Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିବାହର ପ୍ରଲୋଭନ ଦେଖାଇ ଜଣେ ୧୫ ବର୍ଷର ନାବାଳିକାକୁ ଜନୈକ ବ୍ୟକ୍ତି ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଥିବାବେଳେ ଆଜି ଚାଇଲ୍ଡ ଲାଇନ୍ ପକ୍ଷରୁ ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରିଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଧରାକୋଟ ମୁଣ୍ଡମରେଇ ଅଂଚଳର କୃଷ୍ଣ ପ୍ରଧାନ ନାମକ ଜଣେ ଯୁବକ ଜନୈକ ନାବଳିକାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିବା ସହ ତାକୁ ଧରି ଫେରର୍ ହୋଇଯାଇଥିଲା। କିଛି ଦିନ ବାହାର ରାଜ୍ୟରେ ରଖିବା ପରେ ବର୍ତ୍ତମାନ ପାଟପୁର ଥାନା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ୍ ଗୋପାଳପୁରରେ ଏକ ଘରେ ରଖିଥିଲା। ସେଠାରେ ତାକୁ ପ୍ରତ୍ୟେକ ଦିନ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାବେଳେ ଏହା ଅସହ୍ୟ ହେବାରୁ ନାବାଳିକାଟି ଆଜି ୧୦୯୮ ଚାଇଲ୍ଡ ଲାଇନ୍ ସହ ସଂପର୍କ କରିଥିଲେ। ଏନେଇ ଚାଇଲ୍ଡ ଲାଇନ୍ ସଂଯୋଜକ ସାଇ ପ୍ରସାଦ ସାମଲ, ସହଯୋଗୀ କୁମାର ପ୍ରିୟଙ୍କା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୮୦୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୩୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୪୮, ନୂଆପଡ଼ାରୁ ୧୦୦, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୮୧, ସୁନ୍ଦରଗଡରୁ ୭୬, କେନ୍ଦୁଝରରୁ ୭୪, ବାଲେଶ୍ବରରୁ ୭୨, ପୁରୀରୁ ୬୯, ଯାଜପୁରରୁ ୬୬, ବରଗଡରୁ ୬୫, କେନ୍ଦ୍ରାପଡ଼ାରୁ ୬୨, ବଲାଙ୍ଗିରିରୁ ୬୧, ଭଦ୍ରକରୁ ୬୦, ଜଗତସିଂହପୁରରୁ ୬୦, ନବରଙ୍ଗପୁରରୁ ୫୩, କୋରାପୁଟରୁ ୪୪, କଳାହାଣ୍ଡିରୁ ୪୨, ଝାରସୁଗୁଡାରୁ ୪୦, ଢେଙ୍କାନାଳରୁ ୩୫, ମାଲକାନଗିରିରୁ ୩୫, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୯, କନ୍ଧମାଳରୁ ୨୯, ସୋନପୁରରୁ ୨୯, ନୟାଗଡରୁ ୨୭, ରାୟଗଡାରୁ ୧୨, ଦେବଗଡ଼ରୁ ୮, ଗଜପତିରୁ ୭, ବୌଦ୍ଧରୁ ୬ ଏବଂ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂତନ ୮୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୮ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସେହିପରି ଆଜି ୨୩୭ ଜଣ ସୁସ୍ଥ ହୋଇଛନ୍ତି। ନୂତନ ୮୭ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୭୨ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ୨୭ ହଜାର ୩୧୭ ଜଣ ସୁସ୍ଥ ହୋଇଥିବାବେଳେ ୧୬୪ ଜଣଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗରରେ ଏବେବି ୧ ହଜାର ୫୭୦ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ସଦରମହକୁମା ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରାଯାଇଅଛି। ଚଳିତ ବର୍ଷ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ନିରାଡମ୍ବର ଭାବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆରେ ପାଳନ ହେବା ସହିତ “ମିତବ୍ୟୟୀ ହୋଇ ସଂଚୟ କୁରନ୍ତୁ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ” ଏକ ବାର୍ତା ସମ୍ପର୍କରେ ଜନସାଧାରଣମାନଙ୍କୁ ସଚେତନତା କରାଯାଇଥିଲା। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମନରେ ମିତବ୍ୟୟିତା ପ୍ରତି ସଚେତନ ସୃଷ୍ଟି କରିବା ଓ ଆଗାମୀ ଭବିଷ୍ୟତ ପ୍ରତି ସଂଚୟ ମନବଳ ଜାଗ୍ରତ କରିବା। ପ୍ରଥମେ ସଂଚୟ କରିବା ଓ ପରେ ବ୍ୟୟ କରିବା। ଜଳ ବିନ୍ଦୁଟିଏ ପରି ଯଦି ସଂଚୟ କରିବା, ସାଗର ପରି ଧନ ପାଇପାରିବା। ଋଣ ଠାରୁ ଭଲ ସଂଚୟ ଅଭ୍ୟାସ, ସୁଧ ନିଏ ନାହିଁ ସୁଧ ଦେଇଥାଏ। ବିପଦରେ ବନ୍ଧୁ ହୋଇଥାଏ। ତେଣୁ ଅପବ୍ୟୟ ରୋକି…

