ନୂଆଦିଲ୍ଲୀ : କରୋନାରୁ ସୁସ୍ଥ ହେଲେ ଅମିତ୍ ଶାହା ।କରୋନାରେ ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୃହମନ୍ତ୍ରୀ ଅମିତ୍ ଶାହା ସୁସ୍ଥ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ନେଇ ନିଜେ ଶାହା ଟୁଇଟ୍ କରି ସୂଚନା ଦେଇଛନ୍ତି । କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ନିଜ ଶୁଭେଚ୍ଛୁ ଓ ମେଦାନ୍ତ ହସ୍ପିଟାଲର ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି ଶାହା । ତେବେ ଏବେ ଆଉ କିଛି ଦିନ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଆଇସୋଲେସନ୍ରେ ରହିବେ ବୋଲି ସୂଚନା ରହିଛି। (ଏଜେନ୍ସି)
Author: Samikhsya Bureau
ଥିରୁଅନନ୍ତପୁରମ : କେରଳର କୋଝିକୋଡରେ ହୋଇଥିବା ବିମାନ ଦୁର୍ଘଟଣାର ତଦନ୍ତରେ ନିୟୋଜିତ ରହିଥିବା 22 ଜଣ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ତଥା ତଦନ୍ତରେ ନିୟୋଜିତ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ଆଜି 22 ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ମଲ୍ଲାପୁରମ୍ ମେଡିକାଲ ଅଫିସର ସୂଚନା ଦେଇଛନ୍ତି । 100ରୁ ଅଧିକ ଅଧିକାରୀଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ସୂଚନାଯୋଗ୍ୟ ଯେ, ବନ୍ଦେ ଭାରତ ମିଶନରେ ଦୁବାଇରୁ ଫେରିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏକ୍ସପ୍ରେସ୍ ବିମାନଟି କେରଳର କୋଝିକୋଡଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବିମାନ ଦୁର୍ଘଟଣାରେ 18ଜଣ ମୃତ୍ୟୁବରଣ କରିଥିବାବେଳେ 150ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । (ଏଜେନ୍ସି)
ବାଂଲାଦେଶ : ବାଂଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ 15 ଲକ୍ଷଟଙ୍କା। ଏହା ଏକ ଦୁର୍ଲ୍ଲଭ ପକ୍ଷୀ। ଏହି ପକ୍ଷୀ ମଧ୍ୟ ଆମେରିକା ଦେଶର ବେଲିଜର ରାଷ୍ଟ୍ରୀୟ ପକ୍ଷୀ ବୋଲି ସୂଚନା ମିଳିଛି। ଯବାନମାନେ ଜଙ୍ଗଲରେ ତଲାସି କରୁଥିବା ସମୟରେ ଲୁଚି ରହିଥିବା ଦୁଇ ସନ୍ଦିଗ୍ଧଙ୍କୁ ଦେଖିଥିଲେ। ସେମାନଙ୍କୁ ଧରିବାକୁ ପ୍ରୟାସ କରିଥିବା ସମୟରେ ସେମାନେ ସେଠାରେ ଏହି ପିଞ୍ଜରାଟିକୁ ଫୋପାଡ଼ି ଦେଇ ଫେରାର ହୋଇଯାଇଥିଲେ। ପିଞ୍ଜରାରରୁ ଯବାନମାନେ ଏହି ପକ୍ଷୀକୁ ଆଣିବା ପରେ ଏହା ଟୁକେନ ପକ୍ଷୀ ଭାବେ ଚିହ୍ନଟ ହୋଇଥିଲା। ଏହି ପ୍ରଜାତି ପକ୍ଷୀ ଦକ୍ଷିଣ ମେସ୍କିକୋ ଠାରୁ କୋଲମ୍ବିଆ ପର୍ଯ୍ୟନ୍ତ ଜଙ୍ଗଲରେ ଦେଖାଯାଆନ୍ତି।ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହି ପକ୍ଷୀର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।ଦ୍ଧାର ହୋଇଥିବା ପକ୍ଷୀଙ୍କୁ…
