Author: Samikhsya Bureau

ଭୁବନେଶ୍ବର : ରାଜ୍ୟରେ ଆଜି 1078 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 721ଜଣ ଚିହ୍ନଟ ହୋଇଥିବାବେଳେ 357ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 19ହଜାର 835କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 6ହଜାର 387ଜଣ । ସେହିପରି ସୁସ୍ଥ ହୋଇଛନ୍ତି 13 ହଜାର309ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 103ଜଣ । ସେହିପରି 30 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ବ୍ରହ୍ମପୁର : ଲକ୍‌ଡାଉନ୍‌ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍‌ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ପାଇଁ 22ଟି ଅଟୋ ଚଳାଚଳ କରିବ। ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।  ସମ୍ପୃକ୍ତ 22 ଅଟୋ ଡ୍ରାଇଭର ଓ ସେମାନଙ୍କ ଫୋନ୍‌ ନମ୍ବର ଜାରି ହୋଇଛି । କୌଣସି ଜରୁରୀ କାମ ପଡିଲେ ଫୋନ୍‌ କରି ସୁବିଧା ପାଇପାରିବେ ଲୋକେ । ତେବେ କିଲୋମିଟର ପିଛା ଅଟୋ ଭଡା 10ଟଙ୍କା ଧାର୍ଯ୍ୟ କରାଯାଇଛି ।

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ ନିକଟତର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 28 ହଜାର 732କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 92 ହଜାର 915ରରେ ପହଞ୍ଚିଛି । 24 ଘଣ୍ଟାରେ ସର୍ବାଧିକ 37 ହଜାର 724 ଆକ୍ରାନ୍ତ ହୋଇଥିବାବେଳେ 648ରୁ ମୃତ୍ୟୁ ହୋଇଛି । ଦେଶରେ ଏବେ ପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 11 ହଜାର 133 ଜଣ ରହିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି  7 ଲକ୍ଷ 53ହଜାର 049 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 27 ହଜାର 31 ଆକ୍ରାନ୍ତ ରହିଥିବାବେଳେ 12 ହଜାର 276ଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3ହଜାର 690ଙ୍କର ମୃତ୍ୟୁ ହୋଇଥିବାବେଳେ…

Read More

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ପୂରା ଦେଶ ଏବେ କରୋନା ସଂକଟ ଦେଇ ଗତି କରୁଥିବାବେଳେ ଜଣେ ନିଜେ ପ୍ରେମିକା ପାଇଁ 12ଟା ବାଇକ୍‌ ଚୋରି କରିଛି । ଏହି ଘଟଣାଟି ପୂର୍ବ ଦିଲ୍ଲୀର ପଟପଡଗଞ୍ଜ ଅଞ୍ଚଳର ଘଟିଛି । ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ବୁଲାଇବା ପାଇଁ ଚୋରି ବନି ଯାଇଛନ୍ତି । ମାତ୍ର 15 ଦିନ ଭିତରେ ଗୋଟିଏ ଦୁଇଟି କି ନୁହେଁ 12ଟି ବାଇକ୍‌ ଚୋରି କରିଛନ୍ତି । ପୋଲିସ୍‌ ଏହି ଘଟଣାର ସମସ୍ତ ବାଇକକୁ ଜବତ କରି ଏହି ଘଟଣାରେ ରହିଥିବା ଅଭିଯୁକ୍ତ ତିନିଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ଗାଜୀପୁରଠାରେ ପିକେଟିଂ ଚେକିଂ ସମୟରେ ବ୍ୟକ୍ତିଜଣକ ଧରାପଡିଥିଲେ । ଏହାପରେ ଗାଡିର କାଗଜପତ୍ର ମାଗିବା ବେଳେ ଅସଲ କଥା ସାମ୍ନାକୁ ଆସିଥିଲା। ଏହାପରେ ସମସ୍ତ ଘଟଣା ପଦାକୁ ଆସିଥିଲା ।  ପ୍ରେମିକ ଜଣକ ନିଜ ପ୍ରେମିକାକୁ ଖୁସି କରିବା ପାଇଁ ମଣ୍ଡାଓ୍ବଲୀ,…

