ଭୁବନେଶ୍ୱର : ଆଜି ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭୂମି ପୂଜନ ଅନୁଷ୍ଠିତ ହେଉଛି । ଏହି ଅବସରରେ ସାରା ଦେଶବାସୀ ରାମନାମ ଜପିବା ସହିତ ଏହି ପ୍ରତୀକ୍ଷିତ ମୁହୂର୍ତ୍ତକୁ ଆକୁଳ ସହକାରେ ଅପେକ୍ଷା କରିଛନ୍ତି । ଆଜିର ଏକ ଐତିହାସିକ ଦିବସକୁ ବାଲୁକା କୃତିରେ ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଅଯୋଧ୍ୟାରେ ହେବାକୁ ଥିବା ମନ୍ଦିର ସହିତ ପ୍ରଭୁ ଶ୍ରୀରାମଙ୍କ ଏକ ପ୍ରତିଛବିକୁ ବାଲୁକା କଳାରେ ସୁନ୍ଦର ଭାବେ ପ୍ରଦର୍ଶିତ କରିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ନିର୍ମାଣ କରିଥିଲେ । ରାମ ମନ୍ଦିର ପରିସରରେ ଏହି ବାଲୁକା କଳା ନିର୍ମାଣ କରିବାକୁ ଚାହୁଁଥିଲେ ମାତ୍ର କରୋନା କାରଣରୁ ପୁରୀ ବେଳାଭୂମିରେ ଏହି ବାଲୁକା କଳା ନିର୍ମାଣ କରିଥିବାର କହିଛନ୍ତି ସୁଦର୍ଶନ ପଟ୍ଟନାୟକ । ପ୍ରାୟ ୪ ଟନ୍ ବାଲିର ବ୍ୟବହାରରେ ୫ ଫୁଟ୍ ଉଚ୍ଚର ଏହି ବାଲୁକା ପ୍ରତିକୃତି…
Author: Samikhsya Bureau
ନୂଆଦିଲ୍ଲୀ : ଦେଶରେ ଗତ 24 ଘଣ୍ଟା ମଧ୍ୟରେ କରୋନାରେ 857 ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ 52 ହଜାର 509ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ 08 ହଜାର 254ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 39 ହଜାର 795କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 86 244 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 12 ଲକ୍ଷ 82 ହଜାର 215 ଜଣ । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ 16 ହଜାର 142ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 2 ହଜାର 533ଜଣ, ଦିଲ୍ଲୀରେ 4 ହଜାର 033 ଜଣ, ତାମିଲ୍ନାଡୁରେ 4 ହଜାର 349ଜଣ, ଉତ୍ତରପ୍ରଦେଶରେ 1ହଜାର 817ଜଣ, ପଶ୍ଚିମବଙ୍ଗରେ 1 ହଜାର 785ଜଣଙ୍କର ମୃତ୍ୟୁ ହୋଇଛି ।
ଅଯୋଧ୍ୟା : ଆଉ ମାତ୍ର କିଛି ସମୟର ପ୍ରତୀକ୍ଷା ପରେ ରାମ ମନ୍ଦିରର ଭୂମି ପୂଜା ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ କରିବେ । ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଭୂମି ପୂଜନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପହଞ୍ଚିଛନ୍ତି । ଲକ୍ଷ୍ନୌରୁ ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଏଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଛନ୍ତି । ପ୍ରଥମେ ହନୁମାନଗଡି ମନ୍ଦିରରେ ଦର୍ଶନ କରିବେ ତା’ପରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ କରିବେ । 12ଟା30 ସମୟରେ ଭୂମି ପୂଜନରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । (ଏଜେନ୍ସି)
