Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର :ସରକାରୀ ଶ୍ମଶାନ, ଅନାବାଦି ଓ ଗୋଚାରଣ ଜମିକୁ ଜବରଦଖଲ କରି ଧାନଚାଷ କରିଛନ୍ତି ମୁଷ୍ଟିମେୟ ଲୋକ।ତହସିଲ ଠାରୁ ଜିଲ୍ଲାପାଳ ଓ ଆରଡିସିଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେବି ଉଚ୍ଛେଦ କରାଯାଉନି ଜବରଦଖଲ ।ଫଳରେ ଚାଷଜମିକୁ ଯାଇପାରୁନାହାଁନ୍ତି ଚାଷୀ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତ ମହମ୍ମଦାବାଦ ଗ୍ରାମରେ। ଉକ୍ତ ପଞ୍ଚାୟତ ମହମ୍ମଦାବାଦ ଗ୍ରାମରେ ୧୨୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି।ଏହି ଗ୍ରାମରେ ୨୭ଏକରରୁ ଉର୍ଦ୍ଧ ସରକାରୀ ଶ୍ମଶାନ, ଅନାବାଦି ଓ ଗୋଚାରଣ ପାଇଁ ଗୋଚର ଜମି ସଂରକ୍ଷିତ ରହିଥିଲା । ସଂରକ୍ଷିତ ଗୋଚର ଜମିରେ ଗୋରୁଗାଈ ଚରି ଆସୁଥିବା ବେଳେ ଏହି ସରକାରୀ ଜମିଦେଇ ଗ୍ରାମର ଚାଷୀମାନେ ହଳବଳଦ,ଟ୍ରାକ୍ଟର ନେଇ ଚାଷଜମିକୁ ଯାଆଆସ କରିଆସୁଥିଲେ।ମାତ୍ର ଗ୍ରାମର କେତେକ ମୁଷ୍ଟିମେୟ ଅସାଧୁ ଲୋକ ଉକ୍ତ ୨୭ଏକରରୁ ଉର୍ଦ୍ଧ ସରକାରୀ ସଂରକ୍ଷିତ ଅନାବାଦି,ଶ୍ମଶାନ ଓ ଗୋଚର ମଧ୍ୟରୁ ୨୦ଏକରରୁ ଉର୍ଦ୍ଧ ସରକାରୀ ଯାଗାକୁ ଜବରଦଖଲ କରି…

Read More

ସମ୍ବଲପୁର : ସମ୍ବଲପୁରରେ ସଟ୍‌ଡାଉନ୍‌ ପରିବର୍ତ୍ତନ ନେଇ ସମ୍ବଲପୁର ଜିଲ୍ଲାପାଳ ଶୁଭମ୍‌ ସକ୍‌ସେନା ନିର୍ଦ୍ଦେଶ ଦେଇଛନ୍ତି ।  ସ୍ବାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ସଟ୍‌ଡାଉନ୍‌। ଉଭୟ ପର୍ବ ପାଇଁ 3 ଦିନ ପାଇଁ ସଟ୍‌ଡାଉନ୍‌ କଟକଣା ରହିବନି । ସ୍ବାଧୀନତା ଦିବସ ଶନିବାର ଦିନ ପଡୁଥିଲେ ବି ହେବନି ସଟ୍‌ଡାଉନ୍‌ । ନୂଆଖାଇ ପାଇଁ 22 ଓ 23ରେ ମଧ୍ୟ ହେବନି ସଟ୍‌ଡାଉନ୍‌ । ନୂଆଖାଇ 23 ତାରିଖ ପଡୁଥିବାବେଳେ ନୂଆଖାଇ ପାଇଁ 22 ତାରିଖ ଦିନ ସଟ୍‌ଡାଉନ୍‌ ବାତିଲ୍‌ କରାଯିବ । ଏହି ଦିନ ଲୋକେ ବଜାରରୁ ଜିନିଷ ପତ୍ର କିଣିବେ ।  ତେବେ ଅଗଷ୍ଟ 15 ବଦଳରେ ଅଗଷ୍ଟ 16 ଓ 17 ତାରିଖ ସଟ୍‌ଡାଉନ୍‌ ରହିବ ବୋଲି ସୂଚନା ରହିଛି ।

