ମିର୍ଜାପୁର,ସାଧାରଣତଃ ଦେହ ଖରାପ ହେଲେ ଲୋକମାନେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ହେଲେ ଯେଉଁମାନେ ଅନ୍ଧବିଶ୍ବାସର ବଶବର୍ତ୍ତି ସେମାନେ ଗୁଣି ଗାରେଡିକୁ ବିଶ୍ବାସ କରନ୍ତି। ହେଲେ ପରିଶେଷରେ ସେହି ଗୁଣିଆମାନଙ୍କ ଦ୍ବାରା ସେମାନେ ପ୍ରତାରିତ ହୁଅନ୍ତି। ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଛି। ସେଠାରେ ଜଣେ ବାଳିକା ରୋଗ ଭଲ ହେବା ପାଇଁ ଜଣେ ଗୁଣିଆ ପାଖକୁ ଆସିଥିଲେ। ହେଲେ ଗୁଣିଆ ଝଡାଫୁଙ୍କା ନାମରେ ବାଳିକାଙ୍କୁ ଏକାନ୍ତ ସ୍ଥାନରେ ନେଇ ଦୁଷ୍କର୍ମ କରିଛି। ଏ ନେଇ ବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଗୁଣିଆକୁ ଗିରଫ କରାଯାଇଛି।
Author: Samikhsya Bureau
ଝାରଖଣ୍ଡ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକୁ ଖାଇବା ସାଧାରଣ ଲୋକଙ୍କ ପକ୍ଷରେ ଟିକେ କଷ୍ଟକର ହୋଇଥାଏ । କାଜୁର ଦାମ ସବୁବେଳେ ଉଚ୍ଚ ରହିଥାଏ । କାଜୁର ଦାମ କିଲୋ ପିଛା 800 ରୁ 1000 ଟଙ୍କା ରହିଥାଏ । କିନ୍ତୁ ଭାରତରେ ଏପରି ଏକ ଜାଗା ଅଛି ଯେଉଁଠାରେ ଆଳୁ-ପିଆଜର ଦାମଠାରୁ ମଧ୍ୟ କମ୍ ଦାମରେ କାଜୁ ମିଳିଥାଏ । ଝାରଖଣ୍ଡର ଜାମାତାଡା ଜିଲ୍ଲାରେ କାଜୁ କିଲୋ ପ୍ରତି 10ରୁ 20 ଟଙ୍କାର ବିକ୍ରି ହୋଇଥାଏ । ଜାମାତାଡାର ନାଲା ନିକଟରେ ପ୍ରାୟ 49 ଏକର କାଜୁ ବଗିଚା ରହିଛି । ଏହି ବଗିଚାଟି ବ୍ଲକ ମୁଖ୍ୟାଳୟଠାରୁ ଚାରି କିମି ଦୂରରେ ରହିଛି । ଏହି ବଗିଚାର ପ୍ରତିବର୍ଷ ହଜାର ହଜାର କୁଇଣ୍ଟାଲର କାଜୁ ଫଳିଥାଏ । କିନ୍ତୁ ଏହି ବଗିଚାର ରକ୍ଷଣାବେକ୍ଷଣ ତଥା ଦେଖରେଖ ଅଭାବରୁ ଏହା ସ୍ଥାନୀୟ ଲୋକେ ଏହି କାଜୁକୁ ଶାଗମାଛ…
ଲାହୋର, ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ ଦେଶରେ କ୍ରିକେଟ୍ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମିଆଁଦାଦ୍ କହିଛନ୍ତି ଯେ ଏହି ଖେଳର ତୃଣମୂଳ ସ୍ତରରେ କମ୍ପନ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଏଠାରେ ଏପରି ଘଟଣା ଘଟୁଛି ଯାହା ଦୁନିଆର କୈଣସି ସ୍ଥାନରେ ଘଟୁନାହିଁ । ପାକିସ୍ତାନ କ୍ରିକେଟ୍ ଅନୁଯାୟୀ ମିଆଁଦାଦ୍ କହିଛନ୍ତି ଯେ ମୁଁ ପାକିସ୍ତାନ କ୍ରିକେଟ୍ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହିଁ। ବୋର୍ଡ ଯାହା ବି କରୁଛି, ତାହା ଠିକ କି ଭୁଲ ସମୟ କହିବ। ମିଆଁଦାଦ୍ ଆହୁରି କହିଛନ୍ତି, ବିଗତ 20 ବର୍ଷ ମଧ୍ୟରେ ଆମ ଦେଶରେ କ୍ରିକେଟ୍ ସମ୍ବନ୍ଧରେ ଅନେକ ପରିବର୍ତ୍ତନ ହୋଇଛି। ତେବେ ବର୍ତ୍ତମାନ ଯେପରି ଘଟୁଛି ପୂର୍ବରୁ କେବେ ଘଟୁ ନଥିଲା। ସମଗ୍ର ବିଶ୍ୱରେ ମୂଳଦୁଆ କେବେ ପରିବର୍ତ୍ତିତ ହୁଏ ନାହିଁ କିନ୍ତୁ ଏହା ଆମ ଦେଶରେ ଏହା ଘଟୁଛି। ମିଆଣ୍ଡାଦ୍ ପାକିସ୍ତାନ ପାଇଁ 124…
