Author: Samikhsya Bureau

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଠିକ୍ ୧୯୪୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡିଶା ରାଜନୈତିକ ଇତିହାସରେ ନବୀନ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଟୁଇଟରରେ ନବୀନଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ ସହିତ ଦୀର୍ଘାୟୁ କାମନା କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଛନ୍ତି।

Read More

ଭୁବନେଶ୍ବର, ଆଜି ଆମେ ଆପଣଙ୍କୁ ସେହି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏକ ଭାଗ୍ୟଶାଳି ରାଶି ସଂପର୍କରେ କହିବୁ ଯାହାର କୁଣ୍ଡଳିରେ କେବଳ ଶୁଭ ଯୋଗ ହିଁ ରହିଛି। ଏହି ରାଶିର ଲୋକମାନଙ୍କ ଉପରେ ଭଗବାନ ଶନିଦେବ ଅତ୍ୟନ୍ତ ସନ୍ତୁଷ୍ଟ ଅଛନ୍ତି। ଶନିଦେବଙ୍କ ଅନୁଗ୍ରହରେ ଏହି ରାଶି ବ୍ୟକ୍ତି ଖୁବ୍ ଶୀଘ୍ର ଭଲ ଖବର ପାଇବାକୁ ଯାଉଛନ୍ତି। ବେକାର ଲୋକମାନେ ଭଲ ରୋଜଗାରର ସୁଯୋଗ ପାଇବେ, ଘର ପରିବାରର ଆର୍ଥିକ ସ୍ଥିତି ଦୃଢ ହେବ, ଲୋକମାନେ ଆପଣଙ୍କର ଭଲ ଆଚରଣ ଦ୍ୱାରା ବହୁତ ଆକର୍ଷିତ ହେବେ। ଆପଣଙ୍କ ଜୀବନସାଥୀ ଆପଣଙ୍କ ଭାବନାକୁ ପ୍ରଶଂସା କରିବେ। ଆପଣ ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇ ପାରିବେ। ସେୟାର ବଜାରରେ ବିନିଯୋଗ କରି ଆପଣ ଉପକୃତ ହୋଇ ପାରିବେ। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହେବ। ଏହି ରାଶିର ବ୍ୟକ୍ତିମାନଙ୍କର ସରକାରୀ ଚାକିରିରେ ପଦୋନ୍ନତିର ସମୁଦାୟ ଦୃଶ୍ୟମାନ ହେଉଛି। ଏହି ଭାଗ୍ୟଶାଳୀ ରାଶି ହେଉଛି ‘ମେଷ’।ଏହି…

Read More

ବ୍ରହ୍ମପୁର, ଗଜପତି ଜିଲ୍ଲାରୁ ଯାଉଥିବା ଏକ ବସ୍ ତପ୍ତପାଣି ଘାଟି ତଳକୁ ଖସିପଡିଥିବା ଜଣାପଡିଛି। ତେବେ ଏହି ବସଟି ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଖୋର୍ଦ୍ଧା ଆସୁଥିବାର ଜଣାପଡିଛି। ଏହି ବସ୍‌ରେ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି ଜଣାପଡିଛି। ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି।

Read More

ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ, ଔଷଧ ଓ ଅନ୍ୟାନ୍ୟ ଉପଚାର ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଭାରତର ଟୀକା ପ୍ରସ୍ତୁତ ଓ ନିର୍ମାଣକାରୀମାନେ କୋଭିଡ-19ର ମୁକାବିଲା ନିମନ୍ତେ କରୁଥିବା ଉଦ୍ୟମ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଏ ଦିଗରେ ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବେ ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅତ୍ୟାଧୁନିକ ପ୍ରକ୍ରିୟା ଓ ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଶେଷଜ୍ଞମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଟୀକାର ବଣ୍ଟନ ଓ ଯୋଗାଣ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଥିବା ବିଶେଷ…

