Author: Samikhsya Bureau

ଅଲବର: ଜଣେ ପୁଅ ନିଜ ସ୍ତ୍ରୀ ସହିତ ପିତାର ଅବୈଧ ସମ୍ପର୍କ ଦେଖି ଏହାକୁ ସହ୍ୟ କରି ନ ପାରି ବାପାର ଜୀବନ ନେଇଛି ପୁଅ । ସ୍ତ୍ରୀ ସହିତ ବାପର ଏପରି ସମ୍ପର୍କକୁ ଦେଖି ମୁଣ୍ଡନ କରି ପିତାଙ୍କୁ ତର୍ପଣ ଦେବା ସହିତ ରାତିରେ ବାପାଙ୍କୁ ହତ୍ୟା କରି ଫେରାର୍‌ ହୋଇଥିଲା ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର  ଅଲବର ଜିଲ୍ଲାରେ ଘଟିଛି । ଅଲବର ଜିଲ୍ଲାର ମୁଣ୍ଡାଓ୍ବାର ଥାନା ତିନରୁଡକୀ ଗ୍ରାମରେ ଏକ ଘରର ଛାତ ଉପରେ ଶୋଇଥିବା 60 ବର୍ଷୀ ରାମସିଂହ ଯାଦବଙ୍କ ହତ୍ୟା ଘଟଣାର ପୋଲିସ୍‌ ପର୍ଦ୍ଦାଫାସ କରିଛି । ହତ୍ୟା ହେବାର 48 ଘଣ୍ଟା ପରେ ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ଅଭିଯୁକ୍ତ 32ବର୍ଷୀୟ ପ୍ରଦୀପ ଯାଦବଙ୍କୁ ଗିରଫ କରିଛି । ବୟସ୍କ ରାମ ସିଂହଙ୍କ ହତ୍ୟା ତାଙ୍କ ପୁତ୍ର ବିଜୁଳି ଖୁମ୍ବରେ ଲଗାଯାଉଥିବା ଡିସ୍କ…

Read More

ଭୁବନେଶ୍ବର : କରୋନା ପାଇଁ ମନ୍ଦିର ତଥା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିବାବେଳେ ପୂଜା ପାର୍ବଣରେ ମଧ୍ୟ କଟକଣା ଲଗାଯାଇଛି । ଚଳିତ ଥର କାଉଡି ଯାତ୍ରାକୁ ସ୍ଥଗିତ ରଖାଯାଇଥିବାବେଳେ ଗଣେଶ ପୂଜା ଉପରେ ମଧ୍ୟ କରୋନାର ମାଡ ଦେଖାଯାଇଛି । କରୋନା ପାଇଁ ଏ ବର୍ଷ କଟକ- ଭୁବନେଶ୍ବରରେ ଗଣେଶ ପୂଜା ମନା। ଟୁଇନ୍‌ସିଟିରେ କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।  ଟୁଇନ୍‌ ସିଟିରେ ଗଣେଶ ପୂଜା ବନ୍ଦ ନେଇ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଧର୍ମୀୟ ସମାବେଶକୁ ମନା ଥବାରୁ ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ସୂଚନା ଦିଆଯାଇଛି । ମଣ୍ଡପରେ ଗୋଷ୍ଠୀଗତ ଭାବେ କୌଣସି ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ମାର୍ଚ୍ଚ ମାସଠାରୁ ଧିରେ ଧିରେ କରୋନା ମହାମାରୀର ଉଗ୍ର ରୂପ ଦେଖିବାକୁ ମିଳୁଛି । ଯାହାଫଳରେ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ମଧ୍ୟବର୍ତ୍ତୀ ତଥା ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧା ଦେଇ ଗତି କରୁଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଲକ୍‌ଡ଼ାଉଡ଼୍ ଏବଂ ସଟ୍‌ଡ଼ାଉନ୍ ଦୀର୍ଘ ଛଅମାସ ହେଲା ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଲାଣି । ମୁଖ୍ୟତଃ ବ୍ୟବସାୟୀ ଏବଂ ମଧ୍ୟବର୍ତ୍ତୀ ପରିବାରର ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଦୋକାନବଜାର ବନ୍ଦ ରହୁଥିବା ଯୋଗୁଁ ବ୍ୟବସାୟ ପ୍ରାୟ ବନ୍ଦ କହିଲେ ଚଳେ । ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଛି ଗଂଜାମ ଜିଲ୍ଲା। ଏଠାରେ ଗତ କିଛି ମାସ ହେଲା ପ୍ରାୟ ସଟ୍‌ଡ଼ାଉନ୍‌, ଲକ୍‌ଡ଼ାଉନ୍ ହୋଇଛି । ଫଳରେ ଦୋକାନୀ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କ ଆୟର ସ୍ରୋତ ବନ୍ଦ ହୋଇଯାଇଛି । ଏମାନଙ୍କୁ ଦୁଇଓଳି ଖାଇବା ମଧ୍ୟ କଷ୍ଟକର…