Read More

କୋଲକାତା, ଭଗବାନଙ୍କ ସୃଷ୍ଟି ଅନେକ ଜିନିଷ ଅଛି ଯାହାକୁ ମଣିଷ ଖାଇଭା କିମ୍ବା ପିଇବା ନିହାତି ଆବଶ୍ୟକ। କାରଣ ଶରୀର ପାଇଁ ଯେଉଁ ଭିଟାମିନର ଆବଶ୍ୟକତା ଅଛି ତାହା ଏହିସବୁ ଜିନିଷରୁ ମିଳିଥାଏ। ତେବେ ଏମିତି କଥା ରହିଛି ଯାହା ଉଭୟ ଖାଦ୍ୟ ପଦାର୍ଥ ହୋଇଥିଲେ ମଧ୍ୟ ତାହାକୁ ଏକତ୍ର ଖାଇବା ପାଇଁ ଆୟୁର୍ବେଦ ଶାସ୍ତ୍ରରେ ମନା କରାଯାଇଛି। ଆଜି ଆସନ୍ତୁ ଜାଣନ୍ତୁ କ୍ଷୀର ସହିତ କଣ ଖାଇବା ଅନୁଚିତ। 1-କ୍ଷୀର ପିଇବା ପରେ ମାଂସ ଏବଂ ମାଛକୁ 2-3 ଘଣ୍ଟା ପରେ ଖାଇବା ଉଚିତ। କ୍ଷୀର ପିଇବା ସମୟରେ ଯଦି ଆପଣ ମାଛ, ଚିକେନ୍ କିମ୍ବା କୌଣସି ପ୍ରକାରର ମାଂସ ଖାଇଛନ୍ତି, ତେବେ ଆପଣ ପେଟ ଯନ୍ତ୍ରଣା ଭୋଗିବେ। ଏହା ଆପଣଙ୍କ ପେଟ ପାଇଁ ଏହା ସ୍ଲୋ ପଏଜନ ଭଳି କାମ କରେ। 2-କ୍ଷୀର ପିଇବାର 1-2 ଘଣ୍ଟା ପରେ ଆପଣ ମୂଳା ଖାଇବା ଉଚିତ୍ ନୁହେଁ | ଯଦି…

Read More

ଆନନ୍ଦପୁର : ଟ୍ରକ୍‌ ଧକ୍କାରେ ଅଜା-ନାତିଙ୍କ ମୃତ୍ୟୁ ହୋଇଛି । ରାମଚନ୍ଦ୍ରପୁର ଥାନା ଅଧିନ ଏନ୍ଏଚ୍ 20ର ବରପଦା ଓଭରବ୍ରିଜ୍ ନିକଟରେ ଅଜା-ନାତିଙ୍କ ଉପରେ ଏକ ପଡିଏସ୍ ଗହମ ବୋଝେଇ ଟ୍ରକ୍ ମାଡିଯିବାରୁ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ଯୁ ଘଟିଛି । ମୃତକ ଅଜା ସ୍ଥାନୀୟ ହରିପୁର ଗାଁର କିର୍ତନ ନାଥ ଓ ନାତି କେନ୍ଦୁଝରର କେଶବ ବୋଲି ସୂଚନା ରହିଛି । ଦୁହେଁ ବାଇକରେ ଫେରୁଥିବା ସମୟରେ ସାମ୍ନା ପଟୁ ଗହମ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡିଯାଇଥିଲା । ଖବରପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନା ପଠାଇବା ସହ ଘଟଣାର ତଦନ୍ତ କରିଛି ।

