କେଦାର ମିଶ୍ର ଗତ କାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପ ସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଟୁଇଟର ରେ ଲେଖିଛନ୍ତି ” ନିଜ ଟେଲିଫୋନ କଲ ଅନଲାଇନ ପୋଷ୍ଟ କରିଥିବାରୁ ଓଡିଶା ପୋଲିସ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ସେମାନଙ୍କର ଅପରାଧ କଣ? ସେମାନଙ୍କ ମଧ୍ୟରୁ ଜଣେ କରୋନା ଆକ୍ରାନ୍ତ ଥିଲେ ଓ ପ୍ରବଳ ସରକାରୀ ବ୍ୟୟରେ ସେମାନଙ୍କର ମିଛ ଚିକିତ୍ସା ହୋଇଥିବାର ଅଭିଯୋଗ କରିଥିଲେ। ଏହା ଓଡିଶାରେ ଚାଲିଥିବା ବିରାଟ କରୋନା ଘୋଟାଲାରା ସଦ୍ୟତମ ଉଦାହରଣ। ଏ ସମ୍ପର୍କରେ ଅଭିବ୍ୟକ୍ତିର ସ୍ଵାଧୀନତା କଥା ଉଠାଉଥିବା ଲୋକେ କିଛି କହିବେ କି?” ଏତକ ଲେଖିବା ବେଳେ ଶ୍ରୀ ପଣ୍ଡା ବିଲକୁଲ କହିଲେ ନାହିଁ ଯେ ତାଙ୍କ ପରିବାର ଦ୍ଵାରା ପରିଚାଳିତ “ଓ ଟିଭି” ରେ ଏହି ଦୁଇ ବ୍ୟକ୍ତିଙ୍କର ବ୍ୟକ୍ତିଗତ କଥାବାର୍ତ୍ତା ପ୍ରଚାରିତ ହୋଇଥିଲା। ଦୁଇଜଣ ଲୋକ ନିଜ ଭିତରେ ବ୍ୟକ୍ତିଗତ କଥା ହେଲା ବେଳେ…
Author: Samikhsya Bureau
ଭୁବନେଶ୍ବର, ଖୁବ ଶିଘ୍ର ମନ୍ଦିର ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି। ଏ ନେଇ କୋର୍ଟ ଏକ ରାୟ ଦେଇଥିବାରୁ ସେହି ଆଧାରରେ କିପରି କୋଭିଡ ଗାଇଡ ଲାଇନ ସହିତ ଠାକୁର ଦର୍ଶନ ହେବ ତାହା ଆଲୋଚନା ଚାଲିଛି। ମନ୍ଦିର ଖୋଲିବା ନେଇ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏପରିକି ସୁପ୍ରିମ କୋର୍ଟ ମଧ୍ୟ ମନ୍ଦିର ଖୋଲିବା ସପକ୍ଷରେ ମତ ରଖିଛନ୍ତି। ହେଲେ ଓଡିଶା ସରକାର କୋଭଡି ପାଇଁ ରାଜ୍ୟରେ ତାହା ଲାଗୁ କରି ନାହାଁନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ରାଜ୍ୟ ସରକାର କିପରି ମନ୍ଦିର ଖୋଲାଯିବ ତା ଉପରେ ତର୍ଯ୍ୟମା କରୁଛନ୍ତି।
ଭୁବନେଶ୍ବର, ଏଥର ଅଗଷ୍ଠ ପନ୍ଦର ପାଳନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 70 ଜଣ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିବେ।କରୋନା ମୁକାବିଲାରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇଛନ୍ତି ସେମାନଙ୍କୁ ସମ୍ମାନିତ କରିବା ପାଇଁ କୁଆଡେ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା। ସେଥିପାଇଁ ତାଙ୍କ କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଗତ ବର୍ଷ ପରି ଏଥର ସେହି ପ୍ରଦର୍ଶନୀ ପଡିଆରେ ପତାକା ଉତ୍ତୋଳନ କରାଯିବ। ସେଥିପାଇଁ କମିଶନରେଟ ପୋଲିସ ତରଫରୁ ପ୍ରସ୍ତୁତି କରାଯାଇଛି। ଆଜିଠାରୁ ଦୁଇଦିନ ପାଇଁ ରିହରସେଲ କରାଯିବ। କୋଭିଡ କଟକଣା ପାଇଁ ଏଥର ସ୍ବାଧୀନତା ଦିବସକୁ କାଣ୍ଟଛାଣ୍ଟରେ କରାଯିବ ବୋଲି ନିଷ୍ପତି କାରଯାଇଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ଆଜି ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମର କେଳୁଚରଣ ଭୋଳଙ୍କ ପୁତ୍ର ହେମନ୍ତ ଭୋଳ(୩୨) ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ହେମନ୍ତ ଆଜି ସକାଳେ ପ୍ରାୟ ୧୦ ଘଟିକାରେ ଘରୁ ୫୦୦ ଟଙ୍କା ନେଇ ନିଜ ସ୍କୁଟି ଯୋଗେ ବାଣପୁର ଯାଇଥିଲେ। କିନ୍ତୁ ଅପରାହ୍ନ ଯାଏଁ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ ଏବଂ ପରେ ଲୋକମାନଙ୍କଠୁ ଖବର ପାଇ ଶାଳିଆ ଡ୍ୟାମ ନିକଟରେ ହେମନ୍ତ ଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ ହେମନ୍ତଙ୍କୁ ବାଣପୁର ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କ ରେ ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏ ସଂକ୍ରାନ୍ତରେ…
ଭୁବନେଶ୍ବର, ବହୁ ବାଦବିବାଦ ଏବଂ କୋର୍ଟ କଚେରୀ ମାମଲା ପରେ ଶେଷରେ ପ୍ରଦାନ କରାଗଲା ଓଡିଶାର କଳା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର। ଆଜି ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସାତ ଜଣଙ୍କୁ ଦେଇଛି ଏହି ସମ୍ମାନ। ପ୍ରତି ବର୍ଷ ଏହି ପୁରସ୍କାର ଜଣେ ଶ୍ରେଷ୍ଠ ଶିଳ୍ପୀଙ୍କୁ ଓଡିଶା ଲଳିତକଳା ଏକାଡେମୀ ତରଫରୁ ପ୍ରଦାନ କରାଯାଇ ଥାଏ। ହେଲେ ପୁରସ୍କାରକୁ ନେଇ କୋର୍ଟରେ ମାମାଲ ଦାୟର ହେବା ଯୋଗୁଁ ୨୦୦୯ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ପାରି ନ ଥିଲା। ଦୁଃଖର କଥା ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ମାମଲା ଯୋଗୁଁ ପୁରସ୍କାର ପ୍ରଦାନ କରାଯାଇପାରୁ ନ ଥିଲା। ଏପରି ବିଳମ୍ବ ଯୋଗୁଁ କେତେକ ଶିଳ୍ପୀ ସେମାନଙ୍କ ଜୀବନ କାଳରେ ପୁରସ୍କାର ପାଇପାରିଲେ ନାହିଁ। ତେବେ ସେ ସବୁ ବାଦବିବାଦ…
ଭୁବନେଶ୍ବର, ବିଜେଡି ବର୍ତ୍ତମାନ ତାହାର ସଂଗଠନକୁ ମଜବୁତ କରିବାରେ ଲାଗିଛି। ପ୍ରତି ମାସରେ କିଛି ନ କିଛି ଦଳର ସଂଗଠାନିକ ଦାୟିତ୍ବ ଘୋଷଣା କରାଯାଉଛି। ସେହି କ୍ରମରେ ବିଜେଡିର ତିରିଶ ଜଣ ମହିଳାଙ୍କୁ ଜିଲ୍ଲା ମହିଳା ସଂଗଠନର ଦାୟିତ୍ହ ଦିଆଯାଇଛି। ସେହି ଅନୁସାରେ ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ନେତ୍ରୀଙ୍କ ନାମ ନିମ୍ନରେ ପ୍ରଦାନ କରାଗଲା।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନଙ୍କ ସହିତ କୋଭିଡ୍ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଂକ୍ରମଣର ନିୟନ୍ତ୍ରଣ ପାଇଁ ଜିଲ୍ଲାର ସରପଞ୍ଚମାନେ ଯେଭଳି ଦକ୍ଷ ନେତୃତ୍ବର ପରିଚୟ ଦେଇ ପରିସ୍ଥିତିରେ ଉନ୍ନତି ଆଣିପାରିଛନ୍ତି, ମୁଖ୍ୟମନ୍ତ୍ରୀ ତା’ର ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରପଞ୍ଚମାନେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ପରି କଡା ପଦକ୍ଷେପ ନେବା ସହିତ କୋଭିଡ୍ କେୟାର ହୋମ, କୋଭିଡ୍ ମ୍ୟାନେଜମେଣ୍ଟ ସେଣ୍ଟର, ଟେଷ୍ଟିଂ, ସର୍ଭେ ଆଦି ସବୁଥିରେ ସହଯୋଗ କରିଛନ୍ତି। ସେହିପରି କରୋନା ବିରୁଦ୍ଧରେ ଚାଲିଥିବା ଲଢେଇରେ ଗଞ୍ଜାମ ଜିଲ୍ଲା ଆଗରେ ଅଛି। ଓଡିଶା ଫେରିଥିବା ଲକ୍ଷ ଲକ୍ଷ ଭାଇ ଭଉଣୀମାନଙ୍କ ପାଇଁ ଠିକ୍ ସମୟରେ ଟେମ୍ପରାରି ମେଡିକାଲ କ୍ୟାମ୍ପ କରିବା, ସେଘ୍ଡିକୁ ଠିକ୍ ଭାବରେ ପରିଚାଳନା କରିବା ଓ ଲୋକଙ୍କୁ…