Read More

କେଦାର ମିଶ୍ର ସୁସ୍ଥ ଲୋକ ବାହାରକୁ ଗଲାବେଳେ ମୁଖା ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ- ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ବେଳକୁ ଭାରତର ପ୍ରାୟ ସବୁ ଡାକ୍ତର ଏକଥା କହୁଥିଲେ। ଭୁବନେଶ୍ୱର ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ନିର୍ଦ୍ଦିଷ୍ଟ ଭାବରେ ଏ କଥା ବହୁ ଟେଲିଭିଜନ ଆଲୋଚନାରେ କହିଛନ୍ତି। ସେହି ସମୟରେ ଓଡିଶା ସରକାରଙ୍କର କୋଭିଡ ମୁଖପାତ୍ର ସୁବ୍ରତ ବାଗଚି ମଧ୍ୟ ସେକଥା କହୁଥିଲେ। ତେବେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ସମସ୍ତଙ୍କ କଥା ବଦଳିଗଲା। ଭାରତ ସରକାର ଓ ରାଜ୍ୟ ସରକାର ଗୁଡିକ ସାଧାରଣ ସ୍ଥାନରେ ମୁଖା ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଇନ କଲେ ଓ ଏହାକୁ ନ ମାନିଲେ ଜରିମାନାର ବନ୍ଦୋବସ୍ତ କଲେ। ଆଗରୁ ମୁଖାର ଆବଶ୍ୟକତା ନାହିଁ ବୋଲି କହୁଥିବା ସରକାର ହଠାତ ମୁଖା  ହିଁ ଭୂତାଣୁ ରୋକିବାର ଏକମାତ୍ର ମାର୍ଗ ବୋଲି କହିଲେ। ତେବେ ମୁଖା ବାଧ୍ୟତାମୂଳକ ହେବା ପରେ ଆଉ ଗୋଟେ…

Read More

କନ୍ଧମାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ବ୍ୟାଙ୍କକୁ ବନ୍ଦ କରାଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ।ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କ ବନ୍ଦ କଲା ପ୍ରଶାସନ ।  ସପ୍ତାହେ ବ୍ୟାଙ୍କ ବନ୍ଦ ରଖି ସାନିଟାଇଜ୍‌ କରିବ ପ୍ରଶାସନ । ସପ୍ତାହେ ପରେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଖୋଲିବ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ରହିଛି । ହୋମ କ୍ବାରେଣ୍ଟିନ୍‌ ବେଳେ କିଛି ଲକ୍ଷଣ ଦେଖାଗଲେ ପ୍ରଶାସନକୁ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବାକୁ ସମ୍ପୃ୍କ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।

Read More

ଭୁବନେଶ୍ବର : ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ । ଆଜି ମୁଖ୍ୟମନ୍ତ୍ରୀ କୋଭିଡ୍‌ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ପ୍ରତିଷ୍ଠା ହେବ କୋଭିଡ୍‌ ହସ୍ପିଟାଲ । 30ଟି ଆଇସିୟୁ  ସହିତ 150 ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହେବ । ସେହିପରି ନୀଳାଚଳ ଡାକ୍ତରଖାନାରେ ଚଳିତ ସପ୍ତାହରୁ କାର୍ଯ୍ୟ କରିବ କୋଭିଡ୍‌ ହସ୍ପିଟାଲ । ସୂଚନାଯୋଗ୍ୟ, ଭୁବନେଶ୍ବରରେ ସମ୍‌ ହସ୍ପିଟାଲ ଓ କିମସ୍‌ ହସ୍ପିଟାଲରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।

Read More

ବଣାଇ : ହତ୍ୟାର  ମାସେ ପରେ ମାଟିତଳୁ ଶବ ଉଦ୍ଧାର ହୋଇଛି । ବଣାଇର ମହୁଲପଦା ଥାନା ଉପରକନିଆ ଗ୍ରାମ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାର ମାସେ ପରେ ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହୁଲପଦା ଥାନା ଉପରକନିଆ ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସାଇଣ୍ଟିଫିକ୍‌ ଟିମ୍‌ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋଲିସ୍‌ ଏହି ମୃତଦେହକୁ ଉଦ୍ଧାର କରିଛି । ଅଭିଯୁକ୍ତ ସ୍ବାମୀ ଗିରଫ ହୋଇଛନ୍ତି । ମାସେ ତଳେ ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ସ୍ବାମୀ ।

