ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଆଜିଠୁ ୨୭ ତାରିଖ ଯାଏ ବର୍ଷ ହେବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୃବାନୁମାନ କରାଯାଇଛି। ସମ୍ଭାବ୍ୟ ଲଘୁଚାପ ଯୋଗୁ ଆସନ୍ତା ୨୪ ତାରିଖ ରାତିରୁ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ପୁରୀ ଏବଂ ଅନୁଗୋଳ ଜିଲାରେ ପ୍ରବଳ ବର୍ଷିବ। ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ସେହିପରି ୨୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ଅନୁଗୋଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ୨୭ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ,…
Author: Samikhsya Bureau
ପୁରୀ, ଆଜି ମହାନ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟିଲଙ୍କ ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଜେଟଲି ଏଏମସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଗମନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଦେଶର ବିଭିନ୍ନ ନେତା ତାଙ୍କୁ ସ୍ମରଣ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅରୁଣ ଜେଟିଲଙ୍କୁ ମନେ ପକାଇଛନ୍ତି। ସେ କରିଥିବା ବାଲୁକା କଳାକୁ ଆଜି ତାଙ୍କ ଟୁଇଟରରେ ଛାଡି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି।
ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ୩୪୩ କିଲୋମିଟର ଦୂର ତଥା ଟିକମଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି । ଏଠାରେ ଏକ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ଖଡ଼ଗପୁର ସହରର ୬୨ ବର୍ଷୀୟ ଧରମଦାସ ସୋନି, ୫୫ ବର୍ଷୀୟ ପୋନି ସୋନି, ୨୭ ବର୍ଷୀୟ ମନୋହର ସୋନି, ୨୫ ବର୍ଷୀୟା ବୋହୁ ସୋନମ ସୋନି ଓ ୪ବର୍ଷୀୟ ନାତି ସାନିଧ୍ୟ। ସମ୍ପୃକ୍ତ ପରିବାରଙ୍କ ଘର ଭିତର ପଟୁ ବହୁ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ପଡୋଶୀ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଘର ଭିତରକୁ ପ୍ରବେଶ କରିଥିଲା । ପୋଲିସ ଟିମ ପ୍ରଥମେ ମନୋହରଙ୍କ ମୃତଦେହ ଏକ ପଂଙ୍ଖାରେ ଝୁଲୁଥିବା ଦେଖିଥିଲେ । ପରେ ପୋଲିସ ଟିମ ଅନ୍ୟ ଏକ ରୁମରୁ ପରିବାରର ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର…