Read More

ମୁଜାଫରପୁର :  ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ତ୍ରୀଙ୍କ କରୋନା ପଜିଟିଭ୍‌ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ  ବିହାରର ମୁଜାଫରପୁରରେ ଜଣେ ପତ୍ନୀଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍‌ର ଶିକାର ହୋଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଗ୍ରାମବାସୀମାନେ ଶବକୁ ଆମ୍ବୁଲାନ୍ସରେ ବାହାର କରିବାକୁ ଅନୁମତି ଦେଇନଥିଲେ । ଏହା ପରେ ପ୍ରଶାସନ ସ୍ଥାନୀୟ ଅଧିକାରୀ ଓ ମୁଖିଆଙ୍କ ସହିତ ଯୋଗାଯୋଗ କରି ଜେସିବି ଦ୍ବାରା ଶବକୁ ଅନ୍ତିମ ସଂସ୍କାର କରାଯାଇଥିଲା । ମୃତକଙ୍କ ସ୍ବାମୀଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନସାରେ ମୁଜାଫରପୁରର ସରୈୟାର 60 ବର୍ଷ ବୟସ୍କ ବ୍ୟକ୍ତିଙ୍କ ସ୍ତ୍ରୀ କରୋନା ପଜିଟିଭ୍‌ ହୋଇଛନ୍ତି ।  କରୋନା  ପଜିଟିଭ୍‌ ଶୁଣିବା ପରେ…

Read More

ବେରୁତ୍‌ : ବେରୁତ୍‌ରେ ଘଟିଥିବା ବିସ୍ଫୋରଣ ଉଗ୍ର ରୂପ ଲେବାନନର ରାଜନୀତିରେ ଦୃଶ୍ୟମାନ ହୋଇଛି । ବେରୁ୍ତ୍‌ ଧମାକା ଲେବାନନର ସରକାର ଭାଙ୍ଗି ଦେଇଛି । ବେରୁତ୍‌ ଧମାକା ପରେ ଲେବାନନର ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସୋମବାର ରାତ୍ରିରେ ଇସ୍ତଫା ଦେଇଥିବାର ସୂଚନା ରହିଛି । ନିକଟରେ ବେରୁତ୍‌ରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ପରେ ଏହା ବିରୋଧରେ ଲେବାନନ୍‌ରେ ବିରୋଧ ଜାରି ରହିଛି । ଗତ ଅଗଷ୍ଟ 4 ତାରିଖରେ ବେରୁତ୍‌ରେ ଅମୋନିଆ ନାଇଟ୍ରେଟ୍‌ ସ୍ଥଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଲେବାନନ୍‌ର ଇତିହାସରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା । ଏହି ବିସ୍ଫୋରଣରେ 160 ଜଣଙ୍କର ମୃତ୍ୟୁ ହୋଇଥିବାସ୍ଥଳେ 6 ହଜାରରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଛନ୍ତି । ବେରୁତ୍‌ ଧମାକା ପରେ ଜନତାଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହି ଘଟଣାକୁ ନେଇ ପୂରା ଲେବାନନ୍‌ରେ ବିରୋଧ ପ୍ରଦର୍ଶନ ଆରମ୍ଭ…

