Author: Samikhsya Bureau

ରମେଶ ମହାନ୍ତି  ଜଗତସିଂହପୁର :ଆଜି ଜଗତସିଂହପୁର ଜିଲ୍ଲାରୁ ୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକରୁ ୯ଜଣ, କୁଜଙ୍ଗ ବ୍ଲକରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ଜଣେ, ରଘୁନାଥପୁର ବ୍ଲକରୁ ୪ଜଣ, ତିର୍ତ୍ତୋଲ ବ୍ଲକରୁ ୫ଜଣ ଓ ପାରାଦ୍ବୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ୧୧୦୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୮ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି ଓ ବର୍ତ୍ତମାନ ୨୫୭ଜଣ ଆକ୍ରାନ୍ତ ଆକ୍ଟିଭ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 220 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରେଣ୍ଟାଇନ୍‌ରୁ 134ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ରୁ 84 ଜଣ ଚିହ୍ନଟ ହୋଇଛନ୍ତି  ବୋଲି ବିଏମ୍‌ସି ସୂଚନା ଦେଇଛି । କ୍ବାରେଣ୍ଟାଇନ୍‌ରୁ 136ଜଣ ଚିହ୍ନଟଙ୍କ ମଧ୍ୟରୁ ନୟାପଲ୍ଲୀ ଗୋବିନ୍ଦ ନଗର ବସ୍ତିରୁ 15 ଜଣ, ଚନ୍ଦ୍ରଶେଖରପୁର ସପ୍ତମ ବାଟାଲିଅନ୍‌ରୁ 8ଜଣ, ରିଜର୍ଭ ପୋଲିସ୍‌ କଲୋନୀରୁ 7ଜଣ, ଲକ୍ଷ୍ମୀସାଗରରୁ 5ଜଣ, ବରମୁଣ୍ଡା ଜଗନ୍ନାଥ ବିହାରରୁ 5 ଜଣ, ଜୟଦେବ ବିହାର ଦୂରଦର୍ଶନ କଲୋନୀରୁ 5ଜଣ, ଝାରପଡା ଜଗନ୍ନାଥ ବିହାରରୁ 3 ଜଣ, 4ଜଣ ପୋଲିସ୍‌ ଷ୍ଟାଫ୍‌, 3 ଜଣ ଟ୍ରାଫିକ୍‌ ଷ୍ଟାଫ୍‌ ରହିଛନ୍ତି । ସେହିପରି 84 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ବରଗଡ ବ୍ରିଟ୍‌ କଲୋନୀରୁ 6ଜଣ, ଶହୀଦନଗରରୁ 2 ଜଣ,ବାଣୀବିହାରରୁ 3 ଜଣ, ଗଜପତି ନଗରରୁ 4 ଜଣ, ଆଚାର୍ଯ୍ୟବିହାର, ସୁବାସ ନଗର ବସ୍ତି, ସତ୍ୟସାଇ ଏନକ୍ଲେଭ୍‌, ଶ୍ରୀଖରଚଣ୍ଡୀ ନଗର, ପଟିଆ ଫେଜ୍‌-1,…

Read More

ରମେଶ ମହାନ୍ତି ଜଗତସିଂହପୁର : ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଗରାମ ପଞ୍ଚାୟତ ସ୍ଥିତ ଡେଙ୍ଗାପୋଲ ଠାରେ ଆଜି ପ୍ରୟାସ ଯୁବସଂଗଠନ ତରଫରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୧୦ଟା ବେଳେ ଡେଙ୍ଗାପୋଲ ବଜାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କରୋନା ମହାମାରୀ କବଳରୁ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖିବେ ଏନେଇ ସଚେତନ କରାଯାଇଥିଲା। ଘରୁ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧି ବାହାରିବେ,ବାରମ୍ବାର ହାତ ଧୋଇବା ସହ ସାମାଜିକ ଦୂରତ୍ୱ ରକ୍ଷାକରି ଚଳପ୍ରଚଳ ହେଲେ ନିଜେ ସୁରକ୍ଷିତ ରହିପାରିବେ ବୋଲି ପରାମର୍ଶ ଦିଆଯିବା ସହିତ ସାଧାରଣ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ଏଥିସହିତ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କର ତ୍ୟାଗ ଓ ସେବାକୁ ପ୍ରଶଂସା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରୟାସ ଯୁବ ସଂଗଠନର ଆବାହକ ମହେନ୍ଦ୍ର ଲାଲ୍ ଜେନାଙ୍କ ସମେତ ଅଭିମନ୍ୟୁ ଓଝା, ବାବୁ ନାଥ, ଶିବ ପ୍ରସାଦ ରାଉତ, ହରେକୃଷ୍ଣ ବାରିକ,…

