Author: Samikhsya Bureau

ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଇର୍ ବଲ୍‌ସୋନାରୋ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ନିଜେ ଏହା ଘୋଷଣା କରିବା ପରେ ଆଜିଠାରୁ ସଙ୍ଗରୋଧରେ ରହିଛନ୍ତି। ସେ ପୁଣି ଥରେ କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା ବୋଲି ବୁଧବାର ଦିନ ସେ ବ୍ରାସିଲିଆରେ ସାମ୍ବାଦିକମାନଙ୍କୁ କହିଥିଲେ। ଗତ ସପ୍ତାହରେ ମଧ୍ୟ ତାଙ୍କ ପରୀକ୍ଷା ‌ରିପୋର୍ଟ ପଜିଟିଭ୍ ଆସିଥିଲା। ତେଣୁ, ସେ ସଂକ୍ରମଣରୁ ଆରୋଗ୍ୟ ହୋଇ ନ ଥିବା କଥା କହିଛନ୍ତି। ଆଗକୁ ତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ସ୍ବାଭାବିକ ଭାବେ ତାଙ୍କ କାମକୁ ଫେରିବେ ବୋଲି କହିଛନ୍ତି।

Read More

ବେଙ୍ଗାଳୁରୁ, ସ୍ଥିତି ଯଦି ଖରାପ ହୁଏ ତେବେ ସେପ୍ଟମ୍ବର ପହିଲା ବେଳକୁ ଭାରତର କୋଭିଡ-19 ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା 35 ଲକ୍ଷରେ ପହଞ୍ଚିଯିବ। ସେହି ସମୟ ବେଳକୁ କର୍ଣ୍ଣାଟକରେ ରୋଗୀଙ୍କ ସଂଖ୍ୟା 2 ଲକ୍ଷ ଟପିଯିବ। ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନ କରି ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ସାଇନ୍‌ସ୍’ (ଆଇଆଇଏସ୍‌ସି) କରିଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବର ମାସ ବେଳକୁ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା 10 ଲକ୍ଷ ରହିବ। ଯଦି ବର୍ତ୍ତମାନର ସ୍ଥିତିରେ ସୁଧାର ଆସେ ତେବେ ଦେଶର ମୋଟ ସଂକ୍ରମିତ ସଂଖ୍ୟା ସର୍ବୋଚ୍ଚ 20 ଲକ୍ଷ ଛୁଇଁପାରେ। ମାର୍ଚ୍ଚ 2021 ବେଳକୁ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 37 ଲକ୍ଷ ଟପିଯିବ। ଏମାନଙ୍କ ମଧ୍ୟରୁ ସକ୍ରିୟ ମାମଲା 14 ଲକ୍ଷ ରହିବ ଏବଂ ମୃତ୍ୟୁସଂଖ୍ୟା 1 ଲକ୍ଷ 90 ହଜାର ହେବ। ଗତକାଲି ସନ୍ଧ୍ୟା 7ଟା ସୁଦ୍ଧା ଦେଶରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 40 ହଜାର…

