Author: Samikhsya Bureau

ମୁମ୍ବାଇ: ଗତକାଲି ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ବର୍ତ୍ତମାନ ମୁମ୍ବାଇର ବାଇକୁଲା ଜେଲରେ ରହିବେ। ସେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ ଡ୍ରଗ୍ସ ଲିଙ୍କରେ ସେ ଗିରଫ ହୋଇଛନ୍ତି। ଗତକାଲି ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଫଳରେ ଗତକାଲି ଏନସିବି ର ହାଜତରେ ରିୟା ରାତି କଟାଇଥିଲେ। ରିୟାଙ୍କ ବିରୋଧରେ ଲାଗିଛି ଏନଡିସିପି ଆକ୍ଟର ଧାରା ୨୭ । ଏହି ଆକ୍ଟ ଅନୁସାରେ ଯଦି ଜଣେ ଦୋଷୀ ସାବ୍ୟସ୍ତ ହୁଏ ତେବେ ସେ ୧୦ ବର୍ଷ ଜେଲ ଦଣ୍ଡ ଭୋଗିବ । ସେହିପରି ଆଉ ଏକ ୨୭ (A) ଧାରା ଲାଗୁ ହୋଇଛି। ଏହା ବେଆଇନ୍ ଡ୍ରଗ୍ସ କାରବାର ମାମଲାରେ ଟଙ୍କା ନେଣଦେଣ ମାମଲା ଆସୁଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିପାରେ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ଜଣଙ୍କ ଜୀବନ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ ଜଣ, ଭୁବନେଶ୍ବରରୁ ୨ଜଣ, ଖୋର୍ଦ୍ଧାରୁ ଜଣେ, ବଲାଙ୍ଗିରିରୁ ଜଣେ, କନ୍ଧମାଳରୁ ଜଣେ, କେନ୍ଦୁଝରରୁ ଜଣେ ଏବଂ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୬୫ ବର୍ଷୀୟ ପୁରୁଷ ଥିବାବେଳେ ଜଣେ ୬୨ ବର୍ଷୀୟ ପୁରୁଷ, ଅନ୍ୟ ଜଣେ ୬୦ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୫୫ ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି। ସେହିପରି ଭୁବନେଶ୍ବରରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ଆଉ ଜଣେ ୭୦ ବର୍ଷୀୟ ପୁରୁଷ। ଖୋର୍ଦ୍ଧା  ଜିଲ୍ଲାରୁ  ୭୫ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବଲାଙ୍ଗିରିରୁ ଜଣେ ୬୫ ବର୍ଷୀୟ ମହିଳା, କନ୍ଧମାଳରୁ ଜଣେ…

Read More

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ୩୭୪୮  ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଅନୁଗୁଳରୁ ୫୭ ଜଣ, ବାଲେଶ୍ବରରୁ ୧୦୩ ଜଣ, ବରଗଡରୁ ୯୨ ଜଣ, ଭଦ୍ରକରୁ ୪୬ ଜଣ, ବଲାଙ୍ଗିରରୁ ୧୬୩ ଜଣ, ବୌଦ୍ଧରୁ ୫୮ ଜଣ, କଟକରୁ ୩୯୨ଜଣ, ଦେବଗଡରୁ ୨୪ଜଣ, ଢେଙ୍କାନାଳରୁ ୬୫ ଜଣ, ଗଜପତିରୁ ୩୩ଜଣ, ଗଞ୍ଜାମରୁ ୭୧ ଜଣ, ଜଗତସିଂହପୁରରୁ ୯୪ ଜଣ, ଯାଜପୁରରୁ ୧୪୦ଜଣ, ଝାରସୁଗୁଡାରୁ ୭୦ ଜଣ, କଳାହାଣ୍ଡିରୁ ୩୮ଜଣ, କନ୍ଧମାଳରୁ ୮୫ ଜଣ, କେନ୍ଦ୍ରାପଡାରୁ ୧୧୬ ଜଣ, କେଉଁଝରରୁ ୬୩ ଜଣ, କୋରାପୁଟରୁ ୯୭ ଜଣ, ମାଲକାନାଗିରିରୁ ୨୧ ଜଣ, ମୟୂରଭଞ୍ଜରୁ ୩ ଜଣ, ନବରଙ୍ଗପୁରୁର ୧୨୧ଜଣ, ନୟାଗଡରୁ ୬୯ ଜଣ, ନୂଆପଡାରୁ ୧୦୭ ଜଣ, ପୁରୀରୁ ୩୮୭ଜଣ, ରାୟଗଡାରୁ ୮୨ ଜଣ, ସମ୍ବଲପୁରରୁ ୭୯ ଜଣ, ସୋନପୁରରୁ ୧୨୪ ଜଣ, ସୁନ୍ଦରଗଡରୁ ୧୫୭ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ରୁ ୧୭୬ ଜଣ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି  ୩ହଜାର ୭୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୨୧୦ଜଣ ଚିହ୍ନଟ ହୋଇଥିବାବେଳେ ୧୫୩୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ୧ ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୩୧୨ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୧ଲକ୍ଷ ୨ ହଜାର ୧୮୫ ଜଣ।

