Author: Samikhsya Bureau

ଅନିଦ୍ୟା ବାନାର୍ଜି ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ତେବେ ଏହି ରାମମନ୍ଦିର ନିର୍ମାଣ ପାଇଁ ଯେଉଁ ଡିଜାଇନିଂ ପ୍ରସ୍ତୁତ ହୋଇଛି ତାହା କିଏ କରିଛି, କିପରି କରିଛି ତାହା ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଏବେ ନୁହେଁ ବାବରୀ ମସଜିଦ ଭଙ୍ଗା ପୂର୍ବରୁ ସେଠାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିଲା। ସେତେବେଳଠାରୁ ଏହି ନୂଆ ମନ୍ଦିରର ରୂପରେଖ କିପରି ହେବ ତାହା ପ୍ରସ୍ତୁତ ହୋଇଥିଲା। ଏହା ପଛରେ ଯେଉଁ ସ୍ଥପତିଙ୍କ ହାତ ରହିଛି ସେ ହେଉଛନ୍ତି ଚନ୍ଦ୍ରକାନ୍ତ ସୋମପୁରା ଏବଂ ଆଶୀଷ ସୋମପୁରା। ପୂର୍ବରୁ ମନ୍ଦିରର ଡିଜାଇନିଂ ଓ ନିର୍ମାଣରେ ଏହି ସୋମପୁରା ପରିବାରର ବେଶ୍ ଖ୍ୟାତି ରହିଛି। କେବଳ ଏହି ରାମମନ୍ଦିର ନୁହେଁ ପୂର୍ବରୁ ଏହି ପରିବାରର ସଦସ୍ୟମାନେ ଗୁଜୁରାଟର ସୋମନାଥ ମନ୍ଦିର ଏବଂ ମଥୁରା ପରି ବହୁ ମନ୍ଦିର ନିର୍ମାଣ କରିଛନ୍ତି। ବର୍ତ୍ତମାନ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୨୫୮ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୨୮, ସୁନ୍ଦରଗଡରୁ ୧୨୨, ପୁରୀରୁ ୧୨୧, ଗଜପତିରୁ ୧୨୦, କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ବରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରରୁ ୧୬, ବରଗଡରୁ ୧୨, କେନ୍ଦ୍ରାପଡାରୁ ୧୨, ଝାରସୁଗୁଡାରୁ ୧୧, ନୟାଗଡରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୮, ମୟୂରଭଞ୍ଜରୁ ୭, ଢେଙ୍କାନାଳରୁ ୫, ଭଦ୍ରକରୁ ୪, ଜଗତସିଂପୁର ଓ ଅନୁଗୁଳରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ କଳାହାଣ୍ଡି ରୁ ଜଣେ ଲେଖାଏଁ  ଆରୋଗ୍ଯ ଲାଭ କରିଛନ୍ତି।…

