Author: Samikhsya Bureau

ଆସାମ : ଆସାମ-ମିଜେରାମ ସୀମାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡା ହୋଇଛି ।  ସୀମା ବିବାଦକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ବହୁ ଲୋକେ ଆହତ ହୋଇଥିବାର ସୂଚନା ରହିଛି।  ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ ଏପରି ହିଂସକ କାଣ୍ଡ ଘଟିଥିବାର ସୂଚନା ରହିଛି । ଏସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇଛନ୍ତି । ସେହିପର ସୋନେଓ୍ବାଲ୍‌ ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ସହ ମଧ୍ୟ ଏହି ବିଷୟରେ ଆଲୋଚନା କରିଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ଓ ସ୍ଥାନୀୟ ପ୍ରଶାସନ ସ୍ଥିତି ନିୟନ୍ତ୍ରଣକୁ ଆଣିଥିବାବେଳେ ବହୁ ସଂଖ୍ୟା ସୁରକ୍ଷା କର୍ମୀ ଆସାମର କଛାର ଜିଲ୍ଲା ଓ ମିଜୋରମର କୋଲାସିବ ଜିଲ୍ଲା ଅନ୍ତର୍ଗତ ସୀମାନ୍ତ ଅଞ୍ଚଳରେ ନିୟୋଜିତ ରହିଛନ୍ତି । ସୂଚନାଯୋଗ୍ୟ, ଆସାମର  କଛାର ଜିଲାର ଲାୟଲପୁର ଅଞ୍ଚଳରେ ଅନ୍ତଃରାଜ୍ୟ ସୀମା ବିବାଦକୁ ନେଇ…

Read More

ଭୁବନେଶ୍ବର : ପୂର୍ବ – କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଆସନ୍ତା 12 ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ ।  ଏହାର ପ୍ରଭାବରେ ଆସନ୍ତା 22ତାରିଖଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । । କୋରାପୁଟ, ରାୟଗଡା, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛି ପାଣିପାଗ ବିଭାଗ ।ସେହିପରି ଲଘୁଚାପ କାରଣରୁ ପାରାଦ୍ବୀପରେ ସର୍ବାଧିକ 20 ମିମି, ଗଞ୍ଜାମରେ 14.6 ମିମି ବର୍ଷା ହୋଇଥିବାର ରେକର୍ଡ ହୋଇଛି ।

Read More

ନୂଆଦିଲ୍ଲୀ,ଜ୍ୟୋତିଷଙ୍କ ଗଣନା ଅନୁସାରେ ଆସନ୍ତାକାଲି ୨୦ ତାରିଖ ମଙ୍ଗଳବାର ଭୋରରୁ କେବଳ ୬ ଟି ରାଶିର ବ୍ୟକ୍ତିମାନେ ଶୁଭ ଖବର ପାଇବେ। ସେମାନେ ଗ୍ରହଣ କରିଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଲାଭଦାୟକ ପ୍ରମାଣିତ ହୋଇପାରେ। ପୁରୁଣା ବିତର୍କ ଶେଷ ହେବ। ଆପଣ ପ୍ରିୟ ଲୋକଙ୍କ ସହିତ ଭଲ ସମୟ କଟିବେ। ଆପଣ ଏକ ସମ୍ପତ୍ତି ବିବାଦରେ ଜିତିବେ। ଆପଣଙ୍କ ଘରକୁ ଏକ ନୂତନ ଅତିଥି ଆସିବେ, ଯାହାଫଳରେ ସୁଖ ଆପଣଙ୍କ ଘରେ ବର୍ଷ ବର୍ଷ ଧରି ରହିବ। ଏକ ବଡ ବ୍ୟବସାୟୀଙ୍କ ସହିତ ଏକ ସାକ୍ଷାତ ସମୟରେ ବ୍ୟବସାୟ ସମ୍ବନ୍ଧୀୟ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ନୂତନ ବ୍ୟବସାୟ ପାଇଁ ଖ୍ୟାତି ବୃଦ୍ଧି ପାଇବ। ସେହି ଭାଗ୍ୟଶାଳୀ ରାଶି ହେଉଛି ମେଷ, ସିଂହ, ଧନୁ, ବୃଷ, କନ୍ୟା ଏବଂ ମକର ରାଶି। ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଚ୍ଚକୁ ସ୍ପର୍ଶ କରୁଛି। ହଜିଯାଇଥିବା ପ୍ରେମ ଫେରି ଆସିପାରେ। ଏକ ନୂତନ ବ୍ୟବସାୟ…

