Author: Samikhsya Bureau

ଭୁବନେଶ୍ୱର, ବାଲୁଗାଁ ଏନ.ଏ.ସିର ପୂର୍ବତନ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟନାରାୟଣ ସେନାପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି। ଜଣେ ଦକ୍ଷ ସଂଗଠକ ଏବଂ ଯୁବନେତା ଭାବେ ସ୍ୱର୍ଗତଃ ସେନାପତି ଅଳ୍ପ ସମୟ ମଧ୍ୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସତ୍ୟନାରାୟଣ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସହ ମଧ୍ୟ ଜଡିତ ଥିଲେ ଏବଂ  ଏବିଭିପି ବାଣପୁର-ବାଲୁଗାଁ ନଗରର ଶୁଭେଚ୍ଛୁ ମଧ୍ୟ ଥିଲେ। ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇଥିବା ସ୍ୱର୍ଗତଃ ସେନାପତି ସର୍ବଦା ନିଜ ଦାୟୀତ୍ୱକୁ ସଠିକ୍ ଭାବେ ସଂପାଦନା କରୁଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ସ୍ୱର୍ଗତଃ ସେନାପତିଙ୍କ…

Read More

ଭୁବନେଶ୍ବର, କୋଭିଡ -୧୯ ଏକ ଆହ୍ୱାନ ଭାବେ ପରିଗଣିତ କରି ଭାରତୀୟ ରେଳବାଇ ମାଲ ପରିବହନ କାର୍ଯ୍ୟକୁ ବଢ଼ବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛି। ଏହି ମିଶନ ମୋଡରେ, ପୂର୍ବ ତଟ ରେଳ ଉଭୟ ଶୁଳ୍କ ଏବଂ ଅଣ ଶୁଳ୍କ କ୍ଷେତ୍ରରେ ସାମଗ୍ରୀ ପରିବହନ ଆରମ୍ଭ କରିଛି। ଏହି ଆଧାରରେ ଆଜି ମେରାମଣ୍ଡଳୀରେ ଥିବା ଟାଟା ଷ୍ଟିଲ୍ ବିଏସ୍ଏଲ୍ ଲିମିଟେଡ୍ ସାଇଡିଂରୁ ପ୍ରଥମ ଥର ପାଇଁ ୫୮ ୱାଗନ୍ ବିଶିଷ୍ଟ ଏକ ପଣ୍ୟବାହୀ ଟ୍ରେନ ଦ୍ୱାରା ପଶ୍ଚିମବଙ୍ଗର ସଂକ୍ରାଏଲ ସ୍ଥିତ ଆମ୍ବୁଜା ସିମେଣ୍ଟ ଇଷ୍ଟର୍ନ ଲିମିଟେଡ୍କୁ ଫ୍ଲାଏ ଆସ ପରିବହନ କରାଯାଇଅଛି। ଫ୍ଲାଏ ଆସ ବା ପାଉଁଶ ହେଉଛି ଏକ ସୂକ୍ଷ୍ମ ପାଉଡର ଏବଂ ବିଦ୍ୟୁତ୍ ଉତ୍ପାଦନରୁ ବିଦ୍ୟୁତ୍ ଉତ୍ପାଦନରେ ପଲଭରାଇଜଡ୍ କୋଇଲା ଜଳାଇବାର ଏକ ଉପ-ଉତ୍ପାଦ ଅଟେ। ଫ୍ଲାଏ ପାଉଁଶ ହେଉଛି ଏକ ପୋଜଜୋଲାନ୍, ଏକ ପଦାର୍ଥ ଯାହା ଆଲୁମିନିୟସ୍ ଏବଂ ସିଲିସିଅସ ପଦାର୍ଥ ଧାରଣ କରିଥାଏ ଯାହା…

