Author: Samikhsya Bureau

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ 24 ଘଣ୍ଟାରେ 47 ହଜାର 704 ଜଣ ଆକ୍ରାନ୍ତ ହୋଇଥିବାବେଳେ  654 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । 4 ଲକ୍ଷ 96ହଜାର 988ଟି ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି 9 ଲକ୍ଷ 52 ହଜାର 743 ଜଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ 83 ହଜାର 157କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 33 ହଜାର 425କୁ ବୃଦ୍ଧି ହୋଇଛି ।  ମହାରାଷ୍ଟ୍ରରେ 24 ଘଣ୍ଟାରେ 227 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 883ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ମୃତ୍ୟୁସଂଖ୍ୟା 3 ହଜାର 853କୁ ବୃଦ୍ଧି ହୋଇଥିବାବେଳେ ତାମିଲନାଡୁରେ 3 ହଜାର 571 ଓ ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 2 ହଜାର 348ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ 13,806 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ 2019-20 ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି । ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ 1,65,302 କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ 95,444 କୋଟି ଟଙ୍କା ସଂଗୃହିତ ହୋଇଛି । 2019-20 ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ 2017-18 ଏବଂ 2018-19 ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି । ଏହାଛଡା କେନ୍ଦ୍ର 33,412 କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ମଧ୍ୟ ପ୍ରଦାନ କରିଛି । ନିମ୍ନରେ ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ହିସାବ ଦିଆଯାଇଛି । କ୍ର.ସଂ…

Read More

ରାଜସ୍ଥାନ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖି ରାଜସ୍ଥାନର ସରକାର କରୋନା ସମ୍ବନ୍ଧୀୟ କିଛି ନିୟମକୁ କଡାକଡି କରିଛନ୍ତି ।  ସାର୍ବଜନିକ ସ୍ଥଳରେ ମାସ୍କ ନ ଲଗାଇଲେ 200 ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟସରକାରଙ୍କ ଗୃହ ବିଭାଗ ତରଫରୁ କରୋନାକୁ ନେଇ ସୋମବାର ଦିନ ଅଲଗା ଅଲଗା ଅଧିସୂଚନା ଜାରି କରାଯାଇଛି । ଏହ ଅଧିନିୟମ ଅନୁସାରେ ସମସ୍ତ କାର୍ଯ୍ୟସ୍ଥଳରେ କାର୍ଯ୍ୟ ଅବଧି ସମୟରେ ନିୟମିତ ରୂପେ ସାନିଟାଇଜେସନ୍‌ ହେବ । ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ସାମାଜିକ ଦୂରତ୍ବ ଠିକ୍‌ ଭାବେ ପାଳନ ହେବ । ଯଦି କାର୍ଯ୍ୟସ୍ଥଳଗୁଡିକରେ ଏହି ଦୁଇ ନିୟମ ଉଲ୍ଲଂଘନ ହେବ, ଏଥିପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ ବୋଲି ନିୟମ ପ୍ରଣୟନ କରାଯାଇଛି । ସେହିପରି ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଦ୍ବାରା ମୁହଁ…

Read More

କେଦାର ମିଶ୍ର ଆଗାମୀ ସ୍ଵାଧୀନତା ଦିବସରେ କରୋନା ଭୂତାଣୁଠାରୁ ମୁକ୍ତ ହେବାକୁ ପ୍ରତ୍ଯେକ ଭାରତୀୟ ସଂକଳ୍ପ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗତ ଚାରି ମାସ ଭିତରେ ପ୍ରଧାନମନ୍ତ୍ରୀ କରୋନା ମୁକ୍ତିର ବହୁ ଉପାୟ ଆମକୁ ବତାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିଶେଷ ଭଲ ପାଉଥିବା ଆମର ଜନ ସାଧାରଣ ତାଙ୍କର ସବୁ କଥାକୁ ବିଶ୍ଵାସ କରିଛନ୍ତି ଓ ମାନିଛନ୍ତି। ମାର୍ଚ୍ଚ ତୃତୀୟ ସପ୍ତାହର ଜନତା କର୍ଫ୍ଯୁଠାରୁ ଆରମ୍ଭ କରି ଆଜି ଯାଏଁ ପ୍ରଧାନମନ୍ତ୍ରୀଙ୍କ ସବୁ କଥା ମାନି ଆସିଥିବା ଲୋକେ ତାଙ୍କୁ ପ୍ରଶ୍ନ ପଚାରି ନାହାନ୍ତି। ଗୋଟେ ଗଣତନ୍ତ୍ରରେ ତାହା ହିଁ ବିଡମ୍ବନା। କରୋନା ମୁକାବିଲା ଲାଗି ଯେଉଁ ତ୍ୟାଗ ଓ ବଳିଦାନ ଏ ଦେଶର ସାଧାରଣ ଜନତା କରୁଛି, ତାର ମୂଲ୍ୟ କେବଳ ସ୍ଲୋଗାନ ନୁହେଁ। ମାସ ମାସ ଧରି ଆମେ କେବଳ ସ୍ଲୋଗାନ ଓ ଭାଷଣ ଶୁଣୁଛୁ, ହେଲେ କରୋନା ସଂକ୍ରମଣ ରୋକିବାରେ ଭାରତ ସରକାର ସଫଳ…