Read More

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ 15ଟି କଲେଜରେ ଫଳାଫଳ ଶୂନ ରହିଛି । ଏହାକୁ ନେଇ ଉକ୍ତ 15ଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସେହିପରି ଏହି ସମସ୍ତ ସ୍କୁଲରେ ନାମଲେଖା କଣ ପାଇଁ ବନ୍ଦ କରାନଯିବ ଏହାର କାରଣ ଦର୍ଶାଇବା ପାଇଁ ନୋଟିସ୍ ଜାରି କରାଯାଇଛି ।  ସେହିପରି ଶିକ୍ଷାନୁଷ୍ଠାନର ବିଜ୍ଞାନ ପାଠ୍ୟକ୍ରମ କ’ଣ ପାଇଁ ରଦ୍ଦ ନ ହେବ ସେନେଇ ମଧ୍ୟ ନୋଟିସ୍‌ ଜାରି କରାଯାଇଛି ।  7 ଦିନ ମଧ୍ୟରେ ଏହାର ଜବାବ ଦେବାକୁ ନୋଟିସରେ ନିର୍ଦ୍ଦେଶ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପାଶ ହାର ଦୁଇ ପ୍ରତିଶତ ହ୍ରାସ ପାଇଥିବା ବେଳେ 15ଟି କଲେଜରେ ପରୀକ୍ଷା ଫଳ ଶୂନ ରହିଥିଲା । ଗତକାଲି ମନ୍ତ୍ରୀ ଏହି କଲେଜକୁ ସୋ’ କଜ୍‌ ନୋଟିସ୍‌ ପଠାଯିବା ନେଇ ସୂଚନା ଦେଇଥିଲେ…

Read More

ଉତ୍ତରପ୍ରଦେଶ : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଲ ଦାସଙ୍କୁ କରୋନା । ନୃତ୍ୟ ଗୋପାଲ ଦାସଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା । ଏହା ପରେ ସେ ନିଜର କରୋନା ଟେଷ୍ଟ କରାଇଥିଲେ । ପଜିଟିଭ୍‌ ଆସିଥିଲା । ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜନ୍ମାଷ୍ଟମୀ ପାଳନ ପାଇଁ ନିକଟରେ ମଥୁରା ଯାଇଥିବା ବେଳେ ସେଠାରେ ସାମାନ୍ୟ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ପରୀକ୍ଷାରୁ ତାଙ୍କୁ କରୋନା ହୋଇଥିବା ଜଣାପଡିଥିଲା । ନିକଟରେ ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ଅନ୍ୟତମ ଅତିଥ ରହିଥିଲେ ନୃତ୍ୟ ଗୋପାଳ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ଶତାଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ 2ଜଣ ଲେଖାଏଁ ମୃତ୍ୟୁ ହୋଇଛନ୍ତି । ସୁନ୍ଦରଗଡ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ତିନି  ମୃତକଙ୍କ ବୟସ ଯଥାକ୍ରମେ 73, 82 ଓ 36 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ଆଜି ଦୁଇ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ବୟସ ଯଥାକମେ 23 ଓ 72 ବର୍ଷ । ସେହିପରି ମୟୂରଭଞ୍ଜରୁ 60 ଓ 58ବର୍ଷୀୟ ବ୍ୟକ୍ତି ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ହୋଇଥିବାବେଳେ କନ୍ଧମାଳରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 61ବର୍ଷ ବୋଲି ସୂଚନା ରହିଛି ।…

