Author: Samikhsya Bureau

ନୂଆଦିଲ୍ଲୀ, ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମ ଓଡିଆ ସିଏଜି ଗିରିଶ ଚନ୍ଦ୍ର ମୂର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସିଏଜି କାର୍ଯ୍ୟାଳରେ ଅପରାଜିତା ତାଙ୍କ ଭେଟି ବିଭିନ୍ନ ପ୍ରସଂଗରେ ମଧ୍ୟ ଆଲୋଚନା କରିଛନ୍ତି। ଜଣେ ଓଡିଆ ଭାବେ ଗିରିଶ ଏହି ପଦବୀରେ ଅଧିଷ୍ଠିତ ହୋଇଥିବାରୁ ସେ ତାଙ୍କର ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି। ଗୁଜୁରାଟ କ୍ୟାଡର ଓଡିଆ ଆଇଏଏସ ଅଫିସର ଗିରିଶ ମୂର୍ମୁ ଗୁଜୁରାଟର ବହୁ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ। ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ବେଶ୍ ସଚ୍ଚୋଟତାର ସହ କାର୍ଯ୍ୟ କରିଥିଲେ। ନିକଟରେ ଗିରିଶ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ହେଲେ ସେ ସେହି ପଦବୀରୁ ଇସ୍ତଫା ଦେଇ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ ଯୋରାଡବରା ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ନର୍ଲା, କେସିଙ୍ଗା, ମ;ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ ର ବ୍ରାହ୍ମଣ ମାନଙ୍କୁ ନେଇ ଗଠିତ ହୋଇଥିବା ଯୋରାଡବରା ମଣ୍ଡଳ ଆଞ୍ଚଳିକ ବ୍ରାହ୍ମଣ ସମାଜ ତରଫରୁ ମାସିକ ସମିକ୍ଷା ବୈଠକ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶ୍ରୀ ରବି ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକରେ ମାନବ ସମ୍ବଳ ଅଧିକାର କର୍ମୀ ତଥା ମନ୍ଦିର ସେବକ ସଂଘର ଓଡିଶା ରାଜ୍ୟ କମିଟି ସଦସ୍ୟ ଶ୍ରୀ ସୁକାନ୍ତ ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ସଭାର ପ୍ରାରମ୍ଭ କରିଥିଲେ। ଚଳିତ ବର୍ଷ କରୋନାର ପ୍ରାଦୁର୍ଭାବ ରୋକିବା ପାଇଁ ଘୋଷିତ ହୋଇଥିବା ଲକଡାଉନ୍ ପାଇଁ ସାରା ରାଜ୍ୟର ବିଷେଶ କରି ବ୍ରାହ୍ମଣ, ପୂଜକ, ମନ୍ଦିର ସେବକ ତଥା ସଂକୀର୍ତ୍ତନ କଳାକାର ମାନଙ୍କ ଆୟପନ୍ଥା ସଂପୂର୍ଣ୍ଣ ଭାବରେ ଦୋହଳି…

Read More

ଭୁବନେଶ୍ୱର, ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ସାରା ଓଡ଼ିଶାର  ସୁକନ୍ୟା ସମୃଦ୍ଧି ଯୋଜନା ଅଭିଯାନ ଆରମ୍ଭ କରିଛି। ମହିଳା ମୋର୍ଚ୍ଚା ତରଫରୁ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ୧୦ ହଜାର କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ଯୋଡ଼ିବାରେ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଯୋଜନା ଦ୍ୱାରା ଓଡ଼ିଶାର ଦଳିତ ନିଷ୍ପେସିତ ତଥା ଅବହେଳିତ ଶିଶୁକନ୍ୟା ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଜି ଭୁବନେଶ୍ୱର ୟୁନିଟ -୪ ମଙ୍ଗଳା ବସ୍ତିରେ ୧୦ ରୁ ଉର୍ଦ୍ଧ କନ୍ୟାରତ୍ନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସାମିଲ କରାଯାଇଛି। ଏଥି ସହ ସୁକନ୍ୟା ସମୃଦ୍ଧି ଯୋଜନାର ସୁଫଳ ବିଷୟରେ ମହିଳା ମୋର୍ଚ୍ଚାର କାର‌୍ୟ୍ୟକର୍ତ୍ତା ମାନେ ବସ୍ତିବାସିନ୍ଦାଙ୍କୁ ଅବଗତ କରାଇଥିଲେ। ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ ବୟସ୍କ ଝିଅପିଲାମାନଙ୍କ ଭବିଷ୍ୟତ ,ଉଚ୍ଚଶିକ୍ଷା ଏବଂ…