ଭରତପୁର : ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ରାଜସ୍ଥାନର ଭରତପୁରର ଏକ ଘଟଣାରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ରୂପେ ପ୍ରତିପାଦିତ ହୋଇଛି । ଏଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକରେ ବସିଥିବା ବାପା-ମା’ଙ୍କ ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ତାଙ୍କ କୋଳରେ ରହିଥିବା ଏକ ବର୍ଷର ଶିଶୁଟି ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି । ଏପରିକି କୌଣସି ପ୍ରକାରର ଆଘାତ ମଧ୍ୟ ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ ଭରତପୁର ରୂପବାସ ରୋଡ୍ ନିକଟ ଜରେଲା ପେଟ୍ରୋଲ୍ ପମ୍ପ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରେଲର୍ ସହିତ ବାଇକର ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ସ୍ବାମୀ-ସ୍ତ୍ରୀ ଦୁହିଁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମାତ୍ର ବାଇକ୍ରେ ରହିଥିବା 1 ବର୍ଷର ଶିଶୁ କନ୍ୟା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଟ୍ରଲରରେ…
ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ପ୍ରାୟତଃ କମ୍ପାନୀ ଓ୍ବାର୍କ ଫ୍ରମ୍ ହୋମ୍ର ସୁବିଧା ଦେଇଛନ୍ତି । ତେବେ ବିଶ୍ୱର ଅନ୍ୟତମ ଟେକ୍ନୋଲୋଜି କମ୍ପାନୀ “ମାଇକ୍ରୋସପ୍ଟ” ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ସୁଯୋଗ ଆଣିଛି । ଏଣିକି କମ୍ପାନୀର କର୍ମଚାରୀ ମାନେ ନିଜ ରିଟାୟାରମେଣ୍ଟ ଯାଏଁ ଘରୁ କାମ କରିପାରିବେ । କୌଣସି କର୍ମଚାରୀ ଘରୁ କାମ କରିବାକୁ ଚାହୁଁଥିଲେ ତାଙ୍କୁ କମ୍ପାନୀ ତରଫରୁ କୌଣସି ବିରୋଧ କରାଯିବ ନାହିଁ । କହିରଖିବା ଉଚିତ ହେବଯେ, ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ | କମ୍ପାନୀ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, କାମ କରିବାକୁ ଚାହୁଁଥିବା କର୍ମଚାରୀଙ୍କୁ ନିଜ ଅଫିସ ସିଟ ଛାଡିବାକୁ ବାଧ୍ୟତା ମୂଳକ କରାଯାଇଛି । ଏହି ସୁବିଧା ନେବାକୁ ଚାହୁଁଥିବା କର୍ମଚାରୀଙ୍କ ଦରମାରେ କିଛି ହ୍ରାସ କରାଯିବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, କରୋନା ମହାମାରୀ…
