Author: Samikhsya Bureau

ନୂଆଦିଲ୍ଲୀ, ଆଜି କେନ୍ଦ୍ର ଗୃହ ବିଭାଗ ଅନଲକ 3.0 ଜାରି କରିଛନ୍ତି। ଏଥିରେ ସ୍କଲ, କଲେଜ ଏବଂ କୋଚିଂ ସେଣ୍ଟର ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ହେଲେ ଏହି ସମୟରେ ଜିମ୍, ଯୋଗ କେନ୍ଦ୍ର ଖୋଲା ଯାଇପାରିବ। ରାତ୍ରୀରେ ଲୋକମାନେ ଯିବା ଆସିବା କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହି ଅନ ଲକ 3.0 ରେ କେନ୍ଦ୍ର ସରକାର 10ଟି ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି। ଆସନ୍ତା ଅଗଷ୍ଟ ପହିଲାଠାରୁ ଲାଗୁ ହେବାକୁ ଥିବା ଅନଲକ-3ରେ କେତେକ କଟକଣାକୁ ପର୍ଯ୍ୟାୟକ୍ରମେ ଉଠାଇ ନିଆଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ନୂତନ ମାର୍ଗଦର୍ଶିକାର କେତେକ ମୌଳିକ ନିୟମଗୁଡିକ ହେଲା – •    ରାତ୍ରୀକାଳୀନ ଯାତାୟାତ ଓ କର୍ଫ୍ୟୁକୁ ହଟାଇ ଦିଆଯାଇଛି •    ଯୋଗ ପ୍ରତିଷ୍ଠାନ ଓ ବ୍ୟାୟାମଶାଳାଗୁଡିକୁ ଆସନ୍ତା ମାସ 5…

Read More

ମହାରାଷ୍ଟ୍ର ଓ ତାମିଲନାଡୁ ପରେ ଏବେ କରୋନା ସଂକ୍ରମଣର ନୂଆ ହଟସ୍ପଟ ଭାବରେ ଆନ୍ଧ୍ରପ୍ରଦେଶ ସାରା ଦେଶରେ ଚିନ୍ତାର କାରଣ ପାଲଟିଛି। ଆଜି ଗୋଟିଏ ଦିନରେ ଆନ୍ଧ୍ର ପ୍ରଦେଶରୁ ୧୦,୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ବ୍ଯତୀତ ଅନ୍ୟ କୌଣସି ରାଜ୍ୟରେ ଦିନକରେ ଏତେ ଅଧିକ ଆକ୍ରାନ୍ତ ଅନ୍ୟ କୌଣସି ରାଜ୍ୟରେ ଚିହ୍ନଟ ହୋଇନଥିଲେ। ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶରେ ୧,୨୦,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୬୩,୭୭୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ଓ ୧୨୧୩ ଲୋକ ପ୍ରାଣ ହରାଇଛନ୍ତି। ଓଡିଶା ସୀମା ସହିତ ଆନ୍ଧ୍ରପ୍ରଦେଶର ସଂଯୋଗ ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ଓ  ମାଲକାନଗିରି ଜିଲାର ସୀମା ସହିତ ଆନ୍ଧ୍ରପ୍ରଦେଶର ପ୍ରତ୍ଯକ୍ଷ ସମ୍ପର୍କ ରହିଛି। ବର୍ତ୍ତମାନ ଗଞ୍ଜାମ ଓ ଗଜପତି ଜିଲାରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ରହିଛି। ସ୍ଥିତି ସୁଧାରିବାକୁ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ଓ ଓଡିଶା ସୀମାରେ ଚଳ ପ୍ରଚଳ ସଂପୂର୍ଣ୍ଣ ବନ୍ଦ କରିବା…

