Author: Samikhsya Bureau

ଖୋର୍ଦ୍ଧା : ଔଷଧ ବିତରଣ ବେଳେ ଜଣେ ଆଶା କର୍ମୀଙ୍କ ମୃତ୍ୟୁ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ଓରବରସିଂ ପଞ୍ଚାୟତ ଡିହଖଳା ଗ୍ରାମରେ ଔଷଧ ବାଣ୍ଟିଲା ବେଳେ ଜଣେ ଆଶା କର୍ମୀ ଟଳି ପଡିଥିଲେ । ତାଙ୍କୁ ଖୋର୍ଦ୍ଧା ମେଡ଼ିକାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଛନ୍ତି । ତେବେ ଆଶା କର୍ମୀ ଜଣକ କ’ଣ ପାଇଁ ମୃତ୍ୟୁବରଣ କଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଏବେ କରୋନ ଯୋଦ୍ଧାମାନେ ଆକ୍ରାନ୍ତ ହେଉଛନ୍ତି । ଆଜି ଭୀମ୍‌ସାରର 7 ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି ।

Read More

କଟକ : କଟକ ସହରରେ ଆଉ 4 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚାରି ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ଇନ୍‌ଷ୍ଟିଚ୍ୟୁସନାଲ୍‌ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଜଣେ ହୋମ୍‌ କ୍ବାରେଣ୍ଟିନ୍‌ ଓ ଅନ୍ୟ ଜଣେ ଲୋକାଲ୍‌ କେସ୍‌ ବୋଲି ସୂଚନା ରହିଛି । ଲୋକାଲ୍‌ କେସ୍‌ ଜଣକ ସୂତାହାଟର ଜଣେ 36 ବର୍ଷୀୟା ମହିଳା ବୋଲି ସୂଚନା ରହିଛି । ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 46 ବର୍ଷୀୟ ପୁରୁଷ ହୋଇଥିବାବେଳେ ତାଙ୍କ ଘର ସିଡିଏ ସେକ୍ଟର -6 ବୋଲି ସୂଚନା ରହିଛି । ସରକାରୀ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜ ଣେ 60 ବର୍ଷ ବୟସ୍କା ବୃଦ୍ଧା ଜଣାପଡିଥିବାବେଳେ ଅନ୍ୟ ଜଣେ 34 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ନୂତନ 4 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 295ରେ ପହଞ୍ଚିଥିବାବେଳେ  ସୁସ୍ଥ…

Read More

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ସୂଚନା ଦେଇଛନ୍ତି। www.cbse.nic.in ଓ cbseresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଛି । ଚଳିତ ବର୍ଷ ପ୍ରାୟ 16 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ଫେବୃଆରୀ 15ରୁ ମାର୍ଚ୍ଚ 20 ଯାଏ ପରୀକ୍ଷା ହୋଇଥିଲା। କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍ କଟକଣା ଲାଗୁ ହେବା‌ପରେ 6ଟି ବିଷୟରେ ପରୀକ୍ଷା ହୋଇପାରିନଥିଲା ଓ ଏହାକୁ ପରେ ବାତିଲ କରାଯାଇଥିଲା। ତେବେ ଆଭରେଜ୍ ମାର୍କିଂ ଦ୍ୱାରା ରେଜଲ୍ଟ ପ୍ରକାଶ ପାଇଛି।

Read More

ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ହେବାକୁ ଥିବା କୋଭିଡ୍‌ କେୟାର ହୋମ୍‌ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରତି ହୋମ୍‌ ପାଇଁ ଜଣେ ଏଏନ୍‌ଏମ୍‌ଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ । ପ୍ରାୟ 7 ହଜାର ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦେବାକୁ ସ୍ବାସ୍ଥ୍ୟ ବିଭାଗର ବିଜ୍ଞପ୍ତି ପ୍ରକାଶ ହୋଇଛି । ଯଦି ଆବଶ୍ୟକ ତାଲିମପ୍ରାପ୍ତ ଏଏନ୍‌ଏମ୍‌  ନ ମିଳିବେ, ନର୍ସ, ଫାର୍ମାସିଷ୍ଟ ନିଯୁକ୍ତ ହେବେ । ଏନେଇ ଏଏନ୍‌ଏମ୍‌, ନର୍ସ ଓ ଫାର୍ମାସିଷ୍ଟଙ୍କ ପାରିତୋଷିକ ମଧ୍ୟ ପ୍ରକାଶ ପାଇଲା । ଏଏନ୍‌ଏମ୍‌ଙ୍କୁ ଦୈନିକ 850ଟଙ୍କା ମିଳିବ, ସେହିପରି ନର୍ସ ଓ ଫାର୍ମାସିଷ୍ଟଙ୍କୁ 1 ହଜାର ଟଙ୍କା ମିଳିବ ବୋଲି ସୂଚନା ରହିଛି । ଏଏନ୍‌ଏମ୍‌, ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ତିନି ମାସ ପାଇଁ ନିଯୁକ୍ତି ଦିଆଯିବ ବୋଲି ସୂଚନା ରହିଛି ।

