Author: Samikhsya Bureau

ତିରୂପତି, ଆନ୍ଧ୍ର ପ୍ରଦେଶସ୍ଥିତ ବିଶ୍ୱ ପ୍ରସିଦ୍ଧ ତିରୂପତି ମନ୍ଦିର ଦାନ ବାକ୍ସରୁ ୫୦ କୋଟି ଟଙ୍କାର ପୁରୁଣା ନୋଟ ମିଳିଛି। ଏହି ନୋଟଗୁଡିକ ଭକ୍ତମାନେ ପ୍ରଦାନ କରିଛନ୍ତି। ଏହି ନୋଟକୁ ନେଇ ମନ୍ଦିର କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଜଣେ ଟିଟିଡି ଅଧିକାରୀ କହିଛନ୍ତି ଯେ “ଯଦିଓ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ କରିଥିଲେ, ତଥାପି ଭକ୍ତମାନେ ବିମୁଦ୍ରୀକରଣ ନୋଟ୍ ପ୍ରଦାନ ଜାରି ରଖି ଥିଲେ। ଫଳରେ ମନ୍ଦିରକୁ ବର୍ତ୍ତମାନ ୧.୮ କୋଟି ଟଙ୍କାର ପୁରୁଣା ହଜାରେ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୧୮ କୋଟି ଏବଂ ୬.୩୪ ଲକ୍ଷଟି ପୁରୁଣା ୫୦୦ ଟଙ୍କିଆ ନୋଟ, ଯାହାର ମୂଲ୍ୟ ୩୧.୭ କୋଟି ଟଙ୍କା ହେବ । ଏହିପରି ସମସ୍ତ ପୁରୁଣା ନୋଟଗୁଡିକୁ ମିଶାଇଲେ ପ୍ରାୟ ୫୦ କୋଟି ଟଙ୍କା ଭକ୍ତମାନେ ଦାନ କରିଛନ୍ତି। ଏତେ ପୁରୁଣା ଟଙ୍କାକୁ କଣ କରିବେ ସେ ନେଇ…

Read More

ଶ୍ରୀନଗର : ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ବେଳେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ମଙ୍ଗଳବାର ଅପରାହ୍ନରେ ସୁନ୍ଦରବନି ସୀମାରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ କରାଯିବା ସହିତ ଆକ୍ରମଣ କରାଯାଇଥିଲା । ଏଥିରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ ଜଣେ ମେଜର ଏବଂ ଆଉ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ନିହତ ଯବାନଙ୍କ ନାମ ନାୟକ ଅନୀଶ ଥୋମାସ । ଥୋମାସ କେରଳର କୋଲ୍ଲାମ ଜିଲ୍ଲାର ବାସିନ୍ଦା । ଦୁଇ ଆହତ ଯବାନଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଗତକାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିଗତ 17 ବର୍ଷ ମଧ୍ୟରେ ଏହା ପାକିସ୍ତାନ ପକ୍ଷରୁ ସବୁଠାରୁ ବଡ ଅସ୍ତ୍ରବିରତି ଉଲ୍ଲଂଘନ ।

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଥାନା ଅଞ୍ଚଳରେ ଛତୁ ଫୁଟିଲା ପରି ଚୋରା ମଦବେପାର ଚାଲିଥିବା ବେଳେ ଅବକାରୀ ବିଭାଗର କାଁ ଭାଁ ଧରପକଡକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚୋରା ମଦ ବେପାରୀଙ୍କ ଉପରେ ତିର୍ତ୍ତୋଲ ପୋଲିସ୍ ଚଢାଉକରି ମଦ ଧରୁଥିବା ବେଳେ ଶୋଇଛି ଅବକାରୀ ବିଭାଗ। ସୂଚନାନୁଯାୟୀ ତିର୍ତ୍ତୋଲ ଥାନା ଅଧିନସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ଛକ ନିକଟରେ ଅନେକ ଦିନ ହେଲା ବିପୁଳ ପରିମାଣର ଚୋରାମଦ ବ୍ୟବସାୟ ହେଉଥିବା ଖବର ପାଇ ଜଗତସିଂହପୁର ଏସ୍.ପି ଙ୍କ ନିର୍ଦ୍ଦେଶରେ ଗତକାଲି (ମଙ୍ଗଳବାର) ସଂନ୍ଧ୍ଯାରେ ଜିଲ୍ଲା ସ୍ପେଶାଲସ୍କ୍ୱାର୍ଡ ଓ ତିର୍ତ୍ତୋଲ ପୋଲିସ୍ ପକ୍ଷରୁ ଅଚାନକ ଚଢାଉ କରାଯାଇ ୭୫ ଲିଟର ଚୋରା ବିଦେଶୀ ମଦ ଜବତ କରାଯିବା ସହିତ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।ବିପୁଳ ପରିମାଣର ଚୋରାମଦ ସହିତ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରଞ୍ଜନ ସାହୁ ଓ ତାଙ୍କ ପୁତୁରା ଦିପ୍ତି…

