କେଦାର ମିଶ୍ର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଦ୍ରୋସ ବାରମ୍ବାର କରୋନା ମୁକାବିଲା କଥା କହିବା ବେଳେ ଦୁଇଟି ଶବ୍ଦର ପ୍ରୟୋଗ କରୁଛନ୍ତି- ପାଣ୍ଡେମିକ ଏବଂ ଇନ୍ଫୋଡେମିକ୍ସ। ଆମେ ସମସ୍ତେ ଜାଣୁ ଇଂରାଜୀ ଭାଷାରେ ଯେ କୌଣସି ସାମୟିକ ସ୍ଥିତିକୁ ନେଇ ତୁରନ୍ତ ଶବ୍ଦ ତିଆରି ହୋଇଯାଏ। ପାଣ୍ଡେମିକ୍ସ ବା ମହାମାରୀ ସମୟରେ ହଠାତ “ଇନ୍ଫୋଡେମିକ୍ସ” ଶବ୍ଦଟି ତିଆରି ହେବା ପଛର କାରଣଟି କେବଳ ଏକ ସାମ୍ବାଦିକ ଆବଶ୍ୟକତା ନୁହେଁ, ଏହା ଅନେକାଂଶରେ ଆମ ସମୟର ଏକ ଭୟଙ୍କର ଆବଶ୍ୟକତା। ଆଜିର ସମୟରେ ମହାମାରୀ ଯେତିକି ସାଂଘାତିକ ନୁହେଁ, ତାଠୁ ଅଧିକ ସାଂଘାତିକ ହେଉଛି ମହାମାରୀକୁ ନେଇ ତିଆରି ହେଉଥିବା ରାଜନୈତିକ ସୂଚନା। ନିଜ ନିଜର ରାଜନୀତିକୁ ବଞ୍ଚାଇ ରଖିବାଲାଗି ସବୁଠୁ କ୍ଷତିଗ୍ରସ୍ତ ଦେଶର ମୁଖିଆମାନେ କରୋନା କୁ କେନ୍ଦ୍ର କରି ବିଭିନ୍ନ କାହାଣୀ ପ୍ରଚାର କରି ଚାଲିଛନ୍ତି। ପୃଥିବୀର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସବୁଠୁ ପ୍ରସିଦ୍ଧ ପତ୍ରିକା…
Author: Samikhsya Bureau
ବିହାର : ପୁଣି ଥରେ ନେପାଳ ପୋଲିସ୍ର ଦାଦାଗିରି ଦେଖିବାକୁ ମିଳିଛି । ରବିବାର ନେପାଳ ପୋଲିସ୍ ବିହାର ସୀମାରେ ଥିବା କିସନଗଞ୍ଜରେ ତିନି ଭାରତୀୟଙ୍କୁ ଉପରକୁ ଗୁଳି ଚଳାଇଛି । ଏଥିରେ ଜଣେ ଭାରତୀୟ ଗୁରୁତର ଆହତ ହୋଇଛନ୍ତି । ଆହତ ତିନି ଭାରତୀୟ ନାଗରିକ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ କାହିଁକି କେଉଁ ପରିସ୍ଥିତିରେ ଫାୟାରିଂ ହୋଇଛି ତାହାର ତଦନ୍ତ ଚାଲିଚି । ନିକଟରେ ଭାରତର କଳାପାଣି, ଲିପୁଲେଖ ଏବଂ ଉତ୍ତରାଖଣ୍ଡର ଲିମ୍ପିୟାଧୁରାକୁ ନେଇ ନେପାଳ ସହିତ ସୀମା ବିବାଦ ଜାରି ରହିଛି । ଗତ ମାସରେ ମଧ୍ୟ ନେପାଳ ସୀମାରେ ଥିବା ବିହାରର ସୀତାମରହିରେ ନେପାଳ ପୁଲିସ୍ ଗୁଳି ଚଳାଇଥିଲା । ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଥିଲେ ।
ଝାଡଖଣ୍ଡ : ଝାଡଖଣ୍ଡର କୋଏଲା ନଗରୀ ଧନବାଦର ଏକ ପରିବାରର କରୋନା ସଂକ୍ରମଣ ତଥା ଏହି ମହମାରୀ କରୋନାର ଗାଇଡଲାଇନ୍କୁ ଅଣଦେଖା କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ପରିବାରର ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ କତରାସର ଚୌଧୁରୀ ପରିବାରର ସବୁଠୁ ବୃଦ୍ଧା ମହିଳା ଜୁନ୍ 27 ତାରିଖରେ ଏକ ବିବାହ ସମାରୋହରେ ସାମିଲ୍ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରୁ ସେ ଫେରିବା ପରେ ଏହି 90 ବର୍ଷୀୟା ବୃଦ୍ଧାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ପରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତା ବୃଦ୍ଧାଙ୍କର ଜୁଲାଇ 4 ତାରିଖରେ ମୃତ୍ୟୁ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ପୂରା ପରିବାର ସଦସ୍ୟଙ୍କର କରୋନା ଯାଞ୍ଚ…
ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟ ବଦଳିଲା । ଆସନ୍ତାକାଲିଠୁ 31 ଜୁଲାଇ ପର୍ଯ୍ୟନ୍ତ ଲକ୍ଡାଉନ୍ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା, କଟକ, ଯାଜପୁର ଓ ଗଞ୍ଜାମ ଓ ରାଉରକେଲା ମହାନଗରରେ 14 ଦିନିଆ ଲକଡାଉନ୍ ଜାରି କରିଛନ୍ତି । ଏହି ସମସ୍ତ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନୂତନ ନିର୍ଦ୍ଦେଶାଳବଳୀ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏହି ସମସ୍ତ ଅଞ୍ଚଳରେ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକମାନେ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟ କରିପାରିବେ । ସେହିପରି ବ୍ୟାଙ୍କ ଗୁଡିକରେ 50 ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି । ପୂର୍ବରୁ 25 ପ୍ରତିଶ କର୍ମଚାରୀରେ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଭିଡ…
ଭୁବନେଶ୍ବର : କମିଶନରେଟ୍ ପୋଲିସ୍ର ଦୁଇ କନେଷ୍ଟବଳଙ୍କୁ କରୋନା । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକ ଘର କେନ୍ଦ୍ରାପଡାରେ ହୋଇଥିବାବେଳେ ଆଉ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ଉଭୟଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ କନେଷ୍ଟବଳ ଛୁଟିରୁ ଫେରି ଆଇସୋଲେସନ୍ରେ ଥିଲେ । କରୋନା ଟେଷ୍ଟ ହେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ବରରୁ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 34 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 18 ଜଣ ଲୋକାଲ୍ କେସ୍ ରହିଛି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଏଯାବତ ରାଜଧାନୀରେ ମୋଟ କରୋନା ପଜିଟିଭ ସଂଖ୍ୟା 1182କୁ ବୃଦ୍ଧି ପାଇଛି। 523 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 11 ଜଣଙ୍କର ମୃତ୍ୟୁ ଘଟିଛି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ। ସମସ୍ତ ଆକ୍ରାନ୍ତ ଲୋକାଲ କେସ ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ବାଣପୁର ଏନ.ଏ.ସି ୮ ନମ୍ବର ୱାର୍ଡର ଜଣେ ମହିଳା ଥିବା ସ୍ଥଳେ ୧୦ ନମ୍ବର ୱାର୍ଡର ଦୁଇ ଜଣ ପୁରୁଷ ରହିଛନ୍ତି ବୋଲି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଆକ୍ରାନ୍ତଙ୍କ ବାସଭବନକୁ ଏନ.ଏ.