Author: Samikhsya Bureau

ଭୁବନେଶ୍ବର, ଆଜି ଅପରାହ୍ନରେ ଗଂଜାମ ଜିଲ୍ଲାର ସରପଞ୍ଚଙ୍କ ସହିତ ଭିଡିଓ କନଫ୍ରେସିଂ ମଧ୍ୟମରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ଗଂଜାମ ଜିଲ୍ଲାରେ କରୋନା ମହାମାରୀ ପ୍ରବଳ ଭାବେ ବ୍ୟାପିବାରେ ଲାଗିଛି। ସେଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି। ଏହି କ୍ଷମତାକୁ ଠିକ ଭାବେ ପାଳନ କରି କରୋନା ମହାମାରୀଙ୍କୁ ରୋକିବା ପାଇଁ ନବୀନ ପରାମର୍ଶ ଦେବେ। ଆଜି ଏହି ବୈଠକ ଅପରାହ୍ନ 5ଟା ବେଳେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

Read More

ପ୍ରୟାଗରାଜ, ଦୀର୍ଘ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନ ଏବେ ସଫଳ ହୋଇଛି। ହେଲେ ଏହି ଅନ୍ଦୋଳନର ଯେ ସାରଥୀ ସାଜିଥିଲେ ସେ ହେଉଛନ୍ତି ସ୍ବାର୍ଗତ ଅଶୋକ ସିଂଘଲ। ସେହି ମହାନ ବ୍ୟକ୍ତିଙ୍କର ଏକ ପ୍ରତିମୂର୍ତ୍ତି ଅଯୋଧ୍ୟା ଓ ପ୍ରୟାଗରାଜରେ ନିର୍ମାଣ କରାଯାଉ। ଏହିପରି ଏକ ଦାବୀ କରିଛି ଭାରତର ସାଧୁସନ୍ଥଙ୍କ ସଂଘ “ ଅଖିଳ ଭାରତ ଆଖଡା ପରିଷଦ”। ଏଥିସହିତ ଏହି ଆନ୍ଦୋଳନରେ ଅନେକ ନିଜ ଜୀବନକୁ ତ୍ୟାଗ କରିଛନ୍ତି, ସେମାନଙ୍କ ପାଇଁ ଏକ କୀର୍ତ୍ତି ସ୍ତମ୍ଭ କରାଯାଉ। ସେହି ସ୍ତମ୍ଭରେ ସମସ୍ତଙ୍କ ନାମ ଖୋଦେଇ କରାଯାଇ ନିର୍ମାଣ କରାଯାଉ ବୋଲି ପରିଷଦର ସାଧାରଣ ସଂପାଦକ ମହନ୍ତ ନରେନ୍ଦ୍ର ଗିରି ଦାବୀ କରିଛନ୍ତି। ଏ ନେଇ ଭାରତର ସାଧୁ ସନ୍ଥଙ୍କ ଏକ ସମ୍ମିଳନୀ କରାଯାଇ ସେମାନଙ୍କ ମତାମତ ନିଆଯିବ। ସେହି ମତାମତକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପରିଷଦ କହିଛି। ଏହି…

Read More

ବେଙ୍ଗାଲୁରୁ : ସାରା ଭାରତରେ କରୋନା କାୟା ମେଲାଇ ସାରିଥିବାବେଳେ ନେତା, ଅଭିନେତା, ଖେଳାଳୀ ପରି ବହୁ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହାର କବଳରୁ ମୁକ୍ତି ପାଇପାରୁନାହାନ୍ତି । ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ, ଗୃହମନ୍ତ୍ରୀ ଅମିତ୍‌ ଶାହା, ତାମିଲନାଡୁ ରାଜ୍ୟପାଳଙ୍କ ପରି ବହୁ ନାମୀଦାମୀ ହସ୍ତୀମାନେ କରୋନାରେ ଆକ୍ରାନ୍ତ ହେବା ପରେ ଭାରତୀୟ ହକି ଦଳର ପ୍ରମୁଖ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଭାରତୀୟ ହକି ଦଳର ଅନ୍ୟତମ ପ୍ରମୁଖ ଖେଳାଳି ମନଦୀପ୍ ସିଂ କରୋନା ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି ।  ଭାରତୀୟ ହକି ଦଳର ଷଷ୍ଠ ଖେଳାଳି ଭାବରେ ମନଦୀପ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆସନ୍ତ ଅଗଷ୍ଟ 20 ତାରିଖରୁ ବେଙ୍ଗାଲୁରୁ ସ୍ଥିତ ସାଇ କ୍ୟାମ୍ପରେ ଟ୍ରେନିଂ ଆରମ୍ଭ ହେବାକୁ ଯାଉଛି । ସମସ୍ତ ଖେଳାଳିଙ୍କୁ ଆଇସୋଲେସନ୍‌ରେ ରଖାଯାଇଥିବା ବେଳେ ଆରଟି ପିସିଆର ଟେଷ୍ଟ କରାଯାଉଛି । ସୋମବାର ମନଦୀପଙ୍କ ନମୁନା…

