Author: Samikhsya Bureau

ନୂଆଦିଲ୍ଲୀ, କୋଇଲା ଦୁର୍ନିତିରେ ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ତଦନ୍ତ ଏଜେନ୍ସି ସିବିଆଇ ଏହିପରି ଏକ ବଡ ଅପିଲ କୋର୍ଟରେ କରିଛି। ଆଜି ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଦିଲ୍ଲୀପ ରାୟଙ୍କ ଉପରେ ଦଣ୍ଡବିଧାନ ରାୟ ଆସିବାର ଥିଲା। ହେଲେ କୋର୍ଟ ଏହି ରାୟକୁ ଅକ୍ଟୋବର 26 ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ସିବିଆଇର ଏପରି ଅପିଲ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦିଲ୍ଲୀପଙ୍କ ବିରୋଧରେ ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତାର ଅଭିଯୋଗ ଆସିଛି। ଏହାର ଶୁଣାଣି କରି ଚଳିତ ମାସ 6 ତାରିଖରେ ସିବିଆଇର ସ୍ବତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଆଉ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିରେ ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରିଜାଇଡିଂ ଓ ଫାଷ୍ଟ ପୋଲିଂ ଅଧିକାରୀ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨ଟି ପର୍ଯ୍ୟାୟରେ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଓ ୨୦ତାରିଖ ଠାରୁ ୨୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ଜଗତସିଂହପୁର ଏସ୍.ଭି.ଏମ୍ କଲେଜର ସାଇନ୍ସ ବ୍ଲକରେ ଅନୁଷ୍ଠିତ ହେଉଛି। ଗତକାଲି ପ୍ରଥମ ଦିନରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଧ୍ୟାନ କରି କୋଭିଡ୍-୧୯ ମାର୍ଗଦର୍ଶିକାକୁ କଡାକଡି ପାଳନ କରିବାକୁ ସମସ୍ତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଫାଟକରେ ଏକ ସୂଚନାକେନ୍ଦ୍ର ଖୋଲାଯାଇ ପ୍ରଶିକ୍ଷାର୍ଥିଙ୍କୁ କୋଭିଡ୍-୧୯ ମାର୍ଗଦର୍ଶିକା ସଂପର୍କରେ ସଚେତନତା…

Read More

ନୂଆଦିଲ୍ଲୀ, ଅନଲକ ୫.୦ ହିସାବରେ ଅକ୍ଟୋବର ୧୫ ତାରିଖରେ ଦେଶର ସିନେମା ହଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ଦେଶର ସମସ୍ତ ସିନେମା ହଲ ଖୋଲିବ। ତେବେ ସେଥିପାଇଁ କେନ୍ଦ୍ର ସରକାର ଯେଉଁ ଗାଇଡ ଲାଇନ ଜାରି କରିଛନ୍ତି ସେହି ହିସାବରେ ଖୋଲିବା ପାଇଁ ନିର୍ଦ୍ଦେଶ ରହିଛି। ସିନେମା ହଲ ଖୋଲିବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ତରଫରୁ ଯେଉଁ ଗାଇଡ ଲାଇନ ଜାରି କରାଯାଇଛି ତାହା ହେଲା ୧-ଗୋଟିଏ ହଲରେ ଯେତିକି ଆସନ ଥିବ ତାହା ପାଚଶ ପ୍ରତିଶତ ଦର୍ଶକଙ୍କ ପାଇଁ ଟିକେଟ ଦିଆଯିବ। ଅର୍ଥାତ ପାଚଶ ପ୍ରତିଶତ ଦର୍ଶକ ବସିପାରିବେ। ୨-ହଲ ଭିତରେ ଦର୍ଶକମାନେ ଗୋଟିଏ ଗୋଟିଏ ସିଟ ଛାଡି ଛାଡି ବସିବେ ୩-ସମସ୍ତ ଦର୍ଶକଙ୍କୁ ଗେଟ ମୁହଁରେ ଥର୍ମାଲ ସ୍କ୍ରିନିଂ କରାଯିବ ୪-ସବୁ ଦର୍ଶକଙ୍କର ଫୋନ ନମ୍ବର ରଖାଯିବ। ଫଳରେ ସେମାନଙ୍କୁ ଟ୍ରସିଂ କରିବାରେ ସୁବିଧା ହେବ। ୫-ସିନେମା ହଲ…

