Author: Samikhsya Bureau

ନୂଆଦିଲ୍ଲୀ : ଭାରତୀୟ ସେନାରେ ରହିଥିବା ଲିଙ୍ଗଗତ ତାରତମ୍ୟକୁ ଦୂର କରାଯିବାର ଆଉ ଏକ ପ୍ରୟାସ କରାଯାଇଛି । ପୂର୍ବରୁ ଭାରତୀୟ ସେନାର ତିନି ବିଭାଗରେ ମହିଳା ଅଫିସରଙ୍କୁ ସାମିଲ କରାଯାଇଥିବା ବେଳେ ପ୍ରଥମ ଥର ପାଇଁ ନୌସେନାର ଯୂଦ୍ଧଜାହାଜରେ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ସବ ଲେଫ୍ଟନାଣ୍ଟ କୁମୁଦିନୀ ତ୍ୟାଗୀ ଏବଂ ସବ ଲେଫ୍ଟନାଣ୍ଟରିତି ସିିଂଙ୍କୁ ସାମିଲ କରାଯିବା ପାଇଁ ନୌସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଉଭୟ ଅଧିକାରୀଙ୍କୁ ମଲ୍ଟି ରୋଲ ହେଲିକପ୍ଟର (ଏମଆରଏଚ) ବିଭାଗରେ ସାମିଲ କରାଯିବ । ନୌସେନାରେ ମହିଳା ମାନେ ସାମିଲ ହୋଇଥିଲେ ମଧ୍ୟ ଯୁଦ୍ଧଜାହାଜରେ ମହିଳାଙ୍କ ସାମିଲ ହେବା ଉପରେ କଟକଣା ରହିଥିଲା । ନୌସେନାର ମୁଖପାତ୍ର ବିବେକ ମାଧୱାଲ ଏହି ସୂଚନା ଦେଇଛନ୍ତି । ସୋମବାର କୋଚିର ଆଇଏନଏସ ଗରୁଡରେ ଏହି ଦୁଇ ଅଧିକାରୀଙ୍କ ସମେତ 17ଜଣଙ୍କୁ ସମ୍ମାନିତ କରାଯାଇଛି ।

Read More

ଭୁବନେଶ୍ବର: ଆସନ୍ତା 25ତାରିଖରେ ସର୍ବଦଳୀୟ ବୈଠକ ହେବ । ବିଧାନସଭା ପାଇଁ ବସିବ ସର୍ବଦଳୀୟ ବୈଠକ । ତେବେ ଏହି ବୈଠକରେ କୋଭିଡ ମହାମାରୀ ସମୟରେ ବିଧାନସଭା କେମିତି ଚାଲିବ, କଣ ସବୁ ଗାଇଡଲାଇନ୍ ରହିବ ଏବଂ ପ୍ରଶ୍ନକାଳ-ଉତ୍ତରକାଳ ଓ ଶୂନ୍ୟକାଳ ରହିବ କି ନାହିଁ ବୈଠକରେ ଆଲୋଚନା କରାଯିବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେପ୍ଟେମ୍ବର 29 ତାରିଖରେ ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାଛଡା ଆଗାମୀ ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବ କି ନାହିଁ, ସେନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Read More

ଭୁବନେଶ୍ବର, ଆସନ୍ତା 29 ତାରିଖରେ ଆରମ୍ଭ ହେବ ଓଡିଶା ବିଧାନସଭାର ମୈସୁମୀ ଅଧିବେସନ। ତେବେ ଏଥର କୋଭିଡ ସଂକ୍ରାମଣରୁ ସଦସ୍ୟମାନଙ୍କୁ ବଞ୍ଚିତ କରିବା ପାଇଁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ତାହା ହେଲା ସଂସଦରେ ସଦସ୍ୟଙ୍କ ଆଗରେ ଲାଗିଥିବା ଗ୍ଲାସ ପରି ବିଧାନସଭାରେ ମଧ୍ୟ ସେହିପରି କରାଯାଇଛି। ବିଧାନସଭା ସଦସ୍ୟଙ୍କ ପାଇଁ ଆଗରେ ଏବଂ ଦୁଇ କଡରେ ଲାଗିଛି ଗ୍ଲାସ। ଫଳରେ ଜଣେ ସଦସ୍ୟ ଛିଙ୍କିଲେ କିମ୍ବା କାଶିଲେ ତାହା ଅନ୍ୟ ସଦସ୍ୟଙ୍କ ପାଖକୁ ବ୍ୟାପିବ ନାହିଁ। ଏଥିସହିତ ସଂକ୍ରାମଣ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ଅଧିବେସନ ଆରମ୍ଭ ହେବାକୁ ଆଉ ଅଳ୍ପଦିନ ବାକିଥିବାରୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି କାମକୁ ତଦାରଖ କରିଛନ୍ତି।