Read More

ମୁମ୍ବାଇ : ବଲିଉଡ୍‌ ଓ ଡ୍ରଗ୍ସ୍‌ ଲିଙ୍କ୍‌କୁ ନେଇ ଏବେ ବିବାଦ ବଢିବାରେ ଲାଗିଛି । ଡ୍ରଗ୍ସ କାରାବାରକୁ ନେଇ ରିଆ ଚକ୍ରବର୍ତ୍ତୀ ଏବେ ଗିରଫ ହୋଇଥିବାବେଳେ ଅନେକ ଅଭିନେତ୍ରୀଙ୍କନାମ ମଧ୍ୟ ଏବେ ଏହି ବିବାଦକୁ ଆସିଛି । ଏହି ମାମଲାକୁ ନେଇ ଏବେ ବଲିଉଡ୍‌ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଯାଇଥିବାର ଦେଖାଯାଇଛି । ତେବେ ବଲିଉଡ୍‌ ଓ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଆଜି ଗୃହରେ ଜୟା ବଚ୍ଚନ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ।କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍‌ ନାହିଁ । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ବଲିଉଡକୁ ଟାର୍ଗେଟ୍‌ କରାଯାଉଛି ବୋଲି ଜୟା କହିଥିଲେ । ଏତଦ୍‌ବ୍ୟତୀତ ଜଣକ ପାଇଁ ବଲିଉଡ୍‌କୁ ବଦନାମ କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ।…

Read More

ନୂଆଦିଲ୍ଲୀ, କୋଭିଡ -19  ଭୟରେ ବର୍ତ୍ତମାନ ହୃଦରୋଗୀମାନେ ଡାକ୍ତରଖାନା ଆସୁ ନ ଥିବାରୁ ପ୍ରାୟ 20 ପ୍ରତିଶତ ଏହି ରୋଗ ବୃଦ୍ଧି ଘଟିଛି। ଆଜି ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସପିଟାଲ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ -19 ମହାମାରୀ ଆରମ୍ଭ ହେବା ଦିନଠାରୁ ହୃଦ୍‌ରୋଗରେ ପୀଡିତ ରୋଗୀମାନେ ସେମାନଙ୍କ ନିୟମିତ ଚିକିତ୍ସା ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ଫଳରେ ଏହି ରୋଗୀ ସଂଖ୍ୟା ବୃଦ୍ଧି ଘଟିଛି। ତଥ୍ୟ ଅନୁଯାୟୀ, ଲକଡାଉନ୍ ସମୟରେ ହୃଦଘାତରେ ପୀଡିତ ରୋଗୀଙ୍କ ସଂଖ୍ୟା ବୃଦ୍ଧିର ଆହୁରି ଅନେକ କାରଣ ମଧ୍ୟ ରହିଛି। ତେବେ ମୁଖ୍ୟ କାରଣଗୁଡିକ ହେଲା ଘରେ ବନ୍ଦୀ ପରି ଜୀବନ ବିତାଇବା, ଚଲାବୁଲାର ଅଭାବ, ତମାଖୁ ଏବଂ ମଦ୍ୟପାନର ବ୍ୟବହାର ବୃଦ୍ଧି ଏବଂ ଡାକ୍ତରଙ୍କ ପରାମର୍ଶ ହ୍ରାସ ପ୍ରମୁଖ କାରଣ ବୋଲି କୁହାଯାଇଛି। ପୂର୍ବ ବର୍ଷ ତୁଳନାରେ, ଚଳିତ ବର୍ଷ ହୃଦ୍‌ରୋଗ ଆକ୍ରାନ୍ତ ବ୍ୟକ୍ତିମାନେ ଔଷଧ ବ୍ୟବହାର,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ଆଜି ପିପୁଲ ଫର ଦି ପବ୍ଲିକ୍ ତରଫରୁ ନୂତନ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ସଂସ୍ଥା ତରଫରୁ ପୂର୍ବରୁ କରୋନା ପାଇଁ ଚଳିତ ବର୍ଷ ହୋଲଡିଂ ଟେକ୍ସ ଛାଡ କରିବା, ଟେକ୍ସ ବୃଦ୍ଧି କରିବା ପୂର୍ବରୁ ଓଡ଼ିଶା ମହାନଗର ନିଗମ ଆଇନ, ୨୦୦୩ ଅନୁଯାୟୀ ଜନଶୁଣାଣୀ କରିବା ଏବଂ ବ୍ରହ୍ମପୁର ମହାନଗର ନିଗମ ର ସମସ୍ତ ୱ।ର୍ଡରେ କୋଭିଡ କମିଟି ଗଠନ କରାଯାଇ କାର୍ଯ୍ୟକ୍ଷମ କରିବା ବିଷୟରେ ତତ୍କାଳିନ ମହାନଗର ନିଗମ କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଥୋଡଙ୍କ ପାଖରେ ଦାବି କରାଯାଇଥିଲା । ଆଜିର ଏହି ସମ୍ବର୍ଦ୍ଧନା ସମୟରେ ନୂତନ କମିଶନର ଙ୍ ସହ ଉକ୍ତ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଆଇନଜୀବୀ ଡଃ ସୁବ୍ରତ ସାହୁ, ସମ୍ପାଦକ ସତୀଶ୍ ପାଣିଗ୍ରାହୀ, କୋଷାଧ୍ୟକ୍ଷ କୁନାଲ ସାହୁ, ପେଟ୍ରନ ହେମାଙ୍ଗ ରାଉଳ, ଅଞ୍ଜଳି…

