Author: Samikhsya Bureau

କଟକ : କଟକ ସହରର 4 ପୋଲିସ୍‌ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ  ହୋଇଛନ୍ତି । ଚାରି ଆକ୍ରାନ୍ତଙ୍କ ମଧ୍ୟରେ ସଦର ଥାନାରୁଜଣେ ରହିଥିବାବେଳେ ବାଦାମବାଡି ଥାନାରୁ 2 ଜଣ, ରିଜର୍ଭ ପୋଲିସ୍‌ରୁ ଜଣେ ଚିହ୍ନଟ ହୋଇଛନ୍ତି ।ଚାରି ପୋଲିସ୍‌ କର୍ମଚାରୀଙ୍କୁ କରୋନା ନେଇ କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି କଟକରୁ 177ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

Read More

ଯୋଧପୁର : ରାଜସ୍ଥାନର ଯୋଧପୁରଠାରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଦେଚୁର ଅଚଳାବତା ଗ୍ରାମ ନିକଟରୁ 11ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । କ୍ଷେତରୁ 11ଜଣଙ୍କ ଶବ ମିଳିଛି । ସମସ୍ତ ମୃତକ ବିସ୍ଥାପିତ ବୋଲି ଜଣାପଡିଛି। ଏହି ସମସ୍ତ ଲୋକ ଅଚଳାବତା ଗ୍ରାମରେ ଚାଷ କାମ କରୁଥିଲେ । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ତେବେ ପୋଲିସ୍‌ ଘଟଣାସ୍ଥଳରୁ ଜଣେ ଯୁବକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଛି । ଆହତ ଯୁବକଙ୍କୁ ପୋଲିସ୍‌ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ 2ପୁରୁଷ ଥିବାବେଳେ 4 ଜଣ ମହିଳା ଥିଲେ 5 ଜଣ ଶିଶୁରହିଛନ୍ତି। ତେବେ ସମସ୍ତ ମୃତକ ପାକିସ୍ତାନୀ ବିସ୍ଥାପିତ ବୋଲି ସୂଚନା ରହୁଥିବାବେଳେ ଏକା ସାଙ୍ଗରେ 11 ଜଣଙ୍କର ମୃତ୍ୟୁ କିପରି ହେଲା ସେ ନେଇ ସନ୍ଦେହ ଉପୁଜିଛି । (ଏଜେନ୍ସି)

Read More

ହାପୁର: ଉତ୍ତରପ୍ରଦେଶର ହାପୁରରୁ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 6ବର୍ଷୀୟା ଶିଶୁ କନ୍ୟା ନୃଶଂସ ଭାବେ ଦୁଷ୍କର୍ମର ଶିକାର ହୋଇଥିବାର ଜଣାପଡିଛି । ଅଭିଯୁକ୍ତଜଣଙ୍କ ପୀଡ଼ିତାଙ୍କୁ ଅପହରଣ କରି ଦୁଷ୍କର୍ମ କରିବା ସହ ଗୁପ୍ତାଙ୍ଗକୁ ନଷ୍ଟ କରିଦେଇଥିବା ଜଣା ପଡ଼ିଛି। ପୀଡ଼ିତା ଜଣକ ଏବେ ମେରଟ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ପୀଡ଼ିତା ଜଣକ ନିଜ ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତ ବାଇକରେ ଆସି ପୀଡ଼ିତାଙ୍କୁ ଅପହରଣ କରି ନେଇଥିଲା। ପରେ ଏକ ଚାଷ ଜମିରେ ଶିଶୁ କନ୍ୟା ସହ ଅତି ନୃଶଂସଭାବେ ଦୁଷ୍କର୍ମ କରିବା ସହ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ଶିଶୁ କନ୍ୟାର ପରିବାର ଲୋକେ ଶିଶୁ କନ୍ୟାକୁ ନପାଇ ଖୋଜିବା ଆରମ୍ଭ କରିଥିଲେ। ପ୍ରାୟ 12 ଘଣ୍ଟା ଧରି ଖୋଜିବା ପରେ ପୀଡ଼ିତାଙ୍କୁ ଅଚେତ୍ ଅବସ୍ଥାରେ ଚାଷ ଜମିରୁ ଉଦ୍ଧାର…