Read More

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା ।  ପୂର୍ବତନ ରାଷ୍ଟ୍ରପତିଙ୍କୁ କରୋନା ହୋଇଥିବା ନେଇ ସୂଚନା ମିଳିଛି । ନିଜେ ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍‌ ହୋଇଥିବା ନେଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି ।ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବାକୁ ଅନୁରୋଧ କରିଛନ୍ତ ପ୍ରଣବ ମୁଖାର୍ଜୀ । 84 ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ରହିଥିବା ପ୍ରଣବ ମୁଖାର୍ଜୀ 2012ରୁ 2017 ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦବୀରେ ଅବସ୍ଥାପିତ ହୋଇଥିଲେ । 2019 ମସିହାରେ କେନ୍ଦ୍ର ସରକାରଙ୍କ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି । ସୂଚନାଯୋଗ୍ୟ, କରୋନା କବଳରେ ବହୁ ରାଜନୈତିକ ହସ୍ତୀ ସମେତ ଅନେକ ସିନେଭିନେତା, ଖେଳାଳି ମାନେ ସାମିଲ୍‌ ହୋଇଛନ୍ତି । ନିକଟରେ କେନ୍ଦ୍ର  ଗୃହମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ର ପେଟ୍ରୋଲିୟମ୍‌…

Read More

ମୁମ୍ବାଇ : ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଚ୍ଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ ନୂତନ ଭାବରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ନିଜକୁ ଏହି ତାଲିକାରେ ସାମିଲ କରିଛି । ଦେଶୀ ଉତ୍ପାଦ ପାଇଁ ପ୍ରସିଦ୍ଧି ଲାଭ କରିଥିବା ତଥା ଖୁବ କମ ଦିନ ମଧ୍ୟରେ 10 ହଜାର କୋଟି ଟଙ୍କାର କମ୍ପାନୀ ହୋଇ ପାରିଥିବା ପତଞ୍ଜଳି ଏବେ ଆଇପିଏଲ୍‌ ସ୍ପନସରସିପ୍ ଦ୍ୱାରା ବିଶ୍ୱସ୍ତରରେ ନିଜକୁ ପରିଚୟ ଦେବାକୁ ଲକ୍ଷ୍ୟ ରଖିଛି । ପତଞ୍ଜଳି ପକ୍ଷରୁ ଏ ନେଇ ବିସିସିଆଇ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନରେ ଏହା ଏକ ବଡ ପଦକ୍ଷେପ ବୋଲି ପତଞ୍ଜଳି ପକ୍ଷରୁ…