Read More

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଦେଶରେ 14ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆକ୍ଟିଭ୍‌ କେସ୍‌ 5 ହଜାରରୁ କମ୍‌ ରହିଛି । 18ଟି ରାଜ୍ୟରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା 5ରୁ 50 ହଜାର ମଧ୍ୟରେ ରହିଛି । କେବଳ 4ଟି ରାଜ୍ୟରେ 50 ହଜାରରୁ ଅଧିକ ଆକ୍ଟିଭ୍‌ କେସ୍‌ ରହିଛି। ସେହିପରି ମୋଟ୍‌ ଆକ୍ଟିଭ୍‌ କେସ୍‌ର 60 ପ୍ରତିଶତ 5 ରାଜ୍ୟରେ ରହିଛନ୍ତି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ଭାବେ ମହାରାଷ୍ଟ୍ର ରହିଛି । ଏଠାରେ ସର୍ବାଧିକ ଆକ୍ଟିଭ୍‌ କେସ୍‌ 29.5 ପ୍ରତିଶତ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ହାରାହାରି 409 ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି । ତେବେ ତାମିଲନାଡୁରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମୁଥିବାର ଦେଖାଯାଇଛି । ପ୍ରତି ନିୟୁତରେ ଭାରତରେ ମୃତ୍ୟୁ ସଂଖ୍ୟା 58 ରହିଛି । ସେହିପରି ଓଡ଼ିଶାରେ ପଜିଟିଭିଟି…

Read More

ନୂଆଦିଲ୍ଲୀ : କରୋନା କାରଣରୁ ବିଶ୍ୱ ବ୍ୟାପୀ କୋଟି କୋଟି ଲୋକ ଚାକିରି ହରାଇଥିବା ବେଳେ ଭାରତରେ ସ୍ଥିତି ସଙ୍ଗୀନ ରହିଛି । ତେବେ ଭାରତରେ 70 ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ଏକ କମ୍ପାନୀ । ଭାରତୀୟ କମ୍ପାନୀ ଫ୍ଲିପକାର୍ଟ ଆସନ୍ତା ଦୁଇ ମାସ ମଧ୍ୟରେ ଭାରତରେ 70 ହଜାର ନୂତନ ନିଯୁକ୍ତି ସୃଷ୍ଟି କରାଯିବା ନେଇ ଖବର ଆସିଛି । ମଙ୍ଗଳବାର ଦିନ ଫ୍ଲିପକାର୍ଟର ସହଯୋଗୀ କମ୍ପାନୀ ୱାଲମାର୍ଟ ପକ୍ଷରୁ ଏହି ଘୋଷଣା କରାଯାଇଛି । କମ୍ପାନୀର ବ୍ୟବସାୟରେ ଅଭିବୃଦ୍ଧି ଘଟିଥିବାରୁ ଆସନ୍ତା ଦୁଇ ମାସ ମଧ୍ୟରେ 70 ହଜାର ନୂତନ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ଭାରତରେ  ସତୁରୀ ହଜାର ନିଯୁକ୍ତି ସୃଷ୍ଟି କରିବ ଏହି କମ୍ପାନୀ ଏପରି ଘୋଷଣା କରିଛି ।  ଦୀପାବଳି ପୂର୍ବରୁ ଫ୍ଲିପକାର୍ଟର ବିଗ ବିଲିୟନ୍ ଡେ ଆସୁଥିବାରୁ  ଏହି ସମୟରେ କମ୍ପାନୀର ଅନଲାଇନ ବ୍ୟବସାୟ ଆଶାତୀତ ବୃଦ୍ଧି…

