ହାଇଦ୍ରାବାଦ : ନିଜର ଜନ୍ମଦିନରେ ଅପକମିଙ୍ଗ ଫିଲ୍ମ ୱକିଲ ସାବର ପୋଷ୍ଟର ରିଲିଜ କରିଛନ୍ତି ପାୱାର ଷ୍ଟାର ପୱନ କଲ୍ୟାଣ । ନିଜର 49ତମ ଜନ୍ମ ଦିବସରେ ପୱନ କଲ୍ୟାଣ ପୋଷ୍ଟର ଲଞ୍ଚ କରିଛନ୍ତି । ଫିଲ୍ମଟି ବଲିଉଡ ଫିଲ୍ମ ‘ପିଙ୍କ୍’ର ଅଫିସିଆଲ ରିମେକ୍ ବୋଲି ସୂଚନା ରହିଛି । ତେବେ ଏହି ଫିଲ୍ମର କାହାଣୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପୋଷ୍ଟରରେ ପୱନ କଲ୍ୟାଣ ଓକିଲଙ୍କ କଳା ଧଳା ପୋଷାକରେ ରହିଥିବା ବେଳେ ହାତରେ ଏକ ଓକିଲାତି ବହି ଏବଂ ବେସବଲ ବ୍ୟାଟ ଧରିଛନ୍ତି । ସେହିପରି ଫିଲ୍ମର ପ୍ରଯୋଜକ ବୋନି କପୁର ମଧ୍ୟ ପୱନ କଲ୍ୟାଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫିଲ୍ମରେ ଅଞ୍ଜଳି, ନିଭେତା ଥୋମାସ ଏବଂ ଅଞ୍ଜଳି ନଗଲ୍ଲା ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରକାଶ ରାଜ ଏବଂ ଶ୍ରୁତି ହସନଙ୍କ କ୍ୟାମିଓ ରୋଲ ରହିଛି…
Author: Samikhsya Bureau
ମଥୁରା: ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ଥିବା ଜଣେ ୯ ବର୍ଷିୟା ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଯୋଗ୍ୟ ଯେ, ସୋମବାର ସନ୍ଧ୍ୟା ୮ ଟା ସମୟରେ ସମାନ ବୟସର ଦୁଇ ଜଣ ଝିଅ କିଛି ସାମନା କିଣିବାକୁ ଦୋକାନକୁ ଯାଇଥିଲେ। କିନ୍ତୁ ସାମାନ କିଣିବା ପରେ ପୀଡ଼ିତା ଘରକୁ ଏକାକୀ ଫେରିଥିଲେ। ରାତ୍ରି ପ୍ରାୟ ୧୦ ଟା ପର୍ଯ୍ୟନ୍ତ ଝିଅଟି ଘରକୁ ଫେରିନଥିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। ଝିଅର ସନ୍ଧାନ ନ ମିଳିବାରୁ ନିଖୋଜ ଥିବା ନେଇ ଥାନାରେ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ମଙ୍ଗଳବାର ଦିନ ମଥୁରାର ଦେହରୁଆ ଗ୍ରାମ ବାହାରୁ ଝିଅଟିର ମୃତଦେହ ଉଦ୍ଧାର କରିଥିଲା। ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ଦୁଷ୍କର୍ମ ଏବଂ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଝିଅଟିର…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ସନ୍ଦେହରେ ଗୋଟିଏ ଟ୍ରକ୍ କୁ ଅଟକାଇ ଟ୍ରକ୍ ରୁ ୧୨ ଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ଆଜି ମଧ୍ୟାହ୍ନ ରେ ଟାଙ୍ଗୀ ଜାତୀୟ ରାଜପଥ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ୍ ରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଟ୍ରକ୍ ଟି ଅଟକି ରହିଥିଲା । ଟ୍ରକ୍ ରୁ ଗୋରୁ ମାନଙ୍କର ବିକଳ ଚିତ୍କାର ଶୁଣି ସ୍ଥାନୀୟ ଯୁବକ ମାନେ ଟ୍ରକ୍ କୁ ଅଟକାଇଥିଲେ । ସେଠାରେ ଭୀଡ ବଢୁଥିବା ଦେଖି ଟ୍ରକ୍ ରେ ଗୋ ଚାଲାଣ କାରୀମାନେ ଚଂପଟ ମାରିବାକୁ ବସିଥିବା ବେଳେ ସେମାନଙ୍କୁ ଅଟକ ରଖି ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ ଯୁବକମାନେ। ପୋଲିସ୍ ଘଟଣା ସ୍ଥଳରେ ପହଂଚି ଟ୍ରକ୍ କୁ ଜବତବକରିବା ସହ ସେହି…