Read More

ମୂଳ ରଚନା-ସାଗରିକା ଘୋଷ ଅନୁବାଦ-ରଙ୍ଗାଚରଣ ପ୍ରଧାନ ପ୍ରୀୟ ବାପୁ, ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଭାଷଣ ଦେଇ ମନ୍ଦିର ଆନ୍ଦୋଳନକୁ ସ୍ବାଧୀନତା ସଂଗ୍ରାମ ସହ ତୁଳନା କରିଛନ୍ତି । ସେ ଆପଣଙ୍କ ନାମ ନେଇ କହିଛନ୍ତି ଯେ ଯେମିତି ସ୍ଵାଧୀନତା ଆନ୍ଦୋଳନ ବେଳେ ସମାଜର ସବୁ ସ୍ତରର ଲୋକେ ମହାତ୍ମାଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ, ସେମିତି ଏବେ ସବୁ ଲୋକେ ମନ୍ଦିରକୁ ସମର୍ଥନ କରୁଛନ୍ତି । ବାବରୀ ମସଜିଦର ଧ୍ବଂସ ଉପରେ ତିଆରି ହେବାକୁ ଯାଉଥିବା ଏହି ମନ୍ଦିର ବିଷୟରେ ଏବେ ଆପଣ କି ମତ ରଖିବେ ? ସେହି ମସଜିଦ୍ ଧ୍ବଂସ ବିଷୟରେ ସୁପ୍ରୀମ କୋର୍ଟ ୨୦୧୭ ମସିହାରେ କହିଥିଲେ ଯେ ଏହା ‘ଏକ ଅପରାଧ ଯାହା ସମ୍ବିଧାନର ଧର୍ମନିରପେକ୍ଷ ଗଢଣକୁ ଦୋହଲାଇ ଦେଇଛି’ । ଆପଣ ଅହିଂସାର ଆଲୋକବର୍ତ୍ତିକା ଥିଲେ । ଆପଣଙ୍କ ପାଇଁ ସବୁବେଳେ ମାର୍ଗ ହଁ ଲକ୍ଷପ୍ରାପ୍ତିକୁ…

Read More

ମୁମ୍ବାଇ : ମୁମ୍ବାଇରେ ଏକ ବଡ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ମୁମ୍ବାଇ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ହଜାର କୋଟିର ଡ୍ରଗ୍ସ ଜବତ କରାଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ନହବା ସେବା ବନ୍ଦର ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରାଯାଇଛି । ଆଫଗାନିସ୍ତାନରୁ ଇରାନ ଦେଇ ଭାରତକୁ ଏହି ଡ୍ରଗ୍ସ ଚୋରାଚାଲାଣ କରାଯାଉଥିବା ଜଣାପଡିଛି । ବିଭିନ୍ନ ପ୍ଲାଷ୍ଟିକ୍ ପାଇପ୍ ମଧ୍ୟରେ ପୁରାଇ ଆୟୁର୍ବେଦିକ ଔଷଧ ନାଁରେ ଏହି ନିଶାଦ୍ରବ୍ୟ ଚୋରାଚାଲାଣ କରାଯାଉଥିଲା । ଡିଆରଆଇ ଏବଂ ମୁମ୍ବାଇ ପୋଲିସର ମିଳିତ ଚଢାଉରେ ଏହି ନିଶାଦ୍ରବ୍ୟ ଜବତ କରାଯାଇଥିଲା । 191 କିଗ୍ରାର ହେରୋଇନ୍ ଜବତ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ 1000 କୋଟି ଟଙ୍କା ହେବ ବୋଲି ସୂଚନା ରହିଛି। (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଛକ ନିକଟରୁ ଏକ ସମିଲ୍ ମଧ୍ୟରେ ଥିବା ଜାଗାରେ ଏଚ୍.ପି.ସି.ଏଲ୍ ପକ୍ଷରୁ ନୂତନ ଭାବେ ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ଼. ସୁଶାନ୍ତ କୁମାର କାନୁନଗୋ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବି ବିପ୍ଳବ ବାହଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ନିର୍ମାଣ ହେବାକୁ ଥିବା ପେଟ୍ରୋଲ ପମ୍ପ ସ୍ଥାନଟି ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବାରୁ ଏହାର ସଠିକ ତଦନ୍ତ କରାନଯାଇ କିଭଳି ଭାବେ ଚଂଚକତା ପୂର୍ବକ ଅନୁମତି ଦିଆଗଲା।ଏପରିକି ସେହି ସ୍ଥାନରୁ ଅତି ନିକଟରେ ୨ଟି ପେଟ୍ରୋଲ ପମ୍ପ ଥିବାବେଳେ ମଝିରେ ଆଉଏକ ନୂତନ ପେଟ୍ରୋଲ ପମ୍ପ ପାଇଁ କିଭଳି ଅନୁମତି ମିଳିଲା।ଏନେଇ ସ୍ଥାନୀୟ ଜନସାଧାରଣ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି।…