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର “ଅନଲକ-୩” ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ କେବଳ “କଣ୍ଟେନମେଣ୍ଟ ଜୋନ” ରେ ଲକ ଡାଉନ ଆସନ୍ତା ଅଗଷ୍ଟ ୩୦ ପର୍ୟନ୍ତ ଅବ୍ଯାହତ ରହିବ। ଅଗଷ୍ଟ ୧ ତାରିଖରୁ ଦେଶରେ ଆଉ ରାତ୍ରୀକାଳୀନ କର୍ଫ୍ଯୁ ଲାଗୁହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛି। ଅଗଷ୍ଟ ୫ ତାରିଖ ପରେ ଜିମ୍ନାସିୟମ ବା ବ୍ୟାୟାମଶାଳା ଓ ଯୋଗ କେନ୍ଦ୍ର ଗୁଡିକ ନିର୍ଦ୍ଦିଷ୍ଟ କଟକଣା ପାଳନ କରି ଖୋଲି ପାରିବେ। ତେବେ ପୂର୍ବପରି ସ୍କୁଲ, କଲେଜ, ସିନେମା ହଲ, ମେଟ୍ରୋ ରେଳ, ସ୍ଵିମିଂ ପୁଲ, ଅଡିଟୋରିୟମ, ଗହଳି ସୃଷ୍ଟିକାରୀ କାର୍ଯକ୍ରମ ଇତ୍ୟାଦି ଉପରେ କଟକଣା ବଳବତ୍ତର ରହିବ। କୋଭିଡ ନିୟମ ମାନି ସବୁସ୍ତରରେ ଅଗଷ୍ଟ-୧୫ ତାରିଖରେ ସ୍ଵାଧୀନତା ଦିବସ ପାଳନ କରାଯାଇ ପାରିବ।

Read More

ଭୁବନେଶ୍ବର, ଲୋକଙ୍କ ଜୀବନ ରକ୍ଷା ହେଉଛି ଆମର ପ୍ରାଥମିକତା । ତେଣୁ ଲୋକଙ୍କ ଜୀବନ ରକ୍ଷାରେ ସମ୍ବଳ କେବେ ବି ବାଧକ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୃଢତାର ସହ ଘୋଷଣା କରିଛନ୍ତି। କୋଭିଡ-୧୯ ସଂପର୍କରେ ବିଧାୟକମାନଙ୍କ ଏକ ସଚେତନତା କର୍ମଶାଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଏହି ମହାମାରୀ ବିରୁଦ୍ଧରେ ଲଢେଇରେ ସମ୍ବଳର କେବେ ବି ଅଭାବ ରହିବ ନାହିଁ। କୋଭିଡ ଯୋଦ୍ଧା ମାନଙ୍କର ନିଷ୍ଠା ଓ ତ୍ୟାଗର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ କୋଭିଡ ଯୋଦ୍ଧା ଭାବରେ କାମ କରୁଥିବା ଓଡିଆ ଭାଇଭଉଣୀ ମାନେ ଦରମା ପାଇଁ ନୁହେଁ, ଏହି ଲଢେଇକୁ ଏକ ମିଶନ ଭାବରେ ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା ପାଇଁ ଦିନରାତି ସେବା ଯୋଗାଇ ଚାଲିଛନ୍ତି। ସେମାନଙ୍କ ତ୍ୟାଗ ଓ ନିଷ୍ଠା ସାରା ଓଡିଶା ପାଇଁ ପ୍ରେରଣା। ସେମାନଙ୍କ ଭିତରେ, ସେମାନଙ୍କ ତ୍ୟାଗରେ ଜଣେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କର୍ଲାମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, ମ ରାମପୁର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଅଧିର ଚନ୍ଦ୍ର ବିଶ୍ୱାସ,ଫାଣ୍ଡି କର୍ମଚାରୀ ନିଲୁ ରଥ ତଥା ସ୍ଥାନୀୟ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଶିବିରରେ COVID-19 କଟକଣା ଦୃଷ୍ଟିରୁ ସମସ୍ତେ ମାସ୍କ ପିନ୍ଧିଥିଲେ ଓ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା। ଏହି ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରରେ କର୍ଲାମୁଣ୍ଡା ଅଞ୍ଚଳର ସମାଜସେବୀ ଜଗନ୍ନାଥ ଚୌଧୁରୀ, ନନ୍ଦକିଶୋର ଭୋଇ, ଭବାନୀ ଶଙ୍କର କୁମାର, ସୁମନ୍ତ ସାହୁ, କିଶୋର ସୁନାନୀ, ଗଣେଶ୍ୱର କୁମାର, ଭାରତ…