Read More

ନୂଆଦିଲ୍ଲୀ: ଦେଶରେ ଗତ ଚବିଶ ଘଣ୍ଟାରେ ୮୯ ହଜାର ୭୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୃତ୍ୟୁବରଣ କରିଛନ୍ତି ୧ ହଜାର ୧୧୫ ଜଣ। ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ଲକ୍ଷ ୭୦ ହଜାର ୧୨୯ କୁ ବୃଦ୍ଧି ହୋଇଛି । ସକ୍ରିୟ କେସ ୮ ଲକ୍ଷ ୯୭ ହଜାର ୩୯୪ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୯୮ ହଜାର ୮୪୫ ରହିଛି। ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩, ୮୯୦ ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

Read More

ନୂଆଦିଲ୍ଲୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତି ରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଓଡିଶା ସମେତ ଦେଶର ୯ଟି ରାଜ୍ୟ ଯଥା ଗୁରଜାଟ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆସାମ, ନାଗାଲାଣ୍ଡ, ତ୍ରିପୁରା, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକରେ ୨୨ଟି ବାଉଁଶ କ୍ଲଷ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଜାତୀୟ ବାଉଁଶ ମିଶନର ଲୋଗୋ ମଧ୍ୟ ଉନ୍ମୋଚନ କରିଛନ୍ତି । ଭର୍ଚୁଆଲ ମୋଡ଼ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ସେ କହିଲେଯେ ଦେଶ ଏବେ ବାଉଁଶରୁ ନିର୍ମିତ ବିଭିନ୍ନ ସୌଖିନ ସାମଗ୍ରୀକୁ ବିଦେଶକୁ ପ୍ରଚୁର ପରିମାଣରେ ରପ୍ତାନୀ ବୃଦ୍ଧି କରିବା ଦିଗରେ ନିଜକୁ ପ୍ରସ୍ତୁତ କରୁଛି । ୨୦୧୮-୧୯ରେ ପୁନର୍ଗଠିତ ଜାତୀୟ ବାଉଁଶ ମିଶନର ଶୁଭାରମ୍ଭ କରାଯାଇଥିଲା ଏବଂ ଏଥିରେ ଏହି ସେକ୍ଟରରେ ଥିବା ସଂପୂର୍ଣ୍ଣ ଭାଲ୍ୟୁ ଚେନର ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରାଯାଇଥିଲା । ଏହି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ଆଜି ‘ସ୍ୱନିଧି ସମ୍ବାଦ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର ବେଉସା ଆରମ୍ଭ କରିବା ପାଇଁ ଜୁନ୍‌ ପହିଲାରୁ ଭାରତ ସରକାର ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି । ସେମାନଙ୍କୁ ଋଣ ସହାୟତା ଯୋଗାଇ ପୁନର୍ବାର ନିଜର ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି । ମଧ୍ୟପ୍ରଦେଶରେ ପିଏମ୍‌ ସ୍ୱନିଧି ଯୋଜନାରେ 4.5 ଲକ୍ଷ ଷ୍ଟ୍ରିଟ ଭେଣ୍ଡର ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 4 ଲକ୍ଷରୁ ଅଧିକଙ୍କୁ ପରିଚୟପତ୍ର ଓ ଭେଣ୍ଡର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହି ପଞ୍ଜୀକୃତଙ୍କ ମଧ୍ୟରୁ ଋଣ ପାଇଁ ଆବେଦନ କରିଥିବା 2.45 ଲକ୍ଷ ଭେଣ୍ଡରଙ୍କ ଆବେଦନପତ୍ରକୁ ପୋର୍ଟାଲ ମାଧ୍ୟମରେ ବ୍ୟାଙ୍କକୁ ପଠାଇ ଦିଆଯାଇଛି । ପ୍ରଥମ ଦଫାରେ ସେଥିମଧ୍ୟରୁ 1.4 ଲକ୍ଷ ଆବେଦକାରୀଙ୍କୁ ଋଣ ଆକାରରେ…

Read More

ଭୁବନେଶ୍ବର, ଚଳିତ ସେପ୍ଟେମ୍ବର ୪ ସୁଦ୍ଧା ୮,୦୯,୦୪୬ ଶ୍ରମ ଦିବସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଏହି କାର୍ଯ୍ୟକ୍ରମ ଲାଗୁ ହେଉଥିବା ଓଡ଼ିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରାଜ୍ୟର ୧୧୬ଟି ଜିଲ୍ଲାରେ ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ଏହା କରାଯାଇଛି। ଏଥିରେ ୧୨,୨୬୭ ଶ୍ରମିକଙ୍କୁ ନିୟୋଜିତ କରାଯାଇ ସେମାନଙ୍କୁ ମଜୁରି ବାବଦରେ ୧ ହଜାର ୬ଶହ ୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟକ୍ତିଗତ ଭାବେ ଏସବୁ ପ୍ରକଳ୍ପର କାମକୁ ନିବିଡ ଭାବେ ଅନୁଧ୍ୟାନ କରୁଛନ୍ତି। କରୋନା ଯୋଗୁଁ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ୬ଟି ରାଜ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ୧୬୪ଟି ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଭାରତୀୟ ରେଳବାଇ ଏହି କାର୍ଯ୍ୟ ତଦାରଖ କରିବା ପାଇଁ ପ୍ରତ୍ୟେକ ଜିଲା ଏବଂ ରାଜ୍ୟରେ ନୋଡାଲ…

Read More

ହାଇଦ୍ରାବାଦ, ସର୍ଦ୍ଦାର ଭାଲାଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀର ବର୍ତ୍ତମାନ ୮୦ ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଗତ ୩-୪ ଦିନ ମଧ୍ୟରେ ତିରିଶ ଜଣ କର୍ମଚାରୀ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଥିଲେ। ଏହାପରେ ଗତ କିଛି ସପ୍ତାହ ମଧ୍ୟରେ ପ୍ରଭାବିତ କର୍ମଚାରୀଙ୍କ ମୋଟ ସଂଖ୍ୟା ୮୦ କୁ ବୃଦ୍ଧି ପାଇଛି। ସେପ୍ଟେମ୍ବର ୪ ତାରିଖରେ ୨୦୧୮ ବ୍ୟାଚ୍ ର ୧୩୧ ଜଣ ପ୍ରୋବେସନାରୀ ଭାରତୀୟ ପୋଲିସ୍ ସେବା ଅଧିକାରୀଙ୍କ ପାଶ ଆଉଟ ପରେଡ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କଂନଫ୍ରେସିଂରେ ଦିଲ୍ଲୀରୁ ଭାଷଣ ପ୍ରଦାନ କରିଥିଲେ। ଏହା ଶେଷ ହେବାର ଚାରି ଦିନ ପରେ କେତେକଙ୍କ ଶରୀରରେ କୋଭିଡ19 ଲକ୍ଷଣ ପରିଲକ୍ଷିତ ହୋଇଥିଲା। ଫଳରେ କୋଭିଡ19 ପରୀକ୍ଷା ପରେ ଏହା ପଜେଟିଭି ବୋଲି ଜଣାପଡିଥିଲା। କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିମାନେ ପ୍ରଶାସନିକ ତଥା ରକ୍ଷଣାବେକ୍ଷଣ ବିଭାଗର କାର୍ଯ୍ୟ କରୁଛନ୍ତି। ମୁଖ୍ୟ କ୍ୟାମ୍ପସ…

