Author: Samikhsya Bureau

ବଣାଇ : କରୋନା ପାଇଁ 2ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ବନ୍ଦ ରହିଛି । ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 72 ଘଣ୍ଟା ପାଇଁ ବନ୍ଦ ଘୋଷଣା । ସରସରା ବଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ଉଭୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କର୍ମଚାରୀ ଓ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଉଭୟ ହସ୍ପିଟାଲର ଓପିଡି ବନ୍ଦ ରହିଥିବାବେଳେ ଏମଜେନ୍ସି ଖୋଲା ରହିବ ବୋଲି ସୂଚନା ରହିଛି । ସାନିଟାଇଜେସନ୍‌ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ସଟ୍‌ଡାଉନ୍‌ ଘୋଷଣା ରହିଛି ।

Read More

ଭୁବନେଶ୍ବର, ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟବଡ ଘାଇ ଏବଂ ଘଳିଆଗୁଡିକର ବନ୍ଦ କରାଯିବା କାର୍ଯ୍ୟ ଜଳ ସମ୍ପଦ ବିଭାଗ ଦ୍ବାରା ଜାରି ରହିଛି। ବିଭାଗର ସଚିବ ଅନୁ ଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ମରାମତି କାମ ତଦାରଖ କରୁଛନ୍ତି।

Read More

ଭୁବନେଶ୍ୱର : ରାଜ୍ୟ ସାରା ରେଷ୍ଟୁରାଣ୍ଟ ଓ ବାର ଖୋଲିବାକୁ ଅନୁମତି ମିଳିଛି । ଲୋକମାନେ ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ। ଏନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍, ପଶ୍ଚିମ ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ଆସୋସିଏସନକୁ ଚିଠି ଲେଖିଛନ୍ତି । ପ୍ରକାଶଯେ, କରୋନା ପାଇଁ ଦୀର୍ଘ 6 ମାସ ହେବ ସମସ୍ତ ରେଷ୍ଟୁରାଣ୍ଟ ଓ ବାର ବନ୍ଦ ରଖାଯାଇଥିଲା । କରୋନା ସଂକ୍ରମଣ ଭୟ କାରଣରୁ କେବଳ ପାର୍ସଲ ମାଧ୍ୟମରେ ରେଷ୍ଟୁରାଣ୍ଟ ଓ ବାର ଚାଲିଥିଲା । ଏକା ସାଙ୍ଗରେ ବସି ଖାଇଲେ କରୋନା ସଂକ୍ରମଣ ଭୟ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ତେବେ ସେତେବେଳେ କରୋନା ସଂକ୍ରମଣ ସଂଖ୍ୟା କମ୍ ଥିବା ସମୟରେ ରେଷ୍ଟୁରାଣ୍ଟ ଓ ବାର ବନ୍ଦ କରାଯାଇଥିବା ବେଳେ ଏବେ ଦିନକୁ ଦିନ…

Read More

ଭୁବନେଶ୍ବର: ଶନିବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ଅପରାହ୍ନ 4ଟାରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।  ଆସନ୍ତା 5 ତାରିଖ ଶନିବାର ଦିନ ପରିଷଦର ଓ୍ବେବସାଇଟ୍‌ରେ କଳା ରେଜଲ୍ଟ ଉପଲବ୍ଧ ହେବ ବୋଲି ସୂଚନାରହିଛି ।  ଚଳିତଥର ଦୁଇଲକ୍ଷରୁ ଅଧିକ ପିଲା କଳା ପରୀକ୍ଷା ଦେଇଛନ୍ତି । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିସାରିଥିବାବେଳେ କଳା ପରୀକ୍ଷା ଫଳ ବାହାରିବାକୁ ବାକି ରହିଛି । ଚଳିତ ଥର କରୋନା ଯୋଗୁଁ ଯୁ୍କ୍ତ ଦୁଇ ପରୀକ୍ଷାରେ ବାଧାପ୍ରାପ୍ତ ହେବା ସହ ଖାତା ଦେଖାରେ ମଧ୍ୟ ବାଧକ ସୃଷ୍ଟି ହୋଇଥିଲା।