Read More

ମୁମ୍ବାଇ : ମୁମ୍ବାଇର ବଲାର୍ଡ ପିଆରସ୍ଥିତ ଏକ୍ସଚେଞ୍ଜ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର କାର୍ଯ୍ୟାଳୟ ମଧ୍ୟ ରହିଛି। ଏଠାକୁ ମଧ୍ୟ ନିଆଁ ବ୍ୟାପିଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମୁମ୍ବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର :କରୋନା ରୋଗରୁ ଆରୋଗ୍ୟ ହୋଇ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ପ୍ଲାଜମା ଦାନ କରିଥିବା ୪ଜଣ ବ୍ୟକ୍ତିଙ୍କୁ ରବିବାର ଦିନ ସଂନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ମଧ୍ୟରୁ ପାରାଦ୍ବୀପ ଅଭୟଚାନ୍ଦପୁର ଥାନାର ପୋଲିସ୍ ସବ-ଇନସପେକ୍ଟର ରଘୁନାଥ ବେହେରା ପ୍ଲାଜମା ଦାନକରି ଜିଲ୍ଲାପାଳଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିଲେ। କରୋନା ରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଦାନ ଦ୍ୱାରା ଗୁରୁତର କରୋନା ରୋଗୀ ସୁସ୍ଥ ହୋଇପାରୁଛନ୍ତି। ପ୍ଲାଜମା ଦାନ କରୁଥିବା କରୋନା ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍.ସି.ବି ମେଡ଼ିକାଲ ଯିବା ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ଜିଲ୍ଲା ପ୍ରଶାସନ ପକ୍ଷରୁ ବହନ କରାଯାଉଛି। ଆଜି ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରୁ ୧୭ଜଣ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି। ଉତ୍ସାହୀ କରୋନା ଆରୋଗ୍ୟ ବ୍ୟକ୍ତି ପ୍ଲାଜମା ଦାନକରି ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା…

Read More

କଟକ : କଟକ ଜଗତପୁର ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଚିଫ୍‌ ଫାୟାର ଅଫିସର ଓ କଟକ ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ହସ୍ପିଟାଲରେ ରହିଥିବା ସମସ୍ତ କୋଭିଡ୍‌ ରୋଗୀଙ୍କ ସୁରକ୍ଷିତ ଅବସ୍ଥାରେ ବାହାର କରି ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।ଉକ୍ତ ହସ୍ପିଟାଲରେ 127ଜଣ ମୋଟ୍‌ କୋଭିଡ୍‌ ରୋଗୀ ରହିଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା ରହିଛି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନାଚୁଣୀ ପଞ୍ଚାୟତର ଜୀବନଦେଇପୁର ଶାସନ ଗ୍ରାମର ମା ସର୍ବମଙ୍ଗଳା ମନ୍ଦିରରୁ ଚୋରି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଭୋର ଚାରି ଘଟିକାରେ ପ୍ରତିଦିନ ପରି ମନ୍ଦିର ସାମ୍ନାରେ ଥିବା ପୂଜା ଦୋକାନୀ ମନ୍ଦିରରେ ଦୀପ ଲଗେଇବାକୁ ଯାଇଥିଲେ । ସେହି ସମୟରେ ସେ ମନ୍ଦିର ଗେଟର ତାଲା ଓ  ହୁଣ୍ଡୀ ବାକ୍ସକୁ ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ । ସେହିପରି ମାଙ୍କ ଇମିଟେସନ୍ ଅଳଙ୍କାର ମଧ୍ୟ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ସେ ଏହି ବିଷୟ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ଗୋପୀନାଥ ବେହେରା ଏବଂ ମୁଖ୍ୟ ପୂଜକ ଆଦିତ୍ୟ ନାରାୟଣ ଦାସଙ୍କୁ ଜଣାଇଥିଲେ। ଏହାପରେ ସମସ୍ତେ ମନ୍ଦିରକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ଏବଂ ଗୋପୀନାଥ ବେହେରା ନାଚୁଣୀ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ମା’ଙ୍କର ବିଭିନ୍ନ ଅଳଙ୍କାର ସହ ରୂପାର ପାଉଁଜି ଏବଂ…