ଭୁବନେଶ୍ବର :ଆସନ୍ତା 24 ଘଣ୍ଟାରେ ପ୍ରାୟ ସବୁ ଜିଲ୍ଲାରେ ବର୍ଷା ହେବ । ପୁରୀ, ଜଗତସିଂହପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡାରେ ପ୍ରବଳ ବର୍ଷିବ । ସେହିପରି କଟକ, କନ୍ଧମାଳ, ଯାଜପୁର, ଭଦ୍ରକ, ବଲାଙ୍ଗିର ଓ ଖୋର୍ଦ୍ଧାରେ ମଧ୍ୟ ବର୍ଷିବ । ଗତ 24 ଘଣ୍ଟାରେ ଆଠଗଡରେ ସର୍ବାଧିକ 182 ମିମି ବର୍ଷା ହୋଇଛି । ବାଙ୍କୀରେ 165ମିମି ଓ ଢେଙ୍କାନାଳରେ 144.3 ମିମି ବର୍ଷା ହୋଇଛି । ଜୁନ୍ 1ରୁ ଅଗଷ୍ଟ 14 ମଧ୍ୟରେ 643.4 ମିମି ବର୍ଷା ହୋଇଥିବାବେଳେ ସ୍ବାଭାବିକଠାରୁ 13 ପ୍ରତିଶତ କମ୍ ହୋଇଛି । ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର.ବିଶ୍ବାସ ।
ଅମରାବତୀ : କରୋନାରେ ଏବେ ରାଜନୈତିକ ଦଳର ବହୁ ବଡ ବଡ ହସ୍ତୀମାନେ ଶିକାର ହେଉଛନ୍ତି । ବହୁ ସାଂସଦ, ବିଧାୟକ, କେନ୍ଦ୍ରୀୟ ମନ୍ତ୍ରୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ପରିବାରବର୍ଗ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଅମରାବତୀର ସାଂସଦଙ୍କ ପରିବାରର 16ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଅମରାବତୀ ସାଂସଦ ନବନୀତ ରାଣା କରୋନା ପଜିଟିଭ୍ ଚିହ୍ନଟ ହେବାର ଏକ ସପ୍ତାହ ମଧ୍ୟରେ ତାଙ୍କ ପରିବାରର ପ୍ରାୟ 16 ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ୱାମୀ ରବି ରାଣା ଅଗଷ୍ଟ 6 ତାରିଖରେ କରୋନା ପଜିଟିଭ୍ ସାବ୍ୟସ୍ତ ହୋଇଥିବା ବେଳେ ରାଣାଙ୍କ ପୁଅଝିଅଙ୍କ ସହିତ ତାଙ୍କର ସମ୍ପର୍କୀୟଙ୍କୁ ମିଶାଇ ସମୁଦାୟ 16 ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନବନୀତଙ୍କ ଦୁଇ ସନ୍ତାନ ଘରେ କ୍ବାରେଣ୍ଟାଇନରେ ରହିଥିବାବେଳେ ତାଙ୍କ ସମ୍ପର୍କୀୟମାନେ ଅମରାବତୀ…
ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିଖୋଲ ବଜାରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଚଣ୍ଡିଖୋଲ ବଜାରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି କଟକଣା ଲାଗୁ କରାଯାଇଛି । ଏହି କଟକଣା ଆଜି ଅପରାହ୍ନ 2ଟାଠାରୁ 17 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଅଗଷ୍ଟ ପନ୍ଦର ଦିନ ଏହି କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଏହି ଦିନ ସକାଳ 6ଟାରୁ ଦିନ 11 ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସୂଚନାଯୋଗ୍ୟ, ଆଜି ଯାଜପୁରରୁ 69ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଯାଜପୁରର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 1831ରେ ପହଞ୍ଚିଛି ।ସେହିପରି 1424 ଜଣ ସୁସ୍ଥ ହୋଇଥିବାବେଳେ ଏବେ ସୁଦ୍ଧା ଜିଲ୍ଲାରେ 403ଟି ସକ୍ରିୟ ମାମଲା ରହିଛି ।