Read More

ନୂଆଦିଲ୍ଲୀ, ଆସନ୍ତା ସାଢ଼େ ତିନି ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ ଶତ ପ୍ରତିଶତ ବିଦ୍ୟୁତିକରଣ କରାଯିବ। ଆଜି ଏହା ପ୍ରକାଶ କରିଛନ୍ତି କେନ୍ଦ୍ର ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ। ପରବର୍ତ୍ତୀ ୯ରୁ ୧୦ ବର୍ଷ ମଧ୍ୟରେ ରେଳବାଇ ୧୦୦ ପ୍ରତିଶତ ‘ନେଟ୍ ଜିରୋ’ ଅପରେଟର୍ ହୋଇପାରିବ। ୨୦୩୦ ବେଳକୁ ଆମେ ବିଶ୍ବର ପ୍ରଥମ ବୃହତ୍ ‘କ୍ଲିନ୍ ରେଲ୍‌ୱେଜ୍’ ଅଧିକାରୀ ହୋଇ ପାରିବା ଏବଂ ଏଥିପାଇଁ ଆମେ ସମସ୍ତେ ଦେଶର ନାଗରିକ ଭାବେ ଗର୍ବ ଅନୁଭବ କରି ପାରିବା। ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ‘କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି’ର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ କେନ୍ଦ୍ର ମନ୍ତ୍ରୀ ଗୋଏଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଏକ ସୂର୍ଯ୍ୟ, ଏକ ବିଶ୍ବ, ଏକ ଗ୍ରିଡ୍’ର ପ୍ରସାର କରୁଛନ୍ତି। ‘ଭାରତ ଇଣ୍ଟର୍‌ନ୍ୟାସ୍‌ନାଲ୍ ରିନିଉଏବଲ୍ କମ୍ୟୁନିଟି’ରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ‘ପିଏମ୍-କୁସୁମ ଯୋଜାନା’ରେ ଆମେ କୃଷକମାନଙ୍କ ପାଇଁ ମଧ୍ୟ ଅକ୍ଷୟ ଶକ୍ତି ଆଣୁଛୁ। ଅକ୍ଷୟ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ସାନ ନଈରୀ ଗ୍ରାମରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଗ୍ରାମର ସରପଞ୍ଚ ଶ୍ରାବଣୀ ଘଡେଇ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗ୍ରାମ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣାକରିଛନ୍ତି । ଏହି କ୍ରମରେ ଏହି ପଞ୍ଚାୟତଟି ଆଜି 2 ଘଟିକାଠାରୁ ଆସନ୍ତା 19 ତାରିଖ ରାତ୍ରି 9 ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ । ଏହି ସମୟରେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତକୁ ଅବରୁଦ୍ଧ କ୍ଷେତ୍ର ରୂପେ ଘୋଷଣା କରାଯାଇଛି । ଏହି ସମୟରେ କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତରୁ ବାହାରକୁ ଯାଇପାରିବ ନାହିଁ କିମ୍ବା ବାହାରର କୌଣସି ବ୍ୟକ୍ତି ଗ୍ରାମ ପଞ୍ଚାୟତକୁ ପ୍ରବେଶ କରିପାରିବେ ନାହିଁ । ଏହ ସହ ଏହି ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଯଦି ଏହି ସମୟରେ କେହି ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Read More

ବିହାର : ମାତ୍ର 29 ଦିନରେ 264 କୋଟିର ସେତୁ ଭୁଶୁଡି ପଡିଛି । ପାଣି ପ୍ରବାହର ଚାପରେ ଗୋପାଲଗଞ୍ଜ ଜିଲ୍ଲାସ୍ଥିତ ୨୬୪ କୋଟି ବିନିମୟରେ ନିର୍ମିତ ସତ୍ତରଘାଟ ମହାସେତୁ ବୁଧବାର ଧ୍ୱଂସ ହୋଇଯାଇଛି।  2012 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 264 କୋଟି ବ୍ୟୟରେ ନିର୍ମିତ ଏହି ସେତୁକୁ  ସାଧାରଣ ଲୋକଙ୍କ ହିତ ଦୃଷ୍ଟିରୁ ଗତ ମାସ ଜୁନ୍‌ 16 ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଭର୍ଚୁଆଲ୍‌ ଟେକନିକ୍‌ ଜରିଆରେ ଉଦ୍‌ଘାଟନ କରିଥିଲେ । କିନ୍ତୁ ଲଗାତର ବର୍ଷା ଓ ସାମାନ୍ୟ ବନ୍ୟା ଭଳି ସ୍ଥିତିରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତି ଏହି ସେତୁଟି ଭୁଶୁଡି ପଡିଛି । ଏହି ସେତୁଟି ଭୁଶୁଡ଼ି ଯିବା ପରେ ଚମ୍ପାରଣ ତିରହୁତ ଏବଂ ସାରଣର ଅନେକ ଜିଲ୍ଲା ସହ ସମ୍ପର୍କ ବିଚ୍ଛିନ୍ନ ହୋଇଛି। ମାତ୍ର 29 ଦିନରେ ମହାସେତୁ ଭୁଶୁଡ଼ି ଯିବା ନେଇ ବିହାର ସରକାରଙ୍କୁ…

Read More

ମଣ୍ଡଲା : ମଧ୍ୟପ୍ରଦେଶରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପରିବାରର 6 ଜଣ ସଦସ୍ୟଙ୍କୁ ତଲଓ୍ବାଲରରେ କାଟି ନିମର୍ମ ଭାବରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଗ୍ରାମବାସୀମାନେ ବାଡି ଦ୍ବାରା ଅଭିଯୁକ୍ତଙ୍କୁ ଆକ୍ରମଣ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମାର୍‌ପିଟ୍‌ରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ମଣ୍ଡଲା ଜିଲ୍ଲା ବୀଜାଣ୍ଡାଣ୍ଡି ଥାନା ଅଞ୍ଚଳର ମନେରୀ ଚୌକିଠାରେ 6 ଜଣଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା । ସୋନି ପରିବାରର ଦୁଇ  ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ନେଇ ଏହି ଘଟଣା ଘଟିଥିବାର ସୂଚନା ରହିଛି । ଦୁଇ ପରିବାର ମଧ୍ୟରୁ ଜଣେ ଅନ୍ୟ ପରିବାର ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମୃତ୍ୟୁର ଘାଟରେ ପହଞ୍ଚାଇଛନ୍ତି । ମୃତକ ରାଜେନ୍ଦ୍ର ସୋନି ବିଜେପି  ଜଣେ ବରିଷ୍ଠ ନେତା ବୋଲି ସୂଚନା ରହିଛି । ଏହି…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପଡା କାଠ। ବର୍ତ୍ତମାନ ଏଇ ଉକ୍ତିଟି ସମ୍ପୂର୍ଣ୍ଣ ଫିଟ୍‌ ବସୁଛି ବାଣପୁର ବାଲୁଗାଁରେ ଚୋରା ଦେଶୀ ମଦବେପାରୀଙ୍କ ଉପରେ। ବାରମ୍ବାର ପୋଲିସ ଅବକାରୀ ହାତରେ ଧରା ପଡ଼ି ଗିରଫ ହେଲେ ସୁଦ୍ଧା ଏମାନଙ୍କ ଚେତା ପଶୁନି। ଲକ ଡ଼ାଉନରେ ଘରେ ଘରେ ସମସ୍ତେ ନିଜକୁ ବଡ଼ ଦେଶୀ  ମଦ ବେପାରୀ ଭାବୁଛନ୍ତି ଏବଂ ଚୋରାରେ ମଦ ବିକ୍ରି କରି ସମାଜକୁ ନଷ୍ଟ କରୁଛନ୍ତି। ଆଜି ସକାଳେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ ଏବଂ ଟିମ କୌଣସି ସୂତ୍ରରୁ ଖବର ପାଇ ରାତି ଚାରିରୁ ବାଣପୁର ସବ ଜେଲ ରୋଡରେ ଛକି ରହିଥିଲେ। ପାଖାପାଖି ସକାଳ ୬ ଘଟିକାରେ ୩ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫକରି ସେମାନଙ୍କ ନିକଟରୁ ୬୮ ଲିଟର ଦେଶୀ ମଦ ଏବଂ ଗୋଟେ ମଟରସାଇକେଲ ଜବତ କରିଛନ୍ତି। ଗିରଫ…

Read More

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି। ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମହାମାରୀ। ଗତ 24 ଘଣ୍ଟା ମଧ୍ୟରେ 32 ହଜାର 695ଟି ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 606ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଦେଶରେ 3 ଲକ୍ଷ 31 ହଜାର 146 ମାମଲା ସକ୍ରିୟ ରହିଛି । ସେହିପରି 6 ଲକ୍ଷ 12 ହଜାର 814ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ସେହିପରି 24 ହଜାର 915 ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 9ଲକ୍ଷ 68 ହଜାର 814ମାମଲା ଦେଖିବାକୁ ମିଳିଛି । କରୋନାରେ ସବୁଠାରୁ ବେଶି ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର ।

Read More

ସୀତରାମ ଅଗ୍ରଓ୍ବାଲ ବାଣପୁର: ଆଜି  ସକାଳେ ବାଣପୁର ବ୍ଳକ ଛକରେ ହଠାତ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ରାତିରେ ବିଦେଶରୁ ଆସି ସଙ୍ଗରୋଧରେ ଥିବା ଏକ ମଦ୍ୟପ ଯୁବକ ଭୋରରୁ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇ ବାଣପୁର ତହସିଲ କାର୍ଯ୍ୟାଳୟ ସାମନାରେ ବୁଲୁଥିବାବେଳେ ଗ୍ରାମବାସୀ ଓ ପୋଲିସ ତାଙ୍କୁ ପୁଣିଥରେ ଜବରଦସ୍ତି ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ଭୀମପୁର ଗ୍ରାମର ଜଣେ ବ୍ୟକ୍ତି ଗତକାଲି ବିଦେଶରୁ ଆସି ଗାଲୁଆ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରାତି ୨ଟାରେ ପହଞ୍ଚିଥିଲେ। କିନ୍ତୁ ଆସିବା ସମୟରେ ସେ ଅତ୍ୟଧିକ ମଦ୍ୟପାନ କରିଥିବାବେଳେ ଅନ୍ୟ ଅନ୍ତେବାସୀମାନେ ବିରକ୍ତ ହୋଇଥିଲେ। କିନ୍ତୁ ସକାଳୁ ସେ ପଛପାଖ ବାଡ ଡେଇଁ ଫେରାର ହୋଇ ବାଣପୁର ତହସିଲ ପାଖେ ବୁଲୁଥିବାବେଳେ ଗ୍ରାମବାସୀମାନେ ପୋଲିସକୁ ଖବର ଦେବାରେ ପୋଲିସ ଆସି ଯୁବକକୁ ନେଇ ସେହି ସଙ୍ଗରୋଧ କେନ୍ଦ୍ରରେ ଛାଡିଥିଲେ। ଆଶ୍ଚର୍ଯ୍ୟର କଥା ଏହାର କିଛି ସମୟପରେ…

Read More

ରମେଶ ମହାନ୍ତି ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲା କଳା ବିକାଶ କେନ୍ଦ୍ର ଓ ଜଗତସିଂହପୁର ପୌର ପରିଷଦର ୧୯ ନମ୍ବର ୱାର୍ଡ ବାସୀଙ୍କ ପକ୍ଷରୁ ଖେରସ ଠାରେ ଥିବା ଜିଲ୍ଲା କଳା ବିକାଶ କେନ୍ଦ୍ର ଠାରେ ତିର୍ତ୍ତୋଲର ବିଧାୟକ ତଥା ବରିଷ୍ଠ ବିଜେଡି ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଦେହାନ୍ତ ଉପଲେକ୍ଷ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପୌରାଧ୍ୟକ୍ଷ ମଧୁସୁଦନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କଳା ବିକାଶ କେନ୍ଦ୍ରର କର୍ମକର୍ତ୍ତା ମାନଙ୍କ ସହିତ ୧୯ ନମ୍ବର ଞ୍ଚାର୍ଡର ବହୁ ଅଧିବାସୀ ଯୋଗ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଏସଭିଏମ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଲିଙ୍ଗରାଜ ବେହେରା,ସମାଜସେବୀ ଗୌରାଙ୍ଗ ହୋତା,ସୁବାଷ ଚନ୍ଦ୍ର ରାଉତ,ବରିଷ୍ଠ ବିଜେଡି ନେତା ଦିପ୍ତି ଦାସ,ଦୋଳଗୋବିନ୍ଦ ଦାଶ,ମିନତୀ ଦାସ,ନିକୁଞ୍ଜ କିଶୋର ବେହେରା,ପ୍ରୀୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ ସେହି ମହାନ ନେତାଙ୍କର ସ୍ମୃତି ଚାରଣ କରିବା ସହିତ ୧୯ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତିରେ…