Read More

ଭୁବନେଶ୍ବର : ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶିତ ହେବା ପରେ ଆଜିଠାରୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା 26 ତାରିଖ ଯାଏଁ ଜାରି ରହିବ । ସକାଳ 9ଟାରୁ ଏହା ଆରମ୍ଭ ହୋଇଥିବାବଳେ ସନ୍ଧ୍ୟା 5ଟା ଯାଏଁ ଏହା ଚାଲିବ । ଅକ୍ଟୋବର ତିନି ତାରିଖରେ ଦ୍ୱିତୀୟ କଟଅଫ ମାର୍କ ଆସିବ । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ 3 ଲକ୍ଷ 47 ହଜାର 626 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନ ହୋଇଛନ୍ତି ।  ହୋଇଛନ୍ତି । ତେବେ ଯୁକ୍ତ 2 ନାମଲେଖା ହେବା ପୂର୍ବରୁ ମହାବିଦ୍ୟାଳୟ ଗୁଡ଼ିକ ତରଫରୁ କରୋନା କଟକଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର କୋଭିଡ-19 ଗାଇଡଲାଇନ ପାଳନ କରିବାକୁ…

Read More

ଭୁବନେଶ୍ବର : କରୋନା ସହ ଚାଲିଥିବା ଯୁଦ୍ଧକୁ ଯଦି ସମେସ୍ତ ଏକ ହୋଇ ଲଢିବା ତେବେ ଏହି ଯୁଦ୍ଧ ସହଜ ହେବ । କୋଭିଡ୍‌ ସଂକ୍ରମିତଙ୍କ ସହ ଉତ୍ତମ ବ୍ୟବହାର ଓ କେଇପଦ ମିଠା କଥା କହିଲେ ସେମାନଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ବିରୋଧରେ ଆମକୁ ମିଳିତ ହୋଇ ଲଢ଼ିବାକୁ ପଡ଼ିବ ଏବଂ କୋଭିଡ ରୋଗୀଙ୍କୁ ମିଠା କଥା କହି ସେମାନଙ୍କ କଷ୍ଟ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମିଠା କଥା କହିଲେ କୋଭିଡ ରୋଗୀଙ୍କ କଷ୍ଟ ଲାଘବ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନେ କରୋନାରେ ପୀଡ଼ିତ ହୋଇଛନ୍ତି, ବହୁତ କଷ୍ଟ ସହୁଛନ୍ତି । ଆମେମାନେ ତାଙ୍କୁ ସାହସ ଦେବା ଦରକାର । ତାଙ୍କ ସହ ମିଠା କଥା ହେବା । ସେମାନେ ଚିକିତ୍ସିତ ହେବାକୁ ଯିବାବେଳେ ହସିବା ସହିତ ଥମ୍ପସପ୍‌ ଦେଖାଇବା,…

