ଫରିଦାବାଦ : ଦିଲ୍ଲୀର ଫରିଦାବାଦଠାରେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଫରିଦାବାଦଠାରେ ସ୍ବାମୀ-ସ୍ତ୍ରୀଙ୍କୁ ରସିରେ ବାନ୍ଧି ଗୁଳି କରି ହତ୍ୟା କରାଯାଇଥିବାର ସୂଚନା ରହିଛି । ଜାସାନ ଗ୍ରାମରେ ଏପରି ଏକ ଘଟଣା ଘଟିଥିବାର ସୂଚନା ରହିଛି । ସମ୍ପତ୍ତି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ କରାଯାଇଥିବାର ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ବାମୀଙ୍କର ବୟସ 30ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ଘରେ ବଳପୂର୍ବକ ପଶି ସ୍ବାମୀ-ସ୍ତ୍ରୀଙ୍କୁ ରଶିରେ ବାନ୍ଧି ଗୁଳି ମାରିଥିବାର ଜଣାପଡିଛି । ପୋଲିସ୍ ଶବକୁ ଜବତ କରି ପୋଷ୍ଟମର୍ଟମ୍ ପାଇଁ ହସ୍ପିଟାଲ ପଠାଇଥିବାର ଜଣାପଡିଛି । ମୃତକ ଦ୍ବୟ ହେଉଛନ୍ତ ମୋନିକା ଓ ସୁଖବୀର୍ । ଦୁହେଁ 2013ମସିହାରେ ବିବାହ କରିଥିବାବେଳେ କିଛି ସମୟ ଧରି ମୋନିକା ନିଜ ସ୍ବାମୀଙ୍କ ସହିତ ନିଜ ବାପଘର ପାଖରେ ଘର ନେଇ ରହୁଥିଲେ । ଘର ବାହାରେ…
Author: Samikhsya Bureau
ମୁମ୍ବାଇ : ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ, ଆଦିତ୍ୟ ରାୟ କପୁର୍ଙ୍କ ଅଭିନୀତ ଫିଲ୍ମ ’ସଡକ୍ -2’ର ଆଜି ଟ୍ରେଲର୍ ରିଲିଜ୍ ହୋଇଛି । ଏହି ଫିଲ୍ମଟି 1991ରେ ରିଲିଜ୍ ହୋଇଥିବା ହିଟ୍ ଫିଲ୍ମ ‘ସଡକ୍’ ଦ୍ବାରା ଅନୁପ୍ରେରିତ । ଏହି ଫିଲ୍ମରେ ’ସଡକ୍’ର ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ପୁନଃ ଏହି ଫିଲ୍ମରେ ନଜର ଆସିଛନ୍ତି । ଏହି ଫିଲ୍ମରେ ଟ୍ରେଲରରେ ସଡକ୍ର କିଛି ସିନ୍ ଦେଖାଯାଇଛି । ସଡକ୍ -2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ରହିଥିବାବେଳେ ପୂଜା ଭଟ୍ଟଙ୍କ ଚରିତ୍ରର ମୃତ୍ୟୁ ହୋଇଥିବାର ଦେଖାଯାଇଛି। ଟ୍ରେଲରର କାହାଣୀ ଅନୁସାରେ ପୂଜାଙ୍କ ଚାଲିଯିବା ପରେ ସଞ୍ଜୟ ତାଙ୍କ ସ୍ମୃତିରେ ଜୀବନ କାଟୁଥିବାର ଦେଖାଯାଇଛି । ଏହି ସମୟରେ ଫିଲ୍ମରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ହୋଇଛି । ଆଲିଆଙ୍କ ଚରିତ୍ର ଏହି ଫିଲ୍ମରେ ଭଣ୍ଡ ଗୁରୁଙ୍କ ମୁଖା ଖୋଲୁଥିବାର ଦେଖାଯାଇଛି । ସେ କୈଳାସ ଯିବାକୁ ଚାହୁଁଥବାବେଳେ। ପୂଜା ଆଲିଙ୍କ କୈଳାସ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଶନିବାର ଶାଗଵାହାଲି ଗାଁରେ ଏକତରଫା ପ୍ରେମ ନିବେଦନକୁ ନେଇ ନାବାଳିକା ଦଉଡି ଦେଇ ଆତ୍ମହତ୍ୟା କରିଥିଲେ।କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ତେଣ୍ଡାପାଲି ପଞ୍ଚାୟତ ଶାଗବାହାଳି ଗାଁର ଜନୈକା ନାବାଳିକା ଆତ୍ମହତ୍ୟା ଘଟଣା ରେ କୋକସରା ପୋଲିସ ଜଣେ ନାବାଳକ ସହ ୫ ଜଣ ଯୁବକ ଙ୍କୁ ଗିରଫ କରିଛି। ମାମଲା ରେ ଯୁବକ ଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେବା ପରେ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏନେଇ କୋକସରା ଥାନା ଅଧିକାରୀ ବାସୁଦେବ ଛାତ୍ରୀଆ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶାଗବାହାଳି ଗାଁ ର ଦନ୍ତେଶ୍ୱର ବାଗଙ୍କ ୧୭ ବର୍ଷୀୟା ନାବାଳିକା ଝିଅ କୁ ପଡ଼ୋଶୀ ବେହେରା ଗାଁ ର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲା ଓ ବିଭିନ୍ନ ସମୟରେ ମୋବାଇଲ ରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। ତେବେ ନାବାଳିକା ଏହାକୁ…
