Author: Samikhsya Bureau

ମହାରାଷ୍ଟ୍ର : ମହାରାଷ୍ଟ୍ରର ଭିଓ୍ବଣ୍ଡିରେ ଏକ ଅଘଟଣ ଘଟିଯାଇଛି । ଏଠାରେଏକ ତିନିମହଲା କୋଠା ଭୁଶୁଡି ପଡିଛି ।  କୋଠା ଭୁଶୁଡିବା ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନାରହିଛି । ସକାଳ ସକାଳୁ ଏହି ଦୁର୍ଘଟଣା ଘଟିଥିବାବେଳେ ଏହି ଦୁର୍ଘଟଣାରେ 11 ଜଣ ଆହତ ହୋଇଥିବାବେଳେ 20 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ କୋଠାର ଭଗ୍ନାବଶେଷରେ ଅନେକ ଲୋକ ଚାପି ହୋଇ ରହିଥିବାର ସନ୍ଦେହ କରାଯାଉଛି । 1984 ମସିହାରେ ନିର୍ମିତ ହୋଇଥିବା ଜିଲାନୀ ଆପାର୍ଟମେଣ୍ଟର ଏକ ଘରର ଅଧା ଅଂଶ ବିଳମ୍ବିତ ରାତ୍ରିରେ ଭୁଶୁଡି ପଡିଥିଲା । ଏହି ବିଲିଡିଂରେ ମୋଟ୍‌ 40ଟି ଫ୍ଲାଟ୍‌  ରହିଥିବାବେଳେ ଏହି ବିଲିଡିଂରେ 150ରୁ ଅଧିକ ଲୋକେ ରହୁଥିବାର ସୂଚନା ରହିଛି ।  (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ କରୋନା ପ୍ରକୋପ ଜାରି ରହିଛି । ସଂକ୍ରମଣ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।  ରାଜ୍ୟରେ ଗତ 24 ଘଣ୍ଟାରେ 47 ହଜାର 758 କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି ।  ସେଥିମଧ୍ୟରୁ 7 ହଜାର 658ଟି ଆରଟିପିସିଆର ଟେଷ୍ଟ ହୋଇଥିବାବେଳେ 40 ହଜାର 010ଟି ଆଣ୍ଟିଜେନ୍‌ ଟେଷ୍ଟ ହୋଇଛି । ସେହିପରି 90ଟି ଟ୍ରୁନୁଟ୍‌ ପରୀକ୍ଷା ହୋଇଛି । ରାଜ୍ୟରେ କରୋନା ଟେଷ୍ଟ ସଂଖ୍ୟା ବଢୁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ସେହିପରି ରାଜ୍ୟରେ ଆରୋଗ୍ୟ ହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

Read More

ନୂଆଦିଲ୍ଲୀ, ଆଜି ରାଜ୍ୟସଭାର ଆଠ ଜଣ ସାଂସଦଙ୍କୁ ଅଧ୍ୟକ୍ଷ ଏମ ଭେଙ୍କେୟାନାଇଡୁ ନିଳମ୍ବିତ କରିଛନ୍ତି।ସେମାନେ ଗତକାଲି ଗୃହରେ କୃଷି ବିଲ୍ ଆଗତ ବେଳେ ଉପାଧ୍ୟକ୍ଷଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିଥିଲେ। ନିଳମ୍ବିତ ସାଂସଦ ହେଲେ  ଦିରିକ ଓବ୍ରିଏନ, ସଂଜୟ ସିଂ, ରାଜୁ ସାତ୍ତାଭ,କେକେ ରାଗେଶ, ରିପୁନ ବୋରା,ଦୋଳ ସେନ, ସଏଦ ନାଜିର ହୁସେନ ଏବଂ ଏଲାମାରାନ କରିମ। ଏମାନଙ୍କୁ ଏକ ସପ୍ତାହ ପାଇଁ ନିଳମ୍ବିତ କରାଗଲା ବୋଲି ଅଧ୍ୟକ୍ଷ ଘୋଷଣା କରିଥିଲେ। ଏହି ନିଳମ୍ବିନ ଆଦେଶ ଘୋଷଣା ହେଉଥିବା ବେଳେ ସାଂସଦ ଦିରିକ ଓବ୍ରିଏନ ତାଙ୍କ ଆସନରେ ଛିଡା ହୋଇ ପାଟି କରୁଥିଲେ। ଅଧ୍ୟକ୍ଷ ଭେଙ୍କେୟାନାଇଡୁ ତାଙ୍କୁ ତୁରନ୍ତ ଗୃହ ଭିତରୁ ବାହାରିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Read More

