Author: Samikhsya Bureau

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦିନକୁ ଦିନ ସ୍ଥାନୀୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ କିଛି ଦିନ ହେଲା ଅହେତୁକ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରୁ ପ୍ରଶାସନର ନିଦ ହଜିଯାଇଛି । ବାଣପୁର ସବ ଜେଲ ରୁ ପୁଣି ଚାରି ଜଣ କଏଦୀ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଗତକାଲି ଜେଲରେ ଥିବା ସମସ୍ତ ୧୬୯ କଏଦୀ ଏବଂ କର୍ମଚାରୀ ମାନଙ୍କଙ୍କ ରା଼ପିଡ଼ ଟେଷ୍ଟ ହୋଇଥିବାସ୍ଥଳେ ସନ୍ଧ୍ୟାରେ ଚାରି ଜଣ କଏଦୀ ଙ୍କ ରିପୋର୍ଟ ପଜିଟିଭ ଆସିଛି । ଉକ୍ତ ଚାରିଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ଜେଲର ତିନି ଜଣ ଥିବା ସ୍ଥଳେ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲର ଜଣେ କଏଦୀ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ଉଭୟ ବିଚାରାଧୀନ ଏବଂ ଦୋଷୀ ସାବ୍ୟସ୍ତ କଏଦୀ ଅଛନ୍ତି । ପୂର୍ବରୁ ଜଣେ କଏଦୀ ଏବଂ ଆଜିର ଚାରିଜଣ ଙ୍କୁ ମିଶାଇ ସର୍ବମୋଟ ୫…

Read More

ମେଲ୍‌ବର୍ଣ୍ଣ : ଜଣେ ବ୍ୟକ୍ତିଙ୍କୁ ବଟର ଚିକେନ୍ ଖାଇବା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି । ବଟର୍‌ ଚିକେନ ଖାଇବା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦେୟ ଦେବାକୁ ପଡିଛି ।  ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ ସହରରୁ ଏପରି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ସାରା ଦୁନିଆରେ କରୋନା ଯୋଗୁଁ ଲକ୍‌ଡାଉନ୍‌ ସ୍ଥିତି ରହିଛି । ଏହି ସମୟରେ ହୋଟେଲ୍‌ – ରେଷ୍ଟୁରାଣ୍ଟ, ବାର୍‌ ସବୁ ବନ୍ଦ ରହିଛି । ଏହି ସମୟରେ ନିଜ ମନ ପସନ୍ଦର ଖାଦ୍ୟ ପାଇଁ ନିଜେ ଘରେ ତିଆରି କରିବେ । କିନ୍ତୁ ମେଲ୍‌ବର୍ଣ୍ଣର ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି, ଯାହାକୁ ନେଇ ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି  । ମେଲ୍‌ବର୍ଣ୍ଣର ଜଣେ ବ୍ୟକ୍ତି ନିଜ ମନ ପସନ୍ଦର ଖାଦ୍ୟ ବଟର ଚିକେନ୍‌ ପାଇଁ 32 କିଲୋମିଟର ଦୂର ଯାଇଛନ୍ତି । କିନ୍ତୁ ବଟର ଚିକେନ୍‌ର ମୂଲ୍ୟ ତାଙ୍କୁ ବେଶ୍‌ ମହଙ୍ଗା ସାବ୍ୟସ୍ତ…