Read More

ମସ୍କୋ : କରୋନାକୁ ସାରା ବିଶ୍ବ ଭୀତତ୍ରସ୍ତ ଥିବାବେଳେ କରୋନା ଟୀକାକୁ ନେଇ ଆଶା ସଞ୍ଚାର ହୋଇଛି । କରୋନା ମହାମାରୀକୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା  ଲାଗି ରହିଥିବାବେଳେ ଆଜି ରୁଷ୍‌ କରୋନା ଟୀକା ଆଣିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କରୋନା ଟୀକା ସମ୍ପର୍କରେ ଘୋଷଣା କରିଛନ୍ତି । ଋଷ ପକ୍ଷରୁ ବିକଶିତ କରାଯାଉଥିବା କରୋନା ଟୀକାକୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଥିବା ନେଇ ପୁତିନ୍ ଘୋଷଣା କରିଛନ୍ତି । ଏହା ସହିତ ପୁତିନଙ୍କ ଝିଅକୁ ପ୍ରଥମ ଟୀକା ମଧ୍ୟ ଲଗାଯାଇଛି । ଦୁଇ ଝିଅଙ୍କ ମଧ୍ୟରୁଜଣକୁ ଏହି ଟୀକା ଦିଆଯାଇଛି । ଟୀକା ନେବା ପରେ  ତାଙ୍କ ଝିଅ ସୁସ୍ଥ ରହିଛନ୍ତି ବୋଲି ସୂଚନା ରହିଛି।   ଏହି ଟୀକା ବର୍ତ୍ତମାନ ପ୍ରସ୍ତୁତ ଏବଂ ଆଗାମୀ ଦିନରେ ବିଭିନ୍ନ ରାଷ୍ଟ୍ରକୁ ଯୋଗାଣ କରାଯିବା ନେଇ ପୁତିନ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ…

Read More

ତାମିଲନାଡୁ : ତାମିଲନାଡୁରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କରୁର୍‌ଠାରେ ମୋବାଇଲ୍‌ ଫାଟିବା ଯୋଗୁଁ ଜଣେ ମା’ ଓ ତାଙ୍କର ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। 29 ବର୍ଷୀୟା ମୁଥୁଲକ୍ଷ୍ମୀ ମୋବାଇଲ୍‌ ଚାର୍ଜିଂରେ ବସାଇ ଫୋନ୍‌ରେ କଥା ହେଉଥିଲେ । କଲ୍‌ କାଟିବା ପରେ ମୋବାଇଲ୍‌ଟି ଫାଟି ଯାଇଥିଲା । ମୋବାଇଲ୍‌ ଫାଟିବା ପରେ ମୁଥୁଲକ୍ଷ୍ମୀ ଏହି ନିଆଁରେ ପୋଡି ହୋଇଯାଇଥିଲେ । ଏହି ସମୟରେ ସେଇ ରୁମ୍‌ରେ ରହିଥିବା 3 ବର୍ଷୀୟ ରଣଜିତ୍‌ ଓ 2 ବର୍ଷୀୟ ଦୀକ୍ଷିତ୍‌ ମଧ୍ୟ ଗମ୍ଭୀର ରୂପରେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୁଥୁଲକ୍ଷ୍ମୀ ଓ ବାଲକୃଷ୍ଣ ଛ ବର୍ଷ ପୂର୍ବେ ବିବାହ କରିଥିବାବେଳେ କିଛି…

Read More

ଭୁବନେଶ୍ବର : କରୋନାର କାୟା ମାଡି ମାଡି ଚାଲିଛି । ଓଡ଼ିଶାରେ ମଧ୍ୟ ଏହା ଦ୍ରୁତ ଗତିରେ ବଢି ଚାଲିଛି । ରାଜ୍ୟରେ 296ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବାବେଳେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 48 ହଜାର ଟପିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି  ଅନେକ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହି କରୋନା କବଳରେ ପଡୁଛନ୍ତି । ବରଗଡର ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ଆଉ ଜଣେ ଲୋକପ୍ରିୟ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । କରୋନା ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି  ସୌମ୍ୟରଞ୍ଜନ ପଟ୍ଟନାୟକ । ଟୁଇଟ୍‌ କରି ସୌମ୍ୟ କହିଛନ୍ତି ଯେ, ସେ ପଜିଟିଭ୍‌ ଅଛନ୍ତି ବୋଲିଜଣାପଡିଛି । ସେ ସୁସ୍ଥ ଅଛନ୍ତ । ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ସେ ଡାକ୍ତରୀ ପରାମର୍ଶ…