Read More

ଭୁବନେଶ୍ବର : ରାଜ୍ୟରୁ ଆଉ ଦୁଇଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମୃତକ ଦ୍ବୟ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି ।  ମୃତକ ଦ୍ବୟଙ୍କ ମଧ୍ୟରୁ  ଜଣେ 51 ବର୍ଷ  ପୁରୁଷ ଥିବାବେଳେ  ସେ ମେଦବହୁଳତାରେ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ 34 ବର୍ଷୀୟ ପୁରୁଷ ଥିବାବେଳେ ସେ ହାଇପରର୍ଟେନ୍ସରେ ପୀଡ଼ିତ ଥିଲେ।  ଗଞ୍ଜାମରେ ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି ହୋଇଛି । ସେହିପରି ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି 23ଟି ଜିଲ୍ଲାରୁ ମୋଟ୍‌ 494 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଗଞ୍ଜାମରୁ ସର୍ବାଧିକ 246ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 64, କଟକରୁ 38, ବାଲେଶ୍ବରରୁ 21, ଯାଜପୁରରୁ 15, ମୟୂରଭଞ୍ଜରୁ 14, କେନ୍ଦ୍ରାପଡାରୁ 11, ସୁନ୍ଦରଗଡଓ କେଉଁଝରରୁ 10ଜଣ ଲେଖାଏଁ ରହିଛନ୍ତି । ନୂଆପଡାରୁ 9, ପୁରୀ ଓ ଭଦ୍ରକରୁ 7ଜଣ ଲେଖାଏଁ ରହିଛନ୍ତି । ସମ୍ବଲପୁର, ମାଲ୍‌କାନଗିରି, ନବରଙ୍ଗପୁର, କୋରାପୁଟରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି  । ବଲାଙ୍ଗିରର 3 ଜଣ ରହିଥିବାବେଳେ କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରୁ  2 ଜଣ   ଲେଖାଏଁ ରହିଛନ୍ତି । ଅନୁଗୁଳ, ଜଗତସିଂହପୁର, ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Read More

