ଭୁବନେଶ୍ବର, ଉତ୍ତର ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରେ ଧିରେ ସ୍ପଷ୍ଟ ରୂପ ନେବାରେ ଲାଗିଛି। ଫଳରେ ଗତକାଲି ରାତିରୁ ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ବିଶେଷ କରି କଟକ ଓ ଭୁବନେଶ୍ବରରେ ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି। ଏପରିକି ରାତି ସାରା ମଧ୍ୟ ପବନ ପ୍ରବାହିତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ବର୍ତ୍ତମାନ ଏହିପରି ପାଗ ଆହୁରି ତିନିଦିନ ଧରି ଲାଗିରହିବ। ଲଘୁଚାପ ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାର ୯ ଜିଲ୍ଲାକୁ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ଏହି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ପ୍ରବାହିତ ହେବ। ସେହିପରି ୧୧ଟି ଜିଲ୍ଲାରେ ସକାଳ ସାଢ଼େ ୧୦ଟା ସୁଦ୍ଧା ପ୍ରବଳ ବର୍ଷା ହେବାର ସମ୍ଭାବନା…
Author: Samikhsya Bureau
Bagalkot: Karnataka Chief Minister BS Yediyurappa accompanied by State Cabinet Ministers Basavaraj Bommai and R Ashoka, offers ‘Bagina’ at Almatti dam in Bagalkot on Aug 25, 2020. (Photo: IANS)
Kolkata: Preparations underway at Mother’s House on the eve of the 110th birth anniversary of Mother Teresa, in Kolkata on Aug 25, 2020. (Photo: Kuntal Chakrabarty/IANS)
ନୂଆଦିଲ୍ଲୀ, ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ (ବିସିପିଏଲ୍), ସାର ଏବଂ ରସାୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କୋଭିଡ-19 ମହାମାରୀ ସମୟରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ପାଦନ କାର୍ଯ୍ୟ ଜାରି ରଖିଛି । ଗୋଟିଏ ଦିନରେ 51,960 ବୋତଲ ଫିନାଇଲ ଉତ୍ପାଦନ କରି ଏହା ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ପଶ୍ଚିମବଙ୍ଗର ଉତ୍ତର 24-ପ୍ରଗଣା ପାନିହାତିସ୍ଥିତ ବିସିପିଏଲ୍, ୟୁନିଟ୍ ଏହି ସଫଳତା ହାସଲ କରିଛି । କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ଏହି ସର୍ବକାଳୀନ ରେକର୍ଡ ଉତ୍ପାଦନ ପାଇଁ କମ୍ପାନୀର ପରିଚାଳନା କର୍ତ୍ତୃପକ୍ଷ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିସିପିଏଲ୍ ନିର୍ଦ୍ଦେଶକ (ଅର୍ଥ) ପି. ଏମ ଚନ୍ଦ୍ରିୟା କହିଛନ୍ତି ଯେ ‘ଏହା ବିସିପିଏଲର 120 ବର୍ଷର ପୁରୁଣା ଇତିହାସରେ ଏକ ସର୍ବକାଳୀନ ରେକର୍ଡ । ଜୁଲାଇ 2020ରେ ଆମେ ଗୋଟିଏ ଦିନରେ 38,000 ଫିନାଇଲ ବୋତଲ…
