ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ୮୧,୨୧୪ କରୋନାଭାଇରସ୍ ଏବଂ ୧,୦୯୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଭାରତର ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୦୬୯ ମାମଲାରେ ବୃଦ୍ଧି ପାଇଛି। ମୋଟ ମାମଲା ମଧ୍ୟରୁ ୯ ଲକ୍ଷ ୪୨ ହଜାର ୨୧୭ ବର୍ତ୍ତମାନ ସକ୍ରିୟ, ୫୩ ଲକ୍ଷ ୫୨ ହଜାର ୦୭୮ ଜଣ ସୁସ୍ଥ ହୋଇଥିବାବେଳେ ୯୯ ହଜାର ୭୭୩ ଜଣ ଏହି ଭାଇରାଲ ରୋଗ ବିରୋଧରେ ଯୁଦ୍ଧରେ ହାରିଯାଇଛନ୍ତି। ସୁସ୍ଥ ହାର ସର୍ବାଧିକ ୮୩.୭୦ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୫୬ପ୍ରତିଶତକୁ ଖସି ଆସିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି। ୩୭ ହଜାର ୦୫୬ ମୃତ୍ୟୁ ସମେତ ମୋଟ ୧୪ ଲକ୍ଷ ୯୨୨ ମାମଲାରେ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତା ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର…
Author: Samikhsya Bureau
ନୂଆଦିଲ୍ଲୀ, ଆଜି ହେଉଛି ଭାରତ ନିର୍ମାତା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର 151 ଜନ୍ମ ଦିବସ। ଏହି ଦିବସରେ ଆଜି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ବାପୁଙ୍କ ପ୍ରିୟଗୀତ ରଘୁପତି ରାଘବ ରାଜା ରାମ ବୋଲି ଯାଉଛି। ଏହି ଉପଲକ୍ଷେ ବାପୁଙ୍କ ସମାଧୀ ପିଠ ରାଜଘାଟରେ ମଧ୍ୟ ଦେଶର ବିଶିଷ୍ଠ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବହୁ ମନ୍ତ୍ରୀ ବାପୁଙ୍କ ସମାଧୀ ପିଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଭୁବନେଶ୍ବର, ବଙ୍ଗୋବ ସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶେଷରେ ଲଘୁଚାପ ରୂପ ନେଇଛି। ଗତକାଲି ରାତିରେ ପଶ୍ଚିମ କେନ୍ଦ୍ରୀୟ ତଥା ଓଡିଶା ଉପକୂଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପାଞ୍ଚୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ସେହି ଜିଲ୍ଲାଗୁଡିକ ହେଲା ଗଂଜାମ, ବଲାଙ୍ଗିର,ସୋନପୁର, କେଉଁଝର ଏବଂ ମୟୁରଭଂଜ। ଆସନ୍ତାକାଲି ବର୍ଷାର ପ୍ରକୋପ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ ଚାରି ତାରିଖ ଓ ପାଞ୍ଚ ତାରିଖରେ ଏହାର ପ୍ରଭାବ ପୁଣି ବୃଦ୍ଧି ପାଇବ। ମତ୍ସ୍ୟଜୀବୀଙ୍କୁ ଏହି ପାଞ୍ଚଦିନ ପାଇଁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଫଟୋ-ଭୁବନେଶ୍ବର ପାଣିପାଗ ବିଭାଗ