Read More

ଭୁବନେଶ୍ୱର :  କରୋନା ଚିକିତ୍ସାରେ ଅବ୍ୟବସ୍ଥାକୁ ନେଇ ଭାଇରାଲ୍‌ ହୋଇଥିବା ଭିଡିଓ ଘଟଣାରେ ଦୁଇଜଣ ଗିରଫ ହୋଇଛନ୍ତି । ଭାଇରାଲ ଅଡ଼ିଓକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଜାରିରହିଛି । ଗୋଟିଏ ପଟେ ବିଏମସିର ନୋଟିସ ପ୍ରସଙ୍ଗକୁ କେତେକ ସାମ୍ବାଦିକ ଓ ରାଜନେତା ନିନ୍ଦା କରୁଥିବାବେଳେ ଅପରପକ୍ଷରେ ପୁଲିସ ଘଟଣାର ତଦନ୍ତ କରୁଛି । ତେବେ ଭାଇରାଲ ଅଡ଼ିଓ ପଛରେ ଅରଟେଲ କର୍ମଚାରୀ ଥିବା କ୍ୟାପିଟାଲ ପୁଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ 2ଜଣଙ୍କୁ କମିଶନରେଟ୍‌ ପୋଲିସ୍‌ଙ୍କୁ ଗିରଫ କରିଛି। ଭାଇରାଲ ଅଡ଼ିଓ ପଛରେ କାହାର ହାତ ରହିଛି ସେନେଇ ତଦନ୍ତ କରାଯାଉଥିଲା। ତଦନ୍ତ ପରେ ପୁଲିସ ଅରଟେଲର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ ମହାନ୍ତିଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ସେହିପରି ବିଶ୍ୱଜିତ ଯେଉଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କଥା ହେଉଥିଲେ, ତାଙ୍କୁ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଲକ୍‌ଡାଉନ୍‌ ସମୟରେ ବି ବାଣପୁର-ବାଲୁଗାଁରେ ଚାେରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱ ରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଏବଂ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୪ ଲିଟର ଦେଶୀ ମଦ ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇଁ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ନିନା ବେଉରା ଓ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଏବଂ ଟିମ ବାଣପୁର ଘଣ୍ଟଶିଳା ପାହାଡ଼ ନିକଟସ୍ଥ ହନୁମାନ ମନ୍ଦିରଠାରେ ଛପି…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 14 ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଗଞ୍ଜାମରୁ ଛଅ ଜଣ ମୃତ୍ୟୁବରଣ କରିଥିବାବେଳେ  ଖୋର୍ଦ୍ଧା, ନୟାଗଡାରୁ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା 6 ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 70 ରହିଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 85, 65, 50,55 ଓ 50 ବର୍ଷୀୟ ବ୍ୟକ୍ତି । ସେହିପରି ଖୋର୍ଦ୍ଧାରୁ ଆଜି ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 84 ବର୍ଷୀୟା ମହିଳା ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 81 ଓ 69 ବର୍ଷ । ନୟାଗଡର ତିନି ମୃତକଙ୍କ ବୟସ ଯଥାକ୍ରମେ 78, 30 ଓ 34 ବର୍ଷ…