Read More

ନୂଆଦିଲ୍ଲୀ, ଗୃହ ମନ୍ତ୍ରଣାଳୟର ଅନଲକ ୫.୦ ଗାଇଡଲାଇନକୁ ଆଧାର କରି ତଥା ସୃଜନଶୀଳ ଉଦ୍ୟୋଗ ଜଗତର ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ପରାମର୍ଶ, ପ୍ରସ୍ତାବକୁ ବିଚାର କରିବା ପରେ ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ “ସାଂସ୍କୃତିକ ସମାରୋହ ଏବଂ କାର୍ଯ୍ୟକ୍ରମ” ଆୟୋଜନ ଲାଗି ବିସ୍ତୃତ ଏସଓପି ଜାରି କରାଯାଇଛି। ଏହି ଏସଓପି ପାଳନ ସମୟରେ କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ। ଏସବୁ ଗାଇଡଲାଇନରେ ସାଧାରଣ ମାନକ ପଦ୍ଧତି (ଏସଓପି) ରହିଛି ଯାହାକୁ ଥିଏଟର ଓ ପ୍ରଦର୍ଶନୀ ସ୍ଥଳୀର ପରିଚାଳକ, ମନୋରଞ୍ଜନ/ସୃଜନଶୀଳ ସଂସ୍ଥା, କଳାକାର ଏବଂ ଅନ୍ୟ ସଦସ୍ୟମାନେ ପାଳନ କରିବେ। ଏମାନେ ଦେୟଯୁକ୍ତ କିମ୍ବା ମାଗଣାରେ କୌଣସି ସଭା ମଣ୍ଡପ କିମ୍ବା ଅନ୍ୟ କୌଣସି ଖୋଲା/ନିବୁଜ ପ୍ରଦର୍ଶନସ୍ଥଳୀ ଅକ୍ତିଆର କରିବା ସମୟରେ ଏହି ଏସଓପି ପାଳନ କରିବେ। କଳାକାର ଏବଂ ଅନ୍ୟ ସଦସ୍ୟ, ଗ୍ରୀନ ରୁମ ପରିଚାଳନା କର୍ତ୍ତୃପକ୍ଷ, ମଞ୍ଚ ପରିଚାଳନା କର୍ତ୍ତୃପକ୍ଷ, କଷ୍ଟ୍ୟୁମ…

Read More

କଟକ, ରାଜ୍ୟରେ ମନ୍ଦିର ଖୋଲିବ କି ନାହିଁ ସେ ନେଇ ଆସନ୍ତକାଲି ଓଡିଶା ହାଇକୋର୍ଟରେ ହେବ ଶୁଣାଣି।  ପୂର୍ବରୁ ଏହି ମାମଲାର ଶୁଣାଣି କରି କୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ। ଓଡିଶାରେ କାହିଁକି ମନ୍ଦିର ଖୋଲିବ ନାହିଁ ସେ ନେଇ ଜବାବ ଦାଖଲ କରିବା ପାଇଁ କୁହାଯାଇଥିଲା। ଫଳରେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ବିଭିନ୍ନ ମନ୍ଦିର କର୍ତ୍ତୁପକ୍ଷଙ୍କର ମତାମତ ନେଇଥିଲେ। ତେବେ ମନ୍ଦିର ଖୋଲିବା ସମ୍ଭବ ନୁହେଁ ବୋଲି ରାଜ୍ୟ ସରକାର ସେତେବେଳେ ମତ ରଖିଥିଲେ। ତେବେ ଏହି ମାମଲା ଆସନ୍ତାକାଲି ପୁଣି ଶୁଣାଣି ହେବ ବୋଲି ହାଇକୋର୍ଟ ଓକିଲ ବିଭୂତି ଚୌଧୁରୀ କହିଛନ୍ତି।

Read More

ସୁନ୍ଦରଗଡ : ଜଣେ ବନ୍ଧୁଙ୍କ ଟାଙ୍ଗିଆ ଚୋଟରେ ଅନ୍ୟ ଜଣେ ବନ୍ଧୁଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲାରେ ଘଟିଛି । ମଦ୍ୟପାନ ପରେ ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହେବାରୁ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ କିନ୍ଦିରିକେଲା ଥାନା ଟାଟିଜୋର ଗାଁରେ ବଚସାରୁ ହଣାକୋଟ ହୋଇଛି । ମଦ୍ୟପାନ ଦୁଇ ବନ୍ଧୁଙ୍କ ମଧ୍ୟରେ ବଚସା ହେବାରୁ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ଟାଙ୍ଗିଆ ଚୋଟରେ ହାଣି ହତ୍ୟା କରିଛି ।