Read More

ବୁର୍ଲା : ବୁର୍ଲା ଭୀମସା୍‌ରରେ 7 କରୋନା ଯୋଦ୍ଧାଙ୍କୁ କରୋନା । ହସ୍ପିଟାଲର ତିନିଜଣ ଡାକ୍ତର ଓ ଚାରି ଜଣ ନର୍ସ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଲଳିତ ମେହେର । 7 କର୍ମଚାରୀ ପଜିଟିଭ୍‌ ଜଣାପଡିବା ପରେ ହସ୍ପିଟାଲ ସାନିଟାଇଜ୍‌ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ 19ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍‌ସାର୍‌)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲରେ କେବଳ କାଜୁଆଲିଟି ଓ ଏମର୍ଜେନ୍ସି ବିଭାଗ ଖୋଲା ରହିବ। ରୁଟିନ୍ ସର୍ଜରୀ ବନ୍ଦ ରହିବ। ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ।

Read More

ଆସାମ: ଆସାମରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ମଙ୍ଗଳବାର ଦିନ ଆଉ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ରାଜ୍ୟର 28 ଟି ଜିଲ୍ଲାର 33 ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ନେଇ ସରକାର ସୂଚନା ଦେଇଛନ୍ତି । ଦିବ୍ରୁଗଡ଼ ଜିଲ୍ଲାରେ ତିନି ଜଣ, ଟିନସୁକିଆ ଏବଂ ବାରପେଟା ଜିଲ୍ଲାରେ ଦୁଇଜଣ ଏବଂ ବିଶ୍ୱନାଥ ଏବଂ ଗୋଲାଘାଟ ଜିଲ୍ଲାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ୟା ପରିସ୍ଥିତି ଘଟଣାରେ 85 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟସରକାରଙ୍କ ସୂଚନା ଅନୁସାରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ହେଉଛି ବାରପେଟା ଯେଉଁଠାରେ 5.50 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହା ବ୍ୟତୀତ ଧୁବ୍ରିରେ 4.11 ଲକ୍ଷ ଲୋକ, ମୋରିଗାଓଁରେ 4.08 ଲକ୍ଷ ଏବଂ ଦକ୍ଷିଣ ସଲମାଡା ଜିଲ୍ଲାର 2.25 ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ସୋମବାର 27 ଟି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ ତିନିଜଣଙ୍କ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 2 ଜଣ ଗଞ୍ଜାମରୁ ହୋଇଥିବାବେଳେ ଜଣେ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ ଦୁଇ ମୃତକଙ୍କ ପୁରୁଷ ହୋଇଥିବାବେଳେ ବୟସ 65 ଓ 86 ବୋଲି ସୂଚନା ରହିଛି । ଭୁବନେଶ୍ବରର ମୃତକ ଜଣକ 72 ବର୍ଷୀୟ ପୁରୁଷ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 77କୁ ବୃଦ୍ଧି ହୋଇଥିବାବେଳେ ଗଞ୍ଜାମରେ କରୋନା ମୃତ୍ୟୁ ଜନିତ 46କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ହୋଇଛି । ସେହିପରି ଆଜି ଦୁଇଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଏହି ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର 72 ବର୍ଷରହୋଇଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ଖୋରଦ୍ଧା ଜିଲ୍ଲାର ବୋଲି…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 618 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 22ଟି ଜିଲ୍ଲାରୁ ଆଜି 618ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 286 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଖୋର୍ଦ୍ଧାରୁ 107, ବାଲେଶ୍ବରରୁ 61, ଜଗତସିଂହପୁରରୁ 26, ମୟୂରଭଞ୍ଜରୁ 21, କଟକରୁ 16, ନୟାଗଡ ଓ ସୁନ୍ଦରଗଡରୁ 15 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ 14, ମାଲ୍‌କାନଗିରିରୁ 13, ସମ୍ବଲପୁରରୁ 10, କେନ୍ଦ୍ରାପଡାରୁ 9,  ଯାଜପୁରର, ପୁରୀ ଓ କେଉଁଝରରୁ 5ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ବଲାଙ୍ଗିର, ଢେଙ୍କାନାଳ ଓ ବୌଦ୍ଧରୁ 2 ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡା, ଝାରସୁଗୁଡା, କୋରାପୁଟ, ଭଦ୍ରକରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 618 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 411 ଜଣ ଚିହ୍ନଟ ହୋଇଥିବାବେଳେ 207ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 14ହଜାର 898ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 933ଜଣ । ସେହିପରି ସୁସ୍ଥ ହୋଇଛନ୍ତି 9ହଜାର864ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 74ଜଣ । ସେହିପରି 22ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଭୁବନେଶ୍ୱରର ସମ୍, କିମସ୍ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆଜିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। କଟକ ଏସସିବି ମେଡିକାଲକୁ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାମ କରିବ । ରାଜ୍ୟରେ ଦୈନିକ ପରୀକ୍ଷଣ 9 ହଜାରକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଟାଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ଅନେକ ଜୀବନ ବଞ୍ଚିପାରିବ।  ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ । କୋଭିଡ୍‌ ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ସେହିପରି 5ଟି ଫୋକସ୍‌ ଜିଲ୍ଲାର ତଦାରଖ ବ୍ୟବସ୍ଥା ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେଶ୍‌ ଗମ୍ଭୀର ହେଉଛି । ଦେଶରେ ଆଜି ପୁଣି 29 ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 36 ହଜାରରୁ ଅଧିକ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 24 ହଜାର ପାର ହେଲାଣି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 29 ହଜାର 429 ନୂତନ ମାମଲା ସାମ୍ନାକୁ ଆସିଥିବାବେଳେ 582ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 9 ଲକ୍ଷ 36 ହଜାର 181ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 24 ହଜାର 309କୁ ପହଞ୍ଚିଛି । ମୋଟ୍ ସଂକ୍ରମିତ ମଧ୍ୟରୁ 5 ଲକ୍ଷ 92 ହଜାର 332ଜଣ ସୁସ୍ଥ ହୋଇଛନ୍ତି। ମୋଟ…

Read More

କେଦାର ମିଶ୍ର କଂଗ୍ରେସର ଦୁଇଜଣ ପ୍ରଭାବଶାଳୀ ଯୁବ ନେତା ହଠାତ ବିଜେପିମୁହାଁ ହେବା, କରୋନା ମହାମାରୀ ସମୟର ସବୁଠୁ ବଡ ଖବର। କଂଗ୍ରେସ କ୍ଷମତାରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ଘନିଷ୍ଠ ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମାର୍ଚ୍ଚ ମାସରେ ଅକସ୍ମାତ ବିଜେପିରେ ଯୋଗଦେଲେ ଓ କଂଗ୍ରେସରୁ ତାଙ୍କର ବିଦାୟ ସହିତ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରର ପତନ ଘଟିଲା। ତାର ଠିକ ତିନିମାସ ପରେ ରାଜସ୍ଥାନରେ କଂଗ୍ରେସର ଅନ୍ୟ ଜଣେ ପ୍ରଭାବଶାଳୀ ଯୁବନେତା ତଥା ରାଜସ୍ଥାନ କଂଗ୍ରେସ ସଭାପତି ଓ ଉପ ମୁଖ୍ୟମନ୍ତ୍ରୀ  ସଚିନ ପାଇଲଟ ଏବେ ବିଦ୍ରୋହୀ ସାଜିଛନ୍ତି। ତାଙ୍କର ବିଦ୍ରୋହ ସହିତ ରାଜସ୍ଥାନରେ କଂଗ୍ରେସ ସରକାରର ପତନ ଘଟିବ କି ନାହିଁ, ତାକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି। ଉଭୟ ସିନ୍ଧିଆ ଓ ପାଇଲଟ, କଂଗ୍ରେସର କ୍ଷମତା କେନ୍ଦ୍ର ସହିତ ଅନ୍ତରଙ୍ଗ ଥିଲେ। ପାରିବାରିକ ଭାବରେ ଏମାନେ ଗାନ୍ଧୀ ପରିବାର ସହିତ ପିଢୀ ପରେ ପରେ…

