Author: Samikhsya Bureau

ଭୁବନେଶ୍ୱର: ନଭେମ୍ବର ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଗାଇଡଲାଇନ୍ ଆସିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇନି । ମନ୍ଦିର  ଖୋଲିବା ପୂର୍ବରୁ ଟ୍ରଷ୍ଟ, ସେବାୟତ ଓ ଲୋକଙ୍କ ମତାମତ ପ୍ରଥମେ ନିଆଯିବ । ଭୁବନେଶ୍ୱରରେ ସଂକ୍ରମଣ କମିଛି, ତଥାପି ବାହାରୁଛନ୍ତି । ମନ୍ଦିର କର୍ତ୍ତୃପକ୍ଷଙ୍କ ସହ ବସି ଆଲୋଚନା ମଧ୍ୟ କରିବୁ। ଏଥସହିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ମଧ୍ୟ ଆମେ ନେବୁ। ତା’ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଏମ୍‌ସି କମିଶନର । ଅନ୍ୟପଟେ ସ୍କୁଲ ଖୋଲିବା ସମ୍ପର୍କରେ କମିଶନର କହିଛନ୍ତି ଯେ, ‘ସ୍କୁଲ ଓ ଗଣଶିକ୍ଷା ବିଭାଗର ଗାଇଡଲାଇନ୍ ଅନୁସାରେ ନିଷ୍ପତ୍ତି ନିଆଯିବ…

Read More

ଭୁବନେଶ୍ବର : ନଭେମ୍ବର 16ରୁ ନବମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ବଦଳିଛି । କିଛି ସମୟ ବ୍ୟବଧାନରେ ନିଷ୍ପତ୍ତି ବଦଳାଇଛନ୍ତି ଏସ୍‌ଆରସି । ନିଷ୍ପତ୍ତି ବଦଳାଇବା ନେଇ ସାନି ନିର୍ଦ୍ଦେଶାବଳୀ ଜାରି ହୋଇଛି । ନଭେମ୍ବର 15 ତାରିଖ ପରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ନିଷ୍‌ପତ୍ତି ନେବ । ବିଭିନ୍ନ ଷ୍ଟେକ୍‌ହୋଲ୍ଡରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ନଭେମ୍ବର 30 ପର୍ଯ୍ୟନ୍ତ ନବମରୁ ଦ୍ବାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍‌ପତ୍ତି ଅପରିବର୍ତ୍ତିତ ରହିଛି । ତେବେ ଅନଲକ୍‌ 6.0ରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା । ସେହିପରି ନୂଆ ଏସ୍‌ଓପି ସହ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା । ତେବେ ଅନଲାଇନ୍‌ କ୍ଲାସ୍‌ ଚାଲୁ ରହିବ ।