Read More

ଭୁବନେଶ୍ବର : ମଧ୍ୟାହ୍ନ ଭୋଜନ ରାସନ ସହ ପିଲାଙ୍କୁ ଦିଆଯିବ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ । ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବେଲଟ୍‌ ବାଣ୍ଟିବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଦେଇଛନ୍ତି ମଧ୍ୟାହ୍ନ ଭୋଜନର ରାଜ୍ୟ ନୋଡାଲ୍‌ ଅଫିସର ଗଙ୍ଗାଧାର ସାହୁ । ପିଲାଙ୍କୁ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଟାବଲେଟ୍‌ ବାଣ୍ଟିବେ ଶିକ୍ଷକ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା 10ଟି ଟାବଲେଟ୍‌ ଦିଆଯିବ । ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ବନ୍ଦ ଥିଲେ ବି ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ 57 ଦିନର ମଧ୍ୟାହ୍ନ ଭୋଜନ ମିଳିବ । ଜୁନ୍ 14ରୁ ଅଗଷ୍ଟ 31 ଯାଏ 57 ଦିନର ମଧ୍ୟାହ୍ନ ଭୋଜନ ଭତ୍ତା ପାଇବେ ଛାତ୍ରଛାତ୍ରୀ। ସ୍କୁଲରେ ଗଚ୍ଛିତ ଥିବା ଚାଉଳ ସେମାନଙ୍କୁ ମିଳିବ। ସେହିପରି ରନ୍ଧା ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ପଠାଯିବ । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ । ଯେଉଁଠି ଚାଉଳ ସରି ଯାଇଥିବ…

Read More

ଛତିଶଗଡ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡରେ ଅଗଷ୍ଟ 6 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି । ଏହି ଅବସରରେ ଅଗଷ୍ଟ ମାସରେ ପଡୁଥିବା ବ୍ରକି ଇଦ୍‌ ଓ ରକ୍ଷା ବନ୍ଧନ ପର୍ବରେ ମଧ୍ୟ କୌଣସି କୋହଳ ଦିଆଯିବ ନାହିଁ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ୍‌ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍‌ ବୈଠକ ପରେ କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି ଯେ, ରାଜ୍ୟରେ ସଂକ୍ରମଣ ମାମଲା ଲଗାତାର ବୃଦ୍ଧି ହେଉଛି । ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ସୁସ୍ଥଙ୍କ ସଂଖ୍ୟା କମ୍‌ ହେଉଛି । ରାଜ୍ୟର କରୋନା ସ୍ଥିତିକୁ ଦେଖି ଜୁଲାଇ 22ରୁ ଜାରି ହୋଇଥିବା ଲକ୍‌ଡାଉନ୍‌ ଆଉ 7 ଦିନ ପାଇଁ ବୃଦ୍ଧି କରାଯାଇଛି । ତେବେ ଜିଲ୍ଲା କଲେକ୍ଟର ନିଜ ନିଜ ଜିଲ୍ଲାର ସ୍ଥିତି ଦେଖି ଲକ୍‌ଡାଉନ୍‌ ସମ୍ପ୍ରସାରଣ ବା କୋହଳ କରିବାର ନିଷ୍ପତ୍ତି…