କୋଭିଡ ପରିଚାଳନାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉପରେ ଉଠିଥିବା ବିଭିନ୍ନ ଅଭିଯୋଗ ଉପରେ ତୁରନ୍ତ ରାଜ୍ୟ ସରକାର କାର୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। ଏକ ପ୍ରେସ ବିବୃତିରେ ସେ ପଟ୍ଟନାୟକ କହିଛନ୍ତି ଯେ,ଗତ ଦୁଇମାସ ଧରି ବିଭିନ୍ନ ଗଣମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ବ୍ୟକ୍ତି ବିଶେଷ ଯେଉଁ ମତପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ର ମୁକାବିଲା ପାଇଁ ସରକାର ଯେଉଁ ସବୁ ଜିନିଷ କିଣିଛନ୍ତି ସ୍ୱାସ୍ଥ୍ୟ ବିଭାଗର କୋଟି କୋଟି ଟଙ୍କାରଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରିବା ସତ୍ୱେ ସେ ବିଷୟରେ ସରକାର କାହିଁକି ତୁରନ୍ତ ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ । ଦୟାକରି ଅଭିଯୋଗକୁ ସାମ୍ନା କରନ୍ତୁ ସରକାର । ଏପରିକି ଲୋକୟୁକ୍ତରେ ମଧ୍ୟ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ନୋଟିସ ଦେଲେ ମଧ୍ୟ ସରକାରଙ୍କ ପକ୍ଷରୁ କେହି ଉପସ୍ଥିତ…
ଭୁବନେଶ୍ବର, ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି। କୋଭିଡ୍-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା ମହିଳାମାନଙ୍କ ପାଇଁ ଏହି ସହାୟତା ବିନିଯୋଗ ହେବ। ପୂର୍ବରୁ ଉଭୟ ବଲାଙ୍ଗିର ପାଇଁ ଅଢେଇ କୋଟି ମୋଟ ଦଶ କୋଟି ଦାନ କରିଛନ୍ତି। ଉଭୟଙ୍କ ଏପରି ଉଦାରତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଭିଡିଓ କନଫରେନ୍ସି ଜରିଆରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଚେକ୍ ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ସେମାନଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀମତୀ ବାଗ୍ଚୀ କହିଥିଲେ ଯେ ଓଡିଶା ବାସୀ ଯେତେବେଳେ ଇଛା ହୁଏ ସେତେବେଳେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥାନ୍ତି। ମନ୍ଦିର…