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରୁ ଆଜି ୩୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୬ଜଣ, ବାଲିକୁଦା ବ୍ଲକରୁ ୧୨ଜଣ, ବିରିଡ଼ି ବ୍ଲକରୁ ୨ଜଣ, ଜଗତସିଂହପୁର ବ୍ଲକରୁ ୨ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୨ଜଣ ଓ ରଘୁନାଥପୁର ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି। ସେହିପରି ପାରାଦ୍ବୀପରୁ ବାହାରିଥିବା ୧୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ କ୍ୱାରେଣ୍ଟାଇନରେ ଥିଲେ ,ତାଙ୍କ ମଧ୍ୟରୁ ୧୩ଜଣ ବିହାର,ଜଣେ ରାଜସ୍ଥାନ ଫେରନ୍ତା ପ୍ରବାସୀ ହୋଇଥିବା ବେଳେ ୨ଜଣ ଆଇ.ଓ.ସି.ଏଲ୍ ଟେକନିସିଆନ ଅଟନ୍ତି। ଆଉ ୨ଜଣ ହୋମ୍ କ୍ୱାରେଣ୍ଟାଇନରେ ଥିଲେ। ବାଲିକୁଦାରୁ ବାହାରିଥିବା ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ କ୍ଲଷ୍ଟର୍ ଲେବଲ୍ ଟି.ଏମ୍.ସି ଥିବା ବେଳେ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ଓ ସେମାନେ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ହରିଆଣା, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ଫେରନ୍ତା ପ୍ରବାସୀ ଅଟନ୍ତି। ସେହିପରି ବିରିଡିରୁ ବାହାରିଥିବା ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୱେଷ୍ଟବେଙ୍ଗଲ ଓ ଆଉଜଣେ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ଶାଗୁଆନ କାଠ ଚୋରି କରୁଥିବା ସମୟରେ ଗ୍ରାମବାସୀମାନେ ଏକ ଚୋରକୁ କାବୁକରି  ଅଟକ ରଖିବା ପରେ ବି  ବନବିଭାଗ କର୍ମଚାରୀ ୬ ଘଣ୍ଟା ଯାଏଁ  ଘଟଣାସ୍ଥଳରେ ନ ପହଞ୍ଚିବା ବଡ ବିଡମ୍ବନାର ବିଷୟ ।ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ । ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ  ଚାରି ଘଟିକା  ସମୟରେ ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତ ର ମୁକ୍ତାଦେଇପୁର ଗ୍ରାମ ନିକଟରେ ଥିବା  ‘ଝରଣା’ ଜଙ୍ଗଲ’ରୁ  ତିନି  ରୁ ଚାରି  ଜଣ ଦୁର୍ବୁତ୍ତ ଜଙ୍ଗଲରୁ ଶାଗୁଆନ୍‌ ଗଛ  କାଟି ଚୋରି କରୁଥିବା ସମୟରେ ଏହି ଜଙ୍ଗଲକୁ ତଦାରଖ କରୁଥିବା ମୁକ୍ତାଦେଇପୁର ଗ୍ରାମର  ମା’ମଙ୍ଗଳା ଭି.ଏସ୍‌.ଏସ  କମିଟି ଚୋରଙ୍କ ପିଛା କରିଥିଲେ । ପରିଶେଷରେ ଜଣେ ଚୋରକୁ ଧରିବାରେ ସଫଳ ହୋଇଥିଲେ । ୧0 ଟି ଶାଗୁଆନ ଗଛ ସହିତ ଚୋରକୁ ଅଟକ ରଖିଥିବାବେଳେ ଏନେଇ ବନ ଜଗୁଆଳୀଙ୍କୁ ଅବଗତ…

Read More

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବାଦ୍‌ଶାହା ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି । ବିଜୟଙ୍କ ଅଭିନୟର ଛାପ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ନବୀନ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଜୟ ମହାନ୍ତିଙ୍କ ବିୟୋଗରେ  ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଶୋକ ପ୍ରକଟ କରିଛନ୍ତି । ଅଭିନୟ ଲାଗି ସେ ସମସ୍ତଙ୍କ ହୃଦୟରେ ସବୁଦିନ ମନେ ରହିବେ ବୋଲି କହିଛନ୍ତି ରାଜ୍ୟପାଳ । ସେହିପରି  ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ପ୍ରତାପ ଷଡଙ୍ଗୀ ପ୍ରମୁଖ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ବିଜୟଙ୍କ ବିୟୋଗରେ ସାରା ଓଡ଼ିଶାରେ ଶୋକର ଲହରୀ ଖେଳି…

Read More

ମୁମ୍ବାଇ, ନିକଟରେ ଦେହ ସାରା ମାଟି ବୋଲି ହୋଇଥିବାର ଏକ ଫଟୋ ସଲମନ ନିଜ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ତାହା ବେଶ ଭାଇରାଲ ହେଲା। ହେଲେ ଏବେ ସେ ନିଜ ଜମିରେ ଧାନ ତଳି ରୁଆଉଥିବାର ଫଟୋ ଛାଡିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଓ ସମାଲୋଚନା ହେବାରେ ଲାଗିଛି।

Read More

ଅସୀତ ମହାନ୍ତି ଆଜି ଚିତାଲାଗି ଅମାବାସ୍ୟା। ସ୍ନାନପୂର୍ଣ୍ଣିମା ରାତିରେ, ଅଣସର ଘରେ ଯେଉଁ ରତ୍ନଚିତା ଉଲାଗି ହୋଇଥିଲେ ତିନି ଠାକୁର, ସେହି ଚିତା ଆଜି ସେମାନେ ଲାଗି ହେଲେ। ଏହା ଶ୍ରୀମନ୍ଦିରର ଏକ ଲୋକପ୍ରିୟ ପର୍ବ। ଲୋକମୁଖରେ ଏହା ‘ଚିତଉ ଅମାବାସ୍ୟା’। କାରଣ ଏହିଦିନ ଶ୍ରୀମନ୍ଦିରରେ ଚିତଉପିଠା ଭୋଗ ହୁଏ। ଚିତଉ ସହିତ ‘ଘିଉଡି’ ନାମକ ଆଉ ଏକ ପ୍ରକାରର ପିଠା ମଧ୍ୟ ଭୋଗ ହୋଇଥାଏ। ଚିତଉ ଭୋଗ ଭିତରେ ଥାଏ ବଡ଼ ଓ ଛୋଟ ଦୁଇପ୍ରକାରର ଚିତଉ । ଏହା ପର୍ବାଣି ଭୋଗ। ଏଥିରେ ଥାଏ ବଡ଼, ଅଙ୍ଗବାସ ଓ ସାନଓଳି ‘ଘିଉଡି’। ସେହିପରି ଚିତଉ ଭିତରେ ଥାଏ ୧୧ ଓଳି ବଡ଼ ଚିତଉ ଓ ୩୦ ଓଳି ସାନ ଚିତଉ। ଓଡ଼ିଶାର ଘରେ ଘରେ ମଧ୍ୟ ଏହିଦିନ ଚିତଉ ପିଠା ତିଆରି ଓଧ କରାଯାଇ ଗୃହଦେବତାଙ୍କୁ ଭୋଗ କରାଯାଏ। ଏହି ପିଠା ଧାନ କ୍ଷେତରେ ଓ ପୋଖରୀ ଗାଡ଼ିଆରେ…

Read More

ଓଡିଆ ସିନେମାର ଅନ୍ୟତମ ଯୁଗ ନାୟକ ବିଜୟ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ଗତ ପଚାଶ ବର୍ଷ ଧରି ଓଡିଆ ସିନେମା, ରଙ୍ଗମଞ୍ଚ ଓ କଳା ଶିକ୍ଷା କ୍ଷେତ୍ରରେ ଅନୁପମ ଅବଦାନ ରଖି ଆସିଥିବା ମହାନ ଅଭିନେତା ବିଜୟ ମହାନ୍ତିଙ୍କର ମୃତ୍ୟୁରେ ଓଡିଆ କଳା ଜଗତ ସ୍ତବ୍ଧ ହୋଇ ପଡିଛି। ୧୯୭୭ ମସିହାରେ ଦୁଇଟି ପ୍ରସିଦ୍ଧ ସିନେମା “ଚିଲିକା ତୀରେ” ଏବଂ “ନାଗଫାଶ” ଜରିଆରେ ବିଜୟ ମହାନ୍ତିଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ଉଭୟ ନାୟକ ଏବଂ ଖଳ ନାୟକ ଭୂମିକାରେ ଓଡିଶାର ଦର୍ଶକ ତାଙ୍କୁ ଭଲ ପାଇ ଆସିଛନ୍ତି। ୮, ଏପ୍ରିଲ, ୧୯୫୦ ରେ ବିଜୟ ମହାନ୍ତି କେନ୍ଦ୍ରାପଡା ଜିଲାର ପାଣ୍ଡିରି ଗାଁରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପିଲାଦିନ ବିତିଥିଲା ବାରିପଦାରେ। ବାରିପଦା ଗୋଟେ ସମୟରେ ଓଡିଆ ସିନେମାକୁ ସର୍ବାଧିକ ସଫଳ କଳାକାର ଦେଇଥିଲା। ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଜଣେ ସଫଳ ସ୍ନାତକ ଭାବରେ ତାଙ୍କର ଅଭିନୟ  ଜୀବନ…

