ଭଦ୍ରକ : ରୋଗୀ ମୃତ୍ୟକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଧୁଷୁରି ଥାନା ଅଞ୍ଚଳର ଜଣେ ଯୁବକଙ୍କ ମୃତ୍ୟକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଚିକିତ୍ସା ଅବହେଳା ଅଭିଯୋଗରେ ପରିବାର ଲୋକେ ହୋହଲ୍ଲା କରିବାସହ ଡାକ୍ତରଙ୍କୁ ଘେରିଛନ୍ତି ରୋଗୀ ସମ୍ପର୍କୀୟ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
Author: Samikhsya Bureau
ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ 12ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ସବୁ ଜିଲ୍ଲାମାନଙ୍କରେ ବର୍ଷା ସହିତ ବଜ୍ରାପାତ ହୋଇପାରେ। କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇପାରେ। ତେଣୁ ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ୟେଲୋ ୱାର୍ଣ୍ଣି ଜାରି ହୋଇଥିବା ଜିଲ୍ଲାଗୁଡ଼ି ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ, ରାୟଗଡା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଆଦି ରହିଛି ରହିଛି । ସେହିପରି ଆସନ୍ତା 5 ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।
ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 312ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ମୋଟ୍ 312 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 58 ଜଣ ରହିଥିବାବେଳେ 254ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ପଟିଆରୁ 22ଜଣ ରହିଥିବାବେଳେ ୟୁନିଟ୍-9ରୁ 8ଜଣ, ୟୁନିଟ୍-8ରୁ 5ଜଣ, ୟୁନିଟ୍-4ରୁ 5 ଜଣ, ଚନ୍ଦ୍ରଶେଖରପୁରରୁ 9ଜଣ ରହିଥିବାବେଳେ ଝାରପଡାରୁ 10 ଜଣ, ବାପୁଜୀନଗରରୁ 7ଜଣ , ଶୈଳଶ୍ରୀ ବିହାରରୁ 7ଜଣ ରହିଛନ୍ତି । https://twitter.com/bmcbbsr/status/1311975734387208192?s=20 ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 329ଜଣ ସୁସ୍ଥ ହୋଇଛନ୍ତି । ନୂତନ 312 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 547ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ହଜାର 914ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ 100 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର…
ରାଜସ୍ଥାନ : ଉତ୍ତରପ୍ରଦେଶର ହାଥରସ୍ ଯୁବତୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ ରାଜସ୍ଥାନରେ ଚାଲିଥିବା ଏକ ସେକ୍ସ ରାକେଟ୍ର ପର୍ଦ୍ଦାଫାସ୍ ହୋଇଛି । ଏହି ଘଟଣାରେ ବିଜେପି ଓ କଂଗ୍ରେସ ନେତ୍ରୀ ମିଳିତ ଭାବରେ ସାମିଲ୍ ହୋଇଥିବାର ଅଭିଯୋଗ ରହିଛି । ରାଜସ୍ଥାନର ସାୱାଇ ମାଧୋପୁର ଅଞ୍ଚଳରେ ଏପରି ଏକ ଘଟଣା ଧରାପଡ଼ିବା ପରେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ନେତ୍ରୀ ନାବାଳିକାମାନଙ୍କୁ ନିଜ ଜାଲରେ ଫସାଇ ଏପରି କଦର୍ଯ୍ୟ କାର୍ଯ୍ୟ କରାଉଥିଲେ । ଏଥିରେ ଜଣେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କୁ ଜୋର ଜବରଦସ୍ତ ଦେହ ବ୍ୟବସାୟରେ ଲଗାଯାଉ ଥିବାର ଅଭିଯୋଗ ହୋଇଛି। ଏହି ନାବାଳିକା ଜଣଙ୍କୁ ଅନେକ ଲୋକ ଶୋଷଣ କରିଥିବାର ମଧ୍ୟ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କୁ ଉପଭୋଗ କରିବା ପାଇଁ ଦଳର ନେତାମାନଙ୍କ ପାଖକୁ ପଠାଉଥିଲେ ଏହି ନେତ୍ରୀ। ଏଥିରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭାପୁର ବଜାର ମିଲିଟାରୀ ଲାଇନ ଠାରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାହୁଙ୍କ ପୌରହିତରେ ଚାଲି ଆସୁଥିବା ଏହି ଫିଟ ଇଣ୍ଡିଆ ସଚେତନ କାର୍ଯ୍ୟକ୍ରମ ବ୍ରହ୍ମପୁର ସ୍କେଟିଂ ଏକାଡେମୀର ଗିନିଜ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇଥିବା ଛାତ୍ରୀଛାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ର ସହଭାଗିତାରେ ଗତ ଅଗଷ୍ଟ ୧୫ତାରିଖରୁ ଚାଲିଆସୁଅଛି । କରୋନା ଭଳି ମହାମାରୀ ଦାଉରୁ ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରତ୍ୟେହ ଯୋଗ ବ୍ୟାୟାମ ଓ ସ୍କେଟିଂ ଦ୍ୱାରା ନିଜକୁ ସୁସ୍ଥ ରଖାଯାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଯାଇପାରିବ । ପ୍ରତ୍ୟେକ ଜୀବ ପାଇଁ ଏକ ସୁସ୍ଥ ଶରୀରର ଆବଶ୍ୟକତା ରହିଛି ବୋଲି ଏକାଡେମୀର ଭାଗଣେଇଥିବା ୨୮ଜଣ ଛାତ୍ରୀଛାତ୍ର ଏକ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସମାଜସେବୀ କାହ୍ନୁ ଚରଣ…
କେରଳ: କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତିନି ମାସରୁ ଉର୍ଦ୍ଧ୍ବ ଲକ୍ଡାଉନ୍ ଜାରିକରାଯାଇଥିଲା। ଏହି ଲକ୍ଡାଉନ୍ର ସମ୍ପୂର୍ଣ୍ଣ ସଦୁପଯୋଗ କରିଛନ୍ତି କେରଳର ଜଣେ ଯୁବତୀ । ଏହି ଯୁବତୀ ଜଣକ 3 ମାସ ମଧ୍ୟରେ 350ଟି କୋର୍ସ ସମ୍ପୂର୍ଣ୍ଣ କରିଛନ୍ତି । ଏମଇଏସ୍ କଲେଜର ଦ୍ବିତୀୟ ବର୍ଷ ର ଏମଏସସି ବାୟୋକେମେଷ୍ଟ୍ରିର ଛାତ୍ରୀ ଅରାଥୀ ରଘୁନାଥ ଗତ ତିନି ମାସ ମଧ୍ୟରେ 350ଟି ଅନଲାଇନ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି । କୋଚିର ଏଲ୍ମକ୍କାରରେ ରହୁଥିବା ଏହି ଛାତ୍ରୀ ଜଣକ ୟୁନିଭର୍ସାଲ୍ ରେକର୍ଡ ଫୋରମ୍ରେ ବିଶ୍ବ ରେକର୍ଡ କରିଛନ୍ତି । ଅରାଥୀ ଲକ୍ଡାଉନ୍ ସମୟରେ ନିଜର ଖାଲି ସମୟକୁ ସମ୍ପୂର୍ଣ୍ଣ ପାଠ ପଢାରେ ବିନିଯୋଗକରିଛନ୍ତି । ଅରାଥୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ କଲେଜର ଅଧ୍ୟାପକମାନଙ୍କ ଜରିଆରେ ସେ ଏହି ଅନଲାଇନ୍ ପାଠ୍ୟକ୍ରମ ସମ୍ପର୍କରେ ଜାଣିପାରିଥିଲେ । କଲେଜର ପ୍ରଧ୍ୟାପକ ଓ ଅଧ୍ୟାପକଙ୍କସହଯୋଗରେ ସେ ଅନଲାଇନ୍ ପାଠ୍ୟକ୍ରମ…
ଭୁବନେଶ୍ବର : ଅକ୍ଟୋବର ମାସର ପ୍ରତ୍ୟେକ ଶନିବାର ଦିନ କୋର୍ଟ ବନ୍ଦ ରହିବ । ନଭେମ୍ବର 20ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ଭର୍ଚୁଆଲ୍ ମୋଡ୍ରେ ଚାଲିବ । ବର୍ତ୍ତମାନ କୋର୍ଟ କାର୍ଯ୍ୟ ଯେପରି ଚାଲିଛି ସେହି ଧାରାରେ କାର୍ଯ୍ୟ ଜାରି ରହିବ । ଅଗଷ୍ଟ 21 ଅର୍ଡର ଅନୁସାରେ ହାଇକୋର୍ଟ, ଟ୍ରିବ୍ୟୁନାଲ୍, ନିମ୍ନ ଅଦାଲତ ଚାଲିବ ।ହାଇକୋର୍ଟ, ଟ୍ରିବ୍ୟୁନାଲ୍, ନିମ୍ନ ଅଦାଲତ ଅକ୍ଟୋବର ପ୍ରତି ଶନିବାର ବନ୍ଦ ରହିବ । ଏନେଇ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଫିସ୍ ଅର୍ଡର ପ୍ରକାଶ ପାଇଛି ।
ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କିସ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି।
#Manipur CM N Biren Singh pays floral tributes to #MahatmaGandhi on the occasion of #GandhiJayanti in Imphal.