Read More

ମୁମ୍ବାଇ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଆରଆଇଏଲର ଅଂଶଧନ ମୂଲ୍ୟରେ ଲଗାତାର ହ୍ରାସ କାରଣରୁ ମୁକେଶ ଅମ୍ବାନୀ ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଏଲନ ମସ୍କଙ୍କ ଟେସଲାର ଅଂଶଧନ ମୂଲ୍ୟ ଏବଂ ବର୍ଣ୍ଣାର୍ଡ ଅଣ୍ଣଲ୍ଟଙ୍କ ଲୁଇ ଭେଟନର ଅଂଶଦନ ମୂଲ୍ୟରେ ବୃଦ୍ଧି ଘଟିବାରୁ ଉଭୟ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହା ସହିତ ଅମ୍ବାନୀ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ବର୍ତ୍ତମାନ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ 78.3 ବିଲିୟନ୍ ଡଲାର ରହିଛି । 63 ବର୍ଷୀୟ ଅମ୍ବାନୀ ଏକମାତ୍ର ଭାରତୀୟ ତଥା ଏସୀୟ ବ୍ୟକ୍ତି ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । (ଏଜେନ୍ସି)

Read More

କଟକ : ଆଜି କଟକ ସହରରୁ 79ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି । ମୋଟ୍‌ 79ଜଣଙ୍କ ମଧ୍ୟରୁ କଣ୍ଟେନମେଣ୍ଟରୁ 56 ଜଣ ଓ 23ଟି ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଛି। କଣ୍ଟେନମେଣ୍ଟ ଜୋନ୍‌ରୁ 31 ଜଣ ଚିହ୍ନଟ ହୋଇଥିବାବେଳେ ସରକାରୀ କ୍ବାରେଣ୍ଟାଇନ୍‌ରୁ 12 ଜଣ,ହୋମ୍‌ କ୍ବାରେଣ୍ଟାଇନ୍‌ରୁ 13 ଜଣ ଚିହ୍ନଟ ହୋଇଛନ୍ତି । ନୂଆ ନିମ୍ବା ସାହି, ଚାଉଳିଆ ଗଞ୍ଜରୁ କଣ୍ଟେନମେଣ୍ଟ ଜୋନ୍‌ରୁ  31 ଜଣ ଚିହ୍ନଟ ହୋଇଛନ୍ତି । ଏହି 31 ଜଣ ଆକ୍ରାନ୍ତଙ୍କ ମଧ୍ୟରେ 15ଜଣ ପୁରୁଷ ଓ 16 ଜଣମହିଳା ରହିଛନ୍ତି । ପିଲିଗ୍ରିମ୍‌ ରୋଡ୍‌ରୁ 10 ଜଣ ଚିହ୍ନଟ ହୋଇଛି । ଆଜି ଚିହ୍ନଟ 23 ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ମହାନଦୀ ବିହାରରୁଜଣେ, ବକ୍ସି ବଜାରରୁ ଜଣେ କୋଭିଡ୍‌ ଯୋଦ୍ଧା, ରାଜେନ୍ଦ୍ର ନଗରରୁ କୋଭିଡ୍‌ ଯୋଦ୍ଧା ରହିଛନ୍ତି । ପୁରୀଘାଟରୁ ଜଣେ ମହିଳା, ସିଡିଏ ସେକ୍ଟର-6ରେ ଜଣେ ମହିଳା, ସିଡିଏ ସେକ୍ଟର-6ରୁ ଜଣେ…