Read More

ଭୁବନେଶ୍ବର, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଏବଂ ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସେବାକୁ ଅଗଷ୍ଟ ମାସ ୧୨ ତାରିଖ ପର୍ଯ୍ୟନ୍ତ ନିମ୍ନ ମତେ ବୃଦ୍ଧି କରାଯିବାକୁ ସ୍ଥିର କରାଯାଇଅଛି I ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ (୦୮୪୯୩/୦୮୪୯୪) ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଶନିବାର ଓ ରବିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ଭୁବନେଶ୍ୱର ଠାରୁ ସକାଳ ୬ଘ.୩୦ମି.ରେ ଏବଂ ବଲାଙ୍ଗୀର ଠାରୁ ଅପରାହ୍ନ ୨ଘ.୪୫ମି.ରେ ଛାଡିବ I ରହଣି _ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ମଞ୍ଚେଶ୍ୱର, ନରାଜମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ଼, ଅନୁଗୁଳ, ବୋଇଣ୍ଡା, ବାମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ଼, ବରପାଲି ଏବଂ ଲୋଇସିଂହା ଷ୍ଟେସନ ମାନଙ୍କଠାରେ ରହଣି କରିବ I ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା ସମ୍ବଲପୁର (୦୮୪୪୭/୦୮୪୪୮) ଅଗଷ୍ଟ ମାସ ପହିଲା ଠାରୁ ୧୨ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ପ୍ରତି ସୋମ, ବୁଧ ଓ ଶୁକ୍ରବାର ଦିନ ସନ୍ଧ୍ୟା ୬ଘ.୩୦ମି.ରେ ଛାଡିବାକୁ ଥିବା…

Read More

ନୂଆଦିଲ୍ଲୀ, ଶେଷରେ ଭାରତ ମାଟି ଛୁଇଁଲା ଲଢୁଆ ବିମାନ ରାଫେଲ, ଗତକାଲି ଫ୍ରାନ୍ସରୁ ଏହି ବିମାନ ତାହାର ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଆଜି ଅପରାହ୍ନରେ ଏହି ଯୁଦ୍ଧ ବିମାନ ହରିୟାନାର ଆମ୍ବାଲା ଏୟାରବେସରେ ପଦାର୍ପଣ କରିଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚୋଟି ଯୁଦ୍ଧ ବିମାନ ଭାରତ ଆସିଛି। ଏହି ବିମାନ ଭାରତୀୟ ଏୟାରବେସରେ ପହଁଚିବା ପରେ ବାୟୁସେନା ତରଫରୁ ୱାଟର ସ୍ପ୍ରେ କରାଯାଇ ସାଲୁଟ୍ ଦିଆଯାଇଥିଲା। ଏହି ସମୟରେ ବିମାନ ଘାଟିରେ ବାୟୁସେନା ମୁଖ୍ୟ ଆର.କେ.ଏସ ଭୌଦରିଆ ଉପସ୍ଥିତ ଥିଲେ। ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ରଜାନାଥ ସିଂ ଏହି ଲଢୁଆ ବିମାନ ଆସିବା ପରେ ଖୁସି ପ୍ରକଟ କରିଛନ୍ତି। ନିଜ ଟୁଇଟରେ ସେ ଏହି ବିମାନ ପଦାର୍ପଣ ଦୃଶ୍ୟକୁ ପୋଷ୍ଟ କରିଛନ୍ତି। ଏହି ବିମାନ ଭାରତୀୟ ସାମରିକ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିଲା। କାରଣ ଏହି ବିମାନ ଦେଶର ସାମରିକ ଶକ୍ତିକୁ ବେଶ୍ ସମୃଦ୍ଧ କରିପାରିବ। ବର୍ତ୍ତମାନ ଆସିଥିବା…