ନୂଆଦିଲ୍ଲୀ, ଆଜି ହେଉଛି ଭାରତର ଜଣେ ପ୍ରତିଷ୍ଠିତ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ୍ ଆଜିର ଦିନରେ ଜେଟିଲ ଏମଏସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଗମନ କଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, ମୋ ବନ୍ଧୁଙ୍କଠାରୁ ବହୁତ କିଛି ହରାଇଲି। ସେ ଭାରତର ନିଃସ୍ବାର୍ଥ ଭାବେ ସେବା କରି ଆସୁଥିଲେ। ସେହିପରି ତାଙ୍କ ଝିଅ ସୋନାଲୀ ଜେଟିଲ ମଧ୍ୟ କହିଛନ୍ତି ଯେ, ସେ କେବଳ ମୋ ବାପା ନ ଥିଲେ , ସେ ଭାରତର ସନ୍ତାନ ଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଜେଟିଲଙ୍କୁ ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଜେଟିଲ ଜଣେ ଉଚ୍ଚକୋଟିର ରାଜନେତା,ବକ୍ତା ଏବଂ ଜଣେ ଭଲ ମଣିଷ ଥିଲେ।
ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁଟନ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୪୯୦ ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୫୩ ହଜାର ୨୯୫ ଓ ଟ୍ରୁନଟ ଟେଷ୍ଟ ୧୨୪ଟି ହୋଇଛି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୯ ହଜାର ୨୧୯ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ ସାରା ବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସାରା ବିଶ୍ବରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ କୋଟି ପାଖରେ ପହଁଞ୍ଚିଲାଣି। ହିସାବ ଅନୁସାରେ ବର୍ତ୍ତମାନ ସାରା ବିଶ୍ବରେ ୨ କୋଟି ୩୫ ଲକ୍ଷ ୮୩ ହଜାର ୬୧୬ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମୃତ୍ୟୁ ସଂଖ୍ୟା ହେଉଛି ୮ ଲକ୍ଷ ୧୨ହଜାର ୫୧୩ ଜଣ। ତେବେ ବିଶ୍ବରେ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହିସାବ ଅନୁସାରେ ବର୍ତ୍ତମାନ ୧ କୋଟି ୬୦ ଲକ୍ଷ ୮ ହଜାର ୫୭୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହିସାବ ଅନୁସାରେ ଆମେରିକା- ୫,୮୭୪,୧୪୬ ଜଣ ବ୍ରାଜିଲ-୩,୬୦୫,୭୮୩ ଭାରତ-୩,୧୦୫,୧୮୫ ରୁଷିଆ-୯୫୬,୭୪୯
ନୂଆଦିଲ୍ଲୀ, ଗଣମାଧ୍ୟମ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କାର୍ଯ୍ୟକଳାପ ଭାବେ ବିବେଚନା କରାଯାଇଥାଏ। ଏହା ଦେଶରେ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧିରେ ମଧ୍ୟ ଏକ ପ୍ରଧାନ ଭୂମିକା ଗ୍ରହଣ କରିଥାଏ। କୋଭିଡ-୧୯ ବୈଶ୍ଵିକ ମହାମାରୀ କାଳରେ ଗଣମାଧ୍ୟମ ପାଇଁ ପ୍ରସ୍ତୁତ କରୁଥିବା କାର୍ଯ୍ୟକ୍ରମର ଅଂଶୀଦାରମାନେ ଏଦିଗରେ ବିହିତ ପଦକ୍ଷେପ ନେବା ଆବଶ୍ୟକ। ସେଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଏସଓପି ଜାରି କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ସମ୍ପର୍କ କରି ଏନେଇ ଏକ ଏସଓପି ଜାରି କରିଛି। ନୂଆଦିଲ୍ଲୀଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ଏସଓପି ଜାରି କରିଛନ୍ତି। ଏହାର ମୁଖ୍ୟ ନିୟମାବଳୀଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅଦରକାରୀ କାର୍ଯ୍ୟକଳାପକୁ ଆବଦ୍ଧାଞ୍ଚଳରେ ଅନୁମତି ପ୍ରଦାନ କରାଯିବ…
