Author: Samikhsya Bureau

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ ପୁଣି ଥରେ ସୁରକ୍ଷାବଳଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ସୋମବାର ଦିନ ବାରମୂଳା ଜିଲ୍ଲାର କ୍ରେଇରୀ ଅଞ୍ଚଳରେ ପୋଲିସ୍‌ ଓ ସିଆରପିଏଫ୍‌ ପାଟ୍ରୋଲିଂ ପାର୍ଟି  ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆତଙ୍କୀ ଆକ୍ରମଣରେ ଜମ୍ମୁକାଶ୍ମୀର ପୋଲିସ୍‌ର ଜଣେ ସ୍ପେଶାଲ୍‌ ଅଫିସରଙ୍କ ସମେତ ଦୁଇ ସିଆରପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଆଜି ସକାଳୁ ସକାଳୁ ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ଓ ପୋଲିସ ଟିମ୍ ଉପରେ ଆତଙ୍କବାହୀ ହମଲା କରିଥିଲେ । ଆଖିବୁଜା ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀର ପାଲଟା ଆକ୍ରମଣରେ ଛତ୍ରଭଙ୍ଗ ଦେଇଥିଲେ ଆତଙ୍କବାଦୀ। (ଏଜେନ୍ସି)

Read More

ଭୁବନେଶ୍ବର : ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି ଦଶ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁହୋଇଥିବାବେଳେ ବରଗଡ, କଟକ, ଗଞ୍ଜାମ, ପୁରୀ,ସୁନ୍ଦରଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 353କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ଏହା 155, ଖୋର୍ଦ୍ଧାରେ 48, କଟକରେ 18, ସୁନ୍ଦରଗଡରେ 22, ରାୟଗଡାରେ 15 ଓ ବରଗଡରେ କରୋନାଜନିତ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି 29ଟି ଜିଲ୍ଲାରୁ ମୋଟ୍‌ 2 ହଜାର 224ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 311 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 243, କଟକରୁ 194, ରାୟଗଡାରୁ 160, ବାଲେଶ୍ବରରୁ 142, ସୁନ୍ଦରଗଡରୁ 136, କନ୍ଧମାଳ 12, ଭଦ୍ରକରୁ 104,  ମାଲକାନଗିରିଓ ଯାଜପୁରରୁ 98 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 94, ମୟୂରଭଞ୍ଜରୁ 91, ପୁରୀରୁ 68କଳାହାଣ୍ଡିରୁ 67,  ବୌଦ୍ଧରୁ 49,  ବଲାଙ୍ଗିରରୁ 37, ବରଗଡ ଓ ସମ୍ବଲପୁରରୁ 35, କେନ୍ଦ୍ରାପଡାରୁ 27, ନବରଙ୍ଗପୁରରୁ 21,  ଢେଙ୍କାନାଳରୁ 18,  ଜଗତସିଂହପୁରରୁ 16 ଅନୁଗୁଳରୁ 15, କେଉଁଝରରୁ ଓ ନୟାଗଡରୁ 13ଜଣ ଲେଖାଏଁ ରହିଛନ୍ତି ।  ଝାରସୁଗୁଡାରୁ12, ସୋନପୁରରୁ 11, ନୂଆପଡାରୁ 9, ଗଜପତିରୁ 6ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  2 ହଜାର 224 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1390ଜଣ ଚିହ୍ନଟ ହୋଇଥିବାବେଳେ 854ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  62ହଜାର294କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 19 ହଜାର 612 । ସେହିପରି ସୁସ୍ଥ ହୋଇଛନ୍ତି 42 ହଜାର 276ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 353ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ସମ୍ବଲପୁର : ହୀରାକୁଦ ଡ୍ୟାମର 12ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରେ ବର୍ଷା କାରଣରୁ ଡ୍ୟାମର 12ଟି ଗେଟ ଖୋଲାଯାଇଛି । ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା 630 ଘନଫୁଟ ହୋଇଥିବା ବେଳେ ବର୍ତ୍ତମାନ ଜଳସ୍ତର 615.41 ଘନ ଫୁଟ ରହିଛି । ବର୍ତ୍ତମାନ ଡ୍ୟାମ୍ ମଧ୍ୟକୁ 2 ଲକ୍ଷ 4 ହଜାର 79 କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ  1ଲକ୍ଷ 93 ହଜାର 453କ୍ୟୁସେକ ଜଳ ନିଷ୍କାଷିତ ହେଉଛି।

