Author: Samikhsya Bureau

ବିଜନ କୁମାର ମହାପାତ୍ର ଏମିତି କିଛି ଭାରତୀୟ ଫିଲ୍ମ ରହିଛି, ଯାହା କି ‘ଟାଇମଲେସ୍ କ୍ଲାସିକ’ ପଯ୍ୟାୟଭୁକ୍ତ ହୋଇଛି। ଭାରତୀୟ ସିନେମା ଇତିହାସରେ ସେସବୁ କାଳଜୟୀ ଫିଲ୍ମ ଭାବେ ସ୍ୱୀକୃତ। ବୋଧହୁଏ ମାହେନ୍ଦ୍ର ବେଳାରେ ହିଁ ଏସବୁ ଚିରସବୁଜ ଓ କ୍ଲାସିକ ଫିଲ୍ମ ନିର୍ମିତ ହୋଇଥିବ। ସେଥିପାଇଁ ତ ରିଲିଜର ଦଶକ ଦଶକ ପରେ ବି ସେସବୁ ଫିଲ୍ମ ନୂଆ ଭଳି ଲାଗେ । ସେହିଭଳି ଏକ ଫିଲ୍ମ ହେଲା ‘ଶୋଲେ’ । ଭାରତର ସର୍ବକାଳିନ ‘କଲ୍ଟ ଫିଲ୍ମ’ ମଧ୍ୟରେ ଅନ୍ୟତମ। ଏକ ମାଇଲଖୁଂଟ ଫିଲ୍ମ ‘ଶୋଲେ’ ରିଲିଜକୁ ପୂରିଛି ୪୫ ବର୍ଷ। କିନ୍ତୁ ଆଜି ବି ଏହି ଫିଲ୍ମ ସିନେପ୍ରେମୀଙ୍କ ପାଇଁ ଅପାସୋରା ହୋଇ ରହିଛି। ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ୍ ହୋଇଥିଲା ରମେଶ ସିପ୍ପି ନିର୍ଦ୍ଦେଶିତ ଶୋଲେ। ଅନେକଙ୍କ ମତରେ ଏହା ଥିଲା ଏକ ମସାଲା ମନୋରଂଜନଧର୍ମୀ ଫିଲ୍ମ। ଏକ ରିଭେଂଜ ଡ୍ରାମା, ଯାହା କି…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଛି।ଆଜି ଗଞ୍ଜାମରୁ ୨୭୨, ଖୁର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡାରୁ ୯୩, ସୁନ୍ଦରଗଡରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ବରରୁ ୬୧, ନୟାଗଡରୁ ୫୬, ଗଜପତି ଓ ସମ୍ବଲପୁରରୁ ୫୪,ଯାଜପୁରରୁ ୫୨, କୋରାପୁଟରୁ ୪୬, ଭଦ୍ରକ ଓ କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂପୁରରୁ ୧୬, ଅନୁଗୁଳ, ବଲାଙ୍ଗୀର ଓ କେନ୍ଦ୍ରାପଡାରୁ ୧୩, ବରଗଡ ଓ ଝାରସୁଗୁଡାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧ ରୁ ୫ ଏବଂ ନବରଙ୍ଗପୁରରୁ ୨ ଜଣ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କରୋନା ରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ମୋଟ ୪୦,୭୨୬ ରେ ପହଞ୍ଚିଛି।