ଭୁବନେଶ୍ବର, ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ରଣନୀତିକୁ ପାଥେୟ କରି ଦେଶରେ କରୋନା ପରୀକ୍ଷା ପାଖାପାଖି ୩.୭ କୋଟିରେ ପହଞ୍ଚିଛି । ଦେଶରେ ଦୈନିକ ପରୀକ୍ଷଣ ଅଧିକରୁ ଅଧିକ କରିବା ସଂକଳ୍ପ ଯୋଗୁଁ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୬୮,୨୭,୫୨୦ରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୯,୨୫,୩୮୩ ନମୁନା ପରୀକ୍ଷା କରାଯାଇଥିବା ବେଳେ ନିୟୁତ ପିଛା ଏହି ସଂଖ୍ୟା ଦ୍ରୁତ ଗତିରେ ୨୬,୬୮୫କୁ ଛୁଇଁଛି । ସମୟୋଚିତ ଚିହ୍ନଟ, ସଂକ୍ରମିତଙ୍କୁ ତୁରନ୍ତ ଅଲଗା କରିବା ଏବଂ ଉପଯୁକ୍ତ ଚିକିତ୍ସା ଫଳରେ ସଂକ୍ରମଣ ବ୍ୟାପିବାକୁ ହ୍ରାସ କରାଯାଇ ପାରିଛି । ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ ହୋଇ ଆଜି ଦେଶର ମୋଟ ପରୀକ୍ଷାଗାର ସଂଖ୍ୟା ୧୫୨୪ରେ ପହଞ୍ଚିଛି । ଏଥିରେ ୯୮୬ଟି ସରକାରୀ ଓ ୫୩୮ଟି ଘରୋଇ ପରୀକ୍ଷାଗାର ରହିଛି ।
ଭୁବନେଶ୍ବର, କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ଯୋଗୁଁ ଏହି ଫଳାଫଳ ମିଳୁଛି। ଗୋଟିଏ ଦିନରେ ଦେଶର ସର୍ବାଧିକ ୬୬,୫୫୦ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରମଣାତ୍ମକ ଭାବରେ ପରୀକ୍ଷା, ସମ୍ପୁର୍ଣ୍ଣ ଚିହ୍ନଟ ଏବଂ ଫଳପ୍ରଦ ଚିକିତ୍ସା ନୀତି ଦ୍ଵାରା ମୋଟ ଆରୋଗ୍ୟ ସଂଖ୍ୟା ୨୪ ଲକ୍ଷ (୨୪,୦୪,୫୮୫) ଅତିକ୍ରମ କରିଛି। ଏହାଦ୍ଵାରା ଭାରତରେ କୋଭିଡ ସଂକ୍ରମିତଙ୍କ ମଧ୍ୟରେ ସୁସ୍ଥତା ହାର ୭୬ ପ୍ରତିଶତ (୭୫.୯୨%)ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୭,୦୪,୩୪୮ ସକ୍ରିୟ ରୋଗୀ ରହିଛନ୍ତି। ମୋଟ ଆରୋଗ୍ୟଙ୍କ ସଂଖ୍ୟା ଏହାଠାରୁ ୧୭ ଲକ୍ଷ ଅଧିକ ରହିଛି। ଆଜିସୁଦ୍ଧା ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାର ୩.୪୧ ଗୁଣ। ବିଗତ ୨୫ ଦିନ ମଧ୍ୟରେ ସୁସ୍ଥଙ୍କ ସଂଖ୍ୟାରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ହେତୁ ଦେଶରେ ସକ୍ରିୟ ମାମଲା…
ଭୁବନେଶ୍ବର, କବି ପଦ୍ମଶ୍ରୀ ହଳଧର ନାଗଙ୍କ ନିର୍ବାଚିତ କବିତା ସଙ୍କଳନର ଇଂରାଜୀ ଅନୁବାଦିତ ପୁସ୍ତକ ବର୍ତ୍ତମାନ ଅନଲାଇନରେ ଉପଲବ୍ଧ ହୋଇଛି। ଏହାର ଇଂରାଜୀ ଅନୁବାଦ କରିଛନ୍ତି ସୁରେନ୍ଦ୍ର ନାଥ। ଓଡିଶାରେ ବିଶେଷ କରି ସମ୍ବଲପୁରରେ ହଳଧରଙ୍କ କବିତା ବେଶ୍ ଅଦୃତି ଲାଭ କରିଛି। ହେଲେ ଏହାର ଅନ୍ତର୍ଜାତୀୟ ସଂସ୍କରଣ ଉପଲବ୍ଧ ନ ଥିଲା। ବର୍ତ୍ତମାନ ଇଂରାଜୀ ଭାଷାରେ ଅନୁବାଦିତ ଏହି ପୁସ୍ତକ ବେଶ୍ ଆଦୃତି ଲାଭ କରିବ ବୋଲି ଆଶା କରାଯାଉଛି। ଆମାଜନରେ ମିଳୁଥିବା ଏହି ପୁସ୍ତକର ମୂଲ୍ୟ ରଖାଯାଇଛି ମାତ୍ର 250 ଟଙ୍କା। ଏଥିରେ ହଳଧରଙ୍କ ନିର୍ବାଚିତ 60ଟି କବିତା ସ୍ଥାନିତ କରାଯାଇଛି।