Read More

ନୂଆଦିଲ୍ଲୀ, ଜାପାନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ସୁଗା ୟୋଶିହିଦେ। ତାଙ୍କର ଏହି ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଫୋନ ଯୋଗେ ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶ ମଧ୍ୟରେ ସଂପର୍କକୁ ନେଇ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି । ଗତ କିଛି ବର୍ଷ ହେଲା ଭାରତ-ଜାପାନ ମଧ୍ୟରେ ରଣନୀତିକ ଭାଗିଦାରୀ ବେଶ ବଢିଛି । ପାରସ୍ପରିକ ବିଶ୍ୱାସ ତଥା ଚିନ୍ତାଧାରା ବିନିମୟ ମାଧ୍ୟମରେ ଏହାକୁ ମଜବୁତ କରିବା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ଭାଗିଦାରୀ କୋଭିଡ-୧୯ ମହାମାରୀ ଭଳି ବିଶ୍ୱବ୍ୟାପୀ ଆହ୍ୱାନକୁ ଦୃଷ୍ଟିରେ ରଖି ଅଧିକ ପ୍ରାସଙ୍ଗିକ ବୋଲି ଦୁଇ ନେତା ଏକମତ ହୋଇଥିଲେ । ଅବାଧ, ଖୋଲା ଓ ସମ୍ମିଳିତ ଭାରତ-ପ୍ରଶାନ୍ତମହାସାଗରୀୟ ଅଂଚଳର ଆର୍ଥିକ ରୂପରେଖ ନମନୀୟ ଯୋଗାଣ ଶୃଙ୍ଖଳା ଉପରେ ଆଧାରିତ ହେବା ଦରକାର ବୋଲି ଦୁଇ ନେତା ଗୁରୁତ୍ୱ ଦେବା ସହ ଭାରତ, ଜାପାନ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୁନର୍ବିନ୍ୟାସ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି ବିଜୁ ଛାତ୍ର ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ପ୍ରତି ଗୁରୁତ୍ୱ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡି ସଭାପତି ଅବିନାଶ ଠାକୁରଙ୍କୁ ଏଥର ପଦୋନ୍ନତି କରି ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଛି। ସହିପରି ବୈଶାଖୀ ନନ୍ଦ ଙ୍କୁ ଉପ ସଭାପତି, ଅଭିଷେକ ମହାପାତ୍ର ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ଆଶିଷ ମହାପାତ୍ର, ସହ ସମ୍ପାଦକ ଭାବେ ଅମରଦୀପ ସିଂହ, ଜୋନ ସଭାପତି ଭାବେ ଚିରାଗ ସିଂହ ଦେଓ ପ୍ରମୁଖ ଙ୍କୁ ଦାୟିତ୍ୱ ମିଳିଛି। କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ବହୁ ବର୍ଷ ଧରି ଜିଲ୍ଲା ଛାତ୍ର ରାଜନୀତିରେ ସକ୍ରୀୟ ରହି ଛାତ୍ର ମାନଙ୍କୁ କ୍ରିୟାଶୀଳ କରିବାରେ ପ୍ରମୁଖ…