Mass scientific planting of coconut saplings is being undertaken by the Dist Admin in 4 blocks under MGNREGA. The plantation, covering 1800 ha area, will help in reviving livelihoods of more than 10,000 small and marginal farmers
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାଂପ୍ରତିକ କରୋନା ମହାମାରୀ ସ୍ଥିତିରେ ପୋଲିସ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିପାରିଛନ୍ତି। କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ବହୁ ପଦାଧିକାରୀ ଗୁରୁଦାୟୀତ୍ୱ ନିର୍ବାହ କରୁଥିବା ବେଳେ ଅନେକେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେବାପରେ ସୁସ୍ଥ ହୋଇଥିବା ଜଣାପଡିଛି। କରୋନାରୁ ମୁକ୍ତି ପାଇବା ପରେ ମଧ୍ୟ ପୋଲିସ କର୍ମଚାରୀ ମାନେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଉଲ୍ଲେକନୀୟ କାର୍ଯ୍ୟ କରିଆସୁଥିବା ଜଣାପଡିଛି। କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଳାଜମା ଦାନ କରି ଆଉ ଏକ ବିଶାଳ ଉଦାହରଣ ସୃଷ୍ଟି କରିଥିବା ହେତୁ ଜିଲ୍ଲାସାରା ପ୍ରଶଂସାର ସୁଅ ଛୁଟିଛି। କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ କଟକ ଯ୍ଧବ ପ୍ଲାଜମା ବେଙ୍କ ଠାରେ କଳାହାଣ୍ଡି ଜିଲ୍ଲାର ପୋଲିସ କର୍ମଚାରୀ ଜିତେନ୍ଦ୍ର ସେନାପତି,ଚୂଡାମଣି ସା,ଧର୍ମେନ୍ଦ୍ର ପଟେଲ, ପ୍ରତାପ ମାଝୀ, ଶିବଶଙ୍କର…
ରମେଶ ମହାନ୍ତି ଜଗତସିଂହପୁର: ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୮୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୧୪ଜଣ, ବାଲିକୁଦା ବ୍ଲକରୁ ୧୩ଜଣ, ପାରାଦ୍ୱୀପରୁ ୧୩ଜଣ,ଜଗତସିଂହପୁର ମ୍ୟୁନିସିପାଲିଟିରୁ ୯ଜଣ, ରଘୁନାଥପୁର ବ୍ଲକରୁ ଜଣେ, ବିରିଡ଼ି ବ୍ଲକ ଓ ନାଉଗାଁ ବ୍ଲକରୁ ୫ଜଣ ଲେଖାଏଁ ଏବଂ ତିର୍ତ୍ତୋଲ ବ୍ଲକ୍ ଓ ଏରସମା ବ୍ଲକରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୨୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ମୋଟ୍ ୫୩୮୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୩୮୯ ସୁସ୍ଥ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୯୮୬ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ଜୈନୀକା ନାବାଳିକାଙ୍କ ବାପା ତାଙ୍କ ଝିଅକୁ କିଏ ଅପହରଣ କରି ନେଇଛି ବୋଲି ଧର୍ମଗଡ଼ ଥାନାରେ ଅଭିଯୋଗ କରି ଥିଲେ। ଅଭିଯୋଗ ହେଲା ପରେ ଧର୍ମ ଗଡ଼ ପୋଲିସ ନାବାଳିକାର ମୋବାଇଲକୁ ଟ୍ରାକିଙ୍ଗ କରିଥିଲା। କଳାହାଣ୍ଡି ସାଇବର ସେଲ ଏହି ଘଟଣା ଉପରେ ଅନୁସନ୍ଧାନ କରିବା ପରେ ଏହି ନାବାଳିକା ଜଣକ ପଶ୍ଚିମବଙ୍ଗରେ ରହିଥିବା ଜଣା ପଡିଥିଲା। ନାବାଳିକାକୁ ଉଦ୍ଧାର କରିବା ପାଇଁ ଧର୍ମଗଡ଼ ପୋଲିସର ଏକ ଟିମ ପଶ୍ଚିମବଙ୍ଗ ଯାଇ ନାବାଳିକା ଓ ଉକ୍ତ ଯୁବତୀକୁ ଉଦ୍ଧାର କରିଥିଲା ଓ ଧର୍ମଗଡ଼ ଥାନାରେ ପଚାର ଉଚୁରା କରିବା ପରେ ନାବାଳିକା…