Read More

କନ୍ଦର୍ପ ବେହେରା ରେଢାଖୋଲ: ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ରେଢାଖୋଲ ସବଡିଭିଜନରେ ସକସେସ୍ ସୁମନ୍ ସାହୁ ୫୪୫ ମାର୍କ ରଖି ଟପ୍ପର ହୋଇଛନ୍ତି। ରେଢାଖୋଲ ବ୍ଲକ୍ ଭରତାପୁର ପଂଚାୟତର ବଡଖୋଳ ଗ୍ରାମର ରବିନ୍ଦ୍ରନାଥ ସାହୁ ଓ ସୁକାନ୍ତି ସାହୁଙ୍କ କନିଷ୍ଠ ପୁତ୍ର ସକସେସ୍ ସୁମନ୍ ସାହୁ ରେଢାଖୋଲ ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଠ ପଢୁଥିଲେ। ତାଙ୍କର ଏହି ସଫଳତାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସୁମନଙ୍କୁ ଭବିଷ୍ୟତରେ କଣ ହେବ ବୋଲି ପଚାରିବାରୁ ସେ ବଡ ହେଲେ ଆଇଏଏସ୍ ହେବେ ବୋଲି ପ୍ରକାଶ କରିଛନ୍ତି। ସେ ଦିନକୁ ୫ ରୁ ୬ ଘଂଟା ପଢାପଢି କରନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତାରେ ସୁମନର ପିତା ମାତା ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେ ମୋଟ ୬୦୦ ମାର୍କରୁ ୫୪୫ ମାର୍କ(ଶତକଡା ୯୦.୯୩)ରଖିଛନ୍ତି।

Read More

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି 137 ପଜିଟିଭଙ୍କ ମଧ୍ୟରୁ 98 ଜଣ କ୍ବାରେଣ୍ଟାଇନ୍‌ ଥିବାବେଳେ 39 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ ବୋଲି ସୂଚନା ଦେଇଛି ବିଏମସି । କ୍ବାରେଣ୍ଟାଇନ୍‌ରେ ଥିବା 98ଜଣଙ୍କ ମଧ୍ୟରେ  ୟୁନିଟ୍‌ -1 ବସ୍ତି ଅଞ୍ଚଳରୁ 11ଜଣ ଚିହ୍ନଟ ହୋଇଥିବାେବଳେ ସତ୍ୟ ନଗରରରୁ 7ଜଣ ରହିଛନ୍ତି । ସେହିପରି ଏକ ଘରୋଇ ହସ୍ପିଟାଲରୁ 6ଜଣ କର୍ମଚାରୀ ରହିଛନ୍ତି ।  କଳ୍ପନା ଛକରୁ 5 ଜଣ ରହିଥିବାବେଳେ ଜୟଦୁର୍ଗା ନଗରରୁ 5ଟି କେସ୍‌ ରହିଛି । ଶହୀଦ ନଗରରୁ 4 ଜଣ, ବାୟାବାବା ବସ୍ତିରୁ ଦୁଇଜଣ, ୟୁନିଟ୍‌ -9, ଭୋଇନଗରରୁ 2 ଜଣ ରହିଛନ୍ତି । ସେହିପରି ଆଜି ଚିହ୍ନଟ 39 ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ଲକ୍ଷ୍ମୀବିହାରରୁ 2 ଜଣ, ବଡଗଡରୁ 2ଜଣ, ଆଇଆରସି ଭିଲେଜରୁ 2 ଜଣ, ଶାସ୍ତ୍ରୀନଗରରୁ 4 ଜଣ,  ଭୋଇନଗରରୁ ଜଣେ, ଲକ୍ଷ୍ମୀସାଗରୁର…