Read More

ଭୁବନେଶ୍ବର, ଆୟକର ବିଭାଗ ପକ୍ଷରୁ ଆଜିଠାରୁ ଫେସ୍‌ଲେସ୍ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ। କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର ଟିକସ ଫାଙ୍କି, ଆନ୍ତର୍ଜାତିକ ଟିକସ ପ୍ରସଙ୍ଗ, କଳାଟଙ୍କା ମାମଲା ଏବଂ ଟିକସ ସଂକ୍ରାନ୍ତ ସମ୍ବେଦନଶୀଳ ଘଟଣାରେ ଆୟକର ଅଧିକାରୀମାନେ ସଂପୃକ୍ତ ଟିକସଦାତାଙ୍କୁ ଡାକି ମୁହାଁମୁହିଁ ପଚରାଉଚୁରା କରିପାରିବେ। ଫେସଲେସ୍ ଅପିଲ ବ୍ୟବସ୍ଥା ସଂପର୍କରେ ଆଜି ଆବଶ୍ୟକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେସ୍‌ଲେସ ବ୍ୟବସ୍ଥାରେ ଟିକସ ପ୍ରସଙ୍ଗରେ ଟିକସଦାତା ଏବଂ ଆୟକର ଅଧିକାରୀମାନଙ୍କ ମଧ୍ୟରେ ଏଣିକି ମୁହାଁମୁହିଁ ବା ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ । ଏଠାରେ ସ୍ମରଣଯୋଗ୍ୟ ଯେ ଚଳିତବର୍ଷ ଅଗଷ୍ଟ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଫେସ୍‌ଲେସ୍ ଆସେସମେଣ୍ଟ ଓ ଟିକସଦାତା ଚାର୍ଟରକୁ ଉଦ୍‌ଘାଟନ କରିଥିଲେ । ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏବଂ ସଚ୍ଚୋଟ ଟିକସଦାତାଙ୍କୁ…

Read More

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅ ମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି । ୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର ଦିନିକିଆ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ବିଧାୟିକା ପ୍ରଥମେ କେ ବରିଡ଼ା ପଞ୍ଚାୟତର ବିରିବାଟିଆ ଠାରେ ବିଧାୟିକା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପର ଲୋକାର୍ପଣ କରିଥିଲେ। ତାପରେ ୬ ଲକ୍ଷ ୫୦ହଜାର ଟଙ୍କାରେ ନିର୍ମିତ କେ ବରିଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହ ଓ ୨ ଲକ୍ଷ ଟଙ୍କାରେ ନିର୍ମିତ ନୁଆଁ ସାହି ଗୋଷ୍ଠୀ ସାଧନା କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ବିଧାୟିକା। ଏହା ପରେ ଖଣ୍ଡିଆନଈ ପଞ୍ଚାୟତର କେ ମର୍ଦ୍ଦରାଜପୁରେ କୃଷି ବିଭାଗର ଅନୁଦାନ ଦ୍ବାରା ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ ଧାନ ଖଳା ଉଦଘାଟନ କରିଥିଲେ। ବେଗୁନିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ…