Read More

ଭୁବନେଶ୍ବର: ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ସର୍ବାଧିକ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର, ବୌଦ୍ଧ, କଳାହାଣ୍ଡି, ରାୟଗଡା, ଗଞ୍ଜାମ, କେନ୍ଦ୍ରାପଡା, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ, ଯାଜପୁର ଏବଂ ବାଲେଶ୍ବରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି କଟକର ତିନି ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯାଥାକ୍ରମେ ୪୮, ୬୨ ଏବଂ ୬୪ ବର୍ଷ। ଭୁବନେଶ୍ବରର ଜଣେ ୫୮ ବର୍ଷୀୟ ପୁରୁଷ, ବୌଦ୍ଧର ଜଣେ ୭୮ ବର୍ଷୀୟ ପୁରୁଷ, କଳାହାଣ୍ଡିର ଜଣେ ୬୫ ବର୍ଷୀୟ ମହିଳା, ରାୟଗଡାର ଜଣେ ୭୨ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୬୩ ବର୍ଷୀୟ ପୁରୁଷ , କେନ୍ଦ୍ରାପଡାର ଜଣେ ୬୫ ବର୍ଷୀୟ ପୁରୁଷ, କନ୍ଧମାଳର ଜଣେ ୬୮ ବର୍ଷୀୟ ପୁରୁଷ, ମୟୂରଭଞ୍ଜର ଜଣେ ୨୫ ବର୍ଷୀୟ ମହିଳା, ପୁରୀର ଜଣେ ୬୦ ବର୍ଷୀୟ, ସୁନ୍ଦରଗଡର ଜଣେ ୭୨ ବର୍ଷୀୟ ପୁରୁଷ, ଯାଜପୁରର…

Read More

ପୁରୀ, ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ଅନୁଯାୟୀ ପୁରୀ ପ୍ରଶାସନ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରିବାକୁ ଆରମ୍ଭ କରିଛି। ସେହି ଅନୁସାରେ ସମୁଦ୍ରକୂଳରେ ଥିବା ମତ୍ସ୍ୟଜୀବୀ ପରିବାରଙ୍କୁ ସ୍ଥାନାନ୍ତରିତ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଶାସନ କୋଣାର୍କର ନୋଳିଆ ସାହିର 130 ଜଣ ମତ୍ସ୍ୟଜୀବୀ ପରିବାରଙ୍କୁ ଥଇଥାନ କରାଯିବ। ସେଥିପାଇଁ କୋଣାର୍କ ଅଞ୍ଚଳରେ ସେମାନଙ୍କ ପାଇଁ ଜମି ଚିହ୍ନଟ କରାଯିବା ସହିତ ପ୍ଲଟିଂ କରି ପଟ୍ଟା ଯୋଗାଇ ଦିଆଯାଇଛି। ଏଥିସହିତ ସେମାନଙ୍କୁ ଘର କାମ କରିବାକୁ ୱାର୍କ ଅଡର ମଧ୍ୟ ଦିଆଯାଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୨ ହଜାର ୬୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୫୧୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୫୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୩୨ ହଜାର ୯୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୫ ହଜାର ୪୨୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୦୫୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୨ ହଜାର ୬୦୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ…

Read More

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୬୩ ହଜାର ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୮୯କୁ ବୃଦ୍ଧି ହୋଇଛି। ସେହିପରି ଗୋଟିଏ ଦିନରେ ୭୩୦ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ୫୮୬ ରେ ପହଞ୍ଚିଛି। ମୋଟ ମାମଲା ମଧ୍ୟରୁ ୮ ଲକ୍ଷ ୨୬ ହଜାର ୮୭୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଥିବା ବେଳେ ୬୩ ଲକ୍ଷ ୧ ହଜାର ୯୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ସୁସ୍ଥ ହାର ୮୭.୦୫ ପ୍ରତିଶତ ରହିଥିବାବେଳେ ମୃତ୍ୟୁ ହାର ୧.୫୩ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି।