ସି ଦ୍ୱାରା ସାନିଟାଇଜେସନ କରାଯାଇଛି। ଆସନ୍ତାକାଲି ସକାଳ ୭ ଘଟିକାରୁ ୨୩ ତାରିଖ ସକାଳ ୭ ଘଟିକା ଯାଏଁ ବଜାର ସାହି ପୋଷ୍ଟ ଅଫିସଠାରୁ ମା ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ ରାଉତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୪୦ ପଜିଟିଭ୍ ବାହାରିବା ସହିତ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୯ ଜଣ ଥିବାବେଳେ ତିର୍ତ୍ତୋଲ ବ୍ଲକରୁ ୧୬ ଜଣ କୁଜଙ୍ଗରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ ରହିଛନ୍ତି। ପାରାଦ୍ବୀପରୁ ଚିହ୍ନଟ ହୋଇଥିବା ସମସ୍ତ ୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସେମାନେ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଅନ୍ୟ ୧୫ ଜଣ ମହାରାଷ୍ଟରୁ ଫେରିଥିଲେ। ସେହିପରି ଅନ୍ୟ ତିନି ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କଠାର ସଂକ୍ରମିତ ହୋଇଥିବାବେଳେ ଆଇସୋଲେସନ୍ରେ ରହିଥିଲେ। ସେହିପରି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ଟିଏମ୍ସି କ୍ଲଷ୍ଟରରୁ ଚିହ୍ନଟ ହୋଇଥିବାବେଳେ ଏମାନେ ସମେସ୍ତ ବାହାର ରାଜ୍ୟ ଫେରନ୍ତା। ଏହି ୧୫ ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ, ଆନ୍ଧ୍ରପ୍ରଦେଶରୁ ୨…
ଷଢେଇରେ ଜଗନ୍ନାଥ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ଚିତ୍ରିତ କଲେ ଯୁବ ଚିତ୍ରଶିଳ୍ପୀ ଆଶା ମହାପାତ୍ର
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୧୯୯ ଜଣ ଆରୋଗ୍ଯ ଲାଭ କରିଥିବା ବେଳେ ଖୁର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ବାଲେଶ୍ବରରୁ ୧୫, ଝାରସୁଗୁଡାରୁ ୧୩, ବରଗଡରୁ ୧୩, ମୟୂରଭଞ୍ଜ ଓ ରାୟଗଡାରୁ ୯, ବଲାଙ୍ଗୀରରୁ ୮, ଭଦ୍ରଖରୁ ୭, ଗଜପତି ଓ ପୁରୀରୁ ୬, କୋରାପୁଟରୁ ୫, ଆଳି ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ଯଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୫୨ ରେ ପହଞ୍ଚିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଛାଡ଼ି ଦୌଡ଼ି ପଳାଇଛନ୍ତି। ଏ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଖଣ୍ଡା, ମୋଟର୍ ସାଇକେଲ୍କୁ ପୁଲିସ ଜବତ କରି ଛାନ୍ଭିନ୍ ଚଳାଇଛି। ଗୋଳନ୍ଥରା ବିଜେପି କାର୍ଯ୍ୟାଳୟ ନିକଟସ୍ଥ ନିଜ ବାସଭବନରେ ରହୁଥିବା ବିଜେପି ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ଘର ନିକଟରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଛକି ରହିଥିଲେ। ରାତି ପ୍ରାୟ ତିନିଟା ବେଳେ ବିଭୂତିଙ୍କ ଜଣେ ସହଯୋଗୀ ପରିସ୍ରା ପାଇଁ ଉଠି ଦୁର୍ବୃତ୍ତଙ୍କୁ ଦେଖି ପାଟି କରିଥିଲେ। ପାଟି ଶୁଣି ଦୁର୍ବୃତ୍ତମାନେ ଏକ ପଲ୍ସର୍ ବାଇକ୍ ଓ ତିନୋଟି ଖଣ୍ଡା ଛାଡ଼ି ସେଠାରୁ ଚମ୍ପଟ୍ ମାରିଥିଲେ।…
