Author: Samikhsya Bureau

ଭୁବନେଶ୍ବର, ଆଜି ରାଜ୍ୟସଭାରେ କୃଷି ବିଲକୁ ବିରୋଧ କରିଛି ବିଜୁ ଜନତା ଦଳ। ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ରାଜ୍ୟସଭାରେ କହିଛନ୍ତି ଯେ, ସରକାର ଏହି ବିଲକୁ ସିଲେକ୍ଟ କମିଟ ପଠାଇ କିଛି ପରିବର୍ତ୍ତନ କରନ୍ତୁ। ସେ କହିଛନ୍ତି ଯେ, ଏହି ବିଲରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷିଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଏହି ବିଲରେ ଯାହା ରହିଛି ତାହା ଏହି ଚାଷିଙ୍କ ସୁରକ୍ଷା ଓ ଆର୍ଥିକ ଦୃଷ୍ଟିରୁ ପର୍ଯ୍ୟାପ୍ତ ହେବ ନାହିଁ। ସେଥିପାଇଁ ସରକାର ବିଲରେ କିଛି ପରିବର୍ତ୍ତନ ପାଇଁ ସିଲେକ୍ଟ କମିଟକୁ ପଠାନ୍ତୁ। ଏହି କାରଣରୁ ବିଜେଡି ଏହି ବିଲକୁ ବିରୋଧ କରୁଛି ବୋଲି ଗୃହକୁ ଅବଗତ କରାଇଥିଲେ ଅମର। ଅମର ଏହି ବିଲ ସଂପର୍କରେ ପ୍ରାୟ ଆଠ ମିନଟ ଧରି ତାଙ୍କର ବକ୍ତବ୍ୟ ରଖିଥିଲେ। ନିକଟରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସହଯୋଗ କରିଥିଲା। ହେଲେ ଏବେ କୃଷି ବିଲକୁ ବିରୋଧ…

Read More

ଶାହାଜହାଁପୁର : ୟୁପିରେ ଏବେ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଏଠାରେ ଚୋରି, ହତ୍ୟାକାଣ୍ଡ, ଦୁଷ୍କର୍ମ ପରି ଘଟଣାମାନ ଦେଖିବାକୁ ମିଳିଛି ।  ୟୁପିର ଶାହଜାହାଁପୁର ଜିଲ୍ଲାରେ ତିନି ଦିନ ଭିତରେ ତିନୋଟି ହତ୍ୟା ହୋଇ ଚାଞ୍ଚଲ୍ୟ ଖେଳି ଯାଇଛି । ଦିନ ଦ୍ବିପ୍ରହରରେ 10 ବର୍ଷୀୟ ନିରୀହ ଶିଶୁର ହତ୍ୟା କରାଯାଇ ଆଖୁ କ୍ଷେତରେ ଫୋପାଡି ଦିଆଯାଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରୋଜା କ୍ଷେତ୍ର ପିପିରିଆ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ରହୁଥିବା ଜଣେ 10 ବର୍ଷୀୟ ଶିଶୁ ନିଲେଶ୍‌ର ମୃତଦେହ ଆଖୁ କ୍ଷେତରୁ ଉଦ୍ଧାର ହୋଇଛି । ନିଲେଶର ମା’ ଉର୍ମିଳା କହିଛନ୍ତି ଯେ, ଗ୍ରାମର ବାହାରେ ଏକ ଅଶ୍ବତ୍ଥ ବୃକ୍ଷ ପାଖରେ ଗ୍ରାମର ସମସ୍ତ ଗାଈ ଓ ବଳଦ ବନ୍ଧା ହୁଅନ୍ତି । ନିଲେଶ ମଧ୍ୟ ସେଠାରେ ତାଙ୍କର ବଳଦକୁ ବାନ୍ଧି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 10 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ ଓ ପୁରୀ ଜିଲ୍ଲାରୁ ସର୍ବାଧିକ 2 ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତୁ ସଂଖ୍ୟା 701କୁ ବୃଦ୍ଧି ହୋଇଛି । ପୁରୀଜଣେ 60 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ 54 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।  କଟକରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 62 ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ 84 ବର୍ଷୀୟ ପୁରୁଷ ଆକ୍ରାନ୍ତ ବୋଲି ସୂଚନା ରହିଛି। ବଲାଙ୍ଗିରରୁ 40 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଳାହାଣ୍ଡିରୁ 65 ବର୍ଷୀୟ ପୁରୁଷ, ଖୋର୍ଦ୍ଧା ଜିଲ୍ଲାରୁ 92 ବର୍ଷୀୟ ପୁରୁଷ, ମୟୂରଭଞ୍ଜରୁ 80 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି…

