Author: Samikhsya Bureau

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 305 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 305 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 90 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 218ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 107 ଜଣଙ୍କ ମଧ୍ୟରେ ସିଆରପିଏଫ୍‌ କ୍ୟାମ୍ପସ୍‌ରୁ 20 ଜଣ, ପାତ୍ରପଡାରୁ 7ଜଣ, ନୟାପଲ୍ଲୀରୁ 4 ଜଣ ରହିଛନ୍ତି । 218 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ସିଆରପିଏଫ୍‌ କ୍ୟାମ୍ପସ୍‌ରୁ 18 ଜଣ ରହିଥିବାବେଳେ ଡୁମୁଡୁମାରୁ 6 ଜଣ ରହିଛନ୍ତି, ଘରୋଇ ହସ୍ପିଟାଲର 5 ଜଣ କର୍ମଚାରୀ ରହିଥିବାବେଳେ ପାତ୍ରପଡାରୁ 11 ଜଣ ରହିଥିବାବେଳେ ଶୈଳଶ୍ରୀ ବିହାରରୁ 5ଜଣ ରହିଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 384 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 18 ହଜାର 592ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 14 ହଜାର 436ରେ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତରେ ବନ୍ୟା ପିଡିତଙ୍କ ପାଇଁ ଆସିଥିବା ରିଲିଫ୍ ବଣ୍ଟନରେ ଅନିୟମିତତା ଅଭିଯୋଗ କରି  ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରେ ବସିବା ସହିତ ବିଡିଓଙ୍କୁ ଅଭିଯୋଗ କରାଯାଇଛି। ଉକ୍ତ ପଞ୍ଚାୟତକୁ ବନ୍ୟାପିଡୀତଙ୍କ ପାଇଁ ଆସିଥିବା ୫୦କେଜି ଚାଉଳ ଓ ୫ଶହ ଟଙ୍କା ବଣ୍ଟନରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ବିଜେପିର ସଭାନେତ୍ରୀ ନମିତା ସେନାପତି ଓ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶଙ୍କ ନେତୃତ୍ୱରେ ବଡଜିଙ୍ଗଲ ଗ୍ରାମ ୧୪ନଂ ୱାର୍ଡର ଶତାଧିକ ମହିଳା ଶନିବାର ଦିନ ପଞ୍ଚାୟତ ଅଫିସ୍ ସମ୍ମୁଖରେ ରାସ୍ତାରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଶନିବାର ଦିନ ବ୍ଲକ କାର୍ଯ୍ୟାଳୟ ଛୁଟି ଯୋଗୁଁ ଧାରଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ନପହଞ୍ଚିବାରୁ ବହୁସମୟ ଧାରଣା ଦେବାପରେ ମହିଳାମାନେ ଧାରଣାଭଙ୍ଗ କରିଥିଲେ। ସେହିପରି ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତର ଆଉକିଛି ଲୋକ ଉକ୍ତ ଘଟଣାର ଲିଖିତ ଅଭିଯୋଗ…

Read More

ଭୁବନେଶ୍ବର : ହୋମ ଆଇସୋଲେସନ୍‌ ସଚେତନ କରିବା ପାଇଁ ସରକାର ସତର୍କତା ଜାରି କରିଛନ୍ତି । ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ସ୍ବତନ୍ତ୍ର ସଚିବ ଡା. ଅଜିତ୍‌ ମହାନ୍ତି ଏନେଇ ସୂଚନା କହିଛନ୍ତି । ହୋମ ଆଇସୋଲେସନ୍‌ରେ ରହି କିପରି ଚିକିତ୍ସିତ ହେବ ଜଣାଇଛନ୍ତି । ନିଜ ଅଭିଜ୍ଞତାରୁ କ’ଣ କଣ କରିବେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସଚିବ । ସଂକ୍ରମିତ ବ୍ୟକ୍ତି ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ୍‌ ବୋଲି ଜଣାଇଛନ୍ତି  ଡ. ମହାନ୍ତି । ସେହିପରି ଘରେ ଯଦି ଗର୍ଭବତୀ, ବୟସ୍କ ଓ ଛୋଟ ପିଲା ରହିଛନ୍ତି ତେବେ ସେମାନଙ୍କଠୁ ଦୂରରେ ରୁହନ୍ତୁ ଅଥବା ତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ସେହିପରି ସଂକ୍ରମିତ ବ୍ୟକ୍ତି ଦିନକୁ 2/3 ଥର ତାପମାତ୍ରା ମାପି ଏନେଇ ଧାର୍ଯ୍ୟ ନମ୍ବରରେ ଫୋନ୍‌ କରିବାକୁ ସୂଚନା ଦେଇଛନ୍ତି ଡା. ଅଜିତ୍‌ । ସରକାର ଦେଇଥିବା ଔଷଧ ସହ ଅଧିକ ପାଣି ପିଇବା…

