ତାମିଲନାଡୁ : ପକ୍ଷୀରାଜନ୍ଙ୍କ କାହାଣୀ କାହାକୁ ଅଜଣା ନାହିଁ । ଯିଏ ପକ୍ଷୀମାନଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାମିଲନାଡୁର ଏକ ଗ୍ରାମରେ ଏବେ ପକ୍ଷୀପ୍ରେମକୁ ନେଇ ବହୁତ ଚର୍ଚ୍ଚା ହୋଇଛି । ପକ୍ଷୀଙ୍କୁ ବଞ୍ଚାଇବାକୁ ଯାଇ ଏହି ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି । ପକ୍ଷୀଙ୍କ ପ୍ରତି ଗ୍ରାମବାସୀଙ୍କ ଅହେତୁକ ଭଲପାଇବା ଓ ଶ୍ରଦ୍ଧାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ପକ୍ଷୀ ପ୍ରେମର ନିଆରା ନିଦର୍ଶନ ସୃଷ୍ଟି କରିଛନ୍ତି ତାମିଲନାଡୁର ଶିବଗଙ୍ଗା ଜିଲ୍ଲାର ପୋଥାଗାଡି ଗ୍ରାମବାସୀ । ଏହି ଜିଲ୍ଲାର ପୋଥାଗଡୀ ଗ୍ରାମବାସୀଙ୍କ ଅଦ୍ଭୁତ ପକ୍ଷୀ ପ୍ରେମ ଦେଖିବାକୁ ମିଳିଛି । ଏଠାରେ ଏକ ପକ୍ଷୀର ବସାକୁ ବଞ୍ଚାଇବା ପାଇଁ ଗ୍ରାମବାସୀମାନେ 35 ଦିନ ଧରି ଅନ୍ଧାରରେ ରହିଛନ୍ତି । ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏହି ଅଞ୍ଚଳର ଷ୍ଟ୍ରିଟ୍ ଲାଇଟ୍ ସଂଚାଳକ କରୁପା ରାଜା ଏକ ପକ୍ଷୀକୁ ମୁଖ୍ୟ…
Author: Samikhsya Bureau
ଭୁବନେଶ୍ବର : ରାଜଧାନୀର ବସ୍ତି ଅଞ୍ଚଳରେ କରୋନା ମାମଲା ବଢିବା ପରେ ବିଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଇଛି । ଗତକାଲି ଭୁବନେଶ୍ବରର ବିଜେବି ନଗର, ହରିନଗର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣଶ କରାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି । ବଡଗଡ କେନାଲ୍ ଠାରୁ ଗାୟତ୍ରୀ ମନ୍ଦିର, ଗାୟତ୍ରୀ ମନ୍ଦିରଠାରୁ ସ୍କଲାର ବଏଜ୍ ହଷ୍ଟେଲ୍ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା ହୋଇଛି । ସେହିପରି ସ୍କଲାର ବଏଜ୍ ହଷ୍ଟେଲ୍ଠାରୁ ହରିନଗର ବସ୍ତି ପ୍ରବେଶ ପଥ, ହରିନଗର ବସ୍ତି ପ୍ରବେଶ ପଥରୁ ବଡଗଡ କେନାଲ୍ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ବରରୁ 248 ପଜିଟିଭ୍ ଚିହ୍ନଟ ହୋଇଥିଲା । ଏହି 248 ପଜିଟିଭ୍ଙ୍କ ମଧ୍ୟରୁ 41ଟି ଲୋକାଲ୍ କେସ୍ ଥିବାବେଳେ 207ଟି ହୋମ୍ କ୍ବାରେଣ୍ଟାଇନ୍ କେସ୍ ରହିଥିଲା । ଲୋକାଲ୍ କେସ୍ ଚିହ୍ନଟ ପରେ…
ଆଠଗଡ : ଜମି ବିବାଦକୁ କେନ୍ଦ୍ର କରି 2 ପରିବାର ମଧ୍ୟରେ ସଂଘର୍ଷ ହୋଇଛି । ଖୁଣ୍ଟିଣୀ ଥାନା ଧୁରୁସିଆ ଗାଁରେ ବିଳମ୍ବିତ ରାତ୍ରିରେ ଏହି ଗଣ୍ଡଗୋଳ ଘଟିଥିବାର ସୂଚନା ରହିଛି । ଗୋଟିଏ ପରିବାରର ଠେଙ୍ଗା ମାଡରେ ଅନ୍ୟ ଏକ ପରିବାରର ଜଣେ ମୃତ ହୋଇଥିବାର ସୂଚନା ମିଳିଛି । ଜମିବାଡିକୁ କେନ୍ଦ୍ର କରି ଉଭୟଙ୍କ ପକ୍ଷରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଠେଙ୍ଗା ମାଡରେ ଉଭୟ ପକ୍ଷରୁ 4 ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଆଠଗଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ଖୁଣ୍ଟୁଣୀ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମରେ ପ୍ରତିଦିନ ରେକର୍ଡ଼ ଭାଙ୍ଗୁଛି କରୋନା । ଏନେଇ ଗଂଜାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତୀ ସିଂ ରଠୋର ଟାଉନ୍ହଲ୍ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ସମ୍ମିଳନୀରେ କରୋନା ସଂପର୍କିତ ସବିଶେଷ ତଥ୍ୟ ରଖିଥିଲେ । ଜିଲ୍ଲାପାଳ କହିଥିଲେ ଗତ ଏକ ସପ୍ତାହ ମଧ୍ୟରେ ଗଂଜାମରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଏହି ବଢ଼ିବା ପଛରେ କାରଣ ରହିଛି । ଗଂଜାମ ଜିଲ୍ଲାକୁ କରୋନା ମୁକାବିଲା ପାଇଁ ଟାର୍ଗେଟ ଅନୁସାରେ କାମ ହେଉଛି । ବର୍ତ୍ତମାନ ଗଂଜାମ ଜିଲ୍ଲାରେ ତୃତୀୟ ରାଉଣ୍ଡ ଦ୍ୱାର ଦ୍ୱାର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି । ଏହା ପ୍ରଥମେ ସହରରେ ହେଲା ବର୍ତ୍ତମାନ ଏବେ ସ୍ୱାସ୍ଥ୍ୟପରୀକ୍ଷା ଗ୍ରାମାଞ୍ଚଳରେ ହେଉଛି । ୨୦୦ ଟି ଟିମ୍ ଯେଉଁଥିରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଡ଼ାକ୍ତର, ସ୍ୱାସ୍ଥ୍ୟକର୍ମୀ ରହି ଘରକୁ ଘରକୁ ବୁଲି ସ୍କ୍ରିନିଂ…
ଭୁବନେଶ୍ବର : ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ 57 ଦିନର ମଧ୍ୟାହ୍ନ ଭୋଜନ ମିଳିବ । ଜୁନ୍ 14ରୁ ଅଗଷ୍ଟ 31 ଯାଏଁ ମଧ୍ୟାହ୍ନ ଭୋଜନ ରାସନ୍ ଦେବାକୁ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରକୁ ଗଣଶିକ୍ଷା ବିଭାଗର ଚିଠି ଦେଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ଏହି ଚାଉଳ ପ୍ରଦାନ କରିବେ । ରନ୍ଧାଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟଙ୍କୁ ପଠାଇବା ଲାଗି ଚିଠିରେ ନିର୍ଦ୍ଦେଶ ରହିଛି । ମଧ୍ୟାହ୍ନ ଭୋଜନ ଚାଉଳକୁ କ୍ବାରେଣ୍ଟିନ୍ କେନ୍ଦ୍ରକୁ ବିକିପାରିବେ ପ୍ରଧାନ ଶିକ୍ଷକ । କ୍ବାରେଣ୍ଟିନ୍ କେନ୍ଦ୍ରକୁ ରୋଷେଇ ପାଇଁ କେଜି 32 ଟଙ୍କା ଦରରେ ବିକି ପାରିବେ । ବିକ୍ରି ଲବ୍ଧ ଅର୍ଥ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଜମା କରିବେ ବୋଲି ସୂଚନା ରହିବ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଲକ୍ଡ଼ାଉନ୍ ଚାଲିଥିବାବେଳେ କେବଳ ତେଜରାତି, ପନିପରିବା, ମାଛ, ମାଂସ ଦୋକାନ ସକାଳ ୬ ରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଅଛି । କିନ୍ତୁ କିଛି ଅନାବଶ୍ୟକ ଦୋକାନଗୁଡ଼ିକ ଏହି ସମୟରେ ଖୋଲି ଲକ୍ଡ଼ାଉନ୍ ନିୟମକୁ ଖୁଲମ୍ଖୁଲା ଉଲ୍ଲଂଗନ କରୁଛନ୍ତି । ଆଜି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ବଡ଼ବଜାର, ଆସିକା ରୋଡ଼୍, ଗିରି ମାର୍କେଟ, ଗୋଷାଣିନୂଆଗାଁ ଅଂଚଳରେ ବିିଭିନ୍ନ ପ୍ରକାର ଦୋକାନଗୁଡ଼ିକ ଖୋଲାଯାଇଥିବା ଦେଖିବାକୁ ମିଳିଥିଲା । କିଛି