Author: Samikhsya Bureau

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 3ହଜାର 861 ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 767 ଜଣ ରହିଥିବାବେଳେ ଅନୁଗୁଳରୁ 120, ବାଲେଶ୍ବରରୁ 105, ବରଗଡରୁ 176, ଭଦ୍ରକରୁ 74, ବଲାଙ୍ଗିରରୁ 75, ବୌଦ୍ଧରୁ 22, କଟକରୁ 386. ଦେବଗଡରୁ 12, ଢେଙ୍କାନାଳରୁ 74, ଗଜପତିରୁ 14, ଗଞ୍ଜାମରୁ 91, ଜଗତସିଂହପୁରରୁ 86, ଯାଜପୁରରୁ 285, ଝାରସୁଗୁଡାରୁ 199. କଳାହାଣ୍ଡିରୁ 28, କନ୍ଧମାଳରୁ 25, କେନ୍ଦ୍ରାପଡାରୁ 83, କେଉଁଝରରୁ 66, କୋରାପୁଟରୁ 86, ମାଲକାନଗିରିରୁ 33, ମୟୂରଭଞ୍ଜରୁ 122, ନବରଙ୍ଗପୁରରୁ 44, ନୟାଗଡରୁ 57, ନୂଆପଡାରୁ 48, ପୁରୀରୁ 200, ରାୟଗଡାରୁ 153, ସମ୍ବଲପୁରରୁ 77, ସୋନପୁରରୁ 117, ସୁନ୍ଦରଗଡରୁ 96 ରହିଥିବାବେଳେ ଷ୍ଟେଟ୍‌ ପୁଲରୁ 140ଜଣ ରହିଛନ୍ତି ।

Read More

ପାଟଣାଗଡ ବିଧାୟକ ସରୋଜ ମେହେର ପ୍ରବଳ ବର୍ଷା ଜନିତ ଘର ଗୁଡିକ ଭାଙ୍ଗି ଯାଇଥିବାରୁ ବେଲପଡା ବ୍ଲକ 24 ନଂ ଜୋନର ବିଭିନ୍ନ ଗ୍ରାମଗୁଡିକୁ ଯାଇ ଭାଙ୍ଗିଥିବା ଘରଗୁଡିକୁ ଦେଖିଥିଲେ ଏବଂ ଆଗାମୀ ଦିନରେ ପ୍ରଶାସନ ସହିତ କଥାହୋଇ ଶୀଘ୍ର ଏହାର ସମାଧାନ କିପରି ହୋଇପାରିବ ତାହା ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 861 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2278ଜଣ ଚିହ୍ନଟ ହୋଇଥିବାବେଳେ 1583ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 27ହଜାର892 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 30 ହଜାର 919ଜଣ । ସେହିପରି ସୁସ୍ଥ ହୋଇଛନ୍ତି 96 ହଜାର 364ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 538ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ବାଲେଶ୍ବର, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ବନ୍ୟା ତଦାରଖ କମିଟି ଆଜି ବାଲେଶ୍ବରର ତଳସାହି, ଜଳେଶ୍ୱର ବନ୍ୟା ପ୍ରଭାବିତ ନାମ୍ପୋ, ଭୋଗ୍ରାଇ, ବିଷ୍ଣୁପୁର ଏବଂ ବାଲିଆପାଲ ବୁଲି ଦେଖିଲେ। ବନ୍ୟା ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ପାଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବାଣ୍ଟିଲେ ।