ଭୁବନେଶ୍ୱର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷତ କରିଛନ୍ତି। ଏହି ଅବସରରେ ଅପରାଜିତା 3ଟି ଆସୋସିଏସନ Odisha-UCO Bank Retirees, EPF Pensioners and NABARD Retired employees, ର ବିଭିନ୍ନ ସମସ୍ୟା ବିଷୟରେ ବିଶେଷ ଆଲୋଚନା କରିଛନ୍ତି। ଏମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅପରାଜିତା ସୀତାରମଣଙ୍କୁ ଅନୁରୋଧ କରିଥିଲେ। ବିତ୍ତ ମନ୍ତ୍ରଣାଳୟ ଏହି ସମସ୍ୟା ଗୁଡିକ ସମାଧାନ ଦିଗରେ ଆବଶକୀୟ ପଦକ୍ଷେପ ନେବ ବୋଲି ଅପରାଜିତା ଆଶା ରଖିଛନ୍ତି।

Read More

ନୂଆଦିଲ୍ଲୀ, କ୍ରମାଗତ ଭାବେ ଦୁଇ ଦିନ ପାଇଁ ଭାରତରେ ୯୪,୦୦୦ରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪,୬୧୨ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩ ଲକ୍ଷ (୪୩,୦୩,୦୪୩) ଅତିକ୍ରମ କରିଛି। ଏହାଦ୍ୱାରା ଆରୋଗ୍ୟ ହାର ୭୯.୬୮% ଛୁଇଁଛି । ମୋଟ ସୁସ୍ଥ ରୋଗୀଙ୍କ ମଧ୍ୟରୁ ୬୦ ପ୍ରତିଶତ ପାଞ୍ଚଟି ରାଜ୍ୟରୁ ଯଥା – ମହାରାଷ୍ଟ୍ର, କର୍ଣ୍ଣାଟକ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ । ଦେଶର ନୂତନ ଆରୋଗ୍ୟ ମାମଲାଙ୍କ ମଧ୍ୟରୁ ୨୩,୦୦୦ରୁ ଅଧିକ ସଂଖ୍ୟାକୁ ନେଇ ମହାରାଷ୍ଟ୍ର ଆଗରେ ଥିବା ବେଳେ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ଉଭୟେ ଦିନିକିଆ ଆରୋଗ୍ୟ ଲାଭରେ ୧୦,୦୦୦ରୁ ଅଧିକ ଯୋଗଦାନ ଦେଇଛନ୍ତି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୯୨,୬୦୫ ନୂତନ ସଂକ୍ରମିତ ମାମଲା ନଜରକୁ ଆସିଛି । ଦେଶର ଏହି ନୂତନ ସଂକ୍ରମିତ ମାମଲାଙ୍କ…

Read More

ଭୁବନେଶ୍ବର: ସଂସଦରେ ଆଗତ କୃଷିସଂକ୍ରାନ୍ତ ବିଧେୟକକୁ ସାରା ଦେଶର କୃଷକ ସଂସଦ ବାହାରେ ଓ ସଂସଦ ଭିତରେ ବିରୋଧୀ ଦଳ ଓ ଏନଡିଏର ଅଂଶୀଦାର ଦଳ ବିରୋଧ ଜାରି ରଖିଥିବାବେଳେ କେନ୍ଦ୍ର ସରକାର ଏହାକୁ ଭୃକ୍ଷେପ ନକରି ବିଧେୟକକୁ ଆଗତ କରିଛି। କେନ୍ଦ୍ର ସରକାର ରାଜ୍ୟସଭାରେ ମଧ୍ୟ ଲୋକସଭା ଭଳି ବାଚନିକ ଭୋଟ ବଳରେ ଆଗତ ହୋଇଥିବା କୃଷି ସମ୍ପର୍କିତ ୩ଟି ବିଧେୟକକୁ ଗୃହୀତ କରାଇଛନ୍ତି। କୃଷି ଉତ୍ପାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ବିଧେୟକ ୨୦୨୦, କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ମୂଲ୍ୟଧାର୍ଯ୍ୟ ଓ କୃଷିସେବା ବିଧେୟକ ୨୦୨୦ ଏଵଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ୨୦୨୦ ବାଦ ବିବାଦ ମଧ୍ୟରେ ଶୁକ୍ରବାର ଦିନ ଲୋକସଭାରେ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଅଣଦେଖା କରି କର୍ପୋରେଟ ଜଗତର ସ୍ଵାର୍ଥ ଲାଗି ନିରୀହ ଗରୀବ କୃଷକମାନଙ୍କ ଜୀବନ ଓ ଜୀବିକାକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛଘୁଞ୍ଚା…