ଦୋକାନ ସାମାଜିକ ଦୂରତାକୁ ମାନୁନଥିଲେ । ଫଳରେ ୧୮ ଗୋଟି ଦୋକାନକୁ କୋଭିଡ଼୍-୧୯ କଟକଣା ଉଲ୍ଲଂଘନରେ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହା ସହ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ୨୯୭ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କଠାରୁ ୫୯ ହଜାର ୪୦୦ ଟଙ୍କା ଜୋରିମାନା, ଗାଡ଼ି ସମ୍ବନ୍ଧୀୟ ୨୨୩ ଜଣଙ୍କଠାରୁ ୧ ଲକ୍ଷ ୧୧ହଜାର…
ନୂଆଦିଲ୍ଲୀ, ଏ ପର୍ଯ୍ୟନ୍ତ ୧,୫୪,୨୮,୧୭୦ କୋଭିଡ-୧୯ ନମୁନା ପରୀକ୍ଷା କରାଯାଇଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ୩,୫୨,୮୦୧ ନମୁନା ପରୀକ୍ଷା କରାଯାଇଛି। ସେହି ଅନୁସାରେ ଦେଶରେ ଏବେ ୧୦ ଲକ୍ଷ ଜନସଂଖ୍ୟାରେ ୧୧୧୭୯.୮୩ ନମୁନା ପରୀକ୍ଷା କରାଯାଉଛି, ଯାହା ପରୀକ୍ଷାଗାରର ବ୍ୟାପକ ବୃଦ୍ଧି ଯୋଗୁଁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ୧୨୯୦ଟି ପରୀକ୍ଷାଗାରରେ ଏହି ପରୀକ୍ଷଣ କରାଯାଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟ ଯୋଗୁଁ ବିଭିନ୍ନ ପଦ୍ଧତିରେ ଏହି ପରୀକ୍ଷଣ ହେଉଛି। ଆଇସିଏମଆର ଦ୍ଵାରା ସ୍ଵୀକୃତ ଆରଟି-ପିସିଆର ପରୀକ୍ଷାଗାର ଅତ୍ୟାଧୁନିକ ନମୁନା ପରୀକ୍ଷଣରେ ମୁଖ୍ୟ ଆୟୁଦ୍ଧ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସରକାରୀ କ୍ଷେତ୍ରରେ ୮୯୭ ଓ ଘରୋଇ କ୍ଷେତ୍ରରେ ୩୯୩ଟି ପରୀକ୍ଷାଗାର କାର୍ୟ୍ୟ କରୁଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଡ଼ାକ୍ତର, ପୋଲିସ୍, ସରକାରୀ କର୍ମଚାରୀ କିମ୍ବା ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଆଗଧାଡ଼ିରେ କରୋନା ସହ ଲଢ଼େଇ କରି ମୃତ୍ୟୁବରଣ କରିଲେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରି ବୀମା ରାଶି ପ୍ରଦାନ କରୁଛନ୍ତି। କିନ୍ତୁ ଏହା ମଧ୍ୟରେ ଅନ୍ୟ ଜଣେ ପେଷାଦାରକୁ ସରକାର ଭୁଲିଯାଇଛନ୍ତି । ସାମ୍ବାଦିକମାନେ ମଧ୍ୟ କରୋନା ସମୟରେ ଫିଲ୍ଡରେ ବୁଲି ଖବର ସଂଗ୍ରହ କରି କରୋନାରେ ସଂକମ୍ରିତ ହେଉଛନ୍ତି । ରାଜ୍ୟ ସରକାର ପୂର୍ବରୁ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କା ବୀମାରାଶି ଘୋଷଣା କରିଥିଲେ ମଧ୍ୟ ତାହା ପ୍ରଦାନ କରାଯାଉନଥିବାରୁ ଏଥିରେ ଅସନ୍ତୋଷ ଦେଖାଯାଇଛି । ସୂଚନାଯୋଗ୍ୟ ଗଂଜାମ ଜିଲ୍ଲା ବର୍ତ୍ତମାନ କରୋନାର ପିରାମିଡ଼୍ରେ ରହିଛି । ପ୍ରତିଦିନ ଶହଶହ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି । ଏନେଇ ଲୋକଙ୍କ ସୁବିଧା ଅସୁବିଧା, ସରକାରଙ୍କ ସୂଚନା ସବୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସାମ୍ବାଦିକମାନେ ସର୍ବଦା ଚେଷ୍ଟିତ ରହିଥାନ୍ତି । ଏଥିଯୋଗୁଁ…
ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ଦୁବାଇରେ ଫସି ରହି ଫେରିଥିବା ୧୩ ଜଣ ଭାରତୀୟ ଯାତ୍ରୀଙ୍କ ଠାରୁ ୨୩ ଜୁଲାଇ, ୨୦୨୦ରେ ଦିଲ୍ଲୀ କଷ୍ଟମ୍ସ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଚିତ୍ରିତ ଚେତାବନୀ ନଥିବା ବିଦେଶୀ ସିଗାରେଟ (୩୭୦୦ ଦଣ୍ଡା) ଜବତ କରି ଚୋରା ଚାଲାଣ ମାମଲା ରୁଜୁ କରିଛି। ଯାତ୍ରୀମାନେ ବିମାନ ନମ୍ବର ଇକେ-୫୧୦ ଦେଇ ଦୁବାଇରୁ ଦିଲ୍ଲୀ ଯାତ୍ରା କରୁଥିଲେ ଏବଂ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୩ରେ ୨୩ ତାରିଖ ସକାଳ ୯ଟାରେ ପହଞ୍ଚିଥିଲେ। ଏହି ୧୩ ଜଣ ଭାରତୀୟ ଯାତ୍ରୀ ଗ୍ରୀନ ଚ୍ୟାନେଲ ପାର ହେବା ପରେ ସେମାନଙ୍କୁ ଧରା ଯାଇଥିଲା। କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୧୦ ଅନୁଯାୟୀ ଉଦ୍ଧାର ହୋଇଥିବା ସିଗାରେଟ ଜବତ କରାଯାଇଛି । ଜବତ ସାମଗ୍ରୀର ସାମୂହିକ ମୂଲ୍ୟ ୬୬.୬୦ ଲକ୍ଷ । କଷ୍ଟମ୍ସ ଆଇନ ୧୯୬୨ର ଧାରା ୧୦୪ ଅନୁଯାୟୀ ୧୩ ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ…
ଭୁବନେଶ୍ୱର: ଭୁବନେଶ୍ବର କାର୍ଗିଲ୍ ବସ୍ତିରେ ମହିଳାଙ୍କ ହତ୍ୟାକାଣ୍ଡ ହୋଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପାରିବାରିକ କଳହରୁ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଥିବାର ସନ୍ଦେହ କରାଯାଇଛି । ମହିଳାଙ୍କ ସ୍ବାମୀ ଏୟାରଫିଲ୍ଡ ପୋଲିସ୍ ଦ୍ବାରା ଅଟକ ରଖାଯାଇଛି । ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହିଥାଏ । ତେବେ ଆଜି ସନ୍ଧ୍ୟାରେ ପୂର୍ବ ଭଳି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ । ଘଟଣା ସ୍ଥଳରୁ ମହିଳାଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ପୋଲିସ୍ ଏହାର ତଦନ୍ତ ଚଳାଇଛି । ମୃତ ମହିଳାଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁର ଦେଢ ମାସ ପରେ ତାଙ୍କର ଶେଷ ଫିଲ୍ମ ’ଦିଲ୍ ବେଚେରା’ ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମଟି ଦେଶ ବିଦେଶରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ କରାଯାଇଛି। ଜୀବନକୁ ନୂଆ ଢଙ୍ଗରେ ବଞ୍ଚାଇବା ଶିଖାଇଛି ଏହି ଫିଲ୍ମଟି। ସୁଶାନ୍ତଙ୍କ ଶେଷ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବାବେଳେ ଫିଲ୍ମରେ ଥିବା ଥିମ୍ ଟିକେ ତାଙ୍କର ପୂର୍ବ ଫିଲ୍ମ ‘ଛିଚୋର୍’ ଫିଲ୍ମ ସହିତ ଟିକେ ସାମଞ୍ଜସ୍ୟ ରହିଛି। ତେବେ ଏହି ଫିଲ୍ମଟିର କାହାଣୀକୁ ଆନନ୍ଦ ଓ ଆଖିୟୋଁ କି ଝର୍କୋର କାହାଣୀ ସହ ଟିକେ ସାମଞ୍ଜସ୍ୟ ରହିଛି। ଦିଲ୍ ବେଚାରା ହେଉଛି 2014 ହଲିଉଡ୍ ଚଳଚ୍ଚିତ୍ର ‘ଦ ଫଲ୍ଟ ଇନ୍ ଆଓ୍ବାର୍ ଷ୍ଟାର୍ସ’ର ରିମେକ୍। ଫିଲ୍ମର ଟ୍ରେଲର୍ଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବାବେଳେ ଫିଲ୍ମଟିକୁ ନେଇ ଦର୍ଶକେ ବେଶ୍ ଉତ୍ସାହିତ ରହିଛନ୍ତି। ଏହି ଫିଲ୍ମଟିରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜାନା ସାଙ୍ଗୀ ନଜର ଆସିଥିବାବେଳେ…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଣପୁର ବ୍ଲକର ଦୁଇଟି ପଂଚାୟତର ତିନିଟି ଗାଁରେ ସଟଡାଉନ ଲାଗୁ କରାଯିବା ସହ ବାଣପୁର ଏନଏସିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବାଣପୁର ବ୍ଲକ ତୋରସିଂହ ଗ୍ରାମ ପଞ୍ଚାୟତର ନଛିପୁର ଗାଁର ଜଣେ ତେଜରାତୀ ଦୋକାନୀ କରୋନା ଆକ୍ରାନ୍ତ ହେବା ପରେ ପଞ୍ଚାୟତ ସଂରପଞ୍ଚ ମିନାକ୍ଷୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଗାଁକୁ ଆଜି ଅପରାହ୍ନ ୩ଟାରୁ ୩୧ ତାରିଖ ଅପରାହ୍ନ ୩ଟା ଯାଏଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଅନେକ ଲୋକଙ୍କ ସହ ସଂପର୍କରେ ଆସିଥିବାରୁ ଗାଁରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ଲକ୍ଷ୍ୟ କରି ଗାଁକୁ ସାନିଟାଇଜ କରିବାକୁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆୟତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୋଟା ଗ୍ରାମର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ସନ୍ଦେହରେ ଆଗାମୀ ଦିନରେ ସଂକ୍ରମଣ ରୋକିବା ପାଇଁ ଏହି ଗାଁରେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ସୂଚନା ମିଳିଛି। ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଥିବା ବେଳେ ଅଧିକ ପରୀକ୍ଷଣ ଚାଲିଥିବା ଜଣାପଡିଛି। ସଂପୃକ୍ତ କରୋନା ଯୋଦ୍ଧା ମାନେ ଟାଉନଥାନାରୁ ଜଣେ ଏବଂ ୯ ଜଣ ପୋଲିସ ବେରେକରୁ ବୋଲିି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ନର୍ଲା ବ୍ଲକ ଅନ୍ତର୍ଗତ ରେକପୁର ଗ୍ରାମର ଜଣେ ସଂକ୍ରମଣ ହୋଇଥିବା ବେଳେ ଆର ଜଣକ ବରଗଡସ୍ଥିତ ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି। ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଭବାନୀପାଟଣା ସହର ମଧ୍ୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଭବାନୀପାଟଣା ସହରକୁ ଆଦେଶ ନଂ.୯୭୦ ତା.୨୪.୦୭.୨୦୨୦ ଅନୁସାରେ ସଟଡାଉନ ଘୋଷଣା…
ଭୁବନେଶ୍ବର, ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ ହୋଇଛନ୍ତି। ବିଗତ 20 ବର୍ଷରେ ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲକୁ ମନୋନୀତ ହୋଇଛନ୍ତି। ଡଃ ପାତ୍ର ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ହୋଇ ମଧ୍ୟ ଏହି ଗୌରବ ଅର୍ଜନ କରିଛନ୍ତି।