Read More

ଭୁବନେଶ୍ବର, ଆଜି ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ବେଶୀ ଲୋକ ନ ଥିଲେ। ହେଲେ ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହୋଇଥିବା ଏହି ଉତ୍ସବ ଏକ ନୂଆ ଉଦାହରଣ ପାଲଟିଛି। ତାହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର ଚାଳକ ସାଜିଲେ ତାଙ୍କର ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭି. କେ ପାଣ୍ଡିୟାନ। କାରଣ ଥିଲା କରୋନା ଭୟ। ଓଡିଶାରେ କରୋନା ଆସିବା ଦିନଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରା ଘରେ ବସି ସରକାରୀ କାମ କରୁଛନ୍ତି। ଦୀର୍ଘ ଛଅ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନକୁ ମାତ୍ର ଦୁଇ ତିନି ଥର ଆସିଥିବେ। ନଚେତ ସବୁବେଳେ ସେ ନିଜ ବାସଭବନରେ ଭିଡିଓ କନଫ୍ରେନସିଂ ମାଧ୍ୟମରେ ସରକାରୀ କାମ କରନ୍ତି। ହେଲେ ସ୍ବାଧୀନତା ଦିବସ ପାଳନ ତ ଭିଡିଓ କନପ୍ରେନସିଂ ମାଧ୍ୟମରେ ହୋଇ ପାରିବ ନାହିଁ। ଫଳରେ ସେ କିପରି ଉତ୍ସବ ସ୍ଥଳକୁ ଯିବେ ସେ ନେଇ ତାଙ୍କର…

Read More

ମଣିପୁର : ମଣିପୁର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏନେଇ ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି । ପୂର୍ବରୁ ରାଜ୍ୟରେ ଅଗଷ୍ଟ 15 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ରହିଥିଲା । ତେବେ ଆଜି ଏହି ଅବଧିକୁ ବୃଦ୍ଧି କରାଯାଇଛି । ସୂଚନାଯୋଗ୍ୟ, ମଣିପୁରରେ ଏବେ 1825 କରୋନା ମାମଲା ରହିଛି । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବାଙ୍କ ସଂଖ୍ୟା 2 ହଜାର 360 ରହିଛି ।ତେବେ ଏହି କରୋନା ଯୋଗୁଁ 13ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Read More

ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଶ୍ରୀ ଗୁରୁଜୀ ସାପ୍ତାହିକ ମିଳନ, କାଳୁପଡା ଆନୁକୁଲ୍ୟରେ ଭାରତୀୟ ବିଦ୍ୟା ନିକେତନ ପରିସରରେ ମଣ୍ଡଳ ପ୍ରମୁଖ ପ୍ରଭାକର ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜରିପଡା ପଞ୍ଚାୟତର ସରପଞ୍ଚ ଉମାକାନ୍ତ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ’ଦି ବ୍ଲଡ ଡୋନର୍ସ ଓଡ଼ିଶା’ ସଙ୍ଗଠନ ତରଫରୁ ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସହଯୋଗରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାକେନ୍ଦ୍ରର ରକ୍ତ ଭଣ୍ଡାର ଅଧିକାରୀ ଡ. ସ୍ବରୂପ ସାହୁ, ଲାବୋରେଟାରୀ ଟେକ୍‌ନସିଆନ ଅରୁଣ କୁମାର ସାହୁ, ଷ୍ଟାଫ୍‌ ନର୍ସ ଶ୍ବେତାଲିନ୍‌ ଜେନା, ଅମରଜ୍ୟୋତି ମହାପାତ୍ର, ରଶ୍ମିକାନ୍ତ ମହାରଣା, ବଳରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ରକ୍ତଦାନ ଶିବିରରୁ ମୋଟ୍‌ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବାର ସୂଚନା ରହିଛି। ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଘଡାଇ, ମାନସ ମହାରଣା, ସୌମ୍ୟ ରଞ୍ଜନ ପୁରୋହିତ, ସନ୍ତୋଷ…