Read More

ଇଣ୍ଡୋନେସିଆ : କରୋନାକୁ ନେଇ ସାରା ବିଶ୍ବରେ ଏବେ କୋକୁଆ ଭୟ । ଏହାକୁ ରୋକିବାକୁ ମାସ୍କ ସହିତ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି । ହୁର ଏହି ପରାମର୍ଶକୁ ସବୁ ଦେଶରେ କଡାକଡି ପାଳନ କରାଯାଉଛି । ବିଶେଷକରି କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି । ଗାଇଡଲାଇନର ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ ମଧ୍ୟ କରାଯାଉଛି। କରୋନାକୁ ନେଇ ସଚେତନତା ମଧ୍ୟ କରାଯାଉଛି । ଆମ ଦେଶରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯିବା ସହ ଏହାର ଉଲ୍ଳଂଘନରେ ଦଣ୍ଡ ଦିଆଯିବାର ପ୍ରାବଧାନ ମଧ୍ୟ ରହିଛି । ଇଣ୍ଡୋନେସିଆରେ ଏବେ ଏହି ମାସ୍କ ପିନ୍ଧିବାକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଇଣ୍ଡୋନେସିଆର ଇଷ୍ଟ ଜାଭା ଅଞ୍ଚଳରେ ପ୍ରଶାସନ ଘୋଷଣା କରିଛି ଯେ ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଦଣ୍ଡ…

Read More

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦକୁ ନେଇ ଲୋକସଭାରେ ବିବୃତ୍ତି ରଖିଛନ୍ତି  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲଦାଖ ସ୍ଥିତି ସମ୍ପର୍କରେ ଗୃହକୁ ଜଣାଇବା ସହ ଶାନ୍ତି ଚାହୁଁଛୁ ବୋଲି କହିଛନ୍ତି ରାଜନାଥ ସିଂହ । ଏଲଏସିରେ ଭାରତୀୟ ଯବାନ ଚାଇନାକୁ କଡା ଜବାବ ଦେଇଛନ୍ତି । ଜୁନ୍‌ 15ରେ ଗଲଓ୍ବାନରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ଚାଇନାର ବହୁ କ୍ଷତି କରିଛନ୍ତି। ଏଲ୍‌ଏସିରେ ପୂର୍ବ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଚାଇନା ସୈନ୍ୟ ଉଦ୍ୟମ କରିଥିଲେ। ତେବେ ଏହାକୁ ଭାରତୀୟ ବୀର ଯବାନ ପଣ୍ଡ କରିଦେଇଥିବା ରାଜନାଥ କହିଛନ୍ତି। ଏପ୍ରିଲ୍‌ରେ ପୂର୍ବ ଲଦାଖରେ ହଲଚଲ୍‌ ସୃଷ୍ଟି ହୋଇଥିଲା । ଆମ ଯବାନମାନେ ତତ୍‌କ୍ଷଣାତ୍‌ ଏହାର ଜାବବ ଦେଇଥିଲେ। ଏଲଏସିରେ ଚୀନ୍‌ର ଏକତରଫା ପଦକ୍ଷେପକୁ ଭାରତ ନାପସନ୍ଦ କରୁଛି । ତେବେ ଏଯାଏଁ ଚୀନ୍‌-ଭାରତ ସୀମା ବିବାଦ ସମାଧାନ ହୋଇନଥିବାର ସ୍ପଷ୍ଟ କରିଛନ୍ତି ରାଜନାଥ ସିଂହ । ଲଦାଖରେ ଆମ ସେନାଙ୍କ…