Read More

ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ ସର୍ବାଧିକ 13ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 6ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଓ କୋରାପୁଟରୁ 2ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର ଓ ବରଗଡ ଓ ନୟାଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ଆଜି 6ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ମୃତକଙ୍କ ମଧ୍ୟରେ 5 ଜଣ ପୁରୁଷ ଜଣେ ମହିଳା ରହିଛନ୍ତି । ମହିଳାଙ୍କ ବୟସ 60ବର୍ଷ ହୋଇଥିବାବେଳେ ଅନ୍ୟ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 65, 40, 66,37, ଓ 50 ବର୍ଷ ବୋଲି ସୂଚନା ରହିଛି । ସେହିପରି ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 81ବର୍ଷ ବୋଲି ଜଣାପଡିଛି । ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 131କୁ ବୃଦ୍ଧି ହୋଇଛି…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ମୋଟ୍‌ 1734ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋଟ୍‌ 29ଟି ଜିଲ୍ଲାରୁ ଆଜି 1734ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମକୁ ଟପି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 342 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 222, କଟକରୁ 177, ସୁନ୍ଦରଗଡରୁ 126, ନୟାଗଡରୁ 106, ଗଜପତିରୁ85, ବାଲେଶ୍ବରରୁ 73, କେରାପୁଟରୁ 60, କନ୍ଧମାଳରୁ 59, ଭଦ୍ରକରୁ 58, ପୁରୀରୁ 55, ମାଲକାନଗିରିରୁ 52, ବରଗଡରୁ 51,  ଯାଜପୁରରୁ 38, ମୟୂରଭଞ୍ଜରୁ 35, ଢେଙ୍କାନାଳରୁ 29, କେଉଁଝରରୁ 27,  କଳାହାଣ୍ଡିରୁ 24, ନୂଆପଡାରୁ 22, ରାୟଗଡାରୁ 18,  ସମ୍ବଲପୁରରୁ 14, ସୋନପୁର ଓ ନବରଙ୍ଗପୁରରୁ 13ଜଣ ଲେଖାଏଁ ଥିବାବେଳେ, ଜଗତସିଂହପୁରରୁ 12, ବଲାଙ୍ଗିର ଓ ଝାରସୁଗୁଡାରୁ 6 ଜଣ ଲେଖାଏଁ ରହିଥିବାବେଳେ ଦେବଗଡରୁ 5, ଅନୁଗୁଳରୁ 4, କେନ୍ଦ୍ରାପଡାରୁ 2 ଜଣ ରହିଛନ୍ତି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1734 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1075ଜଣ ଚିହ୍ନଟ ହୋଇଥିବାବେଳେ 659ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  45 ହଜାର 927କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15 ହଜାର 365ଜଣ । ସେହିପରି ସୁସ୍ଥ ହୋଇଛନ୍ତି 30 ହଜାର 241 ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 259ଜଣ । ସେହିପରି 48 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 64 ହଜାର 399 ଜଣ ଆକ୍ରାନ୍ତ ହୋଇଥିବାବେଳେ 861ଜଣ ପ୍ରାଣ ହରାଇଛନ୍ତି । ଏବେ ଦେଶର ଆକ୍ରାନ୍ତଙ୍କ ସଂଖ୍ୟା 21 ଲକ୍ଷ 53 ହଜାର 11ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 43 ହଜାର 379କୁବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 28 ହଜାର 747 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 14 ଲକ୍ଷ 08 ହଜାର 884ଜଣ । ମହାରାଷ୍ଟ୍ରରେ ସର୍ବାଧିକ 17 ହଜାର 376ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡୁରେ 4 ହଜାର 808 ଜଣ, ଦିଲ୍ଲୀରେ 4 ହଜାର 98 ଜଣ, କର୍ଣ୍ଣାଟକରେ 3 ହଜାର 91 ଜଣଙ୍କ ମୃତ୍ୟୁ ହୋଇଛି ବୋଲି…