Read More

ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଆଜି ଚାରି ଖେଳାଳିଙ୍କ ନାମ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ସୁପାରିଶ କରାଯାଇଛି। ଭାରତୀୟ ଷ୍ଟାର କ୍ରିକେଟର ରୋହିତ ଶର୍ମା, ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ହାସଲକାରୀ ବିନେଶ ଫୋଗଟ, ଟେବୁଲ ଟେନିସ୍ ଷ୍ଟାର ମଣିକା ବାତ୍ରା ଏବଂ ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ହାଇ ଜମ୍ପର ମରିୟାପ୍ପାନ ଥଙ୍ଗାଭେଲୁଙ୍କୁ କମିଟି ପକ୍ଷରୁ ମନୋନୀତ କରାଯାଇଛି । କେନ୍ଦ୍ରୀୟ କମିଟିର 12 ଜଣ ସଦସ୍ୟ ଏହି ଖେଳାଳିଙ୍କୁ ମନୋନୀତ କରିଛନ୍ତି ।

Read More

ନୂଆଦିଲ୍ଲୀ : ଭିଭୋ  ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରିବା ପରେ ଆଇପିଏଲ୍‌ 2020ର କିଏ ଟାଇଟଲ୍‌ ପ୍ରାୟୋଜକ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।  ତେବେ ସମସ୍ତ କଳ୍ପନା ଜଳ୍ପନାକୁ ଶେଷ କରି ଆଇପିଏଲ୍‌ 2020 ଟାଇଟଲ୍‌ ପ୍ରାୟୋଜକର ବାଜି ମାରିନେଇଛି ଡ୍ରିମ୍‌ -11 । ଏନେଇ ସୂଚନା ଦେଇଛନ୍ତି ଆଇପିଏଲ୍‌ ଚେୟାରମ୍ୟାନ୍‌ ବ୍ରିଜେଶ ପଟେଲ୍‌ । ଆଇପିଏଲ୍‌2020ର ଟାଇଟଲ୍‌ ପ୍ରାୟୋଜକ ବାବଦକୁ 222 କୋଟି ଦେବ ଡ୍ରିମ୍‌ -11 । ଆଇପିଏଲ୍‌ 2020ର ଟାଇଟଲ୍‌ ପ୍ରାୟୋଜକ ପାଇଁ ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ  ସହ ପତଞ୍ଜଳି ଓ ଅନଲାଇନ୍‌ ସପିଂ କମ୍ପାନୀ ଆମାଜନ୍‌ ମଧ୍ୟ ଏହି ଦୌଡ଼ରେ ରହିଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ଡ୍ରିମ୍‌ -11ଏହି ବାଜି ମାରି ନେଇଛି । ସୂଚନାଯୋଗ୍ୟ, ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍‌କୁ 440 କୋଟି ଟଙ୍କା ଆଇପିଏଲ୍‌ ବୋର୍ଡକୁ ପ୍ରଦାନ କରିଥାଏ।…

Read More

ଝାଡଖଣ୍ଡ : ଝାଡଖଣ୍ଡରେ ଷରେଇକଳା – ଖରସୁଆଁ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଅନ୍ଧବିଶ୍ବାସ ସାମ୍ନାକୁ ଆସିଛି । ଏଠାରେ ଜଣେ  ଶାଶୁ ନିଜ ବୋହୂ ଘରୁ ନିଖୋଜ ହୋବ ପରେ ଶାଶୁ ଜଣକ ନିଜ ଜିଭ କାଟି ଭଗବାନଙ୍କ ଶିବ ଶଙ୍କର ଫଟୋ ସାମ୍ନାରେ ଅର୍ପଣ କରିଛନ୍ତି । ଏପରି କରିବା ଦ୍ବାରା ତାଙ୍କ ବୋହୂ ଘରକୁ ଫେରିଆସିବେ ବୋଲି ଶାଶୁ ଜଣକ କହିଛନ୍ତି । ଏହା ପରେ ମହିଳା ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସଢେଇକଳା ଖରସୁଆଁ ଜିଲ୍ଲାର ଆରଆଇଟି ପୋଲିସ୍‌ ଷ୍ଟେସନର ଏନ୍‌ଆଇଟି ପରିସରରେ ଘଟିଛି । ପୋଲିସ ସୂଚନାନୁସାରେ ସମ୍ପୃକ୍ତା ମହିଳା ଜଣକ ବୋହୂ ଅଗଷ୍ଟ 14 ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ସନ୍ତାନ ସହିତ କୁଆଡେ ପଳାଇଯାଇଛନ୍ତି । ଏହା ପରେ ବୋହୂଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କର ଠିକଣା ନ ମିଳିବା ପରେ ଶାଶୁ ଜଣକ ଏପରି…