Read More

ଭୁବନେଶ୍ବର: ଓଲିଉଡ୍‌ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ୭୦ ବର୍ଷ ବୟସରେ ବିଜୟ ମହାନ୍ତି ପରଲୋକ ଗମନ କରିଛନ୍ତି। ଆଜି ସନ୍ଧ୍ୟାରେ ଗୁରୁତର ହେବାରୁ ତାଙ୍କୁ କେୟାର ହସ୍ପିଟାଲ ନିଆଯାଇଥିଲା। ଏଠାରେ ତାଙ୍କର ମୃତ୍ୟୁ ହୋଇଥିବାର କେୟାର ହସ୍ପିଟାଲ ମେଡ଼ିକାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି। ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଏକ ଯୁଗର ଅବସାନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି  ହେବ ନାହିଁ। ଏକାଧାରରେ ଜଣେ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲେ ବିଜୟ ମହାନ୍ତି। ୧୯୭୭ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ବିଜୟ ମହାନ୍ତି ନିଜ ଜୀବନକାଳ ମଧ୍ୟରେ ୧୭୫ ଟି ଫିଲ୍ମରେ ଅଭିନୟ କରିଛନ୍ତି। ‘ନାଗ ଫାଶ’ ଚଳଚ୍ଚିତ୍ରରୁ ଅଭିନୟ କରିଥିବା ବିଜୟ ମହାନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜୟୀ ହୋଇଛନ୍ତି। ଉଭୟ ଚଳଚ୍ଚିତ୍ର, ମଞ୍ଚ ଓ ଯାତ୍ରା ଜଗତରେ ସେ ଛାଡି ଯାଇଛନ୍ତି ଏକ ସ୍ବତନ୍ତ୍ର…

Read More

ବିଭିନ୍ନ ସ୍ଥାନରେ କରାଯାଇଥିବା କୋଭିଡ ହସପିଟାଲକୁ ସାନାଟାଇଜେସନ କରାଯାଉଛି। ସେହି ପରିପ୍ରେକ୍ଷୀରେ ସୁନ୍ଦରଗଡ ମେଡିକାଲ କଲେଜ ଓ ହସପିଟାଲକୁ ସୁନ୍ଦରଗଡ ଅଗ୍ନିଶମ ବିଭାଗ ତରଫରୁ କରାଯାଉଛି ସାନିଟାଇଜେସନ

Read More

ଭୁବନେଶ୍ବର, ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ହେବାରୁ ତାଙ୍କୁ ଘରୁ କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହାଇଦ୍ରାବାଦରୁ ଆସି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥଲେ। ଆରୋଗ୍ୟ ଲାଭ କରିଥିବାରୁ ସେ ହସ୍ପିଟାଲରୁ ଘରକୁ ଫେରିଥିଲେ। ହାଇଦ୍ରାବାଦରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ସେ ଓଡ଼ିଶା ଆସିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ ଭୁବନେଶ୍ବର ଅଣାଯାଇଥିଲା।

Read More

ଭୁବନେଶ୍ବର, ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍‌ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍‌ମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଭୁବନେଶ୍ବରର ସମ୍‌ କୋଭିଡ ହସ୍‌ପିଟାଲ ଓ କଟକର ଅଶ୍ବିନୀ କୋଭିଡ ହସ୍‌ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ଦେଇଛି। ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି। ବ୍ରହ୍ମପୁରର ଅମିତ ହସ୍‌ପିଟାଲରେ ୧୬ଟି…

