ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍ମେଂଟ୍ (ୟୁଏସ୍ଏଡ୍) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ ନୂତନ ସହଭାଗିତା ସ୍ଥାପନ କରାଯାଇଛି । ଡବ୍ଲୁ-ଜିଡିପି ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ଡେପୁଟି ସେକ୍ରେଟାରି ଅଫ ଷ୍ଟେଟ୍ ଷ୍ଟିଫେନ୍ ବିଏଗନ୍ଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ନୂତନ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ ଓ ଡେପୁଟି ୟୁଏସ୍ଏଡ୍ ପ୍ରଶାସକ ବନି ଗ୍ଲିକ୍ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍ କହିଛନ୍ତି ଯେ, “ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣରେ ଉନ୍ନତି ପାଇଁ ସବୁଠୁ ଅଭିନବ କାର୍ଯ୍ୟକ୍ରମ ସୃଷ୍ଟି କରିବା ଓ ତାହାକୁ ବ୍ୟାପକ କରିବା ଲାଗି ଡବ୍ଲୁ-ଜିଡିପି…
Author: Samikhsya Bureau
ଅରବିନ୍ଦ କର ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପଳସା ପଂଚାୟତର ମଳିହା ଗ୍ରାମ ପାଇଁ ଗର୍ବ ଆଉ ଗୌରବ ଆଣିଛନ୍ତି ନିମାଇଁ ବିଶ୍ୱରଂଜନ ବେହେରା। ସେ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ରାଜ୍ୟ ସ୍ତରରେ ଚତୁର୍ଥ ସ୍ଥାନ ହାସଲ କରିପାରିଛନ୍ତି। ଭୁବନେଶ୍ବର ସ୍ଥିତ ବିଜେବି କଲେଜର ଛାତ୍ର ନିମାଇଁ ୯୪% ନମ୍ବର ରଖି ଏହି କୃତିତ୍ୱ ହାସଲ କରିଛନ୍ତି। ବାପା ଜଣେ ମୂର୍ତ୍ତି କଳାକାର ହୋଇଥିବା ବେଳେ ମା’ ଗୃହିଣୀ। ଏକ ଗରିବ ପରିବାରରେ ଜନ୍ମ ହୋଇ ସେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏନେଇ ସାରା ଓଡିଶାରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଏ ସଫଳତାକୁ ସେ ବାପା ମା ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି।
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଜାତୀୟ ଗଣମାଧ୍ୟମରେ କଂଗ୍ରେସର ପ୍ରଭାବଶାଳୀ ମୁଖପାତ୍ର ରାଜୀବ ତ୍ୟାଗୀ ମୃତ୍ୟୁ ବରଣ କରିଛନ୍ତି। “ଆଜତକ” ଟେଲିଭିଜନ ଚ୍ୟାନେଲରେ ବିତର୍କ ସାରି ଫେରିବା ପରେ ହଠାତ ତାଙ୍କ ଦେହ ଖରାପ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚୁ ପହଞ୍ଚୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା।