Read More

ନୂଆଦିଲ୍ଲୀ : ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଛି । ଏହା ଛଡା କେନ୍ଦ କ୍ୟାବିନେଟ୍‌ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି । ତେବେ ଅପରାହ୍ନ 4ଟା ସମୟରେ ଏହା ସମ୍ପର୍କରେ ବିସ୍ତୃତ ବିବରଣୀ ଦିଆଯିବ । ନୂତନ ଶିକ୍ଷା ନୀତି ଆଧାରରେ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୋଟିଏ ରେଗୁଲେଟରୀ ବଡି ରହିବ। 1986 ମସିହାରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ନିର୍ମାଣ ହୋଇଥିଲା । ଏବଂ 1992 ମସିହାରେ ଏହି ଶିକ୍ଷା ନୀତିରେ କିଛି ପରିବର୍ତ୍ତନ କରାଯାଇଥିଲା । ଏହା ପରେ ତିନି ଦଶକ ପର୍ଯ୍ୟନ୍ତ ଶିକ୍ଷାନୀତିରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଏହି ନୂତନ ଶିକ୍ଷାନୀତି ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବ ବୋଲି ଆଶା କରାଯାଉଛି । ପ୍ରାଥମିକ ସ୍ତରରେ ଦିଆଯାଉଥିବା ଶିକ୍ଷାର ଗୁଣାବତ୍ତା ଲାଗି ସୁଧାରିବା ଲାଗି ନୂତନ ରାଷ୍ଟ୍ରୀୟ ପାଠ୍ୟକ୍ରମର  ଫ୍ରେମ୍‌ଓ୍ବାର୍କ ପ୍ରସ୍ତୁତି…

Read More

ପୁରୀ, ଅନ୍ତର୍ଜାତୀୟ ବାଘ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ପୂର୍ବରୁ କରିଥିବା ଏକ ବାଲୁକା କଳା। ଏଥିରେ ସେ ବାଘ ବଂଶ ସଂରକ୍ଷଣ ନେଇ କରିଛନ୍ତି ସଚେତନତା

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶେରଗଡ଼ ବ୍ଲକ୍ ନରେନ୍ଦ୍ରପୁର ଗ୍ରାମରେ ଜଣେ ୧୦ ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ ଘଟିଛି। ଏହି ସମ୍ବେଦନଶୀଳ ଘଟଣା ଗ୍ରାମରେ ପ୍ରଚାର ହେଲାପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତକୁ ଗୋଟିଏ କଠୋରୀରେ ବନ୍ଦ କରି ହିଂଜିଳି ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ କହି ଅଭିଯୁକ୍ତଙ୍କୁ ଥାନାକୁ ନେଇଥିଲେ। କିନ୍ତୁ ଅଭିଯୁକ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶାସକଦଳର ଜଣେ ଟାଣୁଆ ଯୁବନେତା ହୋଇଥିବାରୁ କିଛି ସମୟରେ ଉପର ମହଲରୁ ପ୍ରବଳ ଚାପ ହୋଇ ରଫାଦଫା କରିବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ ହୋଇଯାଇଛି। କରୋନା ମହାମାରୀ ସମୟରେ ଏପରି ଘଟଣା ପ୍ରଘଟ ହେଲେ ରାଜନୈତିକ ହଟଚମଟ ସୃଷ୍ଟି ହେବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନରେ ଆଞ୍ଚ ଆସିବ, ସେଥିପାଇଁ ଗାଁରେ ବର୍ତ୍ତମାନ ହୁଇପ୍ ଜାରି ହୋଇଛି। ଅଭିଯୁକ୍ତଙ୍କଠାରୁ ମୋଟା ଅଙ୍କରେ ଫାଇନ୍ ଆଦାୟ ହେବ କିନ୍ତୁ କେସ ହେବ ନାହିଁ। ଏହିଭଳି ସମ୍ବେଦନଶୀଳ…

