ସମ୍ବଲପୁର : ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍ ଚକା ତଳେ ମା’ପୁଅଙ୍କ ଜୀବନ ଚାଲିଯାଇଛି । ଏହିପରି ଏକ ଅଭାବନୀୟ ଘଟଣା ସମ୍ବଲପୁର -ଦେବଗଡ ରାସ୍ତାରେ ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଟ୍ରକ୍ ଚକ ତଳେ ମାଆ ପୁଅଙ୍କ ଜୀବନଚାଲିଯାଇଛି ।ସମ୍ବଲପୁର – ଦେବଗଡ ରାସ୍ତା ପଡିଆବାହାଲ ନିକଟରେ ଏକ ଦୁର୍ଘଟଣାରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି । ରାସ୍ତାରେ ଚାଲି ଯାଉଥିବାବେଳେ ଟ୍ରକ୍ ଦୁହିଁଙ୍କୁ ଚାପି ଦେଇଛି । ତିନି ବର୍ଷର ପୁଅକୁ ନେଇ ମା’ ଚାଲି ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
Author: Samikhsya Bureau
କଟକ : କରୋନା କଟକଣା ମଧ୍ୟରେ ପାଳିତ ହେଇଛି ଦୁର୍ଗାପୂଜା । କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସ୍ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ପାଇଁ ସହରରେ ମୂତୟନ ହେବେ 30 ପ୍ଲାଟୁନ୍ ପୋଲିସ୍। 100 ଜଣ ପୋଲିସ୍ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସହରର 14ଟି ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । କଟକରେ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।
ପୁରୀ : ପୁରୀ ସ୍ବର୍ଗଦ୍ବାରର ଶବ ଦାହ କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ଜିଲ୍ଲାର ଶବଦାହ ଉପରୁ କଟକଣା ହଟାଯାଇଥିଲା । କିନ୍ତୁ ବଳବତ୍ତର ରହିବ କୋଭିଡ୍ କଟକଣା । ଶେଷକୃତ୍ୟ ବେଳେ ସ୍ୱର୍ଗଦ୍ୱାରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବ । କିନ୍ତୁ କୋଭିଡ୍ ରୋଗୀଙ୍କ ଶବଦାହ ଉପରେ କଟକଣା ଜାରି ରହିଛି । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ । ଏହାପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି । ସ୍ୱର୍ଗଦ୍ୱାର ପରିସର, ଚାରିପାଖ…
ମାଲକାନଗିରି : ବିଏସଏଫକୁ ଏକ ବଡ଼ ସଫଳତା ମିଳିଛି । ମାଓବାଦୀ ଲୁଚାଇ ରଖିଥିବା 7ଟି ଅଫୁଟା ଲ୍ୟାଣ୍ଡମାଇନ ଓ ଟିଫିନ ବୋମାକୁ ସୁରକ୍ଷାବାହିନୀ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତ ଗୋରା ସେତୁ ନିଟକରୁ ଯବାନମାନେ ଏହାକୁ ଉଦ୍ଧାର କରିଛନ୍ତି । ପ୍ରକାଶ ଯେ, ଗୋରା ସେତୁରୁ ଟୁଟୁଗନ୍ଧି ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ କରୁଥିବା ସମୟରେ 7ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ପୋତା ଯାଇଥିବା ଖବର ପାଇଥିଲେ । ବିଏସଏଫ୍ର ଏକ ଟିମ୍ ଟିଫିନ୍ ବୋମାକୁ ନିଷ୍କ୍ରିୟ କରିଛନ୍ତି। ବିସ୍ଫୋରଣ ପାଇଁ ମାଓବାଦୀମାନେ ଏହାକୁ ଲୁଚାଇ ରଖିଥିବାର ସନ୍ଦେହ କରାଯାଉଛି ।