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଓ ଆରୋଗ୍ୟ ହାର ପ୍ରତିଦିନ ପ୍ରାୟ ସମାନ ରହିଛି। ଆଜି ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସରକାର ଦେଇଛନ୍ତି। ଆଜି ଗଞ୍ଜାମରୁ ୩୮୯, ଖୁର୍ଦ୍ଧାରୁ ୧୭୭, ସୁନ୍ଦରଗଡରୁ ୧୬୩, କଟକରୁ ୧୨୬,କୋରପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡରୁ ୫୦, କେନ୍ଦୁଝର ଓ ରାୟଗଡାରୁ ୪୭, କନ୍ଧମାଳରୁ ୪୬, ନୟାଗଡରୁ ୩୫, ଯାଜପୁରରୁ ୩୪, ଗଜପତିରୁ ୩୩, କେନ୍ଦ୍ରାପଡାରୁ ୩୧, ବାଲେଶ୍ବରରୁ ୩୦, ମାଲକାନଗିରିରୁ ୨୮, ଭଦ୍ରକରୁ ୨୬, ମୟୂରଭଞ୍ଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗୀରରୁ ୧୫, ସୋନପୁରରୁ ୧୪, ନବରଙ୍ଗପୁରରୁ ୧୧, ଜଗତସିଂପୁରରୁ ୮, ଝାରସୁଗୁଡାରୁ ୬, ଅନୁଗୁଳରୁ ୪, ବୌଦ୍ଧ ଓ ନୂଆପଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩୬୪୭୮ ରେ ପହଞ୍ଚିଛି।
କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ଉପଜିଲ୍ଲାପାଳ ଭାବରେ ପଦ୍ମନାଭ ବେହେରାଙ୍କୁ ରାଜ୍ୟସରକାର ନିଯୁକ୍ତ ଦେଇଥିବା ଜଣାପଡ଼ିଛି। ଏଠାରେ ଉପଜିଲ୍ଲାପାଳ ଥିବା ଡୋଳାମଣି ପଟେଲ ସୋନପୁର DRDA PDଭାବରେ ନିଯୁକ୍ତି ପାଇଛନ୍ତି। ପଦ୍ମନାଭ ବେହେରା ୨୦୧୩-୧୪ ମସିହାରେ ରେଢ଼ାଖୋଲ ବିଡ଼ିଓ ଥିଲେ। ନାକଟିଦେଉଳ ବ୍ଲକ୍ ର ବିଡ଼ିଓ ଦାୟିତ୍ବରେ ମଧ୍ୟ କିଛିମାସ ଅବସ୍ଥାପିତ ଥିଲେ। ସେ ଏହା ପୂର୍ବରୁ ନବରଙ୍ଗପୁର ଉପଜିଲ୍ଲାପାଳ ଥିବାବେଳେ ଗଞ୍ଜାମ ଜିଲ୍ଲା ରେ କୋଭିଡ ପରିଚାଳନା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।
ଯାଜପୁର : ଜମିବାଡି ବିବାଦରୁ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏପରିକି ଘଟଣାସ୍ଥଳକୁ ଯାଇଥିବା ପୋଲିସ୍କୁ ମଧ୍ୟ ଆକ୍ରମଣ ହୋଇଥିବାର ସୂଚନା ରହିଛି । ପାଣିକୋଇଲି ଥାନା ଅମୃତିଆ ଗ୍ରାମରେ ଏହି ଆକ୍ରମଣ ହୋଇଥିବାର ଖବର ମିଳିଛି । ଟେକାପଥର ମାଡ଼ରେ ପୋଲିସ୍ ପିସିଆର ଭ୍ୟାନ୍ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣକାରୀମାନେ 2 ଟି ବାଇକ୍କୁ ମଧ୍ୟ ଜାଳି ଦେଇଛନ୍ତି ଆକ୍ରମଣକାରୀ । ଏହି ଘଟଣାରେ ଗୁରୁତର ଆହତ 4 ଜଣ ସଦର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ୍ ମଧ୍ୟ ଘଟଣାସ୍ଥଳରୁ ପଳାଇ ଆସିଥିବା ସୂଚନା ରହିଛି ।
ଜୟପୁର : ଚଳିତ ଥର କରୋନା ଯୋଗୁଁ ଆଇପିଏଲ୍କୁ ସ୍ଥଗିତ ରଖାଯାଇଥିବାବେଳେ ସେପ୍ଟେମ୍ବର 10ରୁ ଏହା ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ତେବେ ଆଇପିଏଲ୍ ଆରମ୍ଭ ପୂର୍ବରୁ କରୋନାର ଝଟ୍କା ଲାଗିଛି । ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ୍ ଦିଶାନ୍ତ ୟାଗ୍ନିକ । ବୁଧବାର ୟାଗ୍ନିକଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରାଜସ୍ଥାନ ଟିମ୍ ଅଭ୍ୟାସ ପାଇଁ ମୁମ୍ବାଇରେ ଏକତ୍ରିତ ହୋଇଥିବା ବେଳେ ଆସନ୍ତା ସପ୍ତାହରେ ଦଳ ୟୁଏଇ ନିମନ୍ତେ ଯାତ୍ରା କରିବ । ରାଜସ୍ଥାନର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଦିଶାନ୍ତ ପୂର୍ବରୁ ରୟାଲ୍ସ ପାଇଁ ଖେଳି ସାରିଛନ୍ତି । ଦିଶାନ୍ତ ଟ୍ୱିଟ୍ଟର ଜରିଆରେ ଏହି ସୂଚନା ଦେଇଥିବା ବେଳେ ବିଗତ 10 ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହି ଡାକ୍ତରୀ ପରୀକ୍ଷଣ କରାଇବା ପାଇଁ ଅନୁରୋଧ କରିଛନ୍ତି । ବିସିସିଆଇର ନିୟମ ଅନୁଯାୟୀ ସମସ୍ତ ଖେଳାଳି…
ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଖୋର୍ଦ୍ଧା, କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିଛି । ତେବେ ଅଗଷ୍ଟ 15ତାରିଖ ଦିନ କିଛି ଘଣ୍ଟା ପାଇଁ କୋହଳ ରହିବ ସପ୍ତାହାନ୍ତ ସଟ୍ଡାଉନ୍ । ଅଗଷ୍ଟ 15 ତାରିଖ ଦିନ 11ଟା ପର୍ଯ୍ୟନ୍ତ ସଟ୍ଡାଉନ୍ କଟକଣା କୋହଳ ରହିବ ବୋଲି ସୂଚନା ରହିଛି । ଅଗଷ୍ଟ 15 ତାରିଖ ଅର୍ଥାତ୍ ସ୍ବାଧୀନତା ଦିବସ ପାଇଁ ଏହି କଟକଣାରେ କୋହଳ କରାଯାଇଛି । ନିଜ ଅଞ୍ଚଳରେ ପତାକା ଉତ୍ତୋଳନ ପାଇଁ କୋହଳ ରହିବ ଏହି କଟକଣା । ତେବେ ଏହି ସମୟରେ ସର୍ତ୍ତମୂଳକ ଭାବେ ପତାକା ଉତ୍ତୋଳନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ସ୍ଥାନରେ 10ରୁ ଅଧିକ ଲୋକେ ଏକାଠି ନହେବାକୁ ନିର୍ଦ୍ଦେଶ ରହିଛି । ସେହିପରି ସାମାଜିକ ଦୂରତ୍ବ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା ଅଗଷ୍ଟ 23 ତାରିଖରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ନୂଆଖାଇ ପାଳନ ହେବ। କୃଷିଭିତ୍ତିକ ପର୍ବ ନୂଆଖାଇ ପାଇଁ ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ଅଗଷ୍ଟ 23 ତାରିଖ ସକାଳ 9ଟା 35ରୁ 9ଟା 50 ମଧ୍ୟରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ନବାନ୍ନ ଲଗ୍ନ ଘୋଷଣା କରାଯାଇଛି ।
ନାଗପୁର : ମହାରାଷ୍ଟ୍ର ନାଗପୁର ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାଗପୁର ଅଞ୍ଚଳର 57 ବର୍ଷୀୟ ଜଣେ ବ୍ୟକ୍ତି ବିଜୁଳି ବିଲ୍ ପାଇଁ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯଶୋଧାରା ଅଞ୍ଚଳରୁ 57 ବର୍ଷୀୟ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ଲୀଲାଧର ଲକ୍ଷ୍ମଣ ବୋଲି ସୂଚନା ରହିଛି । ପରିବାର ଲୋକଙ୍କ ମତରେ ଗୋଟିଏ ମାସର ଘରର ବିଜୁଳି ବିଲ୍ 40 ହଜାର ଟଙ୍କା ଆସିଥିବାବେଳେ ଏହାକୁ ଦେଖି ମୃତକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଥିଲେ ଓ ଏହାପରେ ସେ ଆତ୍ମହତ୍ୟା କରିଥିଲେ । ସେହିପରି ଯଶୋଧାରା ପୋଲିସ୍ ଥାନାଧିକାରୀଙ୍କ ମତରେ ବର୍ଦ୍ଧିତ ବିଜୁଳି ବିଲ୍ ଦେଖି ଅତ୍ୟଧିକ ଚିନ୍ତାରେ ଲୀଲାଧର ଅଧିକ ମାତ୍ରାରେ ମଦ ପିଇବା ଆରମ୍ଭ କରି ଦେଇଥିଲେ । ଶନିବାର ଦିନ ଲୀଲାଧର ନିଜ ଉପରେ କିରୋସିନ ତେଲ ପକାଇ ନିଆଁ ଲଗାଇ…