Read More

ଉତ୍ତରପ୍ରଦେଶ : ଦେଶ କରୋନା ମହାମାରୀ ସହ ଯୁଝୁଥିବାବେଳେ ହସ୍ପିଟାଲଗୁଡିକରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶର ସହାରନାପୁର ଜିଲ୍ଲା ହସ୍ପିଟାଲରୁ ପୁଣି ଏକ ଲଜ୍ଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବୃଦ୍ଧଙ୍କ ମୃତଦେହ ବର୍ଷାରେ ହସ୍ପିଟାଲ ବାହାରେ ପଡି ଘଣ୍ଟା ଘଣ୍ଟା ଧରି ଭିଜୁଥିବାବେଳେ ଉଠାଇବାକୁ କେହି ନଥିଲେ । ଶବ ସହିତ ଜଣେ ବୃଦ୍ଧା ମହିଳା ସମସ୍ତଙ୍କୁ ଅନୁନୟ ହୋଇ ସାହାଯ୍ୟ ଭିକ୍ଷା କରିବା ସତ୍ତ୍ବେ କେହି ତାଙ୍କର ସହାୟତ୍ତା କରିନଥିବାର ଦେଖାଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ଏହି ଭିଡିଓରେ ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା ସଫା ସଫା ଦେଖାଯାଉଛି । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ଏହି ଅସହାୟ ବୃଦ୍ଧା ମହିଳାଙ୍କୁ କେହି ସାହାଯ୍ୟ କରିବାକୁ ଆସିନଥିଲେ । ଘଟଣାଟି ସମ୍ପର୍କରେ ସହାରନପୁର ଜିଲ୍ଲା ହସ୍ପିଟାଲର ସିଏମ୍‌ଏସଙ୍କୁ ପଚାରାଯିବାରୁ ସେ…