Read More

ନୂଆଦିଲ୍ଲୀ, ଲକ ଡାଉନ ସମୟରେ ବେଆଇନ ମଦ ବିକ୍ରି ଉପରେ କଟକଣା ଜାରି ରହିଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିଲା। ଏହି ଖବର ପାଇଁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ଏଥିରେ ୧୬,୨୬୨ କ୍ୱାର୍ଟର ବେଆଇନି ଦେଶ ନିର୍ମିତ ମଦ ବୋତଲ ଜବତ କରିଥିଲେ। ଏହାକୁ ନଷ୍ଟ କରିବା ପାଇଁ ପୋଲିସ ଏକ ଜେସିବି ସାହାଯ୍ୟ ନେଇଥିଲା। ଖୋଲା ପଡିଆରେ ମଦ ବୋତଲଗୁଡିକ ଉପରେ ଜେସିବି ଚଢାଇ ନଷ୍ଟ କରାଯାଇଥିଲା।ଗତ ରବିବାର ଦିନ ପୋଲିସ ଓ ଅବକାର ବିଭାଗ ମିଳିତ ଭାବେ ଦିଲ୍ଲୀର କେତକ ଅଞ୍ଚଳରେ ଚଢାଉ କରିଥିଲେ। ଗୋଟିଏ ସ୍ଥାନରୁ ସେମାନେ ପ୍ରାୟ ୧୧ ଶହ କ୍ବାର୍ଟର ବେଆଇି ମଦ ଜବତ କରିଥିଲେ। ଏହି ମାମଲରେ ପୋଲିସ ଜଣଙ୍କୁ ଗିରଫ କରିଛି। ଏହାପୂର୍ବରୁ ସେପ୍ଟେମ୍ବର ୧୨ ରେ ଦୁଇଟି ପୃଥକ ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ…

Read More

ଭୁବନେଶ୍ବର : ଓଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଶ୍ରୀତମ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଶ୍ରୀତମ ଗତକାଲି ଆଣ୍ଟିଜେନ୍ ଟେଷ୍ଟ କରିଥିଲେ। ସେଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା। ଏନେଇ ନିଜେ ଶ୍ରୀତମ ସିଏମ୍‌ସିକୁ ସୂଚନା ଦେଇଥିଲେ। ବର୍ତ୍ତମାନ ସେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଶ୍ରୀତମ ସମସ୍ତଙ୍କୁ ସତର୍କ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି। ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ ଅନେକ ରାଜନେତା, ଅଭିନେତା ଏହି ସଂକ୍ରମଣର ଶିକାର ହେଉଛନ୍ତି । ପିପିଲ ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ୍‌ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ନିକଟରେ ଅଭିନେତା ଅଜିତ ଦାସ କରୋନାରେ ପ୍ରାଣ ହରାଇଛନ୍ତି।

Read More

ନୟାଗଡ : ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ । ଦଶପଲ୍ଲା ରଙ୍ଗମାଟିଆରେ 57 ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଘଟଣା। ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ସମ୍ପୃକ୍ତ ଯୁବକ। ଖବର ପାଇ ଦଶପଲ୍ଲା ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ତାଙ୍କ ମୃତଦେହକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ତେବେ ତାଙ୍କ ପରିଚୟ ମିଳିପାରି ନାହିଁ।