ଭୁବନେଶ୍ୱର: ଐତିହ୍ୟ କ୍ୟାବିନେଟରେ ସାତଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି । ଓଡିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି । ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି । ପ୍ରତ୍ନତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକଙ୍କ ପାଇଁ ପ୍ରସ୍ତାବ ପାରିତ ହୋଇଛି । ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବକୁ ମଂଜୁରୀ ମିଳିଛି । ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ । ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଏକାଡେମୀ ରାଶି ବି ବୃଦ୍ଧି ହୋଇଛି । ଅତିବଡି, କବି ସମ୍ରାଟ, ଧର୍ମପଦ, ବ୍ୟାସକବି ପୁରସ୍କାର 5 ଲକ୍ଷକୁ ବୃଦ୍ଧି କରାଯାଇଛି । ଏକାଡେମୀ ପୁରସ୍କାର 50 ହଜାରରୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି ହୋଇଛି । ଏକାଡେମୀ ସମ୍ବର୍ଦ୍ଧନା ପୁରସ୍କାର1 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 541ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ 541ଜଣଙ୍କ ମଧ୍ୟରେ 220 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 321ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 300 ଜଣ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍ରୁ 220 ଜଣଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ 23ଜଣ କର୍ମଚାରୀ ଚିହ୍ନଟ ହୋଇଥିବାବେଳେ 16ଜଣ ପୋଲିସ କର୍ମଚାରୀ ରହିଛନ୍ତି, ନିଳାଦ୍ରି ବିହାର, ପଣ୍ଡା ପାର୍କ ନିକଟରୁ 7 ଜଣ, ୟୁନିଟ୍ – 8ରୁ 5 ଜଣ, ୟୁନିଟ୍ -6ରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ 321 ଜଣଙ୍କ ମଧ୍ୟରେ ଖଣ୍ଡଗିରିରୁ 6ଜଣ, ଲକ୍ଷ୍ମୀସାଗରର 7ଜଣ, ମାଷ୍ଟରକ୍ୟାଣ୍ଟିନ୍ ଛକରୁ 6 ଜଣ, ଭୀମଟାଙ୍କି ହାଉସିଂବୋର୍ଡ କଲୋନୀରୁ 4 ଜଣ, 11ଜଣ ବ୍ୟାଙ୍କ କର୍ମଚାରୀ ରହିଥିବାବେଳେ ଶୈଳଶ୍ରୀବିହାରରୁ 10ଜଣ, ଭୀମପୁର, କେଳା ବସ୍ତିରୁ 11ଜଣ, ପଟିଆରୁ 11 ଜଣ, ଚିନ୍ତାମଣିଶ୍ବରରୁ 7…