Read More

ଦୁବାଇ : ଆଜି 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି । ସାରା ଭାରତରେ ଏହାକୁ ହର୍ଷୋଲ୍ଲାସରେ ପାଳନ କରାଯାଉଥିବାବେଳେ ଭାରତ ବାହାରେ ଥିବା ଆମ ଭାରତୀୟ ଭାଇ ଭଉଣୀମାନେ ମଧ୍ୟ ଏହି ଦିବସଟିକୁ ପାଳନ କରିଛନ୍ତି । ସ୍ବାଧୀନତା ଦିବସ ଉପଲକ୍ଷେ ଭାରତକୁ ଆମେରିକା, ଇସ୍ରାଏଲ ପରି ଅନେକ ଦେଶ ଶୁଭେଚ୍ଛା ଜଣାଇଥିବାବେଳେ ୟୁଏଇରେ ବାସ କରୁଥିବା ଜଣେ ପ୍ରବାସୀ ଭାରତୀୟ ଅନନ୍ୟ ଉପାୟରେ ଗାନ୍ଧିଙ୍କ ସ୍ମୃତି ଚାରଣ କରିଛନ୍ତି । ୟୁଏଇରେ ଅବସ୍ଥାନ କରୁଥିବା ଜଣେ ଭାରତୀୟ ଶିକ୍ଷକ ଏକ ଅନନ୍ୟ ଉପାୟରେ ଗାନ୍ଧୀଙ୍କୁ ମନେ ପକାଇଛନ୍ତି । ପ୍ରାୟ 5 ହଜାର ବୋତାମ ବ୍ୟବହାର କରି ଜଣଙ୍କ ଗାନ୍ଧୀଙ୍କ ଏକ ପ୍ରତିକୃତି ବନାଇଛନ୍ତି । ୟୁଏଇରେ ଅବସ୍ଥାନ କରୁଥିବା 29 ବର୍ଷୀୟ ରଶିଦା ଆଦିଲ ଏହି ପ୍ରତିକୃତି ପ୍ରସ୍ତୁତ କରିଛନ୍ତି । ଏହି ଅନନ୍ୟ କଳାକୃତି ବନାଇବା ପାଇଁ ତାଙ୍କୁ ତିନି ମାସ ସମୟ ଲାଗିଥିଲା ।…

Read More

ଭୁବନେଶ୍ବର : ଆଜି ଭୁବନେଶ୍ବର ମହାନଗର ନିଗମରୁ 277 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ 181 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 96 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍‌ସି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 181 ଜଣ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ ବ୍ରିଟ୍‌ କଲୋନୀରୁ 4 ଜଣ, ଆଇଆରସି ଭିଲେଜରୁ 8 ଜଣ, ସାଲିଆ ସାହିରୁ 6ଜଣ, ନୟାପଲ୍ଲୀର ଏକ ହୋଟେଲରୁ 5ଜଣ ଚିହ୍ନଟ ହୋଇଛନ୍ତି । ୟୁନିଟ୍‌ 3 – ଟେଲିଫୋନ୍‌ ଭବନରୁ 3 ଜଣ, ସାମନ୍ତରାପୁରରୁ 8ଜଣ,  ନୟାପଲ୍ଲୀର ଏକ ହୋଟେଲ୍‌ରୁ 5 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଚିହ୍ନଟ ଲୋକାଲ୍‌ କେସ୍‌ 96ଜଣଙ୍କ ମଧ୍ୟରେ ବରମୁଣ୍ଡା ଫାୟାର ଷ୍ଟେସନ ବସ୍ତିରୁ 3ଜଣ,  ଆଇଜି ପାର୍କ ନିକଟରୁ 3 ଜଣ ସରକାରୀ କର୍ମଚାରୀ, ନୟାପଲ୍ଲୀ ନୂଆସାହିରୁ 3 ଜଣ, ରସୁଲଗଡ ଶବର ସାହିରୁ 2 ଜଣ, ନୂଆଗାଁ ଉପରସାହିରୁ…