Read More

ଭୁବନେଶ୍ବର :ଆଜି 30ଟି ଜିଲ୍ଲାରୁ 1981 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 274 ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ 267ଜଣ ଚିହ୍ନଟ ହୋଇଛନ୍ତି। କନ୍ଧମାଳରୁ 179,  ସୁନ୍ଦରଗଡରୁ 145, କଟକରୁ 131,କୋରାପୁଟରୁ 97, ପୁରୀରୁ 77,ଭଦ୍ରକରୁ 65, ମାଲ୍‌କାନଗିରିରୁ 64, ଯାଜପୁରରୁ 60, ବାଲେଶ୍ବରରୁ 59, ସୋନପୁରରୁ 57, ନୟାଗଡାରୁ 56, ରାୟଗଡାରୁ 55 ଜଗତସିଂହପୁରରୁ 42, , କଳହାଣ୍ଡିଓ ଢେଙ୍କାନାଳରୁ 39ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜ 37, ସମ୍ବଲପୁରରୁ 38, ମୟୂରରଭଞ୍ଜରୁ 37,କେନ୍ଦ୍ରାପଡାରୁ 29, ବଲାଙ୍ଗିର ଓ ବରଗଡରୁ 27ଜଣ ଲେଖାଏଁ ରହିଥିବାବେଳେ କେଉଁଝରରୁ 23ଜଣ ରହିଛନ୍ତି ।   ବୌଦ୍ଧରୁ 22 ଜଣ, ନବରଙ୍ଗପୁରରୁ 18,  ନୂଆପଡା ଓ ଦେବଗଡରୁ 16 ଜଣ ଲେଖାଏଁ, ଗଜପତି ଓ ଝାରସୁଗୁଡାରୁ 8 ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 6ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1981 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1225ଜଣ ଚିହ୍ନଟ ହୋଇଥିବାବେଳେ 756ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  52 ହଜାର 653କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 808ଜଣ । ସେହିପରି ସୁସ୍ଥ ହୋଇଛନ୍ତି 36ହଜାର 478ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 305ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଆଜି ହୋଇଛନ୍ତି ଚିହ୍ନଟ 1. Angul: 6 2. Balasore: 59 3. Bargarh: 27…

Read More

ନୂଆଦିଲ୍ଲୀ : ଦେଶରେ ନୂତନ ଆୟକର ବ୍ୟବସ୍ଥାର ଶୁଭାରମ୍ଭ ନିମନ୍ତେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିନ 11ଟା ସମୟରେ ପ୍ରଧାନମନ୍ତ୍ରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ସଚ୍ଚୋଟ ଟିକସଦାତାଙ୍କୁ ଉତ୍ସାହିତ କରିବା ଏବଂ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ଏକ ନୂତନ ସ୍ୱତନ୍ତ୍ର ପ୍ଲାଟଫର୍ମ ଆରମ୍ଭ କରିଛନ୍ତି। ଏହାର ନାମ ହେଉଛି ‘ସ୍ୱଚ୍ଛ କର: ସଚ୍ଚୋଟଙ୍କୁ ସମ୍ମାନ’। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ହେଉଛି ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥାର ଆରମ୍ଭ, ଯେଉଁଥିରେ ଫେସଲେସ୍ ଆସେସମେଣ୍ଟ-ଅପିଲ୍ ଏବଂ ଟିକସଦାତା ଚାର୍ଟର୍ ଭଳି ପ୍ରମୁଖ ସଂସ୍କାର ରହିଛି। ଏହି ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ କରଦାତାଙ୍କୁ ଫେସଲେସ୍‌ ଆସେସ୍‌ମେଣ୍ଟ, ଟ୍ୟାକ୍ସ ପେୟର୍ସ ଚାର୍ଟର୍‌ ଓ ଫେସଲେସ ଅପିଲ୍‌ର ସୁବିଧା ମିଳିବ । ଆଜିଠାରୁ ଏହି ସେବା ଆରମ୍ଭ ହୋଇଥିବା ବେଳେ ଫେସଲେସ୍ ଅପିଲ୍ ସେବା ସେପ୍ଟେମ୍ବର 25ରୁ…