Read More

ମହାରାଷ୍ଟ୍ର :  ମୋବାଇଲ୍‌ ସହ ଅଧିକ ଜଡିତ ରହୁଥିବାର ପିଲାମାନଙ୍କୁ ଅଭିଭାବକମାନେ ଗାଳି ଦେଉଛନ୍ତି । କିନ୍ତୁ ଜଣେ ନାବାଳକ ଏହି ମୋବାଇଲ୍‌ ନିଶା 75ଜଣଙ୍କୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇ ଦେଇଛି । ମହାରାଷ୍ଟ୍ରର ଡୋମ୍ବିଭଲିଠାରେ ଏକ ଦୁଇ ମହଲା କୋଠା ଭୁଶୁଡି ପଡିଥିଲା । ଏହି କୋଠାରେ 70ରରୁ ଉର୍ଦ୍ଧ୍ବ ଲୋକେ ରହୁଥିଲେ । କିନ୍ତୁ ଜଣେ ନାବାଳକର ଓ୍ବେବସିରିଜ୍‌ ନିଶା ଯୋଗୁଁ ସମସ୍ତ ବ୍ୟକ୍ତି ସୁରକ୍ଷିତ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ଡୋମ୍ବିଭଲିଠାରେ 40 ବର୍ଷର ପୁରୁଣା କୋଠାରେ ପ୍ରାୟ 18ଟି ପରିବାର ରହୁଥିଲେ । ସମେସ୍ତ ନିଦରେ ଶୋଇଥିବାବେଳେ ପ୍ରାୟ ସାଢେ ଚାରିଟା ସମୟରେ କୋଠାଟି ହଠାତ୍‌ ଭୁଶୁଡି ପଡିଥିଲା । କିନ୍ତୁ ସେହି କୋଠାରେ  18 ବର୍ଷୀୟ କୁନାଲ୍‌ ନାମକ ଜଣେ ନାବାଳକ ନ ଶୋଇ ମୋବାଇଲ୍‌ରେ ଓ୍ବେବ୍‌ସିରିଜ୍‌ ଦେଖୁଥିଲେ । ପ୍ରାୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କୁନାଲ୍‌ ଓ୍ବେବସିରିଜ୍‌ ଦେଖିଥା’ନ୍ତି । କିନ୍ତୁ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ବିଜେଡିର କର୍ମୀ ସମ୍ମିଳନୀ ଓ ରୋଡ୍ ସୋ ପ୍ରଚାରକୁ ଯୋରଦାର କରାଯାଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଜଗନ୍ନାଥପୁର ଠାରୁ ବିଜେଡିର ଏକ ବିଶାଳ ରାଲି ଜଗନ୍ନାଥପୁର ପଞ୍ଚାୟତ ପରିକ୍ରମା କରିବା ପରେ ଇବ୍ରିସିଂ ପଞ୍ଚାୟତ ପରିକ୍ରମା କରିବା ସହିତ ମଧ୍ୟାହ୍ନରେ ଗରାମ ପଞ୍ଚାୟତରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତିର୍ତ୍ତୋଲ ବ୍ଲକ୍ ସଭାପତି ଗଙ୍ଗାଧର ବିଶ୍ୱାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ମହାକାଳପଡ଼ା ବିଧାୟକ ତଥା ତିର୍ତ୍ତୋଲ ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ମୁଦୁଲି ,ଅତାବିରା ବିଧାୟୀକା ସ୍ନେହାଙ୍ଗିନି ଛୁରିଆ ,ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ବ୍ଲକ୍ ଅଧ୍ୟକ୍ଷା ସୁଜାତା ମହାନ୍ତି, ପର୍ଯ୍ୟବେକ୍ଷିକା ସବିତା ମହାପାତ୍ର, ପର୍ଯ୍ୟବେକ୍ଷକ ହିରଣ୍ୟ ପଣ୍ଡା,…

Read More

ଚୀନ୍‌ : ଚୀନ୍‌ରେ ଜଣେ ରୋଗୀଙ୍କ ଆଖିକୁ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଚୀନ୍‌ର ଜଣେ ବ୍ୟକ୍ତିଙ୍କ ଆଖିରୁ ଜୀବନ୍ତ କୀଟ ବାହାରିଥିବାର ସୂଚନା ରହିଛି । ଡାକ୍ତର ଜଣକ ଏହି ବ୍ୟକ୍ତିଙ୍କ ଆଖିରୁ 20ଟି ଜୀବନ୍ତ କୀଟ ବାହାର କରିଛନ୍ତି। 60 ବର୍ଷୀୟ ଏହି ବ୍ୟକ୍ତିଙ୍କ ନାମ ଉପନାମ ଓ୍ବାନ୍‌ ବୋଲି ସୂଚନା ରହିଛି । ଗତ କିଛି ମାସ ହେବ ତାଙ୍କଆଖରେ ଯନ୍ତ୍ରଣା ଅନୁଭବ ହେଉଥିଲା ।  କିନ୍ତୁ ସେ ଏହାକୁ ଥକ୍କାପଣ ପାଇଁ ହେଉଛି ଭାବି ଅଣଦେଖା କରୁଥିଲେ । କିନ୍ତୁ ଆଖର ଯନ୍ତର୍ଣା ଅଧିକ ବଢିବାରୁ ସେ ଡାକ୍ତରଙ୍କନିକଟରେ ଦେଖାଇଥିଲେ । ବ୍ୟକ୍ତିଙ୍କର ଡାହାଣଆଖିର ପଲକରୁ 20ଟି ଜୀବନ୍ତ କୀଟକୁ ବାହାର କରିଛନ୍ତି ।  ଏହି କୀଟ ନେମାଟୋଡ୍‌ ପରଜୀବୀ ବୋଲି ଚିହ୍ନିତ ହୋଇଛି । କୁକୁର ଓ ବିଲେଇ ତଥା ଅନ୍ୟ ଜନ୍ତୁଙ୍କଠାରେ ଏହି କୀଟ ଦେଖାଯାଇଥା’ନ୍ତି । ଲାଭାରୁ କୀଟକୁ ବିକଶିତ ହେବାକୁ…

Read More

ମଧ୍ୟପ୍ରଦେଶ : ଜଣେ ବ୍ୟକ୍ତି ପୋଷା କୁକୁରର ମୃତ୍ୟୁରେ ମ୍ରିୟମାଣ ହୋଇ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ପୋଷା କୁକୁରଟି ଘରୁ ଦୁଇ ଦିନ ହେବ ନିଖୋଜ ରହିଥିଲା । ଏହାପରେ କୁକୁରଟି ମରିଯାଇଥିବାର ସୂଚନା ମିଳିଥିଲା । ପ୍ରିୟ ପୋଷା କୁକୁରର ଦୁଃଖଦ ମୃତ୍ୟୁରେ ମ୍ରିୟମାଣ ହୋଇ ବ୍ୟକ୍ତିଜଣ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ମଧ୍ୟପ୍ରଦେଶର ଛିନ୍ଦଓ୍ବାଡା ଜିଲ୍ଲାରେ ଏପରି ଏକ ଘଟଣା ଘଟିଥିବାର ସୂଚନା ରହିଛି ।  ଛିନ୍ଦଓ୍ବାଡାର କୋତଓ୍ବାଲୀ ଥାନା ଅଞ୍ଚଳର ସୋନପୁରୀରେ ସୋମଦେବ ନାମ ଜଣେ ବ୍ୟକ୍ତି ନିଜ ପୋଷା କୁକୁରର ମୃତ୍ୟୁକୁ ସହଜରେ ଗ୍ରହଣ କରି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ପୋଷା କୁକୁରର ମୃତ୍ୟୁର ଦୁଇ ଦିନ ପରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read More

ଆବୁଧାବି: ଚଳିତ ଆଇପିଏଲରେ କିଙ୍ଗସ୍ ଏକାଦଶ ପଞ୍ଜାବ ଅଧିନାୟକ କେ.ଏଲ୍ ରାହୁଲ ଅରେଞ୍ଜ କ୍ୟାପ୍ ଦୌଡରେ ଆଗରେ ଥିବାବେଳେ ଦିଲ୍ଲୀ କ୍ୟାପିଟାଲସ୍ ଦ୍ରୁତ ବୋଲର କାଗିସୋ ରାବାଡା ପର୍ପଲ କ୍ୟାପ୍ ଦୌଡରେ ଶୀର୍ଷରେ ଅଛନ୍ତି। ଗତକାଲି ରାଜସ୍ଥାନ ରୟାଲସ ବିପକ୍ଷରେ କିଙ୍ଗସ୍ ଏକାଦଶ ପଞ୍ଜାବ (KXIP) ଅଧିନାୟକ କେ.ଏଲ୍ ରାହୁଲ ୪୬ ରନ୍ କରି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ ଶୀର୍ଷରେ ଅଛନ୍ତି। ରାହୁଲ ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟରେ ୬୪୧ ରନ୍ କରିଛନ୍ତି ଏବଂ ଦିଲ୍ଲୀ କ୍ୟାପିଟାଲସ୍ (ଡିସି) ର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶିଖର ଧାୱନଙ୍କ ଠାରୁ ୧୭୦ ରନ୍ ଆଗରେ ଅଛନ୍ତି। ଧାୱନ ୪୭୧ ରନ୍ କରି ଦ୍ଵିତୀୟ ସ୍ଥାନରେ ଏବଂ ସନରାଇଜର୍ସ ହାଇଦ୍ରାବାଦର ଡେଭିଡ ୱାର୍ନର ୪୩୬ ରନ୍ କରି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ଡିସି ପେସ୍ ବୋଲର କାଗିସୋ ରାବାଡା ସର୍ବାଧିକ ୨୩ ୱିକେଟ୍ ନେଇ ପର୍ପଲ କ୍ୟାପ୍ ପାଇଁ ତାଲିକାରେ ଆଗୁଆ ରହିଛନ୍ତି।…