Read More

ଶ୍ରୀନଗର:  କାଶ୍ମୀରରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।  ଏହି କଠିନ ସମୟରେ ମୃତକଙ୍କ ପରିବାର ସହ ସେ ଛିଡ଼ା ହୋଇଥିବା ଟ୍ୱିଟ୍ କରି କହିଛନ୍ତିମୋଦି । ବିଜେପି କର୍ମୀଙ୍କ ହତ୍ୟା ମାମଲାକୁ ନେଇ ତେଜୁଛି ରାଜନୀତି। ଆଜି ଶ୍ରୀନଗର, ଜମ୍ମୁ ସମେତ ଅନ୍ୟ ଅଞ୍ଚଳରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆତଙ୍କବାଦୀ ମାନେ କିଭଳି ଏହି ବର୍ବରକାଣ୍ଡ ଭିଆଇଲେ ତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାସହ ଜମ୍ମୁକଶ୍ମୀର ପୋଲିସ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ଦକ୍ଷିଣ କାଶ୍ମୀରର କୁଲଗ୍ରାମ ଜିଲ୍ଲାରେ ଆତଙ୍କବାଦୀମାନେ ଗତକାଲି ରାତିରେ ତିନି ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  ଆତଙ୍କବାଦୀ ସଂଗଠନ ‘ରେଜିଷ୍ଟାନ୍ସ ଫ୍ରଣ୍ଟ‘ (ଆରଏଫ) ଏହି ଆକ୍ରମଣ ଘଟାଇଛି ବୋଲି ଜମ୍ମୁ କାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ତିନି…

Read More

ଭୁବନେଶ୍ବର : ଓଡ଼ିଶାରେ କରୋନା ରି-ଇନ୍‌ଫେକ୍ସନ୍ ହେଉଛି। ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍‌ (ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ‌ସାଇନ୍ସ)ର ନିର୍ଦ୍ଦେଶକ ଅଜୟ ପରିଡ଼ା ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଛି । ଦୈନିକ 1500 ପାଖାପାଖି ରହୁଛି। ଭୁବନେଶ୍ୱରରେ 100 ପାଖାପାଖି ପହଂଚିଛି। ପୂଜାରେ ବଢିବ ବୋଲି ଆଶଙ୍କା କରାଯାଉଥିଲା,ଲୋକଙ୍କ ସହଯୋଗ ଯୋଗୁଁ ଏହା କମିଛି,ତାଳମୁହାଁ ହେବାର ସ୍ଥିତି ଦେଖାଯାଇଛି। ଓଡ଼ିଶାରେ ବି ଇନଫେକ୍ସନ ହେଉଛି। କିନ୍ତୁ ବହୁତ କମ। ଆଇଏଲଏସରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ 3-4 ଜଣଙ୍କର ରି ଇଂଫେକ୍ସନ ହୋଇଛି। ଏହା ବିଷୟରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଜେପିର ଦଳୀୟ କନ୍ଦଳକୁ ନେଇ ସବୁଠି ଚର୍ଚ୍ଚା। ଘରେ ନ ପଶୁଣୁ ଚାଳ ବାଜିଲାଣି ବୋଲି କୁହାଯାଉଛି। ସୂଚନାନୁଯାୟୀ ଗତକାଲି ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟା ୮ଟା ବେଳେ ତିର୍ତ୍ତୋଲ ଆନନ୍ଦମଣ୍ଡପ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ୪ଜଣ ଯୁବକ ହଠାତ୍ ମଣ୍ଡପ ଭିତରେ ପଶି ଗାଳିଗୁଲଜ କରିବା ସହିତ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ରଙ୍କ ରୁମ୍ କବାଟକୁ ଗୋଇଠା ମାରିଥିଲେ ପରେ ବୈଠକ ସ୍ଥଳକୁ ଯାଇ ଚେୟାର ଟେବୁଲ୍ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏଥିସହିତ ଉକ୍ତ ମଣ୍ଡପର ମ୍ୟାନେଜରକୁ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି।  ଉକ୍ତ ଘଟଣାକୁ ନେଇ ଗତକାଲି ରାତିରେ ଆନନ୍ଦମଣ୍ଡପ ପକ୍ଷରୁ ମଣ୍ଡପର ମ୍ୟାନେଜର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଉକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା…

Read More

ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କେବେ ସ୍କୁଲ ଖୋଲିବ ସେନେଇ ନିର୍ଦ୍ଦିଷ୍ଟଭାବେ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । କେବେ ସ୍କୁଲ ଖୋଲିବ ସେନେଇ ବିଚାର ବିମର୍ଷ ଜାରି ରହିଛି । ତେବେ ଚଳିତମାସ କୋଭିଡ୍‌ ଗାଇଡଲାଇନ୍‌ ଆସିଲେ ଏନେଇ କିଛି ସ୍ପଷ୍ଟ ହେବ । ସ୍କୁଲ ଖୋଲିବା ନେଇ ସିଏମ୍‌ଓ ଠିକ୍‌ ସମୟରେ ସୂଚନା ଦେବେ ବୋଲି କହିଛନ୍ତି ମନ୍ତ୍ରୀ ।  ବିଭାଗ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି  ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସ୍କୁଲ ଖୋଲିବା ନେଇ ଅଭିଭାବକ,…