Read More

ପିଣ୍ଟୁ ବିଷୋୟୀ ଗଞ୍ଜାମ/ବେଗୁନିଆପଡା: କରୋନା ମହାମାରୀ ଜୀବନ ଓ ଜୀବିକା ଉପରେ ଦାଉ ସାଧିଛି। ଜୀବନ ଛଡାଇ ନେଉଥିବାବେଳେ ଜୀବିକା ଉପରେ ଏହାର ପ୍ରଭାବ ବିଶେଷ ଅନୁଭୂତ ହୋଇଛି। କରୋନା ମାଡରେ ଦେଶର ଅର୍ଥନୀତି ଭୁଶୁଡି ପଡିଥିବାବେଳେ ସାଧାରଣ ଲୋକର ଜୀବନ ମଧ୍ୟ ଦୁର୍ବିସହ ହୋଇପଡିଛି। ଜୀବନ ଓ ଭୋକ ମଧ୍ୟରେ ମଣିଷ ଅଣନିଃଶ୍ବାସୀ ହୋଇପଡିଛି। କରୋନ ସଂକଟରେ ଅନେକ ଚାକିରି ହରାଇ ବେରୋଜଗାର ହୋଇ ପଡିଥିବାବେଳେ କେହି କେହି ନିଜ ବୃତ୍ତିକୁ ଛାଡି ପେଟ ଭୋକ ମେଣ୍ଟାଇବା ପାଇଁ ଯେକୌଣସି କାର୍ଯ୍ୟ କରିବାକୁ ବି ପଛଉ ନାହାନ୍ତି। ତେବେ ଫିଲ୍ମ ଜଗତ ଉପରେ କରୋନା ମାଡ ବିଶେଷ ଭାବରେ ଅନୁଭୂତ ହେଉଛି। ଗତ ୫ ମାସ ଧରି ଦେଶରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଜାରି ରହିଥିବାବେଳେ ଫିଲ୍ମ, ଧାରାବାହିକ ଆଦି ଶୁଟିଂ ବନ୍ଦ ରହିଛି। ଏପରି ସମୟରେ ଫିଲ୍ମ ଜଗତକୁ ନେଇ ବଞ୍ଚୁଥିବା ମଣିଷମାନଙ୍କ ଅବସ୍ଥା ବାର ଅଣା ଦି’କଡା ହୋଇଯାଇଛି।…

Read More

ରମେଶ ମହାନ୍ତି ଜଗତସିଂହପୁର: ରଘୁନାଥପୁର ଠାରେ ବୁଧବାର ପୂର୍ବାହ୍ନରେ ନୂତନ ଭାବେ ପ୍ରସ୍ତାବିତ ଗ୍ରାମ ନ୍ୟାୟାଳୟର ଶୁଭ ଉଦଘାଟନ କରିଛନ୍ତି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା। ନୂତନ ଭାବେ ଉକ୍ତ ଗ୍ରାମ ନ୍ୟାୟାଳୟକୁ ଉଦଘାଟନ କରି ଓଡିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ କୁମାରୀ ସଞ୍ଜୁ ପଣ୍ଡା କହିଲେ ଗ୍ରାମ ନ୍ୟାୟାଳୟର ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳ ଲୋକମାନଙ୍କୁ ତୁରନ୍ତ ନ୍ୟାୟ ପାଇବାରେ ସୁଗମ ହେବ। ଏହି ନ୍ୟାୟାଳୟ ପ୍ରତିଷ୍ଠା ଦ୍ୱାରା ଗ୍ରାମାଞ୍ଚଳର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ସେମାନଙ୍କ ଦ୍ୱାରଦେଶରେ ଉପଲବ୍ଧ ହୋଇପାରିବ। ଏହି ଉତ୍ସବରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ପ୍ରଶାସନ) ଶ୍ରୀ ଆର୍ କେ ତୋଷ ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକା ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ସୁଦାମ ଚନ୍ଦ୍ର ଦାଶ,…

