Author: Samikhsya Bureau

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ମୟୁରମାନଙ୍କ ଚରା ଭୂମି ପାଲଟିଛି। ମୋଦି ମର୍ଣ୍ଣିଂ ୱାକ କରୁଥିବା ବେଳେ ଏହି ମୟୁରମାନେ ପୁଚ୍ଛ ଟେକି ରହିଥାନ୍ତି।

Read More

ମୁଜାଫରନଗର: ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ମୁଜାଫରନଗର ଦେଖିବାକୁ ମିଳିଛି। ଜଣେ ଦଶ ବର୍ଷର ବାଳିକାକୁ ତାଙ୍କ ଦୁଷ୍କର୍ମକାରୀ ବିବାହ କରିଥିଲେ। ପରେ ଦୁଷ୍କର୍ମକାରୀ ତାଙ୍କୁ ଟ୍ରିପଲ ତଲାକ ଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ ଘଟଣା ବୁଦ୍ଧାନା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗ୍ରାମରେ ଘଟିଛି। ଶିଶୁ ଯତ୍ନ ହେଲ୍ପଲାଇନର ଏକ ଟିମ୍ ପୀଡ଼ିତାଙ୍କ ପାଖରେ ପହଞ୍ଚି ଘଟଣାର ସତ୍ୟତା ବୁଝିବାକୁ ଚେଷ୍ଟା କରିଛି। ହେଲ୍ପଲାଇନ ଇନଚାର୍ଜ ପୁନମ ଶର୍ମାଙ୍କ ଅନୁଯାୟୀ ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କ ଦିଅର ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଫେବୃଆରୀ ୧୬ରେ ସେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ଅଭିଯୁକ୍ତ ବିବାହର କିଛି ଦିନ ପରେ ତାଙ୍କୁ ତଲାକ ଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଶ୍ୟାମଲି ଜିଲ୍ଲାର ବାସିନ୍ଦା। ତେବେ ସେ ଝିଅଟିକୁ ତାଙ୍କ ପରିବାର ଘରେ ଛାଡିଦେଇଥିଲେ। ପରିବାର ଲୋକ ଏନେଇ ଶିଶୁ ଯତ୍ନ ହେଲ୍ପଲାଇନକୁ ଦୃଷ୍ଟି ଆକର୍ଷଣ…

Read More

ଭୁବନେଶ୍ବର, ଆଜି ପବିତ୍ର ନୂଆଖାଇ ଅବସରରେ କେନ୍ଦ୍ର ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବଲପୁର ଭାଷାରେ ଏକ ଭିଡିଓ ବାର୍ତ୍ତା ଜାରୀ କରି ବଡମାନଙ୍କ ଯତ୍ନ ନେବାକୁ ସେ ଅନୁରୋଧ କରିଛନ୍ତି। ବର୍ତ୍ତମାନ କରୋନା ମାହାମାରୀ ପରିସ୍ଥିତିରେ ଏଥର ନୂଆଖାଇ ଭିନ୍ନ ପ୍ରକାରର ହୋଇପଡିଛି। ତେବେ ସମସ୍ତଙ୍କୁ ମା ସମଲେଶ୍ବରୀ ସୁଖ ଓ ଶାନ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଏହି ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର ପ୍ରଥମେ ପଶ୍ଚିମ ଓଡିଶାର ସମସ୍ତ ଠାକୁରାଣୀଙ୍କୁ ପ୍ରାର୍ଥନା କରି ଅଭିନନ୍ଦନ ଜଣାଇଛନ୍ତି।

Read More

ଭୁବନେଶ୍ବର, ବର୍ତ୍ତମାନ ଦୁଇ ସପ୍ତାହ ପାଇଁ ହୋମ କ୍ବାରଣ୍ଟାଇନରେ ଅଛନ୍ତି ରାଜ୍ୟ ସରକାରଙ୍କ କୋଭିଡ19 ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ତେବେ କାରଣ ହେଲା ଯେ ଓଡିଶା ଦକ୍ଷତା ବିକାଶ କାର୍ଯ୍ୟାଳୟର କେତେକ ଅଧିକାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେହି କାର୍ଯ୍ୟାଳୟର ସେ ଅଧ୍ୟକ୍ଷ ଅଛନ୍ତି ଏବଂ ସେହି ଅଧିକାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ଫଳରେ ତାଙ୍କୁ ଡାକ୍ତର ଅଫିସ ନ ଆସି ହୋମ କ୍ବାରଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେହି ଅନୁସାରେ ବାଗଚୀ ନିଜ ଅଫିସକୁ ଆସିବା ବନ୍ଦ କରିବା ସହିତ ବାହାରକୁ ମଧ୍ୟ ବାହାରୁ ନାହାଁନ୍ତି। ତେବେ ତାଙ୍କ ଦେହରେ କୌଣସି କରୋନା ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ। ବର୍ତ୍ତମାନ ସେ ସଂପୂର୍ଣ୍ମ ସୁସ୍ଥ ଏବଂ ଫିଟ୍ ଅଛନ୍ତି ବୋଲି ଜଣାପଡିଛି।