Read More

ବଣାଇ : ଗୁରୁଣ୍ଡିଆ ବାଦଲଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।  ଏଠାରେ ଜଳପ୍ରପାତରେ ବୁଡି ଦୁଇ ଯୁବକ  ନିଖୋଜ ହୋଇଥିବାର ସୂଚନା ରହିଛି । ନିଖୋଜ ଯୁବକ ହେଉଛନ୍ତି ରାଉରକେଲାର ସାଇସ୍ବରୂପ ମହାନ୍ତି ଓ ଅନିମେଶ ସିହ୍ନା। 4ଟି ସ୍କୁଟିରେ 8ଜଣ ଯୁବକ କୋଏଲ ନଗରରୁ ବୁଲି ଆସିଥିଲେ । ନିଖୋଜ ଯୁବକଙ୍କୁ ଖୋଜିବା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି ।

Read More

ଭୁବନେଶ୍ବର : ଆଜି ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ବେ କୃଷି ବିଲ୍‌ ପାସ୍‌ ହୋଇଛି । ବିଜେଡି ଏହି ବିଲ୍‌କୁ ବିରୋଧ କରିଥିବାବେଳେ ବିଜେଡିରେ ଏହି ବିରୋଧକୁ ନେଇ ଉଭୟ ବିରୋଧୀ ଦଳ ଟାର୍ଗେଟ୍‌ କରିଛନ୍ତି । ବିଜେପି ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହୁଥିବାବେଳେ କଂଗ୍ରେସ ଏହାକୁ ବିଜେଡିର ଏକ ଡ୍ରାମା ବୋଲି କହିଛି । ବିଜେଡିର ଏହି ବିରୋଧକୁ ନେଇ ବିଜେପି ସାଂସଦ ସୁରେଶ ପୂଜାରୀ ଟାର୍ଗେଟ୍‌ କରିଛନ୍ତି । ବିଜେଡିର ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହିଛନ୍ତି ପୂଜାରୀ। ସିବିଆଇ ଚିଟ୍‌ଫଣ୍ଡ ମାମଲାରେ କିଛି ଏମଏଲ୍‌ଏଙ୍କ ଘର ରେଡ୍‌ କରିଛି । ବିଜେଡି ଭାବୁଥିଲା ତାକୁ ଚିଟ୍‌ଫଣ୍ଡ୍‌ରୁ ରକ୍ଷା କଲେ, ସେ ସମର୍ଥନ ଦେବେ । କିନ୍ତୁ ବିଜେପି ବେପାର କରେନି, ଆଇନ୍‌ ତା’ ବାଟରେ ଯିବ ବୋଲି କହିଛନ୍ତି ଶ୍ରୀ ପୂଜାରୀ। ଅପରପକ୍ଷରେ ବିଲ୍‌ ପାରିତ…