Read More

ଭୁବନେଶ୍ବର : ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ତିନି ଦିନ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ 7ଟି ଜିଲ୍ଲା ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଆସନ୍ତା କାଲି ପାଇଁ 10ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ବର,ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲି ପ୍ରାୟ ସବୁ ସ୍ଥାନ ଓ 22 ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହାସହ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  4 ହଜାର 330କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2556ଜଣ ଚିହ୍ନଟ ହୋଇଥିବାବେଳେ 1774ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 79ହଜାର880କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 37 ହଜାର469ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 41ହଜାର 657ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 682ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 4ହଜାର 330ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 644ଜଣ ଚିହ୍ନଟ ହୋଇଥିବାବେଳେ…

Read More

ପୁରୀ : ବରିଷ୍ଠ ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ଘଟିଛି । ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 65ବର୍ଷ ହୋଇଥିଲା।ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଶ୍ରୀ ଦାସମହାପାତ୍ର ପୂର୍ବରୁ ଦୀର୍ଘ ଦିନ ଧରି ଦଇତାପତି ନିଯୋଗର ସଂପାଦକ ଥିଲେ। ଉଲ୍ଲେଖଯୋଗ୍ୟ, ଶ୍ରୀ ଦାସମହାପାତ୍ର କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ତିନି ଦିନ ତଳେ ଡିସଚାର୍ଜ ହୋଇଥିଲେ। ଏହାପରେ ସେ ଘରେ ସଙ୍ଗରୋଧରେ ଥିଲେ।

Read More

ଜୟପୁର:  କରୋନାର ବ୍ୟାପକ ସଂକ୍ରମଣକୁ ନଜରରେ ରଖି ରାଜସ୍ଥାନ ସରକାର 11ଟି ଜିଲ୍ଳାର ଜିଲ୍ଲା ମୁଖ୍ୟାଳୟର ସର୍ବସାଧାରଣ ସ୍ଥଳଗୁଡିକରେ ଧାରା 144 ଜାରି କରିଛନ୍ତି । ଏହି ସ୍ଥାନଗୁଡିକରେ 5 ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଟଙ୍କ ଅଧ୍ୟକ୍ଷତାରେ ଶନିବାର ରାତ୍ରିରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣର ଗମ୍ଭୀର ସ୍ଥିତିକୁ ଦେଖି ଜୟପୁର, ଯୋଧପୁର, କୋଟା, ଆଜମେର, ଅଲବର୍‌, ଭୀଲଓ୍ବାଡା, ବିକାନେର୍‌, ଉଦୟପୁର, ସିକର, ପାଲୀ ଓ ନାଗୌର୍‌ ଆଦି ଜିଲ୍ଲା ମୁଖ୍ୟାଳୟ ଥିବା ସହରରେ ସର୍ବସାଧାରଣ ସ୍ଥାନଗୁଡିକରେ 144 ଧାରା ଜାରି କରାଯାଇଛି । ଏଠାରେ ପାଞ୍ଚ ଜଣ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ସେହିପରି ସାର୍ବଜନିକ ସ୍ଥାନଗୁଡିକରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ସାମାଜିକ ଦୂରତ୍ବକୁ ମଧ୍ୟ କଡାକଡି କରାଯାଇଛି । ଏହି ସମସ୍ତ ସ୍ଥାନଗୁଡିକରେ କୋଭିଡ୍‌…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ଼ ସୃଷ୍ଟି କରୁଛି। ପ୍ରତିଦିନ 90 ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶରେ 24 ଘଣ୍ଟାରେ 92 ହଜାର 605 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1133 ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା 86, 752କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 54 ଲକ୍ଷ 620କୁ ବୃଦ୍ଧି ପାଇଛି।  ସେହିପରି ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 10 ହଜାର 824 ଜଣ ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 43 ଲକ୍ଷ 03 ହଜାର 43 ଜଣ । ଦେଶରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ପାଉଥିବାବେଳେ ଭାରତ ଏବେ ସଂକ୍ରମଣ ଦେଶ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଭାରତ ଏବେ ପ୍ରଥମରେ ରହିଛି । ସୁସ୍ଥଙ୍କ କ୍ଷେତ୍ରରେ ଆମେରିକାକୁ ମାତ୍‌…