ମାଲକାନଗିରି : ଜଙ୍ଗଲରୁ 21 କେଜି ଜିଲୋଟିନ୍ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ। କାଲିମେଳା ଥାନା ରାଜନକୁଣ୍ଡା ଜଙ୍ଗଲରେ ଜିଲୋଟିନ୍ ଲୁଚାଇ ରଖିଥିବାର ସୂଚନା ରହିଥିଲା । 76 ବିଏସଏଫ ବାଟାଲିୟନର ଯବାନ କମ୍ବିଂ ଅପରେସନ କରୁଥିବା ବେଳେ ଜଙ୍ଗଲରେ ଜିଲୋଟିନ ରଖାଯାଇଥିବା ଖବର ପାଇଥିଲେ । ପରେ ସଂପୃକ୍ତ ସ୍ଥାନରେ ପହଞ୍ଚ ବସ୍ତାରେ ଭର୍ତ୍ତି ହୋଇ ପାହାଡ଼ ନିକଟରେ ଲୁଚାଯାଇଥିବା ଜିଲୋଟିନକୁ ଯବାନ ଜବତ କରିଥିଲେ । ଏହା ଜରିଆରେ ପୋଲିସ୍କୁ ଟାର୍ଗେଟ୍ କରି ଅଘଟଣ ଘଟାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ଅନୁମାନ କରାଯାଇଛି ।
ବେଜିଂ : ଚୀନ୍ର ଏକ ଥିମ୍ ପାର୍କରେ ଅଗ୍ନିକାଣ୍ଡ ଘଟି 13ଗଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଚୀନ୍ର ଜାତୀୟ ଦିବସ ଅବସରରେ ଆଠ ଦିନିଆ ଛୁଟି ଆରମ୍ଭର ପ୍ରଥମ ଦିନରେ ଏପରି ଏକ ଅଘଟଣ ଘଟିଯାଇଛି । ମିଳିଥିବା ସୂଚନା ଅନୁସାରେ ତାଇଓ୍ବାନ୍ ସହରର ଉପକଣ୍ଠରେ ଥିବା ଟାଇଟିସିଆନ୍ ଥିମ୍ ପାର୍କରେ ଅଗ୍ନିକାଣ୍ଡ ଘଟିଛି । ଏହି ପାର୍କରେ ଥିବା ବରଫ ସ୍ଥାପତ୍ୟ ଓ ବରଫ ମୂର୍ତ୍ତିର ଏକ ପ୍ରଦର୍ଶନୀ ହଲ୍ରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 15 ଜଣ ଲୋକେ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା, ସେନେଇ ଅନୁସନ୍ଧାନ କରାଯାଉଛି । ଟାଇଟିସିଆନ୍ରେ ଅନେକ ସଂଗ୍ରହଳୟ ରହିଥିବାବେଳେ ଏହାର ଅନ୍ୟନ୍ୟ ଆକର୍ଷଣ ହେଉଛି ରାଇଡିଂ । ସୂଚନାଯୋଗ୍ୟ, ଚୀନ୍ ଦେଶରୁ ମହାମାରୀ କରୋନା ଉତ୍ପତ୍ତି ହୋଇ ସାରା ବିଶ୍ବରେ ତାଣ୍ଡବ ରଚିଥିବାବେଳେ ଏହା ଯୋଗୁଁ…
ଭୁବନେଶ୍ବର, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସ ଭବନରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।.