Read More

ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ବିଗତ 24 ଘଣ୍ଟା ମଧ୍ୟରେ 57 ହଜାର 982ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 26 ଲକ୍ଷ 47 ହଜାର 664ରେ ପହଞ୍ଚିଛି । ସେହିପରି ବିଗତ 24 ଘଣ୍ଟା ମଧ୍ୟରେ 941 ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 50 ହଜାର 921ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ସୁସ୍ଥ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 19ଲକ୍ଷ 19ହଜାର 842ରେ ପହଞ୍ଚିଛି । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 76ହଜାର 900ରହିଛି । ମହାରାଷ୍ଟ୍ରରେ ସର୍ବାଧିକ 20 ହଜାର 37 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ ମୃତ୍ୟୁ ସଂଖ୍ୟା 5 ହଜାର 766 ହୋଇଥିବାବେଳେ ଦିଲ୍ଲୀରେ 4ହଜାର…

Read More

କେଦାର ମିଶ୍ର ୨୫, ମଇ, ୨୦୦୯ରେ “ଫେସବୁକ” ରେ ମୁଁ ମୋର ପ୍ରଥମ ପୋଷ୍ଟିଂ କରିଥିଲି। ସେତେବେଳେ ଛତିଶଗଡ ସରକାର ବିଶିଷ୍ଟ ମାନବାଧିକାର କର୍ମୀ ବିନାୟକ ସେନଙ୍କୁ ମାଓବାଦୀ ଲିଙ୍କ ସନ୍ଦେହରେ ଗିରଫ କରିଥାନ୍ତି। ଏହି ଗିରଫଦାରୀ ପ୍ରତିବାଦରେ ସାରା ଦେଶରେ ସେତେବେଳେ ତୀବ୍ର ପ୍ରତିବାଦ ହେଉଥାଏ। ବିନାୟକ ସେନଙ୍କ ତରଫରୁ ମାଗଣାରେ ମକଦ୍ଦମା ଲଢିବାକୁ ପ୍ରଖ୍ୟାତ ଓକିଲ ସ୍ଵର୍ଗତ ରାମ ଜେଠମଲାନି ଘୋଷଣା କରିଥାନ୍ତି। ସ୍ଵର୍ଗତ ଜେଠମଲାନି ଯେହେତୁ ଉଭୟ ବିଜେପି ଓ ଶିବସେନାର ରାଜ୍ୟସଭା ସଦସ୍ୟ ରହି ସାରିଥିଲେ, ତେଣୁ ତାଙ୍କୁ ସେତେବେଳେ କେହି “ଅର୍ବାନ ନକ୍ସଲ” କହୁନଥିଲେ। ଆମେ ସବୁ ସେତେବେଳେ ୟୁପିଏ-୨ ସରକାର ବିରୋଧରେ ପ୍ରବଳ ଲେଖୁଥିଲୁ। “ଫେସବୁକ” ଆସିବା ପରେ ଆମକୁ ଲାଗିଥିଲା, ଆମ ଲାଗି ଏକ ମୁକ୍ତ ମଞ୍ଚ ମିଳିଗଲା। ମୁଖ୍ୟଧାରାର ଗଣମାଧ୍ୟମରେ ସବୁବେଳେ ଏକ ସୀମା ରହୁଥିଲା। ତେଣୁ ସୋସିଆଲ ମିଡିଆ ଆମ ଲାଗି ସେତେବେଳେ ସ୍ବାଧିନତାର ଏକ ନୂଆ ଆବିଷ୍କାର…