Read More

ପାରାଦୀପ : କରୋନା ସଂକ୍ରମଣ ଭୟ ଯୋଗୁଁ ରାହାମା ବଜାର ବନ୍ଦ । ଆସନ୍ତା 17 ତାରିଖ ଯାଏଁ ରାହାମା ବଜାରକୁ ବନ୍ଦ କଲା ପ୍ରଶାସନ । କୁଜଙ୍ଗ ବ୍ଲକର ସାଇଲୋ ଓ ତାଳପଡା ପଞ୍ଚାୟତକୁ ଆସନ୍ତା 17 ତାରିଖ ଯାଏଁ ସଟ୍‌ଡାଉନ୍‌ କରାଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଦୁଇ ପଞ୍ଚାୟତକୁ ସଟ୍‌ଡାଉନ୍‌ କରିଛନ୍ତି ଦୁଇ ସରପଞ୍ଚ ।

Read More

ଭୁବନେଶ୍ବର, କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । କପୁରତଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ କୋଚ୍ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ ଡିଜାଇନ୍ ପ୍ରସ୍ତୁତ ହୋଇଛି । ଏଥିରେ ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହାକୁ ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ। ଏହି କୋଚରେ ହ୍ୟାଣ୍ଡ ରେଲ୍ ଓ ଲ୍ୟାଚେସ୍ ଉପରେ ତମ୍ବାର ଆବରଣ ଦିଆଯାଇଛି । ଡବା ଭିତରେ ପ୍ଲାଜାମା ବାୟୁ ବିଶୋଧକ ବ୍ୟବସ୍ଥା ଓ ଟାଇଟାନିଅମ ଡାଇଅକ୍ସାଇଡ କଲେଇ (କୋଟିଂ) କରାଯାଇଛି, ଯାହା କରୋନା ଭୂତାଣୁକୁ ନଷ୍ଟ କରିବା ସହିତ ଯାତ୍ରୀମାନଙ୍କୁ ନିରାପଦ ରଖିପାରିବ । ଏହି କୋଚ୍‌ର ବିଭିନ୍ନ ସୁବିଧା ସୁଯୋଗ ଯାହା ରଖାଯାଇଛି ସେଗୁଡିକ ହେଲା ୧. ହ୍ୟାଣ୍ଡ୍ ଫ୍ରି ସୁବିଧା- ଏହି ନୂଆ କୋଚ୍‌ରେ ଏଣିକି ଆଉ ହାତରେ ପାଣି…

Read More

ମୁମ୍ବାଇ: ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି।  ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।  ତତ୍କାଳ ଭାବେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମହାରାଷ୍ଟ୍ର ସରକାରରେ ଥିବା ବାଲାସାହେବ ଥେରାଟ୍‌ ଟୁଇଟ୍‌ ଜରିଆରେ ନିଲମ୍ବନ ପତ୍ରର ପ୍ରେସରିଲିଜ୍‌ ଜାରି କରିଛନ୍ତି । ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବାରୁ ସଞ୍ଜୟ ଝାଙ୍କୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ହଟିବାକୁ ପଡିଥିଲା ।  ଗତ କିଛି ଦିନ ତଳେ ଏକ ସ୍ତମ୍ବରେ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ ସଞ୍ଜୟ । ଏହା ପରେ କଂଗ୍ରେସ ଓ ଝାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ…