ଭୁବନେଶ୍ବର, ଆଜି ରାଜ୍ୟ ସରକାର ଘୋଷଣା କରିଥିବା ଅନଲକ 5.0 ରେ ସାଲୁନ, ସ୍ପା, ବିଉଟି ପାର୍ଲୋର ପାଇଁ କଡା ନିୟମ ଲାଗୁ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଏହି ବ୍ୟବସାୟିକ ସଂସ୍ଥା ଚଳାଉଥିବା ବ୍ୟକ୍ତି ବା କଂପାନୀ କୋଭିଡ19 ନିୟମକୁ କଡାକଡି ପାଳନ କରିବେ। ଯେପରି ଗ୍ରାହକଙ୍କ ସେବା କରିବା ପୂର୍ବରୁ ଏବଂ ପରେ ସଂପୂର୍ଣ୍ଣ ଭାବେ ବିଭିନ୍ନ ଉପକରଣ ଏବଂ ସେହି ସ୍ଥାନକୁ ସାନିଟାଇଜେସନ କରିବେ। ଯେଉଁ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ହେବେ ସେମାନେ ଫେସ ମାସ୍କ ପରିଧାନ କରିବେ। ହାତରେ ସାନିଟାଇଜ ହୋଇଥିବା ଗ୍ଲୋବ ପିନ୍ଧିବେ। ଏହି ନିୟମକୁ ଭାଙ୍ଗିବାର ଅଭିଯୋଗ ଆସିଲେ ତୁରନ୍ତ ତାହାକୁ ବନ୍ଦ କରିଦିଆଯିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
ଭୁବନେଶ୍ବର, ଆଜି ରାଜ୍ୟ ସରକାର ଅନଲକ 5.0 ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଘୋଷଣା କରିବା ପରେ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି। ଏ ନେଇ ଆଜି ସ୍ବତନ୍ତ୍ର ରିଲିଫ କମିସନର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ବିଜ୍ଞପ୍ତି ଅନୁସାରେ ନିମ୍ନରେ ଥିବା ସବୁ କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଜାଣନ୍ତୁ ଅକ୍ଟୋବର 31 ତାରିଖ ପର୍ଯ୍ୟନ୍ତ କଣ ରହିବ ବନ୍ଦ, କଣ ରହିବ ଖୋଲା 1-ରାଜ୍ୟର ସମସ୍ତ ଧାର୍ମିକ ତଥା ଉପାସନା କେନ୍ଦ୍ର ଅକ୍ଟୋବର 31 ତାରିଖ ପର୍ୟ୍ୟନ୍ତ ବନ୍ଦ 2-ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ଯେ କୈଣସି ଶିକ୍ଷା ସଂସ୍ଥା, କୋଚିଂ ଅନୁଷ୍ଟାନ, ପ୍ରଶିକ୍ଷଣ ସଂସ୍ଥା ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। 3-ହେଲେ ବିଭିନ୍ନ ପରୀକ୍ଷା କିମ୍ବା ପ୍ରତିଯୋଗୀତାମୂଳକ ପରୀକ୍ଷା ଚାଲୁ ରହିବ 4-ସ୍କୁଲ ଓ ଗଣଶିକ୍ଷା ବିଭାଗର ନିୟମ ଅନୁସାରେ ଶିକ୍ଷକମାନେ ଅନଲାଇନ କ୍ଲାସ…
ଭ୍ବବନେଶ୍ବର: ଆଜି ରାଜ୍ୟରୁ ୪୩୮୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୭୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୫୫୮ ଜଣ, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡରୁ ୨୩୩, ଯାଜପୁରରୁ ୧୯୮, ପୁରୀରୁ ୧୯୨, ଝାରସୁଗୁଡାରୁ ୧୬୮, ମୟୂରଭଞ୍ଜରୁ ୧୫୫, ବରଗଡରୁ ୧୩୫, କେନ୍ଦ୍ରାପଡାରୁ ୧୨୪, ଅନୁଗୁଳରୁ ୧୧୯, ସମ୍ବଲପୁରରୁ ୧୧୩, ନୟାଗଡରୁ ୧୦୩, କଳାହାଣ୍ଡିରୁ ୧୦୨, ଢେଙ୍କାନାଳରୁ ୯୦, ନବରଙ୍ଗପୁରରୁ ୮୨, ନୂଆପଡ଼ାରୁ ୭୬, ସୋନପୁରରୁ ୭୫, କେନ୍ଦୁଝରରୁ ୭୨, କନ୍ଧମାଳରୁ ୬୧, ଭଦ୍ରକରୁ ୬୦, କୋରାପୁଟରୁ ୫୩, ବଲାଙ୍ଗିରିରୁ ୪୯, ମାଲକାନଗିରିରୁ ୪୬, ଗଞ୍ଜାମରୁ ୪୨, ବୌଦ୍ଧରୁ ୩୮, ଦେବଗଡରୁ ୨୦, ଗଜପତିରୁ ୧୨ ଏବଂ ଷ୍ଟେଟ ପୁଲରୁ ୨୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୨ ହଜାର…
ଭୁବନେଶ୍ବର, ରାଉରକେଲା-ଭୁବନେଶ୍ୱର-ରାଉରକେଲା ଆନ୍ତ ରାଜ୍ୟ ଟ୍ରେନର ସେବାକୁ 31 ଡିସେମ୍ବର, 2020 ପର୍ଯ୍ୟନ୍ତ ନିମ୍ନଲିଖିତ ଅନୁଯାୟୀ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ … 02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ରାଉରକେଲା ରୁ ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ 0510 ଘଣ୍ଟାରେ (ସକାଳ ୫ଘ.୧୦ମି.) ଛାଡି 1230 ଘଣ୍ଟାରେ (ଅପରାହ୍ନ ୧୨ଘ.୩୦ମି.) ଭୁବନେଶ୍ୱରରେ ପହଞ୍ଚିବ | ଫେରିବା ମାର୍ଗରେ, 02862 ଭୁବନେଶ୍ୱର-ରାଉରକେଲା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ 1410 ଘଣ୍ଟାରେ (ଅପରାହ୍ନ ୨ଘ.୧୦ମି.ରେ) ଛାଡି ରାଉରକେଲାରେ 2140 ଘଣ୍ଟାରେ (ରାତ୍ର ୯ଘ.୪୦ମି.)ରେ ପହଞ୍ଚିବ | ଏହି ଟ୍ରେନ୍ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗଙ୍ଗପୁର, ବାମାରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଲଚର ରୋଡ୍, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁରରେ ରହଣି କରିବ।
ଭୁବନେଶ୍ବର : ଗଜପତି ଜିଲ୍ଲାରେ ସେରୋ ସର୍ଭେ ନେଇ ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇ କହିଛନ୍ତି ଯେ, ଗଜପତି ଜିଲ୍ଲାର ବାସିନ୍ଦାଙ୍କ ଶରୀରରେ ସବୁଠାରୁ ଅଧିକ ଆଣ୍ଟିବଡି ରହିଛି । ଗଜପତି ଜିଲ୍ଲାରେ ଓଡ଼ିଶାର ସର୍ବାଧିକ 65% ଆଣ୍ଟିବଡି ସୃଷ୍ଟି ହୋଇଛି । ଏପରିକି 44ରୁ 92% ପର୍ଯ୍ୟନ୍ତ ଆଣ୍ଟିବଡି ଥିବାର ପରିଲକ୍ଷିତ ହୋଇଛି । ସ୍ବାସ୍ଥ୍ୟକର୍ମୀଙ୍କଠାରେ 50% ଆଣ୍ଟିବଡି ରହିଥିବାବେଳେ ପୋଲିସ୍ଙ୍କଠାରେ 54% ଆଣ୍ଟିବଡି ରହିଛି । ଆସନ୍ତା ଅକ୍ଟୋବର 5ରୁ ମାଲକାନଗିରିରେ ସେରୋ ସର୍ଭେ ହେବ । ଗଜପତିରେ 5ଟି ଟିମ୍ ସେରୋ ସର୍ଭେ କରୁଥିଲା । ତିନୋଟି ବର୍ଗର ଲୋକଙ୍କୁ ନେଇ ସୋରେ ସର୍ଭେ ଚାଲିଥିଲା । ତେବେ ମହିଳାଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଥିବା ସର୍ଭେରୁ ଜଣାପଡିଛି ।