ମୁମ୍ବାଇ, 125 ଦିନ ଲକଡାଉନରେ ରହିବା ପରେ ତାଙ୍କର ଲୋକପ୍ରିୟ କମେଡି ଧାରାବାହିକ ‘କପିଳ ଶର୍ମା ସୋ’ ପାଇଁ ସୁଟିଂ ସେଟକୁ ଫେରିଛନ୍ତି କମେଡିଆନ କପିଲ ଶର୍ମା । ସେ ତାଙ୍କର ସହ କଳାକାର ପହଞ୍ଚୁଥିବା କିଛି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ଭାରତୀ ସିଂ ସାନିଟାଇଜ କରୁଥିବା ଦୃଶ୍ୟ ରହିଛି। ସମସ୍ତ ଅଭିନେତା ସୁଟିଂ ସେଟରେ କର୍ମଚାରୀଙ୍କ ସହ ସହଯୋଗ କରିଥିଲେ। (ଏଜେନସି)
ନୂଆଦିଲ୍ଲୀ, କରୋନା ଭୂତାଣୁର ଭୟ ଭିତରେ ଯିଏ ସାହସର ସହିତ କୋଭିଡ-19 ମୃତକଙ୍କ ଅନ୍ତିମ ସଂସ୍କାର ଭଳି ମହତ କାମ କରି ଆସିଛନ୍ତି, ସେ କରୋନା ସଂକ୍ରମିତ ହେବା ପରେ ଆଜି ତାଙ୍କ ପାଖରେ କେହି ନାହାଁନ୍ତି। ଏପରିକି ସରକାର ମଧ୍ୟ ଆଖି ବୁଜି ଦେଇଛନ୍ତି। ଏ ହେଉଛନ୍ତି ଦିଲ୍ଲୀର ଜିତେନ୍ଦ୍ର ସିଂ ସୁଣ୍ଟି। କୋଭିଡ-19 ମୃତକଙ୍କ ପାଖକୁ କେହି ଯିବାକୁ ସାହସ କରୁନଥିବା ବେଳେ ଜିତେନ୍ଦ୍ର ଏଥିପାଇଁ ଆଗେଇ ଆସି ସେମାନଙ୍କର ଶେଷକୃତ୍ୟ କରିବାରେ ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହାବାଦ୍ ଅନେକ କୋଭିଡ ରୋଗୀଙ୍କୁ ସେ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରେ ଛାଡ଼ିବା ଭଳି ମହତ କାମ କରିଛନ୍ତି। ଏହି କାମ କରି କରି ଏବେ ସେ ଓ ତାଙ୍କ ପରିବାର କରୋନାରେ ଆକ୍ରାନ୍ତ। ହେଲେ ଏବେ ତାଙ୍କଠାରୁ ସମସ୍ତେ ଦୂରେଇ ଯାଇଛନ୍ତି। ଏପରିକି ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ କିଛି ସହାୟତା ମିଳୁନାହିଁ। ଚାରିମାସ…
ରମେଶ ମହାନ୍ତି ଜଗତସିଂହପୁର, କରୋନା ପ୍ରତିଷେଧକମୂଳକ ବ୍ୟବସ୍ଥାକ୍ରମେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ସ୍ଥିତ ଆଇ.ଓ.ସି.ଏଲର ରିଫାଇନେରି, ତାହାର ଚତୁଃପାର୍ଶ୍ବ ଏବଂ ଏଲ ଏଣ୍ଡ ଟିର ଦୁଇଟି କଲୋନୀ ଅଭୟଚନ୍ଦ୍ରପୁର ଓ ବଗଡିଆରେ 144 ଧାରା ଜାରି କରିଛନ୍ତି। ଏଲ ଏଣ୍ଡ ଟି କମ୍ପାନିରେ କାମ କରୁଥିବା କିଛି ଲୋକ ପ୍ରାଶାସନିକ ନିର୍ଦ୍ଦେଶ ମାନୁ ନଥିବାରୁ ସେଠାରେ 144 ଧାରା ଲାଗୁ କରାଯାଇଛି ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ଏହି ସମୟରେ 144 ଧାରା ଜାରି କରାଯାଇଥିବା ଅଞ୍ଚଳରେ ବାହାରୁ କାହାରିକୁ ଯାତାୟତ ଅନୁମତି ଦିଆଯିବ ନାହିଁ ଏବଂ ସେଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଅଞ୍ଚଳ ପ୍ରତି ନିୟମିତ ନଜର ରଖିବାକୁ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ସେଠାରେ ରହି ସ୍ଥିତି ତଦାରଖ କରୁଛନ୍ତି। ଏଥିରେ ଜନସାଧାରଣ ସହଯୋଗ କରିବାକୁ ଜିଲ୍ଲାପାଳ…
ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗୁରୁତର ଆକାର ଧାରଣ କରିଛି। ରାଜ୍ୟରେ ଏ ବର୍ଷର ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୦୭ରେ ପହଞ୍ଚିଛି। ୮୧ ଜଣଙ୍କର ବନ୍ୟାରେ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଭୂସ୍ଖଳନ କାରଣରୁ ମୃତ୍ୟୁ ବରଣ କରିଛନ୍ତି। ପ୍ରଳୟଙ୍କରୀ ବନ୍ୟାରେ ଆସମର ୩୩ଟି ଜିଲ୍ଲାରୁ ୨୬ଟି ଜିଲ୍ଲାର ୨୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଶହ ଶହ ଘରଦ୍ବାର, ରାସ୍ତା ଓ ସେତୁ ଏବଂ ଫସଲ ବନ୍ୟାରେ ନଷ୍ଟ ହୋଇ ଯାଇଛି। କାଜିରଙ୍ଗା ଜାତୀୟ ପାର୍କରେ ବନ୍ୟା ଜଳ ପ୍ରବେଶ କରିବା ଯୋଗୁଁ ଶତାଧିକ ପଶୁଙ୍କ ପ୍ରାଣହାନୀ ଘଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ୟା ପରିସ୍ଥିତି ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ସହ ଫୋନ୍ରେ ପ୍ରଧାନମନ୍ତ୍ରୀ ମୋଦୀ ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିବା ସହ…
ନୂଆଦିଲ୍ଲୀ, ବିଗତ ଶହେ ଦିନରେ 15 ଲକ୍ଷ କୋଟି ଟଙ୍କାର କ୍ଷତି। ଏହି କ୍ଷତିର ହିସାବ କେବଳ ଖୁଚୁରା ବଜାର କ୍ଷେତ୍ରରେ। କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ପ୍ରତିଟି କ୍ଷେତ୍ରକୁ ବ୍ୟାପକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଛି। ଅଖିଳ ଭାରତ ବାଣିଜ୍ୟିକ ମହାସଂଘ CAIT ଦେଇଥିବା ଏକ ବିବୃତିରେ ଏହା ଦର୍ଶାଇଛି। ମହାସଂଘ କହିଛି ଯେ, ଦେଶବ୍ୟାପୀ ବ୍ୟବସାୟୀମାନେ ତିନି ମାସ ହେଲା ଠିକ୍ ଭାବେ ବ୍ୟବସାୟ କରି ନପାରି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। କର୍ମଚାରୀ ଅଭାବ, କାରବାରରେ ମାନ୍ଦା, ଆର୍ଥିକ ନିଅଣ୍ଟ ବ୍ୟବସାୟୀମାନଙ୍କ ମନୋବଳ ଭାଙ୍ଗି ଦେଇଛି। ଏ ଦୁର୍ଦ୍ଦିନରେ ସରକାରଙ୍କ ପକ୍ଷରୁ ଯାହା ବି ସହଯୋଗ ମିଳିବା କଥା ତାହା ମିଳୁନଥିବାରୁ ବ୍ୟବସାୟ କରି ଚଳୁଥିବା ଲୋକଙ୍କ ମନୋବଳ ଭାଙ୍ଗି ଗଲାଣି। ପୂର୍ବରୁ ଏଭଳି ସଂକଟ ଦେଇ କେବେ ବି କେହି ଗତି କରି ନଥିଲେ। ଏହି ଧାରା ଜାରି ରହିଲେ ଦେଶରେ 20 ପ୍ରତିଶତ…
ଜାମସେଦପୁର, ନନ୍ଦିତା ହରିପାଲ। ଜାମସେଦପୁର ମହିଳା ମହାବିଦ୍ୟାଳୟର ଛାତ୍ରୀ। ବାପା ହେଉଛନ୍ତି ଜଣେ ଦରଜୀ, ମାଆ ଘରୋଇ ସହାୟିକା ଭାବେ କାମ କରନ୍ତି। ପ୍ରତିକୂଳ ପରିସ୍ଥିତିରେ ପାଠପଢାରେ ଯେ ନନ୍ଦିତା କେତେ ଆଗରେ ତାହା ସଦ୍ୟ ପ୍ରକାଶିତ ପରୀକ୍ଷା ଫଳରୁ ଜଣାପଡ଼ିଛି। ନନ୍ଦିତା ଝାଡଖଣ୍ଡ ଆକେଡେମିକ କାଉନସିଲର ଦ୍ବାଦଶ ଶ୍ରେଣୀ ପରୀକ୍ଷା କଳା ବିଭାଗରେ ରାଜ୍ୟରେ ଟପ୍ପର ହୋଇଛନ୍ତି। ଆଉ ଆଗକୁ ସେ ଜଣେ ସାମ୍ବାଦିକ ହେବାକୁ ଆଶା ରଖିଛନ୍ତି। ପରୀକ୍ଷା ଫଳ ଶୁଣି ସେ ବି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି। କାରଣ, ସେ ଭାବିନଥିଲେ ଯେ ରାଜ୍ୟରେ ଟପ୍ପର ହେବେ। ତାଙ୍କର ସଫଳତା ସମ୍ପର୍କରେ ନନ୍ଦିତା କହନ୍ତି, ସେ ନିୟମିତ ଭାବେ ଶ୍ରେଣୀରେ ଉପସ୍ଥିତ ରହୁଥିଲେ ଏବଂ ନିୟମିତ ଭାବେ ଘରେ ପାଠ ପଢୁଥିଲେ। ଏଥିସହିତ ସେ କୋଚିଂ କ୍ଲାସ ବି କରୁଥିଲେ। ପାଠପଢାରେ ତାଙ୍କ ବାପା ମାଆ କେବେ ବି କୌଣସିଟିରେ ଅଭାବ କରିନାହାଁନ୍ତି। ପାଠପଢାକୁ ନିୟମିତ କରିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ଫଲୋୱର୍ସଙ୍କ ସଂଖ୍ୟା ୬୦ ମିଲିୟନ ଅର୍ଥାତ୍ ୬କୋଟିକୁ ବୃଦ୍ଧି ପାଇଛି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ଆଉ ଏକ ବଡ ସଫଳତା। ଟ୍ୱିଟରରେ ଟକ୍କର ଦେଇଥିବା ଭାରତର ପ୍ରଥମ ନେତାମାନଙ୍କ ମଧ୍ୟରୁ ନରେନ୍ଦ୍ର ମୋଦୀ ଅନ୍ୟତମ। ସେ ୨୦୦୯ରେ ଟ୍ୱିଟରରେ ନିଜର ଆକାଉଣ୍ଟ ଖୋଲିଥିଲେ। ଏଥି ସହିତ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଟ୍ୱିଟରରେ ଆସିଥିଲେ, କିନ୍ତୁ ଫଲୋୱର୍ସମାନଙ୍କ କ୍ଷେତ୍ରରେ ନରେନ୍ଦ୍ର ମୋଦୀ ଶଶି ଥରୁରଙ୍କୁ ବହୁ ପଛରେ ପକାଇ ଦେଇଥିଲେ। ସେପ୍ଟେମ୍ବର ୨୦୧୯ରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋୱର୍ସଙ୍କ ସଂଖ୍ୟା ୫କୋଟିରେ ପହଞ୍ଚିଥିଲା। ଏବେ ମାତ୍ର ୧୦ ମାସ ମଧ୍ୟରେ ଟ୍ୱିଟରରେ ତାଙ୍କୁ ୧କୋଟି ଲୋକ ଅନୁସରଣ କରିଛନ୍ତି। ଏହି ସମୟରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଟ୍ୱିଟରରେ ସବୁଠାରୁ ଅଧିକ ଫଲୋୱର୍ସ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୁଳନାରେ ଓବାମାଙ୍କର ଦୁଇଗୁଣ…
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହେବ। ଏମ୍ସ ର ଏକ ବିଶେଷ କମିଟି ଶନିବାର ଦିନ କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇ ସାରିଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ, ଡାକ୍ତରଖାନାରେ ସୋମବାରଠାରୁ ଏହି ପରୀକ୍ଷା ପାଇଁ ସୁସ୍ଥ ଲୋକଙ୍କୁ ପଞ୍ଜୀକରଣ କରାଯିବ। ‘କୋଭାକ୍ସିନ’ର ମାନବ ପରୀକ୍ଷଣ ପାଇଁ ଅନୁମୋଦନ ମିଳିସାରିଛି | ଯେଉଁମାନେ ଏ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇନାହାନ୍ତି ସେମାନଙ୍କୁ ନେଇ ପରୀକ୍ଷା କରାଯିବ | ଏହି ଅନୁସନ୍ଧାନରେ ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତି ପଞ୍ଜିକୃତ ହୋଇପାରିବେ। ପ୍ରଫେସର ସଞ୍ଜୟ ରାୟଙ୍କ କହିବା ମୁତାବକ, ଯେ କୌଣସି ସୁସ୍ଥ ବ୍ୟକ୍ତି ଯିଏ ଏହି ପରୀକ୍ଷଣରେ ଭାଗ ନେବାକୁ ଚାହାଁନ୍ତି, ସେ ତାଙ୍କ ଆବେଦନକୁ ଇମେଲ ମାଧ୍ୟମରେ ପଠାଇ…