Read More

ସୀତାରାମ ଅଗ୍ରୱାଲ  ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କାଳୁପଡା ଅଞ୍ଚଳର ଜରିପଡା ପଞ୍ଚାୟତ ଦାଣ୍ଡ ସାହିରେ ଘଟିଛି ଏକ ଅଘଟଣ।  ପୋଖରୀ ରେ ବୁଡି ଚନ୍ଦ୍ରକାନ୍ତ ସାହୁ(୧୮) ଙ୍କ  ମୃତ୍ୟୁ ହୋଇଛି। ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଗୋଡ଼ ଖସି ପୋଖରୀରେ ବୁଡି ଯାଇଥିବା ସୂଚନା। ଖବର ପାଇ ଟାଙ୍ଗି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଖୋଜା ଖୋଜି କଲା ପରେ ଗାଁ ଲୋକଙ୍କ ସାହାଯ୍ୟର ଉଦ୍ଧାର ହେଲା ଚନ୍ଦ୍ରକାନ୍ତଙ୍କ ମୃତ ଦେହ। ଉଦ୍ଧାର ପରେ ପରିବାର ଲୋକେ ଯୁବକଙ୍କୁ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଟାଙ୍ଗି ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।

Read More

ସମ୍ବଲପୁର, ଆଜି ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ ମା ସମଲେଶ୍ବରୀଙ୍କ ନିକଟରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହି ପୂଜାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯାଇଥିଲା। ଲୋକମାନେ ଏହା ଦେଖିବା ପରେ ନିଜଘରେ ପୂଜା ଆରମ୍ଭ କରିଛନ୍ତି। ତେବେ ଚଳିତ ବର୍ଷ ମା ସମଲେଶ୍ବରୀଙ୍କ ନବାନ୍ନ ବାହାରିବ ନାହିଁ। ସେଥିପାଇଁ ମନ୍ଦିର ଟ୍ରଷ୍ଟ ଲୋକମାନଙ୍କୁ ନିଜ ଘରେ ନବାନ୍ନ କରି ସାରିବା ପାଇଁ କୁହାଯାଇଛି। ପୂର୍ବରୁ ଭକ୍ତମାନେ ମାଙ୍କ ନିକଟରେ ନବାନ୍ନ ଲାଗି କରିବା ପାଇଁ ଆସିଥାନ୍ତି। ହେଲେ କରୋନା ପାଇଁ ଭକ୍ତମାନେ ମନ୍ଦିରକୁ ନ ଆସିବା ପାଇଁ ନିବେଦନ କରାଯାଇଥିଲା। ମା ଙ୍କ ନିକଟରେ ନବାହ୍ନରେ ପୂଜା କେବଳ ସେବକମାନେ ଯଥା ରିତିରେ କରିବେ ବୋଲି ନିଷ୍ପତି ହୋଇଥିଲା। ସେହି ଅନୁସାରେ ଆଜି ନିର୍ଦ୍ଧାରିତ ସମୟରେ ମାଙ୍କ ନିକଟରେ ଏହି ନବାହ୍ନ ପୂଜା କରାଯାଇଛି।