Read More

ନୂଆଦିଲ୍ଲୀ, ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଯଦ୍ୟପି ଉତ୍ତେଜନା ହ୍ରାସ କରିବା ସକାଶେ କୌଣସି ପ୍ରକାର ସଂଘର୍ଷ ସ୍ଥିତିକୁ ଏଡାଇବା ଲାଗି ତାର ପ୍ରତିବଦ୍ଧତା ପ୍ରତି ସଂପୂର୍ଣ୍ଣ ରୂପେ ବଚନବଦ୍ଧ କିନ୍ତୁ ଚୀନ ପକ୍ଷରୁ ସେଠାରେ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରିବା ନିମନ୍ତେ ପ୍ରୟାସ ଜାରି ରହିଛି । ଭାରତୀୟ ସେନା କୌଣସି ମତେ ବାସ୍ତବ ନିୟନ୍ତ୍ରଣ ରେଖାର ଉଲ୍ଲଙ୍ଘନ କରୁନାହାନ୍ତି କିମ୍ବା କୌଣସି ପ୍ରକାର ଗୁଳିଗୋଳା ବର୍ଷଣ ଭଳି ଆକ୍ରମଣାତ୍ମକ ସାଧନର ଉପଯୋଗ କରିନାହାନ୍ତି। କିନ୍ତୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ) ସେନା, ରାଜନୈତିକ ଓ ସାମରିକ ସ୍ତରରେ ଜାରି ରହିଥିବା ବାର୍ତ୍ତାଳାପ ସତ୍ତ୍ୱେ ଖୋଲାଖୋଲି ଭାବେ କେବଳ ବୁଝାମଣାର ଉଲଂଘନ କରୁଛନ୍ତି। ଏପରିକି ନିରବଚ୍ଛିନ୍ନ ଭାବେ ଆକ୍ରମଣାତ୍ମକ ଯୁଦ୍ଧାଭ୍ୟାସ ମଧ୍ୟ ଜାରି ରଖିଛନ୍ତି । ୨୦୨୦ ମସିହା ସେପ୍ଟେମ୍ବର ୦୭ ତାରିଖ ଦିନ ଆଉ ଥରେ ତାତ୍କାଳିକ ଘଟଣାରେ ପିଏଲଏର ସୈନିକମାନେ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଥିବା…

Read More

କଟକ, ଦିନକୁ ଦିନ ଅନୁଭବ ବର୍ଷା ମଧ୍ୟରେ ଚାଲିଥିବା ବିବାଦର ନୂଆ ଖିଅ ବାହାରିବାରେ ଲାଗିଛି। ଏହିପରି ପରିସ୍ଥିତିରେ ବର୍ତ୍ତମାନ ପଦାକୁ ଆସିଛି ଅନୁଭବ ମହାନ୍ତି ବର୍ଷାଙ୍କ ପାଖକୁ ଲେଖିଥିବା ଏକ ଭାବପୂର୍ଣ୍ଣ ଇ-ମେଲ। ଗତ ମେ 8 ତାରିଖରେ ଅନୁଭବ ବର୍ଷାଙ୍କ ପାଖକୁ ଏହି ମେଲ ପଠାଇଥିଲେ। ପାଞ୍ଚ ପୃଷ୍ଠାର ଏହି ମେଲରେ ଅନୁଭବ ତାଙ୍କର ବିଗତ ଦିନରେ ବର୍ଷା ସହିତ କିପରି ସଂପର୍କ ଗଢି ଉଠିଲା ସେ ସଂପର୍କରେ ଅବଗତ କରାଇଛନ୍ତି। ଏଥିରେ ଅନୁଭବ କେବେ ବର୍ଷାଙ୍କୁ ଦେଖିଲେ, ବର୍ଷା କିପରି ତାଙ୍କୁ ଡାକି ନେଇ ତାଙ୍କ ଘର ବୁଲାଇ ଦେଖାଇଲେ ଏବଂ ପରେ କିପରି ଏକାଠି ସିନେମା କଲେ ତାହା ଉଲ୍ଲେଖ କରିଛନ୍ତି।ସେହିପରି କେଉଁ କେଉଁ ସିନେମାରେ ସେମାନେ ଏକାଠି କାମ କରିବା ପରେ ବାହା ହେଲା ତାହା ମଧ୍ୟ ଲେଖିଛନ୍ତି। ତେବେ ବାହାଘର ପରେ ବର୍ଷା ଶାରୀରିକ ସଂପର୍କ ରଖିବା ପାଇଁ ମନା କରିଥିଲେ ବୋଲି…