Read More

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ ବୋଲି ସେ ସୂଚନା ଦେଇଛନ୍ତି ।   101 ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ବ୍ୟାନ୍‌ ଲଗାଯାଇଥିବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା କ୍ଷେତ୍ରର 101ଟି ଉପକରଣ ଭାରତରେ ନିର୍ମାଣ ହେବ । ଏସବୁ ଉପକରଣ ଆଉ ବାହାର ଦେଶରୁ ଆମଦାନୀ ହେବନି ବୋଲି କହିଛନ୍ତି ରାଜନାଥ।  ଏଣିକି ସ୍ବଦେଶ ଜ୍ଞାନକୌଶଳରେ ଅଧିକରୁ ଅଧିକ ଉପକରଣ ତିଆରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଆର୍ଟିଲେରି ଗନ୍‌, ଟ୍ରାନ୍ସପୋର୍ଟ ଏୟାରକାଫ୍ଟ ଆମଦାନୀରେ ବ୍ୟାନ୍‌ ଲଗାଯାଇଥିବାବେଳେ ଆସନ୍ତା 6ରୁ 7 ବର୍ଷ ମଧ୍ୟରେ 6 ଲକ୍ଷ କୋଟିର ଏମ୍‌ଓୟୁ ହେବ ବୋଲି ସୂଚନା ରହିଛି । ବ୍ୟାନ୍‌ କରାଯାଇଥିବା ପ୍ରତିରକ୍ଷା ଉପକରଣରେ ଆର୍ମଡ୍‌ ଫାଇଟିଂ ଭେହିକିଲ୍ସ୍‌…

Read More

ତାମିଲନାଡୁ : ବାହୁବଲୀର ଭଲାଲ୍‌ ଦେବ ତଥା ସାଉଥ ସୁପରଷ୍ଟାର ରାଣା ଦଗ୍ଗୁବତୀ ଗତକାଲି ମିହିକା ବଜାଜଙ୍କୁ ବାହା ହୋଇଛନ୍ତି । ଦୁହିଁଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଫଟୋରେ ଦୁହେଁ ବେଶ୍‌ ଆକର୍ଷକ ଲାଗୁଛନ୍ତି । ଫଟୋରେ ରାଣା ଧୋତି ଓ କର୍ତ୍ତାପିନ୍ଧିଥିବାବେଳେ ଗୋଲେଡ୍ନ କଲରର୍‌ ଏକ ଦୁପଟା ପକାଇ ମଥାରେ ଟୀକା ଲଗାଇ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି । ସେହିପରି ତାଙ୍କ ପାଖରେ ବସିଥିବା ମିହିକା ହ୍ବାଇଟ୍‌ ଏଣ୍ଡ୍‌ ଗୋଲ୍ଡେନ୍‌ କମ୍ପିନେସନ୍‌ର ଏକ ଲେହେଙ୍ଗା ପିନ୍ଧିଛନ୍ତି । ଏହା ସହିତ ହେଭୀ ଜୁଏଲରୀ ପିନ୍ଧିଛନ୍ତି। ରାଣାଙ୍କ ପଛରେ ଅଭିନେତା ରାମଚରଣ ଓ ଉପାସନା ଠିଆ ହୋଇଥିବାର ଦେଖାଯାଇଛନ୍ତି । ପୂର୍ବରୁ ଉଭୟ ରାଣା ଓ ମିହିକା ନିଜର ମେହେନ୍ଦୀ ସେରିମନିର ଫଟୋ ମଧ୍ୟ ସେୟାର କରିଥିଲେ । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରୁ ଗତକାଲି ରାତିରେ ଏକ ନବଜାତ ଶିଶୁ ଉଦ୍ଧାର କରାଯାଇଛି। ଆମ୍ବ ତୋଟାରୁ ମିଳିଲା ୨ଦିନର ଶିଶୁପୁତ୍ର ମିଳିଥିଲା ବୋଲି ସୂଚନାରହିଛି। ଜିଲ୍ଲା ଚାଇଲ୍ଡଲାଇନ ସଂଯୋଜକ ନରେଶ ଗୋଚ୍ଛାୟତଙ୍କ ସୂଚନାନୁଯାୟୀ ବାଲିକୁଦା ଚଅଁରପୁର ଗ୍ରାମର ମାନସ ମହାପାତ୍ରଙ୍କ ଘରେ ଏକ ନବଜାତକ ଶିଶୁ ଥିବା ଖବର ପାଇ ଜିଲ୍ଲା ଚାଇଲ୍ଡଲାଇନର ସଦସ୍ୟ ଶୁଭଜିତ୍ ମହାନ୍ତି ଓ ପଦ୍ମିନୀ ସାହୁ ବାଲିକୁଦା ପୋଲିସ୍ ସହଯୋଗରେ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାନସଙ୍କ ଘରୁ ୨ଦିନର ଏକ ନବଜାତକ ଶିଶୁକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଉକ୍ତ ଶିଶୁକୁ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ତେବେ ଉକ୍ତ ୨ଦିନର ଶିଶୁ ପୁତ୍ରକୁୁ ମାନସ ମହାପାତ୍ର ଜଗତସିଂହପୁର ଥାନା ଅଧିନ ଆଳିପିଙ୍ଗଳ ଆମ୍ବତୋଟାରୁ ପାଇଥିବା ଚାଇଲ୍ଡଲାଇନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ…