Read More

ୱାଶିଂଟନ୍ : ଆମେରିକୀୟ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ଡେମୋକ୍ରାଟିକ୍ ଦଳର  ମହିଳା ପ୍ରାର୍ଥୀ କମଲା ହାରିସଙ୍କୁ ଟାର୍ଗେଟ୍‌ କରିଛନ୍ତି ଟ୍ରମ୍ପ । କମଲାଙ୍କ ଅପେକ୍ଷା ଆମେରିକାର ଭାରତୀୟ ଭୋଟର ମତେ ଅଧିକ ପସନ୍ଦ କରନ୍ତି ବୋଲି ଟ୍ରମ୍ପ କହିଛନ୍ତି । ବିଡେନଙ୍କ ଆମେରିକାରେ କେହିବି ସୁରକ୍ଷିତ ନୁହନ୍ତି, ଏପରିକି କାଲିଫର୍ଣ୍ଣିଆ ସିନେଟର କମଲା ମଧ୍ୟ ନୁହନ୍ତି । ନ୍ୟୁୟର୍କ ପୋଲିସ୍ ବେନେଭୋଲେଣ୍ଟ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏହି ମତ ଦେଇଛନ୍ତି । ଉଭୟ ବିଡେନ୍ ଏବଂ କମଲା ବାମପନ୍ଥୀ ଚିନ୍ତାଧାରାରେ ପ୍ରଭାବିତ ଏବଂ ପୋଲିସ ବାହିନୀ ପ୍ରତି ବିପଦ ବୋଲି ଟ୍ରମ୍ପ କହିଛନ୍ତି । ସୂଚନାଯୋଗ୍ୟ, ନଭେମ୍ବର ତିନି ତାରିଖରେ ହେବାକୁ ଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ରହିଛି ।

Read More

ନୂଆଦିଲ୍ଲୀ :  ଆଜି ଦେଶବ୍ୟାପୀ 74ତମ ସ୍ବାଧୀନତା ଦିବସ ପାଳନ ହେଉଛି । ସ୍ବାଧୀନତା ଦିବସ ଅବସରରେ କ୍ରୀଡାବିତ୍‌ମାନେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଲମ୍ପିକ୍ସ ପଦକ ବିଜୟିନୀ ସାକ୍ଷୀ ମଲ୍ଲିକ, ସୁନୀଲ ଛେତ୍ରୀ ପ୍ରମୁଖ ଟ୍ୱିଟ୍ଟର ଜରିଆରେ ଦେଶବାସୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ,ଦେଶବାସୀଙ୍କୁ ଭଗବାନ ସୁରକ୍ଷିତ ରଖନ୍ତୁ ଏବଂ ଯେଉଁମାନେ ମହାମାରୀ ସମୟରେ ନିଜର ପରିବାରଠୁ ଦୂରରେ ରହି ଆମର ସୁରକ୍ଷାରେ ବ୍ୟସ୍ତ ଅଛନ୍ତି ସେମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବୋଲି ଭାରତୀୟ ଅଧିନାୟକ କୋହଲି ଟ୍ୱିଟ୍ କରିଛନ୍ତି । ଆମ ଦେଶର ବିବିଧତା ହିଁ ଆମର ଶକ୍ତି ଏହାକୁ ନେଇ ଆମକୁ ସଶକ୍ତ ହେବା ଉଚିତ। ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବୋଲି ଫୁଟବଲର ସୁନୀଲ ଛେତ୍ରୀ ଟ୍ୱିଟ କରିଛନ୍ତି । ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନରୁ ଆମେ…