Read More

କନ୍ଦର୍ପ ବେହେରା ରେଢାଖୋଲ: ବନ ସଂରକ୍ଷଣ ସମିତି ରଖିଥବା ଜଙ୍ଗଲକୁ ନେଇ ଡଇଁଚା ଓ ହିନ୍ତରାଇ ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଡଇଁଚା ଗ୍ରାମବାସୀ ଡିଏଫ୍‌ଓଙ୍କ ଠାରେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ଡଇଁଚା ଗ୍ରାମରେ ଗତ ଅପ୍ରେଲ ମାସ ଠାରୁ ଏକ ବନ ସଂରକ୍ଷଣ ସମିତି ଗଠନ କରାଯାଇ ନିକଟସ୍ଥ ବଡଝରଣ ସଂରକ୍ଷିତ ଜଙ୍ଗଲକୁ ଜଗି ଆସୁଛନ୍ତି। ଅନୁଗୋଳ ଅଂଚଳରୁ ଆସି ଡଇଁଚା ଗ୍ରାମ ନିକଟରେ ବସତି ସ୍ଥାପନ କରି ରହିଥିବା ହିନ୍ତରାଇ ଗ୍ରାମବାସୀ ସେ ଜଙ୍ଗଲକୁ ଡଇଁଚା ଗ୍ରାମବାସୀ ରଖିଥିବାରୁ ଆମ୍ଭ ଗ୍ରାମବାସୀ ଅସୁବିଧା ପାଉଛୁ ବୋଲି ଡିଏଫ୍‌ଓଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। ହିନ୍ତରାଇ ଗ୍ରାମବାସୀର କେତେଜଣ ବ୍ୟକ୍ତି ପ୍ରତିବର୍ଷ ସେଇ ଜଙ୍ଗଲକୁ କାଟି ବାହାର ଜିଲ୍ଲାକୁ ବେପାର କରିଆସୁଥିଲେ। ଡଇଁଚା ବନ ସଂରକ୍ଷଣ ସମିତି ଜଙ୍ଗଲକୁ ପ୍ରତ୍ୟେକ ଦିନ ଜଗି ଆସୁଥିବାରୁ ସେମାନେ ସେଇ ଜଙ୍ଗଲରୁ କାଠ ଆଣି ନ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୮୪୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୭୪, ବାଲେଶ୍ବରରୁ ୧୯୪, କେନ୍ଦ୍ରାପଡାରୁ ୧୩୯, ସୋନପୁରରୁ ୧୩୬, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୧୨୦, ଅନୁଗୁଳରୁ ୧୧୬, ରାୟଗଡାରୁ ୧୧୩, ଝାରସୁଗୁଡାରୁ ୧୧୧, ଭଦ୍ରକରୁ ୧୦୪, ବରଗଡରୁ ୯୫, ସମ୍ବଲପୁରରୁ ୯୦, ସୁନ୍ଦରଗଡରୁ ୯୦, କୋରାପୁଟରୁ ୮୮, ମୟୂରଭଞ୍ଜରୁ ୮୩, ନୂଆପଡାରୁ ୭୭, କନ୍ଧମାଳରୁ ୭୫, ନବରଙ୍ଗପୁରରୁ ୭୧, ଢେଙ୍କାନାଳରୁ ୬୭, ଗଞ୍ଜାମରୁ ୬୭, ନୟାଗଡରୁ ୬୦, କେନ୍ଦୁଝରରୁ ୫୭, ବଲାଙ୍ଗିରିରୁ ୪୬, କଳାହାଣ୍ଡିରୁ ୪୨, ବୌଦ୍ଧରୁ ୩୪, ମାଲକାନଗିରିରୁ ୩୩, ଦେବଗଡରୁ ୧୭, ଗଜପତିରୁ ୧୫, ଷ୍ଟେଟ ପୁଲରୁ ୨୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 305 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 305 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ 90 ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍‌ କେସ୍‌ 218ଟି ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 107 ଜଣଙ୍କ ମଧ୍ୟରେ ସିଆରପିଏଫ୍‌ କ୍ୟାମ୍ପସ୍‌ରୁ 20 ଜଣ, ପାତ୍ରପଡାରୁ 7ଜଣ, ନୟାପଲ୍ଲୀରୁ 4 ଜଣ ରହିଛନ୍ତି । 218 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ସିଆରପିଏଫ୍‌ କ୍ୟାମ୍ପସ୍‌ରୁ 18 ଜଣ ରହିଥିବାବେଳେ ଡୁମୁଡୁମାରୁ 6 ଜଣ ରହିଛନ୍ତି, ଘରୋଇ ହସ୍ପିଟାଲର 5 ଜଣ କର୍ମଚାରୀ ରହିଥିବାବେଳେ ପାତ୍ରପଡାରୁ 11 ଜଣ ରହିଥିବାବେଳେ ଶୈଳଶ୍ରୀ ବିହାରରୁ 5ଜଣ ରହିଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 384 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 18 ହଜାର 592ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 14 ହଜାର 436ରେ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତରେ ବନ୍ୟା ପିଡିତଙ୍କ ପାଇଁ ଆସିଥିବା ରିଲିଫ୍ ବଣ୍ଟନରେ ଅନିୟମିତତା ଅଭିଯୋଗ କରି  ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରେ ବସିବା ସହିତ ବିଡିଓଙ୍କୁ ଅଭିଯୋଗ କରାଯାଇଛି। ଉକ୍ତ ପଞ୍ଚାୟତକୁ ବନ୍ୟାପିଡୀତଙ୍କ ପାଇଁ ଆସିଥିବା ୫୦କେଜି ଚାଉଳ ଓ ୫ଶହ ଟଙ୍କା ବଣ୍ଟନରେ ଅନିୟମିତତା କରାଯାଇଥିବା ଅଭିଯୋଗ କରି ବିଜେପିର ସଭାନେତ୍ରୀ ନମିତା ସେନାପତି ଓ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶଙ୍କ ନେତୃତ୍ୱରେ ବଡଜିଙ୍ଗଲ ଗ୍ରାମ ୧୪ନଂ ୱାର୍ଡର ଶତାଧିକ ମହିଳା ଶନିବାର ଦିନ ପଞ୍ଚାୟତ ଅଫିସ୍ ସମ୍ମୁଖରେ ରାସ୍ତାରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଶନିବାର ଦିନ ବ୍ଲକ କାର୍ଯ୍ୟାଳୟ ଛୁଟି ଯୋଗୁଁ ଧାରଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ନପହଞ୍ଚିବାରୁ ବହୁସମୟ ଧାରଣା ଦେବାପରେ ମହିଳାମାନେ ଧାରଣାଭଙ୍ଗ କରିଥିଲେ। ସେହିପରି ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତର ଆଉକିଛି ଲୋକ ଉକ୍ତ ଘଟଣାର ଲିଖିତ ଅଭିଯୋଗ…