ଆଜି ରାଜ୍ୟରେ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ଖବର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣା ପଡିଛି।ଆଜି ସର୍ବାଧିକ ୪୬୧ ଜଣ ଖୁର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇ ହେରିଥିବା ବେଳେ ଗଞ୍ଜାମରୁ ୧୮୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାୟଗଡାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୁଳରୁ ୩୯, କୋରାପୁଟରୁ ୩୬, ବାଲେଶ୍ଵରରୁ ୩୫, ବରଗଡରୁ ୩୪, ଜଗତସିଂପୁର ଓ ସୁନ୍ଦରଗଡରୁ ୩୨, ଭଦ୍ରକରୁ ୩୧, ଯାଜପୁରରୁ ୨୯, ଗଜପତିରୁ ୨୮, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୫, ପୁରୀରୁ ୧୪, କେନ୍ଦ୍ରାପଡାରୁ ୧୦, ବୌଦ୍ଧ ରୁ ୯, ଝାରସୁଗୁଡାରୁ ୮, ନୟାଗଡରୁ ୬ ଓ କଟକରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୨୦ ରେ ପହଞ୍ଚିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୧୮ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି l ଅନୁରୂପ ଭାବେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଆଜି ସକାଳ ସୁଦ୍ଧା ଉକ୍ତ ଅଞ୍ଚଳରୁ ୩୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଆଜି ଚିଲିକା ବି.ଡ଼ି.ଓ ତଥା କୋଭିଡ କମିଟି ଚେୟାରମ୍ୟାନ ଶ୍ରୀମତୀ ସୁଷମା ବାରିକ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୧୪୬୪ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି କୁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହି ସମୟରେ ତିନି ଗୋଟି ମେଡିକାଲ ଟିମ ଦ୍ୱାରା ଜୋରଦାର…
କଟକ : ଆଜି କଟକ ମହାନଗର ଅଞ୍ଚଳରୁ ଆଉ 53ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 53 ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 43ଜଣ ଚିହ୍ନଟ ହୋଇଥିବାବେଳେ 10 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛି ବୋଲି ସିଏମ୍ସି ଟୁଇଟ ଯୋଗେ ସୂଚନା ଦେଇଛି । କ୍ବାରେଣ୍ଟାଇନ୍ରୁ 43 ଜଣ ଚିହ୍ନଟ ହୋଇଥିବାବେଳେ କଣ୍ଟେନେମେଣ୍ଟ ଜୋନ୍ରୁ 19 ଜଣ ରହିଥିବାବେଳେ 06 ଜଣ ସରକାରୀ କ୍ବାରେଣ୍ଟାଇନ୍ ଓ 18ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଛନ୍ତି । ମାଲଗୋଦାମ ଜାଲୁଆ ସାହିରୁ 19 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସାମନ୍ତ ସାହିରୁ 7 ଜଣ, ଚୌଧୁରୀ ବଜାରରୁ 6ଜଣ, ପଟ୍ଟାପୋଲରୁ 2 ଜଣ ଚିହ୍ନଟ ହୋଇଛି। ଲୋକାଲ 10 କେସ୍ ମଧ୍ୟରୁ ଫ୍ରେଣ୍ଡସ୍ କଲୋନୀରୁ 28 ବର୍ଷୀୟ ଯୁବକ ଥିବାବେଳେ ରାଜା ବଗିଚାରୁ ଜଣେ 37 ବର୍ଷୀୟ କୋଭିଡ୍ ଯୋଦ୍ଧା ରହିଛନ୍ତି । ସେହିପରି ବାମ୍ପୀ ସାହିରୁ 61 ବର୍ଷୀୟ ପୁରୁଷ ରହିଥିବାବେଳେ କନିକା ବଜାରରୁ 33…
ଦାଉସା : ରାଜସ୍ଥାନର ଦାଉସା ଜିଲ୍ଲାରେ ଏକ ବର୍ବର ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି। 17 ବର୍ଷୀୟ ଏହି ମୂକ ବଧିର ଝିଅଟି ଗାଁର ଏକ ଦୋକାନକୁ ଯାଉଥିବା ସମୟରେ ଅଭିଯୁକ୍ତ ମାନେ ଅପହରଣ କରି ନେଇଥିଲେ। ଅପହରଣ କରି ଗଣଦୁଷ୍କର୍ମ ପରେ ନାବାଳିକାକୁ ଛାଡି ଦେଇଥିଲେ ଅଭିଯୁକ୍ତ। ଅଗଷ୍ଟ 4 ତାରିଖରେ ଦସୁଆରେ ଏହି ଘଟଣା ଘଟିଥିଲା। ଘଟଣାର ତିନି ଦିନ ପରେ ଯୁବତୀଙ୍କ ମା ଘଟଣା ସମ୍ପର୍କରେ ଜାଣିବା ପରେ ଶନିବାର ରାତିରେ ମାଣ୍ଡାବଳୀ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ୍ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଅନ୍ୟ ଦୁଇ ଜଣଙ୍କ ସନ୍ଧାନରେ ରହିଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ଆଇଜି ଏସ ସେଙ୍ଗିଥାର ପ୍ରକାଶ କରିଛନ୍ତି। ପୋକ୍ସୋ ଆଇନ୍ ଆଧାରରେ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି।…
ଅହମ୍ମଦାବାଦ : ରାକ୍ଷୀ ପିନ୍ଧି ଭଉଣୀକୁ ରକ୍ଷା କରିବାର ଶପଥ ନେଇଥାଏ ଭାଇ । ମାତ୍ର ଯଦି ସୁରକ୍ଷା ଦେବା ହାତ ଯଦି ହତ୍ୟା କରେ, ତେବେ ଭଉଣୀମାନେ କିପରି ଭାଇମାନଙ୍କ ଉପରେ ଆସ୍ଥା ରଖିବେ। ଭଉଣୀ ପାଇଁ ଭାଇମାନେ ନିଜଜୀବନକୁ ବାଜି ଲଗାଉଥିବାବେଳେ ଅହମ୍ମଦବାଦଠାରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଏଠାରେ ଭାଇମାନେ ସାମାନ୍ୟ କିଛି ସମ୍ପତ୍ତି ଓ ଟଙ୍କା ଉଦ୍ଦେଶ୍ୟରେ ନିଜ ଭଉଣୀକୁ ହତ୍ୟା କରିଛନ୍ତି। ଅହମ୍ମଦାବାଦରେ ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି। ଭଉଣୀ ହାତରୁ ରାକ୍ଷୀ ପିନ୍ଧି ସାରିବା ପରେ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁଇ ଭାଇ। ଏହା ସହିତ ଭଉଣୀ ଘରୁ 6 ଲକ୍ଷ ଟଙ୍କାର ସୁନା ଅଳଙ୍କାର ମଧ୍ୟ ଚୋରାଇ ନେଇଥିଲେ ଦୁଇ ଅଭିଯୁକ୍ତ । ଅଗଷ୍ଟ 4 ତାରିଖରେ ଅହମ୍ମଦାବାଦର ସରିତା ରେସିଡେନ୍ସିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦୁଇ ଭାଇ…
ରମେଶ ମହାନ୍ତି ଜଗତସିଂହପୁର :ଗତକାଲି ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତ୍ତୋଲଠାରୁ ତାରତୋଲ ରାସ୍ତାର ଗୋପିଆକୁଦ ନିକଟସ୍ଥ ଏକ ପୋଲ ଉପରୁ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଏକ ଯୁବକର ମୃତଦେହକୁ ତିର୍ତ୍ତୋଲ ପୋଲିସ ଉଦ୍ଧାର କରିଛି। ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ୧ଘଟିକା ସମୟରେ ତିର୍ତ୍ତୋଲ ଥାନାର ଏକ ପୋଲିସ୍ ଭ୍ୟାନ୍ ପେଟ୍ରୋଲିଂରେ ଯାଉଥିବା ବେଳେ ଗୋପିଆକୁଦ ପରେ ତାରତୋଲ ମହାନଦୀ ବ୍ରିଜ ପୂର୍ବରୁ ଥିବା ଆଖୁବିଲ ପାଖ ଏକ ଛୋଟ ପୋଲ ଉପରେ ଜଣେ ଅପରିଚିତ ଯୁବକ କ୍ଷତବିକ୍ଷତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡିଥିବା ତିର୍ତ୍ତୋଲ ପୋଲିସ ଦେଖିବା ପରେ ଯଥାଶୀଘ୍ର ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଜରିଆରେ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ବ୍ଲୁ କଲର ଜିନ୍ସ ପ୍ୟାଣ୍ଟ ଓ ଘିଅ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ମୁହଁ ରକ୍ତାକ୍ତ ହୋଇଥିବା ବେଳେ…