Read More

କୌଶମ୍ବୀ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାର ସିରାଥୁ ଅଞ୍ଚଳରେ ଥିବା ଭଡା ଘରେ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତକଙ୍କ ନାମ ସରିତା (୨୮) ଏବଂ ତାଙ୍କ ଝିଅ ତନୁ (୭)। ଅତିରିକ୍ତ ପୋଲିସ ଅଧୀକ୍ଷକ ସମର ବାହାଦୂର ଗଣମାଧ୍ୟମକୁ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ମୃତଙ୍କାଙ୍କ ସ୍ଵାମୀ ମୋହିତ ସାହୁ ଘରକୁ ଫେରିଥିଲେ। ଏବଂ ସେ ଘରେ ତାଙ୍କ ସ୍ତ୍ରୀ ଏବଂ ଝିଅର ମୃତ ଦେହ ଦେଖିଥିଲେ। ମୋହିତ ହତ୍ୟା ସନ୍ଦେହ କରି ପୋଲିସକୁ ସୂଚନା ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା। ମୋହିତ ଜଣେ ଡିଜେ ବ୍ୟବସାୟ। ସେ ଏକ ନୂତନ ଘର ନିର୍ମାଣ କରି ଭଡା ଘରରୁ ନୂତନ ଘରକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲେ। ଫୋରେନସିକ୍ ବିଶେଷଜ୍ଞଙ୍କ ସହ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୃତଦେହ ପୋଷ୍ଟ ମର୍ଟମ…

Read More

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ଦଣ୍ଡ ବିଧାନ କରିବେ। ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡାଦେଶ ସମୟରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରଥମ ଥର ପାଇଁ କୋଇଲା ଦୁର୍ନୀତିରେ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୧)(ସି), ୧୩(୧)(ବି) ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତା ଅଭିଯୋଗରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ପୂର୍ବତନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମ୍‌ସି ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରାନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଜଷ୍ଟିସ ଭରତ ପରାଶର ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି…

Read More

ନୂଆଦିଲ୍ଲୀ, କରୋନା ମହାମାରୀ ସଂକ୍ରାନ୍ତ ଉଚ୍ଚସ୍ତରୀୟ ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଏକବିଂଶ ବୈଠକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଆୟୋଜିତ ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ, ଜାହାଜ ଚଳାଚଳ (ସ୍ୱାଧୀନ), ସାର ଓ ରସାୟନ ମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡ. ବିନୋଦ କୁମାର ପଲ ପ୍ରମୁଖ ଏଥିରେ ଯୋଗଦେଇଥିଲେ । ବୈଠକ ଆରମ୍ଭରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଦୀର୍ଘକାଳ ଧରି କରୋନା ମହାମାରୀ ବିରୋଧରେ ଲଢେଇ କରୁଥିବା କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । କରୋନା ଦ୍ୱାରା ସୃଷ୍ଟି ହୋଇଥିବା ଜନସ୍ୱାସ୍ଥ୍ୟ ପ୍ରତି ବଡ଼ ଆହ୍ୱାନର…