Read More

ଲୁଧିଆାନା : ପଞ୍ଜାବର ଲୁଧିଆନାର ଜଳନ୍ଧର ବାଇପାସ ନିକଟସ୍ଥ ସବ୍‌ଜୀ ମଣ୍ଡିରେ ରାତିରେ ଟମୋଟୋ ଚୋରି କରିବା ଅଭିଯୋଗରେ ଦୁଇ ପୋଲିସ୍‌ କର୍ମୀ ନିଲମ୍ବିତ ହୋଇଛନ୍ତି । ତେବେ ଦୁଇ ପୋଲିସ୍‌ କର୍ମୀଙ୍କ ନାମ ଓ ଠିକଣା ସମ୍ପର୍କରେ ପୋଲିସ୍‌ ବିଭାଗ ସୂଚନା ଦେଇନାହିଁ । ପୋଲିସ୍‌ ସବ୍‌ଜୀ ମଣ୍ଡିର ସିସିଟିଭ ଫୁଟେଜ୍‌ ଆଧାରରେ ଯାଞ୍ଚ କରୁଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଉକ୍ତ ସବ୍‌ଜି ମଣ୍ଡିରେ ଲଗାତାର ଭାବରେ ପରିବା ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ଏହା ଦେଖି ସବ୍‌ଜୀ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସେପ୍ଟେମ୍ବର 10 ତାରିଖ ରାତ୍ରିରେ ଉକ୍ତ ସବ୍‌ଜୀ ମଣ୍ଡିରୁ ଟମାଟୋର ଚୋରି ହୋଇଥିଲା । ଏହା ସିସିଟିଭ୍‌ରେ ରେକର୍ଡ ମଧ୍ୟ ହୋଇଥିଲା । ଉକ୍ତ ସିସିଟିଭ୍‌ ରେକର୍ଡରେ ଦୁଇ ପୋଲିସ କର୍ମୀ ଟମାଟୋ ଚୋରି କରୁଥିବାର ଦେଖିବାକୁ ମିଳିଥିଲା ।ଏହା ପରେ ଲୁଧିଆନା ପୋଲିସ୍‌…

Read More

କନ୍ଦର୍ପ ବେହେରା ରେଢାଖୋଲ : ଆଜି ରେଢାଖୋଲ ପୋଲିସ୍ ଲୁହାପଙ୍କ ଅଂଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର କିରାସିନୀ ଜବତ କରିଥିବା ଖବର ହସ୍ତଗତ ହୋଇଛି । ପ୍ରକାଶ  ଯେ, ରେଢାଖୋଲ ଥାନା ଲୁହାପଙ୍କ ପଂଚାୟତ ଅନ୍ତର୍ଗତ ରେଢାଖୋଲ କେନ୍ଦୁପତ୍ର ଡିଭିଜନର ଜାମ୍ମୁବଣିଆଁ କେନ୍ଦୁପତ୍ର ଫଡିଭିତରୁ ୧୬ ଡ୍ରମ କିରାସିନୀ(୩ହଜାର ଲିଟର ପାଖାପାଖି) ରେଢାଖୋଲ ଏସ୍‌ଡିପିଓ ହାଡିବନ୍ଧୁ ସ୍ୱାଇଁ ଜବତ କରିଥିବା ଜଣା ପଡିଛି । ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ପୋଲିସ୍ କହିଛି । ଏହା ପୂର୍ବରୁ ସେଇ ଅଂଚଳରୁ ୨୪୦୦ ଲିଟର କରାସିନୀ କିଛିଦିନ ତଳେ ଜବତ ହୋଇଥିଲା । ଏହି ବେପାରରେ କେତେଜଣ ଅସାଧୁ ବ୍ୟବସାୟୀ ସମୃକ୍ତଥିବା ଅନୁମାନ କରାଯାଉଛି । ଏହି କିରାସିନୀ ରେଢାଖୋଲ ଓ ନାକଟିଦେଉଳ ଅଂଚଳର ପଂଚାୟତ ମାନଙ୍କରୁ ଅସୁଲ କରି ତାକୁ ଚୋରାରେ ଚଢାଦରରେ ବାହାରକୁ ଗାଡି ସାହାଯ୍ୟରେ ଚାଲାଣ କରୁଥିବା ଜଣାପଡିଛି । କରୋନା ପାଇଁ…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ ଓ ସମ୍ବଲପୁରୁର ସର୍ବାଧିକ 3ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ  ଖୋର୍ଦ୍ଧାରୁ 2 ଜଣ ଓ କଳାହାଣ୍ଡି, ମୟୂରଭଞ୍ଜ,  ସୁନ୍ଦରଗଡରୁ ଜଣେ ଲେଖାଏଁଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 656କୁ ବୃଦ୍ଧି ହୋଇଛି। ପୁରୀର ତିନି ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 70 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 80 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 45 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ସମ୍ବଲପୁରରୁ ତିନି ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 60, 62 ଓ 65 ବର୍ଷ । ଖୋର୍ଦ୍ଧା ଜିଲ୍ଲାରୁ  ଆଜି ଦୁଇ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 61 ଓ 52 ବର୍ଷ । ସୁନ୍ଦରଗଡରୁ 31 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ…