Read More

ନୂଆଦିଲ୍ଲୀ: ଆଜିଠୁ ଖୋଲିଲା ସପ୍ତାଶ୍ଚର୍ଯ୍ୟ ତାଜମହଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 17ରୁ ଏହାକୁ ବନ୍ଦ ରଖାଯାଇଥିଲା । ଦୀର୍ଘ 6 ମାସ ପରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ଖୋଲା ଯାଇଛି । ତେବେ କୋଭିଡ୍‌ କଟକଣା ସହିତ ତାଜମହଲ ପରିଦର୍ଶନ କରିପାରିବା ନେଇ ସୂଚନା ଦିଆଯାଇଛି । ଦୈନିକ 5 ହଜାର ଲୋକଙ୍କୁ ପ୍ରବେଶ ଅନୁମତି ରହିଥିବାବେଳେ କରୋନା ଗାଇଡଲାଇନ୍‌କୁ କଡାକଡି ରୂପେ ପାଳନ କରାଯିବା ନେଇ ଗୁରୁତ୍ବ ଦିଆଯାଉଥିବା ନେଇ ଏଏସ୍‌ଆଇ ପକ୍ଷରୁ ସୂଚନା ରହିଛି । ତାଜମହଲରେ ପ୍ରବେଶ ପୂର୍ବରୁ ଶରୀରର ତାପମାତ୍ରା ମପା ଯାଉଥିବା ବେଳେ ଜୋତା ସାନିଟାଇଜ ମଧ୍ୟ କରାଯାଉଛି। ଏହି ସମୟରେ ଗ୍ରୁପ୍‌ ଫଟୋ ଉଠାଇବାକୁ ବାରଣ କରାଯାଇଛି। ସେହିପରି ତାଜମହଲ ବୁଲିବା ସମୟରେ ପର୍ଯ୍ୟଟକମାନ ଯେପରି କାନ୍ଥ, ରେଲିଂ ନ ଛୁଇଁବେ, ମାସ୍କ, ସାନିଟାଇଜର, ଟିସୁ ପେପର ବ୍ୟବହାର କରିବେ ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି। ପ୍ଲସ୍‌…

Read More

ମଧ୍ୟପ୍ରଦେଶ : ସାଧାରଣତଃ ପୋଲିସ ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। ପୋଲିସ୍‌ ଆମକୁ ସୁରକ୍ଷା ପ୍ରଦାନ କରିଥାଏ । କିନ୍ତୁ ଏଠାରେ ପୋଲିସ୍‌କୁ ହଇରାଣ ହେବାକୁ ପଡିଛି । ପୁଣି କେହି ମଣିଷ ନୁହେଁ ବରଂ ଏକ ମାଙ୍କଡ ଯୋଗୁଁ ପୋଲିସ୍‌ ନାହିଁ ନଥିବାର ହଇରାଣ ହୋଇଛି । ଏପରି ଏକ ଘଟଣା ମଧ୍ୟପ୍ରଦେଶର ବୈତୁଲ୍‌ ଅଞ୍ଚଳରେ ଘଟିଛି । ମଧ୍ୟ ପ୍ରଦେଶରର ବୈତୁଲର ଏକ ଥାନାରେ ମାଙ୍ଗଡ ପୋଲିସଙ୍କୁ ଭୟଭୀତ କରିଦେଇଛି। ଗତ ଦଶ ଦିନ ହେବ ଏକ ମାଙ୍ଗଡ ପୋଲିସମାନଙ୍କୁ ଅସୁବିଧାରେ ପକାଇଛି। ବାରମ୍ବାର ଥାନା ଭିତରେ ପଶିଯାଇ ଟେବୁଲ ଉପରେ ବସି ପୋଲିସ ବାବୁଙ୍କ କାନ ଧରୁଥିବାବେଳେ ମୋଡି ମଧ୍ୟ ଦେଉଥିବାର ଦେଖାଯାଇଛି। ବେଳେବେଳେ ମାଙ୍ଗଡଟି ପୋଲିସଙ୍କୁ ବାଇକ୍‌ ପଛପଟେ ମଧ୍ୟ ବସିଯାଉଛି। ଏହି କାରଣରୁ ପୋଲିସକର୍ମୀମାନେ କବାଟ ବନ୍ଦ କରି ରଖୁଛନ୍ତି। କେବଳ ପୋଲିସକର୍ମୀଙ୍କୁ ନୁହେଁ ଏହି ମାଙ୍କଡଟି ସ୍ଥାନୀୟ ଲୋକଙ୍କୁ ମଧ୍ୟ ହଇରାଣ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେଉଁଝରରୁ ସର୍ବାଧିକ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ନବରଙ୍ଗପୁର, ନୟାଗଡ, ମୟୂରଭଞ୍ଜ, କନ୍ଧମାଳ, ବାଲେଶ୍ବର, ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲାରୁ 48 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଗତସିଂହପୁରରୁ 30 ବର୍ଷୀୟା ଯୁବତୀ, କନ୍ଧମାଳରରୁ 54 ବର୍ଷୀୟ ପୁରୁଷ, କେଉଁଝରରୁ 38 ବର୍ଷୀୟ ପୁରୁଷ ଓ 59 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ 90 ବର୍ଷୀୟ ଆକ୍ରାନ୍ତ ରହିଥିବାବେଳେ ମୟୂରଭଞ୍ଜରୁ 74 ବର୍ଷୀୟ ଆକ୍ରାନ୍ତ, ନବରଙ୍ଗପୁରରୁ 29 ବର୍ଷୀୟ ଯୁବକ, ନୟାଗଡରୁ 51 ବର୍ଷୀୟ ପୁରୁଷଙ୍କର କରୋନା ଯୋଗୁଁ ମୃତ୍ୟୁହୋଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 242କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2503ଜଣ ଚିହ୍ନଟ ହୋଇଥିବାବେଳେ 1739ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 84ହଜାର122କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର684ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 45ହଜାର 657ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 701ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 242ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 652ଜଣ ଚିହ୍ନଟ ହୋଇଥିବାବେଳେ…