ଭୁବନେଶ୍ବର : ଆସନ୍ତା 21ତାରିଖରୁ ଯୁକ୍ତ ଦୁଇ ଆଡମିଶନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି । ଅଗଷ୍ଟ 21ରୁ ସେପ୍ଟେମ୍ବର 4 ମଧ୍ୟରେ ଆବେଦନ କରିହେବ । ସାମସ୍ ସେଣ୍ଟର ଜରିଆରେ ଅନଲାଇନ୍ରେ ଆବେଦନ କରି ହେବ ।କରୋନା ପାଇଁ ମୁଖ୍ୟମନ୍ତ୍ରୀ ଆବେଦନ ଫି’ କମାଇଥିବାର କହିଲେ ମନ୍ତ୍ରୀ । ସାଧାରଣ ବର୍ଗ ଓ ଏସ୍ସି/ ଏସ୍ଟି ପିଲାଙ୍କ ପାଇଁ ଶହେ ଟଙ୍କା ଫି’ ହ୍ରାସ ହୋଇଛି । ଏ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି‘ 2ଶହଟଙ୍କା ରହିଥିବାବେଳେ ଏସ୍ସି/ଏସ୍ଟି ପିଲାଙ୍କ ପାଇଁ ଆବେଦନ ଫି’100ଟଙ୍କା ରଖାଯାଇଛି। ସେପ୍ଟମ୍ବରରେ 9ରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତ ବର୍ଷ 70.21% ଛାତ୍ରଛଶତ୍ରୀ ପାସ୍ କରିଥିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ଚଳିତ ବର୍ଷ ମୋଟ୍ 97 ହଜାର 377 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି 68 ହଜାର 374 ଜଣ । ସେହିପରି ଚଳିତ ବର୍ଷ ଛାତ୍ରଙ୍କ ପାସ୍ ହାର 39ପ୍ରତିଶତ ରହିଥିବାବେଳେ ଛାତ୍ରୀ ପାସ୍ 31 ପ୍ରତିଶତ ରହିଛି । 38 ହଜାର 301 ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବାବେଳେ 30 ହଜାର 073 ଜଣ ଛାତ୍ରୀ ପାସ୍ କରିଛନ୍ତି । 25 ହଜାର 339 ଜଣ ଛାତ୍ରଛାତ୍ରୀ ଫାଷ୍ଟ ଡିଭିଜନ୍ରେ ପାସ୍ ହୋଇଥିବାବେଳେ 24 ହଜାର 121 ଜଣ ଦ୍ବିତ୍ରୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି। ତୃତୀୟ ଶ୍ରେଣୀରେ 18 ହଜାର 268 ଜଣ ପାସ୍ କରିଛନ୍ତି । ସେହିପରି 137 ଜଣ ଛାତ୍ରଛାତ୍ରୀ…
ବେଙ୍ଗାଲୁରୁ : ସୋସିଆଲ ମିଡିଆରେ ଏକ ଆପତ୍ତି ଜନକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ଭୟଙ୍କର ହିଂସା ଘଟିଛି । ଏହି ସଂଘର୍ଷରେ 3 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 60 ଜଣ ଆହତ ହୋଇଛନ୍ତି ।ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଫେସ୍ବୁକ୍ର ଏକ ପୋଷ୍ଟକୁ ନେଇ କିଛି ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ । ପୋଲିସ୍ ଷ୍ଟେସନ୍ ଓ ବିଧାୟକଙ୍କ ଘର ଆଗରେ ନିଆଁ ଜାଳିବା ସହିତ ଗାଡି ଜାଳି ଥିଲେ । ଏହା ସହିତ ଏଟିଏମ୍ ମଧ୍ୟ ଭାଙ୍ଗି ଥିଲେ । ଏହା ସହିତ 110 ଜଣ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ବିଧାୟକଙ୍କ ଜନୈକ ସମ୍ପର୍କୀୟ ଫେସ୍ବୁକରେ କିଛି ଆପତ୍ତି ଜନକ ପୋଷ୍ଟ କରିଥିଲେ । ଏହା ପରେ ପ୍ରତିବାଦକାରୀ ମାନେ ବିଧାୟକଙ୍କ ଘରକୁ ଯିବା ମଧ୍ୟରେ ଅନେକ ଗାଡିକୁ ନିଆଁ ଲଗାଇ ଦେଇଥିଲେ। ଏହି ପ୍ରତିବାଦ ସମୟରେ ହିଂସାକାଣ୍ଡ ଘଟି 24ଟି…
