ଜୟପୁର: ରାଜସ୍ଥାନ ହାଇକୋର୍ଟ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକ କରିଥିବା ମାମଲାର ପରବର୍ତ୍ତୀ ଶୁଣାଣିକୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏଥିସହ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରର ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ସେମାନଙ୍କ ସଦସ୍ୟତାକୁ ରଦ୍ଦ କରି ବିଧାନସଭା ବାଚସ୍ପତି ଜାରି କରିଥିବା ବିଜ୍ଞପ୍ତି ବିରୋଧରେ ଆଗତ ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଶୁଣାଣି ବେଳେ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ଯେ…
Author: Samikhsya Bureau
ନୂଆଦିଲ୍ଲୀ: ଭାରତର ଇଞ୍ଚଟିଏ ବି ଜମି କେହି ନେଇ ପାରିବେନି। ଏଭଳି କଡା ଭାଷାରେ ଚୀନକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦୁଇ ଦିନିଆ ଲଦାଖ ଏବଂ ଜମ୍ମୁ ଓ କଶ୍ମୀର ଗସ୍ତରେ ଆସିଥିବା ରାଜନାଥ ଲଦାଖରେ ଅବତରଣ କରିବା ପରେ ଫର୍ୱାର୍ଡ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ସୈନିକମାନେ ତାଙ୍କୁ ସଶସ୍ତ୍ରବାହିନୀର ପାରାଡ୍ରପିଙ୍ଗ୍ ଦକ୍ଷତା ଦେଖାଇଥିଲେ। ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଲୁକଙ୍ଗ ପୋଷ୍ଟରେ ଭାରତୀୟ ସେନା ଏବଂ ଆଇଟିବିପି କର୍ମଚାରୀଙ୍କ ସହ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଛନ୍ତି ଯେ, ବିଶ୍ୱର କୌଣସି ଶକ୍ତି ଭାରତର ଏକ ଇଞ୍ଚ ଜମି ମଧ୍ୟ ନେଇପାରିବ ନାହିଁ। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି। କଥାବାର୍ତ୍ତା ମାଧ୍ୟମରେ ଚୀନ୍ ସହ ବିବାଦର ସମାଧାନ ପାଇଁ ଭାରତ ଆଶା ରଖିଥିବା ବେଳେ ଚୂଡ଼ାନ୍ତ ଫଳାଫଳ ଯେ କଣ ହେବ ତାହାର କୌଣସି…
ଭୁବନେଶ୍ବର, ଏଣିକି ରାଜ୍ୟରେ ଦିନକୁ ହେବ ୧୦ ହଜାର କରୋନା ଟେଷ୍ଟ । ୭ ହଜାର ଆରଟିପିସିଆର ଓ ୩ ହଜାର ଆଂଟିଜେନ ଟେଷ୍ଟ କରାଯିବ । ଓଡିଶାକୁ ଆଉ ୨ ଲକ୍ଷ ଆଟିଂଜେନ କିଟ ଆସିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସେସ୍ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡା। କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ଦୃଷ୍ଟିରୁ ଟେଷ୍ଟ ସଂଖ୍ୟା ବଢାଇବା ପାଇଁ ସ୍ଥିର କରାଯାଇଛି। ସର୍ବାଧିକ ସଂକ୍ରମିତ ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ସହରକୁ ଅଧିକ ଫୋକସ କରାଯାଉଛି । ଏହି ଜିଲ୍ଲାଗୁଡିକରୁ ଅଧିକ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଆଗାମୀ ଦିନରେ ଏହି ଜିଲ୍ଲାରେ ଟେଷ୍ଟିଂ ,ଟ୍ରେସିଂ, ସର୍ଭେଲାନ୍ସକୁ ଜୋରଦାର କରାଯିବ । ଆଜି ରାତି 9ଟାରୁ ଏହିସବୁ ଜିଲ୍ଲାରେ ୧୪ ଦିନ ଲକ୍ ଡାଉନ ଆରମ୍ଭ ହେଉଛି।ଏହି ସମୟ ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଏଲଏସ୍ ଡାକ୍ତର…