Read More

ଭୁବନେଶ୍ବର : ଏବେ ରାଜ୍ୟରେ ସ୍କୁଲ ଖୋଲିବାର ସମ୍ଭାବନା ନାହିଁ । ତେବେ ପିଲାଙ୍କ ପାଠ ପଢା ନେଇ ସରକାର ନୂଆ ଯୋଜନା ଆରମ୍ଭ କରିବେ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଆଜି ଯାଜପୁରଠାରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଉତ୍ସବରେ ଯୋଗ ଦେଇ ଜିଲ୍ଲା ପ୍ୟାରେଡ୍‌ରେ ଏହା ସମ୍ପର୍କରେ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।  ତେବେ ପିଲାଙ୍କୁ ଶିକ୍ଷାଦାନ ନେଇ ସରକାର ‘ଶିକ୍ଷା ସମ୍ପର୍କ ଯୋଜନା’ ଶୀର୍ଷକ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ନୂଆ ଯୋଜନାରେ ଶିକ୍ଷକ ଗାଁକୁ ଗାଁ ଯାଇ ପାଠ ପଢାଇବେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଚଳିତ ବର୍ଷ ସିଲାବସ୍‌ କମାଇବା ନେଇ ନିଷ୍‌ପତ୍ତି ହୋଇଛି । ଆଗାମୀ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ୍‌ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ଥାନା କୁନ୍ଦଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତର ଦୁଇଜଣ ଛାତ୍ର ଟିଉସନ୍ ହେବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ସୂଚନାନୁଯାୟୀ ତୁଳଙ୍ଗ ଗ୍ରାମର ଦୁଇଜଣ ଛାତ୍ର ଦିଲ୍ଲିପ ବିଶ୍ୱାଳଙ୍କ ଏକମାତ୍ର ପୁତ୍ର ପ୍ରତ୍ୟୁଷ ବିଶ୍ୱାଳ(ଚନ୍ଦନ)୧୩ ଓ ତନ୍ମୟ ବିଶ୍ୱାଳଙ୍କ ଏକମାତ୍ର ପୁତ୍ର ଆୟୁଷ ବିଶ୍ୱାଳ ଦୁଇଜଣଯାକ ନବମରେ ପଢୁଥିବା ବେଳେ ଘରପାଖରୁ ୩କି.ମି ଦୁର ଖୁନ୍ଦଳ ଗ୍ରାମକୁ ସକାଳ ୧୦ଟାରୁ ୧୧ଟା ଟିଉସନ୍ ହେବାକୁ ଯାଇ ଫେରୁଥିବା ବେଳେ ନିକଟସ୍ଥ ଏକ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଦୁଇ ଛାତ୍ରଙ୍କୁ ପୋଖରୀରୁ ଉଦ୍ଧାର କରାଯିବା ପରେ ଯଥାଶୀଘ୍ର ନିକଟସ୍ଥ ଏରସମା ମେଡିକାଲକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା ପରେ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏଠାରେ…

Read More

ନୂଆଦିଲ୍ଲୀ : ସମଗ୍ର ଦେଶ ସ୍ୱାଧୀନତା ଦିବସ ମନାଉଥିବା ବେଳେ ଏହାର ଅବ୍ୟବହତି ପୂର୍ବରୁ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଛି । ଜାତୀୟ ରାଜଧାନୀରେ ଏହି ଲଜ୍ଜାଜନକ ଘଟଣା ଗୁରୁବାର ରାତିରେ ଘଟିଛି ।  ଦକ୍ଷିଣ ପୂର୍ବ ଦିଲ୍ଲୀର ଜେଜେ କଲୋନୀ ଭିତରେ କମନ୍‌ ବାଥରୁମ ବ୍ୟବହାର କରିବାକୁ ସେ ଘରୁ ବାହାରକୁ ଯାଉଥିବା ବେଳେ ଦୁଇଜଣ ବ୍ୟକ୍ତି 13 ବର୍ଷର ବାଳିକାକୁ ଅପହରଣ ଓ ଗଣଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକାଙ୍କ ପଡୋଶୀ ବୋଲି ଜଣାପଡିଛି । ପୀଡିତା ଜଣକ ସାଧାରଣ ୱାଶରୁମ୍ ବ୍ୟବହାର କରିବା ପାଇଁ ରାତି ପ୍ରାୟ 9ଟା ସମୟରେ ପୀଡ଼ିତା ଜଣକ କମନ୍‌ ବାଥରୁମ୍‌ ବ୍ୟବହାର କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ସେ ଘରୁ ବାହାରକୁ ଆସିବା ପରେ ଅଭିଯୁକ୍ତ ପଡୋଶୀ ତାଙ୍କୁ ନିକଟ ଜଙ୍ଗଲକୁ ଟାଣି ନେଇଥିଲେ। ଏହାପରେ ତାଙ୍କସହିତ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ…