Read More

ସମ୍ବଲପୁର : ଆସନ୍ତାକାଲିଠାରୁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ୍‌ । 22 ତାରିଖଠାରୁ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ ସମ୍ବଲପୁର ଜିଲ୍ଲା । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । 10 ଦିନିଆ ସଟ୍‌ଡାଉନ୍‌ ଦୁଇ ଦଫାରେ ଲାଗୁ କରିବା ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । 22ରୁ 25 ପ୍ରଥମ ଦଫା ସଟ୍‌ଡାଉନ୍‌ ଲାଗୁହେବ ସେହିପରି 26ରୁ 31 ଦ୍ବିତୀୟ ଦଫା ସଟ୍‌ଡାଉନ୍‌ ହେବ। ସଟ୍‌ଡାଉନ୍‌ ସମୟରେ ଜିଲ୍ଲା ଭିତରେ ସରକାରୀ, ଘରୋଇ ପରିବହନକୁ ବାରଣ କରାଯାଇଛି । ସେହିପରି ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ସଟଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ ଦୁଇ ଚକିଆକୁ ବାରଣ କରାଯାଇଛି । ତେବେ ହସ୍ପିଟାଲ, କ୍ଲିନିକ୍‌, ଔଷଧ ଦୋକାନ, ପେଟ୍ରୋଲ୍‌ ପମ୍ପ, କ୍ଷୀର ଦୋକାନ,…

Read More

ରାୟଗଡା : ରାୟଗଡା ଜିଲ୍ଲା କୋଲନରା ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି ।  ତହସିଲଦାର ଆକ୍ରାନ୍ତ ହେବା ନେଇ ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତହସିଲଦାରଙ୍କ ସହ ଆଉ କିଛି ସରକାରୀ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । କୋଲନରା ତହସିଲ ଅଫିସକୁ 7 ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିପରି ଯଦୁପୁର ବ୍ଲକ ଓ ମୁଖ୍ୟାଳୟ ତିନି ଦିନ ସଟ୍‌ଡାଉନ୍‌ ହେବା ନେଇ ମଧ୍ୟ ଘୋଷଣା ହୋଇଛି । ଥେରୁବାଲି ମାର୍କେଟ୍‌ ମଧ୍ୟ ତିନିଦିନ ସଟ୍‌ଡାଉନ୍‌ ରହିବ ବୋଲି ଘୋଷଣା କରାଯାଇଛି ।

Read More

ସୀତାରାମ ଅଗ୍ରୱାଲ  ନାଚୁଣୀ: ଲକ ଡାଉନ କଟକଣାକୁ ମାନି ଲୋକେ ନିଜେ ଘରେ ରହୁଥିବାସ୍ଥଳେ କେତେଜଣ ଅସାଧୁ ବ୍ୟକ୍ତି ନିଜ ନିଜର ବେଆଇନ କାରବାର ବଢାଇ ଚାଲିଛନ୍ତି। କିନ୍ତୁ ସେମାନଙ୍କୁ କଡା ଜବାବ ଦେବାପାଇଁ କରୋନା ଯୋଦ୍ଧା ମାନେ ଦିନ ରାତି ଉଜାଗର ରହି ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଅଞ୍ଚଳରେ। ଗତକାଲି ରାତି ୧୨ ଟାରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ନାଚୁଣୀ ବାଇପାସ ଓଭରବ୍ରିଜ ଠାରେ ଛପି ରହିଥିଲେ। ସେହି ସମୟରେ ସଲପଡିହ ଗ୍ରାମରୁ ନାଚୁଣୀ ଯାଉଥିବା ବେଆଇନ ତିନି ଗୋଟି ଚୋରା ମାଙ୍କଡ଼ା ପଥର ଚାଲାଣ ୪୦୭ ଟ୍ରକ କୁ ଜବତ କରିଥିଲେ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା ଙ୍କୁ ସୂଚନା ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି…