Read More

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଏବେ ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବାହାର ଜିଲ୍ଲାର 5 ଅଧିକାରୀଙ୍କୁ ଗଞ୍ଜାମ ପଠାଯାଇଛି । 4 ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଇଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବୌଦ୍ଧ, ଝାରସୁଗୁଡ଼ା ଓ କନ୍ଧମାଳ ଉପଜିଲ୍ଲାପାଳଙ୍କୁ ପଠାଯାଇ ଥିବା ବେଳେ ଲହୁଣୀପଡ଼ା ତହସିଲଦାରଙ୍କୁ ମଧ୍ୟ ଗଞ୍ଜାମ ପଠାଇନ୍ତି ସରକାର। ଏହି 5 ଅଧିକାରୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିବେ । 5ଜଣ ଓଏଏସ୍ ଅଧିକାରୀଙ୍କ ସହିତ 32ଜଣ ଓଆରଏସ୍‌ ଅଧିକାରୀଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି । 20ତାରିଖ ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି । ଏତଦ୍‌ବ୍ୟତୀତ 100 ଜଣ  ଏଏମ୍‌ଓ ଓ ଏଚ୍‌ଏମ୍‌ଓଙ୍କୁ ମଧ୍ୟ ଗଞ୍ଜାମ ପଠାଯାଇଛି । ଏଏମ୍‌ଓ ଓ ଏଚ୍‌ଏମ୍‌ଓଙ୍କୁ 16…

Read More

ପାଟଣାଗଡ : ଖପ୍ରଖୋଲ ବ୍ଲକ ଭୁରୁସିବାଂଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଘରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଜାଡିବା ବେଳେ ଏହି ଦୁର୍ଘଟଣା ଘଟିଛି । ସ୍ବାମୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ପରେ ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି ।

Read More

ଭୁବନେଶ୍ବର, ଜୁଲାଇ 6ରେ ଜାରି ହୋଇଥିବା ୟୁଜିସିର ନୂତନ ଗାଇଡଲାଇନ୍ ୨୦୨୦କୁ ଛାତ୍ର କଂଗ୍ରେସ ଦୃଢ଼ ବିରୋଧ କରିବା ସହ ଏହାର ପ୍ରତ୍ୟାହାର ଦାବି କରୁଛି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏବଂ ଓ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟର ମଞ୍ଜୁରୀ ନେଇ ୟୁଜିସି ଗତ ଜୁଲାଇ ୬ ତାରିଖର ନିଷ୍ପତ୍ତି ଅନୁଯାୟୀ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ପାଇଁ ଆସିଥିବା ନିଷ୍ପତ୍ତି ପିଲାଙ୍କୁ ମାନସିକ ଚାପ ଦେଇଛି। ୟୁଜିସିର ଏହି ନୀତି ଧନୀ- ଗରିବ ଛାତ୍ର ବିଭାଜନ, ଅମାନବୀୟ, ଦାୟିତ୍ବହୀନତା, ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବୋଲି ଛାତ୍ର କଂଗ୍ରେସ ମତ ଦେଇଛି। ଗତ ମାର୍ଚ୍ଚ ମାସରୁ ପରୀକ୍ଷା ହେବ , ହେବ ନାହିଁ, ଏପରି ଭାବରେ ବାରମ୍ବାର ମତ ବଦଳେଇବା, ବାରମ୍ବାର ନୂତନ ଗାଇଡଲାଇନ୍ ଆଣିବା ଛାତ୍ରଛାତ୍ରୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବା ସହ ସେମାନଙ୍କ ମନୋବଳକୁ ନଷ୍ଟ କରୁଛି। ଅନେକ ରାଜ୍ୟ ଏହାକୁ ବିରୋଧ କରୁଥିବା ବେଳେ…

Read More

ଭୁବନେଶ୍ୱର: ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟକ ୬୦୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରାଯାଇଛି। ନୂଆ ୬୦୯ ଜଣ ସୁସ୍ଥଙ୍କୁ ମିଶାଇଲେ ଏଯାବତ ସୁସ୍ଥ ସଂଖ୍ୟା ୯୮୬୪ରେ ପହଞ୍ଚି ଯାଇଛି। ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ଼ରୁ ୧୩୫ଜଣ, ଖୋର୍ଦ୍ଧାରୁ ୩୭ଜଣ, କଟକରୁ ୩୨ଜଣ, ବାଲେଶ୍ୱରରୁ ୨୫ଜଣ, କେନ୍ଦୁଝରରୁ ୨୩ଜଣ, ମୟୁରଭଞ୍ଜରୁ ୧୮ଜଣ, ଭଦ୍ରକରୁ ୧୨ଜଣ, ପୁରୀରୁ ୧୨ଜଣ, ସମ୍ବଲପୁରରରୁ ୮ଜଣ, ବରଗଡ଼ ଓ ଜଗତସିଂହପୁରରୁ ୭ଜଣ ଲେଖାଏଁ, ଯାଜପୁରରୁ ୬ଜଣ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀରରୁ ୩ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରୁ ୨ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Read More