Read More

ଭୁବନେଶ୍ୱର : କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାର ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି । ଏଣିକି କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ସତ୍କାର କଲେ ମିଳିବ ଆର୍ଥିକ ରାଶି । କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶବ ଦାହ ପାଇଁ 7ହଜାର 500 ଟଙ୍କା ଦେବେ ସରକାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ବିଭିନ୍ନ ସ୍ଥାନରେ କରୋନାରେ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ଅସମ୍ମାନ ପରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। କେବଳ ସେତିକି ନୁହେଁ କରୋନା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରି ଲୋକେ ମୃତଦେହ ପାଖ ମାଡ଼ୁନଥିବା ବି ଅଭିଯୋଗ ହେଉଛି । ଏହି ଘୋଷଣା ପରେ କରୋନା ରୋଗୀଙ୍କ ମୃତଦେହ ସତ୍କାର କ୍ଷେତ୍ରରେ ସଂସ୍କାର ଆସିବ ବୋଲି ଆଶା ରହିଛି ।

Read More

ନୂଆଦିଲ୍ଲୀ, କ୍ରିକେଟ ଉପରେ କରୋନା ମାଡ଼। କୋଭିଡ-19 ମହାମାରୀ କାରଣରୁ 2020 ଟି-20 ବିଶ୍ବକପ୍ କ୍ରିକେଟକୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଇସିସି ଆଜି ଏହା ଘୋଷଣା କରିଛି। ଗତ କିଛି ମାସ ଧରି ଟି-20 ବିଶ୍ବକପ୍ ଆୟୋଜନ ନେଇ ବିଚାର ବିମର୍ଷ ଚାଲିଥିଲା। ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ହେବାକୁ ଥିଲା। ଆଉ ଏବେ ଏହା ହେବନାହିଁ।

Read More

ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 457 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ସର୍ବାଧିକ 118 ଜଣ ଆରୋଗ୍ୟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାଗୁଡିକ ମଧ୍ୟରେ ନୟାଗଡ଼ରୁ 53, କଟକରୁ 44, ସୁନ୍ଦରଗଡ଼ରୁ 38, ଖୋର୍ଦ୍ଧାରୁ 32, ଗଜପତିରୁ 22, ଯାଜପୁରରୁ 20, ନୂଆପଡ଼ାରୁ 18, ବାଲେଶ୍ବରରୁ 17, ମୟୂରଭଂଜରୁ 15 ଏବଂ ଅନୁଗୁଳ ଓ କୋରାପୁଟରୁ 11 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ମାଲକାନଗିରି ଓ କେନ୍ଦ୍ରାପଡ଼ାରୁ 9 ଲେଖାଏଁ, କେନ୍ଦୁଝରରୁ 7, ଝାରସୁଗୁଡାରୁ 6, ବୌଦ୍ଧରୁ 5, ଦେବଗଡ଼ ଜିଲ୍ଲାରୁ 4 ଜଣ ସୁସ୍ଥ ହୋଇଛନ୍ତି। ବରଗଡ଼, ନବରଙ୍ଗପୁର ଓ ସମ୍ବଲପୁରରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର, ପୁରୀ, ରାୟଗଡ଼ାରୁ 2 ଜଣ ଲେଖାଏଁ ଏବଂ ଭଦ୍ରକ,ଢେଙ୍କାନାଳ,ଜଗତସିଂହପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ କରୋନା ଆରୋଗ୍ୟଙ୍କ ସଂଖ୍ୟା 12 ହଜାର 910କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

Read More

ଭୁବନେଶ୍ବର, ରାଜ୍ୟରେ ସବୁଠାରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଏବଂ ମୃତ୍ୟୁମୁଖରେ ପଡିଥିବା ଗଂଜାମ ଜିଲ୍ଲାରେ ଆସନ୍ତାକାଲିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। ଗଞ୍ଜାମ ଜିଲ୍ଲାରେ କୋଭିଡ-19 ସ୍ଥିତିର ସମୀକ୍ଷା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି। ବ୍ରହ୍ମପୁର ନିକଟ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଥେରାପି ଚିକିତ୍ସା ଆରମ୍ଭ ହେବ। ବ୍ରହ୍ମପୁର ଅମିତ ହସ୍ପଟାଲରେ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ରହିଛି। ଏହାବାଦ୍ ଆଜିର ବୈଠକରେ ଗଂଜାମକୁ 3 ଡିଏସପି, 10 ପ୍ଲାଟୁନ ଫୋର୍ସ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 25 କୋଟି ଟଙ୍କା ମଂଜୁର କରାଯାଇଛି।