Read More

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ଭୂତାଣୁ ଦ୍ଵାରା ଆକ୍ରାନ୍ତ ବୋଲି ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। “କରୋନା ଲକ୍ଷଣ ଦେଖା ଦେବାରୁ ମୁଁ ନିଜର କଫ ପରୀକ୍ଷା ପାଇଁ ଦେଇଥିଲି ଓ ତାହା ପୋଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଡାକ୍ତରଖାନା ରେ ଭର୍ତ୍ତି ହୋଇଛି ଓ ସୁସ୍ଥ ଅଛି’ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସପ୍ତାହେ ଭିତରେ ଗୃହମନ୍ତ୍ରୀ ଅମିତ ଶାହ ଙ୍କ ପରେ ମୋଦୀ କ୍ୟାବିନେଟର ଆଉ ଜଣେ ବରିଷ୍ଠ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ରୀ ପ୍ରଧାନ କରୋନା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ତାଙ୍କର ଆରୋଗ୍ଯ କାମନା କରିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର : ଦିନକୁ ଦିନ ବୃଦ୍ଧି ପାଉଥିବା ଏହି କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆଜି ପୁଣି ଜଗତସିଂହପୁର ଜିଲ୍ଲାରୁ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ଜଗତସିଂହପୁରରୁ ସର୍ବାଧିକ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁର ବ୍ଲକରୁ ୨ଜଣ, ତିର୍ତ୍ତୋଲ ବ୍ଲକରୁ ୪ଜଣ ଚିହ୍ନଟ ହେବା ସହ ଏରସମା,ବିରିଡି, ବାଲିକୁଦା ବ୍ଲକରୁ ଜଣେ ଲେଖାଏଁ ଓ ପାରାଦ୍ଵୀପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେମାନଙ୍କ ମଧ୍ୟରୁ ଜଗତସିଂହପୁରରୁ ଚିହ୍ନଟ ହୋଇଥିବା ସମସ୍ତ ୧୦ଜଣ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବିରିଡ଼ି ଓ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ତିର୍ତ୍ତୋଲ ବ୍ଲକରୁ ବାହାରିଥିବା ସମସ୍ତ ୪ଜଣ ଆକ୍ରାନ୍ତ କ୍ଲଷ୍ଟର ଲେବଲ୍ ଟି.ଏମ୍.ସିରୁ ଚିହ୍ନଟ ହୋଇଛନ୍ତି। ନୂତନ ୨୦ଜଣ ଆକ୍ରାନ୍ତଙ୍କ ଚିହ୍ନଟ ପରେ ଜିଲ୍ଲାରେ ସମୁଦାୟ…

Read More

ନୂଆଦିଲ୍ଲୀ : ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକରୁ ଓହରିଲା ଭିଭୋ। ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ଥିଲା ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ। ଭାରତ ଚୀନ୍‌ ବିବାଦ ଯୋଗୁଁ ଭିଭୋ ଆଇପିଏଲ୍‌ରୁ ଓହରିଛି। ଚୁକ୍ତି ସରିବାର 3 ବର୍ଷ ପୂର୍ବରୁ ଭିଭୋ ଆଇପିଏଲ୍‌ରୁ ଓହରିଛି। 2017ରେ ଭିଭୋ 5 ବର୍ଷ ପାଇଁ 2199 କୋଟି ବିନିମୟରେ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ପାଇଁ ଚୁକ୍ତି କରିଥିଲା। ମୃଦ୍ୟୁପାନୀୟ ପେପ୍‌ସିକୋକୁ ବଦଳରେ ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହୋଇଥିଲା। ତେବେ ଭିଭୋ ଆଇପିଏଲ୍‌ର ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ ପ୍ରତ୍ୟେକ ସିଜିନ୍‌କୁ 440 କୋଟି ଟଙ୍କା ଆଇପିଏଲ୍‌ ବୋର୍ଡକୁ ପ୍ରଦାନ କରିଥାଏ। ଆଇପିଏଲ୍‌ ସହ ଭିଭୋର ଚୁକ୍ତି 2020 ବର୍ଷ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଚୀନ୍‌ ବିବାଦ ପରେ ଚୁକ୍ତିର ତିନି ବର୍ଷ ପୂର୍ବରୁ ଆଇପିଏଲ୍‌ରୁ ଭିଭୋ ଓହରୁଛି। ତେବେ ଚୀନ୍‌ ସହିତ ଭାରତର ବିବାଦ ପରେ ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋକୁ ଆଇପିଏଲ୍‌ରୁ ବାଦ୍‌ ଦେବା…