Read More

ଭୁବନେଶ୍ବର: ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଦାବୀ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ,ଓଡ଼ିଶୀ ସଙ୍ଗୀତ ଦ୍ବିତୀୟ ଶତାବ୍ଦୀର ହୋଇଥିଲେ ମଧ୍ୟ ଭାରତ ସରକାରଙ୍କ ଏ ପର୍ଯ୍ୟନ୍ତ ଶାସ୍ତ୍ରୀୟ ମାନ୍ୟତା ଦେଇ ନାହାଁନ୍ତି। ଓଡିଶୀ ସଂଗୀତ ତାହାର ନିଜସ୍ବ ରାଗ ରହିଛି। ଏହା ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତ ଠାରୁ କୌଣସି ଗୁଣରେ କମ ନୁହେଁ। ଶାସ୍ତ୍ରୀୟ ମାନ୍ୟତା ପାଇବାକୁ ସବୁ ପ୍ରକାରର ଗୁଣ ଓଡ଼ିଶୀ ସଙ୍ଗୀତର ରହିଛି। ତେଣୁ ଏହାକୁ କେନ୍ଦ୍ର ସଂସ୍କୃତି ବିଭାଗ ତରଫରୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦୨. ତିର୍ତ୍ତୋଲ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଥିବା ଏକ ବିଜ୍ଞପ୍ତି ଅନୁଯାଇ ନିର୍ବାଚନ ଆୟୋଗ ଭାରତ ସରକାରଙ୍କ ପତ୍ରସଂଖ୍ୟା – 64/0R/2020-ES-ll ତା ୧୦.୦୯.୨୦୨୦ ରିଖ ଅନୁଯାୟୀ ୧୦୮ ଗୋଟି ସହାୟକ ଭୋଟ୍ ଗ୍ରହଣ କେନ୍ଦ୍ରର ପୁନର୍ଗଠନ ଏବଂ ୫ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ଅନୁମୋଦନ ଲାଭ କରିଛି। ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ପତ୍ରସଂଖ୍ୟା EC-Rev-PROG-0006-2000-3261 ତା ୦୨.୦୯.୨୦୨୦ରିଖ ଅନୁଯାୟୀ ୧୭୯ ଗୋଟି ଭୋଟ୍ ଗ୍ରହଣ କେନ୍ଦ୍ରର ନାମ ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ନିଜ ଭୋଟ୍ ଗ୍ରହଣ କେନ୍ଦ୍ର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ଚାହୁଁଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ ଜଗତସିଂହପୁର, ସମ୍ପୃକ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀ, ସମ୍ପୃକ୍ତ ପଞ୍ଚାୟତ ସମିତି, ସମ୍ପୃକ୍ତ ତହସିଲ କାର୍ଯ୍ୟାଳୟ ସହିତ ଯୋଗାଯୋଗ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ତେରମାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିନୋଟି ସନ୍ତାନ ସନ୍ତତି ଥିବା ପ୍ରଥମ ପତ୍ନୀକୁ ମାଡ ଗାଳିଦେଇ ବିଦା କରିଦେବା ପରେ ଲମ୍ପଟ ସ୍ୱାମୀ କରିଛି ଦ୍ୱିତୀୟ ବିବାହ। ଏକଥା ପ୍ରଥମ ପତ୍ନୀ ଜାଣିବା ପରେ ଆଜି ତିର୍ତ୍ତୋଲ ଥାନାରେ ସ୍ୱାମୀଙ୍କ ନାମରେ ଦେଇଛନ୍ତି ଏତଲା। ଅଭିଯୋଗ ଅନୁଯାୟୀ ପାଟକୁରା ତାଳସଙ୍ଗା ଗ୍ରାମର ଭାରତୀ ବେହେରା ତିର୍ତ୍ତୋଲ ଥାନା ଅଧିନସ୍ଥ ରାହାମା ତେରମାଣପୁର (କୋଟସାହି) ଗ୍ରାମର ରାଜିବ ବେହେରାଙ୍କୁ ୯ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ୨ଟି ଝିଅ ଓ ଗୋଟିଏ ପୁଅ ହେବାପରେ ମଧ୍ୟ ଅଧିକାଂଶ ସମୟ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ ପୁନର୍ବାର ଯୌତୁକ ଦାବି କରି ବିଭିନ୍ନ ସମୟରେ ପତ୍ନୀଙ୍କ ସହିତ ମାଡପିଟ୍ କରୁଥିଲେ। ପତ୍ନୀ ନିଜର ବାପାଙ୍କୁ ଏସମ୍ପର୍କରେ ଜଣାଇଥିଲେ ହେଲେ ପରର ମୁଲ ମଜୁରି ଲାଗି ନିଜେ କଷ୍ଟମଷ୍ଟେ…