Read More

ରମେଶ ମହାନ୍ତି ଜଗତସିଂହପୁର : ବାଲିକୁଦା ବ୍ଲକ ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ ସ୍ଥିତ ନୁଆଗାଦି ପୀଠରେ ବିଜୁ ଜନତାଦଳ ଆଇଟି ସେଲ୍ ର ବନ୍ଧୁମିଳନ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଯୁବସଂଗଠକ ତାପସ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନିର୍ବାଚନମଣ୍ଡଳୀ ମିଡ଼ିଆସେଲର ସଂଯୋଜକ ପ୍ରୟାସ ମୁଦୁଲି ସଭାପତିତ୍ବ କରିଥିବା ବେଳେ ଛାତ୍ର ନେତା ପ୍ରକାଶ ଦଳାଇ ସଭା ସଂଯୋଜନା କରିଥିଲେ। ଏଥିସହିତ ଆଗାମୀ ଦିନରେ କିଭଳି ବାଲିକୁଦା ବ୍ଲକ ଅନ୍ୟ ନିର୍ବାଚନମଣ୍ଡଳୀମାନଙ୍କ ପାଇଁ ଉଦାହରଣ ହେବ ଏନେଇ ବିଜୁ ଜନତା ଦଳର କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରିତ କରାଯିବା ସହ ମାନ୍ୟବର ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ହାତମୁଠାକୁ ଟାଣ କରାଯିବା ନେଇ ସୋସିଆଲ ମିଡ଼ିଆ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ସୌମ୍ୟାଜିତ ମହାପାତ୍ର, ଆକାଶ ମହାନ୍ତି, ବଳଦେବ ରଥ, ରାଜେନ୍ଦ୍ର ସତପଥି, ବିଶ୍ୱଜିତ ସ୍ୱାଇଁ, ଅଭୟ…

Read More

ନୂଆଦିଲ୍ଲୀ :  ଦେଶରେ 42 ଲକ୍ଷ ଟପିଲା କରୋନା ପଜିଟିଭ୍ କେସ୍ । ସାରା ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାର ଦୁଇ ନମ୍ୱର ସ୍ଥାନକୁ ଉଠିଛି ଭାରତ । ପୂର୍ବରୁ ଏହି ସ୍ଥାନରେ ବ୍ରାଜିଲ୍‌ ରହିଥିବାବେଳେ ଏବେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 42 ଲକ୍ଷ 4 ହଜାର 613କୁ ବୃଦ୍ଧି ହୋଇଛି । ଗତ 24 ଘଣ୍‌ଟା ମଧ୍ୟରେ ଦେଶରେ 90 ହଜାର 802 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 1016ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 71 ହଜାର 642ରେ ପହଞ୍ଚିଛି । ସେହିପରି 8 ଲକ୍ଷ 82 ହଜାର 542 ଜଣ ସକ୍ରିୟ ଥିବାବେଳେ ଏବଂ ସୁସ୍ଥ ହେଲେଣି 32 ଲକ୍ଷ 50 ହଜାର 429ଜଣ ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାମ୍ନାରେ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି। ଥାନା ସାମ୍ନାରେ ଥିବା ରୋଡର ଭୂତଳରେ ବିଛାଯାଇଥିବା ଏକ ସପ୍ଲାଇ ପାଣି ପାଇପ ଫାଟିଯାଇଥିବାରୁ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ପିଇବା ପାଣି ନଷ୍ଟ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ବାଣପୁର ଏନ.ଏ.ସି ଅଞ୍ଚଳରେ ଦିନକୁ ଦୁଇ ଥର ଲେଖାଏଁ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ପିଇବା ପାଣି ସପ୍ଲାଏ ହୋଇଥାଏ। ପବ୍ଲିକ ହେଲଥ ଡିପାର୍ଟମେଣ୍ଟ ପାଖରେ ରହିଛି ଏହାର ରକ୍ଷଣାବେକ୍ଷଣ ଦାୟିତ୍ତ୍ଵ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ର ବିଷୟ ମାସ ମାସ ଧରି ପ୍ରତ୍ୟେକ ଦିନ ଏହିପରି ଭାବେ ହଜାର ହଜାର ଲିଟର ପିଇବା ପାଣି ନଷ୍ଟ ହେଉଥିବା ସ୍ଥଳେ ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଯଦି ଜଣେ ସାଧାରଣ ନାଗରିକ ସରକାରୀ ପାଣିର ଅପଚୟ କଲେ ତାଙ୍କ ନାମରେ ଏନ.ଏ.ସି ତରଫରୁ ପାଞ୍ଚ ଆଇନ…