Read More

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 270ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 876ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 147, ବାଲେଶ୍ବରରୁ 150, ବରଗଡରୁ 183, ଭଦ୍ରକରୁ 55, ବଲାଙ୍ଗିରରୁ 97, ବୌଦ୍ଧରୁ 22, କଟକରୁ 374, ଦେବଗଡରୁ 18, ଢେଙ୍କାନାଳରୁ 63, ଗଜପତିରୁ 58, ଗଞ୍ଜାମରୁ 68, ଜଗତସିଂହପୁରରୁ 188, ଯାଜପୁରରୁ 162, ଝାରସୁଗୁଡାରୁ 121, କଳାହାଣ୍ଡିରୁ 44, କନ୍ଧମାଳରୁ 73, କେନ୍ଦ୍ରାପଡାରୁ 99. କେଉଁଝରରୁ 87, କୋରାପୁଟରୁ 83, ମାଲକାନଗିରିରୁ 64, ମୟୂରଭଞ୍ଜରୁ 131, ନବରଙ୍ଗପୁରରୁ 86, ନୟାଗଡରୁ 47, ନୂଆପଡାରୁ 119, ପୁରୀରୁ 287, ରାୟଗଡାରୁ 80,  ସମ୍ବଲପୁରରୁ 114, ସୋନପୁରରୁ 74, ସୁନ୍ଦରଗଡରୁ 38ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 262ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 4 ହଜାର 270କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2478ଜଣ ଚିହ୍ନଟ ହୋଇଥିବାବେଳେ 1792ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 62ହଜାର920 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 36 ହଜାର473ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 25ହଜାର 738ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 645ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର :  ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଓଡ଼ିଶା ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି।  ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ 6 ଜଣିଆ କେନ୍ଦ୍ରୀୟ ଟିମ୍‍ ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିଛନ୍ତି। ଉକ୍ତ ପ୍ରତିନିଧି ଦଳ ଅଗଷ୍ଟରେ ଓଡ଼ିଶାରେ ଦେଖାଦେଇଥିବା ବନ୍ୟା ବିଭୀଷିକା ଓ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲିଦେଖିବେ।  ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲା ଯିବେ । ବନ୍ୟା ପ୍ରଭାବିତ ଚାରିଟି ଜିଲ୍ଲାକୁ 2ଟି ଟିମ୍‌ରେ ଅଲଗା ଅଲଗା ଗସ୍ତ କରିବେ। ଗୋଟିଏ ଟିମ୍‌ ଭଦ୍ରକ, ଯାଜପୁର ଯିବେ ଅନ୍ୟ ଟିମ୍‌ କେନ୍ଦ୍ରାପଡା ଓ ପୁରୀ ଯିବେ । ଏହି ପ୍ରତିନିଧି ଦଳରେ କୃଷି ଓ କୃଷକ କଲ୍ୟାଣ, ଜଳସମ୍ପଦ, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଯୋଗଦେବେ। ପ୍ରତିନିଧି ଦଳ 17ତାରିଖ ରାତିରେ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ 20 ହଜାର360କୁ ବୃଦ୍ଧି ହୋଇଥିବାବେଳେ  କରୋନା ଜନିତ ମୃତ୍ୟୁସଂଖ୍ୟା 82, 066ରେ ପହଞ୍ଚିଲା । ଗତ 24 ଘଣ୍ଟାରେ 90 ହଜାର 123 ଆକ୍ରାନ୍ତ ହୋଇଥିବାବେଳେ 1290 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ୍‌ 9 ଲକ୍ଷ 95 ହଜାର 933 ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 39 ଲକ୍ଷ 42 ହଜାର 360 । ଜାନୁଆରୀ 30 ତାରିଖରେ ଦେଶରେ ପ୍ରଥମ କରୋନା ମାମଲା ଦେଖିବାକୁ ମିଳିଥିବାବେଳେ ମାତ୍ର ସାତ ମାସ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷରେ ପହଞ୍ଚିଛି । ଗତ ଦୁଇ ମାସ ଧରି କରୋନା ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ହୋଇଛି । 1ରୁ 10 ଲକ୍ଷ କେସ୍‌ ହେବାକୁ 169 ଦିନ ଲାଗିଥିବାବେଳେ  10-20 ଲକ୍ଷ କେସ୍‌ ମାତ୍ର 19 ଦିନ ମଧ୍ୟରେ ହୋଇଛି । ସେହିପରି 20-30…