Read More

ନୂଆଦିଲ୍ଲୀ : ଆଜି ଦେଶରେ 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି ।  ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି ‘ଧରୋହର’ ଶୀର୍ଷକ ଏକ ସିରିଜର ପ୍ରମୋ ଜାରି କରିଛି । ଏହି ପ୍ରମୋରେ କଂଗ୍ରେସର ସମସ୍ତ ନେତାଙ୍କ ସହିତ ନରସିହ୍ମା ରାଓ ଓ ସୀତାରାମ କେସରୀ ମଧ୍ୟ ନଜର ଆସିଛନ୍ତି ।  ଏହି ଭିଡିଓରେ 1885 ମସିହାଠାରୁ ଏପର୍ଯ୍ୟନ୍ତ କଂଗ୍ରେସର ଯାତ୍ରା ଓ ଯୋଗଦାନକୁ ଦେଖାଯାଇଛି । ଏହି ସିରିଜ୍‌ରେ ପ୍ରାୟ 300 ଛୋଟ-ଛୋଟ ଭିଡିଓ ପ୍ରସ୍ତୁତ କରାଯାଇଛି । ଦୁଇ ଭିଡିଓ ପ୍ରତ୍ୟେକ ସପ୍ତାହରେ ଜାରି କରାଯିବ । କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି  ଓ ମହାସଚିବ ପ୍ରିୟଙ୍କା ଗାନ୍ଧି ସ୍ବାଧୀନତା ଦିବସ ଅବସରରେ ଶୁଭକାମନା ଜଣାଇବା ସହ କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଆଜି ଦେଶବ୍ୟାପୀ ପାଳିତ ହେଉଛି 74ତମ ସ୍ବାଧୀନତା ଦିବସ । ଏହି ଅବସରରେ ଗୁଗୁଲ୍‌ ପ୍ରତ୍ୟେକ ବର୍ଷ ପରି ମଧ୍ୟ ଚଳିତ ବର୍ଷ ସ୍ବତନ୍ତ୍ର ଡୁଡୁଲ୍‌ ଜରିଆରେ ସ୍ବାଧୀନତା ଦିବସର ଶୁଭେଚ୍ଛା ପ୍ରଦାନ କରିଛି । ଗୁଗୁଲ୍‌ ସ୍ବାଧୀନତା ଦିବସ ଉପଲକ୍ଷେ ଆଜି ସ୍ବତନ୍ତ୍ର ଡୁଡୁଲ୍‌ ପ୍ରସ୍ତୁତି କରିଛି । ଗୁଗୁଲ୍‌ ଏହି ଡୁଡୁ୍‌ଲ୍‌ରେ ଭାରତର ସଂସ୍କୃତି, କଳା  ଓ ସଙ୍ଗୀତକୁ ଦର୍ଶାଇଛି । ଡୁଡୁଲ୍‌ରେ ଶେହନାଇ, ତୂରୀ, ଢୋଲ, ବୀଣା ଓ ସାରଙ୍ଗୀ ବଜାଉଥିବାର ଦେଖାଯାଇଛି । ଚଳିତ ଡୁଡୁଲ୍‌ ମୁମ୍ବାର ଗେଷ୍ଟ ଆର୍ଟିଷ୍ଟ୍‌ ସଚିନ୍‌ ଘନେକରଙ୍କୁ ନେଇ ପ୍ରସ୍ତୁତ କରିଛି । ଏହି ଡୁଡୁଲ୍‌ରେ କ୍ଲିକ୍‌ କଲେ ଭାରତର ସ୍ବାଧୀନତା ଦିବସର ସର୍ଚ୍ଚ ପେଜ୍‌ ଓପନ୍‌ ହେଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ଧର ଲାଲକିଲ୍ଲାରେ ସ୍ବାଧୀନତା ଦିବସରେ ସାମାଜିକ ଦୂରତ୍ବକୁ ବିଶେଷ ଧ୍ୟାନ ଦିଆଯାଇଥିଲା । ଚଳିତ ବର୍ଷ ମାତ୍ର 5…