Read More

କଟକ : ଆସନ୍ତା ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ କୋର୍ଟ ବନ୍ଦ ରହିବ । କରୋନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବାର ସୂଚନା ରହିଛି। କିଛି ବିଭାଗରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ଆଜି ଓ ଆସନ୍ତାକାଲି କୋର୍ଟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରେଜିଷ୍ଟ୍ରାର ଜେନେରାଲ । ଏହି ଦୁଇ ଦିନ ହାଇକୋର୍ଟ ସହ ଏହାର କାର୍ଯ୍ୟକାଳ ମଧ୍ୟ ବନ୍ଦ ରହିବ । ଏହି ସମୟରେ ହାଇକୋର୍ଟର ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ କରାଯିବ । ତେବେ 21 ତାରିଖ ପାଇଁ ପ୍ରକାଶିତ ଜଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲାଗୁଡିକ 23 ତାରିଖରେ ଶୁଣାଣି ହେବ । ସେହିପରି 22, 23, 24, 25 ତାରିଖ ପାଇଁ ପ୍ରକାଶିତ ରିଜର୍ଭ ଲିଷ୍ଟର ଜାମିନ୍‌ ଆବେଦନଗୁଡିକ ଯଥାକ୍ରମେ 24, 25, 28 ଓ 29 ତାରିଖରେ ଶୁଣାଣି କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ…

Read More

ମହାରାଷ୍ଟ୍ର : ମହାରାଷ୍ଟ୍ରର ଭିଓ୍ବଣ୍ଡିରେ ଏକ ଅଘଟଣ ଘଟିଯାଇଛି । ଏଠାରେଏକ ତିନିମହଲା କୋଠା ଭୁଶୁଡି ପଡିଛି ।  କୋଠା ଭୁଶୁଡିବା ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନାରହିଛି । ସକାଳ ସକାଳୁ ଏହି ଦୁର୍ଘଟଣା ଘଟିଥିବାବେଳେ ଏହି ଦୁର୍ଘଟଣାରେ 11 ଜଣ ଆହତ ହୋଇଥିବାବେଳେ 20 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ କୋଠାର ଭଗ୍ନାବଶେଷରେ ଅନେକ ଲୋକ ଚାପି ହୋଇ ରହିଥିବାର ସନ୍ଦେହ କରାଯାଉଛି । 1984 ମସିହାରେ ନିର୍ମିତ ହୋଇଥିବା ଜିଲାନୀ ଆପାର୍ଟମେଣ୍ଟର ଏକ ଘରର ଅଧା ଅଂଶ ବିଳମ୍ବିତ ରାତ୍ରିରେ ଭୁଶୁଡି ପଡିଥିଲା । ଏହି ବିଲିଡିଂରେ ମୋଟ୍‌ 40ଟି ଫ୍ଲାଟ୍‌  ରହିଥିବାବେଳେ ଏହି ବିଲିଡିଂରେ 150ରୁ ଅଧିକ ଲୋକେ ରହୁଥିବାର ସୂଚନା ରହିଛି ।  (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।  ରାଜ୍ୟରେ ଗତ 24 ଘଣ୍ଟାରେ 47 ହଜାର 758 କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି ।  ସେଥିମଧ୍ୟରୁ 7 ହଜାର 658ଟି ଆରଟିପିସିଆର ଟେଷ୍ଟ ହୋଇଥିବାବେଳେ 40 ହଜାର 010ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଛି । ସେହିପରି 90ଟି ଟ୍ରୁନୁଟ୍‌ ପରୀକ୍ଷା ହୋଇଛି । ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବଢୁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ସେହିପରି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