Read More

ବାଗପତ : ଉତ୍ତରପ୍ରଦେଶର ବାଗପତ ଜନପଦଠାରେ ମାତ୍ର ତିନି ହଜାର ଟଙ୍କା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି ।  ଟଙ୍କା ନେଣଦେଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ  ପଥର ମାଡ ସହିତ ଫାୟାରିଂ ମଧ୍ୟ ହୋଇଛି । ଏହି ଘଟଣାରେ ଡର୍ଜନରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଛନ୍ତି । ଏହି ଘଟଣାରେ ପୋଲିସ୍‌ 7ଜଣଙ୍କୁ ଗିରଫ ମଧ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ବାଗପତ ସହରର କୋତଓ୍ବାଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ଗୋଟିଏ ପକ୍ଷର ଗାଈ କିଣିବାରେ 3ହଜାର 40 ଟଙ୍କା ବାକି ରହିଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଦେଖୁ ଦେଖୁ…

Read More

ବାରିପଦା : ବାଙ୍ଗିରିପୋଷି ଘାଟିଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅଟୋକୁ ଧକ୍କା ଦେଇ ଟ୍ରକ୍‌ ଓଲଟିବା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 6 ଜଣ ଗୁରୁତର ରହିଛନ୍ତି । ଏନଏଚ୍‌-49ର ବାଙ୍ଗିରିପୋଷି ଘାଟିରେ ଅଟୋକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛଅ ଜଣ ଗୁରୁତରଙ୍କୁ ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ରହିଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର: ଆଉ ଏକ ଲଘୁଚାପ ଆସୁଛି । ଏହାରି ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା 20 ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ 20ଓ 21 ତାରିଖ ଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ରାଜ୍ୟରେ ତାପାମତ୍ରା ପୂର୍ବ ତୁଳନାରେ 2ରୁ 3 ଡିଗ୍ରୀ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା 4ରୁ 5 ଦିନ ଏଭଳି ସ୍ଥିତି ରହିବ । 20 ତାରିଖରୁ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି ।

Read More

ନୂଆଦିଲ୍ଲୀ, ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ। ଦେଶରେ ପ୍ରଥମ ପର୍ଯ୍ୟାୟରେ ଯେଉଁ 8ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଅନ୍ତର୍ଭୁକ୍ତ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ 8ଟି ଏଭଳି କେନ୍ଦ୍ରକୁ ବଛାଯାଇଛି । ଏହାଛଡା ମିଜୋରାମ, ତେଲଙ୍ଗାନା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଏଭଳି ଗୋଟିଏ ଗୋଟିଏ କେନ୍ଦ୍ର ବିକଶିତ କରାଯିବ। ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଏକ ପ୍ରମୁଖ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ ପ୍ରତିଭା ଚିହ୍ନଟ ଓ ତାହାର ବିକାଶ କାର୍ଯ୍ୟକ୍ରମ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ 12.02 କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ 4 ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତୀ ଶ୍ରୀ କିରେନ୍‌ ରିଜିଜୁ କହିଛନ୍ତି ।…