Read More

ଜମ୍ମୁକାଶ୍ମୀର : ପ୍ରାୟ ପାଞ୍ଚ ମାସ ପରେ ରବିବାର ଦିନ ମାତା ବୈଷ୍ଣୋଦେବୀଙ୍କର ଯାତ୍ରା ଆରମ୍ଭ ହୋଇଛି । କିନ୍ତୁ ଏହି ଯାତ୍ରା ଆରମ୍ଭ ରୁ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ବୈଷ୍ଣୋ ଦେବୀ ମନ୍ଦିର ପରିସରରେ କରୋନା ବ୍ୟାପିବାରେ ଲାଗିଛି । ପ୍ରଦେଶର ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ପରିସଂଖ୍ୟାନ ଅନୁସାରେ ସୋମବାର ସନ୍ଧ୍ୟାରେ ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ 22ଟି ନୂତନ କରୋନା ମାମଲା ସାମ୍ନାକୁ ଆସିଛି । ଏହା ପୂର୍ବରୁ ରବିବାର ଦିନ ପ୍ରାୟ 20ଟି ସଂକ୍ରମଣ ମାମଲା ସାମ୍ନକୁ ଆସିଥିଲା । ମିଳିଥିବା ସୂଚନା ଅନୁସାରେ ମନ୍ଦିର ପରିସରର ତିନି ପୂଜାରୀ, ଚାରି ପୋଲିସ୍‌ କର୍ମୀ, ମାତା ବୈଷ୍ଣୋଦେବୀ  ସ୍ରାଇନ୍‌ ବୋର୍ଡର ଆଟେଣ୍ଡାଣ୍ଟ  ଓ ସୁରକ୍ଷା କର୍ମୀ ସାମିଲ୍‌ ରହିଛନ୍ତି ।  ମନ୍ଦିର ପରିସରରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ସ୍ରାଇନ୍‌ ବୋର୍ଡ ଭବନରେ ହିଁ କୋଭିଡ୍‌ କେୟାରର ବ୍ୟବସ୍ଥା ଆରମ୍ଭକରିବା…

Read More

ଭୁବନେଶ୍ବର : ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଥର ଗଣେଶ ପୂଜା ବନ୍ଦ ହେବ ବୋଲି ସୂଚନା ଦେଇଛନ୍ତି । ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍‌ ଯାଞ୍ଚ କରାଯିବ । ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ ପୂଜା ହୋଇପାରିବନି ବୋଲି ସୂଚନା ଦେଇଛନ୍ତି । କୋଭିଡ୍‌ ଟେଷ୍ଟ ବୃଦ୍ଧି କରି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବ । ଦରକାର ପଡିଲେ ସଟ୍‌ଡାଉନ୍‌ ପରି କଠୋର ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଣେଶ ଉତ୍ସବ ଅନୁଷ୍ଠିତ ହେବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଜାରି କରିଛନ୍ତି । ଗଣେଶ ପୂଜା ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ ।…

Read More

ଗୌତମବୁଦ୍ଧନଗର : ସବୁଠୁ ବିଶ୍ବସ୍ତ ପ୍ରାଣୀ ହେଉଛନ୍ତି କୁକୁର । କୁକୁରକୁ ସମେସ୍ତ ଘରେ ପୋଷିବାକୁ ଭଲପାଇଥାନ୍ତି । ତେବେ ଆପଣ ଯଦି କୁକୁର ପ୍ରେମୀ ତେବେ ଜାଣି ରଖନ୍ତୁ ଏବେ କୁକୁରକୁ ପାଳିବା ବଡ ମହଙ୍ଗା ସାବ୍ୟସ୍ତ ହେବ । ଏଥିପାଇଁ ସରକାର ନୂଆ ଯୋଜନା ଆଣିଛନ୍ତି । ତେବେ ଆସନ୍ତୁ ଜାଣିବା କୁକୁର ପାଇଁ କେଉଁଠି ଓ କ’ଣ ଯୋଜନା ପ୍ରସ୍ତୁତ ହୋଇଛି । ନୋଏଡା ପ୍ରାଧିକରଣ ଏବେ କୁକୁର ପାଳନକୁ ନେଇ ଏକ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ଏବେ କୁକୁର ପାଳିବା ପାଇଁ ଏକ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ରେଜିଷ୍ଟ୍ରେସନ ଫିସ୍‌ 500ଟଙ୍କା ରହିଛି । ଏହାସହିତ ଏହି ରେଜିଷ୍ଟ୍ରସେନକୁ ପ୍ରତ୍ୟେକ ବର୍ଷ ନବୀକରଣ କରିବାକୁ ପଡିବ । ଯଦି କେହି ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ନକରନ୍ତି ତେବେ ସମ୍ପୃକ୍ତ ମାଲିକଙ୍କୁ ଜରିମାନା ଦେବାକୁ ପଡିବ । ଏହି ଯୋଜନାକୁ ପେଟ୍‌…

