ଭୁବନେଶ୍ବର : ରାଜ୍ୟରେ ଆଜି 1602 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 993ଜଣ ଚିହ୍ନଟ ହୋଇଥିବାବେଳେ 609ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 33ହଜାର 479କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 12 ହଜାର 737ଜଣ । ସେହିପରି ସୁସ୍ଥ ହୋଇଛନ୍ତି 20 ହଜାର 517ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 177ଜଣ । ସେହିପରି 37 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
Author: Samikhsya Bureau
ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ 57 ହଜାର 117 ଜଣ ଆକ୍ରାନ୍ତ ରହିଥିବାବେଳେ 764 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 36 ହଜାର 511କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 16 ଲକ୍ଷ 95 ହଜାର 988କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ଆକ୍ଟିଭ୍ କେସ୍ ହେଉଛନ୍ତି 5 ଲକ୍ଷ 65 ହଜାର 103 । ସେହିପରି ସୁସ୍ଥ ହୋଇଛନ୍ତି 10 ଲକ୍ଷ 94 ହଜାର 374 ଜଣ । ମହାରାଷ୍ଟ୍ରରେ ସର୍ବାଧିକ 14 ହଜାର 995 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀରେ 3 ହଜାର 965, ତାମିଲନାଡୁରେ ମୃତ୍ୟୁ ହୋଇଛି 3 ହଜାର 9ଶହ 35 । ସେହିପରି ଗୁଜୁରାଟରେ ମୃତ୍ୟୁବରଣ କରିଛନ୍ତି 2 ହଜାର 440 ଜଣ ।
ଝାଡଖଣ୍ଡ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଆବାସରେ ପହଞ୍ଚିଲା କରୋନା । ପତ୍ନୀ କଳ୍ପନା ସୋରେନ୍ଙ୍କ ଡ୍ରାଇଭର କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ସିଏମ୍ଓର ଏକ ଘରୋଇ ସଚିବ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନା ଲକ୍ଷଣ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପତ୍ନୀ କଳ୍ପନା ସୋରେନ୍ ତାଙ୍କ ଡ୍ରାଇଭର୍ କରୋନା ଟେଷ୍ଟ କରାଇଥିଲେ । ପଜିଟିଭ୍ ଆସିଲା । ଏତଦ୍ବ୍ୟତୀତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଆପ୍ତ ସଚିବ କମଲେଶ କୁମାର ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ସମ୍ପୃକ୍ତ ସଚିବଙ୍କ ଟ୍ରାଭେଲ୍ ହିଷ୍ଟ୍ରି ରହିଥିବାବେଳେ ସେ ପାଟନାରୁ ଫେରି ହୋମ୍ କ୍ବାରେଣ୍ଟାଇନ୍ରେ ଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 314ରେ ପହଞ୍ଚିବାବେଳେ 106ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)