ଭୁବନେଶ୍ୱର : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଡି ବ୍ରଦର୍ସଙ୍କ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ପକ୍ଷରୁ ଗିରଫ କରାଯାଇଛି।ଶଶୀକାନ୍ତ ଖଣ୍ଡେଇ ଓରଫ୍ ଡାନି ଏବଂ ରଣଜିତ ଓରଫ୍ ରଣିଆଙ୍କୁ ଗିରଫ କରାଯାଇଛି । ଉଭୟଙ୍କ ନିକଟରୁ ପୋଲିସ୍ 2ଟି ବନ୍ଧୁକ 3ଟି ମାଗଜିନ୍ ଏବଂ 69 ରାଉଣ୍ଡ ଗୁଳି ଜବତ କରାଯାଇଛି । ଏହା ସହିତ ଗୋଟିଏ ବିଳାଶପୂର୍ଣ୍ଣ କାର ଏବଂ ଗୋଟିଏ ବାଇକ୍ ସହିତ ଦୁଇଟି ମୋବାଇଲ୍ ଜବତ କରାଯାଇଛି । ଧଳ ସାମନ୍ତ ବ୍ରଦର୍ସ ଜେଲରେ ରହିଥିବା ବେଳେ ଏହି ଦୁଇ ଜଣ ସମସ୍ତ କାରବାର ବୁଝାଶୁଝା କରୁଥିବା ଜଣାପଡିଛି ।
ଭୁବନେଶ୍ୱର : ଭାଇରାଲ୍ ଅଡିଓ ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆଜି ଜାମିନ ମିଳିଛି । ଭୁବନେଶ୍ୱର ସ୍ଥିତ ଏସଡିଜିଏମ୍ କୋର୍ଟରୁ ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ଓ ବିଶ୍ୱଜିତଙ୍କ ରିମାଣ୍ଡ ଅବଧି ସରିବା ପୂର୍ବରୁ ଆଜି ଉଭୟଙ୍କୁ ଜାମିନ ମିଳିଛି । ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜଣେ ଜାମିନଦାର ଓ 10ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି । ଜାମିନ ନେଇ ଲକ୍ଷ୍ମୀକାନ୍ତଙ୍କ ଓକିଲ ଶିଳାଭଦ୍ର ଶାସ୍ତ୍ରୀଙ୍କ ପକ୍ଷରୁ ପ୍ରକାଶ । ତିନିଦିନିଆ ପୋଲିସ୍ ରିମାଣ୍ଡ ସରିବା ପୂର୍ବରୁ ଉଭୟଙ୍କୁଜାମିନ୍ ମିଳିଛି । କରୋନା ଅନୁଭୂତି ସମ୍ପର୍କିତ ଅଡିଓ ନେଇ ପୋଲିସ୍ ଗିରଫ କରିଥିଲା ।
ଭୁବନେଶ୍ବର : ପଇସା ଅଭାବରୁ କେହି ଜଣେ ବି କୋଭିଡ୍ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାର ରୋଗୀ ମାନଙ୍କୁ ଖାଇବା, ରହିବା, ଔଷଧ ଖର୍ଚ୍ଚ, ପରିବହନ ଆଦି ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଏ କ୍ଷେତ୍ରରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ କି ଧନୀ, ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ଦିଆଯାଉଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଅଧିକରୁ ଅଧିକ ଲୋକଙ୍କ ଜୀବନ ଯେପରି ବଞ୍ଚାଯାଇପାରିବ ସେ ଦିଗରେ ଆମେ ନିଷ୍ଠାର ସହିତ କାର୍ଯ୍ୟ କରୁଛୁ । କରୋନାକୁ ପ୍ରତିହତ କରିବା ପାଇଁ ଟେଷ୍ଟିଂ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଲକ୍ଷଣ…