ଭୁବନେଶ୍ବର, ଲକ ଡାଉନ ଘୋଷଣା ଯୋଗୁଁ ଜୁଲାଇ 31ଯାଏଁ ମୋ ବସ୍ ବନ୍ଦ ରହିବ । ଏୟାରପୋର୍ଟ, ଷ୍ଟେସନ ଯାତ୍ରୀଙ୍କ ପାଇଁ କାଲିଠାରୁ ସଟଲ୍ ସେବା ଚାଲିବ। ମୋ ବସ୍ ପରିଚାଳନାକାରୀ କୃଟ୍ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦେଇଛନ୍ତି।
ଭୁବନେଶ୍ବର, ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ବିଶେଷ କରି ଲୋକାଲ କଣ୍ଚ୍ରାକ୍ଟ କେସ୍ ବଢୁଥିବାରୁ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢିଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ 124 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 124 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ 72 କ୍ବାରେଣ୍ଟିନ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 52 ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1043କୁ ବୃ୍ଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ 402 ସୁସ୍ଥ ହୋଇଥିବା ବେଳେ 504 ଆକ୍ରାନ୍ତ ଏବେ ଚିକିତ୍ସାଧିନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନାରେ 11 ଜଣଙ୍କ ମୃତ୍ୟୁ ହୋଇଛି। ଲକ୍ଷ୍ମୀବିହାର ବସ୍ତି,ଚିନ୍ତାମଣିଶ୍ବର, ବମିଖାଲରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିଙ୍ନଟ ହୋଇଛନ୍ତି। ସେହିପରି ବିଶ୍ବଶ୍ବରୀ ବସ୍ତି, ଡୁମୁଡୁମା, ସହିଦ ନଗରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଇଷ୍ଟକୋଷ୍ଟ ରେଲୱେର ଜଣେ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା…
ବ୍ରହ୍ମପୁର, ଗଞ୍ଜାମ ଜିଲାରେ ଆଜି(ଶୁକ୍ରବାର) ରାତି ୯ ଟାରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ହେବ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍ଡାଉନ୍ ପ୍ରକ୍ରିୟା ଜାରି ରହିବ। ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ୯ଟି ସହରରେ ୨୧ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସଟ୍ଡାଉନ୍କୁ ଉଠାଇ ଦିଆଯାଇଛି । ଏଠାରେ କେବଳ ଲକ୍ଡାଉନ୍ ବଳବତ୍ତର ରହିବ। ଜିଲାର ଯେଉଁଠି ଯେଉଁଠି କରୋନା ସଂକ୍ରମଣ ବଢ଼ୁଛି ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେଠାରେ ପୂର୍ବ ଭଳି କଣ୍ଟେନମେଣ୍ଟ ନିୟମ ବଳବତ୍ତର ରହିବ । ଜିଲାରେ ଆରମ୍ଭ ହେବାକୁ ଥିବା ଲକ୍ଡାଉନ୍କୁ ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଦୋକାନୀମାନେ କୋଭିଡ ନିୟମ ପାଳନ କରି ନିର୍ଦ୍ଧାରିତ ସମୟ ଭିତରେ ବ୍ୟବସାୟ କରିବେ, ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୋକାନ ବନ୍ଦ ସହ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ…