ନୂଆଦିଲ୍ଲୀ, ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି। ଗତ ୬ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧,୧୪୭ ନମୁନା ପରୀକ୍ଷା କରାଯାଇ ପାରିଛି । ଏଥିସହିତ ମୋଟ ନମୁନା ପରୀକ୍ଷଣ ସଂଖ୍ୟା ୩,୫୨,୯୨,୨୨୦ରେ ପହଞ୍ଚିଛି। ବ୍ୟାପକ ନମୁନା ପରୀକ୍ଷଣ କାର୍ୟ୍ୟକ୍ରମକୁ ଦକ୍ଷତାର ସହିତ କାର୍ୟ୍ୟକାରୀ କରାଯାଉଛି। ଗତ ୩ ସପ୍ତାହ ମଧ୍ୟରେ ହୋଇଥିବା ହାରାହାରି ନମୁନା ପରିକ୍ଷଣକୁ ଅନୁଧ୍ୟାନ କଲେ ଏହା କିପରି ଅଗ୍ରଗତି କରିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି। ଦୈନିକ ନମୁନା ପରୀକ୍ଷଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ହାରାହାରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ଦକ୍ଷତାର ସହିତ କାର୍ୟ୍ୟକାରୀ କରାଯିବା ଦ୍ଵାରା ନିୟୁତ ପିଛା ଏହି ହାର ଆଜି…
ନୂଆଦିଲ୍ଲୀ, ଅଧିକରୁ ଅଧିକ କରୋନା ସଂକ୍ରମିତ ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ଲାଭ କରୁଥିବାରୁ ଦେଶରେ ସୁସ୍ଥତା ହାର ପାଖାପାଖି ୭୫ ପ୍ରତିଶତରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୭,୯୮୯ ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ଆଜି ୨୨,୮୦,୫୬୬ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ (୭,୦୭,୬୬୮) ପାଖାପାଖି ୧୬ ଲକ୍ଷ (୧୫,୭୨,୮୯୮) ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଜୁଲାଇ ପହିଲାରୁ ୭ ତାରିଖ ମଧ୍ୟରେ ଏହା ୧୫,୦୧୮ ଥିବାବେଳେ ଅଗଷ୍ଟ ୧୩ରୁ ୧୯ ତାରିଖ ମଧ୍ୟରେ ଏହା ୬୦,୫୫୭କୁ ବୃଦ୍ଧି ପାଇଛି । ନୀରବଚ୍ଛିନ୍ନ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂଖ୍ୟାର ମାତ୍ର ୨୩.୨୪ ପ୍ରତିଶତ ବୋଲି ଜଣାପଡିଛି । ଏଥିସହିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ବର୍ତ୍ତମାନ ୧.୮୬ ପ୍ରତିଶତରେ ପହଞ୍ଚିଛି। ଏହାକୁ ବିଶ୍ଵର ସର୍ବନିମ୍ନ ବୋଲି ବିବେଚନା କରାଯାଉଛି । ବ୍ୟାପକ…
ଭୁବନେଶ୍ୱର, କୋଭିଡ୍-୧୯ ନିୟମାବଳୀ ଏବଂ କଟକଣାର ପାଳନ ମଧ୍ୟରେ ଆଜି ରାଜ୍ୟର ସମସ୍ତ ଆଇସିଡିଏସ୍ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳା ତଥା ୬ ମାସରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଅତିରିକ୍ତ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ଶୁଖିଲା ରାସନ୍ରେ ଛତୁଆ ଏକ ପ୍ରମୁଖ ଉ ପାଦାନ। ବୟସ ଅନୁପାତରେ ଶିଶୁ ଓ ମହିଳା ହିତାଧିକାରୀମାନଙ୍କୁ ପ୍ରତ୍ୟେକ ମାସର ୧ ତାରିଖରେ ଟେକ୍ ହୋମ୍ ରାସନ ଭାବେ ଛତୁଆ, ଚିକି, ବାଦାମ ଲଡୁ, ଅଣ୍ଡା ଆଦି ଯୋଗାଇ ଦିଆଯାଉଛି । ଛତୁଆ ମିଶ୍ରଣର ଗୁଣାତ୍ମକ ଅଭିବୃଦ୍ଧି ଏବଂ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ବିଭାଗ ପକ୍ଷରୁ ୨୦୧୯ ମସିହା ଅଗଷ୍ଟ ମାସରେ ନିର୍ଦ୍ଦିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରତ୍ୟେକ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ସଟ୍ଡ଼ାଉନ୍ ସମୟରେ ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଏବଂ ପେଟ୍ରୋଲିଂ କଡ଼ାକଡ଼ି କରି ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି। ବ୍ରହ୍ମପୁର ପୋଲିସ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ପକ୍ଷରୁ ୧୩୪ ଟି ଗାଡ଼ି ସମ୍ବନ୍ଧୀୟ ଅମାନିଆଙ୍କୁ ୬୭ହଜାର ଟଙ୍କା ଜୋରିମାନା ପକାଯାଇଥିବାବେଳେ ମାସ୍କ ପିନ୍ଧିନଥିବା ୧୩୭ ଜଣ ଅମାନିଆଙ୍କଠାରୁ ୨୭ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସାମାଜିକ ଦୂରତା ଉଲ୍ଲଂଘନରେ ୨୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ସେହିପରି ଗଂଜାମ ଏନ୍ଫୋର୍ସମେଣ୍ଟ ପକ୍ଷରୁ ମାସ୍କ ପିନ୍ଧିନଥିବା ଅମାନିଆଙ୍କଠାରୁ ୧ ଲକ୍ଷ ୫୩ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି। ଗୋଟିଏ ଜୁଆଆଡ୍ଡା ଚଢ଼ାଉ ହୋଇ ୪ ଜଣକୁ ଗିରଫ କରାଯାଇଥିବାବେଳେ ୬୫୮୦ ଟଙ୍କା ଜବତ ହୋଇଛି। ୭ଟି ସ୍ଥାନରେ ଅବକାରୀ ଚଢ଼ାଉ ହୋଇ ୭ ଜଣକୁ ଗିରଫ କରାଯାଇଥିବାବେଳେ ୧୦୮୪ ଲିଟର ମଦ ଜବତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସହରର ଗୋଷାଣିନୂଆଗାଁ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ ଦୋକାନ ମଧ୍ୟକୁ ପ୍ରବେଶ କରିବାରୁ ଦୋକାନଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି। ଦୋକାନଟି ବନ୍ଦ ଥିବାରୁ କାହାର କିଛି କ୍ଷତି ହୋଇନାହିଁ। ଘଟଣାରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ୨ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟେସନରୁ ଗୋଷାଣିନୂଆଗାଁକୁ ସଂଯୋଗ କରୁଥବା ଓଭର ବ୍ରିଜ୍ ଦେଇ ଦ୍ରୁତଗତିରେ ଆସୁଥିବା ସାର ବୋଝେଇ ଟ୍ରକ (ଓଆର୍ ୦୭ ଏସ୍ ୧୨୫୬) ଟିର ବ୍ରେକ ଫେଲ୍ ହୋଇଯାଇଥିଲା। ଫଳରେ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ପ୍ରହ୍ଲାଦ ପାଣିଗ୍ରାହୀଙ୍କ ତ୍ରିବେଣୀ ସେଲ୍ସ ପଏଣ୍ଟ ଦୋକାନ ମଧ୍ୟକୁ ପ୍ରବେଶ କରିଥିଲା। ଗାଡ଼ି ଡ଼୍ରାଇଭର କାଳୁ ଚରଣ ଦାଶ ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ରାସ୍ତାଟି ଜାମ୍ ହୋଇଯାଇଥିବାରୁ ଟ୍ରାଫିକ୍ ଆଇଆଇସି ସୁନିଲ ବେହେରାଙ୍କ ତତ୍ତ୍ୱାବଧାନରେ ଟ୍ରକଟିକୁ ବାହାର କରାଯାଇଥିଲା। ଫଳରେ ଯାନାବାହାନ ଚଳାଚଳ ସ୍ୱାଭାବିକ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ହେଲା ଗଂଜାମରେ ଦୁଇଶହରୁ କମ୍ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଆଜି ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇ ଏହି ସଂଖ୍ୟା ୨୭୧ରେ ପହଞ୍ଚିଛି। ଗଂଜାମରେ ଅଧିକ ପରିମାଣରେ ଟେଷ୍ଟ ହେଉଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି ପ୍ରଶାସନ କହିଛି। ଆଜି ଗଂଜାମରେ ୩ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଜଣେ ୬୦ ବର୍ଷୀୟ ବୃଦ୍ଧ, ଜଣେ ୬୧ ବର୍ଷୀୟ ବୃଦ୍ଧ ଏବଂ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨୭୧ ସଂକ୍ରମିତ ମଧ୍ୟରୁ ଭଂଜନଗର ବ୍ଲକ୍ରୁ ୮, ଜଗନ୍ନାଥପ୍ରସାଦରୁ ୭, ବେଲଗୁଣ୍ଠାରୁ ୫, ବୁଗୁଡ଼ାରୁ ୧୨, ସୋରଡ଼ାରୁ ୪, ପୋଲସରାରୁ ୧, ବେଗୁନିଆପଡ଼ାରୁ ୨୪, କବିସୂର୍ଯ୍ୟନଗରରୁ ୫, ଆସିକାରୁ ୬, ଧରକୋଟରୁ ୨, ସାନଖେମୁଣ୍ଡିରୁ ୮, ହିଂଜିଳିକାଟୁରୁ ୧୧, ପୁରୁଷୋତ୍ତମପୁରରୁ ୮, ଖଲିକୋଟରୁ ୧୧, ଗଂଜାମରୁ ୭, ଛତ୍ରପୁରରୁ ୪୦, ରଙ୍ଗେଇଲୁଣ୍ଡାରୁ ୨୪, କୁକୁଡ଼ାଖଣ୍ଡିରୁ ୮, ଚିକିଟିରୁ ୧୩,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଗତ ପାଞ୍ଚମାସ ହେଲା ଗଂଜାମ ଜିଲ୍ଲାରେ ଲଗାତାର ଲକ୍ଡ଼ାଉନ୍, ସଟ୍ଡ଼ାଉନ୍ ଚାଲିଥିବାରୁ ବ୍ୟବସାୟ ବାଣିଜ୍ୟ ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଥିଲା। ଗଂଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ କଟକଣା ଲଗାଯାଇ ଅତି ଅଳ୍ପ ସମୟ ପାଇଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯଉଥିଲା। କିଛି ସ୍ଥାନରେ ମଲ୍ ଏବଂ ବଡ଼ ବଡ଼ ଦୋକାନକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଫଳରେ ବ୍ୟବସାୟୀମାନେ ନାହିଁନଥିବା କ୍ଷତି ସହୁଥିଲେ। କିଛି ଦିନ ହେଲା ଗଂଜାମରେ କରୋନା ସଂକ୍ରମଣ ସଂଖ୍ୟା କମ୍ ରହୁଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ସମୟ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛି। ଯାହାଫଳରେ ଆଜିଠାରୁ ସକାଳ ୫ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲାଯାଇପାରିବ। ଦୋକାନଗୁଡ଼ିକରେ ଜିଲ୍ଲାପାଳଙ୍କ ପ୍ରଦତ୍ତ ପଞ୍ଚସୂତ୍ରୀ ନିୟମ ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ, ଡ଼ବଲ୍ ବ୍ୟାରିକେଡ଼୍ ନିର୍ମାଣ, ଗ୍ଲୋବସ୍ ପରିଧାନ, କଣ୍ଟ୍ରାକ୍ଟ ଡ଼ାଇରି ଇତ୍ୟାଦି ରଖାଯାଇ ଦୋକାନଗୁଡ଼ିକ…
ଭୁବନେଶ୍ବର ଆଜି ରାଜ୍ୟରେ ସର୍ବାଧିକ ୨୧୨୯ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୧୭୮, କଟକରୁ ୧୭୨, କୋରାପୁଟରୁ ୧୫୩, ଭାଦ୍ରକରୁ ୧୪୪, ନୟାଗଡରୁ ୧୩୦, କନ୍ଧମାଳରୁ ୧୨୨, ବାଲେଶ୍ବରରୁ ୯୦, ପୁରୀରୁ ୮୪, , ମାଲକାନଗିରିରୁ ୮୦, ସମ୍ବଲପୁରରୁ ୬୮, ରାୟଗଡାରୁ ୬୮, ମୟୂରଭଞ୍ଜରୁ ୫୬, ଗଜପତିରୁ ୫୦, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୪, ଢେଙ୍କାନାଳରୁ ୨୩, କେନ୍ଦୁଝରରୁ ୨୩, କଳାହାଣ୍ଡିରୁ ୧୯, ଅନୁଗୁଳରୁ ୧୮, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରିରୁ ୧୪, ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ବୌଦ୍ଧରୁ ୬ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୪, ୪୦୫ ଜଣ କରୋନା…