କଟକ ସହରକୁ ସୌନ୍ଦର୍ଯ୍ୟ କରଣ ପାଇଁ ସିଏମସି ତରଫରୁ ଚାଲିଛି ଉଦ୍ୟମ। ସହରର ବିଭିନ୍ନ ବ୍ରିଜ ବା ଅଣ୍ଡରପାଶ୍ କାନ୍ଥରେ ୱାଲ ପେଣ୍ଟିଂ କରାଯାଉଛି। ଏଥିରେ ଓଡିଶାର ଘୋଡାନାଚ, ପାଇକ ଆଖଡା, ଓଡିଶୀ ନୃତ୍ୟ ବିଭିନ୍ନ ଭାବଭଙ୍ଗୀ ଏଥିରେ ସ୍ଥାନିତ କରାଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଜି494  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 322ଜଣ ଚିହ୍ନଟ ହୋଇଥିବାବେଳେ172ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 15, 392କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  4 ହଜାର 813 । ସୁସ୍ଥ ହୋଇଛନ୍ତି 10 ହଜାର 476 । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 77ଜଣ । ସେହିପରି24 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କେଦାର ମିଶ୍ର କରୋନା ଭୂତାଣୁକୁ ନେଇ ଦିନକୁ ଦିନ ଦୁଃସମ୍ବାଦ ବଢି ଚାଲିଛି। କେବଳ ଏହି ମହାମାରୀ ଆମ ଜୀବନ ପ୍ରତି ବିପଦ ସୃଷ୍ଟି କରିନାହିଁ, ଏହା ଆସ୍ତେ ଆସ୍ତେ ଆମର ଜୀବିକା ଓ ସମାଜକୁ ମଧ୍ୟ ଧ୍ଵଂସ କରିବା ଆରମ୍ଭ କଲାଣି। ମଣିଷ ଭାବରେ ଏ ପୃଥିବୀରେ ସମ୍ମାନର ସହିତ ବଞ୍ଚିବାର ଅଧିକାର ଓ ମୃତ୍ୟୁ ପରେ ସମ୍ମାନର ଅଙ୍ଗାର ମୁଠେ ପାଇବାର ଅଭିଳାଷ, କରୋନା ଆମଠୁ ଛଡାଇ ନେଉଛି। ଏହା ସହିତ ରାଜନୈତିକ ଭାବରେ ଜଣେ ନାଗରିକ ଭାବେ ଆମର ଯେଉଁ ସାମ୍ବିଧାନିକ ଅଧିକାର ଥିଲା, ତାହା ମଧ୍ୟ ଆଜି ନାହିଁ। ଗୋଟେ ସମୟରେ ଆମେ ଗର୍ବର ସହିତ କହୁଥିଲୁ ଯେ, ଦେଶର ଯେ କୌଣସି ଅଞ୍ଚଳକୁ ଯେ କୌଣସି ସମୟରେ ଯାଇ ପାରିବା ଆମର ସାମ୍ବିଧାନିକ ଅଧିକାର। କେବଳ ଯାଇପାରିବା ନୁହେଁ,  ନିଜ ମର୍ଜିରେ ରହି ପାରିବାର, ବ୍ୟବସାୟ କରିପାରିବାର ଅଧିକାର ଆମର ରହିଛି। ଭାରତୀୟ ସମ୍ବିଧାନ…

Read More

ଖୋର୍ଦ୍ଧା : ଆଜି ସମୟରେ ଝିଅ କୌଣସି ପୁଅଠାରୁ କମ୍‌ ନୁହେଁ । ତଥାପି ବି ପୁଅ ଓ ଝିଅଙ୍କ ମଧ୍ୟରେ ଫରକ ଦେଖାଯାଉଛି । ଆଜି ବି କିଛି ଲୋକେ ଝିଅକୁ ଅଲୋଡା ବୋଲି ଭାବୁଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ପୁଣି ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପୁଣି ଅଲୋଡା ହୋଇଛି ଶିଶୁ କନ୍ୟା । ବାଘମାରୀ ହଟ୍ଟକେଶ୍ବର ମହିଳା ମହାବିଦ୍ୟାଳୟ ପଛପଟୁ ଏକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । କେହି ଶିଶୁଟିକୁ ଫୋପଡି ଦେଇ ଚାଲିଯାଇଥିବାବେଳେ ନବଜାତ ଶିଶୁ କନ୍ୟାର କାନ୍ଦ ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ତେବେ କିଏ କାହିଁକି ନବଜାତ କନ୍ୟାକୁ ସେଠାରେ ଫୋପାଡି ଦେଇଛନ୍ତି ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ ।

