ। ସମସ୍ତଙ୍କ ହାତରେ ଫୁଲ ତୋଡା। କାରଣ କଣ ଜାଣିବା ପରେ ଜଣାପଡିଲା ଯେ, ଆଜି ହେଉଛି ଆଡଭାନୀଙ୍କ ଜନ୍ମଦିନ। ଭାରତ ରାଜନୈତିକ ଇତିହାସରେ ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଜଣେ ନମସ୍ୟ ବ୍ୟକ୍ତିତ୍ବ। ଆଜି ସେ 93 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେଥାପଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେପିର ବରିଷ୍ଠ ନେତାଗଣ ତାଙ୍କ ଘରେ ଭିଡ କରିଥିଲେ। ଆଡଭାନୀଙ୍କ ଏହି ଜନ୍ମଦିନରେ କେକ କଟା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଦୀଙ୍କ ସହିତ ଅମିତ ସାହା, ଜେପି ନଡ୍ଡା ଏବଂ ତାଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। ଆଡଭାନୀଙ୍କ…

Read More

ଭୁବନେଶ୍ବର: ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରୁ ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିର, ବରଗଡ ଜିଲ୍ଲାରୁ 2 ଜଣ  ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଟକ ସୁନ୍ଦରଗଡ, ଝାରସୁଗୁଡା, ଗଞ୍ଜାମ, ଦେବଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା 1425 ବୃଦ୍ଧି ହୋଇଛି। https://twitter.com/HFWOdisha/status/1325324341806985217?s=20 https://twitter.com/HFWOdisha/status/1325324343778308097?s=20 ଖୋର୍ଦ୍ଧାରୁ ଆଜି 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳ ଖୋର୍ଦ୍ଧା ଜିଲ୍ଲାରୁ 65 ବର୍ଷୀୟ ପୁରୁଷ ରହିଥିବାବେଳେ ଅନ୍ୟ ଦୁଇ ଜଣଙ୍କ ମଧ୍ୟରେ ଭୁବନେଶ୍ବରର 59 ବର୍ଷ ଓ 45 ବର୍ଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସମ୍ବଲପୁରରୁ 63 ବର୍ଷୀୟ ପୁରୁଷ, 72 ବର୍ଷୀୟ ପୁରୁଷ, 65 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୩୩ ଜଣ ଚିହ୍ନଟ ହୋଇଥିବାବେଳେ ୬୦୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧ହଜାର ୫୭୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୬ ହଜାର ୮୫୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର 239 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୪୧୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୪…

Read More

ଭୁବନେଶ୍ୱର: ରାଜ୍ୟରେ ଥଣ୍ଡା ବଢୁଛି । ଆଜି 15 ଡିଗ୍ରୀ ତଳେ 11ଟି ସହରର ତାପମାତ୍ରା ରହିଛି ।  ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, 9.6 ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା 10.5 ଡିଗ୍ରୀ ରହିଛି। ସେହିପରି ଅନୁଗୁଳରେ 11 ଡିଗ୍ରୀ, କୋରାପୁଟରେ 11.6 ଡିଗ୍ରୀ, ଭବାନୀପାଟଣାରେ 12.2 ଡିଗ୍ରୀ, ଝାରସୁଗୁଡ଼ାରେ 13 ଡିଗ୍ରୀ, କେନ୍ଦୁଝରରେ 13.8 ଡିଗ୍ରୀ ଓ ବାରିପଦାରେ 14.2 ଡିଗ୍ରୀ ରହିଛି। ବଲାଙ୍ଗିର 14.6 ଡିଗ୍ରୀ ଓ ସମ୍ବଲପୁରରେ 14,7 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି  ଭୁବନେଶ୍ବର ତାପମାତ୍ରା 18 ଡିଗ୍ରୀ ଓ କଟକରେ 16.8 ଡିଗ୍ରୀ ରହିଛି ।

Read More