Read More

ଭୁବନେଶ୍ବର :  ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ବର ମହାନଗର ନିଗମ ଗାଇଡଲାଇନ୍‌ ଜାରି କରିଛି । ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିଛି ବିଏମ୍‌ସି  । ହୋଟେଲ୍‌ରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ ।  ତେବେ ହୋଟେଲ୍‌ କିମ୍ବା ରେଷ୍ଟୁରାଣ୍ଟଗୁଡିକ ଗ୍ରାହକଙ୍କୁ ବସାଇ ଖୁଆଇପାରିବେନି । ପାର୍ସଲ ଦେଇପାରିବେ ବୋଲି ସୂଚନା ରହିଛି ।  ସେହିପରି ରାସ୍ତାକଡରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ରାସ୍ତାକଡରେ ଥିବା ଜଳଖିଆ ଦୋକାନୀ, ଗୁପ୍‌ଚୁପ୍‌, ଚାଟ୍‌ କେବଳ ପାର୍ସଲ ଦେଇପାରିବେ । ଚା, ଲସି, ଜୁସ୍‌ ଦୋକାନ ମଧ୍ୟ କେବଳ ପାର୍ସଲ ଦେଇପାରିବେ  ବୋଲି ବିଏମ୍‌ସି ସୂଚନା ଦେଇଛି । ଅନଲକ୍‌ 3.0ରେ ରେଷ୍ଟୁରାଣ୍ଟ ଖୋଲିବାକୁ  ସର୍ତ୍ତ ମୂଳକ ଅନୁମତି ମିଳିଛି । ସେହିପରି ରାସ୍ତାକଡରେ ବିକ୍ରି ହେଉଥିବା ଦୋକାନରେ ଗହଳି ହେଉଥିବାରୁ ବିଏମ୍‌ସି ଗାଇଡ୍‌ ଲାଇନ୍‌ ଜାରି କରିଛି । ଅନଲକ୍‌…

Read More

ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି 5ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ର ଶୁଭାରମ୍ଭ କରିଛନ୍ତି । ଟାଟା ଷ୍ଟିଲ୍‌ ଏସ.ଇ.ଜେଡ୍‌ ଯୋଜନାରୁ ଏହି 5ଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଜିଲ୍‌ଲା ପ୍ରଶାସନ ଦ୍ବାରା ପରିଚାଳନା କରାଯିବ । ଏହି ଭ୍ରାମ୍ୟମାଣ ମୋବାଇଲ୍‌ ସେବାରେ ଡାକ୍ତର, ଫାର୍ମାସିଷ୍ଟ, ସ୍ବାସ୍ଥ୍ୟକର୍ମୀ ସେବା ଯୋଗାଇବେ । ଟାଟା ଦ୍ବାରା ପ୍ରଦତ୍ତ ଏହି 5 ଗୋଟି ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ଗୁଡିକରେ ଅକ୍ସିଜେନ୍‌ ସୁବିଧା ରହିଛି । ଏହା ମୋବାଇଲ୍‌ କ୍ଲିନିକ୍‌ ଭଳି କାର୍ଯ୍ୟ କରିବ । ସାଧାରଣ ଚିକିତ୍ସା ମଧ୍ୟ ଏହି ଭ୍ୟାନ୍‌ରୁ ମିଳିପାରିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଖଣ୍ଡକୁ ଗୋଟିଏ ଲେଖାଏଁ ଭ୍ୟାନ୍‌ ଓ ବ୍ରହ୍ମପୁର ମହାନଗର ଅଞ୍ଚଳବାସୀଙ୍କ ନିମେନ୍ତ ଦୁଇଗୋଟି ଭ୍ୟାନ୍‌ ସେବା ଯୋଗାଇଦେବ । ପଞ୍ଚାୟତ ସ୍ତରରେ 89ଟି…