Read More

ମୁମ୍ବାଇ : ମରାଠୀ ଓ ବଲିଉଡର  ଲୋକପ୍ରିୟ ଅଭିନେତ୍ରୀ ସୀମା ଦେଓ ଏବେ ଗମ୍ଭୀର ରୋଗର ଶିକାର ହୋଇଛନ୍ତି । ସେ ଅଲ୍‌ଜାଇମର୍ସ ରୋଗରେ ପୀଡ଼ିତ ଥିବାର ଜଣାଯାଇଛି । ତାଙ୍କ ପୁତ୍ର ତଥା ଆଜିଙ୍କ୍ୟ ଆର୍‌ ଦେଓ ଟୁଇଟରରେ ଏହି ସମ୍ପର୍କରେ ସୂଚନା ଦେବା ସହିତ ସୀମା ଶୀଘ୍ର ଆରୋଗ୍ୟ ହେବା ନିମେନ୍ତ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବାକୁ ଅପିଲ୍‌ କରିଛନ୍ତି । https://twitter.com/Ajinkyad/status/1316214178168799232?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1316214178168799232%7Ctwgr%5Eshare_3%2Ccontainerclick_0&ref_url=https%3A%2F%2Fwww.aajtak.in%2Fentertainment%2Fnews%2Fstory%2Fseema-deo-suffering-from-alzheimers-disease-son-ajinkkya-requested-fans-to-pray-for-mother-tmov-1145927-2020-10-15 ସୂଚନାଯୋଗ୍ୟ, ସୀମା ବଲିଉଡ୍‌ରେ ମଧ୍ୟ ବହୁ ବଡ ବଡ ହସ୍ତୀଙ୍କ ସହ ସ୍କ୍ରିନ୍‌ ସେୟାର କରିଛନ୍ତି । 1971 ମସିହାରେ ରିଲିଜ୍‌ ହୋଇଥିବା ଲୋକପ୍ରିୟ ଫିଲ୍ମ ‘ଆନନ୍ଦ’ରେ ଅଭିନେତା ରାଜେଶ ଖାନ୍ନା ଓ ଅମିତାଭଙ୍କ ସହ ନଜର ଆସିଥିଲେ ।  ଏହି ଫିଲ୍ମରେ ସୀମା ମିସେସ୍‌ ସୁମନ୍‌ କୁଲକର୍ଣ୍ଣୀ ଚରିତ୍ରରେ ନଜର ଆସିଥିଲେ । ଏହା ବ୍ୟତୀତ ‘ସରସ୍ବତୀଚନ୍ଦ୍ର’ ଫିଲ୍ମରେ ମଧ୍ୟ କାମ କରିଛନ୍ତି ସୀମା ।  (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ନାମାଙ୍କନ ପତ୍ର ଦାଖଲର ସପ୍ତମ ଦିନରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ରମେଶ ଚନ୍ଦ୍ର ମଲ୍ଲିକ ଏବଂ ରବିନ୍ଦ୍ର ନାଥ ସେଠୀ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି।  ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପ୍ରାର୍ଥୀମାନେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ପୂର୍ବରୁ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ନିଜର ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି। ଗତକାଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଗତକାଲି ସୁଦ୍ଧା ମୋଟ୍ ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଆଜି ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି।ଆଜି ସୁଦ୍ଧା ସମୁଦାୟ ୬ଜଣ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା : ବେଗୁନିଆପଡା ବ୍ଲକରେ ତେଜିଲା ରାଜନୀତି । ବେଗୁନିଆପଡ଼ା ବ୍ଳକ ବେଗୁନିଆପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ।  ସରପଞ୍ଚ ଅରୁଣ କୁମାର ମାଝୀଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ୧୦ ଜଣ ୱାର୍ଡ ସଭ୍ଯ /ସଭ୍ଯା।ଗୁରୁବାର ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସବୁ ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କ ଦସ୍ତଖତ ସମ୍ବଳିତ ଲିଖିତ ଅନୁରୋଧ ପତ୍ର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଦିଆଯାଇଛି। ସରପଞ୍ଚ ନିଜ ଇଚ୍ଛା ମୁତାବକ ପଞ୍ଚାୟତ ଫଣ୍ଡକୁ ଅପ ବ୍ଯବହାର କରିବା ସହ ପ୍ରିୟା ପ୍ରତି ପୋଷଣ ନୀତି ଅବଲମ୍ବନ କରୁଛନ୍ତି। ରାସନ୍ କାର୍ଡରେ ନିଜ ଲୋକଙ୍କୁ କାର୍ଡ ପ୍ରଦାନ ସହ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତର ଯେ କୌଣସି ଉନ୍ନୟନ କାର୍ଯ୍ୟରେ କୌଣସି ଓ୍ବାର୍ଡ ସଭ୍ଯ ସଭ୍ଯାଙ୍କୁ ଅବଗତ  ନକରିବା ଏବଂ ମନମୁଖୀ କାର୍ଯ୍ଯ କରିବା, କୋଭିଡ୍ ୧୯ କଟକଣା…