Read More

ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ 24 ଘଣ୍ଟା ମଧ୍ୟରେ 83 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 38 ଲକ୍ଷ ଅତିକ୍ରମ କରିଛି। ଏହା ସହିତ ଭାରତ ବ୍ରାଜିଲ ଠାରୁ ମାତ୍ର 1 ଲକ୍ଷ ଆକ୍ରାନ୍ତ ପଛରେ ରହିଛି । 83 ହଜାର 883 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 38 ଲକ୍ଷ 53 ହଜାର 407 ଛୁଇଁଛି । ଏହା ସହିତ 24 ଘଣ୍ଟା ମଧ୍ୟରେ 1043 ଜଣଙ୍କର ମୃତ୍ୟୁ ଘଟିଛି । ସମୁଦାୟ ମୃତ୍ୟୁ ସଂଖ୍ୟା 67 ହଜାର 376ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 29 ଲକ୍ଷ 70 ହଜାର 492 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 8 ଲକ୍ଷ 15 ହଜାର 538 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର 77 ପ୍ରତିଶତ ଛୁଇଁଛି…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 8ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 3ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ କଟକ ଜିଲ୍ଳାରୁ 2ଜଣ, ବାଲେଶ୍ବର, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଦୁଇଜଣ ପୁରୁଷ। 78 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 78ଓ 56 ବର୍ଷ ବୋଲି ସୂଚନା ରହିଛି। ସେହିପରି କଟକରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 66 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି। ଭୁବନେଶ୍ବରର ମୃତ୍ୟୁ ଆକ୍ରାନ୍ତ ଜଣକ 72ବର୍ଷୀୟ ପୁରୁଷ ହୋଇଥିବାବେଳେ ବାଲେଶ୍ବରରୁ ଜଣେ 60ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲାର ମୃତକଙ୍କ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବର୍ତ୍ତମାନ ସମୟରେ କରୋନା ମହାମାରୀ କୁ ଜନସାଧାରଣ ମାନେ ହାଲୁକା ଭାବେ ଗ୍ରହଣ କରୁଛନ୍ତି ଏବଂ ନିୟମ କୁ ମାନୁନାହାନ୍ତି ଯାହା ଦ୍ୱାରା ଆକ୍ରାନ୍ତ ଏବଂ ମୃତକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ମହାମାରୀ କେତେ ମାରାତ୍ମକ ତାହାର ଉଦାହରଣ ଗତକାଲି ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ ସହରରେ ଦେଖିବାକୁ ମିଳିଛି । କୋଭିଡ ଲାଗି ପ୍ରାଣ ହରାଇଛନ୍ତି ଜଣେ ସ୍ଥାନୀୟ ଏନ.ଏ.ସି କର୍ମଚାରୀ ।  ଏଭଳି ଦୁଖଃଦଘଟଣା ଘଟିଯାଇଛି ବାଲୁଗାଁ ଏନ.ଏ.ସି ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ ବାଲୁଗାଁ ଏନ.ଏ.ସି ର ଠିକା କର୍ମଚାରୀ କବିନ୍ଦ୍ର ଜାଲି(୫୯) ଯିଏ କି ବିଗତ ୨୫ ବର୍ଷ ହେବ ଏନ.ଏ.ସି ର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।  କବିନ୍ଦ୍ରଙ୍କ ଘର ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଛେଡ଼ାପଦର ଗ୍ରାମ । କବିନ୍ଦ୍ର ପୂର୍ବରୁ କୋଭିଡ ଟେଷ୍ଟ କରାଇ…

Read More

ନୂଆଦିଲ୍ଲୀ, ୨୪ ଘଣ୍ଟା ମଧ୍ୟରେ ୮୩,୮୮୩ ତାଜା କରୋନାଭାଇରସ୍ ସଂକ୍ରମଣ ସହିତ ଗୁରୁବାର ଦିନ ଭାରତର ସଂଖ୍ୟା ୩,୮୫୩,୪୦୬ କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୧,୦୪୩ ହୋଇ ଏହା ମୋଟ ୬୭,୩୭୬ କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସମୁଦାୟ ମାମଲା ମଧ୍ୟରୁ ମାତ୍ର ୮ଲକ୍ଷ ୧୫ ହଜାର ୫୩୮ ଟି ସକ୍ରିୟ ମାମଲା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୨,୯ ଲକ୍ଷ ୭୦ ହଜାର ୪୯୨ ଜଣ ସୁସ୍ଥ୍ୟ ହୋଇଛନ୍ତି। ଗୋଟିଏ ଦିନରେ ୬୮,୫୮୪ ଆରୋଗ୍ୟା ସହିତ ଏହାର ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଦାମନ ଏବଂ ଡିୟୁ, ଦିଲ୍ଲୀ, ବିହାର, ତାମିଲନାଡୁ, ଆଣ୍ଡାମାନ ଏବଂ ନିକୋବର, ପଶ୍ଚିମବଙ୍ଗ ଇତ୍ୟାଦି ୧୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ହାରଠାରୁ ଅଧିକ ଆରୋଗ୍ୟ ହାର ରିପୋର୍ଟ କରିଛି। ଦୁଇଟି ରାଜ୍ୟ – ମହାରାଷ୍ଟ୍ର ଏବଂ…