ଭୁବନେଶ୍ବର : କୋଭିଡ୍ ଯୋଦ୍ଧା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କ ପରିବାର ପାଇଁ ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଡ୍ୟୁଟିରେ ଥାଇ ଅଙ୍ଗନଓ୍ବାଡି, ଆଶା କର୍ମୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ଭତ୍ତା ମିଳିବ ବୋଲି ସୂଚନା ରହିଛି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 60 ବର୍ଷ ହେବା ଯାଏ ମିଳିବ ଭତ୍ତା । ମୃତ ଅଙ୍ଗନଓ୍ବାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ 7500ଟଙ୍କା ମିଳିବ ବୋଲି ସୂଚନା ରହିଛି ।ସେହିପରି ମୃତ ଆଶା କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମିଳିବ ମାସିକ 5 ହଜାର ଟଙ୍କା । ଅଙ୍ଗନଓ୍ବାଡି ଓ ଆଶାଙ୍କସମ୍ପର୍କୀୟଙ୍କୁ ଭତ୍ତା ନେଇ ସ୍ବତନ୍ତ୍ର ରିଲିଫ୍ କମିଶନରଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଭଦୋଦରା, ସୀମାରେ ଅହରାତ୍ର ପହରା ଦେଉଥିବା ବୀର ଭାରତୀୟ ଯବାନଙ୍କ ପାଇଁ 12 ହଜାରରୁ ଅଧିକ ରାକ୍ଷୀ ସଂଗ୍ରହ କରିଛନ୍ତି ଗୁଜରାଟ ଭଦୋଦରାର ଏକ ମହିଳା ଗୋଷ୍ଠୀ। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଏହି ସବୁ ରାକ୍ଷୀ ଆସି ପହଞ୍ଚିଛି ସେମାନଙ୍କ ପାଖରେ। ରକ୍ଷା ବନ୍ଧନରେ ବନ୍ଧନ ଆଗକୁ ଥିବାରୁ ଏସବୁ ରାକ୍ଷୀ ସେମାନଙ୍କୁ ପଠାଇବାକୁ ଯୋଜନା ରଖିଛନ୍ତି ଏହି ମହିଳା ଗୋଷ୍ଠୀ। ଏମାନେ ପ୍ରତିବର୍ଷ ସୀଆଚେନ, କାରଗିଲ ଆଦି ସୀମାରେ ମୁତୟନ ହୋଇଥିବା ଭାରତୀୟ ଯବାନଙ୍କୁ ଭାଇ-ଭଉଣୀର ସମ୍ପର୍କର ଡୋରିରେ ବାନ୍ଧିବା ଏବଂ ସେମାନଙ୍କ ମନୋବଳ ବଢାଇବା ପାଇଁ ରାକ୍ଷୀ ପଠାଇଥାନ୍ତି। ଏବର୍ଷ କାରଗିଲ, ସିଆଚେନ ସମେତ ଗଲୱାନକୁ ମଧ୍ୟ ରାକ୍ଷୀ ପଠାଇବା ଲାଗି ସେମାନଙ୍କର ଯୋଜନା ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ରାକ୍ଷୀ ବି ଆସି ପହଞ୍ଚିଗଲାଣି। ହେଲେ ଏବର୍ଷ କରୋନା କଟକଣା ଥିବାରୁ ରାକ୍ଷୀ ପଠାଇବା ନେଇ ସେମାନେ ଦ୍ବନ୍ଦ୍ବରେ ଅଛନ୍ତି। ତଥାପି ରାକ୍ଷୀ ପଠାଇବାର ବ୍ୟବସ୍ଥା…
ମୁମ୍ବାଇ : ନଓ୍ବାଜଉଦ୍ଦିନ ସିଦ୍ଧିକି ଓ ରାଧିକା ଆପ୍ତେଙ୍କ ଅଭିନୀତ ଫିଲ୍ମ ‘ରାତ୍ ଅକେଲୀ ହୈ’ର ଟ୍ରେଲର୍ ରିଲିଜ୍ ହୋଇଛି । ମର୍ଡର ମିଷ୍ଟ୍ରିର ଏହି ଫିଲ୍ମରେ ନଓ୍ବାଜଉଦ୍ଦିନ୍ ଜଣେ ପୋଲିସ୍ ଭୂମିକାରେ ନଜର ଆସିଛନ୍ତି । ସସ୍ପେନ୍ସର ଭରପୂର ଏହି ଟ୍ରେଲରଟିରେ ଫିଲ୍ମର କାହାଣୀ ଏକ ହତ୍ୟାକାଣ୍ଡକୁ ନେଇ ଗତିଶୀଳ ହୋଇଛି । ଟ୍ରେଲର୍ରେ ନଜର ଆସିଥିବା ସମସ୍ତ ଚରିତ୍ର କିଛି ନା କିଛି ଲୁଚାଉଥିବାର ନଜର ଆସୁଛନ୍ତି । ଏହି ଫିଲ୍ମଟି ହଲିଉଡ୍ ଫିଲ୍ମ ’ନାଇବସ୍ ଆଉଟ୍’ ସହ ମେଳ ଖାଉଛି ।ଏହି ଫିଲ୍ମରେ ନଓ୍ବାଜ ଉଦ୍ଦିନ୍ ଓ ରାଧିକା ଆପ୍ତେଙ୍କ ସମେତ ସୁଧୀର ମିଶ୍ର ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମର କାହାଣୀ ଅନୁସାରେ ଘରର ମାଲିକ ଠାକୁର ରଘୁବୀର ସିଂଙ୍କ ମୃତ୍ୟୁ ହୋଇ ଯାଉଛି । ତେବେ ପରବର୍ତ୍ତୀ ସମୟରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଛି । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ…