Read More

ମୁମ୍ବାଇ, କେତେକ ଗଣମାଧ୍ୟମରେ କୁହାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଯେପରି ଟାର୍ଗେଟ କରାଯାଉଛି, ସେହିଭଳି ଭେଟେରାନ ଅଭିନେତ୍ରୀ ରେଖାଙ୍କୁ ମଧ୍ୟ ତାଙ୍କ ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ଆତ୍ମହତ୍ୟା ପରେ ଟାର୍ଗେଟ କରାଯାଇଥିଲା। ଏପରି ଖବରରେ ରେଖା କୌଣସି ପ୍ରକିତ୍ରିୟା ଦେଇ ନାହାଁନ୍ତି ସତ, ହେଲେ ତାଙ୍କର ଘନିଷ୍ଠ ବାନ୍ଧବୀ ହେମାମଳିନୀ କିନ୍ତୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ରେଖାଙ୍କୁ ରିୟା ଚକ୍ରବର୍ତ୍ତୀ ସହ ତୁଳନା ସମ୍ପୂର୍ଣ୍ଣ ଭିତ୍ତିହୀନ। ଏପରି ସମାଲୋଚାନାରୁ ‘ରେଖାକୁ ଦୂରରେ ରଖ’  ବୋଲି ହେମାମାଳିନୀ କହିଛନ୍ତି। ରେଖାଙ୍କୁ ସମର୍ଥନ କରି ହେମାମାଳିନୀ ଆହୁରି କହିଛନ୍ତି ଯେ ବିଚରା ରେଖା ଏ ଭିତରକୁ କେମିତି ଆସିଲେ। ଏପରି ବିବାଦ ଭିତରକୁ ଜଣେ ବରିଷ୍ଠ ତଥା ସମ୍ମାନସ୍ପଦ ଅଭିନେତ୍ରୀଙ୍କୁ ଟାଣିବା ଆଦୌ ଠିକ୍ ନୁହେଁ। ” ଏ କ୍ଷେତ୍ରରେ ଗଣମାଧ୍ୟମକୁ ଆତ୍ମ ନିୟନ୍ତ୍ରଣ କରିବାକୁ ହେମା ଅନୁରୋଧ କରିଥିଲେ। “ଦୟାକରି 30 ବର୍ଷ…

Read More

ମଥୁରା, ଯୋଗଗୁରୁ ବାବା ରାମଦେବ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସେ ହାତୀ ପିଠିରୁ ହଠାତ ତଳକୁ ଖସି ପଡିଥିଲେ। ତେବେ ଦୈବାତ ତାଙ୍କର କୌଣସି କ୍ଷୟକ୍ଷତି ହୋଇ ନାହିଁ। ଏହି ଘଟଣାଟି ଉତ୍ତରପ୍ରଦେଶର ମଥୁରା ନିକଟରେ ଥିବା ମହାବାନ ରାମନାରେତି ଆଶ୍ରମରେ ଘଟିଛି । ଘଟଣାରୁ ଜଣାପଡିଛି ଯେ, ବାବା ରାମଦେବ ଆଶ୍ରମ ପରିସରରେ ଏକ ହାତୀ ପିଠିରେ ବସି ଯୋଗ କରୁଥିଲେ। ହାତୀଟି ଚାଲୁଥିବା ସମୟରେ ସେ ଏହି ଯୋଗ ଅଭ୍ୟାସ କରୁଥିଲେ। ତେବେ ହାତୀର ଚଳପ୍ରଚଳ ସହ ତାଙ୍କର ଯୋଗ ଅଭ୍ୟାସ ଭାରସାମ୍ୟ ରହିଲା ନାହିଁ। ଫଳରେ ସେ ହଠାତ ହାତୀ ପିଠିରୁ ତଳକୁ ଖସିପଡିଲେ। ତେବେ ହାତୀଟି କୌଣସି ପ୍ରତିକ୍ରିୟା ନ କରିବାକୁ ରାମଦେବ ଅଳ୍ପକେ ରକ୍ଷା ପାଇଗଲେ। ତଳେ ପଡିବା ପରେ ରାମଦେବ ହସିହସି ଉପରକୁ ଉଠିଥିଲେ।