Read More

ଭୁବନେଶ୍ବର :  ଆଜି 29 ଜିଲ୍ଲାରୁ ମୋଟ୍‌ 1528ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 233 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218, ସମ୍ବଲପୁରରୁ 168, ସୁନ୍ଦରଗଡରୁ 126, ଢେଙ୍କାନାଳରୁ 107, କଟକରୁ 72, ଭଦ୍ରକରୁ 70, କୋରାପୁଟରୁ 67, ବଲାଙ୍ଗିରରୁ 59,  ବାଲେଶ୍ବରରୁ 43, ମାଲକାନଗିରିରୁ 38, ଯାଜପୁରରୁ 33, ନୟାଗଡରୁ 32, ରାୟଗଡାରୁ 27, ପୁରୀରୁ 26, ନବରଙ୍ଗପୁରରୁ 23, ଜଗତସିଂହପୁରଓ ମୟୂରଭଞ୍ଜରୁ22 ଜଣ ଲେଖାଏଁ ରହିଥିବାବେଳେ ଗଜପତି ଓ କଳାହାଣ୍ଡିରୁ 31 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  କନ୍ଧମାଳ ଓ କେନ୍ଦ୍ରାପଡାରୁ 17 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବରଗଡରୁ 10, ଝାରସୁଗୁଡାରୁ 9,ଅନୁଗୁଳରୁ8, ବୌଦ୍ଧରୁ 7 , ସୋନପୁର ଓ କେଉଁଝରରୁ 5 ଜଣ ଲେଖାଏଁ  ଚିହ୍ନଟ  ହୋଇଥିବାବେଳେ ନୂଆପଡାରୁ 2 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1528କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 948ଜଣ ଚିହ୍ନଟ ହୋଇଥିବାବେଳେ 580ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  47 ହଜାର 455କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 334ଜଣ । ସେହିପରି ସୁସ୍ଥ ହୋଇଛନ୍ତି 31ହଜାର 748 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 286ଜଣ । ସେହିପରି 51 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ମୁମ୍ବାଇ : ମୁମ୍ବାଇର ଓଶିଓ୍ବାରା ଅଞ୍ଚଳରେ ପୋଲିସ୍‌ ଜଣେ ଝିଅକୁ ନିଜ ଘରୁ 19 ଲକ୍ଷ ଟଙ୍କା ସହିତ ଗହଣା ଚୋରି କରିବା ଅଭିଯୋଗରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ 21 ବର୍ଷୀୟ ଉଜ୍‌ମା କୁରୈଶୀ ନିଜ ବୟଫ୍ରେଣ୍ଡ ସହିତ ମିଶି କରି ଏପରି ଏକ କାଣ୍ଡ ଘଟାଇଥିଲେ । ଉଜ୍‌ମାର ବୟଫ୍ରେଣ୍ଡ୍‌ 31 ବର୍ଷୀୟ ଚରନଦୀପ୍‌ ସିଂହ ଅରୋରା ଜଣେ ପିଟି ଟିଚର୍‌ । ଜୁଲାଇ 30 ତାରିଖରେ ଉଜ୍‌ମା ଅଚାନକ ଗାୟବ ହୋଇଯାଇଥିଲେ । ଏହାପରେ ଉଜ୍‌ମା ନିଖୋଜ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ତାଙ୍କ ପିତା ।  ତେବେ ତାଙ୍କ ଝିଅ ନିଖୋଜ ନ ହୋଇ ବରଂ ତାଙ୍କ ପ୍ରେମୀ ସହିତ ଫେରାର୍‌ ହୋଇଥିବାର ସନ୍ଦେହ କରିଥିଲେ ।ଉଜ୍‌ମାଙ୍କ ବିରୋଧରେ ତାଙ୍କ ପିତା ପୋଲିସ୍‌ରେ ଏତଲା ଦେଇଥିଲା। ପୋଲିସ୍‌ ଆଇପିସିର ଧାରା 379, 406. 411 ଓ 34 ଧାରା ଅନ୍ତର୍ଗତ ମାମଲା ରୁଜୁ…

Read More

କୋଟ୍ଟୟମ୍‌ : କେରଳର ବହୁ ସ୍ଥାନରେ ରବିବାର ଦିନ ପ୍ରବଳ ବର୍ଷା ହୋଇଛି । ପୁନଶ୍ଚ ରାଜ୍ୟର 6ଟି ଜିଲ୍ଲାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ଆଇଏମ୍‌ଡି । କସାରଗୋଡ, କନ୍ନୁର୍‌, ଓ୍ବାୟନାଡ, କୋଝିକୋଡ, ମଲ୍ଲପୁରମ୍‌ ଓ ଅଲପୁଝା ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରବଳ ବର୍ଷା, ଭୂସ୍ଖଳନ ଓ ବିଭିନ୍ନ ବନ୍ଧ ଖୋଲି ଯିବାରୁ କେରଳ ମଧ୍ୟ ଭାଗରେ ନଦୀରେ ଜଳସ୍ତରରେ ବୃଦ୍ଧି ହୋଇଛି । ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟା ପରିସ୍ଥିତି ସୃଷ୍ଟଇ ହୋଇଛି । କୋଟ୍ଟୟମ୍‌ ଜିଲ୍ଲାର ମନାରକାଡ ଅଞ୍ଚଳରେ ବନ୍ୟା ଜଳ ଯୋଗୁଁ ଜଣେ ଟ୍ୟାକ୍ସି ଚାଳକ ଭାସି ଯାଇଛନ୍ତି । ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ କସାରଗୋଡ, କନ୍ନୁର୍‌, କାଝିକୋଡ ଓ ଅଲପୁଝା ଜିଲ୍ଲାରେ ଶନିବାର ଦିନ ବନ୍ୟା ଜଳରେ ଚାରି ଜଣ ଭାସି ଯାଇଥିବାର ସୂଚନା…