Read More

ଭୁବନେଶ୍ବର: ଆଜ୍ୟ ରାଜ୍ୟରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କୋରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୦୯କୁ ବୃଦ୍ଧି ହୋଇଛି। ଗଞ୍ଜାମରେ ତିନିଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୬୦, ୬୧ ଏବଂ ୭୦। ଗଞ୍ଜାମ ଜିଲ୍ଲାର କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧୭୪ ରେ ପହଞ୍ଚିଛି। ସେହିପରି କଟକରେ ଜଣେ ୭୫ ବର୍ଷୀୟ ପୁରୁଷ ଏବଂ ଜଣେ ୮୭ ବର୍ଷୀୟା ମହିଳା ମୃତ୍ୟୁ ବରଣ କରିଛନ୍ତି। ରାୟଗଡାରୁ ଦୁଇ ଜଣ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୬ ଏବଂ ୪୫। ବଲାଙ୍ଗିରିର ଜଣେ ୪୭ ବର୍ଷୀୟ ପୁରୁଷ, ନୟାଗଡର ଜଣେ ୫୮ ବର୍ଷୀୟ ପୁରୁଷ ଏବଂ ଗଜପତିର ଜଣେ ୪୫ ବର୍ଷୀୟ ପୁରୁଷ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

Read More

ଭୁବନେଶ୍ବର, ନୂଆଖାଇ ଏକ ପଂରପରା ରହିଛି ବଡମାନଙ୍କର ଆର୍ଶିବାଦ ନେବା। ପୂଜା ସରିବା ପରେ ଏହି ଆର୍ଶିବାଦ ପିଲାମାନେ ନେଉଛନ୍ତି।

Read More

ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି ହୋଇଛି। କୋରୋନରୁ ୫୨,୨୭୬ ଜଣ ସୁସ୍ଥ ହୋଇଥିବାବେଳେ ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି।   ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ ୨୭୧ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୫୮, ପୁରୀରୁ ୧୫୬, ନୟାଗଡରୁ ୧୫୩, ରାୟଗଡାରୁ ୧୩୭, ଯାଜପୁରରୁ ୧୨୧, ମୟୂରଭଞ୍ଜରୁ ୧୨୦, ବାଲେଶ୍ବରରୁ ୧୧୫, ସମ୍ବଲପୁରରୁ ୧୦୪, ବରଗଡରୁ ୯୮, କୋରାପୁଟରୁ ୯୫, ଭଦ୍ରକରୁ ୯୨, ମାଲକାନଗିରିରୁ ୮୫, ସୁନ୍ଦରଗଡରୁ ୭୦, ନବରଙ୍ଗପୁରରୁ ୬୮, କେନ୍ଦୁଝରରୁ ୬୩, ବଲାଙ୍ଗିରିରୁ ୬୨, ଢେଙ୍କାନାଳରୁ ୬୦, କନ୍ଧମାଳରୁ ୫୮, ଜଗତସିଂହପୁରରୁ ୪୬, ଝାରସୁଗୁଡା, ଗଜପତି ଓ କେନ୍ଦ୍ରାପଡାରୁ ୪୩ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସୋନପୁରରୁ…

Read More

ନୂଆଦିଲ୍ଲୀ, ଆଜି ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ସେ ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ଏହି ଅଭିନନ୍ଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିନନ୍ଦନ ବାର୍ତ୍ତାରେ ଯାହା କହିଛନ୍ତି ତାହା ହେଲା, ” ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ। ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି। ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ନୂଆଁଖାଇ ଜୁହାର।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ମୋଟ୍‌ ୨ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦କୁ ବୃଦ୍ଧି ହୋଇଛି। କୋରୋନରୁ ୫୨,୨୭୬ ଜଣ ସୁସ୍ଥ ହୋଇଥିବାବେଳେ ୨୫,୭୯୨ ଜଣ ଚିକିତ୍ସାଧୀନ ଅଛନ୍ତି।  

Read More

ଭୁବନେଶ୍ବର, ଆଜି ପବିତ୍ର ନୁଆଖାଇ ଉପଲକ୍ଷେ ଚାରିଆଡେ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ଏହି ପବିତ୍ର ଉତ୍ସବ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି। ତେବେ ନବୀନ ଏଥର ସମ୍ବଲପୁରୀ ଭାଷାରେ ନିଜର ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ, ନୂଆଖାଇ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଜୁହାର। ନୂଆଖାଇ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ ମା ସମଲେଶ୍ବରୀଙ୍କ ନିକଟରେ ପ୍ରାର୍ଥନା। ଏଥିସହିତ କରୋନା କଟକଣା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖି ଏହି ପର୍ବ ପାଳନ କରିବାକୁ ମଧ୍ୟ ନବୀନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Read More