Read More

ନୂଆଦିଲ୍ଲୀ : ପ୍ରାୟ ତିନି ମାସ ପରେ ଦେଶରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା 600 ତଳକୁ ଖସିଛି । ଦେଶରେ ନୂତନ ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ 24 ଘଣ୍ଟାରେ ଦେଶରେ 55 ହଜାର 722 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 579ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 75 ଲକ୍ଷ 50 ହଜାର 273କୁବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 14 ହଜାର 610କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 72 ହଜାର 55 ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 66 ଲକ୍ଷ 63 ହଜାର 608କୁ ବୃଦ୍ଧି ହୋଇଛି ।

Read More

ବଲାଙ୍ଗିର : ସରକାରୀ କ୍ୱାର୍ଟର୍ସରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବଲାଙ୍ଗିର ଜିଲ୍ଲା ଚନ୍ଦ୍ରଶେଖରନଗରର ଏକ ସରକାରୀ କ୍ୱାର୍ଟର୍ସରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କଲା ଟାଉନ୍‌ ପୋଲିସ୍‌ । ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ଜୁଡାସିଂହ ଗାଁରେ ବୋଲି ଜଣାପଡ଼ିଛି। ସନ୍ଦେହଜନକ ଅବସ୍ଥାରେ ଟାଉନ ପୋଲିସ ଆଜି ସକାଳେ ମୃତଦେହ ଉଦ୍ଧାର କରିଛି। ବୃଦ୍ଧ ଜଣଙ୍କର ମୃତଦେହ ଘର ଭିତରେ ପଡ଼ି ଥିବା ବେଳେ ଝରକାରେ ବନ୍ଧା ଅବସ୍ଥାରେ ବୃଦ୍ଧାଙ୍କ ବେକରେ ରଶି ଲାଗିଥିବା ଦେଖିବାକୁ ମିଳିଥିଲା।  ଅସହାୟ ଜୀବନ ବିତାଉଥିବାରୁ ଲୋକମାନେ ଏହି ବୃଦ୍ଧ ଦମ୍ପତିଙ୍କୁ ଏକ ସରକାରୀ କ୍ୱାର୍ଟର୍ସରେ ରଖିଥିଲେ ବୋଲି ଜଣାପଡ଼ିଛି।ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ୍‌ ଅନୁସନ୍ଧାନ ପରେ ଘଟଣା ଉପରୁ ପରଦା ହଟିବ ।

Read More

ପାଟନା, ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ  କଂଗ୍ରେସର ‘ଥିମ୍ ଗୀତ’ ଉନମୋଚନ କରିଛନ୍ତି। ପାଟନାସ୍ଥିତ କଂଗ୍ରେସ ରାଜ୍ୟ ମୁଖ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଏହା କରାଯାଇଛି। କଂଗ୍ରେସର ସୋସିଆଲ ମିଡିଆ ଦଳ ଦ୍ୱାରା ପ୍ରସ୍ତୁତ ଦଳର ଗୀତ “ବୋଲେ ବିହାର, ବଦଲେ ସରକାର” ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ 15 ବର୍ଷର ଶାସନ କାଳରେ ଶିକ୍ଷା ଅବହେଳା, ବେକାରୀ, ଦୁର୍ନୀତି ବୃଦ୍ଧି, ଅପରାଧ, ରାଜ୍ୟର କରୋନା ଭୂତାଣୁକୁ ମୁକାବିଲା କରିବାରେ ବିଫଳତାକୁ ପ୍ରତିଫଳିତ କରିଛି। ବିକାଶ ପାଇଁ ବର୍ତ୍ତମାନ ସରକାର ବଦଳାଇବା ନେଇ ଚର୍ଚ୍ଚା ଚାଲିଛି ବୋଲି ଏହି ଗୀତରେ ଉଲ୍ଲେଖ ରହିଛି। ବିହାର ବିଧାନସଭାର 243 ଟି ଆସନ ପାଇଁ ନିର୍ବାଚନରେ ​​କଂଗ୍ରେସ 70 ଟି ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ 23 ଅକ୍ଟୋବରରେ ଭାଗଲପୁରର କାହଲଗାଓଁରେ ଏବଂ ନୱାଡାର ହିସୁଆରେ ଦୁଇଟି ନିର୍ବାଚନ ସଭାକୁ ସମ୍ବୋଧିତ କରିବେ।