Read More

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍‌ରେ ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଉଭୟ ରୋଗୀ ଜଟିଳ କିଡ୍‌ନୀ ରୋଗର ପଂଚମ ସ୍ତରରେ ଥିବାରୁ ସେମାନଙ୍କର ସପ୍ତାହକୁ ୩ ଥର ହେମୋଡାଏଲେସିସ୍ କରାଯାଉଥିଲା। ସମସ୍ତ କୋଭିଡ-୧୯ ସଂକ୍ରାନ୍ତିୟ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ଏହି ଲାଇଭ୍ ଡୋନୋର ପ୍ରତ୍ୟାରୋପଣ କରାଯାଇଛି। ଉଭୟ ଡୋନର ଏବଂ ରୋଗୀ ପ୍ରତ୍ୟାରୋପଣ ହେବାର ୧୦ ଦିନ ମଧ୍ୟରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ସର୍ଜରୀ ପରେ ସେମାନେ ସୁସ୍ଥ ହେବାରେ ଲାଗିଛନ୍ତି। ସିନିୟର ୟୁରୋଲୋଜିଷ୍ଟ ଓ କିଡ୍‌ନୀ ପ୍ରତ୍ୟାରୋପଣ ସର୍ଜନ୍ ଡଃ ବିଶ୍ୱଜିତ୍ ନନ୍ଦ, ନେଫ୍ରୋଲୋଜିଷ୍ଟ ଡଃ ତାପସ କୁମାର ବେହେରା, ଡଃ ବିଶ୍ୱରଞ୍ଜନ ମହାନ୍ତି, ଆନେସ୍ଥେସିଓଲୋଜିଷ୍ଟ ଡଃ ସୁରୁପା ଦେବୀପ୍ରଦା ଏବଂ ଡଃ ଦୀପଙ୍କର ପଢ଼ିହାରୀ ଏହି ଦୁଇଟି କିଡ୍‌ନୀ ପ୍ରତ୍ୟାରୋପଣ ଟିମ୍‌ରେ ସାମିଲ୍…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୪୩୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଥିଲା ବେଳେ ୪୯୬ ଜଣ କଟକରୁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୧୮୩, ନୂଆପଡାରୁ ୧୭୯, ଝାରସୁଗୁଡାରୁ ୧୬୭, ବରଗଡରୁ ୧୭୪, ଯାଜପୁରରୁ ୧୫୯, ଅନୁଗୁଳରୁ ୧୪୪, ବାଲେଶ୍ବରରୁ ୧୪୨, ରାୟଗଡ଼ାରୁ ୧୩୮, ସୁନ୍ଦରଗଡରୁ ୧୨୮, କନ୍ଧମାଳରୁ ୧୨୬, ଜଗତସିଂହପୁରରୁ ୧୧୫, ନବରଙ୍ଗପୁରରୁ ୧୧୫, ସମ୍ବଲପୁରରୁ ୧୧୪, ମୟୂରଭଞ୍ଜରୁ ୧୦୯, ବୌଦ୍ଧରୁ ୧୦୧, କେନ୍ଦ୍ରାପଡାରୁ ୧୦୦, ଭଦ୍ରକରୁ ୮୯, କୋରାପୁଟରୁ ୮୮, କେନ୍ଦୁଝରରୁ ୭୩, ଢେଙ୍କାନାଳରୁ ୫୭, ସୋନପୁରରୁ ୫୬, ଗଞ୍ଜାମରୁ ୪୯, ବଲାଙ୍ଗିରିରୁ ୪୭, ନୟାଗଡରୁ ୪୪, କଳାହାଣ୍ଡିରୁ ୪୩, ମାଲକାନଗିରିରୁ ୪୦, ଗଜପତିରୁ ୩୨, ଦେବଗଡରୁ ୧୦ ଏବଂ ଷ୍ଟେଟ ପୁଲରୁ ୩୨୬ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର…

Read More

ଭୁବନେଶ୍ବର: ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି। ରାଜ୍ୟରେ ବହୁ ନେତା ବିଧାୟକ, ମନ୍ତ୍ରୀ, ସାଂସଦ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଆଜି ଆଉ ଜଣେ ମନ୍ତ୍ରୀଙ୍କ କୋଭିଡ଼ ପରୀକ୍ଷାରେ ପଜିଟିଭ ଆସିଥିବା ଜଣାପଡିଛି। ରାଜ୍ୟ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ମନ୍ତ୍ରୀ ପଜିଟିଭ ହୋଇଥିବା ନେଇ ସୂଚନା ଦେଇଛନ୍ତି। ଯେଉଁ ମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ ନିଜ ନିଜର କୋଭିଡ଼ ପରୀକ୍ଷା କରିବା ସହ କ୍ଵାରେଣ୍ଟିନରେ ରହିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା।