Read More

ଜଳେଶ୍ବର : ଫେସ୍‌ବୁକ୍‌ ଓ ହ୍ବାଟସ୍‌ଆପ୍‌ରେ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା। ପ୍ରେମ ନିବେଦନ କରି ଦୁର୍ବ୍ୟବହାର କରିଥିବା ଯୋଗୁଁ ଯୁବକଙ୍କୁ ନିର୍ଧୂମ ମାଡ । ନୂଆବଜାର ଟାଉନ୍‌ ହାଇସ୍କୁଲ ପାଖରେ ଯୁବକଙ୍କୁ ଛେଚିଲେ ତିନି ଯୁବତୀ । ଫେସ୍‌ବୁକରେ ଚାଟିଂ କରି ବହୁ ଯୁବତୀଙ୍କୁ ପ୍ରେମରେ ଫସାଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ହ୍ବାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ରେ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ। ଖାଲି ସେତିକି ନୁହେଁ ସୋସିଆଲ ମିଡିଆ ଜରିଆରେ ଏହି ଯୁବକ ଜଣଙ୍କ ଯୁବତୀଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି।ଏହି ଘଟଣାରେ ତିନି ଯୁବତୀ ମିଶି ଯୁବକଙ୍କୁ ନିର୍ଧୁମ ଛେଚିଲେ।ବାଲେଶ୍ବର ଅଞ୍ଚଳ ଦିଘାରେ ରହି ଯୁବକ କାମ କରୁଥିଲେ। ଫେସ୍‌ବୁକ୍‌ ଏବଂ ନମ୍ବର ଆଣି ହ୍ବାଟସ୍‌ଆପ୍‌ରେ ପ୍ରେମ ନିବେଦନ କରିଥିଲେ। ମାତ୍ର ଯୁବତୀ ଜଣକ ଏଥିରେ ରାଜି ନ ହେବାରୁ ଶେଷରେ ସେମାନଙ୍କୁ ଦୁର୍ବ୍ୟବହାର କରି ଆସୁଥିଲା ବୋଲି…

Read More

ରାଜସ୍ଥାନ : ରାଜସ୍ଥାନର ଭରତପୁରଠାରେ ଜଣେ 14 ବର୍ଷୀୟା ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ପରିଜନ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । କାମା ଥାନା ଅଞ୍ଚଳର ଏକ ଗ୍ରାମରେ ଏହି ଅଘଟଣ ଘଟିଛି । ଏଠାରେ ଶନିବାର ସନ୍ଧ୍ୟାରେ 14ବର୍ଷୀୟା ବାଳିକା କ୍ଷେତକୁ କାଠ ଆଣିବାକୁ ଯାଇଥିବାବେଳେ ଗ୍ରାମର ଦୁଇ ଯୁବକ ତାଙ୍କୁ ଜବରଦସ୍ତ ଧରି ନେଇଥିବାବେଳେ ଏକାନ୍ତ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ଚିତ୍କାର ଶୁଣି କିଛି ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ । ପୀଡ଼ିତାଙ୍କ ବାପା-ମା’ଙ୍କ ବୟାନ ଅନୁସାରେ ପୋଲିସ୍‌ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଇଛି । (ଏଜେନ୍ସି)

Read More

କାମାକ୍ଷାନଗର : ପ୍ରବାସୀଙ୍କୁ ହତ୍ୟା ଅଭିଯୋଗରେ ଏନ୍‌ଏଚ୍‌-53 ଅବରୋଧ କରିଛନ୍ତି । ପର୍ଜଙ୍ଗ ଥାନା ବଡଝରା ପାଖରେ  ପରିବାର ଲୋକେ ଏନଏଚ୍‌ ଅବରୋଧ କରିଛନ୍ତି । ହାଇଦ୍ରାବାଦରେ କାର୍ଯ୍ୟରତ ବଡଝରା ଗାଁରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ହାଇଦ୍ରାବାଦରୁ ଯୁବକଙ୍କ ମୃତଦେହ ଆସିବା ପରେ ଆମ୍ବୁଲାନ୍ସ ଅଟକାଇଥିଲେ। ଏହି ଘଟଣାରେ ପର୍ଜଙ୍ଗ ଥାନାରେ ଜଣେ ଅଟକ ରହିଥିବାବେଳେ ମୃତଦେହକୁ ପୋଲିସ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ବନ୍ୟା ପୀଡିତଙ୍କୁ ମହାଶକ୍ତି ଫାଉଣ୍ଡେସନ୍ (ସ୍ମାଟ୍ ପାୱାର ଇଣ୍ଡିଆ) ପକ୍ଷରୁ ଶନିବାର ଦିନ ରିଲିଫ୍ ବଣ୍ଟନ କରାଯାଇଛି। କୋଲର ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ ରାୟ ଓ ସମିତି ସଭ୍ୟ ରଞ୍ଜିତ ପାଲଙ୍କ ସହଯୋଗରେ ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ପାଖାପାଖି ଦୁଇଶହ ଲୋକଙ୍କୁ  ଶୁଖିଲା ରାସନ ସାମଗ୍ରୀ ଅଟା, ତେଲ, ସର୍ଫ,ଡିଆସିଲ୍,ସାବୁନ ଆଦି ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ମହାଶକ୍ତି ଫାଉଣ୍ଡେସନର ସିଇଓ ଯୁଗୋଳ କିଶୋର ପଟ୍ଟନାୟକ, ପ୍ରୋଜେକ୍ଟ ଡାଇରେକ୍ଟର ମୋହନ ବଳିଆର ସିଂହ,ପ୍ରୋଜେକ୍ଟ କୋଡିନେଟର ସ୍ମୃତି ରଂଜନ ଦାଶ ଓ ପ୍ରଶାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉକ୍ତ ପଞ୍ଚାୟତର ବନ୍ୟାପିଡିତଙ୍କୁ ଏହି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Read More

