ଭୁବନେଶ୍ବର : କଟକ-ଭୁବନେଶ୍ବରର ପାଇଁ ପାଣିପାଗ ବିଭାଗ ଓ୍ବାର୍ଣ୍ଣିଂ ଜାରି କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି । କଟକ-ଭୁବନେଶ୍ବରରେ ମଧ୍ୟ ବର୍ଷା ଲାଗି ରହିଛି । ଟୁଇନ୍ ସିଟିରେ ଘଡଘଡି ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଆଗାମୀ 2/3 ଘଣ୍ଟା ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହୋଇପାରେ । ଏହି ସମୟରେ ରାସ୍ତା ଦୃଶ୍ୟମାନ ମଧ୍ୟ ନ ହୋଇପାରେ ବୋଲି ସୂଚନା ରହିଛି । ଟୁଇନ୍ ସିଟିରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ରାସ୍ତା ଖସଡା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ନ ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ସୂଚନାଯୋଗ୍ୟ, ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆଉ ଚାରି ଦିନ…
Author: Samikhsya Bureau
ଭୁବନେଶ୍ବର, ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଛତୁ ଏ ମହୁ ପ୍ରଦାନ କରାଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟଗୁଡିକର ପରାମର୍ଶ ମାଗିଛନ୍ତି। ଗବେଷଣାରୁ ଜଣାପଡିଛି ଯେ, ମହୁ ଓ ଛତୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇବାରେ ସାହାର୍ଯ୍ୟ କରିଥାଏ। ବର୍ତ୍ତମାନ କୋଭିଡ19 ସମୟରେ ଏହା ଛାତ୍ରଛାତ୍ରୀଙ୍କ ପାଇଁ ନିହାତି ଅବଶ୍ୟକ। ସେଥାପଇଁ ଛାତ୍ରାଛାତ୍ରୀଙ୍କୁ ଏହା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ମଧ୍ୟାହ୍ନ ଭୋଜନ ସହ ଏହାକୁ ଆଇସିଡିଏସ ବା ସମନ୍ବିତ ଶିଶୁ ବିକାଶ ଯୋଜନାରେ ମଧ୍ୟ ସାମିଲ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧୁରୀ ଏହି ପ୍ରସ୍ତାବ ଦେଇଥିବା ବେଳେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। କେତେକ ରାଜ୍ୟ ମଧ୍ୟ ଏହାକୁ ସମର୍ଥନ କରୁଥିବାର ଜଣାପଡିଛି।
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରେସ୍ମିଟ୍ କରିଛନ୍ତି । ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନୂଆ ଆଇନରେ ଉତ୍ପାଦନ, ଷ୍ଟୋରେଜ୍ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ । ସତୁରୀ ବର୍ଷ ତଳେ ଯେଉଁ ବ୍ୟବସ୍ଥା ଥିଲା ସେଥିରେ ପରିବର୍ତ୍ତନ ଆସିବ । ଏପିଓ ଲାଗୁ ହେବ । ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ ହେବ । ଯେଉଁ ପର୍ଯ୍ୟନ୍ତ ମୋଦି ପ୍ରଧାନମନ୍ତ୍ରୀ ଅଛନ୍ତି ଏମ୍ଏସ୍ପି ବନ୍ଦ ହେବନି ।…
ଭୁବନେଶ୍ବର : ରାଜ୍ୟରେ ଆଉ 17 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବର ଓ ଢେଙ୍କାନାଳରୁ 3 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭଦ୍ରକ, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜ ଓ ନୟାଗଡରୁଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ତିନି ମୃତକଙ୍କ ମଧ୍ୟରେ ଜଣେ 65 ବର୍ଷୀୟା ମହିଳା ରହିଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 47 ଓ 62 ବର୍ଷ । ସେହିପରି ଢେଙ୍କାନାଳରେ ତିନି ମୃତକଙ୍କ ବୟସ ଯଥାକ୍ରମେ 36, 65, 61 ବର୍ଷ । ଖୋର୍ଦ୍ଧାରଦୁଇ ମୃତକଙ୍କ ମଧ୍ୟରେ ଜଣେ 68 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 65 ବର୍ଷୀ୍ର ପୁରୁଷ । ସେହିପରି ପୁରୀର ଦୁଇ ମୃତକଙ୍କ ମଧ୍ୟରେ…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 53କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1804ଜଣ ଚିହ୍ନଟ ହୋଇଥିବାବେଳେ 1249ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 29ହଜାର387କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 94 ହଜାର 128ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34ହଜାର314ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 892ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 600ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 561ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 64,…
ସମକ୍ଷା ବ୍ୟୁରୋ ଭୁବନେଶ୍ବର, ବର୍ତ୍ତମାନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଅପରାଜିତ ରାଷ୍ଟୀୟ ପ୍ରବକ୍ତା ଭାବେ ନିଯୁକ୍ତ ପାଇବା ପରେ ଜାତୀୟ ଗଣମାଧ୍ୟମ ଡିବେଟରେ ଅଂଶଗ୍ରହଣ କରୁଛନ୍ତି। ସେ ପ୍ରଥମ ଥର ପାଇଁ ଏକାଥରେ ତିନୋଟି ନାମକରା ଗଣମାଧ୍ୟମ ‘ଜୀ ନ୍ୟୁଜ’, ‘ଆଜତକ୍’ ଏବଂ ‘ଟାଇମସ ନାଓ’ ରେ ଅଂଶ ଗ୍ରହଣ କରିଥିଲେ। ଏସବୁ ଚ୍ୟାନେଲର ବିଷୟ ଥିଲା ଉତ୍ତର ପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲା। ଅପରାଜିତା ଏଥିରେ ଭାଗ ନେଇ ନିଜ ଦଳ ସପକ୍ଷରେ ଉଚିତ ଜବାବ ଦେବାରେ ସମକ୍ଷମ ହୋଇପାରିଛନ୍ତି। ତେବେ ପ୍ରଥମ ଥର ପାଇଁ ଡିବେଟରେ ଅଂଶ ଗ୍ରହଣ କରୁଥିବାରୁ ଅନ୍ୟ ଦଳର ପ୍ରବକ୍ତାମାନଙ୍କ ପାଇଁ ସେ ନୂଆ ଥିଲେ। ଫଳରେ ଅପରାଜିତାଙ୍କୁ ‘ଆଜତକ’ ଚ୍ୟାନେଲରେ କଂଗ୍ରେସ ପ୍ରବକ୍ତା ପବନ ଖେରା ଅଡୁଆରେ ପକାଇ ଦେଇଥିଲେ। ପବନ ସିଧା ପ୍ରସାରଣରେ କହିଥିଲେ ଯେ ବିଜେପିର ମହିଳା ଜଣଙ୍କ…
ଭୁବନେଶ୍ବର : ନିଶା କାରବାରରେ କେନ୍ଦ୍ରବିନ୍ଦୁ ପାଲଟିଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବର ଉପକଣ୍ଠ ପାହାଳରୁ 30 ଲକ୍ଷର ବ୍ରାଉନ୍ସୁଗାର ଜବତ ହୋଇଛି । ଏହି ଜବତ ହୋଇଥିବା ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ 30 ଲକ୍ଷ ହେବ ବୋଲି ସୂଚନା ରହିଛି । ଜଳେଶ୍ବର ଓ ଭୁବନେଶ୍ବର ବେପାରୀଙ୍କୁ ପିଛା କରି କ୍ବାଟ୍ ଧରିବାରେ ସଫଳ ହୋଇଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ବର ଉପକଣ୍ଠରୁ 700 କେଜି ଗଞ୍ଜେଇ ଜବତ କରିଛି ଏନ୍ସିବି ।