Read More

ଭୁବନେଶ୍ୱର: ଆଜି ପାଣିପାଗ ବିଭାଗ ଭୋର ୫ଟ ୩୦ ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣରୁ ଉପକୂଳ ଅଞ୍ଚଳ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ ବୋଲି କୁହାଯାଇଛି। ସେଥିପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା । ଆସନ୍ତାକଲି ପାଇଁ  ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡା ଓ ପୁରୀକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ କାଲିଠୁ ୨୨ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଯାଇଛି।

Read More

ମେଷ ରାଶିଫଳ ଆଜି ଗଣେଷଙ୍କ ଆର୍ଶିବାଦ ଯୋଗୁଁ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ। ତୁମର କୌଣସି ଗୁପ୍ତ ଏବଂ ରହସ୍ୟମୟ ସଂପର୍କିତ ଜିନିଷଗୁଡ଼ିକର ବିଶେଷ ଆକର୍ଷଣ ରହିବ। ଆଜି ମଧ୍ୟ ଆଧ୍ୟାତ୍ମିକ ସଫଳତା ପାଇବାର ସମ୍ଭାବନା ଅଛି। ବକ୍ତବ୍ୟ ଏବଂ ଘୃଣା ଭାବନା ଉପରେ ସଂଯମତା ରଖନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ସମ୍ଭବ ହେଲେ ସ୍ଥଗିତ ରଖନ୍ତୁ। ବୃଷ ରାଶି ଗଣେଶଙ୍କ ଆଶୀର୍ବାଦ ସହିତ ଆପଣ ଆଜି ଘରୋଇ ଜୀବନରେ ସୁଖ ଅନୁଭବ କରିବେ। ପରିବାର ଏବଂ ନିକଟସ୍ଥ ପ୍ରିୟଜନମାନେ ଏକ ଖୁସି ପରିବେଶରେ ଭୋଜନ ଉପଭୋଗ କରିବେ। ବିଦେଶରେ ଅବସ୍ଥିତ ସମ୍ପର୍କୀୟଙ୍କ ଖବରରେ ଆପଣଙ୍କ ହୃଦୟ ଆନନ୍ଦିତ ହେବ। ଆଜି ମା ଲକ୍ଷ୍ମୀଙ୍କ ହଠାତ୍ ଅନୁଗ୍ରହ ଆପଣଙ୍କ ଉପରେ ପଡିପାରେ। ମିଥୁନ ରାଶିଫଳ ଆଜି ଆପଣଙ୍କ ପାଇଁ ଶୁଭ ଫଳ ଅଟେ। ଘରେ ଶାନ୍ତି ଏବଂ ଆନନ୍ଦର ପରିବେଶ ରହିବ। ଆପଣଙ୍କ…

Read More

ନବରାତ୍ରୀ ଶୁଭ ଅବସରରେ ଗୃହମନ୍ତ୍ରୀ ଅମିତ ସାହା ନିଜ ଗ୍ରାମ ଗୁଜୁରାଟର ମନସାସ୍ଥିତ  ବାହୁଚର ମାତାଜୀ ମନ୍ଦିରରେ ପ୍ରାର୍ଥନା କରୁଛନ୍ତି।

Read More

କୋଟପାଡ, ଆଜି କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୂନ୍ଦ୍ରା ବ୍ଲକ୍ ର ବିଭିନ୍ନ ଗ୍ରାମ ରେ କୋରାନା ମହାମାରୀ ରୁ ରକ୍ଷା ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମାସ୍କ୍ ବଣ୍ଟନ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ମନ୍ତ୍ରୀ ପଦ୍ମନୀ ଦିଆନ।