Read More

ଭୁବନେଶ୍ବର : ହୋମ ଆଇସୋଲେସନ୍‌ ସଚେତନ କରିବା ପାଇଁ ସରକାର ସତର୍କତା ଜାରି କରିଛନ୍ତି । ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ସ୍ବତନ୍ତ୍ର ସଚିବ ଡା. ଅଜିତ୍‌ ମହାନ୍ତି ଏନେଇ ସୂଚନା କହିଛନ୍ତି । ହୋମ ଆଇସୋଲେସନ୍‌ରେ ରହି କିପରି ଚିକିତ୍ସିତ ହେବ ଜଣାଇଛନ୍ତି । ନିଜ ଅଭିଜ୍ଞତାରୁ କ’ଣ କଣ କରିବେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ସଚିବ । ସଂକ୍ରମିତ ବ୍ୟକ୍ତି ପରିବାର ସଦସ୍ୟଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ରହିବା ଉଚିତ୍‌ ବୋଲି ଜଣାଇଛନ୍ତି  ଡ. ମହାନ୍ତି । ସେହିପରି ଘରେ ଯଦି ଗର୍ଭବତୀ, ବୟସ୍କ ଓ ଛୋଟ ପିଲା ରହିଛନ୍ତି ତେବେ ସେମାନଙ୍କଠୁ ଦୂରରେ ରୁହନ୍ତୁ ଅଥବା ତାଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । ସେହିପରି ସଂକ୍ରମିତ ବ୍ୟକ୍ତି ଦିନକୁ 2/3 ଥର ତାପମାତ୍ରା ମାପି ଏନେଇ ଧାର୍ଯ୍ୟ ନମ୍ବରରେ ଫୋନ୍‌ କରିବାକୁ ସୂଚନା ଦେଇଛନ୍ତି ଡା. ଅଜିତ୍‌ । ସରକାର ଦେଇଥିବା ଔଷଧ ସହ ଅଧିକ ପାଣି ପିଇବା…