Read More

ମୁମ୍ବାଇ:  ଦେଶରେ ଦୈନିକ ପ୍ରାୟ 50 ହଜାର କରୋନା ମାମଲାସାମ୍ନାକୁ ଆସୁଛି । ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହେଉଛି । କରୋନାକୁ ଦୃଷ୍ଟିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ଏଥିପାଇଁ କଡା ଜରିମାନା ମଧ୍ୟ ଆଦାୟ ହେଉଛି । ତେବେ ମୁମ୍ବାଇରେ ଏବେ ମାସ୍କ ନ ପିନ୍ଧିଲେ ରାସ୍ତା ସଫା କରିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି । ସାର୍ବଜନିକସ୍ଥାନରେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ହେଉଛି । ଯେଉଁମାନେ ଜରିମାନା ଦେବାକୁ ଅସମର୍ଥ ହେବେ ସେମାନେ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ସଫା କରିବେ ବୋଲି ବିଏମ୍‌ସି ନିର୍ଦ୍ଦେଶ ଦେଇଛି । ସେହିପରି ଯେଉଁମାନେ ଲୋକାଲ୍‌ ଟ୍ରେନ୍‌ରେ ବିନା ମାସ୍କରେ ଯାତ୍ରା କରୁଥିଲେ ସେମାନଙ୍କଠାରୁ ମଧ୍ୟ କଡା ଜରିମାନା ଆଦାୟ କରାଯାଉଛି । ଅନ୍ଧେରୀ ଇଷ୍ଟ୍‌, ବାର୍ସେବା ଆଦି ଅଞ୍ଚଳରେ ମାସ୍କ ନ ପିନ୍ଧି କିଛି ଲୋକେ ରାସ୍ତା ଓଳାଇଥିବାର…

Read More

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Read More

ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1308କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ମୃତକ ରହିଥିବାବେଳେ ଭୁବନେଶ୍ବରର 40 ବର୍ଷୀୟା ମହିଳା ଓ 66 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ଜଣେ ଖୋର୍ଦ୍ଧାର 59 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ 54 ବର୍ଷୀୟା ମହିଳା ଓ 67 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳୁରୁ 55 ବର୍ଷୀୟ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୯୧ ଜଣ ଚିହ୍ନଟ ହୋଇଥିବାବେଳେ ୬୫୬ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ହଜାର ୬୪୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୨ ହଜାର ୦୩୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୨୪୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୯୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୫୪୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୯…

Read More

ଭୁବନେଶ୍ବର, ଉପନିର୍ବାଚନ ପାଇଁ ନବୀନ ତାଙ୍କର ପ୍ରଚାର ଶେଷ କରିଛନ୍ତି। ଦୁଇଟି ଉପନିର୍ବାଚନ ପାଇଁ ସେ ଦୁଇଥର ଭିଡିଓ କନଫ୍ରେସିଂ ମାଧ୍ୟମରେ ଭାଷଣ ଦେଇ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଠା କରିଛନ୍ତି। ତେବେ ତାହା ଲୋକଙ୍କୁ କେତେ ଆକୃଷ୍ଠ କରିଛି ତାହା ଭିନ୍ନ କଥା ହେଲେ ଏହି ଭାଷଣ ଥିଲା ଏକ ଭିନ୍ନ ପ୍ରକାରର। ମାତ୍ର ୫ରୁ ୮ ମିନିଟ ମଧ୍ୟରେ ହୁଏତ ଭାଷଣର ଅବଧି ହେବ, ହେଲେ ସେହି ସଂକ୍ଷିପ୍ତ ଭାଷଣରେ ବିଭିନ୍ନ ବର୍ଗର ଲୋକଙ୍କୁ କିପରି ବାନ୍ଧି ରଖିହେବ ସେ କଳା ଓ କୌଶଳ ଏହି ଭାଷଣରେ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନରେ ନେତାମାନେ ବଡବଡ କଥା କହିଥାନ୍ତି। ହେଲେ ନବୀନଙ୍କ ଏହି ସଂକ୍ଷିପ୍ତ ଭାଷଣରେ ସେପରି କିଛି ନ ଥିଲା। ଯାହା ଥିଲା ତାହା ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କୁ ଆକୃଷ୍ଠ କରିବାର କୌଶଳ। ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଭାଷଣ ଉପରେ ଯଦି ଆଲୋଚନା କରାଯାଏ…