Read More

ମଥୁରା, ନିକଟରେ କେରଳର କୋଝିକୋଡି ବିମାନ ବନ୍ଦରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ 20 ଜଣ ଯାତ୍ରୀଙ୍କ ସହ ଦୁଇ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହି ବିମାନରେ ଥିଲେ ପାଇଲଟ୍ କ୍ୟାପେଟନ ଦୀପକ ସେଟ୍ ଏବଂ କୋ ପାଇଲଟ୍ ଅଖିଲେଶ ଶର୍ମା। ତେବେ ଅଖିଲେଶଙ୍କ ପତ୍ନୀଙ୍କୁ ଏ ପର୍ଯ୍ୟନ୍ତ ସ୍ବାମୀଙ୍କ ମୃତ୍ୟୁ ଖବର ଦିଆଯାଇ ନାହିଁ। ତାହାର କାରଣ ହେଲା ତାଙ୍କ ପତ୍ନୀ ମେଘା ବର୍ତ୍ତମାନ ଗର୍ଭବତୀ। ତାଙ୍କର ଡେଲିଭରୀ ଆଉ 15 ଦିନ ଭିତରେ ହେବ ବୋଲି ଡାକ୍ତର କହିଛନ୍ତି। ଫଳରେ ଏପରି ଅବସ୍ଥାରେ ତାଙ୍କ ପରିବାର ବର୍ଗ ମେଘାଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏପରି ଦୁଃସମ୍ବାଦ ଦେଇ ନାହିଁନ୍ତି। ତେବେ ମେଘା ଜାଣିଛନ୍ତି ଯେ ତାଙ୍କ ସ୍ବାମୀ ଯେଉଁ ଫ୍ଲାଇଟ୍ ଉଡାଇ ଆଣୁଥିଲେ ତାହା ଦୁର୍ଘଟଣା ହୋଇଛି। ହେଲେ ତାଙ୍କ ସ୍ବାମୀଙ୍କର କିଛି ହୋଇ ନାହିଁ। ଏପରି ପରିସ୍ଥିତିରେ ଅଖିଳେଶଙ୍କ ପରିବାର ଏ ଖବର କିପିରି ମେଘାଙ୍କୁ କହିବେ…