Read More

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 253 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ନୂତନ253 ଆକ୍ରାନ୍ତଙ୍କ ମଧ୍ୟରୁ 73 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 180 ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଲକ୍ଷ୍ମୀସାଗରରୁ 13 ଜଣ ରହିଥିବାବେଳେ ଶହୀଦ ନଗରରୁ 20 ଜଣ,  ଖଣ୍ଡଗିରି ଓ ପଟିଆରୁ 9 ଜଣ ଲେଖାଏଁ ରହିଛନ୍ତି । ସେହିପରି ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁରରୁ 7ଜଣ ଲେଖାଏଁ ରହିଛନ୍ତି । ସେହିପରି ଆଜି ରାଜଧାନୀରୁ 299 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 253 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା 26 ହଜାର 536ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 23 ହଜାର 166ଜଣ । ସେହିପରି 127ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 3ହଜାର222ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Read More

ରମେଶ ମହାନ୍ତି ଜଗତସିଂହପୁର : ଉପନିର୍ବାଚନ ପାଇଁ ବିଜେଡିର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। । ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଗତ ୩ଟି ନିର୍ବାଚନରେ ବିଜେଡ଼ି ଦଖଲରେ ରହିଛି। ରବିନ୍ଦ୍ର ନାଥ ଭୋଇ, ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଚରଣ ଦାସ ୩ଟି ନିର୍ବାଚନରେ ଦଳର ବିଜୟ ପତାକା ଏଠାରେ ଉଡ଼ାଇଛନ୍ତି। ମାତ୍ର ଏବେ ବିଷ୍ଣୁଙ୍କ ପରଲୋକ ପରେ ଅନୁଷ୍ଠିତ ହେବାକୁଥିବା ଉପନିର୍ବାଚନରେ ପୁଣିଥରେ ବିଜେଡି ବାଜି ମାରିବାକୁ ଆରମ୍ଭ କରିଛି ଚକ୍ରବ୍ୟୁହ। ପରଲୋକଗତ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ଯଦିଓ ଦଳୀୟ ପ୍ରା୍‍ର୍ଥୀ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି, ଦଳ କିନ୍ତୁ ଢ଼େର ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ କରିଛି ବିଜୟ ଯୋଜନା। ତିର୍ତୋଲ ନିର୍ବାଚନମଣ୍ଡଳୀ ଅଧିନସ୍ଥ ବିରିଡ଼ି ବ୍ଲକର ୨୧, ରଘୁନାଥପୁର ୧୯ ଓ ତିର୍ତୋଲ ବ୍ଲକ୍‍ ୨୧ ପଞ୍ଚାୟତ ନିମନ୍ତେ ମୋଟ ୪୦ ଜଣ ଦଳୀୟ ନେତାଙ୍କୁ ଦାୟିତ୍ୱ…

Read More

ନୂଆଦିଲ୍ଲୀ : ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି। ଭାରତରେ ଅନଲକ୍‌ ପ୍ରକ୍ରିୟା ଚାଲୁ ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେକ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି। ତେବେ ଏହା ମଧ୍ୟରେ ୟୁରୋପରେ ଚିନ୍ତାର ଖବର ସାମ୍ନାକୁ ଆସିଛି । ୟୁରୋପର ଅନେକ ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଆରମ୍ଭ ହୋଇଛି । ଯାହା ପ୍ରଥମ ଲହରଠାରୁ ଅଧିକ ବିପଜ୍ଜନକ ରହିଛି ।  ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି । ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍‌ ଓ ଫ୍ରାନ୍ସର 8ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି 9ଟାରୁ ସକାଳ 6ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ଚାରି ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ…