Read More

କଟକ, କିଛି ଅସାମାଜିକ ଓ ଖଳ ପ୍ରକୃତିର ଲୋକ ଫେସବୁକ ମାଧ୍ୟମରେ ଜନସାଧାରଣ ମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇ ପୋଷ୍ଟ କରିଥିବାର ଜଣାପଡିଛି। ଏହାକୁ ନେଇ କଟକରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ତେବେ ପୋଲିସ ଏହି ପୋଷ୍ଟିଂକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୋଲିସ ଅପମାନ ଜନକ ପୋଷ୍ଟକୁ ଗଭୀରତାର ସହ ନେଇ କ୍ୟାଣ୍ଟନମେଣ୍ଟ ଥାନା କେସ ନମ୍ବର-୧୧୦ ତା-୧୯.୦୯.୨୦୨୦,୧୫୩(ଏ)/୨୯୨(ଏ)/୨୯୫(ଏ)/୫୦୫/୧୨୦(ବି) ଆଇ.ପି.ସି/୬୭ ଆଇ.ଟି.ଆକ୍ଟ ରୁଜୁ କରାଯାଇ ତଦନ୍ତ କରାଯାଉଅଛି। ଏହାକୁ ପୋଷ୍ଟ କରିଥିବା ଅପରାଧୀ ଓ ଉକ୍ତ ପୋଷ୍ଟକୁ ଲାଇକ ଓ ସେୟାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି। ତେବେ ପୋଲିସ ଜନସାଧାରଣଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଅନୁରୋଧ କରିଛି।

Read More

ଭୁବନେଶ୍ବର, କଟକ ଭୁବନେଶ୍ବରରେ କୋଭିଡ19 ନିୟମ ଉଲ୍ଲଂଘନ ହେଉଛି। ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ନିର୍ଦ୍ଦେଶ ପରେ ବର୍ତ୍ତମାନ କଟକ ଭୁବନେଶ୍ବର କମିଶନରେଟ ପୋଲିସ ବେଶ ତତ୍ପରତା ପ୍ରକାଶ କରିଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରି କୋଭିଡ ନିୟମ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିଛି। ସେହି ଅନୁସାରେ ଆଜି ପୋଲିସ ଭୁବନେଶ୍ବରର ବିଭିନ୍ନ ଦୋକାନ ବଜାର ଏପରିକି ଉଠା ଦୋକାନ ଉପରେ ମଧ୍ୟ ଚଢାଉ କରିଛି। ଆଜି ପୋଲିସ ପ୍ରାୟ 34ଟି ବ୍ୟବସାୟୀକ ସଂସ୍ଥା ଉପରେ ଏହି ଚଢାଉ କରାଯାଇ ଥିଲା। ଏଥିରେ ସାମାଜିକ ଦୂରତା ବଜାଇ ନ ରଖିଥିବାରୁ 7 ହଜାର 9 ଶହ 57 ଜଣଙ୍କ ନାମରେ ମାମଲା ରୁଜ କରାଯାଇଛି।

Read More

ନୂଆଦିଲ୍ଲୀ, ଗତ ୨ ବର୍ଷ ମଧ୍ୟରେ ମୋଦି ସରକାର ନ୍ୟାସନାଲ୍ ପ୍ଲାନ୍‌ ଫର୍ କନଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି । ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଏବଂ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଅନୁଦାନ ଦିଆଯାଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର।