Read More

ନ୍ୟୁୟର୍କ : ହଲିଉଡ ଅଭିନେତ୍ରୀ ସ୍କାର୍ଲେଟ ଜୋହାନସନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଆଭେଞ୍ଜର ସିରିଜର ବ୍ଲାକ ୱିଡୋ ଚରିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଏହି ଅଭିନେତ୍ରୀ ଜଣକ ତୃତୀୟ ଥର ପାଇଁ ବିବାହ କରିଛନ୍ତି । 35ବର୍ଷୀୟ ଜୋହାନସନ 38 ବର୍ଷୀୟ କଲିନ ଜୋଷ୍ଟଙ୍କୁ ବିବାହ କରିଛନ୍ତି । କଲିନ ଜଣେ ଅଭିନେତା ତଥା କାହାଣୀକାର । ଇମେଡିଏଟ ଫ୍ୟାମିଲି ଏବଂ ଲଭଡ ୱାନଓ ପରି ଚଳଚିତ୍ରର କାହାଣୀ ଲେଖିବା ସହିତ ଅଭିନୟ ମଧ୍ୟ କରିଛନ୍ତି ।  ଏହି ବିବାହ କାର୍ଯ୍ୟକ୍ରମ କୋଭିଡ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ହୋଇଥିଲା । କେବଳ ପରିବାର ବର୍ଗଙ୍କୁ ବାଦ ଦେଇ ଆଉ କେହି ଉପସ୍ଥିତ ନଥିଲେ । ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ମେ 2019ରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିଥିଲେ ସ୍କାର୍ଲେଟ । ଏହା ପୂର୍ବରୁ ସ୍କାର୍ଲେଟ ୟର୍ୟାନ ରେନୋଲ୍ଡସଙ୍କୁ  ବିବାହ କରିଥିବା ବେଳେ ତାଙ୍କ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 12 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କେଉଁଝରରୁ 2ଜଣ  କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଝାରସୁଗୁଡା, ପୁରୀ, ଗଞ୍ଜାମ, ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1320କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାର ତିନି ମୃତକଙ୍କ ମଧ୍ୟରେ ଜଣେ 43 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇଜଣ ଭୁବନେଶ୍ବରର 67 ବର୍ଷୀୟ ଓ 65 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ସେହିପରି ସୁନ୍ଦରଗଡରୁ 70 ବର୍ଷ, 63 ବର୍ଷ ଓ 65 ବର୍ଷ ପୁରୁଷଙ୍କର ମୃତ୍ୟୁ ହୋଇଛି । କେଉଁଝରରୁ ଜଣେ 40 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର…

Read More

ଆହ୍ଲାବାଦ: ଧର୍ମାନ୍ତରୀକରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଆହ୍ଲାବାଦ କୋର୍ଟ। ବିବାହ ପାଇଁ ଧର୍ମାନ୍ତରୀକରଣ ଜରୁରୀ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ମତ ଦେଇଛନ୍ତି । ଏକ ଦମ୍ପତିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ ଉପରେ ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଜନୈକ ଦମ୍ପତ୍ତି କୋର୍ଟଙ୍କ ନିକଟରୁ ସୁରକ୍ଷା ଦାବି କରି ଯାଚିକା ଦାଖଲ କରିଥିବା ବେଳେ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ମୁସଲିମ ଯୁବତୀ ଜଣକ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିବା ପାଇଁ ବିବାହର ଏକ ମାସ ଦୁଇ ଦିନ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିଲେ । ଏହାପରେ ପରିବାର ଲୋକଙ୍କଠାରୁ ସୁରକ୍ଷା ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜଷ୍ଟିସ ମହେଶ ଚନ୍ଦ୍ର ତ୍ରୀପାଠିଙ୍କ ନେତୃତ୍ୱରେ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ ।2014 ମସିହାର ଏକ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୫୩ ଜଣ ଚିହ୍ନଟ ହୋଇଥିବାବେଳେ ୬୧୭ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୦ ହଜାର ୧୧୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୩ ହଜାର ୮୩୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୯୦୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୦୮ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୪୭୦ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…