Read More

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେସିଂ ମାଧ୍ୟମରେ କଥା ହେବେ। ପୂର୍ବରୁ ଏହି ପ୍ରସଂଗରେ ମୋଦି ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲଚୋନା କରି ପଦକ୍ଷେପ ନେଉଛନ୍ତି। ତେବେ ଆଜି ମୋଦି ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ ସେହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ କର୍ଣ୍ଣାଟକ ତାମିଲନାଡୁ ପଶ୍ଚିମବଂଗ ମହାରାଷ୍ଟ୍ର ପଂଜାବ ବିହାର ଗୁଜୁରାଟ ତେଲାଙ୍ଗାନା ଉତ୍ତର ପ୍ରଦେଶ

Read More

ଚିଲିକା : ଗିରଫ ହେଲେ ଚିଲିକା ଡିଏଫ୍‌ଓ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଗତକାଲି ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ଭିଜିଲାନ୍ସ ଧରିଥିଲା । ଗତକାଲି ରେଡ୍‌ କରାଯାଇ 1 କୋଟିରୁ ଉର୍ଦ୍ଧ୍ବ ସମ୍ପତ୍ତି ଠାବ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଥିଲା। ଏହାଛଡା ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖର ଘର ସମେତ ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର ଓ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଥିଲା। ଏହି ରେଡ୍ ସମୟରେ ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍‌, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଥିଲା ।

Read More

କୁଚିଣ୍ଡା : କୁଚିଣ୍ଡା ଗୋବିନ୍ଦପୁର ଥାନା ତାଳଡିହି ଗାଁରେ ଡବଲ ମର୍ଡର ଘଟିଯାଇଛି । ବଡଭାଇ ଓ ପୁତୁରାକୁ ନିର୍ମମ ଭାବେ ହତ୍ୟା କରାଯାଇଥିବାବେଳେ ଭାଉଜ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ବିଳମ୍ବିତ ରାତ୍ରିରେ ଘରେ ପଶି ସାନ ଭାଇ ଆକ୍ରମଣ କରିଥିବାର ସୂଚନା ମିଳିଛି ।  4 ବର୍ଷର ଶିଶୁ ପୁତ୍ର ସହ ବଡଭାଇଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ଶିଶୁପୁତ୍ର ସହ ବଡଭାଇଣ ମୃତ୍ୟୁ ହୋଇଛି । ଅଙ୍ଗନଓ୍ବାଡି ପାଇଖାନା ଟାଙ୍କିରୁ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଭାଉଜଙ୍କ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ସୁନ୍ଦରଗଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ସମେସ୍ତ ଶୋଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ ଅଭିଯୁକ୍ତ ସାନ ଭାଇକୁ ପୋଲିସ୍‌ ଥାନାରେ ଅଟକ ରଖିଥିବାବେଳେ ତଦନ୍ତ ଜାରି ରଖିଛି ।

Read More

ଭୁବନେଶ୍ୱର : ଆସନ୍ତା ମାସରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ସେପ୍ଟେମ୍ବର 9ରୁ 15 ତାରିଖ ଯାଏ ଅନୁଷ୍ଠିତ ହେବ ଏହି ପରୀକ୍ଷା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଜେଇଇ କମ୍ପ୍ୟଟୁ୍ର ମାଧ୍ୟମରେ ଅନୁଷ୍ଠିତ ହେବ । ଏନେଇ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ପକ୍ଷରୁ 16ଟି ଜିଲ୍ଲାର ସରକାରୀ ପଲିଟେକନିକ ଓ ଆଇଟିଆଇ କେଲଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଓଜେଇଇ ଓ ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି କରୀକ୍ଷା କେନ୍ଦ୍ର ଚୟନ କରିବେ । କରୋନାକୁ ଦୃଷ୍ଟିରେ ରଖି ଓଜେଇଇ ଏବର୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Read More