ଭୁବନେଶ୍ବର : ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା 23 ତାରିଖରେ ତିର୍ତ୍ତୋଲ ଓ 24 ତାରିଖରେ ବାଲେଶ୍ବରରେ ପ୍ରଚାର କରିବେ ଧର୍ମେନ୍ଦ୍ର । ଉଭୟ ସ୍ଥାନରେ ରୋଡ୍ ଶୋ’ ସହ ବିଭିନ୍ନ ସଭାରେ ଯୋଗଦେବେ ଧର୍ମେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର କରିବେ । ନିର୍ବାଚନ ବେଳେ ଆଭିମୁଖ୍ୟ କଠୋର ରହିବ ବୋଲି କହିଛନ୍ତି ପୃଥ୍ବୀରାଜ । ଆସନ୍ତା ନଭେମ୍ବର 3ରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ପାଇଁ ଭୋଟ ଗ୍ରହଣ କରାଯିବ। 10 ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣା ଭିତରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।
ରମେଶ ମହାନ୍ତି ଜଗତସିଂହପୁର : ସୋମବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳର ପ୍ରାର୍ଥୀ , ସ୍ୱାଧୀନ ପ୍ରାର୍ଥୀ ଏବଂ ପ୍ରତିନିଧି ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି ତିର୍ତ୍ତୋଲ ଉପନିର୍ବାଚନ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେବା ସହିତ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୮ଟି ପଡିଆ ଚିହ୍ନଟ କରାଯାଇଛି। ଚିହ୍ନିତ ପଡିଆକୁ ଛାଡି ଅନ୍ୟ ଯାଗାରେ ସଭା ସମିତି କରିପାରିବେ ନାହିଁ। ରୋଡ୍ ସୋ ଶୋଭାଯାତ୍ରାରେ ୫ଟି ଗାଡିରୁ ଅଧିକ ବ୍ୟବହାର କରିପାରିବେ ନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କୋଭିଡ୍ ୧୯ ମାର୍ଗଦର୍ଶିକା ଅନୁଯାୟୀ ନିର୍ବାଚନୀ ସଭାରେ ୨୦୦ଜଣରୁ ଅଧିକ ସମାଗମ ହୋଇପାରିବେ ନାହିଁ। ଏଥର ନିର୍ବାଚନରେ ନୂଆକରି ୮୦ ବର୍ଷରୁ…
କର୍ଣ୍ଣାଟକ : କର୍ଣ୍ଣାଟକରେ ଚାରି ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ରାଜ୍ୟ ପରିବହନ ବିଭାଗର ନୂଆ ନିର୍ଦ୍ଦେଶ ଅନୁସାରେ ଏବେ ସମସ୍ତ ଦୁଇଚକିଆ ବାଇକ ଆରୋହୀଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ଛୋଟ ଶିଶୁ ବା ଯେଉଁମାନଙ୍କର ବୟସ ଚାରି ବର୍ଷ ବା ତାଠାରୁ ଅଧିକ ସେମାନଙ୍କୁ ମଧ୍ୟ ଦୁଇ ଚକିଆ ଯାନରେ ବସିବାବେଳେ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଂଘନ କରନ୍ତି ତେବେ ତାଙ୍କୁ ଜରିମାନା ସହିତ 3 ମାସ ପର୍ଯ୍ୟନ୍ତ ତାଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯିବ । ସଡକ ଦୁର୍ଘଟଣାକୁ ନଜରରେ ରଖି କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ହେଲମେଟ ପିନ୍ଧିବାକୁ ନେଇ ଭାରତୀୟମାନେ ଅଧିକ ଦାୟିଦ୍ବହୀନତା ଦେଖାଇଥାନ୍ତି। ଭାରତରେ ହେଲମେଟ୍ ନ ପିନ୍ଧିବା କାରଣରୁ ଦୈନିକ 98 ଲୋକଙ୍କର ମୃତ୍ୟୁ ହୋଇଥାଏ । …