Read More

ଚେନ୍ନାଇ : କରୋନା ଯୋଗୁଁ ଚେନ୍ନାଇରେ ବନ୍ଦ ଥିବା ମଦ ଦୋକାନଗୁଡ଼ିକ ପୁଣି ଥରେ ଖୋଲିବାକୁ ଯାଉଛି । ତାମିଲନାଡୁ ସରକାର ରବିବାର କହିଛନ୍ତି, ମଦ ଦୋକାନଗୁଡ଼ିକ ଆସନ୍ତା ୧୮ ତାରିଖ ଠାରୁ ପୁଣି ଥରେ ଖୋଲିବ । କିନ୍ତୁ କଣ୍ଟେନମେଣ୍ଟ ଜୋନ ଓ ମଲରେ ଥିବା ମଦ ଦୋକାନଗୁଡ଼ିକ ବନ୍ଦ ରହିବ । ପ୍ରାୟ 5 ମାସ ପରେ ମଦ ଦୋକାନ ଖୋଲା ହେବାକୁ ଯାଉଥିବାବେଳେ ଗ୍ରାହକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି । ସେହିପରି ଏତେ ଦିନ ପରେ ମଦ ଦୋକାନ ଖୋଲା ଯାଉଥିବାରୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ୍‌ ନିୟମକୁ ଏଠାରେ କଡାକଡି କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ମଦ ଦୋକାନଗୁଡିକ ସକାଳ 10ଟାରୁ ସନ୍ଧ୍ୟା 7ଟା ଯାଏଁ ଖୋଲା ରହିବ । ମଦ ପାଇଁ ଏଠାରେ ଟୋକନ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତ୍ୟେହ କେବଳ 500ଟି ଟୋକାନ ଜାରି କରାଯାଇପାରିବ ବୋଲି ସୂଚନା ରହିଛି ।…

Read More

କୋରାପୁଟ : ବହୁଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜା କାଟୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି । ନେତ୍ରାନନ୍ଦଙ୍କ ମୃତ୍ୟୁ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜେଲ ଅଧୀକ୍ଷକଙ୍କ ସୂଚନା ଅନୁସାରେ, କୋରାପୁଟ ଜେଲରେ ଆଜୀବନ କଏଦୀ ଭାବେ ସଜା କାଟୁଥିବା ନେତ୍ରାନନ୍ଦଙ୍କ ଦେହ ହଠାତ ଗତକାଲି ରାତିରେ ଖରାପ ହୋଇଯାଇଥିଲା । ତାଙ୍କୁ ତୁରନ୍ତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ।

Read More

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି । ଫଳରେ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟ‌‌‌ର ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ୧୯ ତାରିଖ ଦିନ  ଆଉ ସାତୋଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକରେ ୟଲୋ ୱାର୍ଣ୍ଣି ଦିଆଯାଇଛି। ୧୮ ତାରିଖ ଦିନ ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ୧୯ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମିତଙ୍କ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇବାରେ ଲାଗିଛି। ଏବେ ଭାରତରେ ଏହି ମୃତ୍ୟୁହାର ବିଶ୍ୱରେ ଅନ୍ୟତମ ସର୍ବନିମ୍ନ। ଆଜିସୁଦ୍ଧା ଏହି ହାର ୧.୯୩ ଶତାଂଶ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ୱିତ ଉଦ୍ୟମ ଫଳରେ କୋଭିଡ୍ ମୃତ୍ୟୁହାର କମିବାରେ ଲାଗିଛି ଏବଂ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। ଆମେରିକାରେ ୫୦ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପାଇଁ ୨୩ ଦିନ ଲାଗିଥିବାବେଳେ ବ୍ରାଜିଲରେ ଏହା ୯୫ ଦିନ ଓ ମେକ୍ସିକୋରେ ୧୪୧ ଦିନ। ଭାରତରେ ଏହି ମୃତ୍ୟୁସଂଖ୍ୟା ଟପିବା ପାଇଁ ୧୫୬ ଦିନ ଲାଗିଛି। କରୋନା ଆକ୍ରାନ୍ତଙ୍କୁ ହସପିଟାଲରେ ଚିକିତ୍ସା, ସ୍ୱଳ୍ପ ଆକ୍ରାନ୍ତଙ୍କୁ ଘରୋଇ ଏକାନ୍ତବାସରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ରଖିବା, ନନ୍‌ଇନ୍‌ଭେସିଭ ଅକ୍ସିଜେନ ସପୋର୍ଟ, ରୋଗୀଙ୍କ ଯିବା ଆସିବା ପାଇଁ ଉତ୍ତମ ଆମ୍ବୁଲାନ୍ସ ସେବା ଓ ଉପଯୁକ୍ତ ଚିକିତ୍ସା ଫଳରେ ଭାରତରେ କରୋନା ସଂକ୍ରମଣ ଏକପ୍ରକାର ନିୟନ୍ତ୍ରିତ ଅବସ୍ଥାରେ ରହିଛି।…