Read More

କଟକ: ଆକାଶବାଣୀ କଟକ ସମାଚାର ବିଭାଗ ଦୈନିକ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମକୁ ଏକ ନୂତନ ଶୈଳୀରେ ଆରମ୍ଭ କରିଛି। ରାଜ୍ୟରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଏହି କାର୍ଯ୍ୟକ୍ରମରେ କେବଳ କୋଭିଡ-୧୯ ସମ୍ପର୍କିତ ସୂଚନା ଉପରେ ଗୁରୁତ୍ୱାରୋପ କରାଯିବ। ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ଜିଲ୍ଲାର କୋଭିଡ ସଂକ୍ରମଣ, ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ, କୋଭିଡ ଯୋଦ୍ଧାଙ୍କ ପ୍ରଶଂସନୀୟ ଉଦ୍ୟମ ଏବଂ କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା କାର୍ଯ୍ୟକ୍ରମରେ ସ୍ଥାନ ପାଇବ। ଏଥିସହିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାମତ ମଧ୍ୟ ସାମିଲ କରାଯିବ। ଏହି କାର୍ଯ୍ୟକ୍ରମଟି ପ୍ରତ୍ୟେକ ଦିନ ସନ୍ଧ୍ୟା ୭.୨୫ ରୁ ୭.୩୦ ମଧ୍ୟରେ ପ୍ରସାରିତ ହେବ। ଆଜି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ…

Read More

ସୀତାରାମ ଅଗ୍ରୱାଲ  ଚିଲିକା: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଇଲେକ୍ଟ୍ରିକାଲ ଡିଭିଜନ (ଟି.ପି.ସି.ଓ.ଡ଼ି.ଏଲ) କାର୍ଯ୍ୟାଳୟ ସମ୍ମୁଖରେ ନଅ ଦଫା ଦାବି ନେଇ ଇଲେକ୍ଟ୍ରିକାଲ କର୍ମଚାରୀ ସଂଘ (ମିଟର ରିଡିଙ୍ଗ ଓ କଲେକ୍ସନ ) କରୋନା କଟକଣାର ସମସ୍ତ ସତର୍କତା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୀର୍ଘଦିନ ଧରି ବାଲୁଗାଁ, ବାଣପୁର ସମେତ ଟାଙ୍ଗୀ ଅଞ୍ଚଳର କାର୍ଯ୍ୟରତ କର୍ମଚାରୀମାନେ ସ୍ୱଳ୍ପ ଆଧାରରେ ବେତନ ପାଉଥିବାରୁ ବର୍ତ୍ତମାନ ସୁଦ୍ଧା ସେଥିରେ କୌଣସି ପରିବର୍ତ୍ତନ ନଆଣିବା ତଥା କାର୍ଯ୍ୟ ସମ୍ବନ୍ଧୀୟ ସରକାରୀ ସ୍ତରରେ କୌଣସି ସୁବିଧା ନମିଳିବା ଯାହାକି ପ୍ରତ୍ୟେକ ମାସରେ ଦରମା ନମିଳିବା, ପ୍ରୋଭିଡେଣ୍ଟ ଫଣ୍ଡରେ ଅନ୍ତର୍ଭୁକ୍ତ ନକରିବା, ମାସିକ ବେତନ ପ୍ରଣାମପତ୍ର ନମିଳିବା, କୁଶଳୀ କର୍ମଚାରୀ ହିସାବରେ ପରିଗଣିତ ନହେବା, ଠିକା କର୍ମଚାରୀ ପୂର୍ବରୁ ପ୍ରତ୍ୟେକ୍ଷ ଭାବେ ଟି.ପି.ସି.ଓ.ଡ଼ି.ଏଲର ସ୍ଥାୟୀ କର୍ମଚାରୀ ନିଯୁକ୍ତି, ବିନା କାରଣରେ କାର୍ଯ୍ୟରୁ ନିଲମ୍ବନ କରିବାର ଧମକ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ବଦଳରେ ଯୁବ ପିଢ଼ିର…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୦୫ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କଟକରୁ ୩୭୧, ବରଗଡରୁ ୧୬୯, ନବରଙ୍ଗପୁରରୁ ୧୬୦, ସୁନ୍ଦରଗଡରୁ ୧୫୬, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୪୫, ଯାଜପୁରରୁ ୧୩୯, ବଲାଙ୍ଗିରିରୁ ୧୨୩, ଜଗତସିଂହପୁରରୁ ୧୨୧, କୋରାପୁଟରୁ ୧୨୦, ମୟୂରଭଞ୍ଜରୁ ୧୧୫, ସୋନପୁରରୁ ୧୧୦, ଭଦ୍ରକରୁ ୧୦୪, ସମ୍ବଲପୁରରୁ ୯୯, ଝାରସୁଗୁଡାରୁ ୯୩, କେନ୍ଦୁଝରରୁ ୯୨, ବାଲେଶ୍ବରରୁ ୯୧, ନୟାଗଡରୁ ୮୩, ନୂଆପଡାରୁ ୭୮, ଅନୁଗୁଳରୁ ୬୬, ଗଞ୍ଜାମରୁ ୫୬, ଢେଙ୍କାନାଳରୁ ୫୦, କଳାହାଣ୍ଡିରୁ ୪୪, ମାଲକାନଗିରିରୁ ୪୪, କନ୍ଧମାଳରୁ ୩୮, ବୌଦ୍ଧରୁ ୧୮, ଗଜପତିରୁ ୧୮, ଦେବଗଡରୁ ୧୪, ଷ୍ଟେଟ ପୁଲରୁ ୨୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର…