Read More

ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସ୍କୁଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଆସନ୍ତା 21 ତାରିଖରୁ ଏହା ଲାଗୁ ହେବ ବୋଲି କୁହାଯାଇଛି। କେବଳ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ ଏହି ଅନୁମତି ମିଳିଛି। ତେବେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଏଥିପାଇଁ ବିଭାଗ ତରଫରୁ ଏକ ଗାଇଡ୍ ଲାଇନ ବା ଏସଓପି ଜାରୀ କରାଯାଇଛି। ଏଥିରେ ସାମାଜିକ ଦୂରତ୍ୱ ପାଳନ, ମାସ୍କ ପିନ୍ଧିବା, ହାତ ଧୋଇବା ଆଦିକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ପାଳନ କରାଯିବାକୁ ମଧ୍ୟ କୁହାଯାଇଛି। ତେବେ କଣ୍ଟନମେଣ୍ଟ ଜୋନରେ ଥିବା ସ୍କୁଲ ଖୋଲା ଯାଇପାରିବ ନାହିଁ। ସେହିପରି ସେହି ଜୋନ ଭିତରେ ଥିବା ଛାତ୍ରଛାତ୍ରୀ, ଶିକ୍ଷକ ବା ଶିକ୍ଷା କର୍ମଚାରୀ ସ୍କୁଲକୁ ଆସିପାରିବେ ନାହିଁ। ଏହି ସମୟ ମଧ୍ୟରେ ସ୍କୁଲରେ କୋଣସି ସମାରୋହ,…

Read More

ରମେଶ ମହାନ୍ତି  ଜଗତସିଂହପୁର: ଆଜି ଓଡ଼ିଶାର ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତିର୍ତ୍ତୋଲ ବ୍ଲକ ର ବନ୍ୟାଞ୍ଚଳ ପରିଦର୍ଶନ କରି ଗ୍ରାମବାସୀଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି।ମନ୍ତ୍ରୀଙ୍କ ସହିତ ଜଗତସିଂହପୁର ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ପରିଦର୍ଶନ ସମୟରେ ଉପସ୍ଥିତ ରହି ଲୋକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।କ୍ରିଷ୍ଣାନନ୍ଦପୁର ଠାରେ ମନ୍ତ୍ରୀ ଶ୍ରୀ ଦାସ ପାଇକା ନଦୀବନ୍ଧ ଉନ୍ନୟନ ସମ୍ପର୍କରେ ସାଂସଦ, ପୂର୍ବତନ ବିଧାୟକ ଓ ଜଳସମ୍ପଦ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଥିଲେ।ଏଥିସହିତ ଶଙ୍ଖେଶ୍ୱର ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିସାରିବା ପରେ ଶଙ୍ଖେଶ୍ୱର ସ୍ଥିତ ହନୁମାନ ମନ୍ଦିରରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ଏଥିସହିତ ଉପରବେଳା ମନ୍ତ୍ରୀ ଓ ସାଂସଦ କଟରା ପଞ୍ଚାୟତ ଓ ପଟିଲୋ ପଞ୍ଚାୟତ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୨୭୮୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୧୪୫ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୨୩୦ , ପୁରୀରୁ ୧୯୨, ମୟୂରଭଞ୍ଜରୁ ୧୫୩, ଗଞ୍ଜାମରୁ ୧୧୫, ବାଲେଶ୍ବରରୁ ୭୮, କେନ୍ଦୁଝରରୁ ୭୬, ବରଗଡରୁ ୭୫, ଯାଜପୁରରୁ ୬୮, କୋରାପୁଟରୁ ୬୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨, ଭଦ୍ରକରୁ ୫୪, ଝାରସୁଗୁଡାରୁ ୫୦, ନବରଙ୍ଗପୁରରୁ ୪୫, ମାଲକାନଗିରିରୁ ୪୧, ସୋନପୁରରୁ ୩୬, ଢେଙ୍କାନାଳରୁ ୩୫, ବଲାଙ୍ଗିରିରୁ ୨୮, କନ୍ଧମାଳରୁ ୨୮, ନୂଆପଡାରୁ ୨୫, ସୁନ୍ଦରଗଡରୁ ୨୩, କଳାହାଣ୍ଡିରୁ ୧୮, ରାୟଗଡାରୁ ୧୮, ଗଜପତିରୁ ୧୭, କେନ୍ଦ୍ରାପଡାରୁ ୧୫, ନୟାଗଡରୁ ୧୨, ଅନୁଗୁଳରୁ ୯, ବୌଦ୍ଧରୁ ୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଏହି ସୁସ୍ଥ ଆକ୍ରାନ୍ତଙ୍କୁ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଅପରାହ୍ନ ପାଖାପାଖି ୫ଟା ସମୟରେରେ ଜଗତସିଂହପୁର ସହରର ହାଟ ବଡପୋଲ ଉପରୁ ଜଣେ ବୃଦ୍ଧମହିଳା ନାଳ ମଧ୍ୟକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା ବେଳେ ଜନୈକ ଯୁବକ ତାଙ୍କୁ ଉଦ୍ଧାର କରିଥିଲେ। ମହିଳା ଜଣକ ନାଳ ପୋଲ ଉପରୁ ପ୍ରାୟ ୪୦ ଫୁଟ ତଳକୁ ନାଳ ମଧ୍ୟକୁ ଡେଇଁ ୩୦୦ ମିଟର ଦୂର ପର୍ଯ୍ୟନ୍ତ ବୁଡି ଭାସି ଯାଇଥିଲେ କିନ୍ତୁ ଭାଗ୍ୟବଶତଃ ସ୍ଥାନୀୟ ଲିପକ ଦାସ ନାମକ ଏକ ଯୁବକ ନାଳ ମଧ୍ୟକୁ ଡେଇଁ ବୃଦ୍ଧା ମହିଳା ଜଣଙ୍କୁ ଉଦ୍ଧାର କରିଥିଲା ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଯାଇଥିଲା। ନିଜ ଜୀବନକୁ ବାଜି ଲଗାଇ ଅଥଳ ପାଣିରୁ ଉଦ୍ଧାର କରି ବୃଦ୍ଧାଙ୍କ ଜୀବନ ବଞ୍ଚାଇଥିବା ଯୁବକ ଲିପକ ଦାସଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଉଥିବା ବେଳେ ଲିପକଙ୍କ ଘର ସ୍ଥାନୀୟ ଚାଟରା ଦେଭୋଗ ଗ୍ରାମରେ ବୋଲି…