Read More

ଭୁବନେଶ୍ୱର : ବିଶ୍ୱରେ ଦ୍ରୁତଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ୍ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ୍ ଲେକ୍‌ଚର ସିରିଜି୍‌ରେ ଆଲୋଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପକ୍ଷରୁ ଏହି ଭର୍ଚୁଆଲ୍ ଲେକ୍‌ଚର ସିରିଜ୍ ଆୟୋଜିତ ହୋଇଯାଇଛି । କୋଭିଡ-୧୯ ମହାମାରୀ ସମୟରେ ବଂଚିବା ନିମନ୍ତେ ଜରୁରୀ ହୋଇପଡ଼ୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି “କନେକ୍ଟ ଟୁ ଲର୍ନ” ଶୀର୍ଷକ ଲେକ୍‌ଚର ସିରିଜ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଲେକ୍‌ଚରର ବିଷୟବସ୍ତୁ ଥିଲା “ କ୍ୟାରିୟର୍ ପ୍ରୋଗ୍ରେସନ୍ ଇନ୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ” ଅର୍ଥାତ୍ ହୋଟେଲ୍‌ ଶିଳ୍ପରେ କ୍ୟାରିୟରରେ ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ୍ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପଖୁଆଇବା ।…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 149 ପଜିଟିଭ୍‌ ଚିହ୍ନଟ ହୋଇଛି । ଏହି ନୂତନ 149ଙ୍କ ମଧ୍ୟରୁ 98ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 51ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ସୂଚନା ଦେଇଛି ବିଏମ୍‌ସି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା 98ଜଣଙ୍କ ମଧ୍ୟରେ ସାଲିଆ ସାହିରୁ 11 ଜଣ ଥିବାବେଳେ ଶିରିପୁରର କନ୍ଧ ସାହିରୁ 14ଜଣ ରହିଛନ୍ତି । ନୟାପଲ୍ଲୀ ବ୍ରିଟ୍‌ କଲୋନୀରୁ 7ଜଣ ରହିଛନ୍ତି । ସେହିପରି ଖଣ୍ଡଗିରି ତପୋବନ ବସ୍ତିରୁ 3 ଜଣ, ଡୁମୁଡୁମା ରଘୁନାଥ ନଗରରୁ 6 ଜଣ, ବରଗଡ ବ୍ରିଟ୍‌ କଲୋନୀରୁ 3 ଜଣ, ୟୁନିଟ୍‌-1ରୁ 3ଜଣ, ୟୁନିଟ୍‌ 6ରୁ ଚାରିଜଣ ରହିଛନ୍ତି । ଚିହ୍ନଟ 51 ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରେ ସେଣ୍ଟ୍ରାଲ୍‌ ସରକାରୀ ଚିକିତ୍ସାଳୟରୁ ଜଣେ, ଓଲ୍ଡ ଟାଉନ୍‌ରୁ 4 ଜଣ,  ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରୁ 2 ଜଣ, ଡୁମୁଡୁମାରୁ ଜଣେ, ଝାରପଡାରୁ ଜଣେ, ଛଅ ନମ୍ବର ଏଲ୍‌ଆଇସି କଲୋନୀରୁ…

Read More

ମୁମ୍ବାଇ : ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ଶଶୀଧର ଜଗଦୀଶନ । ଅଗଷ୍ଟ 3 ତାରିଖରେ ଆରବିଆଇ ପକ୍ଷରୁ ଜଗଦୀଶନଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିବା ନେଇ ଏଚ୍‌ଡିଏଫ୍‌ସି ପକ୍ଷରୁ ଘୋଷଣା କରାଯାଇଛି । ବର୍ତ୍ତମାନ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଆଦିତ୍ୟ ପୁରୀଙ୍କ ସ୍ଥାନରେ ଜଗଦୀଶନ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତା ଅକ୍ଟୋବର 27 ତାରିଖରେ ପୁରୀଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନିକଟରେ ସମାପିତ ହୋଇଥିବା କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଜଗଦୀଶନଙ୍କ ନାମ ସୁପାରିଶ କରିଥିଲେ ଆଦିତ୍ୟ ପୁରୀ । 1996ରେ ଫାଇନାନ୍ସ ମ୍ୟାନେଜର ଭାବରେ ଯୋଗ ଦେଇଥିବା ଜଗଦୀଶନ 2008ରୁ ସିଏଫ୍ଓ ଭାବରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଅଗଷ୍ଟ 2019ରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବୋର୍ଡ ଜଗଦୀଶନଙ୍କୁ ‘ଚେଞ୍ଚ ଏଜେଣ୍ଟ’ଭାବରେ ପ୍ରଦର୍ଶିତ କରିଥିଲା । ଗତ 25 ବର୍ଷ ଧରି ସେ ବ୍ୟାଙ୍କ…