ଭୁବନେଶ୍ବର : ଆଜି ରାଜ୍ୟରେ କରୋନା ଯୋଗୁଁ 9 ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାୟଗଡାରୁ 2 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ରାଜ୍ୟ ସୂଚନା ଓ ପରିବାର ବିଭାଗ ସୂଚନାଦେଇଛି । ଗଞ୍ଜାମରୁ ଆଜି 4 ଜଣଙ୍କର ମୃତ୍ୟୁହୋଇଥିବାବେଳେ ତିନିଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ମୃତ ମହିଳାଙ୍କ ବୟସ 48 ବର୍ଷ ହୋଇଥିବାବେଳେ ଅନ୍ୟ ତିନି ପୁରୁଷଙ୍କ ମଧ୍ୟରୁ ଦୁଇଜଣଙ୍କର ବୟସ 57 ବର୍ଷ ହୋଇଥିବାବେଳ ଅନ୍ୟ ଜଣେ 74 ବର୍ଷ ବୟସ୍କ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ଦୁଇ 65 ବର୍ଷୀୟ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 58 ବର୍ଷ, ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 38…
ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରେ 1876ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 297 ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 260, ସୁନ୍ଦରଗଡରୁ 119, କଟକରୁ 109, ନୟାଗଡରୁ 105, ରାୟଗଡାରୁ 98, ବାଲେଶ୍ବରରୁ 81, ପୁରୀରୁ 80, କୋରାପୁଟରୁ 77, ଗଜପତିରୁ 71, ମୟୂରଭଞ୍ଜରୁ 70, କେନ୍ଦ୍ରାପଡାରୁ 58, ଯାଜପୁରରୁ 53, ଭଦ୍ରକରୁ 50, କଳାହାଣ୍ଡିରୁ 41, ଢେଙ୍କାନାଳ ଓ ସମ୍ବଲପୁରରୁ 36ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗିରୁର 31, କନ୍ଧମାଳ ଓ ନବରଙ୍ଗପୁରରୁ 30ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ 26, ମାଲ୍କାନଗିରିରୁ 24, ସୋନପୁରରରୁ 22, କେଉଁଝରରୁ 21, ଅନୁଗଳ ଓ ବରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବୌଦ୍ଧରୁ 10, ଝାରସୁଗୁଡାରୁ 6, ନୂଆପଡାରୁ 3 ଓ ଦେବଗଡରୁ 2 ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1876 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1182ଜଣ ଚିହ୍ନଟ ହୋଇଥିବାବେଳେ 694ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର 672କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 15ହଜାର 509ଜଣ । ସେହିପରି ସୁସ୍ଥ ହୋଇଛନ୍ତି 34ହଜାର 805ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 296ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ଦେଶରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅଗଷ୍ଟ ମାସରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେଉଛି । ତେବେ ଦେଶରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି, ଯାହା ଟିକେ ଆଶ୍ବସ୍ତି ପ୍ରଦାନ କରୁଛି । ଦେଶରେ ଆରୋଗ୍ୟ ହାର 70 ପ୍ରତିଶତରେ ପହଞ୍ଚିଛି । ସେହିପରି 10ଟି ସହରରୁ ଦେଶର 80 ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 60 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 834ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ 60 ହଜାର 963ଜଣ ଆକ୍ରାନ୍ତ ହୋଇଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 23 ଲକ୍ଷ 29 ହଜାର 639 ରେ ପହଞ୍ଚିଛି । ସେହିପରି ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 46…