ପୁରୀ : ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଟି ସିଲ୍ କରାଯାଇଛି । ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ ନିଆଯାଇଛି । ଓଟି ସିଲ୍ ହେବାରୁ ବାହାରେ ବସିଛନ୍ତି ରୋଗୀ, ସମ୍ପର୍କୀୟ ଚିନ୍ତାରେ ରହିଛନ୍ତି । ଓଟି ସିଲ୍ର 24 ଘଣ୍ଟା ପରେ ବି ସାନିଟାଇଜ୍ ହୋଇ ନଥିବା ଅଭିଯୋଗ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ପୁରୀ ଜିଲ୍ଲାରୁ ସର୍ବମୋଟ 753 ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ 377 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ଜିଲ୍ଲାରେ 371ଜଣ ସକ୍ରିୟ ରହିଛନ୍ତି ।
ଭୁବନେଶ୍ବର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଂଜନ ପାଣିଗ୍ରାହୀ ଆସନ୍ତା 4 ତାରିଖରେ କେନ୍ଦ୍ରକୁ ଫେରି ଯିବେ। ସେ ପାଞ୍ଚ ବର୍ଷ ପାଇଁ ଓଡିଶାକୁ ଡେପୁଟେସନରେ ଆସି ସଂସ୍କୃତି ବିଭାଗ ଦାୟିତ୍ବରେ ଅଛନ୍ତି। ଓଡିଶାରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇ ଯାଉଥିବାରୁ ରାଜ୍ୟ ସରକାର ତାଙ୍କର ମୂଳ କ୍ଷେତ୍ରରୁ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଯିବା ପରେ ଏହି ବିଭାଗର ଅତିରିକ୍ତ ଦାୟତ୍ବ ବିଶାଳ ଦେବଙ୍କୁ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଶାଳ ଦେବ ବର୍ତ୍ତମାନ ପର୍ଯ୍ୟଟନ ବିଭାଗ ସହିତ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସଚିବ ଅଛନ୍ତି। ଆସନ୍ତା 4 ତାରିଖରେ ବିଶାଳ ଦେବ ସଂସ୍କୃତି ବିଭାଗ ସଚିବ ଭାବେ ଦାୟିତ୍ବ ନେବେ ବୋଲି ଜଣାପଡିଛି।
କେନ୍ଦ୍ରାପଡା : ପୋଲିସ୍ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 8 ଗିରଫ ହୋଇଛନ୍ତି। ଏକ ଘରୋଇ ନର୍ସିଂହୋମ୍ର 2 ଡାକ୍ତର ସମେତ 8 ଅଭିଯୁକ୍ତ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ଟାଉନ୍ ଥାନା ପୋଲିସ୍ । ଜଣେ ରୋଗୀଙ୍କ ଚିକିତ୍ସା ଅବେହଳା ଅଭିଯୋଗ କରି ପାଟିତୁଣ୍ଡ ହୋଇଥିଲା । ପ୍ରଥମେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଡାକ୍ତର ଓ ନର୍ସିଂହୋମ୍ର କିଛି ଷ୍ଟାଫ୍ । ପରେ ତଦନ୍ତ ପାଇଁ ଆସିଥିବା ପୋଲିସ୍ ବି ଆକ୍ରମଣର ଶିକାର ହୋଇଥିଲା ।
ଭୁବନେଶ୍ବର, ଜେଲ ଭିତରେ କଏଦୀମାନେ ମୋବାଇଲରେ କଥାବାର୍ତ୍ତା ହେଉଥିବାର ବାରମ୍ବାର ଖବର ଆସିବା ପରେ ଜେଲ ବିଭାଗ କଡା ନିୟମ ଲାଗୁ କରିଛି। ତାହା ହେଲା ଏଣିକି ଯେଉଁ ଜେଲ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି ସେମାନେ ନିଜ ମୋବାଇଲ ଫାଟକରେ ଦାଖଲ କରିବେ। ଘରୁ କାର୍ଯ୍ୟକୁ ଆସିବା ପରେ ସେମାନେ ମୋବାଇଲ ଦାଖଲ କରିବା ପରେ ଜେଲ ଭିତରକୁ ଯିବେ। ଏଥିରେ ଯେଉଁମାନେ ଖିଲାଫ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରାଯାଇଛି। ନିକଟରେ ଝାରପଡା ଜେଲର କେତେକ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ କେତେକ ହାର୍ଡକୋର କ୍ରିମନାଲ ଜେଲ ଭିତରେ ରହି ଫୋନରେ କଥା ହେଉଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ଜେଲ ବିଭାଗ ସଜାଗ ହୋଇପଡିଛି।
ପଞ୍ଜାବ : ପଞ୍ଜାବରେ ବିଷାକ୍ତ ମଦ ପିଇବା ଘଟଣାରେ ମୃତ୍ୟୁସଂଖ୍ୟା 38କୁ ବୃଦ୍ଧି ହୋଇଛି । ସମସ୍ତ ମୃତକ ତରନତାରନ୍, ଅମୃତସର ବଟାଲୀ ଏବଂ ଗୁରୁଦାସପୁର ଜିଲ୍ଲାର ବୋଲି ଜଣାପଡିଛି । ପଞ୍ଜାବର ତରନତାରନ୍ ଜିଲ୍ଲାରେ ସର୍ବାଧିକ 19 ଜଣଙ୍କ ପ୍ରାଣହାନି ହୋଇଛି । ମଦ ମୃତ୍ୟୁ ପରେ ଉକ୍ତ ତିନି ଜିଲ୍ଲାର 40ଟି ସ୍ଥାନରେ ପଞ୍ଜାବ ପୋଲିସ୍ ରେଡ୍ କରିଛି । ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ତନାଘନା ଚାଲିଛି । ରାଜ୍ୟ ପୁଲିସ ମହାନିର୍ଦେଶକ ଦିନାକର ଗୁପ୍ତାଙ୍କ କହିବା ଅନୁଯାୟୀ ଜୁନ୍ 29ରେ ଅମୃତସର ଜିଲାର ମୁଛଲ ଓ ତାଙ୍ଗ୍ରା ଗ୍ରାମରେ 5ଜଣଙ୍କର ମଦମୃତ୍ୟୁ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଜୁଲାଇ 30ରାତିରେ ଆଉ 6 ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ବାତଲାରେ 8ଜଣଙ୍କର ମୃତ୍ୟୁ ସମ୍ପର୍କରେ ରିପୋର୍ଟ ମିଳିଥିଲା। (ଏଜେନ୍ସି)
ଭୁବନେଶ୍ବର, ଆସନ୍ତା ଚାରି ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ଏହାର ପ୍ରଭାବରେ ଆସନ୍ତା 3 ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଏହା ଦ୍ବାରା ରାଜ୍ୟର ଅନେକ ନଦୀ ଫୁଲି ଉଠିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଶ୍ରାବଣ ମାସରେ ଓଡିଶାରେ ପ୍ରବଳ ବର୍ଷା ହେବା କଥା। ହେଲେ କୃଷି ବିଭାଗ ଅନୁସାରେ ଓଡିଶାରେ ବର୍ତ୍ତମାନ ଯେତିକି ବର୍ଷା ହେବା କଥା ତାହା ହୋଇ ନାହିଁ। ଏପରି ପରିସ୍ଥିତିରେ ଏହି ଲଘୁଚାପ ଚାଷିଙ୍କୁ ସୁହାଇବ କି ନାହିଁ ତାହା କହି ହେଉ ନାହିଁ। ଯଦି ଧାରାବାହିକ ଭାବେ ବର୍ଷା ଲାଗିରହେ ତେବେ ଏହି ଚାଷିଙ୍କୁ ନିଶ୍ଚିତ କ୍ଷତିଗସ୍ତ କରିଦେବ।