Read More

କନ୍ଦର୍ପ ବେହେରା ରେଢାଖୋଲ : ଗତକାଲି ସଂଧ୍ୟାରେ ରେଢାଖୋଲ ପୁଲିସ୍ ଲୁହାପଙ୍କ ପଂଚାୟତର କୁଟାସିଙ୍ଗା ପାଖରୁ ଜନୈକ ଯୁବକର ମୃତ ଦେହ ଉଦ୍ଧାର କରିଛି । ପ୍ରକାଶ ଯେ, ରେଢାଖୋଲ ଥାନା ଲୁହାପଙ୍କ ନିକଟସ୍ଥ କୁଟାସିଙ୍ଗା ଢାବାରେ କାମ କରୁଥିବା ସେହି ଗ୍ରାମର କିଶୋରୀ ବେହେରା ଢାବାରେ କାମ ସାରି ରାତିରେ ଘରକୁ ଫେରୁଥିଲେ ହେଲେ ସେ ଘରକୁ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଢାବାକୁ ଯାଇ ଦେଖନ୍ତି ତ କିଶୋରୀ ନାହିଁ । ଅପରାହ୍ନ ୪ ଘ ୩୦ ମିନିଟରେ ସେମାନେ ଢାବା ନିକଟ ଅନତୀ ଦୂରରେ କିଶୋରୀର ଶବ ପଡିଥିବା ଦେଖିବାକୁ ପାଇ ରେଢାଖୋଲ ପୋଲିସ୍ କୁ ଖବର ଦେଇଥିଲେ । ରେଢାଖୋଲ ପୋଲିସ୍ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତରଖାନାକୁ ପଠାଇଛି । ଆଜି ଶବ ବ୍ୟବଚ୍ଛେଦ ପରେ ହତ୍ୟା ନା ଆଉ କଣ ହୋଇଛି…

Read More

କେନ୍ଦ୍ରାପଡା : ସମ୍ପତ୍ତି ପାଇଁ ଏଠି ରକ୍ତର ସମ୍ପର୍କ ତୁଚ୍ଛ । ସମ୍ପତ୍ତି ପାଇଁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିବାର ସୂଚନା ରହିଛି । ଏଭଳି ଏକ ଘଟଣା କେନ୍ଦ୍ରାପଡା ପାଟକୁରା ଥାନା ଶାସନିପଡା ଗ୍ରାମରେ ଘଟିଥିବାର ସୂଚନା ରହିଛି । ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି । ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି 6ଜଣ ଗୁରୁତର ହୋଇଛନ୍ତି । ପାଟକୁରା ଥାନା ଶାସନିପଡା ଗ୍ରାମରେ ଏପରି ଏକ ଅଭାବନୀୟ କାଣ୍ଡ ଘଟିଛି । ଏହି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଆକ୍ରମଣ ହୋଇଥିବାବେଳେ 6ଜଣ ଗୁରୁତର ହୋଇଛନ୍ତି । ଦୁଇ ଅତି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Read More