Read More

ଭୁବନେଶ୍ବର : ନଭେମ୍ବର ମାସ ପାଇଁ ଅନଲକ୍‌-6ର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟସରକାର । କଣ୍ଟେନେମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଟକଣା ଜାରି ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର । ସେହିପରି ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନର ଅବରୋଧ ଅଞ୍ଚଳ ସ୍ଥିର କରିବେ । ନଭେମ୍ବର 15 ଯାଏଁ ସିନେମା ହଲ୍‌, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ । ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ, ଥିଏଟର, ଅଡିଟୋରିୟମ୍‌ ବନ୍ଦ ରହିବ । ଏନେଇ ପରବର୍ତ୍ତୀ ନିଷ୍ପତ୍ତି 16 ତାରିଖରେ ନିଆଯିବ ବୋଲି ସୂଚନା ରହିଛି । ତେବେ କୋଭିଡ୍‌ ନିୟମ ମାନି ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ଅନୁମତି ମିଳିଛି । ବାହାଘରରେ ସର୍ବାଧିକ 200 ଲୋକ ଯୋଗଦାନ କରିପାରିବେ ବୋଲି ଏହି ଗାଇଡଲାଇନ୍‌ରେ ସୂଚନା ରହିଥିବାବେଳେ ଅନ୍ତିମସଂସ୍କାରରେ ସର୍ବାଧିକ 50 ଜଣଙ୍କୁ ଅନୁମତି ଦିଆଯାଇଛି । ସେହିପରି ନଭେମ୍ବର 16 ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ…

Read More

ଭୁବନେଶ୍ବର : ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ନଭେମ୍ବର 16 ତାରିଖରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା ଗାଇଡଲାଇନ୍‌ ଅନୁସାରେ ସ୍କୁଲ ଖୋଲାଯିବ । ସ୍କୁଲ ଖୋଲିବା ନେଇ ଏସ୍‌ଓପି ଜାରି ହେବ । ପୂଜା ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ 14 ତାରିଖରୁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯିବା ପରେ କେତେକ ରାଜ୍ୟ ନଭେମ୍ବରରେ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି । କିଛି କିଛି ରାଜ୍ୟରେ ମଧ୍ୟ ସ୍କୁଲ ଖୋଲାଯାଇଛି ।

Read More

ନୂଆଦିଲ୍ଲୀ : ଗତ 24 ଘଣ୍‌ଟାରେ ଦେଶରେ 48 ହଜାର 268ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 551 ଜଣଙ୍କର ମୃତ୍ୟୁ ହୋଇଛି ।  ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 21 ହଜାର 641କୁ ବୃଦ୍ଧି ।ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 81 ଲକ୍ଷ 37 ହଜାର 119କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 5 ଲକ୍ଷ 82 ହଜାର 649 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 74 ଲକ୍ଷ 32 ହଜାର 829 ରହିଥିବାର ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଦୀର୍ଘ ସମୟ ପରେ ଗତ 24 ଘଣ୍ଟା ମଧ୍ୟରେ ଝାଡଖଣ୍ଡରେ ଗୋଟିଏ ବି କରୋନା ଜନିତ ମୃତ୍ୟୁ ହୋଇନାହିଁ । ରାଜ୍ୟରେ ମୃତକଙ୍କ ସଂଖ୍ୟା ସ୍ଥିର ରହିଛି । ଝାଡଖଣ୍ଡରେ 883ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ନୂତନ 323 ମାମଲା ସାମ୍ନାକୁ ଆସିଛି । ଝାରଖଣ୍ଡରେ ମୋଟ୍‌…

Read More

ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ନଭେମ୍ବର ମାସରେ କଟକ ଭୁବନେଶ୍ୱରରେ ଥିବା ରାଜ୍ୟ ସରକାରଙ୍କ ସବୁ ଅଫିସ ପଚାଶ ପ୍ରତିଶତ କର୍ମଚାରୀରେ ଚାଲିବ। ତେବେ କେଉଁ କର୍ମଚାରୀ କେତେବେଳେ ଆସିବେ, ତାହା ବିଭାଗୀୟ ମୁଖ୍ୟମାନେ ସ୍ଥିର କରିବେ। ତେବେ ଏସ୍‌ଆରସି, ଓସ୍‌ଡମା, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲଟି ପରି ଜରୁରୀକାଳୀନ ସେବା ପୂର୍ଣ୍ଣ କ୍ଷମତାରେ ଚାଲିବ। ଅଫିସ କାମ ଯେମିତି ବାଧାପ୍ରାପ୍ତ ନ ହେବ, ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାରା ରାଜ୍ୟରେ ସବୁ ଶନିବାର ସରକାରୀ ଅଫିସ ବନ୍ଦ ରହିବ। କୋଭିଡ ରୋକିବା ପାଇଁ କଡ଼ାକଡ଼ି ଭାବେ ଗାଇଡ୍ ଲାଇନ୍ ପାଳନ କରିବାକୁ ମଧ୍ୟ କୁହାଯାଇଛି।