Read More

ସୀତାରାମ ଅଗ୍ରଓ୍ବାଲ ଚିଲିକା:  ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କୟଥାପଲ୍ଲା ଛକ ନିକଟରେ ଗୋରୁ ପଲ ଉପରେ ଚଢିଗଲା ମାଲ ବାହୀ ଟ୍ରକ୍।  ଘଟଣା ସ୍ଥଳରେ ୧୩ ଗୋରୁ ମୃତ ହୋଇଥିବାବେଳେ ୧୨ ରୁ ଅଧିକ ଗୋରୁ ଆହତ ହୋଇଥିବାର ସୂଚନା ରହିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଗୋରୁ ମାନଙ୍କର ମୃତ ଶରୀର ଦୁର୍ଘଟଣା ସ୍ଥଳରେ ପଡି ରହିଥିବା ବେଳେ କେତେକ ଗୋରୁ କ୍ଷତାକ୍ତ ହୋଇ ସେଠାରେ ଯନ୍ତ୍ରଣ‍ାରେ ଛଟ ପଟ ହେଉଛନ୍ତି। ଆଉ କେତେକ ଗୋରୁ ଭୟରେ କୁଆଡେ ପଳାଇ ଯାଇଛନ୍ତି। ଗୋରୁ ଗୁଡିକ ସ୍ଥାନୀୟ ଅଂଚଳ ଲୋକଙ୍କର ବୋଲି ଜଣା ପଡିଛି। ଦୁର୍ଘଟଣା ଖବର ପାଇ ପ୍ରାଣୀ ଚିକିତ୍ସା ସହାୟକ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଚିକିତ୍ସା ଦଳ ଘଟଣା ସ୍ଥଳରେ ପହଂଚି ଆହତ ଗୋରୁ ମାନଙ୍କର ଚିକିତ୍ସା କରିଛନ୍ତି। ଗୋରୁ ଗୁଡିକ ରାସ୍ତା…

Read More

ନୂଆଦିଲ୍ଲୀ:  କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 62 ହଜାର 064ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 1000 ଅତିକ୍ରମ କରିଛି । ଗତ ସପ୍ତାହେ ଧରି ମୃତ୍ୟୁ ସଂଖ୍ୟା 1000 ଭିତରେ ରହିଥିବାବେଳେ ଆଜି ମୃତ୍ୟୁସଂଖ୍ୟା 1007କୁ ବୃଦ୍ଧି ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 21 ଲକ୍ଷ 15 ହଜାର 075ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 44ହଜାର 386କୁ ବୃଦ୍ଧି ହୋଇଛି । ଏବେ ସୁଦ୍ଧା ଦେଶରେ ସୁସ୍ଥଙ୍କ ସଂଖ୍ୟା 15 ଲକ୍ଷ 35 ହଜାର 744ରେ ପହଞ୍ଚିଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 34 ହଜାର 945 ରହିଛି ।

Read More

ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ବର୍ତ୍ତମାନ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ସାରା ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ସେହି ସାତୋଟି ଜିଲ୍ଲା ହେଲା ମାଲକାନାଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, ଗଜପତି, ରାୟଗଡା ଓ ବଲାଙ୍ଗୀର। ଏହି ବର୍ଷା 12 ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ପାଣିପାଗ ବିଭାଗ କହିଛି।