Read More

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ୍‌ ତଦନ୍ତ କରି ବୟାନ ରେକର୍ଡ କରୁଛି । ଏହାର ଭିତରେ ସୋମବାର ସୁଶାନ୍ତଙ୍କ ଫୋରେନସିକ୍‌ ଭସେରା ରିପୋର୍ଟ ଆସିଛି । ଯେଉଁଥିରେ ସୁଶାନ୍ତଙ୍କ ଶରୀରରେ କୌଣସି ବିଷକ୍ରିୟା ହୋଇନଥିବାର ଜଣାପଡିଛି । ତେବେ ତାଙ୍କର ନଖର ନମୁନା ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ନଖର ରିପୋର୍ଟ ପରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ କୌଣସି ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା କି ନାହିଁ ତାହା ଜଣାପଡିବ । ସୂଚନାଯୋଗ୍ୟ, ଜୁନ୍‌ 14 ତାରିଖରେ ସୁଶାନ୍ତ ବାନ୍ଦ୍ରାସ୍ଥିତ ନିଜ ବାସଭବନରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପୋଲିସ୍‌ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ତାଙ୍କ ପରିବାର ଲୋକେ ଓ ପ୍ରଶଂସକମାନେ ଏହାକୁ ହତ୍ୟା ବୋଲି ଦାବି କରିଛନ୍ତି । ଅପରପକ୍ଷରେ ସୁଶାନ୍ତଙ୍କ ମାନବିକ ଅବସାଦ ତଥା ଆତ୍ମହତ୍ୟା ପାଇଁ ଉସୁକାଇବା ବା ହତ୍ୟା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାରେ ପ୍ରତ୍ୟେକ ଗାଁକୁ କଂକ୍ରିଟ ରୋଡ଼ କରିବା ସକାଶେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରୁ କିନ୍ତୁ ବାଦ ପଡିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଂଚାୟତର ଟାଙ୍ଗିସାହି ଗାଁ। ଏହି ଗାଁର ହାରାହାରି ୩00 ଲୋକ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓ ତଥା ବିଧାୟକଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଟାଙ୍ଗିସାହି ରାସ୍ତାକୁ ଏପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯାଇ ପାରିଲା ନାହିଁ। ଲୋକେ ନିଜ ଉଦ୍ୟମରେ ଟଂକା ଖର୍ଚ୍ଚ କରି ମାଟି କିଣି ଗାଁ ଦାଣ୍ଡରେ ପକାଇଥିଲେ ମଧ୍ୟ ଝିପି ଝିପି ବର୍ଷାରେ ବି ଆଣ୍ଠୁଏ ପାଣି ଜମା ହୋଇ ରହୁଛି। ଯିବା ଆସିବା କରିବା ପାଇଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ବାଣପୁର ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର, କରୋନା ସମୟରେ  ରୋଗୀକୁ ହସ୍ପିଟାଲ ନେବା ଲାଗି ଆମ୍ବୁଲାନସ ମନା କରିଦେବାରୁ ମୃତ୍ୟୁ। ଏଭଳି ଅମାନବିକତା ଘଟଣା ଘଟିଯାଇଛି ବ୍ରହ୍ମପୁର ସହରରେ। ଆମ୍ବୁଲାନସ ରୋଗୀକୁ ନେବାକୁ ଆସିଲା, କିନ୍ତୁ ନେଲା ନାହିଁ। ପୁଅ ବାପାର ଗୁରୁତର ଅବସ୍ଥାକୁ ଦେଖି ନପାରି ଆମ୍ବୁଲାନସ ଡ଼୍ରାଇଭର ନିକଟରେ କେତେ କାକୁତିମିନତି ହୋଇଥିଲେ ମଧ୍ୟ ନିୟମର ଦ୍ୱାହି ଦେଇ ଆମ୍ବୁଲାନସ ଡ଼୍ରାଇଭର ରୋଗୀକୁ ନନେବାରୁ ଘର ଦ୍ୱାର ମୁହଁରେ ରୋଗୀର ଜୀବନ ଚାଲିଯାଇଥିଲା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସହରର ପ୍ରହ୍ଲାଦ ନଗର ଦ୍ୱିତୀୟ ଗଳିରେ। ପ୍ରଥମେ ପୁଅର ଆମ୍ବୁଲାନସ ଡ଼୍ରାଇଭରଙ୍କ ନିକଟରେ ନେହୁରା ହେଉଥିôବା ଭିଡ଼ିଓ ଭାଇରାଲ୍ ହେବା ହେବା ପରେ ମଧ୍ୟ ପ୍ରଶାସନ କିମ୍ବା କୌଣସି ତଥାକଥିକ ବୁଦ୍ଧିଜୀବୀ କିମ୍ବା ସାମ୍ବାଦିକ ତତ୍ପରତା ଦେଖାଇନଥିଲେ। ଘୁରି ବୁଲିଥିଲା ଉକ୍ତ ହୃଦୟ ବିଦାରକ ଛୁଆଟିର କାନ୍ଦିବାର ଭିଡ଼ିଓ। ଯଦି ସେହି ସମୟରେ କୌଣସି ସାମ୍ବାଦିକ କିମ୍ବା ପ୍ରଶାସନିକ…

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 581 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 160 ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଖୋର୍ଦ୍ଧାରୁ 77, ଗଜପତିରୁ 43, କଟକରୁ 34, ମାଲକାନଗିରିରୁ 32, ବରଗଡ଼ରୁ 25, ଭଦ୍ରକରୁ 23, କେନ୍ଦୁଝରରୁ 19, ଅନୁଗୁଳରୁ 17 ସୁସ୍ଥ, କନ୍ଧମାଳରୁ 17, ଜଗତସିଂହପୁର ଓ ସମ୍ବଲପୁରରୁ 14 ଲେଖାଏଁ ସୁସ୍ଥ ହୋଇଛନ୍ତି। ମୟୂରଭଂଜ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ 12 ଲେଖାଏଁ, ବାଲେଶ୍ବର 10, କେନ୍ଦ୍ରାପଡ଼ା, ପୁରୀ ଓ ଝାରସୁଗୁଡ଼ାରୁ 9 ଲେଖାଏଁ, ଢେଙ୍କାନାଳ 8, ଯାଜପୁର 7, ବଲାଙ୍ଗିର 6, ବୌଦ୍ଧରୁ 5, ଦେବଗଡ଼, ନବରଙ୍ଗପୁରରୁ 3 ଲେଖାଏଁ, କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଓ ମୁମ୍ବାଇରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ICMR)ର 3ଟି ନୂଆ ଲ୍ୟାବ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ସେ ଏହି ଲ୍ୟାବଗୁଡିକର ଉଦଘାଟନ କରିଛନ୍ତି। ଆଗକୁ ଦେଶରେ ଦୈନିକ 10 ଲକ୍ଷ କରୋନା ଟେଷ୍ଟ ହେବ ବୋଲି ମୋଦି ଏହି ଅବସରରେ କହିଛନ୍ତି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସମେତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ରହିଥିଲେ । ଲ୍ୟାବ ଉଦଘାଟନ କରି ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ଯେ ଆଗାମୀ ଦିନରେ ଅନେକ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ଆମକୁ ସତର୍କ ରହିବାକୁ ପଡିବ । ଏହାସହ ଦରିଦ୍ରଙ୍କୁ ରାସନ ଯୋଗାଇବା ମଧ୍ୟ ନିହାତି ଆବଶ୍ୟକ ।