ନୂଆଦିଲ୍ଲୀ: ଆଜି ଦେଶରେ ୬୯, ୨୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦ଲକ୍ଷ ୪୪ ହଜାର ୯୪୧ରେ ପହଞ୍ଚିଥିବାବେଳେ ୭ ଲକ୍ଷ ୭ ହଜାର ୬୬୮ ଜଣ ଚିକିତ୍ସାଧୀନ ଅଛନ୍ତି। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୮୦ହଜାର ୫୬୭ରେ ପହଞ୍ଚିଛି। ସେହିପରି ଦେଶରେ ଆଜି କରୋନାରେ ୯୧୨ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ଦେଶରେ କୋରୋନଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୬,୭୦୬ କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ର ସର୍ବାଧିକ ୨୧ ହଜାର ୯୯୫ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ତାମିଲନାଡୁରେ ୬୪୨୦, କର୍ଣ୍ଣାଟକରେ ୪୬୧୫, ଦିଲ୍ଲୀରେ ୪୨୮୪ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। (ଏଜେନ୍ସି)

Read More

କେଦାର ମିଶ୍ର ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି। ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ ଆସେ ନୁଆ ହାଣ୍ଡି ଓ  ଟୋକେଇ। ଘରକୁ ଆସେ ନୁଆ ଲୁଗା, ନୁଆ ନୁଆ ଖାଦ୍ୟ ପଦାର୍ଥ, ପୂଜା ସାମଗ୍ରୀ ଇତ୍ୟାଦି। ସବୁଠୁ ବଡ କଥା ହେଲା, ପରିବାରର ଯିଏ ଯେଉଁଠି ଥାଆନ୍ତୁ, ଘରକୁ ଫେରିବା ଆରମ୍ଭ କରନ୍ତି। ଏତେ ସବୁ ଆୟୋଜନ ଓ ପ୍ରାୟୋଜନ ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ନୁଆଁଖାଇ, ପଶ୍ଚିମ ଓଡିଶାର ସବୁଠୁ ବଡ ପର୍ବ। ଏହା କେବଳ ବଡ ପର୍ବ ନୁହଁ , ଏହା ହେଉଛି ଏକ ଗଣ ପର୍ବ। କୁରେ ପତ୍ର, କରଡି, ନୁଆଁ ଧାନ, ନୁଆଁ ଚୁଡା ସଂଗ୍ରହ କରାଯାଏ। ବନ୍ଧୁ ବାନ୍ଧବ ଘରକୁ ଉପହାର ପଠାଯାଏ। ନୁଆଁ ଖାଇ ସକାଳୁ…

Read More

ସମ୍ବଲପୁର, ଆଜି ହେଉଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ। ହେଲେ କରୋନା ପାଇଁ ନୂଆଖାଇର ଉତ୍ସାହ ଫିକା ପଡିଯାଇଛି। ମୁଖ୍ୟତଃ ପଶ୍ଚିମ ଓଡିଶାବାସୀ ମା ସମଲେଶ୍ବରୀଙ୍କ ନିକଟରେ ନବାହ୍ନ ଲାଗି କରିଥାନ୍ତି। ହେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ କରୋନା ପାଇଁ ଭକ୍ତଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ପୂଜା କରିବା ପାଇଁ କୁହାଯାଇଛି। ଫଳରେ ଏହି ଗଣପର୍ବକୁ ଚଳିତ ବର୍ଷ ଜଣପର୍ବ ଭାବେ ପାଳିତ ହେଉଛି। ଏହି ମହାନ ପର୍ବ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳାରେ ସମସ୍ତଙ୍କୁ ଅଭିନନ୍ଦନ କରିଛନ୍ତି। ଲୋକପ୍ରିୟ ଅଭିନନ୍ଦନ ବାର୍ତ୍ତା ନୂଆଖାଇ ଜୁହାରକୁ ସେ ନିଜ କଳା ମାଧ୍ୟମରେ ପ୍ରତିପାଦନ କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୫ ଜଣ। ଏଥିସହିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୮୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୩୯ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୩୫୫ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲିକୁଦା ବ୍ଲକରୁ ୩ଜଣ, ଏରସମା ବ୍ଲକରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୫ଜଣ, ନାଉଗାଁ ବ୍ଲକରୁ ୭ଜଣ, ରଘୁନାଥପୁର ବ୍ଲକରୁ ୬ଜଣ, କୁଜଙ୍ଗ ବ୍ଲକରୁ ୧୪ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ, ପାରାଦ୍ଵୀପରୁ ୨ଜଣ ଏବଂ ବିରିଡ଼ି ଓ ଜଗତସିଂହପୁର ବ୍ଲକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