Read More

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆଉ ଜଣେ ମନ୍ତ୍ରୀ କରୋନାରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅତୁଲ ଗର୍ଗଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ଏହାପରେ ତାଙ୍କୁ ଆଇସୋଲେସନ୍‌ କରାଯାଇଛି । ଅତୁଙ୍କୁ ମିଶାଇ ଯୋଗୀ ସରକାରଙ୍କ 9ଜଣ ମନ୍ତ୍ରୀ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଯୋଗୀ ସରକାରଙ୍କ ଦୁଇ ମନ୍ତ୍ରୀ କମଲ ରାଣୀ ବରୁଣ  ଓ ଚେତନ୍‌ ଚୌହାନଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଯୋଗୀ ସରକାରଙ୍କ ମୋଟ୍‌ ଆଠ ଜଣ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ, ଗ୍ରାମ୍ୟ ବିକାଶ ମନ୍ତ୍ରୀ, ରାଜେନ୍ଦ୍ର ପ୍ରତାପ ସିଂ ଓରଫ ମୋତି ସିଂହ, ବିଧି ଏବଂ ନ୍ୟାୟ ମନ୍ତ୍ରୀ ବ୍ରଜେଶ ପାଠକ, ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହ, ଆୟୁଷ ରାଜମନ୍ତ୍ରୀ (ସ୍ବତନ୍ତ୍ର ପ୍ରଭାର) ଧରମ ସିଂହ ସୈନୀ, ଖେଳ…

Read More

ଭୁବନେଶ୍ବର :  ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି 9 ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମରୁ ସର୍ବାଧିକ 3 ଜଣଙ୍କ ମୃତ୍ୟୁହୋଇଥିବାବେଳେ ରାୟଗଡାରୁ 2, ସମ୍ବଲପୁର, ମାଲକାନଗିରି, ଖୋର୍ଦ୍ଧା ଓ ବାଲେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 362କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ଏହା 158, ଖୋର୍ଦ୍ଧାରେ 49, ରାୟଗଡାରେ 17, ସମ୍ବଲପୁରରରେ 8, ମାଲକାନଗିରିରରେ 3 ଓ ବାଲେଶ୍ବରରେ କରୋନାଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍‌ 2 ହଜାର 239ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 419 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 246, ନୟାଗଡରୁ 147, ବାଲେଶ୍ବରରୁ 130, ରାୟଗଡାରୁ 120 କଟକରୁ 117, କୋରାପୁଟରୁ 91, କନ୍ଧମାଳରୁ 90, ମୟୂରଭଞ୍ଜରୁ 80, ଯାଜପୁରରୁ 75,  ଭଦ୍ରକରୁ 73, କେଉଁଝରରୁ 72,  ବଲାଙ୍ଗିରରୁ 66, ସୁନ୍ଦରଗଡରୁ 64, ମାଲ୍‌କାନଗିରିରୁ 55, ବୌଦ୍ଧ ଓ ସମ୍ବଲପୁରରୁ 53ଜଣ ଲେଖାଏଁ ରହିଥିବାବେଳେ ବରଗଡରୁ 51, ଗଜପତିରୁ 42, ପୁରୀରୁ 40, ଢେଙ୍କନାଳରୁ 36, ଜଗତସିଂହପୁରର 26, ସୋନପୁରରୁ 24, କଳାହାଣ୍ଡିରୁ 21,  ଝାରସୁଗୁଡାରୁ 13, ନବରଙ୍ଗପୁରରୁ 14, ନୂଆପଡାରୁ 8,  କେନ୍ଦ୍ରାପଡାରୁ 7, ଅନୁଗୁଳରୁ 6 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 2 ହଜାର 239 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1416ଜଣ ଚିହ୍ନଟ ହୋଇଥିବାବେଳେ 823ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  64ହଜାର533କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 20 ହଜାର 339ଜଣ । ସେହିପରି ସୁସ୍ଥ ହୋଇଛନ୍ତି 43 ହଜାର 779ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 353ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ :  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ନୂଆଦିଲ୍ଲୀ ସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି । ଏକ ଡାକ୍ତରୀ ଦଳ ତାଙ୍କର ନିରୀକ୍ଷଣ କରୁଛନ୍ତି । ନିକଟରେ ଅମିତ୍‌ ଶାହା କରୋନାକୁ ମାତ୍‌ ଦେଇଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି । ଡକ୍ଟର ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଗତକାଲି ରାତ୍ରି 2ଟା ସମୟରେ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କୁ ପୁରୁଣା ପ୍ରାଇଭେଟ୍‌ ଓ୍ବାର୍ଡରେ ରଖଶଯାଇଛି । ତାଙ୍କ ନିକଟରେ ହାଲ୍‌କା ଜ୍ବର ରହିଥିବାର ଜଣାପଡିଛି । ସୂଚନାଯୋଗ୍ୟ, ଅଗଷ୍ଟ 14ରେ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ପରେ ମେଦାନ୍ତ ହସ୍ପିଟାଲରୁ ଆସି ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ ଶାହା । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 55 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 55ହଜର 79 ଜଣ ଆକ୍ରାନ୍ତ ହୋଇଥିବାବେଳେ 876 ଜଣଙ୍କର ମୃତ୍ୟୁହୋଇଛି ।  ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ ଅତିକ୍ରମ କରିଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 2 ହଜାର 742ରେ ପହଞ୍ଚିଥିବାବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 51 ହଜାର 797ରେ ପହଞ୍ଚିଛି ।  ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 73 ହଜାର 166 ରହିଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି 19 ଲକ୍ଷ 77 ହଜାର 779 ଜଣ । ଦେଶରେ କରୋନା ଟେଷ୍ଟ କ୍ଷମତା ବଢାଯାଇଛି । ଦିନକରେ ସାତ ଲକ୍ଷରୁ ଅଧିକ ନମୁନା…

Read More

ନୂଆଦିଲ୍ଲୀ: ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ଲାଗି ଭାରତ ଏବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଗତ 24 ଘଣ୍ଟା ମଧ୍ୟରେ 57,584 ଜଣ କୋଭିଡ-19 ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଆଜି ଦେଶରେ ଗୋଟିଏ ଦିନର ସର୍ବାଧିକ ଆରୋଗ୍ୟ ସଂଖ୍ୟା  ପଞ୍ଜୀକୃତ ହୋଇଛି। ଏହି 72% ମାଇଲଖୁଣ୍ଟକୁ ସଫଳତାର ସହ ଅତିକ୍ରମ କରିବା ଭାରତର ଆରୋଗ୍ୟ ହାରକୁ ଆହୁରି ଉନ୍ନତ କରିଛି। ଏହାକୁ ପ୍ରଭାବଶାଳୀ ଆବଧାଞ୍ଚଳ କୌଶଳ, ଦୃଢ ଏବଂ ବିସ୍ତୃତ ପରୀକ୍ଷଣ, ଜଟିଳ ରୋଗୀଙ୍କ ଉନ୍ନତ ମାନର ଚିକିତ୍ସା ପରିଚାଳନା ସହିତ ସଫଳ ତଥା ସମନ୍ୱିତ କାର୍ଯ୍ୟକାରିତାର ଫଳ ଭାବେ ବିବେଚନା କରାଯାଉଛି। କୋଭିଡ-19 ରୋଗୀଙ୍କୁ ସାମାନ୍ୟ, ମଧ୍ୟମ ଏବଂ ଜଟିଳ ଭାବେ ବିଭକ୍ତ କରିବା ପାଇଁ ଭାରତ ଏକ ଚିକିତ୍ସା ମାନକ ଅନୁସରଣ କରିଛି ଯାହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଚିକିତ୍ସା ପରିଚାଳନା ନିୟମାବଳୀରେ ସ୍ପଷ୍ଟ ଭାବରେ ସୂଚିତ କରାଯାଇଛି।…