କଟକ, କଟକ ସହରରୁ ଆଜି ଆଉ 93 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 93 ଜଣଙ୍କ ମଧ୍ୟରୁ 75 ହୋମ କ୍ବାରେଣ୍ଟିନରୁ ହୋଇଥିବା ବେଳେ 14 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା ଜଣାପଡିଛି। ବକ୍ସିବଜାର ବାସୁଳି ସାହିରୁ 23 ଜଣ ଓ ଡଗରପଡ଼ା ବାଣୀନଗରରୁ 24 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର ଶଙ୍କରପୁର ଦାସସାହିରୁ 7, ଦୋଳମୁଣ୍ଡାଇରୁ 6, ସିଡିଏ ସେକ୍ଟର-7ରୁ 5, ଜଗତପୁର ପଦ୍ରାସାହିରୁ 3 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର, କୋଭିଡ୍ ପ୍ରଭାବିତ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଓଡ଼ିଶା ସରକାର ରାଜ୍ୟ ପାଇଁ ନୂତନ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିପାରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକରେ ୪ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି। ଅନୁମୋଦିତ ଏହି ୪ ଟି ପ୍ରକଳ୍ପ ମାଧ୍ୟମରେ ସମୁଦାୟ ୨୧୭୨.୯୨ କୋଟି ଟଙ୍କା ବିନିଯୋଗ ହେବା ସହ ୧୧୨୨ ବ୍ୟକ୍ତିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈୟେିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦେଇ ସେଗୁଡିକର ଆଶୁ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଗୁରୁତ୍ୱଆରୋପ କରିଥିଲେ। ଏଥି ପାଇଁ ସମସ୍ତ…
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ସଂକଟ ସମୟରେ ବାଣପୁର ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢାଉ। ବାଣପୁର ଥାନା ଅନ୍ତର୍ଗତ ଓଡ଼ଗାଁ ଗାଁ ପାଖ ପାହାଡିଆ ଅଞ୍ଚଳରୁ ଚାଲିଥିବା ଏକ ଜୁଆ ଆଡ୍ଡାରୁ ବହୁ ସଂଖ୍ୟାରେ ଜୁଆ ସାମଗ୍ରୀ, ମୋବାଇଲ, 6ଟି ଦୁଇ ଚକିଆ ଏବଂ ଗୋଟିଏ ଅଟୋ ଜବତ କରାଯାଇଛି। ଏ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଣପୁର ଥାନାଧିକାରୀ ଶ୍ରୀ ସଞ୍ଜୟ କୁମାର ପଟ୍ଟନାୟକ ଗୁରୁବାର ରାତିରେ ସଦଳବଳେ ଓଡଗାଁ ଗାଁ ପାଖରେ ଥିବା ପାହାଡିଆ ଅଞ୍ଚଳରେ ଚଢଉ କରିଥିଲେ। ସେହି ସମୟରେ ଜୁଆ ଖେଳ ଚାଲିଥିଲା। ଆଡ୍ଡାରୁ ପୋଲିସ ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ରାତ୍ରି ଏବଂ ପାହାଡିଆ ଅଞ୍ଚଳର ସୁଯୋଗ ନେଇ ସେଠାରୁ ଖସି ପଳାଇଥିଲେ। ଗିରଫ ଅଭିଯୁକ୍ତ ତିନି ଜଣ ହେଲେ ପଞ୍ଚାନନ ଦାସ (୩୦) ଓ ବଂଗାଳୀ ପ୍ରତିହାରୀ (୫୦)…
Mobile Sampling Units enable health officials to safely collect samples of suspected patients near their doorstep. This units easily get into lanes & by-lanes of densely populated #ContainmentZones and helps avoiding the hassle of taking the suspected ones to the testing centres.