କାସରଗୋଡ : ବଦଳୁଥିବା ପରିସ୍ଥିତରେ ସମ୍ପର୍କର ସମୀକରଣ ମଧ୍ୟ ବଦଳିଗଲାଣି। ଜଣେ ଯୁବକ ଏକାକୀ ରହିବାକୁ ଯାଇ ନିଜ ଉଉଣୀକୁ ଆଇସକ୍ରିମ୍ରେ ବିଷ ଦେଇ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ଏହିପରି ଏକ ଅଭାବନୀୟ ଘଟଣା କାସରଗୋଡରେ ଘଟିଛି । ଏଠାରେ ଜଣେ 22ବର୍ଷୀୟ ଯୁବକ ନିଜ ଭଉଣୀକୁ ଆଇସକ୍ରିମ୍ରେ ବିଷ ଦେଇ ହତ୍ୟା କରିଛି । ଯୁବକ ଜଣକ ଅଲ୍ବିନ୍ ବୋଲି ସୂଚନାରହିଛି । ପୋଲିସ୍ର କହିବାନୁସାରେ ଅଲବିନ୍ ଏକାକୀ ରହିବାକୁ ଚାହୁଁଥିଲା । ଏଥିପାଇଁ ସେ ଆଇସକ୍ରିମ୍ରେ ବିଷ ମିଶାଇଥିଲା । ଏହି ଆଇସକ୍ରିମ୍କୁ ମା’, ବାପା ଓ ଭଉଣୀ ଖାଇଥିଲେ । ଅଗଷ୍ଟ 5 ତାରିଖରେ 16 ବର୍ଷୀୟ ଯୁବତୀର ହତ୍ୟା କାଣ୍ଡସାମ୍ନାକୁ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଅଲବିନ୍ ଆଇସକ୍ରିମ୍ରେ ବିଷ ଦେଇଥିବାର ସ୍ବୀକାର କରିଛି । (ଏଜେନ୍ସି)
ରାଉରକେଲା : ରାଉରକେଲା ସ୍ବତନ୍ତ୍ର ଜେଲ୍ରେ 54ଜଣ ଅନ୍ତେବାସୀ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତଙ୍କୁ ଜେଲ୍ରେ ଥିବା ଆଇସୋଲେସନ୍ରେ ରଖାଯାଇ ଚିକିତ୍ସା କରାଯାଇଛି। ପୂର୍ବରୁ ଏହି ଜେଲ୍ରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବେ ସୁଦ୍ଧା ରାଉରକେଲା ସ୍ବତନ୍ତ୍ର ଜେଲ୍ରୁ 122 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏତେସଂଖ୍ୟକ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହେଉଥିବାରୁ ଏବେ ନିୟମିତ ଭାବେ ଜେଲ୍କୁ ସାନିଟାଇଜ୍ କରାଯାଉଛି । ରାଉରକେଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏଠାରେ ସପ୍ତାହାନ୍ତ ଲାଗୁ କରାଯାଇଛି ।
ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆକ୍ଷେପମୂଳକ ଟୁଇଟ୍ ମାମଲାରେ ନିଜ ଆଡ଼ୁ ମାମଲା ଗ୍ରହଣ କରି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅପରାଧ ପାଇଁ ତାଙ୍କୁ କେଉଁ ଦଣ୍ଡ ଦିଆଯିବ, ସେ ନେଇ ଅଗଷ୍ଟ 20ରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।ସୁପ୍ରିମ୍କୋର୍ଟ ଓ ମୁଖ୍ୟ ବିଚାରପତିଙ୍କ ବିରୋଧରେ ପ୍ରଶାନ୍ତ ଟୁଇଟ୍ କରିଥିଲେ । ତେବେ ଘଟଣା ସମ୍ପର୍କରେ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ଏହି ଟୁଇଟ୍ ଅପ୍ରିୟ ହୋଇପାରେ କିନ୍ତୁ ‘ଅବମାନନା’ ନୁହେଁ। ଏଥିଲାଗି ସେ କ୍ଷମାଯାଚନା ମଧ୍ୟ କରିଥିଲେ।