Read More

ଝାରସୁଗୁଡା : କରୋନା ସଂକ୍ରମଣ ରୋକିବାକୁ ବ୍ୟବସାୟୀ ସଂଘ ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲା ବାଣିଜ୍ୟ ସଂଘ ପକ୍ଷରୁ ବିଭିନ୍ନ ବଣିକ ସଂଘ ସହ ଆଲୋଚନା ହୋଇଛି । ଆଲୋଚନା କ୍ରମେ ସକାଳ 7ଟାରୁ ଦିନ 12ଟା ଯାଏ ବଜାର ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, ଝାରସୁଗୁଡାରେ କରୋନା ମାମଲାରେ ବୃଦ୍ଧି ଘଟିଛି । ଝାରସୁଗୁଡାରେ ମୋଟ୍‌ସଂକ୍ରମିତଙ୍କ ସଂଖ୍ୟା 3 ହଜାର 991ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 2 ହଜାର 927 । ସେହିପରି ଏବେ ସୁଦ୍ଧା ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1063 ରହିଛି ।

Read More

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ପରେ ଏବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହେଉଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ରାଜଧାନୀ ଭୁବନେଶ୍ବରର ସ୍ଥିତି ମଧ୍ୟ ସଙ୍ଗୀନ୍‌ ରହିଛି । ଭୁବନେଶ୍ବର କରୋନା ସ୍ଥିତି ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  ପ୍ରେସ୍‌ ମିଟ୍‌ କରିଛନ୍ତି । ଭୁବନେଶ୍ବରରେ ଏବେ 3ହଜାର 683 ଆକ୍ଟିଭ୍‌ କେସ୍‌ ରହିଛି । ସହରର 75 ପ୍ରତିଶତ ଆକ୍ରାନ୍ତ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । 10 ହଜାର ଲୋକେ ହୋମ୍‌ ଆଇସୋଲେଟ୍‌ରେ ରହି ସାରିଛନ୍ତି । 10 ହଜାର ଲୋକଙ୍କ ମଧ୍ୟରୁ 7 ହଜାର ସୁସ୍ଥ ହୋଇ ସାରିଲେଣି ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର । ଭୁବନେଶ୍ବରରେ ଆଉ 60 କୋଭିଡ୍‌ ଆଇସିୟ ବେଡ୍‌ ବୃଦ୍ଧି କରାଯାଇଛି। ଭୁବନେଶ୍ବରରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି ବିଏମ୍‌ସି…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କସଂଖ୍ୟା 2 ଲକ୍ଷ ଅତିକ୍ରାନ୍ତ କରିସାରିଛି। ସେହିପରି ମୃତ୍ୟୁ ସଂଖ୍ୟା 800 ନିକଟତର ହେଲାଣି। କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ସଂକ୍ରମଣ ରୋକିବାକୁ ନୟାଗଡ ସହର 2 ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସନ୍ତା ସୋମ ଓ ମଙ୍ଗଳବାର ଦିନ ନୟାଗଡ ସହର ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ। ବନ୍ଦ ରହୁଥିବା ଦୁଇ ଦିନ ସାରା ସହରକୁ ବିଶୋଧନ କରାଯିବା ନେଇ ଘୋଷଣା କରାଯାଇଛି।