ଭୁବନେଶ୍ବର, କରୋନା ମହାମାରୀ ସଂକଟ ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜମା ଦାନକୁ କିପରି ଉତ୍ସାହିତ କରାଯାଇ ପାରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ ବାଣ୍ଟିଛନ୍ତି। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟମାନଙ୍କୁ ପ୍ଲାଜମା ଦାନ ପାଇଁ କହିବେ। ଆସନ୍ତୁ ନଜର ପକାଇବା କେଉଁ ମନ୍ତ୍ରୀମାନଙ୍କୁ କେଉଁ କେଉଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ନିରଞ୍ଜନ ପୂଜାରୀ-ପୁରୀ ବିକ୍ରମ କେଶରୀ ଆରୁଖ-କନ୍ଧମାଳ ଓ ଗଂଜାମ ପ୍ରଫୁଲ ମଲ୍ଲିକ-ବରଗଡ଼ ରଣେନ୍ଦ୍ର ପ୍ରତାପ ସ୍ବାଇଁ-ଭଦ୍ରକ ଓ କେନ୍ଦ୍ରାପଡ଼ା ପଦ୍ମନାଭ ବେହେରା-ଝାରସୁଗୁଡ଼ା, ବୌଦ୍ଧ ପ୍ରତାପ ଜେନା-ମୟୂରଭଂଜ, କଟକ ଅରୁଣ ସାହୁ-ନୟାଗଡ଼, ଖୋର୍ଦ୍ଧା ସୁଦାମ ମାରାଣ୍ତି-ସୋନପୁର ସୁଶାନ୍ତ ସିଂହ-ବଲାଙ୍ଗିର, ସମ୍ବଲପୁର ନବ ଦାସ-କଳାହାଣ୍ଡି ଓ ନୂଆପଡ଼ା ତୁଷାରକାନ୍ତି ବେହେରା-ମାଲକାନଗିରି
ଭୁବନେଶ୍ବର, ରାଜ୍ୟରେ ଆଉ 808 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 530 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାୟଗଡ଼ାରୁ 61, କଟକରୁ 35, ମାଲକାନଗିରିରୁ 30, ଗଜପତିରୁ 22, ବାଲେଶ୍ବର ଓ ଖୋର୍ଦ୍ଧାରୁ 19 ଜଣ ଲେଖାଏଁ, ବରଗଡ଼ ଓ ଭଦ୍ରକରୁ 18 ଲେଖାଏଁ, ବୌଦ୍ଧରୁ 8 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝରରୁ 7 ଲେଖାଏଁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ 5,ନବରଙ୍ଗପୁରରୁ 4,ସୁନ୍ଦରଗଡ଼ରୁ 3 ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ, ଯାଜପୁର ଓ ପୁରୀରୁ 2 ଜଣ ଲେଖାଏଁ ଏବଂ କୋରାପୁଟ, ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 15 ହଜାର 200କୁ ବୃଦ୍ଧି ପାଇଛି।
ଭୁବନେଶ୍ବର, କରୋନା ଏବେ ରାଜଧାନୀ ଭୁବନେଶ୍ବରର ବସ୍ତି ଅଞ୍ଚଳରେ ହୁ ହୁ ହୋଇ ବଢିବାରେ ଲାଗିଠି। ଆଜି ସର୍ବାଧିକ କରୋନା ଆକ୍ରାନ୍ତ ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ଆଉ 248 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧରୁ 207 ଏବଂ ଲୋକାଲ କଣ୍ଟାକ୍ଟ କେସ୍ 41 ଜଣ ରହିଛନ୍ତି। ବିଜେବି ନଗର ମହିଷାଖାଲ ବସ୍ତିରୁ 45 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ଏକ ଘରୋଇ ହସ୍ପିଟାଲର 27 ଜଣ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଲକ୍ଷ୍ମୀ ବିହାରରୁ 6, ନୟାପଲ୍ଲୀ ତ୍ରିନାଥ ବସ୍ତିରୁ 6 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଗାନ୍ଧୀ ବସ୍ତିରୁ 6, ୟୁନିଟ 3 ମାଳି ସାହି କଲୋନିରୁ 5 ଜଣ ଚିହ୍ନଟ ହୋଇଛନ୍ତି। ପାଣ୍ଡରା ଜିଜିପି କଲୋନୀରୁ5, ଲକ୍ଷ୍ମୀସାଗରରୁ 5 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀ କ୍ରିଷ୍ଣାବଳରାମ…