କେଦାର ମିଶ୍ର ଗତକାଲି ଦେଶର ସର୍ବାଧିକ କରୋନା ପୀଡିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ଦଶଟି ରାଜ୍ୟରେ ଆମେ ଯଦି କରୋନା କୁ ନିୟନ୍ତ୍ରଣ କରିପାରିବା ତା ହେଲେ କରୋନା ଉପରେ ଆମର ବିଜୟ ସମ୍ଭବ। ଏହି ୧୦ ଟି ରାଜ୍ୟରେ ବର୍ତ୍ତମାନ ମୋଟ ୮୦% କରୋନା ଆକ୍ରାନ୍ତ ରହିଛନ୍ତି ଓ କରୋନା ଜନିତ ମୃତ୍ୟୁର ୮୨% ଏହି ସବୁ ରାଜ୍ୟରେ ରେକର୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଦଶଟି ରାଜ୍ୟ କଥା କହୁଛନ୍ତି ସେସବୁ ରାଜ୍ୟରେ ଆମ ଲୋକ ସଂଖ୍ଯାର ୯୦ କୋଟି ଜନତା ବସବାସ କରନ୍ତି। ତେଣୁ ଏହି ସବୁ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ଅଧିକ ହେବା ସ୍ଵାଭାବିକ। ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟ ଏଥିରେ ରହିଛି ଯେଉଁଠି ଆମର ୨୨ କୋଟିରୁ ଅଧିକ ଲୋକ ରୁହନ୍ତି।ଉତ୍ତର ପ୍ରଦେଶ ମହାରାଷ୍ଟ୍ର, ବିହାର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ,…
ନୂଆଦିଲ୍ଲୀ, କେନ୍ଦ୍ର ସରକାର କୋଭିଡ ମୁକାବିଲା ପାଇଁ 15 ତମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ 6 ହଜାର କୋଟି ଟଙ୍କା 14 ଟି ରାଜ୍ୟକୁ ପ୍ରଦାନ କରାଯାଇଛି। ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, କେରଳ, ହିମାଚଳ ପ୍ରଦେଶ, ପଶ୍ଚିମ ବଂଗ, ଉତ୍ତରାଖଣ୍ଡ, ତାମିଲନାଡୁ ଏବଂ ଅରୁଣାଚଳ ପ୍ରଦେଶ। ଏହି ରାଜ୍ୟଗୁଡିକ କୋଭିଡ ମୁକାବିଲା ପାଇଁ ଜରୁରୀ ସହୟତା ପ୍ରଦାନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି 14ଟି ରାଜ୍ୟ ମଧ୍ୟରୁ ସର୍ବାଧିକ ଅନୁଦାନ କେରଳ ରାଜ୍ୟକୁ ମିଳିଛି। ଏହି କିସ୍ତିରେ କେରଳ 1,277 କୋଟି ପାଇଛି। ଏହାପରେ ହିମାଚଳ ପ୍ରଦେଶକୁ ମିଳିଛି 953 କୋଟି ଟଙ୍କା।
ଭୁବନେଶ୍ବର, ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ 5ଟା 30 ମିନଟରେ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କଂନଫରେନ୍ସିଂ ମାଧ୍ୟମରେ ନବୀନ ନିବାସରେ ରହିବେ। ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଏବଂ ବିଭାଗୀୟ ସଚିବ ରହିବେ। ଏହି ବୈଠକରେ ମୋଟ 18ଟି ପ୍ରସ୍ତାବ ରହିଛି। ସେଗୁଡିକ ମଧ୍ୟରେ ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଶିକ୍ଷା ଓ ରାଜସ୍ବ ପରି କେତେକ ବିଭାଗର ପ୍ରସ୍ତାବରେ ମୋହର ବାଜିବ।
ଭୁବନେଶ୍ବର: ଆଜି ଦିନ ୧୨ଟା ୩୦ ମିନଟ୍ ରେପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ଏହି ପରୀକ୍ଷା ଫଳ ଅନଲାଇନରେ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ। ଏହା ବ୍ୟତିତ ମୋବାଇଲ ନମ୍ବର ୦୬୭୪-୨୩୦୦୯୧୪ କିମ୍ବା ୦୬୭୪-୨୩୦୦୯୦୭ ମାଧ୍ୟମରେ ବି ପରୀକ୍ଷାର୍ଥୀ ସେମାନଙ୍କ ଫଳ ପାଇପାରିବେ। ଚଳିତବର୍ଷ ୯୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ତଳେ ଥିବା ଲିଙ୍କ୍ କୁ କ୍ଲିକ କରି ଜାଣନ୍ତୁ କଣ ହୋଇଛି ରେଜଲଟ orissaresults.nic.in