ଭୁବନେଶ୍ୱର- ବାଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି 9 ରୁ 18 ଅକ୍ଟୋବର, 2020 ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲକୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। 02893/02894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର ମାସ ୯ ତାରିଖରୁ ୧୮ ତାରିଖ ମଧ୍ୟରେ ଭୁବନେଶ୍ୱର ଏବଂ ବରଗଡ ରୋଡ୍ ମଧ୍ୟରେ ଚଳାଚଳ କରିବ ଏବଂ ଏହା ବରଗଡ ରୋଡ୍ ଏବଂ ବାଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।
ଭୁବନେଶ୍ବର : ଲଘୁଚାପ ଯୋଗୁଁ ଆସନ୍ତା 6 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି। ଅରେଞ୍ଜ ଏବଂ ୟେଲୋ ଓ୍ବାର୍ଣ୍ଣିଂ ଜିଲ୍ଲାପ୍ରତି ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି । ସେହିପରି ଜଳ ନିଷ୍କାସନ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ପ୍ରତି ନଜର ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । କାଲି ସକାଳ ଯାଏଁ 5ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ 15ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଗଞ୍ଜାମ, ବଲାଙ୍ଗିର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜ । ସେହିପରି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଅନୁଗୁଳ, କଟକ, ପୁରୀ, ନୟାଗଡ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ସମ୍ବଲପୁର ଆଦି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ସେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ହୋମ୍ ଆଇସୋଲେସନରେ ରହିଛନ୍ତି। ଟ୍ୱିଟ କରି ସେ ଏହି ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କୋଭିଡ୍ ଟେଷ୍ଟ କରାଇବା ସହ ପୃଥକବାସରେ ରହିବାକୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁସଙ୍ଘଭୀ ଓ ତୁରଣ ଗୋଗୋଇଙ୍କ ଭଳି ନେତା କରୋନାରେ ଆକ୍ରାନ୍ତ ହୋଇଥିଲେ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 63ଲକ୍ଷ ଟପିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ ମୁହାଁ ହୋଇଛି ।
ଭୁବନେଶ୍ବର : ରାଜ୍ୟର ବିଭିନ୍ନ କଲେଜରେ ଯୁକ୍ତ ତିନିରେ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ସୂଚନା ଦିଆଯାଇଛି। ଯୁକ୍ତ ତିନି ପ୍ରଥମ ବର୍ଷ ଶ୍ରେଣୀରେ ନାମଲେଖା ପାଇଁ ଫାଷ୍ଟ ସିଲେକ୍ସନର ନାମ ଲେଖା ତାରିଖ ଆସନ୍ତା 6 ତାରିଖ ଯାଏଁ ବଢିଛି । ଫାଷ୍ଟ ସିଲେକ୍ସନର ନାମ ଲେଖା ପାଇଁ ମନୋନୀତ ଛାତ୍ରମାନଙ୍କ ତଥ୍ୟର ଅନଲାଇନ୍ ଅପଡେଟର ତାରିଖ ସେପ୍ଟେମ୍ବର 29ରୁ ଅକ୍ଟୋବର 6 ତାରିଖକୁ ବୃଦ୍ଧି କରାଯାଇଛି । ଅକ୍ଟୋବର ସାତ ତାରିଖ ସନ୍ଧ୍ୟାରେ ଫାଷ୍ଟ ସିଲେକ୍ସନ ଆଡମିଶନ ତାଲିକା ପ୍ରକାଶ ପାଇବ। 