Read More

ମୁମ୍ବାଇ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ କାରାବାର ନେଇ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପୁଣି ଦ୍ୱିତୀୟ ଦିନ ପାଇଁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରେ ହାଜର ହୋଇଛନ୍ତି। ସେ ରବିବାର ଦିନ ପ୍ରଥମ ଥର ପାଇଁ ଏନସିବି ସମ୍ମୁଖରେ ହାଜର ହୋଇଥିଲେ। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ଅଭିଯୋଗ ନେଇ ତାଙ୍କ ଛଅ ଘଣ୍ଟା ଜେରା କରାଯାଇଥିଲା। ବର୍ତ୍ତମାନ ଏହି ମାମଲାରେ ତାଙ୍କ ଭାଇଙ୍କୁ ଯେପରି ଜେରା କରି ଗିରଫ କରାଗଲା ସେହିପରି ରିୟାଙ୍କୁ ଗିରଫ କରାଯିବ ବୋଲି ଆଶା କରାଯାଉଥିଲା। ଆଜି ପୁଣି ଥରେ ଜେରା ପାଇଁ ହାଜର ହୋଇଛନ୍ତି ଜଣାପଡିବା ପରେ ସେ ଗିରଫ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏହାପୂର୍ବରୁ ଶନିବାର ଦିନ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହୋମ ମ୍ୟାନେଜର ସାମୁଏଲ ମିରାଣ୍ଡା, ତାଙ୍କ ଘରର ସହାୟକ ଦୀପେଶ ସାୱନ୍ତଙ୍କୁ ଗିରଫ କରାଯାଇ ସେପ୍ଟେମ୍ବର…

Read More

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୭ ନିୟୁତ ମାର୍କକୁ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୮୮୨,୦୦୦ ରୁ ବୃଦ୍ଧି ପାଇଛି। ସୋମବାର ସକାଳ ସୁଦ୍ଧା ମୋଟ ମାମଲା ୨୭,୦୦୨,୨୨୪ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୮୮୨,୦୫୩ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବା ସିଏସଏସଇ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ସିଏସଏସଇ ଅନୁଯାୟୀ ବିଶ୍ବରେ ଆମେରିକାରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬,୨୭୫,୬୧୪ ଏବଂ ୧୮୮,୯୩୨ ରେ ରହିଥିଲା। ୪,୧୩୭,୫୨୧ ସଂକ୍ରମଣ ଏବଂ ୧୨୬,୬୫୦ ମୃତ୍ୟୁ ସହିତ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଲା। ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୪,୧୧୩,୮୧୧), ଏବଂ ପରେ ରୁଷିଆ (୧,୦୨୨,୨୨୮), ପେରୁ (୬୮୩,୭୦୨), କଲମ୍ବିଆ (୬୫୮,୪୫୬), ଦକ୍ଷିଣ ଆଫ୍ରିକା (୬୩୮,୫୧୭), ମେକ୍ସିକୋ (୬୩୪,୦୨୩), ସ୍ପେନ୍ (୪୯୮,୯୮୯), ଆର୍ଜେଣ୍ଟିନା…