Read More

ସୀତାରାମ ଅଗ୍ରୱାଲ  ବାଣପୁର: ବନ ବିଭାଗ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି। କାଠ ଚୋର ସନ୍ଦେହରେ ବାଣପୁର ବନ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା। ମୃତକ ଜଣକ ନୟାଗଡ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ଗୋଲଗାଁର ବଳଭଦ୍ର ବେହେରା ବୋଲି ଜଣାପଡିଛି। କିନ୍ତୁ ବଳଭଦ୍ରଙ୍କୁ ବନବିଭାଗ କର୍ମଚାରୀ ପିଟିପିଟି ମାରି ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ। ତାଙ୍କର ମୃତ୍ୟୁକୁ ନେଇ ବାଣପୁର ମେଡ଼ିକାଲରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ଆଜି ଧାରଣା ଦେବାସହ ପାଟି ତୁଣ୍ଡ କରିଛନ୍ତି। ଏହି ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଆଜି ବାଣପୁର ମେଡିକାଲ ପରିସରରେ ଖୋର୍ଦ୍ଧା ଏଚ.ଆର.ପି.ସି ଡ଼ି.ଏସ.ପି ଓମ ପ୍ରକାଶ ପାତ୍ର, ବାଲୁଗାଁ ଏସ.ଡ଼ି.ପି.ଓ ସୁରେଶ କୁମାର ଦାସ, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ, ବାଣପୁର ତହସିଲଦାର ମନ୍ମଥ ବେହେରା ଓ ବାଣପୁର, ବାଲୁଗାଁ ଏବଂ ଟାଙ୍ଗୀ ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ 2796 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ 582 ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ 179 ଜଣ, ଯାଜପୁରରୁ 148,   ଅନୁଗୁଳରୁ 135, ପୁରୀରୁ 127 ଜଣ, ନବରଙ୍ଗପୁରରୁ 120, ବଲାଙ୍ଗିରରୁ 107ଜଣ, ସମ୍ବଲପୁରରୁ 106 ଜଣ, କେନ୍ଦ୍ରାପଡାରୁ 102 ଜଣ, ବରଗଡ ଓ ନୂଆପଡାରୁ 97 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ 96ଜଣ, ସୁନ୍ଦରଗଡରୁ 77ଜଣ, କଳାହାଣ୍ଡିରୁ 76 ଜଣ, ବାଲେଶ୍ବରରୁ 75 ଜଣ, ସୋନପୁରରୁ 71 ଜଣ, ଜଗତସିଂହପୁରରୁ 52 ଜଣ, କନ୍ଧମାଳରୁ 50 ଜଣ, କୋରାପୁଟରୁ 47 ଜଣ, ଭଦ୍ରକରୁ 42 ଜଣ, କେଉଁଝରରୁ 41 ଜଣ, ମାଲ୍‌କାନଗିରିରୁ 41 ଜଣ, ନୟାଗଡରୁ 37 ଜଣ, ଗଞ୍ଜାମରୁ ଚ34 ଜଣ, ଢେଙ୍କାନାଳରୁ 33 ଜଣ, ଝାରସୁଗୁଡାରୁ 31 ଜଣ, ଦେବଗଡରୁ 17 ଜଣ, ଗଜପତିରୁ…

Read More

ଭୁବନେଶ୍ବର :  ଦୀର୍ଘ  25 ବର୍ଷ ପରେ ପୋଲିସ୍‌ କର୍ମଚାରୀଙ୍କୁ ନ୍ୟାୟ ମିଳିଛି । ଚାକିରିରୁ ବହିଷ୍କୃତ ପୋଲିସ୍‌ କନଷ୍ଟେବଳଙ୍କୁ ନ୍ୟାୟ ମିଳିଛି । ଗତ 25 ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର 25 ବର୍ଷ ପରେ ତାଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।  ତେବେ ନୋ ଓ୍ବାର୍କ ନୋ ପେ’ ନୀତିରେ ତାଙ୍କୁ ଆର୍ଥିକ ସୁବିଧା ମିଳିବନି । ସୂଚନାଯୋଗ୍ୟ, 1993 ମସିହାରେ ଦୋଳମଣି ବିଶି କନେଷ୍ଟବଳ ଭାବେ ଚାକିରି ପାଇଥିଲେ । କିନ୍ତୁ  ଉଚ୍ଚତା 1 ସେମି କମ୍‌ ରହିଥିବା ଦର୍ଶାଇ 1994 ମସିହାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏହାକୁ ନେଇ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହେବା ସହିତ ବିଭିନ୍ନ ଫୋରମ୍‌ ଯଥା ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍‌ ମଧ୍ୟ ନିଜର…