ଭୁବନେଶ୍ବର, ଲୋକ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପାଇଁ ଭାରତ ସରକାର ୨୦୦୬ରୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ପୁରସ୍କାର ପ୍ରବର୍ତ୍ତନ କରିଆସୁଛନ୍ତି।ସେହି ଅନୁସାରେ ଅସାଧାରଣ କାର୍ଯ୍ୟ, ନବସୃଜନ ଓ ଅନ୍ୟାନ୍ୟ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜିଲ୍ଲା/ପ୍ରତିଷ୍ଠାନଗୁଡିକ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ୨୦୧୪ରେ ଏହି ପୁରସ୍କାର ବ୍ୟବସ୍ଥାର ପୁର୍ନଗଠନ କରାଯାଇଥିଲା। ସେଥିରେ ଅଗ୍ରାଧିକାର କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରୁଥିବା ଜିଲ୍ଲାପାଳ, ନବସୃଜନ କାର୍ୟ୍ୟ ଏବଂ ଆକାଂକ୍ଷୀ ଜିଲ୍ଲାଗୁଡିକୁ ଏହି ପୁରସ୍କାର ପ୍ରଦାନର ବ୍ୟବସ୍ଥା ହୋଇଥିଲା। ୨୦୨୦ରେ ଏହି ଯୋଜନାକୁ ଆହୁରି ପରିବର୍ତ୍ତନ ଓ ବ୍ୟାପକ କରାଯାଇଛି। ଯେଉଁ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାର ଆର୍ଥିକ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଥିବେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ୨୦୨୦ ବର୍ଷର ଏହି ପୁରସ୍କାର ଆସନ୍ତା ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର କେୱାଡିଆଠାରେ ଥିବା…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକରୁ ୩୩ଜଣ, ବାଲିକୁଦା ବ୍ଲକରୁ ୨ଜଣ, ଏରସମା ବ୍ଲକରୁ ୩ଜଣ, ଜଗତସିଂହପୁର ବ୍ଲକରୁ ୩ଜଣ, ରଘୁନାଥପୁର ବ୍ଲକରୁ ଜଣେ, ତିର୍ତ୍ତୋଲ ବ୍ଲକରୁ ୨ଜଣ ଓ ପାରାଦ୍ବୀପରୁ ଆଜି ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପାରାଦ୍ବୀପରୁ ସର୍ବାଧିକ ଚିହ୍ନଟ ହୋଇଥିବା ୫୭ଜଣଙ୍କ ମଧ୍ୟରୁ ୩୦ଜଣ ପିପିଏଲ୍ କର୍ମଚାରୀ ହୋଇଥିବା ବେଳେ ୪ଜଣ ପିପିଏଲ୍ ଟାଉନସିପ୍ ଏରିଆରୁ ଓ ୧୪ଜଣ ଜେ.ଏସ୍.ଡବ୍ଲୁ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୪୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୬ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୪୬୧ଜଣ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ, ତୈଳ ଓ ପ୍ରାକୃତିକ ଗ୍ୟାସ ଉଦ୍ୟୋଗ କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛି। ଚଳିତବର୍ଷ ଏପ୍ରିଲ 20 ତାରିଖରୁ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ପ୍ରକଳ୍ପ ମଧ୍ୟରୁ 8363 ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଛି। କରୋନା ନିୟମାବଳୀକୁ ପାଳନ କରାଯାଇ ଏହି କାର୍ଯ୍ୟ ଚାଲିଛି। ଏହିସବୁ ପ୍ରକଳ୍ପରେ ପ୍ରାୟ 5.88 ଲକ୍ଷ କୋଟି ଟଙ୍କା ବିନିଯୋଗ ହେବାର ଆଶା କରାଯାଉଛି। ଏହିସବୁ ପ୍ରକଳ୍ପ ସିପିଏସ୍ସି, ଯୁଗ୍ମ ଉଦ୍ୟୋଗ ଓ ସହାୟକ ଉଦ୍ୟୋଗରେ କାର୍ଯ୍ୟକାରୀ ହେଉଛି। ଏଥିରେ ତୈଳ ବିଶୋଧନାଗାର ପ୍ରକଳ୍ପ, ଜୈବ ବିଶୋଧନ, ଇ ଆଣ୍ଡ ପି ପ୍ରକଳ୍ପ, ମାର୍କେଟିଂ ଇନ୍ଫ୍ରାଷ୍ଟ୍ରକଚର ପ୍ରକଳ୍ପ, ପାଇପ ଲାଇନ, ସିଜିଡି ପ୍ରକଳ୍ପ ତଥା ଡ୍ରିଲିଂ ଓ ସର୍ଭେ କାମ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ଯେଉଁ 25ଟି ବୃହତ୍ ତୈଳ ଓ ବାଷ୍ପ ପ୍ରକଳ୍ପ ସିପିଏସ୍ସି ଓ…