Read More

ନୂଆଦିଲ୍ଲୀ, ଆଜି ରାଜ୍ୟସଭାର ଆଠ ଜଣ ସାଂସଦଙ୍କୁ ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ନିଳମ୍ବିତ କରିଛନ୍ତି।ସେମାନେ ଗତକାଲି ଗୃହରେ କୃଷି ବିଲ୍ ଆଗତ ବେଳେ ଉପାଧ୍ୟକ୍ଷଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଳମ୍ବିତ ସାଂସଦ ହେଲେ  ଦିରିକ ଓବ୍ରିଏନ, ସଂଜୟ ସିଂ, ରାଜୁ ସାତ୍ତାଭ,କେକେ ରାଗେଶ, ରିପୁନ ବୋରା,ଦୋଳ ସେନ, ସଏଦ ନାଜିର ହୁସେନ ଏବଂ ଏଲାମାରାନ କରିମ। ଏମାନଙ୍କୁ ଏକ ସପ୍ତାହ ପାଇଁ ନିଳମ୍ବିତ କରାଗଲା ବୋଲି ଅଧ୍ୟକ୍ଷ ଘୋଷଣା କରିଥିଲେ। ଏହି ନିଳମ୍ବିନ ଆଦେଶ ଘୋଷଣା ହେଉଥିବା ବେଳେ ସାଂସଦ ଦିରିକ ଓବ୍ରିଏନ ତାଙ୍କ ଆସନରେ ଛିଡା ହୋଇ ପାଟି କରୁଥିଲେ। ଅଧ୍ୟକ୍ଷ ଭେଙ୍କେୟାନାଇଡୁ ତାଙ୍କୁ ତୁରନ୍ତ ଗୃହ ଭିତରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Read More

ଭୁବନେଶ୍ୱର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷତ କରିଛନ୍ତି। ଏହି ଅବସରରେ ଅପରାଜିତା 3ଟି ଆସୋସିଏସନ Odisha-UCO Bank Retirees, EPF Pensioners and NABARD Retired employees, ର ବିଭିନ୍ନ ସମସ୍ୟା ବିଷୟରେ ବିଶେଷ ଆଲୋଚନା କରିଛନ୍ତି। ଏମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅପରାଜିତା ସୀତାରମଣଙ୍କୁ ଅନୁରୋଧ କରିଥିଲେ। ବିତ୍ତ ମନ୍ତ୍ରଣାଳୟ ଏହି ସମସ୍ୟା ଗୁଡିକ ସମାଧାନ ଦିଗରେ ଆବଶକୀୟ ପଦକ୍ଷେପ ନେବ ବୋଲି ଅପରାଜିତା ଆଶା ରଖିଛନ୍ତି।

Read More

ନୂଆଦିଲ୍ଲୀ, କ୍ରମାଗତ ଭାବେ ଦୁଇ ଦିନ ପାଇଁ ଭାରତରେ ୯୪,୦୦୦ରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪,୬୧୨ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩ ଲକ୍ଷ (୪୩,୦୩,୦୪୩) ଅତିକ୍ରମ କରିଛି। ଏହାଦ୍ୱାରା ଆରୋଗ୍ୟ ହାର ୭୯.୬୮% ଛୁଇଁଛି । ମୋଟ ସୁସ୍ଥ ରୋଗୀଙ୍କ ମଧ୍ୟରୁ ୬୦ ପ୍ରତିଶତ ପାଞ୍ଚଟି ରାଜ୍ୟରୁ ଯଥା – ମହାରାଷ୍ଟ୍ର, କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ । ଦେଶର ନୂତନ ଆରୋଗ୍ୟ ମାମଲାଙ୍କ ମଧ୍ୟରୁ ୨୩,୦୦୦ରୁ ଅଧିକ ସଂଖ୍ୟାକୁ ନେଇ ମହାରାଷ୍ଟ୍ର ଆଗରେ ଥିବା ବେଳେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଭୟେ ଦିନିକିଆ ଆରୋଗ୍ୟ ଲାଭରେ ୧୦,୦୦୦ରୁ ଅଧିକ ଯୋଗଦାନ ଦେଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୯୨,୬୦୫ ନୂତନ ସଂକ୍ରମିତ ମାମଲା ନଜରକୁ ଆସିଛି । ଦେଶର ଏହି ନୂତନ ସଂକ୍ରମିତ ମାମଲାଙ୍କ…