Read More

ନୂଆଦିଲ୍ଲୀ, ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି। ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ ନିର୍ଭୁଲ ଲକ୍ଷ୍ୟ ଭେଦ କରିଛି।ଅନେକ ଉଚ୍ଚମାନ ଓ ଜଟିଳ ପରୀକ୍ଷାନିରୀକ୍ଷା ପରେ ଏହା ସଫଳତାର ସହ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଛି। ଯୁଦ୍ଧ ଜାହାଜର ପ୍ରମୁଖ ପ୍ରହାରକାରୀ ଭାବେ ପରିଚିତ ବ୍ରହ୍ମୋସ ଭାରତୀୟ ନୌସେନାର ଅମୋଘ ଅସ୍ତ୍ର ଭାବେ ବହୁ ଦୂରରେ ଥିବା ଶତ୍ରୁର ଲକ୍ଷ୍ୟସ୍ଥଳୀ ଠାବ କରି ତାକୁ ଧ୍ଵଂସ କରି ଦେଇ ପାରିବ। ଭାରତ ଓ ରୁଷର ମିଳିତ ପ୍ରୟାସରେ ଏହି କ୍ଷେପଣାସ୍ତ୍ର ବ୍ରହ୍ମୋସର ପରିପାଟି ବିକଶିତ ହୋଇଛି। ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ), ବ୍ରହ୍ମୋସ ଓ ଭାରତୀୟ ନୌସେନାକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଡିଆରଡିଓ ଅଧ୍ୟକ୍ଷ ଡଃ ଜି. ସତୀଶ ରେଡ୍ଡୀ ମଧ୍ୟଏହି ସଫଳତା ନିମନ୍ତେ ଡିଆରଡିଓ,…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳୁ ରେଢାଖୋଲ ଥାନା  ମାହାଲିଙ୍ଗ ଗ୍ରାମର ବିଲମାଳରୁ ଜନୈକ ଯୁବକର ମୃତ ଦେହ କୁ ରେଢାଖୋଲ ପୋଲିସ୍ ଜବତ କରିଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ବଡଦଫଲା ଗ୍ରାମର ବିରଂଚି ମୁଣ୍ଡା(୪୧) ନାମକ ଯୁବକର ମୃତ ଦେହକୁ ଚାଷ ଜମିରୁ ସକାଳୁ ସକାଳୁ ଗ୍ରାମବାସୀ ଦେଖି ପୋଲିସ୍ କୁ ଖବର ଦେଇଥିଲେ। ରେଢାଖୋଲ ପୋଲିସ୍ ମହାଲିଙ୍ଗ ଗ୍ରାମକୁ ଯାଇ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ଜଣା ପଡିଛି। ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ପାରିପାର୍ଶିକ ସ୍ଥିତିରୁ ଯାହା ଜଣା ପଡୁଛି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ଗ୍ରାମବାସୀ। ପୋଲିସ୍ ଏହାର ତଦନ୍ତ କରୁଛି।

Read More

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 233 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ନୂତନ 233 ଆକ୍ରାନ୍ତଙ୍କ ମଧ୍ୟରୁ 51 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 182ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । https://twitter.com/bmcbbsr/status/1317791473966796800?s=20 ସେହିପରି ଆଜି ରାଜଧାନୀରୁ 313 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 233 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା 27 ହଜାର 228ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 24 ହଜାର 143ଜଣ । ସେହିପରି 137ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର927ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : କରୋନାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡିକ ବନ୍ଦ ରହିଥିଲା। କରୋନା ସଂକ୍ରମଣ ହ୍ରାସକୁ ଦେଖି ସାରା ଦେଶରେ ଅନଲକ୍‌ ପ୍ରକ୍ରିୟା ଚାଲିଛି । ଏହି ପ୍ରକ୍ରିୟାରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀଗୁଡିକୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦୀର୍ଘ ସାତ ମାସରେ ପର୍ଯ୍ୟଟକଙ୍କ ପାଇଁ ଚିଲିକାରେ ପୁଣି ଥରେ ନୌକା ବିହାର ପାଇଁ ବାଟ ଫିଟିଛି । ତେବେ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ସର୍ତ୍ତମୂଳକ ଅନୁମତି ଦେଇଥିବାର ସୂଚନା ରହିଛି । ସର୍ତ୍ତ ଅନୁଯାୟୀ ପ୍ରତ୍ୟେକ ଡଙ୍ଗାରେ ସର୍ବାଧିକ ନଅ ଜଣ ବ୍ୟକ୍ତିଙ୍କ ଯିବା ଲାଗି ଅନୁମତି ରହିଥିବାବେଳେ କୋଭିଡ୍‌ ଗାଇଡଲାଇନ୍‌କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । କୋଭିଡ୍‌ ନିୟମ ପାଳନ କରି ପର୍ଯ୍ୟଟକଙ୍କୁ ଡଙ୍ଗାରେ ନେବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ଏହି ନିୟମ ଉଲ୍ଳଂଘନ କଲେ…