7 ତାରିଖ ଯାଏଁ ବୃଦ୍ଧି ପାଇଲା ଫାଷ୍ଟ ସିଲେକ୍ସନ ସ୍ଲାଇଡ୍ ଅପ୍ ଫର୍ମ ପୂରଣ । ସେହିପରି ଆସନ୍ତା 13 ତାରିଖରେ ସେକେଣ୍ଡ ସିଲେକ୍ସନ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । 16 ତାରିଖ ରାତି ସୁଦ୍ଧା ଆଡମିଶନ୍ ଫି’ ଦାଖଲ…
ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 340 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ମୋଟ୍ 340 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ରୁ 84ଜଣ ରହିଥିବାବେଳେ 256ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଥିବାର ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଶହୀଦ୍ ନଗର, ନୟାପଲ୍ଲୀ, ଶୈଳଶ୍ରୀବିହାର, ୟୁନିଟ୍-9ରୁ 10 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପଟିଆରୁ 13 ଜଣ, ରସୁଲଗଡରୁ 5 ଜଣ, ମଞ୍ଚେଶ୍ବରରୁ 7ଜଣ, ଚନ୍ଦ୍ରଶେଖରପୁରରୁ 13 ଜଣ, ଆଇଆରସି ଭିଲେଜରୁ 12ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 337ଜଣ ସୁସ୍ଥ ହୋଇଛନ୍ତି । ନୂତନ 340 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 22 ହଜାର 235ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 18 ହଜାର 585ରେ ପହଞ୍ଚିଛି । ସେହିପରି 96 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3…
ଭୁବନେଶ୍ବର : ଓଜେଇଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଦୈନିକ ତିନୋଟି ସିପ୍ଟରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ସକାଳ 9ରୁ 11ରୁ ପ୍ରଥମ ସିପ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଦିନ 12ଟା30ରୁ 2ଟା30 ଦ୍ବିତୀୟ ସିପ୍ଟ ଓ ଅପରାହ୍ନ 4ଟାରୁ 6ଟା ମଧ୍ୟରେ ତୃତୀୟ ସିପ୍ଟ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ ମୋଡରେ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଅକ୍ଟୋବର 5ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ ହୋଇପାରିବ । ଅକ୍ଟୋବର 12ରୁ 19 ତାରିଖ ଯାଏଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ରେକର୍ଡ ସଂଖ୍ୟକ 79 ହଜାର 8ଶହ ପିଲା ଓଜେଇଇ ପାଇଁ ପଞ୍ଜୀକରଣ କରିଛନ୍ତି ।