Read More

କେଦାର ମିଶ୍ର ଆଜିକାଲି ଅନେକ ମଜାଦାର ଖବର କରୋନାକୁ ନେଇ ଆସୁଛି। ଏତେବଡ ମହମାରିକୁ ଆମେ ମଜାଦାର ଖବର କହୁଛୁ ବୋଲି କେହି କେହି ଆମ ଉପରେ ରାଗି ପାରନ୍ତି। ତେବେ ଅସଲରେ କଥାଟି ମଜାଦାର। ଏବେ ଟିଭିରେ ଖବର ଆସୁଛି, କରୋନା ସଂକ୍ରମଣ ରୋକିବାକୁ ଅମୁକ ଜିଲ୍ଲାକୁ ସରକାର ଶଟ ଡାଉନ କି ଲକ ଡାଉନ ଘୋଷଣା କରିଛନ୍ତି। ମାର୍ଚ୍ଚ ମାସ ୧୫ ତାରିଖରୁ ଏହି ସମାନ କଥା ଆମେ ଶୁଣି ଆସୁଛୁ। ଶଟ ଡାଉନ ହେଉଛି, ସମାନ୍ତରାଳରେ କରୋନା ସଂକ୍ରମଣ ବି ବଢୁଛି।ମାସେ ତଳେ ଠିକ ଜୁଲାଇ ୧୦ ତାରିଖ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ ଥିଲା। ମାସେ ପରେ ଓଡିଶାରେ ଏହି ସଂଖ୍ୟା ୪୫, ୯୨୭ ରେ ପହଞ୍ଚିଛି। ମାସେ ଭିତରେ ୩୩,୯୭୧ ଆକ୍ରାନ୍ତ ରାଜ୍ୟରେ ବଢିଛନ୍ତି। କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଏହାରି ଭିତରେ ଢେର ବଢିଛି। ଏହି ସଙ୍ଖ୍ଯାରୁ ଆମେ…

Read More

ବିଜନ କୁମାର ମହାପାତ୍ର ୧୯୪୫ ଅଗଷ୍ଟରେ ସାମ୍ରାଜ୍ୟବାଦୀ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ତିନିଦିନ ବ୍ୟବଧାନରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ଦୁଇ ପରମାଣୁ ବୋମା ଯାହାର ନାମ ଥିଲା ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ୍‌’ ହିରୋସୀମା ଓ ନାଗାସାକିରେ ରଚିଥିଲେ ମୃତ୍ୟୁର ତାଣ୍ଡବ ଲୀଳା। ଅଗଷ୍ଟ ୬, ୧୯୪୫ରେ ହିରୋସୀମାରେ ପଡିଥିବା ବିଶ୍ୱର ପ୍ରଥମ ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ। ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ନାଗାସାକି ସହରରେ ଆମେରିକା ନିକ୍ଷେପ କରିଥିବା ଦ୍ୱିତୀୟ ପରମାଣୁ ବୋମାରେ ୭୦ ହଜାର ଲୋକଙ୍କ ଜୀବନ ଯାଇଥିଲା। ପରମାଣୁ ବୋମାର ଭୀଷଣ ଭୟାବହତା ଓ ଅନ୍ୟ ପ୍ରତିକୂଳ କାରଣ ଯୋଗୁଁ ଯୁଦ୍ଧ ବିରତି ଓ ଆତ୍ମ ସମର୍ପଣ ପାଇଁ ଘୋଷଣା କରିଥିଲା ଜାପାନ। ୧୯୪୫ ମେ ମାସରେ ନାଜି ଜର୍ମାନୀକୁ ସୋଭିଏତ ସଂଘ ଓ ମିତ୍ର…

Read More

ମୟୂରଭଞ୍ଜର କଳା କାରିଗରୀ ପାଇଁ ବିଶ୍ୱ ପ୍ରସିଦ୍ଧ କେସେନା ଗ୍ରାମ (ଖିଚିଂ ନିକଟସ୍ଥ) ର କାରିଗରଙ୍କ ଦ୍ଵାରା ମହାପ୍ରଭୁ ବିଷ୍ଣୁଙ୍କର ଏହି ସୁନ୍ଦର ମୂର୍ତ୍ତିଟି ପ୍ରସ୍ତୁତ କରାଯାଇ ଅଛି । କେସନା ଗ୍ରାମ ରେ ବସବାସ କରୁଥିବା ଅନେକ କାରିଗର କଳା ମୁଗୁନି ପଥର ଦେହ ରେ ଏମିତି ଅନେକ ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ନିର୍ମାଣ କରିଥାନ୍ତି ।

Read More