ୱାଶିଂଟନ୍ : ଆମେରିକୀୟ ଉପ ରାଷ୍ଟ୍ରପତି ନିର୍ବାଚନ ଦୌଡରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ । ଆମେରିକାରେ କରୋନା ସଂକଟ ସମୟରେ ରାଷ୍ଟ୍ରପତି ନିର୍ବାଚନର ପ୍ରସ୍ତୁତି ଚାଲିଛି । ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବରୁ ମଙ୍ଗଳବାର ଦିନ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପାର୍ଥୀ ବିଡେନ୍ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିଛନ୍ତି । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ କମଳାଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି । ଆମେରିକା ସିନେଟ୍ରେ କମଲା ସବୁଠୁ କନିଷ୍ଠ ସିନେଟର୍ । କମଲାଙ୍କ ମନୋନୟନକୁ ରାଜନୈତିକ ସମୀକ୍ଷକ ଏବଂ ନେଟିଜେନ୍ ବେଶ୍ ପ୍ରଶଂସା କରିଛନ୍ତି। କମଲା ଭାରତୀୟ ବଂଶଜ ହୋଇଥିବାରୁ ଆମେରିକାରେ ଅବସ୍ଥାନ କରୁଥିବା ଭାରତୀୟ ବଂଶଜଙ୍କ ସମର୍ଥନ ଡେମୋକ୍ରାଟିକ୍ ପାର୍ଟିକୁ ମିଳିବ ବୋଲି ସମୀକ୍ଷକ ମାନେ ମତ ଦେଇଛନ୍ତି । ମନୋନୀତ ହେବାର କିଛି ସମୟ ମଧ୍ୟରେ ହାରିସ୍ ଟ୍ୱିଟ୍ କରି ନିଜର…
ଫରିଦାବାଦ : ଦିଲ୍ଲୀର ଫରିଦାବାଦଠାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଫରିଦାବାଦଠାରେ ସ୍ବାମୀ-ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା କରାଯାଇଥିବାର ସୂଚନା ରହିଛି । ଜାସାନ ଗ୍ରାମରେ ଏପରି ଏକ ଘଟଣା ଘଟିଥିବାର ସୂଚନା ରହିଛି । ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଥିବାର ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀଙ୍କର ବୟସ 30ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ଘରେ ବଳପୂର୍ବକ ପଶି ସ୍ବାମୀ-ସ୍ତ୍ରୀଙ୍କୁ ରଶିରେ ବାନ୍ଧି ଗୁଳି ମାରିଥିବାର ଜଣାପଡିଛି । ପୋଲିସ୍ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ହସ୍ପିଟାଲ ପଠାଇଥିବାର ଜଣାପଡିଛି । ମୃତକ ଦ୍ବୟ ହେଉଛନ୍ତ ମୋନିକା ଓ ସୁଖବୀର୍ । ଦୁହେଁ 2013ମସିହାରେ ବିବାହ କରିଥିବାବେଳେ କିଛି ସମୟ ଧରି ମୋନିକା ନିଜ ସ୍ବାମୀଙ୍କ ସହିତ ନିଜ ବାପଘର ପାଖରେ ଘର ନେଇ ରହୁଥିଲେ । ଘର ବାହାରେ…
ମୁମ୍ବାଇ : ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର୍ଙ୍କ ଅଭିନୀତ ଫିଲ୍ମ ’ସଡକ୍ -2’ର ଆଜି ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟି 1991ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ‘ସଡକ୍’ ଦ୍ବାରା ଅନୁପ୍ରେରିତ । ଏହି ଫିଲ୍ମରେ ’ସଡକ୍’ର ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ପୁନଃ ଏହି ଫିଲ୍ମରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଟ୍ରେଲରରେ ସଡକ୍ର କିଛି ସିନ୍ ଦେଖାଯାଇଛି । ସଡକ୍ -2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ରହିଥିବାବେଳେ ପୂଜା ଭଟ୍ଟଙ୍କ ଚରିତ୍ରର ମୃତ୍ୟୁ ହୋଇଥିବାର ଦେଖାଯାଇଛି। ଟ୍ରେଲରର କାହାଣୀ ଅନୁସାରେ ପୂଜାଙ୍କ ଚାଲିଯିବା ପରେ ସଞ୍ଜୟ ତାଙ୍କ ସ୍ମୃତିରେ ଜୀବନ କାଟୁଥିବାର ଦେଖାଯାଇଛି । ଏହି ସମୟରେ ଫିଲ୍ମରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । ଆଲିଆଙ୍କ ଚରିତ୍ର ଏହି ଫିଲ୍ମରେ ଭଣ୍ଡ ଗୁରୁଙ୍କ ମୁଖା ଖୋଲୁଥିବାର ଦେଖାଯାଇଛି । ସେ କୈଳାସ ଯିବାକୁ ଚାହୁଁଥବାବେଳେ। ପୂଜା ଆଲିଙ୍କ କୈଳାସ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଶନିବାର ଶାଗଵାହାଲି ଗାଁରେ ଏକତରଫା ପ୍ରେମ ନିବେଦନକୁ ନେଇ ନାବାଳିକା ଦଉଡି ଦେଇ ଆତ୍ମହତ୍ୟା କରିଥିଲେ।କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ପଞ୍ଚାୟତ ଶାଗବାହାଳି ଗାଁର ଜନୈକା ନାବାଳିକା ଆତ୍ମହତ୍ୟା ଘଟଣା ରେ କୋକସରା ପୋଲିସ ଜଣେ ନାବାଳକ ସହ ୫ ଜଣ ଯୁବକ ଙ୍କୁ ଗିରଫ କରିଛି। ମାମଲା ରେ ଯୁବକ ଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେବା ପରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶାଗବାହାଳି ଗାଁ ର ଦନ୍ତେଶ୍ୱର ବାଗଙ୍କ ୧୭ ବର୍ଷୀୟା ନାବାଳିକା ଝିଅ କୁ ପଡ଼ୋଶୀ ବେହେରା ଗାଁ ର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲା ଓ ବିଭିନ୍ନ ସମୟରେ ମୋବାଇଲ ରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ତେବେ ନାବାଳିକା ଏହାକୁ…
ଭୁବନେଶ୍ବର : ଆସନ୍ତା 21ତାରିଖରୁ ଯୁକ୍ତ ଦୁଇ ଆଡମିଶନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି । ଅଗଷ୍ଟ 21ରୁ ସେପ୍ଟେମ୍ବର 4 ମଧ୍ୟରେ ଆବେଦନ କରିହେବ । ସାମସ୍ ସେଣ୍ଟର ଜରିଆରେ ଅନଲାଇନ୍ରେ ଆବେଦନ କରି ହେବ ।କରୋନା ପାଇଁ ମୁଖ୍ୟମନ୍ତ୍ରୀ ଆବେଦନ ଫି’ କମାଇଥିବାର କହିଲେ ମନ୍ତ୍ରୀ । ସାଧାରଣ ବର୍ଗ ଓ ଏସ୍ସି/ ଏସ୍ଟି ପିଲାଙ୍କ ପାଇଁ ଶହେ ଟଙ୍କା ଫି’ ହ୍ରାସ ହୋଇଛି । ଏ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି‘ 2ଶହଟଙ୍କା ରହିଥିବାବେଳେ ଏସ୍ସି/ଏସ୍ଟି ପିଲାଙ୍କ ପାଇଁ ଆବେଦନ ଫି’100ଟଙ୍କା ରଖାଯାଇଛି। ସେପ୍ଟମ୍ବରରେ 9ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ 70.21% ଛାତ୍ରଛଶତ୍ରୀ ପାସ୍ କରିଥିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଚଳିତ ବର୍ଷ ମୋଟ୍ 97 ହଜାର 377 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି 68 ହଜାର 374 ଜଣ । ସେହିପରି ଚଳିତ ବର୍ଷ ଛାତ୍ରଙ୍କ ପାସ୍ ହାର 39ପ୍ରତିଶତ ରହିଥିବାବେଳେ ଛାତ୍ରୀ ପାସ୍ 31 ପ୍ରତିଶତ ରହିଛି । 