Read More

ନୂଆଦିଲ୍ଲୀ : ଆଜି ସମଗ୍ର ଦେଶରେ 74ତମ ସ୍ବାଧୀନତା ଦିବସ ପାଳନ ହେଉଛି । ଦେଶରେ ସବୁ ପ୍ରାନ୍ତରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ସମେସ୍ତ ଭାରତ ମାତାଙ୍କ ବୀର ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହା ମଧ୍ୟରା ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏକ ହୃଦୟକୁ ଖୁସି କରିବା ଭଳି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ବିଭିନ୍ନତା ମଧ୍ୟରେ ଆମେ ଏକ । ବିବିଧତା ମଧ୍ୟରେ ଏକତା ହେଉଛି ଆମର ଗର୍ବ । ବିବିଧତା ଭିତରେ ଭାରତର ଏକତାକୁ ପ୍ରମାଣିତ କରୁଛି । ସବୁ ଧର୍ମ, ଜାତି, ବର୍ଣ୍ଣ ନିର୍ବିଶେଷରେ ଆମେ ସମେସ୍ତ ଭାରତୀୟ ଏହାକୁ ପ୍ରମାଣ କରୁଛି ।  ଏଠାରେ ପାଞ୍ଚ ଧର୍ମର ଗୁରୁମାନେ ମିଶି କରି ଏକା ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । କେବଳ ତ୍ରିରଙ୍ଗା ଉଡାଇନାହାନ୍ତି । ଏକା ସାଙ୍ଗରେ ଗୋଟିଏ ସ୍ବରରେ ଜନଗଣ ମନ ଅଧିନାୟକ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଗତକାଲି ବାଣପୁର ବ୍ଲକ ଅନ୍ତର୍ଗତ ରାଣୀପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ଯୁବକ ଛାତ ଉପରୁ ଖସି  ଏକ ଗଛର ଡାଳ ଉପରେ ପଡ଼ି ଝୁଲିବା ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରାଣୀପଡା ଗ୍ରାମର ସ୍ବର୍ଗତ ଗୋପୀ ଦାସଙ୍କ ୩୦ ବର୍ଷୀୟ ପୁତ୍ର କେଶବ ଦାସ ଗତକାଲି ଅପରାହ୍ନ ପାଖାପାଖି ୩ ଘଟିକା ସମୟରେ ନିଜ ଘର ଛାତ ଉପରୁ ଓହ୍ଲାଇବା ସମୟରେ ଭାରସାମ୍ୟହରାଇ ଛାତ ଉପରୁ ଖସି ପଡ଼ି ତଳେ ଥିବା ଏକ ଗଛର ଶାଖାରେ ପିନ୍ଧିଥିବା ଗଞ୍ଜି ଦ୍ୱାରା ଝୁଲିକି ରହିଥିଲେ। ଏହା ଦେଖି ତୁରନ୍ତ ଗ୍ରାମବାସୀ ମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ଆଜି ସକାଳେ ବାଣପୁର ପୋଲିସ ଥାନା ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ…

Read More

ଲଣ୍ଡନ୍‌ : 35 ବର୍ଷର ଏକ ପୁରୁଣା ଜୋତା 4.59 କୋଟିରେ ବିକ୍ରି ହୋଇଛି । ତେବେ ଏହି ଜୋତାଟି କୌଣସି ମାମୁଲି ଜୋତା ନୁହେଁ । ଏହି ଜୋତା ହେଉଛି ଆମେରିକାର ପୂର୍ବତନ ବରିଷ୍ଠ ବାସ୍କେଟବଲ୍‌ ଖେଳାଳୀ ମାଇକେଲ୍‌ ଜୋର୍ଡାନ୍‌ଙ୍କର । ବରିଷ୍ଠ ବାସ୍କେଟବଲ୍‌ ଖେଳାଳୀ ମାଇକେଲ୍‌ ଜୋର୍ଡାନ୍ ଯେଉଁ ଜୋତା ପିନ୍ଧି ଖେଳିଥିଲେ, ସେଇ ଜୋତାଟି ଅନଲାଇନ୍‌ରେ ନିଲାମୀ ହୋଇଛି । ନିଲାମୀରେ ଏହି ଜୋତାଟି 61, 5000 ଆମେରିକୀୟ ଡଲାରରେ ବିକ୍ରି ହୋଇଛି । ଯାହା ଭାରତୀୟ ମୁଦ୍ରାରେ 4 କୋଟି 59 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବାର ସୂଚନା ରହିଛି । ଷ୍ଟାଡିୟମ୍‌ ଗୁଡସ୍‌ ସହିତ କ୍ରିଷ୍ଟି ଆକାଶନ୍‌ରେ ଓରିଜିନାଲ୍‌ ଏୟାର୍‌ ନାମରେ ଏହାର ନିଲାମୀ କରାଯାଇଥିଲା । ଏହି ଜୋତାଟିକୁ ’ଏୟାର ଜୋର୍ଡାନ୍‌ 1’ ନାମରେ ନାମିତ । ଚିକାଗୋ ବୁଲସ୍‌ର ଷ୍ଟାର୍‌ ଜୋର୍ଡାନ୍‌ 1985 ମସିହାରେ ଏକ  ପ୍ରଦର୍ଶନୀ ମ୍ୟାଚ୍‌ରେ ଏହି ଜୋତାଟି…