ଭୁବନେଶ୍ବର: ଆଜି ଭୁବନେଶ୍ୱର ଉପକଣ୍ଠରୁ ସାତଶହ କେ.ଜି ଗଞ୍ଜେଇ ଜବତ ହୋଇଛି । ଆଜି ଭୋର୍ ସମୟରେ ଭୁବନେଶ୍ୱର – ଖୋର୍ଦ୍ଧା ରୋଡ଼ ଗୋଡିପଦା ଟୋଲଗେଟ୍ ନିକଟରୁ ଏହାକୁ ଜବତ କରାଯାଇଛି । ଟ୍ରକ୍ ଦ୍ୱାରା ନଡ଼ିଆ କତା ଭିତରେ ଲୁଚାଇ ଚାଲାଣ ହେଉଥିଲା ଅଧ କୋଟି ଟଙ୍କାର ଗଞ୍ଜେଇ । ଆନ୍ଧ୍ରରୁ ଭାୟା ଭୁବନେଶ୍ବର ଦେଇ ବାଲେଶ୍ବର ଯିବାବେଳେ ଧରାପଡିଛି ଏହି ଟ୍ରକ୍ଟି । ଏହି ମାମଲାରେ ଜଣକୁ ଗିରଫ କରି ଟ୍ରକ୍ ଜବତ କରିଛି ଏନସିବି । ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି 50 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ନୂଆଦିଲ୍ଲୀ: ଋଣ ନେଇଥିବା ବ୍ୟାଙ୍କ ଗ୍ରାହକଙ୍କୁ ବଡ ଧରଣର ଆଶ୍ୱସ୍ତି । ଏଣିକି ସୁଧ ଉପରେ ଆଉ ପଡିବନି ସୁଧ । ଦୁଇ କୋଟି ଟଙ୍କାର ଋଣ ଯାଏଁ ଏହି ସୁବିଧା ମିଳିବ । ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି କେନ୍ଦ୍ର ସରକାର । ସମସ୍ତ ପ୍ରକାର ଏମ୍ଏସ୍ଏମ୍ଇ, ଶିକ୍ଷା ଋଣ, ଗୃହଋଣ, କ୍ରେଡିଟ କାର୍ଡ, ଗାଡି ଋଣ, ପର୍ସନାଲ ଋଣ ପ୍ରତି ଏହା ଲାଗୁ ହେବ । ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ପରିଶୋଧ କରିଥିବା ଋଣଗ୍ରହୀତା ବି ଏହି ସୁବିଧା ପାଇବେ । ପୂର୍ବରୁ ଆରବିଆଇ 6 ମାସ ମୋରାଟୋରିୟମ୍ ଛାଡିଥିଲେ ବି ଋଣ ଦାତା ସୁଧ ଛାଡିନଥିଲେ । ମୂଳଧନ ସହ ସୁଧ ଉପରେ ସୁଧ ଦାବି ନେଇ ମାମଲା ସୁପ୍ରିମ୍କୋର୍ଟକୁଯାଇଥିଲା । ଏକ୍ସପର୍ଟ ପ୍ୟାନେଲର ରିପୋର୍ଟ ଆଧାରରେ ସୁଧ ଉପରେ ସୁଧ ଛାଡ ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି ଯେ,…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ହିମାଚଳ ପ୍ରଦେଶରେ ଅଟଳ ଟନେଲ୍ ଉଦ୍ଘାଟିତ ହୋଇଯାଇଛି । ହିମାଚଳ ପ୍ରଦେଶ ରୋହତାଙ୍ଗରେ ସ୍ବତନ୍ତ୍ର ଉତ୍ସବରେ ଏହି ଟନେଲ୍ଟି ଲୋକାର୍ପଣ ହୋଇଛି । ଏହି ଟନେଲ ବିଶ୍ଵର ସବୁଠାରୁ ବଡ ଟନେଲ। ମନାଲି ଓ ଲେହ ମଧ୍ୟରେ ଥିବା ଏହି ଟନେଲ୍ ଦ୍ଵାରା 46 କିମିର ରାସ୍ତା ହ୍ରାସ ହେବ ଏବଂ ସମୟ ପ୍ରାୟ 4ରୁ 5ଘଣ୍ଟା ହ୍ରାସ ହେବ। ଏହି ଟନେଲର ଓସାର ରହିଛି 10.5 ମିଟର । ତିନିହଜାର ମିଟର ଉଚ୍ଚ ପାହାଡ଼ରେ ତିଆରି ହୋଇଥିବା ଏହି ଅଟଳ ରୋହଟାଙ୍ଗ ଟନେଲ ଏହାକୁ ରୋହଟାଙ୍ଗ ପାସ୍ ସହିତ ସଂଯୋଗ କରି ନିର୍ମାଣ କରାଯାଇଛି । ଏହା ଦୁନିଆର ସବୁଠାରୁ ଉଚ୍ଚ ଓ ସବୁଠାରୁ ଲମ୍ବା ସଡକ ସୁଡ଼ଙ୍ଗ ପଥ । ଏହା ପାଖାପାଖି 9 କିମି ଲମ୍ବ ରହିଛି । ଏହି ସୁଡ଼ଙ୍ଗ ନିର୍ମାଣ କାମ 2010ମସିହା ଜୁନ 28…
ନୂଆଦିଲ୍ଲୀ : ଚୀନ୍ ଦେଶରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଭାରତରେ କାୟା ବିସ୍ତାର କରିଚାଲିଛି । ଇତିମଧ୍ୟରେ ଭାରତରେ ଲକ୍ଷେ ମୁଣ୍ଡ ନେଲାଣି କରୋନା । କରୋନା ମୃତ୍ୟୁସଂଖ୍ୟା ଆଜି ଲକ୍ଷେ ପାର କରିଛି । ଗତ 24 ଘଣ୍ଟାରେ ଦେଶରେ 79 ହଜାର 476 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେେ ପ୍ରାଣ ହରାଇଛନ୍ତି ଆଉ 1 ହଜାର 69 ଆକ୍ରାନ୍ତ । ଏମାନଙ୍କୁ ମିଶାଇ ଦେଶେର ମୃତ୍ୟୁସଂଖ୍ୟା 1ଲକ୍ଷ 842କୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁସଂଖ୍ୟାରେ ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ଭାରତ । ସେହିପରି ଦେଶରେ ସଂକ୍ରମିତଙ୍କସଂଖ୍ୟା 64 ଲକ୍ଷ ପାର୍ କରିଛି । ଦେଶରେ ମୋଟ୍ ପଜିଟିଭ୍ କେସ 64 ଲକ୍ଷ 73 ହଜାର 545କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥ ହୋଇଛନ୍ତି 54 ଲକ୍ଷ 27 ହଜାର 707 ଆକ୍ରାନ୍ତ । ଦେଶରେ ଏବେ ସୁଦ୍ଧା 9 ଲକ୍ଷ…