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ 4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆପଡାରୁ 2 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଭଦ୍ରକ,ଝାରସୁଗୁଡା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1168କୁ ବୃଦ୍ଧି ହୋଇଛି । ମୟୂରଭଞ୍ଜରୁ 60 ବର୍ଷୀୟ ମହିଳା, 30 ବର୍ଷୀୟ ମହିଳା, 72 ବର୍ଷୀୟ ଦୁଇଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଜଣେ 58 ବର୍ଷୀୟ ପୁରୁଷ ଓ 72ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ୯ଜଣ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ସୋମବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ କୌଣସି ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନାହାନ୍ତି। ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ- ବିଜେଡି ଦଳରୁ ବିଜୟ ଶଙ୍କର ଦାସ , ବିଜେପି ଦଳରୁ ରାଜକିଶୋର ବେହେରା , କଂଗ୍ରେସ ଦଳରୁ ହିମାଂଶୁ ଭୂଷଣ ମଲ୍ଲିକ , ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା , ରବିନ୍ଦ୍ର ନାଥ ସେଠୀ , ରମେଶ ଚନ୍ଦ୍ର ମଲ୍ଲିକ , ସଚିତ୍ର ମଲ୍ଲିକ , ଗୋଲାପ ମଞ୍ଜରୀ ଭୋଇ ।
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୯୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ୭୮୯ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୨ହଜାର ୨୫୦କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୪୯ ହଜାର ୫୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୨ହଜାର ୩୦୪ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୫୨ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୯୮୨ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଜଣ…
ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍ ଏବେ ତଳମୁହାଁ ହୋଇଛି । ଗତ କିଛି ଦିନ ଦୈନିକ ଆକ୍ରାନ୍ତ ଓ ଦୈନିକ କରୋନା ମୃତ୍ୟୁ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ 46 ହଜାର 790 ନୂତନ ମାମଲା ଆସିଥିବାବେଳେ 587 ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 75 ଲକ୍ଷ 97 ହଜାର 64ରେ ପହଞ୍ଚିଥିବାବେଳେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 197କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 7 ଲକ୍ଷ 48 ହଜାର 538 ରହିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 67 ଲକ୍ଷ 33 ହଜାର 328 ରହିଛି । ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହାର ଆଠ ଗୁଣା ରହିଛି । ଆଇସିଏମ୍ଆରର…