Read More

କେଦାର ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବର ଗୋଟେ ବଡ ଦିଗ ହେଉଛି, ସେ ଯାହା କହନ୍ତି ପୂର୍ଣ୍ଣ ଆତ୍ମବିଶ୍ବାସର ସହିତ କହନ୍ତି। ତାଙ୍କ କଥାରେ ସତ୍ୟ ଓ ତଥ୍ୟ ଥାଉ କି ନଥାଉ ଆତ୍ମ ବିଶ୍ଵାସ କିନ୍ତୁ ଭରପୂର ରହିଥାଏ। ଗଭୀର ଆତ୍ମ ବିଶ୍ବାସର ସହିତ ସେ କିଛି ବି କହିପାରନ୍ତି। ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିରକୁ ୨୦୦୦ ବର୍ଷର ପୁରୁଣା ବୋଲି ସେ ଆରାମରେ କହିପାରନ୍ତି। ତକ୍ଷଶିଳାକୁ ସେ ବିହାରର ବୋଲି କହିପାରନ୍ତି। ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମୋହନଲାଲ ବୋଲି କହିପାରନ୍ତି। ତାଙ୍କର କହିବାର ବାଗ ହିଁ ସେମିତି। ଅନ୍ୟ ଦେଶର ମୁଖିଆଙ୍କ ପରି ଭୁଲ କହିଲେ କ୍ଷମା ମାଗିବାକୁ ଆମ ପ୍ରଧାନମନ୍ତ୍ରୀ ଦୁର୍ବଳତା ବୋଲି ଭାବନ୍ତି। ମଣିଷ ଯେ ଭୁଲ କରେ, ଏ କଥା ମାନିବା ହୁଏତ ସାଧାରଣ ଲୋକପାଇଁ। ନରେନ୍ଦ୍ର ମୋଦୀ ଅସାଧାରଣ, ତେଣୁ ସେ ଭୁଲ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତାଙ୍କ ଅପେକ୍ଷା ତାଙ୍କର…

Read More

ନୂଆଦିଲ୍ଲୀ : ଶ୍ୱାସକ୍ରିୟା ଜନିତ ଅସୁବିଧାର ସମ୍ମୁଖୀନ ହେବା ପରେ ଶନିବାର ରାତି ଲୀଲାବତୀ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତ ।  61 ବର୍ଷୀୟ  ସଂଜୟ ଦତ୍ତ କୋଭିଡ-19 ଟେଷ୍ଟ ନେଗେଟିଭ୍‌ ଆସିଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ସଞ୍ଜୁବାବା ନିଜ ଫ୍ୟାନ୍ସମାନଙ୍କୁ ଆଶ୍ବସ୍ତିକର ବାର୍ତ୍ତା ଦେଇଛନ୍ତି । ସଂଜୟ ଦତ୍ତ ଟୁଇଟର ଏବଂ ଇନଷ୍ଟ୍ରାଗ୍ରାମରେ ଲେଖିଛନ୍ତି, ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ, ମୁଁ ଠିକ ଅଛି । ଲୀଲାବତୀ ହସ୍‌ପିଟାଲରେ ଡାକ୍ତର, ନର୍ସ ଏବଂ କର୍ମଚାରୀ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଏଠାରୁ ସଂପୂର୍ଣ୍ଣ ଠିକ ହୋଇ ଦିନେ ଦୁଇ ଦିନ ମଧ୍ୟରେ ଘରକୁ ଯିବ । ଆପଣମାନଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ। ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ସଞ୍ଜୁ ବାବା । ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌ – ଚାପ୍ଟର 2’ରେ ଅଧୀରା ଭୂମିକାରେ ନଜର ଆସୁଛନ୍ତି ସଞ୍ଜୟ…