ମୁମ୍ବାଇ, ଅଭିନେତ୍ରୀ ରବିନା ଟଣ୍ଡନ୍ କରୋନା ମହାମାରୀ ମଧ୍ୟରେ ଏକ ୱେବ୍ ସିରିଜ୍ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ହିମାଚଳ ପ୍ରଦେଶର ଡାଲହାଉସୀରେ ଏହାର ସୁଟିଂ କରାଯିବ। ଏହି ୱେବ୍ ସିରିଜ୍ ବିଷୟରେ ବର୍ତ୍ତମାନ ସୁଦ୍ଧା ଅଧିକ କିଛି ପ୍ରକାଶ କରାଯାଇ ନାହିଁ। ରବିନା କହିଛନ୍ତି, ମୁଁ ସୁଟିଂ ଆରମ୍ଭ କରିବାକୁ ଆଗ୍ରହୀ, କିନ୍ତୁ ଆମ ପାଇଁ ସତର୍କ ରହିବା ଜରୁରୀ ଅଟେ। କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ଆମେ ସମସ୍ତେ ହିମାଚଳରେ ପହଁଚିଛୁ। ବ୍ୟକ୍ତିଗତ ଭାବରେ ମୁଁ କୋଭିଡ ମହାମାରୀ ସମୟରେ ନିରାପତ୍ତା ଏବଂ ସ୍ୱଚ୍ଛତା ବିଷୟରେ ସଚେତନ ଅଟେ ଏବଂ ୟୁନିଟ୍ ର ସମଗ୍ର ସଦସ୍ୟ କଠୋର ସାମାଜିକ ଦୂରତା ନିୟମ ପାଳନ କରି ଏହି ସୁଟିଂ କରିବେ।
ଭୁବନେଶ୍ବର : ସାଂସଦ ଅପରାଜିତାଙ୍କ ଅଫିସ୍ ସିଲ୍ ହେବା ପରେ ଅପରାଜିତା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ବିଜେଡି ପାର୍ଟି ଅଫିସ୍ କେବେ ସିଲ୍ ହେବ ସେନେଇ ପ୍ରଶ୍ନ କରିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିବେ ବୋଲି କହିଛନ୍ତି । ନିୟମ ଭାଙ୍ଗୁଥିବା ବିଜେଡି ନେତାଙ୍କ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର 15 ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁବୋଲି କହିଛନ୍ତି ଅପରାଜିତା । ଅଫିସ୍ ସିଲ୍ ହେବା ପରେ ଅଫିସ୍ସାମ୍ନାରେ ବାହାରେ ବସି ପ୍ରେସ୍ମିଯ୍ କରିଛନ୍ତି ଅପରାଜିତା । ଏହି ଅବସରରେ 17ଟି ଫଟୋ ଏବଂ ଗୋଟିଏ ଭିଡିଓ ଦେଖାଇଛନ୍ତି ଅପରାଜିତା । ବିଜେଡି ଅଫିସ୍, ମହାରଥୀଙ୍କ ଶେଷକୃତ୍ୟ ଗହଳିର ଫଟୋ ଦେଖାଇଛନ୍ତି । ମହାରଥୀଙ୍କ ଶେଷ ଦର୍ଶନଙ୍କ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧିନଥିଲେ । ସେହିପରି ତିର୍ତ୍ତୋଲ ବିଜେଡି…
ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି । ୱେଲ ମାର୍କଡ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଚଳିତ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଓ୍ବେଲମାର୍କରେ ପରିଣତ ହୋଇଛି। 24 ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ 24 ଘଣ୍ଟାରେ ଏହା ତୀବ୍ର ଅବପାତର ରୂପ ନେବା ସମ୍ଭାବନା ରହିଛି । ପରେ ପଶ୍ଚିମ – ଉତ୍ତର ପଶ୍ଚିମକୁ ଗତି କରି 12ରେ ଆନ୍ଧ୍ର ଉପକୂଳ ଛୁଇଁବ। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଅବପାତରେ ପରିଣତ ହୋଇ ପଶ୍ଚିମ – ଉତ୍ତର ପଶ୍ଚିମକୁ ଗତି କରି 12ରେ ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ…
ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଅଞ୍ଚଳରେ ଜଣେ ଯୁବକକୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ ରହିଛି । ତେବେ ଏହି ହତ୍ୟା ଘଟଣା ଜଣେ କିଶୋରୀ ବା ଯୁବତୀ ସହିତ ବନ୍ଧୁତା କରିବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିବାର ସୂଚନା ରହିଛି । ପୋଲିସ୍ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଆଦର୍ଶ ନଗର ଅଞ୍ଚଳରେ ରହୁଥିବା 18 ବର୍ଷୀୟ ରାହୁଲ୍ ନାମକ ଯୁବକ ରହୁଥିଲେ । ସେ ଯୁକ୍ତ ତିନିର ଦ୍ବିତୀୟ ବର୍ଷର ଛାତ୍ର ଥିବାର ସୂଚନା ରହିଛି । ସେ ପଢିବା ସହିତ ଟିଉସନ୍ କରୁଥିଲେ । ତାଙ୍କ ପିତା ଜଣେ ଡ୍ରାଇଭର । ରାହୁଲ୍ଙ୍କ ମା’ଙ୍କ କହିବାନୁସାରେ କେହି ଟ୍ୟୁସନ୍ ନେଇ କଥାବାର୍ତ୍ତା କରିବାକୁ ରାହୁଲ୍କୁ ଘରୁ ବାହାରକୁ ଡାକିଲେ । ଘରଠାରୁ କିଛି ଦୂରରେ ରାହୁଲ୍ ସହିତ ମାରପିଟ୍…
ବେଙ୍ଗାଲୁରୁ : 2020 ମସିହା ଚଳଚ୍ଚିତ୍ର ଜଗତ, ରାଜନୀତି ତଥା ଦେଶ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ବହୁ ବଡ ବଡ ନେତା, ଅଭିନେତା ଆଦି ଆମକୁ ଛାଡି ଚାଲିଯାଇଛନ୍ତି । ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ରେଡ୍ଡିଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହୋଇଥିଲା । 1970 ମସିହାରେ ‘ରଙ୍ଗମହଲ୍ ରହସ୍ୟ’ ଫିଲ୍ମଟିରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ । 1973 ମସିହାରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗନ୍ଧାରା ଗୁଡି’ ତାଙ୍କ କ୍ୟାରିଅରରେ ଟର୍ଣ୍ଣିଂ ପଏଣ୍ଟ ଆଣିଥିଲା । ତାଙ୍କ ନିର୍ଦ୍ଦେଶିତ ଅନ୍ୟତମ ଫିଲ୍ମ ‘ମୌର୍ଯ୍ୟା’ କନ୍ନଡ କ୍ଲାସିକ୍ ସିନେମାର ଏକ ଉଲ୍ଲେଖନୀୟ ଫିଲ୍ମ । 1936 ମସିହାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ବିଜୟ ରେଡ୍ଡି । 1953 ମସିହାରେ ବି, ଭିଟ୍ଟଲାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ କନ୍ନଡ ଫିଲ୍ମ ‘ମାନେ ତୁମ୍ବୁଡା ହେନୁ’ରେ ସହାୟକ ସମ୍ପାଦକ ଭାବେ…