ନୂଆଦିଲ୍ଲୀ : ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍‌ । ବାଚନିକ ଭୋଟ୍‌ରେ କୃଷି ବିଲ୍‌ ରାଜ୍ୟସଭାରେ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲା। ବିରୋଧୀ ଦଳର ପ୍ରବଳ ହଙ୍ଗାମା ମଧ୍ୟରେ ଭୋଟିଂ ପରେ ଗୃହୀତ । ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି । ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିବସରେ ରାଜ୍ୟସଭାରେ ଆଜି କୃଷି ସମ୍ବନ୍ଧିତ ବିଧେୟକ ବିଲ୍‌ ପାସ୍‌ ହୋଇଛି ।ଉଚ୍ଚ ସଦନରେ ବିଲ୍‌ ଉପରେ ଚର୍ଚ୍ଚା କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍‌ ଉତ୍ତର ରଖିଥିଲେ । ତେବେ ଗୃହରେ ପ୍ରବଳ ହଟ୍ଟଗୋଳ ସତ୍ତ୍ବେ ଏହି ବିଲ୍‌ଟି ପାରିତ ହୋଇଛି । ବିଜେଡି ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲା । ଆଜି କୃଷି ବିଧେୟକ ପାରିତ ହେବା ପରେ ଗୃହକୁ ଆସନ୍ତା କାଲି ସକାଳ 9ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

Read More

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସିଛି । ଅଭିନେତ୍ରୀ ପାୟଲ ଘୋଷ ଏଭଳି ଅଭିଯୋଗ ଆଣିଛନ୍ତି । ଟ୍ୱିଟ କରି ପାୟଲ ଏହି ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି। ଅପରପକ୍ଷରେ ଅଭିନେତ୍ରୀ ପାୟଲ ଘୋଷଙ୍କ ଅଭିଯୋଗ ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ପ୍ରତିକ୍ରିୟା ରଖିଛନ୍ତି ।  ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଅସଦାଚରଣ କରିଥିବା ପାୟଲ ଅଭିଯୋଗ କରିଛନ୍ତି । ତେବେ ସେ ତାଙ୍କ ପାଖକୁ ଏନେଇ ଗୋଟିଏ ଅଭିଯୋଗ ପଠାଇବା ପାଇଁ କହିଛି । ଏହାକୁ ନେଇ ପୁଲିସରେ ମଧ୍ୟ ଅଭିଯୋଗ କରିବାକୁ ପଡ଼ିବ ବୋଲି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି । ତେବେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗ କାଶ୍ୟପ । ଏନେଇ ଶନିବାର ବିଳମ୍ବିତ ରାତିରେ ଅନୁରାଗ କଶ୍ୟପ ମଧ୍ୟ ନିଜ…