ନୂଆଦିଲ୍ଲୀ : କେବେ କେବେ ସୋସିଆଲ ମିଡିଆରେ ଏପରି କିଛି ଭିଡିଓ ଭାଇରାଲ୍ ହୋଇଥାଏ, ଯାହାକୁ ଦେଖି ମନ ଖୁସିରେ ଝୁମି ଯାଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ଆପଣମାନଙ୍କର ମନ ବି ଖୁସିରେ ନାଚି ଉଠିବ । ଏହି ଭିଡିଓରେ ଏକ ଗୁଣ୍ଡୁଚି ମୂଷା ପାଣି ବୋତଲକୁ ଦେଖି ପାଣି ମାଗୁଥିବାର ନଜର ଆସିଛି । https://twitter.com/i/status/1283975154633109506 ଭାରତୀୟ ପ୍ରଶାସିନକ ସେବା ଅଧିକାରୀ ଅବିନାଶ ଶରନ୍ ନିଜ ଟୁଇଟର ହ୍ୟାଣ୍ଡେଲ୍ରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓଙ୍କୁ ସେୟାର କରି ଅବିନାଶ ଲେଖିଛନ୍ତି ଯେ, ଏପରି ଏକ ସୁନ୍ଦର ଭିଡିଓ କେବେ ଦେଖିନଥିଲା, ଏହା ହ୍ବାଟସ୍ଆପ୍ ଜରିଆରେ ମିଳିଛି ।’ ଭିଡିଓରେ ଏକ ଗୁଣ୍ଡୁଚି ମୂଷା ଏକ ବୋତଲ ଦ୍ବାରା ପାଣି ପିଆଯାଉଥିବାର ଦେଖାଯାଇଛି । ସେ ବଡ ଆଗ୍ରହରେ ସହିତ ପାଣି ପିଉଥିବାର ଦେଖାଯାଇଛି । ଭିଡିଓରେ ଗୁଣ୍ଡୁଚି ମୂଷାର…
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା, ଏବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଜପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭ ଦଶମିକ ୨ ପ୍ରତିଶତ ମାର୍କ ରଖି ରାଜ୍ୟର ଟପ୍ ଟେନ୍ ତାଲିକାର ସପ୍ତମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଭିଡିଓ କନଫେରସିଂରେ ସନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି | ତାଙ୍କର ଏହି ସଫଳତା ପାଇଁ 5T ସଚିବ ସନ୍ଧ୍ୟା ପ୍ରିୟଦର୍ଶିନୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ତାଙ୍କର ଆଗାମୀ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ବ୍ୟକ୍ତିଗତ ଭାବରେ ଭେଟିବା ସମ୍ଭବ ହୋଇପାରୁ ନଥିବା ବେଳେ ଭିଡିଓ କନଫେରସିଂ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଏଥିସହ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ…
ବେଙ୍ଗାଲୁରୁ : ଭାରତର ପୂର୍ବତନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ତଥା ପୂର୍ବତନ ବ୍ୟାଡ଼ମିଣ୍ଟନ କୋଚ ରମେଶ ଟୀକାରାମ କରୋନାରେ ମୃତ୍ୟୁ ବରଣ କରିଛନ୍ତି । ସେ ବେଙ୍ଗାଲୁରୁ ଏକ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି ଏବଂ ମୃତ୍ୟୁ ବରଣ କରିବା ବେଳକୁ ତାଙ୍କୁ 51 ବର୍ଷ ବୟସ ହୋଇଥିଲା । ଅର୍ଜୁନ ପୁରସ୍କାର ବିଜେତା ଏହି ଖେଳାଳିଙ୍କ ମୃତ୍ୟୁକୁ ନେଇ ଖେଳ ଜଗତରେ ଏକ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନା ଅନୁସାରେ, ଟୀକାରମ ଜୁନ 29 ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ହସ୍ପିଟାଲକୁ ନିଆଯାଇଥିଲା ପରେ ତାଙ୍କର କରୋନା ପଜିଟିଭ ବାହାରିଥିଲା । ଭାରତର ପ୍ରଥମ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଟୀକାରାମଙ୍କ ଏହି ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପିସିଆଇର ଜେନେରାଲ ସେକ୍ରେଟେରୀ ଗୁରସରଣ ସିଂ । (ଏଜେନ୍ସି)