Read More

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଉ ଏକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି । ତାଜମହଲ ନିକଟରେ ନିର୍ମିତ ହୋଇଥିବା ମୋଗଲ ମ୍ୟୁଜିୟମର ନାମକୁ ପରିବର୍ତ୍ତନ କରିଛନ୍ତି । ଏହି ମ୍ୟୁଜିୟମର ନାମ ପରିବର୍ତ୍ତନ କରି ଛତ୍ରପତି ଶିବାଜୀଙ୍କ ନାମରେ ନାମିତ କରିଛନ୍ତି ଆଦିତ୍ୟନାଥ । ଦେଶକୁ ଆକ୍ରମଣ କରି ଶାସନ କରିଥିବା ମୋଗଲ ମାନେ କିପରି ଆମର ଆଦର୍ଶ ହୋଇପାରିବେ ବୋଲି ଆଦିତ୍ୟନାଥ ପ୍ରଶ୍ନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ,ଯୋଗୀ ସରକାର କ୍ଷମତାକୁ ଆସିବାର ତିନି ବର୍ଷ ମଧ୍ୟରେ  ବିଭିନ୍ନ ସ୍ଥାନ ଗୁଡିକର ନାମ ପରିବର୍ତ୍ତନ କରାଇଛନ୍ତି । ଆହ୍ଲାବାଦର ନାମକୁ ପ୍ରୟାଗରାଜ କରାଯାଇଥିବା ବେଳେ  ମଥୁରା ଏବଂ ମୁଗଲସରାଇ ଜଙ୍କସନର ନାମ ଦୀନ ଦୟାଲ ଉପାଧ୍ୟାୟଙ୍କ ନାମରେ ନାମିତ କରାଯାଇଥିଲା । (ଏଜେନ୍ସି)

Read More

ଭୁବନେଶ୍ବର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି କ୍ୟାବିନେଟ ବୈଠକରେ 4ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜିଏସଟି ଆଇନରେ ସଂଶୋଧନ ପାଇଁ 2ଟି ଅଧ୍ୟାଦେଶକୁ ଅନୁମୋଦନ ସମେତ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ-1948ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ଓ ସୁବର୍ଣ୍ଣରେଖା ନଦୀରେ ହାଇଲେବଲ୍‌ ବ୍ରିଜ୍‌ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ଆଜି କ୍ୟାବିନେଟ ବୈଠକରେ ମୋଟ 5ଟି ଏଜେଣ୍ଡା ଆଲୋଚନା ହେବାର ଥିଲା। କିନ୍ତୁ ଶେଷମୁହୂର୍ତ୍ତରେ କ୍ୟାବିନେଟ ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସ୍ଥଗିତ ରଖାଯାଇଥିଲା ଓ ଅନ୍ୟ 4ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଆହୂତକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଥିଲେ, ଯାହାକୁ କ୍ୟାବିନେଟ ଆଜି ପିଛିଲା ଭାବେ ଏହାକୁ ଅନୁମୋଦନ…

Read More

ଭାଇଜାଗ : ବିଶାଖାପାଟଣାର ନୌସେନା ଗୁପ୍ତଚର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ । ତେବେ ଏନଆଇଏ ପକ୍ଷରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ 11 ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏହି ଅଧିକାରୀ ମାନେ ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରୁଥିଲେ । ସମୁଦାୟ 14 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମହମ୍ମଦ ହାରୁନ ହାଜି ଅବଦୁଲ ରେହମାନ ଲକଡାୱାଲାକୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ମାତ୍ର ଲକଡାୱାଲାର ମୋବାଇଲ ଏବଂ ଲାପଟପ ଯାଞ୍ଚ ପରେ ମୁଖ୍ୟ ଅଭିଯୁକ୍ତ ସମ୍ପର୍କରେ ଜଣା ପଡିଥିଲା । ଏନଆଇଏ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ସେ ଆଇଏସଆଇ ପାଇଁ କାମ କରୁଥିବା ସ୍ପଷ୍ଟ କରିଛି ।