ନୂଆଦିଲ୍ଲୀ : ବହୁଳ ବ୍ୟବହୃତ ମୋବାଇଲ୍ ଆପ୍ ‘ପବ୍-ଜି’ ଭାରତରେ ବ୍ୟାନ୍ ହୋଇଛି । ପବ୍-ଜି ସହ ଚୀନ ପରିଚାଳିତ 118ଟି ମୋବାଇଲ୍ ଆପ୍ ବ୍ୟାନ୍ କଲେ କେନ୍ଦ୍ର ସରକାର । ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ର ସରକାର ଏହାକୁ ବ୍ୟାନ୍ କରିଛନ୍ତି ।ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ଅଭିଯୋଗରେ ଏହି ଆପ ଗୁଡିକୁ ବ୍ୟାନ କରାଯାଇଛି । ପବ୍ଜୀ ସମେତ ଲୁଡୋ, ଏମ୍ଭି ମାଷ୍ଟର, ଓ୍ବି ଚାଟ୍ ଆଦି ମଧ୍ୟ ବ୍ୟାନ୍ ହୋଇଛି । ଚୀନ୍ ସହିତ ଅର୍ଥନୈତିକ ବିବାଦ କାରଣରୁ ଆଇଟି ମନ୍ତ୍ରାଳୟ ପକ୍ଷରୁ ପବଜି ସମେତ 118ଟି ଆପକୁ ବ୍ୟାନ କରାଯାଇଛି । କେନ୍ଦ୍ର ସରକାର ପୁଣି ଥରେ ଡିଜିଟାଲ ଷ୍ଟ୍ରାଇକ୍ କରିଛି । ପୂର୍ବରୁ 59ଟି ଆପ୍କୁ ବ୍ୟାନ୍ କରାଯାଇଥିବାବେଳେ ଆଜି 118ଟି ଆପ୍କୁ ବ୍ୟାନ୍ କରିଛନ୍ତି । ପୂର୍ବରୁ ଭାରତୀୟ ସେନା ନିଜ ଯବାନମାନଙ୍କୁ ସ୍ମାର୍ଟଫୋନ୍ରୁ ପବ୍ଜୀ ସମେତ 89ଟି ଆପ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…
ନୂଆଦିଲ୍ଲୀ : ଜିଏସଟି ଦେୟ ପ୍ରଦାନକୁ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ସାତ ଦିନର ସମୟ ପ୍ରଦାନ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜିଏସଟିକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଛଳନାରେ ମୁଁ ଅତ୍ୟନ୍ତ ମର୍ମାହତ ବୋଲି ମମତା ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ଏପରି ବ୍ୟବସ୍ଥା ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ମଧ୍ୟ ମମତା କହିଛନ୍ତି । ଦୁର୍ବଳ ଅର୍ଥନୀତି ପାଇଁ ଭଗବାନଙ୍କୁ ଦୋଷ ଦେଇ ସମସ୍ତ ରାଜ୍ୟ ମାନଙ୍କର ଋଣ ଭାର ବଢାଇବାର ପ୍ରୟାସ କରାଯାଉଛି ବୋଲି ମମତା ଚିଠି ଲେଖିଛନ୍ତି । ବର୍ତ୍ତମାନର ସରକାର ଉପରୁ ସମସ୍ତ ରାଜ୍ୟ ନିଜର ଆସ୍ଥା ହରାଇ ସାରିଲେଣି । ଜିଏସଟିକୁ ନେଇ ସରକାର ନିଜର ପ୍ରତିଜ୍ଞା ପୂରଣ ନକଲେ ଏହି ବିରୋଧାଭାସ ଆହୁରି ବଢିବ ବୋଲି ମମତା କହିଛନ୍ତି । ଅତୀତରେ ଜିଏସଟି ବ୍ୟବସ୍ଥାକୁ ପଶ୍ଚିମବଙ୍ଗ ପକ୍ଷରୁ…