Read More

ନୂଆଦିଲ୍ଲୀ, ଦେଶର ସମସ୍ତ ସୀମାନ୍ତବର୍ତ୍ତୀ ଓ ତଟବର୍ତ୍ତୀ ଜିଲ୍ଲାଗୁଡିକର ଯୁବ ସମାଜର ଆକାଂକ୍ଷା ପୂରଣ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସିର ଏକ ବୃହତ୍ ସଂପ୍ରସାରଣ ଯୋଜନାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ସିସିର ଏହି ସଂପ୍ରସାରଣ ସଂପର୍କରେ ସୂଚନା ଦେଇଥିଲେ। ଏହି ସଂପ୍ରସାରିତ ଯୋଜନା ଅନୁସାରେ ଦେଶର ୧୭୩ଟି ସୀମାନ୍ତ ଓ ତଟବର୍ତ୍ତୀ ଜିଲ୍ଲାରୁ ଏକ ଲକ୍ଷ କ୍ୟାଡଟଙ୍କୁ ଏନ୍‌ସିସିରେ ଭର୍ତ୍ତି କରାଯିବ। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ ରହିବେ। ଏହିସବୁ ଜିଲ୍ଲାଗୁଡିକରେ ଏକ ହଜାରରୁ ଅଧିକ ସ୍କୁଲ ଓ କଲେଜକୁ ଏଥିପାଇଁ ଚିହ୍ନଟ କରାଯାଇଛି। ଏହିସବୁ ଶିକ୍ଷାନୁଷ୍ଠାନରେ ଏନ୍‌ସିସି ଆରମ୍ଭ କରାଯିବ। ଯୋଜନା ଅନୁସାରେ ବର୍ତ୍ତମାନର ୮୩ଟି ଏନସିସି ୟୁନିଟ ଉନ୍ନୀତ ହେବ। ସେଥିମଧ୍ୟରେ ସ୍ଥଳବାହିନୀର ୫୩, ନୌବାହିନୀର ୨୦ ଓ ବିମାନ ବାହିନୀର ୧୦ଟି ଲେଖାଏଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ମୋହନା ପୋଲିସ୍ ପକ୍ଷରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିବାବେଳେ ଏହା ଚାଲାଣ କରୁଥିବା ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ମୋହନା ଆର୍ ଉଦୟଗିରି ଏସ୍‌ଡ଼ିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଆଇଆଇସିଙ୍କ ନେତୃତ୍ୱରେ ଏସ୍‌ଆଇ ହେମନ୍ତ କୁମାର ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଲୁହାଗୁଡ଼ି ଏବଂ ଚାନ୍ଦପୁଟ ମଧ୍ୟରେ ଯିବା ଆସିବା ଗାଡ଼ିଗୁଡ଼ିକ ଯାଞ୍ଚ କରୁଥିଲେ। ଏହି ସମୟରେ ସେମାନେ ସଂଦେହରେ ଏକ ଟାଟା ଡ଼ାୟକର (ଓଡ଼ି ୦୫ ଜାଡ଼୍ ୯୪୪୪)କୁ ଅଟକାଇଥିଲେ। ଗାଡ଼ି ମଧ୍ୟରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିଲା। ମୋହନା ବିଡ଼ିଓଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରିବା ପରେ ଏହା ୩୯୧ କେଜି ୭୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଗାଡ଼ିର ଆର୍ ଉଦୟଗିରି ଥାନା ରଣଲଇ ଗ୍ରାମର ମାଲିକ ପାଉଲ ପାଣି ଏବଂ ଡ଼୍ରାଇଭର…