Read More

ନୂଆଦିଲ୍ଲୀ : ଭାରତ ସରକାର ପିଆଜର ରପ୍ତାନୀ ଉପରେ କଟକଣା ଜାରି କରିଛନ୍ତି। ତେବେ କଟା ହୋଇଥିବା କିମ୍ବା ପାଉଡର ଆକାରରେ ବିକ୍ରି ହେଉଥିବା ପିଆଜ ରପ୍ତାନିକୁ କଟକଣା ମୁକ୍ତ ରଖାଯାଇଛି । ପିଆଜ ରପ୍ତାନିକୁ ନିଷିଦ୍ଧ କରାଯାଇଥିବା ସମ୍ପର୍କରେ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।  ଦେଶ ଭିତରେ ପିଆଜ ଦାମ ବୃଦ୍ଧି ପାଉଥିବା ବେଳେ କେତେକ ସ୍ଥାନରେ ଏହାର ଅଭାବ ପରିଲକ୍ଷିତ ହୋଇଛି । ତାହାକୁ ନଜରରେ ରଖ ସରକାର ସବୁ ପ୍ରକାର ପିଆଜ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ସାଧାରଣତଃ ପ୍ରତିବର୍ଷ ଏହି ସମୟରେ ପିଆଜ ଦାମ ବଢ଼ିଥାଏ । ମାତ୍ର ଚଳିତ ବର୍ଷ ମହାମାରୀ ସମୟରେ ବିପୁଳ ପରିମାଣରେ ପିଆଜ ରପ୍ତାନୀ କରାଯାଉଥିବାରୁ ଏହାର ଅଭାବ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଉଛି ଗତ ଏପ୍ରିଲ-ଜୁନ ମଧ୍ୟରେ ଭାରତ 198ନିୟୁତ ଟନ ପିଆଜ ରପ୍ତାନୀ କରିଛି । (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଉ 8 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 645କୁ ବୃଦ୍ଧି ହୋଇଛି । କଟକରୁ ଆଜି ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଜଣ ପୁରୁଷ ରହିଛନ୍ତି । ମୃତ ମହିଳା ଆକ୍ରାନ୍ତଙ୍କ ବୟସ 52 ବର୍ଷ ହୋଇଥିବାବେଳେ ଅନ୍ୟଦୁଇ ଜଣଙ୍କ ବୟସ ଯଥାକ୍ରମେ 50, 45 ବର୍ଷ ବୋଲି ସୂଚନା ରହିଛି । ବୌଦ୍ଧରୁ ଆଜି 65 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କନ୍ଧମାଳରୁ 55 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି ରାୟଗଡାରୁ 50 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 51 ବର୍ଷୀୟ ପୁରୁଷ ଓ ସୁବର୍ଣ୍ଣପୁରରୁ 70 ବର୍ଷୀୟ ପୁରୁଷଙ୍କର…

Read More

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3ହଜାର 645ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 517ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 39, ବାଲେଶ୍ବରରୁ 156, ବରଗଡରୁ 157, ଭଦ୍ରକରୁ 143, ବଲାଙ୍ଗିରରୁ 39, ବୌଦ୍ଧରୁ 30, କଟକରୁ 357, ଦେବଗଡରୁ 15, ଢେଙ୍କାନାଳରୁ 68, ଗଜପତିରୁ 9, ଗଞ୍ଜାମରୁ 46, ଜଗତସିଂହପୁରରୁ 95, ଯାଜପୁରରୁ 116, ଝାରସୁଗୁଡାରୁ 91, କଳାହାଣ୍ଡିରୁ 79, କନ୍ଧମାଳରୁ 95, କେନ୍ଦ୍ରାପଡାରୁ 75. କେଉଁଝରରୁ 56, କୋରାପୁଟରୁ 95, ମାଲକାନଗିରିରୁ 33, ମୟୂରଭଞ୍ଜରୁ 137, ନବରଙ୍ଗପୁରରୁ 90, ନୟାଗଡରୁ 38, ନୂଆପଡାରୁ 90, ପୁରୀରୁ 246, ରାୟଗଡାରୁ 79,  ସମ୍ବଲପୁରରୁ 127, ସୋନପୁରରୁ 99, ସୁନ୍ଦରଗଡରୁ 84 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ପୁଲ୍‌ରୁ 344ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।