Read More

ଦିଲ୍ଲୀ : ରାସ୍ତାକଡରୁ ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ଏହାକୁ ନେଇ ଚାଞ୍ଚଲ୍ୟ ସୃ୍ଷ୍ଟି ହୋଇଛି । ଦିଲ୍ଲୀର ସିନ୍ଧୁ ବର୍ଡରର କିଛି ଦୂରରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ଏହାକୁ ନେଇ ହଡକମ୍ପ ସୃଷ୍ଟି ହୋଇଛି । ପୋଲିସ୍‌ ଶବକୁ ଉଦ୍ଧାର କରିବା ସହିତ ଯାଞ୍ଚରେ ଲାଗିପଡିଛି । ଉକ୍ତ ରାସ୍ତାରେ ଜଣେ ବ୍ୟକ୍ତି ଯାଉଥିବାବେଳେ ଅର୍ଦ୍ଧଦଗ୍ଧ ଶବକୁ ଦେଖି ପୋଲିସ୍‌ରେ ଖବର ଦେଇଥିଲେ । ଏହାପରେ ପୋଲିସ୍‌ ମୃତକଙ୍କ ପରିଚୟ ଖୋଜିବାରେ ବ୍ୟସ୍ତ ରହିଥିବାବେଳେ ସିସିଟିଭ୍‌ ଫୁଟେଜ୍‌କୁ ମଧ୍ୟ ଚେକ୍‌ କରୁଛି ।ତେବେ ଶବଟି ଜଳଯିବା ପରେ ଏତେ କ୍ଷତିଗ୍ରସ୍ତ ହୋଇଛି ଯେ, ଚିହ୍ନିବା ମୁସ୍କିଲ୍‌ ହୋଇପଡିଛି । ଶବ ମିଳିଥିବା ସ୍ଥାନରେ ଟିକିଏ ଦୂରରେ ସ୍ପୋର୍ଟସ୍‌ ସ୍କୁଲ ଓ ୟୁନିଭର୍ସିଟି ରହିଛି । ପୋଲିସ୍‌ ଏବେ ଏହି ଅର୍ଦ୍ଧଦଗ୍ଧ ଶବକୁ ନେଇ ତଦନ୍ତରେ ଲାଗିପଡିଛି । (ଏଜେନ୍ସି)

Read More

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ସୁରଖୀ ଥାନା କ୍ଷେତ୍ରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା ସ୍ତ୍ରୀ ନିଜ ସ୍ବାମୀ ଉପରେ ହତ୍ୟା କରିବାର ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କର ସ୍ବାମୀ ତେଲ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇଥିବା ଅଭିଯୋଗ ରହିଛି । ମହିଳା ଜଣକ 80 ପ୍ରତିଶତ ଜଳି ଯାଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ପୀଡ଼ିତା ମହିଳା ସୁରଭି ପଟେଲ୍‌ଙ୍କ ହସ୍ପିଟାଲରୁ ଏନେଇ ଏକ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଏହି ଭିଡିଓରେ ମହିଳା ଜଣକ ନିଜ ସ୍ବାମୀଙ୍କ ଉପରେ ହତ୍ୟା ଅଭିଯୋଗ କରିଛନ୍ତି । ଗୋଟିଏ ରୁମ୍‌ରେ ତାଙ୍କୁ ବନ୍ଦ କରି ତାଙ୍କ ସ୍ବାମୀ ପ୍ରଚୁର ମାଡ ମାରିବା ସହିତ ତେଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ କରିଛନ୍ତି ମହିଳା ଜଣକ । ଏହା ସହିତ ତାଙ୍କ ସ୍ବାମୀ…

Read More

ଭୁବନେଶ୍ବର, ଆଜି ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରିଛି ବିଜୁ ଜନତା ଦଳ। ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ସରକାର ଏହି ବିଲକୁ ସିଲେକ୍ଟ କମିଟ ପଠାଇ କିଛି ପରିବର୍ତ୍ତନ କରନ୍ତୁ। ସେ କହିଛନ୍ତି ଯେ, ଏହି ବିଲରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷିଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଏହି ବିଲରେ ଯାହା ରହିଛି ତାହା ଏହି ଚାଷିଙ୍କ ସୁରକ୍ଷା ଓ ଆର୍ଥିକ ଦୃଷ୍ଟିରୁ ପର୍ଯ୍ୟାପ୍ତ ହେବ ନାହିଁ। ସେଥିପାଇଁ ସରକାର ବିଲରେ କିଛି ପରିବର୍ତ୍ତନ ପାଇଁ ସିଲେକ୍ଟ କମିଟକୁ ପଠାନ୍ତୁ। ଏହି କାରଣରୁ ବିଜେଡି ଏହି ବିଲକୁ ବିରୋଧ କରୁଛି ବୋଲି ଗୃହକୁ ଅବଗତ କରାଇଥିଲେ ଅମର। ଅମର ଏହି ବିଲ ସଂପର୍କରେ ପ୍ରାୟ ଆଠ ମିନଟ ଧରି ତାଙ୍କର ବକ୍ତବ୍ୟ ରଖିଥିଲେ। ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସହଯୋଗ କରିଥିଲା। ହେଲେ ଏବେ କୃଷି ବିଲକୁ ବିରୋଧ…