Read More

ଭୁବନେଶ୍ବର:  ଆସନ୍ତା 19ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା । କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଗଭୀର ଅବପାତ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା 19 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି।

Read More

ରମେଶ ମହାନ୍ତି ଜଗତସିଂହପୁର :ତିର୍ତ୍ତୋଲ ଉପନିର୍ବାଚନରେ ବିଜେଡି ନିଜ ପ୍ରାର୍ଥୀକୁ ଜିତାଇବା ପାଇଁ ପଞ୍ଚାୟତ ସ୍ତରରେ ଯୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଗୋଟିଏ ଦିନରେ ତିର୍ତୋଲ ବ୍ଲକ ୩ନଂ ଜୋନର ବିରିତୋଳ ଓ ସଂଅରା ପଞ୍ଚାୟତ ସମେତ ଜଗନ୍ନାଥପୁର ପଞ୍ଚାୟତରେ ବୁଧବାର ଦିନ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବିରିତୋଳ ପଞ୍ଚାୟତର ସଲମପୁର ଗ୍ରାମରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ତିର୍ତ୍ତୋଲ ବ୍ଲକ୍ ବିଜେଡିର ପୂର୍ବତନ ବ୍ଲକ ସଭାପତି ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବାଲିକୁଦାର ପୁର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଯୋଗଦେଇ ନିର୍ବାଚନରେ ଦଳର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ସର୍ବାଧିକ ଭୋଟରେ ଜିତାଇବା ପାଇଁ ଆହ୍ବାନ ଦେବାସହିତ ୱାର୍ଡ କମିଟି ଗଠନ ଉପରେ ଗୁରୁତ୍ୱ ଦେଇଥିଲେ।ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ବୈଠକରେ ତିର୍ତ୍ତୋଲ ବ୍ଲକ…

Read More

ବଲାଙ୍ଗିର : ଦୁଇଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଥିବାର ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ଆଜି ଏକ ଅଘଟଣ ଘଟିଯାଇଛି। ଦୁଇ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ଦୁଇ ହଳ ଚପଲ ଥୁଆ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳିପାରିନି ।ଖବର ପାଇ ଗୁଡଭେଲା ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ବେଳେ ସେମାନଙ୍କ ପତ୍ତା ମିଳି ପାରିନାହିଁ। ନଦୀକୁ ଡେଇଁ ପଡ଼ିଥିବା ଯୁବତୀ ଦ୍ବୟ ଦୁଇ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ଦେଇଛନ୍ତି। ଉଭୟଙ୍କ ବୟସ 20ରୁ 25 ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।

Read More

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । 74 ବର୍ଷରେ ପାଦ ଥାପିବେ ନବୀନ । କୋଭିଡ୍ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ଆଠ ମାସ ହେଲା କୋଭିଡ଼ ଯୋଗୁଁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆଗାମୀ କାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ,ରକ୍ତ ଦାନ କରିବା ଏବଂ କ୍ଟ୍ରକ୍ଷବଗ୍ଦଜ୍ଞବ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣ କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦଳୀୟ ନେତା, କର୍ମୀ, ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଅପିଲ କରିଛନ୍ତି ଯେ, ଏଭଳି ପରିସ୍ଥିତିରେ ଆସନ୍ତାକାଲି ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ । ରକ୍ତଦାନ କରିବା ଓ ପ୍ଲାଜମା ଦାନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Read More

ହରିୟାଣା: ହରିୟାଣାରୁ ଅମାନବୀୟତାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ଦେଢ ବର୍ଷ ପର୍ଯ୍ୟନ୍ତ ଶୌଚାଳୟରେ ବନ୍ଦ କରି ରଖାଯାଇଥିଲା । ମହିଳାଙ୍କ ସ୍ବାମୀ ତାଙ୍କୁ ଏକ ବର୍ଷରୁଅଧିକ ସମୟ ଧରି ତାଙ୍କୁ ଶୌଚାଳୟରେ ବନ୍ଦ କରି ରଖିଥିଲେ । ଅଭିଯୋଗ ପରେ ମହିଳାଙ୍କ ସ୍ବାମୀଙ୍କୁଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ହରିୟାଣାର ପାନିପତ୍‌ ଅଞ୍ଚଳର ସନୌଲୀ ଅଞ୍ଚଳରୁ ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଅମାନବୀୟତାର ଏକ ନୂତନ ଚେହେରା ଦେଖିବାକୁ ମିଳିଛି । ଅଭିଯୁକ୍ତ ସ୍ବାମୀ ଜଣକ ସ୍ତ୍ରୀକୁ ମାର୍‌ପିଟ୍‌ କରିବାସହ ତାଙ୍କୁଖାଇବାକୁ କିଛି ଦେଉନଥିଲା ବୋଲି ଅଭିଯୋଗ ରହିଛି । ଘଟଣାଟି ସାମ୍ନାକୁ ଆସିବା ପରେ ଜିଲ୍ଲା ସଂରକ୍ଷଣ ଅଧିକାରୀ ରଜନୀ ଗୁପ୍ତା ସନୌଲୀ ପୋଲିସ୍‌ର ସାହାଯ୍ୟ ନେଇଛନ୍ତି । ପୋଲିସ୍‌ର ସାହାଯ୍ୟରେ ମହିଳାଙ୍କୁ ବନ୍ଧନରୁ ମୁକ୍ତ କରାଯାଇଛି । ମହିଳା ଜଣକ ଶୌଚାଳୟରୁ ବାହାରରିବା ମାତ୍ର ଖାଦ୍ୟ ମାଗିଥିଲେ…

Read More

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି  । ଗତ 15 ମାସ ମଧ୍ୟରେ ମୋଦିଙ୍କ ସମ୍ପତ୍ତିରେ 36.53 ଲକ୍ଷ ବଢିଛି ।  ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତି ହ୍ରାସ ପାଇଛି  । ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କର ସମ୍ପତି ତାଲିକାରୁ ଏହା ଜଣାପଡ଼ିଛି  । 2020 ଜୁନ 30 ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତି ମୂଲ୍ୟ 2.85 କୋଟି ଟଙ୍କା ହୋଇଛି  । ଗତ ବର୍ଷ ଅପେକ୍ଷା ଏହା ସାମାନ୍ୟ ଅଧିକ  । ମୋଦି ନିଜ ଦରମାରୁ ଅଧିକ ଅର୍ଥ ସଂଚୟ କରୁଛନ୍ତି  । ଯେତେବେଳେକି କରୋନା ପାଇଁ ସେୟାର ବଜାର ଦୁର୍ବଳ ଥିବାରୁ ଅମିତ ଶାହାଙ୍କ ସମ୍ପତ୍ତି 32.3 କୋଟିରୁ 28.6 କୋଟିକୁ ହ୍ରାସ ପାଇଛି  । ମୋଦି ନିଜ ରୋଜଗାରର ବଡ଼ ଅଂଶ ଟର୍ମ ଡିପୋଜିତ ଓ ସେଭିଂସ ଆକାଉଂଟରେ ରଖୁଛନ୍ତି  । ମୋଦିଙ୍କ ନିକଟରେ 31…

Read More

ମୁମ୍ବାଇ :  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ସମେତ କେତେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ 30 ଲୋକଙ୍କର ମୃତ୍ୟୁ ଘଟିଲାଣି। ଏଥିମଧ୍ୟରୁ କେବଳ 15 ଜଣ କେବଳ ହାଇଦ୍ରାବାଦର। ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିରହିଥିବା ବେଳେ ସାରା ରାତି ବର୍ଷା ହେବାରୁ ଏକ ପାଚେରୀ ଭାଙ୍ଗି ପଡ଼ିଥିଲା। ଏହି ପାଚେରୀ ନିକଟରେ ଥିବା ୧୦ଟି ଘର ଉପରେ ଅଜାଡି ପଡ଼ିବାରୁ 9 ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ଯୋଗୁ ରାଜଧାନୀ ହାଇଦ୍ରାବାଦ୍‌ ସ୍ଥିତି ବେହାଲ ହୋଇଯାଇଛି। ମିଳିଥିବା ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ବିଦ୍ୟୁତ ଖୁଣ୍ଟ ସବୁ ଉପୁଡି ଯାଇଛି। ଫଳରେ ସହରରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ହଜାର ହଜାର ଏକର କ୍ଷେତ ଜଳାର୍ଣ୍ଣବ ହୋଇଯାଇଛି। ଏନଡିଆରଏଫ ଏବଂ…

Read More