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ ପ୍ରତାପ ଗ୍ରାମରେ ମହିଳା ଗ୍ରୁପ ପଇସାକୁ ନେଇ ଆକ୍ରମଣ ଅଭିଯୋଗ। ପ୍ରତାପ ଗ୍ରାମର କୃଷ୍ଣ ନାୟକଙ୍କୁ ଆଜି ସକାଳେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ଏ ବାବଦକୁ ନେଇ କୃଷ୍ଣ ବାଣପୁର ଥାନାରେ ଏତଲା ଦେଇଥିଲେ। ଦେଇଥିବା ଏତଲା ଏବଂ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଦିବା ୧୦ ଘଟିକାରେ ପ୍ରତାପ ଗ୍ରାମର କୃଷ୍ଣ ନାୟକ(୬୦) ଘରେ ଖାଇବସିଥିବାବେଳେ ଗ୍ରୁପ ପଇସାକୁ ନେଇ ତାଙ୍କ ଦୁଇ ପୁତ୍ରଙ୍କ ସହିତ ଗାଁ ର କିଛି ଲୋକମାନମଧ୍ୟରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ଲୋକମାନେ ତାଙ୍କ ଦୁଇ ପୁତ୍ରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହା ଦେଖି କୃଷ୍ଣ ଘଟଣାସ୍ଥଳରେ ପହଂଚି ଏହାର ବିରୋଧ କରିବାରୁ ଗାଁ ର ଜଣେ ବ୍ୟକ୍ତି କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ କୃଷ୍ଣ ତଳେ ପଡିଯାଇଥିବା ବେଳେ…
ପାଟନା, ଜଣେ ୬୫ ବର୍ଷିୟା ମହିଳା କଣ ଜନ୍ମ କରିପାରେ ? ପୁଣି ଆଉ ଏକ ପ୍ରଶ୍ନ ଉଠିପାରେ ସେହି ମହିଳା କଣ ୮ଟି ଛୁଆ ଜନ୍ମ କରିପାରିବ ? ସେହିପରି ସେହି ମହିଳା କଣ ୧୪ ମାସରେ ୮ଟି ଛୁଆ ଜନ୍ମ ଦେଇପାରି ? ଯେ କେହି ଏହା ଶୁଣିବ ସେ ନିଶ୍ଚିତ ମନା କରିବ। କାରଣ ଏପରି ଘଟଣା କେବେ ବି ଏହି ବିଜ୍ଞାନ ଯୁଗରେ ସମ୍ଭବ ହୋଇପାରିବ ନାହିଁ। ହେଲେ ଏହି ଅସମ୍ଭବ ଘଟଣା ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଛି। ଆଉ ଯେ ଏପରି ସିରିଜ ଛୁଆ ଜନ୍ମ କରିଛନ୍ତି ତାଙ୍କ ନାମ ହେଉଛି ଲିଳାବତି ଦେବୀ। ଆଉ ତାଙ୍କ ଘର ହେଉଛି ବିହାର ମୁଜାଫରପୁର ଜିଲ୍ଲା ମୁସାରୀ ବ୍ଲକ ଅଞ୍ଚଳରେ। ତେବେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ହେଉଛି ଏହି ମହିଳା ପ୍ରକୃତରେ ଜନ୍ମ ଦେଇ ନାହାଁନ୍ତି। ରାଜ୍ୟ ସରକାରଙ୍କ କାଗଜପତ୍ରରେ ଏହା…
ବିଧାନସଭାର ଗେଟ ନଂ 1 ନିକଟରେ ଥିବା ଲିଲି ପୁଲ ପାଖରୁ ଏକ 6 ଫୁଟ ଲମ୍ବାର ଢ଼ମଣା ସାପ ଉଦ୍ଧାର
ନୂଆଦିଲ୍ଲୀ, ଆସନ୍ତାକାଲି ସୋମବାର ଦିନ 11 ଟା ବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟର ବୈଠକ ଅନୁଷ୍ଠିତ ହେବ। ଏ ନେଇ ଗତ ଶନିବାରଠାରୁ ଦଳର ସଂଗଠକ ସଂପାଦକ କେ.