Read More

ନୂଆଦିଲ୍ଲୀ : ଗ୍ରୀସ ଓ ତୁର୍କୀରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ତୀବ୍ର ଭୂମିକମ୍ପରେ ଥରି ଉଠିଛି ତୁର୍କୀ ଓ ଗ୍ରୀସ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 7.0 ରେକର୍ଡ କରାଯାଇଛି । ଏଥିରେ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ବହୁ ଅଟ୍ଟାଳିକା ଭୁଶୁଡି ପଡିଛି । ଇଜମିର ଏବଂ ଗ୍ରୀକ୍ ସାମୋସ୍ ବନ୍ଦରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ସହ ସୁନାମି ଆସିଥିବା ମଧ୍ୟ ଜଣା ପଡିଛି। ସମୁଦ୍ର ପତ୍ତନ ବୃଦ୍ଧି ପାଇବା ପରେ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି ଏବଂ କିଛି ମତ୍ସ୍ୟଜୀବୀ ନିଖୋଜ ଥିବା ଜଣାପଡିଛି। ସମୁଦ୍ର ମଧ୍ୟରେ ଏହାର ଗଭୀରତା 16.5 କିଲୋମିଟର ଥିବା ସୂଚନା ରହିଛି ।  ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି…

Read More

ଭୁବନେଶ୍ବର, ଆଜି ହେଉଛି କୁମାର ପୂର୍ଣ୍ଣିମା ବା ଶରତ ପୂର୍ଣ୍ଣିମା। ସାରା ଦେଶରେ ଏହି ପୂର୍ଣ୍ଣିମାକୁ ବେଶ୍ ଧୂମଧାମରେ ପାଳନ କରାଯିବ। ବିଶ୍ବାସ ରହିଛି ଯେ, କୁମାର ପୂର୍ଣ୍ଣିମା ଚନ୍ଦ୍ର କିରଣ ଅମୃତ ବର୍ଷା କରିଥାଏ। ପଞ୍ଚଙ୍ଗ ଅନୁଯାୟୀ, ଏଥର ପୂର୍ଣ୍ଣିମା ତିଥୀ ୩୦ ଅକ୍ଟୋବର ଦିନ ୫.୪୭ ରୁ ପରଦିନ ୩୧ ତାରିଖ ରାତି ୮.୨୧ ପର‌୍ୟ୍ୟନ୍ତ ରହିବ। ହେଲେ ଅକ୍ଟୋବର ୩୦ ତାରିଖରେ ଦେଶର ଏକ ବଡ଼ ଭାଗରେ କୁମାର ପୂର୍ଣ୍ଣିମା ବା ଶରତ ପୂର୍ଣ୍ଣିମା ପାଳନ କରାଯାଇଛି। ଅକ୍ଟୋବର ୩୧ ଦିନ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ରତା ରହିଛି। ଏହି ଦିନ ଆକାଶରେ ବ୍ଲୁ ମୁନ୍ ବା ନୀଳ ଚନ୍ଦ୍ର ଦେଖାଯିବ। ଅର୍ଥାତ୍ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ନୀଳ ରଙ୍ଗରେ ଦେଖାଯିବ। ଜ୍ୟୋତିର୍ବିଜ୍ଞାନୀ ମାନଙ୍କ ପାଇଁ ଏହି ମୁହୂର୍ତ୍ତଗୁଡ଼ିକ ମଧ୍ୟ ବିଶେଷ ଗୁରୁତ୍ବ ବହନ କରେ। ଏହା ଉପରେ ଅଧିକ ଅଧ୍ୟୟନ ପାଇଁ ନାସା ସହିତ ବିଭିନ୍ନ ସଂସ୍ଥା…