Read More

ନୂଆଦିଲ୍ଲୀ : କରୋନା ଭାଇରସ୍‌ କାରଣରୁ ଏବେ ଭାରତରେ ଖେଳ ବନ୍ଦ ରହିଛି । ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳୁ ନାହିଁ । ଯଦିଓ ଆଇପିଏଲ୍‌ 2020 ଆରମ୍ଭ ହେବାକୁରହିଛି । କିନ୍ତୁ ଟିମ୍‌ ଇଣ୍ଡିଆ କେବେ କ୍ରିକେଟ୍‌ ଖେଳିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । କରୋନାସଂକଟ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା, ଏହା ପରେ ଆଉ କୌଣସି ମ୍ୟାଚ୍‌ ଖେଳି ନାହିଁ ଭାରତୀୟ କ୍ରିକେଟ୍‌ ଦଳ । ତେବେ ମାର୍ଚ୍ଚ ମାସରେ ତ୍ରିଦିବସୀୟ କିକ୍ରେଟ୍‌ ଖେଳ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତ କରିଥିଲା। କିନ୍ତୁ କରୋନା ସଂକଟ ଯୋଗୁଁ ଏହି ଗସ୍ତକୁ ବାତିଲ୍‌ କରାଯାଇଥିଲା। ଏହା ମଧ୍ୟରେ ଭାରତୀୟ ଦଳର ଜର୍ସିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଭାରତୀୟ ଦଳ ଏବେ ନୂତନ ଜର୍ସି ସହିତ ପଡିଆକୁ ଓହ୍ଲାଇବ। ତେବେ…

Read More

ସମ୍ବଲପୁର : ବର୍ଲା ଭୀମସାରର 9ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମେଡିସିନ ବିଭାଗର 9 ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଛି । ପଜିଟିଭ ଚିହ୍ନଟ ପରେ ମେଡିସିନ ବିଭାଗର ଓପିଡିକୁ ଆଜି ପାଇଁ ବନ୍ଦ ରଖାଯାଇଛି । ଏନେଇ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲଳିତ କୁମାର ମୋହନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ନିକଟରେ ବହୁ ଡାକ୍ତର ଓ ଡାକ୍ତରଖାନାଗୁଡିକରୁ କରୋନା ସଂକ୍ରମିତ ଚିହ୍ନଟ ହୋଉଛନ୍ତି ।

Read More

ନୂଆଦିଲ୍ଲୀ : ଆସନ୍ତା କାଲି ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏହି ରାମମନ୍ଦିର ଭୂମି ପୂଜନରେ କେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କର ନାମ ମଧ୍ୟ ପ୍ରକାଶ ପାଇଛି । ଏହା ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟୁଇଟରରେ ନିଜ ବକ୍ତବ୍ୟ ଜାରି କରିବା ସହିତ ଏହି ଦିନ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣିଛନ୍ତି ।  ସରଳତା, ସାହସ,ସଂଯମ, ତ୍ୟାଗ, ବଚନବଦ୍ଧତା, ଦୀନବନ୍ଧୁ ରାମ ନାମର ସାର ବୋଲି କହିଛନ୍ତି । ରାମ ସମସ୍ତଙ୍କ ମଧ୍ୟରେ ଅଛନ୍ତି, ରାମ ସମସ୍ତଙ୍କସହ ଅଛନ୍ତି । ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିବାରେ ରାମ ମନ୍ଦିରର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରିୟଙ୍କା ମତ ଦେଇଛନ୍ତି । ଜାତୀୟ ଏକତା, ଭାଇଚାରା ଏବଂ ସାଂସ୍କୃତିକ ସୁରକ୍ଷା ଦୃଷ୍ଟିରୁ ରାମ ମନ୍ଦିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ଟ୍ୱିଟ କରିଛନ୍ତି। ଭୂମି ପୂଜନର ଗୋଟିଏ ଦିନ ପୂର୍ବରୁ…