ଭୁବନେଶ୍ବର : ଭୁଲ୍ ମାଗିଲେ ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟ । କୋଭିଡ୍ ପଜିଟିଭ୍ ଥାଇ ସୁଦ୍ଧା ସ୍ବର୍ଗଦ୍ବାରରେ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ । ମହାରଥୀଙ୍କ ବିୟୋଗରେ ଭାବବିହ୍ବଳ ହୋଇ ସ୍ବର୍ଗଦ୍ବାର ଯାଇଥିଲେ, ଏହା ତାଙ୍କର ଭୁଲ୍ ବୋଲି ସେ ସ୍ବୀକାର କରିଛନ୍ତି । ସରକାରଙ୍କ ଆଇନ୍ର ଉର୍ଦ୍ଧ୍ବରେ କେହି ନୁହଁନ୍ତି ବୋଲି ସେ କହିଛନ୍ତି । ଏଥିପାଇଁ ଯାହା ବି କାର୍ଯ୍ୟାନୁଷ୍ଠାନ ହେବ, ତାହା ମାନିନେବେ ବୋଲି କହିଛନ୍ତି ବିଧାୟକ । ସୂଚନାଯୋଗ୍ୟ, କୋଭିଡ୍ -19 ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଧାୟକଙ୍କ ନାମରେ ଏତଲା ଦେଇଥିଲା ଶ୍ରୀଜଗନ୍ନାଥ ସେନା । ଏନେଇ ମାମଲା ରୁଜୁ ହୋଇଥିଲା ।
ଅଯୋଧ୍ୟା, ରାମ ମନ୍ଦିର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ରାମ ମନ୍ଦିରରେ ଖୋଦିତ ପଥର ସ୍ଥାନାନ୍ତର କରିବାର କାର୍ଯ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ପଥରଗୁଡିକ ବଢେଇ କର୍ମଶାଳାରୁ ମନ୍ଦିର ପରିସରକୁ ନିଆଯାଉଛି। ବ୍ରାହ୍ମଣମାନେ ପଥର ବଦଳାଇବା ପୂର୍ବରୁ ଏକ ବିଶେଷ ପୂଜା ମଧ୍ୟ କରିଥିଲେ। ପ୍ରକୃତରେ, ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ତରଫରୁ ଶୁକ୍ରବାର ଦିନ ଏକ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦିଆଯାଇଛି। ଟ୍ୱିଟରେ ଲେଖାଯାଇଛି ଯେ, “ଜୟ ଶ୍ରୀରାମ! ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ କର୍ମଶାଳାରୁ ମନ୍ଦିର ପରିସରକୁ ଖୋଦିତ ପଥର ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପଥରଗୁଡ଼ିକ ସହିତ ଏକ ମହାନ୍ ଏବଂ ଇଶ୍ୱରୀୟ ଶକ୍ତି ରହିଛି। ଯାହାକୁ ନେଇ ରାମ ମନ୍ଦିର ନିର୍ମାଣ ହେବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ରାମ ମନ୍ଦିର ନିର୍ମାଣର ନୂତନ ପ୍ରସ୍ତାବିତ ଡିଜାଇନ୍ ଅନୁଯାୟୀ ରାମ ମନ୍ଦିରରେ ବର୍ତ୍ତମାନ ଦୁଇ ମହଲା…
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସାଂସଦଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି। କମିଶନରେଟ ପୋଲିସ ସହାୟତାରେ କାର୍ଯ୍ୟାଳୟ ସିଲ୍ କରିଛି। କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲଂଘନ ଜନ୍ମଦିନ ପାଳନ କରିଥିଲେ ସାଂସଦ। ଏନେଇ ସାଂସଦ ଅପରାଜିତାଙ୍କ ନାଁରେ କୋଭିଡ୍ ଯୋଦ୍ଧା ଅଭିଯୋଗ ଆଣିଛନ୍ତି । ଜନ୍ମଦିନ ପାର୍ଟିରେ ସମର୍ଥକଙ୍କ ସହ ମାସ୍କ ନପିନ୍ଧି ନାଚ, ଗୀତ ଓ ଗହଳି ଭିତରେ ସାମିଲ ହୋଇଥିଲେ ଅପରାଜିତା ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏନେଇ କୋଭିଡ୍ ଯୋଦ୍ଧା ଲିଖିତ ଭାବେ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ମେଡିକାଲ ଷ୍ଟାଫ୍, ସଫେଇ କର୍ମଚାରୀ, ଆଶା କର୍ମୀ ଓ କୋଭିଡ୍ ସଚେତକମାନେ ଫେରାଦ ହୋଇଥିଲେ। ସାଂସଦଙ୍କ ବେପରୁଆ କାର୍ଯ୍ୟ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛି। ସାଂସଦଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଭୁବନେଶ୍ବର : ରାଜ୍ୟରେ ଆଉ 15 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ବର, ବଲାଙ୍ଗିର, ଗଞ୍ଜାମ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ସୁନ୍ଦରଗଡ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1006କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 5 ମୃତକଙ୍କ ମଧ୍ୟରୁ ଭୁବନେଶ୍ବରର ତିନିଜଣ ରହିଛନ୍ତି । ଭୁବନେଶ୍ବରର ତିନି ମୃତକଙ୍କ ବୟସ ଯଥାକ୍ରମେ 62, 66, 78ପୁରୁଷ । ସେହିପରି ଖୋର୍ଦ୍ଧାର ଅନ୍ୟ ଦୁଇ ମୃତକ ହେଲେ 51 ଓ 62 ବର୍ଷୀୟ ପୁରୁଷ । କଟକ ଜିଲ୍ଲାର ଦୁଇ ମୃତକ ହେଲେ…
ନୂଆଦିଲ୍ଲୀ, ଭାରତରେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ହୋଇଆସୁଛି। ଭାରତ ଏପରି ଏକ ଦେଶ ଯେଉଁଠାରେ ପ୍ରତ୍ୟେକ ଧର୍ମର ଲୋକ ବାସ କରନ୍ତି। କିନ୍ତୁ ଏହା ମଧ୍ୟ ସତ ଯେ, ଭାରତର ମୁସଲମାନମାନେ ବିଶ୍ୱର ସବୁଠାରୁ ସନ୍ତୁଷ୍ଟ ମୁସଲମାନ। ହେଲେ କହିବାକୁ ଗଲେ ଆମ ପଡ଼ୋଶୀ ଦେଶ ପାକିସ୍ଥାନ ଅନ୍ୟ ଧର୍ମକୁ ଅଧିକାର ଦେଇନାହିଁ। କେତେକ ହିନ୍ଦୁ ପାକିସ୍ତାନରେ ଅଛନ୍ତି। କିନ୍ତୁ ପାକିସ୍ତାନ ସରକାର ସେମାନଙ୍କ ସହ ଅସଦାଚରଣ କରୁଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭଗବତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଦେଶର ରାମ ମନ୍ଦିରଗୁଡ଼ିକ ଜାତୀୟ ମୂଲ୍ୟବୋଧ ଏବଂ ମର୍ଯ୍ୟଦାର ପ୍ରତୀକ ଅଟେ। କେବଳ ଏତିକି ନୁହେଁ ଭାଗବତ ଅନେକ କଥା କହିଥିଲେ ଯାହା ଶୁଣି ସମଗ୍ର ଦେଶ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମୋହନ ଭାଗବତ କହିଛନ୍ତି ଯେ ଲୋକମାନଙ୍କୁ ନିୟନ୍ତ୍ରଣ କରୁଥିବା ବିଦେଶୀ ଧର୍ମ କେବଳ ଭାରତରେ ଅଛି। ସେ କହିଛନ୍ତି ଯେ ଯେଉଁଠାରେ ଏକ ବିଦେଶୀ…
ମୁମ୍ବାଇ: ଟିଭି ରେଟିଂ ସ୍କାମ ମାମଲାରେ ପଚରାଉଚରା ପାଇଁ ମୁମ୍ବାଇ ପୋଲିସ ଆଜି ରିପବ୍ଲିକ୍ ଟିଭିର ସିଏଫ୍ଓଙ୍କୁ ଡାକିଛନ୍ତି। ଗତ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ପୋଲିସ ଏହି ମାମଲାରେ ରିପବ୍ଲିକ ଟିଭି ସମେତ ତିନି ଚ୍ୟାନେଲ ବିରୋଧରେ ମାମଲା କରାଯିବ ବୋଲି କୁହିଥିଲେ। ଏହି ତିନି ଚ୍ୟାନେଲ ସେମାନଙ୍କ ଟିଆରପି ବଢାଇବା ପାଇଁ ଦର୍ଶକଙ୍କୁ ଲାଞ୍ଚ ଦେଉଥିଲେ।
ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 854କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1659ଜଣ ଚିହ୍ନଟ ହୋଇଥିବାବେଳେ 1195ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 49ହଜାର693କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 20 ହଜାର 388ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28ହଜାର246ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 991ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2ହଜାର 854ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 393ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 131, ବାଲେଶ୍ବରରୁ…
ମଦୁରାଇ : ଚୋରି କରି ମାଲିକଙ୍କ ପାଇଁ କ୍ଷମା ପତ୍ର ଦେଇଛି ଚୋର । ଏପରି ଏକ ଘଟଣା ଘଟିଛି ମଦୁରାଇର ଉସ୍ଲାମପଟ୍ଟିଠାରେ । ଉସିଲାମପଟ୍ଟିର ଏକ ସୁପରମାର୍କେଟର ଏକ ଦୋକାନରୁ ଜଣେ ଚୋର 65000 ଟଙ୍କାର ସାମଗ୍ରୀ ଚୋରି କରିଛି । ସାମଗ୍ରୀ ସହିତ ନଗଦ 5ହଜାର ଟଙ୍କା ମଧ୍ୟ ଚୋରି କରିଛି । ଚୋରି ଜଣକ ସେହି ଦୋକାନରେ ପୂର୍ବରୁ କାମ କରୁଥିବାର ସୂଚନା ରହିଛି । ଚୋରି କରିନେବା ପରେ ମାଲିକଙ୍କୁ ପାଇଁ କ୍ଷମା ପତ୍ର ବା ସରି ନୋଟ୍ ଛାଡି ଯାଇଛନ୍ତି । ତେବେ ଏହି ଚିଠିରେ ଚୋର ଜଣକ ଲେଖିଛନ୍ତି ଯେ,- ମୋତେ କ୍ଷମା କରିଦେବେ । ଏହି ଚୋରିରେ ଆପଣଙ୍କର ଏକମାସର ରାଜସ୍ବ କ୍ଷତି ହେବ । କିନ୍ତୁ ଏହା ମୋ’ ପାଇଁ ପ୍ରାୟ ତିନି ମାସର ପାରିଶ୍ରମିକ । ଏଥିପାଇଁ ମୋତେ କ୍ଷମା କରିଦେବେ । ମିଳିଥିବା ସୂଚନା ଅନୁସାରେ ଉସ୍ଲୀମପଟ୍ଟି-ମୁଦୈର…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ସଂକ୍ରମଣ କିଛି ମାସ ପୂର୍ବେ ଏକ ନମ୍ବର ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ଧୀରେ ଧୀରେ ଏହା ତଳକୁ ଖସିବାରେ ଲାଗିଛି। ଉଭୟ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗମ୍ଭୀରତାର ସହ ନେଉଛନ୍ତି ଏବଂ ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି ମଧ୍ୟ କରୁଛନ୍ତି। ବାଣପୁରରେ କରୋନାକୁ କମାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ସ୍ଥାନୀୟ ପ୍ରଶାସନ। ଏହି ପରିପ୍ରେକ୍ଷୀରେ ଗତକାଲି ବାଣପୁର ତହସିଲଦାର ମନ୍ମଥ ବେହେରାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକ ବିଶାଳ ଏନ୍ଫୋର୍ସମେଣ୍ଟ ଟିମ ଯେଉଁଥିରେ ତହସିଲଦାରଙ୍କ ସହ ଚିଲିକାରେ କୋଭିଡ ମନିଟରିଂ ପାଇଁ ସ୍ୱତନ୍ତ୍ର ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଟି.ଆର.ଓ ସାଗର ପାଲୋ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିଆଲ, ତହସିଲ କର୍ମଚାରୀ, ଏନ.ଏ.ସି କର୍ମଚାରୀ ଏବଂ ବାଣପୁର ପୋଲିସ ପ୍ରମୂଖ ସାମିଲ ଥିଲେ। ଦିନ ୧୧ ଘଟିକା ସମୟରେ ଉକ୍ତ ଟିମ ଦ୍ୱାରା…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ମିଲ ମାଲିକଙ୍କ ପୁଅ ମାଡ଼ ମାରିବା ଘଟଣା ଜିଲ୍ଲାରେ ଆଲୋଚନାର ବିଷୟବସ୍ତୁ ହୋଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ ସ୍ଥିତ ଓଡିଶା ରାଜ୍ୟ ପଣ୍ୟଗାର ନିଗମ ଠାରେ କାର୍ଯ୍ୟରତ କର୍ମଚାରୀ ଶଙ୍କର ରାଓ ଜୟପାଟଣା ଏସଏମ ରାଇସ ମିଲ୍ ଯୋଗେଇ ଥିବା ଚାଉଳକୁ ନିମ୍ନ ମାନର ଥିବା କହି ଗ୍ରହଣ କରିବାକୁ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଏସଏମ ରାଇସ ମିଲ୍ ମାଲିକଙ୍କ ପୁଅ ସନତ୍ କୁମାର ପଣ୍ଡା ସମ୍ପୃକ୍ତ କର୍ମଚାରୀ ଶ୍ରୀ ରାଓଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ମାଡ ମାରିଥିବା ସମ୍ପର୍କରେ ଜୁନାଗଡ ଥାନାରେ ଲିଖିତ ଅଭିଯୋଗ ହେବାପରେ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଜୁନାଗଡ ଥାନା ମକଦ୍ଦମା ସଂଖ୍ୟା ୨୮୫/୨୦୨୦ ଅନୁଯାୟୀ ମାମଲା ରୁଜୁ କରି ପୀଡିତଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ପ୍ରେରଣ କରିବା ସହ ଘଟଣାର ତଦନ୍ତ…
ସମ୍ବଲପୁର : ଆସନ୍ତା 12 ତାରିଖରୁ ସୋମବାର ସହ ତିନି ଦିନ ବନ୍ଦ ରହିବ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍) । ପୂର୍ବ ଛୁଟି ଘୋଷଣା ମୁତାବକ ଶନିବାର ଓ ରବିବାର ମଧ୍ୟ ଭିସୁଟ୍ ବନ୍ଦ ରହିବ । କରୋନା ସଂକ୍ରମଣ ଦୂର ପାଇଁ ଭିସୁଟ୍ ପରିସରକୁ ସାନିଟାଇଜ୍ କରାଯିବ । ମୋଟ୍ ତିନି ଦିନ ପାଇଁ ଭିସୁଟ୍ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ଆଜି, କାଲି ଓ ସୋମବାର ଦିନ ଭିସୁଟ୍ ବନ୍ଦ ରହିବା ନେଇ ଚିଠି ଜାରି କରିଛି ଭିସୁଟ୍ ରେଜିଷ୍ଟ୍ରାର୍ । ବିଶୋଧନ କରିବା ପାଇଁ କ୍ୟାମ୍ପସ୍ ବନ୍ଦ ରହିବ ତେବେ ଅଧ୍ୟାପକ, ଅଧ୍ୟାପିକା ଅନଲାଇନ୍ରେ ପାଠ ପଢାଇବେ ବୋଲି ସୂଚନା ରହିଛି ।