Read More

ଖୋର୍ଦ୍ଧା : ପାର୍ବଣ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ  ଭାବେ ଆଦାୟ କରାଯାଉଥିବା ଦାଦା ବଟିକୁ ରୋକିବା ପାଇଁ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ତରଫରୁ ଏକ ଆଣ୍ଟି ଏକ୍ସଟୋର୍ଶନ(ଦାଦା ବଟି ) ସ୍କ୍ୱାଡ଼ ଗଠନ କରାଯାଇଛି । ଏହି ସ୍କ୍ୱାଡ଼ରେ ଜଣେ ଇନ୍ସପେକ୍ଟର, ଜଣେ ଏ.ଏସ.ଆଇ ଏବଂ4 ଜଣ କନେଷ୍ଟବଳଙ୍କ  ସହିତ  ଡି.ଏସ.ପି  ଶ୍ରୀ ସୁନିଲ କାନ୍ତ ମହାନ୍ତି ମୁଖ୍ୟ ଦାୟିତ୍ୱ ରେ ରହିବେ । ଜିଲ୍ଲାର  କୌଣସି ସ୍ଥାନରେ ଯଦି ଦାଦାବଟି କିମ୍ବା ପୂଜା ଚାନ୍ଦା ଆଦାୟ ଜନିତ ମାମଲା କୌଣସି ବ୍ୟକ୍ତିଙ୍କ ନଜରକୁ ଆସେ ତେବେ ତୁରନ୍ତ ସେହି ବ୍ୟକ୍ତି ଡି.ଏସ.ପି ଶ୍ରୀ ସୁନିଲ କାନ୍ତ ମହାନ୍ତି( 9437208801) କିମ୍ବା ଇନ୍ସପେକ୍ଟର ଅର୍ଚନା ମଲ୍ଲିକ(7008401054)ଙ୍କ ନମ୍ବରରେ ଖବର ଦେବା ପାଇଁ ଖୋର୍ଦ୍ଧା ଏସ ପି ଶ୍ରୀ ଅଜେୟ ପ୍ରତାପ ସ୍ୱାଇଁ  ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି  । ସୂଚନାଯୋଗ୍ୟ, ଦାଦାମାନଙ୍କୁ ସାବାଡ କରିବା ପାଇଁ କମିଶନରେଟ୍‌ ପୋଲିସ୍‌ ଅଣ୍ଟାଭିଡିଛି ।…

Read More

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି। ଜଳସମ୍ପଦ ବିଭାଗର ପ୍ରସ୍ତୁତି ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇ କହିଛନ୍ତି ଯେ, ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ରିଜର୍ଭରୁ ଜଳ ଖାଲି କରାଯାଇଛି। ଜଳସ୍ତର 80%ରୁ କମାଇ 65ରୁ 70% ରଖାଯାଇଛି। 8ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଏଥସହ ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ପ୍ରତିକାର ଲାଗି ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ସୃଷ୍ଟ ଲଘୁଚାପ ପାଇଁ କାଲି ଠାରୁ 23 ତାରିଖ ଯାଏଁ ବର୍ଷା ହେବ। ରାଜ୍ୟରେ 5ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Read More

ଭୁବନେଶ୍ବର, ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟରକୁ ନେଇ ଚାରିଆଡେ ବିରୋଧ କରାଯାଉଛି। ଜୟ ପଣ୍ଡା ତାଙ୍କ ସୋସିଆଲ ମିଡିଆରେ ଓଡିଶାକୁ ପାକିସ୍ଥାନ ସହିତ ତୁଳନା କରିଛନ୍ତି। ତାଙ୍କ ପରିବାରର ପରିଚାଳିତ ଓଟିଭି ଚ୍ୟାନେଲର ଏକ ସାମ୍ବାଦିକଙ୍କୁ ଗିରଫ ଘଟଣାରେ ସେ ଏହି ଉଲ୍ଲେଖ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ବିନା କାରଣରେ ଓଡିଶା ପୋଲିସ ଜଣେ ସାମ୍ବାଦିକଙ୍କୁ ଟେକି ନେଲା। ଏହା ହେଉଛି ପାକିସ୍ଥାନରେ ଚାଲିଥିବା ଶାସନ ସହିତ ସମାନ ବୋଲି ଜୟ ପଣ୍ଡା ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ବିଜେଡି ସହିତ ବିଭିନ୍ନ ମହଲରେ ତିବ୍ର ବିରୋଧ ହେବାରେ ଲାଗିଛି। ସୋସିଆଲ ମିଡିଆରେ ବୈଜୟନ୍ତଙ୍କ ଏପରି ତୁଳନାକୁ ନିନ୍ଦା କରାଯାଇଛି।