Read More

ଭୁବନେଶ୍ବର, ଓଡ଼ିଶାରେ କୋଭାକ୍ସିନର ମାନବ ପରୀକ୍ଷଣ କରାଯାଇଛି। ଭୁବନେଶ୍ବରର ସମ୍ ହସ୍ପିଟାଲ ସହ ଦେଶର 12ଟି ସ୍ଥାନରେ କୋଭାକ୍ସିନ ପରୀକ୍ଷଣ ହୋଇଛି। ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ପ୍ରସ୍ତୁତ କରାଯାଇଛି। ପରୀକ୍ଷଣ ପାଇଁ ରାଜି ହୋଇଥିବା ସ୍ବେଚ୍ଛାସେବୀଙ୍କଠାରେ ମାନବ ପରୀକ୍ଷା କରାଯାଇଛି। ପରୀକ୍ଷଣର ପ୍ରମୁଖ ପର୍ଯ୍ୟବେକ୍ଷକ ଡାକ୍ତର ଇ. ଭେଙ୍କଟରାଓ ଏହି ସୂଚନା ଦେଇଛନ୍ତି। କରୋନା ପ୍ରତିଷେଧକ ପାଇଁ ଏହି ଟୀକା ପ୍ରସ୍ତୁତ କରାଯାଇଛି।

Read More

କଟକ, କଟକ ସହରରେ ଆଜି ଆଉ 65 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 65 ମଧ୍ୟରେ 59 କ୍ବାରେଣ୍ଟିନ ଓ 6 ଲୋକାଲ କଣ୍ଚାକ୍ଚ କେସ୍ ଅଛନ୍ତି। ଖଟବିନ ସାହିରୁ ଆଜି 28 କରୋାନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ସେକ୍ ବଜାରରୁ 8, ଗଣ୍ଡରପୁରରୁ 4, ନେତାଜୀ ନଗରରୁ 4 ଚିହ୍ନଟ ହୋଇଛନ୍ତି। ଖାନ୍ ନଗରରୁ 2, ଦେୱାନ ବଜାରରୁ 2, ସେଲଟର ଛକରୁ ଜଣେ ଚିହ୍ନଟ ହୋଇଛନ୍ତି।

Read More

ଭୁବନେଶ୍ବର, ଜଣାଶୁଣା ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କ ଦେହାନ୍ତ। ଚିକିତ୍ସାଧୀନ ଅବସ୍ଥାରେ ଏଠାକାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ଦୀପାଙ୍କ ପରଲୋକ ସମ୍ପର୍କରେ ସ୍ବାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନସରରେ ପୀଡ଼ିତ ହୋଇ ଗତ କିଛି ଦିନ ଧରି ଚିକିତ୍ସାଧୀନ ଥିଲେ। ଶତାଧିକ ଆଲବମରେ ଅଭିନୟ କରି ଦୀପା ରାଜ୍ୟରେ ବେଶ ଚର୍ଚ୍ଚାରେ ଥିଲେ। ଗତମାସରେ ପ୍ରଥମେ ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ତାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେ ଅନେକ ଓଡ଼ିଆ ଆଲବମରେ ଅଭିନୟ କରିବା ସହିତ ବିଭିନ୍ନ ଧାରାବାହିକୀରେ ମଧ୍ୟ ଅଭିନୟ କରିଥିଲେ। ସେ ରାଜ୍ୟରେ ଆଲବମ କୁଇନ୍ ଭାବେ ପରିଚିତ ଥିଲେ।