ଭୁବନେଶ୍ବର, ଦୈନନ୍ଦିନ ଜୀବନରେ ଉପୁଜୁଥିବା ଗୁରୁତର ସମସ୍ୟା ସମାଧାନ ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନ ଛାତ୍ରଛାତ୍ରୀଙ୍କୁ ମଞ୍ଚ ପ୍ରଦାନ କରିଥାଏ । ଏହା ଉତ୍ପାଦ ନବାଚାର ସଂସ୍କୃତିକୁ ପ୍ରୋତ୍ସାହିତ କରିଥାଏ ଓ ସମସ୍ୟା ସମାଧାନର ମାନସିକତା ବିକଶିତ କରିଥାଏ । ଯୁବବର୍ଗଙ୍କୁ କିଛି ନିଆରା ଭାବିବାକୁ ପ୍ରୋତ୍ସାହିତ କରିବାରେ ଏହି ଉପକ୍ରମ ସଫଳ ହୋଇଛି । ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ସଂସ୍କରଣ (୨୦୧୭)ରେ ୪୨ ହଜାର ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ବଢି ୧ ଲକ୍ଷ ଓ ୨୦୧୯ରେ ୨ ଲକ୍ଷରେ ପହଁଚିଥିଲା । ୨୦୨୦ ସ୍ମାର୍ଟ ଇଣ୍ଡିଆ ହାକାଥନର ପ୍ରଥମ ରାଉଣ୍ଡରେ ୪.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଆଧୁନିକ ପ୍ଲାଟଫର୍ମରେ ଅଂଶଗ୍ରହଣକାରୀମାନଙ୍କୁ ଏକାଠି ଯୋଡି ଚଳିତ ବର୍ଷର ଗ୍ରାଣ୍ଡ ଫିନାଲେ (ସଫ୍ଟୱେର ସଂସ୍କରଣ) ଅନଲାଇନରେ ଆୟୋଜିତ ହେଉଛି । ୩୭ କେନ୍ଦ୍ର ସରକାରୀ ବିଭାଗ, ୧୭…
କେଦାର ମିଶ୍ର ଭାରତ ସରକାରଙ୍କର ଅପରାଧ ରେକର୍ଡ ବ୍ଯୁରୋ ର ତଥ୍ୟ ଅନୁଯାୟୀ ଗତ ପାଞ୍ଚ ବର୍ଷରେ (୨୦୧୪-୨୦୧୮) ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୩୦ ହଜାର ଲୋକ ଆତ୍ମହତ୍ୟା କରନ୍ତି। ୨୦୧୮ ମସିହାରେ ୧,୩୪,୫୧୬ ଭାରତୀୟ ଆତ୍ମହତ୍ୟା କରିଥିବାର ରେକର୍ଡ ରହିଛି। ତେବେ ରେକର୍ଡ ହେଉଥିବା ଆତ୍ମହତ୍ୟା ତୁଳନାରେ ଅଣରେକର୍ଡଭୁକ୍ତ ଆତ୍ମହତ୍ୟା ସଂଖ୍ୟା କିଛି କମ ନୁହେଁ। ଲକ୍ଷାଧିକ ଲୋକ ଆତ୍ମହତ୍ୟା କରୁଥିବା ଗୋଟେ ଦେଶରେ ଗୋଟିଏ ଆତ୍ମହତ୍ୟାକୁ ନେଇ ଭାରତର ଗଣମାଧ୍ୟମ, କିଛି ରାଜନୈତିକ ନେତା ଓ ସିନେମା ତାରକା ଉନ୍ମାଦ ଭଳି ବ୍ୟବହାର କରିବାର କାରଣ କଣ? ଗତ ଦେଢ ମାସ ହେଲା ଭାରତର ଟେଲିଭିଜନ ଚ୍ୟାନେଲଗୁଡିକରେ ଲୋକପ୍ରିୟ ସିନେମା ତାରକା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ନେଇ ପ୍ରତିଦିନ କିଛି କିଛି ନୂଆ କାହାଣୀ ଗଢା ଯାଉଛି। କେବଳ ଟେଲିଭିଜନ ଚ୍ଯାନେଲ ନୁହଁ, ଏହାକୁ ନେଇ କେତେକ ନିର୍ଦ୍ଦିଷ୍ଟ ରାଜନେତା ଓ ସିନେମା ତାରକା…
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରଘୁନାଥପୁର ବ୍ଲକରୁ ୩ଜଣ, ବିରିଡ଼ି ବ୍ଲକରୁ ୩ଜଣ ଓ କୁଜଙ୍ଗ,ନାଉଗାଁ, ତିର୍ତ୍ତୋଲ, ଏରସମା ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ସମୁଦାୟ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୭୩ ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ବର୍ତ୍ତମାନ ଜିଲ୍ଲାରେ ୧୩୨ ଜଣ ଆକ୍ରାନ୍ତ ଆକ୍ଟିଭ୍ ଅଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଶନିବାର ଓ ରବିବାର ସଟ୍ଡାଉନ୍ କଟକଣା ଉଠିଲା । ଆସନ୍ତାକାଲିଠାରୁ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବ ନାହିଁ । ତେବେ ପୂର୍ବ ନିୟମ ମୁତାବକ ସକାଳ ୭ଟାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ତେବେ ଗତକାଲିଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଆସନ୍ତା କାଲିଠାରୁ ରାତ୍ରି ୯ ଟାରୁ ସକାଳ ପାଞ୍ଚଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ ।
ମୁମ୍ବାଇ, ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଉ।ଏହା କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ତଥା ଦେଶରେ ଜିଓ ପ୍ଲାଟଫର୍ମ ମାଧ୍ୟରେ ବିଫ୍ଲବ ଆଣିଥିବା ମୁକେଶ ଅମ୍ବାନି। ପ୍ରଥମ ମୋବାଇଲ୍ କଲ୍ର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ସେ କହିଛନ୍ତି ଯେ ସାରା ବିଶ୍ୱ ଯେତେବେଳେ ୫ଜି ଟେଲିଫୋନ ଆଡ଼କୁ ମୁହାଁଉଛି ସେହି ସମୟରେ ୨ଜି ଯୁଗର ଫିଚର ଫୋନ୍କୁ ବନ୍ଦ କରିବାର ଆବଶ୍ୟକତା ରହିଛି। ଭାରତରେ ପ୍ରାୟ ୩୦ କୋଟି ଗ୍ରାହକ ବର୍ତ୍ତମାନ ସୁଦ୍ଧା ଫିଚର ଫୋନ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ମୌଳିକ ଇଟଂରନେଟ୍ ସେବା ପାଇବାରୁ ବଂଚିତ ହେଉଛନ୍ତି । ୨ଜି କୁ ଇତିହାସ ପୃଷ୍ଠାରେ ସ୍ଥାନିତ କରି ଆଗକୁ ବଢିବା ଲାଗି ଜରୁରୀକାଳୀନ ଭିତିରେ ନୀତିଗତ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ଅମ୍ବାନି କହିଛନ୍ତି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଂପ୍ରତି କରୋନା ମହାମାରୀ ଲାଗି ରାଜ୍ୟରେ ସୃଷ୍ଟି ହୋଇଥିବା ରକ୍ତ ଅଭାବ ଦୂର କରବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଚାକୃତ ରକ୍ତଦାନ ସକାଶେ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ସରକାରୀ ରକ୍ତଭଣ୍ଡାରରେ ଗଚ୍ଛିତ ରକ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ଓଡ଼ିଶା ମୋ ପରିବାର ତରଫରୁ ଏମ୍କେସିଜି ମେଡ଼ିକାଲ୍ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ ରକ୍ତର ଅଭାବ ଦୂର ହେବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ। କୋଭିଡ଼ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ପ୍ରତ୍ୟକ୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ରକ୍ତଦାନ ଶିବିରକୁ ପ୍ରତ୍ୟେକ ଦିନ ଉତ୍ସାହୀ ଯୁବକମାନେ ଆସି ରକ୍ତଦାନ କରିବାକୁ ବିଧାୟକ ବିକ୍ରମ ପଣ୍ଡା ନିବେଦନ କରିଛନ୍ତି। ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଏକ ବଡ଼ଧରଣର ଅବକାରୀ ଚଢ଼ାଉ ହୋଇ ବିପୁଳ ପରିମାଣରେ ଦେଶୀ ମଦ ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ କମ୍ଭଝରୀ ଗ୍ରାମରେ ବ୍ୟାପକ ଦେଶୀ ମଦ କାରବାର ହେଉଥିବା ନେଇ ଅବକାରୀ ବିଭାଗ ଏବଂ ତହସିଲ୍ଦାର ଖବର ପାଇଥିଲେ। ଉଭୟ ବିଭାଗର ବହୁ କର୍ମଚାରୀଙ୍କ ସହ ଅତିର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ପ୍ରାୟ ୫୦୦୦ ଲିଟର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ଜଣେ ଯୁବକଙ୍କୁ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦ୍ଧାର କରି ମେଡ଼ିକାଲ୍ ନେବାରେ ସହାୟତା କରିଥିଲେ। ଆଜି ଜଣେ ଯୁବକ ବ୍ରହ୍ମପୁର ଆଡ଼ୁ ଆନ୍ଧ୍ରା ପଟକୁ ଯାଉଥିବାବେଳେ କନିଷି ଛକ ନିକଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ। ସେ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାବେଳେ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିଲେ। ସେ ଆହତ ଯୁବକଙ୍କୁ ଦେଖିବା କ୍ଷଣି ଗାଡ଼ିରୁ ଓହ୍ଲାଇ ତୁରନ୍ତ ମେଡ଼ିକାଲ୍ ପଠାଇବା ବ୍ୟବସ୍ଥା କରିଥିଲେ। ଆହତ ଯୁବକର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ।
ରମେଶ ମହାନ୍ତି ଜଗତସିଂହପୁର: ଆଜି ପାରାଦ୍ବୀପର ଟ୍ରେଡ୍ ସେଣ୍ଟର ଠାରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କୋଭିଡ୍ କେୟାର ସେଣ୍ଟରରେ ଲକ୍ଷଣ ବିହୀନ, ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ୍ ରୋଗୀ ଚିକିତ୍ସିତ ହେବେ। ସ୍ୱଳ୍ପ ସମୟ ମଧ୍ୟରେ ପାରାଦ୍ୱୀପ ପୋର୍ଟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟର ପାଇଁ ଜିଲ୍ଲାପାଳ ପୋର୍ଟ ଅଧ୍ୟକ୍ଷ ରିଙ୍କେଶ ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜଗତସିଂହପୁର ଜିଲ୍ଲାରେ ଲକ୍ଷଣ ବିହୀନ ଓ ସ୍ୱଳ୍ପ ଲକ୍ଷଣ ଥିବା କୋଭିଡ୍ ରୋଗୀଙ୍କ ପାଇଁ ପାରାଦ୍ବୀପ ଟ୍ରେଡ୍ ସେଣ୍ଟରରେ ୨୦୦ ଶଯ୍ୟା, ଜଗତସିଂହପୁର ସରଳାଦେବୀ କଲ୍ୟାଣମଣ୍ଡପରେ ୩୦ ଶଯ୍ୟା, ଆଶ୍ରା ବିଲ୍ଡିଙ୍ଗରେ ୮୦ ଶଯ୍ୟା, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଠାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ…