Read More

ନୂଆଦିଲ୍ଲୀ : ଦେଶ ବିରୋଧୀ ଭାଷଣ ଦେବା ଅଭିଯୋଗ ରେ ଦୋଷୀ ସାବ୍ୟସ୍ତ ହୋଇ ଗୌହ୍ବାଟୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ଶରଜିଲ ଇମାମ କାରୋନାରେ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀ ପୋଲିସ ର କହିବା ଅନୁଯାୟୀ ଦିଲ୍ଲୀ ପୋଲିସର ଏକ ସ୍ଵତନ୍ତ୍ର ଦଳ ତାକୁ ଆଣିବାକୁ ଆସାମ ଯାଇଥିଲେ । ଆସାମ ଆଣିବା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷା କରଯାଇଥିଲା ଏବଂ ଉକ୍ତ ପରୀକ୍ଷଣରେ ସେ କୋ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏକ ମାମଲା ରେ ୨୫ ତାରିଖ ରେ ଦିଲ୍ଲୀ ର ଏକ କୋର୍ଟ ରେ ତାକୁ ହାଜର କରାଯିବାର ଥିଲା ,କିନ୍ତୁ ଏବେସେ  ଆଉ ହାଜର କରାଯିବ ନାହିଁ । ସିଏଏ ବିରୋଧୀ ଆନ୍ଦୋଳୋନରେ ଏକ ପ୍ରମୁଖ ଚେହେରା ପାଲଟି ଥିବା ଶରଜିଲ ଦିଲ୍ଲୀ ର ଜମିୟା ବିଶ୍ୱବିଦ୍ୟାଳୟ ଏବଂ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ରେ ୨ ଟି ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେଇଥିଲେ…

Read More

ଜଗଦଲପୁର : କରୋନା ସଂକ୍ରମଣକୁ ନେଇ ଦେଶରେ ସ୍ଥିତି ବିଗିଡୁଥିବାବେଳେ କରୋନା ଟେଷ୍ଟ ରିପୋର୍ଟକୁ ନେଇ ଏବେ  ଅନିୟମିତତା ଦେଖାଦେଉଛି । କେଉଁଠାରେ ନେଗେଟିଭ୍‌ ଲୋକଙ୍କ ପଜିଟିଭ୍‌ ରିପୋର୍ଟ ଆସୁଛି ତ କେଉଁଠି ପଜିଟିଭ୍ ଲୋକଙ୍କର ନେଗେଟିଭ୍‌ ରିପୋର୍ଟ ଆସୁଛି । ଏହିପରି ଏକ ଘଟଣା ଛତିଶଗଡର ଜଗଦଲପୁରରୁ ସାମ୍ନାକୁ ଆସିଛି । ଛତିଶଗଡର ଜଗଦଲପୁରରେ ସରକାରୀ ହସ୍ପିଟାଲର ଦାୟିତ୍ବହୀନତାର ଏକ ଚରମ ନିଦର୍ଶନ ଦେଖିବାକୁ ମିଳିଛି । ଏଠାରେ ସରକାରୀ ହାସ୍ପିଟାଲରେ ଜଣେ ବ୍ୟକ୍ତିର କରୋନା ଟେଷ୍ଟ କରାଯାଇଥିଲା । ତାଙ୍କର ନେଗେଟିଭ୍‌ ରିପୋର୍ଟ ଆସିଛି କହି ଡାକ୍ତର ଘରକୁ ପଠେଇ ଦେଇଥିଲେ । କିନ୍ତୁ ପରେ ସେହି ବ୍ୟକ୍ତି ଜଣଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିଥିଲା । ଏହି ଘଟଣା ଜଣାପଡିବା ପରେ ପୂରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି ।  ଜିଲ୍ଲା ପ୍ରଶାସନ ଗ୍ରାମକୁ ସିଲ୍‌ କରିବା ସହିତ ପୂରା ମାମଲା ଯାଞ୍ଚ ପାଇଁ ଆଦେଶ…