Read More

ସମୀକ୍ଷା ବ୍ୟୁରୋ ଆଜି ଦୂରଦର୍ଶନ 61 ତମ ଜନ୍ମଦିବସ ପାଳନକରୁଛି । 1959 ମସିହା ସେପ୍ଟେମ୍ବର 15 ତାରିଖରେ ଦୂରଦର୍ଶନର ଆରମ୍ଭ ସହିତ ଭାରତରେ ମନୋରଞ୍ଜନ ଓ ସୂଚନା ପ୍ରସାରଣର ଏକ ନୂତନ ଯୁଗର ଆରମ୍ଭ ହୋଇଥିଲା। ସେହି ସମୟରେ ଦୂରଦର୍ଶନକୁ ନେଇ ଲୋକଙ୍କ ଉତ୍ସାହ ଅଧିକ ରହିଥିଲା। ଦୂରଦର୍ଶନର ଲୋକପ୍ରିୟତା ଯେ କମିନାହିଁ ତାହା ପୁଣି ଥରେ ଚଳିତ ଲକ୍‌ଡାଉନ୍‌ ସମୟରେ ପ୍ରମାଣିତ ହୋଇଛି। ତେବେ ଦୂରଦର୍ଶନକୁ ନେଇ କିଛି ଅଜଣା କଥା। ଦିଲ୍ଲୀର ଏକ ପ୍ରାୟୋଜକ ବ୍ରଡକାଷ୍ଟର ରୂପରେ ଦୂରଦର୍ଶନର ଆରମ୍ଭ ହୋଇଥିଲା। ସେହି ସମୟରେ ଏକ ଛୋଟ ଟ୍ରାନ୍ସମିଟର ରହିଥିଲା ଓ ଗୋଟ ମେକାସିପ୍ଟ ଷ୍ଟୁଡିଓ ରହିଥିଲା। ୟୁନେସ୍କୋ ଦୂରଦର୍ଶନର ପ୍ରସାରଣ ପାଇଁ ଭାରତକୁ 20 ହଜାର ଡଲାର ଓ 180 ଫିଲପ୍ସ ଟିଭିର ସେଟ୍‌ ଦେଇଥିଲା । ପ୍ରାରମ୍ଭିକ ସମୟରେ ଚ୍ୟାନେଲ୍‌ ପାଖରେ ମୋଟ୍‌ 180ଟି ଟେଲିଭିଜନ୍‌ ସେଟ୍‌ ରହିଥିଲା । 1977 ମସିହାରେ ଏହି…

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3 ହଜାର 645କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2151ଜଣ ଚିହ୍ନଟ ହୋଇଥିବାବେଳେ 1494ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 58ହଜାର650 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35 ହଜାର928ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 22ହଜାର 24ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 645ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ରହିନଥିବା ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଥିଲେ । ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ ତେଣୁ କ୍ଷତିପୂରଣ ଦିଆଯିବ ନାହିଁ । ଏହାକୁ ଟାର୍ଗେଟ କରିଛନ୍ତି ରାହୁଲ୍‌ ଗାନ୍ଧି । ରାହୁଲ ହିନ୍ଦିରେ ଟ୍ୱିଟ କରି କହିଛନ୍ତି ଯେ, ମୋଦି ସରକାର ଗଣିବା ଭୁଲି ଯାଇଛନ୍ତି, ତେଣୁ କେହିବି ମରି ନାହାନ୍ତି । ଲକଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ କେତେ ଲୋକ ଚାକିରି ହରାଇଛନ୍ତି ଏହାର କୌଣସି ହିସାବ ସରକାରଙ୍କ ନିକଟରେ ନାହିଁ । ମାତ୍ର ସବୁଠାରୁ ଦୁଃଖଦାୟକ ଜିନିଷ ହେଉଛି କି ସରକାରଙ୍କ ଉପରେ…

Read More