Read More

ଭୁବନେଶ୍ବର, ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ ଭାରତୀୟ ରେଳବାଇ ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ୫.୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିଛି । ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଏସବୁ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । କରୋନା ଦ୍ୱାରା ନିଯୁକ୍ତି ହରାଇ ନିଜ ନିଜ ରାଜ୍ୟକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଏସବୁ ୬ଟି ରାଜ୍ୟରେ ୨୯୮୮ କୋଟି ଟଙ୍କ ବ୍ୟୟରେ ପ୍ରାୟ ୧୬୫ଟି ରେଳବାଇ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୧,୨୯୬ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସେହିଭଳି ପ୍ରକଳ୍ପ କାର‌୍ୟ୍ୟକାରୀ କରୁଥିବା ଠିକାଦାମାନଙ୍କୁ ୧୩୩୬.୮୪ କୋଟି ଟଙ୍କା ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ରାଜ୍ୟରେ ଭାରତୀୟ ରେଳବାଇ ନୋଡାଲ ଅଧିକାରୀଙ୍କୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ପ୍ରଥମ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ତଥା ଓଡ଼ିଶାର ଦ୍ୱିତୀୟ କୋଭିଡ଼୍ ଯୋଦ୍ଧା ଡ଼ାକ୍ତର ଭାବେ ଭାଟକୁମରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ବି. କ୍ରିଷ୍ଣା (୪୫)ଙ୍କ କରୋନାରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଡା. ବି. କ୍ରିଷ୍ଣା ଗତ ୪ ତାରିଖରେ ପୁରୁଷୋତ୍ତମପୁର ବ୍ଲକ୍ ରାଣୀ ଗାଁରେ ଗାଁଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ୱାବ ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ୍ ଆସିବା ପରେ ୫ ତାରିଖ ଦିନ ଭୁବନେଶ୍ୱର କିମସ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିବାବେଳେ ରବିବାର ଦିନ ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ଜଣେ ଆଗଧାଡ଼ି କରୋନା ଯୋଦ୍ଧାଙ୍କ ମୃତ୍ୟୁପରେ ଗଂଜାମ ଜିଲ୍ଲା ତଥା ପୁରୁଷୋତ୍ତମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବି. କ୍ରିଷ୍ଣାଙ୍କ ମୃତ୍ୟୁ ପରେ ଆଜି ତାଙ୍କ ଶୋକାକୁଳ ପରିବାରକୁ ଭେଟିବାକୁ ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟଅଧିକାରୀ ଡା. ଉମା ମିଶ୍ର, ଏଡ଼ିଏମ୍ ଏବଂ କିଛି…

Read More

ଭୁବନେଶ୍ୱର, ରାଜଧାନୀର ୟୁନିଟ ୬ ସ୍ଥିତ ଡାକ୍ତର ମାନଙ୍କ ରହିବା ପାଇଁ ଥିବା କ୍ବାର୍ଟରର ଏକ ସୋଫା ଭିତରୁ ବାହାରିଲା ଏକ ସାପ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏକ ମୂଷାକୁ ଖାଇବା ପାଇଁ ସାପଟି ଘର ଭିତରକୁ ଆସି ସୋଫା ଭିତରେ ପଶିଯାଇଥିଲା। ହେଲେ କେହି ବି ଜାଣିପାରିଲେ ନାହିଁ। ସାପଟି ସୋଫା ଭିତରେ କେମିତି ପଶିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାଟି ଥିଲା ଏହିପରି। ସର୍ଜରୀ ସ୍ପେସିଆଲିଷ୍ଟ ଡାକ୍ତର ଭଗବାନ ସାହୁ ତାଙ୍କ ସୋଫା ରେ ପଡିଥିବା ଗଦି ତଳେ କଣ ଗୋଟିଏ ଚଳପ୍ରଚଳ କରୁଥିବା ଦେଖିଲେ। ମୂଷା ଭାବି ତାଙ୍କର ଘରୋଇ ସହାୟକ ବାଡ଼ିରେ ୨-୩ ପାହାର ସୋଫା ଉପରେ କଷି ଦେଲେ। ଭାବିଥିଲେ ଯେ ତଳ ପଟୁ କପଡା କୁ କାଟି ଉପର ପଟେ ଯାଇ ମୂଷା ଟି ପହଞ୍ଚିଲାଣି। ତେବେ ଉପରୁ ହାତ ମାରିବା ପରେ କପଡା ତଳେ କଣ ଗୋଟେ ସଲ…