Read More

ବଣାଇ : ଗୁରୁଣ୍ଡିଆ ବାଦଲଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।  ଏଠାରେ ଜଳପ୍ରପାତରେ ବୁଡି ଦୁଇ ଯୁବକ  ନିଖୋଜ ହୋଇଥିବାର ସୂଚନା ରହିଛି । ନିଖୋଜ ଯୁବକ ହେଉଛନ୍ତି ରାଉରକେଲାର ସାଇସ୍ବରୂପ ମହାନ୍ତି ଓ ଅନିମେଶ ସିହ୍ନା। 4ଟି ସ୍କୁଟିରେ 8ଜଣ ଯୁବକ କୋଏଲ ନଗରରୁ ବୁଲି ଆସିଥିଲେ । ନିଖୋଜ ଯୁବକଙ୍କୁ ଖୋଜିବା କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ରହିଛନ୍ତି ।

Read More

ଭୁବନେଶ୍ବର : ଆଜି ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ସତ୍ତ୍ବେ କୃଷି ବିଲ୍‌ ପାସ୍‌ ହୋଇଛି । ବିଜେଡି ଏହି ବିଲ୍‌କୁ ବିରୋଧ କରିଥିବାବେଳେ ବିଜେଡିରେ ଏହି ବିରୋଧକୁ ନେଇ ଉଭୟ ବିରୋଧୀ ଦଳ ଟାର୍ଗେଟ୍‌ କରିଛନ୍ତି । ବିଜେପି ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହୁଥିବାବେଳେ କଂଗ୍ରେସ ଏହାକୁ ବିଜେଡିର ଏକ ଡ୍ରାମା ବୋଲି କହିଛି । ବିଜେଡିର ଏହି ବିରୋଧକୁ ନେଇ ବିଜେପି ସାଂସଦ ସୁରେଶ ପୂଜାରୀ ଟାର୍ଗେଟ୍‌ କରିଛନ୍ତି । ବିଜେଡିର ଏହି ବିରୋଧ ପଛରେ ସିବିଆଇ ରେଡ୍‌ ରହିଛି ବୋଲି କହିଛନ୍ତି ପୂଜାରୀ। ସିବିଆଇ ଚିଟ୍‌ଫଣ୍ଡ ମାମଲାରେ କିଛି ଏମଏଲ୍‌ଏଙ୍କ ଘର ରେଡ୍‌ କରିଛି । ବିଜେଡି ଭାବୁଥିଲା ତାକୁ ଚିଟ୍‌ଫଣ୍ଡ୍‌ରୁ ରକ୍ଷା କଲେ, ସେ ସମର୍ଥନ ଦେବେ । କିନ୍ତୁ ବିଜେପି ବେପାର କରେନି, ଆଇନ୍‌ ତା’ ବାଟରେ ଯିବ ବୋଲି କହିଛନ୍ତି ଶ୍ରୀ ପୂଜାରୀ। ଅପରପକ୍ଷରେ ବିଲ୍‌ ପାରିତ…

