ବାରିପଦା, ଏଆଇସିିସି ଦ୍ୱାରା ଗଠିତ ଟିମ ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ । ଏହି ଟିମ୍ରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲା ସଭାପତି ହେମନ୍ତ ଦାସ ଓ କଂଗ୍ରେସ କମିଟିର କର୍ମକତା ନେତୃମଣ୍ଡଳୀଙ୍କ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟି ଓ ବୈଶାଙ୍ଗୀ ବ୍ଲକର ବନ୍ୟାଂଚଳ ବୁଲି ଦେଖିଥିଲେ। ପ୍ରଭାବିତ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ଚାଷ ଜମିର କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିଥିଲେ। ତାପରେ ଦିନ ୧୨ଘଂଟା ସମରେ ଜିଲ୍ଲାପାଳ କାର୍ୟ୍ୟାଳୟରେ ଜିଲ୍ଲାପାଳ ନିତିକା ଭରଦ୍ୱାଜଙ୍କ ସାକ୍ଷାତ ଆଲୋଚନା କରିଥିଲେ । ଏହି ସମୟରେ ସହିତ ପ୍ରାକ୍ତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ ମଧ୍ୟ ଆଲୋଚାନରେ ଭାଗନେଇଥିଲେ। ତାପରେ ବାରିପଦା ସହର ତଳି ଅଂଚଳ ୱାଡ଼ ନଂ ୭,୮ ଓ ୯ ନମ୍ବର…
Author: Samikhsya Bureau
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଧିନସ୍ଥ ପାଣିଗାଁ ଛକରେ ଗତ ୪ ଜୁଲାଇ ୨୦୨୦ ରେ ଲୁଟ ଘଟଣା ରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଉଦ୍ଧାର କରିଥିବା ପ୍ରକାଶ। ଘଟଣା ଦିନ ପାଣିଗାଁ ଛକ ପାଖରେ ଜଣେ ମଟର ସାକେଲ ଆରୋହୀଙ୍କୁ ୩ ଜଣ ଦୁର୍ବୁତ ଏକ ଆପାଚି ମଟର ସାଇକେଲ ରେ ଆସି ଲୁଟ କରି ଫେରାର ହୋଇଯାଇଥିଲେ। ଜୁନାଗଡ ପୋଲିସ ଜୁନାଗଡ ଥାନା କେଶ ନଂ. ୧୮୭/୨୦୨୦ ଆଇପିସି ଧାରା ୩୯୪ ଅନୁସାରେ ଏକ କେଶ ରୁଜ୍ଜୁ କରି ଘଟଣାର ଅନୁସନ୍ଧାନ କରୁଥିଲେ। ଏହି ଘଟଣାରେ ଜୁନାଗଡ ପୋଲିସ ୩ ଜଣ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହେବା ସହ ତାଙ୍କ ଠାରୁ ନଗଦ ୫୫ଶହ ଟଙ୍କା, ଦୁଇଟି ମୋବାଇଲ ଫୋନ, ବାଜାଜ ମଟର ସାଇକେଲ…
ନୂଆଦିଲ୍ଲୀ, ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଜି ସାରାଦିନ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି । ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ୟ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର୍ୟ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ । ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ…
କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ଅଂଚଳରେ ଜନ୍ତୁ ଶିକାର ଚାଲିଥିବା ଅଭିଯୋଗ ହେଉଛି। ବହୁ ଗ୍ରାମରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ କିମ୍ବା ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାନ୍ତି। ଯା’ ଫଳରେ ବନ ବିଭାଗକୁ ମୁଣ୍ଡବ୍ୟଥାର କାରଣ ହୋଇଛି। ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ ଅଧିନସ୍ଥ ଜେମାଜୁରୀ ଗାଁ ନିକଟସ୍ଥ କେନ୍ଦୁମୁଣ୍ଡାଠାରେ ଶିକାରୀମାନେ ଜନ୍ତୁ ଶିକାରପାଇଁ ବିଦ୍ୟୁତ୍ ତାର ବିଛାଉଥିବାର ବନ ବିଭାଗ ଖବର ପାଇ ଚଢଉ କରି ୩ ଜଣଙ୍କୁ ଅଟକ ରଖିଥିବା ଖବର ହସ୍ତଗତ ହୋଇଛି। ଅଟକ ମାନେ ହେଲେ ଜେମାଜୋରୀ ଗ୍ରାମର ଭାବଗ୍ରାହୀ କିସାନ୍, ଚରଣ କିସାନ୍ ଓ ଶରତ କିସାନ। ଏମାନେ ସମସ୍ତେ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ଆହୁରି ତଥ୍ୟ ହାସଲ ପାଇଁ ବନ ବିଭାଗ ତଦନ୍ତ କରୁଛି।
ନୂଆଦିଲ୍ଲୀ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଭିଡିଓକନ୍ ଋଣ ମାମଲାରେ ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ଗିରଫ କରିଛି। ତାଙ୍କୁ ପଚରାଉଚରା ପରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଦୀପକ କୋଚରଙ୍କୁ ଗିରଫ କରାଯାଇଛି ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ବର୍ଷ ଭିଡିଓକନ୍ ନିର୍ଦ୍ଦେଶକ ଭେନୁଗୋପାଲ ଧୋଟ୍ ଏବଂ ତାଙ୍କ କମ୍ପାନୀ “ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍” ଏବଂ “ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍” ବିରୋଧରେ ସିବିଆଇ ଦ୍ୱାରା ମାମଲା ପଞ୍ଜୀକୃତ ହୋଇଥିଲା। ତାଙ୍କର ଅଭିଯୋଗ ଆଧାରରେ ଇଡି ମନି ଲଣ୍ଡରିଂ ମାମଲା ଦାଖଲ କରିବାର ପ୍ରାୟ ଏକ ବର୍ଷ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋରୋନା ଭୂତାଣୁ ଦ୍ଵାରା କୋରୋନା ଯୋଦ୍ଧା, ବିଧାୟକ, ସାଂସଦମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ସେହିଭଳି ଏହି ମହାମାରୀ କବଳରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ରଂଜନ ମଙ୍ଗରାଜ ମଧ୍ୟ ସଂକ୍ରମିତ ହୋଇଛନ୍ତି। ମାନସ ରଂଜନ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କର ଶୁଭେଚ୍ଛୁ ମାନେ ଵିଭିନ୍ନ ଦେବାଳୟରେ ଦୀପ ଦାନ, ପୂଜାର୍ଚ୍ଚନା ଆଦି କରୁଥିବା ଦେଖିବାକୁ ମିଳିଛି। ଆଜି ଚିଲିକା ବ୍ଲକ ଚଣ୍ଡେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଚଣ୍ଡୀ ହର ଦେବଙ୍କ ପୀଠରେ ମାନସ ମଙ୍ଗରାଜଙ୍କ ଶୁଭେଚ୍ଛୁମାନଙ୍କ ଦ୍ୱାରା ବିଭିନ୍ନ ପୂଜାର୍ଚ୍ଚନା କରାଯାଇଛି। ଆଶୁ ଆରୋଗ୍ୟ କାମନା କରି ପ୍ରଭୁ ଚଣ୍ଡୀ ହର ଦେବଙ୍କ ନିକଟରେ ୧୦୮ ଗରା ସୁବାଶିତ ଜଳ ଲାଗି କରାଯିବା ସହ ୧୦୮ ବେଲ ପତ୍ର ଓ ପ୍ରଭୁଙ୍କର ପ୍ରିୟ ଚଂପା ଫୁଲ ଲାଗି କରାଯାଇଛି। ଏହା ସହ ମନ୍ଦିର ଚୁଡାରେ…