Read More

ମୁମ୍ବାଇ,ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରଧ୍ୟା ବଚ୍ଚନ କରୋନାରୁ ସୁସ୍ଥ ହୋଇଛନ୍ତି । ଉଭୟ କୋରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେପଟେ ବଲିଉଡ ଅଭିନେତା ତଥା ବିଗ୍‌ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ ଏବେ ବି ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ବିଗ୍‌ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷକ ବଚ୍ଚନ କରୋନା ଆକ୍ରାନ୍ତ ହେବା ପରେ ବୋହୁ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ନାତୁଣଈ ଆରଧ୍ୟା ବଚ୍ଚନ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଥିଲେ।

Read More

ଭୁବନେଶ୍ବର, ଆଜି ଅପରାହ୍ନ ପାଞ୍ଚଟା ବେଳେ କିମ୍ବା ସଂଧ୍ୟାରେ ଓଡିଶାର 5ଟି ବ୍ଲକରେ ପ୍ରବଳ ବଜ୍ରପାତ ହେବ ବୋଲି ସୂଚନା ମିଳିଛି। ମୟୁରଭଂଜ ଜିଲ୍ଲାର ହେଉଛି ଏହି ପାଞ୍ଚୋଟି ବ୍ଲକ। ସେଗୁଡିକର ନାମ ହେଲା କୁସୁମି,ଜାମଡା,ସୁକ୍ରୁଲି,ଯଶିପୁର ଏବଂ ରାରୁନ ବ୍ଲକ। ଏହି ବ୍ଲକଗୁଡିକରେ ବଜ୍ରପାତ ହେବ ବୋଲି ଆର୍ଥ ନେଟର୍ୱେକ ଚିତ୍ରରୁ ସୂଚନା ମିଳିଛି। ସେଥିପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ସବୁ ବ୍ଲକର ଅଧିକାରୀଙ୍କୁ ଅବଗତ କରାଇଛନ୍ତି।

Read More

ଭୁବନେଶ୍ବର, ଭୁବନେଶ୍ବର ସହରରେ ଆଜି ଆଉ 159 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଚିନରୁ 118 ଏବଂ 41 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 44 ଜଣ, ଆଇଗଣିଆ ଆଳୁଗଦିରୁ ପୁଣି 20, ୟୁନିଟ-3 ଖାରବେଳ ନଗରରୁ 13, ସହିଦନଗରରୁ 5 ଏବଂ ସାଲିଆସାହିରୁ 7 ଲୋକାଲ କଣ୍ଟାକ୍ଟ କେସ୍, ସଂଗରୋଧରୁ 5 ଜଣ ଚିହ୍ନଟ ହୋଇଛନ୍ତି। ସହିଦନଗରରୁ 5, ପଳାଶୁଣି ପ୍ରାଚୀ ବିହାରରୁ 4, ଗଙ୍ଗନଗରରୁ 3, ଶୈଳଶ୍ରୀବିହାରରୁ 3, ବାଜପେୟୀ ନଗରରୁ 3 ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ଆଜି 102 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Read More

ଜୟପୁର, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁ କଥା ଜଣାଇବା କଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ପ୍ରକାଶ କରିବାର କିଛି ଘଣ୍ଟା ପରେ ରାଜ୍ୟ ରାଜନୀତି ଆଉ ଏକ ମୋଡ ନେଇଛି। ରାଜସ୍ଥାନ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳ କାଲରାଜ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଅଧିବେଶନ ନ ଡାକିବା ନେଇ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ସେ କହିଛନ୍ତି। ଅଧିବେଶନ ଡାକିବା ନେଇ ରାଜଭବନ ପକ୍ଷରୁ ରାଜ୍ୟ ସରକାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାନସଭା ଅଧିବେଶନ ପାଇଁ ରାଜ୍ୟପାଳ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଯଦି ରାଜ୍ୟ ସରକାର 21 ଦିନିଆ ନୋଟିସ ପାଇଁ ରାଜି ହୁଅନ୍ତି ତେବେ ଅଧିବେଶନ ଡକାଯାଇ ପାରିବ। ଗେହଲଟ ସରକାରଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଇବାର ପ୍ରସ୍ତାବକୁ ମାନି ନେଇଛନ୍ତି ରାଜ୍ୟପାଳ । ପୂର୍ବରୁ ସରକାରଙ୍କୁ ପକ୍ଷରୁ ପଠାଯାଇଥିବା ପ୍ରସ୍ତବକୁ ଫେରାଇ ଦେଇଥିଲେ ରାଜ୍ୟପାଳ । ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ…