Read More

ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। ନୂତନ ଔଷଧର ନାମ ରହିଛି URO-05 । ପାଞ୍ଚ ବର୍ଷର ଗବେଷଣା ମାଧ୍ୟମରେ ଏହି ଔଷଧ ବିକଶିତ କରାଯାଇଛି। ଏହାର ଉତ୍ପାଦନ ପାଇଁ ଆଇଆଇଟିଆର 67 ତମ ବାର୍ଷିକ ଦିବସରେ ଏନବିଆରଆଇକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥା ଯୁଦ୍ଧ କାଳିନ ଭିତ୍ତିରେ ଏହାର ଉତ୍ପାଦନ କରି ଆସନ୍ତା ଛଅ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି। ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କିଙ୍ଗ ଜର୍ଜଙ୍କ ମେଡିକାଲ୍ ୟୁନିଭରସିଟିରେ କରାଯାଇଥିଲା। ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା। ପରୀକ୍ଷା ପରେ ଏହା ବେଶ୍ ସଫଳତା ହାସଲ କରିଛି। ଆଶ୍ଚର୍ଯ୍ୟ ଜନକ ଭାବେ କିଡନରେ ପଥର ଥିବା ରୋଗୀଙ୍କର ଯନ୍ତ୍ରଣା…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି । ଆରୋଗ୍ୟ ବନ ଓ ଆରୋଗ୍ୟ କୁଟୀର ୧୭ ଏକର ପରିମିତ ଅଞ୍ଚଳରେ ଆରୋଗ୍ୟ ବନରେ ୩୮୦ ପ୍ରଜାତିର ପ୍ରାୟ ୫ ଲକ୍ଷ ଗଛ ରହିଛି । ଆରୋଗ୍ୟ କୁଟୀର ଏକ ପାରମ୍ପରିକ ଚିକିତ୍ସା ସୁବିଧା ଥିବା ସୁଧାର କେନ୍ଦ୍ର । ଏହା ଆୟୁର୍ବେଦ, ସିଦ୍ଧ, ଯୋଗ ଏବଂ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସ୍ଵାସ୍ଥ୍ୟସେବା ଯୋଗାଇବ । ଏକତା ମଲ ଦେଶର ଏକତା ଓ ବିବିଧତାର ପ୍ରତୀକ ଭାବେ ୩୫ ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପିତ ଏହି ମଲରେ ହସ୍ତକଳା ଓ ଦେଶର ପାରମ୍ପରିକ ସାମଗ୍ରୀମାନ ଉପଲବ୍ଧ ହେବ । ମାତ୍ର ୧୧୦…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି । ଏଥିସହିତ ସେ ମିଳିତ ଜାତିସଂଘରେ ସ୍ଥାନିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପର ଉନ୍ମୋଚନ କରିଛନ୍ତି । ସେ କାକଟସ ଉଦ୍ୟାନ ଉଦଘାଟନ କରିବା ସହିତ ପରିଦର୍ଶନ ମଧ୍ୟ କରିଛନ୍ତି । ୟୁନିଟି ଗ୍ଲୋ ଗାର୍ଡେନ ଏହି ଅଭିନବ ଥିମ ପାର୍କ ୩.୬୧ ଏକର ଜମିରେ ପ୍ରତିଷ୍ଠା ହୋଇଛି । ଏଥିରେ ବିଭିନ୍ନ କୁତ୍ରିମ ଆଲୋକିକରଣ ବ୍ୟବସ୍ଥା, ଆକୃତି ଓ ଅନ୍ୟାନ୍ୟ କୌତୁହଳପୂର୍ଣ୍ଣ ଦର୍ଶନୀୟ ବ୍ୟବସ୍ଥା କରାଯାଇଛି । ଏଠାରେ ରାତ୍ରିକାଳୀନ ପର‌୍ୟ୍ୟଟନର ଆନନ୍ଦକୁ ଉପଭୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ପର‌୍ୟ୍ୟଟକମାନଙ୍କୁ ନିମନ୍ତ୍ରଣ କରିଥିଲେ । କାକଟସ ଗାର୍ଡେନ ଏହା ଏକ ବିଶାଳ ସ୍ଥାପତ୍ୟ ସବୁଜ ଗୃହ ଭାବେ ପ୍ରତିଷ୍ଠିତ ହୋଇଛି, ଯେଉଁଥିରେ ୧୭ଟି ରାଷ୍ଟ୍ରରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତକାଲି ପରି ଆଜି ମଧ୍ୟ ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଅଂଚଳର ୧୭ଟି ଜୁଆଆଡ୍ଡା ଚଢ଼ାଉ କରାଯାଇ ୯୮ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୨ ଲକ୍ଷ ୯୪ ହଜାର ୭୨୫ ଟଙ୍କା ଜବତ ହୋଇଛି। ଏହା ସହ ୧୯ଟି ମୋବାଇଲ୍ ଫୋନ୍ ଏବଂ ଖେଳ ସାମଗ୍ରୀକୁ ପୋଲିସ୍ ଜବତ କରିଛି। ଗତକାଲି ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ୧୨ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୬୩ ଜଣକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୪୮ହଜାର ୭୮୦ ଟଙ୍କା ଜବତ କରିଥିଲା।

Read More