Read More

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 631ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 722ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 370, ମୟୂରଭଞ୍ଜରୁ 365,  ବରଗଡରୁ 238, ଭଦ୍ରକରୁ 186, ପୁରୀରୁ 157, ଯାଜପୁରରୁ 127, ବାଲେଶ୍ବରରୁ 114, ରାୟଗଡାରୁ 111, ଗଞ୍ଜାମରୁ 107, ନୟାଗଡରୁ 100, ସୁନ୍ଦରଗଡରୁ 95, କୋରାପୁଟରୁ 93, କେନ୍ଦ୍ରାପଡାରୁ 85, ଝାରସୁଗୁଡା ଓ କେଉଁଝରରୁ 80ଜଣ ଲେଖାଏଁ ରହିଥିବାବେଳେ, ଜଗତସିଂହପୁରରୁ 79, ସମ୍ବଲପୁରୁର 68, ଢେଙ୍କାନାଳରୁ 56, ମାଲକାନଗିରିରୁ 55, ସୋନପୁରରୁ 50,  ନୂଆପଡାରୁ 49, ନବରଙ୍ଗପୁରରୁ 46, କନ୍ଧମାଳରୁ 44, ଅନୁଗୁଳରୁ 41, ବଲାଙ୍ଗିରରୁ 39,  ବୌଦ୍ଧରୁ 27, ଦେବଗଡରୁ 11, ଗଜପତିରୁ 9 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 631 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2214ଜଣ ଚିହ୍ନଟ ହୋଇଥିବାବେଳେ 1417ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 13ହଜାର411 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 763ଜଣ । ସେହିପରି ସୁସ୍ଥ ହୋଇଛନ୍ତି 84 ହଜାର 73ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 514ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ବେଙ୍ଗାଲୁରୁ, କୃଷକଙ୍କ ପାଇଁ ଉଦ୍ଦିଷ୍ଠ ସରକାରୀ ପାଣ୍ଠିକୁ ବେଆଇନ ବିନିଯୋଗ କରି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଥିରେ ୫୦ କୋଟି ଟଙ୍କାର ହେରଫେର ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେ ହେଉଛନ୍ତି ୫୭ ବର୍ଷିୟ ବିଜୟ ଆକାଶ। ସେ ଦୀର୍ଘ ନଅ ମାସ ଧରି ଫେରାର ଥିଲେ ବୋଲି କ୍ରାଇବ୍ରାଞ୍ଚ କହିଛି। ଆକାଶ ଉତ୍ତରାଲହଲିର ଏକ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟରୁ ଚେନ୍ନାଇର ଏକାଧିକ ଆକାଉଣ୍ଟକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି। ଏହି ପାଣ୍ଠି କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ପାଇଁ ରଖାଯାଇଥିଲା। ଏହି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଆକାଶଙ୍କ ପୁଅ ପ୍ରେମ ରାଜ, ତାଙ୍କ ଜ୍ବାଇଁ ଏବଂ କିଛି ବ୍ୟାଙ୍କ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି।

Read More

ୱାଶିଂଟନ୍,  ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ସାରା ବିଶ୍ବ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୬ ନିୟୁତ ମାର୍କରେ ପହଞ୍ଚିଛି। ଗୁରୁବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୭ ହଜାର ୬୦୩ ରେ ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ୮ଲକ୍ଷ ୬ ହଜାର ୫୧୨ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ବିଶ୍ବର ଋଷିଆରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬୧ ଲକ୍ଷ ୧୩ ହଜାର ୧୬୦ ଏବଂ ୧ ଲକ୍ଷ ୮୫ ହଜାର ୭୦୪ ଥିଲା। ଏହାପରେ ବ୍ରାଜିଲ ୩୯ ଲକ୍ଷ ୯୭ ହଜାର ୮୬୫ ସଂକ୍ରମଣ ଏବଂ ୧ ଲକ୍ଷ ୨୩ ହଜାର ୭୮୦ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ରିପୋର୍ଟ ଅନୁଯାୟୀ, ଭାରତ…