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା ଅଞ୍ଚଳର ବାନେର୍ ଠାରେ ଏକ ୨୨୦,୧୩୨ ଏବଂ ୩୩ କେଭି ଗ୍ରୀଡ ସବ୍ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। ଏହାସହିତ ଗ୍ରୀଡରୁ ବାହାରିଥିବା ଦୁଇଟି ୩୩ କେଭି ଫିଡର ଲାଇନ୍ ମଧ୍ୟ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ୩ଟି ଶକ୍ତି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା ଓ କଲମପୁର ଅଞ୍ଚଳର ୩୦ ହଜାର ଲୋକ ଉପକୃତ ହେବେ। ଲୋକଙ୍କୁ ଉନ୍ନତ ମାନର ବିଶ୍ବସନୀୟ ଓ ନିରବଚ୍ଛିନ ବିଦ୍ୟୁତ ସେବା ମିଳିବ। ପାୱାର କଟ୍ ସମସ୍ୟା ଦୂର ହେବ ଏବଂ ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବିଦ୍ୟୁତ ସେବାର ସଂପ୍ରସାରଣ କରାଯିବ ବୋଲି ସେ କହିଥିଲେ। ଏହି ୨୨୦ କେଭି ଜୟପାଟଣା ଗ୍ରୀଡ…
କଳାହାଣ୍ଡି : ଆଜିଠୁ କଳାହାଣ୍ଡିବାସୀ ପାଇଲେ ଇନ୍ଦ୍ରାବତୀ ପ୍ରକଳ୍ପରୁ ବିଜୁଳି । କଳାହାଣ୍ଡି ବାନେରଠାରେ ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ। ଜୟପାଟଣା ବ୍ଲକର ବାନେରଠାରେ ନିର୍ମାଣ ହୋଇଥିବା ଗ୍ରୀଡ୍ ଲୋକାର୍ପିତ । ଭିଡିଓ କନଫରେନ୍ସିଂରେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଜୟପାଟଣା, କଲମପୁର ଓ କୋକସରା ବ୍ଲକକୁ ବିଜୁଳି ଯୋଗାଣ କରାଯିବ । ଆଗାମୀ ବର୍ଷେ ମଧ୍ୟରେ ସମଗ୍ର କଳାହାଣ୍ଡି ଜିଲ୍ଲାକୁ ପ୍ରକଳ୍ପରୁ ବିଜୁଳି ସଂଯୋଗ ହେବ । ଦୀର୍ଘ ଦୁଇ ଦଶନ୍ଧି ପରେ ଇନ୍ଦ୍ରାବତୀ ବିଜୁଳି ପାଇଛନ୍ତି କଳାହାଣ୍ଡିବାସୀ ।
ଯାଜପୁର : ଯାଜପୁର ବଇରୀ ବିଦ୍ୟାଧରପୁର ଗ୍ରାମରେ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ ହୋଇଛି । ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ନେଳିଆ ପଞ୍ଚାୟତର ବିଦ୍ୟାଧରପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସତନ୍ତ୍ର ସ୍କ୍ବାଡ ପୋଲିସ ଏକାଧିକ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ସହିତ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଛି। ଏଥିସହିତ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଉକ୍ତ ନକଲି ସାମଗ୍ରୀର ଆନୁମାନିକ ମୂଲ୍ୟ 15ଲକ୍ଷ ଟଙ୍କା ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୀର୍ଘଦିନ ଧରି ନକଲି କାରବାର ହେଉଥିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଛତିଆ ଅଞ୍ଚଳରୁ ମଧ୍ୟ ନକଲି ଜର୍ଦ୍ଦା କାରଖାନା ଠାବ କରାଯାଇଥିଲା ।
ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ନୟାଗଡରୁ 3 ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । କଟକ ଓ ବାଲେଶ୍ବରରୁ 2 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ବରଗଡ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 875ରେ ପହଞ୍ଚିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 6ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ 5ଜଣ ପୁରୁଷ ଓ ଜଣେ ମହିଳା ଆକ୍ରାନ୍ତ ରହିଛନ୍ତି । ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 84 ବର୍ଷ ହୋଇଥିବାବେଳେ ଅନ୍ୟ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 75, 41, 46, 82, 67 ବର୍ଷ । ବାଲେଶ୍ବର ଜିଲ୍ଲାରୁ ଦୁଇ ମହିଳାଙ୍କର ମୃତ୍ୟୁହୋଇଥିବାବେଳେ ବୟସ ଯଥାକ୍ରମେ 60 ଓ 80ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ 47…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 600କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2109ଜଣ ଚିହ୍ନଟ ହୋଇଥିବାବେଳେ 1491ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 26ହଜାର334କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 90 ହଜାର 80 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35ହଜାର326ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 859ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 766ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ…
ମାଲକାନଗିରି : ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି । ସୀମାରେ ଟାଓ୍ବାର ପୋଡିଛନ୍ତି । ମାଲ୍କାନଗିରି-ଛତିଶଗଡ ସୀମାରେ ମାଓ ହିଂସା ପରିଲକ୍ଷିତ ହୋଇଛି। ଛତିଶଗଡ୍ ସୁକ୍ମା ଜିଲ୍ଲା ଏରାବୋରା ଗାଁରେ ମୋବାଇଲ୍ ଟାଓ୍ବାର ପୋଡିଦେଇଛନ୍ତି ମାଓବାଦୀ । ଟାଓ୍ବାର ପୋଡିବା ସହ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ । ବିଳମ୍ବିତ ରାତ୍ରିରେ 10ରୁ 15 ମାଓବାଦୀ ହିଂସାକାଣ୍ଡ ଭିଆଇଥିବାର ସୂଚନା ରହିଛି । ଗତ କିଛି ଦିନ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସିଆରପିଏଫ୍ ଯବାନ ରାସ୍ତା ଅବରୋଧ ହଟାଇଥିବାର ସୂଚନା ରହିଛି ।
ସମ୍ବଲପୁର: ସମ୍ବଲପୁରରେ ପିଚୁ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ଚାରୋଟି ଦମକଳ ବାହିନୀ 4ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ୟମ କରିବା ପରେ ନିଆଁ ଆୟତ୍ତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ସମ୍ବଲପୁର ଜୟନ୍ତପୁର ଛକରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ପାଇପ୍ ଫାଟିବାରୁ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ହୋଇଥିବାର ସୂଚନା ନାହିଁ।
ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ରାଷ୍ଟ୍ରପତି ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ସେ ଆଜି ଏକ ଟୁଇଟ୍ରେ କହିଛନ୍ତି, “ଆଜି ରାତିରେ, @ ଫ୍ଲୋଟସ୍ ଏବଂ ମୁଁ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଛୁ। ଆମେ ତୁରନ୍ତ ଆମର କ୍ଵାରେଣ୍ଟିନ ପ୍ରକ୍ରିୟା ଆରମ୍ଭ କରିବୁ। କରୋନା ଆକ୍ରାନ୍ତ ପରାମର୍ଶଦାତା ହୋପ୍ ହିକ୍ସଙ୍କ ସଂସ୍ପର୍ଶରେ ଆସିଥିଲେ ଟ୍ରମ୍ପ୍ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର 3 ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ପ୍ରଚାରରେ ପ୍ରତିବନ୍ଧକ ଲାଗିବା ନେଇ ସମ୍ଭାବନା ରହିଛି ।
ନୂଆଦିଲ୍ଲୀ, ଆଜି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବହାଦୂର ଶାସ୍ତ୍ରୀଙ୍କର ଆଜି ହେଉଛି ଜନ୍ମ ବାର୍ଷିକ। ଏହି ଉପଲକ୍ଷେ ଆଜି ତାଙ୍କୁ ବିଭିନ୍ନ ମହଲରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀ ବିଜୟ ଘାଟସ୍ଥିତ ତାଙ୍କ ସମାଧୀପିଠରେ ଏମାନେ ଶ୍ରଦ୍ଧାଞ୍ଜଳୀ ସହ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି। ଶାସ୍ତ୍ରୀଙ୍କ ପ୍ରିୟ ସ୍ଲୋଗାନ ହେଉଛି ଜୟ ଜବାନ ଜୟ କିଶାନ।