Read More

ବ୍ରହ୍ମପୁର : ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡ଼ାଠାରେ ଅବପାତ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି ।  ଲଗାଣ ବର୍ଷା ଯୋଗୁଁ ସୋରଡା ବ୍ଲକ ବରଦା ପଞ୍ଚାୟତର ଖାରିଗୁଡାରେ ନିର୍ମିତ ବ୍ରିଜ୍‌ ଭାସିଯାଇଛି । ଫଳରେ 15 ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ବ୍ରିଜ୍‌ଟି ଗୋକୁଳପୁର-ଖାରିଗୁଡାକୁ ସଂଯୋଗ କରୁଥିଲା । ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ 5ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର 5ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି। ସେହିପରି ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତରେ ଅଘଟଣ ଘଟିଛି । ତଡ଼କାସାହି ଓ ଚରିଆବାଡ଼ ରାସ୍ତାରେ ପାହାଡ଼ ଧସି ପଡ଼ିଥିବା ଜଣାଯାଇଛି। ପାହାଡ଼ରୁ…

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରର ଗୋଟିଏ ସ୍କୁଲର 13 ଜଣ ଛାତ୍ର ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ଖବର ମିଳିବା ପରେ ତିନିଜଣ ଶିକ୍ଷକଙ୍କୁ ଗିରଫ କରାଯାଇଛି । ସୋପିଆନ ଜିଲ୍ଲାରେ ଅବସ୍ଥିତ ଇସଲାମିକ ସ୍କୁଲ ସିରାଜ ଉଲୁମ ଇମାମର ଛାତ୍ର ମାନେ ବିଭିନ୍ନ ଆତଙ୍କୀ ସଙ୍ଗଠନରେ ଯୋଗ ଦେଉଥିଲେ । ପୁଲୱାମା ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ସଜ୍ଜାଦ ଭଟ୍ଟ ମଧ୍ୟ ଏହି ସ୍କୁଲର ଛାତ୍ର ରହିଥିଲେ । ଏହି ସ୍କୁଲର ଜମାତ ଏ ଇସଲାମୀ ସଙ୍ଗଠନ ସହିତ ସମ୍ପର୍କ ରହିଥିବା ନେଇ ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଥିଲେ । ତିନି ଶିକ୍ଷକଙ୍କୁ ପିଏସଏ ଆଇନ ଆଧାରରେ ଗିରଫ କରାଯାଇଛି । ଏହି ଆଇନ ଅନୁଯାୟୀ ଦୁଇ ବର୍ଷ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗୃହବନ୍ଦୀ ଭାବରେ ରଖାଯାଇ ପାରିବ । ତିନି ଗିରଫ ଶିକ୍ଷକଙ୍କ ନାମ ଅବଦୁଲ ଆହଦ ଭଟ୍ଟ, ରୌଫ ଭଟ୍ଟ ଏବଂ ମହମ୍ମଦ ୟୁସୁଫ ୱାନି…