Read More

ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟରେ ୧୫୫୦ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୩୫୫, ଖୁର୍ଦ୍ଧାରୁ ୨୪୧, ସୁନ୍ଦରଗଡରୁ ୧୧୮, କଟକରୁ ୯୯, ସମ୍ବଲପୁରରୁ ୮୯, ଢେଙ୍କାନାଳରୁ ୭୨, ମାଲକାନଗିରିରୁ ୬୪, ବାଲେଶ୍ବରରୁ ୬୩, କନ୍ଧମାଳରୁ ୬୨, ପୁରୀରୁ ୫୯, କୋରାପୁଟରୁ ୪୧, ମୟୂରଭଞ୍ଜରୁ ୩୯, ଭଦ୍ରକରୁ ୩୮, ଗଜପତିରୁ ୩୨, ବଲାଙ୍ଗୀରରୁ ୨୬, ରାୟଗଡାରୁ ୨୦, ଜଗତସିଂପୁରରୁ ୧୮, ଝାରସୁଗୁଡାରୁ ୧୭, ଯାଜପୁର, କେନ୍ଦୁଝର ଓ କେନ୍ଦ୍ରାପଡାରୁ ୧୬, ବୌଦ୍ଧରୁ ୧୫, କଳାହାଣ୍ଡି ଓ ନବରଙ୍ଗପୁରରୁ ୬, ବରଗଡ ଓ ସୋନପୁରରୁ ୫, ଅନୁଗୁଳରୁ ୪, ଓ ନୟାଗଡରୁ ୨ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକ ସଂଖ୍ୟା ୪୨,୨୭୬ ରେ ପହଞ୍ଚିଛି।

Read More

ଭୁବନେଶ୍ୱର : ମହାନ୍ ରାଷ୍ଟ୍ରପୁରୁଷ, ଦୂରଦ୍ରଷ୍ଟା, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ ଓ କାର୍ଯ୍ୟକତାଙ୍କ ସମେତ ସାରା ଓଡିଶାବାସୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ନେତୃବୃନ୍ଦ ସ୍ୱର୍ଗତଃ ଅଟଳଜୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଅଟଳଜୀ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ। ଉପସ୍ଥିତ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଓଡିଶାର ବିକାଶ କ୍ଷେତ୍ରରେ ସ୍ୱର୍ଗତଃ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ। ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ…

Read More

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଚେତନ ଚୌହାନ ଆଉ ନାହାଁନ୍ତି । କିଡ୍‌ନୀ ସଂକ୍ରମଣ ଯୋଗୁଁ ଗୁରୁତର ହେବା ପରେ ତାଙ୍କୁ ଗୁରୁଗାଓଁସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ମାସରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ପରେ କରୋନାରୁ ସୁସ୍ଥ ହୋଇଥିଲେ। ଚେତନ ଚୌହାନ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଡିଡିସିଏର ସଭାପତି, ଉପସଭାପତି, ସଚିବ, ମୁଖ୍ୟ ଚୟନକର୍ତ୍ତା ଭାବେ କାମ କରିଥିଲେ । ଏପରିକି ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତ କାଳରେ ପରିଚାଳକ ଦାୟିତ୍ୱ ତୁଲାଇଥିଲେ ।  ସେ 1981 ମସିହାରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। (ଏଜେନ୍ସି)

Read More