ମହାରାଷ୍ଟ୍ର : କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜୀରାଓ ପାଟିଲ ନୀଲାଙ୍ଗେକରଙ୍କ ଦେହାନ୍ତ ହୋଇଛି। 88 ବର୍ଷୀୟ ଶିବାଜୀରାଓ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । ଗତ ମାସରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା, ପରେ ତାଙ୍କୁ ପୁନେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିବାଜୀ ପାଟିଲ ନୀଲାଙ୍ଗେକର 1985 ରୁ 1986 ମସିହା ପର୍ଯ୍ୟନ୍ତ କିଛି ସମୟ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ । ସୂଚନାଯୋଗ୍ୟ, କରୋନା ସଂକ୍ରମଣରେ ବହୁ ବଡ ବଡ ରାଜନେତା ମାନେ ସଂକ୍ରମିତ ହୋଇଛନ୍ତି । ନିକଟରେ ଗୃହ ମନ୍ତ୍ରୀ ଅମିତ୍ ଶାହା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ବିଚାରପତି ରଞ୍ଜନ ଗୋଗେଇ ପ୍ରମୁଖ ଏହି କରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି । ନିକଟରେ ୟୁପିର ଜଣେ କ୍ୟାବିନେଟ୍ ମନ୍ତ୍ରୀ କରୋନା ଯୋଗୁ୍ଁ ପ୍ରାଣ ହରାଇଛନ୍ତି ।…
ଭୁବନେଶ୍ବର : ଆଜି ରାଜ୍ୟରୁ କରୋନା 9ଜଣଙ୍କ ଜୀବନ ନେଇଛି । ଗଞ୍ଜାମରୁ ସର୍ବାଧିକ 5 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ, ଓ କେନ୍ଦୁଝରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ମୃତକଙ୍କ ମଧ୍ୟରେ ଚାରିଜଣ ପୁରୁଷ ଥିବାବେଳେ ଜଣେ ମହିଳା ରହିଛନ୍ତି । ଗଞ୍ଜାମର ମୃତକଙ୍କ ମଧ୍ୟରେ 42, 59, 53, 63 ବର୍ଷୀୟ ପୁରୁଷ ଥିବାବେଳେ ଜଣେ 52 ବର୍ଷୀୟ ମହିଳା ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ 60 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସୁନ୍ଦରଗଡରୁ 55 ବର୍ଷୀୟ ପୁରୁଷ ଓ ଗଜପତିରୁ 27 ବର୍ଷୀୟ ଯୁବକ ମୃତ୍ୟୁବରଣ କରିଛନ୍ତି । ଆଜି କେନ୍ଦୁଝରର ପ୍ରଥମ କରୋନା ମୃତ୍ୟୁ ହୋଇଛି । କେନ୍ଦୁଝରରୁ 21 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁବରଣ କରିଛନ୍ତି ।…
ଭୁବନେଶ୍ବର : ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍ 1337ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 201ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 196, କଟକରୁ 168ଜଣ, ସୁନ୍ଦରଗଡରୁ 83, କେଉଁଝରରୁ 80, ଗଜପତିରୁ 75, ପୁରୀରୁ 73, ସମ୍ବଲପୁରରୁ 72, ନୟାଗଡରୁ 60, ମାଲ୍କାନଗିରିରୁ 38, କେନ୍ଦ୍ରାପଡାରୁ 37, କୋରାପୁଟ ଓ ବାଲେଶ୍ବରରୁ 31 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଯାଜପୁରରୁ 24, ଭଦ୍ରକ ଓ ରାୟଗଡାରୁ 22ଜଣ ଲେଖାଏଁ ରହିଥିବାବେଳେ ଜଗତସିଂହପୁରରୁ 21, କନ୍ଧମାଳରୁ 20, ମୟୂରଭଞ୍ଜରୁ 15 ଜଣ ଚିହ୍ନଟ ହୋଇଛନ୍ତି । ବରଗଡରୁ 14, କଳାହାଣ୍ଡିରୁ 13, ବଲାଙ୍ଗିରରୁ 11, ଝାରସଗୁଡାରୁ 10, ନବରଙ୍ଗପୁରରୁ 7, ଢେଙ୍କାନାଳରୁ 5, ଅନୁଗୁଳୁରୁ 4, ସୋନପୁରରୁ 3 ଜଣ, ବୌଦ୍ଧରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1337 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 815ଜଣ ଚିହ୍ନଟ ହୋଇଥିବାବେଳେ 522ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 39ହଜାର 018କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 14 ହଜାର 267ଜଣ । ସେହିପରି ସୁସ୍ଥ ହୋଇଛନ୍ତି 24 ହଜାର 482ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 225ଜଣ। ସେହିପରି 46 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଭୁବନେଶ୍ବର : ଆଜି ଟୁଇନ୍ ସିଟିରେ ଦୁଇ ମିନିଟ୍ ପାଇଁ ଟ୍ରାଫିକ୍ ବନ୍ଦ ରହିବ । ସନ୍ଧ୍ୟା 6ଟାରୁ 6ଟା2 ମିନିଟ୍ ପାଇଁ ବନ୍ଦ ରହିବ ଟ୍ରାଫିକ୍ । କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ଲାଗି ଆଜି ଟୁଇନ୍ ସିଟିରେ ଟ୍ରାଫିକ୍ ବନ୍ଦ ରହିବ । ଟ୍ରାଫିକ୍ ବନ୍ଦ ନେଇ କମିଶନରେଟ୍ ପୋଲିସ୍ ତରଫରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଆଜି କୋଭିଡ୍ ଯୋଦ୍ଧାଙ୍କ ଲାଗି 2 ମିନିଟ୍ ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି ।
ବେରୁଟ୍ : ଲେବାନନର ରାଜଧାନୀ ବେରୁଟ୍ରେ ଗତକାଲି ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ 78ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 4000ରୁ ଅଧିକ ଆହତ ହୋଇଥିବାର ସୂଚନା ରହିଛି। ତେବେ ଅନେକ ନିଖୋଜ ରହିଥିବାବେଳ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି। https://www.instagram.com/p/CDeZsLhpcUX/ ଗତକାଲି ସନ୍ଧ୍ୟାରେ ବେରୁଟ୍ ବନ୍ଦରର ଓ୍ବେୟାର ହାଉସ୍ରେ 2,750 ଟନ୍ ଓଜନର ଆମୋନିୟମ୍ ନାଇଟ୍ରେଟ୍ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ବନ୍ଦରଟି ସମ୍ପୂର୍ଣ୍ଣ ଭାବେ ଧ୍ବଂସ ହୋଇଯାଇଥିବାବେଳେ ଘରଦ୍ବାର, ଗାଡି ମୋଟର, ରାସ୍ତାଘାଟ ଆଦି ନଷ୍ଟ ହୋଇଛି। ବିସ୍ଫୋରଣଠାରୁ ଦୂରରେ ଥିବା କିଛି ଘରର ସିଲିଂ ଝରକା, କବାଟ ଆଦି ନଷ୍ଟ ହୋଇଛି। ଅତ୍ୟଧିକ ଚାପ ଓ ଉତ୍ତାପ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବାର ସୂଚନା ରହିଛି। ଏହି ବିସ୍ଫୋରଣରେ ଲେବାନନ୍ର ଗହମ ଷ୍ଟୋର ହାଉସ୍ ପୂରା ଧ୍ବଂସ ହୋଇଯାଇଛି। ଭାରତୀୟ ଦୂତାବାସ ତରଫରୁ ଏକ ହେଲପ୍ ଲାଇନ୍ ନମ୍ବୀ ଜାରି କରାଯାଇଛି। ହେଲ୍ପ…
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୂମି ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ସରିଛି। ମହାସମାରୋହରେ ଭୂମି ପୂଜନ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅଯୋଧ୍ୟାରେ ଭୂମି ପୂଜନ ପାଇଁ ସରଜୁ ନଦୀ କୂଳକୁ ସଜ୍ଜିତ କରାଯାଇଛି। ସାଧୁସନ୍ଥଙ୍କ ରାମଧ୍ବନି ସହ ଅଖଣ୍ଡ ରାମାୟଣ ଗାନରେ କମ୍ପୁଛି ଚଉଦିଗ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଯୋଧ୍ୟା ପାଇଁ ବାହାରି ସାରିଲେଣି। ପିଏମ୍ଓ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଅଭିମୁଖେ ଏକ ସ୍ବତନ୍ତ୍ର ବିମାନରେ ଆସୁଥିବାର ଏକ ଫଟୋ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲକ୍ଷ୍ନୌ ବିମାନ ବନ୍ଦରରେ 10ଟା 35ରେ ପହଞ୍ଚିବେ। ଅଯୋଧ୍ୟାରେ ପ୍ରଥମେ ହନୁମାନଗଡି ମନ୍ଦିର ଦର୍ଶନ କରିବେ ମୋଦି। ମଧ୍ୟାହ୍ନ 12ଟା ସମୟରେ ରାମଜନ୍ମଭୂମିରେ ନରେନ୍ଦ୍ର ମୋଦି ପହଞ୍ଚିବେ। ମଧ୍ୟାହ୍ନ 12ଟା 30ରୁ ଭୂମି ପୂଜା ଆରମ୍ଭ ହେବ। …
କେଦାର ମିଶ୍ର ଗତ ଦୁଇମାସ ଭିତରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ବାଦିକ ସମ୍ମିଳନୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ସାକ୍ଷାତକାର ସବୁକୁ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ରାଷ୍ଟ୍ରପତି ମହୋଦୟ ନିଜ ଲୋକଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେବା ପରେ ଏବେ “ଡାଟା ଗେମ” ଖେଳୁଛନ୍ତି। ଗତ ତିନିମାସ ଧରି ଆମେରିକାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି ଓ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କରୋନାର ଏହି ଭୟଙ୍କର ପ୍ରକୋପକୁ ସ୍ଵୀକାର କରିବା ପରିବର୍ତ୍ତେ ରାଷ୍ଟ୍ରପତି ବିଭିନ୍ନ “ଡାଟା” ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେରିକାରେ ସ୍ଥିତି ଭଲ ଅଛି। “ଆମେ ଅଧିକ ପରୀକ୍ଷା କରୁଛୁ, ତେଣୁ ଆମର ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି” ବୋଲି ଟ୍ରମ୍ଫ ନିୟମିତ ଯୁକ୍ତି କରୁଛନ୍ତି। ତେବେ ଆମେରିକାର ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କ ମୁହଁ ରେ ତାଙ୍କ ତଥ୍ୟ ଭୁଲ ବୋଲି କହୁଛନ୍ତି ଓ ରାଷ୍ଟ୍ରପତିଙ୍କ ସହିତ…