Read More

ଚେନ୍ନାଇ, ପ୍ରଥମ ଥର ପାଇଁ ଦେଶରେ ଜଣେ କୋଭିଡ -୧୯ ରୋଗୀକୁ ବିମାନରେ ଗୋଟିଏ ସହରରୁ ଆଉ ଏକ ସହରକୁ ନିଆଯାଇଛି।  ରବିବାର ଦିନ ଜଣେ ଗୁରୁତର କରୋନା ଅସୁସ୍ଥ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କୋଲକାତା ରୁ ଚେନ୍ନାଇକୁ ନିଆଯାଇଥିଲା ବୋଲି ICATT Kyathi Air Ambulance କହିଛି। ଏହି ଏୟାର ଆମ୍ବୁଲାନ୍ସର ନିର୍ଦ୍ଦେଶକ ରାହୁଲ ସର୍ଦ୍ଦାର କହିଛନ୍ତି ଯେ ୫୮ ବର୍ଷ ବୟସ୍କ ପୁରୁଷ କୋଭିଡ -୧୯ ରୋଗୀ ରବିବାର ଦିନ କୋଲକାତାରୁ ଚେନ୍ନାଇକୁ ଏକ ଡବଲ ଇଞ୍ଜିନ ବିମାନରେ ନିଆଯାଇଥିଲା। ପ୍ରଥମ ଥର ପାଇଁ ଏକ କୋଭିଡ-୧୯ ରୋଗୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବା ଏହା ପ୍ରଥମ ବୋଲି ସେ କହିଥିଲେ। ଏହି ରୋଗୀଙ୍କୁ ସ୍ଥାନାନ୍ତରିତ ନିଶ୍ଚିତ ହେବା ପରେ ଏୟାର ଆମ୍ବୁଲାନ୍ସ କଂପାନୀର ମେଡିକାଲ ଟିମ ଗତ ଶନିବାର ସଂଧ୍ୟାରେ କୋଲକାତାରେ ପହଁଚିଥିଲେ। ଏଥିରେ ହୃଦ୍‌ରୋଗ ଡାକ୍ତର, ଆନାସ୍ଥେଆଷ୍ଟି ଏବଂ ପାରାମେଡିକାଲ ଷ୍ଟାଫ ଥିଲେ।…

Read More

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ଜନିତ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ଦିନକରେ ୭୦,୦୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୩,୬୪୨ ରୋଗୀ ସୁସ୍ଥ ହୋଇ ଘରୋଇ ଏକାନ୍ତବାସ ଏବଂ ହସ୍ପିଟାଲରୁ ଛୁଟି ପାଇଛନ୍ତି । ଏଥିସହିତ ଗତକାଲି ସୁଦ୍ଧା ଦେଶରେ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୩୧ ଲକ୍ଷ ୮୦ ହଜାର ୮୬୫ ରେ ପହଞ୍ଚିଛି। ଦେଶରେ ଦୈନିକ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଫଳରେ ହାରାହାରି ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୭୭.୩୨ ପ୍ରତିଶତକୁ ଛୁଇଁଛି । କେନ୍ଦ୍ର ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗରେ ଅଧିକରୁ ଅଧିକ ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ନମୁନା ପରୀକ୍ଷା କରାଯାଇପାରୁଛି । ଏଥିସହିତ କରୋନା ନିୟମାବଳୀକୁ ଅନୁସରଣ କରି ହସ୍ପିଟାଲ ଓ…

Read More

ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ଶିକ୍ଷାନୀତି ୨୦୨୦ ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଉଦ୍‌ବୋଧନ ଦେବେ । ପୂର୍ବାହ୍ନ ୧୦.୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି । ଏହି ସମ୍ମିଳନୀର ନାମ ରଖାଯାଇଛି ‘ଉଚ୍ଚଶିକ୍ଷାର ପରିବର୍ତ୍ତନରେ ନୂଆ ଶିକ୍ଷାନୀତି ୨୦୨୦ର ଭୂମିକା ।’ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି । ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ନୂଆ ଶିକ୍ଷାନୀତି ୨୦୨୦ ପ୍ରସ୍ତୁତ ହୋଇଛି ଏବଂ ଏହା ଦେଶର ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି । ପୂର୍ବବର୍ତ୍ତୀ ସରକାର ସମୟରେ ୧୯୮୬ ମସିହାରେ ପ୍ରବର୍ତ୍ତିତ ଶିକ୍ଷାନୀତି ଏଯାଏଁ କାର‌୍ୟ୍ୟକାରୀ ହୋଇଆସୁଛି । ନୂଆ ଶିକ୍ଷାନୀତି ଦ୍ୱାରା ଉଭୟ ସ୍କୁଲ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ବଡଧରଣର ସଂସ୍କାର ଆଣିବାକୁ ପ୍ରୟାସ କରାଯାଇଛି । ନୂଆ ଶିକ୍ଷାନୀତି ଭାରତକୁ…