Read More

ମୁମ୍ବାଇ : ସାଂସଦ ସଞ୍ଜୟ ରାଉତ ଏବେ ଶିବସେନା ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । କଙ୍ଗନାଙ୍କ ଟ୍ୱିଟ୍‌ରେ ସବୁବେଳେ ପ୍ରତିକ୍ରିୟା ରଖୁଥିବା ଶିବସେନାର ନେତା ସଞ୍ଜୟ ରାଉତ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ବି ଅଛନ୍ତି । ସଞ୍ଜୟ-କଙ୍ଗନାଙ୍କ ବୟାନବାଜି ଓ ପରେ ପରେ ଚେତାବନୀକୁ ନେଇ କଙ୍ଗନାଙ୍କ ସୁରକ୍ଷା ପାଇଁ 11 ଜଣ ଯବାନଙ୍କୁ ନିୟୋଜିତ କରାଯାଇଛି । ଶିବସେନାର ମୁଖ୍ୟପତ୍ର କାର୍ଯ୍ୟନିର୍ବାହୀ ସଂପାଦକ ଦାଇତ୍ୱରେ ଥିବା ସାଂସଦ ସଂଜୟ ରାଉତଙ୍କୁ ଚାରିଜଣିଆ ମୁଖପାତ୍ର ଟିମ୍ ର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି ଦଳ । ଶ୍ରୀ ରାଉତଙ୍କ ସହ ଲୋକସଭା ସାଂସଦ ପ୍ରିୟଙ୍କା ଚତୂର୍ବେଦୀଙ୍କୁ ଶିବସେନାର ମୁଖପାତ୍ର ବାବେ ନିଯୁକ୍ତି କରିଛନ୍ତି । ଅପରପକ୍ଷରେ, ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ସିବିଆଇ ହାତକୁ ଯିବା ପରେ ଏହାକୁ ନେଇ ବେଶ୍‌ କ୍ଷୁବ୍ଧ ରହିଛନ୍ତି ସଞ୍ଜୟ ରାଉତ । ସୁଶାନ୍ତଙ୍କ ମାମଲାକୁ ନେଇ ବିଜେପି ରାଜନୀତି କରୁଥିବାର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ସାନଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଷ୍ଟୋର ହାଉସ ପାଲଟିଛି । କାହାରି ପାଦ ପଡୁନଥିବାରୁ ଏହା ଏବେ ଭୂତକୋଠି ପ୍ରାୟ ହୋଇଯାଇଛି । କୋଭିଡ୧୯ ଏବଂ ବର୍ଷା ଯୋଗୁଁ ଗ୍ରାମାଞ୍ଚଳରେ ରାସ୍ତା ଗୁଡିକ ଧୋଇ ହୋଇ ନଷ୍ଟ ହୋଇଯାଇଛି ।  ହେଲେ ଏଠାକୁ  ଅଭିଯୋଗ କରିବାକୁ ଆସୁଥିବା ଲୋକେ କାର୍ଯ୍ୟାଳୟର ଏଭଳି ଅବସ୍ଥାକୁ ଦେଖି  ଦେଖି ନିରାଶ ହୋଇ ଫେରୁଛନ୍ତି । 2016 ମସିହାରେ ବ୍ୟୟବହୁଳ ରାଜକୋଷ ଅର୍ଥରେ ନିର୍ମିତ ହୋଇଥିବା ଏହି କୋଠାଟି ଉପରେ ବିଭାଗୀୟ ନିର୍ବାହୀ ଅଧିକାରୀ ଓ ସଚିବ ଦୃଷ୍ଟି ଦେଲେ ଏହି କୋଠାର ଉଦ୍ଦେଶ୍ୟ ସାକାର ହେବ ବୋଲି ଆଶା କରାଯାଉଛି ।