ସୀତାରାମ ଅଗ୍ରୱାଲ ଚିଲିକା: ବାଣପୁର-ବାଲୁଗାଁ ବାଇପାସ ନିକଟ ପାରିକଂସାରୀ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପ୍ରାଣ ଯାଇଥିବା ବେଳେ ଆଉଜଣେ ବ୍ୟକ୍ତିଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପାଖାପାଖି ୫ ଘଟିକା ସମୟରେ ବିଶାଖାପାଟଣାରୁ ୮ ଜଣଲୋକଙ୍କୁ ନେଇ ଏକ ଟାଟା ପିକ ଅପ ଭ୍ୟାନ(ଏ.ପି ୩୯ ଟି. ଏଲ. ୮00୩) ପୁରୀ ପେଣ୍ଠକଟା ଅଞ୍ଚଳକୁ ଯାଉଥିବା ସମୟରେ ବାଣପୁର ବାଲୁଗାଁ ବାଇପାସ ପାରିକଂସାରୀ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ି ଚାଳକଙ୍କ ଆଖି ଲାଗିଯାଇଥିବା ସ୍ଥଳେ ଗାଡ଼ିଟି ଡିଭାଇଡର ଡେଇଁ ବିପରୀତ ଦିଗରେ ଓଲଟି ପଡିଥିଲା। ଫଳରେ ଭ୍ୟାନ ପଛପଟେ ଡ଼ାଲାରେ ଥିବା ଏମ. ତାତା ପାଇ ନାମକ ଜଣେ ବୃଦ୍ଧ ବ୍ୟକ୍ତି ପବନରେ ଛିଟିକିପଡ଼ି ଗାଡ଼ି ଆଗକୁ ପଳେଇଆସିଥଲେ ଏବଂ ଗାଡିଚାଳକ ତାଙ୍କ ଉପରେ ଗାଡ଼ି ଚଢେଇ ଦେଇଥିଲେ ଫଳରେ ଘଟଣାସ୍ଥଳରେ ତାଙ୍କ…
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ରାଜ୍ୟସଭା ସଦସ୍ୟ ରଞ୍ଜନ ଗୋଗୋଇ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କର କଫ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଭାବରେ ସେ ରାମ ମନ୍ଦିର ମାମଲାର ରାୟ ଶୁଣାଇଥିଲେ। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭାରତୀୟ ସିନେମା ହେଉ ବା ରଙ୍ଗମଞ୍ଚ, ବିଜ୍ଞାପନ ହେଉ ବା ମଞ୍ଚକଳାରେ ନୂତନ ପ୍ରୟୋଗ, ଅଭିନୟ କଳାର ପ୍ରତ୍ୟେକ କ୍ଷେତ୍ରରେ ସେ ଥିଲେ ଅନନ୍ୟ ଶିଳ୍ପୀ। ଭାରତର ସବୁଠୁ ଭଲ ଅଭିନେତା ନାସିରୁଦ୍ଦିନ ଶାହ, ଓମ ପୁରୀ, ପଙ୍କଜ କପୁର, ସୁରେଖା ସିକ୍ରି ପ୍ରମୁଖଙ୍କର ସେ ଥିଲେ ପରମପୂଜ୍ୟ ଗୁରୁ। ଦେଶର ସର୍ବଶ୍ରେଷ୍ଠ ନାଟ୍ୟ ଅନୁଷ୍ଠାନ ନେସନାଲ ସ୍କୁଲ ଅଫ ଡ୍ରାମାର ସେ ଥିଲେ ସର୍ବ ବରିଷ୍ଠ ନିର୍ଦ୍ଦେଶକ। ୧୯୬୨ରୁ ଏହି ଅନୁଷ୍ଠାନକୁ ବିଶ୍ଵ ସ୍ତରୀୟ କରି ଗଢିବାରେ ତାଙ୍କର ଅବଦାନ ଅତୁଳନୀୟ। ସେ ଇବ୍ରାହିମ ଅଳକାଜି, ଭାରତୀୟ ରଙ୍ଗମଞ୍ଚର କିମ୍ବଦନ୍ତୀ ପୁରୁଷ। ଶହ ଶହ ଅଭିନେତାଙ୍କୁ ସେ ନିଜ ହାତରେ ଗଢିଛନ୍ତି। କୁହାଯାଏ, ଅଲକାଜି ସାହେବ ଗୋଟେ ନଜରରେ ଅଭିନେତାର ପ୍ରତିଭାକୁ ଚିହ୍ନଟ କରି ପାରୁଥିଲେ। ଦିଲ୍ଲୀର ନେସନାଲ ସ୍କୁଲ ଅଫ ଡ୍ରାମାରେ ତାଙ୍କର ବହୁ ନାଟକ ସ୍ମୃତିର କିମ୍ବଦନ୍ତୀ ହୋଇ ରହିଛି। ଗିରୀଶ କର୍ଣ୍ଣାଡଙ୍କର…
ଅଯୋଧ୍ୟା, ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିର ଭୂମି ପୂଜା ପାଇଁ ବର୍ତ୍ତମାନ ଅଯୋଧ୍ୟା ନଗରୀ ସଜେଇ ହୋଇ ପଡିଛି। ଏହି ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ଯୋଗଦେବେ। ସେଥିପାଇଁ ପୁରା ଅଯୋଧ୍ୟାକୁ ସୁରକ୍ଷା କବଳକୁ ନିଆଯାଇଛି। ଯେହେତୁ ସେହି ସ୍ଥାନଟି ବହୁ ବର୍ଷ ଧରି ବିବାଦୀୟ ହୋଇ ରହିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ରଖି ତ୍ରିସ୍ତରୀୟ ସୁରକ୍ଷା କରାଯାଇଛି। ଗତ ସୋମବାରଠାରୁ ଅଯୋଧ୍ୟାକୁ ସିଲ କରାଯାଇଛି। ମନ୍ଦିର ସ୍ଥଳରେ କମାଣ୍ଡୋମାନେ ପଇଁତରା ମାରୁଛନ୍ତି। ପ୍ରଧାନମନ୍ତ୍ରୀ ବୁଧବାର ସକାଳେ ଭୂମିପୂଜା ଉତ୍ସବରେ ଯୋଗଦେବେ।
ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ କାର୍ଯ୍ୟ ଅବଧି ଆଜି ଶେଷ ହେଲା। ସେଥିପାଇଁ ବିଭାଗ ତରଫରୁ ସଂସ୍କୃତି ଭବନରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଯୋଗ ଦେଇ ବିଦାୟୀ ସଚିବଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ମନୋରଞ୍ଜନ ଏହି ବିଭାଗ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିସହିତ ସେସବୁକୁ ଲୋକ ପ୍ରିୟ କରିବା ଦିଗରେ ପାଣିଗ୍ରାହୀଙ୍କ ଭୂମିକାକୁ ଉପସ୍ଥିତ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ । ସଂସ୍କୃତି ବିଭାଗ ଅଧୀନସ୍ଥ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବୃନ୍ଦ ବିଭାଗରେ ପାଣିଗ୍ରାହୀଙ୍କ ଅବଦାନ, ଶୃଙ୍ଖଳା ଓ ନେତୃତ୍ୱ ନେଇ ତାଙ୍କୁ ପ୍ରଶଂସା କରିବା ସହିତ ତାଙ୍କ ମାର୍ଗଦର୍ଶନ ବିଭାଗ ପାଇଁ ଭବିଷ୍ୟତରେ ଅନୁକୂଳ ସାବ୍ୟସ୍ତ ହେବ ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ଯୁଗ୍ମ…
ଭୁବନେଶ୍ବର,ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ପ୍ରକାଶିତ ‘ସଂସ୍କୃତି ଚର୍ଚ୍ଚା’ର ପ୍ରଥମ ଖଣ୍ଡ ମନ୍ତ୍ରୀ ଜ୍ୟୋତୀ ପ୍ରକାଶ ପାଣିଗ୍ରାହୀ ଓ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଲୋକା ର୍ପିତ ହୋଇଥିଲା। ରାଜ୍ୟ ଅଭିଲେଖାଗାର ଆନୁକୂଲ୍ୟରେ ପ୍ରତି ମାସରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଦତ୍ତ ବକ୍ତବ୍ୟ ସନ୍ନିବିଷ୍ଟ ଏହି ସଂକଳନ ଛାତ୍ରଛାତ୍ରୀ,ବିଦ୍ୱାନ, ଗବେଷକ ଓ ସଚେତନ ସଂସ୍କୃତି ପ୍ରେମୀମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଇଛି। ଓଡିଶାର ସଂସ୍କୃତି ଉପରେ ରାଜ୍ୟ ଅଭିଲେଖାଗାର ତରଫରୁ ପ୍ରତିମାସରେ ବିଭିନ୍ନ ଗବେଷକଙ୍କୁ ନେଇ ଏହି ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଗବେଷକମାନେ ଯୋଗଦେଇ ସେମାନେ ଓଡିଶାର ସଂସ୍କୃତି ଉପରେ ଆଲୋଚନା କରିଆସୁଛନ୍ତି। ସେସବୁ ବକ୍ତବ୍ୟକୁ ସଂକଳନ କରାଯାଇ ପୁସ୍ତକ ଭାବେ ପ୍ରକାଶିତ କରାଯାଇଛି।
ଭୁବନେଶ୍ବର, ଏଣିକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଥିବା ଭୁବନେଶ୍ୱରର ତିନୋଟି ମଣ୍ଡପ ଯଥା ରବିନ୍ଦ୍ରମଣ୍ଡପ, ଉତ୍କଳମଣ୍ଡପ ଓ ଭଞ୍ଜକଳା ମଣ୍ଡପର ସଂରକ୍ଷଣ ଅନ୍ଲାଇନ୍ରେ ହୋଇ ପାରିବ । ଆଜି ଅପରାହ୍ନରେ ସ୍ଥାନୀୟ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏହି ଅନ୍ଲାଇନ୍ ବୁକିଂ ବ୍ୟବସ୍ଥାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ବିଭାଗକୁ ଅଧିକ କି୍ରୟାଶୀଳ ଓ ଚଳଚଞ୍ଚଳ କରାଯିବାକୁ ଉଦ୍ୟମ ଅବ୍ୟାହତ ରହିଛି। ଏହି ତିନୋଟି ମଣ୍ଡପର ସଂରକ୍ଷଣ ପାଇଁ ଏବେ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନକୁ ଅଯଥା ଧାଁଦଉଡ଼ କରିବାକୁ ପଡ଼ିବ ନାହିଁ । ଯେକୌଣସି ସ୍ଥାନରେ ରହି ଅନ୍ଲାଇନ୍ ସଂରକ୍ଷଣ କରାଯାଇ ପାରିବ ଓ ଏହା ଫଳରେ କାର୍ଯ୍ୟ ସଂପାଦନ ସହଜ ଓ ଉପାଦେୟ ହୋଇ ପାରିବ ବୋଲି ସେ…
ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା: ଆଜି ଦାୟିତ୍ଵ ଗ୍ରହଣ କରିବା ସହ କାର୍ଯ୍ୟରେ ଯୋଗଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି। କାର୍ଯ୍ଯାଭାର ଗ୍ରହଣ କରିବାର ପ୍ରଥମ ଦିନରେ ପ୍ରାଣନାଥ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଠାରେ ୧୪୫ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ରକୁ ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ଵାଇଁ ଏବଂ ଅନ୍ୟ ଅଧିକାରୀମାନେ ସୌଜନ୍ୟମୂଳକ ଭାବରେ ସାକ୍ଷାତ କରିଥିଲେ। ଏହା ସହିତ ଜିଲ୍ଲାପାଳ କାର୍ଯ୍ଯାଳୟରେ ନୂତନ ଜିଲ୍ଲାପାଳଙ୍କୁ ଅଧିକାରୀମାନେ ସ୍ଵାଗତ ଦେବା ସହିତ ପୂର୍ବତନ ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅନୁଜ କୁମାର ଦାସ ପଟ୍ଟନାୟକ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ଵାଇଁ,…
ଭୁବନେଶ୍ବର, ବନ୍ଦେ ଉତ୍କଳ ଜନନୀ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜ୍ୟବାସୀଙ୍କୁ ଆଉ ଏକ ଅନୁରୋଧ କରିଛନ୍ତି। ତାହା ହେଲା ଆସନ୍ତାକାଲି ସଂଧ୍ୟା ୬ଟାରେ ନିଜ ଘରେ ବା ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା କରନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ନିଜେ ସମସ୍ତଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବେ ବୋଲି କହିଛନ୍ତି। ଏପରି ଅନୁରୋଧ କରି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ହେଲା ମାନବ ଜାତି ତାର ଇତିହାସର ସବୁଠାରୁ କଷ୍ଟକର ପରିସ୍ଥିତି ମଧ୍ୟ ଦେଇ ବର୍ତ୍ତମାନ ଗତି କରୁଛି। କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ…
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ହୋଇ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପ୍ରଧାନଙ୍କୁ ଫୋନ କରି ତାଙ୍କର ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି ଯେ – ଧର୍ମେନ୍ଦ୍ର ପ୍ରଧାନ କୋଭିଡ-୧୯ ଆକ୍ରାନ୍ତ ଖବର ପାଇବା ପରେ ମୁଁ ଚିନ୍ତିତ। ତାଙ୍କ ସହିତ କଥା ହୋଇଛି ଓ ତାଙ୍କର ଦ୍ରୁତ ଆରୋଗ୍ୟଲାଭ କାମନା କରୁଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ବହୁ ରାଜନୈତିକ ନେତା ଓ କର୍ମୀ ଶ୍ରୀ ପ୍ରଧାନଙ୍କର ଆରୋଗ୍ୟ କାମନା କରିଛନ୍ତି।