ପୁରୀ: ଖାଲି ବଗି ଥିବା ଏକ ଟ୍ରେନ୍ର ଗୋଟିଏ ଇଞ୍ଜିନ୍ ଲାଇନ ଚ୍ୟୁତ ହୋଇଛି । ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍ର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନ୍ର ଆଗ ତିନୋଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ୍ରୁ ଆସୁଥିବା ବେଳେ ଇଞ୍ଜିନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରେଲୱେ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରିଥିଲେ। ତେବେ କାହିଁକି ଲାଇନଚ୍ୟୁତ ହେଲା ତାହା ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ବରିଷ୍ଠ ଅଧିକାରୀ ।
ଭୁବନେଶ୍ବର : ବୃଦ୍ଧାଙ୍କଠାରୁ କାନଫୁଲ ଝାମ୍ପିନେଇ ଦୁଇ ଦୁର୍ବୃତ୍ତ ଚମ୍ପଟ ମାରିଥିବାର ସୂଚନା ରହିଛି । ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ବୃଦ୍ଧାଙ୍କଠାରୁ ଦୁର୍ବୃ୍ତ୍ତମାନେ କାନଫୁଲ ଝାମ୍ପି ନେଇଛନ୍ତି । ବୃ୍ଦ୍ଧାଜଣକ ଫୁଲ ତୋଳିବାକୁ ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ କାନଫୁଲ ଝାମ୍ପି ନେଇଯାଇଛନ୍ତି । ସୂଚନାଯୋଗ୍ୟ,ଗତ କିଛି ଦିନ ହେବ ରାଜଧାନୀରେ ଲୁଟେରା ମାତିଛନ୍ତି । ଲକ୍ଡାଉନ୍ ସମୟରେ ଜଣେ ମହିଳା ଡିଏସ୍ପିଙ୍କ ଘରୁ ଚୋରମାନେ ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟି ନେଇଥିବାବେଳେ ଜଣେ ସାମ୍ବାଦିକଙ୍କ ଘରେ ମଧ୍ୟ କଳାକନା ବୁଲାଇଥିଲେ। ଅବଶ୍ୟ କମିଶନରେଟ୍ ପୋଲିସ୍ କିଛି ଚୋରଙ୍କୁ କାବୁ କରିବାରେ ସଫଳ ମଧ୍ୟ ହୋଇଛି ।
ବାରିପଦା : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତାହତମାନେ ରାସଗୋବିନ୍ଦପୁର ରେଞ୍ଜ ତୁକ ପଳାସିଆ ଗାଁର ବୋଲି ସୂଚନା ରହିଛି । ରବିବାର ଦିନ ମଧ୍ୟ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଜଣଙ୍କୁ ହାତୀ ଦଳି ମାରିଦେଇଥିଲା। ଜିଲ୍ଲାର କରଞ୍ଜିଆ ବ୍ଲକ ଅଞ୍ଚଳରେ ମଧ୍ୟ ହାତୀପଲ ଧାନକ୍ଷେତ ନଷ୍ଟ କରିଛନ୍ତି।
ଜାକର୍ତ୍ତା, ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ୯୧ ଲକ୍ଷ ଲୋକଙ୍କୁ କୋଭିଡ -୧୯ ଟିକା ଯୋଗାଇବ | ରୋଗ ନିୟନ୍ତ୍ରଣ ଏବଂ ସ୍ୱାସ୍ଥ୍ୟ ନିରାକରଣର ମହାନିର୍ଦ୍ଦେଶକ ଅହମ୍ମଦ ଉରିଏଣ୍ଟୋ ଏହି ସୂଚନା ଦେଇଛନ୍ତି। ସୋମବାର ଦିନ ସ୍ଥାନୀୟ ଗଣମାଧ୍ୟମରର ରିପୋର୍ଟରୁ ଜଣାପଡିଛି ଯେ, କୋଭିଡ -୧୯ ସଂକ୍ରମଣ ହେବାର ଆଶଙ୍କା ଥିବା ଲୋକଙ୍କ ଉପରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବ। ବିଶେଷକରି ବିମାନବନ୍ଦର କର୍ମଚାରୀ, ସୈନିକ ଏବଂ ପୋଲିସ କର୍ମଚାରୀଙ୍କ ସମେତ ଡାକ୍ତରୀ ତଥା ଜନସେବା କର୍ମଚାରୀଙ୍କୁ ଏହା ଦିଆଯିବ। ଉରିଏଣ୍ଟୋ କହିଛନ୍ତି ଯେ ଏହି ଟିକା କେବଳ ୧୮ ରୁ ୫୯ ବର୍ଷ ବୟସର ଲୋକଙ୍କୁ ଦିଆଯିବ।