Read More

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସ୍ଥିତ ଏକ ହୋଟେଲ୍‌ ନିଆଁ ଲାଗିଛି । ଏହି ହୋଟେଲ୍‌କୁ କୋଭିଡ୍‌ କେୟାର ସେଣ୍ଟର ରୂପେ ପରିବର୍ତ୍ତନ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ 7ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଏହି ଅଗ୍ନିକାଣ୍ଡରୁ 30 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହୋଟେଲ୍‌ରେ 40 ଜଣ ଲୋକେ ରହିଥିବାର ସୂଚନା ରହିଛି । ଏଥିରେ 30 ଜଣ କରୋନା ଆକ୍ରାନ୍ତ ଥିବାବେଳେ ଆଉ 10 ଜଣ ହସ୍ପିଟାଲର ଷ୍ଟାଫ୍‌ ରହିଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୂରା ବିଲିଡିଂକୁ ଖାଲି କରିବା ସହିତ ଆକ୍ରାନ୍ତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ସକାଳ 5ଟା ସମୟରେ ହୋଇଥିବାର ସୂଚନା ରହିଛି । ପ୍ରାରମ୍ଭିକ ଯାଞ୍ଚରୁ ଏହା ଶର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଥିବାବେଳେ ଏହାର ଉଚ୍ଚସ୍ତରୀୟ…

Read More

ସମ୍ବଲପୁର, ଗତକାଲି ରାତିରୁ ହୀରାକୂଦ ଜଳ ଭଣ୍ଡାରର ୮ଟି ଗେଟ୍ ଖୋଲାଯାଇଛି। କାରଣ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୮.୫୦ ଘନଫୁଟ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ହୀରାକୂଦ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୫ ହଜାର ଘନଫୁଟ ଜଳ ପ୍ରବେଶ କରୁଛି। ସେହି ପରିମାଣରେ ଜଳ ମଧ୍ୟ ନିସ୍କାସିତ ହେଉଛି। ଯଦି ବର୍ଷାର ପରିମାଣ ବଢେ ତେବେ ଆହୁରି ଗେଟ ଖୋଲିବାକୁ ପଡିବ ବୋଲି ଜଣାପଡିଛି। ଗତକାଲି ହୀରାକୂଦର ଉପର ମୁଣ୍ଡରେ ୩.୪୬ ମିଲିମିଟର ଏବଂ ତଳ ମୁଣ୍ଡରେ ୫.୪୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Read More

ଭୁବନେଶ୍ବର, ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣ ବଳୟ ସୃଷ୍ଟି ହୋଇଛି, ଯାହା ଫଳେରେ ଆଜିଠାରୁ ଓଡିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଏହି ବର୍ଷାର ପ୍ରକୋପ ବଢିପାରେ ବୋଲି ପୂର୍ବାନୁମାନ କରାଯାଇଛି। କାରଣ ପଶ୍ଚିମ କେନ୍ଦୀୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣି ପ୍ରଦାନ କରାଯାଇଛି। ଏଥିସହିତ ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Read More

ଚେନ୍ନାଇ, ଦୀର୍ଘ ଦିନ ଧରି ଧର୍ମ ଅନୁଷ୍ଠାନ ବନ୍ଦ ରହିବା ପରେ ଏବେ ତାମିଲନାଡୁ ସରକାର ନୂଆ ଘୋଷଣା କରିଛନ୍ତି। ତାହା ହେଲା ଆସନ୍ତା 10 ତାରିଖରୁ ରାଜ୍ୟରେ ଥିବା ଛୋଟ ଛୋଟ ଧର୍ମ ଅନୁଷ୍ଠାନ ପୂଜା ପାଇଁ ଖୋଲାଯିବ।ଏହା କହିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପିଲାନିସ୍ବାମୀ। ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଯେଉଁ ଧର୍ମ ଅନୁଷ୍ଠାନର ବାର୍ଷକ ଆୟ 10 ହଜାରରୁ କମ ହୋଇଥିବ ସେହି ଅନୁଷ୍ଠାନ ଖୋଲାଯିବ। କୋଭିଡ19 ସଂକ୍ରାମଣ ଭୟରେ ସବୁ ରାଜ୍ୟ ସରକାରଙ୍କ ପରି ତାମିଲନାଡୁ ସରକାର ମଧ୍ୟ ସବୁ ଧର୍ମାନୁଷ୍ଠାନ ବନ୍ଦ କରିଥିଲେ। ତେବେ ଏତେଦିନ ଧରି ପୂଜାପାଠ ବନ୍ଦ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ସୃଷ୍ଟି ହେଲା। ତାହାକୁ ନଜରରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ବଡ ମନ୍ଦିର ଖୋଲାଗଲେ ସେଠାରେ ଭିଡ ହେବାର ସମ୍ଭାବନା ଥିବାରୁ ସରକାର ପ୍ରଥମେ ଏହି ଛୋଟଛୋଟ ଧର୍ମ ଅନୁଷ୍ଠାନ ଖୋଲିବା ପାଇଁ…