Read More

ଭୁବନେଶ୍ବର: କେନ୍ଦ୍ରାପଡାର ଭଣ୍ଡ ସାରଥୀ ବାବାଙ୍କର ଖେଳ ସରିବା ପରେ ଏବେ ପୁଣି ଜଣେ ବାବାଙ୍କ ଖେଳ ଦେଖିବାକୁ ମିଳିଛି। ଯାହାଙ୍କ ନାଁରେ କିଛି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର କୁଜଙ୍ଗ ବ୍ଲକର କୃଷ୍ଣଚନ୍ଦ୍ରପୁର ସତରା ଗ୍ରାମରେ ଏକ ସିରିଡି ଶାଇ ମନ୍ଦିର ରହିଛି। ଏବେ କରୋନା କଟକଣା ପାଇଁ କିଛି ଦିନ ହେଲା ଯେତେବେଳେ ସାଇଙ୍କ ମନ୍ଦିରଙ୍କୁ ଶ୍ରଦ୍ଧାଳୁମାନେ ଆସୁନଥିଲ। କେବଳ ମନ୍ଦିର ପୂଜାରିଙ୍କ ଦ୍ବାରା ସାଇବାବାଙ୍କ ଦୈନନ୍ଦିନ ପୂଜାକାର୍ଯ୍ୟ କରାଯାଉଥିଲା। ଏହାରି ମଧ୍ୟରେ ଏହି ମନ୍ଦିରରେ ଜଣେ ବାବାଙ୍କର ଆସ୍ଥାନା ଜମି ଯାଇଥିବାର ଜଣାପଡିଛି। ଭକ୍ତମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗତ କିଛିଦିନ ହେବ ଜଣେ ବ୍ୟକ୍ତି ନିଜକୁ ମନ୍ଦିରର ମୁଖ୍ୟ ପରିଚାଳକ ବୋଲି ଜାହିର କରି ସାଇବାବାଙ୍କ ପୂଜାର୍ଚ୍ଚନା ବନ୍ଦ କରିବା ସହିତ ବାବା ଦୈନିକ ଆଳତୀକୁ ବନ୍ଦ କରିଦେଇଛନ୍ତି। ସାଇବାବାଙ୍କ ଆସ୍ଥାନ ପାଖରେ ଜଣେ ଆତ୍ମଘୋଷିତ ବାବାଜୀଙ୍କୁ ବସାଇ ମହାପୁରୁ…