Read More

ଜଳେଶ୍ବର : ଫେସ୍‌ବୁକ୍‌ ଓ ହ୍ବାଟସ୍‌ଆପ୍‌ରେ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା। ପ୍ରେମ ନିବେଦନ କରି ଦୁର୍ବ୍ୟବହାର କରିଥିବା ଯୋଗୁଁ ଯୁବକଙ୍କୁ ନିର୍ଧୂମ ମାଡ । ନୂଆବଜାର ଟାଉନ୍‌ ହାଇସ୍କୁଲ ପାଖରେ ଯୁବକଙ୍କୁ ଛେଚିଲେ ତିନି ଯୁବତୀ । ଫେସ୍‌ବୁକରେ ଚାଟିଂ କରି ବହୁ ଯୁବତୀଙ୍କୁ ପ୍ରେମରେ ଫସାଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ହ୍ବାଟସ୍‌ଆପ୍‌ ଏବଂ ଫେସ୍‌ବୁକ୍‌ରେ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ। ଖାଲି ସେତିକି ନୁହେଁ ସୋସିଆଲ ମିଡିଆ ଜରିଆରେ ଏହି ଯୁବକ ଜଣଙ୍କ ଯୁବତୀଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି।ଏହି ଘଟଣାରେ ତିନି ଯୁବତୀ ମିଶି ଯୁବକଙ୍କୁ ନିର୍ଧୁମ ଛେଚିଲେ।ବାଲେଶ୍ବର ଅଞ୍ଚଳ ଦିଘାରେ ରହି ଯୁବକ କାମ କରୁଥିଲେ। ଫେସ୍‌ବୁକ୍‌ ଏବଂ ନମ୍ବର ଆଣି ହ୍ବାଟସ୍‌ଆପ୍‌ରେ ପ୍ରେମ ନିବେଦନ କରିଥିଲେ। ମାତ୍ର ଯୁବତୀ ଜଣକ ଏଥିରେ ରାଜି ନ ହେବାରୁ ଶେଷରେ ସେମାନଙ୍କୁ ଦୁର୍ବ୍ୟବହାର କରି ଆସୁଥିଲା ବୋଲି…

Read More

ରାଜସ୍ଥାନ : ରାଜସ୍ଥାନର ଭରତପୁରଠାରେ ଜଣେ 14 ବର୍ଷୀୟା ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବାର ଘଟଣା ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ପରିଜନ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍‌ରେ ଏତଲା ଦେଇଛନ୍ତି । କାମା ଥାନା ଅଞ୍ଚଳର ଏକ ଗ୍ରାମରେ ଏହି ଅଘଟଣ ଘଟିଛି । ଏଠାରେ ଶନିବାର ସନ୍ଧ୍ୟାରେ 14ବର୍ଷୀୟା ବାଳିକା କ୍ଷେତକୁ କାଠ ଆଣିବାକୁ ଯାଇଥିବାବେଳେ ଗ୍ରାମର ଦୁଇ ଯୁବକ ତାଙ୍କୁ ଜବରଦସ୍ତ ଧରି ନେଇଥିବାବେଳେ ଏକାନ୍ତ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ଚିତ୍କାର ଶୁଣି କିଛି ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ । ପୀଡ଼ିତାଙ୍କ ବାପା-ମା’ଙ୍କ ବୟାନ ଅନୁସାରେ ପୋଲିସ୍‌ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ପୀଡ଼ିତାଙ୍କର ଡାକ୍ତରୀ ପରୀକ୍ଷା କରାଇଛି । (ଏଜେନ୍ସି)