ଭୁବନେଶ୍ବର : ଓଡ଼ିଶାର 14 ଜଣଙ୍କୁ ମିଳିବ ପୋଲିସ୍ ମେଡାଲ୍ । ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୋଲିସ୍ ପଦକ ଘୋଷଣା କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ୍ ପଦକ ଘୋଷଣା କରାଯାଇଛି ।ବିଶିଷ୍ଟ ସେବା ପାଇଁ ଓଡ଼ିଶାର 2 ପୋଲିସ୍ ପାଇବେ ରାଷ୍ଟ୍ରପତି ପଦକ । ଭିଜିଲାନ୍ସ ଡିଏସ୍ପି କେ. ବେଣୁଗୋପାଳ ଆଚାର୍ଯ୍ୟ ଓ କନଷ୍ଟେବଳ ବିରଞ୍ଚି ନାରାୟଣ ସାହୁ ପାଇବେ ରାଷ୍ଟ୍ରପତି ପଦକ । ସେହିପରି 12 ପୋଲିସ୍ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ । ଭିଜିଲାନ୍ସ ଏସ୍ଏସ୍ପି ଅଭିରାମ କର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତାପସ ମହାପାତ୍ର, ଏସ୍ପି ଅନୀଲ୍ ମିଶ୍ର, ଡିଏସ୍ପି ଅନୁପମା ମହାପାତ୍ର, ଏଡିସିପି ରାଜକିଶୋର ପାଇକରାୟ, ଇନ୍ସପେକ୍ଟର ଅଜୟ ଦାସ, ଇନ୍ସପେକ୍ଟର ଅତୁଲକ୍ରିଷ୍ଣା ଦାସ, ଇନ୍ସପେକ୍ଟର ସରୋଜ ପଟେଲ୍, ଇନ୍ସପେ୍କଟର ନିର୍ମଳ ମହାପାତ୍ର, ସୁବେଦାର କିଶୋର ବଳବନ୍ତରାୟ,ସିପାହୀ ରଥ ଲାକ୍ରା, ହାବିଲଦାର ମହ୍ମଦ ଫଜଲ ଉମରଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ…
ତାଳଚେର : କରୋନା ପାଇଁ ସବୁ ପୂଜା ପର୍ବାଣୀ ଉପରେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ କିନ୍ତୁ ରୋକ୍ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ଚଳିତ ବର୍ଷ ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ଗତକାଲି କମିସନ୍ରେଟ ପୁଲିସ ଟୁଇନ୍ ସିଟିରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କୌଣସି ମଣ୍ଡପରେ ଚଳିତ ଥର ଗଣେଶ ପୂଜା ହୋଇପାରିବନି ବୋଲି ନିର୍ଦ୍ଦେଶ ରହିଛି…
ଭୁବନେଶ୍ୱର : କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ଉନ୍ନୟନ ଯୋଜନା ଓ ନିର୍ମାଣମାନକ ନିୟମ -2020 ଆଧାରରେ ବହୁତଳ ଅଟ୍ଟାଳିକ ନିର୍ମାଣ ପାଇଁ ସରକାର ନିୟମରେ କୋହଳ କରିଛନ୍ତି । ଏବେ 8ଟି ଗୃହ ଥିବା ଘରକୁ ଆପାର୍ଟମେଣ୍ଟ କୁହାଯାଇପାରିବ । ପୂର୍ବରୁ 4ଟି ଗୃହ ଥବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯାଉଥିଲା । ସେହିପରି ଉଚ୍ଚ ଅଟ୍ଟାଳିକା ନିର୍ମାଣରେ ପ୍ଲଟ୍ ସାଇଜ୍କୁ ନେଇ କୌଣସି ପ୍ରତିବନ୍ଧକ ହେବନି ବୋଲି ସୂଚନା ରହିଛି । ଖର୍ଦ୍ଦିଯୋଗ୍ୟ ଫ୍ଲୋର ଏରିଆ ରେସିଓ ପାଇଁ ଦେୟ ମୂଲ୍ୟ 50 ପ୍ରତିଶତ କମିଛି । ମଡେଲ ପ୍ଲାନ୍ ଅନୁମତି ପାଇଁ ବାରମ୍ବାର ଦୌଡିବାକୁ ପଡିବନି। ଆବଶ୍ୟକ ଟଙ୍କା ଓ ଅଣ୍ଡରଟେକିଂରେ ଘର କରିହେବ । 15ରୁ 18 ମିଟର ଉଚ୍ଚ ଘର ପାଇଁ 50 ପ୍ରତିଶତ ଖାଲି ସ୍ଥାନ ଛାଡିବେ ଡେଭଲପର । ସେହିପରି 18 ମିଟରରୁ ଉଚ୍ଚ ଘର…