Read More

ରମେଶ ମହାନ୍ତି ଜଗତସିଂହପୁର:-ଜଗତସିଂହପୁର ଜିଲ୍ଲାରେ ଛତୁ ଫୁଟିଲା ପରି ଚାଲିଲାଣି ଧଳାଜହର ବେପାର।ଜିଲ୍ଲାର କେତେକ ସ୍ଥାନରୁ ଏହି ଧଳାଜହର ବେପାରୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହାର ଚେର ପାଉନି ପୋଲିସ୍ ଓ ଅବକାରୀ ବିଭାଗ ବୋଲି କୁହାଯାଉଛି।  ଏମିତିକି ଜିଲ୍ଲାର ଗାଁ ଗହଳିରେ ମଧ୍ୟ ଏହି ଧଳାଜହର ବେପାର କାୟାବିସ୍ତାର କରିବାରେ ଲାଗଲାଣିି।ଫଳରେ ଆଜିର ଯୁବପିଢ଼ି ଏହି ନିଶାକୁ ସେବନ କରି ବିପଥଗାମୀ ହେବାସହିତ ନିଜର ହିତାହିତ ଗ୍ୟାନ ଭୁଲି ବିଭିନ୍ନ ଅପରାଧିକ କାର୍ଯ୍ୟ ଘଟାଇବାକୁ ମଧ୍ୟ ପଛାଉନାହାଁନ୍ତି। ବାଲିକୁଦା ଅଂଚଳରେ ଚାଲୁଥିବା ଏହି ଧଳାଜହର କାରବାରକୁ ରୋକିବାକୁ ସକ୍ରିୟ ହୋଇଉଠିଛି ବାଲିକୁଦା ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶ କ୍ରମେ ବାଲିକୁଦା ଅବକାରୀ ବିଭାଗ ଓ ବାଲିକୁଦା ପୋଲିସ୍ ପକ୍ଷରୁ ଆଜି ମିଳିତ ଭାବେ ଅଚାନକ ଚଢ଼ାଉ କରାଯାଇ ବ୍ରାଉନସୁଗାର୍ ସହିତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନାନୁଯାୟୀ ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ସ୍ଥିତ ବ୍ରାହ୍ମଣଡିହୀ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ଥାନା ଅଧିନସ୍ଥ ବାଲୁଗାଁ-ବାଣପୁର ବାଇପାସ ବେଲପଡା ଛକ ନିକଟରେ ଆଜି ସକାଳେ ଏକ ୧୦୮ ଆମ୍ବୁଲାନ୍ସ ଓଲଟିପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆମ୍ବୁଲାନ୍ସ ଟି ଗତକାଲି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲ ରୁ ରୋଗୀ ନେଇ କଟକ ବଡ଼ ମେଡିକାଲ ଯାଇଥିଲା ।  ରୋଗୀଙ୍କୁ ଛାଡି କଟକରୁ ବ୍ରହ୍ମପୁର ଫେରିଲାବେଳକୁ ଆଜି ସକାଳେ ବାଣପୁର-ବାଲୁଗାଁ ବାଇପାସ ନିକଟ ବେଲପଡା ଗାଁ ଛକରେ ଏକ ଗାଈ ହଠାତ ଗାଡି ସାମ୍ନା କୁ ପଳେଇଆସିବାରୁ ଭାରସାମ୍ୟ ହରାଇ ଗାଡିଟି ବାଇପାସ ରୁ ପାଖାପାଖି ୧୨ ଫୁଟ ତଳକୁ ଖସି ଓଲଟିପଡିଥିଲା । ଗାଡ଼ିରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ଦୁଇ ଜଣ ବ୍ୟକ୍ତି ଥିବାର ସୂଚନା ରହିଛି l ସମସ୍ତ ତିନି ଜଣ ଯାକ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିବା ବେଳେ  ସେମାନଙ୍କୁ ଡାକ୍ତର ବ୍ରହ୍ମପୁର…

Read More

ମୁମ୍ବାଇ : ବଲିଉଡ ଅଭିନେତ୍ରୀ  ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଏନସିବି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି । ଦୀର୍ଘ 21 ଘଣ୍ଟାର ଜେରା ପରେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ଗିରଫ କରାଯାଇଛି । ଡ୍ରଗ୍ସ ସେବନ ନେଇ ରିୟା ସ୍ୱୀକାର କରିବା ପରେ ଏନସିବି ପକ୍ଷରୁ ରିୟାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ରିୟା ଡ୍ରଗ୍ସ ସେବନ ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ସୌଭିକଙ୍କ ସହିତ ମିଳିତ ଭାବରେ ଜେରା କରାଯାଇଥିଲା । ଏହାପରେ ରିୟା ନିଜର ଅଭିଯୋଗ ସ୍ୱୀକାର କରିଥିଲେ । ଏହା ସହିତ ରିୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ରିୟାଙ୍କୁ ମିଶଇ ଏନସିବି  9 ଜଣଙ୍କୁ ଗିରଫ କରିଛି । ଏହା ମଧ୍ୟରେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ  ଏବଂ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ…

Read More