ଭୁବନେଶ୍ବର : ଆଜିଠାରୁ 5ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ 13ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ଢ଼େଙ୍କାନାଳ, ବାଲେଶ୍ୱର ଓ ଭଦ୍ରକଜିଲ୍ଲା ରହିଛି । ଏହିସବୁ ହାଲୁକାରୁ ମଧ୍ୟମ ବର୍ଷା ସାଙ୍ଗକୁ କେତେକ ସ୍ଥାନରେ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି । ଆସନ୍ତାକାଲି ପାଇଁ 16ଟିଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ବର : ଭୁବନେଶ୍ବରର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପୁଣି ଏକ ନୂଆ ଟୁଇଷ୍ଟ ଆସିଛି । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ନାମରେ ଆଦିତ୍ୟଙ୍କ ତଥାକଥିତ ବାନ୍ଧବୀ ଚିନ୍ମୟୀ ଏତଲା ଦେଇଛନ୍ତି । ଖଇରା ଥାନାରେ ଚିନ୍ମୟୀ ବିଦ୍ୟାଶ୍ରୀଙ୍କ ନାମରେ ଏତଲା ଦେଇଛନ୍ତି । ବିଦ୍ୟାଶ୍ରୀଙ୍କ ସହିତ ବିସ୍ମିତ ଦାସ ଏବଂ ଅନ୍ୟ କିଛି ଲୋକଙ୍କ ନାଁରେ ମଧ୍ୟ ଏତଲା ଦିଆଯାଇଥିବାର ସୂଚନା ରହିଛି । ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ନେଇ ଏତଲା ଦିଆଯାଇଥିବାର ସୂଚନା ରହିଛି । ଏପରିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବାର ମଧ୍ୟ ଅଭିଯୋଗ ହୋଇଛି । ଚିନ୍ମୟଙ୍କ ଏତଲା କ୍ରମେ ବିସ୍ମିତ, ବିଦ୍ୟାଶ୍ରୀ ଓ ଅନ୍ୟମାନଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ରହସ୍ୟ ଉଠୁନଥିବାବେଳେ ନୂଆ ନୂଆ ଟୁଇଷ୍ଟ କିନ୍ତୁ ଦେଖିବାକୁ ମିଳୁଛି…
କଟକ : କେନ୍ଦ୍ରାପଡା ସାଂସଦ ତଥା ସିନେଭିନେତା ଅନୁଭବ ମହାନ୍ତିଙ୍କ ଘରେ ପୋଲିସ ପହଞ୍ଚିଛି । କଟକର ନନ୍ଦିସାହିରେ ରହିଥିବା ଅନୁଭବଙ୍କ ବାସଭବନରେ ପୁରୀଘାଟ ପୋଲିସ୍ ପହଞ୍ଚିଛି । ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ପାଇଁ ଆବେଦନ କରିଥିବାରୁ ପୋଲିସ ଅନୁଭବଙ୍କ ଘରେ ପହଞ୍ଚିଛି । ଉଭୟଙ୍କ ପକ୍ଷରୁ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ବର୍ଷା ସୁରକ୍ଷା ପାଇଁ ଆବେଦନ କରିଛନ୍ତି । ବର୍ଷାଙ୍କ ଆବେଦନର ଶୁଣାଣି ଆସନ୍ତା ଅକ୍ଟୋବର 12ତାରିଖରେ ହେବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ 8 ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି । ଅନୁଭବ ନିୟମିତ ମଦ ପିଇ ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଅନ୍ତି ବୋଲି ବର୍ଷା ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି । ଅପରପକ୍ଷରେ ଅନୁଭବ ମଧ୍ୟ ବର୍ଷାଙ୍କ ବିରୋଧରେ ଦିଲ୍ଲୀ ପଟିଆଲା କୋର୍ଟରେ ପିଟିସନ୍ ଦାଖଲ…
ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲାକୁ ନେଇ ଆଜି ଏସ୍ଆରସି ସାମ୍ବାଦିକ ସମ୍ମିଳନୀରେ ଜୀବନ ଜୀବିକାର ସଂଘର୍ଷରେ ସନ୍ତୁଳନ ନିତାନ୍ତ ଆବଶ୍ୟକତା ବୋଲି କହିଛନ୍ତି । ଲକ୍ଡାଉନ୍, ସଟଡାଉନ୍ର କୁ ପ୍ରଭାବ ଅର୍ଥନୀତି ଉପରେ ପଡିଛି । ତେଣୁ ଜୀବନ ଓ ଜୀବିକାର ସଂଘର୍ଷରେ ଏକ ସନ୍ତୁଳନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏସ୍ଆରସି । ତିନୋଟି ଜିନିଷକୁ ମାନିଲେ, ରୋଗ ସଂକ୍ରମଣକୁ କମାଯାଇ ପାରିବ । ସାମାଜିକ ଦୂରତ୍ବ, ମାସ୍କ, ସ୍ବାସ୍ଥ୍ୟ ସଚେତନ ହେଲେ ସଂକ୍ରମଣ ରୋକି ହେବ ବୋଲି କହିଛନ୍ତି ଏସ୍ଆରସି । ଏବେ ଦୈନିକ ଓଡ଼ିଶାରେ ସାଢ 3 ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କଟକ ଭୁବନେଶ୍ବରରେ ଦୈନିକ 12 ଶହ ରୋଗୀ ଚିହ୍ନଟ ହେଉଛନ୍ତି । କରୋନା ଭୂତାଣୁ କିଛି କାରଣ ଯୋଗୁଁ ଲୋକଙ୍କ ଦେହରେ ପ୍ରବେଶ କରୁଛି । କେଉଁ କାରଣ ଯୋଗୁଁ ପଶୁଛି, ତାହାର କାରଣ ଓ ପ୍ରତିକାର ନ କଲେ ସଂକ୍ରମଣ…
ଭୁବନେଶ୍ବର : କରୋନା ପାଇଁ ଓଜେଇଇ ଅନଲାଇନ୍ ପରୀକ୍ଷା ଘୁଞ୍ଚିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରାଜ୍ୟରେ 21ଟି ଓ ରାଜ୍ୟ ବାହାରେ 3ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ସେପ୍ଟେମ୍ବର 9ରୁ 15 ତାରିଖ ଯାଏଁ ହେବାକୁ ଥିଲା ପରୀକ୍ଷା । ଆସନ୍ତା ମାସରେ ଓଜେଇଇର ଅନ୍ଲାଇନ୍ ପରୀକ୍ଷା ହୋଇପାରେ ବୋଲି ସୂଚନା ରହିଛି । ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା ।
ଭୁବନେଶ୍ବର : ଏଣିକି ଦିନ ସାଢ଼େ 10ରୁ ଖୋଲିବ ମଦ ଦୋକାନ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି। ଏହି ସମୟ ମଧ୍ୟରେ ଗ୍ରାହକମାନେ କାଉଣ୍ଟରରୁ ସିଧାସଳଖ କିଣି ପାରିବେ ମଦ। କଣ୍ଟେନମେଣ୍ଟ ଜୋନ ଅଞ୍ଚଳକୁ ଛାଡି ସବୁ ଅଞ୍ଚଳରେ ଦୋକାନ ଖୋଲା ଯିବ କିନ୍ତୁ ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ମଦ ମିଳିବନି ବୋଲି ସୂଚନା ରହିଛି । ସେହିପରି ମଦର ଅନଲାଇନ ବୁକିଂ ମଧ୍ୟ ଜାରି ରହିବ। ପୂର୍ବ ଭଳି ହୋମ୍ ଡେଲିଭରୀ ସୁବିଧା ଜାରି ରହିବ। ଲୋକ ଗହଳି କମାଇବା ପାଇଁ ମଦ ଦୋକାନ ଆଗରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇପାରିବ। ମଦ ଦୋକାନର ସମସ୍ତ ଷ୍ଟାଫ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ପୂର୍ବରୁ ସକାଳ 7ରୁ ସଂଧ୍ୟା 6ଟା ଯାଏ ଦୋକାନ ଖୋଲା ରହୁଥିଲା।