ନାଗପୁର, ମୁଣ୍ଡବିନ୍ଧାକୁ କେବେ ବି ଅଣଦେଖା କରିବା ଅନୁଚିତ। କାରାଣ ହୁଏତ ଏହା କିଛି ବଡ ରୋଗର କାରଣ ହୋଇପାରେ। ତେଣୁ ଏହି ରୋଗର ଲକ୍ଷଣ ଭଲ ଭାବରେ ଜାଣି ଚିକିତ୍ସା ହେବା ଉଚିତ। ଆଜି ଆମେ ଆପଣଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବୁ, ଯାହା ମୁଣ୍ଡବିନ୍ଧାର କାରଣ ହୋଇପାରେ। ଷ୍ଟ୍ରୋକ: ହଠାତ୍ ମୁଣ୍ଡବିନ୍ଧା ଏବଂ ଯଦି ଶରୀରର ଗୋଟିଏ ଅଂଶ କାମ ବନ୍ଦ କରିଦିଏ, ତେବେ ଏହା ଷ୍ଟ୍ରୋକର ଲକ୍ଷଣ ହୋଇପାରେ। ମସ୍ତିଷ୍କ ଟ୍ୟୁମର୍: ବିନା କାରଣରେ ମୁଣ୍ଡବିନ୍ଧା କ୍ରମାଗତ ଭାବରେ ଲାଗିରହିବା ଯଦି ସାଧାରଣ ଚିକିତ୍ସାରେ ଭଲ ନ ହୁଏ ତେବେ ଏହା ମସ୍ତିଷ୍କ ଟ୍ୟୁମରର ସଙ୍କେତ ହୋଇପାରେ। ମସ୍ତିଷ୍କ ଆଘାତ: ଯଦି ଆପଣଙ୍କ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହୁଏ, ତେବେ ଏହା ମଧ୍ୟ ମସ୍ତିଷ୍କରେ କୈଣସି ପ୍ରକାରର ଆଘାତ ହେତୁ ହୋଇପାରେ। ଚାପ: କ୍ରମାଗତ ଚାପ ଯୋଗୁଁ ଶରୀରର ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ। ଯାହା…
ନୂଆଦିଲ୍ଲୀ, ପ୍ରାୟ ୬୨ ବର୍ଷ ପରେ ଏହି ୬ ଟି ରାଶିରେ ହେଉଛି ବଡ ପରିବର୍ତ୍ତନ। ଏହି ରାଶିଗୁଡିକ ଉପରେ ଦେବଦେବ ମହାଦେବ ବେଶ୍ ପ୍ରସନ୍ନ ଅଛନ୍ତି। ଫଳରେ ସେହି ରାଶିର ବ୍ୟକ୍ତିମାନଙ୍କ କ୍ଷେତ୍ରରେ କେତେକ ପରିବର୍ତ୍ତନ ଆସୁଛି। ଜାଣନ୍ତୁ ତାହା କଣ ମେଷ, ବୃଷ, ମିଥୁନ: – ସାବଧାନ ରୁହ, ତୁମର ଲକ୍ଷ୍ୟ ହାସଲ କରିବା ପାଇଁ ତୁମେ ହୁଏତ ନିର୍ଦ୍ଦୟ ହୋଇଯିବ। ସମୟ ହେଉଛି ସବୁକିଛି। ଦୁଇଟି କାରଣ ପାଇଁ ରାଜନୀତି, ଧର୍ମ ଏବଂ ଜାତିଗତ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏକ ଭୟଙ୍କର ସାବସ୍ତ୍ୟ ହୋଇପାରେ। କାରଣ ମଙ୍ଗଳ ଏବଂ ପ୍ଲୁଟୋ ସମତୁଲ ହୋଇଥିବାରୁ ଅନେକ ଜିନିଷଗୁଡିକ ହାତରୁ ଚାଲିଯିବ, ଫଳରେ ହିଂସାତ୍ମକ ଭାବ ଉଦ୍ରେଗ ହେବ। ଦ୍ୱିତୀୟ କାରଣ ହେଉଛି ଚନ୍ଦ୍ର ଚେତାବନୀ ହେତୁ କିଛି ସଫଳ ହେବ ନାହିଁ । ଅଂଶୀଦାର ସମ୍ପତ୍ତି, ବୀମା ବସ୍ତି ଏବଂ ଉତ୍ତରାଧିକାରୀ ବିଷୟରେ ବିବାଦରେ ଜଡିତ ହୁଅନ୍ତୁ…
ନୂଆଦିଲ୍ଲୀ, କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି । ଅତ୍ୟଧିକ ଉଚ୍ଚତା ଏବଂ କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପିଏଲଏ ସୈନିକଙ୍କୁ ଅମ୍ଳଜାନ, ଖାଦ୍ୟ ଏବଂ ଶୀତ ପୋଷାକ ସହିତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ନିଖୋଜ ସୈନିକଙ୍କ ସୂଚନା ସମ୍ପର୍କରେ ପିଏଲଏ ପକ୍ଷରୁ ଦିଆଯାଇଥିବା ଏକ ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇଛି । ପ୍ରୋଟୋକଲ ଅନୁଯାୟୀ, ପ୍ରକ୍ରିୟା ସମାପ୍ତ ହେବା ପରେ ସେହି ସୈନିକଙ୍କୁ ଚୁସୁଲ – ମୋଲଡୋ ବୈଠକ ସ୍ଥାନରେ ଚୀନ ଅଧିକାରୀଙ୍କୁ ଫେରାଇ ଦିଆଯିବ।