ଭୁବନେଶ୍ବର : ଲୁଟେରା ଆକ୍ରମଣରେ ସ୍କୁଟିରୁ ଖସି ଯୁବତୀ ଗୁରୁତର ହୋଇଛନ୍ତି ।ଯୁବତୀଙ୍କଠାର ମୋବାଇଲ ଝାମ୍ପିବାବେଳେ ସ୍କୁଟିରୁ ଖସି ଗୁରୁତର ହୋଇଛନ୍ତି ଯୁବତୀ । ରସୁଲଗଡ କେନାଲ୍ ରୋଡ୍ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଏହି ଲୁଟ୍ ହୋଇଥିବାର ସୂଚନା ରହିଛି । ସ୍କୁଟି ଚଳାଇ ଏକୁଟିଆ ଯାଉଥିବାବେଳେ ଯୁବତୀଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ଦ୍ରୁତ ଗତିରେ ଆସି ଯୁବତୀଙ୍କ ମୋବାଇଲ ଝାମ୍ପି ପଳାଇଥିଲା ଦୁର୍ବୃତ୍ତ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଭାରସାମ୍ୟ ହରାଇ ଖସିପଡିଥିଲେ ଯୁବତୀ । ଜଣେ ସମାଜସେବୀ ଯୁବତୀଙ୍କୁ ଉଦ୍ଧାର କରି ପୋଲିସ୍କୁ ଜଣାଇଥିଲେ । ପୋଲିସ୍ ପିସିଆର ଭ୍ୟାନ୍ ପହଞ୍ଚି ଯୁବତୀଙ୍କୁ ହସ୍ପିଟାଲ ନେଇଥିଲା । ଘଟଣା ସମ୍ପର୍କରେ ମଞ୍ଚେଶ୍ବର ଥାନାରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା ।
ନୂଆଦିଲ୍ଲୀ, ଆଜି ହାଥରସ ଦୁଷ୍କର୍ମ ଘଟଣାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ପଦଯାତ୍ରା କରୁଥିବା ବେଳେ ତାଙ୍କୁ ଜମୁନା ଏକ୍ସପ୍ରେସ ୱେ ରେ ପୋଲିସ ଅଟକାଇଥିଲା। ତେବେ ପୋଲିସ ସହିତ କଂଗ୍ରେସ କର୍ମିଙ୍କ ଧସ୍ତାଧସ୍ତି ମଧ୍ୟରେ ରାହୁଳ ଗାନ୍ଧୀ ରୋଡ ଉପରେ ପଡିଗଲେ। ଯାହାକୁ ନେଇ ଉତକ୍ଷିପ୍ତ ହୋଇଛି କଂଗ୍ରେସ। ଆଜି ରାହୁଳ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ହାଥରସ ଦୁଷ୍କର୍ମ ଘଟଣାରେ ଏକ ରାଲି କରି ଉତ୍ତର ପ୍ରଦେଶ ଯାଉଥିଲେ। ହେଲେ ବାଟରେ ପୋଲିସ ଜମୁନା ଏକ୍ସପ୍ରେସ ୱେରେ ଅଟକାଇଥିଲା। ବର୍ତ୍ତମାନ ରାହୁଲ ଓ ପ୍ରିୟଙ୍କାଙ୍କୁ ପୋଲିସ ସେହିଠାରେ ଅଟକ ରଖିଛି।
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ ନାଁରେ ଫେରାଦ ହେଲା କଂଗ୍ରେସ। ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି କଂଗ୍ରେସ। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜନ୍ମସ୍ଥାନ ତିର୍ତୋଲ ନିର୍ବାଚନମଣ୍ଡଳୀର ଶଙ୍ଖେଶ୍ବର ପଞ୍ଚାୟତରେ । ତିର୍ତ୍ତୋଲ ଉପନିର୍ବାଚନ ବେଳେ ସେ କିଭଳି ଜଗତସିଂହପୁର ଜିଲ୍ଲାପାଳ ରହିବେ । ଏଣୁ ତିର୍ତୋଲ ଉପନିର୍ବାଚନରେ ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନାରେ ନିଶ୍ଚୟ ବାଧା ସୃଷ୍ଟି ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି ।ଯେହେତୁ ଜିଲ୍ଲାପାଳଙ୍କ ଘର ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏବଂ ତାଙ୍କର ପରିବାର ଶାସକ ଦଳର ସମର୍ଥକ ଏହି ପରିସ୍ଥିତିରେ ଜିଲ୍ଲାପାଳ ଏହି ଉପନିର୍ବାଚନକୁ ନିଶ୍ଚୟ ପ୍ରଭାବିତ କରିବେ ବୋଲି କଂଗ୍ରେସ ଅଭିଯୋଗ କରିଛି । ଜଗତସିଂହପୁର ଜିଲ୍ଲାପାଳଙ୍କ ତୁରନ୍ତ ବଦଳି ପାଇଁ ଦାବି କରିଛି କଂଗ୍ରେସ ।