Read More

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା ଦାବିରେ ସାରା ଦେଶରେ ବନ୍ଦ ଏବଂ ପ୍ରତିରୋଧ ଆନ୍ଦୋଳନକୁ ସମର୍ଥନ କରି “ଆମ ଜନତା ଅଧିକାର” ଆଜି ଧାରଣା ଓ ବିକ୍ଷୋଭ କରିଛି। କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ବିଲ ସଂସଦରେ ଵିଧି ବ୍ୟବସ୍ଥା ଏବଂ ସାଂସଦମାନଙ୍କର ଭୋଟ ଦେବା ଅଧିକାରକୁ ଅସ୍ବୀକାର କରି ଅତି ତରବରିଆ ଭାବେ ଧ୍ୱନିମତରେ ପାରିତ କରାଇଛନ୍ତି ସରକାର। ମୋଦି ସରକାର କର୍ପୋରେଟମାନଙ୍କ ସ୍ୱାର୍ଥ ନିମନ୍ତେ ଅତି ନିର୍ଲଜ ଭାବେ ସମ୍ବିଧାନର ନଗ୍ନ ଉଲଂଘନ କରିଛନ୍ତି।  ସଂସଦ ଏବଂ କୃଷକମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି। କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାର ସର୍ବନାଶକାରୀ ନୀତି କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି ବୋଲି ଆରୋପ କରିଛନ୍ତି ଆମ ଜନତା ଅଧିକାରର ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥି। ଏହି ବିଲକୁ ବିରୋଧ କରି…

Read More

ଭୁବନେଶ୍ବର : ରାଜ୍ୟର 5ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ ଜିଲ୍ଲା । ସେହିପରି ଘୂର୍ଣ୍ଣିଝଡ ଓ ବଜ୍ରପାତ ନେଇ 17ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି  ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

Read More

ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, 29 ତାରିଖ ପୂର୍ବାହ୍ନ 11ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ଶୋକ ପ୍ରସ୍ତାବ ଉପରେ ଗୃହ ପ୍ରଥମ ସେସନ ମୁଲତବୀ ହେବ । ପ୍ରଥମ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଅନ୍ୟ ଦିନମାନଙ୍କରେ ସକାଳ10ଟା 30ରୁ ଅପରାହ୍ନ 1ଟା ଏବଂ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଅନୁଷ୍ଠିତ ହେବ । ଦୈନିକ ମୋଟ ସାଢେ ଚାରି ଘଣ୍ଟା ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । କାଲି ସକାଳ 8ଟାରୁ ବିଧାନସଭା ପରିସରରେ କୋଭିଡ୍‌ ପରୀକ୍ଷା ହେବ । ବିଧାନସଭା କର୍ମଚାରୀ ଓ ବିଧାୟକଙ୍କର କୋଭିଡ୍‌ ଟେଷ୍ଟ ହେବ । ତେବେ ଚଳିତ ମୌସୁମୀ ଅଧିବେଶନରେ…

Read More

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : କରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବାବେଳେ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପମାନ ନେଉଛନ୍ତି । ହେଲେ ବର୍ତ୍ତମାନ କରୋନା ସମୟରେ ସମସ୍ତ ଦେଶବାସୀ ଯଥା ସମ୍ଭବ  ନିଜ ଘରେ ରହି ଯୋଗ, ପ୍ରାଣାୟମ, ବ୍ୟାୟାମ, ଖେଳକୁଦ ଆଦି କରି  ନିଜ ଶରୀରକୁ ସୁସ୍ଥ ରଖନ୍ତୁ ବୋଲି  କେନ୍ଦ୍ର ସରକାର ପରାମର୍ଶ ଦେଉଛନ୍ତି। ହେଲେ ଏହି ବାର୍ତ୍ତା ଜନସାଧାରଣଙ୍କ ନିକଟକୁ ପହଞ୍ଚାଇବା ପାଇଁ ଟାଙ୍ଗୀ ତହସିଲଦାରଙ୍କ ତରଫରୁ ଏକ ଅଭିନବ ପ୍ରୟାସ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆୱାହନ କ୍ରମେ ଆଜି ଟାଙ୍ଗୀ ତହସିଲ ଏବଂ ପଞ୍ଚାୟତ ସମିତି ପ୍ରଶାସନର ମିଳିତ ସହଯୋଗରେ ଫିଟ ଇଣ୍ଡିଆ ମୁଭମେଣ୍ଟ  କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଗଣଦୌଡ଼ ର ଆୟୋଜନ କରାଯାଇଥିଲା। ଟାଙ୍ଗୀ ତହସିଲଦାର ଶ୍ରୀ ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ ଉକ୍ତ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଣଦୌଡରେ ଟାଙ୍ଗୀ ତହସିଲ…

Read More