Read More

ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବିଶ୍ବ ହାରଠାରୁ କମ୍ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ବିଶ୍ୱରେ ହାରାହାରି ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୭୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ବେଳେ ଭାରତରେ ତାହା ମାତ୍ର ୨୦.୪ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଓଏସଡି ରାଜେଶ ଭୂଷଣ କହିଛନ୍ତି । ବ୍ରିଟେନରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ସର୍ବାଧିକ ୬୬୭ ଜଣ ମୃତ୍ୟୁବରଣ କରୁଥିବାବେଳେ ଆମେରିକାରେ ତାହା ୪୨୧ ଓ ବ୍ରାଜିଲରେ ୩୭୧ ରହିଛି । ଏଣୁ ମୃତ୍ୟୁହାର ଦୃଷ୍ଟିରୁ ଭାରତରେ ସ୍ଥିତି ଭଲ ରହିଛି। ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପିଜିଟିଭିଟି ହାର ଜାତୀୟ ହାର ୮.୦୭ ପ୍ରତିଶତଠାରୁ କମ ରହିଛି । ମାତ୍ର ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭିଟି ହାର ଜାତୀୟ ହାରଠାରୁ ଅଧିକ…

Read More

ପୁରୀ, ଆଜି ପ୍ରଖ୍ୟାତ ଅଭିନେଚା ବିଜୟ ମହାନ୍ତିଙ୍କୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଛନ୍ତି। ଏହି ସମୟରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ କଳାରେ ବିଜୟଙ୍କୁ ଦେଇଛନ୍ତି ଶେଷ ସମ୍ମାନ

Read More

ନୂଆଦିଲ୍ଲୀ, ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ନିର୍ମାଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଆସନ୍ତା ଅଗଷ୍ଚ ୩ କିମ୍ବା ୫ ତରିଖରେ ହୋଇପାରେ। ଏଥିସହିତ ମନ୍ଦିର ନିର୍ମାଣ ପାଇଁ ଦାନ ମିଳିବା ଆରମ୍ଭ ହୋଇଯାଇଛି। ଇଣ୍ଡିଆନ୍‌ ବୁଲିଅନ୍‌ ଜୁଏଲର୍ସ ଆସୋସିଏସନର ମଙ୍ଗଳବାର ଦିନ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ପ୍ରାୟ ୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଇଟା ଦାନ କରିଛନ୍ତି। ମନ୍ଦିର ଆକାର ଏବଂ ଡିଜାଇନ୍‌କୁ ପରିବର୍ତ୍ତନ କରିବା ପାଇଁ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷର ସବୁଜ ସଙ୍କେତ ମିଳିଛି। ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିର ଯଦି ନୂଆ ଆକାର ଓ ଡିଜାଇନ୍‌ରେ ନିର୍ମାଣ ହୁଏ ତେବେ ଏହା ବିଶ୍ୱର ଅନ୍ୟତମ ବୃହତ୍ତମ ହିନ୍ଦୁ ମନ୍ଦିର ହେବ। ନୂଆ ଆକାର ଏବଂ ଡିଜାଇନ୍‌ ଅନୁଯାୟୀ, ମନ୍ଦିରର ଓସାର ୧୪୦ ଫୁଟରୁ ୨୭୦- ୨୮୦…

Read More

ଶ୍ରୀନଗର, କରୋନା ମହାମାରୀ କାରଣରୁ ଏବର୍ଷର ଅମରନାଥ ଯାତ୍ରାକୁ ବାତିଲ କରି ଦିଆଯାଇଛି। ଆଜି ଶ୍ରୀନଗରରେ ଉପରାଜ୍ୟପାଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ଏକ ବୈଠକରେ ଏହି ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାର୍ଷିକ ତୀର୍ଥଯାତ୍ରା ଶ୍ରାବଣ ପୂର୍ଣ୍ଣିମାରେ (ରାକ୍ଷୀପୂର୍ଣ୍ଣିମା) ସମ୍ପନ୍ନ ହୋଇଥାଏ | ଏହା ପରେ ପବିତ୍ର ଗୁମ୍ଫା ବନ୍ଦ ହୋଇଥାଏ | ତେବେ ଏଥର ଏହି ଯାତ୍ରା ଜୁନ 23ରୁ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ସଂକ୍ରମଣ ହେତୁ ପଞ୍ଜୀକରଣ ଆରମ୍ଭ ହୋଇପାରି ନଥିଲା | ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଯାତ୍ରା ଜୁଲାଇ ୨୧ରୁ କରାଯାଇପାରିବ|କିନ୍ତୁ ଜୁଲାଇରେ କରୋନା ସଂକ୍ରମଣର ମାତ୍ରା ବଢିବା କାରଣରୁ ପ୍ରଶାସନ ଅମରନାଥ ଯାତ୍ରାକୁ ବାତିଲ କରିଛି | ତେବେ ଭକ୍ତଙ୍କ ଭାବନାକୁ ନଜରରେ ରଖି ଅମରନାଥଙ୍କର ଉଭୟ ସକାଳ ଓ ସନ୍ଧ୍ୟା ଧୂପ ଓ ଆଳତିର ସିଧାପ୍ରସାରଣ କରାଯିବ, ଯାହାକୁ ଭକ୍ତ ଲାଇଭ ଦେଖିପାରିବେ ବୋଲି କୁହାଯାଇଛି |