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଅହେତୁକ ଭାବରେ ବୃଦ୍ଧି ପାଉଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଲାଗି ପଡିଛନ୍ତି। କରୋନା ସହ ଲଢେଇ ଚାଲିଥିବାବେଳେ ସୋସିଆଲ୍ ମିଡିଆରେ କରୋନା ଚିକିତ୍ସାକୁ ନେଇ ଏକ ବାର୍ତ୍ତା ଘୂରିବୁଲିଛି। ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ବାର୍ତ୍ତା ଅନୁସାରେ ପ୍ରତ୍ୟେକ କୋଭିଡ୍ ରୋଗୀଙ୍କ ପିଛା ସରକାର କୁଆଡେ ପ୍ରତ୍ୟେକ ମ୍ୟୁନିସପାଲିଟିକୁ ୧.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ତେବେ ପ୍ରକୃତରେ ସତ କଣ ? ଆସନ୍ତୁ ଜାଣିବା ଏହି ଭାଇରାଲ୍ ହେଉଥିବା ବାର୍ତ୍ତା ପଛର ରହସ୍ୟ। କଣ ହୋଇଛି ଭାଇରାଲ . ବର୍ତ୍ତମାନ ଭାଇରାଲ୍ ହେଉଥିବା ଏହି ଖବରରେ କୁହାଯାଇଛି ଯେ, କେନ୍ଦ୍ର ସରକାର ପ୍ରତ୍ୟେକ କରୋନା ପଜିଟିଭ୍ଙ୍କ ବ୍ୟକ୍ତିଙ୍କ ଖର୍ଚ୍ଚ ପାଇଁ ଦେଢ ଲକ୍ଷ ଟଙ୍କା ସେହି ମହାନଗର ପାଳିକା ଓ ନଗର ପାଳିକାକୁ ଦେଉଛନ୍ତି। ଏଥିପାଇଁ ନଗରପାଳିକା, ପ୍ରାଇଭେଟ୍ ଡାକ୍ତର…
ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୨୫୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୬୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ନୟାଗଡରୁ ୧୪୩, ପୁରୀରୁ ୧୪୧, ରାୟଗଡାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, କଟକରୁ ୯୮, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡାରୁ ୭୪, କନ୍ଧମାଳରୁ ୭୩, ସୁନ୍ଦରଗଡରୁ ୭୩, କଳାହାଣ୍ଡିରୁ ୭୨, ମୟୂରଭଞ୍ଜରୁ ୭୦, ବାଲେଶ୍ବରରୁ ୬୩, ନବରଙ୍ଗପୁରରୁ ୪୪, ଗଜପତିରୁ ୪୨, ଯାଜପୁରରୁ ୪୦, କେନ୍ଦୁଝରରୁ ୩୭, ଅନୁଗୁଳରୁ ୩୨, ଜଗତସିଂହପୁରରୁ ୩୨, ସମ୍ବଲପୁରରୁ ୩୨, ବରଗଡରୁ ୨୯, ଢେଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗିରିରୁ ୧୮, ଝାରସୁଗୁଡାରୁ ୧୭ ଏବଂ ଦେବଗଡରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧…
ନୂଆଦିଲ୍ଲୀ: କରୋନା କାଳରେ ଲୋକେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସମସ୍ତେ ଘରୋଇ ଉପଚାରକୁ ଆପଣାଉଛନ୍ତି। ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ଆପଣାଉଛନ୍ତି। କାଢ଼ା ଏବଂ ଗରମ ପାଣିରେ ଲେମ୍ବୁ ରସ ପକାଇ ପିଉଛନ୍ତି। କରୋନାକୁ ପ୍ରତିହତ କରିବା ପାଇଁ ସମସ୍ତେ ଟେଷ୍ଟ ଚଳାଇଛନ୍ତି। ଏହି ସମୟରେ ହଳଦୀର ବ୍ୟବହାର ଅଧିକ ମାତ୍ରାରେ କରାଯାଉଛି । ଏହା ମଧ୍ୟରେ ଭାରତୀୟ ମସଲା ବିକି୍ରରେ ରେକର୍ଡ ବୃଦ୍ଧି ପରିଲକ୍ଷିତ ହୋଇଛି। ବଜାର ସର୍ବେକ୍ଷଣ ସଂସ୍ଥା ନିଲସନ ପକ୍ଷରୁ ଏକ ପ୍ରସ୍ତୁତ ରିପୋର୍ଟ ଅନୁସାରେ, ଏବେ ମହାମାରୀର ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ପାଇଁ ଘରୋଇ ଉପଚାର ମଧ୍ୟରେ ହଳଦୀର ବ୍ୟବହାର ବହୁ ମାତ୍ରାରେ ବଢ଼ିଯାଇଛି । ସମ୍ପ୍ରତି ଅନେକ ଲୋକ ଗରମ କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି । କାଢ଼ା ବନାଇବା ପାଇଁ ବି ହଳଦୀର ବ୍ୟବହାର କରୁଛନ୍ତି । ହଳଦି ଏବଂ ଅନ୍ୟ ମସଲା ଗୁଡ଼ିକ ସହ…
ଭୁବନେଶ୍ବର : ରାଜ୍ୟରେ ଶସ୍ତା ହେଲା କରୋନା ଟେଷ୍ଟ । ଏଣିକି ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଶସ୍ତା ହେବ । 12ଶହ ଟଙ୍କାରେ ହେବ ଆର୍ଟି ପିସିଆର ଟେଷ୍ଟ । 2200 ଟଙ୍କାରୁ କମି 12 ଶହ ଟଙ୍କା ହେବ କୋଭିହ୍ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଇସିଏମ୍ଆର ସ୍ବୀକୃତିପ୍ରାପ୍ତ ବେସରକାରୀ ଲାବରୋଟରୀ ଡିପାର୍ଟମେଣ୍ଟ ଅଫ୍ ଲ୍ୟାବ୍ ସର୍ଭିସେସ୍ ଆପୋଲ ହସ୍ପିଟାଲ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ, ଆଇଏନ୍ଡିଏନ୍ଏ ଲାଇଫ୍ ସାଇନ୍ସେସ୍ କିଟ୍ ଏବଂ ଜେନ୍-ଏକ୍ସ ଡାଇଗୋ୍ନାଷ୍ଟିକ୍ସ୍କୁ ଏନେଇ ଚିଠି ଲେଖାଯାଇଛି ।
ନୂଆଦିଲ୍ଲୀ : ପଳାତକ ଭାରତୀୟ ବ୍ୟବସାୟୀ ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଏକ ଇଣ୍ଟରପୋଲ ନୋଟିସ ଜାରି କରାଯାଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି । ଏହି ଆଧାରରେ ଇଂଟରପୋଲ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛି । ବିଭିନ୍ନ ଭାରତୀୟ ବ୍ୟାଙ୍କରୁ 13 ହଜାର 500କୋଟି ନେଇ ପଳାୟନ କରିଥିବା ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାମରେ ଭାରତରେ ରହିଥିବା ଏକ ଆର୍ଥିକ ହେରଫେର ମାମଲା କାରଣରୁ ଏହି ରେଡକର୍ଣ୍ଣର ନୋଟିସ ଜାରି କରାଯାଇଥିବା ଜଣାପଡିଛି । ତାଙ୍କୁ ଗିରଫ କରିବା ପାଇଁ ଇଂଟରପୋଲ୍ ପକ୍ଷରୁ ତାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ ତଥା ଗ୍ଲୋବାଲ ଆରେଷ୍ଟ ୱାରେଂଟ ଜାରି ହୋଇଛି । ନୀରବ ମୋଦି ଗିରଫ ହୋଇ ଲଣ୍ଡନର ଜେଲରେ ରହିଥିବା ବେଳେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ମାନେ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ।…
ଭୁବନେଶ୍ୱର: ଲୋକପ୍ରିୟ ବିଶ୍ବସ୍ବରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଛି ଓଡ଼ିଶାର କୃଷି ଭବନ । ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଓଡ଼ିଶାର କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ସ୍ଥାନିତ କରାଯାଇଛି। ସମ୍ବଲପୁର ଶାଢି ଡିଜାଇନରେ ଏହି କୃଷି ଭବନ ନିର୍ମାଣ କରାଯାଇଛି।ସମ୍ବଲପୁରରୁ ଇକତ୍ ଶୈଳୀ ଓ ଶାଢୀ ଡିଜାଇନ୍କୁ ନେଇ ଏହି କୃଷିଭବନ ନିର୍ମାଣ ହୋଇଛି । https://twitter.com/IPR_Odisha/status/1298198042919571457?s=20 ଓଡ଼ିଶାର କୃଷିଭବନକୁ ଷ୍ଟୁଡିଓ ଲୋଟସ୍ ଦ୍ୱାରା ଜଟିଳ ଇଟା ତିଆରି ଫେସ୍ ମାଧ୍ୟମରେ ଡିଜାଇନ୍ କରାଯାଇଛି। ପୋଖରୀ ଓ ଗଛରେ ଭର୍ତ୍ତି ପ୍ରାଙ୍ଗଣରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରଶାସନିକ କାର୍ଯ୍ୟାଳୟ ରହିଛି।