ଭୁବନେଶ୍ବର, କରୋନାରେ ଆକ୍ରାନ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅବସ୍ଥା ଗୁରୁତର ହୋଇପଡିଛି। ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି ବୋଲି ତାଙ୍କ ପରିବାର ସୁତ୍ରରୁ ଜଣାପଡିଛି। କିଛିଦିନ ତଳେ ସେ କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ଧିରେ ଧିରେ ଖରାପ ହୋଇପଡିଥିବାର ଜଣାପଡିଛି। ବର୍ତ୍ତମାନ ଡାକ୍ତରମାନେ ତାଙ୍କୁ 24 ଘଣ୍ଟା ପାଇଁ ଅବଜରଭେସନରେ ରଖିଛନ୍ତି। ଏହି ଖବର ପ୍ରଚାର ହେବା ପରେ ତାଙ୍କର ପ୍ରଶଂସକମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ନୂଆଦିଲ୍ଲୀ, ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଗାନ୍ଧୀ ସ୍ମୃତି ସମିତିରେ ଆୟୋଜିତ ହୋଇଥିବା ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇଛନ୍ତି।
ଲକ୍ଷ୍ନୌ, ହାଥରସ୍ ଗଣଦୁଷ୍କର୍ମ ମାମଲାକୁ ନେଇ ସାରା ଦେଶରେ ଝଡ଼ ଆରମ୍ଭ ହେବା ପରେ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ୍ ଜିଲା ଏସ୍ପି ଓ ଡିଏସ୍ପିଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ସେହି ଥାନା ଇନ୍ସପେକ୍ଟର ସହ କେତେକ ପୋଲିସ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। କେବଳ ନିଳମ୍ବନ ନୁହେଁ ଉଭୟ ଏସ୍ପି ଓ ଡିଏସ୍ପିଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏସ୍ଆଇଟି (ସ୍ପେଶାଲ ଇନଭେଷ୍ଟିଗେଟିଂ ଟିମ୍)ର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ହାଥରସ୍ ଏସ୍ପିଙ୍କ ନିଲମ୍ବନ ପରେ ବିନୀତ ଜୟସ୍ୱାଲଙ୍କୁ ସେଠାକାର ନୂତନ ଏସ୍ପି ଦାୟିତ୍ୱ ଦିଆଯାଇଛି। ସେହି ଜିଲ୍ଲାରେ ଗୋଟିଏ ମାସ ପାଇଁ ୧୪୪ ଧାରା ଜାରି କରାଯାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀରେ କିଛିଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଏବେ ପୁଣି ଏହା ବଢ଼ିବାରେ ଲାଗିଛି। ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅପରପକ୍ଷେ କରୋନାରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀରେ ବଢିଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଚିଲିକା ବ୍ଲକ ହରିପୁର ଗ୍ରାମ ପଞ୍ଚାୟତର ବଳିଆ ଗ୍ରାମ, ଚଣ୍ଡେଶ୍ୱର ଗ୍ରାମ ପଞ୍ଚାୟତର ଚଣ୍ଡେଶ୍ୱର(କଜଳେଈ ସାହି ) ଏବଂ ବିରିବାଡି ଗ୍ରାମ ପଞ୍ଚାୟତର ଛକଡ଼ିପୁର(ପୁରୁଣା ସାହି ) କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୦୨ .୧୦.୨୦ ଠାରୁ ତା୧୨.୧୦.୨୦ ଯାଏଁ ଯାଏଁ କଟକଣା ଜାରି ରହିବ। ବାଣପୁର ବ୍ଲକ ନରେନ୍ଦ୍ରପୁର…
ଭୁବନେଶ୍ବର, ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ଆୟୋଜିତ ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦ ସଂପର୍କୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଉତ୍କୃଷ୍ଟତା ନିମନ୍ତେ ରାଜ୍ୟସରକାରଙ୍କ ଦ୍ୱାରା ଆଗତ ଏହି ଅଧ୍ୟାଦେଶ ସଂପକୀୟ ୱେବିନାରରେ ପାଖାପାଖି ୧,୫୦,୦୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଭିଭାବକ ଏବଂ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ପ୍ରତିଷ୍ଠିତ ଶିକ୍ଷାବିତ୍ମାନେ ଯୋଗଦେଇ ନିଜର ମତ ପ୍ରଦାନ କରିବା ସହ ଏହି ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଭୂୟସୀ ପ୍ରଶଂସା କରିଥିଲେ । ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଆସୋସିଏଟ୍ ପ୍ରଫେସର ଡଃ ସଂଜୀବ ପଣ୍ଡା ୱେବିନାରରେ ଅଂଶଗ୍ରହଣ କରିବା ଅବସରରେ କହିଥିଲେ କି “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟଦେଶ ୨୦୨୦ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହି ଅଧ୍ୟାଦେଶ ଦ୍ୱାରା ଓଡିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଗୋଟିଏ ନିୟମାବଳୀରେ ପରିଚାଳିତ ହୋଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ସୁସ୍ଥ…
ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁରରୁ ସର୍ବାଧିକ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୦ଜଣ, କୁଜଙ୍ଗ ବ୍ଲକରୁ ୧୧ଜଣ, ପାରାଦ୍ଵୀପରୁ ୬ଜଣ, ବାଲିକୁଦା ଓ ନାଉଗାଁ ବ୍ଲକରୁ ୩ଜଣ ଲେଖାଏଁ, ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକରୁ ୪ଜଣ ଲେଖାଏଁ, ଏରସମା ବ୍ଲକରୁ ୨ଜଣ ଓ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଜି ଜଗତସିଂହପୁରରୁ ଜଣେ ୬୭ ବୟସ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୫୪୫୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୩୮୯ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି, ଏଥିସହିତ ବର୍ତ୍ତମାନ ଜିଲ୍ଲାରେ ୧୦୫୯ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। ଏଥିସହିତ ଜିଲ୍ଲାର ବ୍ଲକ୍ ମାନଙ୍କର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା – ବାଲିକୁଦା ବ୍ଲକର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୬,…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ବ୍ଲକ ନନ୍ଦପୁର ଗ୍ରାମର ମା’ ବରୁଣେଇ ମନ୍ଦିର ପ୍ରାଙ୍ଗଣରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ନେହେରୁ ଯୁବା କେନ୍ଦ୍ର ସଂଗଠନ, ବାଣପୁର ବ୍ଲକ ତରଫରୁ ବରୁଣେଇ ସେବା ସଂଘ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିବୃନ୍ଦ ଗାନ୍ଧିଜୀଙ୍କ ଜୀବନୀ ଆଲୋଚନା କରିଥିଲେ ଏବଂ ମହାତ୍ମା ଗାନ୍ଧୀଙ୍କ କଥାକୁ ଅନୁସରଣ କରି ସମାଜକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ହେଲେ ଅହିଂସା ଏବଂ ନ୍ୟାୟର ରାସ୍ତାକୁ ଆପଣାଇବା ପାଇଁ ଉପସ୍ଥିତ ଯୁବପିଢିଙ୍କୁ ଅଭିଭାଷଣରେ କହିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନକୁ ନେଇ ସଂଗୀତ ଏବଂ ଭାଷଣ ପ୍ରତିଯୋଗିତା କରାଯାଇଥିଲା। ଶେଷରେ କୃତ୍ତୀ ଛାତ୍ର ଛାତ୍ରୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଶୋର ଚନ୍ଦ୍ର ତ୍ରିପାଠୀ, ମୁଖ୍ୟବକ୍ତା ଲକ୍ଷ୍ମୀଧର ପଣ୍ଡା, ୱାର୍ଡ ସଭାପତି ରମେଶ ଚନ୍ଦ୍ର ପଣ୍ଡା, କ୍ଲବ ସମ୍ପାଦକ…
ଭ୍ବବନେଶ୍ବର: ଆଜି ରାଜ୍ୟରୁ ୪୦୪୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୮୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୬୬ ଜଣ, ପୁରୀରୁ ୧୯୫, ଯାଜପୁରରୁ ୧୭୬, ଅନୁଗୁଳରୁ ୧୬୭, କନ୍ଧମାଳରୁ ୧୪୬, କେନ୍ଦ୍ରାପଡାରୁ ୧୪୨, ନବରଙ୍ଗପୁରରୁ ୧୩୩, ଜଗତସିଂହପୁରରୁ ୨୩୩, ସୁନ୍ଦରଗଡରୁ ୧୩୦, ଭଦ୍ରକରୁ ୧୧୮, ସମ୍ବଲପୁରରୁ ୧୧୧, ମୟୂରଭଞ୍ଜରୁ ୧୦୮, କେନ୍ଦୁଝରରୁ ୧୦୭, ବରଗଡରୁ ୧୦୬, ନୂଆପଡାରୁ ୧୦୧, ରାୟଗଡାରୁ ୯୯, ସୁନ୍ଦରଗଡରୁ ୯୮, ଝାରସୁଗୁଡାରୁ ୮୧, କୋରାପୁଟରୁ ୬୪, ସୋନପୁରରୁ ୬୧, କଳାହାଣ୍ଡିରୁ ୫୩, ମାଲକାନଗିରିରୁ ୪୮, ନୟାଗଡରୁ ୪୬, ବଲାଙ୍ଗିରିରୁ ୪୫, ବୌଦ୍ଧରୁ ୩୫, ଢେଙ୍କାନାଳରୁ ୩୩, ଦେବଗଡରୁ ୧୬, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୩୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ…
ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉରିରେ ଜଣେ ସୈନିକ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସୈନିକ ଜଣଙ୍କ ସେବା ରାଇଫଲ ସାହାଯ୍ୟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସ କହିଛି। ମୃତ ସୈନିକ ଜଣଙ୍କ ଜାମ୍ମୁ କାଶ୍ମୀରର ସାମ୍ବା ଜିଲ୍ଲାର ରାକ୍ଷେତ କୁମାର ବୋଲି ଜଣାପଡିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଏତଲା ପଞ୍ଜୀକୃତ ହେବା ସହିତ ଅଧିକ ତଦନ୍ତ ଜାରି ରହିଛି।
ରମେଶ ମହାନ୍ତି ଜଗତସିଂହପୁର: କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆଜି ନାଉଗାଁ ବ୍ଲକ୍ ଅନ୍ତର୍ଗତ ତିରୁଣା ଏକତା ସ୍ପୋର୍ଟିଂ କ୍ଳବ ଏବଂ ଓଡ଼ିଆ ମୋ ପରିବାରକୁ ନେଇ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଜୀବନବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଫିତାକାଟି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିସହିତ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ନିଖିଲି କୋକୋଲା, ସହ ସଂଯୋଜକ ପବିତ୍ର ମୋହନ ସୁବୁଦ୍ଧି, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ, ନାଉଗାଁ ବ୍ଲକ ଅଧକ୍ଷ ଜଗନ୍ନାଥ ଦାସ, ନାଉଗାଁ ୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁବଳ ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ ଏବଂ ବିଜୁ ଜନତାଦଳ ବ୍ଲକ ସଭାପତି ସୁଜିତ କୁମାର ମଲ୍ଲିକ ପ୍ରମୂଖ…