Read More

କାମାକ୍ଷାନଗର : ପ୍ରବାସୀଙ୍କୁ ହତ୍ୟା ଅଭିଯୋଗରେ ଏନ୍‌ଏଚ୍‌-53 ଅବରୋଧ କରିଛନ୍ତି । ପର୍ଜଙ୍ଗ ଥାନା ବଡଝରା ପାଖରେ  ପରିବାର ଲୋକେ ଏନଏଚ୍‌ ଅବରୋଧ କରିଛନ୍ତି । ହାଇଦ୍ରାବାଦରେ କାର୍ଯ୍ୟରତ ବଡଝରା ଗାଁରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ହାଇଦ୍ରାବାଦରୁ ଯୁବକଙ୍କ ମୃତଦେହ ଆସିବା ପରେ ଆମ୍ବୁଲାନ୍ସ ଅଟକାଇଥିଲେ। ଏହି ଘଟଣାରେ ପର୍ଜଙ୍ଗ ଥାନାରେ ଜଣେ ଅଟକ ରହିଥିବାବେଳେ ମୃତଦେହକୁ ପୋଲିସ୍‌ ଜବତ କରି ତଦନ୍ତ ଆରମ୍ଭ କରିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତର ବନ୍ୟା ପୀଡିତଙ୍କୁ ମହାଶକ୍ତି ଫାଉଣ୍ଡେସନ୍ (ସ୍ମାଟ୍ ପାୱାର ଇଣ୍ଡିଆ) ପକ୍ଷରୁ ଶନିବାର ଦିନ ରିଲିଫ୍ ବଣ୍ଟନ କରାଯାଇଛି। କୋଲର ପଞ୍ଚାୟତର ସରପଞ୍ଚ ଦିପ୍ତିମୟୀ ରାୟ ଓ ସମିତି ସଭ୍ୟ ରଞ୍ଜିତ ପାଲଙ୍କ ସହଯୋଗରେ ମହାଶକ୍ତି ଫାଉଣ୍ଡେସନ୍ ପକ୍ଷରୁ ପାଖାପାଖି ଦୁଇଶହ ଲୋକଙ୍କୁ  ଶୁଖିଲା ରାସନ ସାମଗ୍ରୀ ଅଟା, ତେଲ, ସର୍ଫ,ଡିଆସିଲ୍,ସାବୁନ ଆଦି ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିରେ ମହାଶକ୍ତି ଫାଉଣ୍ଡେସନର ସିଇଓ ଯୁଗୋଳ କିଶୋର ପଟ୍ଟନାୟକ, ପ୍ରୋଜେକ୍ଟ ଡାଇରେକ୍ଟର ମୋହନ ବଳିଆର ସିଂହ,ପ୍ରୋଜେକ୍ଟ କୋଡିନେଟର ସ୍ମୃତି ରଂଜନ ଦାଶ ଓ ପ୍ରଶାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉକ୍ତ ପଞ୍ଚାୟତର ବନ୍ୟାପିଡିତଙ୍କୁ ଏହି ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Read More

ନୂଆଦିଲ୍ଲୀ : ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍‌ । ବାଚନିକ ଭୋଟ୍‌ରେ କୃଷି ବିଲ୍‌ ରାଜ୍ୟସଭାରେ ପାରିତ ହୋଇଛି । ପୂର୍ବରୁ ଲୋକସଭାରେ ପାରିତ ହୋଇଥିଲା। ବିରୋଧୀ ଦଳର ପ୍ରବଳ ହଙ୍ଗାମା ମଧ୍ୟରେ ଭୋଟିଂ ପରେ ଗୃହୀତ । ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି । ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିବସରେ ରାଜ୍ୟସଭାରେ ଆଜି କୃଷି ସମ୍ବନ୍ଧିତ ବିଧେୟକ ବିଲ୍‌ ପାସ୍‌ ହୋଇଛି ।ଉଚ୍ଚ ସଦନରେ ବିଲ୍‌ ଉପରେ ଚର୍ଚ୍ଚା କରି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର୍‌ ଉତ୍ତର ରଖିଥିଲେ । ତେବେ ଗୃହରେ ପ୍ରବଳ ହଟ୍ଟଗୋଳ ସତ୍ତ୍ବେ ଏହି ବିଲ୍‌ଟି ପାରିତ ହୋଇଛି । ବିଜେଡି ମଧ୍ୟ ଏହି ବିଲ୍‌କୁ ବିରୋଧ କରିଥିଲା । ଆଜି କୃଷି ବିଧେୟକ ପାରିତ ହେବା ପରେ ଗୃହକୁ ଆସନ୍ତା କାଲି ସକାଳ 9ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

Read More

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସିଛି । ଅଭିନେତ୍ରୀ ପାୟଲ ଘୋଷ ଏଭଳି ଅଭିଯୋଗ ଆଣିଛନ୍ତି । ଟ୍ୱିଟ କରି ପାୟଲ ଏହି ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି। ଅପରପକ୍ଷରେ ଅଭିନେତ୍ରୀ ପାୟଲ ଘୋଷଙ୍କ ଅଭିଯୋଗ ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ପ୍ରତିକ୍ରିୟା ରଖିଛନ୍ତି ।  ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଅସଦାଚରଣ କରିଥିବା ପାୟଲ ଅଭିଯୋଗ କରିଛନ୍ତି । ତେବେ ସେ ତାଙ୍କ ପାଖକୁ ଏନେଇ ଗୋଟିଏ ଅଭିଯୋଗ ପଠାଇବା ପାଇଁ କହିଛି । ଏହାକୁ ନେଇ ପୁଲିସରେ ମଧ୍ୟ ଅଭିଯୋଗ କରିବାକୁ ପଡ଼ିବ ବୋଲି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି । ତେବେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗ କାଶ୍ୟପ । ଏନେଇ ଶନିବାର ବିଳମ୍ବିତ ରାତିରେ ଅନୁରାଗ କଶ୍ୟପ ମଧ୍ୟ ନିଜ…

Read More

ଦିଲ୍ଲୀ : ରାସ୍ତାକଡରୁ ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ଏହାକୁ ନେଇ ଚାଞ୍ଚଲ୍ୟ ସୃ୍ଷ୍ଟି ହୋଇଛି । ଦିଲ୍ଲୀର ସିନ୍ଧୁ ବର୍ଡରର କିଛି ଦୂରରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ଏହାକୁ ନେଇ ହଡକମ୍ପ ସୃଷ୍ଟି ହୋଇଛି । ପୋଲିସ୍‌ ଶବକୁ ଉଦ୍ଧାର କରିବା ସହିତ ଯାଞ୍ଚରେ ଲାଗିପଡିଛି । ଉକ୍ତ ରାସ୍ତାରେ ଜଣେ ବ୍ୟକ୍ତି ଯାଉଥିବାବେଳେ ଅର୍ଦ୍ଧଦଗ୍ଧ ଶବକୁ ଦେଖି ପୋଲିସ୍‌ରେ ଖବର ଦେଇଥିଲେ । ଏହାପରେ ପୋଲିସ୍‌ ମୃତକଙ୍କ ପରିଚୟ ଖୋଜିବାରେ ବ୍ୟସ୍ତ ରହିଥିବାବେଳେ ସିସିଟିଭ୍‌ ଫୁଟେଜ୍‌କୁ ମଧ୍ୟ ଚେକ୍‌ କରୁଛି ।ତେବେ ଶବଟି ଜଳଯିବା ପରେ ଏତେ କ୍ଷତିଗ୍ରସ୍ତ ହୋଇଛି ଯେ, ଚିହ୍ନିବା ମୁସ୍କିଲ୍‌ ହୋଇପଡିଛି । ଶବ ମିଳିଥିବା ସ୍ଥାନରେ ଟିକିଏ ଦୂରରେ ସ୍ପୋର୍ଟସ୍‌ ସ୍କୁଲ ଓ ୟୁନିଭର୍ସିଟି ରହିଛି । ପୋଲିସ୍‌ ଏବେ ଏହି ଅର୍ଦ୍ଧଦଗ୍ଧ ଶବକୁ ନେଇ ତଦନ୍ତରେ ଲାଗିପଡିଛି । (ଏଜେନ୍ସି)

Read More

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ସୁରଖୀ ଥାନା କ୍ଷେତ୍ରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା ସ୍ତ୍ରୀ ନିଜ ସ୍ବାମୀ ଉପରେ ହତ୍ୟା କରିବାର ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ମହିଳା ଜଣଙ୍କର ସ୍ବାମୀ ତେଲ ଢାଳି ସ୍ତ୍ରୀଙ୍କୁ ନିଆଁ ଲଗାଇଥିବା ଅଭିଯୋଗ ରହିଛି । ମହିଳା ଜଣକ 80 ପ୍ରତିଶତ ଜଳି ଯାଇଥିବାବେଳେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ପୀଡ଼ିତା ମହିଳା ସୁରଭି ପଟେଲ୍‌ଙ୍କ ହସ୍ପିଟାଲରୁ ଏନେଇ ଏକ ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଏହି ଭିଡିଓରେ ମହିଳା ଜଣକ ନିଜ ସ୍ବାମୀଙ୍କ ଉପରେ ହତ୍ୟା ଅଭିଯୋଗ କରିଛନ୍ତି । ଗୋଟିଏ ରୁମ୍‌ରେ ତାଙ୍କୁ ବନ୍ଦ କରି ତାଙ୍କ ସ୍ବାମୀ ପ୍ରଚୁର ମାଡ ମାରିବା ସହିତ ତେଲ ଢାଳି ନିଆଁ ଲଗାଇଦେଇଥିବାର ଅଭିଯୋଗ କରିଛନ୍ତି ମହିଳା ଜଣକ । ଏହା ସହିତ ତାଙ୍କ ସ୍ବାମୀ…

Read More