Read More

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡ଼ା ଠାରେ ଅବପାତ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ହେଉଛି । ଅନ୍ୟପକ୍ଷରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଆସନ୍ତାକାଲି ସକାଳ ଯାଏଁ 10 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ । ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ଅଞ୍ଚଳର ପାତ୍ରପୁର ବ୍ଲକ ଅନ୍ତର୍ଗତ 5ଟି ଗାଁ ଜଳ ମଗ୍ନ ହୋଇପଡ଼ିଛି । ଆଙ୍ଗୁଲି ଓ ବୁରାତାଲ ପଞ୍ଚାୟତର 5ଟି ଗାଁ ଜଳମଗ୍ନ ହୋଇଛି । ଅବପାତଜନିତ ବର୍ଷା, ଝରଣା ପାଣି ଓ ବାଘଲଟି ଜଳ ପ୍ରକଳ୍ପ ପାଣିରେ ସମ୍ପୃକ୍ତ ଗାଁଗୁଡ଼ିକ ବୁଡ଼ି ଯାଇଛି ।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 2816ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 281 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 89 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 192 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି । ବିଜେବି ନଗର, ଚନ୍ଦ୍ରଶେଖରପୁରରୁ 9 ଜଣ ଲେଖାଏଁ ରହିଥିବାବେଳେ ପଟିଆ, ଚିନ୍ତାମଣିଶ୍ବର, ଝାରପଡାରୁ 8 ଜଣ ଲେଖାଏଁ ରହିଛନ୍ତି । ନୟାପଲ୍ଲୀରୁ 7ଜଣ ଆଦି ରହିଛନ୍ତି । ସେହିପରି ଆଜି 315 ଜଣ ସୁସ୍ଥ ହୋଇଛନ୍ତି । ନୂତନ 281 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 26 ହଜାର 16ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 22 ହଜାର 525ଜଣ ସୁସ୍ଥ ହୋଇଥିବାବେଳେ 122ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 3 ହଜାର 348ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ଭୁବନେଶ୍ୱର: ଓଡ଼ିଶାକୁ ସହରାଞ୍ଚଳ ବିକାଶ ପାଇଁ 5 ବର୍ଷରେ ମୋଟ 885.58 କୋଟି ଟଙ୍କା  ମିଳିଛି ।  ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଟଳ ମିଶନ ‘ଅମୃତ’  ଯୋଜନାରେ ଏହି ଟଙ୍କା ମିଳିଥିବା ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ, ‘ଅମୃତ’ ଯୋଜନାରେ ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ,  ପୁରୀ, ରାଉରକେଲା ଓ ସମ୍ବଲପୁର ପାଇଁ ବି ଅର୍ଥ ମିଳିଛି ।  ରାଜ୍ୟ ବାର୍ଷିକ କାର୍ୟ୍ୟ ଯୋଜନା(ସାପ) ଅଧୀନରେ 1599କୋଟି ମଞ୍ଜୁର ହୋଇଛି । ଏହି ଯୋଜନା ଅଧୀନରେ ଓଡିଶାକୁ 191ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିମଧ୍ୟରୁ 152ଟି ପ୍ରକଳ୍ପ ସମାପ୍ତ ହୋଇଛି ଓ ଅବଶିଷ୍ଟ 39 ପ୍ରକଳ୍ପର କାମ ଜାରି ରହିଛି। ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ…

Read More

ନୂଆଦିଲ୍ଲୀ : ଆପଣଙ୍କ ପାଖରେ ଏକ ଟଙ୍କିଆ ମୁଦ୍ରା ଅଛି କି , ତା’ହେଲେ ଆପଣ ଲକ୍ଷପତି ହୋଇପାରିବେ । କଥାଟି ଅଜବ ଲାଗୁଥିଲେ ବି  କଥାଟି ପୂରା ସତ୍ୟ । ପୁରୁଣା ଜିନିଷ ବଦଳରେ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଯଦି ଆପଣଙ୍କ ପାଖରେ 1913 ମସିହାର ଏକ ଟଙ୍କିଆ କଏନ ଅଛି ତେବେ ଆପଣ ଏହା ଜରିଆରେ  25ଲକ୍ଷ ଟଙ୍କା ପାଇପାରିବେ । ଦୁନିଆରେ ବହୁତ ଧନୀ ଲୋକେ ଆଣ୍ଟିକ୍‌ ବା ପ୍ରାଚୀନ ଜିନିଷର ସଂଗ୍ରହ କରିବାକୁ ବେଶ୍‌ ଭଲ ପାଇଥା’ନ୍ତି । ଯଦି ଆପଣଙ୍କ ପାଖରେ 1913 ମସିହାର 1ଟଙ୍କିଆ କଏନ୍‌ ରହିଛି, ତେବେ ଆପଣ ଘରେ ବସି ଲକ୍ଷପତି ହୋଇପାରିବେ । 1913 ମସିହାରେ ପ୍ରସ୍ତୁତ ହୋଇଥିବା ଏହି ରୂପାର କଏନ୍‌ର ମୂଲ୍ୟ ବଜାରରେ ଅଧିକ ରହିଛି । ଏହାକୁ ବିକ୍ରି କରି ଆପଣ 25 ଲକ୍ଷ ଟଙ୍କା ହାସଲ କରିପାରିବେ । ଭିକ୍ଟୋରିଆନ୍‌…

Read More