Read More

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଫତେଗଞ୍ଜ ଥାନା କ୍ଷେତ୍ରର ଜବରାପୁର ଗ୍ରାମରେ ଟଙ୍କା ଦେଣନେଣ ବିବାଦରେ ଜଣେ ପୁତୁରା ନିଜ କାକାକୁ ଜୀଅଁନ୍ତା ଜାଳି ଦେଇଛି । ମିଳିଥିବା ସୂଚନା ଅନୁସାରେ ଫତେଗଞ୍ଜ ଥାନା ଅଞ୍ଚଳର ଜବରାପୁର ଗ୍ରାମରେ ପଇସା ଦେଣନେଣକୁ ନେଇ ବିବାଦରେ ଜଣେ ପୁତୁରା ନିଜ ଦାଦାଙ୍କ ଉପରେ ପେଟ୍ରୋଲ୍‌ ଲଗାଇ ନିଆଁ ଲଗାଇ ଦେଇଛନ୍ତି । 55 ବର୍ଷୀୟ ଚାଚା ବିନ୍ଦୋ ପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୁତୁରା ରାମଭରୋସେଙ୍କଠୁ କାକା ବିନ୍ଦୋ କିଛି ଟଙ୍କା ଉଧାର ନେଇଥିଲେ । ଯାହାକୁ କାକା ଦେଇନଥିଲେ । ଏହି ପଇସାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରାଗରେ ପୁତୁରା ନିଜ କାକାକୁ ଜୀଅନ୍ତାଁ ଜାଳି ଦେଇଛି । ଏହି ଘଟଣାରେ ଅଭିଯୁକ୍ତ ପୁତୁରାକୁ ପୋଲିସ୍‌ ଗିରଫ କରିଛି । (ଏଜେନ୍ସି)

Read More

ଭୁବନେଶ୍ବର : ମୌସୁମୀ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ ଗତ 4ରୁ 5 ଦିନ ହେବ ରାଜ୍ୟରେ ଟିକେ ଟିକେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ବିଭିନ୍ନସ୍ଥାନରେ ଶୀତ ଅନୁଭୂତ ହେଉଥିବାବେଳେ ବହୁ ସ୍ଥାନରେ ତାପମାତ୍ରା କମିଛି । ରାଜ୍ୟରେ 4 ସହରର ତାପମାତ୍ରା  15  ଡିଗ୍ରୀ ତଳେ ରହିଛି । 12.8 ଡିଗ୍ରୀ  ସହ ସୋନପୁର ସବୁଠୁ ଥଣ୍ଡା ସହର ଚିହ୍ନଟ ହୋଇଛି। ଅନୁଗୁଳ 13.8 ଡିଗ୍ରୀ ରହିଥିବାବେଳେ ଫୁଲବାଣୀ ଓ ଦାରିଙ୍ଗିବାଡିରେ 14 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 19.8 ଡିଗ୍ରୀ ରହିଛି ।କଟକ ତାପମାତ୍ରା 20 ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବ । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢିବ ।

Read More

ନୂଆଦିଲ୍ଲୀ : ଗତ 24 ଘଣ୍‌ଟାରେ ଦେଶରେ 48 ହଜାର 648ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 563ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା 1 ଲକ୍ଷ 21 ହଜାର 90କୁ ବୃଦ୍ଧି ହୋଇଛି । ସେହିପରିମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 80 ଲକ୍ଷ 88 ହଜାର 851କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍‌ ଆକ୍ଟିଭ୍‌ କେସ୍‌ 5 ଲକ୍ଷ 94 ହଜାର 386 ରହିଥିବାବେଳେ ସୁସ୍ଥଙ୍କସଂଖ୍ୟା 73 ଲକ୍ଷ 73 ହଜାର 375 ରହିଛି । ଆଇସିଏମଆର ସୂଚନା ଅନୁସାରେ ଦେଶରେ ମୋଟ୍‌ 10 କୋଟି 77 ଲକ୍ଷ 28 ହଜାର 088 ନମୁନା ପରୀକ୍ଷଣ ହୋଇଛି । ଦିଲ୍ଲୀରେ କରୋନା ମାମଲାରେ ବୃଦ୍ଧି ଘଟିଛି । ପର୍ବପର୍ବାଣୀ ପାଇଁ ଭିଡ ଓ ବାୟୁର ଗୁଣବତ୍ତା ଖରାପ ହେବା ଯୋଗୁଁ ସେଠାରେ ଶ୍ବାସ ସମ୍ବନ୍ଧୀୟ ରୋଗ ବଢିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବାସୂଚନା…