Read More

ଗୋରଖପୁର, ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ମନା କରିବାରୁ ଜଣେ ଯୁବକକୁ ଠେଙ୍ଗାରେ ପିଟିପିଟ ହତ୍ୟା କରାଯାଇଛି। ମୃତ ଯୁବକଙ୍କ ନାମ ହେୁଛି ରାଣା ପ୍ରତାପ। ସେ ହେଉଛନ୍ତି ଉତ୍ତର ପ୍ରଦେଶ ଗୋରଖପୁର ବିଜେପିର ବୁଥ ଅଧ୍ୟକ୍ଷ ହିରାଲାଲଙ୍କ ପୁଅ। ହତ୍ୟାକାରୀମାନେ ହେଉଛନ୍ତି ଖୋଦ ମୃତ ଯୁବକଙ୍କ ସାଙ୍ଗ। 24 ଘଣ୍ଟା ମଧ୍ୟରେ ପୋଲିସ ମୃତକଙ୍କ ତିନି ବନ୍ଧୁଙ୍କୁ ଗିରଫ କରି ହତ୍ୟା ମାମଲା ଋଜୁ କରିଛି। ସେମାନେ ହେଲେ ରାକେଶ ଯାଦବ, ରାମକେଶ ଯାଦବ ଏବଂ ପାନେ ଲାଲ। ଏହି ଘଟଣାର ଖୁଲାସା କରି ଗୋରଖପୁର ଏସପି ଅରବିନ୍ଦ କୁମାର ପାଣ୍ଡେ କହିଛନ୍ତି ଯେ ଗୁଲରିହା ପୋଲିସ ଷ୍ଟେସନ ଅଞ୍ଚଳର ଏକ ଜଙ୍ଗଲରେ ହିରାଲାଲଙ୍କ ପୁଅ ରାଣା ପ୍ରତାପଙ୍କ ମୃତଦେହ ମିଳିଛି। ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ଆଘାତ କରି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ଆକ୍ରମଣକାରୀଙ୍କ ଦ୍ୱାରା ଯୁବକଙ୍କ ମୋଟରସାଇକେଲ…

Read More

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜିଠୁ 23 ତାରିଖ ଯାଏଁ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । କାଲି ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ 5 ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ରହିଛି । ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା 23 ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିଥିବା ଯୋଗୁଁ କାଲିଠୁ 22 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Read More

ଭୁବନେଶ୍ବର : ରାଜ୍ୟ କଂଗ୍ରେସର 33ଟି ସାଙ୍ଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତି ହୋଇଛି । ଜାଣନ୍ତୁ କେଉଁ ଜିଲ୍ଳା ପାଇଁ କାହାକୁ ସଭାପତି ଦାୟିତ୍ବ ଦିଆଯାଇଛି । ଅନୁଗୁଳୁ ପାଇଁ ବିପ୍ଳବ ଜେନା, ବଲାଙ୍ଗିର – ଦିଲ୍ଲୀପବେହେରା, ବରଗଡ – ନିହାର ମହାନନ୍ଦ, ବାଲେଶ୍ବର –ସଞ୍ଜୀବ ଗିରି, ଭଦ୍ରକ- ସୁବ୍ରତ ଦାସ, ଭୁବନେଶ୍ବର- ବିଶ୍ବଜିତ୍‌ ଦାଶ, ବୌଦ୍ଧ – ନବକିଶୋର ମିଶ୍ର, କଟକ- ମାନସ ଚୌଧୁରୀ, କଟକ ସିଟି- ଗିରିବାଳା ବେହେରା, ଦେବଗଡ – ଉମାଶଙ୍କର ସାହୁ, ଢେଙ୍କାନାଳ – ସରୋଜ ପଟ୍ଟନାୟକ, ଗଞ୍ଜାମ- ରମେଶ ଜେନା , ଗଜପତି- ଦାଶର୍ଥୀ ଗମାଙ୍ଗୋ, ଜଗତସିଂହପୁର – ନଟବର ବାରିକ, ଯାଜପୁର – ମନୋଜ ରାଉତ, ଝାରସୁଗୁଡା – ଭରତ ଅଓ୍ବସ୍ତି, କନ୍ଧମାଳ – ଅନାମ ନାୟକ, କେନ୍ଦ୍ରାପଡା – ଅଂଶୁମାନ ମହାନ୍ତି, କେନ୍ଦୁଝର – ବିପ୍ଳବ ମିଶ୍ର, ଖୋର୍ଦ୍ଧା – ସୁରେଶ ରାଉତରାୟ, କୋରାପୁଟ – ମୀନାକ୍ଷୀ ବାହିନୀପତି, ମୟୂରଭଞ୍ଜ-…

Read More