Read More

ନୂଆଦିଲ୍ଲୀ,  ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହା କହିଛନ୍ତି। ସେଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା MITS Mega Food Park Ltd ସାମିଲ। ସେହିସବୁ ଏମଏଫପିଗୁଡ଼ିକ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ସେଥି ମଧ୍ୟରୁ ୧୯ଟି ମେଗା ଫୁଡ଼ ପାର୍କ ଏବେ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି । ସରକାରଙ୍କ ଦ୍ୱାରା ମୋଟ ୪୨ଟି ମେଗା ଫୁଡ଼ ପାର୍କର ପରିକଳ୍ପନା କରାଯାଇଥିଲା। ଏହି ଯୋଜନାର ନିୟମାବଳୀ ଅନୁସାରେ ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର‌୍ୟ୍ୟକ୍ଷମ ହେବାପରେ ପ୍ରାୟ ୫୦୦୦ ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ। ଏଭଳି ମେଗା ଫୁଡ଼ ପାର୍କ ସ୍ଥାପନ କରିବାର…

Read More

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିର ବରିଷ୍ଠ ନେତା ଅଶ୍ବନୀ କୁମାର ଦାସଙ୍କ ଉପରୁ ନିଳମ୍ବନ ଆଦେଶ ଉଠାଇ ନେଇଛି। ଆଜି ଏ ନେଇ ବିଜୁ ଜନତା ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ତିର୍ତ୍ତୋଳ ନିର୍ବାଚନ ମଣ୍ଡଳିର ଅଶ୍ବନୀ ଦାସଙ୍କ ଉପରୁ ନିଳମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି।

Read More

ନୂଆଦିଲ୍ଲୀ,  ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଂଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା ନିଜ ନିଜ ରାଜ୍ୟରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ ଖୋଲିବା ପାଇଁ ଜାଗା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି ।  ଓଡିଶା, ହରିଆନା ଓ କର୍ଣ୍ଣାଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି। ଆଜି ରାଜ୍ୟସଭାରେ ଏ ସଂପର୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ୩ଟି ରାଜ୍ୟକୁ ୧୨୧ କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି । ହରିୟାଣାକୁ ଦିଆଯାଇଥିବା ୫୯.୨୧ କୋଟି ଟଙ୍କା ମଧ୍ୟରୁ ୫୬.୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ସେହିଭଳି କର୍ଣ୍ଣାଟକକୁ ଦିଆଯାଇଥିବା ୫୯.୬୭ କୋଟି ଟଙ୍କା ମଧ୍ୟରୁ ୫୬.୩୫ କୋଟି ଟଙ୍କା ବିନିଯୋଗ ହୋଇଛି। ଓଡ଼ିଶା ସରକାରଙ୍କୁ ଏହି…

Read More

ନୂଆଦିଲ୍ଲୀ, ବିହାରର ଦରଭଙ୍ଗାଠାରେ ଏକ ନୂତନ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ସ୍ଥାପନ ହେବ। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା  କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ) ଅଧୀନରେ ଏହି ନୂତନ ଏମ୍ସ ସ୍ଥାପନ କରାଯିବ । ଏହି ନୂତନ ଏମ୍ସ ନିମନ୍ତେ କ୍ୟାବିନେଟ ୨,୨୫,୦୦୦ ଟଙ୍କା (ଫିକ୍ସଡ଼୍) ମୌଳିକ ବେତନ ତଥା ଏନପିଏ (ତେବେ ବେତନ + ଏନପିଏର ମୋଟ ପରିମାଣ ୨,୩୭,୫୦୦ ଟଙ୍କାରୁ ଅଧିକ ହେବନାହିଁ)ରେ ଏକ ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ନୂତନ ଏମ୍ସ ପ୍ରତିଷ୍ଠା ନିମନ୍ତେ ମୋଟ ୧୨୬୪ କୋଟି ଟଙ୍କା ବ୍ୟୟ କରାଯିବ । ଭାରତ ସରକାରଙ୍କ ମଞ୍ଜୁରି ପ୍ରାପ୍ତ ହେବାର ମାତ୍ର ୪୮ ମାସ ମଧ୍ୟରେ ଏହାର ନିର୍ମାଣ ସଂପୂର୍ଣ୍ଣ କରାଯିବାକୁ ସ୍ଥିର ହୋଇଛି ।