ମୁମ୍ବାଇ : କରୋନା କାଳ ପାଇଁ ଫିଲ୍ମ ହଲ୍ ସବୁ ବନ୍ଦ ଥିବାବେଳେ ବହୁ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି । ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡକ -2’ ମଧ୍ୟ ଏବେ ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁଯାଉଛି । ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଫିଲ୍ମ ’ସଡକ୍ –2’ର ଫାଷ୍ଟ ଲୁକ୍ ଜାରି ହୋଇଛି। ସେହିପରି ଏହି ଫିଲ୍ମର ଟ୍ରେଲର୍ ଆସନ୍ତା କାଲି ରିଲିଜ୍ ହେବ । ଏହି ଫିଲ୍ମରେ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରୟ କପୁର୍ ମୁଖ୍ୟ ଭୂମିକାରେ ରହିଛନ୍ତି । ଫିଲ୍ମଟି ଅଗଷ୍ଟ 28 ତାରିଖରେ ଓଟିଟି ଫ୍ଲାଟଫର୍ମରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇଛି । 1991 ମସିହାର ହିଟ୍ ଫିଲ୍ମ ‘ସଡକ’ର ଏହା ହେଉଛି ଦ୍ବିତୀୟ ଭାଗ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟକପୁରଙ୍କ ବ୍ୟତୀତ ପୂଜା ଭଟ୍ଟ, ଜିସୁ ସେନଗୁପ୍ତା, ମକରନ୍ଦ ଦେଶ ପାଣ୍ଡେ, ଗୁଲଶନ୍…
ଭୁବନେଶ୍ବର : ସେପ୍ଟେମ୍ବର 14ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେପ୍ଟେମ୍ବର 14ରୁ 22 ଯାଏଁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ସେପ୍ଟେମ୍ବର 14ରୁ 24 ଯାଏଁ ଓପନ୍ ଲର୍ଣ୍ଣିଂ ସ୍କୁଲର ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଅବସରରେ ଶିକ୍ଷକଙ୍କ ପଦୋନ୍ନତି ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି ।ରାଜ୍ୟର 56 ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତି ପାଇବେ ବୋଲି ସୂଚନା ରହିଛି । ଅଗଷ୍ଟ ଶେଷ ସୁଦ୍ଧା ପଦୋନ୍ନତି ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବର : ଆସନ୍ତା 12 ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ବାହାରିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ମଧ୍ୟାହ୍ନ 12.30ରେ ସିଏଚ୍ଏସ୍ଇ ଅଫିସ୍ରେ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ବାଣିଜ୍ୟ ରେଜଲ୍ଟ । ଅଗଷ୍ଟର ଶେଷ ସପ୍ତାହ ଆଡକୁ ଯୁକ୍ତ ଦୁଇ କଳା ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଚଳିତ ବର୍ଷ 3ଲକ୍ଷ 50 ହଜାର ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବାବେଳେ 97 ହଜାର 536ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ସୂଚନାଯୋଗ୍ୟ, କରୋନା ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେବା ସହିତ କେତୋଟି ପରୀକ୍ଷା ମଧ୍ୟ ଅନୁଷ୍ଠିତ ହୋଇପାରିନଥିଲା । ଅପରପକ୍ଷରେ ଲକ୍ଡାଉନ୍, ସଟ୍ଡାଉନ୍ ଯୋଗୁଁ ଖାତା ଦେଖା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ସିବିଏସ୍ଇ ଓ ଆଇସିଏସଇର ଯୁକ୍ତ ଦୁଇ…