Read More

ଚୀନ୍‌ :  ଚଟ୍‌ପଟି ମସଲାଦାର ଖାଦ୍ୟ ଖାଇବାକୁ କାହାକୁ ବା ନ ଭଲ ଲାଗେ । କିନ୍ତୁ ଏହି ଚଟ୍‌ପଟି ରାଗ ଖାଦ୍ୟ ଖାଇବା କେତେ ମହଙ୍ଗା ହୋଇପାରେ ଆପଣ ଜାଣିପାରିବେ ନାହିଁ । ଚୀନ୍‌ର ଜଣେ ବ୍ୟକ୍ତି ଚଟ୍‌ପଟି ମୋମୋକୁ ଦେଖି ନିଜ ଲୋଭ ସମ୍ବରଣ କରି ନପାରି ଚଟ୍‌ପଟି ରାଗ ମସଲାଦାର ମୋମୋ ଖାଇଥିଲେ । କିନ୍ତୁ ଏହି ମୋମୋ ତାଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ଉତ୍କଟ ରାଗଯୁକ୍ତ ମୋମୋ ଖାଇବାର ପରେ ତାଙ୍କ ପେଟରେ ଜ୍ବଳନ ହେବା ସହ ତାଙ୍କ ପେଟର ଅନ୍ତ ଫାଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତରଙ୍କ ବହୁ ପରିଶ୍ରମ ପରେ ତାଙ୍କ ଜୀବନ ବଞ୍ଚି ପାରିଛି । ଏହି ପରି ଏକ ଘଟଣା ଚୀନ୍‌ର ଜିଆଙ୍ଗ୍ସୁ ପ୍ରାନ୍ତରେ ଘଟିଛି । ଏହି ଘଟଣାଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌…

Read More

ଶ୍ରୀଲଙ୍କା : ଶ୍ରୀଲଙ୍କାରେ ଏବେ ଡ୍ରଗ୍ସ କାରବାର ବେଶ୍‌ ସମସ୍ୟା ସୃଷ୍ଟି କରିଛି । ଡ୍ରଗ୍ସ ସ୍ମଗଲିଂ ଅଭିଯୋଗରେ ଏକ ବିଲେଇକୁ ଗିରଫ କରି ଜେଲ୍‌ରେ ବନ୍ଦ ରଖାଯାଇଥିଲା । କିନ୍ତୁ ଏହି ବିଲେଇଟି ଜେଲ୍‌ରୁ ଫେରାର୍‌ ହେବାରେ ସଫଳ ହୋଇଛି । ଏପରି ଏକ ମାମଲା ଶ୍ରୀଲଙ୍କାରୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଡ୍ରଗ୍ସ ଓ ସିମ୍‌ କାର୍ଡ ସ୍ମଗଲିଂରେ ବିଲେଇର ବ୍ୟବହାର ହେଉଥିଲା । ଶ୍ରୀଲଙ୍କାର ହାଇ ସିକ୍ୟୁରିଟି  ବେଲିକାଡା ଜେଲ୍‌ରେ ଗୁଇନ୍ଦା ଅଧିକାରୀମାନେ ଶନିବାର ଦିନ ବିଲେଇ ଜରିଆରେ ସନ୍ଦିଗ୍ଧ ଗତିବିଧି ଉପରେ ସୂଚନା ପ୍ରାପ୍ତ କରିଥିଲେ । ଜଣେ ସ୍ଥାନୀୟ ପୋଲିସ୍‌ ଅଧିକାରୀଙ୍କ ସୂଚନାନୁସାରେ ବିଲେଇ ନିକଟରୁ 2 ଗ୍ରାମ ହିରୋଇନ୍‌, 2ଟି ସିମ୍‌ କାର୍ଡ ଓ 2ଟି ମେମୋରୀ ଚିପ୍ସ ଜବତ ହୋଇଛି । ବିଲେଇର ବେକରେ ଏକ ପ୍ୟାକେଟ୍‌ ବନ୍ଧା ହୋଇଥିଲା, ଯେଉଁଥିରେ ଉପରୋକ୍ତ ସମସ୍ତ ଜିନିଷ ରହିଥିଲା । ତେବେ…

Read More

Puri, Wall paintings on different healthy habits, plantation and waste management by local artists underway at Rina Road, Puri. We aim to not just beautify the city but also spread awareness on various issues through such graffiti.