ସି ଭେନୁଗୋପାଳ ସମସ୍ତଙ୍କୁ ଅବଗତ କରାଇଛନ୍ତି। ତେବେ ଏହି ବୈଠକକୁ ନେଇ ସମସ୍ତଙ୍କର ତୀକ୍ଷ୍ମ ନଜର ରହିଛି। କାରଣ ହେଲା ଏଥିରେ କଂଗ୍ରେସ ଦଳର ମୁଖ୍ୟ ନେତାଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ଯେପରି ହେବାରେ ଲାଗିଛି ସେଥିରେ ଅନେକ କଂଗ୍ରେସ ନେତା ଚିନ୍ତାରେ ଅଛନ୍ତି। ନିକଟରେ କଂଗ୍ରେସର କେତେକ ସଂସାଦ ଏବଂ ବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ନେତୃତ୍ବ ପରିବର୍ତ୍ତନ ପାଇଁ ଅନୁରୋଧ କରି ଚିଠି ଲେଖିଛନ୍ତି। ଏପରି ଏକ ବିବାଦ ଦଳ ଭିତରେ ଚାଲିଥିବା ବେଳେ ସିଡବ୍ଲୁସି ବୈଠକ ନିଶ୍ଚିତ ଭାବେ ଗୁରତ୍ବ ବହନ କରୁଛି। କଂଗ୍ରେସରୁ ବହିସ୍କୃତ ହୋଇଥିବା ନେତା ସଂଜୟ ଝା କହିଛନ୍ତି ଯେ, କଂଗ୍ରେସର ପ୍ରମୁଖ ଶହେ ଜଣ ନେତା ସୋନିଆ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି। ତାହା ହେଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ମୟୁରମାନଙ୍କୁ ନେଇ। ନୂଆଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବହୁ ଆଗରୁ ମୟୁର ରହିଆସୁଛନ୍ତି। ହେଲେ ତାହା ସେହିଠାରେ ଥିବା ଲୋକମାନେ ଜାଣିଥିଲେ। ଆଜି ବିଭିନ୍ନ ସୋସିଆଲ ମିଡିଆରେ ମୋଦିଙ୍କ ବାସଭବନ ଭିତରେ ଥିବା ମୟୁର ଭିଜୁୟାଲ ଆସିବା ପରେ ତାହା ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଛି। ଏହି ମୟୁରମାନେ ପ୍ରଧାନମନ୍ତ୍ରୀ ମର୍ଣ୍ଣିଂ ୱାକ କରୁଥିବା ବେଳେ ତାଙ୍କ ପାଖେ ପାଖେ ରହି ଆସୁଛନ୍ତି। ସାଧାରଣତଃ ମଣିଷ ଦେଖିଲେ ପକ୍ଷୀମାନେ ପଳାଇଯାଆନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ବାସଭବନର ମୟୁର ମୋଦିଙ୍କୁ ଦେଖିଲେ ମଧ୍ୟ ଡରୁ ନାହାଁନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ, ପ୍ରଧାନମନ୍ତ୍ରୀ ଏହି ମୟୁରମାନଙ୍କୁ ଭଲ ପାଉଥିବାରୁ ତାହା ସେମାନଙ୍କ ପାଇଁ ନୂଆ ହୋଇ ନାହିଁ। ସେହିପରି ମୋଦି ବଗିଚାରେ ବସି ପଢୁଥିବା ବେଳେ ମଧ୍ୟ ଏହି…
ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହୋଇଥିବାରୁ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କ୍ରୀଡା ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ଟୁଇଟ ମାଧ୍ୟମରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟୁଇଟ୍ରେ ଲେଖିଛନ୍ତି ଯେ “ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ମନୋନୀତ ହୋଇଥିବାରୁ ମୁଁ ଗର୍ବିତ। ପ୍ରତ୍ୟେକ କ୍ରୀଡ଼ାବିତ୍ ସମସ୍ତ ପୁରସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି। ଜଣେ କ୍ରୀଡ଼ାବିତ୍ ତାଙ୍କ ଜୀବନକୁ ବାଜି ଲଗାଇ ଖେଳ ପ୍ରଦର୍ଶନ କରିଥାଏ। ମୁଁ ଅର୍ଜୁନ ପୁରସ୍କାର ପାଇବା ପାଇଁ ମଧ୍ୟ ସ୍ଵପ୍ନ ଦେଖୁଛି।” ସେହିପରି ରେସଲର ସାକ୍ଷୀ ମୋଦୀ ଏବଂ ରିଜିଜୁଙ୍କୁ ସ୍କ୍ରିନସଟ ଟ୍ୟାଗ କରି ଏକ ବାର୍ତ୍ତାରେ ଲେଖିଛନ୍ତି ଯେ, “ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ପାଇଁ ମୁଁ ଅନ୍ୟ କେଉଁ ପଦକ ପାଇବା ଉଚିତ୍? କିମ୍ବା ଏହି କୁସ୍ତି ଜୀବନରେ ମୁଁ ଏହି ପୁରସ୍କାର ଜିତିବାର…