ହରିୟାଣା : ହରିୟାଣାଠାରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ସ୍ତ୍ରୀଙ୍କ ସାମ୍ନାରେ ନିଜ ଭାଉଜଙ୍କର ହତ୍ୟା କରିଛନ୍ତି ସ୍ବାମୀ । ଦିଅର ଜଣକ ନିଜ ଭାଉଜଙ୍କୁ ଦେହ ବ୍ୟାପାରରେ ଲିପ୍ତ କରାଇବାକୁ ଚାହୁଁଥିବାବେଳେ ଭାଉଜ ଜଣକ ମନା କରିବାରୁ ଦିଅର ତାଙ୍କର ହତ୍ୟା କରିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ପାନିପତ ତହସିଲ ଅନ୍ତର୍ଗତ ଫତେପୁରୀ ଅଞ୍ଚଳରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀ ଜଣକ ନିଜ ଭାଉଜଙ୍କୁ ଛୁରୀରେ ହତ୍ୟା କରୁଥିବାବେଳେ ପାଖରେ ତାଙ୍କ ସ୍ତ୍ରୀ ଠିଆହୋଇ ଦେଖୁଥିବା ସତ୍ତ୍ବେ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ତେବେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ଅଭିଯୁକ୍ତଙ୍କ ସ୍ତ୍ରୀ ପ୍ରିୟା କହିଛନ୍ତି ଯେ, ସେ ତାଙ୍କ ଯା’ ଓ ସେ ଶାଶୁଘରଠାରୁ ଅଲଗା ରହୁଥିଲେ ।…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଭିଜିଲାନ୍ସ ଜାଲରେ ଆଜି ଧରାପଡିଛନ୍ତି ଚିଲିକା ଡିଏଫ୍ଓ ଆଲୋକ ରଞ୍ଜନ ହୋତା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରିଛି। ଏହାଛଡା ରାଜଧାନୀ ଭୁବନେଶ୍ଵର ଖଣ୍ଡଗିରି, ଡୁମଡୁମା, ଚନ୍ଦ୍ରଶେଖର ଘର ସମେତ ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର ଓ ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ଏହି ରେଡ୍ ସମୟରେ ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଛି।
ଫ୍ଲୋରିଡା : ସ୍ବାମୀ-ସ୍ତ୍ରୀର ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର ପାଇଁ । ମୃତ୍ୟୁ ପାଖରେ ଥିଲେ ବି ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଶେଷ ମୁହୂ୍ର୍ତ୍ତରେ ଏକା ଛାଡି ନଥିଲେ । କରୋନା କାଳରେ ଆକ୍ରାନ୍ତଙ୍କୁ ନିଜ ଲୋକମାନେ ଦେଖି ଭୟଭୀତ ହେଉଥିବାବେଳେ ଜଣେ ସ୍ବାମୀ ନିଜ ଆକ୍ରାନ୍ତ ସ୍ତ୍ରୀଙ୍କୁ ଶେଷ ମୁହୂର୍ତ୍ତରେ ତାଙ୍କ ପାଖରେ ରହିଥିଲେ । ଅବଶ୍ୟ ସ୍ବାମୀ ଜଣକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏପରି ଏକ ହୃଦୟବିଦାରକ ଘଟଣା ଆମେରିକାର ଫ୍ଲୋରିଡା ସହରରେ ଘଟିଛି । ଏପରି ଏକ ଘଟଣାଟି ଆମେରିକାର ଫ୍ଲୋରିଡାରେ ଘଟିଛି । ସୈମ୍ ରେକ୍ ନାମକ ଜଣେ ବ୍ୟକ୍ତି ତାଙ୍କ ବୟସ 90 ବର୍ଷ ବୋଲି ସୂଚନା ରହିଛି । ଜୁଲାଇ 12 ତାରିଖରେ ତାଙ୍କ ସ୍ତ୍ରୀଙ୍କର ଜୋଏମଙ୍କ କରୋନାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ତ୍ରୀ…