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବ୍ଳକ ଛକ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁସାରେ ଏକ ବାଇକ ଯୋଗେ ତିନି ଜଣ ଯାଉଥିବା ବେଳେ ଟାଙ୍ଗୀ ବ୍ଳକ ଛକ ନିକଟରେ ଥିବା ହମ୍ପସଟିକୁ ବାଇକ ଚାଳକ ଜଣକ ଡିଆଁଇ ଦେଇଥିଲେ ଯାହା ଫଳରେ ତିନି ଜଣ ବାଇକରେ ବସିଥିବା ତଳେ ପଡିଯାଇଥିଲେ।ଯାହା ଫଳରେ ଦୁଇ ଜଣକଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ ଜଣେ ଆହତ ହୋଇଥିଲେ । ଜଣେ ଯୁବକ ଯାଉଥିବା ବେଳେ ଘଟଣା ଦେଖି ଟାଙ୍ଗୀ ଅଗ୍ନିଶମ ବିଭାଗକୁ ଜଣାଇଥିଲେ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ଅନୁସାରେ ତିନି ଜଣ ଲୋକ କୌଣସି କାରଣରେ ଗୌରୀଚନ୍ଦ୍ରପୁର ରୁ ବାଣପୁର ସୁନାକେରା ଗ୍ରାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗୁରୁତର ଜଣକ ହେଲେ ୬୫…
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଗୁଳି ବିନିମୟ, ହତ୍ୟା, ରାହାଜାନି, ଦୁଷ୍କର୍ମ ପରି ଘଟଣା ବଢିବାରେ ଲାଗିଛି । ଏହାକୁ ନେଇ ବିରୋଧୀ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଉତ୍ତରପ୍ରଦେଶରେ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ବଲିଆ ଅଂଚଳରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତ ସାମ୍ବାଦିକ ଜଣକ 42 ବର୍ଷୀୟ ରତନ ସିଂ ବୋଲି ସୂଚନାରହିଛି । ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ରେ କାର୍ଯ୍ୟ କରୁଥିବାର ସୂଚନା ରହିଛି । ତେବେ ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତ୍ରି 9ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାରେ ସାମିଳ୍ ହୋଇଥିବା ତିନିଜଣ ଯୁବକକୁ ପୋଲିସ୍ ଗିରଫ କରିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତ ସାମ୍ବାଦିକଙ୍କ ପରିବାର ପ୍ରତି ସମବେଦନା ଜଣାଇବା…
ଭୁବନେଶ୍ୱର : ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ପ୍ରଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ସ୍ୱର୍ଗତ ବିପ୍ରଚରଣ ମହାନ୍ତିଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ୨୫ ଅଗଷ୍ଟ ମଙ୍ଗଳବାର ଦିନ ପାଳନକରାଯାଇଛି। ଏହି ଅବସରରେ ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶାସ୍ତ୍ରୀନଗରସ୍ଥିତ ଶିଳ୍ପୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥାଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଓ ବିପ୍ରଚରଣ ମହାନ୍ତିଙ୍କ ସୁପୁତ୍ର କ୍ୟାପଟେନ୍ ଡ଼ି.