Read More

ଭୁବନେଶ୍ବର, ସାଧାରଣତଃ ଓଡିଶାରେ ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମାରେ ଗୋ ମାତା ପୂଜା କରାଯାଇଥାଏ। ସେଥିପାଇଁ ଏହି ପୂର୍ଣ୍ଣିମାକୁ ଗହ୍ମା ପୂର୍ଣ୍ଣିମା ବୋଲି କୁହାଯାଇଥାଏ।

Read More

ୟୁକ୍ରେନ୍ : ଦୁନିଆର ସର୍ବଶ୍ରେଷ୍ଠ ଯୋଦ୍ଧା ହେଉଛି ମା’ । ସେ ନିଜ ସନ୍ତାନ ପାଇଁ ଯେକୌଣସି ବିପଦର ବି  ସାମ୍ନା କରିପାରେ । ନିଜକୁ ସନ୍ତାନକୁ ବଞ୍ଚାଇବା ପାଇଁ ଅସମ୍ଭବ କାମକୁ ମଧ୍ୟ ସମ୍ଭବ କରିଥାଏ ଜଣେ ମା’ । ନିଜ ସନ୍ତାନ ପାଇଁ ମା’ କ’ଣ କରିପାରେ, ଏହାର ଏକ ସଦ୍ୟ ଉଦାହରଣ ୟୁକ୍ରେନ୍‌ରେ ଦେଖିବାକୁ ମିଳିଛି । ନିଜ ପୁଅକୁ ଜେଲରୁ ବାହାର କରିବା ନିମନ୍ତେ ଜଣେ ମହିଳା ଏକ 35 ଫୁଟର ସୁଡଙ୍ଗ ଖୋଳିଛନ୍ତି । କିନ୍ତୁ ମହିଳାଙ୍କ ଏହି ପ୍ରୟାସ ବ୍ୟର୍ଥ ସାବ୍ୟସ୍ତ ହୋଇଛି । ମହିଳା ଜଣଙ୍କ ମଧ୍ୟ ଏବେ ଜେଲ୍‌ରେ ଅଛନ୍ତି । ସେ ଏପରି କାର୍ଯ୍ୟ କରୁଥିବା ସମୟରେ ଜେଲ୍‌ କର୍ତ୍ତୃପକ୍ଷଙ୍କ ହାତରେ ଧରାପଡିଯାଇଥିଲେ । ମିଳିଥିବା ସୂଚନା ଅନୁସାରେ ୟୁକ୍ରେନର ଜାପୋରିଝିଆ ଅଞ୍ଚଳରେ ଅବସ୍ଥାନ କରୁଥିବା ଏହି ମହିଳାଙ୍କ ପୁଅ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି…

Read More

ନୂଆଦିଲ୍ଲୀ : ପ୍ରକାଶ ପାଇଲା 2019ର ୟୁନିଅନ୍‌ ପବ୍ଲିକ୍‌ ସର୍ଭିସ୍‌ ରେଜଲ୍ଟ  । ପ୍ରଦୀପ ସିଂହ ଆଇଏଏସ୍‌ ଟପ୍ପର ହୋଇଥିବାବେଳେ ଯତୀନ୍‌ କିଶୋର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନ ମିଳିଛି ।  ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ସ୍ଥାନ ମିଳିଛି । ସେହିପରି ଓଡ଼ିଶାର ସଂଜିତା ମହାପାତ୍ରଙ୍କୁ ଦଶମ ରାଙ୍କ ମିଳିଛି । 107ତମ ସ୍ଥାନରେ ରହିଛନ୍ତି ଅଂଶୁମାନ ରାଜ୍‌, 120 ତମ ସ୍ଥାନରେ ରହିଛନ୍ତି ଅନୁପ ଦାସ । 125 ନମ୍ବର ସ୍ଥାନରେ ଓଡ଼ିଶାର ନବଲ କୁମାର ଜୈନ୍‌ ରହିଛନ୍ତି । 190ତମ ସ୍ଥାନରେ ରହିଛନ୍ତି ଶୈଳଜା ଦାସ, 202ରେ ରହିଛନ୍ତି ରାହୁଲ୍‌ ମିଶ୍ର, 225 ତମ ସ୍ଥାନରେ ରହିଛନ୍ତି ହେମା ନାୟକ, 229 ତମ ସ୍ଥାନରେ ରହିଛନ୍ତି ଆରୁଷି ମିଶ୍ର । 291ତମ ସ୍ଥାନ ରେ ଆଶିଷ ଦାସ, 294 ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର, 300ତମ ସ୍ଥାନରେ ସୋନାଲି…