Read More

ଭୁବନେଶ୍ବର, ଭୁବନେଶ୍ବରରେ ଆୟୋଜିତ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସରେ ସ୍ବତନ୍ତ୍ର ଅତିଥୀ ଅଛନ୍ତି କୋଭିଡ ଯୋଦ୍ଧା

Read More

ନୂଆଦିଲ୍ଲୀ: ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ସ୍ୱାଧୀନତା ଦିବସ ପାଳନ କରିଛନ୍ତି ଆଇଟିବିପିର ଯବାନ। ଲଦାଖ ସୀମାରେ ୧୭ ହଜାର ଫୁଟ ଉପରେ ରହିଥିବା ଇଣ୍ଡୋ ତିବତିଆନ୍ ବର୍ଡର ପୋଲିସ ପକ୍ଷରୁ ଶନିବାର ଦିନ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ସୀମାର ବିଭିନ୍ନ ସ୍ଥାନରେ ଯବାନଙ୍କ ପକ୍ଷରୁ ତ୍ରିରଙ୍ଗା ଉଡାଯାଇଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିଲା। ଏହା ସହିତ ସିଏପିଏଫ୍ ଯବାନଙ୍କ ପକ୍ଷରୁ ପାଙ୍ଗ ସୋ ହ୍ରଦ ନିକଟରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ନିକଟରେ ଗଲୱାନ ଉପତ୍ୟକାରେ ଘଟିଥିବା ସଂଘର୍ଷରେ ଶହୀଦ ହୋଇଥିବା ୨୧ ଯବାନଙ୍କ ନାମ ସାହାସିକତା ପଦକ ପାଇଁ ସୁପାରିଶ କରାଯାଇଛି।

Read More

ଭୁବନେଶ୍ବର :  ରାଜ୍ୟରେ ଆଜି କରୋନା ଯୋଗୁଁ ଆଜି 9ଜଣଙ୍କର ମୃତ୍ୟୁହୋଇଛି । ସମ୍ବଲପୁରରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 2, ଗଞ୍ଜାମ,କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସମ୍ବଲପୁରରୁ ମୃତ୍ୟୁବରଣ କରିଥିବା ଚାରି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଦୁଇଜଣ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ ଯଥାକ୍ରମେ 65 ଓ 50 ବର୍ଷ ହୋଇଥିବାବେଳେ ପୁରୁଷଙ୍କ ବୟସ 74 ଓ 78 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ମୃତ୍ୟୁବରଣ କରିଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ରହିଛନ୍ତି । କଟକରୁ ମୃତ୍ୟୁବରଣ କରିଥିବା ମହିଳାଙ୍କ ବୟସ 50 ବର୍ଷ ହୋଇଥିବାବେଳେ ପୁରୁଷଙ୍କ ବୟସ 50 ବର୍ଷ ବୋଲି ସୂଚନା ରହିଛି ।  ସେହିପରି ଗଞ୍ଜାମରୁ 53 ବର୍ଷୀୟ ପୁରୁଷ…

Read More