Read More

ନୂଆଦିଲ୍ଲୀ : ଚଳିତ ବର୍ଷ ହାଡଭଙ୍ଗା ଶୀତ ନେଇ ଆଇଏମଡି ପକ୍ଷରୁ ପୂର୍ବାନୂମାନ ଲଗାଯାଇଥିଲା । ଏହା ମଧ୍ୟରେ ଦେଶର ରାଜଧାନୀ ନୂଆଦିଲ୍ଲୀ ତାପମାତ୍ରାରେ ଆଉ ଏକ ରେକର୍ଡ ଭାଙ୍ଗିଛି । ଅକ୍ଟୋବର ମାସର ତାପମାତ୍ରାରେ ଦିଲ୍ଲୀ 26 ବର୍ଷର ରେକର୍ଡ ଭାଙ୍ଗିଛି । 26 ବର୍ଷରେ ପ୍ରଥମ ଥର ଲାଗି ଅକ୍ଟୋବର 29 ତାରିଖରେ ତାପମାତ୍ରା ସର୍ବନିମ୍ନ 12.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ଏହା ପୂର୍ବରୁ 1994 ଅକ୍ଟୋବର ମାସରେ ସବୁଠାରୁ କମ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହି ସମୟରେ ତାପମାତ୍ରା ସାଧାରଣତଃ 15 ରୁ 16 ଡିଗ୍ରୀ ରହୁଥିବା ବେଳେ ଚଳିତ ବର୍ଷ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଛୁଇଁଛି । ଶେଷ ଥରପାଇଁ  31 ଅକ୍ଟୋବର 1994 ମସିହାରେ ଦିଲ୍ଲୀର ତାପମାତ୍ରା 12.3 ଡିଗ୍ରୀ ରହିଥିଲା । ସେହିପରି 1937 ମସିହାରେ ସବୁଠାରୁ କମ 9.3 ଡିଗ୍ରୀର ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ଦିଲ୍ଲୀ ପାଣିପାଗ…

Read More

କଟକ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକ ବାଲିଯାତ୍ରା ଉପରେ କଟକଣା ଲାଗିଛି । ସହରରେ କୋଭିଡ୍‌ ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ସେହିପରି ସାମୂହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଧବଳେଶ୍ବରରେ ବି ବଡଓଷା ପାଳନ ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।ଭିଡ ଓ ଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନି ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ସୂଚନାଯୋଗ୍ୟ, ଯଦିଓ ରାଜ୍ୟରେ କରୋନା ମାମଲା ହ୍ରାସ ହେଉଛି, କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ସତର୍କ ନିଆଯାଉଛି । ଶୀତଋତୁରେ କରୋନା ମାମଲା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅପରପକ୍ଷରେ ୟୁରୋପ, ଫ୍ରାନ୍ସ ଜର୍ମାନୀ ଆଦି ରାଷ୍ଟ୍ରରେ ଶୀତ ଯୋଗୁଁ କରୋନାର ଦ୍ବିତୀୟ…

Read More

ରାଉରକେଲା: ଆପତ୍ତିଜନକ ସାମଗ୍ରୀ ଚାଲାଣ ବେଳେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି।ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଆଜି ଭୋର ସମୟରେ ଏକ ସ୍କର୍ପିଓର ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସ୍କର୍ପିଓରେ ଚାଲାଣ କରୁଥିବା ଜଣେ ମହିଳା ସମେତ ତିନିଜଣଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଟାଙ୍ଗରପାଲି ଥାନା ହେକେଡ୍‌ ରୋଡ୍‌ରେ ସ୍କର୍ପିଓଙ୍କୁ କିଛି ଦୁର୍ବୃତ୍ତ ଜାଳି ଦେଇଛନ୍ତି । ଉକ୍ତ ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନି ଜଣ ଥିଲେ। ଗାଡ଼ିରେ ଆପତ୍ତିଜନକ ସାମଗ୍ରୀ ଥିବା ଜାଣିବା ପରେ 10ରୁ 12 ଜଣ ଯୁବକ ବାଇକ୍‌ରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Read More