ନୂଆଦିଲ୍ଲୀ, ଆଜି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ‘ଆୟୁଷ୍ମାନ ସହକାର’ ନାମରେ ଏକ ଅନୁପମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି କରିବାରେ ସମବାୟ ସଂସ୍ଥାଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ । ଏଥିପାଇଁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଜାତୀୟ ସମବାୟ ବିକାଶ ନିଗମ (ଏନ୍ସିଡିସି) ମିଳିତଭାବେ ଏକ ବିତ୍ତୀୟ ପ୍ରତିଷ୍ଠାନ ଗଠନ କରିଛନ୍ତି; ଯାହା ବିକାଶ କାର୍ୟ୍ୟ ପାଇଁ ଅର୍ଥ ଯୋଗାଇ ଦେବ । ଆଜି ଏ ସଂପର୍କରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ଯେ ଏନ୍ସିଡିସି ଦେଶର ଯୋଗ୍ୟ ସମବାୟ ସଂସ୍ଥାଗୁଡିକୁ ଆସନ୍ତା ବର୍ଷଗୁଡିକ ପାଇଁ ୧୦ ହଜାର କୋଟି ଟଙ୍କାର ଋଣ (ଟର୍ମ ଲୋନ) ଯୋଗାଇ ଦେବ। ବର୍ତ୍ତମାନର କରୋନା ମହାମାରୀ ଫଳରେ ଅଧିକରୁ ଅଧିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୃଷ୍ଟିର ଆବଶ୍ୟକତା ଅନୁଭୂତ ହେଉଛି । ଏହାକୁ ପୂରଣ କରିବା ପାଇଁ ଏନ୍ସିଡିସି ଏକ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧୀନସ୍ଥ କାଳୁପଡା ଘାଟ ବଜାରରୁ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ବ୍ୟକ୍ତିଜଣଙ୍କ ଗୁରୁତର ଆହତ ହୋଇ ଏକ ଘଞ୍ଚ ବୁଦା ଭିତରେ ପଡିଥିଲେ। ସ୍ଥାନୀୟ ଯୁବକମାନେ ଆହତ ବ୍ୟକ୍ତିଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସଂଗଠନର ନଜରକୁ ଆଣିଥିଲେ। ସଂଗଠନର ଅଧ୍ୟକ୍ଷ ଶିଵ ଶଙ୍କର ଦାସଙ୍କ ତତ୍ୱାବଧାନରେ ଏକ ଦଳ କାଳୁପଡା ଘାଟ ଅଞ୍ଚଳର କିଛି ସ୍ଥାନୀୟ ଲୋକଙ୍କ ସହ ମିଶି ସମୃକ୍ତ ରୋଗୀକୁ ସଫା କରିବା ସହ ନୂତନ ବସ୍ତ୍ର ପରିଧାନ କରାଇଥିଲେ। ତାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହାପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଅଛି। ଅପର ପକ୍ଷରେ ରୋଗୀର ସମ୍ପୁର୍ଣ୍ଣ…
ଭୁବନେଶ୍ବର, ଏଣିକି ଓଡିଶାର ବିଦ୍ୟୁତ ଗ୍ରାହକ ଘରେ ବସି ବିଭିନ୍ନ ସେବା ହାସଲ କରି ପାରିବେ। ସେଥିପାଇଁ ଆଜି ଲୋକାର୍ପଣ ହୋଇଛି ‘ମୋ ବିଦ୍ୟୁତ୍’ ପୋର୍ଟାଲ ଏବଂ ମୋବାଇଲ ଆପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି। ଯେଉଁମାନେ ପୋର୍ଟଲ ମାଧ୍ୟମରେ ସୁବିଧା ନେବେ ସେମାନେ www.mobidyut.com କୁ କ୍ଲିକ କରି ଏହି ସୁବିଧା ହାସଲ କରିପାରିବେ। ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଇଦେବାରେ ସାହାଯ୍ୟ କରିବ ଏହି ପୋର୍ଟାଲ ଏବଂ ଆପ୍। ବିଦ୍ୟୁତ ସେବା ଅତ୍ୟାବଶ୍ୟକ ହୋଇଥିବାରୁ ଏହାକୁ ମୋ ସରକାର ଅଧୀନ ଆସିଛି। ଏଥିଦ୍ୱାରା ରାଜ୍ୟର ୮୯ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଉପକୃତ ହେବେ। ଏଥିରେ ଥିବା ସୁବିଧାଗୁଡିକ ହେଲା 1-ବିଦ୍ୟୁତ୍ ଗ୍ରାହକମାନେ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ, ବିଲ ପୈଠ, ବିଦ୍ୟୁତ ସେବା ସଂପର୍କିତ ଅଭିଯୋଗ ଦାଖଲ ଆଦି ପାଇପାରିବେ। 2–ଯେଉଁମାନେ ୫ କିଲୋୱାଟ ଯାଏଁ ବିଜୁଳି ବ୍ୟବହାର କରିବେ ସେମାନଙ୍କୁ…