Read More

ଭୁବନେଶ୍ବର, ରାଦ୍ୟର ବିଜେଡି ସରକାରଙ୍କୁ ଘେରିବା ପାଇଁ ବିଜେପି ଏକ ଦୀର୍ଘ ମିଆଦି ଆନ୍ଦୋଳନ ଯୋଜନା କରିଛି। ଏଥିରେ ପ୍ରାୟ ଦୁଇମାସ ଧରି ଦଳ ବିଭିନ୍ନ ବ୍ଲକରେ ଭିନ୍ନ ଭିନ୍ନ ପ୍ରସଂଗରେ ଆନ୍ଦୋଳନ କରିବ ବୋଲି ନିଷ୍ପତି କିରଛି। ଏଥିରେ ବିଜେପି କାର୍ଯ୍ୟକାରିଣୀର ନିଷ୍ପତି ଅନୁଯାୟୀ,ସେପ୍ଟେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକରେ ଆନ୍ଦୋଳନ କରିବ ବିଜେପି। ଏଥିରେ ମନରେଗା ଯୋଜନାରେ ଅନିୟମିତତା, ପ୍ରମାଣ ସହ ଦାବୀ ପତ୍ର ପ୍ରଦାନ ଏବଂ ପ୍ରେସ ବାର୍ତା ଜରିଆରେ ସାଧାରଣ ଜନତାଙ୍କ ପାଖକୁ ପହଂଚିବାର କାର୍ଯ୍ୟକ୍ରମର ଯୋଜନା କରିଛି ଦଳ। ସେପ୍ଟେମ୍ବର ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ମନରେଗା ଯୋଜନାରେ ଅନିମିତତାକୁ ନେଇ ପ୍ରତ୍ୟେକ ଜିଲ୍ଲା ସ୍ତରରେ ଆନ୍ଦୋଳନ କରାଯିବା ସହ ଜିଲ୍ଲାପାଳମାନଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବ। ସେହିପରି ସେପ୍ଟେମ୍ବର ୨୦ ତାରିଖରୁ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୋଭିଡ ପରିଚାଳନାଗତ ତୃଟି ସମ୍ବନ୍ଧୀୟ ବିଷୟକୁ ନେଇ ଦାବୀପତ୍ର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ଆରମ୍ଭ ସମୟରେ ଲକ୍ଷଲକ୍ଷ ପ୍ରବାସୀ ଘରମୁହାଁ ହେଲେ। ସେମାନଙ୍କ କୌଣସି ରେଜିଷ୍ଟେସନ ହେଲା ନାହିଁ। ସେମାନଙ୍କ ରହିବା ଖାଇବା ଅବ୍ୟବସ୍ଥା ସାଙ୍ଗକୁ କେତେ ପ୍ରବାସୀ ଆସିଲେ ଓ ଗଲେ ତା’ର ମଧ୍ୟ କୌଣସି ହିସାବ ରାଜ୍ୟ ସରାକର ପାଖରେ ନାହିଁ। ରାଜ୍ୟ ସରାକରଙ୍କ ଭୁଲ୍ ପ୍ରବାସୀ ନୀତି ଯୋଗୁଁ ଯେଉଁ ଶ୍ରମିକମାନେ ଘରମୁହାଁ ହେଉଥିଲେ ଏକାଧିକ ଦୁର୍ଘଟଣା ଘଟି ସେମାନଙ୍କ ପ୍ରାଣ ହରାଇଥିଲେ। ବର୍ତ୍ତମାନ ରାଜ୍ୟ ସରକାର ଜିଲ୍ଲାରେ ଶ୍ରମିକମାନଙ୍କୁ କାମ ଯୋଗାଇବା ଓ ଥଇଥାନ କରିବାରେ ବିଫଳ ହୋଇଛନ୍ତି, ଫଳରେ ଶ୍ରମିକମାନେ ପୁଣି କରୋନା ସଂକ୍ରମଣକୁ ନ ଡ଼ରି ବଂଚିବା ଆଶାରେ ସୁରାଟ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି। ଶନିବାର ଦିନ ଛତିଶଗଡ଼ ନିକଟରେ ଦୁର୍ଘଟଣାରେ ଗଂଜାମରୁ ଯାଉଥିବା ସାତଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାଇଁ ନବୀନ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଆଜି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟି ୧୦୮ ହୋଇଛି। ତେବେ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ବଳବତ୍ତର ରହିଥିବାବେଳେ ଆଜି ୪ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ପ୍ରଶାସନ ପକ୍ଷରୁ ପରୀକ୍ଷା ସଂଖ୍ୟା ଦିନକୁ ଦିନ କମୁଥିବା ପରିଲକ୍ଷିତ ହେଉଛି। ଗତକାଲି ୫୫୭୧ଟି ପରୀକ୍ଷା କରାଯାଇଥିବାବେଳେ ସୁସ୍ଥ ସଂଖ୍ୟା ୯୪ ପ୍ରତିଶତରେ ପହଞ୍ଚିଛି। ଜଣେ ୪୮ ବର୍ଷୀୟ ବ୍ୟକ୍ତି, ୪୫ ବର୍ଷୀୟ ବ୍ୟକ୍ତି, ୭୮ ବର୍ଷୀୟ ବୃଦ୍ଧ ଏବଂ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଜିର ଆକ୍ରାନ୍ତ ମଧ୍ୟରେ ୧୬ ଜଣ କରୋନା ଯୋଦ୍ଧା ଥିବାବେଳେ ୯୨ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ଆସିକା ବ୍ଲକ୍‌ରୁ ୧୦, ବେଗୁନିଆପଡ଼ାରୁ ୩, ବେଲଗୁଣ୍ଠାରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୧୨, ଭଂଜନଗରରୁ ୬, ବୁଗୁଡ଼ାରୁ ୩, ଛତ୍ରପୁରରୁ ୬, ଚିକିଟିରୁ ୨, ଧରକୋଟରୁ ୯, ଦିଗପହଣ୍ଡିରୁ ୨, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଜଗନ୍ନାଥପ୍ରସାଦରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏଲ୍ଲାଏନସ୍ କ୍ଳବ୍ ରୟାଲ ପକ୍ଷରୁ ଆଙ୍କୁଲି ଶିଳ୍ପାଞ୍ଚଳ ମୁଖ୍ୟରାସ୍ତାରେ ରବିବାର କରୋନାର ପ୍ରତିଷେଧକ ହୋମିଓପାଥିକ ଔଷଧ ବଣ୍ଟନ କରାଯାଇଥିଲା। କ୍ଳବ୍‌ର ଅଧ୍ୟକ୍ଷ ଏ.ଟି. ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିପିଏମ୍ ନେତା ତଥା ପୂର୍ବତନ କାଉନ୍‌ସିଲର ବାବୁଲା ନାୟକ, ଏଲ୍‌. ସୁଦାମ ଦାସ ଯୋଗଦେଇ କରୋନା ରୋଗର ନିରାକରଣ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିୟମମାନି ଚଳିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସରକାରୀ ହୋମିଓପାଥିକ ମେଡ଼ିକାଲ୍ ପକ୍ଷରୁ ଏହି ଔଷଧ ମାଗଣାରେ ଜନସାଧାରଣଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ସଂଜୟ ସାବତ, ମନୋଜ ପାତ୍ର, ପ୍ରମୋଦ ସାବତ, ସୋମନାଥ ପଟ୍ଟନାୟକ, ସୁରେନ୍ଦ୍ର ନାୟକ, ଭଗବାନ ମହାନ୍ତି, ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ମୃତ୍ୟୁସଂଖ୍ୟା ପିଛା ଛାଡ଼ୁନି। ଆକ୍ଟିଭ୍ ମାମଲା କମ୍ ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ପୂର୍ବବତ୍ତ ଉଚ୍ଚ ରହିଛି। ସାରା ରାଜ୍ୟର ପ୍ରାୟ ଅଧା ମୃତକ ହେଉଛନ୍ତି ଗଂଜାମ ଜିଲ୍ଲାରେ। ସୂଚନାଯୋଗ୍ୟ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଗଂଜାମ ଜିଲ୍ଲାରୁ ଅଧିକ ହୋଇଥିବାବେଳେ ଗଂଜାମ ତୁଳନାରେ ମୃତ୍ୟୁସଂଖ୍ୟା କିନ୍ତୁ କମ୍ ରହିଛି। ଗଂଜାମ ଜିଲ୍ଲାର ରବିବାର ସୁଦ୍ଧା ୨୦୪ ଜଣଙ୍କ ମୃତ୍ୟୁ ଘଟିଥିବା ଏହା ଚିନ୍ତାଜନକ ବିଷୟ। କେଉଁ କାରଣରୁ ଏଭଳି ପ୍ରତିଦିନ ମୃତ୍ୟୁ ଘଟୁଛି ତାହା ନେଇ ପ୍ରଶାସନ ନିକଟରେ କୌଣସି ଉତ୍ତର ନାହିଁ। ରବିବାର ସକାଳ ସୁଦ୍ଧା ୯୧୮ ଆକ୍ଟିଭ୍ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ପ୍ଲାଜମା ଥେରାପୀ ଚାଲିଛି, ପ୍ଲାଜମାର ବି ଅଭାବ ନାହିଁ, ରୋଗୀ ତୁଳନାରେ ବେଡ଼୍ ଅଧିକ, ଅକ୍ସିଜେନ୍ ସୁବିଧା, ଆଇସିୟୁ, ଡ଼ାକ୍ତର ସବୁ ସୁବିଧା ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ନ କମିବା ଚିନ୍ତାଜନକ। ମୃତ୍ୟୁର…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରୁ ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତିର୍ତ୍ତୋଲ ଥାନାରୁ ପୁର୍ବରୁ ଜଣେ ଏସ୍.ଆଇ ଏବଂ ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ଜଣେ କନଷ୍ଟେବଳ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବିରିଡ଼ି ବ୍ଲକରୁ ୧୪ଜଣ, ବାଲିକୁଦା ବ୍ଲକରୁ ୭ଜଣ, ଜଗତସିଂହପୁର ବ୍ଲକରୁ ୮ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ, କୁଜଙ୍ଗ ବ୍ଲକରୁ ୮ଜଣ, ନାଉଗାଁ ବ୍ଲକରୁ ୩ଜଣ, ତିର୍ତ୍ତୋଲ ବ୍ଲକରୁ ୧୭ଜଣ, ରଘୁନାଥପୁର ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୨୨୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ୬୮୩ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ…