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ସରକାର । ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରିଛନ୍ତି । ସୁଶାନ୍ତଙ୍କ ପରିବାର ତରଫରୁ ସିବିଆଇ ଯାଞ୍ଚ ପାଇଁ ଦାବି କରାଯାଉଥିଲା । ସୁଶାନ୍ତଙ୍କ ପିତା କେ.କେ. ସିଂହ ବିହାର ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାରଙ୍କୁ ଅନୁରୋଧ କରିବା ପରେ ସିବିଆଇ ତଦନ୍ତ ପାଇଁ ସୁପାରିଶ୍‌ କରାଯାଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସ୍‌ ଓ ମୁମ୍ବାଇ ପୋଲିସ୍‌ରେ ଲଗାତାର ମତଭେଦ ଦେଖାଯାଉଛି । ସୁଶାନ୍ତଙ୍କ ପିତା ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ 6ଜଣଙ୍କ ନାମରେ ବିହାର ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ । ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ବିହାର ପୋଲିସ୍‌ ମୁମ୍ବାଇ ଯାଇଥିବାବେଳେ ସେଠାରେ ତାଙ୍କୁ ସହଯୋଗ ନ ମିଳୁଥିବାବେଳେ ବିହାରର ଆଇପିଏସ୍‌ ଅଧିକାରୀଙ୍କୁ କ୍ବାରେଣ୍ଟାଇନ୍‌ କରାଯାଇଛି । ସୂଚନାଯୋଗ୍ୟ, ଜୁନ୍‌ 14…

Read More

ଭୁବନେଶ୍ବର : ଆଜି ରାଜ୍ୟର 28ଟି ଜିଲ୍ଲାରୁ ମୋଟ୍‌ 1384ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 288 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 201,କଟକରୁ 121, ସମ୍ବଲପୁରରୁ 82, କେଉଁଝରର 66, ସୁନ୍ଦରଗଡରୁ 64, କନ୍ଧମାଳରୁ 62,ଢେଙ୍କାନାଳରୁ 51, କୋରାପୁଟରୁ 49, କଳାହାଣ୍ଡିରୁ 47, ଭଦ୍ରକରୁ 40, ଯାଜପୁରରୁ 39, ଗଜପତିରୁ 38, ବାଲେଶ୍ବରରୁ 37, ମାଲ୍‌କାନଗିରି ଓ ପୁରୀରୁ 34ଜଣ ଲେଖାଏଁ ରହିଛନ୍ତି । ନୟାଗଡରୁ 31, ମୟୂରଭଞ୍ଜରୁ 28,  ଜଗତସିଂହପୁରରୁ 20, ଅନୁଗୁଳୁରୁ 14, କେନ୍ଦ୍ରାପଡାରୁ 12, ବରଗଡରୁ 10, ବଲାଙ୍ଗିରରୁ 5 ଜଣ ଚିହ୍ନଟ ହୋଇଥିବାବେଳେ ନୂଆପଡା ଓ ଝାରସୁଗୁଡାରୁ 3ଜଣ ଲେଖାଏଁ ରହିଛନ୍ତି । ବୌଦ୍ଧ ଓ ନବରଙ୍ଗପୁରରୁ 2 ଜଣ ଲେଖାଏଁ, ସୋନପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।

Read More