ନୂଆଦିଲ୍ଲୀ, କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଯେଉଁ ଅବିଶ୍ରାନ୍ତ ଲଢେଇ ଲଢୁଛନ୍ତି ସେଥିରେ କେନ୍ଦ୍ର ସରକାର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ କରୋନାର ସଫଳ ମୁକାବିଲା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଚିକିତ୍ସା ବ୍ୟବସ୍ଥା ସୁବିଧା ଯୋଗାଣ ସହ କେନ୍ଦ୍ର ସରକାର ମଧ୍ୟ ମାଗଣାରେ ରାଜ୍ୟମାନଙ୍କୁ ଡାକ୍ତରୀ ସାମଗ୍ରୀ ଓ ଉପକରଣ ଯୋଗାଇ ଦେଉଛନ୍ତି। କେନ୍ଦ୍ର ଦ୍ୱାରା ଯେଉଁସବୁ ସାମଗ୍ରୀ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉଛି ସେଥିମଧ୍ୟରୁ ଅଧିକାଂଶ ପୂର୍ବରୁ ଦେଶରେ ଉତ୍ପାଦିତ ହେଉ ନ ଥିଲା। ଆହୁରି ମଧ୍ୟ କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପିବା ଫଳରେ ଏସବୁ ସାମଗ୍ରୀର ଗୁରୁତର ଅଭାବ ପରିଲକ୍ଷିତ ହେଉଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୟନ ମନ୍ତ୍ରଣାଳୟ, ଭେଷଜ…
ଭୁବନେଶ୍ବର : ରାଜ୍ୟର ସମସ୍ତ ଆର୍ଟିଓ ଅଫିସ୍ରେ କାମ ଚାଲୁ ପାଇଁ ନିର୍ଦ୍ଦେଶ ରହିଛି । ଅନୁମତିପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଫିସ୍ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ପରିବହନ କମିଶନର । ନିର୍ଦ୍ଦେଶ ସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଡିଏଲ୍ ଏବଂ ଆର୍ସି ସମ୍ପର୍କିତ ନବୀକରଣ କାର୍ଯ୍ୟ ହୋଇପାରିବ ବୋଲି କହିଛନ୍ତି ମନ୍ତ୍ରୀ । ଆର୍ସି ସମ୍ପର୍କିତ ନାମ ପରିବର୍ତ୍ତନ ମଧ୍ୟ ହୋଇପାରିବ । ଅଗଷ୍ଟ 31 ପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ହୋଇପାରିବ । ରାଜ୍ୟର ସମସ୍ତ ଆର୍ଟିଓ ଅଫିସ୍ ଖୋଲିବା ପାଇଁ ନିର୍ଦ୍ଦେଶ । ସେହିପରି ରେଜିଷ୍ଟ୍ରେସନ୍ ନବୀକରଣ ଓ ମାଲିକାନା ପରିବର୍ତ୍ତନ କରାଯାଇପାରିବ । ଏହି ଦୁଇ କାର୍ଯ୍ୟ ପାଇଁ ଆସୁଥିବା ଉପଭୋକ୍ତାଙ୍କୁ ଅନୁମତି ମିଳିବ । ତେବେ ଏହି ସମୟରେ ମାସ୍କ, ସାମାଜିକ ଦୂରତା ନିୟମ କଡାକଡି ପାଳନ ପାଇଁ କୁହାଯାଇଛି ।
ରାଜସ୍ଥାନ : ବାଲ୍ୟ ବିବାହର 7 ବର୍ଷ ପରେ ସ୍ତ୍ରୀଙ୍କୁ ଶାଶୁଘର ଆସିବାକୁ ସ୍ବାମୀ ଚାପ ପ୍ରୟୋଗ କରିବାରୁ ସ୍ତ୍ରୀ ଜଣକ ବର୍ବରତାର ସୀମା ଟପିଯାଇଛନ୍ତି । ପୁରୁଷଙ୍କ ଘୃଣା କରୁଥିବା ଏହି ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ଧୋକ୍କାରେ ମାରି ତାଙ୍କ ମୃତଦେହକୁ ଟିକ୍ଟିକ୍ କରି କାଟି ନାଳରେ ଫୋପାଡିଥିବାର ସୂଚନା ରହିଛି । ସ୍ତ୍ରୀ ଜଣକ ନିଜ ଭଉଣୀମାନଙ୍କ ସହ ମିଶି ସ୍ବାମୀ ମୃତ୍ୟୁର