ଭୁବନେଶ୍ବର : ୟୁଜି/ପିଜି ଫାଇନାଲ୍ ପରୀକ୍ଷା ପାଇଁ ଅଧିକ ସମୟ ମାଗିଛି ରାଜ୍ୟ । ୟୁଜି/ପିଜି ଫାଇନାଲ ସେମିଷ୍ଟର ଘୁଞ୍ଚାଇବାକୁ ଚିଠି କରାଯାଇଛି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ୟୁଜିସି ସଚିବଙ୍କୁ ଚିଠି କରାଯାଇଛି। ପରୀକ୍ଷା ଶେଷ ତାରିଖ ସେପ୍ଟେମ୍ବର 30 ପରିବର୍ତ୍ତେ ଅକ୍ଟୋବର 10 ଯାଏଁ ଘୁଞ୍ଚାଇବାକୁ ବିଭାଗ ପକ୍ଷରୁ ଚିଠି କରାଯାଇଛି। ପରୀକ୍ଷା ସେପ୍ଟେମ୍ବର 20ରୁ ଅକ୍ଟୋବର 10 ମଧ୍ୟରେ କରାଇବାକୁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୟୁଜିସି ସଚିବଙ୍କୁ ନିବେଦନ କରାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର 30 ସୁଦ୍ଧା ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବା ପାଇଁ ସୁପ୍ରିକୋର୍ଟ ରାୟ ଦେଇଥିଲେ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ସାରା ବିଶ୍ୱ ଏବେ କରୋନା ମହାମାରୀ ର କବଳରେ । ତଥାପି ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାର ବର୍ତ୍ତମାନ ଅନଲକ ପ୍ରକ୍ରିୟା ଜାରି ରଖିଛନ୍ତି। ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ ବହୁ କରୋନା ଯୋଦ୍ଧାମାନେ ନିଜର ଦିନ ରାତି ଏକ କରିଦେଇଥିବା ସ୍ଥଳେ ଅନେକ ଯୋଦ୍ଧା କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି। କରୋନା ଯୋଦ୍ଧାମାନଙ୍କ ମନୋବଳ ବଢେଇବା ଉଦେଶ୍ୟରେ ପୂର୍ବରୁ ବହୁ ସାମାଜିକ ଅନୁଷ୍ଠାନମାନ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଆସିଛନ୍ତି। କିନ୍ତୁ ଆଜି ବାଣପୁର ସହରରେ କାର୍ଯ୍ୟରତ ଏନ.ଏ.ସିର ସମସ୍ତ ଅଙ୍ଗନବାଡି କର୍ମୀମାନେ ଯେଉଁମାନେ କି ବିଗତ ଛଅ ମାସ ହେବ ଏନ.ଏ.ସି ରେ ନିସ୍ଵାର୍ଥପର ଭାବେ କୋଭିଡ ଦାୟିତ୍ୱ ତୁଲାଉଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ମାର୍ଗଦର୍ଶକ ତଥା ବାଣପୁର ଏନ.ଏ.ସି କୋଭିଡ କଣ୍ଟ୍ରୋଲ ହେଡ଼ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ନିଆଲଙ୍କୁ ବାଣପୁର…
ଭୁବନେଶ୍ୱର: ସକ୍ରିୟ ମୌସୁମୀ ଯୋଗୁ 21 ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ମୋଟ 21ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ସମ୍ଭାବନା ନେଇ ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୋନପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବର୍ଷା ସହ ବଜ୍ରପାତ ନେଇ ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ , ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗ୍ରା : ଆଗ୍ରାରୁ ଏକ ଲଜ୍ୟାଜନକ ଘଟଣା ଘଟିଛି । ଏଠାରେ ଅମାନବୀୟତାର ସବୁ ସୀମାକୁ ଟପି ଯାଇଛନ୍ତି ଜଣେ ଡାକ୍ତର । ଏଠାରେ ଏକ ଘରୋଇ ହସ୍ପିଟାଲରେ ଜଣେ ଗରିବ ରିକ୍ସାଚାଳକ ଡାକ୍ତରଖାନାର ବିଲ୍ ଦେଇ ପାରିନବାରୁ ତାଙ୍କ ସନ୍ତାନକୁ ବିକ୍ରି କରିଛନ୍ତି ଡାକ୍ତର । ଭଗବାନଙ୍କ ଦ୍ବିତୀୟ ରୂପ ହେଉଛନ୍ତି ଡାକ୍ତର । ରିକ୍ସାଚାଳକ ଡାକ୍ତରଖାନାର ବିଲ୍ ଦେଇ ନପାରିବାରୁ ଡାକ୍ତର ଜଣକ ନବଜାତ ସନ୍ତାନକୁ ଏକ ଲକ୍ଷଟଙ୍କାରେ ବିକ୍ରି କରିଦେଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନାନୁସାରେ ହସ୍ପିଟାଲରେ ଡେଲଭରୀର ବିଲ୍ 30 ହଜାର ଟଙ୍କା ଥିଲା। ମାତ୍ର ଏହାକୁ ଦେବାର ଅସମର୍ଥତା ପ୍ରକାଶ କରିଥିଲେ ରିକ୍ସା ଚାଳକ । ଏହାପରେ ଡାକ୍ତର ଜଣକ ନବଜାତ ସନ୍ତାନକୁ ନିଲାମ କରିଦେଇଥିଲେ । ତେବେ ନବଜାତ ସନ୍ତାନର ବିକ୍ରି ହେବାର ଖବରଟି ଭାଇରାଲ୍ ହେବା ପରେ ଅଭିଯୁକ୍ତ ଦିଲ୍ଲୀପ ମଙ୍ଗଲ ଗରିବ ଦମ୍ପତିକୁ ଶିଶୁଟିକୁ ଫେରାଇ ଦେଇଥିବାର…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଶିବସେନାର ପୂର୍ବତନ ପ୍ରଦେଶ ପ୍ରମୁଖ ରମେଶ ସାହୁଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ରମେଶ ସାହୁଙ୍କ ସ୍ତ୍ରୀ ଓ ଝିଅଙ୍କୁ ଅଭିଯୁକ୍ତମାନେ ମଧ୍ୟ ଆକ୍ରମଣ କରିଛନ୍ତି । ଘଟଣା ଘଟାଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ରହିଛନ୍ତି । ପୋଲିସ୍ ଅଭିଯୁକ୍ତଙ୍କ ତଲାସୀ କରୁଛି । ମିଳିଥିବା ସୂଚନାନୁସାରେ, ଶିବସେନାର ପୂର୍ବତନ ପ୍ରମୁଖ ରମେଶ ସାହୁଙ୍କୁ ଇନ୍ଦୋର ନିକଟସ୍ଥ ଓମରୀ ଖେଡାରେ ଗୁଳି କରି ହତ୍ୟା କରାଯାଇଛି । ରମେଶ ସାହୁ ଓମରୀ ଖେଡାରେ ସାଇ ରାମ ଢାବା ସଂଚାଳନ କରୁଥିଲେ । ରମେଶ ସାହୁଙ୍କୁ ଅଜ୍ଞାତ ଅପରାଧୀମାନେ ଗୁଳି ମାରି ହତ୍ୟା କରିଛନ୍ତି । ଅପରପକ୍ଷରେ ରମେଶଙ୍କ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରୁ ପଇସା କିମ୍ବା କୌଣସି ଜିନିଷ ଚୋରି ହୋଇନଥିବାର ସୂଚନା ରହିଛି । ଅଭିଯୁକ୍ତମାନେ କେବଳ ହତ୍ୟା କରି ଫେରାର…
ହରଦୋଇ : ଏଠାରେ ଏପରି ଏକ ଅଞ୍ଚଳ ଯେଉଁଠାରେ ଲୋକ ପ୍ରତ୍ୟେକ ବର୍ଷ ଘର ନିର୍ମାଣ କରନ୍ତି ଓ ପୁଣି ତାଙ୍କୁ ନିଜ ହାତରେ ଭାଙ୍ଗି ଦିଅନ୍ତି । ତେବେ ନିଜ ଘରକୁ ତୋଳିବା ସହିତ ସେହି ଘରକୁ ଭାଙ୍ଗିବାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଅଞ୍ଚଳଟି ବନ୍ୟା ପ୍ରଭାବିତ ଅଞ୍ଚଳ । ଗଙ୍ଗା ନଦୀ ନିକଟରେ ବସତି ସ୍ଥାପନ କରିଥିବା ଏହି ଲୋକମାନେ ଘର ନିର୍ମାଣ କରି ରୁହନ୍ତି କିନ୍ତୁ ବନ୍ୟା ଆସିଲେ ହାତୁଡି ସାହାଯ୍ୟରେ ଘରକୁ ଭାଙ୍ଗି ଦେଇ ଅନ୍ୟ ଜାଗାରେ ବସତି ସ୍ଥାପନ କରନ୍ତି । ବିଲଗ୍ରାମ କୋଲଓ୍ବାଲୀ ଅ୍ରଞ୍ଚଳର କଟରୀ ବିଚୋହିଆ ସହିତ ମକ୍କୁପୁରବା ଚିରଞ୍ଜିପୁରବା ଗ୍ରାମରେ କିଛି ଲୋକେ ଏଠାରେ ପ୍ରତ୍ୟେକ ବର୍ଷ ଘର ନିର୍ମାଣ କରନ୍ତି, କିନ୍ତୁ ଏପରି ଏକ ସମୟ ଆସେ, ଯେଉଁ ସମୟରେ ସେମାନେ ସେମାନଙ୍କ ନିଜ ବାସଭବନକୁ ନିଜ ହାତରେ ଭାଙ୍ଗି ଦେଇ…