କେ. ମହାନ୍ତି ପ୍ରମୁଖପ୍ରତିମୂର୍ତ୍ତିରେ ପୁଷ୍ପାର୍ପଣ କରି ଶିଳ୍ପୀଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ରୀତା ମହାନ୍ତିଙ୍କ ସୂଚନା ଅନୁସାରେ ବର୍ତ୍ତମାନର କୋଭିଡ଼ କଟକଣା ହେତୁଏହି ସମିତି କାର୍ଯ୍ୟକ୍ରମରେ ସ୍ୱର୍ଗତ ଶିଳ୍ପୀଙ୍କର ଅନେକ ଛାତ୍ର ଓ ପ୍ରଶଂସକ ଯୋଗଦାନ କରିପାରିନଥିଲେ।
ଜାମାଇକା : ବିଶ୍ୱର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କୁ କରୋନା ହୋଇଥିବାର ସୂଚନା ରହିଛି । ସୋମବାର ବିଳମ୍ବିତ ରାତ୍ରିରେ ଟ୍ୱିଟ୍ କରି ବୋଲ୍ଟ ସୂଚନା ଦେବା ସହିତ ନିଜର ସମର୍ଥକଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ନିଜର 34 ତମ ଜନ୍ମଦିବସ ପାଳନ ପରେ ବୋଲ୍ଟ ଏହି ଟ୍ୱିଟ୍ କରିଛନ୍ତି । ତେବେ ସେ ନିଜର କରୋନା ସମ୍ପର୍କରେ କହିଛନ୍ତି ଯେ,ତାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇନାହିଁ । ସେ ନିଜକୁ ହୋମ୍ କ୍ବାରେଣ୍ଟାଇନ୍ରେ ରଖିଛନ୍ତି 100 ଓ 200 ମିଟର ସ୍ପ୍ରିଣ୍ଟର ରେକର୍ଡଧାରୀ ବୋଲ୍ଟ ତାଙ୍କ ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିବା ସମସ୍ତ ସମର୍ଥକ ଏବଂ ବନ୍ଧୁ ମାନଙ୍କୁ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଜାମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ରୁ ହୋଲନସ୍ ଜନ୍ମଦିନ ପାର୍ଟିର ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଛନ୍ତି।
ଭୁବନେଶ୍ୱର : ୧୨ ବିଲିଅନ ଆମେରିକୀୟ ଡଲାରର ଭାରତୀୟ ଉଦ୍ୟୋଗ ସଂଗୋଷ୍ଠୀ ଜେଏସଡବ୍ଲୁ ଗ୍ରୁପ୍ ଏକ ସମନ୍ୱିତ ଜେଏସଡବ୍ଲୁ ୱାନ ପ୍ରୟାସ ଅଧୀନରେ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ଏହାର ଆବଣ୍ଟନ ଏବଂ ଯୋଗାଣ ଶୃଙ୍ଖଳ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଉଛି। ଜେଏସଡବ୍ଲୁ ଗ୍ରୁପ୍ର ଭାରତରେ ଇସ୍ପାତ, ସିମେଣ୍ଟ ଏବଂ ରଙ୍ଗ ବ୍ୟବସାୟରେ ଉପସ୍ଥିତି ରହିଛି। ଏହି ସମସ୍ତ ତିନିଟି ଉତ୍ପାଦର ସମାନ ଗ୍ରାହକ ରହିଛନ୍ତି, ଯେହେତୁ ସେଗୁଡିକ ଗୃହ ନିର୍ମାଣରେ ନିତାନ୍ତ ଆବଶ୍ୟକ। ଏହି ସମାନ ଗ୍ରାହକ ଏବଂ ଚାନେଲ ଅଂଶୀଦାରଙ୍କ ନିକଟରେ ପହଞ୍ଚିବା ସକାଶେ ଏଭଳି ଅନନ୍ୟ ପ୍ରୟାସ ଜରିଆରେ ଏକ ସମନ୍ୱିତ ପଦକ୍ଷେପ ନିଆଯାଉଛି। ଜେଏସଡବ୍ଲୁ ୱାନ ପୂର୍ବାଞ୍ଚଳରେ ତାହାର କାର୍ଯ୍ୟ ଆରମ୍ଭ କରିଛି ଏବଂ ଆଗାମୀ କିଛିବର୍ଷ ମଧ୍ୟରେ ସର୍ବଭାରତୀୟ ଓ ସ୍ତରକୁ ପରିବ୍ୟାପ୍ତ ହେବ। ଏହା ଜେଏସଡବ୍ଲୁ ଗ୍ରୁପ୍ର ବିକ୍ରି ଓ ଯୋଗାଣ ଶୃଙ୍ଖଳ ନେଟୱର୍କର ଗଭୀରତା ଏବଂ ପ୍ରସାରିତ ସ୍ଥିତିକୁ ଅଧିକ ଶାଣିତ ଏବଂ…