ମୁମ୍ବାଇ : ବିଜେପି ନେତା ଦେବେନ୍ଦ୍ର ଫଡ୍ନଭୀସ୍ ମହାବିକାଶ ଅଘାଡି ମେଣ୍ଟ ସରକାରକୁ ଟାର୍ଗେଟ କରିଛନ୍ତି । ଫଡ୍ନଭୀସ କହିଛନ୍ତି ଯେ, ଶିବସେନା, କଂଗ୍ରେସ, ଏନ୍ସିପିର ମେଣ୍ଟ ସରକାର ଅର୍ଥାତ୍ ‘ମହା ବିକାଶ ଅଘାଡି‘ ଏକ ପରିବାର ନୁହେଁ ବରଂ ଏହା ହେଉଛି ତିନି ଦଳର ‘ଲିଭ-ଇନ୍-ରିଲେସନ୍ସିପ୍’ । ଏହି ମେଣ୍ଟ ସରକାରର ସଞ୍ଚାଳନ କାହା ହାତରେ ରହିଛି ତାହା ବୁଝିବା ଭାରି କଷ୍ଟ । କାରଣ ସତ୍ତାଧାରୀ ସରକାର ମଧ୍ୟରେ ଅତ୍ୟଧିକ ମନମୋଟାବ୍ ରହିଛି । ସେହିପରି ମେଣ୍ଟ ସରକାର ଭାଙ୍ଗିବା ନେଇ ଫଡ୍ନଭୀସ୍ କହିଛନ୍ତି ଯେ, ଆମେ ରାଜ୍ୟରେ ସରକାର ଭାଙ୍ଗିବାକୁ ଚାହୁଁନୁ । ଏମିତି କରିବାରେ ଆମର କୌଣସି ଇଚ୍ଛା ନାହିଁ । ଫଡ୍ନଭୀସ କହିଛନ୍ତି ଯେ, ବୈଚାରିକ ରୂପରେ ତିନି ଭିନ୍ନ ଦଳର ସରକାର କେବେ ଅଧିକ ସମୟ ଚାଲି ପାରିବ ନାହିଁ । ତେବେ ମେଣ୍ଟ ସରକାରରେ କଳହ ରହିଥିବାର ଖବରକୁ ଖାରଜ କରି…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୨୦, ୫୧୭ କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କର ବିଶେଷ ଭୂମିକା ରହିଛି। ଆଜି ଗଞ୍ଜାମରୁ ସର୍ବାଧିକ ୨୧୨, କଟକରୁ ୧୧୬, ଖୁର୍ଦ୍ଧାରୁ ୮୧, କେନ୍ଦୁଝରରୁ ୬୮, କୋରାପୁଟରୁ ୪୧, ରାୟଗଡାରୁ ୩୧,ଗଜପତିରୁ ୩୭, ସୁନ୍ଦରଗଡରୁ ୨୪, ଯାଜପୁରରୁ ୨୧, କଳାହାଣ୍ଡିରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ବଲପୁରରୁ ୧୧, ଭଦ୍ରଖ, କେନ୍ଦ୍ରାପଡା ଓ ପୁରୀରୁ ୧୦, ବରଗଡରୁ ୬, ବଲାଙ୍ଗୀରରୁ ୫, ବାଲେଶ୍ବରରୁ ୪, ବୌଦ୍ଧ, ଝାରସୁଗୁଡା ଓ ଜଗତସିଂପୁରରୁ ୩, ଅନୁଗୁଳ, ନୟାଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୧ ଜଣ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି। ଏବେ ରାଜ୍ୟରେ ୧୧,୧୪୫ ସକ୍ରିୟ କରୋନା ରୋଗୀ ଅଛନ୍ତି।
ନୋଏଡା: ନୋଏଡାଠାରେ ଏକ ନିର୍ମାଣାଧୀନ କୋଠା ଭୁଷୁଡି ପଡିଛି। ଏହି କୋଠା ତଳେ ବହୁ ଲୋକ ଦବି ରହିଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍ ଓ ପ୍ରଶାସନର ଟିମ୍ ଉପସ୍ଥିତ କରି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ନୋଏଡର ସେକ୍ଟର 11 ସ୍ଥିତ ଏଫ୍ -62ରେ ଏକ ବଡ କୋଠାର ଭୁଷୁଡି ପଡିଛି। ଏହି କୋଠାଟି ନିର୍ମାଣଧୀନ ଥିଲା ବୋଲି ସୂଚନା ରହିଛି। ଏହି କୋଠା ତଳେ 10ରୁ ଅଧିକ ଲୋକେ ଦବି ରହିଥିବାର ଆଶଙ୍କା ରହିଛି। ପୂର୍ବରୁ ମଧ୍ୟ ମୁମ୍ବାଇର ଭାନୁଶାଳୀ କୋଠା ଭୁଷୁଡି ପଡିବାରୁ 10 ଜଣଙ୍କର ମୃତ୍ୟୁ ହୋଇଥିଲା। (ଏଜେନ୍ସି)