Read More

ନୂଆଦିଲ୍ଲୀ: ଚଳିତ ବର୍ଷ ମେଡ୍-ଇନ୍-ଚାଇନା ଗଣପତି ମୂର୍ତ୍ତିଗୁଡ଼ିକର ଆମଦାନୀ ହୋଇନାହିଁ। ଏନେଇ ଆଜି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଘୋଷଣା କରାଯାଇଛି। ସିଏଆଇଟି ସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ପ୍ରତିବର୍ଷ ସାରା ଦେଶରେ ପ୍ରାୟ ୩୦ କୋଟି ପ୍ରତିମା କିଣାଯାଏ। ଗଣେଶ ଚତୁର୍ଥୀ ଅବସରରେ ଚାଇନା ପ୍ରତିବର୍ଷ ପ୍ରାୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ରପ୍ତାନି କରୁଥିଲା। କିନ୍ତୁ ଚଳିତ ବର୍ଷ ଗଣେଶ ପ୍ରତିମା ଆମଦାନୀ କରାଯାଇ ନାହିଁ। ଏହାପୂର୍ବରୁ, ଭାରତୀୟ ଶିଳ୍ପକୁ ଉତ୍ସାହିତ କରିବା ପାଇଁ ଚାଇନାର ସାମଗ୍ରୀକୁ ବର୍ଜ୍ଜନ କରିବାକୁ ଆହ୍ଵାନ ଦିଆଯାଇଥିଲା। ଖଣ୍ଡେଲୱାଲଙ୍କ ଅନୁଯାୟୀ, ଚଳିତ ବର୍ଷ ଛୋଟ ପ୍ରତିମାକୁ ଅଧିକ ପସନ୍ଦ କରାଯାଉଛି ଏବଂ ଲୋକମାନେ ମନ୍ଦିରକୁ ଆସିବା ପରିବର୍ତ୍ତେ ନିଜ ଘରେ ପ୍ରଭୁ ଗଣେଶଙ୍କ ପ୍ରତିମା ସ୍ଥାପନ କରି ପ୍ରାର୍ଥନା କରିବାକୁ ପସନ୍ଦ କରିଛନ୍ତି। (ଏଜେନ୍ସି)

Read More

ଭୁବନେଶ୍ୱର : ରାଜ୍ୟରେ ସବୁଆଡ଼େ କରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜାନିରାଡ଼ମ୍ବର ଭାବେ ପାଳିତ ହୋଇଅଛି। ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟବିଧି ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ବିନାୟକ। କିନ୍ତୁ ମହାବିଦ୍ୟାଳୟ ନିକଟରେରହୁଥିବା ଛାତ୍ର ପଙ୍କଜ କୁମାର ବେହେରା ନିଆରାଢଙ୍ଗ ଓ ଖୁବ୍ କମ୍ ସମୟରେ ଗଢିଛନ୍ତି ଗଣେଶଙ୍କ ମୂର୍ତ୍ତି । ଓଡ଼ିଶାର ପାରମ୍ପରିକ ଟେରାକୋଟା ଶୈଳୀରେ ଏହି ମୂର୍ତ୍ତି ଗଠନ କରିବାକୁ ପଙ୍କଜକୁ ମାତ୍ର ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ଶୈଳୀରେ ମୂର୍ତ୍ତିଗଠନ କରି ପଙ୍କଜ ଆମ ପରମ୍ପରାକୁ ରୁଦ୍ଧିମନ୍ତକରିବା ପାଇଁ ବାର୍ତ୍ତା ଦେଇଛନ୍ତି । ଦୁଇ ଫୁଟର ଏହି ଟେରାକୋଟା ଶୈଳୀର ମୂର୍ତ୍ତିରେ ସ୍ଥାନେ ସ୍ଥାନେ ହାଲୁକା ରଙ୍ଗର ପ୍ରୟୋଗ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସହ ୨ଜଣ ଅଧ୍ୟାପକସାମାଜିକ ଦୂରତା ରକ୍ଷା କରି ଗଣେଶଙ୍କୁ ଆରାଧନା କରିଥିଲେ।