ମହାରାଷ୍ଟ୍ର : ମହାରାଷ୍ଟ୍ରର ଭଣ୍ଡାରାରେ ଆସିଥିବା ପ୍ରବଳ ବନ୍ୟା ଯୋଗୁଁ ଲୋକମାନେ ନାନା ହଇରାଣ ହରକତ ହେଇଛନ୍ତି । ଏହି ଲଗାଣ ବର୍ଷା ଯୋଗୁଁ ଜଣେ ଦିନ ମଜୁରିଆଙ୍କ ପରିବାର ଉପରେ ଦୁଃଖା ପାହାଡ ଲଦି ହୋଇପଡିଛି । ସ୍ଥାନୀୟ ଭଣ୍ଡାରାରେ ଜଣେ ଲୋକ ଝିଅ ବାହାଘର ପାଇଁ ସଞ୍ଚିତ ରଖିଥିବା ଟଙ୍କା ପାଣିରେ ଭିଜି ଯାଇଛି। ଭିଜା ଟଙ୍କାକୁ ସେ ତାଙ୍କ ସ୍ତ୍ରୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ରାସ୍ତାରେ ଶୁଖାଉଛନ୍ତି। ରାସ୍ତାରେ ଟଙ୍କା ଶୁଖାଇବା ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଝିଅ ବିବାହ ପାଇଁ ଏକାଠି କରିଥିବା ଅନ୍ୟାନ୍ୟ ସମସ୍ତ ଜିନିଷ ବନ୍ୟା ଜଳରେ ଭାସି ଯାଇଥିବାବେଳେ ଓଦା ଟଙ୍କାଙ୍କୁ ସାଉଁଟି ଶୁଖାଇବାରେ ଲାଗିପଡିଛନ୍ତି । ଆସନ୍ତା ମାସରେ ଝିଅ ବାହାଘର ହେବାକୁ ଥିବାବେଳେ ବିଦର୍ଭରେ ବୈନଗଙ୍ଗା ନଦୀରେ ଜଳସ୍ତର ବଢିବା ଯୋଗୁଁ ବନ୍ୟା ଆସି ସବୁ ଛାରଖାର କରିଦେଇଛି।…
ନ୍ୟୁୟର୍କ : ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ୟୁଏସ ଓପନରେ ଇତିହାସ ରଚିଛନ୍ତି । 2013ପରଠାରୁ ପ୍ରଥମ ଭାରତୀୟ ଖେଳାଳି ଭାବରେ ୟୁଏସ ଓପନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ନାଗଲ । ପ୍ରଥମ ରାଉଣ୍ଡରେ ଆମେରିକାର ବ୍ରାଡଲି କ୍ଲାନଙ୍କୁ 6-1, 6-3, 3-6 ଏବଂ 6-1 ସେଟରେ ପରାସ୍ତ କରିବା ସହିତ ନାଗଲ ଇତିହାସ ରଚିଛନ୍ତି । 2013ରେ ସୋମଦେବ ଦେବବର୍ମନ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ ଓପନ ଏବଂ ୟୁଏସ ଓପନର ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ । ପ୍ରଥମ ଦୁଇ ରାଉଣ୍ଡକୁ ଅନାୟାସରେ ଜିତିଥିବା ନାଗଲ ପରବର୍ତ୍ତୀ ରାଉଣ୍ଡରେ ପରାଜିତ ହୋଇଥିଲେ ହେଁ ସହଜରେ ମ୍ୟାଚରେ ବିଜୟୀ ହୋଇଥିଲେ। ବିଶ୍ୱ ମାନ୍ୟତାରେ 122 ନମ୍ବର ମାନ୍ୟତାରେ ରହିଥିବା ନାଗଲ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ଅଷ୍ଟ୍ରିଆର ଡୋମିନିକ ଥିମ ଏବଂ ସ୍ପେନର ଜାଉମେ ମୁନେର ମ୍ୟାଚର ବିଜୟୀ ଖେଳାଳିଙ୍କୁ ଭେଟିବେ । https://twitter.com/usopen/status/1300868151895154688?s=20 ହରିୟାଣାର ଇଜ୍ଜୋର…