Read More

ନୂଆଦିଲ୍ଲୀ: ବିଶ୍ୱର ବଡ଼ ବଡ଼ ନେତା ଓ ଶିଳ୍ପପତିଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଜୋଏ ବିଡେନ୍‌, ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକ୍‌ ବ୍ଲୁମ୍‌ବର୍ଗ, ଇ-କମର୍ସ ସଂସ୍ଥା ଆମାଜନ୍ ସିଇଓ ଜେଫ୍ ବେଜୋସ୍, ମାଇକ୍ରୋସଫ୍ଟ କୋ-ଫାଉଣ୍ଡର୍‌ ବିଲ୍‌ ଗେଟ୍ସ୍‌,  ଟେଲ୍‌ସା ସିଇଓ ଏଲୋନ୍‌ ମସ୍କ, ସେଲେବ୍ରିଟି କାନେ ଓ୍ବେଷ୍ଟ୍‌ ଓ ତାଙ୍କ ପତ୍ନୀ କିମ୍‌ କର୍‌ଦାଶିଆନ୍‌ଙ୍କ ସମେତ ଆଉ କିଛି ପ୍ରମୁଖ ବ୍ୟକ୍ତିଙ୍କ ଟ୍ୱିଟର୍ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ‌ ଆପଲ୍ ଓ ଉବେରର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି।1 ହଜାରେ ଡଲାର ଦେଲେ 2 ହଜାର ଡଲାର ପାଇବେ ଲେଖି ଟୁଇଟ୍‌ କରିଛନ୍ତି ହ୍ୟାକର୍‌ । ହ୍ୟାକ୍‌ ସମ୍ପର୍କରେ ସବିଶେଷ ଯାଞ୍ଚ କରୁଥିବାର ସ୍ପଷ୍ଟ କରିଛି ଟୁଇଟ୍‌ର । ତେବେ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସବୁ ତଥ୍ୟ ସୁରକ୍ଷିତ ଥିବା ଟ୍ୱିଟର ପକ୍ଷରୁ…

Read More

ନୂୂଆଦିଲ୍ଲୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ବିଶ୍ୱର ସବୁଠୁ ଶସ୍ତା ଆରଟି-ପିସିଆର ଭିତ୍ତିକ କୋଭିଡ-୧୯ ଡାଇଗ୍ନୋଷ୍ଟିକ କିଟ୍‌କୁ ଇଲେକ୍‌ଟ୍ରୋନିକ ମାଧ୍ୟମରେ ଉନ୍ମୋଚନ କରିଛନ୍ତି । ଏହି କିଟ୍‌କୁ ଆଇସିଏମ୍‌ଆର ଏବଂ ଡିସିଜିଆଇ ଅନୁମୋଦନ କରିଛି । ଏହି ଅବସରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଉପସ୍ଥିତ ଥିଲେ । ଏହାଛଡା କେନ୍ଦ୍ର ଉଚ୍ଚଶିକ୍ଷା ସଚିବ ଅମିତ ଖରେ ଏବଂ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ ଦିଲ୍ଲୀ ଆଇଆଇଟି ଦ୍ୱାରା ବିକଶିତ ହୋଇଥିବା ଏହି କୋଭିଡ-୧୯ କିଟ୍ ‘କରୋସିଓର’ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏବେ ଭାରତରେ ଶସ୍ତା ଏବଂ ବିଶ୍ୱସନୀୟ ଟେଷ୍ଟିଂର ଆବଶ୍ୟକତା ଯଥେଷ୍ଟ ରହିଛି । ଏହାଦ୍ୱାରା କରୋନା ମହାମାରୀ…