Read More

ମୁମ୍ବାଇ :  ସୁପରହିଟ୍‌ ଫିଲ୍ମ କେଜିଏଫ୍‌-2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଖୁଲାସା ହୋଇଛି । ଆଜି ତାଙ୍କର 61 ତମ ଜନ୍ମଦିବସରେ ଏହି କେଜିଏଫ୍‌ରେ ଅଭିନୟ କରିଥିବା ତାଙ୍କ ଚରିତ୍ରର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ସଞ୍ଜୟଙ୍କ ଚରିତ୍ରର ନାମ ଅଧୀରା ରହିଛି । ସଞ୍ଜୟ ଏହି ଲୁକ୍‌ରେ ବେଶ୍‌ ଭୟଙ୍କର ଲାଗୁଛନ୍ତି । ବହୁ ପ୍ରୀତକ୍ଷିତ ‘କେଜିଏଫ୍‌-2ର ପ୍ରଥମ ଭାଗଟି ଦର୍ଶକଙ୍କ ଦ୍ବାରା ବେଶ୍‌ ଆଦୃତ ହୋଇଥଲା । ଏହି ଫିଲ୍ମଟି କେବଳ ଭାରତ ନୁହଷଁ ଭାରତ ବାହାରେ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମରେ ରକିଂ ସୁପରଷ୍ଟାର୍‌ ୟଶ୍‌ଙ୍କ ସହିତ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍‌ ମଧ୍ୟ ମୁଖ୍ୟ ଚରିତ୍ରରେ ଆସୁଛନ୍ତି । ବିଜୟ କିରାଙ୍ଗଦୁରଙ୍କ ଦ୍ବାରା ନିର୍ମିତ ତଥା ପ୍ରଶାନ୍ତ ନୀଲ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ’କେଜିଏଫ୍‌-2’ କନ୍ନଡ, ତାମିଲ୍‌, ତେଲୁଗୁ, ମଲୟାଲମ୍‌  ହିନ୍ଦୀ ଭାଷାରେ ରିଲିଜ୍‌ ହେବ।…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପାଞ୍ଚୋଟି ମୁଣ୍ଡ ନେଇଛି କରୋନା । ପାଞ୍ଚ ମୃତକଙ୍କ ମଧ୍ୟରେ ମାଲ୍‌କାନଗିରିରୁ ଜଣେ, ଫୁଲବାଣୀରୁ ଜଣେ, ଗଞ୍ଜାମରୁ ଜଣେ, ବାଲେଶ୍ବରରୁ ଜଣେ, ପୁରୀରୁ ଜଣେ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆଜି ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ 3ଜଣ ମହିଳା ଓ 2ଜଣ ପୁରୁଷ ରହିଛନ୍ତି । ଗଞ୍ଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ମୃତକ ଜଣକ 60 ବର୍ଷ ମହିଳା ବୋଲି ଜଣାପଡିଛି । । ସେହିପରି ଫୁଲବାଣୀରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 50 ବର୍ଷ । ବାଲେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 46 ବର୍ଷୀୟ ପୁରୁଷ ହୋଇଥିବାବେଳେ ପୁରୀ ଜିଲ୍ଲାର 55 ବର୍ଷୀୟା ମହିଳା । ସେହିପରି ମାଲ୍‌କାନଗିରିରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣ 62 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । 5 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର / ବାଲୁଗାଁ: ଆଜି ଚିଲିକା ନିର୍ବାଚନ ମଣ୍ଡଳୀରୁ ୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଦୁର୍ଭାଗ୍ୟର ବିଷୟ ଯେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କରୋନା ଯୋଦ୍ଧା ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଣପୁରର ଦୁଇ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏନେଇ ଆମ ପ୍ରତିନିଧି  ଖୋର୍ଦ୍ଧା ସହକାରୀ ଅଗ୍ନିଶମ ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିବାସ୍ଥଳେ ସେ ସରକାରୀ ନିର୍ଦ୍ଦେଶାନୁଯାୟୀ ବିହିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି। ସାଧାରଣତଃ ଯେଉଁଠାରେ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ପ୍ରଥମେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ସେହି ଅଞ୍ଚଳକୁ ବିଶୋଧନ କରାଯାଇଥାଏ। ଦିନ ରାତି ଏକ କରି ଏହି କର୍ମଚାରୀମାନେ କରୋନା ଲଢେଇରେ ନିଜ ଜୀବନକୁ ବାଜି ଲଗାଉଥିବାବେଳେ ଏହି ଯୋଦ୍ଧାମାନେ କରୋନାରେ ଆକ୍ରାନ୍ତ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବାଣପୁର ଏବଂ ଚିଲିକାରେ ପ୍ରତିଦିନ କରୋନା…