Read More

ଶାହାଜହାଁପୁର : ୟୁପିରେ ଏବେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଏଠାରେ ଚୋରି, ହତ୍ୟାକାଣ୍ଡ, ଦୁଷ୍କର୍ମ ପରି ଘଟଣାମାନ ଦେଖିବାକୁ ମିଳିଛି ।  ୟୁପିର ଶାହଜାହାଁପୁର ଜିଲ୍ଲାରେ ତିନି ଦିନ ଭିତରେ ତିନୋଟି ହତ୍ୟା ହୋଇ ଚାଞ୍ଚଲ୍ୟ ଖେଳି ଯାଇଛି । ଦିନ ଦ୍ବିପ୍ରହରରେ 10 ବର୍ଷୀୟ ନିରୀହ ଶିଶୁର ହତ୍ୟା କରାଯାଇ ଆଖୁ କ୍ଷେତରେ ଫୋପାଡି ଦିଆଯାଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରୋଜା କ୍ଷେତ୍ର ପିପିରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ରହୁଥିବା ଜଣେ 10 ବର୍ଷୀୟ ଶିଶୁ ନିଲେଶ୍‌ର ମୃତଦେହ ଆଖୁ କ୍ଷେତରୁ ଉଦ୍ଧାର ହୋଇଛି । ନିଲେଶର ମା’ ଉର୍ମିଳା କହିଛନ୍ତି ଯେ, ଗ୍ରାମର ବାହାରେ ଏକ ଅଶ୍ବତ୍ଥ ବୃକ୍ଷ ପାଖରେ ଗ୍ରାମର ସମସ୍ତ ଗାଈ ଓ ବଳଦ ବନ୍ଧା ହୁଅନ୍ତି । ନିଲେଶ ମଧ୍ୟ ସେଠାରେ ତାଙ୍କର ବଳଦକୁ ବାନ୍ଧି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 10 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଓ ପୁରୀ ଜିଲ୍ଲାରୁ ସର୍ବାଧିକ 2 ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 701କୁ ବୃଦ୍ଧି ହୋଇଛି । ପୁରୀଜଣେ 60 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 54 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।  କଟକରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 62 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 84 ବର୍ଷୀୟ ପୁରୁଷ ଆକ୍ରାନ୍ତ ବୋଲି ସୂଚନା ରହିଛି। ବଲାଙ୍ଗିରରୁ 40 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 65 ବର୍ଷୀୟ ପୁରୁଷ, ଖୋର୍ଦ୍ଧା ଜିଲ୍ଲାରୁ 92 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 80 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି…

Read More

ଭୁବନେଶ୍ବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ତିନି ଦିନ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ 7ଟି ଜିଲ୍ଲା ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଆସନ୍ତା କାଲି ପାଇଁ 10ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ବର,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ପ୍ରାୟ ସବୁ ସ୍ଥାନ ଓ 22 ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହାସହ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 330କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2556ଜଣ ଚିହ୍ନଟ ହୋଇଥିବାବେଳେ 1774ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 79ହଜାର880କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର469ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 41ହଜାର 657ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 682ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 330ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 644ଜଣ ଚିହ୍ନଟ ହୋଇଥିବାବେଳେ…

Read More

ପୁରୀ : ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ଘଟିଛି । ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 65ବର୍ଷ ହୋଇଥିଲା।ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଶ୍ରୀ ଦାସମହାପାତ୍ର ପୂର୍ବରୁ ଦୀର୍ଘ ଦିନ ଧରି ଦଇତାପତି ନିଯୋଗର ସଂପାଦକ ଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀ ଦାସମହାପାତ୍ର କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ତିନି ଦିନ ତଳେ ଡିସଚାର୍ଜ ହୋଇଥିଲେ। ଏହାପରେ ସେ ଘରେ ସଙ୍ଗରୋଧରେ ଥିଲେ।

Read More