38 ହଜାର 301 ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ 30 ହଜାର 073 ଜଣ ଛାତ୍ରୀ ପାସ୍ କରିଛନ୍ତି । 25 ହଜାର 339 ଜଣ ଛାତ୍ରଛାତ୍ରୀ ଫାଷ୍ଟ ଡିଭିଜନ୍ରେ ପାସ୍ ହୋଇଥିବାବେଳେ 24 ହଜାର 121 ଜଣ ଦ୍ବିତ୍ରୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ତୃତୀୟ ଶ୍ରେଣୀରେ 18 ହଜାର 268 ଜଣ ପାସ୍ କରିଛନ୍ତି । ସେହିପରି 137 ଜଣ ଛାତ୍ରଛାତ୍ରୀ…
ବେଙ୍ଗାଲୁରୁ : ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଭୟଙ୍କର ହିଂସା ଘଟିଛି । ଏହି ସଂଘର୍ଷରେ 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି ।ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଫେସ୍ବୁକ୍ର ଏକ ପୋଷ୍ଟକୁ ନେଇ କିଛି ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ । ପୋଲିସ୍ ଷ୍ଟେସନ୍ ଓ ବିଧାୟକଙ୍କ ଘର ଆଗରେ ନିଆଁ ଜାଳିବା ସହିତ ଗାଡି ଜାଳି ଥିଲେ । ଏହା ସହିତ ଏଟିଏମ୍ ମଧ୍ୟ ଭାଙ୍ଗି ଥିଲେ । ଏହା ସହିତ 110 ଜଣ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ବିଧାୟକଙ୍କ ଜନୈକ ସମ୍ପର୍କୀୟ ଫେସ୍ବୁକରେ କିଛି ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏହା ପରେ ପ୍ରତିବାଦକାରୀ ମାନେ ବିଧାୟକଙ୍କ ଘରକୁ ଯିବା ମଧ୍ୟରେ ଅନେକ ଗାଡିକୁ ନିଆଁ ଲଗାଇ ଦେଇଥିଲେ। ଏହି ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟି 24ଟି…
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାୟଗଡାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସୂଚନା ଓ ପରିବାର ବିଭାଗ ସୂଚନାଦେଇଛି । ଗଞ୍ଜାମରୁ ଆଜି 4 ଜଣଙ୍କର ମୃତ୍ୟୁହୋଇଥିବାବେଳେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 48 ବର୍ଷ ହୋଇଥିବାବେଳେ ଅନ୍ୟ ତିନି ପୁରୁଷଙ୍କ ମଧ୍ୟରୁ ଦୁଇଜଣଙ୍କର ବୟସ 57 ବର୍ଷ ହୋଇଥିବାବେଳ ଅନ୍ୟ ଜଣେ 74 ବର୍ଷ ବୟସ୍କ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ଦୁଇ 65 ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 58 ବର୍ଷ, ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 38…