Read More

ଭୁବନେଶ୍ବର : ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ରେଜଲ୍ଟ ।  ଭିଡିଓ ଜରିଆରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ । ବିଧିବଦ୍ଧଭାବେ ଏନେଇ  ଘୋଷଣା କଲେ ମନ୍ତ୍ରୀ ସମୀର ଦାଶ । ଚଳିତ ବର୍ଷ ପୁଅକୁ ପଛରେ ପକାଇଛନ୍ତି ଝିଅ । ଝିଅଙ୍କ ପାସ୍‌ ହାର 81.98 ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ୍‌ ହାର 77 . 8 % ପ୍ରତିଶତ ରହିଛି ।  ସେହିପରି  ଚଳିତ ବର୍ଷ ପାସ୍‌ ହାର୍‌ A1ରେ ପାସ୍‌ ହୋଇଛନ୍ତି 1279ଜଣ । A2ରେ 8 ହଜାର 458 ଜଣ ପାସ୍‌ ହୋଇଛନ୍ତି । ସେହିପରି B1ରେ 18 ହଜାରର 188ଜଣ B2ରେ 32 ହଜାର 328 ଜଣ ପାସ୍‌ ହୋଇଛନ୍ତି ।  31ଟି ସ୍କୁଲରେ ଶୂନ୍ୟ ଫଳାଫଳ ରହିଛି ।

Read More

ଭୁବନେଶ୍ବର : ଆଜି ମୋଟ୍‌ 28ଟି ଜିଲ୍ଲାରୁ 1068 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 245 ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ 194, ସୁନ୍ଦରଗଡରୁ 112, ଗଜପତିରୁ 88, କୋରାପୁଟରୁ 66, କଟକରୁ 61, ନୟାଗଡ ଓ ବାଲେଶ୍ବରରୁ 29 ଜଣ ଲେଖାଏଁ ରହିଛନ୍ତି । ସେହିପରି ବଲାଙ୍ଗିର ଓ ନବରଙ୍ଗପୁରରୁ 26 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡାରୁ 24, ସମ୍ବଲପୁରରୁ 21,  ମୟୂରଭଞ୍ଜ ଓ ଅନୁଗୁଳରୁ 20ଜଣ ଲେଖାଏଁ କଳାହାଣ୍ଡିରୁ 19ଜଣ ଚିହ୍ନଟ ହୋଇଛନ୍ତି। ପୁରୀରୁ 16, ଯାଜପୁର ଓ ଝାରସୁଗୁଡାରୁ 12 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂଆପଡା ଓ କନ୍ଧମାଳରୁ 11 ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡାରୁ 8,  ବରଗଡରୁ 5, ଭଦ୍ରକରୁ 4, ଜଗତସିଂହପୁରରୁ 3 ଜଣ ରହିଥିବାବେଳେ ସୋନପୁର ଓ ଦେବଗଡରୁ 2 ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ ଓ ମାଲ୍‌କାନଗିରିରୁ ଜଣେ…

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1068 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 662ଜଣ ଚିହ୍ନଟ ହୋଇଥିବାବେଳେ 406ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 29ହଜାର 175କୁ ବୃଦ୍ଧି ହୋଇଛି। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 10ହଜାର 920ଜଣ। ସେହିପରି ସୁସ୍ଥ ହୋଇଛନ୍ତି 18ହଜାର60ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 154ଜଣ। ସେହିପରି 35 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