ନୂଆଦିଲ୍ଲୀ : ଦୀର୍ଘ ଏକ ବର୍ଷ ହେବ ଇଣ୍ଟରନେଟରୁ ଦୂରରେ ରହିଥିବା ଜମ୍ମୁ କାଶ୍ମୀର ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବରେ ପୁଣି ଥରେ 4 ଜି ସେବା ଆରମ୍ଭ ହେବାକୁ ଯାଉଛି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ କୋର୍ଟଙ୍କୁ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଜମ୍ମୁ କାଶ୍ମୀରରେ ଏହି ସେବା ଆରମ୍ଭ କରାଯିବ ନାହିଁ । କିଛି  କମ୍ ସମ୍ବେଦନଶୀଳ  ଅଞ୍ଚଳରେ ଏହି ସେବା ଅଗଷ୍ଟ 15 ପରଠାରୁ ଆରମ୍ଭ କରାଯିବ । ଉକ୍ତ ଅଞ୍ଚଳରେ ସମୀକ୍ଷା କରାଯିବା ପରେ ସମ୍ପୂର୍ଣ୍ଣ ଭାବରେ ଇଣ୍ଟରନେଟ ସେବା ଚାଲୁ କରାଯିବ କି ନାହିଁ ତାହା ସ୍ଥିର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଦୁଇ ମାସ ସେବା ଚାଲୁ ରହିବା ପରେ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ…

Read More

ଝାରଖଣ୍ଡ : ପଢିବା ଲେଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ  ସୀମା ନଥାଏ । କେବଳ ନିଜର ଆଗ୍ରହ ଓ ଇଚ୍ଛାଶକ୍ତି ହିଁ ଯଥେଷ୍ଟ । ଏବେ ଏପରି ଏକ ଘଟଣା ଝାଡଖଣ୍ଡରୁ ଦେଖିବାକୁ ମିଳିଛି । ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଏବେ ଇଣ୍ଟରମିଡିଏଟ୍‌ରେ ଆଡମିଶନ ନେଇଛନ୍ତି । ଦଶମ ପାସ୍‌ କରିଥିବା ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଏବେ ଏକାଦଶ ଶ୍ରେଣୀରେ ପାଠ ପଢିବେ । ମନ୍ତ୍ରାଳୟର ଦାୟିତ୍ବ ଗ୍ରହଣ କରିବା ସହିତ ମନ୍ତ୍ରୀଜୀ ଏବେ ସ୍କୁଲରେ ନିଜ କ୍ଲାସ୍‌ ରୁମ୍‌ ବେଞ୍ଚରେ ବସି ପାଠ ପଢିବାର ନଜର ଆସିବେ । ସୁବେର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ ଡୁମ୍‌ରୀ ବିଧାନସଭା କ୍ଷେତ୍ରର ନବାଡିହ ସ୍ଥିତ ଦେବୀ ମହତୋ ସ୍ମାରକ ଇଣ୍ଟର ମହାବିଦ୍ୟାଳୟରେ ଇଣ୍ଟରମିଡିଏଟ୍‌ରେ ଆଡମିଶନ୍‌ ନେଇଛନ୍ତି । ମନ୍ତ୍ରୀ ଜଗରନାଥ ମହତୋ କହିଛନ୍ତି ଯେ, ସେ ଯେତେବେଳେ ଶିକ୍ଷା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସେତେବଳେ କିଛି…