Read More

ଭୁବନେଶ୍ବର, କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ ମାସ ମାଗଣାରେ ଡାଲି ଓ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ଜରିଆରେ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଲେଖାଏ ଚାଉଳ ୫ ମାସ ପାଇଁ ମାଗଣା ଯୋଗାଇ ଦିଆଯିବ। ଏହାସହିତ ପ୍ରତି ମାସରେ ପରିବାର ପିଛା ଏକ କେଜି ଲେଖାଏ ଡାଲି ମଧ୍ୟ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ଯୋଗାଇ ଦିଆଯିବ। ଏହାଦ୍ବାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀମାନେ ଉପକାର ପାଇପାରିବେ।

Read More

ଭୁବନେଶ୍ବର, ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମା 65 ବର୍ଷକୁ ବୃଦ୍ଧି କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ପୂର୍ବରୁ ଡାକ୍ତରଙ୍କ ଅବସର ବୟସ ସୀମା 62 ବର୍ଷ ଥିଲା। OHMS ଡାକ୍ତରଙ୍କ ଅବସର ବୟସ ସୀମା ବୃଦ୍ଧି କରାଯାଇଛି। ଏଥିସହିତ ଶ୍ରମ ଓ ଇଏସଆଇ ବିଭାଗରେ କାମ କରୁଥିବା ଇନସୁରାନସ ମେଡିକାଲ ଅଫିସରମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।

Read More

କଟକ, କୋଭିଡ ମୁକାବିଲା ପାଇଁ କଟକ ସକାଶେ ରାଜ୍ୟ ସରକାର ଆଜି 15 କୋଟି ଟଂକାର ସହାୟତା ଘୋଷଣା କରିଛନ୍ତି। କଟକରେ ଖୋଲାଯିବ ଆଉ ଚାରିଟି କୋଭିଡ ହସ୍ପିଟାଲ। ନିକଟରେ 3ଟି ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଆଜି ଆଉ ଗୋଟିଏ ହସ୍ପିଟାଲ ପାଇଁ ନିଷ୍ପତ୍ତି ହୋଇଛି। ବାରବାଟୀ ଷ୍ଟାଡିୟମ ଆସୋସିଏସନ କୋଠାରେ ହେବ ହସ୍ପିଟାଲ।

Read More

ଭୁବନେଶ୍ବର, ରାଜ୍ୟରେ ଆଜି ଆଉ 400 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 137 କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହା ପଛକୁ କଟକରୁ 58, ଖୋର୍ଦ୍ଧାରୁ 46, କୋରାପୁଟରୁ 41, ଯାଜପୁରରୁ 37, କେନ୍ଦୁଝରରୁ 14, କେନ୍ଦ୍ରାପଡ଼ୁାରୁ 10, ମୟୂରଭଂଜରୁ 9, ନୟାଗଡ଼ ଓ ସୁନ୍ଦରଗଡ଼ରୁ 7 ଲେଖାଏଁ, ବରଗଡ଼ରୁ 5 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁର ଓ ସୋନପୁରରୁ ମଧ୍ୟ 5 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନୁଗୁଳ,କଳାହାଣ୍ଡି ଓ ପୁରୀରୁ 4 ଲେଖାଏଁ,ବୋଦ୍ଧରେ 3, ଭଦ୍ରକରୁ 2, ରାୟଗଡ଼ା ଓ ସମ୍ବଲପୁରରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 13 ହଜାର 309କୁ ବୃଦ୍ଧି ପାଇଛି।

Read More