ଷଡଯନ୍ତ୍ର ରଚିଥିଲେ । ସ୍ବାମୀଙ୍କ ନିଜ ଭଉଣୀଙ୍କ ଘରକୁ ଡାକି ନିଶା ଖାଦ୍ୟ ଓ ଇଞ୍ଜେକସନ୍ ଦେଇ ମାରି ଦେଇଥିଲେ। ଏହା ପରେ ଇଲେକ୍ଟ୍ରିକ୍ କଟର ଜରିଆରେ ହାତ ଗୋଡ ଓ ଶରୀରକୁ କାଟି ପଲିଥିନ୍ରେ ପ୍ୟାକିଂ କରି ନାଳରେ ଫୋପାଡି ଦେଇଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତା ସ୍ତ୍ରୀ ଜଣକ ପୁରୁଷମାନଙ୍କ ଘୃଣା କରୁଥିବାବେଳେ ସେ ନିଜ…
ପୁରୀ: ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀଜୀଉମାନେ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହିକ୍ରମରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଭାଦ୍ରବ ମାସ କୃଷ୍ଣପକ୍ଷ ଦଶମୀ ତିଥିରେ ମହାପ୍ରଭୁ ବନଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଆଜି ମଧ୍ୟାହ୍ନ ଧୂପ ପରେ ବନଭୋଜି ବେଶ ଅନୁଷ୍ଠିତ ହେବ । ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ, ବଳରାମ ରୂପରେ ସଜାଇ ବନଭୋଜି ବେଶ କରାଯାଏ । ଏହି ବେଶରେ ଠାକୁରମାନେ ଶ୍ରୀହସ୍ତରେ ଶିକାରେ ରୁପା ପିଙ୍ଗଣରେ ସର ଧରନ୍ତି ଓ ଅନ୍ୟ ହସ୍ତରେ ଦଉଡ଼ି ଧରନ୍ତି।
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ପୁଣି ଥରେ ଆତଙ୍କୀ ମାନେ ସୁରକ୍ଷାବଳ ଉପରକୁ ହମଲା କରିଛନ୍ତି । ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି। ଶୁକ୍ରବାର ସକାଳେ ପୋଲିସର ପ୍ୟାଟ୍ରୋଲିଂ ଟିମ୍ ଉପରକୁ ଏହି ଆକ୍ରମଣ କରାଯାଇଥିଲା । ଶ୍ରୀନଗର ଜିଲ୍ଲାର ନୌଗାମ୍ ବାଇପାସରେ ଏହି ଆକ୍ରମଣ ଘଟିବା ସହିତ 2 ପୋଲିସ ଅଧିକାରୀ ଶହୀଦ ହୋଇଛନ୍ତି । ଏହି ଆତଙ୍କୀ ଆକ୍ରମଣ ପଛରେ ଜୈସ୍-ଏ-ମହମ୍ମଦର ହାତ ରହିଥିବାର ସୂଚନା ରହିଛି । ସୁରକ୍ଷାବଳ ଲଗାତାର ଭାବରେ ଆତଙ୍କୀଙ୍କୁ ଖୋଜି ଖୋଜି ଟାର୍ଗେଟ କରୁଥିବାବେଳେ ନିକଟରେ ଫୁଲଓ୍ବାମା ଜିଲ୍ଲାର ସେବ ବାଗାନ୍ରେ ଛପି ଥିବା ଆତଙ୍କୀଙ୍କ ସହ ସୁରକ୍ଷା ବଳ ମୁହାଁମୁହିଁ ହୋଇଥିଲେ । ଏହି ଆକ୍ରମଣରେ ଆଜାଦ ଅହମ୍ମଦ ଲୋନ ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ଏହି ଘଟଣାରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିଲେ । ଗୁରୁବାର ଆତଙ୍କୀଙ୍କ 3ଟି ଠିକଣାସ୍ଥାନକୁ…
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ ଦଶ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀ ଜିଲ୍ଲାରୁ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡ, ସମ୍ବଲପୁର ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 314କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ 151କୁ ବୃଦ୍ଧି ହୋଇଛି । ସେହିପରି କଟକ ଜିଲ୍ଲାରେ 14, ସୁନ୍ଦରଗଡରେ 21, ସମ୍ବଲପୁରରେ 3, ପୁରୀ କରୋନା ଜନିତ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ହୋଇଛି ।