Read More

ଭୁବନେଶ୍ବର : ଯୁକ୍ତ ତିନି ଆଡମିଶନ୍‌ ଲାଗି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡରେ ଆଡ୍‌ମିଶନ୍‌ ହେବ । ସାମସ୍‌ (SAMS) ପୋର୍ଟାଲ୍‌ରେ ଛାତ୍ରଛାତ୍ରୀମାନେ ନିଜ ମୋବାଇଲ୍‌ ଓ ଇ-ମେଲ୍‌ ଆଇଡି ଦେଇ ଆଡମିଶନ ଲାଗି ଆବେଦନ କରିପାରିବେ । ତେବେ ଆବେଦନ ସମୟରେ ଏଣିକି ମାର୍କ ସିଟ୍‌ କିମ୍ବା ସାର୍ଟିଫିକେଟ୍‌ ଆଉ ଅପଲୋଡ୍‌ କରିବାକୁ ପଡିବନି । ସେହିପରି କଲେଜ କର୍ତ୍ତୃପକ୍ଷ ଆଡମିଶନ୍‌ ସମ୍ପର୍କରେ କ୍ୟାମ୍ପସ୍‌ରେ ପୋଷ୍ଟର ଲଗାଇ ସଚେତନ କରିବେ । ଏହା ସହ ହେଲ୍ପ ଡେସ୍କ, ଇଣ୍ଟରନେଟ୍‌ କେନ୍ଦ୍ର, ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଉପଲବ୍ଧ ରଖିବାକୁ ଡିଗ୍ରୀ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Read More

ଲହାେର: ମଣିଷ ଦୁନିଆର ସର୍ବଶ୍ରେଷ୍ଠ ପ୍ରାଣୀ। କିନ୍ତୁ ତା’ ଭିତରେ ରହିଥିବା କୁତ୍ସିତ ମାନସିକତା ତାକୁ ପଶୁଠାରୁ ବି ହୀନ କରି ଦେଉଛି। ମଣିଷ ନିଜର ଯୌନଲାଳସା ଚରିତାର୍ଥ କରିବାକୁ କେତେ ତଳକୁ ଖସିପାରେ, ତାହା ସୀମା ବାହାରେ। ମଣିଷ ଓ ପଶୁ ମଧ୍ୟରେ ପ୍ରଭେଦକୁ ମଧ୍ୟ ସେ ଭୁଲିଯାଏ। ଜାନ୍ତବ କ୍ଷୁଧାର ବର୍ବରତାର ଦୃଶ୍ୟ ଦେଖିବାକୁ ମିଳିଛି। ଏହିପରି ଏକ ମାମଲା ପାକିସ୍ତାନର ଲାହୋରରୁ ଆସିଛି। ଏଠାରେ ଏକ ବିଲେଇ ଛୁଆକୁ ୧୫ ବର୍ଷର ବାଳକ ଓ ତା’ର କେଇଜଣ ସାଥୀ ସାମୂହିକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି। ସପ୍ତାହେ ପର୍ଯ୍ୟନ୍ତ ବିଲେଇ ସହ ଏପରି କୁକର୍ମ କରିବା ପରେ ବିଲେଇ ଛୁଆର ମୃତ୍ୟୁ ହୋଇଛି। ପାକିସ୍ତାନରେ ପଶୁ ସୁରକ୍ଷା ଏବଂ ଅଧିକାର ଉପରେ କାର୍ଯ୍ୟରତ ଥିବା ଅଧିକାରୀ ଜଣକ ଏ ଘଟଣା କୁ ନିଜର ଫେସବୁକ ହ୍ୟାଣ୍ଡଲରେ ପୋଷ୍ଟ କରିବା ପରେ ଏପରି ଏକ ଜଘନ୍ୟ ଘଟଣା ସାମ୍ନାକୁ…

Read More

ଭଦ୍ରକ : ଭଦ୍ରକର ଏକତା ମାର୍କେଟ ଓ କଚେରୀ ବଜାରକୁ 72 ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି । ଜଣେ ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଭଦକ୍ର ମ୍ୟୁନିସିପାଲଟି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଜି ସକାଳ 5ଟାରୁ ଶନିବାର ସକାଳ 5ଟା ପର୍ଯ୍ୟନ୍ତ ଏହି ସଟ୍‌ଡାଉନ୍‌ ବଳବତ୍ତର ରହିବ । ଏହି ସମୟରେ ଏକତା ମାର୍କେଟ ଓ କଚେରୀ ବଜାରକୁ ସାନିଟାଇଜ୍‌ କରାଯିବା ସହ କଣ୍ଟାକ୍ଟ ଟ୍ରେସିଂ କରାଯିବ ।

Read More