ଭୁବନେଶ୍ବର, ଲଗାତର ଦୁଇ ତିନି ଦିନ ହୁ ହୁ ହୋଇ ବଢିବା ପରେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସାମାନ୍ୟ କମିଛି। ଦିନକରେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆଜି ଆଉ 52 ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟ୍ରାକ୍ସ କେସ ସଂଖ୍ୟା ବି ଦୁଇ ଦିନ ତୁଳନାରେ ତଳକୁ ଖସିଛି। ଆଜି ସଂଗରୋଧରୁ 34 ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ସଂଖ୍ୟା ରହିଛି 18। ପୂର୍ବରୁ କିଛି ଦିନ ହେଲା ଲୋକାଲ କଣ୍ଟ୍ରାକ୍ଟ କେସ ସଂଗରୋଧଠାରୁ ଅଧିକ ରହୁଥିଲା। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୩୪ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜ୍ ଏନ୍-୩ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ, ନୀଳାଦ୍ରି ବିହାର ଇସାନେଶ୍ୱର ବସ୍ତି ଅଞ୍ଚଳରୁ ଜଣେ ମହିଳା, ନୂଆଗାଁ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍ପିଟାଲରୁ…
ଅମୃତସର, ଜାଲିଆନାୱାଲା ବାଗ ଗ୍ୟାଲେରିରେ ଅର୍ଦ୍ଧ ନଗ୍ନ ଦୁଇ ମହିଳାଙ୍କ ବିଭିନ୍ନ ଭଙ୍ଗୀର ଫଟୋ ଲାଗିଥିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅଜନ୍ତା ଓ ଏଲୋରା କେଭରେ ଥିବା ନଗ୍ନ ଫଟୋ ସଦୃଶ ରହିଛି ଏହି ଫଟୋ। ସବୁଠାରୁ ବଡ଼ କଥା ହେଲା ନୂଆ କରି ତିଆରି ହୋଇଥିବା ଫଟୋ ଗ୍ୟାଲେରିରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଅନେକ ସଂଗ୍ରାମୀ ଏବଂ ପ୍ରଥମ ଶିଖ ଗୁରୁ ,ଗୁରୁ ନାନକ ଦେବଙ୍କ ଫଟୋ ଭିତରେ ରହିଛି ଏଭଳି ଆପତ୍ତିଜନକ ଫଟୋଚିତ୍ର। ଅନ୍ତର୍ଜାତୀୟ ସର୍ବ କମ୍ବୋଜ ସମାଜ ଏ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଦୃଢ ପ୍ରତିବାଦ କରିଛି। ପ୍ରଧାନମନ୍ତ୍ରୀ ଜାଲିଆନାୱାଲାବାଗ୍ ଜାତୀୟ ସ୍ମାରୀ ଟ୍ରଷ୍ଟର ସଭାପତି ରହିଛନ୍ତି। ତୁରନ୍ତ ଅର୍ଦ୍ଧ ନଗ୍ନ ମହିଳାଙ୍କ ଫଟୋ ଗ୍ୟାଲେରିରୁ ହଟାଇବା ପାଇଁ ସଂସ୍ଥା ପକ୍ଷରୁ ଦାବି କରାଯାଇଛି।
ଅଯୋଧ୍ୟା (ଉତ୍ତର ପ୍ରଦେଶ), ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରସ୍ତାବିତ ଶ୍ରୀରାମ ମନ୍ଦିର ଉଚ୍ଚତା 161 ଫୁଟ ରହିବ। ଏହାର ପାଞ୍ଚଟି ଗଂବୁଜ ରହିବ। ମନ୍ଦିର ନିର୍ମାଣ ସଂକ୍ରାନ୍ତରେ ବସିଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ ଟ୍ରଷ୍ଟ ବୈଠକରେ ଏହା ନିଷ୍ପତ୍ତି ହୋଇଛି। ଗତକାଲି ମହନ୍ତ ନୃତ୍ୟ ଗୋପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଟ୍ରଷ୍ଟର ସଦସ୍ୟ କାମେଶ୍ବର ଚୌପାଲ କହିଛନ୍ତି ମନ୍ଦିର ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରସ୍ତାବ ପଠାଯାଇଛି। ଅଗଷ୍ଟ 3 କିମ୍ବା 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜା କରିପାରନ୍ତି। ମନ୍ଦିର ନିର୍ମଣ କିପରି ହେବ ଏହାର କଣ ଡିଜାଇନ ରହିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ବିଶ୍ବ ହିନ୍ଦୁ ପରିଷଦ ଦେଇଥିବା ନକସା ଆକାରରେ ମନ୍ଦିର ନିର୍ମାଣ ହେବ। କିନ୍ତୁ ଏହାର ଲମ୍ବା, ଚୌଡ଼ା, ଉଚ୍ଚତାରେ ବୃଦ୍ଧି କରାଯିବ। ମନ୍ଦିର ନିର୍ମାଣ…