Read More

ଭୁବନେଶ୍ୱର: ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍‌)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ଡ. ତ୍ରିଲୋଚନ ମହାପାତ୍ର। ଏହି ମହାମାରୀ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କୃଷକମାନଙ୍କ କାର୍ଯ୍ୟକୁ ବନ୍ଦ କରିପାରି ନାହିଁ କିମ୍ବା ସେମାନଙ୍କର କୃଷି ଉତ୍ପାଦନ କାର୍ଯ୍ୟରେ କୌଣସି ପ୍ରଭାବ ପକାଇ଼ ପାରି ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରୋ କଲ୍‌ଚରାଲ୍ ସାଇନ୍‌ସେସ୍ ପକ୍ଷରୁ ଆୟୋଜିତ ୩ ଦିନିଆ ଇଜାତୀୟ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ମହାପାତ୍ର ଏହି ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରରେ ବିଭିଧତା ଏକ ସଫଳ କୃଷି ଅର୍ଥନୀତିର ମାନଦଣ୍ଡ ବୋଲି କହିବା ସହ କୃଷି କ୍ଷେତ୍ରରେ ଉତ୍ପାଦନକୁ ବୃଦ୍ଧି…

Read More

ଭୁବନେଶ୍ବର, ଦିନକୁ ଦିନ ଭୁବନେଶ୍ବର କରୋନା ପଜେଟିଭ ସଂଖ୍ୟା ବଢିବାରେ ଲାଗିଛି। ଆଜି ରାଜଧାନୀରୁ 342 ଜଣ ନୂଆ କୋଭିଡ19 ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ହୋଇଥିବା ବେଳେ 244 ଜଣ ସ୍ଥାନୀୟ ଆକ୍ରାନ୍ତ। ଫଳରେ ବର୍ତ୍ତମାନ ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସଂଖ୍ୟା 16 ହଜାର 9ଶହ 33 ହୋଇଛି। ସେମାନଙ୍କ ମଧ୍ୟରୁ ଆରୋଗ୍ୟ ହୋଇଛନ୍ତି 12 ହଜାର 288 ଜଣ। ମୃତ୍ୟୁବରଣ କରିଛନ୍ତି 64 ଜଣ। ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ହେଉଛି 4 ହଜାର 568। ଆଜି ରାଜଧାନୀରେ ଯେଉଁ ସବୁ ସ୍ଥାନରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେହି ସ୍ଥାନଗୁଡିକ ହେଲା

Read More

ଭୁବନେଶ୍ବର, ଆଜି ଚନ୍ଦକା-ଡମ ପଡ଼ା ବନ୍ୟ ପ୍ରାଣୀ ଅଭୟାରଣ୍ୟ ମଧ୍ୟରେ କୁମାରଖୁଣ୍ଟିଠାରେ ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ହସ୍ତୀ ଥଇଥାନ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ରଟି ପ୍ରାୟ ସାଢ଼େ ଦଶ ହେକ୍ଟର ପରିମିତ ସ୍ଥାନରେ ନିର୍ମାଣ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ମଂଜୁରୀ ମିଳି ସାରିଛି। ପ୍ରାୟ ତିନି ମାସ ମଧ୍ୟରେ ଏହାର କାର୍ଯ୍ୟ ସମାପ୍ତ ହେବ। ଆବଶ୍ୟକ ସ୍ଥଳେ ଏହିଭଳି ୪ଟି ଅସ୍ଥାୟୀ ହାତୀ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉଦ୍ଧାର କରାଯାଇଥିବା ହାତୀମାନଙ୍କୁ ମଧ୍ୟ ଏଠାରେ ଆଶ୍ରୟ ଦିଆଯାଇ ସେବା ପ୍ରଦାନ କରାଯିବ। ପୃଥକ ହୋଇ ଯାଇଥିବା ହାତୀ ଶାବକମାନଙ୍କୁ ମଧ୍ୟ ଏଠାରେ ରଖାଯିବ। ଅଭିଜ୍ଞ ମାହୁନ୍ତମାନେ ସେମାନଙ୍କ ପାଇଁ ନିୟୋଜିତ କରିବା ପାଇଁ ନିଷ୍ପତି ନିଆଯାଇଛି। ହାତୀ ଚିକିତ୍ସା କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଥିବା ଅବସରପ୍ରାପ୍ତ ଡାକ୍ତରଙ୍କୁ ନିୟୋଜିତ କରାଯାଇ ହାତୀ…

Read More