Read More

ନୂଆଦିଲ୍ଲୀ, ଭାରତ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫୭.୯୦ କୋଟି ଟଙ୍କାର କତା ଓ ଅନ୍ୟାନ୍ୟ କତା ଜାତୀୟ ସାମଗ୍ରୀ ରପ୍ତାନୀ କରି ଏକ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି । ୨୦୧୮-୧୯ ବର୍ଷ ତୁଳନାରେ ଏହି ରପ୍ତାନୀ ପରିମାଣ ୩୦ କୋଟି ଟଙ୍କା ଅଧିକ । ୨୦୧୯-୨୦ରେ ଭାରତ ୯,୮୮,୯୯୬ ମେଟ୍ରିକ ଟନ କତା ଓ କତା ଜାତୀୟ ସାମଗ୍ରୀ ରପ୍ତାନୀ କରିଥିବାବେଳେ ପୂର୍ବବର୍ଷ ଏହି ରପ୍ତାନୀ ପରିମାଣ ଥିଲା ୯,୬୪,୦୪୬ ମେଟ୍ରିକ ଟନ । ଏହି ରପ୍ତାନୀ ସାମଗ୍ରୀ ମଧ୍ୟରେ କତାଗୁଣ୍ଡ, କତା ଗାଲିଚା, କତାରେ ତିଆରି ଜିଓ ଟେକ୍ସଟାଇଲ, ଦଉଡି, ପାୱାରଲୁମ୍‌, ହ୍ୟାଣ୍ଡଲୁମ୍ ମ୍ୟାଟ୍ ଓ ପା’ପୋଛ ଆଦି ଅନ୍ତର୍ଭୁକ୍ତ । ଏହି ରପ୍ତାନୀ ଉଭୟ ପରିମାଣ ଓ ମୂଲ୍ୟ ଦୃଷ୍ଟିରୁ ରେକର୍ଡ ଛୁଇଁଛି ଏବଂ ଏଥିରେ ଭଲ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ହ୍ୟାଣ୍ଡଲୁମ୍ ମ୍ୟାଟ, କତା ଦଉଡି, ରବର ମିଶ୍ରିତ କତାଗୁଣ୍ଡ ଏବଂ ପାୱାରଲୁମ୍…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର (ରାଗପୁର) ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛି। ବିଦ୍ୟାଳୟର ମୋଟ ୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୦ ଜଣ ୬୦ ପ୍ରତିଶତରୁ ଅଧିକ ମାର୍କ ଏବଂ ୮ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ସେହିପରି ୪ ଜଣ ୫୩ ପ୍ରତିଶତରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି। ସଂନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭.୦୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପର୍ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଦୀପିକା ସାମନ୍ତରାୟ ୯୪. ୦୮ପ୍ରତିଶତ ମାର୍କ ରଖିଛନ୍ତି। ରାଧାକାନ୍ତ ବେହେରା ୯୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ବିଦ୍ୟାଳୟର ଶତ ପ୍ରତିଶତ ଫଳାଫଳ ହୋଇଥିବା ଯୋଗୁଁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଏ. ମିରାରାଣୀ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଛତିଶଗଡ଼ ସୀମାବର୍ତ୍ତୀ ସେମଲା ଗାଁରେ ଏକ ବାଇକ ଡିକିରେ ପ୍ରାୟ ୩୦ କେଜିରୁ ଅଧିକ ଗୋମାଂସ ଚାଲାଣ ହେଉଥିବା ନେଇ ଧର୍ମଗଡ ଥାନାରେ ଅଭିଯୋଗ ହୋଇଛି। ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲାର ସେମଲା ଗାଁରେ ଥିବା ଗ୍ରାମରକ୍ଷୀର ପୁଅ ଏକ ବାଇକରେ ଯାଉଥିବା ଦୁଇଜଣ ଲୋକଙ୍କ ସହିତ ମୂଲଚାଲ କରି ଛାଡି ଦେଉଥିବା ବେଳେ ସେହି ଗାଁକୁ ଯାଇଥିବା ଯଶୋବନ୍ତ ନାଏକ ନାମକ ବ୍ୟକ୍ତି ବାଇକ ସହ ସେମାନଙ୍କୁ ଅଟକାଇଥିଲେ। ଗ୍ରାମରକ୍ଷୀର ପୁଅ ଯଶୋବନ୍ତ ସହ ଝଗଡା କରିବାର ସୁଯୋଗ ନେଇ ସଂପୃକ୍ତ ଦୁଇଜଣ ବ୍ୟକ୍ତି ବାଇକ ଛାଡି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ ହିନ୍ଦୁ ଜାଗରଣ ସାମୁଖ୍ୟ ପକ୍ଷରୁ ଧର୍ମଗଡ ଥାନାରେ ଏତାଲା ଦାଖଲ କରାଯିବା ପରେ ବାଇକ ସହିତ ଡିକିରେ ଥିବା ଗୋମାଂସକୁ ପରୀକ୍ଷା ପାଇଁ ପଠାଯାଇ ଅଧିକ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧର୍ମଗଡ…

Read More