Read More

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଠା ତଥା ବିଜେଡିର ଯୁବ ନେତା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ବାସପ୍ରଶାସ ନେବାରେ କଷ୍ଟ ଅନୁଭବ କରିବାରୁ ସେ କରୋନା ଟେଷ୍ଟ କରାଇଥିଲେ। ପରୀକ୍ଷା ପରେ କରୋନା ପଜେଟିଭ ରିପୋର୍ଟ ଆସିଥିଲା। ଏହାପରେ ସେ ସମ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ମାନସ ଟୁଇଟ କରି ଜଣାଇଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ମାନସ ନିବେଦନ କରିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ରୋଡ଼୍‌ରେ ଥିବା ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ପରିସରରେ ଚୋରି ହୋଇଛି। କିଛି ଦୁବୃର୍ତ୍ତ ମନ୍ଦିର ମଧ୍ୟରେ ପସି ସେଠାରେ ଥିବା ମା’ ଠାକୁରାଣୀଙ୍କ ମୂର୍ତ୍ତିରେ ଲାଗିଥିବା ସୁନାର ଆଖି ଏବଂ ବେକରେ ଲାଗିଥିବା ସୁନା ଚୋରି କରି ନେଇଯାଇଛନ୍ତି। ଚୋରି ସମୟରେ ପୂଜକ ଜାଣିଦେବା ପରେ ତାଙ୍କୁ ଏକ ରୁମ୍‌ରେ ତାଲା ପକାଇବା ସହ ମାଡ଼ ମାରିଥିବା ନେଇ ମଧ୍ୟ ପୂଜକ ଜଣକ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ଗୋଷାଣିନୂଆଗାଁ ଥାନା ପୋଲିସ୍ ମନ୍ଦିରରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁଣି ଥରେ ଗୋଟିଏ ଦିନରେ ଗଂଜାମ ଜିଲ୍ଲାରେ ମୃତ୍ୟୁସଂଖ୍ୟା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ଗତକିଛି ଦିନ ହେଲା ମୃତ୍ୟୁର ସଂଖ୍ୟା କମ୍ ଥିବାବେଳେ ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୬୯ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ୬୩ ବର୍ଷୀୟ ମହିଳା, ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଗତକାଲି ୯୭୦୪ ଟି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଛି। ବର୍ତ୍ତମାନ ସୁସ୍ଥ ସଂଖ୍ୟା ୯୧ ପ୍ରତିଶତରୁ ଉର୍ଦ୍ଧ୍ୱ ହେଲାଣି। ସଂକ୍ରମିତ ମଧ୍ୟରୁ ୧୭ ଜଣ କରୋନା ଯୋଦ୍ଧାଥିବାବେଳେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତି ଅଛନ୍ତି। ଆସିକା ବ୍ଲକ୍‌ରୁ ୫, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୬, ବ୍ରହ୍ମପୁର ମହାନଗର ନିଗମରୁ ୧୮, ଭଂଜନଗରରୁ ୨, ବୁଗୁଡ଼ାରୁ ୧, ଛତ୍ରପୁରରୁ ୦୬, ଚିକିଟି ୨୩, ଧରକୋଟ ୧, ଦିଗପହଣ୍ଡି ୪,…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଶେଷବର୍ଷ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ନୀଳକଣ୍ଠନଗର ଡ଼ିଗ୍ରୀ ବିଦ୍ୟାମନ୍ଦିରର ଛାତଛାତ୍ରୀମାନେ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ସମଗ୍ର ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରୁ ସମ୍ମାନର ସହିତ ୧୩୫୧ ମାର୍କ ରଖି ସୁଶ୍ରୀ ମିମାଂସା ସାହୁ ଶ୍ରେଷ୍ଠ ସ୍ନାନକ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନ୍ୱିତ କରିଛନ୍ତି। ସାତଟି ସମ୍ମାନ ବିଷୟ ମଧ୍ୟରୁ ୧୦ ନମ୍ବର ର‌୍ୟାଙ୍କ ମଧ୍ୟରେ ଏହି ଅନୁଷ୍ଠାନର ୪୨ ଜଣ ବିଦ୍ୟାର୍ଥୀ ନିଜର ଶ୍ରେଷ୍ଠ ଯୋଗ୍ୟତା ପ୍ରତିପାଦନ କରିଛନ୍ତି। ପ୍ରାଣୀ ବିଜ୍ଞଶନରେ ସୁଶ୍ରୀ ମିମାଂସା ସାହୁ ପ୍ରଥମ, କମ୍ପ୍ୟୁଟର ବିଜ୍ଞାନ ବିଭାଗରୁ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମ, ଭୂତତ୍ୱ ବିଜ୍ଞାନ ବିଭାଗରୁ ଶୁଲକ୍ଷ୍ମୀ ଭୂୟାଁ ପ୍ରଥମ, ଗଣିତ ବିଭାଗରୁ ଅଭିପ୍ସା ପ୍ରଜ୍ଞା ଦାଶ ପ୍ରଥମ, ରସାୟନ ବିଜ୍ଞାନ ବିଭାଗରୁ ଅନମୋଲ ବେହେରା ପ୍ରଥମ, ଉଦ୍ଭିଦ ବିଜ୍ଞାନ ବଭାଗରୁ ଇ. ପୂଜା ପ୍ରଥମ, ପଦାର୍ଥ ବିଜ୍ଞାନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଅଗଷ୍ଟ ମାସ ୧୫ ତାରିଖରେ କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ସେବା ନିମନ୍ତେ ଏକ ଆପ୍ ସହାୟ ଜାରୀ କରାଯାଇଥିଲା। ଏହି ଆପ୍ ଜରିଆରେ ସାଧାରଣ ଲୋକ ନିଃଶୁଳ୍କ ଡ଼ାକ୍ତରୀ ପରାମର୍ଶ, ଔଷଧ ବିତରଣ, ଆମ୍ବୁଲାନସ ସେବା ସହ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଆଙ୍କୁଲି ଗ୍ରାମର ୩୮ ନଂ ୱାର୍ଡ଼ର ଅକ୍ଷୟ ପଟ୍ଟନାୟକଙ୍କ ଟାଟା କୋଭିଡ଼୍ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ମୃତଙ୍କ ପରିବାର ଲୋକ ଏହି ଆପ୍‌ରେ ମହାପ୍ରୟାଣ ଟିମ୍ ସହ ଯୋଗାଯୋଗ କରିଥିଲେ। ସଂଗେ ସଂଗେ ଏହି ଟିମ୍ ଟାଟା କୋଭିଡ଼୍ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଜାଣିବାକୁ ପାଇଲେ ଯେ ବହୁତ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଶବ ଦାହ ପାଇଁ କର୍ମଚାରୀର ଅଭାବ ରହିଛି। ତେଣୁ ସହାୟ ମହାପ୍ରୟାଣ ଟିମ୍‌ର ସଦସ୍ୟ ଏନ୍‌. ରାଜେନ୍ଦ୍ର କୁମାର, କିରଣ କୁମାର ସାହୁ, ମଧୁସୂଦନ ସାହୁ, ଶିବଶଙ୍କର ନାୟକ, ତୁମ୍ବେଶ୍ୱର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାର ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ବ୍ରହ୍ମପୁର ତଥା ଜିଲ୍ଲାରେ ଟ୍ରେନ ସେବା ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ। ଓଡ଼ିଶାରୁ ପ୍ରାୟ ୨୦ଟି ଯାତ୍ରୀବାହୀ ଟ୍ରେନ ବିଭିନ୍ନ ରୁଟ୍‌ରେ ଯାତାୟତ କରୁଛି। ବ୍ରହ୍ମପୁର ରେଳ ଷ୍ଟେସନ ଅତିକ୍ରମ କରି ବମ୍ବେ, ଦିଲ୍ଲୀ, ବେଙ୍ଗାଲୁରୁ, ଅହମ୍ମଦାବାଦ, କଲିକତା ଭଳି ସହରକୁ ଟ୍ରେନ ଯାଉଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଟ୍ରେନ ବ୍ରହ୍ମପୁର ରେଳଷ୍ଟେସନରେ ରହୁନାହିଁ। ଗଂଜାମ ସୀମା ବାଲୁଗାଁ ଓ ଇଚ୍ଛାପୁରରେ ରହୁଛି। କେବଳ ବ୍ରହ୍ମପୁର ନୁହେଁ ଗଂଜାମ ଜିଲ୍ଲାର କୌଣସି ଷ୍ଟେସନରେ ଟ୍ରେନ ରହୁନାହିଁ। ରାଜ୍ୟ ସରକାରଙ୍କ ଅନୁରୋଧ ଫଳରେ ରେଳ ମନ୍ତ୍ରଣାଳୟ ଚିଠି ଲେଖି ଟ୍ରେନ ଷ୍ଟପେଜ୍ ବାତିଲ କରିଥିବା ସୂଚନା ରହିଛି। ବ୍ରହ୍ମପୁର ଷ୍ଟେସନରୁ ପ୍ରତିଦିନ ପ୍ରାୟ ୫ ହଜାର ଲୋକ ଦେଶର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି। ବ୍ରହ୍ମପୁର ଷ୍ଟେସନ ଏକ ବଡ଼ ଲିଙ୍କ ହୋଇଥିବାରୁ ସରକାର ପ୍ରଚୁର ରାଜସ୍ୱ ମଧ୍ୟ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ପୁଣି ୬୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୩ଜଣ, ବାଲିକୁଦା ବ୍ଲକରୁ ୩ଜଣ, ପାରାଦ୍ଵୀପ ମ୍ୟୁନିସିପାଲିଟିରୁ ୩୬ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ସହିତ ବିରିଡ଼ି ଓ କୁଜଙ୍ଗ ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏଥିସହିତ କୁଜଙ୍ଗ ବ୍ଲକ ଅଞ୍ଚଳରୁ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା  ବେଳେ ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୯୮୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ୬୭୪ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ହାତୀ ଆକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ହରିପୁର ଗ୍ରାମରେ ଜଣେ ଚାଷୀଙ୍କର ମୃତ ହୋଇଥିବା ଜଣା ପଡିଛି। ନୂଆଗଡ ପଂଚାୟତ ହରିପୁର ଗ୍ରାମର ପ୍ରଫୁଲ୍ଲ ମାର୍ଥା(୬୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ପ୍ରତିଦିନ ଭଳି ଆଜି ନିଜ ଜମିକୁ ପ୍ରଫୁଲ୍ଲ ଦୋଡ ଵଛା କାର୍ଯ୍ୟ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ନିକଟରେ କାମକରୁଥିବା କିଛି ଲୋକ ପ୍ରଫୁଲ୍ଲଙ୍କ ପରିବାରକୁ ଖଵର ଦେଇଥିଲ। ପରିବାର ଲୋକେ ପ୍ରଫୁଲ୍ଲଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏକ ହାତୀ ପଲ ହରିପୁର ଜଙ୍ଗଲକୁ ଆସିଥିବାର ସୂଚନା ମିଳିଛି। ଏହି ହାତୀ ପଲ ଗାଁ ନିକଟକୁ ଆସି ବାରମ୍ବାର ଵ୍ୟାପକ କ୍ଷୟ କ୍ଷତି ଘଟାଉଥିବା ବେଳେ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିଲାଗି…