Read More

ବାଗ୍‌ପତ୍‌ : ଉତ୍ତରପ୍ରଦେଶର ବାଗ୍‌ପତ୍‌‌ରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲାଧ୍ୟକ୍ଷ ସଞ୍ଜୟ ଖୋଖରଙ୍କୁ କିଛି ଦୁର୍ବୃତ୍ତ ଗୁଳି ମାରି ହତ୍ୟ କରିଛନ୍ତି । କିଛି ଅଜ୍ଞାତ ଅପରାଧୀମାନେ ଏହି ଘଟଣା ଘଟାଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ସଞ୍ଜୟ ସକାଳୁ ସକାଳୁ ମର୍ଣ୍ଣିଂ ଓ୍ବାର୍କ ଯାଉଥିବାବେଳେ କିଛି ବଦମାସ୍‌ ତାଙ୍କୁ ଗୁଳି କରୁଥିଲେ ।ମର୍ଣ୍ଣିଂ ଓ୍ବାର୍କରୁ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ କିଛି ଅଜ୍ଞାତ ଆକ୍ରମଣକାରୀ ଗୁଳି ଚଳାଇଥିଲେ । ସଞ୍ଜୟଙ୍କୁ ଦୁଇଟି ଗୁଳି ଲାଗିଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏପରି ଏକ ଘଟଣା ଘଟିବା ପରେ ସାରା ଅଞ୍ଚଳରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଘଟଣାସ୍ଥଲରେ ଏସ୍‌ପି, ଏଏସ୍‌ପି ପହଞ୍ଚି ଘଟଣାରୁ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ହତ୍ୟାର କାରଣ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନଥିବାର କହିଛନ୍ତି ଏସ୍‌ପି ଅଜୟ କୁମାର ସିଂହ । ଅପରପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ…

Read More

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା, ବାଲେଶ୍ବର, ପୁରୀ, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନାଦେଇଛି । ଗଞ୍ଜାମର ତିନି ମୃତକଙ୍କ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 64, 72 ଓ 52 ବର୍ଷ ବୋଲି ସୂଚନା ରହିଛି । ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି ।  ଦୁଇ ମୃତକ ହେଉଛନ୍ତି 55  ଓ 26 ବର୍ଷୀୟ ମହିଳା ହୋଇଥିବାବେଳେ ଅନ୍ୟ ଜଣେ 80 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି । ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ 58 ବର୍ଷ ବୋଲି ସୂଚନା ରହିଛି । ସେହିପରି ପୁରୀରୁ 56 ବର୍ଷୀୟ ଜଣେ ପୁରୁଷଙ୍କର ମୃତ୍ୟୁ…

Read More

ଭୁବନେଶ୍ବର :  ଆଜି 29ଟି ଜିଲ୍ଲାରୁ ମୋଟ୍‌ 1341ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମ ଜିଲ୍ଲାରୁ 227ଜଣ ଚିହ୍ନଟ ହୋଇଥିବା ସ୍ଥଳେ ଖୋର୍ଦ୍ଧା ଜିଲ୍ଲାରୁ 218 ଜଣ, ସୁନ୍ଦରଗଡରୁ 91,ଭଦ୍ରକରୁ 83, କଟକରୁ 76, ରାୟଗଡାର 75, ଝାରସୁଗୁଡାରୁ 67, ନୟାଗଡରୁ 57, ବରଗଡରୁ 56, ବାଲେଶ୍ବରରୁ 54, କୋରାପୁଟରୁ 45, ବଲାଙ୍ଗିର ଓ କେନ୍ଦ୍ରାପଡାରୁ 27 ଜଣ ଲେଖାଏଁ, ସମ୍ବଲପୁରରୁ 26, କଳାହାଣ୍ଡିରୁ 25,  କେଉଁଝରରୁ 23, ଗଜପତିରୁ 20, ମାଲ୍‌କାନଗିରିରୁ 17, କନ୍ଧମାଳ, ଜଗତସିଂହପୁର ଓ ପୁରୀରୁ 16ଜଣ ଲେଖାଏଁ ଚିହ୍ନଟ ହୋଇଥିବା ସ୍ଥଳେ ଯାଜପୁରରୁ 15 ଜଣ ଚିହ୍ନଟ ହୋଇଛନ୍ତି। ସୋନପୁର ଓ ଢେଙ୍କାନାଳରୁ 14ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବୌଦ୍ଧରୁ 10 ମୟୂରଭଞ୍ଜରୁ 9, ନୂଆପଡାରୁ 7,    ନବରଙ୍ଗପୁରରୁ 6, ଅନୁଗୁଳରୁ 4 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ଚଳିତ ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର । କୋଭିଡ୍‌ ନିୟମ ମାନି ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛ। ସକାଳ 9ଟା ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଚଳିତ ଥର କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ପୋଷ୍ଟ କିମ୍ବା ପ୍ୟାରେଡ୍‌ ହେବ ନାହିଁ ବୋଲି ସୂଚନା ରହିଛି । ସେହିପରି ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି । କାର୍ଯ୍ୟକ୍ରମରେ ସର୍ବାଧିକ 50ରୁ 75 ଜଣ ଅତିଥିଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ରହିଛି । ଅତିଥିଙ୍କ ମଧ୍ୟରେ 15ରୁ 20 କରୋନା ଯୋଦ୍ଧା ସାମିଲ୍‌ ହେବେ ବୋଲି ସୂଚନା ରହିଛି । ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମୀ ପ୍ରମୁଖ ସାମିଲ୍‌ ହେବେ ।  କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ବ ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Read More