Read More

ଭୁବନେଶ୍ବର :  କରୋନା ଲକ୍ଷଣ ନେଇ ଡାକ୍ତର ପ୍ରଜ୍ଞାନ ରାଉତରାୟ ସୂଚନା ଦେଇ କହିଛନ୍ତି ଯେ,   କରୋନାରୁ ଥରେ ଆରୋଗ୍ୟ ହେବା ପରେ ବି ପୁଣି ସଂକ୍ରମଣ ହୋଇପାରେ ।ଏଥିପାଇଁ ଯଥାସମ୍ଭବ ସତର୍କ ରହିବା ନିତାନ୍ତ ଆବଶ୍ୟକ । ଯାହା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବେଶୀ ଥିବ, ଲକ୍ଷଣ ପ୍ରକାଶ ପାଇବନି । ଯାହାର ଅନ୍ୟ କିଛି ରୋଗ ଥିବ, ସେମାନଙ୍କଠାରେ ଲକ୍ଷଣ ଦେଖାଯିବ । ରୋଗାକ୍ରାନ୍ତ ଓ ସ୍ବାସ୍ଥ୍ୟ କର୍ମୀଙ୍କ ସାମାନ୍ୟ ଲକ୍ଷଣ ଦେଖାଗଲା ଟେଷ୍ଟ ଜରୁରୀ ବୋଲି କହିଛନ୍ତି ଡାକ୍ତର ରାଉତରାୟ। ଅନ୍ୟମାନଙ୍କର ଯଦି ସାମାନ୍ୟ ଲକ୍ଷଣ ଥିବ, କ୍ବାରେଣ୍ଟିନ୍‌ରେ ରହି ଚିକିତ୍ସା କରିହେବ  । ସେହିପରି ହୋମ୍‌ ଆଇସୋଲେସନ୍‌ଣେ ରହୁଥିବା ଆକ୍ରାନ୍ତ ମାସ୍କ ପିନ୍ଧି ଜରୁରୀ ବୋଲି କହିଛନ୍ତି ଡାକ୍ତର ରାଉତରାୟ । ନିଜ ଲୁଗାପଟା, ବାସନ ନିୟମିତ ସାବୁନ ପାଣିରେ ଧୋଇବା ଦରକାର । ନଚେତ୍‌ ନିଜ ପାଖରେ ଥିବା ଭାଇରସ୍‌ ପରିବାର ଲୋକଙ୍କୁ…

Read More

ଭୁବନେଶ୍ବର :  ଦୂରାରୋଗ୍ୟ ପୀଡ଼ିତଙ୍କୁ ହୋମ ଆଇସୋଲେସନରେ ରହିପାରିବେନି ବୋଲି ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା । କରୋନା ଚିକିତ୍ସା ନେଇ ଡାକ୍ତର ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି । ସେହିପରି ଗର୍ଭବତୀ, ଶିଶୁମାନେ ଯଦି ଆକ୍ରାନ୍ତ ହେଉଛନ୍ତି ତେବେ ସେମାନେ ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ରହନ୍ତୁନି । ସେମାନେ ହୋମ୍ ଆଇସୋଲେସନ୍‌ରେ ନ ରହି କୋଭିଡ୍‌ ହସ୍ପିଟାଲରେ ରହିବେ । ସେହିପରି ହୋମ୍‌ ଆଇସୋଲେସନ୍‌ରେ ରହୁଥିବା ଆକ୍ରାନ୍ତମାନେ ମାସ୍କ, ଗ୍ଲୋଭସ୍‌ ପିନ୍ଧିବେ । ତାଙ୍କ ଯତ୍ନ ନେଉଥିବା ଲୋକମାନେ ମଧ୍ୟ କମ୍‌ ସମୟ ତାଙ୍କ ସଂସ୍ପର୍ଶରେ ଆସିବା ଉଚିତ୍‌ ବୋଲି କହିଛନ୍ତି ଡାକ୍ତର ପଣ୍ଡା । ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେମିତି ଶିଶୁ, ବୟସ୍କ ନଆସିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ । ଅନ୍ୟ ରୋଗ ପାଇଁ ଔଷଧ ଖାଉଥିବା ରୋଗୀ ପୂର୍ବ ଔଷଧ ଖାଇପାରିବେ । ନିୟମିତ ଔଷଧ ଖାଇ 17 ଦିନ…