ନୂଆଦିଲ୍ଲୀ, ଅଯୋଧ୍ୟାରେ ଖୁବଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣର ଶୁଭାରମ୍ଭ ଅବସରରେ ଯୋଗ ଦେବେ। ଏ ସମ୍ପର୍କରେ ଆଲୋଚନା ପାଇଁ ଶ୍ରୀ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନଙ୍କର ଏକ ବୈଠକ ଶନିବାର ଦିନ ବସିବ। ମନ୍ଦିର ନିର୍ମାଣ ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇ ସାରିଛି। ଆସନ୍ତାକାଲି ବୈଠକରେ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯିବ। ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କାଲି ହେବାକୁ ଥିବା ବୈଠକରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କେଉଁ ତାରିଖରେ ଯୋଗ ଦେଇ ପାରିବେ ତାହା ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି କମିଟିକୁ ଜଣାଇବେ। ମୋଦିଙ୍କ ସହ ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କିଛି ମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ସମାରୋହରେ ଉପସ୍ଥିତ ରହିବେ। କୋଭିଡ କଟକଣା ଦୃଷ୍ଟିରୁ ସୀମିତ ଅତିଥିଙ୍କୁ ନେଇ ସମାରୋହ ଆୟୋଜନ କରାଯିବ।…
ଭୁବନେଶ୍ବର : କମିଶନରେଟ୍ ପୋଲିସ୍ର ସମସ୍ତ କର୍ମଚାରୀଙ୍କୁ ଫିଟ୍ନେସ୍ ଟାର୍ଗେଟ୍ ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କମିଶନର ସୁଧାଂଶୁ ଷଡଙ୍ଗୀ । ଏକ ସପ୍ତାହ ମଧ୍ୟରେ ସବୁ କର୍ମଚାରୀଙ୍କ ଉଚ୍ଚତା, ଓଜନ ମାପ ହେବ । ସବୁ କର୍ମଚାରୀଙ୍କୁ ସେମାନଙ୍କ ବଡି ମାସ୍ ଇଣ୍ଡେକ୍ସ ଲିଖିତ ଦିଆଯିବ । ବୟସ, ଉଚ୍ଚତା ଅନୁସାରେ ଓଜନ କେତେ ହେବା କଥା କୁହାଯିବ । 19-24 ଯାଏ ବିଏମ୍ଆଇ ସ୍ବାଭାବିକ । 30 ହେଲେ ମେଦବହୁଳତା ବୋଲି ବିବେଚନା କରାଯିବ । ଓଜନ, ବିଏମ୍ଆଇ ପ୍ରଦାନ କାର୍ଯ୍ୟ ଜୁଲାଇ 30 ମଧ୍ୟରେ ଶେଷ କରାଯିବ । ତିନିମାସ ପରେ ନଭେମ୍ବର ମାସରେ ପୁଣି ସମସ୍ତଙ୍କ ଓଜନ ନିଆଯିବ । ସେମାନେ ଓଜନ କମାଇବାକୁ କେତେ ଚେଷ୍ଟିତ, ପରଖାଯିବ । ଯାହାର ବିଏମଆଇ 30 ଉପରେ ଥିବ, ବାଧ୍ୟତାମୂଳକ ବ୍ୟାୟାମ କରିବେ । ବାଧ୍ୟତାମୂଳକ ବ୍ୟାୟାମ ସହ 6 ସପ୍ତାହ ରିଫ୍ରେସର କୋର୍ସ…
ୱାସିଂଟନ୍, ଭାରତ ଓ ଚୀନ୍ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଯାହା ସମ୍ଭବ ସବୁ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ତାହା କରିବାକୁ ଆଗ୍ରହୀ। ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେଲିଗ୍ ମ୍ୟାକ୍ଇନାନି ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଟ୍ରମ୍ପ୍ କହିଛନ୍ତି, ସେ ଭାରତ ଓ ଚୀନ୍ ଲୋକଙ୍କୁ ଶ୍ରଦ୍ଧା କରନ୍ତି। ସେମାନଙ୍କ ଶାନ୍ତି ରକ୍ଷା ପାଇଁ ଯାହା କିଛି ସମ୍ଭବ ସବୁ କରିବାକୁ ସେ ଆଗ୍ରହୀ। କିନ୍ତୁ, ଗତ କେତେ ସପ୍ତାହ ହେବ ଟ୍ରମ୍ପ୍ ପ୍ରଶାସନ ଚୀନ୍ ବିରୋଧରେ ଭାରତକୁ ସମର୍ଥନ କରିବାକୁ ଆଗଭର ହୋଇଥିଲା। ଭାରତ ଲାଗି ଟ୍ରମ୍ପ୍ଙ୍କ ବାର୍ତ୍ତା କ’ଣ ବୋଲି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏଭଳି କହିଛନ୍ତି। ଗୁରୁବାର ସକାଳେ ହ୍ବାଇଟ୍ ହାଉସ୍ ଆର୍ଥିକ ଉପଦେଷ୍ଟା ଲେରି କୁଡ୍ଲୋ ଭାରତକୁ ଉତ୍ତମ ବନ୍ଧୁ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହୋଇପଡ଼ିଲାଣି କରୋନା ସ୍ଥିତି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ରେକର୍ଡ କରୁଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ ପାର କରିଛି। ଦେଶରେ ମୃତକଙ୍କ ସଂଖ୍ୟା 25 ହଜାର 602କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 34 ହଜାର 956 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 687ଜଣଙ୍କର ମୃତ୍ୟୁ ହୋଇଛି।ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 3 ହଜାର 832କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ 3 ଲକ୍ଷ 42 ହଜାର 473 ଥିବା ବେଳେ ସୁସ୍ଥ ହେଲେଣି 6 ଲକ୍ଷ 35 ହଜାର 757 । ସେହିପରି ମହାରାଷ୍ଟ୍ରରେ 2 ଲକ୍ଷ 84 ହଜାର 281 ଆକ୍ରାନ୍ତ ହୋଇଥିବା ବେଳେ 11 ହଜାର 194 ଜଣଙ୍କ ମୃତ୍ୟୁ…
ଭୁବନେଶ୍ବର : ଆଜି ପୁଣି 4 ଜଣଙ୍କ ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 2 ଜଣ ଥିବାବେଳେ ଗଜପତି ଓ ଅନୁଗୁଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଆଜି ଗଞ୍ଜାମରୁ ଦୁଇ ଜଣ ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୃତକଙ୍କ ସଂଖ୍ୟା 50କୁ ବୃଦ୍ଧି ହୋଇଥିବାବେଳେ ରାଜ୍ୟରେ ମୃତକଙ୍କ ସଂଖ୍ୟା 83କୁ ବୃଦ୍ଧି ହୋଇଛି । ଗଞ୍ଜାମରେ ମୃତ୍ୟୁବରଣ କରିଥିବା ମୃତକଙ୍କ ମଧ୍ୟରେ ଜଣେ 57 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସେହିପରି ଅନ୍ୟ ଆକ୍ରାନ୍ତ ଜଣକ 60 ବର୍ଷୀୟ ପୁରୁଷ ହୋଇଥିବାବେଳେ ସେ କିଡ୍ନୀ ରୋଗରେ ପୀଡ଼ିତ ଥିଲେ । ଅନୁଗୁଳ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ବୟସ 66 ବର୍ଷ ବୋଲି ଜଣାପଡିଥିବାବେଳେ ସେ ନ୍ୟୁରୋଏଣ୍ଡ୍ରୋକ୍ରାଇନ୍ ଟ୍ୟୁମୋରରେ ପୀଡ଼ିତ ଥିଲେ । ସେହିପରି…
ସୀତାରାମ ଅଗ୍ରଓ୍ବାଲ ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତର ରତନପୁର ପାଟଣା ସାହିରେ ଗତ କାଲି ରାତିରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ୍ୟୁ ମହିଳାଙ୍କ ନାମ ସୁକାନ୍ତି ସାହୁ ବୋଲି ଜଣାପଡିଛି । ତାଙ୍କ ବୟସ 38 ବର୍ଷ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସୁକାନ୍ତିଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଶୋଇବା କକ୍ଷରୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଡାକ୍ତରଙ୍କ ଠାରୁ ଟାଙ୍ଗୀ ଥାନା ପୋଲିସ୍ ସୂଚନା ପାଇ ମେଡିକାଲରେ ପହଞ୍ଚି ଶଵ ଜବତ କରି ତଦନ୍ତ ଚଳାଇଛି । ପରିବାର ଆତ୍ମୀୟ ପୋଲିସକୁ ମହିଳାଙ୍କ ପୂର୍ବରୁ ଶ୍ୱାସ ରୋଗ ଥିଲା ଏବଂ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଏକ…
ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 718 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 24 ଜିଲ୍ଲାରୁ 718 ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 231 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା 150, ମାଲ୍କାନଗିରିରୁ 54, କଟକରୁ 32, କେଉଁଝରରୁ 28, କୋରାପୁଟରୁ 27, ଝାରସୁଗୁଡାରୁ 24, ମୟୂରଭଞ୍ଜରୁ 22, ଗଜପତିରୁ 21, ରାୟଗଡାରୁ 19, ଜଗତସିଂହପୁରରୁ 16, ନୟାଗଡରୁ 13, ସୁନ୍ଦରଗଡ ଓ ଭଦ୍ରକରୁ 10ଜଣ ଲେଖାଏଁ ରହିଛନ୍ତି । ଅନୁଗୁଳୁ, ପୁରୀ ଓ ବାଲେଶ୍ବର 9 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ, ସମ୍ବଲପୁରରୁ 7ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ 6, ସୋନପୁରରୁ 5, ବରଗଡରୁ ଓ କେନ୍ଦ୍ରାପଡାରୁ 4 ଜଣ ଚିହ୍ନଟ ହୋଇଛନ୍ତି ।ନବଙ୍ଗପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ଆଜି ରାଜ୍ୟରେ 718 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 479ଜଣ ଚିହ୍ନଟ ହୋଇଥିବାବେଳେ239ଟି ଲୋକାଲ କେସ୍ ରହିଛି । ଗଞ୍ଜାମରୁ ସର୍ବାଧିକ 231 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 24ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 16 ହଜାର 610ରେ ପହଞ୍ଚିଛି। ସେହିପରି ସୁସ୍ଥ ହୋଇଛନ୍ତି 10 ହଜାର 877 । ଏବେ ସୁଦ୍ଧା ରାଜ୍ୟରେ 5 ହଜାର 124 ଜଣ ଚିକିତ୍ସାଧୀନ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 79ଜଣ । ସେହିପରି 24 ଜଣ କରୋନାରେ ଆକ୍ରାନ୍ତ ହୋଇ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଛନ୍ତି ।
ଜମ୍ମୁକାଶ୍ମୀର : ଗତ କିଛି ଦିନ ହେବ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଶୁକ୍ରବାର ସକାଳେ ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ନାଗନାଦ ଚିମ୍ମେର ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ନେଇ ସୂଚନା ମିଳିଛି । ଏହି ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଅପରେସନ୍ ଜାରି ରଖିବାର ସୂଚନା ରହିଛି । ତେବେ ମୃତ ଆତଙ୍କବାଦୀମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁସାରେ ଗୁଇନ୍ଦା ରିପୋର୍ଟ ତରଫରୁ ନାଗନାଦ ଚିମ୍ମେର ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ମିଳିଥିଲା। ଏହାପରେ ସେନାବାହିନୀ ସମେତ ସିଆରପିଏଫ୍ ଯବାନ ସେହି ଅଞ୍ଚଳକୁ ଘେରି ଯାଇଥିଲେ। ଏହା ପରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ। ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି…