Read More

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୫୪୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ  ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି  ୩୦,୨୪୧ରେ ପହଞ୍ଚିଛି।   ଆଜି ଗଞ୍ଜାମରୁ ସର୍ବାଧିକ ୫୬୦ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି।  ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ  ଖୁର୍ଦ୍ଧାରୁ ୨୦୩, ରାୟଗଡାରୁ ୩୬, ସୁନ୍ଦରଗଡରୁ ୫୯, ଯାଜପୁରରୁ ୩୪, କୋରାପୁଟରୁ ୧୪୩, ନୟାଗଡରୁ ୬୨ କଟକରୁ ୩୭, ପୁରୀରୁ ୩୨, କେନ୍ଦୁଝରରୁ ୧୭, ବାଲେଶ୍ବରରୁ ୩୩, କଳାହାଣ୍ଡିରୁ ୩୬, ମୟୂରଭଞ୍ଜରୁ ୧୨, ସମ୍ବଲପୁରରୁ ୩୧,ବଲାଙ୍ଗୀରରୁ ୧୬, ଭଦ୍ରଖରୁ ୮, କନ୍ଧମାଳରୁ ୪୧, ଜଗତସିଂପୁରରୁ ୮, କେନ୍ଦ୍ରାପଡାରୁ ୨୧, ମାଲକାନଗିରିରୁ ୨୪, ନୂଆପଡାରୁ ୬, ବରଗଡରୁ ୧୬, ଢେଙ୍କାନାଳରୁ ୧୩, ଅନୁଗୁଳ ୬, ସୋନପୁରରୁ ୮, ଗଜପତିରୁ ୭୫, ଝାରସୁଗୁଡାରୁ ୩,   ନବରଙ୍ଗପୁର ଜିଲାରୁ ୪ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମଗ୍ର ଜିଲ୍ଲାରେ ଆଜି ୨୭୪ ଜଣ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏପରିକି ଗତକାଲି ଖୋର୍ଦ୍ଧା ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପିଯାଇଥିଲା।  ଅନୁରୂପ ଭାବେ ବାଣପୁର ବ୍ଲକ ଏବଂ ଏନ.ଏ.ସି ରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଣାୟତ୍ତ ଅବସ୍ଥାରେ। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ କୁ ପ୍ରତିହିତ କରିବାପାଇଁ ଗତକାଲି ବାଣପୁର ବି.ଡ଼ି.ଓ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ପତ୍ର ସଂଖ୍ୟା ୨୭୬ ରେ ଏକ ଚିଠି ଜିଲ୍ଲାପାଳ ଙ୍କ ନିକଟକୁ ପଠାଯାଇଥିଲା, ଯେଉଁଥିରେ ବାଣପୁର ବ୍ଲକ ଏବଂ ଏନ.ଏ.ସି କୁ ସାତ ଦିନ ପାଇଁ ସମ୍ପୂର୍ଣ୍ଣ ସଟ ଡ଼ାଉନ ପାଇଁ ଅନୁମତି ମଗାଯାଇଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଶ୍ରୀ ଅଶୋକ କୁମାର ବେହୁରିଆ ବାଣପୁର ବ୍ଲକ ଏବଂ ବାଣପୁର…

Read More