Read More

ଭୁବନେଶ୍ୱର:  ମୂର୍ତ୍ତିର ଉଚ୍ଚତାକୁ ନେଇ ଚାଲିଥିବା ବିବାଦ ପ୍ରସଙ୍ଗରେ ପୋଲିସ କମିଶନର ପ୍ରତିକ୍ରିୟା ଦେଇଛନ୍ତି । ଆବେଦନ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କମିଶନରଙ୍କୁ ଦାୟିତ୍ୱ ଦେଇଥିଲେ । ଉଭୟ ପକ୍ଷର ତଥ୍ୟ ଦେଖି ପୋଲିସ କମିଶନର ନିଷ୍ପତ୍ତି ନେଇଛନ୍ତି । ପୂଜା ସଂପର୍କରେ ଯାହା ନିଷ୍ପତ୍ତି ଦେବା କଥା ସେ ଦେଇସାରିଛନ୍ତି ବୋଲି କହିଛନ୍ତି କମିଶନର । ତେଣୁ  ତାଙ୍କ ନିର୍ଦ୍ଦେଶକୁ ଯିଏ ଗ୍ରହଣ ନ କରିବେ, ସେମାନେ ହାଇକୋର୍ଟ ଯିବେ । ତା ପରେ କୋର୍ଟ ଯାହା ନିଷ୍ପତ୍ତି ନେବେ ତାହା ସର୍ବମାନ୍ୟ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଚଳିତ ପୂଜାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ପୂଜା ଗାଇଡଲାଇନ୍‌ ଜାରି ହୋଇଥିଲା । ଏହି ଗାଇଡଲାଇନ୍‌ ଅନୁଯାୟୀ ମୂର୍ତ୍ତିର ଉଚ୍ଚତାକୁ 4 ଫୁଟ୍‌ ରଖିବା ସହ ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ…

Read More

ଭୁବନେଶ୍ବର :ବଙ୍ଗୋପସାଗର ଉତ୍ତରପୂର୍ବ ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ସାତଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ମାଲକାନଗିରି, ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବାବେଳେ  10ଟି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଦେବଗଡ ଓ କଳାହାଣ୍ଡିରେ ପ୍ରବଳ ବର୍ଷା ହେବ । ଏହି ସମୟ ଭିତରେ ସମୁଦ୍ର ଭିତରକୁ ମାଛ ଧରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

Read More

ଭୁବନେଶ୍ବର : ବିଶିଷ୍ଟ ଗୀତିକାର, ପ୍ରଯୋଜକ ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ’ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତି କବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାରକୁ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ କରାଯିବ ସହ ପୁରସ୍କାର ରାଶିକୁ 2.4 ଲକ୍ଷକୁ ବୃଦ୍ଧି କରାଯାଇଛି । ଶାରଦା ପ୍ରସନ୍ନ ନାୟକ ଓଡ଼ିଆ ସାରସ୍ବତ ଜଗତର ଅମିଳନ ପ୍ରତିଭା । ଜଣେ ଗୀତିକାର, ପ୍ରଯୋଜକ, ସଂଗୀତ ନିର୍ଦ୍ଦେଶକ ଭାବରେ ଓଡ଼ିଆ ସାଂସ୍କୃତିକ ଜଗତରେ ତାଙ୍କ ଅଲିଭା ସ୍ମୃତି ଛାଡି ଯାଇଛନ୍ତି । ଏହି ମହାନ୍‌ ସ୍ରଷ୍ଟା ଅନବଦ୍ୟ ଅବଦାନକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ…

Read More