ନୂଆଦିଲ୍ଲୀ, ସକ୍ରିୟ ଆବଧାଞ୍ଚଳର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା 70ରେ ପହଞ୍ଚିଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ ସଂଖ୍ୟା 15,83,489ରେ ପହଞ୍ଚିଛି । କେବଳ ଗତ 24 ଘଣ୍ଟା ମଧ୍ୟରେ 47,746 ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା 6,39,929 ହୋଇଥିବାବେଳେ ଏହା ମୋଟ ପଜିଟିଭ ମାମଲାର ମାତ୍ର 28.21 ପ୍ରତିଶତ । ସେମାନେ ବିଭିନ୍ନ ହସପିଟାଲର ତତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି । ନିରବଚ୍ଛିନ୍ନ ଭାବେ ସୁସ୍ଥତା ହାର ବୃଦ୍ଧି ପାଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା 9.5 ଲକ୍ଷ ହୋଇଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ସଫଳ ହୋଇଥିବାରୁ ପ୍ରତିଦିନ ଆରୋଗ୍ୟ…
ବିଶିଷ୍ଟ ଚିତ୍ରତାରକା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନ୍ସର ଦ୍ଵାରା ପୀଡିତ ବୋଲି ଆଜି ସୂଚନା ମିଳିଛି। ଗତ ସପ୍ତାହରେ ଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ଉପୁଜିବାରୁ ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କରୋନା ହୋଇଥାଇପାରେ ବୋଲି ପ୍ରଥମେ ସନ୍ଦେହ କରାଯାଉଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପରୀକ୍ଷା ପରେ ତାଙ୍କ ଫୁସଫୁସ ରେ କ୍ୟାନ୍ସର ହୋଇଥିବାର ସୂଚନା ମିଳିଛି। ଚିକିତ୍ସା ଲାଗି ସଞ୍ଜୟ ତୁରନ୍ତ ଆମେରିକା ଯିବେ ବୋଲି ବିଶିଷ୍ଟ ସିନେମା ସମାଲୋଚକ କୋମଲ ନାହତା କହିଛନ୍ତି।
ନୂଆଦିଲ୍ଲୀ, ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ ଦେଉଛି। ଏହି ଅନୁସାରେ ନୂଆ ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଆଜି 8ହଜାର 7ଶହ 22 କୋଟି 38 ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସ୍ଇ) ଅନୁମୋଦନ କରିଛି। ଏଥିରେ ବାୟୁସେନା ପାଇଁ 106ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ବା ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ ଅନ୍ତର୍ଭୁକ୍ତ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦର ବୈଠକରେ ଏସବୁ କ୍ରୟ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି । ଇତିମଧ୍ୟରେ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍) ଏଚ୍ଟିଟି-04 ଶ୍ରେଣୀର ମୌଳିକ ତାଲିମ ପ୍ରଦାନକାରୀ ବିମାନର ପ୍ରତିରୂପ ବିକଶିତ କରିଛି। ଖୁବ୍ଶୀଘ୍ର ଏଥିପାଇଁ ହାଲ୍ ଏ ସଂକ୍ରାନ୍ତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସଂପର୍କରେ ଆଲୋଚନା କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ। ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ବର୍ତ୍ତମାନର କରୋନା ମହାମାରୀର ସ୍ଥିତି ଏବଂ ତାହାର ମୁକାବିଲା କରିବା ପାଇଁ ଭବିଷ୍ୟତର କାର୍ଯ୍ୟପନ୍ଥା ସଂପର୍କରେ ମତ ବିନିମୟ କରିଥିଲେ। ଏଥିରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଭାଗ ନେଇଥିଲେ। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ନିମ୍ନ ପ୍ରଦତ୍ତ କେତେକ ବିଷୟରେ ଆଲୋଚନା କରିଥିଲେ। ଟିମ୍ ଇଣ୍ଡିଆ ଦ୍ୱାରା ଟିମ୍ ୱାର୍କ ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ କରୋନା ମୁକାବିଲା କ୍ଷେତ୍ରରେ ଟିମ୍ ଇଣ୍ଡିଆର ଟିମ୍ ୱାର୍କ ପ୍ରଦର୍ଶିତ ହୋଇଛି । ସମସ୍ତେ ମିଳିମିଶି ଉତ୍ତମ ସମନ୍ୱୟ ଓ ସହଯୋଗର ସହିତ ମହାମାରୀ ମୁକାବିଲାରେ ଲାଗିଛନ୍ତି, ଯାହା ଏକ ଉଲ୍ଲେଖନୀୟ କାର୍ଯ୍ୟ। କରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ହସପିଟାଲ ଏବଂ…
ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ତିନି ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ପୁସ୍ତକର ଇ-ଭର୍ସନକୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି। ଏହା ସହିତ ଅନ୍ୟ ଏକ ପୁସ୍ତକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ନୂଆଦିଲ୍ଲୀର ଉପରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। 250 ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପବ୍ଲିକେଶନ ଡିଭିଜନ ଦ୍ଵାରା ପ୍ରକାଶିତ ହୋଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ ଦେଶ ବିଦେଶ ଭ୍ରମଣ କାହାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସଚିତ୍ର ପ୍ରକାଶ କରାଯାଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ କୃଷକ, ବୈଜ୍ଞାନିକ, ଡାକ୍ତର ଓ ଯୁବକ, ପ୍ରଶାସକ, ଶିଳ୍ପୋଦ୍ୟୋଗୀ ଓ କଳାକାରମାନଙ୍କ ସହିତ କଥାବାର୍ତ୍ତା ବା ସାକ୍ଷାତର ଝଲକ ମଧ୍ୟ ସ୍ଥାନ ପାଇଛି। ଏଥିରେ ଉପରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ବିଭିନ୍ନ…
Videoconferencing with BDOs & Sarpanches on upscaling Antigen testing to intensify Mission Save Lives in #Kalahandi today in presence of Honble MLAs,
ଅରବିନ୍ଦ କର ଖଇରା: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ପାଇକପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଣିଷ ନିଜର ମାନବିକତା ହରାଇ ବସିଛି ବୋଲି ଏ ଘଟଣାରୁ ବାରି ହୋଇ ପଡିଛି। ସୂଚନା ଯୋଗ୍ୟ କି, ପାଇକପଡା ଗ୍ରାମର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମଦ୍ୟପ ପଙ୍କଜ ନାଇକିର ଅଢେଇ ମାସର ଶିଶୁ କନ୍ୟାର ହାତକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦୁଇଖଣ୍ଡ କରିଦେଇଛି। ଗୁରୁତର ଅବସ୍ଥାରେ ଶିଶୁଟିକୁ ନିକଟସ୍ଥ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲେ। କିନ୍ତୁ ଡାକ୍ତର ଭଦ୍ରକ ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