ଭୁବନେଶ୍ବର, କୋଭିଡ ସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ କରିବା ସମୟରେ ବିଜେପି ମୁଖପାତ୍ର ନିଜେ ମାସ୍କ ପରିଧାନ ନକରିବା ହେଉଛି ଏକ ବିଡମ୍ବନା। ଏଭଳି ଆଚରଣ ଖୋଦ୍ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା କୋଭିଡ ମାର୍ଗଦର୍ଶିକାର ଉଲ୍ଲଂଘନ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ସେ କହିଛନ୍ତି ଯେ, କେବଳ ବିନା ମାସ୍କ ନୁହେଁ ବିଜେପି ନେତାମାନେ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଲାଗି ଲାଗି ବସିଥିଲେ ତାହା ମଧ୍ୟ କୋଭିଡ ମାର୍ଗଦର୍ଶିକାରେ ଥିବା ସାମାଜିକ ଦୂରତ୍ବ କଟକଣାକୁ ଉପହାସ କରୁଛି। ସେ କହିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ କରୋନା କଟକଣା ମାନିବା ପାଇଁ ଅନୁରୋଧ ସତ୍ତ୍ବେ ଯେତେବେଳେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଖୋଲାଖୋଲି ଭାବେ ନିୟମ ଉଲ୍ଲଂଘନ କରୁଛନ୍ତି, ସେତେବେଳେ କରୋନା ପରିଚାଳନା ସଂକ୍ରାନ୍ତରେ କହିବା ପାଇଁ ବିଜେପିର ନୈତିକତା ନାହିଁ। ଓଡ଼ିଶାରେ ବିଜେପି…

Read More

ନୂଆଦିଲ୍ଲୀ, ପ୍ରଥମ ଥର ପାଇଁ ଦେଶ ଏବର୍ଷ ଅଗଷ୍ଟ 15ରେ ଦେଖିବ ଭିନ୍ନ ଧରଣର ସ୍ବାଧୀନତା ଦିବସ ସମାରୋହ। ଦେଶର ଇତିହାସରେ ଐତିହାସିକ ଲାଲକିଲ୍ଲାରେ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ପାଳନ ହେବ ସ୍ବାଧୀନତା ଦିବସ ସମାରୋହ। କୋଭିଡ-19 ମହାମାରୀ ଦୃଷ୍ଟିରୁ ଦେଶର ଜାତୀୟ ରାଜଧାନୀରେ ଆଗାମୀ ସ୍ବାଧୀନତା ଦିବସ ସମାରୋହକୁ କାଣ୍ଟଛାଣ୍ଟ କରାଯିବାକୁ ଆପାତତଃ ସ୍ଥିର ହୋଇଥିବା ଜଣାଯାଇଛି। ବିଗତ ବର୍ଷ ତୁଳନାରେ ଏବର୍ଷ ମାତ୍ର 20 ପ୍ରତିଶତ ଭିଭିଆଇପି ଏବଂ ଅନ୍ୟାନ୍ୟ ଅତିଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିବାକୁ ଲାଲକିଲ୍ଲାରେ ଉପସ୍ଥିତ ରହିବେ। ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ଏଏସଆଇ ମହା ନିର୍ଦେଶକ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ଗତ ସପ୍ତାହରେ ଲାଲକିଲ୍ଲା ପରିଦର୍ଶନ କରିଥିଲେ। ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରତିରକ୍ଷା ସଚିବ ସମ୍ପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। କରୋନା କାରଣରୁ ଏବର୍ଷ ସମାରୋହରେ ସବୁ କିଛି କାର୍ଯ୍ୟକ୍ରମରେ ପରିବର୍ତ୍ତନ…

Read More