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ସକାଳ ସୁଦ୍ଧା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବାବେଳେ ଏବେବି ସେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି ବୋଲି ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପ୍ରଣବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଉଠିଥିବା ଗୁଜବକୁ ମିଛ ବୋଲି କହିଛନ୍ତି ତାଙ୍କ ଝିଅ ଶର୍ମିଷ୍ଠା।  ମସ୍ତିଷ୍କରେ ରକ୍ତ ଜମାଟ ପରେ 10ରେ ପ୍ରଣବଙ୍କ ଅସ୍ତ୍ରୋପଚାର ହୋଇଥିଲା । ସେହିଦିନ ପ୍ରଣବ ମୁଖାର୍ଜୀ କରୋନାରେ ପୀଡ଼ିତ ଥିବାର ମଧ୍ୟ ଜଣାପଡିଥିଲେ । 84 ବର୍ଷୀୟ ପ୍ରବଣ ମୁଖାର୍ଜୀ ସୋମବାର ଦିନ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରବିବାର ଦିନ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ବାଥରୁମ୍‌ରୁ ପଡି ଆହତ ହୋଇଥିଲେ । ଏହାପରେ ତାଙ୍କ ମସ୍ତିଷ୍କର ଗୋଟିଏ ଜାଗାରେ ରକ୍ତ ଜମାଟ ହୋଇଥିଲା । ଏହି ଜମାଟ ରକ୍ତକୁ ବାହାର କରିବା…

Read More

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ଟେଷ୍ଟ ହୋଇଥିବାର ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ଗୋଟିଏ ଦିନରେ ସର୍ବାଧିକ ୪୦ ହଜାର ୭୧୧ଟି ଟେଷ୍ଟ କରାଯାଇଛି। ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟୁନ୍‌ଟ ମାଧ୍ୟମରେ ଏହି ଟେଷ୍ଟ କରାଯାଇଛି। ସେହିପରି ତିନୋଟି ସରକାରୀ ମେଡିକାଲ କଲେଜରେ ଅତିରିକ୍ତ ଆରଟି-ପିସିଆର ମେସିନ(RT-PCR Machine) ସ୍ଥାପନ କରିବା ସହିତ ରାଜ୍ୟରେ ଲାବ୍‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୂଚନା ରହିଛି। ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ। ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତସ୍ତରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ରହିଛି।

Read More

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ 66 ହଜାର 999ଜଣ ଆକ୍ରାନ୍ତ ହୋଇଥିବାବେଳେ 942ଜଣଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 47 ହଜାର 33କୁ ବୃଦ୍ଧି ହୋଇଥିବାବେଳେ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 96 ହଜାର 638କୁ ବୃଦ୍ଧି ହୋଇଛି। ସେହପରି ଦେଶରେ ଏବେ ସୁଦ୍ଧା 6 ଲକ୍ଷ 53 ହଜାର 622ଟି ସକ୍ରିୟ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି 16 ଲକ୍ଷ 95 ହଜାର 982 ଜଣ। ମହାରାଷ୍ଟ୍ରରେ ସର୍ବାଧିକ 18 ହଜାର 650ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 5 ହଜାର 278, ଦିଲ୍ଲୀରେ 4 ହଜାର 153, କର୍ଣ୍ଣାଟକରେ 3510ଜଣଙ୍କର ମୃତ୍ୟୁ ହୋଇଛି।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ ଭାବେ କମ୍ପିଟିସନ୍ ସକ୍‌ସେସ୍ ରିଭ୍ୟୁ (ସିଏସ୍‌ଆର୍‌) ସର୍ଭେ -୨୦୨୦ ଅନୁଯାୟୀ ଏହି ମାନ୍ୟତା ପାଇଛି ଆଇଟିଇଆର୍। ଏହି ର‌୍ୟାଙ୍କିଙ୍ଗ ତାଲିକାରେ ଆଇଟିଇଆର୍ ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଦେଶର ଶ୍ରେଷ୍ଠ ୨୦ଟି ଇଞ୍ଜିନିୟରିଂ କଲେଜ ମଧ୍ୟରେ ସ୍ଥାନ ପାଇଛି। ସିଏସ୍‌ଆର୍ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକର ର‌୍ୟାଙ୍କିଙ୍ଗ୍ କରିବା ସମୟରେ ଶୈକ୍ଷିକ ଭିତିଭୂମି, ଆନୁସଙ୍ଗିକ ବ୍ୟବସ୍ଥା, ଫ୍ୟାକଲ୍ଟି, ଗବେଷଣା, କନ୍‌ସଲ୍‌ଟାନ୍‌ସି. ଆଡମିସନ୍‌, ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ପ୍ରଣାଳୀ, ନିଯୁକ୍ତି, ସାମାଜିକ ଦାୟିତ୍ୱ ଏବଂ ଶିଳ୍ପ ସହିତ ଆଦାନପ୍ରଦାନ ଇତ୍ୟାଦିକୁ ବିଚାରକୁ ନିଆଯାଇଥିଲା।