Read More

ଭୁବନେଶ୍ବର: ସଂସଦରେ ଆଗତ କୃଷିସଂକ୍ରାନ୍ତ ବିଧେୟକକୁ ସାରା ଦେଶର କୃଷକ ସଂସଦ ବାହାରେ ଓ ସଂସଦ ଭିତରେ ବିରୋଧୀ ଦଳ ଓ ଏନଡିଏର ଅଂଶୀଦାର ଦଳ ବିରୋଧ ଜାରି ରଖିଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୃକ୍ଷେପ ନକରି ବିଧେୟକକୁ ଆଗତ କରିଛି। କେନ୍ଦ୍ର ସରକାର ରାଜ୍ୟସଭାରେ ମଧ୍ୟ ଲୋକସଭା ଭଳି ବାଚନିକ ଭୋଟ ବଳରେ ଆଗତ ହୋଇଥିବା କୃଷି ସମ୍ପର୍କିତ ୩ଟି ବିଧେୟକକୁ ଗୃହୀତ କରାଇଛନ୍ତି। କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ ୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷିସେବା ବିଧେୟକ ୨୦୨୦ ଏଵଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦ ବାଦ ବିବାଦ ମଧ୍ୟରେ ଶୁକ୍ରବାର ଦିନ ଲୋକସଭାରେ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଅଣଦେଖା କରି କର୍ପୋରେଟ ଜଗତର ସ୍ଵାର୍ଥ ଲାଗି ନିରୀହ ଗରୀବ କୃଷକମାନଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା…

Read More

କନ୍ଦର୍ପ ବେହେରା ରେଢାଖୋଲ: ବନ ସଂରକ୍ଷଣ ସମିତି ରଖିଥବା ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଡଇଁଚା ଗ୍ରାମବାସୀ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଡଇଁଚା ଗ୍ରାମରେ ଗତ ଅପ୍ରେଲ ମାସ ଠାରୁ ଏକ ବନ ସଂରକ୍ଷଣ ସମିତି ଗଠନ କରାଯାଇ ନିକଟସ୍ଥ ବଡଝରଣ ସଂରକ୍ଷିତ ଜଙ୍ଗଲକୁ ଜଗି ଆସୁଛନ୍ତି। ଅନୁଗୋଳ ଅଂଚଳରୁ ଆସି ଡଇଁଚା ଗ୍ରାମ ନିକଟରେ ବସତି ସ୍ଥାପନ କରି ରହିଥିବା ହିନ୍ତରାଇ ଗ୍ରାମବାସୀ ସେ ଜଙ୍ଗଲକୁ ଡଇଁଚା ଗ୍ରାମବାସୀ ରଖିଥିବାରୁ ଆମ୍ଭ ଗ୍ରାମବାସୀ ଅସୁବିଧା ପାଉଛୁ ବୋଲି ଡିଏଫ୍‌ଓଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। ହିନ୍ତରାଇ ଗ୍ରାମବାସୀର କେତେଜଣ ବ୍ୟକ୍ତି ପ୍ରତିବର୍ଷ ସେଇ ଜଙ୍ଗଲକୁ କାଟି ବାହାର ଜିଲ୍ଲାକୁ ବେପାର କରିଆସୁଥିଲେ। ଡଇଁଚା ବନ ସଂରକ୍ଷଣ ସମିତି ଜଙ୍ଗଲକୁ ପ୍ରତ୍ୟେକ ଦିନ ଜଗି ଆସୁଥିବାରୁ ସେମାନେ ସେଇ ଜଙ୍ଗଲରୁ କାଠ ଆଣି ନ…

Read More