Read More

ଭୁବନେଶ୍ବର ଆଜି ରାଜ୍ୟରେ ୧୭୭୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭, ପୁରୀରୁ ୭୪, ମାଲକାନଗିରିରୁ ୭୨, କୋରାପୁଟରୁ ୬୯, ସୁନ୍ଦରଗଡରୁ ୬୮, ବାଲେଶ୍ବରରୁ ୫୮, ନୟାଗଡରୁ ୫୧, କଳାହାଣ୍ଡିରୁ ୩୮, କେଉଁଝରରୁ ୩୮, ବରଗଡରୁ ୩୨, ଗଜପତିରୁ ୩୦, ବଲାଙ୍ଗୀରିରୁ ୨୬, ଭଦ୍ରକରୁ ୨୫, ନବରଙ୍ଗପୁରରୁ ୨୩, କେନ୍ଦ୍ରାପଡାରୁ ୨୨, ଢେଙ୍କାନାଳରୁ ୨୦, ଝାରସୁଗୁଡାରୁ ୧୫, ଅନୁଗୁଳରୁ ୭, ନୂଆପଡା ଏବଂ ସୋନପୁରରୁ ୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ରାଜ୍ୟରେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ୫୨, ୨୭୬ ଜଣ କରୋନା ଆକ୍ରାନ୍ତ…

Read More

ଭୁବନେଶ୍ବର, ବର୍ତ୍ତମାନ ନୂଆ ପଦ୍ଧତିରେ ଯେଉଁମାନେ ମାଛ ଚାଷ କରିବେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏ ନେଇ ମତ୍ସ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ହୋଇଛି। ମୁଖ୍ୟତଃ ପୋଖରୀ ନ ଖୋଳି ଏକ ବିଶେଷ ଧରଣର କୁଣ୍ଡରେ ମାଛଚାଷ କରିବା ପାଇଁ ପ୍ରତ୍ସାହିତ କରାଯିବ। ଏହି ପଦ୍ଧତି ମାଛଚାଷକୁ ‘ବାଓଫ୍ଲକ’ ବୋଲି କୁହାଯାଇଥାଏ। ଏହି ପଦ୍ଧତିରେ ଯେଉଁମାନେ ଚାଷ କରିବାକୁ ଆଗ୍ରହୀ ହେବେ ସେମାନଙ୍କୁ ରାଜ୍ୟ ସରକାର 40 ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦେବେ। ତେବେ ଅନୁସୂଚିତ ଜାତି ଓ ଜନଜାତିଙ୍କୁ 60 ପ୍ରତିଶତ ସହାୟତା ଯୋଗାଇ ଦିଆଯିବ। (ଏହି ମାଛଚାଷ ସଂପର୍କରେ ଖୁବ ଶିଘ୍ର ଏକ ବିସ୍ତୁତ ଗବେଷଣାତ୍ମକ ରିପୋର୍ଟ ସମୀକ୍ଷାରେ ପ୍ରକାଶ ପାଇବାକୁ ଯାଉଛି।)

Read More

ଭୁବନେଶ୍ୱର, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୬୦୨ କୋଟି ଟଙ୍କାର ବନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବ। ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ଏସବୁ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି । ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ନରେଗା ସଂଯୋଜନ କମିଟି ଦ୍ୱାରା ମଞ୍ଜୁରୀ ପ୍ରାପ୍ତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ୭୦ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ଚାରା ରୋପଣ, ଚାରା ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଚାରା ଉତ୍ପାଦନ, ମୃତ୍ତିକା ଆର୍ଦ୍ରତା ସଂରକ୍ଷଣ, ଜଙ୍ଗଲ ଚତୁଃପାଶ୍ୱର୍ରେ ଟ୍ରେଞ୍ଚ ଖନନ, ମୂଲ୍ୟବାନ କାଠ ଉଦ୍ଧାର, ଜଙ୍ଗଲ ରାସ୍ତା ନିର୍ମାଣ ଆଦି ବନ ପ୍ରକଳ୍ପଗୁଡ଼ିକୁ ନରେଗା କମିଟି ମଞ୍ଜୁରୀ ପ୍ରଦାନ କରିଥାଏ । ଚଳିତ ବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଜଙ୍ଗଲ ରାସ୍ତା ମରାମତି କାର୍ଯ୍ୟ ହାତକୁ ନିଆଯାଉଛି । ଚଳିତ ବର୍ଷ ଏହି ଯୋଜନାରେ ରାଜ୍ୟର ୪୦…

Read More