Read More

ବ୍ରହ୍ମପୁର : ଆସନ୍ତା 15 ତାରିଖରୁ ବ୍ରହ୍ମପୁର ଏମ୍‌କେସିଜି ଓପିଡି ଖୋଲିବ । ଏମ୍‌କେସିଜି ମେଡ଼ିକାଲ କଲେଜର ଜେନେରାଲ୍‌ ଓପିଡି ଖୋଲିବା ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ତେବେ ଓପିଡିକୁ ଆସିବା ସମୟରେ ଲୋକେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଏମ୍‌କେସିଜି ଜେନେରାଲ୍‌ ଓପିଡି ବନ୍ଦ ରହିଛି । ଓପିଡି ବନ୍ଦ ରହିବା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେବାରୁ ଓପିଡି ଖୋଲିବା ନେଇ ସାଧାରଣରେ ଦାବି ମଧ୍ୟ ହୋଇଛି ।

Read More

କେଦାର ମିଶ୍ର ଓଡିଶାର ସବୁଠୁ ବଡ ଟେଲିଭିଜନ ଚାନେଲ ଗତ କିଛିଦିନ ହେଲା କେବଳ ନିଜକୁ ହିଁ ମୁଖ୍ୟ ଖବର ଭାବେ ଉପସ୍ଥାପନ କରିଚାଲିଛି। ସରକାରୀ ଆକ୍ରୋଶର ଅଭିଯୋଗ ଆଣି ନିଜକୁ ପୋଲିସର ନାଲିଆଖି ଆଗରେ ଅସହାୟ ବୋଲି ଯେତେବେଳେ ଏକ ଗଣମାଧ୍ୟମ ସଂସ୍ଥା କହେ, ତାହା ଚିନ୍ତାଜନକ ନିଶ୍ଚୟ। ତେବେ ଭାରତରେ ଏମିତି ସରକାରୀ ନାଲିଆଖିର ଲମ୍ବା ଇତିହାସ ରହିଛି ଓ ତାକୁ ଦୃଢତାର ସହିତ ଗଣମାଧ୍ୟମ ଅତିକ୍ରମ କରିଥିବାର ସାହସୀ ଉଦାହରଣ ମଧ୍ୟ ରହିଛି। ଜାତୀୟ ସ୍ତରରେ ଏନଡିଟିଭି ଓ ଡିଜିଟାଲ ସଂସ୍ଥା “ଦି ୱାୟାର” ବିରୋଧରେ ଅଗଣିତ ଆକ୍ରମଣ ହୋଇ ଆସୁଛି। ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କୁ ତାଙ୍କର ମତାମତ ଲାଗି “ଦେଶଦ୍ରୋହ” ଅପରାଧରେ ଫସାଇଦେବାର ହୀନ ଉଦ୍ୟମ ହୋଇଛି। ଜାତୀୟ ହେଉ ବା ରାଜ୍ୟ ସ୍ତରୀୟ ଗଣମାଧ୍ୟମ ସଙ୍କଟ ସବୁଥିରେ ଓଡିଶାର ଗଣମାଧ୍ୟମ ସଂସ୍ଥା ଗୁଡିକ ସୁବିଧାବାଦୀ ଭୂମିକା ନିଭାଇଛନ୍ତି। ନିଜ ମାଲିକ ଯେଉଁ ଦଳରେ…

Read More