Read More

ପଦ୍ମପୁର, ବରଗଡ ଜିଲ୍ଲାର ପଦ୍ମପୁର ପୋଲିସ ବିପୁଳ ପରିମାଣର ଔଷଧ, କଫ ସିରାପ୍ , ଇଂଜେକ୍ସନ ଏବଂ ଟାବଲେଟ ଜବତ କରିଛି। ଏଥିରେ 5ଶହ ବୋତଲ କୋରେକ୍ସ, 4 ହଜାର ପ୍ୟାକେଟ ନିଟ୍ରୋସନ ଟାବେଲଟ ଏବଂ ଦୁଇ ହଜାରଟି ପେଣ୍ଟାଜୋସିନ ଇଂଜେକସନ ଅଛି। ଖବର ଅନୁସାରେ ଦୁଇଟି ଗାଡିରେ ବିପୁଳ ପରିମାଣର କଫ ସିରାପ ବିକ୍ରି ପାଇଁ ଯାଉଥିବାର ପୋଲିସ ପାଖକୁ ସୂଚାନା ଆସିଥିଲା। ସେହି ସୂଚନା ଆଧାରରେ ପଦ୍ମପୁର ପୋଲିସ ରାସ୍ତା ବ୍ଲକ କରି ଯାଞ୍ଚ କରି ଏହି ଗାଡିକୁ ଜବତ କରିଥିଲା। ଏହି ମାମଲାରେ ପୋଲିସ 8 ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ଗାଡି ଜବତ କରିଛି।

Read More

ମାଲାକାନାଗିରି, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ଓଡିଶାର ବିଭିନ୍ନ ନଦୀର ଜଳପତନ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମାଲାକାନାଗିରିର ସାବେରୀ ନଦୀ ଫୁଲିବାରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଏହି ନଦୀ ବୋଝାଗୁଡାଠାରେ ପାଣି ମାଡିଯିବାରୁ ପୋଡିଆ ବ୍ଲକର କେତେକ ଗାଁ ଜଳମଗ୍ନ ହୋଇପଡିଥିଲା। କେତେକ ଲୋକେ ପାଣିଘେରରେ ରହିଯାଇଥିଲେ। ଫଳରେ ପୋଡିଆ ଏବଂ ମାଲାକାନାଗିରି ଅଗ୍ନିଶମ ବିଭାଗ 45 ଜଣଙ୍କୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ମଧ୍ୟ ସେଠାକାର ପରିସ୍ଥିତିରେ କୌଣସି ସୁଧାର ଆସି ନାହିଁ।

Read More

ନୂଆଦିଲ୍ଲୀ, ଜାତୀୟ ଟିକା ବିଶେଷଜ୍ଞ ଗୋଷ୍ଠୀ ଆଜି ଅଗ୍ରଣୀ ଘରୋଇ ଟିକା ଉତ୍ପାଦନକାରୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁଣେ; ଭାରତ ବାୟୋଟେକ, ହାଇଦ୍ରାବାଦ; ଜାଇଡସ କାଡିଲା, ଅହମ୍ମଦାବାଦ; ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ, ପୁଣେ; ଏବଂ ବାୟୋଲୋଜିକାଲ ଇ, ହାଇଦ୍ରାବାଦଙ୍କୁ ଭେଟିଛନ୍ତି । ଏହି ବୈଠକ ଅତି ଫଳପ୍ରଦ ଥିଲା । ବୈଠକରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ଵଦେଶୀ ଉତ୍ପାଦନକାରୀଙ୍କ ଦ୍ଵାରା ବିକଶିତ ବିଭିନ୍ନ ଟିକାର ବର୍ତ୍ତମାନ ସ୍ଥିତି ତଥା କେନ୍ଦ୍ର ସରକାରଙ୍କ ଠାରୁ ସେମାନେ କଣ ଆଶା କରୁଛନ୍ତି ସେ ବିଷୟରେ ସୂଚନା ପାଇଥିଲେ ।

Read More