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 64 ହଜାର 553 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 1000 ପାର କରିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା 48 ହଜାର 40ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 24 ଲକ୍ଷ 61ହଜାର 190ରେ ପହଞ୍ଚି ଥିବା ବେଳେ ଏହା ମଧ୍ୟରୁ 17 ଲକ୍ଷ 51 ହଜାର 555 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ହାର 70 ପ୍ରତିଶତ ଉପରେ ରହିଛି । ସେହିପରି ଏବେ ସୁଦ୍ଧା ଦେଶରେ 6ଲକ୍ଷ 61 ହଜାର 595ଜଣ ସକ୍ରିୟ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବାବେଳେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 19…
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ 1977 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ332 ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 280, ମୟୂରଭଞ୍ଜରୁ 120, ଭଦ୍ରକ ରୁ 118, କଟକରୁ 101, ଗଜପତିରୁ 93, କୋରାପୁଟରୁ 90, ସୁନ୍ଦରଗଡରୁ 88, ପୁରୀରୁ 83, ନୟାଗଡରୁ 75, ରାୟଗଡାରୁ 70, ଯାଜପୁରରୁ 69, କନ୍ଧମାଳରୁ 60, ସମ୍ବଲପୁରରୁ 59, ବାଲେଶ୍ବରରୁ 56,ମାଲକାନଗିରିରୁ 52, କଳାହାଣ୍ଡିରୁ 48, ଢେଙ୍କାନାଳରୁ 40, ଜଗତସିଂହପୁରରୁ 34, ବରଗଡରୁ 22, ନୂଆପଡାରୁ 20, ନବରଙ୍ଗପୁରରୁ 17, ଝାରସୁଗୁଡାର 11, କେଉଁଝରରୁ 10, ବଲାଙ୍ଗିର ଓ ସୋନପୁରରୁ 7ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ 6, ବୌଦ୍ଧରୁ 5ଜଣ ଚିହ୍ନଟ ହୋଇଥିବାବେଳେ ଦେବଗଡଓ ଅନୁଗୁଳରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1977 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1241ଜଣ ଚିହ୍ନଟ ହୋଇଥିବାବେଳେ 736ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 54 ହଜାର 630କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 16ହଜାର353 । ସେହିପରି ସୁସ୍ଥ ହୋଇଛନ୍ତି 37ହଜାର 900ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 314ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