ଭୁବନେଶ୍ବର, ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ବାଇଁଙ୍କ ଆଜି ପରଲୋକ ହୋଇଯାଇଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁଁ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। ହେଲେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନରେନ୍ଦ୍ର 2014 ମସିହାରେ ରାଜ୍ୟସଭା ଉପନିର୍ବାଚନରେ ନିର୍ବାଚିତ ହୋଇ ରାଜ୍ୟସଭାକୁ ଯାଇଥିଲେ। ସେତେବେଳେ ସେହି ଆସନରେ ବିଜେଡିର ବରିଷ୍ଠ ନେତା କଳ୍ପତରୁ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା। ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନରେନ୍ଦ୍ରଙ୍କୁ ସେହି ଆସନରେ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ କରିଥିଲେ। ତାଙ୍କର ବିୟୋଗରେ ନବୀନ ଦୁଃଖ ପ୍ରକାଶ କରିବା ସହିତ ଦଳ ଏକ କର୍ମଠ ନେତାଙ୍କୁ ହରାଇଲା ବୋଲି କହିଛନ୍ତି।
ଭୁବନେଶ୍ୱର : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ସଂକ୍ରମିତ ନେଇ ଶ୍ରୀ ପାଣିଗ୍ରାହୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନରେ ରହିବାକୁ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ରହିଛି । ଏବେ ଦିନକୁ 3000ରୁ ଉର୍ଦ୍ଦ୍ବ ସଂକ୍ରମିତ ବାହାରୁଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ୟ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ନେତା, ବିଧାୟକ ଓ ସାଂସଦମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ଭୁବନେଶ୍ୱର : ସାଂସଦ ଅନୁଭବଙ୍କ ବହିଷ୍କାର ଦାବି କଲା ବିଜେପି । ଅନୁଭବ ମାନବିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଓ ଏଥିସହ ଦଳରୁ ବହିଷ୍କାର କରାଯାଉ ବୋଲି ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟରେ ମହିଳା ଅସୁରକ୍ଷିତ, ଏହାର ଜ୍ୱଳନ୍ତ ଚିତ୍ର ହେଉଛନ୍ତି ଅନୁଭବ ବୋଲି ଅଭିଯୋଗ କରିଛି ବିଜେପି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି।ଏହାର ପ୍ରତିବାଦରେ ମହିଳା ବିଜେପି ରାଜ୍ୟ ସାରା ଆନ୍ଦୋଳନ କରିବ ବୋଲି ଏକ ସାମ୍ବାଦିକ ସମ୍ମଳିନୀରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ଅପରପକ୍ଷରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ ବୋଲି ସୂଚନା ରହିଛି। ପଟିଆଲା ହାଉସ କୋର୍ଟ ମାମଲା ଓଡ଼ିଶାକୁ ସ୍ଥାନାନ୍ତର ପାଇଁ ଅପିଲ କରିବେ । ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ। ଏନେଇ ସୂଚନା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ…
ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ୱାଇ ସୁରକ୍ଷା ସେବା ମିଳିଥିବା ସୂଚନା ରହିଛି । କଙ୍ଗନା ରଣାୱତଙ୍କ ଟ୍ୱିଟ୍ଟର ହ୍ୟାଣ୍ଡେଲରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟରେ କୃତଜ୍ଞ ବୋଲି କଙ୍ଗନା ଟ୍ୱିଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ମୁମ୍ବାଇ ପୋଲିସକୁ ସମାଲୋଚନା କରିଥିବା ବେଳେ ଏହାକୁ ନେଇ ଶିବସେନା ଏବଂ କଙ୍ଗନାଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଥିଲା । ଏହାପରେ ମୁମ୍ବାଇରେ କଙ୍ଗନାଙ୍କୁ ରହିବାକୁ ଦିଆଯିବ ନାହିଁ ବୋଲି ରାଉତ ଟ୍ୱିଟ କରିଥିଲେ । ତେବେ ସେ 9 ତାରିଖରେ ମୁମ୍ବାଇ ଫେରୁଥିବା ନେଇ ଟ୍ୱିଟ କରିବା ସହିତ ଗୃହ ମନ୍ତ୍ରାଳୟ ନିକଟରେ ସୁରକ୍ଷା ଆବେଦନ କରିଥିଲେ । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଉତ୍ତର ପଶ୍ଚିମ ଦିଲ୍ଲୀରେ ପୋଲିସର ସ୍ୱତନ୍ତ୍ର ସେଲ ସହିତ ଗୁଳି ବିନିମୟ ପରେ ଏହି ଦୁଇ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏହା ସହିତ ଉଭୟ ଆତଙ୍କୀଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ଦୁଇ ଆତଙ୍କୀଙ୍କ ବାବର ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟ ବୋଲି ଜଣାପଡିଛି । ଉଭୟଙ୍କ ନିକଟରୁ 6ଟି ପିସ୍ତଲ ଏବଂ 40ଟି କ୍ୟାଟ୍ରିଜ ଜବତ କରାଯାଇଛି । ଉଭୟଙ୍କ ନାମରେ ପଞ୍ଜାବରେ ଏକାଧିକ ମାମଲା ରହିଥିବା ଜଣାପଡିଛି ।(ଏଜେନ୍ସି)
ଭୁବନେଶ୍ୱର: ଅଭିନେତା ତଥା ଅନୁଭବ ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ପାଇଁ ଆସନ୍ତା ଅକ୍ଟୋବର 12 ତାରିଖ ଦିନ ଧାର୍ୟ୍ୟ କରାଯାଇଛି । ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି । ରିପୋର୍ଟ ଦାଖଲ ହୋଇନଥିବା ସମ୍ପର୍କରେ ବର୍ଷାଙ୍କ ଓକିଲ କହିଛନ୍ତି । ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିନଥିବା ଓକିଲ କହିଛନ୍ତି । ଆଠ ପୃଷ୍ଠାର ପିଟିସନରେ ଅନୁଭବଙ୍କ ବିରୋଧରେ ବର୍ଷା ବହୁ ସଂଗୀନ ଅଭିଯୋଗ ଆଣିଛନ୍ତି । 2014 ଫେବୃଆରୀ 8ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା । ବାହାଘର ବେଳେ 50 ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା । ବାହାଘର ପରେ ଏକାଠି ମିଶି ସେମାନେ ବହୁ ସିନେମା କରିଛନ୍ତି । କିନ୍ତୁ ପାରିଶ୍ରମିକ ବାବଦରେ ତାଙ୍କୁ ଟଙ୍କାଟିଏ ମିଳିନଥିଲା ବୋଲି ଅଭିଯୋଗ କରିଛନ୍ତି ବର୍ଷା । ସେହିପରି ଅନୁଭବ ନିୟମିତ ମଦ…
ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ବସିବା ପୂର୍ବରୁ ବିଧାୟକମାନଙ୍କର ହେବ କୋଭିଡ-19 ଟେଷ୍ଟ । ବିଧାନସଭା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫ୍ଙ୍କର ହେବ କରୋନା ଟେଷ୍ଟ । ଯେବେ ବିଧାନସଭା ବସିବ, ତା’ର ଦୁଇଦିନ ପୂର୍ବରୁ କରୋନା ଟେଷ୍ଟ ହେବ । ବିଧାନସଭାରେ ସ୍ବତନ୍ତ୍ର କାଉଣ୍ଟର ହୋଇ ଆର୍ଟି-ପିସିଆର ଟେଷ୍ଟ କରାଯିବ । ବିଧାନସଭାର 5 ଦିନ ପରେ ବିଧାୟକମାନଙ୍କର ରାପିଡ୍ ଟେଷ୍ଟ କରାଯିବ । ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଥିବ, ସେମାନଙ୍କୁ ଅନୁମତି ମିଳିବ ବୋଲି ସୂଚନା ରହିଛି । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ରହିଛି । ସୂଚନାଯୋଗ୍ୟ, ଲୋକସଭା ଆରମ୍ଭ ପୂର୍ବରୁ ସମସ୍ତ ସାଂସଦମାନଙ୍କର କୋଭିଡ ଟେଷ୍ଟ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏସଓପି ଜାରି କରିଛି ।…
ମହାରାଷ୍ଟ୍ର : ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଷାଠିଏ ବର୍ଷୀୟ ବୃଦ୍ଧ ପଡୋଶରେ ରହୁଥିବା 4 ବର୍ଷ ନିରୀହ ଶିଶୁକୁ ଇଲେକ୍ଟ୍ରିକ୍ ହିଟରର ଝଟ୍କା ଦେଇଥିବାର ସୂଚନା ମିଳିଛି । ଇଲେକ୍ଟ୍ରିକ୍ ଝଟ୍କା ଖାଇବା ଫଳରେ ଶିଶୁଟି ଗୁରୁତର ହୋଇପଡିଛି । ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଆହତ ଶିଶୁଟି ହସ୍ପିଟାଲରେ ଚିକିତ୍ସା ହେଉଥିବାର ସୂଚନା ରହିଛି । ପୋଲିସ୍ ସୂଚନା ଅନୁସାରେ ଜିଲ୍ଲାର ସୋଗବା ସହରର ମିଲାପୁର ଅଞ୍ଚଳରେ ସୁରେଶ ଚିଂଚୋଲ୍କର ଓ ମହାଦେବ ଲାମ୍ବେ ରହୁଥିଲେ । ଦୁହିଁଙ୍କ ମଧ୍ୟରେ ଏକ ପ୍ଲଟକୁ ନେଇ ଚୁକ୍ତି ହୋଇଥିଲା । ତେବେ ଚୁକ୍ତି ହେବା ପରେ 60 ବର୍ଷୀୟ ମହାଦେବ ଲାମ୍ବେଙ୍କୁ ଉକ୍ତ ପ୍ଲଟର ମୂଲ୍ୟ ଅଧିକ ହେବା ଦରକାର ବୋଲି ଭାବିଥିଲେ । ପ୍ଲଟର ଦାମ କମ୍ ମିଳିଥିବା କାରଣରୁ ରାଗରେ ରହିଥିଲେ ଅଭିଯୁକ୍ତ ମହାଦେବ ଲାମ୍ବେ ।…
ଭୁବନେଶ୍ବର : ଆଜି ରାଜ୍ୟରୁ 10 ଜଣଙ୍କ ମୃତ୍ୟୁ ହୋଇଛି। ଆଜି ରାଜ୍ୟରୁ ଗଞ୍ଜାମରୁ ତିନିଜଣ, କଟକ, ବାଲେଶ୍ବର, ଭୁବନେଶ୍ବର, କଳାହାଣ୍ଡି, କୋରାପୁଟ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ଟୁଇଟ୍ ଯୋଗେ ସୂଚନା ଦେଇଛି। ଆଜି ରାଜ୍ୟରେ 10ଜଣଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 556କୁ ବୃଦ୍ଧି ହୋଇଛି। ବାଲେଶ୍ବରରୁ 56 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 53 ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି କଳାହାଣ୍ଡିରୁ 55 ବର୍ଷୀୟ ପୁରୁଷ, କୋରାପୁଟରୁ 70 ବର୍ଷୀୟ ପୁରୁଷ, ନୟାଗଡରୁ 55 ବର୍ଷୀୟ ପୁରୁଷ, ରାୟଗଡାରୁ 60 ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଗଞ୍ଜାମରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 38, 52, 59 ରହିଛି । କଟକରୁ ଆଜି ଜଣେ 70 ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