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 78 ହଜାର 357ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1045ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା 37 ଲକ୍ଷ 69ହଜାର 524କୁ ବୃଦ୍ଧି ପାଇଛି। ସେହିପରି ଦେଶର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 66 ହଜାର 333ରେ ପହଞ୍ଚିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦେଶରେ 29ଲକ୍ଷ 1909 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି ବର୍ତ୍ତମାନ ସୁଦ୍ଧା 8ଲକ୍ଷ 1282ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଇସିଏମ୍ଆରର ସୂଚନା ଅନୁସାରେ ଦେଶରେ କରୋନା ଭାଇରସର 54 ପ୍ରତିଶତ ମାମଲା 18 ବର୍ଷରୁ 44 ବର୍ଷଙ୍କ ମଧ୍ୟରେ ରହିଥିବାବେଳେ 51 ପ୍ରତିଶତ ମାମଲା 60 ବର୍ଷ ବା ତତୁର୍ଦ୍ଦ୍ୟ ରହିଛନ୍ତି । ଦେଶର ମୃତ୍ୟୁଦର ହ୍ରାସ ହୋଇ 1.76%ରେ ରହିଥିବାବେଳେ ଆକ୍ଟିଭ୍ କେସ୍ ହାର…
ପାନଜୀ : ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଫେସବୁକ ପୋଷ୍ଟରେ ସେ କହିଛନ୍ତି ଯେ କରୋନା ଭାଇରସ୍ ପରୀକ୍ଷା କରିଥିଲି, ରିପୋର୍ଟ ପଜିଟିଭ୍ ଆସିଛି। ଫଳରେ ମୁଁ ବର୍ତ୍ତମାନ ହୋମ ଆସୋଲେସନରେ ରହିଛି। ତାଙ୍କ ପୋଷ୍ଟରେ ସେ ଆହୁରି କହିଛନ୍ତି, “ମୁଁ ଘରୁ କାର୍ଯ୍ୟ କରି ମୋର କର୍ତ୍ତବ୍ୟ ପାଳନ କରିବା ଜାରି ରଖିବି। ଯେଉଁମାନେ ମୋର ଘନିଷ୍ଠ ସମ୍ପର୍କରେ ଆସିଛନ୍ତି ସେମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗୋଆରେ ଏପର୍ଯ୍ୟନ୍ତ ମୋଟ ୧୮,୦୦୬ କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୯୪ ଜଣ ମୃତ୍ୟୁ ଘଟିଛି।
ଭୁବନେଶ୍ବର : ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 3ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଳାରୁ 2ଜଣ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଦୁଇଜଣ ପୁରୁଷ। 63 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଙଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 35ଓ 56 ବର୍ଷ ବୋଲଇ ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 57 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 62 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସମ୍ବଲପୁରର ମୃତ୍ୟୁ ଆକ୍ରାନ୍ତ ଜଣକ 58 ବର୍ଷୀୟା ମହିଳା ହୋଇଥିବାବେଳେ ରାୟଗଡାରୁ 64 ବର୍ଷୀୟ ପୁରୁଷ…