Read More

ସୀତାରାମ ଅଗ୍ରୱାଲ  ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ବେଣୀ ପଥର ଠାରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଟାଙ୍ଗୀ ପୋଲିସ ଚଢ଼ାଉ କରି ଜୁଆଡ଼ି ମାନଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ବେଣୀ ପଥର ନିକଟରେ ଦୀର୍ଘଦିନ ହେବ ଜୁଆ ଆଡ୍ଡା ଚାଲୁଥିବାର ଖବର ପାଇ ଆଜି ଅପରାହ୍ନରେ ଟାଙ୍ଗୀ ଆଇ.ଆଇ.ସି ସରୋଜ ଉପାଧ୍ୟାୟଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉରେ ଟାଙ୍ଗୀ ପୋଲିସ୍ ୩ ଜୁଆଡିଙ୍କୁ ଗିରଫ କରିବା ସହ ୮ ମୋଟର ସାଇକେଲ ଏବଂ ୨୦ ହଜାର ୩୦୦ ଟଙ୍କା ଜବତ କରିଛନ୍ତି। ଉକ୍ତ ଜୁଆଡ଼ିମାନଙ୍କ ବିରୁଦ୍ଧରେ ଓ.ପି.ଜି ଆକ୍ଟ ଅନୁଯାୟୀ କେସ ନମ୍ବର ୨୭୨/୨୦ ରେ ମାମଲା ରୁଜୁ ହୋଇଥିବାର ଆଇ.ଆଇ.ସି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଭୋରରୁ ଚାରମାଳ ଠାରେ କେନ୍ଦୁପତ୍ର ବୋଝେଇ ବଲେରୋ ସହ ଜଣଙ୍କୁ ଗିରଫ କରିଛି କେନ୍ଦୁପତ୍ର ବିଭାଗ। ପ୍ରକାଶ ଯେ, ରେଢାଖୋଲ ବନଖଣ୍ଡ ଚାରମାଳ ଠାରେ ଭୋରରୁ ବଲେରୋରେ କେନ୍ଦୁପତ୍ର ଚାଲାଣ ହେବା ସଂପର୍କରେ ବନ ବିଭାଗ ଜାଣିବାକୁ ପାଇ ଚଢଉ କରିଥିଲା। ହେଲେ କେନ୍ଦୁପତ୍ର ଭର୍ତ୍ତି ବଲେରୋ ଗାଡିଟି ଖସି ଯିବାକୁ ଉଦ୍ୟମ କରି ଦ୍ରୁତ ଗତିରେ ଗାଡିଟିକୁ ନେଉଥିବା ବେଳେ ଏକ ଟ୍ରକ ପଛପଟେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଚାରମାଳ ବନବିଭାଗ ଧରିବାରେ ସଫଳ ହୋଇଥିଲା। ବଲେରୋ(ଓଡି-୧୧-ଇ-୫୩୪୫)ରୁ ୭୮ ବଣ୍ଡଲ (୩ କ୍ୱି.୫୧ କେଜିି) ଜବତ କରିଥିଲା ବନ ବିଭାଗ। ଚାରମାଳ ଥାନା ଗିରିଧିଖମଣ ଅଂଚଳରୁ ଏହା ଆସୁଥିଲା। ଚୋରାବେପାରି ମୟୁରଭଞ ଜିଲ୍ଲା ବିଶୋଇ ଥାନା ବାଉତିବେଡା ଗ୍ରାମର ମୋହନ ଚନ୍ଦ୍ର ମହନ୍ତ(୫୫)ଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି। ତାକୁ ଆସନ୍ତା କାଲି କୋର୍ଟଚାଲାଣ କରାଯିବ ବୋଲି ବନ ବିଭାଗ…

Read More

ଭୁବନେଶ୍ବର, ବର୍ଷା ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପ୍ରସଂଗରେ ଶେଷରେ ମୁଁହ ଖୋଲିଲେ ଅନୁଭବ। ସେ କହିଛନ୍ତି ଯେ, ବର୍ଷାକୁ ମୁଁ ବହୁତ ଭଲ ପାଉଥିବାରୁ ବିବାହ କରିଥିଲି। ହେଲେ ବିବାହର ବହୁ ବର୍ଷ ପରେ ବର୍ଷାର ବ୍ୟବହାରିକ ପରିବର୍ତ୍ତନ ଘଟିଥିଲା। ଉଭୟଙ୍କ ମଧ୍ୟରେ ବୈବାହିକ ସୁଖକୁ ନେଇ ସବୁବେଳେ ମତାନ୍ତର ରହୁଥିଲା। ପରିଶେଷରେ ଏହା ଏକ ଚରମ ସୀମାରେ ପହଁଞ୍ଚିଲା।ଯେତେ ବୁଝାଇବାକୁ ଚେଷ୍ଠା କଲେ ମଧ୍ୟ ତାହା ହୋଇପାରିଲା ନାହିଁ। ଏହି ପାରିବାରିକ ଘଟଣା ବାହାରକୁ ନ ଆସୁ ଭାବି ମୁଁ ବହୁ ବର୍ଷ ଧରି ଚୁପ ରହିଥିଲି। ବର୍ତ୍ତମାନ ଗଣମାଧ୍ୟମରେ ମନଗଢା କାହାଣୀ କୁହାଯାଉଥିବାରୁ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେଲି ବୋଲି ଅନୁଭବ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

Read More