Read More

ନୂଆଦିଲ୍ଲୀ: ବିକାଶ ଦୁବେ ଭଳି ଗ୍ୟାଙ୍ଗଷ୍ଟରକୁ କିଭଳି ଜାମିନ ମିଳିଥିଲା, ସେ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବିସ୍ମୟ ପ୍ରକାଶ କରିଛନ୍ତି। ପ୍ରଶାସନିକ ତ୍ରୁଟି ସମ୍ପର୍କରେ ଟିପ୍ପଣୀ ଦେଇ ସୁପ୍ରିମ୍ କୋର୍ଟ କହିଛନ୍ତି, ଜଘଣ୍ୟ ଅପରାଧ ଘଟାଇଥିବା ଏଭଳି ଜଣେ ବ୍ୟକ୍ତିଙ୍କୁ ଆମେ ଜେଲ୍‌ରେ ରଖିବାରେ ବିଫଳ ହେଲେ ତାହା ଚିନ୍ତାର ବିଷୟ। ଏ ପ୍ରସଙ୍ଗ ନେଇ ବିକାଶ ଏନକାଉଣ୍ଟର ତଦନ୍ତ କମିଟି ମଧ୍ୟ ଅନୁଶୀଳନ କରିବା ଉଚିତ। ଏନ୍‌କାଉଣ୍ଟର୍ ତଦନ୍ତ କମିଟିରେ ସାମିଲ ହେବା ଲାଗି ସୁପ୍ରିମ୍‌ କୋର୍ଟ କୌଣସି କାର୍ଯ୍ୟରତ ବିଚାରପତିଙ୍କୁ ଛାଡ଼ି ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ଏଥିପାଇଁ ସୁପ୍ରିମ୍‌ କୋର୍ଟରୁ କୌଣସି ଜଣେ ପୂର୍ବତନ ବିଚାରପତି ଏବଂ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ନିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍ ପରିସ୍ଥିତି ଯୋଗୁଁ ଅନ୍ୟ…

Read More

ଭୁବନେଶ୍ବର, ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା କରିଛନ୍ତି ରାଜ୍ୟ ସରକାର। ସାମୟିକ ଭାବେ କିଛି ନିର୍ଦ୍ଦିଷ୍ଟ ପରିବହନ ଉପରୁ ମୋଟରଯାନ ଟିକସ ଓ ଅତିରିକ୍ତ ଟିକସ ଛାଡ଼ ଘୋଷଣା କରାଯାଇଛି। ଷ୍ଟେଜ୍ ଓ କଣ୍ଟ୍ରାକ୍ଟ କ୍ୟାରେଜ ଉପରୁ ଟିକସ ଛାଡ଼ ହେବ। ଏବର୍ଷ ଜୁଲାଇରେ 75 ପ୍ରତିଶତ, ଅଗଷ୍ଟରେ 50 ପ୍ରତିଶତ ଓ ସେପ୍ଟେମ୍ବରରେ 25 ପ୍ରତିଶତ ଛାଡ଼ କରାଯିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ଭୁବନେଶ୍ବର, କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କୁ ପ୍ରୋତ୍ସାହନ ରାଶି ଦିଆଯିବ। ଫାର୍ମାସିଷ୍ଟ, ରେଡିଓଗ୍ରାଫର. ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆଯିବ। ଡାକ୍ତରଙ୍କୁ ଦୈନିକ 1 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ନର୍ସ, ଫାର୍ମାସିଷ୍ଟ, ରେଡିଓଗ୍ରାଫର, ଲ୍ୟାବ ଟେକ୍ନସିଆନଙ୍କୁ ଦୈନିକ 5 ଶହ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ 2ଶହ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।

Read More

ସମ୍ବଲପୁର, କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବୁର୍ଲାସ୍ଥିତ ଭିସୁଟକୁ ଜୁଲାଇ 22ରୁ 31 ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅବଧି ନସରିବା ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିବା କର୍ମଚାରୀଙ୍କୁ ବାହାରିବାକୁ ମନା କରାଯାଇଛି। ମୁଖ୍ୟ ଫାଟକକୁ ଛାଡ଼ି ଭିସୁଟର ଅନ୍ୟ ସମସ୍ତ ଗେଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read More