ଭୁବନେଶ୍ବର : ଆଜି ରାଜ୍ୟର 29ଟି ଜିଲ୍ଲାରୁ ମୋଟ୍ 3 ହଜାର 219ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 731ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 400, ପୁରୀରୁ 217, ବାଲେଶ୍ବରରୁ 194, ବରଗଡରୁ 185, ଗଞ୍ଜାମରୁ 169, ମୟୂରଭଞ୍ଜରୁ 137, ଯାଜପୁରରୁ 117, କେଉଁଝରରୁ 102, କୋରାପୁଟରୁ 90, ଭଦ୍ରକରୁ 87, ସମ୍ବଲପୁରରୁ78. ଅନୁଗୁଳରୁ 66,ନୟାଗଡରୁ 62, ସୁନ୍ଦରଗଡ, ଜଗତସିଂହପୁର ଓ ଝାରସୁଗୁଡାରୁ 60ଜଣ ଲେଖାଏଁ ରହିଥିବାବେଳେ କେନ୍ଦ୍ରାପଡାରୁ 57, ନବରଙ୍ଗପୁରରୁ 55, ନୂଆପଡାରୁ 49, ଢେଙ୍କାନାଳ ଓ କଳାହାଣ୍ଡିରୁ 37 ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧରୁ 36, କନ୍ଧମାଳରୁ 32, ଗଜପତିରୁ 27, ସୋନପୁରରୁ 26, ରାୟଗଡାରୁ 25, ମାଲକାନଗିରିରୁ 13, ବଲାଙ୍ଗିରରୁ 10 ଜଣ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 219 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1931ଜଣ ଚିହ୍ନଟ ହୋଇଥିବାବେଳେ 1288ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 9 ହଜାର780 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 443ଜଣ । ସେହିପରି ସୁସ୍ଥ ହୋଇଛନ୍ତି 80 ହଜାର 770ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 514ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
କେଦାର ମିଶ୍ର ଆମ ଲୋକ ରାଜନୀତିରେ ସବୁ କଥା ସହଜରେ ଭୁଲି ଯାଆନ୍ତି। ଆଜି ଯେତେବେଳେ ଐତିହାସିକ ଭାବରେ ଦେଶର ଆର୍ଥିକ ଅଭିବୃଦ୍ଧି ସବୁଠୁ କମ ରହିଛି, ସେତେବେଳେ ଦେଶକୁ ପରିଚାଳନା କରୁଥିବା ସରକାର କହୁଛନ୍ତି- ଏଥିଲାଗି ଆମେ କଣ କରିପାରିବା, ଏହା ତ ସାରା ପୃଥିବୀର ସମସ୍ଯା। ପୃଥିବୀରେ ଏକ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସ୍ଵାଭାବିକ ଭାବରେ ତାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ପୃଥିବୀର ସବୁ ବଡ ବଡ ଦେଶର ଅର୍ଥନୀତି ଆଜି ତଳମୁହାଁ ହୋଇଛନ୍ତି। ତେବେ ଏକଥା କହିଲା ବେଳେ ଆମ ଲୋକ ଭୁଲିଯାଉଛନ୍ତି ଯେ, ୨୦୦୭-୦୮ ବେଳେ ଯେତେବେଳେ ପୃଥିବୀ ର ଅର୍ଥନୀତିରେ ଏକ ଭୟଙ୍କର ମାନ୍ଦାବସ୍ଥା ଆସିଥିଲା, ସେତେବେଳେ ଭାରତ ତାକୁ ଅତ୍ୟନ୍ତ ସାହସିକତାର ସହ ସାମ୍ନା କରିଥିଲା। ୨୦୦୮ ବର୍ଷରେ ଆମର ଅଭିବୃଦ୍ଧି ହାର ୩.୯% କୁ ଖସିଥିବା ବେଳେ ତା ପରବର୍ତ୍ତୀ ବର୍ଷ ୨୦୦୯ ରେ ଆମର ଅଭିବୃଦ୍ଧି ୨…