Read More

ଜୟପୁର, ଶେଷରେ ରାଜସ୍ଥାନ ବିବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ପହଞ୍ଚିଛି। ରାଜ୍ୟପାଳ କାଲରାଜ ମିଶ୍ରଙ୍କ ଆଚରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ଗତକାଲି କଥା ହୋଇଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କହିଛନ୍ତି। ଫେୟାରମୋଣ୍ଟ ହୋଟେଲ ଛାଡିବା ପୂର୍ବରୁ ଗେହଲଟ କହିଛନ୍ତି, ସାତ ଦିନ ତଳେ ସେ ରାଜ୍ୟପାଳଙ୍କୁ ଯେଉଁ ଚିଠି ଦେଇଥିଲେ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି। ପୂର୍ବରୁ ସୋମବାର ସକାଳେ କଂଗ୍ରେସ ବିଧାୟକମାନେ ହୋଟେଲ ପରିସରରେ “ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅ” କାର୍ଯ୍ୟକ୍ରମ କରି ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ, ଯେଉଁଥିରେ ଗେହଲଟ ଏବଂ ଅନ୍ୟ ଦଳୀୟ ନେତାମାନେ ଭାଗ ନେଇଥିଲେ। ରାଜ୍ୟରେ ରାଜନୈତିକ ସଂକଟ ସୃଷ୍ଟି ହେବା ପରେ କଂଗ୍ରେସ ବିଧାୟକମାନେ ପାଖାପାଖି ଦୁଇ ସପ୍ତାହ ହେଲା ଏହି ହୋଟେଲରେ ଅବସ୍ଥାନ କରି ଆସୁଛନ୍ତି।

Read More

ଭୁବନେଶ୍ବର : ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୋଲିସ୍‌ ହାତରେ ତିନି ଲୁଟେରା ଧରାପଡିଛନ୍ତି । ଲୁଟେରା ଗ୍ୟାଙ୍ଗକୁ କମିଶନରେଟ ପୋଲିସ୍‌ ଧରିଛି । ଗିରଫ ତିନି ଲୁଟେରା ହେଉଛନ୍ତି ଜଗତସିଂହପୁର ନାଉଗାଁ ଥାନା କୋରୁଆ ଗ୍ରାମର ବୋଲି ସୂଚନା ରହିଛି । ଏହି ଲୁଟେରାଙ୍କଠାରୁ ସୁନା ଅଳଙ୍କାର, ମୋବାଇଲ୍‌ ଫୋନ୍‌, ଗୋଟିଏ ଦେଶୀ ପିସ୍ତଲ ଜବତ ହୋଇଛି । ଏହି ଲୁଟେରାମାନେ ଭୁବନେଶ୍ବରରୁ ଭିଙ୍ଗାରପୁରକୁ ଫେରୁଥିବା ଦମ୍ପତିଙ୍କୁ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିଲେ। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରରେ ଏବେ ଲୁଟେରା ମାନେ ମାତିଛନ୍ତି । ଗତକାଲି ଭିଜିଲାନ୍ସ ବିଭାଗ ମହିଳା ଡିଏସ୍‌ପିଙ୍କ ବେକରୁ ସୁନା ଚେନ୍‌ ସହ କାନଫୁଲ ଲୁଟି ନେଇଥିବାବେଳେ ଆଜି ଆଇଆରସି ଭିଲେଜରେ ଏନ୍‌ 4 କ୍ବାର୍ଟରରେ ପଶି ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ କରିବା ସହ ଚେନ୍‌ ଲୁଟି ନେଇଛନ୍ତି । ଲଗାତାର ଦୁଇ ଦିନ ଲୁଟ ପରେ ଲୁଟେରାଙ୍କ ଫିଙ୍ଗର ପ୍ରିଣ୍ଟ…

Read More