ଭୁବନେଶ୍ବର, କେନ୍ଦ୍ର ସରକାର ପୁଣି ଥରେ ରାଜ୍ୟକୁ ଏକ ନମ୍ବର ମାନ୍ୟତା ଦେଇଛନ୍ତି। ତାହା ହେଉଛି ରାଜ୍ୟରେ ପାଇପ ଜଳ ଯୋଗାଣ ପାଇଁ ଚାଲିଥିବା ଅମୃତ ଯୋଜନା। ଏହି ଯୋଜନାରେ ଓଡିଶା ସରକାର ଭଲ ସଫଳତା ହାସଲ କରିଛି। ଫଳରେ କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଏହି ମାନ୍ୟତା ଦେଇଛି। ଏହି ଅମୃତ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଭାବେ ଲାଗୁ କରାଯାଇଛି। ଓଡିଶାର ନଅ ଟି ସହରାଞ୍ଚଳରେ ବର୍ତ୍ତମାନ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେଗୁଡିକ ହେଲା ଭୁବନେଶ୍ବର, କଟକ,ସମ୍ବଲପୁର, ରାଉରକେଲା, ବାରିପଦା, ବାଲେଶ୍ବର, ଭଦ୍ରକ,ବ୍ରହ୍ମପୁର ଏବଂ ପୁରୀ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1341କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 818ଜଣ ଚିହ୍ନଟ ହୋଇଥିବାବେଳେ 523ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  48 ହଜାର 796କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 427ଜଣ । ସେହିପରି ସୁସ୍ଥ ହୋଇଛନ୍ତି 33ହଜାର 020 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 286ଜଣ । ସେହିପରି 51 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ 53 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 871 ଜଣ ପ୍ରାଣ ହରାଇଛନ୍ତି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 22 ଲକ୍ଷ 68 ହଜାର 676ରେ ପହଞ୍ଚିଛି । ସେହିପରି 871 ଜଣଙ୍କ ପ୍ରାଣହାନି ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 45 ହଜାର ୨୫୭ରେ ପହଞ୍ଚିଛି । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟ 15 ଲକ୍ଷ 83 ହଜାର 489ରେ ପହଞ୍ଚିଛି । ମହାରାଷ୍ଟ୍ରରେ କରୋନା ପରସ୍ଥିତି ସବୁଠୁ ଅଧିକ ଭୟଙ୍କର ରହିଛି । ଏଠାରେ କରୋନାରେ 3 ଲକ୍ଷ 58 ହଜାର 421 ଜଣ ଆକ୍ରାନ୍ତ ହୋଇଥିବା ବେଳେ 18 ହଜାର 50ଜଣଙ୍କର ମୃତ୍ୟୁ ଘଟିଛି ।

Read More