Read More

ନୂଆଦିଲ୍ଲୀ : କରୋନାକୁ ଦୃଷ୍ଟିରେ ରଖିଆଇପିଏଲର 13ତମ ସଂସ୍କରଣ ଦୁବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ସୁରକ୍ଷା ବିସିସିଆଇର ପ୍ରାଥମିକତା ଦେଇଛି। ଏହା ସହିତ ସମସ୍ତ ଖେଳାଳି ଏବଂ ଅଫିିସିଆଲଙ୍କ କରୋନା ପରୀକ୍ଷଣ ଏକାଧିକ ଥର କରାଯିବ । ଏନେଇ ବିସିସିଆଇ ପକ୍ଷରୁ ପ୍ରାୟ 10 କୋଟି ଟଙ୍କା ଖର୍ଚ୍ଚ କରାଯିବ । ୟୁଏଇ ପହଞ୍ଚିବା ପୂର୍ବରୁ ସମସ୍ତ ଖେଳାଳିଙ୍କ ତିନିଥର କରୋନା ପରୀକ୍ଷଣ କରାଯାଇଥିବା ବେଳେ ୟୁଏଇରୁ ଦୁବାଇ ପହଞ୍ଚିବା ପରେ ଆଉ ଥରେ ପରୀକ୍ଷଣ କରାଯିବ । ବିସିସିଆଇ ପକ୍ଷରୁ ୟୁଏଇର ଭିପିଏସ ହେଲ୍ଥକେୟାର ସହିତ ଚୁକ୍ତି ହୋଇଥିବା ଜଣାପଡିଛି । ପ୍ରାୟ 20 ହଜାର ଆରଟି ପିସିଆର ଟେଷ୍ଟ କରାଯିବ ବୋଲି ସୂଚନା ରହିଛି।

Read More